ପ୍ରାଣୀମାନଙ୍କ ପରି ଉଦ୍ଭିଦ ଖାଦ୍ୟ ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ନୁହେଁ । ଉଦ୍ଭିଦ କେତେକ ମୌଳିକ ଉପାଦାନକୁ ବ୍ୟବହାର କରି ନିଜର ଖାଦ୍ୟ ପ୍ରସ୍ତୁତ କରିପାରେ । ଚେର ଓ ପତ୍ରଛିଦ୍ର ମାଧ୍ୟମରେ ଉଦ୍ଭିଦ ମୃତ୍ତିକା ତଥା ବାୟୁରୁ ଅନେକ ମୌଳିକ ଉପାଦାନ ଗ୍ରହଣ କରେ । କିନ୍ତୁ ସେ ସବୁଗୁଡିକ ଉପାଦାନ ଖାଦ୍ୟ ପ୍ରସ୍ତୁତି ପାଇଁ ଏକାନ୍ତ ଅପରିହାର୍ଯ୍ୟ ବା ଅତ୍ୟାବଶ୍ୟକ ନୁହଁନ୍ତି ।
ଯେଉଁ ମୌଳିକ ଉପାଦାନ ଖାଦ୍ୟ ପ୍ରସ୍ତୁତିରେ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ, ଅନ୍ୟ କୌଣସି ମୌଳିକ ଉପାଦାନ ତାହାର ଅପରିହାର୍ଯ୍ୟତା ପୂରଣ କରିପାରେ ନାହିଁ ଏବଂ ଯେଉଁ ମୌଳିକ ଉପାଦାନ ନମିଳିଲେ ଉଦ୍ଭିଦ ତା’ର ଜୀବନ ଚକ୍ର ସମ୍ପୂର୍ଣ୍ଣ କରିବା ସମ୍ଭବ ହୁଏନାହିଁ, ସେହି ମୌଳିକ ଉପାଦାନକୁ ଅତ୍ୟାବଶ୍ୟକ ଉପାଦାନ କୁହାଯାଏ ।
ଆଜି ପର୍ଯ୍ୟନ୍ତ ଗବେଷଣା ଦ୍ଵାରା ଜଣାଯାଇଛି ଯେ 17ଟି ମୌଳିକ ଉପାଦାନ ଉଦ୍ଭିଦ ଜୀବନଧାରଣ ପାଇଁ ଅତ୍ୟାବଶ୍ୟକ । ସେଥିମଧ୍ୟରୁ ଉଦଜାନ ଅମ୍ଳଜାନ ଏବଂ ଅଙ୍ଗାରକ ଏହି ତିନୋଟି ମୌଳିକ ଉପାଦାନ ଉଦ୍ଭିଦ ଜଳ ଏବଂ ବାୟୁରୁ ଗ୍ରହଣ କରେ । ସେଗୁଡିକୁ ଉଦ୍ଭିଦ ଖାଦ୍ୟସାର କୁହାଯାଏ ।
ଉଦ୍ଭିଦ ଖାଦ୍ୟସାରମାନଙ୍କ ମଧ୍ୟରୁ ଯେଉଁଗୁଡିକ ଅଧିକ ପରିମାଣରେ ଆବଶ୍ୟକ ହୁଏ ସେଗୁଡିକୁ ସ୍ଥୂଳ ପୋଷକତ୍ଵ ବା ଖାଦ୍ୟସାର ଏବଂ ମୁଖ୍ୟ ଉପାଦାନ କୁହାଯାଏ । ସେଗୁଡିକ ହେଲା - ଯବକ୍ଷାରଜାନ, ଫସଫରସ୍ , ପୋଟାସିୟମ , କାଲସିମ, ମାଗ୍ନେସିଅମ ଏବଂ ଗନ୍ଧକ ।
ଯେଉଁ ଖାଦ୍ୟ ଉପାଦାନ ଗୁଡିକ ଅତି ଅଳ୍ପ ପରିମାଣରେ ଆବଶ୍ୟକ ହୁଏ ସେଗୁଡିକୁ ସୂକ୍ଷ୍ମ ପୋଷାକ ତତ୍ତ୍ଵ ବା ସୂକ୍ଷ୍ମ ଖାଦ୍ୟସାର ଏବଂ ଲଘୁ ଉପାଦାନ ବା ସାମାନ୍ୟ ଉପାଦାନ କୁହାଯାଏ । ସେଗୁଡିକ ହେଲା – ଲୌହ , ଅଭ୍ର ବା ମାଙ୍ଗାନିଜ, ଦସ୍ତା, ତମ୍ବା, ଟାଙ୍ଗଣ ବା ବୋରନ, ମଲିବଡେନମ, କ୍ଳୋରିନ ଏବଂ କୋବାଲଟ୍ । ଅଳ୍ପ ପରିମାଣରେ ଆବଶ୍ୟକ ହେଉଥିଲେ ମଧ୍ୟ ଉଦ୍ଭିଦ ଖାଦ୍ୟ ପ୍ରସ୍ତୁତି ଓ ଜୀବନଧାରଣ ପାଇଁ ଏଗୁଡିକ ମୁଖ୍ୟ ଉପାଦାନ ଭଳି ଏକାନ୍ତ ଅପରିହାର୍ଯ୍ୟ ।
ଯବକ୍ଷାରଜାନ, ଫସଫରସ୍ ଏବଂ ପୋଟାସିୟମ ଏହି ତିନୋଟି ଖାଦ୍ୟସାର ଫସଲ ବୃଦ୍ଧିପାଇଁ ଅଧିକ ପରିମାଣରେ ମୃତ୍ତିକାରୁ ମିଳିବା ଆବଶ୍ୟକ । କିନ୍ତୁ ଅଧିକାଂଶ ମୃତ୍ତିକାରୁ ଫସଲକୁ ଏହା ଯଥେଷ୍ଟ ପରିମାଣରେ ମିଳେ ନାହିଁ । ତେଣୁ ଖତ ଓ ସାର ଭଲ ଭାବରେ ପ୍ରୟୋଗ କରି ଫସଲ ଉତ୍ପାଦନ ବଢାଇବା ପାଇଁ ପ୍ରାଥମିକ ଗୁରୁତ୍ଵ ଆରୋପ କରାଯାଏ । ଏଗୁଡ଼ିକୁ ଖାଦ୍ୟସାର କୁହାଯାଏ ।
ଗୌଣ ଖାଦ୍ୟସାର
କାଲସିଅମ, ମାଗ୍ନେସିଅମ, ଓ ଗନ୍ଧକ ଏହି ତିନୋଟି ଖାଦ୍ୟସାର ଯଦିଓ ଅଧିକ ପରିମାଣରେ ଆବଶ୍ୟକ ହୁଏ, ତଥାପି ସବୁ କ୍ଷେତ୍ରରେ ସାର ଆକାରରେ ପ୍ରୟୋଗ କରାଯାଏ ନାହିଁ । କାରଣ ଅଧିକାଂଶ ମୃତ୍ତିକାରୁ ଫସଲ ବୃଦ୍ଧି ଯଥେଷ୍ଟ ପରିମାଣରେ ମିଳେ । କେତେକ ନିର୍ଦ୍ଧିଷ୍ଟ ମୃତ୍ତିକା ଶୋଧକ ବା ସାର ଆକାରରେ ପ୍ରୟୋଗ କରିବା ଆବଶ୍ୟକ ପଡେ । ତେଣୁ ଫସଲ ଉତ୍ପାଦନ ବୃଦ୍ଧି ପାଇଁ ଗୁଡୁତ୍ଵ ଦୃଷ୍ଟିରୁ ସେଗୁଡିକୁ ଗୌଣ ଖାଦ୍ୟସାର କୁହାଯାଏ ।
ଖାଦ୍ୟସାର ଗୁଡିକର ଭୂମିକା ଏବଂ ଅଭାବ ଜନିତ ଲକ୍ଷଣ
ପ୍ରତ୍ୟକ ଖାଦ୍ୟସାରର ଉଦ୍ଭିଦ ଶରୀର ପୁଷ୍ଟି ପାଇଁ ନିର୍ଦ୍ଧିଷ୍ଟ ଭୂମିକା ରହିଛି, ତାହା ପ୍ରସ୍ତୁତି ପାଇଁ ହେଉ ବା ଅଙ୍ଗପ୍ରତ୍ୟଙ୍ଗ ଗଠନ ପାଇଁ ହେଉ । ଏଠାରେ ମୁଖ୍ୟ ଭୂମିକା ସଂକ୍ଷେପରେ ବର୍ଣ୍ଣନା କରାଯାଇଛି ।
ଯବକ୍ଷାରଜାନ
ଉପରୋକ୍ତ ଭୂମିକା ଦୃଷ୍ଟିରୁ ସବୁପ୍ରକାର ଖାଦ୍ୟ ପ୍ରସ୍ତୁତ ଓ ଶରୀର ଅଭିବୃଦ୍ଧି ପାଇଁ ଯବକ୍ଷାର ଉପାଦାନ ଆବଶ୍ୟକ ।
ଫସଫରସ୍
ମାଗ୍ନେସିଅମ
ଗନ୍ଧକ
ଲୌହ, ମାଙ୍ଗାନିଜ, ଦସ୍ତା ଓ ତମ୍ବା
ବୋରନ୍
ମଲିବଡେନମ୍
କୋବାଲଟ୍
କ୍ଲୋରିନ
ସହାୟତାକାରୀ ଉପାଦାନ
ସୋଡିଅମ , ସିଲିକନ ଏବଂ ଭାନାଡିୟମ ଉପାଦାନ ମଧ୍ୟ କେତେକ ନିର୍ଦ୍ଧିଷ୍ଟ ଉଦ୍ଭିଦର ଏକ ଅଣୁଜୀବମାନଙ୍କର ଅଭିବୃଦ୍ଧି ପାଇଁ ଆବଶ୍ୟକ । ଉଦାହରଣସ୍ୱରୂପ, ସିଲିକନ, ଧାନ, ଆଖୁ, ମକା, ଜଅ ପ୍ରଭୃତି ଗଛର ନଡା ଓ ପତ୍ରକୁ ଶକ୍ତ କରେ । ସୋଡିଅମ, ସୁଗାରବିଟ, କପା ପ୍ରଭୃତି ଗଛରେ ଲବଣ ସାନ୍ଧ୍ରତା ରକ୍ଷା କରେ । ଭାନାଡିୟମ କୋବାଲଟ୍ ଭଳି ଯବକ୍ଷାର ନିବନ୍ଧରେ ସହାୟତା କରେ । ତେଣୁ ଏହି ଉପାଦାନଗୁଡିକୁ “ସହାୟତାକାରୀ ” ଉପାଦାନ କୁହାଯାଏ ।
ଉଦ୍ଭିଦର ବୃଦ୍ଧି ଓ ଫଳ ଧାରଣ ପାଇଁ ସବୁଗୁଡିକ ଖାଦ୍ୟସାର ଆବଶ୍ୟକ ପରିମାଣରେ ଏବଂ ସଠିକ୍ ଅନୁପାତରେ ମିଳିବା ଦରକାର । ଯେଉଁ ଖାଦ୍ୟସାରଟି ଅଭାବ ହୁଏ ତାହା ବୃଦ୍ଧି ଓ ଅମଳକୁ ସୀମିତ କରିଦିଏ । ଖାଦ୍ୟସାରର ଅଭାବର ତୀବ୍ରତା ଅନୁସାରେ ଉଦ୍ଭିଦର କ୍ଷୁଧାକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି ।
ଆବଶ୍ୟକତା ତୁଳନାରେ କୌଣସି ଖାଦ୍ୟସାରର ଅଭାବର ମାତ୍ରା ଅଳ୍ପ ହୋଇଥିଲେ ଅଭାବ ଜନିତ ଲକ୍ଷଣ ବାହାରକୁ ପ୍ରକାଶ ପାଏନାହିଁ । ଉଦ୍ଭିଦର ବାହ୍ୟ ଆକୃତି, ରଙ୍ଗ ପ୍ରଭୃତି ସାଧାରଣ ଥିବା ଭଳି ଜଣାପଡେ । କିନ୍ତୁ ପରିଶେଷରେ ସେତିକି ଅମଳ ମିଳିବା କଥା ତାହା କମିଯାଏ । ଉଦ୍ଭିଦ ନିଜର ସମସ୍ତ ସାମର୍ଥ୍ୟ ବିନିଯୋଗ କରି ମୃତ୍ତିକାରୁ ଉକ୍ତ ଖାଦ୍ୟସାରକୁ ନିଃଶେଷ କରିନିଏ । ତେଣୁ ମୃତ୍ତିକାର ଉର୍ବରତା ହ୍ରାସପାଏ ।
ବର୍ଦ୍ଧନଶୀଳ ଅବସ୍ଥାରେ ଉଦ୍ଭିଦର ପତ୍ର ବା କଅଁଳ କାଣ୍ଡର ରାସାୟନିକ ପରୀକ୍ଷା କାଲେ ସେଥିରେ ଉକ୍ତ ଖାଦ୍ୟ ସାରର ମାତ୍ରା କମ୍ ଥିବାର ଜଣାଯାଏ । ସଙ୍ଗେ ସଙ୍ଗେ ଉକ୍ତ ଖାଦ୍ୟସାର ପ୍ରୟୋଗ କଲେ ଉଦ୍ଭିଦର ଖାଦ୍ୟସାର ଅଭାବ ମେଣ୍ଟିଯାଏ ।
ଆବଶ୍ୟକତା ତୁଳନାରେ କୌଣସି ଖାଦ୍ୟସାରର ଅଭାବ ବହୁତ ବେଶି ହୋଇଥିଲେ ଉଦ୍ଭିଦ ଶରୀରରେ ନିର୍ଦ୍ଧିଷ୍ଟ ଲକ୍ଷଣ ପ୍ରକାଶ ପାଏ । ପରିଶୋଷଣ କ୍ରିୟା ବାଧାପ୍ରାପ୍ତ ହେବାରୁ ଉଦ୍ଭିଦର ଅଭିବୃଦ୍ଧି କମିଯାଏ, ଗଛର ଆକାର କ୍ଷୁଧା ହୋଇଯାଏ, ପତ୍ର, ଫୁଲ ବା ଫଳର ଆକାର , ରଙ୍ଗ ଓ ଆକୃତି ଅସ୍ଵାଭାବିକ ହୋଇଯାଏ । କେତେକ କ୍ଷେତ୍ରରେ ଉଦ୍ଭିଦର ନିର୍ଦ୍ଧିଷ୍ଟ ଅଙ୍ଗ ବା ସମ୍ପୂର୍ଣ୍ଣ ଉଦ୍ଭିଦଟି ମରିଯାଇପାରେ । ତୀବ୍ର ଖାଦ୍ୟାଭାବ ଯୋଗୁ ଏପରି ଘଟେ ।
ଖାଦ୍ୟସାର ଅଭାବର ଲକ୍ଷଣ ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ନିର୍ଦ୍ଧିଷ୍ଟ ଖାଦ୍ୟସାର ପ୍ରୟୋଗ କଲେ ଅଭାବଜନିତ କ୍ଷତିରୁ ଆଂଶିକ ରକ୍ଷା ମିଳେ । କିନ୍ତୁ ସମ୍ପୂର୍ଣ୍ଣ ଭରଣା ହୁଏ ନାହିଁ । କାରଣ ଅଭାବଜନିତ ଲକ୍ଷଣ ପ୍ରକାଶ ପାଇବା ବେଳକୁ ଉଦ୍ଭିଦର ଅଭିବୃଦ୍ଧି ଯଥେଷ୍ଟ ହ୍ରାସ ପାଇଥାଏ ।
ପ୍ରକାଶିତ ଲକ୍ଷଣଗୁଡିକ ନିର୍ଦ୍ଧିଷ୍ଟ ଖାଦ୍ୟସାରର ପରିଶୋଷଣ ସମ୍ବନ୍ଧୀୟ ଭୂମିକା ସହିତ ସମ୍ପର୍କିତ । ଆହୁରି ମଧ୍ୟ ଯେଉଁ ଖାଦ୍ୟସାର ଉଦ୍ଭିଦ ଶରୀର ମଧ୍ୟରେ ଗତିଶୀଳ, ଅଭାବ ସମୟରେ ପାକଲା ଅଙ୍ଗ ପ୍ରତ୍ୟଙ୍ଗ ଓ ପତ୍ରରୁ, ନୂଆ ବାହାରୁଥିବା ମୁକୁଳ ଓ ପତ୍ରକୁ ସ୍ଥାନାନ୍ତରିତ ହୁଏ । ତେଣୁ ଅଭାବଜନିତ ଲକ୍ଷଣ ଉଦ୍ଭିଦ ଶରୀରର ତଳଭାଗରେ ପ୍ରଥମେ ଦେଖାଯାଏ ଏବଂ କ୍ରମେ ଉପର ଅଂଶକୁ ସଂପ୍ରସାରିତ ହୁଏ । ଯବକ୍ଷାର, ଫସଫରସ୍, ପଟାସ୍ ମାଗ୍ନେସିଅମ ମଲିବଡେନମ୍ ପ୍ରଭୃତି ଖାଦ୍ୟସାର ଅଭାବ କ୍ଷେତ୍ରରେ ଏହା ଦେଖାଯାଏ ।
କାଲସିଅମ, ଲୌହ, ଦସ୍ତା, ମାଙ୍ଗାନିଜ, ତମ୍ବା, ଟାଙ୍ଗଣ ପ୍ରଭୃତି ଖାଦ୍ୟସାର ଉଦ୍ଭିଦ ଶରୀର ମଧ୍ୟରେ ସ୍ଥିତିଶୀଳ । ତେଣୁ ଯେତେବେଳେ ଅଭାବ ପଡେ, ପ୍ରଥମେ ଅଗ୍ରଭାଗ ଓ କଅଁଳ ପତ୍ରରେ ଲକ୍ଷଣ ଦେଖାଯାଏ । ସ୍ଥଳ ବିଶେଷରେ ଅଗ୍ରଭାଗ ଆଡୁ ମରିଯାଏ ବା ଶୁଖିଯାଏ ।
ତେଣୁ ପ୍ରତ୍ୟକ ଖାଦ୍ୟସାରର ଅଭାବଜନିତ କେତେକ ବିଶେଷ ଲକ୍ଷଣ ଏଠାରେ ବର୍ଣ୍ଣନା କରାଗଲା ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 1/26/2020