অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଶ୍ଵର ପ୍ରଥମ ସୌରବିମାନ

ବିଶ୍ଵର ପ୍ରଥମ ସୌରବିମାନ

ଉପକ୍ରମ

ବିଶ୍ଵର ପ୍ରଥମ ସୌରବିମାନ ଦୀର୍ଘ ୪୦ ହଜାର କିମି ଯାତ୍ରା କରିବା ପରେ ୨୬ ତାରିଖରେ ଆବୁଧାବିଠାରେ ଅବତରଣ କରିଛି  । ଉକ୍ତ ବିମାନ ମାର୍ଚ୍ଚ ୨୦୧୫ରେ ଯାତ୍ରା ଆରମ୍ଭ କରିଥିଲା   । ତେବେ ଏହା କେବଳ ସୌରଶକ୍ତି ବଳରେ ଉଡାଣ କରି ଇତିହାସ ସୃଷ୍ଟି କରିଛି   । ସୁଇସ ଜ୍ଞାନକୌଶଳରେ ନିର୍ମିତ ବିମାନ ଏହାର ଯାତ୍ରା କାଳରେ ୧୬ ଟି ସ୍ଥାନରେ ରହଣି କରିଥିଲା   । ଆଦୌ ଜୈବ ଇନ୍ଧନ ବ୍ୟବହାର ନ କରି ପ୍ରମାଣ କରିଦେଇଛି ଯେ, ଏହା ବିଶ୍ଵଶକ୍ତିର ଅର୍ଦ୍ଦେକ ସଞ୍ଚୟ କରିବା ସହ ପ୍ରାକୃତିକ ସମ୍ବଳକୁ ରକ୍ଷା କରିବା ଏବଂ ଜୀବନରେ ନାମରେ ଉନ୍ନତି ଆଣିବା  ।

ସୋଲାର ସେଲ ଶକ୍ତି

ଆବୁଧାବିଠାରେ ବିମାନ ଅବତରଣ କରିବାର କିଛି ସମୟ ପୂର୍ବରୁ ସୋଲାର ଇମ୍ଫଲ୍ସ ଅଧ୍ୟକ୍ଷ ତଥା ପାଇଲଟ  ପିକାର୍ଡ ଏକ ବିବୃତ୍ତିରେ କହିଛନ୍ତି “ ଆମ ମିଶନ ଭଳି ସ୍ଥଳଭାଗ ସୌର ଶକ୍ତିର ବହୁଳ ବ୍ୟବହାର ହେଲେ ପ୍ରାକୃତିକ ସମ୍ବଳ ସଞ୍ଚୟହେବ ସହ ବାୟୁମଣ୍ଡଳ ପ୍ରଦୂଷଣ ରୋକାଯାଇପାରିବ । ବିମାନରେ ଖଞ୍ଜା ଯାଇଥିବା ୧୭,୨୪୮ଟି ସୋଲାର ସେଲ ଶକ୍ତି ଯୋଗାଉଛି  । ଏହା ୪ ଟି ବୈଦ୍ୟୁତିକ ମୋଟରରୁ ଶକ୍ତି ଯୋଗାଇ ବିମାନର ପ୍ରପେଲର କୁ କାର୍ଯ୍ୟକ୍ଷମ କରେ  । ବିମାନଟି ରାତିରେ ୪ ଟି ଲିଥିଅମ ପଲିମର ବ୍ୟାଟେରୀ ଦ୍ଵାରା ଚାଳିତ ହେବ   । ବିମାନତେ ଡେଣା ପାଖାପାଖି ୨୩୬ ଫୁଟ ବସ୍ତରିତ ହୋଇପାରେ   । ବିମାନର ଓଜନ ପାଖାପାଖି ୨୩୦୦. କିଗ୍ରା   । ଜାପାନରୁ ହାୱାଇ ଯାତ୍ରା କରୁଥିବାବେଳେ ବ୍ୟାଟେରୀ ଅଚଳ ହୋଇଯିବାରୁ ପାଇଲଟଙ୍କୁ ୯ ମାସ ବିଳମ୍ବ ସହ୍ୟ କରିବାକୁ ପଡୁଥିଲା   । ଅବୁଧାବିଠାରେ ଚୁଡାନ୍ତ ଅବତରଣ କରିବା ପୂର୍ବରୁ କାଏରୋଠାରେ ମଧ୍ୟ ସପ୍ତାହକରୁ ଅଧିକ ସମୟ ବିଳମ୍ବ ହୋଇଥିଲା   ।

ବିମାନଟି ଓମାନ, ଭାରତ ,ମ୍ୟାନମାର , ଚାଇନା , ଜାପାନ, ଆମେରିକା , ସ୍ପେନ , ଇଟାଲୀ , ଇଜିପ୍ଟ  ଏବଂ ୟୁନାଇଟେଡ ଆରବ ଏମିରେଟ୍ସ ରେ ରହଣି କରିଥିଲା   । ସେହିଭଳି ଉତ୍ତର ଆମେରିଆର କାଲିଫର୍ଣ୍ଣିଆ ,  ଆରୋଜୋନା ଏବଂ ନ୍ୟୁୟର୍କରେ ମଧ୍ୟ ଅବତରଣ କରିଥିଲା   ।

ଆଧାର: ସମାଜ

Last Modified : 1/16/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate