ହୋମ / ଶକ୍ତି / ପରିବେଶ / ଶିଳାତତ୍ଵ (ଶିଳା ଓ ଶିଳା ପ୍ରକାର )
ସେଆର କରନ୍ତୁ

ଶିଳାତତ୍ଵ (ଶିଳା ଓ ଶିଳା ପ୍ରକାର )

ଶିଳାତତ୍ଵ (ଶିଳା ଓ ଶିଳା ପ୍ରକାର ) ର ସୂଚନା

ମୌଳିକ ଶିଳା

ପ୍ରକୃତିରେ ତିନି ପ୍ରକାରର ମୌଳିକ ଶିଳା ଦେଖାଯାଏ   ।  ଏଗୁଡିକ ହେଲା ଆଗ୍ନେୟଶିଳା, ସ୍ତରୀୟ ଶିଳା ଓ ରୂପାନ୍ତରିତ ଶିଳା   ।

୧. ଆଗ୍ନେୟଶିଳା : ମାଗ୍ନା ( ତରଳ ପଦାର୍ଥ ) ର ଘନୀକରଣ ଦ୍ଵାରା ଆଗ୍ନେୟ ଶିଳା ସୃଷ୍ଟି ହୋଇଥାଏ  ଯାହାକି ଭୂଆଭ୍ୟନ୍ତରର ଅତି ଗଭୀର ଭାଗରେ ରହିଥାଏ ଏବଂ ଲାଭା ରୂପରେ ଅନ୍ୟାନ୍ୟ ସହଚର ବସ୍ତୁ ସହିତ ଭୂତ୍ଵକ ରେ ଆଗ୍ନେୟଗିରି (ଜ୍ଵାଳାମୁଖୀ ) ଓ ସଂଚ୍ୟୁତି ମାଧ୍ୟମରେ ଭୂପୃଷ୍ଠକୁ ଆସି ପହଞ୍ଚିଥାଏ ,  , ଉଦାହରଣ – ଗ୍ରାନାଇଟ , ବାସାଲଟ,ରାୟୋଲାଇଟ ଇତ୍ୟାଦି   ।

ଫଟୋଚିତ୍ର ୧.୧ ଗ୍ରାନାଇଟର ନମୁନା , ଏକ ପ୍ରକାର ଆଗ୍ନେୟଶିଳା   ।

୨. ସ୍ତରୀୟ ଶିଳା : ଖଣିଜ ପଦାର୍ଥ କିମ୍ବା ଶିଳା କଣିକାଗୁଡିକ ବାୟୁ ଓ ଜଳ ଦ୍ଵାରା ଅବକ୍ଷିପ୍ତ ହେବାପରେ ନିବିଡନ ଘଟିଲେ ସ୍ତରୀୟଶିଳାର ସୃଷ୍ଟି ହୋଇଥାଏ   ।  ଉଦାହରଣ ବାଲିଆପଥର , ଚୂନପଥର ( କାର୍ବୋନେଟ ମଧ୍ୟ କୁହାଯାଏ ) ଏବଂ କର୍ଦ୍ଦମପଥର

ଫଟୋଚିତ୍ର ୧.୨ ବାଲିଆପଥର ଓ  କର୍ଦ୍ଦମପଥର ନମୁନା ଦର୍ଶାଏ  ।

୩.ରୂପାନ୍ତରିତ   : ସ୍ତରୀୟ ଆଗ୍ନେୟ କିମ୍ବା ପୂର୍ବରୁ ରୂପାନ୍ତରିତ ହୋଇଥିବା ଶିଳାଗୁଡିକର ତାପ ଓ ଚାପ ପ୍ରକ୍ରିୟା ଯୋଗୁଁ ରୂପନ୍ତରଣ ଯୋଗୁଁ ରୂପାନ୍ତରିତଶିଳାର ସୃଷ୍ଟି ହୋଇଥାଏ , ଉଦାହରଣ ସିଷ୍ଟ , ନିସ , ଜ୍ଵାର୍ଜାଇଟ , ମାର୍ବଲ ଇତ୍ୟାଦି  ।

ଫଟୋଚିତ୍ର ,  ୧.୩ ଗ୍ରାନାଇଟ ନିସ ଏବଂ ଏବଂ ମାର୍ବଲ କୁ ଦର୍ଶାଏ  ।

ଶିଳାଗୁଡିକର ଗଠନ କେତେକ ରଚକ ଖଣିଜ ପଦାର୍ଥଗୁଡିକ ଦ୍ଵାରା ହୋଇଥାଏ   । ପ୍ରତ୍ୟେକ ଖଣିଜର ନିର୍ଦ୍ଧିଷ୍ଟ ରାସାୟନିକ ସମଷ୍ଟି ଥାଏ   ।  ଶିଳା ଗଠନକାରୀ ଖଣିଜ ପଦାର୍ଥଗୁଡିକ ମୁଖ୍ୟତଃ ସିଲିକେଟ ଖଣିଜ ଦ୍ଵାରା ଗଠିତ , ଯେଉଁଥିରେ ବିଭିନ୍ନ ମାତ୍ରାରେ ସିଲିକା   ରହିଥାଏ   ।  ଅନେକ ଗୁଡିଏ ଖଣିଜ ପଦାର୍ଥ ମିଶି ଶିଳା ପ୍ରସ୍ତୁତ ହୋଇଥାଏ   । ତେଣୁ ଶିଳାର ଗୁଣ ଖଣିଜ ପଦାର୍ଥଗୁଡିକର ପ୍ରକାର ଭେଦ ଅନୁଯାୟୀ ନିୟନ୍ତ୍ରଣ ହୋଇଥାଏ ଏବଂ ସେଗୁଡିକର ଗୁଣ ବା ଲକ୍ଷଣ ନିର୍ଦ୍ଧିଷ୍ଟ ଭୌତିକ ମାନ ଓ ରାସାୟନିକ ପ୍ରଭାବ ପକାଇଥାଏ   , ଯାହାର ସେଗୁଡିକ ପ୍ରତିନିଧିତ୍ଵ କରିଥାନ୍ତି   ।  ଶିଳା ଯେଉଁ ବିଭିନ୍ନ ପ୍ରକାରର ଅପକ୍ଷୟ ପ୍ରକ୍ରିୟା ଦ୍ଵାରା ପରିବର୍ତ୍ତିତ ହୋଇଥାଏ   , ସେଥିରେ ଖଣିଜ ପଦାର୍ଥଗୁଡିକ ମଧ୍ୟ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି   ।  ସେହିପରି ଶିଳାର ରାସାୟନିକ ଗୁଣ ମଧ୍ୟ ଭୂପୃଷ୍ଠ ଓ ଭୂନିମ୍ନ ଭାଗରେ ରହିଥିବା ଜଳକୁ ନିର୍ଦ୍ଧିଷ୍ଟ ରାସାୟନିକ ଲକ୍ଷଣରେ ରଞ୍ଜିତ କରାଇବାରେ ବିଶେଷ ଭୂମିକା ଗ୍ରହଣ କରିଥାଏ   ।

ସଂରଚକ

ଭୂତ୍ଵକର ହାରାହାରି ସଂରଚକ (ଆପେକ୍ଷିକ ଓଜନ % ରେ)

ସିଲିକା (

୬୩.୫

ଆଲୁମିନା (

୧୫.୯

କାଲସିୟମ (CaO)

୪.୯

ସୋଡିୟମ (O )

୩.୩

ପୋଟାସିୟମ (O)

୩.୩

ଲୌହ (FeO )

୩.୩

ଲୌହ ( )

୨.୯

ମାଗ୍ନେସିୟମ (MgO )

୨.୯

ଅଙ୍ଗାରକ ()

---

ଉଦଜାନ (O)

----

 

ଭୂମିରୂପ

ଭୂମିରୂପ ଦୁଇଟି ଉତ୍ସରୁ ସୃଷ୍ଟି ହୋଇଥାଏ  ,ଯଥା ଆଭ୍ୟନ୍ତରୀଣ ଉତ୍ସ ଓ ବାହ୍ୟଉତ୍ସ

ଭୂମିରୂପ ନିମ୍ନଲିଖିତ ତିନିପ୍ରକାରର ଆଭ୍ୟନ୍ତରୀଣ ଉତ୍ସରୁ ସୃଷ୍ଟି ହୋଇଥାଏ   ।

  • ଆଗ୍ନେୟ : ଶିଙ୍କୁ ଓ ଆଗ୍ନେୟ ମୁଖ , ଲାଭା ସ୍ରୋତ , ମାଳଭୂମି , ଶିରା , ପ୍ଲଗ ।
  • ଭୂଚଳନ  : ଗମ୍ଭୁଜ ,  ଅବବାହିକା , ଊର୍ଦ୍ଧ୍ଵଭଙ୍ଗ, ଅଧଃଭଙ୍ଗ , ସଂଚ୍ୟୁତି ,  ସ୍କାର୍ପ   ।
  • ଡାୟାପିର ସଂଚାଳନ   : ଲବଣାକ୍ତ ଗମ୍ଭୁଜ  ।

ବାହ୍ୟ ଉତ୍ସର କାରକଗୁଡିକ ଦୁଇ ପ୍ରକାରର ଭୂମିରୂପ ଗଠନ କରିଥାନ୍ତି  , ଯଥା : ଅପକ୍ଷୟ ବା କ୍ଷୟୀକରଣ କିମ୍ବା ନିକ୍ଷେପଣ   ।

ଶିଳାଗୁଡିକର ପ୍ରକାର ଉପରେ ନିର୍ଭର କରି ବିଭିନ୍ନ ଭୂମିରୂପ ଗଠିତ ହୋଇଥାଏ   । ସ୍ତରୀୟ କିମ୍ବା ବାସାଲଟୀୟ ଆନୁଭୌମିକ ରୂପେ ସ୍ତରୀଭୁତ ଶିଳାରେ ମେସା କିମ୍ବା ବୁଟେ ଓ କ୍ଵେଷ୍ଟା ଦୃଶ୍ୟ ହୋଇଥାଏ   । ଗ୍ରାନାଇଟ ଭଳି ଅମ୍ଳୀୟ ଆଗ୍ନେୟ ଶିଳା ଢିପ ବା ହୁଡା ଭଳି ଭୁଆକୃତି ଗଠନ କରେ   । ଉକ୍ତ ଭୁଆକୃତି ଇନସେଲବର୍ଗ କିମ୍ବା ଟର ରୂପ ଧାରଣ କରିପାରେ ଯାହାକି ଭୂମିର ଅପକ୍ଷୟ ପରେ ରାହିଜାଇଥିବା ଅବସିଷ୍ଟନ୍ସ  ଅଟେ   ।  ଅବନମିତ ଶିଳାଗୁଡିକ କ୍ଵେଷ୍ଟା , ଘୁଷୁରିପିଠିଆ , ଏକାନ୍ତରିତ ହୁଡା ଏବଂ ଉପତ୍ୟାକା ଆକୃତି ପ୍ରଦର୍ଶିତ କରିଥାନ୍ତି   ।

କ୍ଷୟସହିଷ୍ଣୁ ଓ କ୍ଷୟଅସହିଷ୍ଣୁ ଶଯ୍ୟା ଥିବା ସ୍ୱଳ୍ପରୁ ମଧ୍ୟମ ଅବନମିତ ସ୍ତରର କ୍ଷୟୀକରଣ କ୍ଵେଷ୍ଟାରେ ପରିଣତ ହୋଇଥାଏ   ।

ଯେତେବେଳେ ସ୍ୱଳ୍ପ ଅବନମିତ ସ୍ତର କ୍ଷୟଭୂତ ହୋଇଥାଏ ସେତେବେଳେ ଯେଉଁ ଭୂମିରୂପ ସୃଷ୍ଟି ହୁଏ , ସେଗୁଡିକର ଗୋଟିଏ ପାର୍ଶ୍ଵରେ ଉଦ୍ରୋଚିତ ଅବନମନ ଏବଂ ଅପରପାର୍ଶ୍ଵରେ ତିଖ୍ନ ବିକିଶିତ ହୋଇଥାଏ  ।  ଯଦି ଶିଳାଗୁଡିକର ଅବନମନ ଗଭୀର ହୋଇଥାଏ ତେବେ ଏଭଳି ସ୍ତରର କ୍ଷୟୀକରଣ ଦ୍ଵାରା ଘୁଷୁରିପିଠିଆ ଭୂମିରୂପ ସୃଷ୍ଟି ହୋଇଥାଏ   ।

 

ଅନାଚ୍ଛାଦିତ ଆବଶିଷ୍ଟନ୍ଶ ପାଦଦେଶର ପୃଷ୍ଠ ସହିତ ଇନସେଲବର୍ଗ (କ୍ଷୁଦ୍ର ପର୍ବତ ) ଭଳି ଭୂମିରୂପ ସୃଷ୍ଟି କରିଥାଏ   ।  ଶିଳାର ଅନ୍ତର୍ଭେଦୀ ବସ୍ତୁ କିମ୍ବା ସିରା ଗୁଡିକ ମଧ୍ୟ ପ୍ରକୃତିରେ ଦୃଶ୍ୟମାନ ହୋଇଥାନ୍ତି   । ଦେଶୀୟ ଶିଳାର କ୍ଷୟୀକରଣ ସହନୀୟତା ଉପରେ ନିର୍ଭର କରି ରୈଖିକ ହୁଡା କିମ୍ବା ଉପତ୍ୟାକାଗୁଡିକର ସୃଷ୍ଟି ହୋଇଥାଏ   । ଚୂନମାୟା ଶିଳା ଗୁଡିକ ଭୂନିମ୍ନ ଭାଗରେ ଦ୍ରବଣ ଗର୍ତ୍ତ ପ୍ରଦର୍ଶିତ କରିଥାନ୍ତି ଯାହାଦ୍ଵାରା କର୍ଷ୍ଟିୟ ଭୂଆକୃତି ମଧ୍ୟରେ ଧସିପଡିଥିବା ଗର୍ତ୍ତ ବା ସଙ୍କହୋଇ ସୃଷ୍ଟି କରିଥାନ୍ତି   ।

ଶିଳାର ଅବକ୍ଷୟ ,  କ୍ଷୟୀକରଣ ଓ ନିକ୍ଷେପଣ

ଅବକ୍ଷୟ  :

ଭୂପୃଷ୍ଠରେ କିମ୍ବା ଭୂନିମଭାଗର ଅତି ନିକଟରେ ରହିଥିବା ଶିଳାଗୁଡିକ ଏକ ଅସ୍ଥିର ରାସାୟନିକ ଓ ଭୌତିକ ଅବସ୍ଥାରେ ରହିଥାନ୍ତି   । କିଛି ଭୂତତ୍ତ୍ଵିକ ସମୟ ମଧ୍ୟରେ ଏହି ଶିଳାଗୁଡିକ ଭାଙ୍ଗି ଭାଙ୍ଗି ଖଣ୍ଡ ଖଣ୍ଡ କିମ୍ବା କଣିକାମୟ ହୋଇଥାନ୍ତି  । ଏଭଳି କ୍ଷୁଦ୍ର ପଦାର୍ଥର ଧ୍ଵଂସୀକରଣ , ପରିବହନ ଏବଂ ପୁନଃଅବକ୍ଷେପଣ ପ୍ରକୃତିରେ ଏକ ଦୀର୍ଘକାଳୀନ ଓ ନିରନ୍ତର ପ୍ରକ୍ରିୟା ଅଟେ ଏବଂ ଏହି ତିନୋଟି କ୍ଷୟକାରୀ କାରକ ବାୟୁ , ପ୍ରବାହିତ ଜଳ ଏବଂ ହିମବାହ ଦ୍ଵାରା ସଂଘଠିତ ହୋଇଥାନ୍ତି  । ଏଥିମଧ୍ୟରୁ ପ୍ରବାହିତ ହୋଇଥାଏ   ।  ଶିଳାର ଭଗ୍ନୀଭବନ ଓ ପରିବର୍ତ୍ତନ ଏବଂ ସେଥିରୁ ନୂତନ ପଦାର୍ଥର ଗଠନ ପ୍ରକ୍ରିୟାକୁ ଶିଳାର ଅବକ୍ଷୟ ବା ଅପକ୍ଷୟ ବୋଲି କୁହାଯାଏ   ।

ଅବକ୍ଷୟ   : ଏହା ଭୂପୃଷ୍ଠ ଉପରେ କିମ୍ବା ଭୂନିମ୍ନର ଅତି  ନିକଟରେ ଶିଳା ଦ୍ରବ୍ୟଗୁଡିକର ସ୍ଵସ୍ଥାନୀୟ କଣିକରଣ ଓ ରାସାୟନିକ ଅପଘଟନ ଅଟେ   ।

ଶିଳା ଦ୍ରବ୍ୟର ଭୌତିକ ଓ ରାସାୟନିକ ଭଗ୍ନ ଭୂପୃଷ୍ଠ ଉପରେ କିମ୍ବା ଉପପୃଷ୍ଠରେ ଦେଖାଯାଉଥିବା ପରିବେଶିକା ଅବସ୍ଥାକୁ ଅନୁକରିଯା ଯୋଗୁଁ ଘଟିଥାଏ   ।  ଅବକ୍ଷୟର ମାତ୍ରା କେତେକ ନିର୍ଦ୍ଧିଷ୍ଟ ଘଟକ ଉପରେ ନିର୍ଭର କରେ  :

  1. କେଉଁ ତାପମାତ୍ରାରେ ଉକ୍ତ ଶିଳାର ସୃଷ୍ଟି  ।
  2. ଜଳବାୟୁ ଅବସ୍ଥା
  3. ଜଳର ଉପଲବ୍ଧତା
  4. ଜଳର ରାସାୟନିକଜଳର ସଂଚାଳନର ମାତ୍ରା
  5. ଶିଳା ଗଠନ କରିଥିବା ଖଣିଜ ପଦାର୍ଥଗୁଡିକର ରାସାୟନିକ

ଜଳର ଉପସ୍ଥିତିରେ ଶିଳା ଅବକ୍ଷୟ ଦୃତ ଘଟିଥାଏ , କାରଣ ଜଳ ଏଭଳି ଅତୁଳ ଗୁଣ ସମ୍ପର୍ଣ୍ଣ ଯେ   ,  ଅଧିକାଂଶ ଦ୍ରବ୍ୟ  ସହିତ ଏହାର ଅତି ନିବିଡ ରସାୟନିକ ଆସକ୍ତି ରହିଛି   ।  ରାସାୟନିକ ଅବକ୍ଷୟକୁ ସୁଗମୀକୃତ କରାଇବାରେ ଜଳ ସାହାଯ୍ୟ କରିଥାଏ   ।  ଜଳର ମଧ୍ୟ ଏକ ଅସାଧାରଣ ଭୌତିକ ଗୁଣ ରହିଛି , ଯାହାଦ୍ଵାରା ଶିଳାର ଭୌତିକ ଅବକ୍ଷୟକୁ ସୁଗମୀକୃତ ହୋଇଥାଏ   ଅଧିକାଂଶ ଶିଳାର ଅପଘଟନ  ବା ଭଗ୍ନୀକରଣ ଭୌତିକ ଓ ରାସାୟନିକ ପ୍ରକ୍ରିୟା ସମିଶ୍ରଣ ମାଧ୍ୟମରେ ସଂଘଠିତ ହୋଇଥାଏ   ।  ଭୌତିକ ଅବକ୍ଷୟ କାଳରେ ଶିଳା ସଂଯୋଜନ କୌଣସି ଗୁରୁତର ରାସାୟନିକ ପରିବର୍ତ୍ତନ ବିନା ଶିଳାଗୁଡିକର କ୍ଷୁଦ୍ର କନିକା ରୂପେ ଭଗ୍ନୀଭବନ ଘଟିଥାଏ   ।  ବାରମ୍ବାର ଉତ୍ତପ୍ତୀକରଣ ଓ ଶୀତଳିକରଣ,  ଆର୍ଦ୍ରକରଣ ଓ ଶୁଷ୍କକରଣ କିମ୍ବା ବରଫ ସ୍ପଟିକ ବୃଦ୍ଧି ଶିଳାବସ୍ତୁ ଭଗ୍ନୀଭବନ କାରଣ ହୋଇଥାଏ   ।  ଶୀତଳ ଅଞ୍ଚଳରେ ଭୌତିକ ଅବକ୍ଷୟ ବିଶେଷ ରୂପେ ପ୍ରଭାବୀ ହୋଇଥାଏ  ।  ଯେଉଁ ଶିଳାପୃଷ୍ଠଗୁଡିକ ଉପରେ ପୂର୍ବରୁ ସାମାନ୍ୟ ଭୌତିକ ଅବକ୍ଷୟ ଘଟିସାରିଥାଏ ସେଠାରେ ରାସାୟନିକ ପ୍ରକ୍ରିୟା ସୁଗମିତ ହୋଇଥାଏ   ।  ଶିଳାର ରାସାୟନିକ ଅବକ୍ଷୟ ମୁଖ୍ୟତଃ ଉଷ୍ମ ଓ ଆର୍ଦ୍ର ଅଞ୍ଚଳରେ ପ୍ରଭାବୀ ହୋଇଥାଏ  , ଯେଉଁଠାରେ ଜୈବିକ ବସ୍ତୁଗୁଡିକ ସେଥିପାଇଁ ସହାୟକ ହୋଇଥାନ୍ତି    ।  ଅଧିକାଂଶ ଶିଳା ଖଣିଜ ପଦାର୍ଥ , ଯେଉଁଗୁଡିକ ଅଶୋଧିତ ସମଷ୍ଟିଗତ ଭାବେ ରହିଥାନ୍ତି  , ସେଗୁଡିକ ରାସାୟନିକ ଅପଘାତନ ଦ୍ଵାରା ଭଗ୍ନୀଭୂତ ହୋଇ ଅପେକ୍ଷାକୃତ ଭାବରେ ଆଦ୍ରବଣୀୟ  କନିକା ( କର୍ଦ୍ଦମ ସଦୃଶ ) ରୂପେ ଏବଂ ଦ୍ରାବଣୀୟ ପଦାର୍ଥଗୁଡିକ ଦ୍ରବଣ ରୂପେ ଚାଲିଯାଇଥାନ୍ତି   ।  ଅବକ୍ଷୟର ଯେଉଁ ଅବଶିଷ୍ଟ ଉତ୍ପାଦ ରହିଯାଏ , ସେଗୁଡିକ ଜନକ ଶିଳା ତୁଳନାରେ ସାଧାରଣ ଭାବରେ ଅଧିକ ସ୍ଥାୟୀ ହୋଇଥାଏ   ।  ଅବକ୍ଷୟ ପ୍ରକ୍ରିୟା ଦ୍ଵାରା ମୃତ୍ତିକାର ମଧ୍ୟ ସୃଷ୍ଟି ହୋଇଥାଏ   ।

ସାଧାରଣତଃ ଭୌତିକ ଓ ରାସାୟନିକ ଅବକ୍ଷୟ ଏକ ସଙ୍ଗେ ସଂଗଠିତ ହୋଇଥାଏ   ।  ଭୌତିକ ଓ ରାସାୟନିକ ଅଧଃପତନ ଶିଳା ବସ୍ତୁର ତ୍ଵରିତ ରାସାୟନିକ ଅପଘଟନରେ ସାହାଯ୍ୟ କରିଥାଏ   ।  ରାସାୟନିକ ଅବକ୍ଷୟ କାଳରେ କାରଣ ପ୍ରକ୍ରିୟା , ଜଳଯୋଜନ , ଜଳଅପଘଟନ , ଦ୍ରବଣ ଇତ୍ୟାଦି ଦ୍ଵାରା ପ୍ରମୁଖ ରାସାୟନିକ ପରିବର୍ତ୍ତନ ଘଟିଥାଏ   ।  ଶିଳା ଅବକ୍ଷୟର ମୁଖ୍ୟ ଉତ୍ପାଦ ହେଉଛି କର୍ଦ୍ଦମ ଯେଉଁଥିରେ ଲୁହା, ଆଲୁମିନିୟମ , କ୍ଵାର୍ଜ ବା ସିଲିକା ଏକକ ବାଲି କଣିକା (  ରୂପେ କିମ୍ବା ଦ୍ରବଣ (Si) ରୂପେ କିମ୍ବା ଦ୍ରବ (ଯେଉଁ ପଦାର୍ଥ ଅନ୍ୟ ଏକ ପଦାର୍ଥରେ ଦ୍ରବୀଭୂତ ହୋଇଯାଏ   ) ରୂପେ – ମୁଖ୍ୟତଃ ସୋଡିୟମ , ପୋଟାସିୟମ , କାଲସିୟମ ଓ ମାଗ୍ନେସିୟମ ରହିଥାଏ   ।

କ୍ଷୟୀକରଣ

କ୍ଷୟୀକରଣ ଚକ୍ର ଅବକ୍ଷୟରୁ ଆରମ୍ଭ ହୋଇଥାଏ   , ସେତେବେଳେ ଶିଳା ଭଗ୍ନୀଭୂତ ହୋଇ ସୂକ୍ଷ୍ମ କଣିକାରେ ପରିଣତ ହୁଏ ଏବଂ ଜଳ ସ୍ରୋତରେ ଭାସିଯିବାକୁ ସକ୍ଷମ ହୋଇଥାଏ   ।  ଭୂମିଉପରର ସ୍ରୋତରେ କ୍ଷୟକାରୀ କ୍ଷମତା ବର୍ଷଣ (ବୃଷ୍ଟିପାତ ) ର ମାତ୍ରା ଏବଂ ଦୀର୍ଘ ଓ ଅବକ୍ରମଣର ତିଖତ୍ଵ ଉପରେ ନିର୍ଭର କରେ  , ଯେଉଁଥିରେ ଅବକ୍ଷୟିତ ଉତ୍ପାଦ ଧାରଣ ହୋଇ ରହିଥାଏ   ।  ଯଦି ଜଳ ଭୂମି ମଧ୍ୟକୁ ପ୍ରବେଶ କରେ କିମ୍ବା ପୃଷ୍ଠଭାଗ ଅତ୍ୟନ୍ତ ପ୍ରତିରୋଧକ (ଯେପରିକି କଠିନ ସ୍ତୁଳ ଶିଳା ଶଯ୍ୟା କ୍ଷେତ୍ରରେ ) ହୋଇଥାଏ  କିମ୍ବା ଯେଉଁ ସ୍ଥାନରେ ବିସ୍ତ୍ରୀର୍ଣ୍ଣ ତୃଣାଚ୍ଛାଦନ ରହିଥାଏ   , ତେବେ ସେଠାରେ ସ୍ୱଳ୍ପ ପରିମାଣର ଅବସାଦ ବାଦ ହୋଇଥାଏ   । କୌଣସି ଜଳଛୟା କାର୍ଯ୍ୟକ୍ରମରେ ଏକଥା ମନେ ରଖିବାକୁ ହେବ ଯେ ବୃକ୍ଷାଛାଦିତ ଅବରଣୀକୁ ଅପସାରିତ କରିଦିଆଗଲେ ମୃତ୍ତିକା କ୍ଷୟ ତ୍ୱରାନିତ୍ଵ ହୋଇଥାଏ   ।

କ୍ଷୟୀକରଣ   : ଭୂତ୍ଵକ୍ ବସ୍ତୁଗୁଡିକ ପ୍ରବାହିତ ଜଳ (ବର୍ଷାଜଳ ସମେତ ), ଜୁଆର ଓ ସ୍ରୋତ ହିମବାହ ଓ ବାୟୁ ଆଦି ପ୍ରକ୍ରିୟା ସମୂହ ଦ୍ଵାରା ସଞ୍ଚାଳିତ ହୋଇ ଗୋଟିଏ ସ୍ଥାନକୁ ଅନ୍ୟ ସ୍ଥାନକୁ ଗତି କରିଥାଏ   ।

ଅବକ୍ଷୟିତ ବସ୍ତୁଗୁଡିକୁ ନଦୀ ଓ ନାଳର ଜଳ ନିମ୍ନମତେ ତିନୋଟି ଅବସ୍ଥାରେ ସ୍ଥାନାନ୍ତରିତ କରିଥାଏ   ।

୧. ଶଯ୍ୟା ଭାର ରୂପେ  : ବୃହଦାକାର ଦାନାଗୁଡିକ ଜଳାଧାରାର ନିମ୍ନଭାଗରେ ସର୍ପଣକରି ଗଡିଯାଇ କିମ୍ବା ଉତଲମ୍ଫନ ( ଶଯ୍ୟା ଉପରେ ଡେଇଁ ଓ ଅନ୍ୟ କଣିକା ଦ୍ଵାରା ଠେଲି ହୋଇ ) ଘୁଞ୍ଚିଥାନ୍ତି  ।

୨. ଭାସମାନ ରୂପେ   : ଭାସୁଥିବା ଭାର ହେଉଛି ସେହି ଅବକ୍ଷୟିତ ପଦାର୍ଥ ଯେଉଁଗୁଡିକ ଜଳ ସ୍ରୋତରେ ଭାସମାନ ଅବସ୍ଥାରେ ପରିବାହିତ ହୋଇଥାନ୍ତି   ।  ଭାସମାନ କଣିକାର ଆକାର ନଦୀ ବା ଜଳାଧାରର ଅବକ୍ରମଣ ଉପରେ ନିର୍ଭର କରେ ଏବଂ ସେଗୁଡିକ ସାଧାରଣ ଭାବେ କର୍ଦ୍ଦମ କଣିକାଠାରୁ ଆରମ୍ଭକରି ବଡ ବାଲି କଣିକା ସଦୃଶ ମଧ୍ୟ ହୋଇପାରନ୍ତି   ।

୩. ଦ୍ରବଣ ରୂପେ   :- ନଦୀରେ ଦ୍ରବୀଭୂତ ପଦାର୍ଥ ଆୟନ ରୂପେ ଭାସିଯାଇଥାଏ  ନଦୀରେ ପ୍ରତିରୂପୀ ଦ୍ରବଣ ଉତ୍ପାଦଗୁଡିକ ମଧ୍ୟରେ କ୍ୟାଲସିୟମ , ମାଗ୍ନେସିୟମ , ଲୌହ , କ୍ଳୋରିନ , ସଲଫେଟ ଓ ସୋଡିୟମ ଆୟନ ଅନ୍ୟତମ   ।  ଏହି ପଦାର୍ଥଗୁଡିକ ସାଧାରଣତଃ ସମୁଦ୍ର ମଧ୍ୟକୁ ପ୍ରବେଶ କରିଥାନ୍ତି , ଯେଉଁଠାରେ ସେଗୁଡିକର ଅବକ୍ଷୟ ଏବଂ ଅତିପରିପୃକ୍ତି ଘଟିଥାଏ   ।

ନିକ୍ଷେପଣ

କ୍ଷୟୀକରଣ ଚକ୍ର ଅବକ୍ଷୟରୁ ଆରମ୍ଭ ହୋଇ ସାଧାରଣଭାବରେ ନଦୀ ଓ ନାଳର  ଜଳରେ ପରିବାହିତ ହୋଇ ଯାଉଥିବା ଭାରର ନିକ୍ଷେପଣ ପରେ ସମାପ୍ତ ହୋଇଥାଏ   ।

ନିକ୍ଷେପଣ (ପରିଭାଷା) : କ୍ଷୟୀକରଣ ପ୍ରକ୍ରିୟା କାଳ ରେ ଯେଉଁ ପ୍ରକ୍ରିୟା ଦ୍ଵାରା ପଦାର୍ଥଗୁଡିକ ଚାଲିଯାଇଥାଏ , ସେଗୁଡିକ ନିକ୍ଷେପଣ ଭୌତିକ ପ୍ରକ୍ରିୟା (ଯେପରିକି ପ୍ରବାହିତ ଜଳର ବେଗରେ ହ୍ରାସ ) ମାଧ୍ୟମରେ ଅଥବା ଦ୍ରବୀଭୂତ ପଦାର୍ଥର ଏକ ନିର୍ଦ୍ଧିଷ୍ଟ ଅବସ୍ଥାଚକ୍ର ମାଧ୍ୟମରେ ଅବକ୍ଷେପଣ (ଦୃଷ୍ଟାନ୍ତ ସ୍ୱରୂପ , କ୍ୟାଲସିୟମ କାର୍ବୋନେଟରେ ଧନୀକୃତ ଜଳରୁ ଚୂନପଥର ନିକ୍ଷେପଣ ) ଘଟିଥାଏ   ।

ପୂର୍ବରୁ ରହିଥିବା ଆବରଣୀର କ୍ଷୟ ସାଧନ କରି ନଦୀଗୁଡିକ ନିଜ ପରିପକ୍ଵତା ଅନୁସାରେ ବିଭିନ୍ନ ପ୍ରସ୍ଥ ଓ ଗଭୀରତା ବିଶିଷ୍ଟ ଉପତ୍ୟାକା ସୃଷ୍ଟି କରିଥାନ୍ତି   ।  ବୋହି ନିଆଯାଉଥିବା ଭାର ହୁଏତ ଉପତ୍ୟାକା ମଧ୍ୟରେ ନିକ୍ଷେପିତ ହୋଇଥାଏ , କିମ୍ବା ସମୁଦ୍ର ପର୍ଯ୍ୟନ୍ତ ପରିବାହିତ ହୋଇ ତ୍ରିକୋଣଭୂମି ସୃଷ୍ଟି କରିଥାଏ   ।  ଆଲୁଭୀୟ ଫ୍ୟାନ ,  ଅଶ୍ଵଖୁରାକୃତି ହ୍ରଦ ,  ବେଦିକା , ଓ ବାଲୁଆ ଚଡା ଭଳି ଭୂମିରୂପ ମଧ୍ୟ ସୃଷ୍ଟି ହୋଇଥାଏ   ।  ହିମବାହଗୁଡିକ ଦ୍ଵାରା କ୍ଷୟୀକରଣ ଘଟି “U “ ଆକୃତିର ଉପତ୍ୟାକା ସୃଷ୍ଟି ହୋଇଥାଏ   ।  ହିମବାହ ଦ୍ଵାରା ସୃଷ୍ଟ ନିକ୍ଷେପିତ ଆକୃତିଗୁଡିକୁ ହିମୋଢ ବା ଗ୍ରାବ ଓ ଏସ୍କର୍ସ  କୁହାଯାଏ  , ଯେଉଁଗୁଡିକ ଉପର ମୁଣ୍ଡରେ ହର୍ଣ୍ଣ ଓ ସିର୍କ ଗଠନ କରିଥାନ୍ତି   । ତରଳୁଥିବା ହିମବାହଗୁଡିକ ସରିତାହିମ ଅବସାଦ ଏବଂ କେଟଳ ଗର୍ତ୍ତ , ତ୍ରମଲିନ ଇତ୍ୟାଦି ଆକୃତି ସୃଷ୍ଟି କରିଥାନ୍ତି   । ବାୟୁ ଚିକ୍କଣ ପୃଷ୍ଠ ସୃଷ୍ଟି କରେ ଏବଂ ବାୟୁ ଦ୍ଵାରା କ୍ଷୟୀକୃତ ରୂପକୁ ୟାରଡଙ୍ଗ ମଧ୍ୟ କୁହାଯାଏ   ।  ବାୟୁ କ୍ରିୟା ଦ୍ଵାରା ସୃଷ୍ଟ ନିକ୍ଷେପିତ ରୂପଗୁଡିକ ହେଲା ବାଲୁକାସ୍ତୂପ ,  ବାତୋଜମୃତ୍ତିକା ଓ ବାୟୁସୃଷ୍ଟ ଗର୍ତ୍ତ   ।  କୋଲ୍ୟୁଭୀୟ ଫ୍ୟାନ , ସ୍କ୍ରି ଏବଂ ଟାଲସ ଭଳି ରୂପଗୁଡିକ ଗୁରୁତ୍ଵ ଯୋଗୁଁ ହୋଇଥାଏ   ।  ସରିତାହିମ ଓ ନଦୀଜ କୋଲ୍ୟୁଭୀୟ ନିକ୍ଷେପ ଗୁଡିକକୁ ମିଶ୍ରିତ ନିପେକ୍ଷିତ ସୃଷ୍ଟି ହୋଇଥାଏ   ।

କାରକଗୁଡିକର ସ୍ରୋତ ବିବିଧତା ଅନୁଯାୟୀ ସେଗୁଡିକର କ୍ଷମତାରେ ମଧ୍ୟ ପରିବର୍ତ୍ତନ ଘଟେ   , ତେଣୁ ସେମାନେ ଭାରକୁ ପରିବାହିତ କିମ୍ବା ନିକ୍ଷେପିତ କରିଥାନ୍ତି   ।  ଅନେକ ଦୃଷ୍ଟାନ୍ତରେ ସେଗୁଡିକ ନିଜର ନିକ୍ଷେପିତ ବସ୍ତୁକୁ କ୍ଷୟ କରିଥାନ୍ତି  ।  ତେଣୁ  କ୍ଷୟୀକରଣ ଓ ନିକ୍ଷେପଣ ହେଉଛି ଅନ୍ତଃପରିବର୍ତ୍ତନଶୀଳ ପ୍ରକ୍ରିୟା   ।  କ୍ଷୟୀକରଣ ଭୂମି ଉଦଗତିକୁ କାଟିଥାଏ   ଏବଂ ନିକ୍ଷେପଣ ନିର୍ମାଣ କରିଥାଏ   ।  ଥରେ ଏକ ନିକ୍ଷେପ ପରବର୍ତ୍ତୀ ଦ୍ଵାରା ଆବୃତ ହୋଇଗଲେ ଏବଂ ପ୍ରାୟତଃ ନିବୁଜ ହୋଇଯାଏ ଏବଂ ଛିଦ୍ର ମଧ୍ୟରେ ଥିବା ତରଳ ପଦାର୍ଥର ରାସାୟନିକ ପରିବର୍ତ୍ତନ ହୁଏ ଓ ପୂର୍ବରୁ ସୃଷ୍ଟ ଖଣିଜ ପଦାର୍ଥଗୁଡିକର ଧ୍ଵଂସୀକାରଣ ଘଟି ନୂତନ ପଦାର୍ଥର ସୃଷ୍ଟି ହୋଇଥାଏ   ।  ଏହି ପ୍ରକ୍ରିୟାକୁ ଅନୁଜନନ କୁହାଯାଏ  ।  ଶିଳା ସ୍ତରର ବୃଦ୍ଧି ଘଟିବା ସଙ୍ଗେ ସଙ୍ଗେ ଅନୁଜନନ ରୂପାନ୍ତରଣ ରେ ପରିବର୍ତ୍ତିତ ହୋଇଥାଏ   ।

ଉତ୍ତାପ ଓ ଚାପର ଏକ ସୀମାରେ ଶିଳାଗୁଡିକ ତରଳିବା ଆରମ୍ଭ ହୁଏ ଏବଂ ଭୂଆଭ୍ୟନ୍ତରୀଣ ଭାଗରେ ତରଳ ଶିଳା ପଦାର୍ଥ ସୃଷ୍ଟି ହୁଏ   ।  ଏହି ପଦାର୍ଥ ତତପରେ ଶୀତଳ ହୋଇ ଆଗ୍ନେୟଶିଳାରେ ପରିଣତ ହୋଇଥାଏ   ।

ଆଧାର – ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top