অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆମ ଚତୁର୍ପାର୍ଶ୍ୱର ପଦାର୍ଥ(ରାସାୟନିକ ବନ୍ଧନ)

ଆମ ଚତୁର୍ପାର୍ଶ୍ୱର ପଦାର୍ଥ(ରାସାୟନିକ ବନ୍ଧନ)

ରାସାୟନିକ ବନ୍ଧନ

ତୃତୀୟ ଅଧ୍ୟାୟରେ ଆମେ ମୌଳିକର ଇଲେକ୍ଟ୍ରୋନିକ ସଂରଚନା ଓ ପର୍ଯ୍ୟାୟର ଗୁଣ ସମ୍ବନ୍ଧରେ ଆଲୋଚନା କରିଛେ  । ଆମ ଚାରିପଟେ ଯାହାସବୁ ଦେଖୁଛେ ତାହା ମୌଳିକ ବା ଯୌଗିକ  । ତୁମେମାନେ ଜାଣିଛ ଏକା ପ୍ରକାର ମୌଳିକ ପରମାଣୁ ମିଶି ଅଣୁ ଗଠନ କରନ୍ତି  । ପୁନଶ୍ଚ ଭିନ୍ନ ଭିନ୍ନ ମୌଳିକର ପରମାଣୁ ମିଶି ଅଣୁ ଗଠନ କରନ୍ତି  । ତେବେ ଚିନ୍ତା କରିଛ କି ପରମାଣୁମାନେ କାହିଁକି ଯୌଗିକ ଗଠନ କରନ୍ତି  ?

ଏହି ଅଧ୍ୟାୟରେ ଉପରୋକ୍ତ ପ୍ରଶ୍ନର ଉତ୍ତର ମିଳିଯିବ  । ଆମେ ପ୍ରଥମେ ବର୍ଣ୍ଣନା କରିବା ରାସାୟନିକ ବନ୍ଧ ଅର୍ଥ କ’ଣ  ? ଏବଂ ଆଲୋଚନା କରିବା ପରମାଣୁମାନେ ମିଳି କିକି ପ୍ରକାରର  ପଦାର୍ଥ ଗଠନ କରନ୍ତି  । ପରିଶେଷରେ ଆମେ ଜାଣିବା ରାସାୟନିକ ବନ୍ଧ କିପରି ସୃଷ୍ଟି ହୁଏ  ।

ବସ୍ତୁର ଧର୍ମ, ରାସାୟନିକ ବନ୍ଧ ଗଠନର ପ୍ରକାର ଭେଦ ଓ ପ୍ରକୃତି ଉପରେ ନିର୍ଭର କରେ  । ଏହି ଅଧ୍ୟାୟରେ ଆମେ ଜାଣିବା ଲୁଣ, ଲୁଗାସଫା ସୋଡା କାହିଁକି ପାଣିରେ ଦ୍ରବୀଭୁତ ହେଉଛି ମାତ୍ର ମିଥେନଗ୍ୟାସ ଓ ଗନ୍ଧକର୍ପୁର ଦ୍ରବୀଭୂତ ହେଉନାହିଁ  । ଯୌଗିକମାନଙ୍କର ଦ୍ରବୀଭୂତ ଗୁଣ ଏହାର ବନ୍ଧ ଗଠନ ପ୍ରକ୍ରିୟା ଓ କ୍ଷମତା ଉପରେ ନିର୍ଭର କରେ  ।

ଲକ୍ଷ୍ୟ

ଉକ୍ତ ବିଷୟ ପଢିଲା ପରେ ଛାତ୍ରଛାତ୍ରୀମାନେ ନିମ୍ନୋକ୍ତ ଲକ୍ଷ୍ୟ ହାସଲ କରିବାକୁ ସମର୍ଥ ହେବେ –

  • ଇଲେକ୍ଟ୍ରୋନିକ ସଂରଚନା, ନୋବେଲ ଗ୍ୟାସର ଗଠନ ପ୍ରକ୍ରିୟା ଓ ବନ୍ଧ ଗଠନ କ୍ଷମତା ସମ୍ବନ୍ଧରେ ବୁଝିବେ  ।
  • ଆୟନିକ ବନ୍ଧ କିପରି ହୁଏ ଓ ପରମାଣୁଗୁଡିକ ଇଲେକ୍ଟ୍ରନ ଦାନ ବା ଗ୍ରହଣ କରି କିପରି ନୋବେଲ ଗ୍ୟାସର ଇଲେକ୍ଟ୍ରୋନିକ ସଂରଚନା ସଙ୍ଗେ ସମାନ ହୁଅନ୍ତି ତାହା ବୁଝିବେ  ।
  • ଆୟନିକ ଯୌଗିକର ସାଧାରଣ ଧର୍ମ ସମ୍ବନ୍ଧରେ ବୁଝିବେ ଓ ପ୍ରମାଣିତ କରିବେ  ।
  • ସହସଂଯୋଜ୍ୟ ବନ୍ଧ କିପରି ଗଠନ ହେଉଛି ଓ ସେମାନେ କିପରି ଇଲେକ୍ଟ୍ରନ ସହଭାଜନ କରନ୍ତି  ତାହା ବର୍ଣ୍ଣନା କରିବେ
  • କିପରି ଭାବରେ ଏକବଦ୍ଧ, ଦ୍ଵିବଦ୍ଧ  ଯୌଗିକ ଗଠନ ହେଉଛି ତାହା ବୁଝିବେ ଏବଂ ଲୁଇସ-ଡଟ ପ୍ରଣାଳୀରେ ବୁଝାଇ ପାରିବେ  ।
  • ସହ ସଂଯୋଜ୍ୟ ବନ୍ଧ ଯୁକ୍ତ ଯୌଗିକର ସାଧାରଣ ଗୁଣ ସମ୍ବନ୍ଧରେ ବୁଝିବେ  ।

କାହିଁକି ପରମାଣୁମାନେ ବନ୍ଧ ଗଠନ କରନ୍ତି  ?

ନୋବେଲ ଗ୍ୟାସର ଇଲେକ୍ଟ୍ରୋନିକ ସଂରଚନା ପାଇବା ପାଇଁ ପରମାଣୁଗୁଡିକ ବନ୍ଧ ଗଠନ କରନ୍ତି  । ଦେଖା ଯାଇଛି ଯେ ହିଲିୟମ, ନିଅନ, ଆରଗାନ, କ୍ରିପଟନ, ଜେନନ ଏବଂ ରେଡନ ଆଦି ମୌଳିକମାନେ ବନ୍ଧ ଗଠନ କରନ୍ତି ନାହିଁ  । ସେମାନେ ପ୍ରତିକ୍ରିୟା ହୀନ ଅଟନ୍ତି  । ପ୍ରତିରକିୟା ଶୂନ୍ୟ ଯୋଗୁଁ ସେମାନଙ୍କୁ ନିଷ୍କ୍ରିୟ ମୌଳିକ କୁହାଯାଏ  । ନୋବେଲ ଗ୍ୟାସର ଇଲେକ୍ଟ୍ରୋନିକ ସଂରଚନାକୁ ପହଞ୍ଚିବା ଅର୍ଥ ସେମାନେ ସମ୍ପୂର୍ଣ୍ଣ ସ୍ଥିର କାରଣ ହିଲିୟମ ବ୍ୟତୀତ ଅନ୍ୟ ସମସ୍ତ ମୌଳିକମାନଙ୍କର ବହିଃସ୍ଥ କକ୍ଷରେ ୮ଟି ଇଲେକ୍ଟ୍ରନ ରହିଛି  ।

ନାମ

ପ୍ରତୀକ

ପରମାଣୁ ସଂଖ୍ୟା

ଇଲେକ୍ଟ୍ରୋନିକ ସଂରଚନା

ବହିଃସ୍ଥ କକ୍ଷରେ ଇଲେକ୍ଟ୍ରୋନ ସଂଖ୍ୟା

Helium

He

2

2

2

Neon

Ne

10

2, 8

8

Argon

Ar

18

2, 8,8

8

Krypton

Kr

36

2, 8, 18, 8

8

Xenon

Xe

54

2, 8, 18, 18, 8

8

Radon

Ra

86

2, 8, 18, 32, 18, 8

8

ଏଥିରୁ ଜଣାଗଲା ଯେ ପରମାଣୁର ବାହ୍ୟତମ କକ୍ଷରେ 8 ଟି ଇଲେକ୍ଟ୍ରନ ଥିଲେ ସେମାନେ ସ୍ଥିର ଏବଂ କୌଣସି ଯୌଗିକ ଗଠନ କରନ୍ତି ନାହିଁ  । ପୁନଶ୍ଚ ଯେଉଁ ମୌଳିକମାନଙ୍କର ବହିଃସ୍ଥ କକ୍ଷରେ ୮ଟି ଇଲେକ୍ଟ୍ରନ ନାହିଁ ସେମାନେ ରାସାୟନିକ ପ୍ରତିକ୍ରିୟା ପ୍ରଦର୍ଶନ କରନ୍ତି ଯଥା – (Na, H, Cl) ଯେଉଁ ମୋଇଲିକମାନଙ୍କର ବହିଃସ୍ଥ କକ୍ଷରେ ୮ଟି ଇଲେକ୍ଟ୍ରନ ରହିଲା  । ସେମାନେ ସ୍ଥିର ମାତ୍ର ୨ଟି ଇଲେକ୍ଟ୍ରନ ହିଲିୟମର ବହିଃସ୍ଥ କକ୍ଷରେ ରହିଲେ ବି ସେ ସ୍ଥିର  । ପରମାଣୁ ବହିଃସ୍ଥ କକ୍ଷରେ ୮ଟି ଇଲେକ୍ଟ୍ରନ ଧାରଣ କରିବାର ପ୍ରୟାସକୁ ମୌଳିକମାନଙ୍କର “ଅଷ୍ଟକ ସୂତ୍ର” କହନ୍ତି  । ଅଷ୍ଟକ ସୂତ୍ର ରାସାୟନିକ ଯୌଗିକମାନଙ୍କର ବନ୍ଧ ଗଠନ ପ୍ରକ୍ରିୟାକୁ ବୁଝାଏ  ।

ପରମାଣୁଗୁଡିକ ପରସ୍ପରକୁ ଆକର୍ଷିତ କରି ରାସାୟନିକ ବନ୍ଧ ପ୍ରକ୍ରିୟାରେ ଯୌଗିକ ଗଠନ କରନ୍ତି  । ରାସାୟନିକ ବନ୍ଧ ଗଠନପରେ କମିଠାଏ  । ମୂଳ ପଦାର୍ଥମାନଙ୍କର ସାମୂହିକ ଶକ୍ତିଠାରୁ ଯୌଗିକ ପଦାର୍ଥର ମୋଟ ଶକ୍ତି କମିଥାଏ ଫଳରେ ଯୌଗିକଟି ଅଧିକ ସ୍ଥିର ହୁଏ  । ଏହି ଅଧ୍ୟାୟରେ ଆମେ ବିଭିନ୍ନ ପଦାର୍ଥରେ କିପରି ଗଠନ ହେଉଛି ସେ ବିଷୟରେ ଆଲୋଚନା କରିବା  । ଆମେ ଆୟନିକ ବନ୍ଧ ଓ ସହସଂଯୋଜ୍ୟ ବନ୍ଧ କିପରି ଗଠନ ହେଉଛି ସେ ବିଷୟରେ ଆଲୋଚନା କରିବା  । ଆମେ ଆୟନିକ ବନ୍ଧ ଓ ସହସଂଯୋଜ୍ୟ ବନ୍ଧ ସମ୍ବନ୍ଧରେ ଆଲୋଚନା କରିବା  । ବର୍ତ୍ତମାନ ଆମେ କେତେ ବୁଝିଲେ ତାହା ଜାଣିବା  ।

ଆୟନିକ ବନ୍ଧନ

ଗୋଟିଏ ଧାତବୀୟ ପରମାଣୁରୁ ଅନ୍ୟ ଏକ ଅଧାତବ ପରମାଣୁକୁ ଇଲେକ୍ଟ୍ରନ ଦାନ ବା ଗ୍ରହଣ ଫଳରେ ଯେଉଁ ରାସାୟନିକ ବନ୍ଧ ଉପୁଜେ ତାକୁ ଆୟନିକ ବନ୍ଧ ବା ବିଦ୍ୟୁତ ସଂଯୋଜ୍ୟ ବନ୍ଧ କୁହାଯାଏ  ।

ଉଦାହରଣ :- ସୋଡିୟମ ଧାତୁ ଏବଂ କ୍ଲୋରିନ ଗ୍ୟାସ ପାଖାପାଖି ହେଲେ ପ୍ରବଳ ବେଗରେ ପ୍ରତିକ୍ରିୟା କରନ୍ତି ଏବଂ ଲୁଣ (NaCl) ଗଠନ କରନ୍ତି  । ଏହି ପ୍ରତିକ୍ରିୟା ନିମ୍ନରେ ପ୍ରଦତ୍ତ କରାଗଲା –

2Na(s) +  (g) à 2NaCl (s)

ସୋଡିୟମ କ୍ଲୋରାଇଡ କିପରି ଗଠନ ହେଲା ଆସ ଆମେ ବୁଝିବା –

ସୋଡିୟମ (Na) ର ପରମାଣୁକ୍ରମାଙ୍କ ୧୧ ଏବଂ ଏହାର ଇଲେକ୍ଟ୍ରୋନିକ ସଂରଚନା ୨, ୮, ୧  । ଏହାର ବହିଃସ୍ଥ କକ୍ଷରେ ଗୋଟିଏ ଇଲେକ୍ଟ୍ରନ ଅଛି  । ଯଦି Na ଗୋଟିଏ ଇଲେକ୍ଟ୍ରନ ହରାଏ ଏହା ଯୁକ୍ତାତ୍ମକ ଆୟନରେ ପରିଣତ ହୁଏ  । ଏହି ଯୁକ୍ତ ଚାର୍ଜ କଣିକାକୁ ଆମେ କହିବା ସୋଡିୟମ କାଟାୟନ ବା    ।

ସୋଡିୟମ କାଟାୟନ () ର ୧୧ଟି ପ୍ରୋଟନ ଏବଂ ୧୦ଟି ଇଲେକ୍ଟ୍ରନ ଅଛି  । ଏହାର ବହିଃସ୍ଥ କକ୍ଷରେ ୮ଟି ଇଲେକ୍ଟ୍ରନ ଅଛି  । ସୋଡିୟମ ପରମାଣୁ ଗୋଟିଏ ଇଲେକ୍ଟ୍ରନ ପ୍ରଦାନ କରି ନିଷ୍କ୍ରିୟ ଗ୍ୟାସର ଇଲେକ୍ଟ୍ରନ ସଂରଚନା ସଙ୍ଗେ ସମାନ ହୋଇଛି  । ଇଲେକ୍ଟ୍ରନ ହରାଇବା ଅର୍ଥ ଆୟନ ସୃଷ୍ଟି କରିବା, ଏହି ପ୍ରକ୍ରିୟାକୁ ଆୟନାଇଜେସନ  କହନ୍ତି  । ଅଷ୍ଟକ ସୂତ୍ର ଅନୁସାରେ ସୋଡିୟମ ପରମାଣୁ  ଆୟନର ଗୁଣ ଧାରଣ କରେ  ।

ସୋଡିୟମ ପରମାଣୁରୁ ସୋଡିୟମ ଆୟନ ହେବାପାଇଁ ୪୬୯ KJ/ ଶକ୍ତିର ଆବଶ୍ୟକତା ରହିଛି  । ବର୍ତ୍ତମାନ କ୍ଲୋରିନ ପରମାଣୁର କ୍ରମାଙ୍କ ୧୭ ଯାହାର ଇଲେକ୍ଟ୍ରୋନିକ ସଂରଚନା ୨, ୮, ୭ ଗୋଟିଏ ଇଲେକ୍ଟ୍ରନ ସୋଡିୟମ (୨, ୮, ୧) ରୁ ଗ୍ରହଣ କରିଥାଏ  । ଉଭୟ  ଓ  ଆୟନ ଦ୍ୱୟ ଆୟନିକ ବନ୍ଧ ଗଠନ ପ୍ରକ୍ରିୟାରେ NaCl ଗଠନ କରନ୍ତି  ।

କ୍ଲୋରିନ ପରମାଣୁରୁ  ଗୋଟିଏ ଇଲେକ୍ଟ୍ରନ ଗ୍ରହଣ କରି, ବିଯୁକ୍ତାତ୍ମକ ଚାର୍ଜ  ରେ ପରିଣତ ହୁଏ  । ଏହି ଭଳି (-Ve) ଚାର୍ଜଯୁକ୍ତ ଆୟନରେ ପରିଣତ ହୁଏ  । ବିଯୁକ୍ତାତ୍ମକ ଚାର୍ଜଯୁକ୍ତ କଣିକାକୁ ଏନାୟନ କହନ୍ତି  । ବର୍ତ୍ତମାନ କ୍ଲୋରିନ ତା ବହିଃସ୍ଥ କକ୍ଷରେ ୮ଟି ଇଲେକ୍ଟ୍ରନ ଗ୍ରହଣ କରି ଅଷ୍ଟକ ସୂତ୍ର ଅନୁଯାୟୀ ନିଷ୍କ୍ରିୟ ରୂପ ଗ୍ରହଣ କରନ୍ତି  । କ୍ଲୋରିନ () ଆୟନ ସୃଷ୍ଟି କରିବା ପାଇଁ ୩୪୯ କି.ଜୁ/ମୋଲ ଶକ୍ତିର ଆବଶ୍ୟକ ରହିଛି  ।  ଓ  ଉଭୟ ବିପରୀତ ଚାର୍ଜ ଯୁକ୍ତ କଣିକା ଫଳରେ ସେମାନେ ପରସ୍ପର କୁଳମୀୟ ବଳ ବା ସ୍ଥିର ବୈଦ୍ୟୁତିକ ବଳ ଦ୍ଵାରା ଆକର୍ଷିତ  । ଏହି ବୈଦ୍ୟୁତିକ  ବଳ ଯିଏ କି କାତାୟନ ଆନାୟନକୁ ଆକର୍ଷିତ କରେ ଏବଂ ପରସ୍ପରକୁ ଏକତ୍ରିତ କରେ ତାକୁ ବିଦ୍ୟୁତ ସଂଯୋଜ୍ୟ ବନ୍ଧ ବା ଆୟନିକ ବନ୍ଧ କହନ୍ତି  । ଏହାର ପ୍ରକ୍ରିୟା ପ୍ରଦର୍ଶିତ ହେଲେ  ।

(g) + (g) à   ବା NaCl (s)

ଏଠାରେ ଟିପି ରଖନ୍ତୁ ଯେ ପରମାଣୁ ବହିଃସ୍ଥ କକ୍ଷର ଇଲେକ୍ଟ୍ରନକୁ ଦର୍ଶାଯାଇଛି  । ଏହି ଗଠନକୁ ଲୁଇସଙ୍କ ଅଣୁ ସଂରଚନା କୁହାଯାଏ  ।

ଯଦି ଆମେ ତୁଳନା କରିବା ସୋଡିୟମ ଆୟନ () ଓ କ୍ଲୋରିନ ଆୟନ () ଗଠନ ପ୍ରକ୍ରିୟାରେ ମୋଟ ଅଭାବ ଶକ୍ତିର ପରିମାଣ ୧୪୭ କି.ଜୁ/ମୋଲ ସୋଡିୟମ କ୍ଳୋରାଇଡକୁ ଆମେ ସ୍ଫଟିକ ରୂପରେ ପାଇଥାଉ କାରଣ ସ୍ଫଟିକ ଗଠନ ବେଳେ  ଓ  ଶକ୍ତି ବିତରଣ କରନ୍ତି  । ଅଭାବ ଶକ୍ତିର ପୂରଣ ଏହି ପ୍ରକ୍ରିୟାରେ ଭରଣ ହୁଏ  ।

NaCl ଗଠନବେଳେ ଆମେ ଦେଖିପାରିବାଯେ  ର ଚାରିପାଖରେ 6ଟି କ୍ଲୋରିନ ଆୟନ () ଅଛି ଏବଂ ପ୍ରତ୍ୟକ  ଆୟନର ଚାରିପାଖରେ 6ଟି  ଅଛି  । ତେଣୁ  ଓ  ର ଆକର୍ଷଣ ସବୁଦିଗକୁ ସମାନ ରହେ  । କୌଣସି ନିର୍ଦ୍ଧିଷ୍ଟ  କୌଣସି ନିର୍ଦ୍ଧିଷ୍ଟ  ଆୟନକୁ ଆକର୍ଷଣ କରେନାହିଁ  । ତେଣୁ ଏକ ନିର୍ଦ୍ଧିଷ୍ଟ ପ୍ରଜାତିର NaCl ନାହିଁ  । ତେଣୁ NaCl କୁ ପରୀକ୍ଷା ସିଦ୍ଧ ସୂତ୍ର କୁହାଯାଏ  । ପୁନଶ୍ଚ କୌଣସି ଗୋଟିଏ  ପାଇଁ ଏକ ନିର୍ଦ୍ଧିଷ୍ଟ  ନାହିଁ  ।

ସେହିପରି ଆମେ ବୁଝାଇ ପାରିବା ଲିଥିୟମ ଓ ପଟାସିୟମ କିପରି କାଟାୟନ ସୃଷ୍ଟି କରିପାରିବେ  ଏବଂ କ୍ଲୋରିନ ଅକ୍ସିଜେନ ଓ ଗନ୍ଧକ ଏନାୟନ ସୃଷ୍ଟି କରିପାରିବେ  ।

ଆସନ୍ତୁ ଆମେ ବୁଝିବା ଅନ୍ୟ ଏକ ଆୟନିକ ଯୌଗିକ ମ୍ୟାଗ୍ନେସିୟମ କ୍ଲୋରାଇଡ କିପରି ପ୍ରସ୍ତୁତ ହେଉଛି  । Mgର ପରମାଣୁ କ୍ରମାଙ୍କ ୧୨  । ତେଣୁ ଏହାର ପ୍ରୋଟନ ସଂଖ୍ୟା ୧୨ ଏବଂ ଇଲେକ୍ଟ୍ରନ ସଂଖ୍ୟା ୧୨  । ଏମାନଙ୍କର ଇଲେକ୍ଟ୍ରୋନିକ ସଂରଚନା ୨, ୮, ୨

ଆସନ୍ତୁ ଆଲୋଚନା କରିବା ମ୍ୟାଗ୍ନେସିୟନ ଆୟନ କିପରି ମ୍ୟାଗ୍ନେସିୟମ ପରମାଣୁରୁ ଉତ୍ପନ୍ନ ହେଉଛି  । ଆମେ ଜାଣିଛେ ଯେ Mg ର ବହିସ୍ଥ କକ୍ଷରେ ୨ଟି ଇଲେକ୍ଟ୍ରନ ଅଛି  । ଯଦି Mg ପରମାଣୁ ୨ଟି ଇଲେକ୍ଟ୍ରନ ଦାନ କରେ ତେବେ ସେ ୨, ୮ ର ରୂପ ଗ୍ରହଣ କରିବ  । ଏହା ସୂଚୀତ କରେ

Mg à  + 2

ମ୍ୟାଗ୍ନେସିୟମ ଆୟନ () ର ୧୦ଟି  ଇଲେକ୍ଟ୍ରନ ଅଛି  । ଏହାକୁ  ଆକାରର ସୁଚାଯାଏ   । ମ୍ୟାଗ୍ନେସିୟମ ହରାଇଥିବା ଦୁଇଟି ଇଲେକ୍ଟ୍ରନକୁ ୨ଟି କ୍ଲୋରିନ ପରମାଣୁରୁ ଗ୍ରହଣ କରି ୨ ଗୁଣ ଗ୍ରହଣ କରନ୍ତି  ।

ଯଥା 2[Cl (g) +  à Cl(g)]

ଗୋଟିଏ ମ୍ୟାଗ୍ନେସିୟମ ଆୟନୋ ଦୁଇଟି କ୍ଲୋରାଇଡ ଆୟନ ଏକତ୍ର ମିଶି Mg ବା ମ୍ୟାଗ୍ନେସିୟମ କ୍ଲୋରାଇଡ ଗଠନ କରନ୍ତି

ଆସନ୍ତୁ ବର୍ତ୍ତମାନ ଆଲୋଚନା କରିବା ମ୍ୟାଗ୍ନେସିୟମ ଆୟନ ଓ ଅକ୍ସାଇଡ ଆୟନ ମିଶିଲେ କ’ଣ  ହୁଏ  । ଅମ୍ଳଜାନ ପ ପରମାଣୁ କ୍ରମାଙ୍କ ୮ ତେଣୁ ଏହାର ଇଲେକ୍ଟ୍ରନ ସଂଖ୍ୟା ୮  । ଅମ୍ଳଜାନର ଇଲେକ୍ଟ୍ରୋନିକ ସଂରଚନା ୨,୬  । ଯଦି ଅମ୍ଳଜାନ ପରମାଣୁ ୨ଟି ଇଲେକ୍ଟ୍ରନ ଗ୍ରହଣ କରେ ସେ ଏକ ସ୍ଥିର ଇଲେକ୍ଟ୍ରୋନିକ ସଂରଚନା (୨, ୮ ) ର ରୂପ ନେବ  । ମ୍ୟାଗ୍ନେସିୟମ ଆୟନ ୨ଟି ଇଲେକ୍ଟ୍ରନ ହରାଇ ଏବଂ ଅମ୍ଳଜାନ ୨ଟି ଇଲେକ୍ଟ୍ରନ ଗ୍ରହଣ କରି ମ୍ୟାଗ୍ନେସିୟମ ଅକ୍ସାଇଡ ସୃଷ୍ଟି କରନ୍ତି  ।

O+  à

ଅମ୍ଳଜାନ ପରମାଣୁର ଇଲେକ୍ଟ୍ରନ ସଂଖ୍ୟା ଅପେକ୍ଷା ଅକ୍ସାଇଡ ଆୟନର ୨ଟି ଅଧିକ ଇଲେକ୍ଟ୍ରନ ଅଛି  । ତେଣୁ ଏହାର ୨ଟି ବିଯୁକ୍ତାତ୍ମକ ଚାର୍ଜ ଅଛି  । ଏହା  ଆକାରରେ ସୂଚୀତ କରାଯାଇ ପାରେ  ।

ମ୍ୟାଗ୍ନେସିୟମ ଆୟନ () ଓ ଅକ୍ସାଇଡ ଆୟନ  ପରସ୍ପର ବୈଦ୍ୟୁତିକ ବଳର ଆକର୍ଷଣ ଦ୍ଵାରା ମ୍ୟାଗ୍ନେସିୟମ ଅକ୍ସାଇଡ ସୃଷ୍ଟି କରନ୍ତି  ।

ଏହି ପରି ଭାବରେ ଦ୍ଵି – ଯୁକ୍ତାତ୍ମକ  ଓ ଦ୍ଵିଗୁଣିତ () ପରସ୍ପର ବୈଦ୍ୟୁତିକ ବଳ ଦ୍ଵାରା ଏକତ୍ରିତ ହୋଇ Mgo ମ୍ୟାଗ୍ନେସିୟମ ଅକ୍ସାଇଡ ଗଠନ କରନ୍ତି  ।

ସୋଡିୟମ କ୍ଲୋରାଇଡର ଅଣୁ ଗଠନ ପରି ମ୍ୟାଗ୍ନେସିୟମ ଅକ୍ସାଇଡର ଅଣୁ ଗଠନ ବେଳେ ଶକ୍ତିର ଉଣା ଘଟେ ଯାହାକି ମ୍ୟାଗ୍ନେସିୟମ ଅକ୍ସାଇଡକୁ ଅଧିକ ସ୍ଥିର ରଖେ  । ପୁନଶ୍ଚ Mgo ର ଶକ୍ତି Mg ଓ O ର ବ୍ୟକ୍ତିଗତ ଶକ୍ତିଠାରୁ କମ୍  ।

ପୁନଶ୍ଚ ଯେ କୌଣସି ଯୌଗିକର ରାସାୟନିକ ବନ୍ଧ ଗଠନ ସମ୍ବନ୍ଧରେ ବର୍ଣ୍ଣନା କରାଯାଇ ପାରିବ  । ଆୟନିକ ବନ୍ଧ ଯୁକ୍ତ ଯୌଗିକଗୁଡିକ ନିମ୍ନ ଧର୍ମ ପ୍ରଦର୍ଶନ କରନ୍ତି  ।

ଆୟନିକ ବନ୍ଧ ଯୁକ୍ତ ପଦାର୍ଥର ଧର୍ମ  :

ଆୟନିକ ବନ୍ଧ ଥିବା ପଦାର୍ଥରେ ଥିବା ଆୟନଗୁଡିକ (କାଟାୟନ ଓ ଏନାୟନ) ବୈଦ୍ୟୁତିକ ବଳ ଦ୍ଵାରା ପରସ୍ପର ଆକର୍ଷିତ  । ସେମାନଙ୍କର ଧର୍ମଗୁଡିକ ହେଲା :-

ଭୌତିକ ଅବସ୍ଥା

ଆୟନିକ ଅବସ୍ଥା

ଆୟନିକ ଯୌଗିକଗୁଡିକ ସ୍ଫଟିକ ଅଟନ୍ତି  । ଏହି ସ୍ଫଟିକରେ ଆୟନଗୁଡିକ ନିୟମିତ ଭାବରେ ସଜ୍ଜୀକରଣ ହୋଇଥାନ୍ତି  । ଆୟନିକ ଯୌଗିକଗୁଡିକ କଠିନ ଏବଂ ଭଙ୍ଗୁର  ।

ଗଳନାଙ୍କ ସ୍ଫୁଟନାଙ୍କ

ଆୟନିକ ଯୌଗିକଗୁଡିକ ଉଚ୍ଚ ଗଳନାଙ୍କ ଓ ଉଚ୍ଚ ସ୍ଫୁଟନାଙ୍କ ବିଶିଷ୍ଟ ଅଟନ୍ତି  । ସୋଡିୟମ କ୍ଲୋରାଇଡର ଗଳନାଙ୍କ 1074K(C)  ଏବଂ ଏହାର ସ୍ଫୁଟନାଙ୍କ 168K (C) ଆୟନିକ ଯୌଗିକ ମଧ୍ୟରେ ଥିବା କାଟାୟନ ଓ ଏନାୟନ ପରସ୍ପର ଅତ୍ୟଧିକ ଆକର୍ଷିତ ଥିବା ଯୋଗୁଁ ଉଚ୍ଚ ଗଳନାଙ୍କ ଓ ଉଚ୍ଚ ସ୍ଫୁଟନାଙ୍କ ଗୁଣ ପ୍ରଦର୍ଶିତ ହୁଏ  । ଏହି ଆକର୍ଷିତ ବଳକୁ ଛିନ୍ନ କରିବା ପାଇଁ ଅତ୍ୟଧିକ ତାପ ଶକ୍ତିର ଆବଶ୍ୟକ  । ତାପଶକ୍ତି ଆୟନ-ଆୟନ ମଧ୍ୟରେ ଥିବା ଆକର୍ଷଣକୁ ଛିନ୍ନ କରିଥାଏ  । ମନେରଖ କାଟାୟନ ଓ ଏନାୟନ  ତ୍ରିବିମୀୟ ଭାବରେ ନିୟମିତ ସଜ୍ଜିତ ହୋଇ ରହିଥାନ୍ତି ତେଣୁ ଏହାକୁ ମଧ୍ୟ “ସ୍ଫଟିକ ଜାଲି” କହନ୍ତି  । ତାପ ପ୍ରୟୋଗ କଲେ ସ୍ଫଟିକ ଜାଲି ଛିନ୍ନ ହୁଏ  ତାହା ତରଳ ଅବସ୍ଥାକୁ ଆସେ  । ଏବଂ କାଟାୟନ ଓ ଏନାୟନଗୁଡିକ ମୁକ୍ତଭାବରେ ବୁଲନ୍ତି  ।

ବିଦ୍ୟୁତ ପରିବାହିତା :

ଆୟନିକ ପଦାର୍ଥ ତରଳ ଅବସ୍ଥାରେ ବା ଜଳମିଶ୍ରିତ ଅବସ୍ଥାରେ ବିଦ୍ୟୁତଶକ୍ତି ଗ୍ରହଣ କରେ  । ତରଳ ଅବସ୍ଥାରେ ଆୟନଗୁଡିକ ମୁକ୍ତ ଥିବାରୁ ବିଦ୍ୟୁତ ଗୋଟିଏ ଅଗ୍ରରୁ ଅନ୍ୟ ଅଗ୍ରକୁ ଚାଲିଯାଏ  । ତରଳ ଅବସ୍ଥାରେ ଆୟନଗୁଡିକ ବିଦ୍ୟୁତଶକ୍ତି ସ୍ଫଟିକ ଜାଲିରେ ପ୍ରବେଶ କରିପାରେନାହିଁ  ।

ଆୟନିକ ପଦାର୍ଥର ଜଳୀୟ ଦ୍ରବଣରେ ଜଳ ଏକ ଦ୍ରାବକ ରୂପେ ବ୍ୟବହାର କରାଯାଏ  । ଜଳୀୟ ଦ୍ରବଣରେ ଆୟନ-ଆୟନ ମଧ୍ୟରେ ଥିବା ଆକର୍ଷଣ ଦୁର୍ବଳ ହୁଏ ଫଳରେ ଆୟନଗୁଡିକ ଗତିଶୀଳ ହୁଅନ୍ତି ଏବଂ ବିଦ୍ୟୁତ ପରିବହନ କରନ୍ତି  ।

ତୁମପାଇଁ କାମ

୧ ଚାମଚ ଲୁଣ ୧୦୦ ମି.ଲି. ଜଳରେ ଦ୍ରବୀଭୂତ କରାଯାଉ  । ଏହି ଦ୍ରବଣକୁ ଗୋଟିଏ ୨୦୦ ml ବିକରରେ ନେଇ ଦୁଇଟି ବିଦ୍ୟୁତ ଅଗ୍ର ନିଆଯାଉ  । ଏହାକୁ ପରିପଥରେ 3v  ବ୍ୟାଟେରୀ ଏବଂ ବଲ୍ବ ସହ ସଂଯୁକ୍ତ କରାଯାଉ  ।

ପୂର୍ବରୁ କେବଳ ଜଳ ନେଇ ଏହି ପରୀକ୍ଷା କଲାବେଳେ ଦେଖିବା ବଲ୍ବଟି ଜଳିବ  । ମାତ୍ର ଜଳ ବଦଳରେ NaCl ଦ୍ରବଣ ନେଲେ ବଲ୍ବର ଅବସ୍ଥା କ’ଣ ହେବ ? ପାର୍ଥକ୍ୟ ଅନୁଧ୍ୟାନ କର  । ଏହାର ଉତ୍ତର ଆୟନିକ ବନ୍ଧ ଗଠନକୁ ନେଇ ବୁଝିପାରିବ  ।

ଦ୍ରବଣୀୟତା : ସାଧାରଣତଃ ଆୟନିକ ପଦାର୍ଥ ଜଳରେ ଦ୍ରବଣୀୟ ମାତ୍ର ଜୈବିକ ଦ୍ରବଣ ଇଥର, ଆଲକହଲ ଓ କାର୍ବନଟେଟ୍ରା କ୍ଲୋରାଇଡରେ ଅଦ୍ରବଣୀୟ  । ମାତ୍ର କେତେକ ଆୟନିକ ଯୌଗିକରେ କାଟାୟନ ଓ ଏନାୟନ ମଧ୍ୟରେ ଥିବା ଦୃଢ ଆକର୍ଷଣ ବଳ ଯୋଗୁଁ ସେମାନେ ଜଳରେ ଅଦ୍ରବଣୀୟ  । ଯଥା ବେରିୟମ ସଲଫେଟ, ସିଲଭର କ୍ଲୋରାଇଡ ଏବଂ କାଲସିୟମ ଫ୍ଲୋରାଇଡ  ।

ତୁମପାଇଁ କାମ

ପ୍ରାୟ ୧୦ ଗ୍ରାମ ଲୁଣ ଓ ଦୁଇଟି ପରୀକ୍ଷା ନଳୀ ନିଆଯାଉ  । ପ୍ରଥମ ପରୀକ୍ଷା ନଳୀରେ ୪gm ଲୁଣ ଓ ୧୦ ml ଜଳ ନିଆଯାଉ  । ଅନ୍ୟ ଏକ ପରୀକ୍ଷା ନଳୀରେ ୪ଗ୍ରାମ ଲୁଣ ୧୦ml ଇଥାଇଲ ଆଲକୋହଲରେ ନିଆଯାଉ  । ପରିକ୍ଷାନଳୀ ଦ୍ୱୟ ଜୋରରେ ହଲାଅ । କ’ଣ ଲକ୍ଷ୍ୟ କରୁଛ ?

ସହସଂଯୋଜ୍ୟ ବନ୍ଧନ

ଏହି ଅଧ୍ୟାୟରେ ଆମେ ସହ ସଂଯୋଜ୍ୟ ବନ୍ଧନ ଉପରେ ପଢିବା  । ସହ ସଂଯୋଜ୍ୟ ବନ୍ଧନ ମଧ୍ୟ ଯୌଗିକ ଗଠନରେ ସହାୟକ ହୁଏ  । ଏକ ପ୍ରକାର ପରମାଣୁ ଥିବା ଯୌଗିକ ଯଥା , , ,  ଏବଂ ଅଲଗା ପରମାଣୁଥିବା ଯୌଗିକ HCl, ,  ର ବନ୍ଧନଗଠନ ପ୍ରକ୍ରିୟା ଆମେ ଆଲୋଚନା କରିବା   ।

ଆସ ଆମେ  ଅଣୁଗଠନ ପ୍ରକ୍ରିୟା ଆଲୋଚନା କରିବା  । ଉଦଜାନ ପରମାଣୁରେ ଗୋଟିଏ ଇଲେକ୍ଟ୍ରନ ଅଛି  । ଅନ୍ୟ ଗୋଟିଏ ଉଦଜାନ ପରମାଣୁର ଗୋଟିଏ ଇଲେକ୍ଟ୍ରନ ସହ ବାନ୍ଧି ନିଷ୍କ୍ରିୟ ଗ୍ୟାସ ହିଲିୟମର ରୂପ ନେଇପାରିବ  । ଯେତେବେଳେ ଦୁଇଟି ଉଦଜାନ ପରମାଣୁ ପରସ୍ପର ନିକଟବର୍ତ୍ତୀ ହୁଅନ୍ତି, ଆକର୍ଷଣ ବଳ ଯୋଗୁଁ ସେମାନଙ୍କର ସ୍ଥିତିଜ ଶକ୍ତି କମ ହୁଏ  । ସ୍ଥିତିଜ ଶକ୍ତି ଏକ ନିର୍ଦ୍ଧିଷ୍ଟ ପରିମାଣରେ ବା ସର୍ବନିମ୍ନସ୍ତରରେ ପହଞ୍ଚେ  ଯେତେବେଳେ ସେମାନେ ପରସ୍ପର ଏକ ନିର୍ଦ୍ଧିଷ୍ଟ ଦୂରତାରେ ପହଞ୍ଚନ୍ତି  ।

ପୁନଶ୍ଚ ଯଦି ଦୁଇ ଉଦଜାନ ପରମାଣୁର ଦୂରତା କମିଯାଏ, ବିକର୍ଷଣ ଗୁଣ ଯୋଗୁଁ ସ୍ଥିତିଜ ଶକ୍ତି ବୃଦ୍ଧିପାଏ, ଯେତେବେଳେ ପରମାଣୁ-ପରମାଣୁ ମଧ୍ୟରେ ଆକର୍ଷଣ ଓ ବିକର୍ଷଣ ବଳ ସମାନ ରହେ ଏବଂ ସ୍ଥିତିଜ ଶକ୍ତି ସର୍ବନିମ୍ନ ହୁଏ ସେତେବେଳେ ସହସଂଯୋଜ୍ୟ ବନ୍ଧ ଗଠନ ହୁଏ  । ଶକ୍ତିର ହ୍ରାସ ଯୋଗୁଁ ସହସଂଯୋଜ୍ୟ ବନ୍ଧ ଗଠନ ହୁଏ  ।

H + H à H: Hà

ଆମେ ଆଲୋଚନା କରିବା  ଅଣୁ ଗଠନ ପ୍ରକ୍ରିୟା  । କ୍ଲୋରିନ () ଅଣୁ ଦୁଇଟି କ୍ଲୋରିନ ପରମାଣୁକୁ ନେଇ ଗଠିତ  । ଆଲୋଚନା କରନ୍ତୁ କିପରି ଭାବରେ  ଗଠିତ ହେଉଛି  । ଆମେ ଜାଣୁ କ୍ଲୋରିନର ଇଲେକ୍ଟ୍ରୋନିକ ସଂରଚନା ୨, ୮, ୭  । ପ୍ରତ୍ୟକ କ୍ଲୋରିନ ପରମାଣୁ ଦରକାର କରନ୍ତି ଗୋଟିଏ ଇଲେକ୍ଟ୍ରନ ବହିଃସ୍ଥ କକ୍ଷରେ ୮ଟି ଇଲେକ୍ଟ୍ରନ ପୂରଣ କରିବା ପାଇଁ  । କ୍ଲୋରିନର ବହିଃସ୍ଥ କକ୍ଷରେ ୮ଟି ଇଲେକ୍ଟ୍ରନ ରହିବା ଦ୍ଵାରା ସେ ନିଷ୍କ୍ରିୟ ଗ୍ୟାସ ଇଲେକ୍ଟ୍ରୋନିକ ସଂରଚନା ସୃଷ୍ଟି କରିବ  ।

ଗୋଟିଏ ଇଲେକ୍ଟ୍ରୋନ ସହ ଭାଜନ ଯୋଗୁଁ

ଦୁଇଟି କ୍ଲୋରିନ ପରମାଣୁ ମଧ୍ୟରେ ଇଲେକ୍ଟ୍ରନ ସହଭାଜନ ଫଳରେ ସହସଂଯୋଜ୍ୟ ବନ୍ଧ ଗଠନ ହୁଏ  । ଏହିପରି ଭାବରେ ପ୍ରତ୍ୟକ କ୍ଲୋରିନ ପରମାଣୁ ତା’ର ବହିଃସ୍ଥ କକ୍ଷରେ ୮ଟି ଇଲେକ୍ଟ୍ରନ ସୃଷ୍ଟିକରନ୍ତି  । ସହଭାଗିତା ପ୍ରକ୍ରିୟାରେ କ୍ଲୋରିନ ପରମାଣୁ ଦ୍ୱୟ ବନ୍ଧ ଗଠନ କରନ୍ତି  । ପରମାଣୁଗୁଡିକ ମଧ୍ୟରେ ଇଲେକ୍ଟ୍ରନ ସହଭାଜନ ଫଳରେ ଯେଉଁ ବନ୍ଧ ଗଠନ ହୁଏ, ତାକୁ ସହସଂଯୋଜ୍ୟ ବନ୍ଧ କୁହାଯାଏ  ।ଏହି ଉପାୟରେ ଗୋଟିଏ ସହ ସହସଂଯୋଜ୍ୟ ବନ୍ଧ ଦୁଇଟି କ୍ଲୋରିନ ପରମାଣୁ ମଧ୍ୟରେ ଗଠିତ ।

କେତେକ କ୍ଷେତ୍ରରେ ବିନ୍ଦୁଗୁଡିକ ଦୂରେଇ ଦିଆଯାଏ ଏବଂ ନିମ୍ନୋକ୍ତ ଭାବରେ ଚିହ୍ନିତ କରାଯାଏ  ।

ଏହିପରି ଭାବରେ ଆମେ ବୁଝିପାରିବା ଅକ୍ସିଜେନ () ଅଣୁ କିପରି ଅକ୍ସିଜେନ ପରମାଣୁକୁ ନେଇ ଗଠିତ  । ଅକ୍ସିଜେନର ପରମାଣୁ କ୍ରମାଙ୍କ ୮  । ଏହାର ଇଲେକ୍ଟ୍ରୋନିକ ସଂରଚନା (2, 6)  । ପ୍ରତ୍ୟକ ପରମାଣୁର ଦୁଇଟି ଲେଖାଏଁ କମ୍ ଇଲେକ୍ଟ୍ରନ ରହିଛି  । ଅଷ୍ଟକ ସୂତ୍ର ପାଳନ ପାଇଁ  । ଅମ୍ଳଜାନ ପରମାଣୁ ଦ୍ୱୟ ୨ଟି ଲେଖାଏଁ ଇଲେକ୍ଟ୍ରନ ସହଭାଜନ ଭିତ୍ତିରେ ପ୍ରଦାନ କରି ବହିଃସ୍ଥ  କକ୍ଷରେ ୮ଟି ଇଲେକ୍ଟ୍ରନ ସୃଷ୍ଟିକରନ୍ତି  ।

ଅକ୍ସିଜେନ ଅକ୍ସିଜେନ ପରମାଣୁ ମଧ୍ୟରେ ୪ଟି ଇଲେକ୍ଟ୍ରନ ସହଭାଜନ ହୋଇ ସହସଂଘଯୋଜ୍ୟ ବନ୍ଧ ଗଠନ ହୁଏ  । ଦୁଇ ଯୋଡା ଇଲେକ୍ଟ୍ରନକୁ ଦୁଇଟି ବନ୍ଧ ମାଧ୍ୟମରେ ଦର୍ଶାଯାଇଛି  । ଏହିପରି ଭାବରେ ଅକ୍ସିଜେନ  ଅଣୁକୁ ଦର୍ଶାଯାଇଛି  ।

ଅକ୍ସିଜେନ ପରମାଣୁର ବନ୍ଧଗଠନକୁ ସହସଂଘଯୋଜ୍ୟ ବନ୍ଧ ମାଧ୍ୟମରେ ଦର୍ଶାଯାଇଛି  । ଯେଉଁ ବନ୍ଧଗୁଡିକ ୨ଟି ସହସଂଯୋଜ୍ୟ ବନ୍ଧ ଦ୍ଵାରା ଗଠିତ ତାକୁ ଦ୍ଵି-ବନ୍ଧ କୁହାଯାଏ  ।

ଆସ ନାଇଟ୍ରୋଜେନ ଅଣୁ () ର ଗଠନରେ ୨ଟି ନାଇଟ୍ରୋଜେନ ପରମାଣୁ କିପରି ବନ୍ଧ ବାନ୍ଧି ଯୌଗିକ ଗଠନ କରନ୍ତି  । ଯବକ୍ଷାରଜାନର ପରମାଣୁ କ୍ରମାଙ୍କ ୭  । ଏହାର ଅର୍ଥ ଯବକ୍ଷାରଜାନ ପରମାଣୁରେ ୭ଟି ପ୍ରୋଟନ ଓ ୭ଟି ଇଲେତ୍କ୍ରନ ଅଛି  । ଯବକ୍ଷାରଜାନର ଇଲ୍କେଟ୍ରୋନିକ ସଂରଚନା ୨, ୫ ବହିଃସ୍ଥ କକ୍ଷରେ ୮ଟି ଇଲେକ୍ଟ୍ରନ ହେବା ପାଇଁ ଆଉ ୩ଟି ଇଲେକ୍ଟ୍ରନର ଆବଶ୍ୟକତା ଅଛି  ।

ଗୋଟିଏ ଯବକ୍ଷାରଜାନ ପରମାଣୁର ୩ଟି ଇଲେକ୍ଟ୍ରନ ସହ ସଂଯୋଜ୍ୟ ବଡହ୍ନା ଗଠନ ପ୍ରକ୍ରିୟାରେ ଭାଗ ନିଏ  ଅର୍ଥାତ ୨ଟି N  ପରମାଣୁର ୬ଟି ଇଲେକ୍ଟ୍ରନ ବନ୍ଧ ଗଠନ ପ୍ରକ୍ରିୟାରେ ଭାଗନିଅନ୍ତି  । ଏହିପ୍ରକାର ବନ୍ଧ ଯେଉଁଥିରେ ୩ଟି ସହ ସଂଯୋଜ୍ୟ ବନ୍ଧ ଥାଏ ତାକୁ ତ୍ରିବନ୍ଧ କୁହାଯାଏ  । ବର୍ତ୍ତମାନ ସୁଦ୍ଧା ଆମେ ଏକ ପ୍ରକାର ପରମାନଉର ବନ୍ଧ ଗଠନ ଆଲୋଚନା କରିଛେ  । ସହସଂଯୋଜ୍ୟ ବନ୍ଧ ଅଲଗା ଅଲଗା ପରମାଣୁର ବନ୍ଧ ଗଠନ ବେଳେ ବ୍ୟବହାର କରାଯାଇପାରେ  ।

HCl ର ଉଦାହରଣ ନେଇ ଆମେ ଏହା ବୁଝିପାରିବା   ।

: N= N:

ଏକ ଉଦଜାନ ପରମାଣୁର ବହିଃସ୍ଥ କକ୍ଷରେ ଗୋଟିଏ ଇଲେକ୍ଟ୍ରନ ଅଛି ଏବଂ କ୍ଲୋରିନ ପରମାଣୁର ବହିଃସ୍ଥ କକ୍ଷରେ ୭ଟି ଇଲେକ୍ଟ୍ରନ ଅଛି  । ପ୍ରତ୍ୟକ ପରମାଣୁର ବହିଃସ୍ଥ କକ୍ଷରେ ଗୋଟିଏ ଇଲେକ୍ଟ୍ରନ ଦରକାର କାରଣ ସେମାନେ ନିଷ୍କ୍ରିୟ ହେବାକୁ ପ୍ରୟାସ କରନ୍ତି  । ଉଦଜାନ ବହିଃସ୍ଥ କକ୍ଷରେ ଆଉ ଗୋଟିଏ ଇଲେକ୍ଟ୍ରନ ପାଇଁ He ର ରୂପ ନେବ ଏବଂ କ୍ଲୋରିନ ପରମାଣୁର ବହିଃସ୍ଥ କକ୍ଷରେ ୮ଟି ଇଲେକ୍ଟ୍ରନ ହେବ  । HCl ଅଣୁ ଗଠନ ହେବେ  । ଉଭୟ ପରମାଣୁର ଗୋଟିଏ ଇଲେକ୍ଟ୍ରନ ସହଭାଜନ ଫଳରେ  ।  ଏହିପରି ଭାବରେ ସହସଂଯୋଜ୍ୟ ଯୌଗିକରେ କିପରି ବନ୍ଧ ଗଠନ ହୁଏ ତାହା ଜାଣିପାରିବା  ।

ସହସଂଯୋଜ୍ୟ ବନ୍ଧ ଥିବା ଯୌଗିକର ପ୍ରକୃତି ଜାଣିବାପରେ ଏମାନଙ୍କର ଧର୍ମ ସମ୍ବନ୍ଧରେ ଆଲୋଚନା କରିବା  ।

ସହସଂଯୋଜକ ଯୌଗିକ ପଦାର୍ଥର ଧର୍ମ

ସାଧାରଣତଃ ସହସଂଯୋଜ୍ୟ ପଦାର୍ଥଗୁଡିକ ବିଦ୍ୟୁତ ନିରପେକ୍ଷ  । ପରମାଣୁ – ପରମାଣୁ ମଧ୍ୟରେ ଆକର୍ଷଣ ଆୟନିକ ବନ୍ଧତୁଳନାରେ କ୍ଷୀଣ  । ତେଣୁ ସହସଂଯୋଜକ ପଦାର୍ଥ ଧର୍ମ ଆୟନିକ ପଦାର୍ଥର ଧର୍ମଠାରୁ ଫରକ  । ସହସଂଘଯୋଜକ ପଦାର୍ଥର ଧର୍ମ ତଳେ ଉଲ୍ଲେଖ କରାଗଲା  ।

ଭୌତିକ ଅବସ୍ଥା :

ପରମାଣୁ-ପରମାଣୁ ମଧ୍ୟରେ ଥିବା ଦୁର୍ବଳ ଆକର୍ଷଣ ବଳ ଯୋଗୁଁ ଯୌଗିକ ତରଳ, ଗ୍ୟାସୀୟ ବା କଠିନ, ଯଥା -  ଗ୍ୟାସ ଅଟନ୍ତି, O ଓ  ତରଳ ମାତ୍ର, ଆୟୋଡିନର ଅଣୁ କଠିନ  ।

ଗଳନାଙ୍କ ଓ ସ୍ଫୁଟନାଙ୍କ :

ପରମାଣୁ : ପରମାଣୁ ମଧ୍ୟରେ ଆକର୍ଷଣ ବଳ କ୍ଷୀଣ ହେତୁ ଅଳ୍ପ ପରିମାଣର ତାପ ତାକୁ ତରଳେଇବା ବା ଫୁଟେଇବା ପାଇଁ ସକ୍ଷମ  । ତେଣୁ ସହସଂଯୋଜ୍ୟ  ପଦାର୍ଥର ଗଳନାଙ୍କ ଓ ସ୍ଫୁଟନାଙ୍କ ଆୟନିକ ଯୌଗିକ ତୁଳନାରେ କମ, ଏକ ଉଦାହରଣ ନିଆଯାଇପାରେ – ଗନ୍ଧକର୍ପୁରର ଗଳନାଙ୍କ 353K (C) । ସେହିପରି କାର୍ବନ ଟେଟ୍ରା କ୍ଲୋରାଇଡ () ର ସସ୍ଫୁଟନାଙ୍କ 350K (C)  ।

ବିଦ୍ୟୁତ ପରିବାହିତା

ସହସଂଘଯୋଜ୍ୟ ପଦାର୍ଥଗୁଡିକର ନିରପେକ୍ଷ ଯୌଗିକ ତେଣୁ ସେମାନଙ୍କର ଯୁକ୍ତ ବା ବିଯୁକ୍ତ ଚାରଜିତ ଆୟନ ନାହିଁ  । ତେଣୁ ଏହି ଯୌଗିକଗୁଡିକ ବିଦ୍ୟୁତ ଶକ୍ତି ଗ୍ରହଣ କରେ ନାହିଁ  । ସେମାନେ ମଧ୍ୟ ଦୁର୍ବଳ ବିଦ୍ୟୁତ  ପରିବାହୀ  ।

ଦ୍ରବଣୀୟତା

ସହସଂଯୋଜକ ପଦାର୍ଥଗୁଡିକ ଜଳରେ ଦ୍ରବଣୀୟ ନୁହେଁ ମାତ୍ର ଆଲକହଲ, କ୍ଲୋରୋଫର୍ମ, ବେଞ୍ଜିନ, ଇଥର ଆଦି ଜୈବ ଦ୍ରାବକରେ ଦ୍ରବୀଭୂତ  ।

ତୁମପାଇଁ କାମ

ଗୋଟିଏ ପରୀକ୍ଷାନଳୀରେ 5ml ଇଥାଇଲ ଆଲକହଲ ନିଅ  ।ଏଥିରେ କିଛି ଆୟୋଡିନର ସ୍ଫୁଟକ ଦ୍ରବୀଭୂତ କରାଯାଉ  । ପରୀକ୍ଷାନଳୀକୁ ଏପଟ ସେପଟ କରାଯାଉ  । ତୁମେ କ’ଣ ଦେଖିବ, ଇଥାଇଲ ଆଲକହଲ ରଙ୍ଗ ଧୂସର କଳା ହୋଇଯିବ  । ତୁମର ପରୀକ୍ଷଣ ଲେଖ  । ସମାନ ପରିମାଣର ଆୟୋଡିନକୁ ଜଳରେ ଦ୍ରବୀଭୂତ କରାଯାଉ  । କ’ଣ ଲକ୍ଷ୍ୟ କଲ ?

ସହସଂଯୋଜକ ପଦାର୍ଥର ଧର୍ମ ଓ ପ୍ରକୃତି ବୁଝିଲା ପରେ ଆମେ ଏହି ପ୍ରଶ୍ନର ଉତ୍ତର ସହଜରେ ଦେଇପାରିବା  ।

ଆଧାର – ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା

Last Modified : 1/16/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate