অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ଵୟଂ ସହାୟକ ଗୋଷ୍ଠୀ ଓ ରୋଜଗାର ସୃଷ୍ଟିକାରୀ କାର୍ଯ୍ୟକ୍ରମ

ସ୍ଵୟଂ ସହାୟକ ଗୋଷ୍ଠୀ ଓ ରୋଜଗାର ସୃଷ୍ଟିକାରୀ କାର୍ଯ୍ୟକ୍ରମ

ପରଷ୍ପର ସହାୟତାରେ ସାମାଜିକ ଓ ଆର୍ଥିକ ସ୍ତରରେ ସ୍ଵାବଲମ୍ବୀ ହେବା ପାଇଁ ୧୦-୨୦ ଜଣ ସଭ୍ୟଙ୍କୁ ନେଇ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଥାଏ । ଏମାନେ ସ୍ଵଳ୍ପ ପରିମାଣର ଋଣ ନେଇ ଏକାଠି କାମ କରି ନିଜେ ନିଜକୁ ଆର୍ଥିକ ସ୍ଵଚ୍ଛଳତା ଦିଗରେ ଆଗେଇ ନେବାରେ ସାହାଯ୍ୟ କରନ୍ତି । ପ୍ରଶିକ୍ଷଣ, ସୂଚନା ଓ ପାରସ୍ପରିକ ସାହାଯ୍ୟ ଦ୍ଵାରା ସେମାନଙ୍କର ରୋଜଗାର କ୍ଷମତା ବୃଦ୍ଧି ହୋଇଥାଏ ।

ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ସ୍ତ୍ରୀଲୋକମାନେ ପରିବାରର ରୋଜଗାର ପାଇଁ ଯଥେଷ୍ଟ ସାହାଯ୍ୟ କରିଥାନ୍ତି । ସେମାନେ ଜଙ୍ଗଲର ବିଭିନ୍ନ ଦ୍ରବ୍ୟ ସଂଗ୍ରହ କରି ନିଜ ବ୍ୟବହାରରେ ଲାଗାଇବା ସଙ୍ଗେ ସଙ୍ଗେ ବଜାରରେ ବିକ୍ରୟ କରି ଅର୍ଥ ଉପାର୍ଜନ କରିଥାନ୍ତି । ତେଣୁ ଗ୍ରାମାଞ୍ଚଳ ଓ ଆଦିବାସୀ ବହୁଳ ଅଞ୍ଚଳରେ ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରାଯାଇ ମହିଳା ମାନଙ୍କୁ ବନଜାତ ଦ୍ରବ୍ୟର ସଂଗ୍ରହ, ପ୍ରକ୍ରିୟାକରଣ ଓ ବଜାର ବିଷୟରେ ସୂଚନା ଦିଆଯାଇ ପାରିବ ।

ପ୍ରକଳ୍ପରେ ସ୍ଵୟଂ ସହାୟକ ଗୋଷ୍ଠୀଗୁଡ଼ିକର ଭୂମିକା

ସ୍ଵୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସଂଗଠିତ କରି ଜଙ୍ଗଲ ଉପରେ ନିର୍ଭରଶୀଳ ପରିବାର ମାନଙ୍କ ପାଇଁ ବିକଳ୍ପ ଜୀବିକା ନିର୍ବାହ ପଦ୍ଧତି ଅବଲମ୍ବନ କରାଯାଇ ପାରିବ ଯଦ୍ୱାରା ସେମାନେ କର୍ମସଂସ୍ଥାନ ପାଇପାରିବେ । ବନ ସଂରକ୍ଷଣ ସମିତି ଗୁଡ଼ିକ ଏ ଦିଗରେ । ଆର୍ଥିକ ସହାୟତା ଯୋଗାଇ ଦେବେ । ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟ ଓ ଗରିବ ସ୍ତ୍ରୀ ଲୋକ ମାନେ ବନ ସଂରକ୍ଷଣ ସମିତି ସଭା ଗୁଡ଼ିକରେ ଉପସ୍ଥିତ ରହି ସମିତିର କାର୍ଯ୍ୟକ୍ରମ ସଂପର୍କିତ ନିଷ୍ପତ୍ତି ନେବାରେ ସହାୟତା କରିବେ ।

ସ୍ଵୟଂ ସହାୟକ ଗୋଷ୍ଠୀର ଉଦ୍ଦେଶ୍ୟ

  1. ସଭ୍ୟମାନଙ୍କ ମଧ୍ୟରେ ସଞ୍ଚୟ କରିବାର ଆଗ୍ରହ ବଢ଼ାଏ ।
  2. ସ୍ଵଳ୍ପ ଋଣ ନେଇ ସେମାନଙ୍କ ଅଞ୍ଚଳରେ ମିଳୁଥିବା ଜିନିଷରୁ ବିଭିନ୍ନ ପ୍ରକାରର ମୂଲ୍ୟ ବୃଦ୍ଧି ଯୁକ୍ତ ପଦାର୍ଥ ପ୍ରସ୍ତୁତ କରି ବଜାରରେ ବିକ୍ରୟ କରାଯାଏ ।
  3. ସଭ୍ୟମାନଙ୍କର ଆର୍ଥିକ ସ୍ୱଚ୍ଛଳତା ଆଣିବାରେ ସହାୟକ ହୁଏ ।
  4. ସେମାନଙ୍କ ପରିବାରର ମୌଳିକ ଆବଶ୍ୟକତା ମେଣ୍ଟାଇବା ପାଇଁ ବିକଳ୍ପ ଆୟ ପନ୍ଥା ସୃଷ୍ଟି କରାଇଥାଏ ।
  5. ସଭ୍ୟମାନେ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟ ସହିତ ବନ ସଂରକ୍ଷଣ ପାଇଁ ସହାୟତା କରିଥାନ୍ତି ।

ସ୍ଵୟଂ ସହାୟକ ଗୋଷ୍ଠୀ ସଭ୍ୟମାନଙ୍କର ଯୋଗ୍ୟତା

ଗୋଟିଏ ସ୍ଵୟଂ ସହାୟକ ଗୋଷ୍ଠୀରେ ୧୦ ରୁ ୨୦ ଜଣ ସଭ୍ୟ ରହନ୍ତି । ସେମାନେ ନିଜର ରୋଜଗାର ବୃଦ୍ଧି ସାଧାରଣ କାମ ପାଇଁ ଆଗ୍ରହୀ ହେବା ଦରକାର । ବନଜାତ ଦ୍ରବ୍ୟ ସଂଗ୍ରହ ଓ ସଦୁପଯୋଗ ତଥା ତହିଁରୁ କିପରି ଆର୍ଥୀକ ଅଭିବୃଦ୍ଧି କରାଯାଇ ପାରିବ ତତ୍ ସଂପର୍କରେ ସଚେତନ ଥିବା ଉଚିତ । ପୁରୁଷ ଓ ସ୍ତ୍ରୀ ଲୋକମାନଙ୍କର ଅଲଗା ଗୋଷ୍ଠୀ ହେବା ଉଚିତ । କିନ୍ତୁ ଛୋଟ ଛୋଟ ଗ୍ରାମ ଗୁଡ଼ିକରେ ମିଳିତ ଗୋଷ୍ଠୀ ମଧ୍ୟ କରାଯାଇ ପାରିବ । ଜନସଂଖ୍ୟା ବେଶୀ ଥିଲେ ଏକାଧିକ ଗୋଷ୍ଠୀ ମଧ୍ୟ ଗଠନ କରାଯାଇପାରେ ।

ପ୍ରକଳ୍ପ ସହାୟତା ପାଇଁ ମାନଦଣ୍ଡ

  1. ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟମାନେ ବନ ସଂରକ୍ଷଣ ସମିତିର ସଭ୍ୟ ହୋଇଥିବେ ।
  2. ଗରିବ ପରିବାରର ହୋଇଥିବେ (ବି.ପି.ଏଲ୍. ହିତାଧିକାରୀ ଯାହାର ବାର୍ଷିକ ଆୟ ଟ.୧୧,୦୦୦/-ରୁ କମ୍) ଓ ଧନ ଅର୍ଜନ ପାଇଁ ଆଗ୍ରହୀ ଥିବେ ।
  3. ଉକ୍ତ ଅଞ୍ଚଳର ଜଣେ ସ୍ଥାୟୀ ବାସିନ୍ଦା ହୋଇଥିବେ ।
  4. ସଭ୍ୟମାନଙ୍କ ମଧ୍ୟରେ ସାମାଜିକ ଓ ଆର୍ଥିକ ସ୍ତରରେ ଭିନ୍ନତା ନରହିବା ଉଚିତ୍ ।
  5. ସେମାନଙ୍କର ବୟସ ୧୮ ରୁ ୬୦ ମଧ୍ୟରେ ହୋଇଥିବ । କିନ୍ତୁ ପରିପାରର ଦାୟିତ୍ଵ ବହନ କରୁଥିବା ୬୦ ବର୍ଷରୁ ଉର୍ଦ୍ଧ୍ଵ ବୟସର ବ୍ୟକ୍ତି ମଧ୍ୟ ସଦସ୍ୟ ହୋଇପାରିବେ ।
  6. ଜଣେ ବ୍ୟକ୍ତି ଏକାଧକ ଗୋଷ୍ଠୀର ସଭ୍ୟ ହୋଇପାରିବେ ନାହିଁ ।
  7. ସଭ୍ୟମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଥିବା ଆବଶ୍ୟକ ।
  8. ଅସାମାଜିକ କାର୍ଯ୍ୟକଳାପରେ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ଗ୍ରହଣ କରାଯିବା ଉଚିତ ନୁହେଁ ।
  9. ଗୋଷ୍ଠୀରେ ଅତି କମ୍‌ରେ ୧୦ ଓ ସର୍ବାଧିକ ୨୦ ଜଣ ପର୍ଯ୍ୟନ୍ତ ସଭ୍ୟ ରହିପାରିବେ ।

ସ୍ଵୟଂ ସହାୟକ ଗୋଷ୍ଠୀଗୁଡ଼ିକର ଚୟନ

ପୁରୁଣା ସ୍ଵୟଂ ସହାୟକ ଗୋଷ୍ଠୀଗୁଡ଼ିକର ଚୟନ

ଯଦି ଗୋଟିଏ ଗ୍ରାମରେ ଅନେକ ସ୍ଵୟଂ ସହାୟକ ଗୋଷ୍ଠୀ ଥାଏ ତେବେ ବନ ସଂରକ୍ଷଣ ସମିତି ସେମାନଙ୍କର ପ୍ରକଳ୍ପ ଦ୍ଵାରା ନିର୍ଦ୍ଧାରିତ ଚୟନ ପ୍ରକ୍ରିୟାରେ ଅଗ୍ରାଧିକାର ଭିତ୍ତିରେ ଉପଯୁକ୍ତ ଗୋଷ୍ଠୀକୁ ଠିକଣା କରିବେ ।

ନୂଆ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ

ଆବଶ୍ୟକସ୍ଥଳେ ସେଚ୍ଛାସେବୀ ସଂଗଠନ, କ୍ଷେତ୍ର ପରିଚାଳନା ସଂସ୍ଥା ଓ ବନ ସଂରକ୍ଷଣ ସମିତିର କାର୍ଯ୍ୟକାରୀ କମିଟି ସହାୟତାରେ ନୂତନ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରାଯିବ । ଗୋଷ୍ଠୀର ସମସ୍ତ ସଭ୍ୟ ଉପଯୁକ୍ତ ମାନଦଣ୍ଡ ପୂରଣ କରୁଥିବା ଆବଶ୍ୟକ । ବନ ସଂରକ୍ଷଣ ସମିତି ଏହି ସମସ୍ତ ପରିବାର ଗୁଡ଼ିକୁ ଚିହ୍ନଟ କରି ସଭ୍ୟ ଚୟନ କରିବେ । ସ୍ଵେଚ୍ଛାସେବୀ ସଂଗଠନ ସଭ୍ୟମାନଙ୍କୁ ଗୋଷ୍ଠୀ ଗଠନର ଉଦ୍ଦେଶ୍ୟ ବୁଝାଇବେ ।

ସ୍ଵୟଂ ସହାୟକ ଗୋଷ୍ଠୀର ଅନ୍ତତଃ ଜଣେ ସଭ୍ୟଙ୍କୁ ବନ ସଂରକ୍ଷଣ ସମିତିର କାର୍ଯ୍ୟକାରୀ କମିଟିରେ ନିଆଯିବ ।

ସଭ୍ୟ ପଦ ରଦ୍ଦ ହେବା ସର୍ତ୍ତାବଳୀ

ନିମ୍ନ ବ୍ୟବସ୍ଥା ଦ୍ଵାରା ସଭ୍ୟପଦ ରଦ୍ଦ ହୋଇପାରିବ :

  1. ସ୍ଵୟଂ ସହାୟକ ଗୋଷ୍ଠୀର କୌଣସି ସଭ୍ୟ ଯଦି ୬ ମାସ ମଧ୍ୟରେ ଋଣ ପରିଶୋଧ କରିବାକୁ ଅକ୍ଷମ ହେବେ ।
  2. ଉପଯୁକ୍ତ କାରଣ ନଥାଇ ୩ ମାସ ଧରି ଯଦି ଗୋଷ୍ଠୀ ସଭାରେ ଅନୁପସ୍ଥିତ ରହିବେ ।
  3. ଯଦି ୩ ମାସ ପର୍ଯ୍ୟନ୍ତ ବାଧ୍ୟତା ମୂଳକ ସଂଚୟ ଜମା ଭରଣ ନ କରିବେ ।
  4. ଯଦି କୌଣସି ଜଙ୍ଗଲ ନଷ୍ଟ କରିବା ପ୍ରକ୍ରିୟା ସହ ଜଡ଼ିତ ଥିବେ ।
  5. ଜଙ୍ଗଲ ନିୟମାବଳୀକୁ ଅବମାନନା କରୁଥିବେ ।

ସେହି ସଭ୍ୟଙ୍କର ଜମାକୁ ବିନା ସୁଧରେ ଗୋଷ୍ଠୀ ତରଫରୁ ଫେରାଇ ଦିଆଯିବ । ତା ପରେ ଗୋଷ୍ଠୀର ଆୟ ଉପରେ ଉକ୍ତ ସଭ୍ୟଙ୍କର ଅଧିକାର ରହିବ ନାହିଁ । ଉକ୍ତ ସଭ୍ୟଙ୍କୁ ଦିଆଯାଇଥିବା ଋଣକୁ ଆଦାୟ କରିବା ପାଇଁ ସଂଗଠିତ ଉଦ୍ୟମ କରାଯିବ ।

ସ୍ଵୟଂ ସହାୟକ ଗୋଷ୍ଠୀର ପରିଚାଳକ ଓ କର୍ମକର୍ତ୍ତା

ଗୋଷ୍ଠୀର ଜଣେ ସଭାପତି, ଜଣେ ଉପସଭାପତି, ସଂପାଦକ ଓ କୋଷାଧ୍ୟକ୍ଷ ରହିବେ ।

କର୍ମଚାରୀ ଚୟନ ଓ ପରିବର୍ତ୍ତନ ନିୟମାବଳୀ

ସଭ୍ୟମାନେ ଗୋଷ୍ଠୀ ଗଠନର ଉଦ୍ଦେଶ୍ୟ, କାର୍ଯ୍ୟାବଳୀ ଓ ଦାୟିତ୍ଵ ବିଷୟରେ ଜାଣିବା ପରେ ଗୋଷ୍ଠୀ ପରିଚାଳନା ସମିତିକୁ ମନୋନୀତ ହେବେ । ନେତୃତ୍ଵ ନେବା ପାଇଁ ଆବଶ୍ୟକ ଅଭିଜ୍ଞତା ନଥିଲେ ସେମାନଙ୍କୁ ଅସ୍ଥାୟୀ ଭାବେ ମନୋନୟନ କରାଯିବ ।

ଚୟନ ନିୟମାବଳୀ

  1. ସଭ୍ୟମାନଙ୍କ ଦ୍ଵାରା ଗୋଷ୍ଠୀ ପରିଚାଳନା ପାଇଁ କର୍ମକର୍ତ୍ତା ଚୟନ କରାଯିବ । ଆଲୋଚନା ମାଧ୍ୟମରେ କର୍ମକର୍ତ୍ତା ଚୟନ ନ । ହୋଇ ପାରିଲେ ନିର୍ବାଚନ ଦ୍ଵାରା କରାଯିବ । ନିର୍ବାଚନ ସମୟରେ ସମସ୍ତ ସଭ୍ୟ ଉପସ୍ଥିତ ରହିବା ଆବଶ୍ୟକ ।
  2. ପ୍ରତ୍ୟେକ ବର୍ଷ ନେତୃତ୍ର ପରିବର୍ତ୍ତନ କରାଯିବା ଦରକାର । କିନ୍ତୁ କାର୍ଯ୍ୟକ୍ରମର ସମନ୍ବୟ ରକ୍ଷାକରିବା ପାଇଁ ସମସ୍ତ କର୍ମକର୍ତ୍ତାଙ୍କର । ପରିବର୍ତ୍ତନ କରାନଯାଇ ପର୍ଯ୍ୟାୟକ୍ରମେ ଗୋଟିଏ ବା ଦୁଇଟି କର୍ମକର୍ତ୍ତାଙ୍କର ପରିବର୍ତ୍ତନ କରାଯିବ ।
  3. ପୁରୁଣା କର୍ମକର୍ତ୍ତାମାନେ ନୂଆ କର୍ମକର୍ତ୍ତାଙ୍କୁ ୨/୩ ମାସ ପର୍ଯ୍ୟନ୍ତ ସବୁକାର୍ଯ୍ୟ ଶିଖାଇବେ ।
  4. କର୍ମକର୍ତ୍ତା ପରିବର୍ତ୍ତନ ସମୟରେ ଗୋଷ୍ଠୀର ହିସାବ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପିତ କରାଯିବ।
  5. କୌଣସି କର୍ମକର୍ତ୍ତାଙ୍କୁ ନିଯୁକ୍ତି ବା ବହିଷ୍କାର କରାଯିବା ନିମନ୍ତେ ଦୁଇ-ତୃତିୟାଶ ସଭ୍ୟଙ୍କ ମତଦାନ ଆବଶ୍ୟକ ।

କର୍ମକର୍ତ୍ତାମାନଙ୍କର ଭୂମିକା ଓ ଦାୟିତ୍ଵ

କାର୍ଯ୍ୟଭାର

ଦାୟିତ୍ଵ

ସଭାପତି

 

 

 

 

 

 

ନିୟମିତ ସଭା ପରିଚାଳନା କରିବା ଓ ସହମତିକ୍ରମେ ନିଷ୍ପତ୍ତି ନେବା ।

ନିଷ୍ପତ୍ତି ଓ ରିଜୋଲ୍ୟୁସନ୍ ଅନୁମୋଦନ କରିବା ।

ନୂଆ ସଭ୍ୟଗ୍ରହଣ ଓ ବିଦାୟୀ ସଭ୍ୟଙ୍କ ଉପରେ ନିଷ୍ପତ୍ତିରେ ସହାୟତା ।

ସଭ୍ୟମାନଙ୍କୁ ସଂପୂର୍ଣ୍ଣ ଋଣ ପରିଶୋଧ କରିବା ପାଇଁ ପ୍ରବର୍ତ୍ତାଇବା ।

ଋଣ ପରିଶୋଧରେ ସହାୟତା ।

ଅନ୍ୟ କର୍ମକର୍ତ୍ତାଙ୍କ ସହାୟତାରେ ଗୋଷ୍ଠୀର ସମସ୍ୟା ସମାଧାନ କରିବା ।

ସଂପାଦକ ଓ କୋଷାଧ୍ୟକ୍ଷଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରିବା ।

ଗୋଷ୍ଠୀର ଆୟବ୍ୟୟର ଯାଞ୍ଚ କରିବା ।

ବ୍ୟାଙ୍କରୁ ଅର୍ଥ ଉଠାଣ ପାଇଁ ଯୌଥ ଦାୟିତ୍ଵ ।

ଗୋଷ୍ଠୀ ଉନ୍ନୟନ ଦିଗରେ ଧ୍ୟାନ ।

ଜୀବିକା ନିର୍ବାହ ପାଇଁ ଋଣ ଯୋଗାଣ ।

ଗୋଷ୍ଠୀ ତରଫରୁ ପ୍ରତିନିଧିତ୍ଵ କରିବା ।

ଉପସଭାପତି

ସଭାପତିଙ୍କ ଅନୁପସ୍ଥିତିରେ କାର୍ଯ୍ୟନିର୍ବାହ କରିବା ।

ସଂଘସ୍ତରୀୟ ପ୍ରତିନିଧିତ୍ଵ କରିବା ।

ନିୟମିତ ଭାବେ ଗୋଷ୍ଠୀ ସଭାରେ ଉପସ୍ଥିତ ରହିବା ।

ସଂପାଦକ

 

ବୈଠକ ଆୟୋଜନ କରିବା ।

ବୈଠକର କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ଓ ନିଷ୍ଠଭି ଗୁଡ଼ିକୁ ଲିପିବଦ୍ଧ କରିବ ।

ପ୍ରକଳ୍ପ କର୍ମଚାରୀଙ୍କ ଅନୁପସ୍ଥିତିରେ ବୈଠକ ପରିଚାଳନା କରିବା । ସମସ୍ତ ହିସାବ ଓ ଆଲୋଚ୍ୟ ବିଷୟ ସଭ୍ୟଙ୍କୁ ଅବଗତ କରାଇବା ।

ଗୋଷ୍ଠୀର ଆର୍ଥିକ ବିବରଣୀ ସଭ୍ୟମାନଙ୍କୁ ଅବଗତ କରାଇବା ।

ବ୍ୟାଙ୍କ ବା ଡାକଘର ଜମା ଖାତା ପାଇଁ ସଭାପତିଙ୍କ ସହିତ ଯୁଗ୍ମ ଦାୟିତ୍ଵ ନେବା ।

କୋଷାଧ୍ୟକ୍ଷ

ସମସ୍ତ ହିସାବ ରଖିବା ।

ହିସାବ ଖାତାରେ ସଭାପତି ବା ସଂପାଦକଙ୍କ ସହାୟତା ନେଇ ଠିକ୍ ଭାବେ ସମସ୍ତ ହିସାବ ରଖିବା ।

ବ୍ୟାଙ୍କରେ ଟଙ୍କା ପଇଠ ଓ ଉଠାଣ କରିବା ।

ଋଣ ବଣ୍ଟନ ଓ ପଇଠ ଅର୍ଥ ଗ୍ରହଣ କରିବା ।

ସଭ୍ୟମାନଙ୍କୁ ସବୁ ବୈଠକରେ ଜମା ସଂପର୍କରେ ଅବଗତ କରାଇବା । ବ୍ୟାଙ୍କ ବା ଡାକଘର ଜମା ଖାତାରେ ଜଣେ ଦସ୍ତଖତକାରୀ ହେବା । ଆୟବ୍ୟୟ ସମୀକ୍ଷା ବେଳେ ସାହାଯ୍ୟ କରିବା ।

ଗୋଷ୍ଠୀ ସ୍ତରୀୟ ଜମାଖାତା, ଦଲିଲ ଓ କାଗଜାତ ଆଦିର ଦାୟିତ୍ଵ ନେବା ।

ସଭ୍ୟ

ବନ ସଂରକ୍ଷଣ ସମିତି ବା ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଦ୍ଵାରା ଆୟୋଜିତ ସଭାରେ ଭାଗନେବା।

ନିଜର ଜମାଗୁଡ଼ିକ ନିୟମିତ ପଇଠ କରିବା ।

ଗୋଷ୍ଠୀର ସମସ୍ତ ନିୟମ କାର୍ଯ୍ୟକାରୀ କରିବା ।

ଗୋଷ୍ଠୀର ସମସ୍ତ କାର୍ଯ୍ୟକ୍ରମରେ ଭାଗନେବା ।

ସମସ୍ତଙ୍କ ସହ ମିଳିମିଶି କାମ କରିବା ।

ସ୍ଵୟଂ ସହାୟକ ଗୋଷ୍ଠୀ କାର୍ଯ୍ୟରେ ବନ ସଂରକ୍ଷଣ ସମିତିର ସହାୟତା

ପ୍ରକଳ୍ପର ରୋଜଗାର ସୃଷ୍ଟିକାରୀ କାର୍ଯ୍ୟକ୍ରମ ପାଇଁ ସ୍ଵୟଂ ସହାୟକ ଗୋଷ୍ଠୀ ମୁଖ୍ୟ ଭୂମିକା ଗ୍ରହଣ କରିବ । ବନ ସଂରକ୍ଷଣ ସମିତି ଏଥିପାଇଁ ଆର୍ଥିକ ସହାୟତା ଯୋଗାଇ ଦେବେ ।

  1. ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ, ନିୟମିତ ବୈଠକ କରିବା ଓ ସଭାବହି, ବ୍ୟାଙ୍କ ବହି ଆଦି କାଗଜାତ ସଠିକ ଭାବରେ ରକ୍ଷଣାବେକ୍ଷଣ କରିବା ପାଇଁ ସ୍ଵେଚ୍ଛାସେବୀ ସଂଗଠନର ଅଧିକାରୀ ସହାୟତା ଯୋଗାଇଦେବେ ।
  2. ପ୍ରତ୍ୟେକ ସ୍ଵୟଂ ସହାୟକ ଗୋଷ୍ଠୀ ସେମାନଙ୍କ ସୁଧର ହାର ଓ ଋଣ ଆଦାୟ କିସ୍ତି ଓ ଋଣ ଖୁଲାପକାରୀଙ୍କ ପାଇଁ ଦଣ୍ଡ ବ୍ୟବସ୍ଥା ସ୍ଥିର କରିବେ ।
  3. ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ବ୍ୟାଙ୍କରେ ଜମାଖାତା ଖୋଲିବେ । ବ୍ୟାଙ୍କ ଜମା ପରିଚାଳନା କରିବାରେ ସ୍ଵେଚ୍ଛାସେବୀ ସଂଗଠନ ମାନେ ସହାୟତା କରିବେ ।
  4. ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟମାନେ ବନ ସଂରକ୍ଷଣ ସମିତି ଠାରୁ ରୋଜଗାର ସୃଷ୍ଟିକାରୀ କାର୍ଯ୍ୟକ୍ରମ ପାଇଁ ଋଣ ନେଇପାରିବେ । ଏଥିପାଇଁ ସମିତି ସହ ଏକ ରାଜିନାମା ସ୍ଵାକ୍ଷର କରିବେ।
  5. ସ୍ଵୟଂ ସହାୟକ ଗୋଷ୍ଠୀ ଋଣ ନେବା କ୍ଷେତ୍ରରେ ବନ ସଂରକ୍ଷଣ ସମିତିର ସମସ୍ତ ନିୟମ ମାନିବେ ।
  6. ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡ଼ିକ କେଉଁ ସଭ୍ୟ କେତେ ଋଣ ନେବାକୁ ହକଦାର ତାହା ବନ ସଂରକ୍ଷଣ ସମିତିକୁ ଜଣାଇବେ। ବନ ସଂରକ୍ଷଣ ସମିତି ଏହାକୁ ବିଚାର କରି ଏକ ତାଲିକା ପ୍ରସ୍ତୁତ କରିବେ ।
  7. ସ୍ଵୟଂ ସହାୟକ ଗୋଷ୍ଠୀର କାର୍ଯ୍ୟାବଳୀ ଓ ଋଣ ପରିଶୋଧ ବିଷୟକୁ ବିଚାରକୁ ନେଇ ବନ ସଂରକ୍ଷଣ ସମିତି ଆବଶ୍ୟକତା ଅନୁସାରେ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ।

ପରିଚାଳନା ନିୟମାବଳୀ

ସ୍ଵୟଂ ସହାୟକ ଗୋଷ୍ଠୀର ନିଜସ୍ଵ ନିୟମ ରହିବ ଓ ଏହାସବୁ ସଭ୍ୟ ପାଳନ କରିବେ । ପ୍ରତ୍ୟେକ ମାସିକ ଦେୟ ପଇଠ କରିବେ ଓ ଅତି କମ୍‌ରେ ମାସିକ ଦେୟ ଟ ୫/- ରହିବ ।

ସଭ୍ୟମାନେ ନିୟମିତ ଜମା କରିବେ, ଋଣରୁ ଆସୁଥିବା ସୁଧ ଗୋଷ୍ଠୀର ଆୟବୃଦ୍ଧିରେ ସହାୟକ ହେବ ଓ ବଳକା ପଇସା ଅସୁବିଧା ବେଳେ କାମରେ ଲାଗିବ ।

ସଂଚୟ ନୀତି

  1. ସ୍ଵୟଂ ସହାୟକ ଗୋଷ୍ଠୀରେ ସଞ୍ଚୟ ପାଇଁ ଜମାଦେବା ସଭ୍ୟମାନଙ୍କର ଇଚ୍ଛାଧୀନ ଅଟେ । ଏହି ଅର୍ଥ ଗୋଷ୍ଠୀ ତରଫରୁ ଆଦାୟ କରାଯାଇ ଗୋଷ୍ଠୀ ଜମାଖାତାରେ ରହିବ ।
  2. ସଭ୍ୟମାନଙ୍କୁ ସଞ୍ଚୟ ଉପରେ କୌଣସି ସୁଧ ଦିଆଯିବ ନାହିଁ ।
  3. କୋଷାଧ୍ୟକ୍ଷ ସଭା ସମୟରେ ସଞ୍ଚୟ ଜମାରାଶି ଆଦାୟ କରିବେ ।
  4. ଜମାର ସମସ୍ତ ବିବରଣୀ ଜମା ଲେଜର ଖାତାରେ ଉଲ୍ଲେଖ ହେବ ।
  5. କୋଷାଧ୍ୟକ୍ଷ ଜମା ଆଦାୟ କରୁଛନ୍ତି କି ନାହିଁ ତାହା ଜମା ଲେଜର ଖାତାରୁ ଜଣାପଡ଼ିବ ।
  6. ହିସାବ ରକ୍ଷକ ସଭ୍ୟମାନଙ୍କ ପାସବୁକରେ ଜମା ପରିମାଣ ଲିପିବଦ୍ଧ କରିବେ ।

ଅଭ୍ୟନ୍ତରୀଣ ଋଣ ନୀତି

  • ଋଣଦେବା ଗୋଷ୍ଠୀର ଏକ ମୁଖ୍ୟ କାର୍ଯ୍ୟ । ସଭ୍ୟ ଚାନ୍ଦା ଓ ଋଣ ପରିଶୋଧରୁ ଆଦାୟ ବଳକା ଅର୍ଥ ସଭ୍ୟଙ୍କୁ ଋଣ ଆକାରରେ ଯୋଗାଇଦିଆଯିବ ।
  • ଗୋଷ୍ଠୀ ଦ୍ଵାରା ପ୍ରଦତ୍ତ ଋଣକୁ ବିଭିନ୍ନ ପ୍ରକାର ଆୟକାରି କାର୍ଯ୍ୟ ପାଇଁ ଲଗାଯିବ । ଋଣ ଦେବା ପାଇଁ ଗୋଷ୍ଠୀ ଗୁଡ଼ିକ । ନିମ୍ନଲିଖିତ ବିଷୟରେ ନିଜସ୍ଵ ନିୟମ ପ୍ରଣୟନ କରିବେ ।
    1. ସଭ୍ୟଙ୍କୁ ସର୍ବନିମ୍ନ ଓ ସର୍ବାଧିକ କେତେ ଋଣ ଦିଆଯିବ ।
    2. ଋଣ ଅର୍ଥକୁ ଜଙ୍ଗଲ ଉପରେ ନିର୍ଭରଶୀଳ ପରିବାର ମାନଙ୍କର ରୋଜଗାର ସୃଷ୍ଟିକାରୀ କାର୍ଯ୍ୟରେ ଉପଯୋଗ  କରାଯିବ । ଯଦ୍ୱାରା ଜଙ୍ଗଲ ସଂରକ୍ଷଣ ପାଇଁ ସହାୟକ ହୋଇପାରିବ ।
    3. ଋଣ ପରିଶୋଧ ପାଇଁ ଏକମାସ ପର୍ଯ୍ୟନ୍ତ ସାମୟିକ ବିରତି ରଖାଯାଇପାରିବ ।
    4. ଋଣ ପରିଶୋଧ ଏକ ବର୍ଷ ଭିତରେ କରାଯିବ ।
    5. ଋଣର ମାସିକ ସୁଧହାର ସ୍ଵୟଂ ସହାୟକ ଗୋଷ୍ଠୀ ନିର୍ଦ୍ଦିଷ୍ଟ କରିବେ ।
    6. ଋଣ ପାଇଁ ଜାମିନନାମା ବ୍ୟବସ୍ଥା ବିଷୟରେ ଗୋଷ୍ଠୀ ଉପାୟ ସ୍ଥିର କରିବେ ।
    7. ପ୍ରଥମ ବା ଦ୍ଵିତୀୟ ଥର ପାଇଁ ଋଣ ନେବାର ଯୋଗ୍ୟତା ନିର୍ଦ୍ଧାଋଣ କରାଯିବ ।

ଋଣ ପରିଶୋଧ

ମୂଳ ଋଣ ପରିଶୋଧ

  1. ଋଣ ନେବାର ଏକ ମାସ ପରେ ମୂଳ ଋଣ ମାସିକିଆ କିସ୍ତି ପୈଠ କରାଯିବ ଯାହାକି ମାସିକ ସଭାରେ ସମସ୍ତଙ୍କୁ ଅବଗତ କରାଯିବ ।
  2. କୋଷାଧ୍ୟକ୍ଷ ଋଣର କିସ୍ତି ଆଦାୟ କରି ଋଣ ଆଦାୟ ଖାତାରେ ଲେଖିବେ ।
  3. ଋଣ କେତେ ଆଦାୟ ହେଲା ଓ କେତେ ବାକି ରହିଲା ତାହା ସଭ୍ୟମାନଙ୍କ ଜମାଖାତାରେ ଲେଖାହେବ ।

ସୁଧ ପରିଶୋଧ

  1. ସଭ୍ୟମାନେ ନେଇଥିବା ଋଣର ସୁଧ ପ୍ରତି ମାସରେ ଦେବେ ।
  2. ପ୍ରତ୍ୟେକ ମାସରେ ଦେଇଥିବା ସୁଧ ଋଣ ଆଦାୟ ଖାତାରେ ଲେଖା ହେବ ।
  3. କୋଷାଧ୍ୟକ୍ଷ କାହାଠାରୁ କେତେ ମୂଳ ଓ କେତେ ସୁଧ ଆଦାୟ ହେଲା ତାହା ତଦାରଖ କରିବେ ।
  4. ଜମା ଖାତାରେ ସୁଧ ସମ୍ପର୍କରେ ସମସ୍ତ ହିସାବ ରହିବ ।
  5. ଆବଶ୍ୟକ ସ୍ଥଳେ ଜୋରିମାନା ମଧ୍ୟ ଆଦାୟ କରାଯିବ ।

ସ୍ଵୟଂ ସହାୟକ ଗୋଷ୍ଠୀ ସଭା

ମାସକୁ ଥରେ ଏକ ନିର୍ଦ୍ଦିଷ୍ଟ ତାରିଖରେ ସ୍ଵୟଂ ସହାୟକ ଗୋଷ୍ଠୀର ମିଟିଙ୍ଗ୍ କରାଯିବ, ଏହା ଗୋଷ୍ଠୀ ଦ୍ଵାରା ସ୍ଥିରିକୃତ ସ୍ଥାନ ଓ ସମୟରେ କରାଯିବ । ଗୋଷ୍ଠୀର ଉନ୍ନତି ପାଇଁ ନିମ୍ନଲିଖିତ ବିଷୟମାନ ମିଟିଙ୍ଗରେ ଆଲୋଚନା କରାଯିବ ।

  1. ମାସିକ ଜମା ଓ ଋଣ ଉପରେ ଆଲୋକପାତ ।
  2. ଆୟକାରୀ ଦିଗ ଉପରେ ଗୋଷ୍ଠୀ ତଥା ସଭ୍ୟଙ୍କୁ ଉତ୍ସାହିତ କରାଯିବ ।
  3. ବନ ସଂରକ୍ଷଣ, ଶିକ୍ଷା, ସ୍ଵାସ୍ଥ୍ୟ, ପରିଚ୍ଛନ୍ନତା ଓ ସ୍ଵାକ୍ଷରତା ଇତ୍ୟାଦି ଉପରେ ଗୁରୁତ୍ଵ ଦିଆଯିବ ।
  4. ସଭ୍ୟମାନଙ୍କ ଅଧୁକାର ଉପରେ ଦୃଷ୍ଟି ଦିଆଯିବ ।

ରୋଜଗାର ସୃଷ୍ଟିକାରୀ କାର୍ଯ୍ୟକ୍ରମ ପରିଚାଳନା (ଆଇ.ଜି.ଏ)

ରୋଜଗାର ସୃଷ୍ଟିକାରୀ କାର୍ଯ୍ୟକ୍ରମ ପ୍ରଣାଳୀ -

  1. ଗ୍ରାମର ମାନବିକ ଓ ପ୍ରାକୃତିକ ସମ୍ବଳ ଚିହ୍ନଟ ।
  2. ସ୍ଥାନୀୟ ଆଞ୍ଚଳିକ ଓ ଜାତୀୟ ବଜାର ପାଇଁ ଉପଯୋଗୀ ଦ୍ରବ୍ୟ ନିର୍ଣ୍ଣୟ ।
  3. ନେତୃତ୍ଵ, ଯୋଜନା ଓ ନିଷ୍ପତ୍ତି ଗ୍ରହଣ କରିବା ପାଇଁ ଦକ୍ଷତା ବୃଦ୍ଧି ।
  4. ବିଭିନ୍ନ ବ୍ୟବସାୟିକ ଓ ସମବାୟ ବାଣିଜ୍ୟିକ ସଂସ୍ଥା ଚିହ୍ନଟ ଓ ଯୋଗାଯୋଗ ।
  5. ଆବଶ୍ୟକ ପ୍ରଶିକ୍ଷଣ ସଂସ୍ଥା ନିରୁପଣ ।
  6. ପ୍ରଚଳିତ ବଜାର ସୁବିଧାର ସଦୁପଯୋଗ ପାଇଁ ପ୍ରଶିକ୍ଷଣ ।
  7. ଉତ୍ପାଦିତ ଦ୍ରବ୍ୟର ମାନବୃଦ୍ଧି ଓ ବିକ୍ରୟ ପାଇଁ ପଦକ୍ଷେପ ।

ରୋଜଗାର ସୃଷ୍ଟିକାରୀ କାର୍ଯ୍ୟକ୍ରମ ଗୁଡ଼ିକର ଚିହ୍ନଟ

ଉପଯୁକ୍ତ ରୋଜଗାର ସୃଷ୍ଟିକାରୀ କାର୍ଯ୍ୟଗୁଡ଼ିକ ସ୍ୱେଚ୍ଛାସେବୀ ସଂଗଠନ ଦ୍ଵାରା ମନୋନୀତ ହୋଇ ନିର୍ଦ୍ଧାରିତ ଗ୍ରାମଗୁଡ଼ିକରେ କାର୍ଯ୍ୟକାରୀ କରାଯିବ । ଉନ୍ନତ ଆୟକାରୀ ଉତ୍ସଗୁଡ଼ିକୁ ଚିହ୍ନଟ କରାଯିବ ଯାହାକି ନିମ୍ନ ସର୍ତ୍ତାବଳୀ ପୂଋଣ କରୁଥିବେ ।

  1. ଜମି ମାଲିକାନା
  2. ଭୂମିହୀନଙ୍କ ସ୍ୱାର୍ଥ
  3. କଞ୍ଚାମାଲର ସୁବିଧା
  4. ସଭ୍ୟମାନଙ୍କର ଜ୍ଞାନ କୌଶଳ ଓ ଦକ୍ଷତା ।

ଆବଶ୍ୟକ କଞ୍ଚାମାଲ ଓ ବଜାର ସୁବିଧା ଆଦି ବିଚାର କରି ଏ ସବୁକୁ ସ୍ଥିର କରାଯିବ ।

ରୋଜଗାର ସୃଷ୍ଟିକାରୀ କାର୍ଯ୍ୟକ୍ରମ ପ୍ରଶିକ୍ଷଣ

ସଭ୍ୟମାନଙ୍କୁ ପ୍ରଶିକ୍ଷଣ ଓ ପରିଦର୍ଶନ ମାଧ୍ୟମରେ ଉପଯୁକ୍ତ କାର୍ଯ୍ୟକ୍ରମ ସ୍ଥିର କରିବା ପାଇଁ ପ୍ରକଳ୍ପ ତରଫରୁ ଉଦ୍ୟମ କରାଯିବ ।

ବାଣିଜ୍ୟିକ ଯୋଗାଯୋଗ

ସ୍ଵୟଂ ସହାୟକ ଗୋଷ୍ଠୀ ହିତାଧିକାରୀମାନେ ପ୍ରସ୍ତୁତ କରୁଥିବା ଦ୍ରବ୍ୟଗୁଡ଼ିକୁ ସ୍ଥାନୀୟ, ଆଞ୍ଚଳିକ ଓ ଜାତୀୟ ସ୍ତରରେ ବିକ୍ରୟ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ ।

ରୋଜଗାର ସୃଷ୍ଟିକାରୀ କାର୍ଯ୍ୟକ୍ରମ ଓ କାର୍ଯ୍ୟଶୈଳୀ

ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ଥରେ ଗଠନ ହେଲାପରେ ସେମାନଙ୍କର ନିୟମିତ ପାକ୍ଷିକ / ମାସିକ ମିଟିଙ୍ଗ କରିବେ । ଋଣ, ବନୌଷଧି ତଥା ପ୍ରାଥମିକ ସ୍ଵାସ୍ଥ୍ୟ ସମସ୍ୟା ପ୍ରସଙ୍ଗରେ ଗୋଷ୍ଠୀଗୁଡ଼ିକ ଆଲୋଚନା କରିବେ । ଏହି ସଭା ଗୁଡ଼ିକରେ ବିକଳ୍ପ ଆୟ ପନ୍ଥା ବିଷୟ ରେ ମଧ୍ୟ ଆଲୋଚନା ହେବ ଓ ନିମ୍ନଲିତ କାର୍ଯ୍ୟଗୁଡ଼ିକୁ ଅଗ୍ରାଧିକାର ଦିଆଯିବ ।

  • ବନ ସମ୍ପଦର ଦୀର୍ଘକାଳୀନ ଭିତ୍ତିରେ ବ୍ୟବହାର ପାଇଁ ମହିଳା ସଭ୍ୟଙ୍କୁ ପ୍ରଶିକ୍ଷଣ ।
  • ଘର ବାଡ଼ିରେ ଔଷଧୀୟ ଉଦ୍ୟାନ ଓ ଚାରା କେନ୍ଦ୍ର ସ୍ଥାପନ ।
  • ଆୟ ବୃଦ୍ଧି ପାଇଁ ବନଜାତ ଦ୍ରବ୍ୟର ପ୍ରକ୍ରିୟା କଋଣ (କେଶତେଲ, ସାବୁନ୍‌, ସାମ୍ପା ଓ ଅନ୍ୟ ପ୍ରସାଧନ ସାମଗ୍ରୀ) ଓ ତାର ବିକ୍ରୟ ।

ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ପାଇଁ କେତେଗୁଡ଼ିଏ ସମ୍ଭାବ୍ୟ ପନ୍ଥା ନିମ୍ନରେ ଉଲ୍ଲେଖ କରାଯାଇଛି । ଆଞ୍ଚଳିକ ଭିତ୍ତିରେ ବନ ସଂରକ୍ଷଣ ସମିତି ମାନେ ମିଳିମିଶି ଉଦ୍ୟମ କଲେ ବିକ୍ରି ପାଇଁ ଅଧିକ ମୂଲ୍ୟ ମିଳିପାରିବ ।

  1. ଗ୍ରାମରେ ବା ଜଙ୍ଗଲରେ ମିଳୁଥିବା ଦ୍ରବ୍ୟର ପାଇକାରୀ ବ୍ୟବସାୟ ।
  2. ଝାଡୁଘାସରୁ ଝାଡୁ ପ୍ରସ୍ତୁତି ।
  3. ବନଜାତ ଦ୍ରବ୍ୟର ମୂଲ୍ୟଯୁକ୍ତ ପ୍ରକ୍ରିୟାକଋଣ ।
  4. ଖଲିପତ୍ର ସିଲେଇ ।
  5. ମହୁମାଛି ପାଳନ ।
  6. ଚାରା ଉତ୍ପାଦନ ।
  7. ଫଳ ବଗିଚା ।
  8. ବାଉଁଶ ତିଆରି ସାମଗ୍ରି ।
  9. ଛତୁଚାଷ ।
  10. କମୌଷ୍ଟ ଓ ଜିଆ ଖତ ତିଆରି ।
  11. ପତ୍ର ଥାଳି ଓ ଦନା ତିଆରି ।
  12. ପନିପରିବା / ଅର୍ଥକାରୀ ଫସଲ ଚାଷ ।
  13. ବ୍ୟକ୍ତିଗତ କୌଶଳ ଓ ଦକ୍ଷତା ଭିତ୍ତିକ କାର୍ଯ୍ୟ ।

ରୋଜଗାର ସୃଷ୍ଟିକାରୀ କାର୍ଯ୍ୟକ୍ରମ ନିରୂପଣ ବିଧି

ଆର୍ଥିକ ଦୃଷ୍ଟିରୁ ଲାଭଜନକ ହେଲାଭଳି କାର୍ଯ୍ୟଗୁଡ଼ିକୁ ଚୟନ କରାଯିବ ଓ ସେଥିପାଇଁ ସହାୟତା ପ୍ରଦାନ କରାଯିବ ।

ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରକଳ୍ପର କାର୍ଯ୍ୟ ସମ୍ପାଦନ

ସ୍ଵୟଂ ସହାୟକ ଗୋଷ୍ଠୀ ସଭାପତି ବନ ସଂରକ୍ଷଣ ସମିତି ସହ ଯୋଗାଯୋଗ ରକ୍ଷା କରି ପ୍ରକଳ୍ପ ଦ୍ଵାରା ଗ୍ରାମରେ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକୁ ସଂପାଦନ କରିପାରିବେ । ଏଥିପାଇଁ ଏକ ଚୁକ୍ତିନାମା ସ୍ଵାକ୍ଷରିତ ହେବ ।

ନଥିପତ୍ର ରଖିବା

ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ସେମାନଙ୍କ କାର୍ଯ୍ୟ ସଂପାଦନ ପାଇଁ ନିମ୍ନଲିଖିତ ନଥିପତ୍ର ରଖିବେ।

  1. ବ୍ୟକ୍ତିଗତ ଜମାର ହିସାବ ଖାତା ।
  2. ସଭ୍ୟମାନଙ୍କ ଉପସ୍ଥାନ ଖାତା ।
  3. ପ୍ରତ୍ୟେକ ସଭ୍ୟଙ୍କ ଅନୁଦାନର ହିସାବ ଖାତା ।
  4. ଋଣ ଓ ତତ୍ ସଂପର୍କୀୟ ବିବରଣୀ ।
  5. ଗୋଷ୍ଠୀଗତ ଭାବେ କେତେ ଋଣ କେଉଁ ସଭ୍ୟମାନଙ୍କୁ ଦିଆଯାଇଛି ।
  6. ସମସ୍ତ ଆୟ ବ୍ୟୟ ବିବରଣୀ ।
  7. ଗୋଷ୍ଠୀର ଆରମ୍ଭରୁ ସମସ୍ତ କାର୍ଯ୍ୟକ୍ରମ ଓ ସଭାରେ ନିଆଯାଇଥିବା ନିଷ୍ପତ୍ତି ଆଦିର ବିବରଣୀ ।
  8. ସଭ୍ୟମାନଙ୍କ ବ୍ୟକ୍ତିଗତ ଜମା, ଋଣ ଓ ସୁଧ ଇତ୍ୟାଦିର ହିସାବ ।
  9. ଅନ୍ୟାନ୍ୟ ସମସ୍ତ ଆବଶ୍ୟକ ନଥିପତ୍ର ।

ନଥିପତ୍ର ସମ୍ବନ୍ଧୀୟ ନିୟମାବଳୀ

  1. ଗୋଷ୍ଠୀଗୁଡ଼ିକ ପ୍ରତ୍ୟେକ ଆର୍ଥିକ ବର୍ଷରେ ସଭା ବହି ଓ ବ୍ୟକ୍ତିଗତ ଜମା ପାସ୍ ବୁକ ବ୍ୟତିତ ଅନ୍ୟ ନଥିପତ୍ର ଗୁଡ଼ିକୁ ପରିବର୍ତ୍ତନ କରିପାରିବେ ।
  2. ଗୋଷ୍ଠୀର ସମସ୍ତ ଆର୍ଥିକ ନେଣ ଦେଣ ସବୁ ସଭ୍ୟଙ୍କ ଉପସ୍ଥିତିରେ କରାଯିବ ।
  3. ପ୍ରତ୍ୟେକ ଦିନର ଋଣ ଦେବା ନେବା ପରେ କର୍ମକର୍ତ୍ତାମାନେ ଜମା ବହିରେ ଦସ୍ତଖତ କରିବେ ।
  4. କର୍ମକର୍ତ୍ତାମାନେ ସଠିକ୍ ନଥିପତ୍ର ପାଇଁ ଦାୟୀ ରହିବେ ଓ ନଥିପତ୍ର ଗୁଡ଼ିକ ଆଲମିରାରେ ଚାବିପଡ଼ି ରହିବ ।
  5. ଯେଉଁ ସଭ୍ୟ ନଥିପତ୍ର ରଖିବେ ସେ ଟଙ୍କା ପଇସା ରଖି ପାରିବେ ନାହିଁ ।  ପ୍ରତ୍ୟେକ ସଭା ଶେଷରେ ଜମା ବହିରେ କେତେ ଟଙ୍କା ରହିଲା ତାହା ହିସାବ କରି ଦେଖାଯିବ ।

ସ୍ଵୟଂ ସହାୟକ ଗୋଷ୍ଠୀ ପାଇଁ ଆବଶ୍ୟକ ନଥିପତ୍ର ।

ସ୍ଵୟଂ ସହାୟକ ଗୋଷ୍ଠୀ କେତେକ ମୌଳିକ ନଥିପତ୍ର ପ୍ରସ୍ତୁତ କରିବେ ଓ ସେଗୁଡ଼ିକୁ ନିୟମିତ ଭାବରେ ତଦାରଖ କରିବେ । ସାଧାରଣ ଭାବେ ରଖାଯାଉଥିବା ନଥିପତ୍ରର ଉଦାହରଣ ନିମ୍ନରେ ଦିଆଗଲା ।

କ୍ରମାଙ୍କ

ଥିର ନାମ

ଉଦ୍ଦେଶ୍ୟ

1

ସଭାବହି

ସଭା ଗୁଡ଼ିକରର ବିବରଣୀ ଓ ଗୋଷ୍ଠୀର କାର୍ଯ୍ୟାବଳୀ ଯାହାକି ଗୋଷ୍ଠୀ ଗଠନ ସମୟରୁ କରାଯିବ ।

2

ଜମା ଓ ଦୈନିକ ଉପସ୍ଥାନ ଖାତା

ପ୍ରତ୍ୟେକ ସଭ୍ୟଙ୍କ ଜମାଖାତାର ବିବରଣୀ ।

3

ହିସାବ ଖାତା (କ୍ୟାସ୍ ବହି)

ଗୋଷ୍ଠୀର ସମସ୍ତ ଆୟବ୍ୟୟର ହିସାବ ଏହି ଖାତାରେ ଉଲ୍ଲେଖ କରାଯିବ । ଖାତାର ବାମ ପାଖରେ ଆଦାୟ ଟିପ୍ପଣି ଓ ଡାହାଣ ପାଖରେ ବ୍ୟୟ ଓ ଋଣର ବିବରଣୀ ଲେଖାଯିବ । ପ୍ରତ୍ୟେକ ଦିନର ଆୟ ବ୍ୟୟର ହିସାବ କରାଯାଇ କେତେ ବଳକା ଟଙ୍କା ରହିଲା ତାହା ତଦାରଖ କରାଯିବ । ଟଙ୍କାର ହିସାବ ଯେପରି ଭୁଲ ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ । ଆଦାୟ ଟଙ୍କା ମଧ୍ୟରେ ସଭ୍ୟମାନଙ୍କ ଦେୟ, ଜମା, ଋଣ ପରିଶୋଧ, ଜୋରିମାନା, ସୁଧ ଆଦାୟ, ଋଣ ଅନୁଦାନ ଫିସ୍, ବ୍ୟାଙ୍କରୁ ଟଙ୍କା ଉଠାଣ ଆଦି ରହିବ । ଋଣ ଦେବା, ସଭ୍ୟ ଜମାଖାତାର ସୁଧ, ବ୍ୟାଙ୍କ ଋଣ ପରିଶୋଧ, ପରିବହନ ଖର୍ଚ୍ଚ ଓ ବ୍ୟାଙ୍କ ଜମା ଇତ୍ୟାଦି ବ୍ୟୟ ହିସାବରେ ଲେଖାଯିବ ।

4

ଲେଜର ଖାତା

ବିଭିନ୍ନ ସଂସ୍ଥା ସହିତ ନେଣଦେଣ କାରବାର ପାଇଁ ଅଲଗା ପୃଷ୍ଠାରେ ହିସାବ ରଖାଯିବ ।

5

ଋଣ ଖାତା

କେତେ ଜଣଙ୍କୁ ଋଣ ଦିଆଗଲା, ଋଣ ପରିମାଣ ଓ ଶୁଳ୍କ ଇତ୍ୟାଦି ଲେଖାଯିବ ।

6

ସଭ୍ୟଙ୍କ ପାସ ବହି ଓ ଜମା ବିବରଣୀ

ସଭ୍ୟମାନଙ୍କରର ବ୍ୟକ୍ତିଗତ ସଞ୍ଚୟର ହିସାବ ରଖାଯିବ । ଗୋଷ୍ଠୀର ପ୍ରତ୍ୟେକ ସଭାରେ ସଭ୍ୟଙ୍କ ଜମା ପରିମାଣ, ସୁଧ, ଋଣ ଇତ୍ୟାଦି ହିସାବ କରାଯିବ ଓ ସମସ୍ତଙ୍କୁ ଅବଗତ କରାଯିବ ।

 

7

ସଭ୍ୟଙ୍କ ଋଣ ହିସାବ ବହି

କେଉଁ ସଭ୍ୟ କେତେ ଋଣ ନେଲେ, କେତେ ସୁଧ ହେଲା, କେତେ ପରିଶୋଧ କଲେ ତାହା ଲେଖାଯିବ । ପ୍ରତ୍ୟେକ ସଭାରେ ଏହା ସମସ୍ତଙ୍କୁ ଜଣାଇ ଦିଆଯିବ ।

8

ଆୟବ୍ୟୟ ହିସାବ ଖାତା

 

ସ୍ଵୟଂ ସହାୟକ ଗୋଷ୍ଠୀର ଆୟ ଓ ବ୍ୟୟର ବିବରଣୀ ଲେଖାଯିବ ।

9

ପରିଦର୍ଶନ ପୁସ୍ତିକା

 

ସ୍ଵୟଂ ସହାୟକ ଗୋଷ୍ଠୀର କାର୍ଯ୍ୟକ୍ରମକୁ ଦେଖିବାକୁ ଆସୁଥିବା ବ୍ୟକ୍ତିମାନଙ୍କର ମତାମତ ଉଲ୍ଲେଖ କରାଯିବ ।

"ସ୍ଵୟଂ ସହାୟକ ଗୋଷ୍ଠୀ ପାଇଁ ଆବଶ୍ୟକ ନଥିପତ୍ର"

ଆଧାର -"ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ"

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate