ହୋମ / ଶକ୍ତି / ଶକ୍ତି ପ୍ରୟୋଗ / ଖେଳର ବ୍ୟବହାର: ବିଦ୍ୟୁତ
ସେଆର କରନ୍ତୁ

ଖେଳର ବ୍ୟବହାର: ବିଦ୍ୟୁତ

ଖେଳର ବ୍ୟବହାର: ବିଦ୍ୟୁତ ର ସୂଚନା

ଖେଳର ବ୍ୟବହାର ବିଦ୍ୟୁତ

ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧମରେ ଶିକ୍ଷକ ଶିକ୍ଷା (ଗୋଟସ-ଇଣ୍ଡିଆ) କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ 'ମୁକ୍ତ ଶୈକ୍ଷିକ ସଂବଳ ' ମାଧମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷା ପଦ୍ଧତିଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥୁବା ପ୍ରାରୟିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀରୁହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖୁଛି | ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସଂବଳ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠପୁସ୍ତକର ଏକ ସହଯୋଗୀ ଅଟେ |। ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀରୁହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ୍ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ | ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ |

ଟେସ୍-ଇଣ୍ଡିଆର 'ମୁକ୍ତ ଶୈକ୍ଷିକ ସଂଚଳ ଗୁଡ଼ିକ ଭାରତୀୟ ପାଠ୍ୟ ଖସଡ଼ା ଓ ପରିପେକ୍ଷୀ ଅନୁଯାୟୀ। ଉଭୟ ଭାରତୀୟ ଓ ଆନ୍ତୀକାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ | ଏହା ଉଭୟ ଅନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ୍ (http://www.tess-india.edu.in/66) ରେ ଉପଲବ୍ଧ ! ମୁକ୍ତ ଶୈକ୍ଷିକ ସଂବଳ ଗୁଡିକ ବିଭିନ୍ନ ଭାଷାରେ ଅନୁବାଦ କରାଯାଇ ଉପଲବ୍ଧି କରାଯାଇଛି ଓ ଟେସ୍-ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥୁବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ | ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରାସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିର୍ମିକ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ଦ୍ରିତ କରାଯାଇଛି | ଟେସ୍-ଇଣ୍ଡିଆ ଭାରତ ଓ ଯୁକ୍ତରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତ ରାଜ୍ୟ ର ଯୁକ୍ତ ବିଶ୍ଵବିଦ୍ୟାଳୟ ଦ୍ବାରା ପରିପ୍ଟାଳିତ |

ଭିଡ଼ିଓ ସମ୍ବଳ ସମୁହ

ଏହି ଏକକରେ କେତେକ କାର୍ଯ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି | ଟେସ-ଇଣ୍ଡିଆର ‘ଭିଡ଼ିଓ ସମ୍ବଳ ସମୁହ' ଶିକ୍ଷା ତତ୍ତ୍ବ ଆଧାରିତ | ଏଥରେ ଥବା ଭିଡ଼ିଓଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୁହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳ ଗୁଡ଼ିକୁ ସଚିତ୍ର ବର୍ଣ୍ଣନା କରିଛି | ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିର୍ମିକ ଅନୁପ୍ରେରିତ କରିବ | ଏହିସବୁ ଆପଣଙ୍କ ଦ୍ବାରା କରାଯାଉଥୁବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିର୍ମିକ ଅଭିପ୍ରେରିତ | ଟେସ୍ ଇଣ୍ଡିଆ ଭିତିଓ ସମ୍ବଳ ସମୂହ ଅନଲାଇନ୍ ରେ  http://www.tess-india.edu.in/) ଉପଲବ୍ଧ ଓ ଡାଉନଲୋଡ କରାଯାଇପାରିବ | ଆପଣମାନେ ଏହି ଭିଡ଼ିଓଗୁଡ଼ିକୁ ସି. ଡ଼ି. ବା ମେମୋରୀ କାର୍ଡ଼ ମାଧମରେ ବ୍ୟବହାର କରି ପାରିବେ |

ଓଡ଼ିଆ ସଂକଳନ, 1.0 ପ୍ରାରୟିକ ବିଜ୍ଞାନ, 11 ଓଡ଼ିଆ ଭାଷାନ୍ତର ସହାୟତା ; ଭାରତ ଜ୍ଞାନ ବିଜ୍ଞାନ ସମିତି : ଓଡିଶା

Odishd ଏହି ସଂକଳନଟି 'କେଟସ୍ ଇଣ୍ଡିଆର ଯୁକ୍ତ ଶିକ୍ଷା ସମ୍ବଳ ର ପ୍ରାରମ୍ଭିକ ବିଜ୍ଞାନ ସଂକଳନର ଏକ ଭାଗ ଅଟେ | ମୂଳ ଇଂରାଜୀ ଲେଖାକୁ

ଡକ୍ଟର ସୁସନ୍ଧ୍ୟା ମହାନ୍ତି ଓଡ଼ିଆ ଭାଷାରେ ଭାଷାନ୍ତର କରିଥୁବା ବେଳେ ଡକ୍ଟର ପ୍ରୀତିଲତା ଜେନା ସମୀକ୍ଷା କରିଛନ୍ତି | ଏହି ସଂକଳନରେ ବ୍ୟବହୃତ ହୋଇଥୁବା ତୃତୀୟ ପକ୍ଷ ସାଧନ ବ୍ୟତୀତ ଅନ୍ୟ ସମସ୍ତ ସମ୍ବଳ / ଲେଖ http://creativecommons.org/

licenses/by-sa/3.0/ରେ ମୁକ୍ତ ବ୍ୟବହାର  ପାଇଁ ଉପଲବ୍ଧ ଅଟେ |

ଏହି ଏକକରେ କ'ଣ ଅଛି

ଖେଳକୁ ଶିକ୍ଷଣରେ ବ୍ୟବହାର କରିବା ଓ ଶିକ୍ଷାର୍ଥୀମାନଙ୍କୁ ବିଦ୍ୟୁତ ଶିକ୍ଷଣ ସଂପର୍କୀତ ସହାୟତା ତଥା ଶିକ୍ଷଣ ପାଇଁ ପର୍ଯ୍ୟାପ୍ତ ସୁଯୋଗ କିପରି ଦିଆଯାଇ ପାରିବ, ସେ ସଂପର୍କରେ ଏହି ଅଧାୟରେ ଅନେଷଣ କରାଯାଇଛି ।

ଖେଳ ହେଉଛି ଏକ ଦରକାରୀ ସାଧନ ଯାହା ବିଜ୍ଞାନର ପ୍ରସଙ୍ଗଗୁଡ଼ିକରେ ଖେଳିବାରେ, ନିୟୋଜିତ କରିବାରେ ଅଭିପ୍ରେରିତ କରି ରଖବାରେ ବ୍ୟବହାର କରାଯାଇପାରିବ । ସାଧାରଣତଃ ଖେଳଗୁଡ଼ିକ ଶିକ୍ଷାର୍ଥୀଙ୍କ ପାଇଁ କୌତୁକପୂର୍ଣ୍ଣ, ତେଣୁ ପ୍ରାୟ ସମସ୍ତ ଶିକ୍ଷାର୍ଥୀ ଏଥୁରେ ଭାଗ ନେବା ପାଇଁ ଚାହାନ୍ତି । ଫଳରେ ଆପଣ ଶିକ୍ଷାର୍ଥୀମାନଙ୍କୁ ଯେଉଁ ବିଜ୍ଞାନ ଶିଖାଇବା ପାଇଁ ଚାହୁଛନ୍ତି ତାହା ସହଜରେ ଶିଖିପାରିବେ ।

ଅନେକଗୁଡ଼ିଏ ଖେଳ ଅଛି ଯାହାକୁ ଆପଣ ଶ୍ରେଣୀଗୁହରେ ବ୍ୟବହାର କରିପାରିବେ, ଏଥୁରୁ ଅଧୁକାଂଶରେ ଯଥେଷ୍ଟ ପୂର୍ବ ପ୍ରସ୍ତୁତି ଆବଶ୍ୟକ ନଥାଏ । ଏଥୁରୁ ଅନେକ ଗୁଡ଼ିଏ ବହୁତ ଜଣାଶୁଣା ଏବଂ ଶିକ୍ଷାର୍ଥୀମାନେ ଘରେ ପରିବାର ସଦସ୍ୟଙ୍କୁ ନେଇ ପୂର୍ବରୁ ଖେଳିଥାଆନ୍ତି । ଏଥିରେ ଆନ୍ଧ୍ର କିଛି ପରିବର୍ତନ କରିଦେଲେ, ଏହା ବିଜ୍ଞାନ ଶିକ୍ଷଣରେ ବେଶ ସହଜରେ ବ୍ୟବହାର କରାଯାଇ ପାରିବ । ଥରେ ଉପାୟ ଚିନ୍ତା କରି ଖେଳଟିକୁ ତିଆରି କରିଦେଲେ, ଆପଣ ଥରକୁଥର ଏହାକୁ ବ୍ୟବହାର କରିପାରିବେ । ଖେଳରେ ସାମାନ୍ଯ ପରିବର୍ତନ କଲେ, ଏହା ବିଜ୍ଞାନର ବହୁ ପ୍ରସଙ୍ଗ ପାଇଁ ମଧ୍ୟ ଉପଯୋଗୀ ହୋଇପାରିବ ।

ପାଠ ପଢ଼ା ଚାଲୁଥୁବା ବେଳେ ବା ଅନ୍ୟ ସମୟରେ ଯଦି କିଛି ସମୟ ମିଳିଯାଏ, ଶିକ୍ଷାର୍ଥୀମାନେ ଖେଳିବାକୁ ଭଲ ପାଇବେ । ଏ ସମସ୍ତ କାର୍ଯ୍ୟ ପ୍ରକାରାନ୍ତରେ ଶିକ୍ଷାର୍ଥୀମାନଙ୍କର ବୋଧ ଶକ୍ତିକୁ ପୁନର୍ବଳନ କରିବା ସହ ଜ୍ଞାନରେ ଆମ୍ବ ବିଶ୍ବାସ ଆଣିବ ।

ଏହି ଏକକରୁ କ'ଣ ଶିଖୁବେ:

• ଶିକ୍ଷଣ ପାଇଁ ଖେଳକୁ ଏକ ସାଧନ ରୂପରେ ବିକାଶ କରାଇବା, ରୂପରେଖ ଦେବା ଏବଂ ବ୍ୟବହାର କରିବା ।

• ଖେଳ ମାଧମରେ ବିଦ୍ୟୁତ ସମ୍ବନ୍ଧୀୟ ବୋଧଗମ୍ୟତାର ବିକାଶ ଓ ଧାରଣାର ପୁନର୍ବଳନରେ ବ୍ୟାପ୍ତ ରଖୁବା ଏବଂ ଅଭିପ୍ରେରିତ କରିବା ।

ଏହି ପନ୍ଥା କାହିଁକି ଗୁରୁତ୍ବପୂର୍ଣ୍ଣ

ଖେଳ କୌତୁକପୂର୍ଣ୍ଣ ହୋଇଥାଏ, ଯାହା ସର୍ବଦା ପଢ଼ିବା ଓ ଶିଖୁବା ଧାରଣା ସହ ସଂଶ୍ଳିଷ୍ଟ ହୋଇ ନ ପାରେ । କିନ୍ତୁ ବର୍ତମାନ ଗବେଷଣା କହୁଛି, ଯଦି ଶିକ୍ଷାର୍ଥୀମାନେ ଯାହା ପଢୁଛନ୍ତି ସେଥୁପ୍ରତି ଆଗ୍ରହୀ ହୁଅନ୍ତି ଏବଂ ଏହା ସେମାନଙ୍କର ଆବଶ୍ୟକତା, ଆଗ୍ରହ ଓ ସାମର୍ଥ୍ୟ ସହ ମେଳ ଖାଉଥାଏ ତେବେ ସେମାନେ ଅଧୁକ ଶିଖୁପାରିବେ । ଖେଳ ହେଉଛି ଏକ ଉତ୍ତମ ସାଧନ ଯାହାକି ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ଲକ୍ଷ୍ୟ ଏବଂ ଆଗ୍ରହ ଧରି ରଖୁପାରିବ ଏବଂ ସେମାନଙ୍କ ମଧରେ ସୃଜନାତ୍ସକ, ମିଳିତ ଉଦ୍ୟମ ତଥା ଭାବର ଆଦାନ ପ୍ରଦାନ ଆଦି କାର୍ଯ୍ୟକୁ ଉତ୍ସାହିତ କରିଥାଏ ।

ଖେଳଗୁଡ଼ିକ ମଧ୍ୟ ଉପଯୋଗୀ କାରଣ ଏହା ଭାଗ ନେବା ଓ ଜିତିବାକୁ ଶିକ୍ଷାର୍ଥୀମାନଙ୍କୁ;

• ଖେଳରେ ଜିତିବା ପାଇଁ ସେମାନଙ୍କୁ ତାଙ୍କର ଜ୍ଞାନକୁ ପ୍ରଦର୍ଶନ କରିବା ଏବଂ ଶୀଘ୍ର ବୋଧ ଶକ୍ତିର ବିକାଶ କରିବା ଆବଶ୍ୟକ 68lN

• ଖେଳ ଜିତିବା ପାଇଁ ଉତ୍ସାହିତ କରେ ଯାହାକି ସୁସ୍ଥ ଓ ପ୍ରେରଣା ଦାୟକ କିନ୍ତୁ ଏହା ମାନସିକ ଚାପ ଦେବାକୁ ଗୁରୁତ୍ବପୂର୍ଣ୍ଣ ଯେ କେବଳ ଭାଗ ନେବା ଓ ଚିନ୍ତା କରିବା ମଧ୍ୟ ସେହିଭଳି ଗୁରୁତ୍ବପୂର୍ଣ୍ଣ ।

• ବ୍ୟକ୍ତିଗତ ବିଶ୍ବାସ ବଢ଼ାଇଥାଏ ।

• ଅନ୍ୟ ଦଳର ସମାଜିକ ଦକ୍ଷତାଗୁଡ଼ିକ ନିଜକୁ ବଦଳାଇବା ଓ ବିକାଶ କରିବା ପାଇଁ ଶିଖନ୍ତି । • ନିଜର ବୋଧଗମ୍ୟତାକୁ ଅନ୍ତଦୃଷ୍ଟିର ସହ ଦେଖନ୍ତି ।

• ବିଭିନ୍ନ କୌଶଳ ଓ ଭୂମିକାର ବିକାଶ କରନ୍ତି ।

• ସେମାନେ ନିଜ କୃତି ସମ୍ବନ୍ଧରେ ତତକ୍ଷଣାତ ପ୍ରତିପୁଷ୍ଟି ଲାଭ କରନ୍ତି ।

• ସେମାନଙ୍କ ମତକୁ ଅନ୍ୟମାନଙ୍କୁ ଜଣାଇ ପାରନ୍ତି ଓ ସେମାନଙ୍କର ବୋଧଗମ୍ୟତାକୁ ଦୃଢ କରନ୍ତି ।

ଖେଳର ପ୍ରକାର

ଅନେକଗୁଡ଼ିଏ ଅନଲାଇନ୍ (ଇଣ୍ଟରନେଟରୁ) ଖେଳ ଅଛି ଯାହାକୁ ଶ୍ରେଣୀକକ୍ଷରେ ବ୍ୟବହାର କରିହେବ ଏବଂ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ନିଜସ୍ଵ ତୁଙ୍ଗରେ ହୋଇପାରିବ । ଏଥୁରୁ ଅଧୁକାଂଶ ଖେଳକୁ ଲକ୍ଷ୍ୟାପଟପ ଓ ଫୋନରେ ଡାଉନଲୋଡ଼ କରିହେବ, ଯଦ୍ବାରା ଅଧୁକ ଶିକ୍ଷାର୍ଥୀ ଏହାକୁ ଖେଳିପାରିବେ । କିନ୍ତୁ ଅନଲାଇନ୍ ଖେଳ ବା ବୈଦ୍ଯୁତିକ ଉପକରଣର ଉପଯୋଗ ସାର୍ବଜନୀନ ନୁହେଁ ଏବଂ ଏପରି ଅନେକ ଖେଳ ଅଛି ଯାହାକି ଶ୍ରେଣୀ କକ୍ଷରେ ବ୍ୟବହାର କରିହେବ ଏବଂ ଶିକ୍ଷାର୍ଥୀମାନେ ସେଥୁରୁ ସମାନ ସୁଯୋଗ ପାଇପାରିବେ ।

ବୋର୍ଡ଼ ଖେଳ, ତାସଙ୍ଗେଖଳ ଏବଂ ଶାରୀରିକ ଖେଳ ଆଦି ବିଜ୍ଞାନର ବିଭିନ୍ନ ପ୍ରସଙ୍ଗ ତଥା ବିଦ୍ଯୁତ ପ୍ରସଂଗକୁ ଅନେଷଣ କରିବାରେ ବ୍ୟବହାର କରାଯାଇ ପାରିବ । (ସମ୍ବଳ-1 ଦେଖନ୍ତୁ) ଏ ସମସ୍ତ ଖେଳ ଅତି ସହଜରେ ଅନ୍ୟ ବିଜ୍ଞାନ ପ୍ରସଙ୍ଗ ପାଇଁ ଏବଂ ବିଭିନ୍ନ ବୟସର ଶିକ୍ଷାର୍ଥାଙ୍କ ପାଇଁ ମଧ୍ୟ ବ୍ୟବହାର ହୋଇପାରିବ । ଆପଣଙ୍କୁ ସହଜରେ ମିଳୁଥିବା ସମ୍ବଳକୁ ବ୍ୟବହାର କରି ପୂରା ଶେଣୀ ଦଳରେ, ଯୋଡିରେ ବା ବ୍ୟକ୍ତିଗତ ଭାବେ ଖେଳ ଟିକୁ ଖେଳାଜାଇ ପାରିବ ।

ଶିକ୍ଷଣ କାର୍ଯ୍ୟ-1 : ଗୋଟିଏ ସ୍ମୃତିକୁ ଯୋଡ଼ି ଖେଳରେ ବ୍ୟବହାର

ସମ୍ବଳ-2ରେ ଥୁବା ଘଟଣାକୁ ବ୍ୟବହାର କରି, ବିଦ୍ଯୁତ ସମ୍ବନ୍ଧୀୟ ପଦ ଓ ଚିତ୍ରକୁ ନେଇ କିଛି ତାସ୍ ତିଆରି କରନ୍ତୁ । ପୁରୁଣା ଲଫାପାକୁ ବ୍ୟବହାର କରିପାରନ୍ତି (ନଚେତ କାଗଜ ପେଟିର ଅଂଶରେ) ତାସ୍ ତିଆରି କରିପାରନ୍ତି ।

ତା’ପରେ ଜଣେ ସହକର୍ମୀଙ୍କୁ ଆପଣଙ୍କ ସହ ଖେଳିବାକୁ ଡାକନ୍ତୁ । ଟେବୁଲ ଉପରେ କିମ୍ବା ଚଟାଣରେ ତାସଗୁଡ଼ିକୁ ତଳ ମୁହାଁକରି ଖେଳାଇ ରଖନ୍ତୁ । ପାଳି କରି, ଯେ କୌଣସି ଦୁଇଟି ତାସକୁ ଉପର ମୁହାଁ କରନ୍ତୁ । ଯଦି ତାସ୍ ଦୁଇଟି ମିଶି ଯାଉଛି । ମେଳ ଖାଉଛି, ଯେପରି : ଗୋଟିଏ ତାସରେ ‘ବଲବ’ ଓ ଅନ୍ୟ ତାସରେ 'ସର୍କିଟରେ ଥୁବା ଆଲୁଅ’ ବାହାରେ, ତେବେ ଖେଳାଳୀଜଣକ ଦୁଇଟି ଯାକ ତାସ୍ ନିଜ ପାଖରେ ରଖିବେ । ଜଣଙ୍କ ପରେ ଜଣେ ପାଳି ପଡ଼ିଲେ, ଏହିପରି ଖେଳିବେ । ଯଦି ତାସ୍ ଦୁଇଟି ମେଳ ନ ଖାଏ । ତା ହେଲେ ତାସ୍ ଦୁଇଟି ପୂର୍ବାବସ୍ଥା ପରି ତଳମୁହାଁ କରି ଚଟାଣ । ଟେବୁଲ ଉପରେ ଓଲଟାଇ ଦିଅନ୍ତୁ । ଲକ୍ଷ୍ୟ କରିବେ – ଯେପରି ଆପଣ ଅଧୁକରୁ ଅଧୁକ ଯୋଡ଼ି ନିଜ ପାଖରେ ରଖୁପାରିବେ ।

 

ଟିକେ ଚିନ୍ତା କରନ୍ତୁ

  • ଆପଣ ଓ ଆପଣଙ୍କ ବନ୍ଧୁ ଖେଳଟିକୁ ଖେଳିବାକୁ ଭଲ ପାଇଲେ କି ?
  • କ’ଣ ଭାବୁଛନ୍ତି, ଏହି ଖେଲଟି ଶିକ୍ଷଣକୁ କିପରି ସାହାଯ୍ୟ କରିବ ?

ଶିକ୍ଷଣ କାର୍ଯ୍ୟ-2 : ଶ୍ରେଣୀ କକ୍ଷରେ ଖେଳଟିକୁ ଖେଳାଇବା

ବର୍ତମାନ ଖେଳଟିକୁ ଶ୍ରେଣୀକକ୍ଷରେ ଖେଳାଇବା । ଯଦି ଆପଣଙ୍କ ଶ୍ରେଣୀରେ ଅଧୁକ ଶିକ୍ଷାର୍ଥୀ ଅଛନ୍ତି, ତେବେ ଆପଣ ଅଧୁକ ସଂଖ୍ୟକ ତାସ୍ ତିଆରି କରିବେ, ଶିକ୍ଷାର୍ଥୀମାନେ ଦଳରେ ମଧ୍ୟ ଖେଳଟିକୁ ଖେଳିପାରିବେ । ଯଦି ଆପଣଙ୍କ ପାଖରେ ତାସ୍ କରିବାକୁ ଅଧୁକ ସମ୍ବଳ ନାହିଁ, ତେବେ କେବଳ ଗୋଟିଏ ଦଳକୁ ଏହି ଖେଳଟିକୁ ଖେଳିବାକୁ ବାଛନ୍ତୁ ।

ଶିକ୍ଷାର୍ଥୀମାନଙ୍କୁ ଖେଳର ନିୟମ ବୁଝାଇ ଦିଅନ୍ତୁ, ଥରେ । ଦୁଇଥର ସେମାନଙ୍କୁ ଖେଳିବାକୁ ଛାଡ଼ିଦିଅନ୍ତୁ । ସେମାନେ କିପରି ନିଜ ନିଜ ଭିତରେ ଖେଳୁଛନ୍ତି, ତାକୁ ଭଲ ଭାବରେ ଦେଖନ୍ତୁ । ସେମାନଙ୍କୁ ଖେଳର ନିୟମ ଜଣାଇ ସାରିଲା ପରେ, ଆଉ ସେମାନଙ୍କ ସହ କଥାବାର୍ଭା କରନ୍ତୁ ନାହିଁ ।

ଟିକିଏ ଚିନ୍ତା କରନ୍ତୁ

• ଶିକ୍ଷାର୍ଥୀମାନେ ଖେଳଟିକୁ ଭଲ ପାଇଲେ କି?

• ସେମାନେ ଖେଳରୁ କ'ଣ ଶିଖୁଲେ? ଆପଣ ଏହା କିପରି ଜାଣିଲେ ?

• ଆପଣ କ’ଣ ଭାବୁଛନ୍ତି, ଖେଳଟି ସବୁ ଶିକ୍ଷାର୍ଥୀଙ୍କୁ କିପରି ସାହାଯ୍ୟ କରିବ, ଖାସ୍ କରି ଯେଉଁ ଶିକ୍ଷାର୍ଥୀମାନଙ୍କ ପାଇଁ ଶିକ୍ଷଣ କଷ୍ଟକର ।

ଖେଳ ଖେଳିବା ଦ୍ବାରା ଧାରଣାଗୁଡ଼ିକୁ ସ୍ପଷ୍ଟ ଭାବରେ ବୁଝି ହୁଏ ଓ ଶିକ୍ଷଣ ଦୃଢ଼ୀଭୂତ ହେବା ସହିତ ଆନନ୍ଦଦାୟକ ହୋଇଥାଏ । ଆପଣ ଗ୍ରହଣ କରି ପାରିଲା ପରି ଏହା ଏକ ସମନ୍ବିତ ପଦ୍ଧତି । ଯେଉଁ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣରେ ଆପଣ ନିଶ୍ଚିତ ନୁହନ୍ତି ଏବଂ ନିଜ ଉପରେ କମ୍ ଆମ୍ବବିଶ୍ବାସ ଥୁବା ଶିକ୍ଷାର୍ଥୀମାନଙ୍କର ନିଜସ୍ଵ ଧାରଣା ବଢ଼ାଇବା ସହିତ ସାଙ୍ଗମାନଙ୍କ ଠାରୁ ଶିଖୁବାର ସୁବିଧା ଏଥୁରେ ରହିଛି । ପରିସ୍ଥିତି ଅନୁଧାନ-1ରେ ଅନ୍ୟ ଏକ ପ୍ରକାର ଖେଳ ବ୍ୟବହାର କରାଯାଇଛି ଏବଂ ଶିକ୍ଷାର୍ଥୀଙ୍କ ପ୍ରତିକ୍ରିୟା ଦର୍ଶାଯାଇଛି ।

ପରିସ୍ଥିତି ଅନୁଧାନ-1: ବଲ ବଟିକୁ ଜଳାଇବା ଖେଳ

ଶ୍ରୀମତୀ ସାହୁ ଶିକ୍ଷାର୍ଥୀମାନଙ୍କୁ ସଂପୁର୍ଷ ଓ ଅସଂପୁର୍ଷ ସର୍କଟ ଚିହ୍ନର କ୍ଷମତା ନେଇ ଥୁବା ପାର୍ଥକ୍ୟ ଦର୍ଶାଇବାକୁ ଯାଉଛି ବୋଲି ଶ୍ରେଣୀରେ ବୁଝାଉଛନ୍ତି |

ମୁଁ ବିଦ୍ଯୁତ ପ୍ରସଂଗ ପଢ଼ାଇବା ପୂର୍ବରୁ ସାମାନ୍ୟ ବିଚଳିତ ହୋଇପଡ଼ିଥୁଲି, କିନ୍ତୁ ଏକ ପୁରୁଣା ବିଜ୍ଞାନ ସମ୍ବଳ ବାକ୍ (ପେଟିକା)ରୁ କିଛି ସହଜ ସମ୍ବଳ ପାଇଗଲା ପରେ, ସେ ସଂପର୍କରେ କିଛି ପ୍ରଦର୍ଶନ କରିବା ପାଇଁ ମୋର ଆମ୍ବଳ ବଢ଼ିଗଲା ।

ଶିକ୍ଷାର୍ଥୀମାନଙ୍କ ସର୍କିଟ ସମ୍ବନ୍ଧୀୟ ଜ୍ଞାନକୁ ଏକାଠି କରିବା ପାଇଁ ମୁଁ ଗୋଟିଏ ଖେଳ କରିଥୁଲି । ନିକଟସ୍ଥ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ମୁଁ ଯିବାକୁ ଭଲ ପାଏ । ସେଠାରୁ ମୁଁ ଖେଳଟିକୁ ଶିଖୁଥୁଲି । ମୁଁ ପଢ଼ାଇବାକୁ ଥୁବା ଅଂଶଟିକୁ ଦୁଇ ଭାଗ କରି ଯୋଜନା କଲି । ପ୍ରଥମ ଭାଗରେ ଶିକ୍ଷାର୍ଥୀମାନଙ୍କୁ ଗୋଟିଏ ବ୍ୟାଟେରୀ, ବଲବ, ଖଣ୍ଡିଏ ତାର ଦ୍ବାରା ଆଲୁଅ ଜଳାଇବା ପାଇଁ ମତେ ସାହାଯ୍ୟ କରିବାକୁ କହିଲି । ଏହା କରିବାକୁ ଆମକୁ କିଛି ସମୟ ଲାଗିଲା, କିନ୍ତୁ ଆମେ କାର୍ଯ୍ୟଟିକୁ କରିପାରିଲୁ । ତା ପରେ ମୁଁ ସେମାନଙ୍କୁ ଆଉ ଖଣେଣ୍ଡ ତାର ବ୍ୟବହାର କରିପାରିବା କି ବୋଲି ପରସ୍ପରିଲି, ସେ ସଂପର୍କରେ ମୁଁ ଶିକ୍ଷାର୍ଥୀମାନଙ୍କୁ ତାଙ୍କ ମତ ପରସ୍ପରିଲି ଏବଂ ସେମାନେ ଆଲୁଅ ଜଳାଇବା ପାଇଁ ଯାହା କହିଲେ, ସେ ପ୍ରକାରେ କଲି ।

ସର୍କିଟ କିପରି ପ୍ରସ୍ତୁତ ହୁଏ, ତାହା କେତେ ବୁଝିଛନ୍ତି, ମୁଁ ଜାଣିବାକୁ ଚାହୁଁଥୁଲି । ମୁଁ ଯେଉଁ ଖେଳଟିକୁ ତିଆରି କରିଥୁଲି – ସେହି ଖେଳଟି ପର୍ଯ୍ୟବେକ୍ଷଣ ଆଧାରିତ ଥୁଲା, ଖଣ୍ଡ ଖଣ୍ଡ ଜିନିଷ ନେଇ ସର୍କିଟ ତିଆରି କରିବା (ସମ୍ବଳ-3କୁ ଦେଖ – ଖେଳଟିକୁ କିପରି ତିଆରି କରିବ ଓ ଖେଳାଇବା) ।

ମୁଁ ଖଣ୍ଡ ଅଂଶକୁ ନେଇ ଗୋଟିଏ ସେଟ୍ କଲି ଏବଂ ତିନି ଜଣ ଶିକ୍ଷାର୍ଥୀ ସେମାନଙ୍କ ବିରାମ ସମୟରେ ଆର ସର୍କିଟର ସେଟ୍ କରି ଦେଖାଇଲେ ।

ମୁଁ ପୂରା ଶ୍ରେଣୀକୁ ଖେଳଟି କିପରି ଖେଳାଯିବ ଓ ଖେଳର ନିୟମ ସଂପର୍କରେ କହିଦେଲି ଏବଂ ସବୁ କଥାକୁ ଏକ ଚାର୍ଟ ପେପରରେ ଲେଖି କାନ୍ଥରେ ଟାଙ୍ଗି ଦେଇଥୁଲି । ସେମାନେ ଖେଳୁଥୁବା ବେଳେ ମୁଁ ବୁଲି ବୁଲି ସେମାନେ କିପରି ପରିସ୍ଫଳନା କରୁଛନ୍ତି ଓ ସେମାନଙ୍କ ଅସୁବିଧା ଦୂର କରିବା ପାଇଁ ଚେଷ୍ଟା କରୁଥୁଲି ଯଥା : ତାଙ୍କର ଉତ୍ତର ଗୁଡ଼ିକ ଠିକ୍ ଅଛି କି ନାହିଁ, ବା ସର୍କିଟ ସଂପର୍କରେ ପ୍ରଶ୍ନ ପରଷ୍ପରି ସେମାନଙ୍କ ଶିକ୍ଷଣରେ ତଥା ଖେଳରେ ମଜା ନେବାରେ ସାହାଯ୍ୟ କରିଥୁଲି (ଅଧୁକ ତଥ୍ୟ ନିମନ୍ତେ ସମ୍ବଳ-4 “ ତଦାରଖ ଓ ପ୍ରତିପୁଷ୍ଟି ପ୍ରଦାନ” ଦେଖନ୍ତୁ)

ପ୍ରତି ଦଳର ଯେଉଁ ଶିକ୍ଷାର୍ଥୀ ଜଣଙ୍କ ଅଧୁକ ସଂଖ୍ୟକ ସର୍କିଟ ତିଆରି କରିବ, ସେ ବିଜୟୀ ଘୋଷିତ ହେବ । ଶିକ୍ଷାର୍ଥୀମାନେ ସଂପୂର୍ଣ ଭାବେ ଖେଳରେ ମଜିଯାଇଥୁଲେ ଏବଂ ସେମାନେ ଜଣେ ଅନ୍ୟ ଜଣଙ୍କୁ ସହାୟତା ଦେଇଥୁବାରୁ ମୁଁ ଶେଷ ପର୍ଯ୍ୟନ୍ତ ସେମାନଙ୍କ ସହ କଥା ହୋଇ ନଥୁଲି ।

ପଢ଼ା ଶେଷରେ ମୁଁ ଶିକ୍ଷାର୍ଥୀମାନଙ୍କୁ ସର୍କିଟ ସଂପର୍କରେ କ’ଣ ବୁଝିଲେ ସେ ସଂପର୍କରେ ଗୋଟିଏ ବାକ୍ୟ ଲେଖୁବାକୁ କହିଲି । ମୁଁ ସେମାନଙ୍କୁ ଖେଳଟି ଆନନ୍ଦ ଦାୟକ, ଥୁଲା କି ପରସ୍ପରିବାରୁ ସେମାନଙ୍କ “ ସର୍କିଟକୁ ମନେ ରଖୁବା ଏବଂ ଶିଖୁବାରେ ଖେଳଟି ସାହାଯ୍ୟ କଲା। ” ଏହି ମନ୍ତବ୍ଯରୁ ସେମାନଙ୍କ ସକାରାମ୍ବକ ମନୋଭାବ ମତେ ଆନନ୍ଦିତ କରିଥୁଲା ।

ଟିକିଏ ଚିନ୍ତା କରନ୍ତୁ

• ଆପଣ କ'ଣ କେବେ ଚିନ୍ତା କରିଛନ୍ତି, ଆପଣଙ୍କ ବିଜ୍ଞାନ ଶିକ୍ଷଣରେ ଏପରି ଖେଳ ବ୍ୟବହାର କରିବା ପାଇଁ?

• ଆପଣ ଏହି ଖେଳଟିକୁ ଶ୍ରେଣୀ କକ୍ଷରେ ବ୍ୟବହାର କରିବେ ବୋଲି ଭାବୁଛନ୍ତି କି?

• ଏହି ଖେଳଟି ଆପଣଙ୍କ ଶ୍ରେଣୀରେ ପଢ଼ାଇବା ପାଇଁ ଆପଣ କ'ଣ କରିବେ?

ପ୍ରଥମ ଥର ବଲବ ଜଳିବା ପ୍ରଦର୍ଶନ ପରେ, ଶ୍ରୀମତୀ ସାହୁ ଖେଳକୁ ତାଙ୍କ ଶିକ୍ଷାର୍ଥୀମାନଙ୍କର ବୋଧଗମ୍ୟତାର ଦୃଢ଼ୀକରଣ କରାଇଥୁଲେ । କିନ୍ତୁ ସେ ତାଙ୍କ ଶିକ୍ଷାର୍ଥୀମାନଙ୍କୁ ଶିକ୍ଷାର୍ଥୀ ଭାବେ ଆମ୍ବିଶ୍ବାସକୁ ବଢ଼ାଇବା ପାଇଁ ଇଚ୍ଛା କଲେ । ଯଦିଓ ତାଙ୍କ ପାଖରେ ଶ୍ରେଣୀର ସବୁ ଶିକ୍ଷାର୍ଥୀ ବଲବରେ କାମ କରିବା ପାଇଁ ପ୍ରଚୁର ପରିମାଣରେ ସମ୍ବଳ– ତାର, ବ୍ୟାଟେରୀ ନଥୁଲା, ସେ କ୍ଷେତ୍ରରେ ତାଙ୍କୁ ସୃଜନଶୀଳ ହେବାକୁ ପଡ଼ିବ ।

2 ସମ୍ବଳ ସମ୍ପନ୍ନ ହେବା

ବହୁତ ଲୋକଙ୍କ ଜୀବନ ବିଦ୍ଯୁତର ଆବିଷ୍କାର ଏବଂ ଏହା ବ୍ୟାପିବା ଦ୍ବାରା ପ୍ରଭାବିତ ହୋଇଛି । ବିଦ୍ଯୁତ କ'ଣ ବୁଝିବା ଏବଂ ଏହା ସମସ୍ତଙ୍କ ପାଇଁ କିପରି କାର୍ଯ୍ୟ କରେ ଏହା ଜାଣିବା ଗୁରୁତ୍ବପୂର୍ଣ୍ଣ, ତେବେ ଯାଇ ସମସ୍ତେ ଏହାକୁ ଭଲ ଓ ନିରାପଦରେ ବ୍ୟବହାର କରିପାରିବେ । ଏ ପର୍ଯ୍ୟନ୍ତ ଯଦି ଆପଣଙ୍କ ବିଦ୍ୟାଳୟରେ ବିଦ୍ୟୁତ ବ୍ୟବସ୍ଥା ନାହିଁ, ତେବେ ବ୍ୟାଟେରୀ, ତାର ଓ ବଲବ ବ୍ୟବହାର ନ କରି ପଢ଼ାଇବା ସହଜ ହେବ ନାହିଁ, ପୁଣି ଏହା ମଧ୍ୟ ବ୍ୟୟ ବହୁଳ ଏବଂ ସାଙ୍ଗେ ସାଙ୍ଗେ ମିଳିବା ମଧ୍ୟ ସହଜ ନୁହେଁ । ତେଣୁ ବିଦ୍ୟୁତର ବିଭିନ୍ନ ଦିଗର ନମୁନା ବ୍ୟବହାର କରାଗଲେ ଶିକ୍ଷାର୍ଥୀମାନେ ବିଦ୍ଯୁତ୍ ସମ୍ପର୍କୀତ ସାଧାରଣ ଧାରଣା ଗୁଡ଼ିକୁ ଅନେଷଣ କରିପାରିବେ ।

ଏହି ଖେଳ କରିବାକୁ ହେଲେ ଆପଣଙ୍କୁ ସମ୍ବଳ ସମ୍ପନ୍ନ ଶିକ୍ଷକ ହେବାକୁ ପଡ଼ିବ । ସମ୍ବଳ ସମ୍ପନ୍ନ ହେବାକୁ ହେଲେ ଆପଣଙ୍କୁ ସବୁବେଳେ କାର୍ଡ଼ ବୋର୍ଡ଼ ବାକ୍, ପ୍ଲାଷ୍ଟିକ ବୋତଲ, ପୁରୁଣା ଲଫାପା ଏବଂ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ ପୁନଃବ୍ୟବହାର ଉପଯୋଗୀ ଓ ପୁନଃ ଚକ୍ରଣ ପାଇଁ ସଂଗ୍ରହ କରିବାକୁ ପଡ଼ିବ । ତା ହେଲେ ଯାଇ ଆପଣଙ୍କ ନିକଟରେ ସାମଗ୍ରୀ ଗଛିତ ରହିବ, ଯାହାକୁ କି ଆପଣ କଳାକୃତ (Artifact) କରି ଶିକ୍ଷଣରେ ଅଭିବୃଦ୍ଧି କରାଇ ପାରିବେ । ଆହୁରି ଅନେକ ଦିଗ ଅଛି ଯେଉଁଠି ଆପଣ ସେହି ଅଞ୍ଚଳରୁ ମିଳୁଥୁବା ସାମଗ୍ରୀ ବ୍ୟବହାର

କରିପାରିବେ: ସମ୍ବଳ-5 ରେ ଅନେଷଣ କରାଯାଇଛି- “ଆଞ୍ଚଳିକ ସାମଗ୍ରୀର ବ୍ୟବହାର” ଯାହା ଆପଣଙ୍କ ଶିକ୍ଷଣ ଅଭିବୃଦ୍ଧିରେ ସାହାଯ୍ୟ କରିବ ।

ଶିକ୍ଷଣ କାର୍ଯ୍ୟ-3 : ଶ୍ରେଣୀ ଗୃହର ସମ୍ବଳକୁ ଏକତ୍ର କରିବା

କିଛି ସମୟ ଚିନ୍ତା କରି ଦେଖନ୍ତୁ ବିଦ୍ୟାଳୟ ଭିତରେ ପାଠ୍ୟପୁସ୍ତକ ଛଡ଼ା ଆଉ କେଉଁ ସବୁ ସମ୍ବଳ ଆପଣଙ୍କ ହାତପାହାନ୍ତାରେ    ଅଛି ।

• ଆପଣ କ'ଣ ପାଇଲେ ଯାହାକୁ କି ସମ୍ବଳ ଭାବେ ଶିକ୍ଷାର୍ଥୀମାନଙ୍କ ପାଇଁ ବ୍ୟବହାର କରିପାରିବେ ?

• ଆଉ କ'ଣ ସବୁ ଦରକାର କରୁଛନ୍ତି ?

• ଏହା ସହ ଆପଣ ଆଉ ଅଧୁକ ସାମଗ୍ରୀ କ'ଣ ସବୁ ଯୋଗାଡ଼ କରି ପାରିବେ ।

• ଆପଣ ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ ତାସ, କାଗଜ, ବୋତଲ ଏବଂ ବିଜ୍ଞାନ ପାଇଁ ଅନ୍ୟ ସରଞ୍ଜାମ ଯୋଗାଡ଼ କରିବାରେ ସାମିଲ କରାଇବେ ।

ଆପଣ ଏହି ସମ୍ବଳଗୁଡ଼ିକୁ କିପରି ଯୋଗାଡ଼ କରିବେ, ସେ ସଂପର୍କରେ ଏକ ଯୋଜନା ପ୍ରସ୍ତୁତ କରନ୍ତୁ ଏବଂ ଯୋଜନାକୁ କାର୍ଯ୍ୟକାରୀ କରାନ୍ତୁ । ଆପଣ ସଂଗ୍ରହ କରିଥୁବା ସାମଗ୍ରୀଗୁଡ଼ିକୁ ନେଇ କ୍ୟାଟଲଗ ପ୍ରସ୍ତୁତିରେ ସମସ୍ତ ଶିକ୍ଷାର୍ଥୀଙ୍କୁ ସାମିଲ କରାଇ ପାରିବେ । ଏହା ପୁଣି ଗ୍ରାଫ ପ୍ରସ୍ତୁତ ପାଇଁ ଏକ ଭଲ ସୁଯୋଗ ଯୋଗାଇବ । ଯେଉଁ ଜିନିଷଗୁଡ଼ିକୁ ସଂଗ୍ରହ କରାଗଲା। ସେଥୁମଧରୁ କେଉଁଗୁଡ଼ିକୁ ଓ କେତେ ପରିମାଣର ଜିନିଷକୁ ପୁନଃବ୍ୟବହାର ଓ ପୁନଃ ଚକ୍ରଣ କରାଯାଇ ପାରିବ ।

ଭିଡ଼ିଓ : ଆଞ୍ଚଳିକ ସମ୍ବଳର ବ୍ୟବହାର ଟିକିଏ ଚିନ୍ତା କରନ୍ତୁ

• ସମ୍ବଳ ସଂଗ୍ରହରେ ଶିକ୍ଷାର୍ଥୀମାନେ କିପରି ସହାୟତା ପ୍ରଦାନ କଲେ?

• ଏଥୁରୁ ସେମାନେ ପୁନଃ ଚକ୍ରଣ ସଂପର୍କରେ କ’ଣ ଶିଖୁଲେ?

• ଆପଣଙ୍କ ସମ୍ବଳ ବୃଦ୍ଧିରେ ଶ୍ରେଣୀର ସହାୟତା କିପରି ନେଇ ପାରିବେ ।

ଏହା ଏକ କ୍ରମରେ ଚାଲୁଥୁବା କାର୍ଯ୍ୟ, କାରଣ ଆପଣ ପ୍ରଥମେ ସମ୍ବଳକୁ ଏକାଠି କରିବେ ଏବଂ ତା ପରେ ତାକୁ ବ୍ୟବହାର କରିବେ । ଏଥୁରେ ନିୟମିତ ଭାବେ ଜିନିଷ ମିଶାଯାଉଥୁବ । ଆପଣ ଶ୍ରେଣୀରେ ଏବଂ ବିଦ୍ୟାଳୟରେ ପରିବେଶ ସୃଷ୍ଟି କରିବା ଦ୍ବାରା ଆପଣଙ୍କୁ ବିଜ୍ଞାନର ଯୋଜନା କରିବା ପାଇଁ ଶିକ୍ଷଣକୁ ଅଧୁକ ଅନୁସନ୍ଧାନ ସମ୍ପନ୍ନ କରିବା ଦ୍ବାରା ଶିକ୍ଷାର୍ଥୀଙ୍କ ଶିକ୍ଷଣକୁ ସହାୟତା ଦେବ । ଖେଳ ଖେଳିବା ଦ୍ବାରା ବିଦ୍ୟୁତ୍ ସମ୍ପର୍କୀତ ପ୍ରକୃତ ଅନୁସନ୍ଧାନ ପାଇଁ କେତେଗୁଡ଼ିଏ ନମୁନା ତିଆରି ହୋଇପାରିବ, ଯାହାକି ଶିକ୍ଷାର୍ଥୀମାନଙ୍କର ବୁଝିବାରେ ସାହାଯ୍ୟ କରିବ ଏବଂ ଖେଳକୁ ଆଉ ଥରେ ଖେଳାଇବା ଦ୍ବାରା ଧାରଣାର ଦୃଢ଼ୀକରଣ ହୋଇ ପାରିବ ।

ପରବର୍ତୀ ଘଟଣାଟି ସ୍ଥିର ବିଦ୍ଯୁତ କିପରି ବ୍ୟବହାର କରାଯାଇ ପାରିବ, ତାକୁ ନେଇ ଖେଳଟିଏ ।

ଖେଳରେ ବିଜ୍ଞାନର ବ୍ୟବହାର

ଶ୍ରୀମତୀ ସୁଜାତା, ଏକ ଗ୍ରାମ୍ୟ ବିଦ୍ୟାଳୟରେ ଶିକ୍ଷୟିତ୍ରୀ, ସେ ସ୍ଥିର ବିଦ୍ଯୁତ ପଢ଼ାଇବା ପାଇଁ କିପରି ଏକ ସହଜ ଖେଳଟିଏ କରାଇଥଲେ ତାହା ଏଠାରେ କହିଛନ୍ତି | ସେ କିଛି ଦିନ ଧରି କିଛି ପ୍ଲାଷ୍ଟିକ ପେନ୍ ଖୋଳ ସଂଗ୍ରହ କରିଥୁଲେ, ଏବଂ ବୋର୍ଡ଼ଟିଏ ପ୍ରସ୍ତୁତ କରିଥୁଲେ (ସମ୍ବଳ-6 ପରି) । ସେ ଦୁଇ ଜଣ ଶିକ୍ଷାର୍ଥୀଙ୍କୁ ଦୁଇଖଣ୍ଡ କାଗଜ ଛୋଟ ଛୋଟ ଟୁକୁରା କରିବାକୁ କହିଲେ ଏବଂ ସେଇ ଛୋଟ ଟୁକୁରାକୁ ଦୁଇଟି ଗଦାରେ ରଖଲେ । ପ୍ରତି ବୋର୍ଡ଼ ସହିତ ଖଣ୍ଡିଏ ଲେଖା, କାଗଜ ଟୁକୁରା ଏବଂ ଚାରୋଟି ପେନ୍ ଖୋଳ ଦେଇଥୁଲେ ।

ମୋ ପାଠ ପଢ଼ା ଆରମ୍ଭ କଲା ବେଳକୁ ମୁଁ ଶ୍ରେଣୀରେ ଶିକ୍ଷାର୍ଥୀମାନଙ୍କ ଆଗ୍ରହ ବଢ଼ାଇବା ପାଇଁ ବେଲୁନ ଫୁଙ୍କିଥୁଲି, ଏବଂ ଏହି ଫୁଲା ବେଲୁନକୁ କାନ୍ଥରେ ଲଗାଯାଇ ପାରିବ କି ନାହିଁ ବୋଲି ଶିକ୍ଷାର୍ଥୀଙ୍କୁ ପଚାରିଥୁଲି । ଶିକ୍ଷାର୍ଥୀମାନେ ମନା କରିଥୁଲେ । ପରେ ଶ୍ରୀମତୀ ସୁଜାତା ବେଲୁନଟିକୁ କିଛି ସମୟ ପାଇଁ ମୁଣ୍ଡରେ ଘଷିଥୁଲେ ଏବଂ କାନ୍ଥରେ ଲଗାଇ ଦେଇଥୁଲେ । ଶିକ୍ଷାର୍ଥୀମାନେ ଏହା ଦେଖ୍ ଆଶ୍ଚର୍ଯ୍ୟ ହୋଇଯାଇଥୁଲେ । ଶିକ୍ଷାର୍ଥୀମାନଙ୍କୁ ଏହା କିପରି ସମ୍ଭବ ହେଲା ବୋଲି ପରସ୍ପରି ଅଲି, କିଛି ଶିକ୍ଷାର୍ଥୀ ନିଜର ଧାରଣା ବ୍ୟକ୍ତ କରିଥୁଲେ । ସେ ଉତ୍ତରଗୁଡ଼ିକ କଳାପଟାରେ ଲେଖୁଥୁଲେ ଯେଉଁଥୁରେ ଗୋଟିଏ ଉତ୍ତର ଥୁଲା। ତାଙ୍କ ମୁଣ୍ଡରେ କଛି ଅଠା ଲାଗିଥୁଲା । ପରେ ମୁଁ ଖେଳ ସେଟଟି ଶିକ୍ଷାର୍ଥୀମାନଙ୍କୁ ଦେଇଥୁଲି ଏବଂ ଖେଳର ନିୟମ ବୁଝାଇ ଦେଇ କିଛି ସମୟ ଖେଳିବା ପାଇଁ ଛାଡ଼ି ଦେଇଥୁଲି ।

ଖେଳଟିରେ ସମସ୍ତଙ୍କୁ ସାମିଲ କରାଇଥୁଲି, ଖେଳଟି ଏପରି ଥୁଲା : ପେନ ଖୋଳରୁ ସ୍ଥିର ବିଦ୍ଯୁତ ଉତ୍ପାଦନ କରିବା । ଜଣଙ୍କ ପରେ ଜଣେ ପେନଖେଳକୁ ବ୍ୟବହାର କରି ଛୋଟ ଟୁକୁରା କାଗଜକୁ ବୋର୍ଡ଼ର ଗୋଟିଏ ପଟରୁ ଆର ପଟକୁ ନେବେ । ତାଲିକାରେ ଥୁବା ସଂଖ୍ୟା ମୁତାବକ ଯେଉଁ ଦଳ ପ୍ରଥମେ ବୋର୍ଡ଼ଟିକୁ ପୂରଣ କରିବେ, ସେହି ଦଳ ବିଜୟୀ ଘୋଷିତ ହେବେ । ମୋ ଶିକ୍ଷାର୍ଥୀମାନେ ଖେଳଟିକୁ ଭଲ ପାଇଲେ ଏବଂ ଶିକ୍ଷାର୍ଥୀମାନଙ୍କୁ ପାଟି କମ୍ କରିବା ପାଇଁ ସେ କହିଲେ, କାରଣ କାଳେ ଅନ୍ୟ ଶ୍ରେଣୀ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ବାଧାପ୍ରାପ୍ତ ହେବ ।

ଦଶମିନିଟ୍ ଗଲା ପରେ, ସମସ୍ତ ଶିକ୍ଷାର୍ଥୀ ଦୁଇଥର ଲେଖାଏଁ ଖେଳିବା ପରେ ମୁଁ ଶିକ୍ଷାର୍ଥୀମାନଙ୍କୁ ଟୁକୁରା କାଗଜ ଟେକିବା ପାଇଁ କେତେ ସହଜ, ସେ ସଂପର୍କରେ ଚିନ୍ତା କରିବାକୁ କହିଲି ଏବଂ କାଗଜ ଖସି ପଡ଼ିବାର କାରଣ କ’ଣ ? ଶିକ୍ଷାର୍ଥୀମାନେ କିପରି ଖୁବ୍ ବେଶୀ ବା ଖୁବ୍ କମ୍ କାଗଜ ଟେକିବା କାର୍ଯ୍ୟକୁ ପରିପ୍ପଳନା କରିପାରୁଥୁଲେ ?

ମୁଁ ସେମାନଙ୍କ ଠାରୁ କାହିଁକି ଓ କିପରି ଏ କଥା ହେଉଛି, ସେମାନଙ୍କ ଧାରଣାଗୁଡ଼ିକୁ ପରସ୍ପରି କଳାପଟାରେ ଲେଖୁଥୁଲି । ମୁଁ ପ୍ରତି ଦଳକୁ ଖଣ୍ଡିଏ ଖଣ୍ଡିଏ କାଗଜ ଦେଇ ସେମାନଙ୍କ ଧାରଣାଗୁଡ଼ିକୁ ତଳକୁ ତଳ ଲେଖୁବା ପାଇଁ କହିଲି । ପଢ଼ା ଶେଷରେ ଏହି କାଗଜକୁ ମତେ ଦେବାକୁ କହିଲି । ଦିନ ଶେଷରେ ମୁଁ ସେମାନଙ୍କ ଉତ୍ତର କାଗଜକୁ ପୁଙ୍ଖାନୁପୁଙ୍ଖ ଭାବେ ଦେଖୁଲି । ଇଲେକଟ୍ରୋନ, ନିଉଟ୍ରନ, ପ୍ରୋଟନର ଧାରଣାଗୁଡ଼ିକ ବୁଝିବା ପାଇଁ କିପରି ପଢ଼ା ଆରମ୍ଭ କରିବି, ସେ ସଂପର୍କରେ ଯୋଜନା କଲି ।

ଯଦିଓ ସେମାନଙ୍କ ଧାରଣା ମଧ୍ୟରୁ କେତେଗୁଡ଼ିଏ ସଂମ୍ପୁର୍ଣ୍ଣ ହୋଇ ନଥୁଲା, ଅର୍ଥାତ ଏହି ଶିକ୍ଷଣର ପରବର୍ତୀ ପର୍ଯ୍ୟାୟରେ ଏହାର କେତେଗୁଡ଼ିଏ ସ୍ପଷ୍ଟ ନକ୍କା ତିଆରି କରି କାର୍ଯ୍ୟ କରିଥୁଲି । ମୁଁ ଏପରି ଏକ ତଥ୍ୟକୁ ଅନେଷଣ କଲି ଯେ ସେହି ସମାନ ଚାର୍ଜ ଥୁବା ଦୁଇଟି ଜନିଷ ଗୋଟିଏ ଆରଟିକୁ ବିକର୍ଷିତ କରିଥାଆନ୍ତି ଏବଂ ଭିନ୍ନ ଚାର୍ଜ ଥୁବା ଜିନିଷ ଦୁଇଟି ଗୋଟିଏ ଆରଟିକୁ ଆକର୍ଷିତ କରିଥାଆନ୍ତି । ଖେଳଟି ଶିକ୍ଷାର୍ଥୀମାନଙ୍କୁ “ପ୍ରକୃତରେ ଥୁବା ଦୁଇ ପ୍ରକାର ଚାର୍ଜ” ତଥ୍ୟକୁ ବୁଝିବା ପାଇଁ ସାହାଯ୍ୟ କରିବ ।

3 ନିଜ ଖେଳ ନିଜେ ତିଆରି କରିବା

ଆପଣ ଯେତେବେଳେ ଖେଳଗୁଡ଼ିକୁ ଉପଯୁକ୍ତ ସମୟରେ ନିଜେ କରି ପାରିବା ଦକ୍ଷତା ଓ ବିଶ୍ବାସ ଅର୍ଜନ କରିବେ ସେତେବେଳେ ପୂର୍ବରୁ ଥୁବା ଖେଳଗୁଡ଼ିକ ଶ୍ରେଣୀ ଗୃହରେ ବ୍ୟବହାର କରିବା ପାଇଁ ଚାହିଁବେ । ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଓ ଶିକ୍ଷାର୍ଥୀଙ୍କର ଆଗ୍ରହ ବଢାଇବା ପାଇଁ ଖେଳଗୁଡିକ ବ୍ୟବହାର କରାଯାଏ । ଯେତେବେଳେ ଗୋଟିଏ ଦଳ ସହ କାମ କରୁଛନ୍ତି ସେତେବେଳେ ଏହି ଖେଳ ଗୁଡ଼ିକ ଦଳରେ ଭିନ୍ନ ଶିକ୍ଷଣକାର୍ଯ୍ୟରେ ବ୍ୟବହାର କରିପାରିବେ । ଅଧୁକ ଶିକ୍ଷାର୍ଥୀ ଥୁବା ଶ୍ରେଣୀରେ ଏହା ଆପଣଙ୍କୁ ସାହାଯ୍ୟ କରିବ । ଥରେ ଏଭଳି ଅନେକ ଗୁଡ଼ିଏ ଖେଳ ପ୍ରସ୍ତୁତ କରିଦେଲେ ଭିନ୍ନ ଭିନ୍ନ ସମୟରେ ବ୍ୟବହାର କରିବା ପାଇଁ ପାଇ ପାରିବେ । ଏହି ଖେଳ ଖେଳିବା ଦ୍ବାରା ଶିକ୍ଷାର୍ଥୀମାନେ ଏକାଗ୍ର ଏବଂ ଅଭିପ୍ରେରିତ ହେବେ । ଦିଆଯାଇଥୁବା ପରବର୍ତୀ ଦୁଇଟି ଶିକ୍ଷଣକାର୍ଯ୍ୟ କ୍ରମାଗତ ଭାବେ କରାହେବ। ତେଣୁ ଦୁଇଟିକୁ ଏକା ସାଙ୍ଗରେ ପାଖାପାଖ୍ କରିବାକୁ ଚେଷ୍ଟା କରନ୍ତୁ ।

ଶିକ୍ଷଣକାର୍ଯ୍ୟ – 4 ନିଜ ଖେଳ ନିଜେ ତିଆରି କରିବା

ଆପଣଙ୍କର ଗୋଟିଏ ଶ୍ରେଣୀରେ ବିଦ୍ଯୁତ୍ ସଂପର୍କରେ ପଢ଼ାଇବାକୁ ଥୁଲେ, ଆପଣ ଖେଳର ପରିକଳ୍ପନା କରିବେ ଓ ଏହାକୁ ତିଆ କରିବେ । ଆପଣ ଏହା କଲାବେଳେ ସମ୍ବଳ-1 ଓ 3 କୁ ପ୍ରଥମେ ଦେଖୁ ନେବେ, ଯାହାକି ଆପଣଙ୍କୁ କେଉଁ ପ୍ରକାର ଖେଳ ତିଆ କରିବାକୁ ହେବ ମନେ ପକାଇ ଦେବ । ତା ପରେ ଆପଣ ନିମ୍ନ ପ୍ରଶ୍ନଗୁଡ଼ିକ ସଂପର୍କରେ ଆଲୋଚନା କରିବେ ।

ମୁଁ କ’ଣ ଚାହୁଁଛି – ମୋ ଶିକ୍ଷାର୍ଥୀମାନେ ଏ ଖେଳ ଖେଳିବା ଦ୍ବାରା କ’ଣ ଶିଖୁପାରିବେ ?

2. ଏହି ଖେଳରେ ମୁଁ କେଉଁ ପ୍ରସଙ୍ଗଟି ଯୋଡ଼ି ପାରିବି? ଏହା କ’ଣ ବିଦ୍ଯୁତର ଗୁଣ ସଂପର୍କରେ ନା ବିଦ୍ୟୁତ କିପରି ବ୍ୟବହାର କରାଯାଇପାରିବ ତା ସଂପର୍କରେ ଅଧୁକ କହୁଛି ନା ଏହା କିପରି ଉତ୍ପାଦିତ ହେଉଛି ସେ ସଂପର୍କରେ ? ଏହା ଆପଣଙ୍କୁ ଖେଳ ବାଛିବାରେ ସାହାଯ୍ୟ କରିବ ।

3. ମୁଁ କ’ଣ ସମ୍ବଳ 3 ରେ ଥୁବା ଖେଳଟି ଖେଳାଇବି ନା ଏଥୁରେ କିଛି ପରିବର୍ତନ କରିବି ? ମୁଁ ଏହାକୁ ଗୋଟିଏ ଯାଗାରେ ବସାଇ ଖେଳାଇବି ନା ବାହାରେ ଖେଳାଇବି ଯଦ୍ବାରା ଶିକ୍ଷାର୍ଥୀମାନେ ଶାରୀରିକ ଭାବେ ଖେଳିପାରିବେ । ତା ସହିତ ବିଦ୍ଯୁତ ସଂପର୍କରେ ଅନେଷଣ କରିପାରିବେ ?

4. ମୁଁ ଏହି ଖେଳଟିକୁ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଭିତ୍ତିକ ଯଥା – ସ୍ଥିର ବିଦ୍ଯୁତ – ବାଳ ପାଇଁ ଏକ ପାନିଆ, ଯାହାକି ଏକ ଉତ୍କଷ୍ଟ ସାମଗ୍ରୀ ପାଇଁ ଚିନ୍ତା କରିପାରିବେ ।

5. ମୁଁ ଏ ଖେଳଟିକୁ କିପରି ଖେଳାଇବି, ସେଥୁପାଇଁ କ’ଣ ସୂଚନା ଦେବି ? ମୁଁ ମୋର ସ୍ବତନ୍ତ୍ର ଶିକ୍ଷାର୍ଥୀମାନଙ୍କ ପାଇଁ କିଛି ବିଶେଷ ସୂଚନା ଦେବି କି ?

6. ଏ ପ୍ରକାର ଖେଳକୁ ସେମାନେ କେତେ ସମୟ ଖେଳିବେ ?

7. ଏହି ଖେଳଟି ସମସ୍ତ ଶିକ୍ଷାର୍ଥୀଙ୍କୁ ସଂପୃକ୍ତ କରାଇବ ତ ? ଆପଣ ମୁଖ୍ୟ ସମ୍ବଳ – ‘ ସମସ୍ତଙ୍କୁ ସାମିଲ କରାଇବା’ ଟିକୁ ପଢ଼ିବାକୁ ଚାହିଁ ପାରନ୍ତି ଯଦ୍ବାରା ଆପଣଙ୍କ ଶ୍ରେଣୀର ଆବଶ୍ୟକତାକୁ ବୁଝିବା ସହଜ ହେବ ।

8. ମୁଁ କେତେବେଳେ ଓ କିପରି ଏହି ଖେଳଟିକୁ ଖେଳାଇବି ? ଏହି ଖେଳଟିକୁ ଖେଳାଇବା ପାଇଁ କେଉଁ ସବୁ ସମ୍ବଳ ଦରକାର କରିବି ? ମୋ ଶିକ୍ଷାର୍ଥୀମାନେ ଏ ଖେଳ ପାଇଁ ସବୁ ସମ୍ବଳ ଏକାଠି କରିବାରେ ସାହାଯ୍ୟ କରିବେ କି ?

9 .ମତେ ଶିକ୍ଷାର୍ଥୀମାନେ ଖେଳର ଅଂଶ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବେ ? କେତେବେଳେ ?

10.  ଏହି ଖେଳ ଗୁଡ଼ିକୁ ବାରମ୍ବାର ବ୍ୟବହାର କରିବା ପାଇଁ କିପରି ସଂରକ୍ଷିତ ରଖୁବି?

ଶିକ୍ଷଣକାର୍ଯ୍ୟ – 5 ଖେଳକୁ ପରୀକ୍ଷା କରିନେବ ।

ଶିକ୍ଷାର୍ଥୀମାନଙ୍କୁ ଏହି ଖେଳଟିକୁ ଖେଳିବା ପାଇଁ କୁହନ୍ତୁ । ଖେଳ ଆରମ୍ଭ ପୂର୍ବରୁ ଖେଳର ନିୟମ ବୁଝାଇ ଦିଅନ୍ତୁ ଏବଂ କାହିଁକି ଏ ଖେଳ ଖେଳାଯାଉଛି ଜଣାଇ ଦିଅନ୍ତୁ । କେତେ ବେଳେ ଖେଳଟିକୁ ସାରିବେ ଓ ଖେଳ ଶେଷରେ ଗଠନମୂଳକ ମତାମତ ଦେବା ପାଇଁ କୁହନ୍ତୁ ।

  • ସେମାନେ ଏହି ଖେଳ ଖେଳିବା ଦ୍ବାରା କ'ଣ ଶିଖୁଲେ ବୋଲି ଭାବୁଛନ୍ତି?
  • ସୂଚନା ଗୁଡ଼ିକ ସ୍ପଷ୍ଟ ଥୁଲା କି?
  • ମୁଁ କ’ଣ ଶିକ୍ଷାର୍ଥୀମାନଙ୍କୁ ଅଧୁକ ସମୟ ଖେଲିବା ପାଇଁ ଦେଇଥୁଲି କି?
  • ସେମାନେ କ’ଣ ଏ ଖେଳଟିକୁ ଆଉ ଥରେ ଖେଳିବାକୁ ଚାହିଁବେ?
  • ଏ ଖେଳଟିକୁ ଆଉ କିପରି ଉନ୍ନତ କରାଯାଇ ପାରିବ?

ଟିକିଏ ଚିନ୍ତା କରନ୍ତୁ

  • ଖେଳ ସଂପର୍କରେ ଶିକ୍ଷାର୍ଥୀମାନଙ୍କର ମତାମତ ଆପଣଙ୍କୁ କିପରି ସାହାଯ୍ୟ କରିବ ?
  • ଆପଣ ଖେଳରେ କିଛି ପରିବର୍ତନ ଚାହୁଁଛନ୍ତି କି ? ସେଗୁଡିକ କ’ଣ ?

ଆପଣ ଖେଳଟିକୁ ତିଆରି ଏବଂ ପରୀକ୍ଷା କଲାବେଳେ ଖେଳିବା ଦ୍ବାରା ଶିକ୍ଷାର୍ଥୀମାନେ କେତେ ଉତ୍ସାହିତ ହେଲେ ଆପଣ ଜାଣିପାରିବେ ।

ଏହା ସେମାନଙ୍କୁ ଉତ୍ସାହିତ କରେ ଯେତେବେଳେ ଏହାକୁ ପ୍ରସଙ୍ଗରେ ବ୍ୟବହାର କରାଯାଏ, କାରଣ ସାଧାରଣତଃ ସେମାନେ ଏହା ଆଶା କରିଥାନ୍ତି । ସେମାନେ କ’ଣ ଚିନ୍ତା କରୁଛନ୍ତି ଏବଂ କିପରି ଖେଳରେ କେଉଁଠାରେ ବଦଳା ଯାଇ ପାରିବ ସେ ସମସ୍ତ ଦିଗ

ସଂପର୍କରେ ଆପଣ ପରିଷ୍କାର ଜାଣିପାରିବେ ।

ଆପଣ ଖେଳକୁ ବ୍ୟବହାର କରିବାରେ ନିପୁଣତା ହାସଲ କରିବାରେ ସାହାଯ୍ୟ କରିବ, ଯାହାଦ୍ବାରା କି ଆପଣ ଖେଳକୁ ବିଜ୍ଞାନର ଅନ୍ୟ ପ୍ରସଙ୍ଗୀରେ ବ୍ୟବହାର କରିପାରିବେ, ଯେପରି ଜୀବନ ପ୍ରକିୟା, ଯଥା; ହଜମ କ୍ରିୟା ଶିକ୍ଷାର୍ଥୀମାନଙ୍କୁ ହଜମ ପ୍ରକ୍ରିୟାର ସୋପାନ ମନେ ପକାଇବା ପାଇଁ ଏକ ବୋର୍ଡ଼ ଖେଳ ।

ସାରାଂଶ

ଏହି ଅଧାୟରେ ଥୁବା ଖେଳ ଗୁଡ଼ିକୁ ବ୍ୟବହାର କରିବା ଦ୍ବାରା ଆପଣ ଆପଣଙ୍କର ପ୍ରାଥମିକ ବିଜ୍ଞାନର ବିଦ୍ଯୁତ ସମ୍ବନ୍ଧୀୟ ପ୍ରସଙ୍ଗର ଉପରସ୍ତରକୁ ହାସଲ କରିବା ସୁବିଧାଜନକ ହେବ । ଖେଳରେ ଶିଖୁବାର ସୁବିଧା ଥାଏ, ଯେପରି କି, ଶିକ୍ଷଣକୁ ଦୃଢ଼ୀଭୂତ କରାଇବା ସାମାଜିକ କୌଶଳ, ଶୁଣିବା; କହିବାର ସୁଯୋଗ ତଥା ଶିକ୍ଷାର୍ଥୀମାନଙ୍କ ମନରେ ବୈଜ୍ଞାନିକ ଚିନ୍ତାଧାରା ଉଦ୍ରୋକ କରାଇବା ପାଇଁ ଆହ୍ବାନ ଓ ପ୍ରେରଣା ଯୋଗାଇବାରେ ସାହାଯ୍ୟ କରିଥାଏ ଏବଂ ମୁଖ୍ୟତଃ ଏହା ଶିକ୍ଷଣ ବାଧିତ ଶିକ୍ଷାର୍ଥୀମାନଙ୍କୁ ଅଧୁକ ସାହାଯ୍ୟ କରିଥାଏ । କାରଣ ସେମାନଙ୍କୁ ଅର୍ଥପୂର୍ଣ୍ଣ ପ୍ରସଙ୍ଗ ଭିତ୍ତିକ ପୁନଃ ଅଭ୍ଯାସ ପାଇଁ ଅନୁମତି ଦେଇଥାଏ ।

କେତେଗୁଡ଼ିଏ ଖେଳ ସହାୟତା ଏବଂ ଉଦ୍ୟମ ପାଇଁ ଉତ୍ସାହିତ କରେ, ବିଭିନ୍ନ ବର୍ଗର ଶିକ୍ଷାର୍ଥୀମାନଙ୍କୁ କାର୍ଯ୍ୟରେ ଭାଗ ନେବା ପାଇଁ ଆମ୍ବବିଶ୍ବାସୀ କରିବା ସଙ୍ଗେ ସଙ୍ଗେ ଭାଗୀଦାରୀ ହେବାର ସୁଯୋଗ ଦେଇଥାଏ । ଶ୍ରେଣୀ ଗୃହରେ ଖେଳା ଯାଉଥୁବା ଖେଳକୁ ଅଧୁକ ବ୍ୟୟବହୁଳ ନକରି ଏବଂ ଆପଣ ବା ଆପଣଙ୍କ ଶିକ୍ଷାର୍ଥୀଙ୍କ ଦ୍ବାରା ତିଆରି (ଉଭାବନ କରାଇବା) କରାଇ ପାରିବେ ।

ସମ୍ବଳ ସମ୍ବଳ 1 : ଶିକ୍ଷଣକୁ ସାହାଯ୍ୟ କଲା ପରି ଖେଳ ଲୁଡ଼ୁଖେଳ

ଶିକ୍ଷାର୍ଥୀଙ୍କ ଶିକ୍ଷଣ ପାଇଁ ବହୁତ ପ୍ରକାରର ଲୁଡ଼ୁଖେଳ ଅଛି । ପ୍ରତ୍ୟେକ ଖେଳ ପାଇଁ କିଛି ପୂର୍ବ ପ୍ରସ୍ତୁତି ଓ ଚିନ୍ତା ଦରକାର । କିନ୍ତୁ ଥରେ ଏହା ତିଆରି ହୋଇଗଲେ ଭିନ୍ନ ଭିନ୍ନ ପ୍ରକାର ଶିକ୍ଷାର୍ଥୀଙ୍କ ପାଇଁ ଏହା ଥରକୁଥର ବ୍ୟବହାର କରାଯାଇ ପାରିବ ।

ଏହି ଲୁଡ଼ୁ ଖେଳକୁ ଦୁଇ ରୁ ଛଅ ଜଣ ଶିକ୍ଷାର୍ଥୀ ଖେଳିବେ । ଏଥୁରେ ପ୍ରତ୍ୟେକ ନିଜ ପାଳି ପଡ଼ିଲେ, 1 ରୁ 6 ଲେଖାଥୁବା ଗୋଟି ଗଡ଼ାଇବେ । ସେଟର ଅଙ୍କ ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ପଥ ଦେଇ ଲକ୍ଷ୍ୟସ୍ଥଳରେ ପହଞ୍ଚୁବେ । ଗୋଟି ଗଡ଼ାଇ ଅଙ୍କକୁ ଗଣି ତା' ଅନୁସାରେ ଗୋଟିକୁ ଆଗେଇ ନେବାକୁ ପଡ଼ିବ । ସେଇ ପଥ ଦେଇ ଗଲାବେଳେ ପ୍ରସଙ୍ଗ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ । ଯଦି ଉତ୍ତରଟି ଠିକ୍ ହୁଏ ତେବେ ଗୋଟିକୁ ଆଗକୁ ନେବ । ଯିଏ ପ୍ରଥମେ ଲକ୍ଷ୍ୟ ସୁଳରେ ପହଞ୍ଚୁବ, ସେ ଜୟଯୁକ୍ତ ହେବ ।

ଏହି ଖେଳରେ ଆପଣ ଅନେକ ପରିବର୍ତନ ଆଣିପାରିବେ ଯେପରି ପ୍ରଶ୍ନର ଉତ୍ତର ଭୂଲ କଲେ ନମ୍ବର କଟିଯିବ କିମ୍ବା ଗଲାବେଳେ ଏକ ନିର୍ଦ୍ଦିଷ୍ଟ ଗୁଣ ଥୁବା ଜିନିଷକୁ ସଂଗ୍ରହ କରିବେ । ଜିତୁଥୁବା ବ୍ୟକ୍ତିଙ୍କ ନିକଟରେ ଅଧ୍ବକ ସଂଖ୍ୟକ ଜିନିଷ ଥୁବ ବା ଖେଳରେ ସେ ସବୁଠାରୁ କମ୍। ଭୂଲ କରିଥୁବେ ।

ସେମାନେ ନିଜର ଲୁଡ଼ୁପଟା ତିଆରି କରିବା ପାଇଁ ନକ୍ଲା ପ୍ରସ୍ତୁତ ବା ଆପଣ ନକ୍ଲା କଲାବେଳେ ଶିକ୍ଷାର୍ଥୀମାନଙ୍କୁ ସାମିଲ କରିପାରିବେ । ଏଥୁରୁ ସେମାନେ ପ୍ରସଙ୍ଗଟିକୁ କିପରି ବା କେତେ ବୁଝିଛନ୍ତି ତାହା ଆପଣ ଜାଣିପାରିବେ । ଯେତେବେଳେ ସେମାନଙ୍କର କିଛି ସମୟ ଥୁବ ଏବଂ ସେମାନେ ପଢୁଥିବା ବିଜ୍ଞାନକୁ ମନେ ପକାଇବାକୁ ଚାହୁଁଥୁବେ ସେତେବେଳେ ଏହା ତାଙ୍କ ପାଇଁ ଏକ ଶିକ୍ଷଣ ସାମଗ୍ରୀ ହୋଇ ପାରିବ ।

ତାସ୍ ଖେଳ

ଗୋଟିଏ ବିଦ୍ୟୁତ୍ ବଲବ ତିଆରି କରିବା ପାଇଁ କ'ଣ କ'ଣ ଦରକାର ସେ କଥା ବୁଝିଛନ୍ତି କି ନାହିଁ ଏହାଦ୍ବାରା ଜାଣିହେବ । ଯେ କୌଣସି ଟାଣ ଥୁବା କାଗଜ କାଟି କାର୍ଡ଼ କରାଯାଇ ପାରିବ, ଯାହାର ଗୋଟିଏ ପାର୍ଶ୍ବରେ କିଛି ସୂଚନା ଲେଖାଥୁବ । କିଛି କାର୍ଡ଼ରେ ବୈଦ୍ଯୁତିକ ପ୍ରତୀକ | ସଙ୍ଗେଙ୍କତ ଅଙ୍କନ କରାଯାଇଥୁବ । ସେଗୁଡ଼ିକ ପ୍ରକୃତ ନାମ ଅନ୍ୟ କାର୍ଡ଼ରେ ଲେଖାଥୁବ (ସମ୍ବଳ-2ର ନମୁନା ଦେଖ) ଆପଣ ସମାନ ଚିତ୍ର କାର୍ଡ଼ ଓ ଶବ୍ଦ ମିଳାଇ ଯୋଡ଼ି ତିଆରି କରିବାକୁ ପଡ଼ିବ ।

ଖେଳିବାକୁ ହେଲେ କାର୍ଡ଼ଗୁଡ଼ିକ ମୁହଁ ତଳକୁ କରି ଚଟାଣ । ଟେବୁଲ ଉପରେ ପକାଯିବ । ପ୍ରତ୍ୟେକ ଶିକ୍ଷାର୍ଥୀ ନିଜ ପାଳି ଅନୁସାରେ ଦୁଇଟି କାର୍ଡ଼କୁ ଓଲଟାଇବେ । ଯଦି ଚିତ୍ର ଏବଂ ଶବ୍ଦ ମିଶିଯିବ, ସେହି ଶିକ୍ଷାର୍ଥୀ କାର୍ଡ଼ ଦୁଇଟିକୁ ନେବ । ଯଦି କାର୍ଡ଼ ନ ମିଶେ, ତେବେ ଶିକ୍ଷାର୍ଥୀ ଜଣକ ପୁନର୍ବାର କାର୍ଡ଼କୁ ଓଲଟାଇ ରଖୁଦେବେ । ପରବର୍ତୀ ଶିକ୍ଷାର୍ଥୀଟି ପୁଣି କାର୍ଡ଼ ଓଲଟାଇ ଖେଳ ଆରମ୍ଭ କରିବ ଏବଂ କାର୍ଡ଼ ମିଶିଲେ ଶିକ୍ଷାର୍ଥୀଟି କାର୍ଡ଼ ଦୁଇଟି ସଂଗ୍ରହ କରିବ । ଯେତେବେଳେ ପ୍ରତ୍ୟେକ ଶିକ୍ଷାର୍ଥୀ ତାଙ୍କ ନିଜ ପାଳିରେ କାର୍ଡ଼କୁ ଓଲଟାଇ ପ୍ରତ୍ୟେକ ଏହା ଦେଖୁବେ । ତେଣୁ ସମସ୍ତେ କେଉଁଠି କେଉଁ କାର୍ଡ଼ ଅଛି ତାହା ଜାଣିପାରିବେ ।

ଯଦି ସେମାନେ ଭଲ ମନେରଖୁ ପାରୁଥୁବେ, ତେବେ ସେମାନଙ୍କ ପାଳି ଆସିଲେ, ଖୁବ୍ ଶୀଘ୍ର ଯୋଡ଼ି କାର୍ଡ଼ କରିପାରିବେ । ଯଦି ଶିକ୍ଷାର୍ଥୀଟିଏ ଯୋଡ଼ି କରିପାରିଲା, ତାକୁ ଆଉ ଥରେ ସୁଯୋଗ ଦିଆଯିବ ଓ ତା’ପରେ ଅନ୍ୟ ଶିକ୍ଷାର୍ଥୀ ଖେଳିବେ ।

ଯେଉଁ ଶିକ୍ଷାର୍ଥୀଟି ଅଧୁକ ଯୋଡ଼ି କାର୍ଡ଼ ପାଇବ ସେ ଏ ଖେଳରେ ଜୟଯୁକ୍ତ ହେବ (ଚିହ୍ନ । ଚିତ୍ର ଏବଂ ଠିକ୍ ଶବ୍ଦ ବା ସଂଜ୍ଞା, ଉଦାହରଣ ସ୍ବରୂପ : ‘ବଲବ’ ଶବ୍ଦକୁ ଗୋଟିଏ ଛୋଟ ଇଲେକଟ୍ରିକ ବଲବର ଚିତ୍ର ସହ ମିଳାଇବେ)

ଶବ୍ଦ ଧନ୍ଦା

ବିଦ୍ଯୁତ ପ୍ରସଂଗର ବିଭିନ୍ନ ଦିଗ ସଂପର୍କରେ କେତେ ବୁଝିଛନ୍ତି ଜାଣିବା ପାଇଁ ଆମେ ଗୋଟିଏ ସହଜ ଶବ୍ଦଧନ୍ଦା ଖେଳ ପ୍ରସ୍ତୁତ କରିପାରିବା । ଯେପରି ବିଦ୍ଯୁତ ସମ୍ବନ୍ଧୀୟ ଶବ୍ଦ ଏବଂ ଶିକ୍ଷାର୍ଥୀମାନେ ନିଜେ ସେ ସଂପର୍କରେ ଶବ୍ଦଧନ୍ଦା ତିଆରି କରିପାରିବେ । ଶିକ୍ଷାର୍ଥୀମାନେ ଯେଉଁ ସୁତ୍ର ପ୍ରୟୋଗ କରି ଉତ୍ତର ପାଇବା ପାଇଁ ଶବ୍ଦ ତିଆରି କରିଥୁବେ, ସେଥୁରୁ ସେମାନଙ୍କର ବିଦ୍ଯୁତ ସଂପର୍କିତ ଧାରଣାର ବୋଧଗମ୍ଯତା ସମ୍ବନ୍ଧରେ ଜାଣିହେବ । ଚାପରେ ସେମାନେ ପରସ୍ପରର ଶବ୍ଦଧନ୍ଦା ଶେଷ କରି ପାରିବେ ।

ଶାରୀରିକ ଖେଳ

ବହୁତ ପ୍ରକାର ଖେଳ ଖେଳାଯାଇ ପାରିବ ଯେଉଁଥୁରେ କି ଶିକ୍ଷାର୍ଥୀମାନେ ଏଣେ ତେଣେ ଅଧୁକ ଚୁଲି ପାରିବେ । କିନ୍ତୁ ଏହାକୁ ବିଜ୍ଞାନ ସହ ସଂଶ୍ଳିଷ୍ଟ କରିପାରିବେ । ଯେପରି ଦଳଗତ କୁଇଜ ଯେଉଁଥୁରେ ଆପଣ ଆପଣଙ୍କ ଶିକ୍ଷାର୍ଥୀ କିଏ ବି ପ୍ରଶ୍ନ କରିପାରିବ । ଯେଉଁ ଶିକ୍ଷାର୍ଥୀଟି ପାଖରେ ଠିକ୍। ଉତ୍ତର ଥୁବ, ସେ ଚୌକି ଗୋରି ପାଖେ ଘୁରି ଆସି ନିଜ ଦଳକୁ ଫେରି ଆସିବ । ଯେଉଁ ଦଳର ଦଳପତି ଶୀଘ୍ର ନିଜ ଦଳକୁ ଫେରିଆସିବ, ସେଇ ଦଳ ବିଜୟୀ ହେବ ।

ଶିକ୍ଷାର୍ଥୀମାନେ ଏକ ସର୍କିଟର ବିଭିନ୍ନ ଅଂଶ ହୋଇପାରିବେ, ଯେପରି ବଲବ, ବ୍ୟାଟେରୀ ଏବଂ ତାର । ଆପଣ ଏକ ଶିକ୍ଷାର୍ଥୀକୁ ଡାକି ସର୍କିଟ କରିବାକୁ ଦିଅନ୍ତୁ ଏବଂ ଶିକ୍ଷାର୍ଥୀମାନେ ଯୋଡ଼ା ଯୋଡ଼ି କରି ସର୍କିଟ ତିଆରି କରିବେ । ଉଦାହରଣ ସ୍ବରୂପ : ଗୋଟିଏ ବଲବ, ଦୁଇଟି ତାର ଏବଂ ଦୁଇଟି ବ୍ୟାଟେରୀ । ସର୍କିଟରେ ନଥୁବା ଯେ କୌଣସି ଶିକ୍ଷାର୍ଥୀ ବାହାରିଯିବେ ଏବଂ ଶେଷ ସର୍କିଟରେ ଗୋଟିଏ ବଲବ, ଗୋଟିଏ ତାର ଓ ଗୋଟିଏ ସେଲ ରହିବ । ଯେତେବେଳେ ପର୍ଯ୍ୟନ୍ତ ଆପଣ ସର୍କିଟର ନାମ କହିନଥୁବେ, ସେତେବେଳ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନେ ଘୁରୁଥୁବେ । ଯଦି ଘୁରିଲା ବେଳେ ସେମାନେ ଏକାଠି ରହୁଥୁବେ, ତେବେ ଗୋଟିଏ ରାଉଣ୍ଡ ତାକୁ ବସାଇଦେବେ । ସମ୍ବଳ-3 ଖେଳ ପରି କାର୍ଡ଼ ବ୍ୟବହାର କରିପାରିବ । ତେବେ ଘୁରୁଥୁଲା ବେଳେ ସେମାନେ ପ୍ରତ୍ୟେକ କେଉଁ ବୈଦ୍ଯୁତିକ ଅଂଶ ତାହା ଚିହ୍ନଟ କରିପାରିବେ ।

ଦଳଗତ ଜୋଖଳ

4/5 ଜଣ ଶିକ୍ଷାର୍ଥୀଙ୍କୁ ନେଇ ଦଳ ହୋଇଥୁବ । ସେମାନଙ୍କୁ ଜଣିକିଆ କିମ୍ବା ଦଳଗତ ଭାବେ ଉତ୍ତର କହିବାକୁ ପଡ଼ିବ । ଯେଉଁଥୁରେ କି ଆପଣ | ତାଙ୍କ ଭିତରୁ ଜଣଙ୍କ ଦ୍ବାରା ପ୍ରସ୍ତୁତ ହୋଇଥୁବା ପ୍ରଶ୍ନର ଉତ୍ତର ଖୋଜିଲା ବେଳେ ଧାରଣାର ସହଭାଗୀ ହୋଇପାରିବେ । ସମୟ ସମୟରେ ଦଳକୁ ବ୍ୟକ୍ତିଗତ ଓ ଦଳଗତ କିଛି କାମ କରିବା ପାଇଁ କିଛି ତିଆରି କରିବା ପାଇଁ କହିବାକୁ ପଡ଼ିପାରେ, କିନ୍ତୁ ଦଳକୁ ପଏଣ୍ଟ ଦିଆଯିବ । ଯେଉଁ ଦଳ ଅଧୁକ ପଏଣ୍ଟ ପାଇବ ସେ ଦଳ ଜିତିବ ।

କୁଇଜ୍

ବିଜ୍ଞାନର କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଯାହାର ଦକ୍ଷତାକୁ ଶିକ୍ଷାର୍ଥୀମାନେ କେତେ ଅକ୍ତିଆର କରିଛନ୍ତି, ତାହା ଜାଣିବାକୁ ଚାହୁଛନ୍ତି – ତେବେ ଏହାକୁ ଦୃଷ୍ଟିରେ ରଖ୍ ପ୍ରଶ୍ନ ପ୍ରସ୍ତୁତ କରାଯିବ । ଥରେ ଏହି ପ୍ରଶ୍ନ ପ୍ରସ୍ତୁତ ହୋଇଗଲେ ଆପଣ ଏହାକୁ ଅନ୍ୟ ଶ୍ରେଣୀ ବା ଅନ୍ୟ ବୟସର ଶିକ୍ଷାର୍ଥୀମାନଙ୍କ ପାଇଁ ବ୍ୟବହାର କରିପାରିବେ । ଶିକ୍ଷାର୍ଥୀମାନେ ଗୋଟିଏ ଶବ୍ଦରେ ଉତ୍ତର ପାଇଲା ପରି ପ୍ରଶ୍ନଠାରୁ ଆରମ୍ଭ କରି, ଚିନ୍ତାକରି ସମସ୍ୟା ସମାଧାନ କରିବା ପ୍ରଶ୍ନ ପ୍ରସ୍ତୁତ କରିବେ । ଆପଣଙ୍କ ପାଖରେ ଯଦି ସମ୍ବଳ ଅଛି, ତୁମେ ପ୍ରଶ୍ନ ପଟ୍ରିପାରନ୍ତି ନଚେତ୍ ଶିକ୍ଷାର୍ଥୀମାନେ ତିଆରି କରିଥୁବା ପ୍ରଶ୍ନକୁ ବଦଳାଇ ବ୍ୟବହାର କରିପାରନ୍ତି । ଯେଉଁ ଦଳଟି ସର୍ବାଧୁକ ନମ୍ବର ରଖୁବ ସେହି ଦଳ ବିଜୟୀ ଜୋହବ ।

ମମ୍ବଳ – 2 ସହଜ ସର୍କିଟ କାର୍ଡ ସେଟ୍ ( picture1)

ସମ୍ବଳ 3: ଏହି ଏକକରେ ଥୁବା ଖେଳଗୁଡ଼ିକ ପାଇଁ ନିର୍ଦେଶାବଳୀ ଖେଳ 1: ବଲବଟି କ'ଣ ଜଳିବ ? ଖେଳିବା ପୂର୍ବରୁ :

ଆପଣ ଏହି ଖେଳ ଖେଳାଇବା ପାଇଁ କପି ତିଆରି କରିବାକୁ କିମ୍ବା ଏହିପରି ଚିତ୍ର ଆଙ୍କିବାକୁ ପଡ଼ିବ। ଶିକ୍ଷାର୍ଥୀଙ୍କୁ ନେଇ ତିନି ଜଣିଆ ଦଳ ଗଠନ କରିବେ, ଏବଂ ପ୍ରତି ଦଳ ପାଇଁ ଏକ ସେଟ୍ କାର୍ଡ଼ ଯୋଗାଇବେ । ଯଦି ଆପଣ ଦୁଇ ସେଟ୍ କାର୍ଡ଼ ପ୍ରତି ଦଳ ପାଇଁ ବ୍ୟବହାର କରିବେ, ତେବେ 4/5 ଜଣଙ୍କୁ ନେଇ ଦଳ ଗଠନ କରି ପାରିବେ । ପ୍ରତି କାର୍ଡ଼କୁ ସମାନ କରି କାଟନ୍ତୁ, ପ୍ରତି ସେଟକୁ ଗୋଟିଏ ଶୁଖିଲା ବ୍ୟାଗ ବା ବାକ୍ସରେ ସଜାଡ଼ି ରଖନ୍ତୁ ।(picture2)

ଖେଳିବା ପାଇଁ:

ପ୍ରତି ଦଳକୁ ସ୍ଥାନ ଚିହ୍ନଟ କରିଦିଅନ୍ତୁ, ସେମାନଙ୍କ ମଧରୁ ଜଣେ କାର୍ଡ଼ଗୁଡ଼ିକୁ ଧରି ଓଲଟାଇ ଚଟାଣରେ ରଖନ୍ତୁ । ପ୍ରତି ଶିକ୍ଷାର୍ଥୀ ପାଳି ଅନୁସାରେ କାର୍ଡ଼ ଓଲଟାଇ ଦେଖୁବେ ଯଦି ଏହି କାର୍ଡ଼ଟି ବଲବ ତେବେ ଲାଇଟ ଜଳିବ । ଯଦି ଶିକ୍ଷାର୍ଥୀମାନେ ଭାବିବେ ଯେ ଏହା ଲାଇଟ୍ ହେବ, ତେବେ ସେ କାର୍ଡ଼ଟିକୁ ରଖୁବେ । ତା ପରେ ଅନ୍ୟ ଶିକ୍ଷାର୍ଥୀର ପାଳି ପଡିବ । ଖେଳଟି ସେ ପର୍ଯ୍ୟନ୍ତ ଖେଳାଯିବ ଯେ

ଖେଳର ବ୍ୟବହାର: ବିଦ୍ୟୁତ

ପର୍ଯ୍ୟନ୍ତ ତଳେ ଆଉ ସମ୍ପୁର୍ଣ୍ଣ ସର୍କଟର କାର୍ଡ଼ ରହିବ ନାହିଁ । ପ୍ରତ୍ୟେକ ନିଜ ପାଖରେ ଥୁବା କାର୍ଡ଼କୁ ରଖିବେ, ଯାହା ପାଖରେ ସର୍ବାଧୁକ କାର୍ଡ଼ ଥୁବ ସେ ବିଜୟୀ ଘୋଷିତ ହେବ  ।

ପର୍ଯ୍ୟନ୍ତ ତଳେ ଆଉ ସମ୍ପୁର୍ଣ୍ଣ ସର୍କିଟର କାର୍ଡ଼ ରହିବ ନାହିଁ । ପ୍ରତ୍ୟେକ ନିଜ ପାଖରେ ଥୁବା କାର୍ଡ଼କୁ ରଖିବେ, ଯାହା ପାଖରେ ସର୍ବାଧୁକ କାର୍ଡ଼ ଥୁବ ସେ ବିଜୟୀ ଘୋଷିତ ହେବ ।

ଯେତେବେଳେ ଶିକ୍ଷାର୍ଥୀମାନେ ପ୍ରଥମ ଥର ପାଇଁ ଖେଳିବେ, ସେମାନେ ହୁଏତ ପ୍ରତ୍ୟେକ ସମ୍ପୁର୍ଣ୍ଣ ସର୍କିଟ ଓଲଟାଇଛନ୍ତି ବୋଲି ଜାଣିପାରିବେନି । ତେଣୁ ଆପଣ ତାଙ୍କ ଉତ୍ତରଗୁଡ଼ିକ ତଦାରଖ କରିବେ ଏବଂ ବଲବ ଯାହା କି ଲାଇଟ୍ ପ୍ରଦାନ କରିବ ତାହା ଚିହ୍ନଟ କରିବା ପାଇଁ ଉତ୍ସାହିତ କରିବେ ।

ଖେଳ 2: ଗୋଟିଏ ସର୍କିଟ ତିଆରି କରିବା ଖେଳିବା ପୂର୍ବରୁ:

ଚିତ୍ର ଓ 3.2ର ନକଲ କରନ୍ତୁ, ଆପଣ ପ୍ରତି ଦଳ ପାଇଁ ତିନି ସେଟ୍ ତିଆରି କରନ୍ତୁ । ଶ୍ରେଣୀରେ ଶିକ୍ଷାର୍ଥୀମାନଙ୍କୁ କାର୍ଡ଼ଗୁଡ଼ିକୁ ଅଲଗା କରିବାକୁ ଦିଅନ୍ତୁ ବା ଆପଣ ତାକୁ ଭାଙ୍ଗି ସତର୍କତାର ସହ ଚିରି ଦିଅନ୍ତୁ । ଆପଣଙ୍କର ନକଲରେ ଅସୁବିଧା ହେଲେ ଆପଣ ଶିକ୍ଷାର୍ଥୀମାନଙ୍କୁ ଗୋଟିଏ କାଗଜ ଉପରେ ନକ୍ଲା ଆଙ୍କ ତାକୁ କାଟିବାକୁ କୁହନ୍ତୁ ।

ଖେଳିବା ପାଇଁ :

ଶିକ୍ଷାର୍ଥୀଙ୍କୁ ଦଳରେ ଭାଗ କରି ତାଙ୍କୁ ସଂଖ୍ୟା ଦିଅନ୍ତୁ । ପ୍ରତି ଦଳକୁ ସମାନ ସଂଖ୍ୟକ ବଲବ ବ୍ୟାଟେରୀ ଏବଂ ତାର ଦିଅନ୍ତୁ । ପ୍ରତି ଦଳ ଯେତେ ଇଚ୍ଛା ସେତେ ତାର ପାଖରେ ରଖନ୍ତୁ, କାରଣ ସେମାନେ ଜିନିଷ ତିଆରି କରିବା ପାଇଁ ଅଧୁକ ତାର ଆବଶ୍ୟକ କରିବେ ।

ଖେଳଟିକୁ ଦୁଇ ପ୍ରକାରେ ଖେଳାଯାଇପାରେ:

  1. ପ୍ରତି ଦଳକୁ ବା ବର୍ଗକୁ ଦୁଇଟି ତାର, ଗୋଟିଏ ବଲବ ଓ ଗୋଟିଏ ବ୍ୟାଟେରୀ ନେଇ ସର୍କିଟ ସମ୍ପୁର୍ଣ୍ଣ କରିବା ପାଇଁ କୁହନ୍ତୁ । ଯେଉଁ ଦଳ ପ୍ରଥମେ କାମ ଶେଷ କରିବେ ସେ ଗୋଟିଏ ପଏଣ୍ଟ ପାଇବେ ଏବଂ ଆପଣ କଳାପଟାରେ ପଏଣ୍ଟ ଲେଖୁରଖୁବେ ।
  2. ଆପଣ ପ୍ରତି ଦଳରୁ ଜଣଙ୍କୁ ଡାକିବେ, ତାକୁ ସର୍କିଟ୍ ପ୍ରସ୍ତୁତ କରିବାକୁ କୁହନ୍ତୁ । ଯେଉଁ ଦଳର ଶିକ୍ଷାର୍ଥୀ ପ୍ରଥମେ ଠିକ୍ ଭାବେ କାର୍ଯ୍ୟଟିକୁ ଶେଷ କରିବେ, ସେ ଏକ ପଏଣ୍ଟ ପାଇବେ । ଆପଣ ଖେଳଟିକୁ ଚାଲୁରଖୁବେ ଯେପରି ପ୍ରତ୍ୟେକ ଦଳର ଶିକ୍ଷାର୍ଥୀମାନେ ସୁଯୋଗ ପାଇବେ । ଆପଣ ଯଦି ଭାବୁଛନ୍ତି ତାଙ୍କୁ ଅଭ୍ୟାସ ଦରକାର, ତେବେ ଆପଣ ୨ ଥର ଏହି କାର୍ଯ୍ୟଟି କରିପାରନ୍ତି ।

ଶିକ୍ଷାର୍ଥୀମାନଙ୍କ ଦ୍ବାରା ପ୍ରସ୍ତୁତ କରିବାର କେତେଗୁଡ଼ିଏ ସମ୍ଭାବ୍ୟ ସର୍କିଟ:

  • ଗୋଟିଏ ବଲବ, ଗୋଟିଏ ସେଲ ଏବଂ ଗୋଟିଏ ତାର
  • ଗୋଟିଏ ବଲବ, ଗୋଟିଏ ସେଲ ଏବଂ ଦୁଇଟି ତାର
  • ଗୋଟିଏ ବଲବ, ଗୋଟିଏ ସେଲ ଏବଂ ତିନୋଟି ତାର
  • ଗୋଟିଏ ବଲବ ଗୋଟିଏ ସେଲ ଏବଂ ଚାରୋଟି ତାର
  • ଗୋଟିଏ ବଲବ, ଦୁଇଟି ସେଲ ଏବଂ ଦୁଇଟି ତାର
  • ଗୋଟିଏ ବଲବ, ଦୁଇଟି ସେଲ, ଏବଂ ତିନୋଟି ତାର
  • ଗୋଟିଏ ବଲବ, ଦୁଇଟି ସେଲ ଏବଂ ଚାରୋଟି ତାର

ଆପଣଙ୍କ ଶିକ୍ଷାର୍ଥୀମାନେ ଯଦି ଏହି କାର୍ଯ୍ୟରେ ସିଦ୍ଧହସ୍ତ ହୋଇଯିବେ, ତେବେ ଅଧୁକ ଜଟିଳ ସର୍କିଟ କରିବା ପାଇଁ କହିବେ ଯେପରି ଦୁଇଟି ବଲବ, ଗୋଟିଏ ସେଲ ଓ ଦୁଇଟି ତାର ପ୍ରତ୍ୟେକ ଥର ଅଦଳ ବଦଳ କରି ଜିନିଷ ତିଆରି କରିବାକୁ କୁହନ୍ତୁ । ଆପଣ ତାଙ୍କୁ କେଉଁ ପ୍ରକାର ଆଲୋକ ପାଉଛନ୍ତି ବୋଲି ପରସ୍ପରି ପାରନ୍ତି ଉଦାହରଣ ସ୍ବରୂପ ଯଦି ସେମାନଙ୍କ ପାଖରେ ଗୋଟିଏ ସେଲ, ଆଧୁକ ବଲବ ଏବଂ ଗୋଟିଏ ତାର ଥୁବ ।

ଏହି ପ୍ରକାରରେ ଆପଣ ବଢୁଥୁବା ବୋଧଗମ୍ୟତାର ଅନେଷଣ କରିପାରନ୍ତି ।

ଯଦି ପ୍ରକୃତ ସେଲ ଓ ବଲବ ନେଇ ସେମାନଙ୍କ ନିକଟରେ ସର୍କିଟ ଗଠନ କରାଯାଇ ପାରେ, ତେବେ ସେମାନେ କାର୍ଡ଼ ସହ ପ୍ରକୃତ ତଥ୍ୟକୁ ଯୋଡ଼ିବାକୁ ସକ୍ଷମ ହୋଇପାରିବେ ।

ସମ୍ବଳ 4 : ତଦାରଖ ଏବଂ ପ୍ରତିପୁଷ୍ଟି ପ୍ରଦାନ

ଆପଣ ଯଦି ଶିକ୍ଷାର୍ଥୀମାନଙ୍କର କାର୍ଯ୍ୟ ସମ୍ପାଦନ ଶୈଳୀର ବୃଦ୍ଧି ଚାହୁଛନ୍ତି, ତେବେ ନିୟମିତ ଭାବେ ସେମାନଙ୍କ କାର୍ଯ୍ୟ ତଦାରଖ କରନ୍ତୁ ଏବଂ ତାଙ୍କୁ ଉତ୍ତର ଦିଅନ୍ତୁ । ଏ ପ୍ରକାରରେ ଆପଣ ସେମାନଙ୍କର ଆବଶ୍ୟକତାକୁ ବୁଝି ପାରିବେ ଏବଂ କାର୍ଯ୍ୟ ସରିଯିବା ପରେ, ସେମାନଙ୍କୁ ଆପଣଙ୍କ ଗଠନମୂଳକ ପ୍ରତିପୁଷ୍ଟି ଦିଅନ୍ତୁ, ଯାହାକି ସେମାନଙ୍କର କାର୍ଯ୍ୟଶୈଳୀ ବୃଦ୍ଧିରେ ସହାୟକ ହେବ ।

ତଦାରଖ

ଶିକ୍ଷକମାନେ ସେମାନଙ୍କ ଶିକ୍ଷାର୍ଥୀମାନଙ୍କର କାର୍ଯ୍ୟକୁ ସର୍ବଦା ତଦାରଖ କରୁଥାଆନ୍ତି । ସାଧାରଣତଃ ବହୁତ ଶିକ୍ଷକ ତାଙ୍କ ଶିକ୍ଷାର୍ଥୀମାନେ କାର୍ଯ୍ୟ କରୁଥୁବା ସମୟରେ ଶୁଣି ଓ ପର୍ଯ୍ୟବେକ୍ଷଣ କରି ତଦାରଖ କରୁଥାଆନ୍ତି । ଶିକ୍ଷାର୍ଥୀମାନଙ୍କ କାର୍ଯ୍ୟକୁ ତଦାରଖ କରିବା ଏକ ଜଟିଳ କାର୍ଯ୍ୟ କାରଣ ଏକ ଉତ୍ତମ ତଦାରଖ ସେମାନଙ୍କୁ ନିମ୍ନ କାର୍ଯ୍ୟଗୁଡିକ ଶିଖୁବାରେ ସାହାଯ୍ୟ କରିଥାଏ:

  • ସେମାନଙ୍କର ଉଚ୍ଚ ଗ୍ରେଡ଼୍ ପାଇବାରେ ।
  • ସେମାନଙ୍କର କାର୍ଯ୍ୟ ସଂପାଦନ କରିବାର ଦକ୍ଷତା ବଢ଼ିଥାଏ ଏବଂ ଶିକ୍ଷଣ ପାଇଁ ଅଧୁକ ଦାୟିତ୍ବ ପ୍ରଦାନ କରିଥାଏ ।
  • ଶିକ୍ଷଣ ବୃଦ୍ଧି କରାଏ ।
  • ରାଜ୍ୟ ତଥା ଆଞ୍ଚଳିକ ପରୀକ୍ଷାର ସଫଳତା ଅନୁମାନ କରାଇବାରେ ।

ଏହା ଆପଣଙ୍କୁ ଜଣେ ଶିକ୍ଷକ ହିସାବରେ ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ ଜାଣିବାରେ ସାହାଯ୍ୟ କରାଇଥାଏ :

  • କେତେବେଳେ ଆପଣ ପ୍ରଶ୍ନ ପଟରିବେ ବା ସାହାଯ୍ୟ କରିବେ;
  • କେତେବେଳେ ପ୍ରଶଂସା କରାଯିବ:
  • କେତେବେଳେ ଆହ୍ଲାନ କରାଯିବ;
  • କେତେବେଳେ କେଉଁ ଦଳକୁ କାର୍ଯ୍ୟରେ ନିଯୁକ୍ତ କରାଯିବ:
  • ସେମାନଙ୍କ ପାଇଁ କ’ଣ କରାଯିବ:

ସେମାନଙ୍କ କାର୍ଯ୍ୟ ପାଇଁ ସ୍ପଷ୍ଟ ଏବଂ ତତକ୍ଷଣାତ ପ୍ରତିପୁଷ୍ଟି ଦିଆଯାଏ । ଆବଶ୍ୟକ ମତାମତ ଦେଲେ ଶିକ୍ଷାର୍ଥୀମାନେ ଉନ୍ନତି କରିଥାଆନ୍ତି । ତଦାରଖ କରିବା ଦ୍ବାରା ଆପଣ ନିୟମିତ ପ୍ରତିପୁଷ୍ଟି ଦେଇପାରିବେ, ଶିକ୍ଷାର୍ଥୀମାନଙ୍କୁ ତାଙ୍କ କାର୍ଯ୍ୟ ସମ୍ପର୍କରେ ଜାଣିଛନ୍ତି କି ନାହିଁ ଜାଣିପାରିବେ ଏବଂ ଶିକ୍ଷଣର ଅଭିବୃଦ୍ଧି ପାଇଁ ତାଙ୍କର ଆଉ କ'ଣ ଦରକାର ଜାଣି ପାରିବେ ।

ଆପଣଙ୍କ ପାଇଁ ସବୁଠାରୁ ଆହ୍ବାନର କଥା ହେଉଛି, ଶିକ୍ଷାର୍ଥୀମାନେ ତାଙ୍କର ନିଜସ୍ଵ ଶିକ୍ଷଣ ଲକ୍ଷ୍ୟ ଧାର୍ଯ୍ୟ କରିବା ପାଇଁ ସାହାଯ୍ୟ କରିବ । ଯାହାକୁ ନିଜସ୍ଵ ତଦାରଖ ବୁଝାଇଥାଏ। ସାଧାରଣତଃ ପାଠରେ ସଂଯୋଗ କରୁଥୁବା ଶିକ୍ଷାର୍ଥୀମାନେ ନିଜ ଶିକ୍ଷଣ ଲକ୍ଷ୍ୟ ଧାର୍ଯ୍ୟ କରିବାରେ ଅଭ୍ୟସ୍ତ ନୁହଁନ୍ତି । ମାତ୍ର ଆପଣ ଯେକୌଣସି ଶିକ୍ଷାର୍ଥୀକୁ ନିଜସ୍ବ ଲକ୍ଷ୍ୟ ବା ପ୍ରକଳ୍ପର ଲକ୍ଷ୍ୟ ନିର୍ବାରଣ କରିବା ପାଇଁ, ସେମାନଙ୍କ କାର୍ଯ୍ୟ ପାଇ, ଯୋଜନା ନିଦ୍ଧିଷ୍ଟ ସମୟ ସୀମା ନିଦ୍ଧାରଣରେ ଏବଂ ନିଜର ପ୍ରଗତି ନିଜେ ତଦାରଖ କରିବା ପାଇଁ ସାହାଯ୍ୟ କରିପାରନ୍ତି । ଏହି ପ୍ରକ୍ରିୟାକୁ ଅଭ୍ଯାସ କରିବା ଏବଂ ନିଜକୁ ନିଜେ ତଦାରଖ କରିବାରେ ନିପୁଣତା ହାସଲ କରିବା ସେମାନଙ୍କୁ ବିଦ୍ୟାଳୟ ଓ ଭବିଷ୍ୟତ ଜୀବନ ପାଇଁ ସାହାଯ୍ୟ କରିବ ।

ଶିକ୍ଷାର୍ଥୀମାନଙ୍କ କଥା ଶୁଣିବା ଓ କାର୍ଯ୍ୟକୁ ପର୍ଯ୍ୟବେକ୍ଷଣ କରିବା

ଅନେକ ସମୟରେ ଶିକ୍ଷକମାନେ ସ୍ବାଭାବିକ ଭାବେ ଶିକ୍ଷାର୍ଥୀଙ୍କୁ ଶୁଣନ୍ତି ଏବଂ ପର୍ଯ୍ୟବେକ୍ଷଣ କରନ୍ତି, ଏହା ଏକ ସାଧାରଣ ତଦାରଖ ସାଧନ, ଉଦାହଣ ସ୍ବରୂପ :

  • ଆପଣଙ୍କ ଶିକ୍ଷାର୍ଥୀ ବଡ଼ ପାଟିରେ ପଢ଼ିଲା ବେଳେ ଶୁଣନ୍ତୁ;
  • ଦଳ ଭିତରେ ବା ଦୁଇ ଜଣିଆ ଆଲୋଚନା କଲାବେଳେ ଶୁଣନ୍ତୁ;
  • ଶ୍ରେଣୀ ଭିତରେ ବା ବାହାରେ କାମ କଲାବେଳେ ସେମାନଙ୍କୁ ପର୍ଯ୍ୟବେକ୍ଷଣ କରନ୍ତୁ ।
  • ଶିକ୍ଷାର୍ଥୀମାନେ କାମ କଲାବେଳେ ତାଙ୍କ ଅଙ୍ଗଭଙ୍ଗୀକୁ ଦୃଷ୍ଟି ଦିଅନ୍ତୁ ।

ଶିକ୍ଷାର୍ଥୀମାନଙ୍କର କାର୍ଯ୍ୟର ଉନ୍ନତିକୁ ଉପଯୁକ୍ତ ଭାବେ ସଂଗ୍ରହ କରିଛନ୍ତି ବୋଲି ନିଶ୍ଚିତ କରନ୍ତୁ । କେବଳ ଆପଣଙ୍କର ତଥ୍ୟକୁ ଆପଣ ଦେଖିପାରନ୍ତି, ଶୁଣିପାରନ୍ତି,ଯଥାର୍ଥତା ପ୍ରତିପାଦନ କରିପାରନ୍ତି ବା ଗଣିପାରନ୍ତି ।

ପୂର୍ବରୁ ଶିକ୍ଷାର୍ଥୀମାନେ କାର୍ଯ୍ୟ କଲାବେଳେ ସେମାନଙ୍କ କାର୍ଯ୍ୟର ସଂକ୍ଷିପ୍ତ ପର୍ଯ୍ୟବେକ୍ଷଣ ଫର୍ଦ ପ୍ରସ୍ତୁତି ପାଇଁ ଶ୍ରେଣୀ କକ୍ଷରେ ବୁଲନ୍ତୁ । କିଛି ଅସୁବିଧା ହେଉଥୁବା ଦେଖୁଲେ ତାହା ତାଲିକାରେ ପୂରଣ କରନ୍ତୁ । ପୁରା ଶ୍ରେଣୀକୁ ପ୍ରତିପୁଷ୍ଟି ଦେବା ପାଇଁ ବା ପୁରା ଦଳଟିକୁ ବା

ପ୍ରତିପୁଷ୍ଟି ପ୍ରଦାନ

ଶିକ୍ଷାର୍ଥୀମାନଙ୍କୁ କାର୍ଯ୍ୟର ଲକ୍ଷ୍ୟସ୍ଥଳରେ ପହଞ୍ଚୁବା ପାଇଁ କରୁଥୁବା ବ୍ୟବସ୍ଥା ବା ପ୍ରତ୍ଯାଶିତ ଫଳାଫଳ ସଂପର୍କରେ ଆପଣ ନେଉଥୁବା ସମସ୍ତ ପ୍ରକାର ସୂଚନା ହିଁ ପ୍ରତିପୁଷ୍ଟି । ଫଳପ୍ରଦ ପ୍ରତିପୁଷ୍ଟି ଶିକ୍ଷାର୍ଥୀମାନଙ୍କୁ ଯୋଗାଇଥାଏ:

• କ'ଣ ଘଟିଥୁଲା। ସେ ସଂପର୍କରେ ସୂଚନା:

• ସେମାନେ କାର୍ଯ୍ୟଟିକୁ କେତେ ଭଲରେ କଲେ ତା’ର ମୂଲ୍ୟାୟନ;

• ସେମାନେ କାର୍ଯ୍ୟଟିକୁ କିପରି ଆହୁରି ଭଲ କରିପାରିବେ, ସେ ସଂପର୍କରେ ଦିଗଦର୍ଶନ ।

ଯେତେବେଳେ ଆପଣ ସମସ୍ତ ଶିକ୍ଷାର୍ଥୀଙ୍କୁ ମତାମତ ପ୍ରଦାନ କରିବେ, ସେତେବେଳେ ତାହା ସେମାନଙ୍କୁ ନିମ୍ନ କାର୍ଯ୍ୟ ଜାଣିବା ପାଇଁ ସାହାଯ୍ୟ କରିବା :-

• ସେମାନେ ପ୍ରକୃତରେ କ'ଣ କରିପାରିବେ:

• ଏ ପର୍ଯ୍ୟନ୍ତ ସେମାନେ କ’ଣ କରିପାରିନାହାନ୍ତି:

• ସେମାନଙ୍କ କାର୍ଯ୍ୟକୁ କିପରି ଅନ୍ୟମାନଙ୍କ ସହ ତୁଳନା କରାଯାଇ ପାରିବ;

• ସେମାନଙ୍କ କାର୍ଯ୍ୟର କିପରି ଉନ୍ନତି କରାଯାଇପାରିବ ।

ଏହା ଆମକୁ ମନେ ରଖବାକୁ ପଡ଼ିବ ଯେ, ସୁଚିନ୍ତିତ ପ୍ରତିପୁଷ୍ଟି ଶିକ୍ଷାର୍ଥୀମାନଙ୍କ ଉନ୍ନତିରେ ସହାୟକ ହୋଇଥାଏ । ଆପଣଙ୍କର ପ୍ରତିପୁଷ୍ଟି ଭୁଲ । ଅନୁଚିତ ହେଲେ, ତାହା ଶିକ୍ଷାର୍ଥୀର ଶିକ୍ଷଣକୁ ବାଧା ଦେଇଥାଏ, ଯାହାକି ଆପଣ ଚାହାନ୍ତି ନାହିଁ । ଫଳପ୍ରଦ ପ୍ରତିପୁଷ୍ଟି ହେଉଛି:

• ଯାହା ନିଆଯାଇଥୁବା କାର୍ଯ୍ୟର ଲକ୍ଷ୍ୟଧାର୍ଯ୍ୟ କରେ ଏବଂ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣର ଚାହିଦାକୁ ପୂରଣ କରେ ।

ସ୍ପଷ୍ଟ ଏବଂ ସଙ୍କୋଟ, ଶିକ୍ଷାର୍ଥୀମାନଙ୍କ ଶିକ୍ଷଣ ପାଇଁ କ’ଣ ଠିକ୍ ଓ ତାଙ୍କ ସଫଳତା ପାଇଁ କ’ଣ ଆବଶ୍ୟକ, ତାହା ତାଙ୍କୁ ଜଣାଇବା

• ଉପଯୁକ୍ତ ସମୟରେ ଦିଅନ୍ତୁ, ଯଦି ଏହା ଖୁବ୍ କମ୍ ସମୟ ହୁଏ, ତେବେ ସେମାନେ ଭାବିବେ, “ମୁଁ ଏ କାର୍ଯ୍ୟଟିକୁ କରିବାକୁ ଯାଉଥୁଲି”, ଯଦି ଆଧୁକ ଡେରିରେ ଦିଆଯାଏ ତେବେ ସେମାନଙ୍କ ଲକ୍ଷ୍ୟ ଅନ୍ୟ ଆଡ଼େ ଗୋଲିଯାଇପାରେ । କାର୍ଯ୍ୟଟିକୁ ଠିକ୍ ରୂପେ ଶେଷ କରି ନପାରନ୍ତି ।

• କାର୍ଯ୍ୟକାରିତ, ଶିକ୍ଷାର୍ଥୀମାନେ ଯେଉଁ କାମ କରିବାରେ ସମର୍ଥ ତାହା କରିବାକୁ କୁହନ୍ତୁ ।

ଉପଯୁକ୍ତ ଭାଷା ଦେବା, ଶିକ୍ଷାର୍ଥୀମାନେ ବୁଝିବା ଭଳି ଭାଷା ଦିଅନ୍ତୁ ।

ପ୍ରତିପୁଷ୍ଟି। ଲିଖୁତ ବା ମୌଖ୍କ ହେଉ, ତାହା ବଡ଼ କଥା ନୁହେଁ, କିନ୍ତୁ ଯଦି ନିମ୍ନ ଲିଖୁତ ନିୟନ୍ତ୍ରଣ ମାର୍ଗକୁ ଅନୁସରଣ କରାଯାଏ, ତେବେ ଏହା ଫଳପ୍ରଦ ହେବ :-

ପ୍ରଶଂସା ଏବଂ ସକାରାମ୍ବକ ଭାଷା

ସାଧାରଣାତଃ, କାର୍ଯ୍ୟର ସମାଲୋଚନା ନୁହେଁ, ଉତ୍ସାହିତ କରାଗଲେ ଆମେ ଭଲ ଅନୁଭବ କରିଥାଉ । ଦୃଢ଼ୀକରଣ ଏବଂ ସକାରାମ୍ବକ ଭାଷା ପୂରା ଶ୍ରେଣୀକୁ, ପ୍ରତିବର୍ଗର ଶିକ୍ଷାର୍ଥୀଙ୍କୁ ପ୍ରେରଣା ଯୋଗାଇଥାଏ । ଆପଣଙ୍କୁ ମନେ ରଖବାକୁ ହେବ ଯେ ପ୍ରଶଂସା ଶିକ୍ଷାର୍ଥୀଙ୍କ ପାଇଁ ନ ହୋଇ ସର୍ବଦା ସ୍ବତନ୍ତ୍ର ଏବଂ କାର୍ଯ୍ୟ ସମ୍ବନ୍ଧୀୟ ହେବା ଉଚିତ ।”

ନଚେତ ଏହା ଶିକ୍ଷାର୍ଥୀଙ୍କ ଉନ୍ନତିରେ ସହାୟକ ହୋଇ ନ ପାରେ । ଯେପରି ‘ଭଲ କଲ' ଏହା ସ୍ବତନ୍ତ୍ର ନୁହେଁ; ତେଣୁ ଏପରି କହିବାକୁ ପଡ଼ିବ ଯେ,

  • ଏଇଟା ବଢ଼ିଆ ପ୍ରଶ୍ନ
  • ମତେ ଏହା ପ୍ରକୃତରେ ଭଲ ଲାଗିଲା...
  • ତୁମେ ଯେପରି ତୁମ ଦଳକୁ ବଡ଼ ପାଟିରେ ତାହା ପଢ଼ିବାକୁ କହିଲ ମତେ ଭଲ ଲାଗିଲା ମତେ ଭଲ
  • ଆଉ କ'ଣ କରିଥୁଲେ କାର୍ଯ୍ୟଟି ଆହୁରି ଭଲ ହୋଇଥାନ୍ତି

ସୂଚକ ଓ ସଂଶୋଧନର ବ୍ୟବହାର

ଆପଣଙ୍କ କଥୋପକଥନ ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ଶିକ୍ଷଣକୁ ପ୍ରଭାବିତ କରିଥାଏ । ଆପଣ, ଆପଣଙ୍କ କଥୋପକଥନ ଶେଷ କଲେ ଯେ, ଉତ୍ତରଟି ଠିକ୍ ନୁହେଁ, ତେବେ ଆପଣ ସେମାନଙ୍କୁ ଚିନ୍ତା କରିବା ଏବଂ ଚେଷ୍ଟା କରିବାରେ ଥୁବା ସୁଯୋଗଟି ଛାଡ଼ିଗଲେ । ଆପଣ ଯଦି ଶିକ୍ଷାର୍ଥୀମାନଙ୍କୁ ଏ ସମସ୍ତ ବା ଆଉ ଗୋଟିଏ ପ୍ରଶ୍ନ ପରସ୍ପରିଲେ, ତେବେ ସେମାନଙ୍କୁ ଅଧୁକ ଚିନ୍ତା କରିବା ପାଇଁ ଓ ଉତ୍ତର ଖୋଜିବା ପାଇଁ ଉତ୍ସାହିତ କରିପାରିବେ । ସେମାନଙ୍କୁ ସେମାନଙ୍କ ଶିକ୍ଷଣ ପାଇଁ ଦାୟିତ୍ବ ନେବାକୁ ସୁଯୋଗ ଦେଲେ ।

ଉଦାହଣ ସ୍ବରୂପ: ଆପଣ ସେମାନଙ୍କୁ ଆଉ ଗୋଟିଏ ଦିଗରୁ ସମସ୍ୟା ସମ୍ପର୍କରେ ଉତ୍ତର ଖୋଜିବା ପାଇଁ ଏପରି କରି ଉତ୍ସାହିତ କରିପାରନ୍ତି ।

  • ଏଇଟା ଗୋଟିଏ ଭଲ ଆରମ୍ଭ କିନ୍ତୁ ବର୍ତମାନ ଆଉ ଟିକିଏ ଭାବ....
  • ଆଉଥରେ ଚିନ୍ତା କର...
  • ତୁମେ କିପରି ଏଠାରେ ପହଞ୍ଚିଲ, ବୁଝାଇଦିଆ

ସବୁ ଶିକ୍ଷାର୍ଥୀମାନେ କିପରି ଜଣେ ଆଉ ଜଣଙ୍କୁ ସାହାଯ୍ୟ କରିବେ, ଯେଥିପାଇଁ ଉତ୍ସାହିତ କରନ୍ତି । ଆପଣ ଏହାକୁ ପୂରା ଶେଣୀ ପାଇଁ ପ୍ରଶ୍ନ କରି ଏପରି କହିପାରିବେ

  • ମୁଁ ଦେଖିବାକୁ ଗହୁଛି ହଲ ମଧ୍ୟରେ ଜଣେ ଆଉ ଜଣଙ୍କୁ ସାହାଯ୍ୟ କରୁଛି
  • ଆଉ କିଏ ଏହି ଉତ୍ତର ପାଇଁ ଆଉ କିଛି ଯୋଡିବ
  • ଓଃ! ତା ହେଲେ ଆମ ପାଖରେ ଦୁଇଟି ବିଷୟ ଅଛି ଆଉ କ’ଣ ଅଛି ? କ’ଣ ଚିନ୍ତା, କରୁଛ?

ଶିକ୍ଷାର୍ଥୀମାନଙ୍କୁ ହିଁ । ନା କହି କାର୍ଯ୍ୟକୁ ଠିକ୍ କରିହେବ । ଯେପରି-ବନାନ ଶୁଦ୍ଧି ବା ସଂଖ୍ୟା ଗଣନ ସମୟରେ, କିନ୍ତୁ; ଏଠି ଆପଣଙ୍କୁ ଶିକ୍ଷାର୍ଥୀମାନଙ୍କର ଉତ୍ତରରେ ତିଆରି ହେଉଥୁବା ନମୁନା ଗୁଡ଼ିକୁ ଲକ୍ଷ୍ୟ କରିବାକୁ ପଡ଼ିବ, ଏକା ପ୍ରକାରର ଉତ୍ତର ମଧ୍ୟରେ ସଂପର୍କ ସ୍ଥାପନ କରିବା ବା ଉତ୍ତରଟି କାହିଁକି ଠିକ୍ ଏ ସଂପର୍କରେ ଆଲୋଚନାଟି ଆରମ୍ଭ କରିବାକୁ ହେବ ।

ନିଜେ ଠିକ୍ କରିବା ବା ସାଙ୍ଗ ମାନଙ୍କ ଦ୍ବାରା କରିବା ଫଳପ୍ରଦ ହୋଇଥାଏ ଏବଂ ଏ କଥା କହି, ଶିକ୍ଷାର୍ଥୀମାନେ କାମ କଲାବେଳେ ନିଜର ଓ ଅନ୍ୟର କାର୍ଯ୍ୟକୁ ତଦାରଖ କରିବା ପାଇଁ ଉତ୍ସାହିତ କରନ୍ତୁ ଏବଂ ଥରକେ ଗୋଟିଏ ଲକ୍ଷ୍ୟ ପ୍ରତି ଦୃଷ୍ଟି ଦେଇ ଠିକ୍ କରିବା ଉଚିତ । ତା ହେଲେ ସୂଚନା ଗୁଡ଼ିକ ମଧରେ ଗୋଳମାଳ ହେବ ନାହିଁ ।

ସମ୍ବଳ -5 ସ୍ଥାନୀୟ ସମ୍ବଳର ବ୍ୟବହାର

ପାଠ୍ୟ ପୁସ୍ତକ ବ୍ୟତୀତ ଅନେକ ସମ୍ବଳ ପଢ଼ାଇବା ସମୟରେ ବ୍ୟବହାର ହୋଇପାରିବ । ଶିକ୍ଷଣ ପାଇଁ ବିଭିନ୍ନ ଇନ୍ଦ୍ରିୟା (ଯେପରି ଦୃଶ୍ୟ, ଶ୍ରାବ୍ୟ, ସ୍ପର୍ଶ, ପ୍ରାଣ, ସ୍ବାଦ) ବ୍ୟବହାର କରିବେ  ତେବେ ଶିକ୍ଷାର୍ଥୀମାନେ ଶିଖୁବାର ବିଭିନ୍ନ ପ୍ରକାର ଉପାୟଗୁଡ଼ିକ ମନଛୁଆଁ ହୋଇପାରିବ । ସେଠାରେ ଆପଣଙ୍କର ଚତୁଃପାର୍ଶ୍ବରେ ସମ୍ବଳ ରହିଛି, ଯାହାକୁ ଆପଣ ଶ୍ରେଣୀ ଗୃହରେ ବ୍ୟବହାର କରିପାରିବେ ଏବଂ ଯାହା ଆପଣଙ୍କ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣରେ ସାହାଯ୍ୟ କରିବ । କୌଣସି ବିଦ୍ୟାଳୟ ତାର ଶିକ୍ଷଣ ସମ୍ବଳକୁ କିଛି ସ୍ୱଳ୍ପ ମୂଲ୍ୟ ବା ବିନା ମୂଲ୍ୟରେ ପ୍ରସ୍ତୁତ କରିପାରିବେ । ସମ୍ବଳଗୁଡ଼ିକୁ ନିଜ ଅଞ୍ଚଳରୁ ସଂଗ୍ରହ କରିବା ଦ୍ବାରା ଏହା ପାଠ୍ୟକ୍ରମକୁ ଶିକ୍ଷାର୍ଥୀମାନଙ୍କର ଦୈନନ୍ଦିନ ଜୀବନ ସହିତ ଯୋଡ଼ି ଦେଇ ପାରିବ ।

ଆପଣଙ୍କ ପରିବେଶରୁ ଆପଣ ବହୁତ ଲୋକଙ୍କୁ ପାଇପାରିବେ ଯେଉଁମାନଙ୍କ ବିଷୟ ସମ୍ପର୍କୀତ ଅଧୁକ ଜ୍ଞାନ ଥୁବ, ଆପଣ ମଧ୍ୟ ଅନେକ ପ୍ରାକୃତିକ ସମ୍ବଳକୁ ପାଇ ପାରିବେ । ଏହା ଆପଣଙ୍କୁ ଆଞ୍ଚଳିକ ଗୋଷ୍ଠୀ ସହିତ ସମ୍ପର୍କ ସ୍ବାପନ କରିବାରେ ସାହାଯ୍ୟ କରିବ ଯାହାକି ମୂଲ୍ୟବୋଧକୁ ଦର୍ଶାଏ, ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ ପରିବେଶର ଭିନ୍ନତା ଓ ସମୃଦ୍ଧତା ସମ୍ପର୍କରେ ବୁଝିବା ପାଇଁ ଉତ୍ସାହିତ କରେ ଏବଂ ବିଦ୍ୟାଳୟ ଓ ବିଦ୍ୟାଳୟ ବାହାରେ ଶିକ୍ଷାର୍ଥୀଙ୍କ ଶିକ୍ଷଣକୁ ସମ୍ପୁର୍ଣ୍ଣ କରିଥାଏ ।

ଶ୍ରେଣୀ କକ୍ଷକୁ ସବୁଠାରୁ ଭଲ ଭାବରେ ଗଢ଼ିବା

ଲୋକମାନେ ଅନେକ ପରିଶ୍ରମ କରି ନିଜର ଘରକୁ ଯେତେ ପାରନ୍ତି ସେତେ ସଜାଇ, ଆକର୍ଷଣୀୟ କରନ୍ତି । ଆପଣ ମଧ୍ୟ ବିଦ୍ୟାଳୟ ପରିବେଶ ସମ୍ପର୍କରେ ଚିନ୍ତା କରିବା ଦରକାର, ଯେଉଁଠିକି ଶିକ୍ଷାର୍ଥୀମାନେ ଶିଖୁବା ପାଇଁ ଆସନ୍ତି । ବିଦ୍ୟାଳୟ ଶ୍ରେଣୀ କକ୍ଷକୁ ଆକର୍ଷଣୀୟ କରାଗଲେ, ଏହା ଶିକ୍ଷାର୍ଥୀମାନଙ୍କର ଶିକ୍ଷଣରେ ଏକ ପ୍ରକାରର ସକାରାମ୍‌କ ପ୍ରଭାବ ପକାଇଥାଏ ।

ଏପରି ଅନେକ ଜିନିଷ ଅଛି, ଯାହାକି ଆପଣ ବ୍ୟବହାର କରି ନିଜର ଶ୍ରେଣୀକକ୍ଷକୁ ଶିକ୍ଷାର୍ଥୀମାନଙ୍କ ପାଇଁ ଆକର୍ଷଣୀୟ ଓ ଚିତ୍ତାକର୍ଷିକ କରିପାରିବେ। ଉଦାହରଣ ସ୍ବରୂପ:

• ପୁରୁଣା ମ୍ୟାଗାଜିନ ଓ ବିବରଣୀ ପୁସ୍ତିକାରୁ ପୋଷ୍ଟର ସଂଗ୍ରହ ।

• ଶିକ୍ଷାର୍ଥୀମାନଙ୍କର କାର୍ଯ୍ୟକୁ ପ୍ରଦର୍ଶନ କରାଇବା ।

• ଶିକ୍ଷାର୍ଥୀମାନଙ୍କୁ କୌତୂହଳୀ ଓ ନୂତନ ଶିକ୍ଷଣ ପାଇଁ ଶ୍ରେଣୀ କକ୍ଷର ପ୍ରଦର୍ଶନକୁ ଆବଶ୍ୟକ ସୁଲେ ପରିବର୍ତନ କରିବା ।

ସ୍ବାନୀୟ ବିଶେଷଜ୍ଞକୁ ଶ୍ରେଣୀ ଗୃହ ବ୍ୟବହାର କରିବା

ଆପଣ ଯେତେବେଳେ ଟଙ୍କା ପଇସା କିମ୍ବା ଗଣିତର ପରିମାଣ ସମ୍ପର୍କରେ ପଢ଼ାଇବାକୁ ଯାଉଛନ୍ତି, ସେତେବେଳେ କୌଣସି ବ୍ୟବସାୟୀ କିମ୍ବା ପୋଷାକ ପ୍ରସ୍ତୁତକାରୀଙ୍କୁ ଶ୍ରେଣୀ କକ୍ଷକୁ ଡାକି ସେମାନେ କିପରି ନିଜର କାର୍ଯ୍ୟ ପାଇଁ ଗଣିତକୁ ବ୍ୟବହାର କରୁଛନ୍ତି ବୁଝାଇବା ପାଇଁ କହିବେ । ସେହିପରି କଳା ସୌନ୍ଦର୍ଯ୍ୟରେ ଆପଣ ଯଦି ବିଭିନ୍ନ ନକ୍ଲା ବା ଆକୃତି ସଂପର୍କରେ ଅନେଷଣ କରୁଛନ୍ତି, ସେତେବେଳେ କୌଣସି ମେହେନ୍ଦୀ କରୁଥୁବା ବ୍ୟକ୍ତିଙ୍କୁ ବିଦ୍ୟାଳୟକୁ ଡାକି ଆକାର, ଆକୃତି ଓ କରିବାର କୌଶଳ ସଂପର୍କରେ କହିବା ପାଇଁ ନିମନ୍ତ୍ରଣ କରିବେ । ଉକ୍ତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିବା ଦ୍ଵାରା ଆମ ଶିକ୍ଷଣର ଉଦ୍ଦେଶ୍ୟ ପୂରଣ ହୋଇଥାଏ । ସେମାନେ ନିଜର ଅଭିଜ୍ଞତାକୁ ବର୍ଣ୍ଣନା କରି ଶିକ୍ଷାର୍ଥୀମାନଙ୍କ ମନରେ ଥୁବା ଧାରଣାକୁ ବଦଳାଇ ପାରନ୍ତି ।

ଆପଣଙ୍କ ବିଦ୍ୟାଳୟ ଭିତରେ ମଧ୍ୟ ଅନୁଭୂତି ସମ୍ପନ୍ନ ବ୍ୟକ୍ତିମାନେ ଅଛନ୍ତି, ଯେପରିକି ରୋଷେୟା ଓ କେୟାର ଟେକର ଯେଉଁମାନଙ୍କୁ ଶିକ୍ଷାର୍ଥୀମାନେ ନିଜର ଶିକ୍ଷଣ ସଂପର୍କରେ କିଛି ପ୍ରଶ୍ନ ପରସ୍ପରି ଆଲୋଚନା କରିପାରିବେ । ଉଦାହଣ ସ୍ବରୂପ : ରୋଷେଇ କରିବାରେ ଜିନିଷର ପରିମାଣର ଜିନିଷ ବ୍ୟବହାର କରାଯାଇପାରେ । ପାଣିପାଗ ବିଦ୍ୟାଳୟର କୋଠା ବାଡ଼ି, ବଗିଚା, ଉପରେ କିପରି ପ୍ରଭାବ ପକାଏ ।

ବିଦ୍ୟାଳୟ ବାହାର ପରିବେଶକୁ ବ୍ୟବହାର କରିବା

ବିଦ୍ୟାଳୟ ବାହାରେ ଅନେକ ସମ୍ବଳ ଅଛି ଯାହାକି ଆପଣ ପଢ଼ାଇବା ସମୟରେ ବ୍ୟବହାର କରିପାରିବେ । ବାହାରୁ ଆପଣ ନିଜେ କିମ୍ବା ଶିକ୍ଷାର୍ଥୀମାନଙ୍କ ଦ୍ବାରା ବିଭିନ୍ନ ପତ୍ର, ଗଛ, କୀଟ ପତଙ୍ଗ, ବୁଢ଼ିଆଣୀ, କାଠ କିମ୍ବା ପଥର ସଂଗ୍ରହ କରି ପାରିବେ । ସେ ସବୁ ଶ୍ରେଣୀ କକ୍ଷରେ ପ୍ରଦର୍ଶିତ କରି ପାଠ ପଢ଼ାଇବା ସମୟରେ ବ୍ୟବହାର କରିବା ଦ୍ବାରା ଶିକ୍ଷାର୍ଥୀମାନେ ପାଠ ପ୍ରତି ଆଗ୍ରହୀ ହୋଇଥାନ୍ତି । ସେମାନେ ମଧ୍ୟ ବିଭିନ୍ନ ବସ୍ତୁ ଆଲୋଚନା, ବର୍ଗୀକରଣ, ଜୀବ ନିର୍ଜାବ ମଧରେ ପାର୍ଥକ୍ୟ ଦେଖାଇବା ପାଇଁ ଜିନିଷ ଯୋଗାଇ ପାରିବେ । ବିଦ୍ୟାଳୟ ବାହାରେ ବା ଅଞ୍ଚଳରେ ଅତି ସହଜରେ ମିଳୁଥୁବା ବିଭିନ୍ନ ସମ୍ବଳ ଯଥା: ବସର ସମୟ ନିର୍ଘଣ୍ଟ ଓ ବିଭିନ୍ନ ବିଜ୍ଞାପନକୁ ଶିକ୍ଷଣ ସାମଗ୍ରୀ ରୂପେ ନେଇ, ସେଥୁରୁ ଶବ୍ଦ ଚିହ୍ନଟ କରିବା, ତୁଳନା କରିବା, କୌଣସି ସ୍ନାନକୁ ଯାତ୍ରା କରିବା ସମୟ ନିର୍ଣ୍ଣୟ କରିବା ଆଦି ଶିକ୍ଷଣକାର୍ଯ୍ୟ କରାଯାଇ ପାରେ .

ବାହାରୁ ସାମଗ୍ରୀ ସବୁ ଶ୍ରେଣୀ କୋଠରୀକୁ ଅଣାଯାଇ ପାରିବ ଏବଂ ଦରକାର ସମୟରେ ବାହାରକୁ ମଧ୍ୟ ଶ୍ରେଣୀ କୋଠରୀ ରୂପେ ବ୍ୟବହାର କରାଯାଇ ପାରିବ । ସମସ୍ତ ଶିକ୍ଷାର୍ଥୀ ବାହାରେ ବୁଲି ବୁଲି ବହୁତ କଥା ଦେଖୁପାରିବେ । ଆପଣ ଯେତେବେଳେ ଶିକ୍ଷାର୍ଥୀମାନଙ୍କୁ ଶିକ୍ଷଣ ପାଇଁ ବାହାରକୁ ନେବେ ସେମାନେ ନିମ୍ନଲିଖୁତ କାର୍ଯ୍ୟ ସବୁ କରିପାରିବେ :

• ଅନୁମାନ କରିବେ ଏବଂ ଦୂରତାକୁ ମାପିବେ ।

• ବୃତ୍ତର କେନ୍ଦ୍ର ବିନ୍ଦୁରୁ ପରିଧ୍ବର ଦୂରତା ସର୍ବଦା ସମାନ ଏହା ପ୍ରଦର୍ଶନ କରି ଦେଖାଇ ପାରିବେ ।

• ଦିନର ବିଭିନ୍ନ ସମୟରେ ଛାୟାର ଲମ୍ବକୁ ମାପ କରିବେ ।

• ସୂଚନା ଓ ପ୍ରତୀକ ବୁଝିବେ ।

• ସର୍ବେକ୍ଷଣ କାର୍ଯ୍ୟ ଓ ସାକ୍ଷାତକାର କରିପାରିବେ ।

• ସୌରଜଗତର ଗ୍ରହମାନଙ୍କୁ ଚିହ୍ନଟ କରିପାରିବେ ।

• ବର୍ଷା ଏବଂ ଚାଷ କାର୍ଯ୍ୟକୁ ତଦାରଖ କରିପାରିବେ ।

ବାହାରେ ଶିକ୍ଷଣ ଅଧୁକ ଅନୁଭବପୂର୍ଣ୍ଣ ଓ ପ୍ରାକୃତିକ ହେବା ସହିତ ଅନ୍ୟ ଧାରଣାଗୁଡ଼ିକୁ ବୁଝିବା ପାଇଁ ସହଜ ହୋଇଥାଏ । ଆପଣ ଯଦି ବାହାରେ କାର୍ଯ୍ୟ କରିବା ପାଇଁ ବିଦ୍ୟାଳୟ ପରିସର ଛାଡ଼ିବାକୁ ଚାହାଁନ୍ତି, ତେବେ ଯିବା ପୂର୍ବରୁ ପ୍ରଥମେ ପ୍ରଧାନ ଶିକ୍ଷକଙ୍କ ଠାରୁ ମଞ୍ଜୁରୀ ନେବେ, ସମୟ ପାଇଁ ଯୋଜନା କରିବେ, ଶିକ୍ଷାର୍ଥୀମାନଙ୍କର ନିରାପତ୍ତା ପ୍ରତି ଦୃଷ୍ଟି ଦେବେ ଏବଂ ଶିକ୍ଷାର୍ଥୀମାନଙ୍କ ପାଇଁ କେତେକ ନିୟମ ପ୍ରସ୍ତୁତ କରି ତାଙ୍କୁ ବୁଝାଇଦେବେ । ଆପଣ ଶିକ୍ଷାର୍ଥୀମାନଙ୍କୁ ସ୍ନାନ ଛାଡ଼ି ପୂର୍ବରୁ କ'ଣ ସବୁ ଶିଖୁଆସିବେ, ସେ ସଂପର୍କରେ ଭଲରେ ବୁଝାଇବା ଦରକାର ।

ସମ୍ବଳକୁ ନିଜ ଅନୁସାରେ ପରିବର୍ତନ କରିବା

ଆପଣଙ୍କ ନିକଟରେ ମିଳୁଥୁବା ସମ୍ବଳ ଗୁଡ଼ିକରୁ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ନିମନ୍ତେ ଉପଯୁକ୍ତ ସାମଗ୍ରୀକୁ ବାଛି ବ୍ୟବହାର କରିପାରନ୍ତି । ସମ୍ବଳର ପରିବର୍ତନ ଛେଟ ହେଲେ ମଧ୍ୟ ପ୍ରତ୍ୟେକ ଶିକ୍ଷାର୍ଥୀର ଶିକ୍ଷଣକୁ ପ୍ରାସଙ୍ଗିକ କରିବା ପାଇଁ ଏହା ପ୍ରଭାବିତ କରିଥାଏ । ଉଦାହରଣ ସ୍ବରୂପ : ଆପଣ ଆବଶ୍ୟକ ସୂଲେ ସ୍ନାନ, ଲୋକର ନାମ, ଗୀତରେ ବ୍ୟକ୍ତିର ଲିଙ୍ଗ କିମ୍ବା ଭିନ୍ନକ୍ଷମ ଶିକ୍ଷାର୍ଥୀର ଗପ ବ୍ୟବହାର କରିପାରନ୍ତି । ଏହି ପ୍ରକାରେ ଆପଣ ଆପଣଙ୍କର ସାଧନ ଗୁଡ଼ିକୁ ଉପଯୁକ୍ତ ଭାବେ ଶିକ୍ଷଣ ନିମନ୍ତେ ବ୍ୟବହାର କରିପାରିବେ ।

ଆପଣ ସହକର୍ମୀମାନଙ୍କ ସହଯୋଗରେ କାମ କରନ୍ତୁ । ଏହି କାର୍ଯ୍ୟ କରିବା ସମୟରେ ଆପଣ ଅନେକଗୁଡ଼ିଏ କୌଶଳ ଶିଖ୍ବା ଓ ବ୍ୟବହାର କରିବାକୁ ପଡ଼ିବ । ଆପଣଙ୍କର ଜଣେ ବନ୍ଧୁ ଗୀତ ଗାଇବାରେ ଦକ୍ଷ ହୋଇଥୁବା ବେଳେ ଅନ୍ୟ ଜଣେ ଜଣେଇ ତିଆରି କରିବାରେ ବା ଆଉ ଜଣେ ବାହାରେ ବିଜ୍ଞାନ ମେଳା ଆୟୋଜନ କରିବାରେ ଦକ୍ଷ ହୋଇଥାଇ ପାରନ୍ତି । ଆପଣ ଏହି ବନ୍ଧୁମାନଙ୍କ ସାହାଯ୍ୟରେ ନିଜର ଶ୍ରେଣୀ କକ୍ଷକୁ ଉନ୍ନତମାନର ଶିକ୍ଷଣ ପରିବେଶରେ ପରିଣତ କରିପାରିବେ ।

ଆଧାର

"sciencemadesimple"

2.57142857143
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top