অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆମ ଚତୁର୍ପାର୍ଶ୍ୱର ପଦାର୍ଥ

ପଦାର୍ଥ କ’ଣ ?

ଯାହାର ବସ୍ତୁତ୍ଵ ଅଛି ଓ ସ୍ଥାନ ଅଧିକାର କରେ ତାହା ପଦାର୍ଥ ଅଟେ  । ପ୍ରତ୍ୟକ କଠିନ, ତରଳ ଓ ଗ୍ୟାସ  ପଦାର୍ଥରେ ଗଠିତ  । ବୈଜ୍ଞାନିକ ମାନେ ବିଶ୍ଵାସ କରନ୍ତି ଯେ ପଦାର୍ଥ କ୍ଷୁଦ୍ର କଣିକାକୁ ନେଇ ଗଠିତ  । ଏହି କଣିକା ଗୁଡିକୁ ଦେଖି ହେବନାହିଁ  । କିନ୍ତୁ ପଦାର୍ଥକୁ ଦେଖିହେବ  ।

ଉଦାହରଣ : ଗୋଟିଏ ବହି, କାର, ଖଣ୍ଡେ କାଠ, ଗଛ, ବ୍ୟାଗ ଇତ୍ୟାଦି ଯେତେବେଳେ କହୁ ଯେ ପଦାର୍ଥର ବସ୍ତୁତ୍ଵ ଅଛି, ଏହାର ଅର୍ଥ ଏହାର ଓଜନ ଅଛି  । ବସ୍ତୁଟି ଓଜନିଆ ଅର୍ଥ ଏହାର ବସ୍ତୁତ୍ଵ ଅଧିକ  । ପଦାର୍ଥ ସ୍ଥାନ ଅଧିକାର କରେ, ଅର୍ଥ ଏହାର ଆୟତନ ଅଛି  । କୌଣସି ଭୌତିକ ପ୍ରତିକ୍ରିୟାରେ ପଦାର୍ଥକୁ ଅନ୍ୟ କୌନଦୀ ପଦାର୍ଥରେ ଭାଙ୍ଗିହେବ ନାହିଁ  । ଅନ୍ୟ ଅର୍ଥରେ ବସ୍ତୁ ହେଉଛି ବିଶୁଦ୍ଦ ପଦାର୍ଥ, ଯାହାର କେବଳ ଏକା ପ୍ରକାର କଣିକା (ପରମାଣୁ ବା ଅଣୁ) ଅଛି  ।

ଉଦାହରଣ : ଜଳ, ଲୁହା, ତମ୍ବା, ଅମ୍ଳଜାନ ପ୍ରଭୃତି  ।

ପ୍ରତ୍ୟକ ବସ୍ତୁ ପଦାର୍ଥ କିନ୍ତୁ ସବୁ ପଦାର୍ଥ ବସ୍ତୁ ନୁହନ୍ତି  । ଉଦାହରଣ ସ୍ୱରୂପ ମାଟି, ତରଳ ପାନୀୟ ଇତ୍ୟାଦି  । ଏଗୁଡିକ ଗୋଟିଏ ବସ୍ତୁ ନୁହନ୍ତୁ, ସେଗୁଡିକ ମିଶ୍ରଣ  ।

ପଦାର୍ଥର ପ୍ରାକୃତିକ ଗୁଣ

ପୂର୍ବକାଳରେ ଦୁଇଟି ପୃଥକ ଧାରଣା ପଦାର୍ଥର ପ୍ରକୃତି ଉପରେ ଥିଲା  । ଦଳେ ଭାବୁଥିଲେ ଯେ ଯଦି ଗୋଟିଏ ପଦାର୍ଥକୁ (ମନେକର ପଥର) ନେଇ ଛୋଟ ଛୋଟ ଖଣ୍ଡର ଭାଙ୍ଗିବା ଏବଂ ଏହାକୁ ପୁଣି ଭାଙ୍ଗିବା ତେବେ ଏହି ପଦ୍ଧତି ବହୁବାର ଚାଲିବ  । କାରଣ ପଦାର୍ଥ ନିରବଚ୍ଛିନ୍ନ ଭାବରେ ରହିଥାଏ ଏବଂ ଏହାର ଯେକୌଣସି ପ୍ରକାର ଖଣ୍ଡକୁ ଆହୁରି ଛୋଟ କରିହେବ  । ଗ୍ରୀକ ଦାର୍ଶନିକ ପ୍ଲାଟୋ ଏବଂ ଅରିଷ୍ଟଟଲ ଏହି ମତରେ ବିଶ୍ଵାସ କରନ୍ତି  ।

ଦ୍ଵିତୀୟ ପ୍ରକାର ଭାବୁକଙ୍କ ମନରେ ଥିଲା ଯେ ପଦାର୍ଥର ଉପବିଭାଗ ଏକ ନିର୍ଦ୍ଧିଷ୍ଟ ଥର ପର୍ଯ୍ୟନ୍ତ କରାଯାଇପାରିବ  । ଏହିପରି ଏକ ଅବସ୍ଥା ଆସିବ ଯେତେବେଳେ କ୍ଷୁଦ୍ର କଣିକା ଗୁଡିକ ଆଉ ବିଭାଜିତ ହୋଇପାରିବ ନାହିଁ  । ସେମାନେ ବିଶ୍ଵାସ କରୁଥିଲେ ଯେ ପ୍ରତ୍ୟକ ପଦାର୍ଥ ଅତି କ୍ଷୁଦ୍ର କଣିକାକୁ ନେଇଗଠିତ  । ଏହି କ୍ଷୁଦ୍ର ଅବିଭାଜିତ କଣିକା ଗୁଡିକର ନାମ ପରମାଣୁ ଗ୍ରୀକ ଭାଷାରେ ପରମାଣୁର ଅର୍ଥ ଅବିଭାର୍ଜ୍ୟ  ।

ଭାରତୀୟ ଦାର୍ଶନିକ ଏବଂ ଗ୍ରୀକଦାର୍ଶନିକ ଏହି ଭାବନାର ଭାବୁକ   । ପରମାଣୁ ଶବ୍ଦଟି ଡେମୋକ୍ରିଟିସ୍ ଦ୍ଵାରା ସଂଯୋଗ କରାଗଲା  । ବର୍ତ୍ତମାନ ପରମାଣୁର ସଜ୍ଞା ବଦଳି ଗଲାଣି । ଆଧୁନିକ ପରମାଣୁ ତତ୍ତ୍ଵ ଡାଲଟନଙ୍କ ଦ୍ଵାରା ୧୮୦୩ ମସିହାରେ ପ୍ରସ୍ତୁତ ବର୍ତ୍ତମାନ ଆମେ ଦୁଇପ୍ରକାର କଣିକା କଥା ବିଚାର କରୁଛୁ  । ଗୋଟିଏ ହେଲା ପରମାଣୁ ଓ ଅନ୍ୟଟି ଅଣୁ  ।

ପରମାଣୁ ହେଉଛି ପଦାର୍ଥର ମୂଳ ଏକକ ଏବଂ ସମସ୍ତ ରାସାୟନିକ ପ୍ରକୃତି ଏହି ମୂଳତତ୍ତ୍ଵ  ଅନୁଯାୟୀ ବୁଝିହେବ  । ପଦାର୍ଥର ଭୌତିକ ପ୍ରକୃତି ଅଣୁ ଦ୍ଵାରା ଜାଣିହେବ  ।

ପଦାର୍ଥର ଅବସ୍ଥା

ପଦାର୍ଥକୁ ପ୍ରଧାନତଃ ଦୁଇଭାଗରେ ବିଭକ୍ତ କରାଯାଇଛି  । ଯଥା :

  • ଭୌତିକ ଅବସ୍ଥାରେ ଏହା କଠିନ, ତରଳ ଓ ଗ୍ୟାସ ଅବସ୍ଥା
  • ରାସାୟନିକ ଗଠନ ଦୃଷ୍ଟିରୁ ଏହା ମୌଳିକ, ଯୌଗିକ ଓ ମିଶ୍ରଣ ଅବସ୍ଥା

ଭୌତିକ ଅବସ୍ଥା : ଭୌତିକ ଅବସ୍ଥାରେ ପଦାର୍ଥ କଠିନ, ତରଳ ଓ ଗ୍ୟାସ ଅଟେ  । ଏହି ଅବସ୍ଥାରେ ପଦାର୍ଥର ବିଭିନ୍ନ ଧର୍ମ ଅଛି  । ଜଳ ଏହି ତ୍ରିବିଧ ଅବସ୍ଥାରେ ଯଥା ଜଳୀୟବାଷ୍ପ, ସାଧାରଣ ତାପମାତ୍ରାରେ ଜଳ ଏବଂ ବରଫ ଥାଏ  । ଏହା କେବଳ ଏକ ମାତ୍ର ପଦାର୍ଥ ଯାହା ସାଧାରଣତଃ ତ୍ରିବିଧ ଅବସ୍ଥାରେ ରହିପାରେ  ।

ଏହି ତିନୋଟି ଅବସ୍ଥାରେ ପଦାର୍ଥର ଧର୍ମ ତାହାର ଆନ୍ତଃ ଆଣବିକ ବଳ କୁହାଯାଏ  । ଏହି ବଳ ଅଣୁ ଗୁଡିକୁ ଏକାଠି ରଖେ କିନ୍ତୁ ତାପୀୟ ଶକ୍ତି ଏହି ଅବସ୍ଥାକୁ ଭାଙ୍ଗି ଅଲଗା ରଖେ  । ତେଣୁ ଏହି ଦୁଇଟି ବଳ ଦ୍ଵାରା ପଦାର୍ଥ କଠିନ, ତରଳ ବା ଗ୍ୟାସ ଅବସ୍ଥାରେ ରହିବ ସ୍ଥିରିକୃତ ହୁଏ  ।

ଟାପ ଶକ୍ତି ପଦାର୍ଥର ଗୋଟିଏ ଅବସ୍ଥାରୁ ଅନ୍ୟ ଅବସ୍ଥାକୁ ରୂପାନ୍ତରକରେ  । ତେଣୁ ପଦାର୍ଥର ଏକ ନିର୍ଦ୍ଧିଷ୍ଟ ଅବସ୍ଥା ଉଭୟ ଆନ୍ତଃଆଣବିକ ବଳ ଓ ତାପଶକ୍ତି ଉପରେ ନିର୍ଭର କରେ  ।

ବିଭିନ୍ନ ଅବସ୍ଥାରେ ପଦାର୍ଥ ଧର୍ମ

କଠିନ ଅବସ୍ଥା : ଖଣ୍ଡେ କାଠ, ପଥର, ପେନସିଲ୍, କଲମ, କମ୍ପ୍ୟୁଟର ପ୍ରଭୃତି କଠିନ ପଦାର୍ଥର ଏକ ନିର୍ଦ୍ଧିଷ୍ଟ ଆକାର ଏବଂ ଆକୃତି ଅଛି ଯାହାକି ସ୍ଵତଃ ପରିବର୍ତ୍ତନ ହୁଏ  ନାହିଁ  । ବାହ୍ୟବଳ ପ୍ରଭାବରେ କଠିନ ପଦାର୍ଥ ଆକୃତି ଓ ପରିବର୍ତ୍ତନ କରିଥାଏ  ।

ଉଦାହରଣ : ଏକ ଧାତବ ପଦାର୍ଥକୁ ତୁମେ ଦୁଇଖଣ୍ଡକରି କାଟି ପାରିବ ଏବଂ ହାତୁଡିଦ୍ଵାରା ଆକୃତି ପରିବର୍ତ୍ତନ କରିପାରିବ  । ଅନ୍ୟକୌଣସି ଉପାୟରେ ତୁମେ କଠିନର ଆକୃତି ପରିବର୍ତ୍ତନ କରି ପାରିବ କି ? ଏହାର ଉତ୍ତର ହଁ, ତୁମେ ପାରିବ  । ଏହାକୁ ବାଡାଇ ପାତ କିମ୍ବା ଟାଣିକରି ତାର କରିପାର  ।

କଠିନ ଅବସ୍ଥାରେ ଗଠିତ କଣିକା ଗୁଡିକ ପରସ୍ପର ଅତି ନିକଟତର  ଥାଆନ୍ତି  । ସେମାନଙ୍କ ମଧ୍ୟରେ ଥିବା ଆନ୍ତଃ ବଳ ଅତି ଦୃଢ ଏବଂ ଏହା ଅଣୁ ଗୁଡିକୁ ଏକ ସ୍ଥିର ଅବସ୍ଥାରେ ରଖିବାକୁ ସକ୍ଷମ  । ଏହି କାରଣରୁ କଠିନ ପଦାର୍ଥ ଗୁଡିକ ଦୃଢ ଓ କଠିନ  । ଅଗୁଡିକ ଆଉ ଚାପିହୋଇ ପାରିବ ନାହିଁ  । ଯେତେବେଳେ ପରମାଣୁ ବା ଅଣୁ ଉପରେ ବଳ ପ୍ରୟୋଗ କରାଯାଏ, ସେତେବେଳେ। ଆକର୍ଷିତ ହୋଇ ଥିବା ଆନ୍ତଃ ପାରସ୍ପରିକ ବଳ ବିକାଇଷିତ ହୋଇଥାଏ  ।କଠିନ ପଦାର୍ଥକୁ ଉତ୍ତପ୍ତ କଲେ, ତାହାର ଅଣୁ ପରମାଣୁ ଗୁଡିକର ତାପୀୟ ଶକ୍ତି ବଢିଯାଏ  ଏବଂ କଠିନ ତରଳରେ ପରିବର୍ତ୍ତିତ ହୁଏ  । ଯେଉଁ ତାପମାତ୍ରାରେ କଠିନ ତରଳତା ପ୍ରାପ୍ତ ହୁଏ  । ତାକୁ କଠିନର ଗଳନାଙ୍କ କୁହାଯାଏ  ।

ତରଳ ଅବସ୍ଥା

ଜଳ, କ୍ଷୀର, ତେଲ ପ୍ରଭୃତି ତରଳ ଅଟନ୍ତି  । ତରଳର ଏକ ନିର୍ଦ୍ଧିଷ୍ଟ ଆୟତନ ଅଛି କିନ୍ତୁ ନିର୍ଦ୍ଧିଷ୍ଟ ଆକୃତି ନାହିଁ  । ଯେଉଁ ପାତ୍ରରେ ଏହାରହେ, ତାହାର ଆକୃତି ଧାରଣ କରେ  । ତରଳ ପ୍ରବାହ ଅଟେ, ତୁମେ ତରଳକୁ ଢାଳି ପାରିବ  । କଠିନ ପଦାର୍ଥକୁ ଏପରି କରିପାରିବ  କି ?

ତରଳର ପ୍ରକୃତି କଠିନ ଓ ଗ୍ୟାସର ମଧ୍ୟବର୍ତ୍ତୀ  । ତରଳର ଆନ୍ତଃ ଆଣବିକ ବଳ କଠିନର ଏହି ବଳଠାରୁ କମ୍ କିନ୍ତୁ ଗ୍ୟାସ ଠାରୁ ଅଧିକ  । କଠିନ ପଦାର୍ଥ ପରି ତରଳର କଣିକା ଗୁଡିକ ଏକ ନିର୍ଦ୍ଧିଷ୍ଟ ଅବସ୍ଥାରେ ରୁହନ୍ତି  ନାହିଁ  । କିନ୍ତୁ କଣିକା ଗୁଡିକର ଗତି ଗ୍ୟାସର କଣିକା ଭଳି ଥାଏ  । ତରଳରେ କଣିକା ଗୁଡିକର (ପରମାଣୁ ଏବଂ ଅଣୁ) ଭାଙ୍ଗିଯାଇ ପାରନ୍ତି  ଏବଂ ଅନ୍ୟ ଅଣୁର ନିକଟତର ହେଲେ ଟାଣି ହୋଇ ଯାଆନ୍ତି  । ଚାପ ପ୍ରୟୋଗ ଦ୍ଵାରା କଠିନ ଭଳି, ତରଳର ଆନ୍ତଃ ଆଣବିକ ବଳ ଦ୍ଵାରା ବିକର୍ଷିତ ହୁଅନ୍ତି  । ତେଣୁ ତରଳ ଉପରେ ଚାପର ବିଶେଷ ପ୍ରଭାବ ନାହିଁ  ।

ଗ୍ୟାସ

ଆମେ ଗ୍ୟାସକୁ ଦେଖିପାରିବା ନାହିଁ  । ଯେତେବେଳେ ବାୟୁ ପ୍ରବାହିତ ହୁଏ ସେତେବେଳେ ଆମେ ବାୟୁର ଉପସ୍ଥିତି ଅନୁଭବ କରୁ  । ପବନ, ବାୟୁକୁ  ଉଡାଇ ନିଏ   । ବାୟୁ କେତେକ ଗ୍ୟାସର ମିଶୟଣ ଯଥା ଅମ୍ଳଜାନ, ଯବକ୍ଷାରଜାନ, ଆରଗତ, ଅଙ୍ଗାରକାମ୍ଳ ପ୍ରଭୃତି  । ଗ୍ୟାସ ଯେଉଁ ପାତ୍ରରେ ରହେ, ତାହାର ସମସ୍ତ ଆୟତନ ଅଧିକାରକରେ  । ଗ୍ୟାସର ଆନ୍ତଃଆଣବିକ ବଳ ଅତି ଦୁର୍ବଳ ବରଂ ଅଣୁ ଗୁଡିକୁ ଏକାଠି ବାନ୍ଧିବାରେ ଅସମର୍ଥ ତେଣୁ ଏହାର ଅଣୁ ଗୁଡିକ ସ୍ଵାଧୀନ ଭାବରେ ଗତି କରନ୍ତି  । କାରଣ ଏଗୁଡ଼ିକର ଆନ୍ତଃଆର୍ଷଣବଳ ଅତି ଦୁର୍ବଳ ଏବଂ ଗ୍ୟାସର ଅଣୁ ଗୁଡିକୁ ଏକାଠି ବାନ୍ଧିବାରେ ଅସମର୍ଥ  । ଆଣବିକ ଆକର୍ଷଣ ବଳ କମ ହେତୁ ଅଣୁଗୁଡିକ ପରସ୍ପର ଠାରୁ ଦୂରେଇ ରୁହନ୍ତି  । ତେଣୁ ଚାପ ପ୍ରୟୋଗ କରି ଅଣୁ ଗୁଡିକୁ ନିକଟତର କରି ଆଣି ହୁଏ  । ଏହି କାରଣ ଯୋଗୁଁ ଗ୍ୟାସ ଗୁଡିକ ଖୁବ୍ ସଂକୋଚନ ଶୀଳ  । ଆମେ ଗ୍ୟାସ ଗୁଡିକୁ ଏକ ନିର୍ଦ୍ଧିଷ୍ଟ ସୀମା ପର୍ଯ୍ୟନ୍ତ ସଙ୍କୁଚିତ କରିହେବ  । ଏହି ସୀମାପରେ ଗ୍ୟାସର ଅଣୁଗୁଡିକ ମଧ୍ୟରେ ବିକର୍ଷଣ ଅଧିକ ହୋଇଥାଏ  । ତାପମାତ୍ରା ମଧ୍ୟ ଗ୍ୟାସର  ଆୟତନକୁ ପ୍ରଭାବିତ କରିଥାଏ  । ଯେତେବେଳେ ତାପମାତ୍ରା ବଢିଯାଏ, ଗ୍ୟାସର ଆୟତନ ମଧ୍ୟ ବଢିଯାଏ  ।

ଉଦାହରଣ : ଯେତେବେଳେ ଏକ ଆବଦ୍ଧ ପାତ୍ରକୁ ଉତ୍ତପ୍ତ କରାଯାଏ, ସେତେବେଳେ ଏହାର ଆୟତନ ବଢିବା ହେତୁ ଫାଟିଯାଏ  ।

ଗ୍ୟାସଗୁଡିକୁ ସହଜରେ ସଙ୍କୁଚିତ କରାଯାଇ ପାରିବ  । ଏହା ଯଦି ହେଉନଥାନ୍ତା, ତେବେ ଆମେ CNG ପାଇ ପାରୁ ନଥାନ୍ତେ  । CNG ଯାନ ବାହାନ ପାଇଁ ଏକ ତରଳ ଇନ୍ଧନ  । ତେଣୁ ଅଟୋରିକ୍ସା ଓ ବସ ପଛପଟେ CNG ଲେଖାଯାଇଥାଏ  । ଆମର ରୋଷେଇ ଗ୍ୟାସ ସିଲିର୍ଡରରେ ବ୍ୟବହୃତ ଗ୍ୟାସ (LPG) ମଧ୍ୟ ସଂକୋଚନଶୀଳ  ।

ତୁମେ ଜାଣ କି ?

ପଦାର୍ଥର ତିନୋଟି ଅବସ୍ଥା ପୃଥିବୀ ପୃଷ୍ଠରେ ପ୍ରଭାବଶାଳୀ କିନ୍ତୁ ବିଶ୍ଵର ଅନ୍ୟ ପ୍ରାନ୍ତପାଇଁ ଏହା ଗୁରୁତ୍ଵ ହୀନ  । ତୁମେ ଶୁଣି ଆଶ୍ଚର୍ଯ୍ୟ ହେବଯେ ସମଗ୍ର ବିଶ୍ଵରେ ପଦାର୍ଥର ୯୦% କଠିନ, ତରଳ ବା ଗ୍ୟାସ ନୁହେଁ  । ପଦାର୍ଥର ଯେଉଁ ଅବସ୍ଥା ଅଧିକ ପ୍ରଭାବଶାଳୀ ତାହା ହେଉଛି ପ୍ଲାଜମା  । ଅନ୍ୟତାରକାଙ୍କ ପରି ସୂର୍ଯ୍ୟ ମଧ୍ୟ ପ୍ଲାଜମା ଦ୍ଵାରା ଗଠିତ  । ପ୍ଲାଜମା ବିଷୟରେ ଉଚ୍ଚତର ଶ୍ରେଣୀରେ ଅଧିକ ଜାଣିବା

ପଦାର୍ଥର ତିନୋଟି ଅବସ୍ଥାର ପ୍ରକୃତି

ପଦାର୍ଥର ଅବସ୍ଥା

ଆୟତନ

ସାନ୍ଧ୍ରତା

ଆକୃତି

ପ୍ରବହତା

ସଂକୋଚନ ଶୀଳତା

କଠିନ

ନିର୍ଦ୍ଧିଷ୍ଟ ଆୟତନ ଅଛି

ଉଚ୍ଚ

ନିର୍ଦ୍ଧିଷ୍ଟ ଆକୃତି ଅଛି

ପ୍ରବାହ କରେ ନାହିଁ

ନଗନ୍ୟ

ତରଳ

ନିର୍ଦ୍ଧିଷ୍ଟ ଆୟତନ ଅଛି

କଠିନ ତୁଳନାରେ କମ୍

ନିର୍ଦ୍ଧିଷ୍ଟ ଆକୃତି ନାହିଁ  । ଆଧାରର ଆକୃତି ନିଏ  ।

ସୂଚାରୁ ରୂପେ ପ୍ରବାହ

ଅତିକମ୍

ଗ୍ୟାସ

ନିର୍ଦ୍ଧିଷ୍ଟ ଆୟତନ ଅଛି

କମ୍

ନିର୍ଦ୍ଧିଷ୍ଟ ଆକୃତି ନାହିଁ

ସହଜରେ ପ୍ରବାହ

ସଂକୋଚନଶୀଳ

 

ତୁମେ ଜାଣ କି ?

ଆମ ଭୌତିକ ପୃଥିବୀରେ ଦୁଇଟି ଧାରଣା ଅଛି, ଏହାର ଚାରିପଟେ ପ୍ରତ୍ୟକ ଜିନିଷ ସଂଗଠିତ ହୋଇ ରହିପାରିବ  । ଏହି ଦୁଇଟି ହେଲା ପଦାର୍ଥ ଓ ଶକ୍ତି  । ଉଭୟ ପଦାର୍ଥ ଓ ଶକ୍ତି E =  ସୂତ୍ର ଦ୍ଵାରା ସମ୍ବନ୍ଧିତ  । E = ଶକ୍ତି, m= ବସ୍ତୁତ୍ଵ, c = ଆଲୋକର ପରିବେଗ  । ଆଇନଷ୍ଟାଇନଙ୍କର ଏହି ସୂତ୍ର ଜଣାଇଦିଏ ଯେ ପଦାର୍ଥ ଶକ୍ତିକୁ ଏବଂ ଶକ୍ତି ପଦାର୍ଥକୁ ରୂପାନ୍ତରିତ ହୋଇପାରିବ  । ପଦାର୍ଥର ଶକ୍ତିକୁ ରୂପାନ୍ତରଣ ସହଜ ସାଧ୍ୟ କିନ୍ତୁ ଶକ୍ତିର ପଦାର୍ଥକୁ ରୂପାନ୍ତରଣ କଷ୍ଟକର ହୋଇଥାଏ  । ଏଥିରେ ସନ୍ଦେହର ଅବକାଶ ନାହିଁ  ।

ପଦାର୍ଥ ଉପରେ ତାପମାତ୍ରା ଓ ଚାପର ପ୍ରଭାବ

ଏକ କଠିନ ବସ୍ତୁକୁ ଉତ୍ତପ୍ତ କଲେ କ’ଣ ହୁଏ ତୁମେ କେବେ ଭାବିଛକି ? କଠିନ ବସ୍ତୁ ଉପରେ ତାପପ୍ରୟୋଗ କଲେ, ତାହା ପ୍ରସାରିତ ହୁଏ  । ଏହି ପ୍ରସାରଣ ଅତି ଅଳ୍ପ ତାପଶକ୍ତି ପାଇଲାପରେ କଣିକା ଗୁଡିକ (ଅଣୁ / ପରମାଣୁ) ନିଜ ସ୍ଥାନରେ ଜୋରରେ କମ୍ପିତ ହୁଅନ୍ତି  ଏବଂ ଅଧିକ ସ୍ଥାନ ଅଧିକାର କରନ୍ତି  । ଅଧିକ ଉତ୍ତପ୍ତ କଲେ କଣିକା ଗୁଡିକ ଅଧିକ ଶକ୍ତିଶାଳୀ ହୁଅନ୍ତି, ସେଗୁଡିକ ନିଜର ସ୍ଥିର ଅବସ୍ଥା ତ୍ୟାଗକରି  ତରଳ ହୁଅନ୍ତି  । ଥରେ କଠିନ ବସ୍ତୁ ତରଳ ହେଲେ ଏହାକୁ ଏକ ପାତ୍ର ମଧ୍ୟକୁ ଢଳାଯାଇ ପାରିବ  । ତରଳ ଅବସ୍ଥାରେ କଣିକା ଗୁଡିକ ସ୍ଵାଧୀନ ଭାବରେ ଗତି କରନ୍ତି  ।

ବର୍ତ୍ତମାନ ଆସ ଦେଖିବା, ତରଳ ଉତ୍ତପ୍ତ ହେଲେ କ’ଣ ହୁଏ  । ତାପ ଗ୍ରହଣ କଲେ ତରଳ ଗ୍ୟାସ ହୁଏ  । କାରଣ କଣିକା ଗୁଡିକ ଗତିଜ ଶକ୍ତି ଅଧିକ ହୁଏ  ଏବଂ ଏହା ତରଳର ଆନ୍ତଃଆଣବିକ ଶକ୍ତିକୁ ଟପିଯାଏ  । ତେଣୁ ତରଳ, ଗ୍ୟାସରେ ରୂପାନ୍ତର ହୁଏ  । ଯେତେବେଳେ ଏକ ଗ୍ୟାସକୁ ଉତ୍ତପ୍ତ କରାଯାଏ, ତାହାର କଣିକା ଗୁଡିକର ଗତିଜ ଶକ୍ତି ବୃଦ୍ଧିପାଏ  । ସେଗୁଡିକ ମୁକ୍ତ ବିଚରଣ କରନ୍ତି ଏବଂ ଗତି ବଢିଯାଏ  । ଅନ୍ତ – ଆଣବିକ ଦୂରତା ବଢିଯାଏ  ଏବଂ ସ୍ଥିର ଚାପରେ ଆୟତନ ବଢିଯାଏ  । ଯେତେବେଳେ ଏକ ବାୟୁପୂର୍ଣ୍ଣ ବେଲୁନ୍ ନିଆଁ ନିକଟକୁ ଅଣାଯାଏ କ’ଣ ହୁଏ  ଜାଣିଛ ?

ଏକ ନିର୍ଦ୍ଧିଷ୍ଟ ତାପମାତ୍ରାରେ କଠିନ ପଦାର୍ଥ ତରଳରେ ପରିଣତ ହୁଏ  । ଏହି ତାପମାତ୍ରାକୁ ଗଳନାଙ୍କ କୁହାଯାଏ  । ଯେଉଁ ତାପମାତ୍ରାରେ ତରଳକୁ ଶୀତଳ କରି କଠିନ ପଦାର୍ଥରେ ପରିଣତ କରାଯାଏ, ତାହାକୁ ହିମାଙ୍କ କୁହାଯାଏ  । ଯେଉଁ ତାପମାତ୍ରାରେ ତରଳ ଫୁଟି ବାମ୍ଫରେ ପରିଣତ ହୁଏ  ତାକୁ ସ୍ଫୁଟନାଙ୍କ କୁହାଯାଏ  ।

ପଦାର୍ଥର ଅନ୍ତଃ ରୂପାନ୍ତରଣ ପ୍ରଦର୍ଶନ :

ଆବଶ୍ୟକ ପଦାର୍ଥ : ବରଫ, ଗିନା, ବର୍ଣ୍ଣର  ।

କିପରି ପ୍ରଦର୍ଶନ କରାଯିବ :

ଗିନାରେ ବରଫ ନେଇ ଧୀରେ ଧୀରେ ଉତ୍ତପ୍ତ କରାଯାଉ  । ପ୍ରଥମେ ଏହା ତରଳି ଜଳ ହେବ ଏବଂ ଅଧିକ ଉତ୍ତପ୍ତ କଲେ ବାଷ୍ପ ହେବ  । ପଦାର୍ଥର ତିନୋଟି ଅବସ୍ଥା ମଧ୍ୟରୁ ପ୍ରତ୍ୟକ ତାପମାତ୍ରା ଓ ଚାପ ସହ ଭିନ୍ନ ଭିନ୍ନ ପ୍ରଦର୍ଶନ କରନ୍ତି  । ତାପମାତ୍ରା ବଢାଇଲେ ତିନୋଟିଯାକ ଅବସ୍ଥାରେ ପଦାର୍ଥର ପ୍ରସାରଣ ଘଟେ  । ତାପମାତ୍ରା କମାଇଲେ ଆୟତନ କମେ  । କିନ୍ତୁ କଠିନ ଓ ତରଳ ଉପରେ ଚାପର ପ୍ରଭାବ ଅତି ନଗନ୍ୟ ଚାପ ପ୍ରୟୋଗ କରି ଗ୍ୟାସୀୟ ପଦାର୍ଥକୁ  ସଙ୍କୁଚିତ କରାଯାଇପାରିବ  ।

ନିମ୍ନପରୀକ୍ଷାଟି କରି ଗ୍ୟାସୀୟ ପଦାର୍ଥ ଓ ତରଳ ଉପରେ ଚାପର ପ୍ରଭାବ ଜାଣିହେବ  ।

ଏକ ସିରିଞ୍ଜନେଇ ତାହାର ମୁହଁକୁ ଏକ ରବର କର୍କ ଭିତରେ ବନ୍ଦକରାଯାଉ  । ଚାପଦଣ୍ଡକୁ ଆସ୍ତେ ଆସ୍ତେ କଢାଯାଉ ଯେପରି ସିରିଞ୍ଜର ସମସ୍ତ ଅଂଶ ବାୟୁରେ ପୂର୍ଣ୍ଣ ହେବ  । ବର୍ତ୍ତମାନ ଚାପଦଣ୍ଡକୁ ଧୀରେ ଧୀରେ ପୂର୍ବ ଅବସ୍ଥାକୁ ଅଣାଯାଉ ଏବଂ ବାୟୁକୁ ଚାପି ରଖାଯାଉ  । ଦେଖାଯିବ ଚାପ ଦଣ୍ଡଟି ଖୁବ୍ ସହଜରେ ଚାପିହେବ  । ଏହା ଦର୍ଶାଏ ଯେ ବାୟୁକୁ ସହଜରେ ଚାପି ହେବ  । ଏହି ପରୀକ୍ଷା ତରଳକୁ ନେଇ କରାଯାଉ   । ଚାପଦଣ୍ଡକୁ ତରଳ ମଧ୍ୟରେ ଗ୍ୟାସୀୟ ପଦାର୍ଥପରି ଚାପି ହେବକି ? ତୁମେ ଯଦି ଚେଷ୍ଟାକର ତାହା ହେଲେ ଏହା ଅସମ୍ଭବ ହେବ  । କାରଣ ତରଳରେ ଅଣୁଗୁଡିକ ଗ୍ୟାସୀୟ ଅପେକ୍ଷା ଅତି ନିକଟତର ହୋଇଅଛନ୍ତି  ।

ମୌଳିକ, ଯୌଗିକ ଓ ମିଶ୍ରଣ

ମୌଳିକ

ପ୍ରତ୍ୟକ ପଦାର୍ଥ ମୌଳିକରୁ ଗଠିତ ରାସାୟନିକ ମୌଳିକ ପଦାର୍ଥର ଏକ ମୌଳିକ ଅବସ୍ଥା ଯାହାକି ରାସାୟନିକ ପ୍ରକ୍ରିୟାରେ ସରଳ ପଦାର୍ଥରେ ଭାଙ୍ଗି ହେବ  । ରାସାୟନିକ ମୌଳିକ ଏକ ବିଶୁଦ୍ଧ ପଦାର୍ଥ ଏବଂ ଏହା ପରମାଣବିକ ସଂଖ୍ୟାଦ୍ଵାରା ସୂଚୀତ ଏକପ୍ରକାର ପରମାଣୁ  । ଉଦାହରଣ : ଲୁହା, ରୂପା, ଅମ୍ଳଜାନ, ଉଦଜାନ, ତମ୍ବା, ଗନ୍ଧକ, ୟୁରାନିୟମ, ପ୍ଲୁଟୋନିୟମ  ଇତ୍ୟାଦି  ।

ମୌଳିକ ଗୁଡିକ ବିଶ୍ଵର ଗାଠନିକ ଏକକ  । ଏ ପର୍ଯ୍ୟନ୍ତ ୧୧୪ଟି ମୌଳିକ ଚିହ୍ନିତ ହେଇଛି  । ୧୧୪ଟି ମଧ୍ୟରୁ ୯୦ ଟି ପ୍ରାକୃତିକ ଉପାୟରେ ପୃଥିବୀରୁ ମିଳେ ଏବଂ ଅନ୍ୟ ମୌଳିକ ଗୁଡିକ କୃତ୍ରିମ ଉପାୟରେ ନିଉକ୍ଲିୟ ପ୍ରକ୍ରିୟା ଦ୍ଵାରା ପ୍ରସ୍ତୁତ  । ସମଗ୍ର ବିଶ୍ଵର ବସ୍ତୁତ୍ଵର ୯୯% କେବଳ ଦୁଇଟି ମୌଳିକ ଯଥା ଉଦଜାନ (୯୨%) ଓ ହିଲିୟମ (୭%) ଅଧିକାର କରିଛନ୍ତି  । ଅନ୍ୟ ସମସ୍ତ ମୌଳିକ ବିଶ୍ଵର ୧% ବସ୍ତୁତ୍ଵ ହାସଲ କରିଛନ୍ତି  ।

ପ୍ରାକୃତିକ ମୌଳିକ ୯୦ଟି ମଧ୍ୟରୁ କେବଳ ଦୁଇଟି ମୌଳିକ ସିଲିକନ ଓ ଅମ୍ଳଜାନ ଏକତ୍ର ପୃଥିବୀ ପୃଷ୍ଠରେ ତିନି ଚତୁର୍ଥାଂଶ ଗଠନ କରନ୍ତି   ।

ଆମ ଶରୀର ମଧ୍ୟ କେତେକ ମୌଳିକ କୁ ନେଇ ଗଠିତ  । କିନ୍ତୁ ପୃଥିବୀର ଗଠନ ଭଳି ନୁହେଁ  ।

ପୃଥିବୀ ପୃଷ୍ଠ ଓ ଆମ ଶରୀରର ମୌଳିକ

ପଦାର୍ଥ

ମୌଳିକ ବସ୍ତୁତ୍ଵ

 

ପୃଥିବୀ ପୃଷ୍ଠ

ମନୁଷ୍ୟ ଶରୀର

ଆଲୁମିନିୟମ

୬.୫

ଅତିଅଳ୍ପ

କ୍ୟାଲସିୟମ

୩.୬୩

୧.୫

ଅଙ୍ଗାରକ

୦.୦୩

୧୮.୫

ଉଦଜାନ

୦.୧୪

୯.୫

ଲୁହା

୫.୦

ଅତିଅଳ୍ପ

ମାଗ୍ନେସ୍ରିମ

୨.୧

୦.୧

ଅମ୍ଳଜାନ

୪୬.୬

୬୫

ସିଲିକନ

୨୭.୭

ଅତିଅଳ୍ପ

ସୋଡିୟମ

୨.୮

୦.୨

ଗନ୍ଧକ

୦.୦୩

୦.୩

ଯଦିଓମନୁଷ୍ୟ ଓ ପୃଥିବୀ ସେମାନଙ୍କର ବକ୍ଷରେ ମୌଳିକ ଅଛି, ତଥାପି ମନୁଷ୍ୟ ଅଧିକ ସୁବିଧା ପାଏ, ଯେପରିକି ଚାଲିବା, ଭାବିବା ବା ଅନୁଭବ କରିବା  । ତୁମେ ଭାବନାହିଁକି ପୃଥିବୀର ଯତ୍ନନେବା ଆମର କର୍ତ୍ତବ୍ୟ  ?

ଯୌଗିକ

ଯୌଗିକ ଏକ ପଦାର୍ଥ ଯେଉଁଥିରେ ଦୁଇ ବା ତତୋଧିକ ମୌଳିକ ମଧ୍ୟରେ ବସ୍ତୁତ୍ଵ ଅନୁଯାୟୀ ଏକ ନିର୍ଦ୍ଧିଷ୍ଟ ଅନୁପାତରେ ରାସାୟନିକ ଷଣଯୁକତି ହୋଇଥାଏ  । ଯେତେବେଳେ ମୌଳିକ ଗୁଡିକ ମିଶି ଯୌଗିକ ଗଠନ କରନ୍ତି ସେତେବେଳେ ସେମାନେ ନିଜର ଧର୍ମ ହରାଇ ଥାଆନ୍ତି  । ଯୌଗିକ ଗୁଡିକ ସେମାନଙ୍କର ମୌଳିକ ଠାରୁ ଅଲଗା ଧର୍ମ ପ୍ରଦର୍ଶନ କରନ୍ତି  ।

ଉଦାହରଣ : ଉଦଜାନ ଓ ଅମ୍ଳଜାନ ଦ୍ଵାରା ଜଳ ଗଠିତ, କିନ୍ତୁ ଜଳର ଧର୍ମ, ଉଦଜାନ ଓ ଅମ୍ଳଜାନର ଧର୍ମଠାରୁ ପୃଥକ  । ଯୌଗିକର ପ୍ରକାର ଓ ଧର୍ମ ଅନେକ  ।

ଯୌଗିକର ଉଦାହରଣ :

ଗ୍ଲୁକୋଜ, ଗ୍ଲିସରଲ, ମ୍ୟାଗ୍ନେସିୟମ, ଆକ୍ସାଇଡ, ସୋଡିୟମ କ୍ଳୋରାଇଡ, ଗନ୍ଧକାମ୍ଳ, ଲବଣାମ୍ଲ, ଇଥାନଲ, ଫିନଲ, ମିଥେନ, ଭିନେଗାର, କ୍ଲୋରୋଫର୍ମ ଇତ୍ୟାଦି  ।

ମୌଳିକ, ଯୌଗିକ ଓ ମିଶ୍ରଣର ଛବିଳ ଚିତ୍ର  । ଉକ୍ତ ଚିତ୍ରରୁ ଆମେ ଦେଖିବା ଯେ ମୌଳିକ ଗୁଡିକ ଏକାଠି ହୋଇ ଯୌଗିକ ଗଠନ କରନ୍ତି କିନ୍ତୁ ମିଶ୍ରଣରେ ମୌଳିକ ଓ ଯୌଗିକ ସେମାନଙ୍କର ସ୍ଵତନ୍ତ୍ର ଭାଗ ଖଣ୍ଡ  ।

ମିଶ୍ରଣ

ଦୁଇବା ତତ୍ତୋଧିକ ବିଶୁଦ୍ଧ ପଦାର୍ଥର ମିଶ୍ରଣକୁ ମିଶ୍ରିତ ପଦାର୍ଥ କୁହାଯାଏ   । ଏହା ଦୁଇ ପ୍ରକାର ଯଥା, ମିଶ୍ରଣୀୟ ମିଶ୍ରଣ ଓ ଅମିଶ୍ରଣୀୟ ମିଶ୍ରଣ  ।

ପଦାର୍ଥ

ବସ୍ତୁ

ମିଶ୍ରଣ

କେବଳ ଗୋଟିଏ ବସ୍ତୁ ଯାହାକି ସଂଯୁକ୍ତି ଅଛି ଯଥା ଲୁହା, ତମ୍ବା, ଜଳ

ଏକାଧିକ ବସ୍ତୁକୁ ନେଇ ଗଠିତ ଯଥା – ମିଶ୍ରଧାତୁ, ମାଟି

ମୌଳିକ ବସ୍ତୁ

ଯୌଗିକ ବସ୍ତୁ

ସମଜାତୀୟ ମିଶ୍ରଣ

ବିଷମ ଜାତୀୟ ମିଶ୍ରଣ

ଏହାକୁ ରାସାୟନିକ ପ୍ରକ୍ରିୟାରେ ଭାଙ୍ଗି ହେବ ନାହିଁ  । ଯଥା – ସୁନା, ଲୁହା, ଅମ୍ଳଜାନ

ଦୁଇ ବା ତତ୍ତୋଧିକ ମୌଳିକର ରାସାୟନିକ ସଂଯୁକ୍ତି ଦ୍ଵାରା ଗଠିତ, ଯଥା – ଜଳ, ଅଙ୍ଗାରକାମ୍ଳ, ଚିନି, ଲୁଣ

ବସ୍ତୁଗୁଡିକ ସମ୍ପୂର୍ଣ୍ଣ ମିଶିକରି ଥାନ୍ତି ଏବଂ ମିଶ୍ରଣର ସବୁଠାରେ ସମାନ ସଂଯୁକ୍ତି ଥାଏ  । ଯଥା – ବାୟୁ, ଚିନିପାଣି ଇତ୍ୟାଦି  ।

ବସ୍ତୁଗୁଡିକ ପରସ୍ପରଠାରୁ ପୃଥକ ରହିଥାନ୍ତି ଏବଂ ମିଶ୍ରଣରେ ସବୁଠାରେ ବସ୍ତୁ ସମାନଭାବରେ ରହି ନଥାନ୍ତି  । ଯଥା – ଜଳ, ମାଟି, ରକ୍ତ

ସମଜାତୀୟ ଓ ବିଷମ ଜାତୀୟ ମିଶ୍ରଣ

ମିଶ୍ରଣ ଦୁଇଭାଗରେ ବିଭକ୍ତି,

ଯଥା ସମଜାତୀୟ ଓ ଓ ବିଷମ ଜାତୀୟ ମିଶ୍ରଣ

ସମଜାତୀୟ ମିଶ୍ରଣ

ଝାଡା ହେଲେ ଲୋକମାନେ ଓଆରଏସ୍ ନିଅନ୍ତି  । ତୁମେ ନିଜେ ଅଳ୍ପ ଲୁଣ, ଚିନି ଓ ଜଳ ନେଇ ଓଆରଏସ୍ ପ୍ରସ୍ତୁତ କରିପାରିବ  । ଓଆରଏସ୍ ଏକ ସମଜାତୀୟ ମିଶୟଣ  । କେତେକ ମିଶ୍ରଣରେ ଉପାଦାନ ଗୁଡିକ ସମ୍ପୂର୍ଣ୍ଣରୂପେ ମିଶିଯାଆନ୍ତି  । ଏବଂ ମିଶ୍ରଣର ଯେ କୌଣସି ଅଂଶର ଗଠନ ସମାନ  । ଯେଉଁ ମିଶ୍ରଣରେ ସମାନ ଗଠନ ଥାଏ ସେହି ମିଶ୍ରଣକୁ ସମଜାତୀୟ କୁହାଯାଏ  ।

ଉଦାହରଣ : ଚିନି ଶରବତ, ଏଥିରେ ପ୍ରତ୍ୟକ ଅଂଶର ମିଠା ସମାନ  । ସମଜାତୀୟ ମିଶ୍ରଣକୁ ଦ୍ରବଣ କୁହାଯାଏ  । ଲୁଣ କଠିନ କିନ୍ତୁ ଜଳରେ ଦ୍ରବୀଭୂତକଲେ ଏହା ତରଳ ମିଶ୍ରଣ ସୃଷ୍ଟିକରେ  । ଲୁଣ ସମ୍ପୂର୍ଣ୍ଣରୂପେ ଜଳରେ ମିଶିଯାଏ ଏବଂ ଏହାକୁ ଦେଖି ହୁଏ ନାହିଁ  । ପୃଥିବୀରେ ପୃଷ୍ଠଭାଗରେ ଦୁଇତୃତୀୟାଂଶ ଲବଣ ଜଳରେ ପୂର୍ଣ୍ଣ ଯାହାକି ସମଜାତୀୟ ମିଶ୍ରଣ ଅଟେ  । ସମୁଦ୍ର ଜଳରେ ମଧ୍ୟ ଅଙ୍ଗାରକାମ୍ଳ ଓ ଅମ୍ଳଜାନ ଦ୍ରବୀଭୂତ ଅବସ୍ଥାରେ ଥାଏ  ।

ଆମେ ଶ୍ଵାସ କ୍ରିୟାରେ ଯେଉଁ ବାୟୁ ଗ୍ରହଣ କରୁ ତାହା ବିଭିନ୍ନ ଗ୍ୟାସର ଏକ ସମଜାତୀୟ ମିଶ୍ରଣ  । ଜଳ ସହ ଇଥାଇଲ୍ ଆଲକହଲର ମିଶ୍ରଣରେ ଏକ ସମଜାତୀୟ ମିଶ୍ରଣ  । ଦୁଇ ବା ତତ୍ତୋଧିକ ଧାତବ ପଦାର୍ଥର ମିଶ୍ରଣ, ସମଜାତୀୟ ମିଶ୍ରଣ, ଯଥା ସୁନା ଓ ତମ୍ବାର ମିଶ୍ରଧାତୁ  । ତେଣୁ ସମଜାତୀୟ ମିଶ୍ର ଏକ ମିଶ୍ରଣ ଯେଉଁଥିରେ ଏହା ଉପାଦାନ ଗୁଡିକ ସମ୍ପୂର୍ଣ୍ଣ ରୂପେ ପରସ୍ପର ମିଶି ଯାଆନ୍ତି ଏବଂ ପ୍ରତ୍ୟକ ଅଂଶର ଗଠନ ସର୍ବତ୍ର ସମାନ  ।

ବିଭିନ୍ନ ପ୍ରକାର ସମଜାତୀୟ ମିଶ୍ରଣ

ମିଶ୍ରଣର ପ୍ରକାର

ବର୍ଣ୍ଣନା

ଉଦାହରଣ

କଠିନ + ତରଳ

କଠିନ ତରଳରେ ଦ୍ରବୀଭୂତ ହୋଇ ସ୍ଵଚ୍ଛ ଦ୍ରବଣ ପ୍ରସ୍ତୁତକରେ

ଜଳରେ ଚିନି ବା ଲୁଣ ଇଥାଇଲ୍ ଆଲକହଲରେ ଆଇଓଡିନ

ତରଳ + ତରଳ

ଏକ ସ୍ଵଚ୍ଛ ଦ୍ରବଣ ପ୍ରସ୍ତୁତକର

ଜଳ ଓ ଇଥାଇଲ୍ ଆଲକହଲର ମିଶ୍ରଣ

ଗ୍ୟାସ + ତରଳ

ଗ୍ୟାସ ତରଳରେ ସମ୍ପୂର୍ଣ୍ଣ ଦ୍ରବୀଭୂତ ହୋଇ ସ୍ଵଚ୍ଛ ଦ୍ରବଣ ପ୍ରସ୍ତୁତ କରେ

ସୋଡା ପାଣି, ମୃଦୁ ପାନୀୟ

ଗ୍ୟାସ + ଗ୍ୟାସ

ଦୁଇ ବ ତତ୍ତୋଧିକ ଗ୍ୟାସର ମିଶ୍ରଣ

ବାୟୁ

କଠିନ + କଠିନ

ମିଶ୍ରଧାତୁ

ବ୍ରୋଞ୍ଜ, ପିତ୍ତଳ

ବିଷମ ଜାତୀୟ ମିଶ୍ରଣ

ଯେଉଁ ମିଶ୍ରଣରେ ଉପାଦାନ ଗୁଡିକ ପରସ୍ପର ଅଲଗା ରୁହନ୍ତି ଓ ସର୍ବତ୍ର ସମାନ ନଥାନ୍ତି, ତାକୁ ବିଷମ ଜାତୀୟ ମିଶ୍ରଣ କୁହାଯାଏ  । ଏହି ମିଶ୍ରଣରେ ଗୋଟିଏ ପଦାର୍ଥ କ୍ଷୁଦ୍ର ଅଂଶ ବା କଣିକା ବା ଫୋଟକା ଅନ୍ୟ ଏକ ପଦାର୍ଥ ସହ ମିଶି ରହିଥାଏ  ।

ଉଦାହରଣ : ମାଟି ଜଳରେ ମିଶି ବିଷମ ଜାତୀୟ ମିଶ୍ରଣ ସୃଷ୍ଟିକରେ  ।

ବିଭିନ୍ନ ପ୍ରକାର ବିଷମ ଜାତୀୟ ମିଶ୍ରଣ

ମିଶ୍ରଣର ପ୍ରକାର

ବର୍ଣ୍ଣନା

ଉଦାହରଣ

ସସ୍ ପେନସନ

କଠିନ + ତରଳ

ଜଳରେ ଅଟା, ନଦୀବଢି ପାଣି

ଜେଲ୍

କଠିନରେ ତରଳ ମିଶିବା

ଫଳଜେଲି, ଅଗର ଜେଲ

ଇମୁଲସନ

ତରଳର କିଛି ଟୋପା ଅନ୍ୟ ତରଳରେ ମିଶ୍ରଣ

କ୍ଷୀର

ଏରୋସଲ

ତରଳର କ୍ଷୁଦ୍ର ଟୋପା ବା କଠିନରେ କଣିକା ଗ୍ୟାସରେ ମିଶିବା

ମେଘ, ଧୂଆଁ

ଫୋମ୍

ତରଳରେ ଗ୍ୟାସ ମିଶିଲେ ଛୋଟ ଛୋଟ ଫୋଟକା ତରଳରେ ସୃଷ୍ଟି ହୁଏ  । କଠିନରେ ଗ୍ୟାସ – ଗ୍ୟାସର ଫୋଟକା କଠିନରେ ମିଶିବ

ଖିଅର ହେବା ଫେଣ

 

 

ଥର୍ମୋକୋଲ

ଦ୍ରବଣ ଓ ଏହାର ଘନତା

ଯେତେବେଳେ ଗୋଟିଏ ବା ଅଧିକ ପଦାର୍ଥ (ଦ୍ରବ୍ୟ) ଅନ୍ୟ ଏକ ପଦାର୍ଥ (ଦ୍ରାବକ) ରେ ସମ୍ପୂର୍ଣ୍ଣରୂପେ ମିଶିଯାଏ ଏକ ଦ୍ରବଣ ସୃଷ୍ଟିହୁଏ  । ଦ୍ରବଣ କହିଲେ ଲୁଣ ବା ଚିନି ଜଳରେ ଦ୍ରବୀଭୂତ ହୋଇ ଦ୍ରବଣ ସୃଷ୍ଟି କରିବା ଆମେ ବୁଝୁ  । ପୃଥିବୀ ପୃଷ୍ଠର ଦୁଇ ତୃତୀୟାଂଶ ଦ୍ରବଣଦ୍ଵାରା ଆବୃତ୍ତ  । ସମୁଦ୍ର ଜଳ ଏକ ପ୍ରକାର ଦ୍ରବଣ  । ଏଥିରେ ଜଳ ଓ ଲୁଣ ଥାଏ  । ଏହି ସମୁଦ୍ର ଜଳରେ ଅମ୍ଳଜାନ, ଯବକ୍ଷାରଜାନ ଓ ଅଙ୍ଗାରକାମ୍ଳ ଦ୍ରବୀଭୂତ ହୋଇ ରହିଥାଏ  । ତେଣୁ ସାମୁଦ୍ରିକ ପ୍ରାଣୀ ଏହି ଦ୍ରବୀଭୂତ ଗ୍ୟାସକୁ ବ୍ୟବହାର କରି ବଞ୍ଚନ୍ତି  । କେତେକ ଦ୍ରବଣରେ ଦୁଇ ବା ତତ୍ତୋଧିକ ତରଳ ଥାଏ  । ଯଥା ଇଥାଇଲ୍ ଆଲକହଲ ଓ ଜଳ  ।

କଠିନ ପଦାର୍ଥ ତରଳରେ ଦ୍ରବୀଭୂତ ହୋଇ ଯେଉଁ ଦ୍ରବଣ ସୃଷ୍ଟିକରେ ସେଥିରେ ଦୁଇଟି ଅଂଶ ଥାଏ  ।

  • ଯେଉଁ କଠିନ ପଦାର୍ଥ ଦ୍ରବୀଭୂତ ହୁଏ ତାକୁ ଦ୍ରବଣ କୁହାଯାଏ  ।
  • ଯେଉଁ ତରଳରେ କଠିନ ପଦାର୍ଥ ଦ୍ରବୀଭୂତ ହୁଏ, ତାକୁ ଦ୍ରାବକ କୁହାଯାଏ  ।

କଠିନ ପଦାର୍ଥ କେବଳ ତରଳରେ ଦ୍ରବୀଭୂତ ହେବା ସୀମିତ ନୁହେଁ  । ତେଣୁ ଦ୍ରବଣରେ ଯେଉଁ ପଦାର୍ଥ ଅଧିକ ପରିମାଣର ଥାଏ ତାକୁ ଦ୍ରାବକ ଏବଂ ଯାହା କମ୍ କମ୍ ପରିମାଣ ଥାଏ ତାକୁ ଦ୍ରବଣ କୁହାଯାଏ  । ଯେତେବେଳେ ଏକ ପଦାର୍ଥ ଦ୍ରାବକରେ ଦ୍ରବୀଭୂତ ହୁଏ  । ଉକ୍ତ ଦ୍ରବଣ ସେହି ଦ୍ରବଣରେ ଦ୍ରବୀଭୂତ ହୁଏ ବୋଲି କୁହାଯାଏ  । ଯଦି ଦ୍ରବୀଭୂତ ହୁଏ ନାହିଁ, ତେବେ ତାକୁ ଅଦ୍ରବଣୀୟ କୁହାଯାଏ  ।

ଜଳ ବହୁତ ପଦାର୍ଥକୁ ଦ୍ରବୀଭୂତ କରିପାରୁଥିବାରୁ ଏହାକୁ ଉତ୍ତମ ଦ୍ରାବକ କୁହାଯାଏ  । କଳରେ ଏହି ପ୍ରକୃତି ଯୋଗୁଁ ବିଭିନ୍ନ ପ୍ରକାର ପଦାର୍ଥ ଜଳରେ ଦ୍ରବୀଭୂତ ହୋଇଥାଏ  । ତେଣୁ ଉଦ୍ଭିଦ ଜଳରେ ଦ୍ରବୀଭୂତ ଲବଣ ସଂଗ୍ରହ କରେ  । କିନ୍ତୁ ଏହି ପ୍ରକୃତି ସତ୍ତ୍ୱେ ଏହାର କେତେକ ଅସୁବିଧା ଅଛି, ଯଥା ଜଳ ସହଜରେ ସଂକ୍ରମିତ ହୋଇଥାଏ  । ତେଣୁ ଜଳକୁ ପାନୀୟ ଉପଯୋଗୀ କରିବା ଆବଶ୍ୟକ ପଡେ  ।

ଜଳ ବ୍ୟତୀତ କେତେକ ଜୈବ ପଦାର୍ଥକୁ ଦ୍ରବୀଭୂତକରେ  । ଇଥାଇଲ୍ ଆଲକହଲ ଓ ବେଞ୍ଜାମିନ ଏହି ଶ୍ରେଣୀର  ।

ଦ୍ରବଣର ଘନତା

ଯେତିକି ବସ୍ତୁତ୍ଵର ଦ୍ରବ ଏକ ନିର୍ଦ୍ଧିଷ୍ଟ ଆୟତନର ଦ୍ରବଣରେ ଥାଏ ତାକୁ ଘନତା କୁହାଯାଏ  । ଦ୍ରବଣର ଘନତାକୁ ଦ୍ରବର ବସ୍ତୁତ୍ଵର ଶତକଡାରେ ପ୍ରକାଶ କରାଯାଏ  । ୧୦୦ ଏକକ ବସ୍ତୁତ୍ଵର ଯେତିକି ଦ୍ରବରେ ବସ୍ତୁତ୍ଵ ଥାଏ, ତାକୁ ନିମ୍ନପ୍ରକାରରେ ପ୍ରକାଶ କରାଯାଏ  ।

ଗ୍ଲୁକୋଜର ୧୦% ଦ୍ରବଣ ଅର୍ଥ ୧୦୦ ଗ୍ରାମ ଦ୍ରବଣରେ ୧୦ ଗ୍ରାମ ଗ୍ଲୁକୋଜ, ୯୦ ଗ୍ରାମ୍ ଜଳରେ ଦ୍ରବୀଭୂତ  । ଏକ ଘନ ଦ୍ରବଣରେ ଦ୍ରବ ଅଧିକ ଥାଏ  ଏବଂ ଏକ ଲଘୁ ଦ୍ରବଣରେ ଦ୍ରବ କମ୍ ଥାଏ  ।

ତାପମାତ୍ରା ସ୍ଥିରରଖି ଯଦି ଦ୍ରବ ଦ୍ରାବକରେ କ୍ରମାଗତ ମିଶାଯାଏ, ତେବେ ଏପରି ଏକ ଅବସ୍ଥା ଆସିବ, ଯେତେବେଳେ ଆଉଅଧିକ ଦ୍ରବ ଦ୍ରବୀଭୂତ ହେବନାହିଁ  । ଏହାକୁ ପରିପୃକ୍ତ ଦ୍ରବଣ କୁହାଯାଏ  କିନ୍ତୁ ଯଦି ତାପମାତ୍ରା ବଢାଯାଏ, ଅଧିକ ଦ୍ରବ ଦ୍ରବୀଭୂତ ହେବ  ।

ଏକ ନିର୍ଦ୍ଧିଷ୍ଟ ତାପମାତ୍ରାରେ ପରିପୃକ୍ତ ଦ୍ରବଣରେ ଥିବା ଦ୍ରବର ଘନତାକୁ ସେହି ଦ୍ରବର ଉକ୍ତ ଦ୍ରାବକରେ ଦ୍ରବଣୀୟତା କୁହାଯାଏ  ।

ତୁମପାଇଁ କାମ

ଜଳରେ ଲୁଣର ୧୦ଗ୍ରା. ପ୍ରତି ଲିଟର ବସ୍ତୁତ୍ଵର ଦ୍ରବଣ ପ୍ରସ୍ତୁତ କରାଯାଉ  ।

  • ଏକ ଅଂଶାକିତ ଫ୍ଲାସ୍କରେ ଏହାର ଅଧା ପାତିତ ଜଳ ନିଆଯାଉ  ।
  • ଲୁଣର ୧୦ଗ୍ରାମ ଓଜନ ନିଆଯାଉ  ।
  • ଏକପାତ୍ରରେ ଥିବା ଜଳରେ ଲୁଣକୁ ଧୀରେଧୀରେ ଢଳାଯାଉ  ।
  • ଧୀରେ ପାତ୍ରଟିକୁ ହଲାଇ ଦିଆଯାଉ, ଯେପରି ସବୁଲୁଣ ଦ୍ରବୀଭୂତ ହେବ  ।
  • ଅଧିକ ପାତିତ ଜଳ ଫ୍ଲାସ୍କ ମଧ୍ୟକୁ ଢଳାଯାଇ ଯେପରି ଫ୍ଲାସ୍କର ମୁହଁ ପର୍ଯ୍ୟନ୍ତ ପୂରଣ ହେବ  । ଶେଷରେ ଫ୍ଲାସ୍କଟିକୁ ସାବଧାନତାର ସହ ହଲାଇ ଦିଅ ଯେପରି ଦ୍ରବଣଟି ସମ ଦ୍ରବଣ ହେବ  ।

ସସ୍ ପେନ୍ ସନ

ସହର ଓ ମଫସଲରେ ଶୀତଦିନେ କୁହୁଡି ସୃଷ୍ଟିହେବା ଏକ ସାଧାରଣ ଘଟଣା  । କୁହୁଡି କ’ଣ ? ଯେତେବେଳେ ଜଳର କ୍ଷୁଦ୍ର କଣିକା ଜଳରେ ଭାସେ, ତାକୁ କୁହୁଡି କୁହାଯାଏ  । କୁହୁଡି ଏକ ପ୍ରକାର ଦ୍ରବଣ  । ବହୁତ ପଦାର୍ଥ ଅଛି ଯେଉଁଗୁଡିକ ପରସ୍ପର ମିଶନ୍ତି ନାହିଁ  । ଦ୍ରବୀଭୂତ ହୁଅନ୍ତି ନାହିଁ   । କେତେକ ତରଳ ମଧ୍ୟ ପରସ୍ପର ମିଶନ୍ତି ନାହିଁ  । ଏହି ପ୍ରକାର ମିଶିବା ଦ୍ଵାରା ବିଷମ ଜାତୀୟ ମିଶ୍ରଣ ସୃଷ୍ଟି ହୁଏ, ମାଧ୍ୟମରେ ଭାସବମାନ କିମ୍ବା ବିଚ୍ଛୁରିତ କଣିକା ଆକାର ଉପରେ ବିଷମଜାତୀୟ ମିଶ୍ରଣକୁ କଲଏଡସ୍ ବା ସସ୍ ପେନ୍ ସନରେ ବିଭକ୍ତି କରାଯାଏ  ।

ସସ୍ ପେନ୍ ସନ : ଦ୍ରାବକରେ ଅଦ୍ରବଣୀୟ କ୍ଷୁଦ୍ରାକାର କଣିକା ଗୁଡିକ ଖାଲିଆଖିକୁ ଦେଖା ଯାଆନ୍ତି ନାହିଁ  । ଏହି କଣିକା ଗୁଡିକ ସସ୍ ପେନ୍ ସନ ଗଠନ କରନ୍ତି  । କଲଏଡରେ କଣିକା ଗୁଡିକର ଆକାର ୧ରୁ ୧୦୦୦ ନାନୋମିଟର କିନ୍ତୁ ସସ୍ ପେନ୍ ସନର କଣିକାର ଏହାଠାରୁ ବଡ  । ଅର୍ଥାତ୍ ୧୦୦୦ ନାନୋମିଟରରୁ  ବଡ  । ଯେତେବେଳେ ପାଣିରେ ଅଟା ମିଶାଯାଏ ଏହାଜଳରେ ଦ୍ରବୀଭୂତ ହୁଏନାହିଁ  ଏହା ଏକ ସ୍କରୀ ପ୍ରସ୍ତୁତ କରେ  ଯାହାକୁ ସସ୍ ପେନ୍ ସନ କୁହାଯାଏ  । ଯଦି ଅଟାରେ ଅଳ୍ପପାଣି ଢଳାଯାଏ  । ୨୦୦ ଗ୍ରାମ୍ ଓ ୧୦୦ ଗ୍ରାମ୍ ଜଳ  । ତେବେ ଆମେ ରୁଟି କରିବାପାଇଁ ଅଟାଗୁଲା ପାଉ  । କାଦୁଅ ଜଳ ସସ୍ ପେନ୍ ସନର ଅଟେ  । ସସ୍ ପେନ୍ ସନକୁ ବିନା ବାଧାରେ ରଖିଦେଲେ ବିଚ୍ଛୁରିତ କଣିକା ଗୁଡିକ ତଳେ ବସିଯାଏ  । ଚିକିତ୍ସା ବିଜ୍ଞାନରେ ସସ୍ ପେନ୍ ସନ ରେ ବହୁତ ଆବଶ୍ୟକତା ଅଛି  । ଉଦାହରଣ, ବେରିୟମ ସଲଫେଟ (ଜଳରେ ଅଳ୍ପ, ଦ୍ରବଣୀୟ) ଏକ ଅସ୍ଵଚ୍ଛ ମାଧ୍ୟମ ଅଟେ  । ଏହା ରୋଗ ନିରୂପୀତ X – ray ପାଇଁ ବ୍ୟବହୃତ ହୁଏ  । ଯେଉଁ ଔଷଧ ଜଳରେ ଦ୍ରବଣୀୟ ନୁହେଁ, ତାକୁ ସସ୍ ପେନ୍ ଆକାରରେ ଦିଆଯାଏ, ଯଥା ପେନସିଲିନ, ଆମେକ୍ସିଲିନ ଇତ୍ୟାଦି  ।

ତୁମପାଇଁ କାମ

ଏକ ସସ୍ ପେନ୍ ସନ ପ୍ରସ୍ତୁତ କର  ।

ଆବଶ୍ୟକ ପଦାର୍ଥ : ଅଟା ଏକକପ୍, ଜଳ ୧ ଗ୍ଲାସ (୨୫୦ ମି.ଲି.) ଏବଂ ଚାମଚ  ।

କିପରି ପ୍ରସ୍ତୁତ କରିବ ?

ଏକ ଗ୍ଲାସରେ ଜଳନେଇ ଅଟା ଢାଳି ଚାମଚ ସାହାଯ୍ୟରେ ଘାଣ୍ଟ  । ଏହାକୁ କିଛି ସମୟ ସ୍ଥିର ରକ୍ଷା, ତୁମେ ଏକ ସସ୍ ପେନ୍ ସନ ବା ଦ୍ରବଣ ପାଇଲ  । ପର୍ଯ୍ୟବେକ୍ଷଣ କର  । ତୁମ ଉତ୍ତରର କାରଣ ଦର୍ଶାଅ  । ଅତିକମ୍ ରେ ଗୋଟିଏ କାରଣ ଲେଖ  ।

ମିଶ୍ରଣର ପୃଥକୀ କରଣ

ଚାଉଳ ବା ଅଟାରୁ ଅଦରକାରୀ ପଦାର୍ଥକୁ ଅଲଗା କରିବାର ତୁମେ ଦେଖିଥିବ  । ଏଥିରେ ବିଷମଜାତୀୟ ମିଶ୍ରଣରୁ ଭୌତିକ ଉପାୟରେ ବିଶୁଦ୍ଧ ପଦାର୍ଥକୁ ଅଲଗା କରାଯାଏ  । ଚିନିପାଣି ବା ଲୁଣ ପାଣିରୁ ଆମେ ପାତନ ବା ଉତ୍ତପ୍ତ କରି ଚିନି ବା ଲୁଣ ଅଲଗା କରୁ  । ମିଶ୍ରଣରେ ଥିବା ପଦାର୍ଥଗୁଡିକର ଭୌତିକ ଧର୍ମରେ ପାର୍ଥକ୍ୟ ହେତୁ ଅଲଗା କରିବା ସହଜ ହୁଏ  । ନିମ୍ନ ଘଟଣା ଦ୍ୱୟ ମିଶ୍ରଣର ପୃଥକୀକରଣ ପାଇଁ ବ୍ୟବହୃତ ହୁଏ  ।

ପୃଥକୀକରଣ କାହାଳୀ ଦ୍ଵାରା ପୃଥକୀ କରଣ

ଏକ ପୃଥକୀ କରଣ କାହାଳୀ ଦ୍ଵାରା ଦୁଇଟି ଅମିଶ୍ରଣୀୟ ମିଶ୍ରଣରୁ ଉପାଦାନ ଗୁଡିକୁ ପୃଥକ କରିହେବ  । ମିଶ୍ରଣକୁ ଫନେଲ ମଧ୍ୟରେ ସ୍ଥିରଭାବରେ କିଛି ସମୟ ରଖାଯାଏ  । ଯେତେବେଳେ ତରଳର ଦୁଇଟି ସ୍ତର ପୃଥକ ହୁଏ ସେତେବେଳେ ଘନତରଳକୁ ଫନେଲର ଷ୍ଟପକକ୍ ଖୋଲି ତଳପଟେ ସଂଗ୍ରହ କରାଯାଏ  ।

ବାଷ୍ପୀକରଣ ଦ୍ଵାରା ପୃଥକୀକରଣ

ଦ୍ରବଣକୁ ଉତ୍ତପ୍ତକରି ତରଳ ଓ କଠିନ ପଦାର୍ଥକୁ ବାଷ୍ପୀକରଣ ଦ୍ଵାରା ଦ୍ରବଣରୁ ଅଲଗା କରାଯାଏ  । ବାଷ୍ପୀକରଣ ଦ୍ଵାରା କଠିନ ପଦାର୍ଥକୁ କଠିନ ବା ଗୁଣ୍ଡ ଆକାରରେ ସଂଗ୍ରହ କରାଯାଏ  । ଦ୍ରାବକଟି ଯଦି ଦହନଶୀଳ ହୋଇଥାଏ, ତେବେ ଉତ୍ତପ୍ତ କରିବା ପାଇଁ ତୁମେ ଶୀଖା ପରିବର୍ତ୍ତେ ବିଦ୍ୟୁତଶକ୍ତି ବ୍ୟବହାର କରିପାରିବ କିମ୍ବା ତେଲ ବା ଗରମ ବାଷ୍ପ  । ସମୁଦ୍ର ଜଳରୁ ବାଷ୍ପୀଭବନ ଦ୍ଵାରା ଲୁଣକୁ ଅଲଗା କରାଯାଏ  ।

ପରିଶ୍ରବଣ ଦ୍ଵାରା ପୃଥକୀ କରଣ

ବିଷମଜାତୀୟ ମିଶ୍ରଣରେ କଠିନ ପଦାର୍ଥକୁ ତରଳରୁ ସହଜରେ ଅଲଗା କରିହୁଏ, ଏଥିରେ କଠିନ ପଦାର୍ଥ ଫିଲ୍ଟର  କାଗଜର ଉପରେ ଆବଶେଷରୁପେ ରହିଯାଏ ଏବଂ ତରଳ ପଦାର୍ଥ ପରିଶ୍ରୁତି ଆକାରରେ ସଂଗୃହୀତ ହୁଏ  । ଶିଳ୍ପକ୍ଷେତ୍ରରେ ଏହା ବହୁଳ ଭାବରେ ବ୍ୟବହୃତ ହୁଏ  ।

ସ୍ପଷ୍ଟିକରଣ ଦ୍ଵାରା ପୃଥକୀକରଣ

ଏକ ଦ୍ରବଣରୁ କଠିନ ପଦାର୍ଥକୁ ତରଳରୁ ସ୍ପଟିକ ଆକାରରେ ସଂଗ୍ରହ କରାଯାଏ  ।ଯେତେବେଳେ ଗାଢତା ଯଥେଷ୍ଟ ହୁଏ, ସେତେବେଳେ ବାଷ୍ପୀଭବନକୁ ବନ୍ଦ କରିଦିଆଯାଏ  ଏବଂ ଏହି ଦ୍ରବଣକୁ ଧୀରେ ଧୀରେ ଥଣ୍ଡା କରାଯାଏ ଏବଂ ସ୍ପଟିକକୁ ଅଲଗା କରାଯାଏ  । ଚିନିର ଘନ ଦ୍ରବଣରୁ ମିଶ୍ରିକୁ ଏହି ପଦ୍ଧତିରେ ଅଲଗା କରାଯାଏ  ।

ପାତନ ପ୍ରଣାଳୀରେ ପୃଥକୀକରଣ

ପାତନ ପ୍ରଣାଳୀ ଦ୍ଵାରା ସମଜାତୀୟ ଦ୍ରବଣରେ ମିଶ୍ରଣରୁ ତରଳକୁ  ଅଲଗା କରାଯାଏ  । ଏଥିରେ ତରଳକୁ ପାତନ ପାତ୍ରରେ ଉତ୍ତପ୍ତ କରାଯାଏ  । ଉତ୍ତପ୍ତ ବାଷ୍ପ ଏକ ଶୀତଳୀକରଣ ନଳୀ ଦେଇ ଗତିକରି ଥଣ୍ଡା ହୁଏ ଏବଂ ପାତିତ ପଦାର୍ଥ ଆକାରରେ ସଂଗୃହୀତ ହୁଏ  ।

ଦୁଇଟି ମିଶ୍ରଣୀୟ ମିଶ୍ରଣକୁ ଅଲଗା କରିବାକୁ ହେଲେ, ସେ ଦୁଇଟିର ସ୍ଫୁଟନାଙ୍କ ମଧ୍ୟରେ ଅଧିକ ପାର୍ଥକ୍ୟ ଥିବା ଆବଶ୍ୟକ  ।

ଚୁମ୍ବକୀୟ ପ୍ରଣାଳୀରେ ପୃଥକୀକରଣ

ପଦାର୍ଥକୁ ମିଶ୍ରଣରୁ ଅଲଗା କରିବା ପାଇଁ ଏକ ଚୁମ୍ବକ ଆବଶ୍ୟକ   ।

ଉଦାହରଣ : ବାଲି, ଚିନି, କରତ ଗୁଣ୍ଡ ପ୍ରଭୃତିରେ ଲୁହାର ଛୋଟ ଖଣ୍ଡରେ ଚୁମ୍ବକୀୟ ପ୍ରଣାଳୀରେ ଅଲଗା କରିହେବ  ।

ଶିଳ୍ପ କ୍ଷେତ୍ରରେ ଅଚୁମ୍ବକୀୟ ପଦାର୍ଥରୁ ଚୁମ୍ବକୀୟ ପଦାର୍ଥକୁ ଅଲଗା କରିବା ପାଇଁ ବିଦ୍ୟୁତ ଚୁମ୍ବକ ବ୍ୟବହାର କରାଯାଏ  ।

ତୁମପାଇଁ କାମ

ଲୁହା ଗୁଣ୍ଡ ଓ ଚିନିର ମିଶ୍ରଣରୁ ଲୁହା ଗୁଣ୍ଡର ପୃଥକୀକରଣ :

ଆବଶ୍ୟକ ପଦାର୍ଥ :  ଚିନି, ଲୁହାଗୁଣ୍ଡ ଓ ଚୁମ୍ବକ

କିପରି କରିବେ ?

ଚିନି ଦାନା ଓ ଲୁହାଗୁଣ୍ଡକୁ ମିଶାଇ ଖଣ୍ଡେ କାଗଜ ଉପରେ ବିଛାଇ ଦିଆଯାଉ  । ଖଣ୍ଡେ ଚୁମ୍ବକକୁ ମିଶ୍ରଣ ନିକଟକୁ ନିଆଗଲେ, ଲୁହାଗୁଣ୍ଡା ଗୁଡିକ ଆକର୍ଷିତ ହୋଇ ଚୁମ୍ବକରେ ଲାଗିଯିବ  । ଲୁହାଗୁଣ୍ଡକୁ ଚୁମ୍ବକରୁ ପୋଛି ଅଲଗା କରାଯାଉ  । ଏହି ପ୍ରକ୍ରିୟା ବାରମ୍ବାର କଲେ ଲୁହାଗୁଣ୍ଡ ଅଲଗା ହେବ  ।

ତୁମପାଇଁ କାମ

ସୌର ଶକ୍ତି ବ୍ୟବହାର କରି ପାତନ ପ୍ରଣାଳୀରେ କାଦୁଅ ଜଳରୁ ଜଳକୁ ଅଲଗା କରିବା ପ୍ରଣାଳୀ :

ଆବଶ୍ୟକ ପଦାର୍ଥ :

ଏକ ବଡପାତ୍ର, ସାନ କାଚଗ୍ଲାସ, ପ୍ଲାଷ୍ଟିକ ଆବରଣ, ୯-୧୦ଟି ମାର୍ବଲ ଖଣ୍ଡ, ଛୋଟ ପଥର, ସେଲୋଟେପ ଏବଂ ଏକ ଲିଟର କାଦୁଅ ଜଳ  ।

କିପରି କରିବ :

  • ଏକ ବଡ ପାତ୍ରରେ କାଦୁଅ ଜଳନେଇ ଏହାର କେନ୍ଦ୍ରରେ ଏକ ଗ୍ଲାସ ରଖାଯାଉ  । ଗ୍ଲାସ ଭିତରେ ତଳେ ଛୋଟ କେତେ ଖଣ୍ଡ ମାର୍ବଲ ଗ୍ଲାସକୁ ସ୍ଥିର ରଖିବା ପାଇଁ କରାଯାଉ  ।
  • ପ୍ଲାଷ୍ଟିକ ଆବରଣକୁ ପାତ୍ରରେ ଆବରଣ କରାଯାଉ ଯେପରି ଏହା ବେଶୀ ଦୃଢ ହେବ ନାହିଁ  । ସେଲୋଟେପ୍ ଦ୍ଵାରା ପ୍ଲାଷ୍ଟିକ ଆବରଣକୁ ଠିକ୍ ରଖି ପାରିବ  ।
  • ଛୋଟ ମାର୍ବଲଖଣ୍ଡକୁ ପ୍ଲାଷ୍ଟିକ ଆବରଣ ମଝିରେ ରଖାଯାଉ, ଯେପରି ତାହା ଗ୍ଲାସଦ୍ଵାରା ଜଳ ସଂଗ୍ରହ କରିବା ପାଇଁ ସୁବିଧା ହେବ  । ପ୍ଲାଷ୍ଟିକ ଆବରଣ ଗ୍ଲାସକୁ ସ୍ପର୍ଶ କରିବା ଠିକ୍ ନୁହେଁ  ।
  • ପାତ୍ରଟିକୁ ଦୀର୍ଘ ସମୟ ଧରି ସୂର୍ଯ୍ୟାଲୋକରେ ରଖିଲେ ଜଳୀୟ ବାଷ୍ପ ଶୀତଳ ହୋଇ ପାଶତିକ ଆବରଣରେ ରହିବ ଏବଂ ଛୋଟ ଗ୍ଲାସରେ ଜଳ ବିନ୍ଦୁ ବିନ୍ଦୁ ହୋଇ ପଡିବ  ।

ଏହି ସୋଲାର ଷ୍ଟିଲ ଦ୍ଵାରା କାଦୁଅ ଜଳରୁ ପ୍ରାକୃତିକ ଉପାୟରେ ବାଷ୍ପୀଭବନ ଓ ଶୀତଳୀକରଣ କରି ପରିଷ୍କୃତ ଜଳ ସଂଗ୍ରହ କରାଯାଏ  । ପାତ୍ରରେ ରଖାଯାଇଥିବା କାଦୁଅ ଜଳ ସୂର୍ଯ୍ୟାଲୋକ ଦ୍ଵାରା ଉତ୍ତପ୍ତ ହୋଇ ଜଳୀୟ ବାଷ୍ପ ହୁଏ ଏବଂ କାଦୁଅ ତଳେ ବସିଯାଏ  । ଜଳୀୟ ବାଷ୍ପ, ପ୍ଲାଷ୍ଟିକ ଆବରଣକୁ ସ୍ପର୍ଶ କରିବା ଦ୍ଵାରା ଶୀତଳୀକୃତ ହୁଏ କାରଣ ପ୍ଲାଷ୍ଟିକ ଆବରଣ ପାତ୍ରରେ ବାହାର ପଟରେ ଥାଏ  । ପାତ୍ରରେ ସଂଗୃହୀତ ଜଳ ପରିଷ୍କାର କିନ୍ତୁ ପାନୀୟ ଉପଯୋଗୀ ନୁହେଁ  ।

ତୁମେ କ’ଣ ଶିଖିଲ

  • ଯାହାର ବସ୍ତୁତ୍ଵ ଅଛି ଓ ସ୍ଥାନ ଅଧିକାର କରେ ତାକୁ ପଦାର୍ଥ କୁହାଯାଏ  । ଏହାକୁ ମାପ କରି ହେବ  ।
  • ପଦାର୍ଥର ୩ଟି ଅବସ୍ଥା ଯଥା – କଠିନ, ତରଳ ଓ ଗ୍ୟାସୀୟ ଅବସ୍ଥାରେ ରହିପାରେ  ।
  • ତାପ ବା ଚାପ ପ୍ରଭାବରେ ପଦାର୍ଥ ଗୋଟିଏ ଅବସ୍ଥାରୁ ଅନ୍ୟ ଅବସ୍ଥାକୁ ପରିବର୍ତ୍ତିତ ହୋଇପାରେ  ।
  • କଠିନ ପଦାର୍ଥର ନିର୍ଦ୍ଧିଷ୍ଟ ଆକୃତି ଅଛି ଯାହାକି ନିଜ ଇଚ୍ଛାନୁସାରେ ପରିବର୍ତ୍ତିତ ହୋଇପାରେ ନାହିଁ  ।
  • ତରଳର ନିର୍ଦ୍ଧିଷ୍ଟ ଆକୃତି ନାହିଁ,  ଏହା ଯେଉଁ ପାତ୍ରରେ ରହେ ତାହାର ଆକାର ଧାରଣ କରେ  ।
  • ଗ୍ୟାସୀୟ ପଦାର୍ଥର ନିର୍ଦ୍ଧିଷ୍ଟ ଆକୃତି ବା ଆୟତନ ନାହିଁ, ଏହା ରହିଥିବା ପାତ୍ରର ସମସ୍ତ ଅଂଶଅଧିକାର କରେ  ।
  • ଗଠନ ଦୃଷ୍ଟିରୁ ପଦାର୍ଥକୁ ମୌଳିକ, ଯୌଗିକ ବା ମିଶ୍ରଣରେ ବିଭକ୍ତ କରାଯାଏ  ।
  • ପଦାର୍ଥର ମୂଳ ଉପାଦାନ ମୌଳିକ ପଦାର୍ଥ ଯାହାକି ରାସାୟନିକ ପ୍ରକ୍ରିୟାରେ ସରଳ ପଦାର୍ଥରେ ଭାଙ୍ଗି ହେବ ନାହିଁ  ।
  • ଦୁଇ ବା ତତ୍ତୋଧିକ ମୌଳିକ ପଦାର୍ଥରୁ ଯୌଗିକ ପଦାର୍ଥ ରାସାୟନିକ ପଦ୍ଧତିରେ ଏକ ନିର୍ଦ୍ଧିଷ୍ଟ ଅନୁପାତରେ ସୃଷ୍ଟି ହୁଏ  ।
  • ତାପମାତ୍ରା ଓ ଚାପ ପଦାର୍ଥର ଅବସ୍ଥା ଉପରେ ପ୍ରଭାବ ପକାଇଥାଏ  ।
  • ବସ୍ତୁର ପ୍ରକୃତି ଉପରେ ନିର୍ଭର କରି ବହୁ ସଂଖ୍ୟକ ମିଶ୍ରଣ ପ୍ରସ୍ତୁତ ହୋଇପାରେ  ।
  • ସମଜାତୀୟ ମିଶ୍ରଣରେ ପଦାର୍ଥଗୁଡିକ ପୁରାପୁରି ମିଶିଯାଇଥାଆନ୍ତି  ଏବଂ ଏଗୁଡିକ ଅଲଗା କରିହେବ ନାହିଁ  । ଏହି ମିଶ୍ରଣକୁ ଦ୍ରବଣ କୁହାଯାଏ  ।
  • ବିଷମ ଜାତୀୟ ମିଶ୍ରଣରେ ପଦାର୍ଥ ଗୁଡିକ ଅଲଗା ରହିଯାଆନ୍ତି ଏବଂ ଗଠନ ଦୃଷ୍ଟିରୁ ଏଗୁଡିକ ସ୍ଵତନ୍ତ୍ର ନୁହନ୍ତି  ।
  • ସସ୍ ପେନ୍ ସନ ଏକ ବିଷମଜାତୀୟ ମିଶ୍ରଣ  । ଏଥିରେ ବିଚ୍ଛୁରିତ କଣିକା ଗୁଡିକ ବାରିହୋଇ ଜଣା ଯାଆନ୍ତି  ।
ମିଶ୍ରଣରୁ ପଦାର୍ଥକୁ ପୃଥକ କରିବା ଏବଂ ଏହାକୁ ବିଶୁଦ୍ଧ କରିବାପାଇଁ ବିଭିନ୍ନ ପଦ୍ଧତି ଅଛି  । ଏଗୁଡିକ ହେଲା ଛାଣିବା, ସ୍ଫଟିକିକରଣ କରିବା ଏବଂ ପାତନ   ।

ଆଧାର : ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate