ହୋମ / ଶକ୍ତି / ପରିବେଶ / ମୃତ୍ତିକା ସଂରକ୍ଷଣ ଉପାୟ
ସେଆର କରନ୍ତୁ

ମୃତ୍ତିକା ସଂରକ୍ଷଣ ଉପାୟ

ମୃତ୍ତିକା ସଂରକ୍ଷଣ ଉପାୟ ର ସୂଚନା

ମୃତ୍ତିକା  କ୍ଷୟର   କାରଣ   ଜାଣିବା  ପରେ   ମୃତ୍ତିକା  ସଂରକ୍ଷଣ   ପାଇଁ   ଉପାୟ  ସ୍ଥିର   କରିବା  ସହଜ   । କାରକ   ଗୁଡିକର  ପ୍ରଭାବ   ହ୍ରାସ   କରିବା   ଓ  ଆବଶ୍ୟକ   ସ୍ଥଳେ   ସେଗୁଡିକୁ  ନିଷ୍କ୍ରିୟ   କରିଦେବା   ଆବଶ୍ୟକ  । ଏହି  ଉପାୟଗୁଡିକୁ  ମୁଖ୍ୟତଃ   ତିନି   ଭାଗରେ   ବିଭକ୍ତ   କରାଯାଇପାରେ   ।

  1. ଜୈବିକ  ଉପାୟ,
  2. ଯାନ୍ତ୍ରିକ  ଉପାୟ,
  3. ଅନ୍ୟାନ୍ୟ  ଉପାୟ   ।

ଜୈବିକ  ଉପାୟ

ସମପତନ  ଚାଷ

ପାହାଡିଆ   ଅଞ୍ଚଳରେ   ଜମିର   ଢାଲୁ   ପରିମାଣ   ବେଶି   । କୌଣସି   ନିର୍ଦ୍ଧିଷ୍ଟ   ପତନଠାରୁ   ଏକା   ଉଚ୍ଚତା  ବିଶିଷ୍ଟ   ଜାଗା   ଗୁଡିକୁ   ସମପତନ   ଜାଗା   ବୋଲି  କୁହାଯାଏ   ।  ଏହି   ସମପତନ  ଜାଗାଗୁଡିକୁ  ଯୋଗକରି  ରେଖାଗୁଡିକୁ  ସମପତନ  ରେଖା  କୁହାଯାଏ   । ପାହାଡ   ଢାଲୁରେ   ସମପତନ   ଚାଷ   ଆବଶ୍ୟକ  । ଏଠି   ଛୋଟ  ସରୁ   ଓ  ଗୋଜି  ଲଙ୍ଗଳରେ   ଚାଷ  କରାଯାଏ   । ପାହାଡ   ଉପରୁ  ତଳକୁ  ସରୁ   ସରୁ   ବେରହା   କରି   ଛାଡିଦେଲେ   ପାଣି  ଶୀଘ୍ର   ତଳକୁ   ବୋହି  ଆସେ   । ପାରି  ସଙ୍ଗରେ  ବହୁତ   ମାଟି   ତଳକୁ   ବୋହି  ଆସେ   । ପାହାଡ  ଢାଲୁ   ଜମି   କ୍ରମେ   ଅନୁର୍ବର   ହୋଇଯାଏ   । ଏଣୁ  ଢାଲୁର   ବିପରୀତ   ଦିଗରେ   ଚାଷ   କଲେ   ବେରହା  ଦୁଇ  ସିଆର  ମଝିରେ   ପାଣି   ଅଟକି   ଯାଏ   । ତଳକୁ   ଭେଦିବାକୁ   ସମୟ  ପାଏ     । ଜମିରେ   ପାଣି  ପ୍ରାୟ  ସମାନ  ଭାବରେ  ବାନ୍ତି   ହୋଇ  ରହିଯାଏ  ।  ଫସଲ  ମରୁଡି   ହେତୁ  ଶୀଘ୍ର   ମରେ  ନାହିଁ   । ମାଟି   ମଧ୍ୟ  ଧୋଇଯାଏ   ନାହିଁ   ।

ଢାଲୁ   ଜମିରେ  ଗଛ   ମଧ୍ୟ  ଏହିପରି   ଲଗାଇବା   ଉଚିତ୍  । ଗୋଟିଏ   ଧାଡି  ଗଛ  ଲଗାଇବା   ପରେ  ଦ୍ଵିତୀୟ  ଧାଡିର   ପ୍ରତ୍ୟକ   ଗଛ   ପ୍ରଥମ   ଧାଡିର   ଦୁଇ  ଗଛ  ମଝିରେ   ରହିବା  ଆବଶ୍ୟକ   । ଏହାଦ୍ୱାରା  ପ୍ରଥମ  ଧାଡିର   ଦୁଇ  ଗଛ   ମଧ୍ୟରେ  ବହି  ଯାଉଥିବା  ପାଣି   ୨ୟ  ଧାଡିର  ଗଛରେ  ବାଧାପାଇ   ଦୁଇପଟକୁ  ବଙ୍କେଇ   ଯିବ , ଶୀଘ୍ର   ବୋହିଯିବ   ନାହିଁ   । ଏଣୁ  ମାଟି   ମଧ୍ୟ  ଅଟକି   ଯିବ   । ଜମିର   ଢାଲୁ   ପରିମାଣ  ଶତକଡା  ୧-୨ ଭାଗ   ହୋଇଥିଲେ   ସମପତନ   ଚାଷଦ୍ଵାରା   ମୃତ୍ତିକା  ସଂରକ୍ଷଣ   ସହଜରେ  କରାଯାଇ   ପାରିବ  । ଚାଷର   ଶେଷ   ଓଡ  ଢାଲୁର   ବିପରୀତ   ଦିଗରେ   ହେବା  ଉଚିତ୍   ।

ଆବରଣୀ   ଫସଲ

ଖାଲି  ପଡିଆ  ଜମିରେ  ବର୍ଷା   ହେଲେ   ବେଶି   ପାଣି   ବହିଯାଏ   । ଓଡେ  ଦି’ଓଡ   ଚାଷ  କରାଯାଉଥିବା  ପଡିଆ   ଜମିରେ   ସେତିକି  ବର୍ଷାରେ  କିନ୍ତୁ   କମ୍  ପାଣି   ବୋହିଯାଏ   । ମାଟି  ମଧ୍ୟ  କମ୍  ବୋହିଯାଏ   । ଯେ  କୌଣସି  ପ୍ରକାର   ଫସଲଟିଏ   ଥିଲେ   ପାଣି  ଓ  ମାଟି  ଆହୁରି   କମ୍  ବହିଯାଏ   । ମାଟିକୁ  ଫସଲ  ଚେର  ଜାବୁଡି  ଧରେ   । ଫସଲ  ଉପରେ  ପାଣି  ପଡି  କ୍ରମେ   ତଳକୁ  ଭେଦିଲେ  ତାର  କ୍ଷୟ   ଶକ୍ତି  ହ୍ରାସ   ପାଇଥାଏ   । ପାଣି   ଥିବା   ହେତୁ  ଚେର  ବହୁତ   ତଳକୁ  ଯାଇ   ଫସଲ   ଗଛକୁ   ଟାଣ   କରି   ରଖେ   ଓ  ଅଧିକ   ପରିମାଣ   ଉପାଦାନ  ଯୋଗାଇଥାଏ   । ଏଣୁ   ମୃତ୍ତିକା  କ୍ଷୟ  ହ୍ରାସ   ପାଇବା   ପାଇଁ  କିଆରୀରେ   କିଛି   ଫସଲ   ରହିବା   ଆବଶ୍ୟକ   । ଧନ  କାଟିସାରି  ବଡ  ବଡ   ନଡାମୂଳ   ମଧ୍ୟ   ରଖିଲେ   ମୃତ୍ତିକା   କ୍ଷୟ  ହ୍ରାସ   ପାଇଥାଏ   । ଧାନ ପରେ   ମୁଗ, ବିରି,  କୋଳଥ, ସୋରିଷ ଇତ୍ୟାଦି   ଦ୍ଵିତୀୟ   ଫସଲ  ନେଲେ   କିଆରୀରୁ   ମୃତ୍ତିକା  ନଷ୍ଟ   ହ୍ରାସ  ପାଇଥାଏ   ।

ପଟି  ପଟି  ଫସଲ  ଚାଷ

ଢାଲୁ   ଜମିରେ   ପଟି  ପଟି  ଫସଲ  ଚାଷ  କରିବା  ଉଚିତ୍  । ଏହା  ଫସଲ   ପର୍ଯ୍ୟାୟର  ଅନ୍ୟ  ଏକ  ରୂପ   । ପାହାଡ  ଢାଲୁରେ   ବିଭିନ୍ନ   ପ୍ରକାର   ଫସଲ  ଯଥା  - ମକା, ମାଣ୍ଡିଆ, ଧାନ,  ଗୁରୁଜି, ସୁଆଁ, କାଙ୍ଗୁ,  କୋଳଥ,  ହରଡ,  କାନ୍ଦୁଲ,

ପବନ  ବେଶି   ହେଉଥିବା  ଅଞ୍ଚଳରେ   ପବନ   ବହୁଥିବା   ଅଞ୍ଚଳରେ   ପବନ  ବହୁଥିବା  ଦିଗରେ   ବିପରୀତ   ଦିଗରେ   ଫସଲ   ଧାଡି   ରହିବା  ଦରକାର   । ଉଦାହରଣ  ସ୍ୱରୂପ   ଦକ୍ଷିଣା   ପବନ  ବହୁଥିବା   ଅଞ୍ଚଳରେ   ଫସଲ  ଧାଡି   ଗୁଡିକ  ପୂର୍ବ   ପଶ୍ଚିମ   ହୋଇ   ରହିବା  ଆବଶ୍ୟକ   । ପ୍ରଥମ  ପଟିରେ  ଡେଙ୍ଗା  ଗଛ  ଓ  ପରବର୍ତ୍ତୀ   ପଟିରେ   ଗେଡା  ଗଛ   ଫସଲ   ରହିବା   ଦରକାର   । ଏହାଦ୍ଵାରା   ପବନର  ବେଗ  ହ୍ରାସ  ପାଏ   । ମୃତ୍ତିକା   କ୍ଷୟ  ମଧ୍ୟ   ହ୍ରାସ   ପାଏ   । ଏହାକୁ   ବାତ  ନିରୋଧୀ   ଫସଲ  ପଟି   କୁହାଯାଏ   ।

କେତେକ  ଜାଗାରେ  ମଝିରେ  ମଝିରେ  କେତୋଟି   ପଟିରେ  ଗୋ – ଖାଦ୍ୟ   ଉପଯୁକ୍ତ   ବହୁବାର୍ଷିକୀ  ଫସଲ  ଚାଷ  କରାଯାଏ   । ଅନ୍ୟ   ପଟିଗୁଡିକର  ପର୍ଯ୍ୟାୟକ୍ରମେ   ସାଧାରଣ   ସ୍ୱଳ୍ପକାଳୀ   ଫସଲ  ଚାଷ   କରାଯାଏ   । ଏହାକୁ   ଦୀର୍ଘକାଳୀ   ପଟି   ଫସଲ   କୁହାଯାଏ  ।

ଅବରଣୀ  ଫସଲ

ବର୍ଷା   ହେଲେ  ପଡିଆ   ଜମିରୁ   ବେଶୀ  ପାଣି  ବହିଯାଏ   ।  କିନ୍ତୁ  ଜମିରେ   ଫସଲଟିଏ  ରହିଥିଲେ   ମୃତ୍ତିକା   ହ୍ରାସ   ପାଇଥାଏ   । ଫସଲ  ଉପରେ   ବର୍ଷା  ପଡିବା  ହେତୁ   ଏହାର   କ୍ଷତି   କରିବା  ଶକ୍ତି  କମିଯାଏ   । ଚେର   ମାଟିକୁ   ବାନ୍ଧି  ରଖେ   । ଉଭୟ  ଜଳ  ଓ  ମୃତ୍ତିକା  ହ୍ରାସ  ପାଏ   । ଏଣୁ  ଜମିରେ  ଯେ  କୌଣସି  ପ୍ରକାର  ଫସଲ  ରଖିବା   ଆବଶ୍ୟକ   । ଧନିଚା , ଛଣପଟି  ବିଭିନ୍ନ  ପ୍ରକାର  ଘାସ, ବରଗୁଡି , ବେଣା   ଏଥିଲାଗି  ଉପଯୁକ୍ତ   । ବର୍ଷା   ଦିନେ   ଧନିଚା ଓ  ଛଣପଟ , ବରଗୁଡି  ଇତ୍ୟାଦି   ଚାଷକରି   ଏହାକୁ   ୨ମାସ   ପରେ  ମାଟିରେ   ମିଶାଇ  ପରେ  ୨ୟ  ଫସଲ   ନିଆଯାଇ  ପାରିବ   ।

ଫୁଲବାଣୀ  ଜିଲ୍ଲାରେ   ପଦର  ଜମିରେ  ବର୍ଷା   ଦିନେ   ଛଣପଟ   ଚାଷକରି  ଭାଦ୍ରବ  ମାସରେ  ଏହାକୁ  ମାଟିରେ   ମିଶାଇ  ଏଥିରେ  ଅଳସି  ଚାଷ   ଭଲ  ଲାଭଜନକ   ହୋଇପାରିଛି   ।  ଏହାଦ୍ୱାରା  ମୃତ୍ତିକା  ଉର୍ବରତା   ବୃଦ୍ଧି   ପାଉଛି   । ମୃତ୍ତିକା   କ୍ଷୟ   ହ୍ରାସ   ପାଉଛି   । ଅଳସି   ଅମଳ  ମଧ୍ୟ   ବୃଦ୍ଧି   ପାଉଛି   ।

ଛାଦନ

ଜମିକୁ   ଖୁସାଖୁସି  କରିବା  ଦ୍ଵାରା  ଉପର  ୫-୬ ସେ.ମି.  ମାଟି   ନରମ   ହୋଇଯାଏ   । ଅନାବନା   ଘାସ  ନଷ୍ଟ   ହୋଇଯିବା   ଦ୍ଵାରା  ମାଟିର  ଜଳୀୟ  ଅଂଶ  ଓ  ପୁଷ୍ଟି   ଉପାଦାନ   ଫସଲକୁ   ମିଳେ   । ବୃଷ୍ଟିଜଳ  ସହଜେ  ବହିନଯାଇ  ମାଟିରେ   ଭେଦେ  । ଧାଡି  ଧାଡି   ବୁଣା  ବା  ଲଗାଯାଇଥିବା  ଫସଲରେ  ଖୁସା  କୋଡା   ପରେ   ବିଭିନ୍ନ   ପ୍ରକାର  ପତ୍ର, ନଡା, ଘାସ  ବା  ଦଳ   ବିଛାଇ  ଦିଆଯାଏ   । ଏଗୁଡ଼ିକୁ  ଛାଦନ   କୁହାଯାଏ   । ଏଗୁଡିକ   ଉପର   ମାଟିକୁ   ଘୋଡାଇ   ରଖନ୍ତି   ।  ବାଷ୍ପୀଭବନ  ହ୍ରାସ   ହେତୁ  ଜଳ  ସଂରକ୍ଷିତ   ହୁଏ   । ବର୍ଷା  ପାଣି  ଧୀରେ  ଧୀରେ   ମାଟିରେ   ଭେଦିବାରୁ  ମୃତ୍ତିକା   କ୍ଷୟ  ହୁଏ  ନାହିଁ   । ସମୟ  କ୍ରମେ   ସଢିଗଲେ   ମାଟିରେ   ମିଶିଯାଇ  ଜୈବିକାଂଶ   ଓ  ପୁଷ୍ଟିସାର   ବୃଦ୍ଧିପାଏ   ।

ଏବେ  କଳା  ପ୍ଲାଷ୍ଟିକ  କଳା  ଛାଦନ   ରୂପେ   ବିଭିନ୍ନ   ପ୍ରକାର  ଫସଲରେ   ବ୍ୟବହାର  କରାଗଲାଣି   । ମକା, କପା, ଭେଣ୍ଡି ,  ବିଲାତି  ବାଇଗଣ , ଆଳୁ, ଅମୃତଭଣ୍ଡା, ଆମ୍ବ,  ପିଜୁଳି  ଇତ୍ୟାଦିରେ   ଏହାର   ବ୍ୟବହାର   ଲାଭଜନକ   ବୋଲି  ପ୍ରମାଣିତ   ହେଲାଣି   ।

ମିଶ୍ରିତ   ଚାଷ

ଏକାଧିକ   ଫସଲ   ଗୋଟିଏ  ବିଲରେ  ଗୋଟିଏ  ଋତୁରେ   ଚାଷ  କରିବାକୁ   ମିଶ୍ରିତ   ଚାଷ   କୁହାଯାଏ   । ବିଭିନ୍ନ  ଫସଲର  ମଞ୍ଜି   ଅନୁପାତ  କ୍ରମେ   ମିଶାଇ   ଏକାଠି   ବୁଣାଯାଏ  ବା  ଲଗାଯାଏ   । ସେଗୁଡିକର  ପାଚିବା   ସମୟ  ଅନୁସାରେ   ବିଭିନ୍ନ   ସମୟରେ  କଟା   ବା   ତୋଳା  ହୋଇଯାଏ  ।  ଓଡିଶାର   ପାର୍ବତ୍ୟ   ଅଞ୍ଚଳରେ  ୧୦ – ୧୨ ପ୍ରକାର  ଫସଲର  ମଞ୍ଜି   ଏକାଠି  କରି  ବୁଣାଯାଏ   ।

ମିଶ୍ରିତ  ଫସଲ   ହେତୁ  ବିଭିନ୍ନ  ଜମି  ସମ୍ପୂର୍ଣ୍ଣ   ଭାବେ  ଆବୃତ୍ତ  ହୋଇ  ରହେ   ।  ବହୁତ  ସମୟ  ପାଇଁ  ଜମିରେ  କିଛି  ନା  କିଛି  ଫସଲ  ରହିଥାଏ   । ଫସଲ   ଅନୁସାରେ  ଚେର   ବିଭିନ୍ନ   ଗଭୀରତାକୁ  ଯାଇ   ମାଟିକୁ   ଟାଣକରି   ଧରି   ରଖନ୍ତି   । ପାଣି  ସହଜରେ   ବହିଯାଏ  ନାହିଁ   । ଧୀରେ  ଧୀରେ  ମାଟିରେ   ଭେଦେ   । ମୃତ୍ତିକା   ଓ  ଜଳ  ସଂରକ୍ଷିତ   ହୁଏ   । ଏକାଧିକ   ଫସଲ   ହେତୁ   ମୋଟ  ଅମଳ   ଓ  ଲାଭ  ବୃଦ୍ଧି   ପାଇଥାଏ   । ଉଦାହରଣ :-

ହରଡ + ଧାନ / ଚିନାବାଦାମ/ ବିରି/ ମୁଗ

କପା + ଧାନ / ଚିନାବାଦାମ

ଫସଲ ପର୍ଯ୍ୟାୟ

ମୃତ୍ତିକା   କ୍ଷୟ  ଅବରୋଧି   ଫସଲ  ବର୍ଷା   ଦିନେ  ଓ  ଅନବରୋଧି  ଫସଲ  ରବି ଓ   ଗ୍ରୀଷ୍ମ   ଋତୁରେ   ଚାଷ  କରାଯାଇପାରେ   । ବରଗୁଡି , ଗୁଆର, ଡଙ୍ଗରରାଣୀ , ଛଣପଟ   ଧନିଚା   ଇତ୍ୟାଦି  ଫସଲ  ଲଗାଇ  କ୍ରମେ   ମାଟିର   ଉର୍ବରତା  ବୃଦ୍ଧି   ପାଇପାରେ   ।

ଯାନ୍ତ୍ରିକ  ପର୍ଯ୍ୟାୟ

ସବୁ  କ୍ଷେତ୍ରରେ   କେବଳ   ବିଭିନ୍ନ   କୃଷି  ପ୍ରଣାଳୀ  ଅବଲମ୍ବନ   କରି  ମୃତ୍ତିକା  ସଂରକ୍ଷଣ   ସମ୍ଭବ  ନୁହେଁ   । ଶତକଡା  ୩ ଭାଗରୁ   ବେଶୀ   ଢାଲୁ   ଅଞ୍ଚଳରେ   ଜମିର   ଉଚ୍ଚାନିଚା   ଅବସ୍ଥା   ଉପରେ  ନିର୍ଭର   କରି   ମାଟି   କାଟିବା, ପୂର୍ଣ୍ଣ  କରିବା , ଜଳ  ସ୍ରୋତର  ଗତି   ହ୍ରାସ   କରିବା  ବଦଳାଇବା, ଜଳ  ସଂଗ୍ରହ  କରି   ରଖି   ପରେ   ବ୍ୟବହାର   କରିବା   ଆବଶ୍ୟକ  ହୋଇଥାଏ   । ଏଣୁ  କେତେକ   ଜାଗାରେ  କିଛି   ପୂର୍ତ୍ତିବିଭାଗୀ   କାମ  ମଧ୍ୟ   ଆବଶ୍ୟକ   ହୋଇଥାଏ   ।

ମୃତ୍ତିକା   ସଂରକ୍ଷଣ   ଲାଗି   କେତେକ   ଯାନ୍ତ୍ରିକ   ପ୍ରଣାଳୀ   ଉଲ୍ଲେଖ   କରାଗଲା   ।

  1. ଛୋଟ   ଜଳଧାର  ସୃଷ୍ଟି
  2. ଅବବାହିକାରେ   ସ୍ଥାନେ  ସ୍ଥାନେ  ସମପତନ   ଅନୁସାରେ   ଛୋଟ  ଅଭଗୀର   ଜୁଆ   ଖୋଲି   ଦିଆଯାଏ   । ଏଗୁଡିକ   ପଲମ   ବା  ଛୋଟ   ନନ୍ଦ  ଭଳି   । ଉପରୁ  ମାଟି  ଓ   ପାଣି  ବହି   ଆସି  ଏଥିରେ ସଂଗୃହୀତ   ହୁଏ   । ପାଣି   ମାଟିରେ   ଭେଦି   ମାଟିକୁ   ଓଦାରଖେ   । ମାଟି  ବହିଯାଏ   ନାହିଁ   । ଶତକଡା  ୨-୩%  ଢାଲୁଥିବା   ଅଞ୍ଚଳରେ   ଏପରି   ପ୍ରଣାଳୀ  ଅବଲମ୍ବନ   କରାଯାଇପାରେ   ।

  3. କଠିନ  ସ୍ତର   ଭାଙ୍ଗିବା
  4. କେତେକ  ଜାଗାରେ   ମାଟି  ତଳେ   କଠିନ  ସ୍ତର   ଥିବାରୁ   ପାଣି   ତଳକୁ   ଭେଦେ   ନାହିଁ   ।  ଉପରେ  ଉପରେ   ବହିଯାଏ   ।  ଏପରି   ଜାଗାରେ   ଗୋଜିଆ  ବଡ  ପତ୍ରୀ   ଲଙ୍ଗଳରେ   ଗଭୀର  ଚାଷ   କରାଗଲେ   ତଳେ   ଥିବା   କଠିନ  ସ୍ତର  ଚିରି   ହୋଇ   ହାଲୁକା   ହୋଇଯାଏ  ଓ  ପାଣି  ତଳ  ସ୍ତରକୁ   ଭେଦିଥାଏ    ।

  5. ସମପତନ   ହୁଡା
  6. ଜମି   ସବୁଠାରେ   ସମାନ   ଭାବରେ   ଗଡାଣିଆ   ନୁହେଁ   । ଏଣୁ   କୌଣସି  ପତନ  ତୁଳନାରେ   ସମାନ   ଉଚ୍ଚରେ   ବା  ସମାନ  ଭାବେ   ତଳେ   ଥିବା   ଜାଗାଗୁଡିକୁ   ବନ୍ଧ   ପକାଇ   ମିଶାଇ   ଦେଲେ  ଦୁଇଟି   ବନ୍ଧ   ଭିତର   ଜାଗା  ପ୍ରାୟ   ଗୋଟିଏ   ପତନରେ   ରହିଯିବ   । ଏହି  ବନ୍ଧ  ସିଧା  ସିଧା  ହେବା   ଆବଶ୍ୟକ  ନାହିଁ   । ତେରଚ୍ଛା  ବଙ୍କା  ଟଙ୍କା   ମଧ୍ୟ   ହୋଇପାରେ   ।  ଅବବାହିକାରେ   ଏକାଧିକ   ସମପତନ  ବନ୍ଧ  ଦରକାର   ପରିପାରେ  ଦୁଇ  ବନ୍ଧ   ମଧ୍ୟରେ  ଦୂତା, ବନ୍ଧର  ଉଚ୍ଚତା, ଓସାର , ବୃଷ୍ଟିପାତ ,ଏହାର   ସଘନତା  ଓ  ସମୟ   ଜମିର   ଢାଲୁ   ପରିମାଣ   ମୃତ୍ତିକା   ଗଭୀରତା   ପ୍ରକାର  ଓ  ଗୁଣ   ଉପରେ   ନିର୍ଭର   କରି   ଭିନ୍ନ   ହୋଇଥାଏ   । ମଟାଳ   ମାଟି   ହୋଇଥିଲେ   ବନ୍ଧର  ଉପର  ପଟ  ଓସାର  ୧ ଫୁଟ , ତଳଫୁଟର  ଓସାର  ୭ ଫୁଟ, ଉଚ୍ଚତା ୨ ଫୁଟ ଓ  ଗଡାଣି  ୧ ଫୁଟ   ପାଇଁ  ୧ – ୫ ଫୁଟ  ରହିବା  ଆବଶ୍ୟକ  ।

    ମାଟି  ହାଲୁକା   ହେଲେ   ବନ୍ଧର   ଉଚ୍ଚତା ୨ ଫୁଟ, ଉପର  ପଟ   ଚଉଡା  ଏକ  ଫୁଟ , ତଳ ପଟ  ଚଉଡା  ୬’ ଏବଂ  ଦୁଇପାଖ  ଢାଲୁ  ୧ ଫୁଟ  ପାଇଁ  ୧.୨୫ ଫୁଟ  ହେବା   ଆବଶ୍ୟକ   ।

    ଜମିର   ଢାଲୁ  ଶତକଡା  ୧ ଭାଗ   ହୋଇଥିଲେ   ଦୁଇ  ବନ୍ଧ   ମଧ୍ୟରେ  ଦୂରତା  ପ୍ରାୟ  ୨୦୦ ଫୁଟ, ୨% ହୋଇଥିଲେ  ୧୦୦ ଫୁଟ ୩- ୫%  ହୋଇଥିଲେ  ୬୬  ଫୁଟ   ହୋଇଥାଏ   । ଗୋଟିଏ  ଗୋଟିଏ   ଛୋଟ  କିଆରିରେ   ଆୟତନ   କମ୍  ଢାଲୁ   ଥିଲେ   ୬୦ ଡେସିମିଟର   ଓ  ବେଶୀ   ଢାଲୁ   ଥିଲେ   ୨୦ – ୨୫  ଡେସିମିଟର   ହେବା  ଦରକାର   । ୨-୧୦%  ଢାଲୁ   ଜମିରେ   ସମପତନ   ବନ୍ଧ  ପକାଇ   ମୃତ୍ତିକା   ସଂରକ୍ଷଣ   କରାଯାଇପାରେ   ।

  7. ପାବଚ୍ଛକ
  8. ଢାଲୁର   ପତନ  ଅନୁସାରେ   ତଳକୁ   ତଳ  ହିଡ   ପକାଇ   ଅଣଓସାରିଆ   ଲମ୍ବ   ପଟିମାନ   କରାଯାଏ   । ଏହି   ପଟିଗୁଡିକ  ପାହାଚ   ଭଳି  ଦେଖାଯାଏ   ।

    ଦୁଇ  ସମପତନ  ହିଡ   ଭିତରେ   ଏକ ବା   ଏକାଧିକ   ପାହାଚିଆ   ପଟି   ରହିପାରେ   ।  ପାବଚ୍ଛନ  ହେତୁ  ବେଶୀ   ଢାଳୁଥିବା   ଜମି   ସହଜରେ  ଛୋଟ   ଛୋଟ   ଅଣଓସାରିଆ   ସମତଳ  ପଟିରେ   ବିଭକ୍ତ   ହୋଇପାରେ   । ଏହି  ପଟିରେ   ବିଭିନ୍ନ   ପ୍ରକାର  ଫସଲ   ଚାଷ   କରାଯାଏ   । ଗୋଟିଏ   ପାହାଚରୁ  ଅନ୍ୟ   ପାହାଚକୁ   ପାଣି   ଗଡିଯିବା   ପାଇଁ  ଘାସ  ଛୁଆଁ   ନାଳ   ରହିବା  ଦରକାର  ଜମିରେ   ଢାଲୁ   ପରିମାଣ  ୧୦ – ୧୫ ଭାଗ   ହୋଇଥିଲେ  ଜମିକୁ   ପାହାଚିଆ   କରିବା  ଆବଶ୍ୟକ   ହୋଇଥାଏ   । ହିଡ   ମାଟିରେ   ଢେମା  ବା  ପଥରରେ  ତିଆରି   କରାଯାଏ  । ମାଟି  ହିଡର  ଉପର  ଓ  ଦୁଇକଡା  ଚେକା   ଛପର   କରାଗଲେ   କିମ୍ବା  ବେଣା   ଘାସ   ଲଗାଗଲେ   ବନ୍ଧ  ବହୁତ   ଦିନ   ରହେ   । ଭୁଷୁଡି   ପଡେ   ନାହିଁ   । ସମପତନ  ଅନୁସାରେ  ପାବଚ୍ଛନ   କରାଯାଉଥିବାରୁ   ଏହାକୁ   ସମପତନ  ପାବଚ୍ଛନ   କୁହାଯାଏ   । ସମପତନ   ପାବଚ୍ଛନ   ବିଭିନ୍ନ   ପ୍ରକାର  ଯଥା : (୧) ନାଳ  ପାବଚ୍ଛନ (୨) ମୂଳ   ଓସାରିଆ  ହିଡ  ପାବଚ୍ଛନ (୩) ମୂଳ  ଅଣଓସାରିଆ  ହିଡ  ପାବଚ୍ଛନ  ଓ (୪) ବେଞ୍ଚ   ପାବଚ୍ଛନ   ।

    • ନାଳ  ପାବଚ୍ଛନ
    • ଢାଲୁର   ପତନ   ଅନୁସାରେ   ଅଗଭୀର  ଓ  ଓସାରିଆ  ନାଳ  ଖୋଲା  ଯାଇଥାଏ   । ଖୋଳାମାଟି   ନାଳର   ତଳ   ପଟି   ହିଡରେ   ବିଚ୍ଛାଇ  ଦିଆଯାଏ   । ବେଶୀ   ବୃଷ୍ଟିପାତ   ଅଞ୍ଚଳରେ   ଓ  ସହଜରେ   ପାଣି  ଭେଦୁ   ନଥିବା   ଏପରି  ନାଳ  ପାବଚ୍ଛନ   କରାଯାଏ   ।

    • ମୂଳ ଓସାରିଆ  ହିଡ  ପାବଚ୍ଛନ
    • ଓସାରିଆ  ଓ  କମ୍  ଉଚ୍ଚ  ହିଡ  ଆବଶ୍ୟକ  ଦୂରତାରେ   ପକାଯାଏ   ।  ହିଡର   ଦୁଇ  ପଟୁ  ମାଟି  ଖୋଳି  ହିଡ  ତିଆରି   କରାଯାଏ   ।  କମ୍  ବୃଷ୍ଟିପାତ   ଏବଂ   ଫସଫସିଆ  ମାଟି  ଥିବା  ଅଞ୍ଚଳରେ  ଏ  ପ୍ରଣାଳୀ   ଅବଲମ୍ବନ   କରାଯାଏ   ।

    • ମୂଳ   ଅଣଓସାରିଆ   ହିଡ  ପାବଚ୍ଛନ
    • ଛୋଟ  ଛୋଟ   ହିଡ  ବେଶୀ   ଦୂରରେ   ପକାଯାଇଥାଏ   । ପ୍ରାୟ  ୧୦%  ଢାଲୁ   ଜମିରେ   ଏପରି   ପାବଚ୍ଛନ  କରାଯାଇଥାଏ   । ଏଥିରେ   ଅଧିକା  ପାଣି   କାଢି  ନେବାର   ବ୍ୟବସ୍ଥା   କରାଯାଇଥାଏ   । ହିଡର   ଉଚ୍ଚତା, ତଳ ଓ  ଉପର   ଓସାର   ଜମିର   ଢାଲୁ  ଓ   ମାଟିର   ଗୁଣ  ଅନୁସାରେ   ଭିନ୍ନ   ହୋଇଥାଏ  ।  ଏହାର  ଏକ  ସାଧାରଣ  ସୂଚନା  ନିମ୍ନରେ   ଦିଆଗଲା    ।

      ମୃତ୍ତିକା ଗଭୀରତା (ସେ.ମି.)

      ହିଡ  ଉପର  ଓସାର  (ସେ.ମି.)

      ହିଡ  ତଳ  ଓସାର (ସେ.ମି.)

      ହିଡ  ଉଚ୍ଚତା  ସେ.ମି.

      ଢାଲୁ  ଅନୁପାତ

      ହିଡର  ଅନୁପ୍ରସ୍ଥ କ୍ଷେତ୍ରଫଳ  (ବର୍ଗମିଟର)

      ଅଗଭୀର (୨୫ସେ.ମି. ରୁ  କମ୍)

      ୦.୪୫

      ୨.୦

      ୦.୭୫

      ୧:୧

      ୦.୯

      ଅଳ୍ପ  ଗଭୀର (୨୫ – ୪୫ ସେ.ମି.)

      ୦.୪୫

      ୨.୫

      ୦.୮

      ୧: ୨୫: ୧

      ୧.୨୩

      ମଧ୍ୟମ ଗଭୀର (୪୫ ରୁ ୧ ମିଟର)

      ୦.୫୨

      ୩.୦

      ୦.୮

      ୧: ୫: ୧

      ୧.୪୪

      (୧ ମିଟରରୁ  ବେଶୀ)

      ୦.୬୦

      ୪.୨

      ୦.୯

      ୨: ୧

      ୨.୧୬

      ଦୁଇଟି  ହିଡର  ଦୂରତା  ସ୍ଥିର   କରିବା  ଲାଗି   ସାଧାରଣତଃ  କେତୋଟି  ନିୟମ   ଅନୁସରଣ   କରାଯାଏ  । ନିର୍ଦ୍ଧିଷ୍ଟ   ଉଚ୍ଚତା ୧.୫ ସେ.ମି. ହ୍ରାସ   ପତନରେ  ବା  ପ୍ରଥମ  ହିଡଠାରୁ   ୭୦  ମିଟର   ଦୂରରେ   ଦ୍ଵିତୀୟ  ହୁଡା   ପକାଇବା   ଦରକାର  ହୋଇଥାଏ  । ଉପରପଟ   ହୁଡାରୁ  ଯେତିକି  ଦୂରକୁ  ପାଣି  ବହି  ଆସୁଛି   ।  ସେ   ଦୂରତା  ତଳ   ପଟ  ହୁଡା  ପାଣିର  ପରିପୃକ୍ତ   ଦୂରତା   ସହିତ   ସମାନ   ହେବା  ଦରକାର   । ଏଥିଲାଗି   ନିମ୍ନଦତ୍ତ   ନିୟମ  ଅନୁସରଣ   କରାଯାଇପାରେ ।

      ଢାଲୁ  ପରିମାଣ  (%)

      ଉଚ୍ଚତା  ହ୍ରାସ (ମିଟର)

      ୦ – ୧

      ୧.୧ ମିଟର

      ୧ – ୧.୫

      ୧.୨

      ୧.୫ – ୨

      ୧.୩୫

      ୨ - ୩

      ୧.୫

      ଉଚ୍ଚତା  ହ୍ରାସ  ଓ ଢାଲୁ   ପରିମାଣ  ଅନୁସାରେ   ଦୁଇ  ହିଡ   ମଧ୍ୟରେ   ଦୂରତା   ସ୍ଥିର   କରାଯାଇଥାଏ  ।

      ଉଚ୍ଚତା  ହ୍ରାସ  =  + 60  ମଧ୍ୟମ  ଓ  ଅଧିକ   ବୃଷ୍ଟିପାତ  ଅଞ୍ଚଳରେ  ୫୦ ସେ.ମି. ରୁ  ବେଶୀ  ।

      + 60  (୫୦ ସେ.ମି. ରୁ  କମ୍  ବୃଷ୍ଟିପାତ   ଅଞ୍ଚଳରେ )

      S = ଢାଲୁ   ପରିମାଣ (%)

      ଢାଲୁ  ପରିମାଣ  ୩% ହୋଇଥିଲେ  ମଧ୍ୟମ  ଓ  ଅଧିକ  ବୃଷ୍ଟିପାତ   ଅଞ୍ଚଳରେ  ଉଚ୍ଚତା  ହ୍ରାସ  =  + 60 = 30 ସେ.ମି. + 60 ସେ.ମି. = 90 ସେ.ମି. = 0.9 ମିଟର

      ଦୁଇ  ହିଡ  ମଧ୍ୟରେ  ଦୂରତା = 0.9 X  = 30 ମିଟର

      ହେକ୍ଟର  ପ୍ରତି   ହିଡର  ଲମ୍ବ  =  = 333 ମିଟର

    • ସମପତନ   ଖାଇ
    • ଢାଲୁରେ   ସମପତନ  ଅନୁସାରେ  ୫୦ – ୬୦ ମିଟର  ଅନ୍ତରରେ  ଅଳ୍ପ  ଗଭୀର  ଓ  ଅଣଓସାରିଆ  ଖାଇ  ଖୋଳାଯାଏ   । ଖାଇର   ମାଟିରେ  ତଳପଟ   ଖାଇତଳପଟ  ହିଡ  ପକାଯାଏ   । ଏ  ହିଡରେ  ବିଭିନ୍ନ  ପ୍ରକାର  ଗଛ  ଜଙ୍ଗଲ  ସୃଷ୍ଟିପାଇଁ  ପକାଯାଏ   । ଉପର  ପାଣି  ଓ  ମାଟି  ବୋହି   ଆସି  ଏ  ଖାଇରେ  ସଂଗୃହୀତ   ହୋଇ  ରହେ   ।

ପାବଚ୍ଛ  ନିଷ୍କାସନ   ପଥ

ପ୍ରତି  ପାହାଚରୁ   ଉଦ୍ ବୃତ୍ତ   ଜଳ  ନିଷ୍କାସନ  ପାଇଁ   ଛୋଟ  ଛୋଟ  ନିଷ୍କାସନ  ପଥ   ବା  ମୁହଁ  ରଖାଯାଇଥାଏ   । କେତେକ  ସ୍ଥଳେ   ଏଥିପାଇଁ   ତୃଣଶଯ୍ୟା  ତିଆରି  କରାଯାଇଥାଏ  ବା  ଜଙ୍ଗଲ  ପଥ  ସ୍ଥିର  କରାଯାଇଥାଏ   । ଅନ୍ୟାନ୍ୟ   ଜାଗାରେ   ଛୋଟ  ଛୋଟ  ସିମେଣ୍ଟ  କଂକ୍ରିଟ  ନାଳ, କୁଣ୍ଡ , ହ୍ୟୁମ  ପାଇପ୍  ବସାଇ  ବା  କବାଟି  ସୃଷ୍ଟି   କରାଯାଇଥାଏ  ।  ଅବବାହିକାରେ   ଅତୀତ   ବର୍ଷମାନଙ୍କରେ  ସର୍ବୋଚ୍ଚ   ଏକକାଳୀନ   ବୃଷ୍ଟିପାତ   ପରିମାଣ   ହିସାବକୁ  ନେଇ  ଖୁବ୍ ବେଶୀ  କେତେ   ଜଳ  ବହିପାରିବ   ସ୍ଥିର  କରି  ନିଷ୍କାସନ  ପଥର   ଆକାର ଓ  ପ୍ରକାର  ସ୍ଥିର   କରାଯାଇଥାଏ   ।

Q = C.i.A.

Q = ବହିଯାଉଥିବା  ଜଳର   ସର୍ବୋଚ୍ଚ   ପରିମାଣ

C = ବହିଯାଉଥିବା   ପାଣିର   ଗୁଣାଙ୍କ

I =  ବୃଷ୍ଟିପାତ  ହାର  (ସେକେଣ୍ଡ  ପ୍ରତି  ଘନମିଟର)

A = ଅବବାହିକାର   କ୍ଷେତ୍ରଫଳ  (ହେକ୍ଟର)

ମାଟିର  ଗୁଣ  ଢାଲୁ   ପରିମାଣ  ଜମିରେ   ଥିବା  ସାକାଳି   ଆବରଣ   ଇତ୍ୟାଦି   ଭିତରେ   ନିର୍ଭର   କରି  ‘C’ ର  ମୂଲ୍ୟ  0.2 ରୁ  1.0  ହୋଇଥାଏ   ।

ମୃତ୍ତିକା ସଂରକ୍ଷଣଲାଗି  ଅନ୍ୟାନ୍ୟ ଉପାୟ

ଘାସ  ଓ  ବେଣା  ଚାଷ

କେତେକ  ଘାସ  ଅଳ୍ପ  ବୃଷ୍ଟିପାତରେବି   ବଢିପାରନ୍ତି    । ସେମାନଙ୍କର   ଚେର  ଅତି  ଘଞ୍ଚ  ଓ  ମାଟିକୁ  ବାନ୍ଧି  ରଖି  ପାରିବା  ଶକ୍ତି   ଅଛି   । କିଆରିରେ  ଘଞ୍ଚ  ହୋଇ  ବଢୁଥିବାରୁ  ଜଳ  ଓ  ମୃତ୍ତିକା  ଧରି   ରଖିପାରନ୍ତି   । ଯେଉଁ  ଅଞ୍ଚଳରେ   ବୃଷ୍ଟିପାତ  କମ୍ , ଅନ୍ୟାନ୍ୟ   ଫସଲ  କରି   ବିଲକୁ   ଘୋଡାଇ  ରଖି   ହେବ  ନାହିଁ   । ମୃତ୍ତିକା   କ୍ଷୟ  ସମସ୍ୟା   ଅତି  ଭୟଙ୍କର   ହୋଇଗଲାଣି  ଓ  ଚାଷ  ଏବଂ   ଯାନ୍ତ୍ରିକ   ଉପାୟରେ   ମୃତ୍ତିକା  ସଂରକ୍ଷଣ   ଅସମ୍ଭବ , ଯେପରି   ଜାଗାରେ  ଘାସ   ଚାଷ   ମୃତ୍ତିକା   ସଂରକ୍ଷଣ   ଲାଗି   ଏକ  ଉତ୍କୃଷ୍ଟ  ଉପାୟ  । କିଛି  ବର୍ଷ   ଏପରି  ଜମିରେ   ଘାସ  ଚାଷକରି  ଛାଡିଦେଲେ   ସମସ୍ୟା   ଆପେ  ଆପେ  ବହୁ  ପରିମାଣରେ   ସମାଧିତ   ହୋଇଯିବ   । ଏପରି   ଘାସମାନଙ୍କ  ମଧ୍ୟରୁ  ଦୂବ ଘାସ  ନୀଳ  ପାନିକ୍  ହାତୀଆ  ଘାସ , ନେପିଅର  ଘାସ, କୁଡଜୁ  ଲତା, ପାରା   ଘାସ , ରୋଡିସ୍ ଘାସ  ବେଣା , ରେଗେଡା , ଦୀନାନାଥ,  ଛୋଟ  ଅଞ୍ଜନ  ଇତ୍ୟାଦି   ମୁଖ୍ୟ   ।

ମୟୁରଭଞ୍ଜ   ଜିଲ୍ଲାରେ  ସବାଇ  ଘାସ  ପାହାଡ   ତଳ  ଢିପମାନଙ୍କରେ  ବହୁଳ  ପରିମାଣରେ   ଚାଷ  କରାଯାଏ   । ଏହାର   ଚେର   ଅତି  ଘଞ୍ଚ ଓ  ଗଛ   ବୁଦାଳିଆ   । ଏ  ଘାସ   ମଧ୍ୟ  ମରୁଡି  ସହିପାରେ   । ଏଥିରୁ   ଦଉଡି   ତିଆରିହୁଏ   । ଖଟ  ବୁଣାଯାଏ   । ଏଥିରୁ  ସପ, ହେଁସ , ମସିଣା,  ତଟେଇ,  ଗାଲିଚା,  ପାପୋଛା  ଇତ୍ୟାଦି   ତିଆରି  ହୁଏ   । ଓଡିଶାର  ମରୁଡି  ପ୍ରପୀଡିତ  ଢିପଜମି  ପାଇଁ  ଉପଯୁକ୍ତ   । ଓଡିଶାରେ  ବିଭିନ୍ନ   ଜାଗାରେ   ବେଣା  ପାଟ   ଅଛି   । ବେଣା  ଚେର  ଅତି  ଟାଣ  ଓ  ଘଞ୍ଚ  ମଧ୍ୟ  । ବେଣା  ହିଡ  ବନ୍ଧରେ , ନଦୀ  ଓ  ନାଳ  କୁଳରେ  ଲଗାଇ   ମୃତ୍ତିକା  ସଂରକ୍ଷଣ  କରାଯାଇପାରିବ  । ଏ  ଘାସର  ମରୁଡି  ସହଣି  ଶକ୍ତି  ଅଛି   । ଏଣୁ  ମରୁଡି  ପ୍ରପୀଡିତ   ଅଞ୍ଚଳରେ  ଚାଷ  କରାଯାଇପାରିବ   ।

ବନୀକରଣ

ମୃତ୍ତିକା  କ୍ଷୟ  ଅବରୋଧ   ପାଇଁ  ସୃଷ୍ଟି   ଅତି   ଆବଶ୍ୟକ  । ଜଳ  ହେତୁ   ବୃଷ୍ଟିଜଳର  ପ୍ରକୋପ  ହ୍ରାସ  ପାଏ   । ଜଳ  ଧୀରେ  ଧୀରେ   ମାଟି   ଭିତରକୁ   ପ୍ରବେଶ   କରେ   । ମୋଟ  ବୃଷ୍ଟିପାତର  25 – 30  ଭାଗ  ଜଙ୍ଗଲ  ଅଟକାଇ   ରଖିଦିଏ   । ପତ୍ର   ଗଦା   ହୋଇ   ମାଟି  ଉପରେ   ଗୋଟିଏ   ବହଳିଆ   ସ୍ତର   ସୃଷ୍ଟି   କରେ   । ବର୍ଷାପାଣି  ଜୋରରେ   ପଡିଲେ   ମଧ୍ୟ   ମାଟିର   କ୍ଷତିକରେ  ନାହିଁ   । ପତ୍ର  ଉପରେ  ପଡି  ବଳ  ହରାଏ  ଏବଂ  ଧୀରେ  ଧୀରେ   ମାଟି   ଭିତରକୁ   ଭେଦେ   । ପତ୍ର   ସଢିଗଲେ   ହ୍ୟୁମସ   ହୁଏ  ଏବଂ   ମାଟିରେ   ମିଶିଗଲେ   ମାଟିର    ଛିଦ୍ରତା , ଜଳ   ଭେଦ୍ୟତା  ଓ  ଉର୍ବରତା   ବୃଦ୍ଧିକରେ   । ଜଙ୍ଗଲ  ମାଟିରେ  ଏହି  କାରଣରୁ  ଜଳଭେଦ୍ୟତା   ଘଣ୍ଟାକୁ  12 – 15 ମଧ୍ୟ  ସେ.ମି. ହୋଇଥାଏ   । କିନ୍ତୁ   ଜଙ୍ଗଲ   ପୋଡିଗଲେ   ଉପର   ପତ୍ର   ଆବରଣ  ନଷ୍ଟହୁଏ   । ହ୍ୟୁମସ  ଓ  ଅନ୍ୟାନ୍ୟ   ଜୈବାଂଶ  ଜଳି  ଧ୍ଵଂସ   ପାଇଥାଏ   । ଉପର  ମୃତ୍ତିକା  ବହିଯାଇ   କେବଳ  ଶୀଳାଂଶ   ରହିଯାଏ   । ଉପର  ସ୍ତର  ଟାଣ  ହୋଇଯାଏ   । ଜଳ  ଭେଦ୍ୟତା   ଘଣ୍ଟାକୁ   ଏକ  ସେଣ୍ଟିମିଟରର   କିଛି  ଅଂଶ  ମଧ୍ୟ   କମିଯାଏ   ।

ଜଙ୍ଗଲ  ହେତୁ   ପବନ   ବେଗ   ହ୍ରାସପାଏ । ଫଳତଃ, ବାୟୁ  ଦ୍ଵାରା   ମୃତ୍ତିକାକ୍ଷୟ   ମଧ୍ୟ  ହ୍ରାସପାଏ । ଜଙ୍ଗଲର  ଉଚ୍ଚତା   ଅନୁସାରେ   ଏହାର   ବିଭିନ୍ନ   ସ୍ତରରେ   ପବନର   ବେଗ   କିପରି  ହ୍ରାସପାଏ   ନିମ୍ନରେ  ଦର୍ଶାଗଲା । ଜଙ୍ଗଲ   ଛତ୍ରର  ଉପରାଂଶରେ  18 ମିଟର   ଉଚ୍ଚତାରେ, ଜଙ୍ଗଲର   ଛତ୍ର  ସ୍ତରରେ   14 ମିଟର   ଉଚ୍ଚତାରେ, ଜଙ୍ଗଲ   ଭିତରେ  ୧୨ ମିଟର   ଉଚ୍ଚତାରେ   ଏବଂ  ଜଙ୍ଗଲ   ତଳେ  ଭୂମି  ପାଖରେ  ୧ ମିଟର   ଉଚ୍ଚରେ   ବାୟୁ  ବେଗ   ଘଣ୍ଟାପ୍ରତି   ଯଥାକ୍ରମେ  ୬, ୩, ୨.୪ ଓ  ୨  କିଲୋମିଟର   ହୋଇଥାଏ   ।

ଜଙ୍ଗଲ   ସୃଷ୍ଟିକରି  ମୃତ୍ତିକା  ଓ  ଜଳ  ସଂରକ୍ଷଣ   ଏବଂ  ପରିବେଶର  ସନ୍ତୁଳନ   ରକ୍ଷାଲାଗି  ୧୯୫୦  ମସିହା  ଜୁଲାଇ   ପହିଲାରୁ  ବନମହୋତ୍ସବ   ସପ୍ତାହ   ଆଜିପର୍ଯ୍ୟନ୍ତ   ପାଳିତ  ହୋଇଆସୁଛି । ପଡିଆରେ, ହିଡ ଓ  ବନ୍ଧ  କଡରେ   ଉଜୁଡା ଜଙ୍ଗଲରେ   ଗଛ  ଲଗାଇ  ପରିବେଶର  ପୁନରୁଦ୍ଧାର   ତଥା  ସମସ୍ତଙ୍କର  ଆର୍ଥିକ   ଉନ୍ନତି  ସାଧକ   ଏହାର  ଲକ୍ଷ୍ୟ ।

ଆଧାର - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ

3.28571428571
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top