ହୋମ / ଶକ୍ତି / ପରିବେଶ / ମୃତ୍ତିକା ବିଜ୍ଞାନ (ମୃତ୍ତିକାର ରାସାୟନିକ ଧର୍ମ ଓ ଗୁଣ)
ସେଆର କରନ୍ତୁ

ମୃତ୍ତିକା ବିଜ୍ଞାନ (ମୃତ୍ତିକାର ରାସାୟନିକ ଧର୍ମ ଓ ଗୁଣ)

ମୃତ୍ତିକାର ରାସାୟନିକ ଧର୍ମ ଓ ଗୁଣର ସୂଚନା ।

ମୃତ୍ତିକାର ରାସାୟନିକ ଧର୍ମ ବିଷୟରେ ଜାଣିବା ହେଲେ ଆମକୁ ମୃତ୍ତିକାସ୍ଥ କଣିକା ସମ୍ବନ୍ଧରେ ଜାଣିବା ଆବଶ୍ୟକ । କାରଣ ଏହି କଲଏଡ କଣିକା ଗୁଡିକ ରାସାୟନିକ ଧର୍ମଗୁଡିକର ମୂଳ ଉତ୍ସ ।

ମୃତ୍ତିକା କଲଏଡ ସାଧାରଣ ଗୁଣାବଳୀ

ଆକାର

କଲଏଡ କଣିକାଗୁଡିକ ଅତି ସୂକ୍ଷ୍ମ ବା କ୍ଷୁଦ୍ର । ଏପରିକି ସାଧାରଣ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ସେମାନଙ୍କୁ ଦେଖି ହୁଏନାହିଁ । ଆକ୍ଷରିକ ଭାବରେ କହିଲେ ଯେଉଁ କଣିକା ଗୁଡିକର ବ୍ୟାସ ୧ ନିଉ ମିଟର ବା ମିଉରୁ କମ୍ ସେଗୁଡିକୁ କଲଏଡ ଶ୍ରେଣୀଭୂକ୍ତ କରାଯାଏ । କର୍ଦ୍ଦମ କଣିକା ଗୁଡିକର ସର୍ବାଧିକ ଆକାର 2 um ନିଆଯାଉଛି । ତେଣୁ 1 ରୁ 2 um ବ୍ୟାସ ବିଶିଷ୍ଟ କର୍ଦ୍ଦମ କଣିକା ଗୁଡିକ ଆକାର ଦୃଷ୍ଟିରୁ କଲଏଡ ଶ୍ରେଣୀ ଭୁକ୍ତ ହୋଇପାରିବେ ନାହିଁ । ତଥାପି ସେଗୁଡିକୁ କଲଏଡ କୁହାଯାଏ । କାରଣ କଲଏଡ କେତେକ ଗୁଣ ଏମାନଙ୍କର ଅଛି ।

ପୃଷ୍ଠତଳ

ଅତି ସୂକ୍ଷ୍ମ ଆକାର ହେତୁ ପ୍ରତି ଏକକ ଓଜନ ବିଶିଷ୍ଟ କଲଏଡ କଣିକାଗୁଡିକର ବହିଃପୃଷ୍ଠତଳ ବହୁତ ବେଶି । ତୁଳନାତ୍ମକ ଭାବେ ଏକକ ଓଜନ ବିଶିଷ୍ଟ ବାଲୁକା କଣିକାର ପୃଷ୍ଠତଳ ଅପେକ୍ଷା ୧୦୦୦ ଗୁଣ ବା ତାଠାରୁ ଅଧିକ । ବହିଃ ପୃଷ୍ଠତଳ ବ୍ୟତୀତ ସିଲିକେଟ ଜାତୀୟ କର୍ଦ୍ଦମ କଣିକା ଗୁଡିକର ଅନ୍ତଃପୃଷ୍ଠତଳ ମଧ୍ୟ ଅଛି । ପ୍ରତ୍ୟକ ସିଲିକେଟ କର୍ଦ୍ଦମ କଣିକାରେ ଅନେକ ଗୁଡିଏ ଫଳକାକୃତି ସ୍ତର ରହିଥିବାରୁ ସେମାନଙ୍କ ମଧ୍ୟରେ ଅନ୍ତଃ ପୃଷ୍ଠତଳ ରହିଥାଏ । କଲଏଡ ଶ୍ରେଣୀଭୂକ୍ତ କର୍ଦ୍ଦମ କଣିକାଗୁଡିକର ମୋଟ ପୃଷ୍ଠତଳ ପ୍ରତି ଗ୍ରାମ ପିଛା 10ରୁ 1000 ବର୍ଗମିଟର ହୋଇପାରେ ।

ପୃଷ୍ଠତଳ ବିଦ୍ୟୁତ ଚାର୍ଜ

କଲଏଡ କଣିକାଗୁଡିକର ପୃଷ୍ଠତଳ ଚାର୍ଜଯୁକ୍ତ ଥାଏ । ପୃଷ୍ଠତଳର ଉଭୟ ଧାନାତ୍ମକ ଓ ଋଣାତ୍ମକ ଚାର୍ଜଯୁକ୍ତ କ୍ଷେତ୍ରଥାଏ । ଅଧିକାଂଶ କଲଏଡ କଣିକାର ପୃଷ୍ଠତଳରେ ବେଶି ଋଣାତ୍ମକ ଚାର୍ଜ ଓ କମ୍ ଧାନାତ୍ମକ ଚାର୍ଜ ରହିଥିବାର ଦେଖାଯାଏ । ଅମ୍ଳ ମୃତ୍ତିକାରେ ଅକସାଇଡ କର୍ଦ୍ଦମର ପୃଷ୍ଠତଳ ଅଧିକ ଧନାତ୍ମକ ଚାର୍ଜ ଧାରଣ କରେ । ପୃଷ୍ଠତଳ ଚାର୍ଜଯୁକ୍ତ ଥିବାହେତୁ କଲଏଡ କଣିକା ଗୁଡିକ ପରସ୍ପରକୁ ଆକର୍ଷଣ ବ ବିକର୍ଷଣ କରିଥାନ୍ତି ।

ଅଧିଚୋଷଣ

ପୃଷ୍ଠତଳ ଚାର୍ଜଯୁକ୍ତ ଥିବାରୁ କଲଏଡ କଣିକା ଗୁଡିକ ବିପରୀତ ଚାର୍ଜଯୁକ୍ତ କଣିକା ଆୟନ ଜଳର ଅଣୁ ପ୍ରଭୃତିକୁ ଆକୃଷ୍ଟ କରି ଧରି ରଖିଥାନ୍ତି । ଋଣାତ୍ମକ ଚାର୍ଜଯୁକ୍ତ ପୃଷ୍ଠରେ ଧନାତ୍ମକ ଆୟନ ଏବଂ ଧନାତ୍ମକ ଚାର୍ଜଯୁକ୍ତ ପୃଷ୍ଠରେ ଋଣାତ୍ମକ ଆୟନ ଗୁଡିକ ଅଧିଶୋଷିତ ହୋଇ ରହିଥାନ୍ତି । ଅଧିଶୋଷିତ ଅସଂଖ୍ୟ ଆୟନ ସହିତ କଲଏଡ କଣିକାରୁ ଏକ କ୍ଷୁଦ୍ର ବିଦ୍ୟୁତ ସେଲ୍ ସହିତ ତୁଳନା କରାଯାଇପାରେ । ତେଣୁ ବିଦ୍ୟୁତ ଚାର୍ଜଯୁକ୍ତ କଲଏଡକୁ ମାଇସେଲ୍ କୁହାଯାଏ । ଅଧିଶୋଷିତ ଆୟନ ଏବଂ ଜଳ ଅଣୁଗୁଡିକ ମୃତ୍ତିକାସ୍ଥ କଲଏଡ କଣିକା ଓ ମୃତ୍ତିକାର ଭୌତିକ ଓ ରାସାୟନିକ ଗୁଣାବଳୀକୁ ନିୟନ୍ତ୍ରଣ କରେ । ଅଧିଶୋଷିତ ଆୟନଗୁଡିକ ବିସ୍ତାରିତ ସ୍ତର ଭାବରେ ରହିଥାଏ ।

ବିକ୍ଷେପଣ

ମୃତ୍ତିକାକୁ ପାଣିରେ ଗୋଳାଇ ଦେଲେ କଲଏଡ କଣିକାଗୁଡିକ ବିକ୍ଷେପିତ ଅବସ୍ଥାରେ ରହନ୍ତି । କଣିକା ଗୁଡିକ ଆକାରରେ କ୍ଷୁଦ୍ର ହୋଇଥିବାରୁ ଏବଂ ସେମାନଙ୍କର ପୃଷ୍ଠତଳ ଏକ ପ୍ରକାର ବା ସମଚାର୍ଜଯୁକ୍ତ ହୋଇଥିବାରୁ ପରସ୍ପରକୁ ବିକର୍ଷଣ କରନ୍ତି । ଏହା ଫଳରେ ବିକ୍ଷେପଣ ହୁଏ । ପୃଷ୍ଠତଳ ଚାର୍ଜକୁ କୌଣସି ଉପାୟରେ ଅକାମୀ କରିଦେଲେ କଲଏଡ କଣିକା ମଧ୍ୟରେ ବିକର୍ଷଣ ହ୍ରାସପାଏ ଏବଂ ଅନେକ କଣିକା ପୁଞ୍ଜୀଭୂତ ହୋଇଥାନ୍ତି । ଏହାକୁ ସମୁଚୟ ସୃଷ୍ଟି କୁହାଯାଏ ।

ମୃତ୍ତିକା କଲଏଡ ଗୁଡିକର ପ୍ରକାର ଭେଦ

ମୃତ୍ତିକାସ୍ଥ କଲଏଡ ଗୁଡିକୁ ମୁଖ୍ୟତଃ ୨ଟି ଶ୍ରେଣୀରେ ବିଭକ୍ତ କରାଯାଏ ।

  1. ଜୈବ କଲଏଡ
  2. ଜୈବ ପଦାର୍ଥ ବିଘଟନ ହେବା ଫଳରେ ସୂକ୍ଷ୍ମ ହ୍ୟୁମସ୍ ସୃଷ୍ଟିହୁଏ । ଏହି ହ୍ୟୁମସ୍ କଣିକାର ଆକାର କର୍ଦ୍ଦମ କଣିକା ତୁଳନାରେ ମଧ୍ୟ ଖୁବ୍ କ୍ଷୁଦ୍ର ଏଗୁଡ଼ିକର ନିର୍ଦ୍ଧିଷ୍ଟ ଆକାର ନଥାଏ । ତେଣୁ ଏହା ଅନାକୃତି କଲଏଡ କଣିକା । ଏହି କଲଏଡ ପୃଷ୍ଠତଳ କେବଳ ଋଣାତ୍ମକ ଚାର୍ଜଯୁକ୍ତ । ତେଣୁ ଅନ୍ୟାନ୍ୟ ପ୍ରକାର କଲଏଡ ତୁଳନାରେ ଜଳ ଓ ଧନାତ୍ମକ ଆୟନ ଅଧିଚୋଷଣ କରିବା କ୍ଷମତା ଅଧିକ । ନିଜେ ମଧ୍ୟ ମୃତ୍ତିକାସ୍ଥ ଅଜୈବ ବା ଜଡ କଣିକାମାନଙ୍କ ପୃଷ୍ଠତଳରେ ଅଧିଚୋଷିତ ହୋଇ ରହିଥାଏ ।

  3. ଅଜୈବ କଲଏଡ
  4. ମୃତ୍ତିକାସ୍ଥ ବିଭିନ୍ନ ପ୍ରକାର କର୍ଦ୍ଦମ କଣିକା ଏହି କଲଏଡ ଶ୍ରେଣୀଭୂକ୍ତ । ରାସାୟନିକ ଗଠନ ଦୃଷ୍ଟିରୁ କର୍ଦ୍ଦମ କଣିକା ୩ ପ୍ରକାର ଯଥା : -

    • ସିଲକେଟ କର୍ଦ୍ଦମ
    • ଏଗୁଡିକ ମୁଖ୍ୟତଃ ସିଲିକା , ଆଲୁମିନା, ଅମ୍ଳଜାନ ବା ହାଇଡ୍ରକସିଲ କୁ ନେଇ ଗଠିତ । ପ୍ରତ୍ୟକ କର୍ଦ୍ଦମ କଣିକାରେ ଅନେକଗୁଡିଏ ସ୍ଫଟିକ ଫଳକ ଥାଏ । ସ୍ଫଟିକ ଫଳକଗୁଡିକ ଏକ ଉପରେ ଆରେକ ଉପର ତଳ ହୋଇ ସଜାଇ ହୋଇ ରହିଥାଏ ଏବଂ ସେମାନଙ୍କ ମଧ୍ୟରେ ଶୂନ୍ୟସ୍ଥାନ ରହିଥାଏ । ଏଗୁଡିକ ସ୍ଫଟିକାକୃତି ମୃତ୍ତିକାରେ ପରିଦୃଶ୍ୟ ହେଉଥିବା ବିଭିନ୍ନ ପ୍ରକାର ସିଲିକେଟ କର୍ଦ୍ଦମ ଗୁଡିକ ହେଲା -

      • କାଓଲିନାଇଟ
      • ଇଲାଇଟ
      • ମଣ୍ଟମରିଲୋନାଇଟ
      • ବେଡ ଲାଇଟ
      • କ୍ଳୋରାଇଟ
      • ଭୂମି କୁଲାଇଟ
    • ଲୌହ ଓ ଆଲୁମିନା ହାଇଡ୍ରସ ଅକସାଇଡ କର୍ଦ୍ଦମ
    • ନୀରକ୍ଷ ବୃତ୍ତିୟ ଅଞ୍ଚଳରେ ଏବଂ ଉଷ୍ମମଣ୍ଡଳୀୟ ଜଳବାୟୁ ଥିବା ଅଞ୍ଚଳରେ ପରିଦୃଶ୍ୟ ହେଉଥିବା ଲାଲ୍ ଓ ଲାଟେରାଇଟ ଶ୍ରେଣୀର ମୃତ୍ତିକାରେ ଏହି ପ୍ରକାର କର୍ଦ୍ଦମ ବହୁଳ ପରିମାଣରେ ଥାଏ । ଏଗୁଡିକ ଲୌହ ଅକସାଇଡ ବା ଆଲୁମିନା ଅକସାଇଡ ଅଣୁ ଏବଂ ଅଧିଶୋଷିତ ଜଳ ଅଣୁକୁ ନେଇ ଗଠିତ । ତେଣୁ ସେମାନଙ୍କୁ ହାଇଡ୍ରସ ଅକସାଇଡ ମଧ୍ୟ କୁହାଯାଏ । ଏହି ପ୍ରକାର କର୍ଦ୍ଦମ କଣିକାଗୁଡିକ ଆକୃତି ବିହୀନ ଏବଂ ଏମାନଙ୍କର ପୃଷ୍ଠତଳ ଅଧିକ ଧନାତ୍ମକ ଚାର୍ଜ ବହନ କରିଥାଏ । ଗିବ ସାଇଟ , ଗିଓଥାଇଟ , ଳିମୋନାଇଟ ପ୍ରଭୃତି କର୍ଦ୍ଦମ ଏହି ଶ୍ରେଣୀଭୂକ୍ତ । ଏଗୁଡିକ ମୃତ୍ତିକାକୁ ଲାଲ୍ , ବାଦାମୀ ବା ହଳଦିଆ ରଙ୍ଗ ପ୍ରଦାନ କରନ୍ତି । ଏହି ପ୍ରକାର କର୍ଦ୍ଦମର ନମନୀୟତା ଏବଂ ଚିକିଟା ପ୍ରକୃତି ଖୁବ୍ କମ୍ ।

    • ଆଲୋଫେନ କର୍ଦ୍ଦମ
    • ଏହା ମଧ୍ୟ ଆଲୁମିନା , ସିଲିକା ଏବଂ ଅମ୍ଳଜାନ ଅଣୁକୁ ନେଇ ଗଠିତ । କିନ୍ତୁ ସିଲିକେଟ କର୍ଦ୍ଦମ ଭଳି ଫଳକାକୃତି ସ୍ଫଟିକ ନୁହେଁ । ବରଂ ନିର୍ଦ୍ଧିଷ୍ଟ ଆକୃତି ନଥିବା ସିଲିକେଟ କଲଏଡ ବୋଲି ଧରାଯାଏ । ଆଗ୍ନେୟଗିରି ଉଦଗୀରଣ ପାଉଁଶରୁ ସୃଷ୍ଟି ମୃତ୍ତିକାରେ ଏହି କର୍ଦ୍ଦମର ବାହୁଲତା ଦେଖାଯାଏ । ଏହି ପ୍ରକାର କଲଏଡର ଉଭୟ ଧନାତ୍ମକ ଓ ଋଣାତ୍ମକ ଅଧିଶୋଷଣ କ୍ଷମତା ଅଧିକ ।

ମୃତ୍ତିକାର ବିଭିନ୍ନ ରାସାୟନିକ ଧର୍ମ

ଆୟନ ବିନିୟମ

ମୃତ୍ତିକାରେ ଥିବା କଲଏଡ କଣିକାଗୁଡିକର ପୃଷ୍ଠତଳ ବିଦ୍ୟୁତ ଚାର୍ଜଯୁକ୍ତ ଥାଏ ବୋଲି ଆଗରୁ କୁହାଯାଉଛି । ପୃଷ୍ଠତଳର ଧନାତ୍ମକ ଚାର୍ଜଯୁକ୍ତ କ୍ଷେତ୍ର 4 , 4 , ପ୍ରଭୃତି ଋଣାତ୍ମକ ଆୟନ ଗୁଡିକୁ ଆକର୍ଷଣ କରେ ଏବଂ ଋଣାତ୍ମକ ଚାର୍ଜଯୁକ୍ତ କ୍ଷେତ୍ର ପ୍ରଭୃତି ଧନାତ୍ମକ ଆୟନ ଗୁଡିକୁ ଆକର୍ଷଣ କରେ । ଆୟନ ଗୁଡିକୁ ଆକର୍ଷିତ ହୋଇ ବିପରୀତ ଚାର୍ଜ ଉପରେ ଅଧିଶୋଷିତ ହୋଇ ରହନ୍ତି । ଆୟନ ଗୁଡିକ ଆକର୍ଷିତ ହୋଇ ବିପରୀତ ହାର୍ଜ ଉପରେ ଅଧିଚୋଷିତ ହୋଇ ରହନ୍ତି । ଏହାକୁ ଆୟନ ଅଧିଚୋଷିତ କୁହାଯାଏ ।

ଅଧିଚୋଷିତ ଆୟନଗୁଡିକ ମୃତ୍ତିକା ଦ୍ରବଣରେ ଥିବା ସମପ୍ରକାର ଆୟନଗୁଡିକ ସହିତ ରାସାୟନିକ ସାମ୍ୟାବ୍ୟସ୍ଥା ପ୍ରତିଷ୍ଠା କରି ରହିଥାନ୍ତି । ମୃତ୍ତିକା ଦ୍ରବଣରେ କୌଣସି ଆୟନର ସାନ୍ଧ୍ରତାରେ ବୃଦ୍ଧି ବା ହ୍ରାସ ଘଟିଲେ ଅଧିଚୋଷିତ ହୋଇଥିବା ଉକ୍ତ ଆୟନର ପରିମାଣ ମଧ୍ୟ ସେହି ଅନୁପାତରେ ବୃଦ୍ଧି ବା ହ୍ରାସ ହୁଏ । ମୃତ୍ତିକା ଦ୍ରବଣରେ ଯେଉଁ ଆୟନର ପରିମାଣ ବୃଦ୍ଧିପାଏ କଲଏଡ ପୃଷ୍ଠରେ ତାହା ଅଧିକ ମାତ୍ରାରେ ଅଧିଚୋଷିତ ହୁଏ ଏବଂ ଏହାର ପ୍ରତିବଦଳରେ କଲଏଡ ପୃଷ୍ଠରୁ ଅନ୍ୟ ଅଧିଚୋଷିତ ଆୟନ ସ୍ଥାନ ଚ୍ୟୁତ ହୋଇ ମୃତ୍ତିକା ଦ୍ରବଣ ମଧ୍ୟକୁ ଚାଲିଯାଏ । ଏହାର କାରଣ ନିର୍ଦ୍ଧିଷ୍ଟ ମୃତ୍ତିକାରେ କଲଏଡର ପୃଷ୍ଠତଳ ଚାର୍ଜ ପରିମାଣ ପ୍ରାୟ ସ୍ଥିର । ଏହି ପ୍ରକ୍ରିୟାକୁ ଆୟନ ବିନିମୟ କୁହାଯାଏ । କଲଏଡ ପୃଷ୍ଠତଳ ଓ ମୃତ୍ତିକା ଦ୍ରବଣ ମଧ୍ୟରେ ଧନାତ୍ମକ ଆୟନ ବିନିମୟ ଏବଂ ଋଣାତ୍ମକ ଆୟନ ବିନିମୟ ନିମ୍ନ ସମୀକରଣରେ ବୁଝାଇ ଦିଆଯାଇଛି ।

  • ଧନାତ୍ମକ ଆୟନ ବିନିମୟ
  • ଉଦାହରଣ ସ୍ୱରୂପ, ଯେତେବେଳେ ଜୈବିକ ପଦାର୍ଥ ଅପଘଟନ ହୁଏ ଜୈବିକ ଅମ୍ଳ ନିର୍ଗତ ହୁଏ । ଏହା ଫଳରେ ମୃତ୍ତିକା ଦ୍ରବଣରେ ର ସାନ୍ଧ୍ରତା ବୃଦ୍ଧିପାଏ । ତେଣୁ ଅଧିକ ଆୟନ ଅଧିଶୋଷିତ ହୁଏ । ପ୍ରତି ୨ଟି ପୃଷ୍ଠତଳକୁ ଅପସାରିତ ହେଲେ ଗୋଟିଏ ବା ବା ୨ଟି କଲଏଡ ପୃଷ୍ଠତଳରୁ ଅପସାରିତ ହୁଏ । ସେହିପରି ସାର ବା ମୃତ୍ତିକା ବିଶୋଧକ ଇତ୍ୟାଦି ପ୍ରୟୋଗ କଲେ ମୃତ୍ତିକା ଦ୍ରବଣରେ ସେହି ସାରରେ ଥିବା ଧନାତ୍ମକ ଆୟନର ସାନ୍ଧ୍ରତା ବୃଦ୍ଧିପାଏ । ତେଣୁ ଧନାତ୍ମକ ଆୟନ ଅଧିକ ପରିମାଣରେ ଅଧିଶୋଷିତ ହୁଏ ଏବଂ ଏହା ବଦଳରେ ସେତିକି ଧନାତ୍ମକ ଚାର୍ଜ ଥିବା ଅନ୍ୟ ଆୟନ ପୃଷ୍ଠତଳରୁ ବାହାରିଯାଏ ।

  • ଋଣାତ୍ମକ ଆୟନ ବିନିମୟ
  • ଉଦାହରଣ ସ୍ୱରୂପ ଜିପସମ୍ ପ୍ରୟୋଗ କଲେ ମୃତ୍ତିକା ଦ୍ରବଣରେ ସାନ୍ଧ୍ରତା ବୃଦ୍ଧିପାଏ । ତେଣୁ ଅଧିକ ଅଧିଚୋଷିତ ହୁଏ ଏବଂ ପ୍ରତିବଦଳରେ ବା ଇତ୍ୟାଦି ପୃଷ୍ଠତଳରୁ ଦ୍ରବଣକୁ ଚାଲିଯାଏ । ଫସଫେଟ୍ ସାର ପ୍ରୟୋଗ କଲେ ଅଧିକ ଅଧିଶୋଷିତ ହୁଏ ଏବଂ ପ୍ରତି ବଦଳରେ ପ୍ରଭୃତି କଲଏଡ ପୃଷ୍ଠତଳକୁ ଦ୍ରବଣକୁ ଚାଲିଯାଏ ।

ଏହି ବିନିମୟ ସମାନ ଚାର୍ଜ ଭିତ୍ତିରେ ହୁଏ । ଅର୍ଥାତ୍ ଯେତିକି ଚାର୍ଜଥିବା ଆୟନ ଅଧିଶୋଷିତ ହୁଏ ସେତିକି ଚାର୍ଜଥିବା ଆୟନ କଲଏଡ ପୃଷ୍ଠତଳରୁ ଦ୍ରବଣକୁ ଯାଏ । ଦ୍ରବଣକୁ ଯାଉଥିବା ଆୟନ ଖାଦ୍ୟସାର ଭାବରେ ଉଦ୍ଭିଦ ଦ୍ଵାରା ବ୍ୟବହୃତ ହୁଏ କିମ୍ବା ଜଳ ନିକ୍ଷାଳନ ଦ୍ଵାରା ମୃତ୍ତିକାରୁ ନଷ୍ଟ ହୁଏ ।

ମୃତ୍ତିକାର ଆୟନ ଶକ୍ତି

ମୃତ୍ତିକାରେ କଲଏଡର ପ୍ରକାର ଓ ପରିମାଣ ଉପରେ ନିର୍ଭର କରି ଧନାତ୍ମକ ଏବଂ ଋଣାତ୍ମକ ଆୟନ ଶକ୍ତି କମ୍ ବା ବେଶି ହୋଇଥାଏ । ଏହି ବିନିମୟ ଶକ୍ତିକୁ କି.ଗ୍ରା. ମୃତ୍ତିକା ପିଛା ସେଣ୍ଟିମିଟର ଚାର୍ଜ ହିସାବରେ ପ୍ରକାଶ କରାଯାଏ । ଉଦାହରଣସ୍ୱରୂପ, ଧନାତ୍ମକ ଆୟନ ବିନିମୟ ଶକ୍ତି ଏବଂ ଋଣାତ୍ମକ ଆୟନ ବିନିମୟ ଶକ୍ତି ଲେଖାଯାଏ ।

ବିଭିନ୍ନ ପ୍ରକାର କଲଏଡର ବିନିମୟ ଶକ୍ତି କଲଏଡ ପ୍ରକାର ଧନାତ୍ମକ ଆୟନ ବିନିମୟ ଶକ୍ତି

  • କାଓଲିନାଇଟ କର୍ଦ୍ଦମ = 2 – 5
  • ଇଲାଇଟ କର୍ଦ୍ଦମ ଓ କ୍ଳୋରାଇଟ କର୍ଦ୍ଦମ = 15 – 40
  • ମଣ୍ଟମରିଲୋନାଇଟ କର୍ଦ୍ଦମ = 80 – 120
  • ଭର୍ମିକୁଲାଇଟ କର୍ଦ୍ଦମ = 100 – 180
  • ହ୍ୟୁମସ୍ = 200 – 750

ତେଣୁ ଯେଉଁ ମୃତ୍ତିକାରେ ଅଧିକ ଜୈବ ପଦାର୍ଥ ଏବଂ ମଣ୍ଟମରିଲୋନାଇଟ ଏବଂ ଊର୍ମିକୁଲାଇଟ କର୍ଦ୍ଦମ ଥାଏ ତାହାର ଧନାତ୍ମକ ଆୟନ ବିନିମୟ ଶକ୍ତି ଅଧିକ ହୋଇଥାଏ । କମ୍ ଜୈବ ପଦାର୍ଥ ଥିବା ଏବଂ ମୁଖ୍ୟତଃ କାଓଲିନାଇଟ ଏବଂ ଲୌହ କିମ୍ବା ଆଲୁମିନା ଅକସାଇଡ କର୍ଦ୍ଦମ ଥିବା ମୃତ୍ତିକାର ଧାନାତ୍ମକ ଆୟନ ବିନିମୟ ଶକ୍ତି ବହୁତ କମ୍ । ସେଥିପାଇଁ କୃଷ୍ଣକାର୍ପାସ ମୃତ୍ତିକାର ଧନାତ୍ମକ ଆୟନ ବିନିମୟ ଶକ୍ତି ବହୁତ କମ୍ । ସେଥିପାଇଁ କୃଷ୍ଣକାର୍ପାସ ମୃତ୍ତିକାର ଧନାତ୍ମକ ଆୟନ ବିନିମୟ ଶକ୍ତି ବହୁତ କମ୍ । ସେଥିପାଇଁ କୃଷ୍ଣକାର୍ପାସ ମୃତ୍ତିକାର ଶକ୍ତି ଅଧିକ ଓ ଲାଟେରାଇଟ ମୃତ୍ତିକାର ଶକ୍ତି କମ୍ ଥିବାର ଦେଖାଯାଏ ।

ଅଧିକ ଧନାତ୍ମକ ଆୟନ ବିନିମୟ ଶକ୍ତିଥିବା ମୃତ୍ତିକା ଅଧିକ , ପ୍ରଭୃତି ଅଧିଚୋଷଣ କରି ଧରି ରଖିପାରେ । ଯାହା ଫଳରେ ଏଗୁଡିକ ସହଜେ ନିକ୍ଷାଳନ ଦ୍ଵାରା ମୃତ୍ତିକାରୁ ନଷ୍ଟ ହୁଏ ନାହିଁ । କିନ୍ତୁ ଉଦ୍ଭିଦର ଚେର ଏଗୁଡିକୁ ସହଜରେ ବିନିମୟ ପ୍ରଣାଳୀ ସାହାଯ୍ୟରେ ଖାଦ୍ୟସାର ଭାବରେ ଗ୍ରହଣ କରିପାରେ । ତେଣୁ ସାଧାରଣତଃ ଅଧିକ ଅଧିଚୋଷଣ କ୍ଷମତା ଥିବା ମୃତ୍ତିକାଗୁଡିକ ଅଧିକ ଉର୍ବର ହୋଇଥିବାର ଦେଖାଯାଏ ।

ମୃତ୍ତିକାର କ୍ଷାରକ ସଂତୃପ୍ତି

ମୃତ୍ତିକା କଲଏଡ ଦ୍ଵାରା ଅଧିଚୋଷିତ ହୋଇ ରହିଥିବା ଧନାତ୍ମକ ଆୟନମାନଙ୍କ ମଧ୍ୟରୁ, ଅମ୍ଳକାରକ ଏବଂ ପ୍ରଭୃତି କ୍ଷାରକ ବା କ୍ଷାର ବର୍ଦ୍ଧକ । ତେଣୁ ମୃତ୍ତିକାର ମୋଟ ଧନାତ୍ମକ ଆୟନ ବିନିମୟ ଶକ୍ତିର ଯେତେ ଶତାଂଶ କ୍ଷାରକ ଆୟନମାନଙ୍କ ଦ୍ଵାରା ପରିତୃପ୍ତ ହୋଇଥାଏ ତାହାକୁ କ୍ଷାରକ ସଂତୃପ୍ତି କୁହାଯାଏ

ଉଦାହରଣ

ମନେକର ଗୋଟିଏ ମୃତ୍ତିକାର ଧନାତ୍ମକ ଆୟନ ବିନିମୟ ଶକ୍ତି = 25 C. mal/ KG ସେହି ମୃତ୍ତିକାରେ କ୍ଷାରକ ଆୟନମାନଙ୍କର ପରିମାଣ –

Ca = 15 C.mol / KG

Mg = 3 C.mol / KG

K+ = 1 C. mol/ KG

= 0.5 C. mol / KG

= 0.5 C. mol / KG

ମୋଟ କ୍ଷାରକ ପରିମାଣ = 20 C. mol / KG

କ୍ଷାରକ ସଂପୃକ୍ତି = 20C . mol / KG X 100 / 25C . mol / KG = 80%

ମୃତ୍ତିକାର ପ୍ରତିକ୍ରିୟା

ପ୍ରତିକ୍ରିୟା କହିଲେ ମୋଟାମୋଟି ଭାବେ ଅମ୍ଳତ୍ଵ ବା କ୍ଷାରତ୍ଵକୁ ବୁଝାଏ । ଯେକୌଣସି ଲଘୁ ଦ୍ରବଣର ପ୍ରତିକ୍ରିୟା ଅମ୍ଳୀୟ ବା କ୍ଷାରୀୟ ବା ନିରପେକ୍ଷ ହୋଇପାରେ । ଦ୍ରବଣରେ ଆୟନ ଆୟନ ତୁଳନାରେ ଅଧିକ ହେଲେ ତାହା ଅମ୍ଳୀୟ ହୋଇଥାଏ , ଆୟନ ଆୟନ ତୁଳନାରେ ଅଧିକ ହେଲେ କ୍ଷାରୀୟ ଏବଂ ଉଭୟ ପ୍ରକାର ଆୟନର ଅନୁପାତ ସମାନ ଥିଲେ ପ୍ରତିକ୍ରିୟା ନିରପେକ୍ଷ ହୁଏ । ପ୍ରତିକ୍ରିୟାର ତ୍ରୀବ୍ରତାକୁ PH ସ୍କେଲରେ ମପାଯାଏ । PH = - Log । ଜଳରେ ପ୍ରସ୍ତୁତ ଯେକୌଣସି ଲଘୁ ଦ୍ରବଣର PH ସର୍ବନିମ୍ନ 0 ରୁ ସର୍ବାଧିକ 14 ମଧ୍ୟରେ ରହିପାରେ । PH ଠାରୁ 7 ମଧ୍ୟରେ ଥିଲେ ଅମ୍ଳୀୟ , 7 ରୁ 14 ମଧ୍ୟରେ ରହିଲେ କ୍ଷାରୀୟ ଏବଂ 7.0 ଥିଲେ ନିରପେକ୍ଷ ବୋଲି ଜଣାଯାଏ । ଯେହେତୁ PH ସ୍କେଲ log ସ୍କେଲ, ତେଣୁ PH , 1 ଏକକ କମିଲେ ଅମ୍ଳତା 10 ଗୁଣ ବଢିଯାଏ 2 ଏକକ କମିଲେ ଅମ୍ଳତା 100 ଗୁଣ ବଢିଯାଏ । ମୃତ୍ତିକାର ପ୍ରତିକ୍ରିୟା କହିଲେ ମୃତ୍ତିକା ପ୍ରଲଭନ ର ପ୍ରତିକ୍ରିୟାକୁ ବୁଝାଏ । ସାଧାରଣତଃ ମୃତ୍ତିକାର ପ୍ରତିକ୍ରିୟା PH , 4.0 ରୁ 10.0 ମଧ୍ୟରେ ରହିପାରେ । ମୃତ୍ତିକାର PH, 6.5 ରୁ 7.4 ମଧ୍ୟରେ ଥିଲେ ଏହାକୁ ନିରପେକ୍ଷ ମୃତ୍ତିକା ବୋଲି ଧରାଯାଏ । 6.5 ରୁ କମ୍ ଥିଲେ ଅମ୍ଳୀୟ ଏବଂ 7.4 ରୁ ଅଧିକ ଥିଲେ ମୃତ୍ତିକା କ୍ଷାରୀୟ ବୋଲି କୁହାଯାଏ ।

ମୃତ୍ତିକା ପ୍ରତିକ୍ରିୟାର ତ୍ରୀବ୍ରତାକୁ ଗୁଣାତ୍ମକ ଭାଷାରେ ନିମ୍ନମତେ ପ୍ରକାଶ କରାଯାଏ ।

PH

ମୃତ୍ତିକା ପ୍ରତିକ୍ରିୟା ତ୍ରୀବ୍ରତା

4 ରୁ କମ୍

ଅତି ତୀବ୍ର ଅମ୍ଳୀୟ

4 ରୁ 5

ତୀବ୍ର ଅମ୍ଳୀୟ

5 ରୁ 6

ମଧ୍ୟଭଳି ଅମ୍ଳୀୟ

6 ରୁ 6.5

ସାମାନ୍ୟ ଅମ୍ଳୀୟ

6.5 ରୁ 7.4

ନିରପେକ୍ଷ

7.4 ରୁ 8.0

ସାମାନ୍ୟ କ୍ଷାରୀୟ

8 ରୁ 9

ମଧ୍ୟଭଳି କ୍ଷାରୀୟ

9 ରୁ 10

ତୀବ୍ର କ୍ଷାରୀୟ

10 ରୁ ଅଧିକ

ଅତି ତୀବ୍ର କ୍ଷାରୀୟ

ଅମ୍ଳୀୟ ମୃତ୍ତିକା

ମୃତ୍ତିକା କଲଏଡ ପୃଷ୍ଠତଳରେ ଥିବା ଆୟନ ବିୟୋଜନ ହେଲେ ମୃତ୍ତିକା ଦ୍ରବଣରେ ଆୟନର ସକ୍ରିୟତା ବୃଦ୍ଧିପାଏ । ମୃତ୍ତିକା ଦ୍ରବଣର ଆୟନର ସକ୍ରିୟତାକୁ PH ଭାବରେ ପ୍ରକାଶ କରାଯାଉଥିବାରୁ ଏହାକୁ ସକ୍ରିୟ ଅମ୍ଳତା କୁହାଯାଏ । କିନ୍ତୁ ଏହି ସକ୍ରିୟ ଅମ୍ଳତାର ଉତ୍ସ ହେଉଛି କଲଏଡ ପୃଷ୍ଠତଳର ଅଧିଶୋଷିତ ହୋଇଥିବା ସକ୍ରିୟ ଅମ୍ଳତାକୁ ଚୂନ ବା କ୍ଷାର ଦ୍ଵାରା ପ୍ରଶମନ କଲେ ପୃଷ୍ଠତଳରୁ ଅଧିକ ଏବଂ ଆୟନ ବିୟୋଜନ ହୋଇ ପୁଣି ସକ୍ରିୟ ଅମ୍ଳ ସୃଷ୍ଟି କରେ । କଲଏଡ ପୃଷ୍ଠତଳରେ ଏବଂ ଗଚ୍ଛିତ ଥିବା ପର୍ଯ୍ୟନ୍ତ ସକ୍ରିୟ ଅମ୍ଳତାକୁ ସମ୍ପୂର୍ଣ୍ଣ ପ୍ରଶମନ କରିବା ସମ୍ଭବ ନୁହେଁ । ତେଣୁ କଲଏଡ ପୃଷ୍ଠତଳସ୍ଥ ଅଧିଶୋଷିତ ଏବଂ କୁ ଗଚ୍ଛିତ ଅମ୍ଳତା କୁହାଯାଏ । ଏହାକୁ ବିନିମୟଶୀଳ ଅମ୍ଳତା ମଧ୍ୟ କୁହାଯାଏ ।

ଅମ୍ଳୀୟ ମୃତ୍ତିକାରେ ଗଚ୍ଛିତ ଅମ୍ଳତାର ପରିମାଣ ସକ୍ରିୟ ଅମ୍ଳତା ପରିମାଣ ତୁଳନାରେ ଅନେକ ଗୁଣ ଅଧିକ ଥାଏ । ଦୁଇଟି ମୃତ୍ତିକାର PH ସମାନ ଥିଲେ ବୁଝିବାକୁ ହେବ ଯେ ସକ୍ରିୟ ଅମ୍ଳତାର ପରିମାଣ ଉଭୟ ମୃତ୍ତିକାରେ ସମାନ । କିନ୍ତୁ ତନ୍ମଧ୍ୟରୁ ଯେଉଁ ମୃତ୍ତିକାର ଧନାତ୍ମକ ଆୟନ ବିନିମୟ ଶକ୍ତି ଅଧିକ ତାହାର ଗଚ୍ଛିତ ଅମ୍ଳତାର ପରିମାଣ ଅଧିକ ହେବା ନିଶ୍ଚିତ । ମୃତ୍ତିକାର ସକ୍ରିୟ ଅମ୍ଳତା ଏବଂ PH କ୍ଷାରକ ସଂତୃପ୍ତି ସହିତ ସମାନୁପାତିକ । ସାଧାରଣତଃ କ୍ଷାରକ ସଂତୃପ୍ତି 75 % ରୁ କମ୍ ଥିଲେ ମୃତ୍ତିକା ଅମ୍ଳୀୟ ହୁଏ । କ୍ଷାରକ ସଂପୃକ୍ତି ଯେତେ କମ୍ ଥିବ ଅମ୍ଳତା ସେତେ ଅଧିକ ବା ତୀବ୍ର ହେବ ।

ମୃତ୍ତିକା ଅମ୍ଳ ହେବାର କାରଣ

  1. ବାଲି ପଥର , ଗ୍ରାନାଇଟ ପ୍ରଭୃତି ଅମ୍ଳୀୟ ଶୀଳାରୁ ସୃଷ୍ଟି ହୋଇଥିବା ମୃତ୍ତିକା ଗୁଡିକ ଅମ୍ଳୀୟ ।
  2. ଅଧିକ ବୃଷ୍ଟିପାତ ହେଉଥିବା ଅଞ୍ଚଳରେ ନିକ୍ଷାଳନ ପ୍ରକ୍ରିୟା ଦ୍ଵାରା ମୃତ୍ତିକାରୁ, ପ୍ରଭୃତି କ୍ଷାରକ ଧନାତ୍ମକ ଆୟନ ଜଳ ସହିତ ବାହାରିଯାଏ । ଏହା ଫଳରେ ମୃତ୍ତିକାର କ୍ଷାରକ ସଂତୃପ୍ତି କମିଯାଏ ଏବଂ ମୃତ୍ତିକା ଅମ୍ଳୀୟ ହୁଏ ।
  3. ଅମ୍ଳ ସୃଷ୍ଟିକାରୀ ରାସାୟନିକ ସାର ବାରମ୍ବାର ପ୍ରୟୋଗ କରିବା ଫଳରେ ମୃତ୍ତିକା ଅମ୍ଳୀୟ ହୁଏ ।

ଲବଣାକ୍ତ ଓ କ୍ଷାରୀୟ ମୃତ୍ତିକା

ଏହି ଶ୍ରେଣୀର ମୃତ୍ତିକା ଗୁଡିକରେ କ୍ଷାରକ ସଂତୃପ୍ତି ଅଧିକ ଥାଏ ଏବଂ ବିନିମୟଶୀଳ ଏବଂ ର ପରିମାଣ ଅତି କମ୍ ବା ନଗଣ୍ୟ । ମୃତ୍ତିକାରେ ଥିବା ଦ୍ରବୀଭୂତ ଲବଣର ମାତ୍ରା ଓ ପ୍ରକାର ତଥା ବିନିମୟଶୀଳ କ୍ଷାରକ ଆୟନ ଗୁଡିକର ଅନୁପାତ ଭିତ୍ତିରେ ଏହି ମୃତ୍ତିକା ଗୁଡିକୁ ୩ଟି ଉପଶ୍ରେଣୀରେ ବିଭକ୍ତ କରାଯାଇଛି । ଯଥା :

ଲବଣାକ୍ତ ମୃତ୍ତିକା

ଏହି ମୃତ୍ତିକାରେ ଅଧିକ ପରିମାଣରେ ସଲଫେଟ ଏବଂ କ୍ଳୋରାଇଡ ଲବଣ ଦ୍ରବୀଭୁତ ଅବସ୍ଥାରେ ଥାଏ । ଏହି ଲବଣ ଗୁଡିକ ନିରପେକ୍ଷ ଲବଣ ହୋଇଥିବାରୁ ଏବଂ ମୃତ୍ତିକାର ସଂତୃପ୍ତି ୧୫% ରୁ କମ୍ ଥିବାରୁ ମୃତ୍ତିକାର ପ୍ରତିକ୍ରିୟା ବିଶେଷ କ୍ଷାରୀୟ ନ ହୋଇ ସାମାନ୍ୟ କ୍ଷାରୀୟ ବା ନିରପେକ୍ଷ ରହେ । ଅବଶ୍ୟ ସମୁଦ୍ର ଉପକୂଳବର୍ତ୍ତୀ କେତେକ ଲବଣାକ୍ତ ମୃତ୍ତିକା ସାମାନ୍ୟ ଅମ୍ଳୀୟ ଥିବାର ଦେଖାଯାଏ । ଅନେକ ସମୟରେ ଗ୍ରୀଷ୍ମକାଳରେ ମୃତ୍ତିକା ପୃଷ୍ଠରେ ଲବଣ ଗୁଡିକ ଜମିଯାଏ ଏବଂ ଧଳା ଲବଣ ସ୍ତର ଭଳି ଦେଖାଯାଏ । ତେଣୁ ଏ ପ୍ରକାର ମୃତ୍ତିକାକୁ ଧଳାକ୍ଷାରୀ ମୃତ୍ତିକା କୁହାଯାଏ । ମୃତ୍ତିକା ଦ୍ରବଣରେ ଦ୍ରବୀଭୂତ ଲବଣ ଅଧିକ ଥିବାରୁ ଏହାର ବିଦ୍ୟୁତ ପରିବାହିତ ରୁ ଅଧିକ ଥାଏ ।

କ୍ଷାରୀ ମୃତ୍ତିକା

ଏହି ପ୍ରକାର ମୃତ୍ତିକାରେ ଦ୍ରବୀଭୂତ ଲବଣର ପରିମାଣ ଅପେକ୍ଷାକୃତ କମ୍ । ତେଣୁ ମୃତ୍ତିକା ଦ୍ରବଣର ବିଦ୍ୟୁତ ପରିବାହିତା ରୁ କମ୍ । ଯେଉଁ ଦ୍ରବୀଭୂତ ଲବଣ ଥାଏ ତାହାର ମୁଖ୍ୟଭାଗ ସୋଡିଅମ କାର୍ବୋନେଟ ବା ସୋଡିଅମ ବାଇକାର୍ବୋନେଟ ଭାବରେ ଥାଏ । ମୃତ୍ତିକାରେ ବିନିମୟଶୀଳ ସୋଡିଅମର ଅନୁପାତରୁ ଅଧିକ ଥାଏ । ବିନିମୟଶୀଳ ସୋଡିଅମର ବିୟୋଜନ ଏବଂ ସୋଡିଅମର କାର୍ବୋନେଟର ଜଳ ସହିତ ରାସାୟନିକ ପ୍ରତିକ୍ରିୟା ହେତୁ ମୃତ୍ତିକା ଦ୍ରବଣରେ ଆୟନର ସକ୍ରିୟତା ବହୁତ ଅଧିକ ଥାଏ ଏବଂ ଆୟନର ସକ୍ରିୟତା ବହୁତ କମିଯାଏ । ତେଣୁ ମୃତ୍ତିକାର PH ସର୍ବଦା 8.5 ରୁ ଅଧିକ ଥାଏ ଓ ସ୍ଥଳ ବିଶେଷରେ 10 ବା ତାଠାରୁ ଅଧିକ ହୋଇଯାଏ ।

ଉପରୋକ୍ତ ରାସାୟନିକ ପ୍ରକ୍ରିୟାରୁ ଦେଖାଯାଇଛି ଯେ ମୃତ୍ତିକା ଦ୍ରବଣରେ ସୋଡିଅମ ହାଇଡ୍ରୋକସାଇଡ ସୃଷ୍ଟି ହେଉଛି । ଏହା ଗୋଟିଏ ତୀବ୍ର କ୍ଷାରୀୟ ପଦାର୍ଥ ଏବଂ ଦ୍ରବଣରେ ଆୟନ ବୃଦ୍ଧିକାରକ ।

ଉପରୋକ୍ତ କାରଣରୁ ମୃତ୍ତିକା ଅତ୍ୟଧିକ କ୍ଷାରୀ ହୋଇଯାଏ । କ୍ଷାରୀ ମୃତ୍ତିକାରେ କର୍ଦ୍ଦମ କଣିକା ଗୁଡିକ ବିପେକ୍ଷିତ ଅବସ୍ଥାରେ ରହେ । ତେଣୁ ମୃତ୍ତିକା ସଂରଚନା ଦେଖାଯାଏ ନାହିଁ । ମୃତ୍ତିକାରେ ସାନ୍ଧ୍ର ଚିକିଟା ସ୍ତର ସୃଷ୍ଟି ହୁଏ । ଏହି ସାନ୍ଧ୍ରସ୍ତର ମଧ୍ୟ ଦେଇ ଜଳ ନିଗିଡି ପାରେନାହିଁ । ବାୟୁ ଚଳାଚଳରେ ବ୍ୟାଘାତ ଘଟେ । ଶୁଷ୍କ ଅବସ୍ଥାରେ ଏହା ଅତି କଠିନ ହୋଇଯାଏ । ମୃତ୍ତିକାରେ ଥିବା ହ୍ୟୁମସ୍ ବିପେକ୍ଷିତ ହୋଇ ମୃତ୍ତିକା ପୃଷ୍ଠକୁ ଉଠିଆସେ ଏବଂ ଚିକ୍କଣ ପତଳା କଳାସ୍ତର ସୃଷ୍ଟିକରେ । ତେଣୁ ପୃଷ୍ଠତଳ କଳାରଙ୍ଗ ଦେଖାଯାଏ । ସେହି ହେତୁ ଏହାକୁ କଳାକ୍ଷାରୀ ମୃତ୍ତିକା ମଧ୍ୟ କୁହାଯାଏ ।

ଲୁଣାକ୍ଷାରୀ ମୃତ୍ତିକା

ଏହି ପ୍ରକାର ମୃତ୍ତିକାରେ ଉଭୟ ଦ୍ରବୀଭୂତ ଲବଣ ଓ ବିନିମୟଶୀଳ ସୋଡିଅମ ସଂପୃକ୍ତି ଅଧିକ ଥାଏ । ତେଣୁ ମୃତ୍ତିକା ଦ୍ରବଣର ବିଦ୍ୟୁତ ପରିବାହିତା 4 m.m hos/ cm ରୁ ଅଧିକ । ନିରପେକ୍ଷ ସଲଫେଟ ଓ କ୍ଳୋରାଇଡ ଲବଣ ବ୍ୟତୀତ ଅଳ୍ପ କାର୍ବୋନେଟ ଓ ବାଇକାର୍ବୋନେଟ ଲବଣ ମଧ୍ୟ ଥାଏ । ସୋଡିଅମ ସଂପୃକ୍ତି 15% ରୁ ଅଧିକ ଥିଲେ ମଧ୍ୟ ଦ୍ରବୀଭୂତ ଲବଣର ଚାପ ଯୋଗୁଁ ତାହାର ବିୟୋଜନ ହୋଇପାରେ ନାହିଁ । ତେଣୁ PH 8.5 ରୁ କମ୍ ରହିଥାଏ ; କିନ୍ତୁ ଦ୍ରବୀଭୂତ ଲବଣ ନିକ୍ଷାଳିତ ହୋଇ ବାହାରି ଗଲେ ସୋଡିଅମର ବିୟୋଜନ ହୁଏ ଏବଂ PH 8.5 ରୁ ଅଧିକ ହୋଇଯିବା ଫଳରେ କ୍ଷାରୀ ମୃତ୍ତିକାରେ ପରିଣତ ହୁଏ ।

ମୃତ୍ତିକା ଲବଣାକ୍ତ ବା କ୍ଷାରୀ ହେବାର କାରଣ
  1. ସ୍ୱଳ୍ପବର୍ଷା ହେଉଥିବା ଅଞ୍ଚଳରେ ମୃତ୍ତିକାରୁ ଦ୍ରବୀଭୂତ ଲବଣ ନିକ୍ଷାଳିତ ହୋଇପାରେ ନାହିଁ । ତାହା ମୃତ୍ତିକାରେ ଜମି ରହିବା ଫଳରେ ମୃତ୍ତିକାର କ୍ଷାରକ ସଂପୃକ୍ତି ଅତ୍ୟଧିକ ବୃଦ୍ଧିପାଏ ।
  2. ଯେଉଁ ଅଞ୍ଚଳର ଭୂତଳ ଜଳ ଲବଣାକ୍ତ ସେହି ଅଞ୍ଚଳର ମୃତ୍ତିକାଗୁଡିକ ଲବଣାକ୍ତ ଥିବାର ଦେଖାଯାଏ । କାରଣ କୈଶିକ ଉତଥାନ ଫଳରେ ଲବଣାକ୍ତ ଜଳ ପୃଷ୍ଠ ମୃତ୍ତିକା ମଧ୍ୟକୁ ଆସେ । ଜଳ ବାଷ୍ପୀଭବନ ହୋଇଯାଏ କିନ୍ତୁ ଲବଣ ମୃତ୍ତିକାରେ ରହିଥାଏ ।
  3. ସମୁଦ୍ର ଓ ଲବଣାକ୍ତ ହ୍ରଦ ଉପକୂଳବର୍ତ୍ତୀ ଅଞ୍ଚଳର ମୃତ୍ତିକା ମଧ୍ୟକୁ ଲବଣାକ୍ତ ଜଳ ଝରିଆସି ମୃତ୍ତିକାକୁ ଲବଣାକ୍ତ କରିଦିଏ ।
  4. ସମୁଦ୍ର ଜୁଆର ପାଣି ମାଡିଯିବା ଦ୍ଵାରା ମଧ୍ୟ ମୃତ୍ତିକା ଲବଣାକ୍ତ ହୁଏ ।
  5. ଅଧିକ ଦ୍ରବୀଭୂତ ଲବଣ ଥିବା ପାଣି ଜଳସେଚନ ପାଇଁ ବ୍ୟବହାର କଲେ କାଳକ୍ରମେ ମୃତ୍ତିକା ଲବଣାକ୍ତ ହୁଏ । ପାଣିରେ କାଲସିଅମ ଓ ମାଗ୍ନେସିଅମ ଆୟନ ତୁଳନାରେ ସୋଡିଅମ ଆୟନର ଅନୁପାତ ୧୩ରୁ ଅଧିକ ଥିଲେ ମୃତ୍ତିକା ଲବଣାକ୍ତ ନ ହୋଇ କ୍ଷାରୀ ହୁଏ ।

ନିରପେକ୍ଷ ଓ ସାମାନ୍ୟ କ୍ଷାରୀୟ ମୃତ୍ତିକା

ବାସାଲଟ୍ , ଡାଇଓରାଇଟ , ଗ୍ରାବୋ ପ୍ରଭୃତି କ୍ଷାରୀୟ ଶିଳାରୁ ସୃଷ୍ଟି ହୋଇଥିବା ମୃତ୍ତିକା ଗୁଡିକର କାଲସିଅମ ସଂପୃକ୍ତି ଅଧିକ କାଲସିଅମ ଓ ମାଗ୍ନେସିଅମ ସଂପୃକ୍ତି ୮୫ ରୁ ୯୦% ମଧ୍ୟରେ ରହିଥିଲେ ମୃତ୍ତିକା ଗୁଡିକ ପ୍ରାୟ ନିରପେକ୍ଷ ଥିବାର ଦେଖାଯାଏ । ଅବଶ୍ୟ କେତେକ ମୃତ୍ତିକାରେ ମୁକ୍ତ ଚୂନଖଣ୍ଡ ଥିବାର ଦେଖାଯାଏ । ଏହା ବା Ca Mg () 2 ଭାବରେ ଥାଏ । ଏହି ମୁକ୍ତ ଚୂନଖଣ୍ଡ ଥିବା ମୃତ୍ତିକାରେ ଲଘୁ ଲବଣାକ୍ତ ପକାଇଲେ ଅଙ୍ଗାରକାମ୍ଳ ଗ୍ୟାସ ଭୁରୁ ଭୁରୁ ହୋଇ ବାହାରେ ମୁକ୍ତ ଚୂନ ଖଣ୍ଡ ସ୍ଥଳ ବିଶେଷରେ ଟାଣ ଗେଙ୍ଗୁଟି ପଥର ଖଣ୍ଡ ଭାବରେ ଥାଏ । ମୁକ୍ତ ଚୂନଖଣ୍ଡ ଥିବା ମୃତ୍ତିକା ସାଧାରଣତଃ ସାମାନ୍ୟ କ୍ଷାରୀୟ ରହିଥାଏ ଏବଂ ଏହାର 7.4 ରୁ 8.0 ମଧ୍ୟରେ ରହିପାରେ ।

ମୃତ୍ତିକା ପ୍ରତିକ୍ରିୟାର ଗୁରୁତ୍ଵ

  1. ମୃତ୍ତିକା ମଧ୍ୟରେ ଉଦ୍ଭିଦ ଚେରର ବୃଦ୍ଧି ପ୍ରତ୍ୟହ ଭାବରେ ପ୍ରତିକ୍ରିୟା ଦ୍ଵାରା ପ୍ରଭାବିତ ହୁଏ । ଚେର ଅତ୍ୟଧିକ ଅମ୍ଳତା ବା କ୍ଷାରୀତା ସହିପାରେ ନାହିଁ ।
  2. ମୃତ୍ତିକାସ୍ଥ ଅଣୁଜୀବ ମାନଙ୍କର କ୍ରିୟାଶୀଳତା PH ଦ୍ଵାରା ପ୍ରଭାବିତ ହୁଏ । ଅତ୍ୟଧିକ ମୃତ୍ତିକାରେ ଶାକାଣୁ ମାନଙ୍କର କାର୍ଯ୍ୟକାରିତା ହ୍ରାସପାଏ । କିନ୍ତୁ କବକମାନଙ୍କର କାର୍ଯ୍ୟକାରିତା ବୃଦ୍ଧିପାଏ ।
  3. ମୃତ୍ତିକାରେ ଖଣିଜ ଲବଣ ଗୁଡିକର ଦ୍ରବଣୀୟତା , ଉଦ୍ଭିଦ ଖାଦ୍ୟସାର ଗୁଡିକର ଗ୍ରହଣୀୟତା PH ଦ୍ଵାରା ବିଶେଷ ପ୍ରଭାବିତ ହୁଏ , କେତେକ ଖାଦ୍ୟସାର ଗ୍ରହଣୀୟତା ହ୍ରାସପାଏ ଏବଂ ଫସଲରେ ଅଭାବ ଦେଖାଯାଏ । ଆଲୁମିନିୟମ, ମାଙ୍ଗାନିଜ ଅମ୍ଳ ମାଟିରେ ଅଧିକ ଦ୍ରବଣୀୟ ହେବାରୁ ବିଷାକ୍ତ ପ୍ରଭାବ ଦେଖାଯାଏ ।
  4. ଅଧିକ ଅମ୍ଳୀୟ ବା କ୍ଷାରୀ ମାଟିରେ ଭଲ ମୃତ୍ତିକା ସରଞ୍ଚନା ହୋଇପାରେ ନାହିଁ । ସବୁ ଦୃଷ୍ଟିରୁ ବିଚାର କଲେ ମୃତ୍ତିକାର PH 6.0 ରୁ 7.0 ମଧ୍ୟରେ ରହିବା ଉଦ୍ଭିଦ ବୃଦ୍ଧି ପାଇଁ ସର୍ବୋତ୍ତମ ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

3.3
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top