ହୋମ / ଶକ୍ତି / ଶକ୍ତି ପ୍ରୟୋଗ / ଆମ ଚତୁର୍ପାର୍ଶ୍ୱର ପଦାର୍ଥ(ପରମାଣୁ ଓ ଅଣୁ )
ସେଆର କରନ୍ତୁ

ଆମ ଚତୁର୍ପାର୍ଶ୍ୱର ପଦାର୍ଥ(ପରମାଣୁ ଓ ଅଣୁ )

ପରମାଣୁ ଓ ଅଣୁ ର ସୂଚନା

ପରମାଣୁ ଓ ଅଣୁ

ଖ୍ରୀଷ୍ଟପୂର୍ବ ୫୦୦ ମସିହାରେ ପଦାର୍ଥର ବିଭାଜନ ବିଷୟରେ ଭାରତରେ ଦାର୍ଶନିକ ମହର୍ଷି କଣାଦ ତାଙ୍କର ବୈଷୟିକ ଦର୍ଶନ ଶାସ୍ତ୍ରରେ ବିଚାର ବିମର୍ଷ କରିଥିଲେ  । ସେ କହିଥିଲେ ପଦାର୍ଥକୁ ଯଦି ଆମେ ଭାଙ୍ଗି ଦେବା, ତେବେ ଆମେ କ୍ଷୁଦ୍ର ଠାରୁ କ୍ଷୁଦ୍ର ପାଇଚାଲିଥିବା  । ଏପରି ଏକ ଅବସ୍ଥା ଆସିବ ଯେତେବେଳେ ଆଉ ବିଭାଜନ ସମ୍ଭବ ନୁହେଁ  । ଏହି କଣିକା ଗୁଡିକୁ ସେ ପରମାଣୁ କହିଲେ  । ଏହି ଧାରଣାକୁ ଆଉଜଣେ ଭାରତୀୟ ଦାର୍ଶନିକ ପକୁଧା କାତ୍ୟାୟନ ବିଶ୍ଳେଷଣ କଲେ ଏବଂ କହିଲେ ଯେ କଣିକା ଗୁଡିକ ଏକତ୍ରିତ ହୋଇ ବିଭିନ୍ନ ପ୍ରକାର ପଦାର୍ଥ ଗଠନ କରନ୍ତି  ।

ଠିକ୍ ସେହି ସମୟରେ ପୁରାତନ ଗ୍ରୀକ୍ ଦାର୍ଶନିକ ପ୍ଲୁଟୋ ଏବଂ Leucippus ଦର୍ଶାଇଲେ ଯେ ଆମେ ଯଦି ପଦାର୍ଥକୁ ଭାଙ୍ଗି ଭାଙ୍ଗି ନେବା, ଏପରି ଏକ ଅବସ୍ଥା ଆସିବ ଯେତେବେଳେ କଣିକା ଗୁଡିକର ବିଭାଜନ ଆଉ ସମ୍ଭବ ହେବ ନାହିଁ  । ଡେମୋକ୍ରିଟସ ଏହି କଣିକା ଗୁଡିକୁ ପରମାଣୁ କହିଲେ, ଯାହାର ଅର୍ଥ ହେଉଛି ଆଉ ଭାଗହୋଇପାରିବ ନାହିଁ  । ଏହି ଧାରଣା ଦାର୍ଶନିକ ତତ୍ତ୍ଵ ଉପରେ ପର୍ଯ୍ୟବେଶିତ  । ୧୮୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଏହି ଧାରଣାର ପରୀକ୍ଷାମୂଳକ କାର୍ଯ୍ୟ ଆଗେଇ ପାରିଲା ନାହିଁ  । କିନ୍ତୁ ଆଜି ଆମେ ପରମାଣୁ କ’ଣ ଓ ପଦାର୍ଥର ପ୍ରକୃତି ବିଷୟରେ ପରମାଣୁ କିପରି ଦାୟୀ ଆମେ ଜାଣିପାରୁଛେ  ।

ଏହି ଅଧ୍ୟାୟରେ ଆମେ ପରମାଣୁ, ଅଣୁ, ପରମାଣବିକ ବସ୍ତୁତ୍ଵ, ଆଣବିକ ବସ୍ତୁତ୍ଵ, ମୋଲଧାରଣା, ମୋଲାର ବସ୍ତୁତ୍ଵ ବିଷୟରେ ପଢିବା  । ରାସାୟନିକ ସମୀକରଣ କିପରି ଲେଖାଯାଏ ଜାଣିବା  ।

ଉଦ୍ଦେଶ୍ୟ

  • ବସ୍ତୁତ୍ଵ ସଂରକ୍ଷଣ ନିୟମ ଓ ସ୍ଥିର ବସ୍ତୁତ୍ଵ ନିୟମ ଉଲ୍ଲେଖ କର
  • ଡାଲଟନଙ୍କ ପରମାଣବିକ ତତ୍ତ୍ଵର ପ୍ରାଧାନ୍ୟ
  • ପରମାଣୁ ଓ ଅଣୁ ମଧ୍ୟରେ ପାର୍ଥକ୍ୟ
  • ସମସ୍ଥାନୀକ ବସ୍ତୁତ୍ଵ, ପରମାଣବିକ ବସ୍ତୁତ୍ଵ ଓ ଆଣବିକ ବସ୍ତୁତ୍ଵର ସଜ୍ଞା  ।
  • ମୋଲ ଧାରଣା ଓ ମୋଲାର ବସ୍ତୁତ୍ଵ
  • ସୂତ୍ର ସାହାଯ୍ୟରେ କେତେକ ଅଣୁର ପ୍ରଦର୍ଶନ
  • ରାସାୟନିକ ପ୍ରତିକ୍ରିୟାରେ ମୋଲର ଧାରଣା ଏବଂ ପ୍ରତିକାରକର ବସ୍ତୁତ୍ଵ ଓ ଉତ୍ପାଦର ବସ୍ତୁତ୍ଵ ମଧ୍ୟରେ ସମ୍ପର୍କ
  • ଉପରୋକ୍ତ ଧାରଣର ଆଧାରରେ କେତେକ ସରଳ ପ୍ରଶ୍ନର ସମାଧାନ

ରାସାୟନିକ ସଂଯୋଗର ନିୟମ

୧୮୦୦ ଖ୍ରୀଷ୍ଟାବ୍ଦପରେ ରାସାୟନିକ ଦ୍ରୁତ ଅଭିବୃଦ୍ଧି ଘଟିଛି  । ଅଗ୍ନିର ପ୍ରକୃତି ଓ ପଦାର୍ଥ କିପରି ଜଳେ, ସେଥିରୁ ବିଜ୍ଞାନ ଅଗ୍ରଗତି କଲା  । ରାସାୟନିକ ସମତୁଲର ସଠିକ ବ୍ୟବହାର ହେତୁ ରାସାୟନିକ ପ୍ରତିକ୍ରିୟାରେ ସୃଷ୍ଟି ହେଉଥିବା ବସ୍ତୁତ୍ଵ ବିଜ୍ଞାନର ଉନ୍ନତିକୁ ତ୍ୱରାନ୍ୱିତ କରିଛି  । ଫ୍ରେଞ୍ଚ ରସାୟନବିତ୍ ଆଣ୍ଟୋନୀ ଲାଭୋସାୟର ରାସାୟନିକ ପ୍ରତିକ୍ରିୟା ଜାଣିବା ପାଇଁ ସମତୁଲ ପ୍ରକ୍ରିୟା ଆରମ୍ଭ କରିଥିଲେ  ।

ଏକ ଆବଦ୍ଧ ଫାସ୍କ ମଧ୍ୟରେ ଥିବା ବାୟୁରେ ପାରଦକୁ ଉତ୍ତପ୍ତକଲେ ବହୁଦିନପରେ ପାରଦ ଆକ୍ସାଇଡ ଉତ୍ପନ୍ନ ହେଲା  । ବାୟୁର ବସ୍ତୁତ୍ଵ କମିଗଲା ଏବଂ ଅବଶିଷ୍ଟ ବାୟୁ ଜୀବନ ଓ ଦହନକୁ ସାହାଯ୍ୟ କଲାନାହିଁ  । ଅବଶିଷ୍ଟ ଥିବା ଗ୍ୟାସ ଯବକ୍ଷାରଜାନ ବୋଲି ଚିହ୍ନିତ ହେଲା  । ପାରଦ ସହ ଯେଉଁ ଗ୍ୟାସ ମିଶିଲା ତାହା ଅମ୍ଳଜାନ ଅଟେ  । ସେ ପୁନଶ୍ଚ ଏକ ନିର୍ଦ୍ଧିଷ୍ଟ ଓଜନର ପାରଦ ଅକ୍ସାଇଡ ନେଇ ପରୀକ୍ଷା କଲେ  । ଅତି ଉଚ୍ଚ ତାପରେ ଉତ୍ତପ୍ତ କଲାପରେ  । ଯେଉଁ ଲାଲ ରଙ୍ଗ ପାରଦ ଅକ୍ସାଇଡ ମିଳିଲା ତାହା ପାରଦ ଓ ଅମ୍ଳଜାନରେ ପରିଣତ ହେଲା  । ସେ ଉଭୟ ପାରଦ ଓ ଅମ୍ଳଜାନକୁ ଓଜନ କଲେ ଏବଂ ଦେଖିଲେ ଯେ ଏହି ଉଭୟର ବସ୍ତୁତ୍ଵ, ନିଆଯାଇଥିବା ପାରଦ ଅକ୍ସାଇଡର ବସ୍ତୁତ୍ଵ ସହ ସମାନ । ଶେଷରେ ଲାଭୋସିୟର ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ରାସାୟନିକ ପ୍ରତିକ୍ରିୟାରେ ଭାଗ ନେଉଥିବା ପ୍ରତିକାରକ ଗୁଡିକର ବସ୍ତୁତ୍ଵ, ଉତ୍ପାଦର ବସ୍ତୁତ୍ଵ ସହ ସମାନ  । ଏହାକୁ ବସ୍ତୁତ୍ଵ ସଂରକ୍ଷଣ ନିୟମ କୁହାଯାଏ  ।

ବୈଜ୍ଞାନିକମାନେ ପ୍ରତିକାରକ ଓ ଉତ୍ପାଦର ବସ୍ତୁତ୍ଵର ସଠିକ ମାପ ନିର୍ଣ୍ଣୟ କଲାପରେ ବିଜ୍ଞାନର ଦୃତ ଅଭିବୃଦ୍ଧି ଘଟିଲା  । ଫ୍ରେଞ୍ଚ ରସାୟନବିତ୍ତ Claude Berthollet ଏବଂJoseph Proust ଦୁଇଟି ମୌଳିକକୁ  ସେମାନଙ୍କର ନିର୍ଦ୍ଧିଷ୍ଟ ବସ୍ତୁତ୍ଵ ଅନୁପାତରେ ମିଶାଇ ଏକ ଯୌଗିକ ଗଠନକଲେ  । ୧୮୦୮ ମସିହାରେ Proust କଲେ Fundamental of definite or constant proportions  ।

(ନିର୍ଦ୍ଧିଷ୍ଟ ସ୍ଥିରାନୁପାତ ନିୟମ)

ଯେକୌଣସି ମୂଳ ଯୌଗିକ ବସ୍ତୁ ଯେକୌଣସି ପ୍ରକାରରେ ପ୍ରସ୍ତୁତ ହେଉନାକାହିଁକି, ଏହା ଏକ ନିର୍ଦ୍ଧିଷ୍ଟ ରାସାୟନିକ ଯୌଗିକରେ ଭାଗନେଇଥିବା ମୌଳିକ ବସ୍ତୁ ଗୁଡିକର ବସ୍ତୁତ୍ଵର ଅନୁପାତ ସ୍ଥିର  ।

ଉଦାହରଣ : ଯେକୌଣସି ସ୍ଥାନରୁ ଜଳନେଇ ଦେଖାଯିବ ଉଦଜାନ ଓ ଅମ୍ଳଜାନର ବସ୍ତୁତ୍ଵର ଅନୁପାତ ୧:୮  । ଅନ୍ୟ ଅର୍ଥରେ କହିଲେ ଜଳକୁ କୂଅ, ପୋଖରୀ କିମ୍ବା ନଦୀରୁ ନେଲେ ବିଶୁଦ୍ଧଜଳରେ ୧୧.୧୧% ଉଦଜାନ ୮୮.୮୯% ଅମ୍ଳଜାନରେ ବସ୍ତୁତ୍ଵ ଅଛି  । ପୁନଶ୍ଚ ଯଦି ୯ ଗ୍ରାମ ଜଳକୁ ପୃଥକ କରାଯାଏ  । ତେବେ ସେଥିରେ ୧ଗ୍ରା ଉଦଜାନ ଓ ୮ ଗ୍ରା. ଅମ୍ଳଜାନ ସର୍ବଦା ମିଳିବ  । ଯଦି ୩ଗ୍ରାମ ଉଦଜାନ ଓ ୧ଗ୍ରାମ ଅମ୍ଳଜାନକୁ ମିଶାଇ ଉତ୍ତପ୍ତ କରାଯାଏ, ତେବେ ୯ ଗ୍ରାମ ଗଲା ଉତ୍ପନ୍ନ ହୁଏ ଏବଂ ୨ ଗ୍ରାମ ଉଦଜାନ ବିନା ପ୍ରତିକ୍ରିୟା କରି ରାହିଜାଏ  । ଲୁଣ ଖଣିରୁ ବା ସମୁଦ୍ର ଜଳରୁ ସ୍ଫଟିକିକରଣ ପ୍ରକ୍ରିୟାରେ ଲବ୍ଧ ଲୁଣ ରେ ୬୬.୬୬% କ୍ଲୋରିନ, ୩୯.୩୪% ସୋଡିୟମ ବସ୍ତୁତ୍ଵ ଅନୁଯାୟୀ ରହିଥାଏ  । ଆଧୁନିକ ବିଜ୍ଞାନ ପରୀକ୍ଷା ଲବ୍ଧ ତଥ୍ୟଉପରେ ପର୍ଯ୍ୟବେସିତ  । ଲୁକାୟିତ ସତ୍ୟକୁ ଏହା ଲୋକଲୋଚନକୁ ଆଣିଥାଏ  । ବୈଜ୍ଞାନିକ ମାନେ ସର୍ବଦା ଏହି ସତ୍ୟ ଉନ୍ମୋଚନ ପାଇଁ ଚେଷ୍ଟା କରନ୍ତି  । ଫଳରେ ଅନେକ ତତ୍ତ୍ଵ ଓ ନିୟମ ଆବିଷ୍କୃତ ହୋଇଛି  । ସତ୍ୟର ସନ୍ଧାନ ବିଜ୍ଞାନର ଉନ୍ନତି ପାଇଁ ଏକ ପ୍ରଧାନ ଭୂମିକା ଗ୍ରହଣ କରେ

ଡାଲଟନଙ୍କ ପରମାଣୁ ତତ୍ତ୍ଵ

ପରମାଣୁର ସ୍ଥିତି ବିଷୟରେ ଜନ ଡାଲଟନଙ୍କ ପରମାଣୁ ତତ୍ତ୍ଵ ପୂର୍ବରୁ ଆଲୋଚିତ ହୋଇଥିଲା ଡାଲଟନଙ୍କ ଅବଦାନ ହେଲା, ସେ ପରମାଣୁ ଗୁଡିକୁ ନିର୍ଦ୍ଧିଷ୍ଟ କ୍ରମରେ ସଜାଇ ରଖିଲେ ଏବଂ ତାହାର ଉପସ୍ଥିତି ପାଇଁ ପ୍ରମାଣ ଦେଇଥିଲେ  । ୧୮୦୩ ମସିହାରେ ପଦାର୍ଥର ଗଠନ ସମ୍ଭନ୍ଧରେ ଜନ ଡାଲଟନ ଏକ ନୂତନ ତତ୍ତ୍ଵ ଉପସ୍ଥାପନ କଲେ  । ଏହି ତତ୍ତ୍ଵ ଗୁଡିକ ହେଲା :

  • ପଦାର୍ଥ ଅନେକ ଗୁଡିଏ ଅବିଭକ୍ତ
  • ଏକ ରାସାୟନିକ ମୌଳିକର ସବୁ ପରମାଣୁର ବସ୍ତୁତ୍ଵ ଓ ଅନ୍ୟ ଧର୍ମ ଗୁଡିକ ସମାନ  ।
  • ବିଭିନ୍ନ ମୌଳିକର ପରମାଣୁ ଏବଂ ବସ୍ତୁତ୍ଵ ଭିନ୍ନ
  • ପରମାଣୁ ଗୁଡିକ ଅବିଭାଜ୍ୟ ଓ ସେଗୁଡିକ ରାସାୟନିକ ପ୍ରତିକ୍ରିୟାରେ ସେମାନଙ୍କର ସ୍ଵତନ୍ତ୍ରତା ବଜାୟ ରଖନ୍ତି  ।
  • ଛୋଟ ପୂର୍ଣ୍ଣ ସଂଖ୍ୟା ଅନୁପାତରେ ବିଭିନ୍ନ ମୌଳିକର ଅନୁପାତରେ ବିଭିନ୍ନ ମୌଳିକର ପରମାଣୁ ଗୁଡିକ ସଂଯୁକ୍ତ ହୋଇ ଯୌଗିକ ସୃଷ୍ଟି କରନ୍ତି  ।

ଡାଲଟନଙ୍କ ୪ର୍ଥ ତତ୍ତ୍ଵକୁ ବସ୍ତୁତ୍ଵ ସଂରକ୍ଷଣ ନିୟମସହ ସଂପୃକ୍ତ  । ଏକ ମୌଳିକର ପରମାଣୁର ନିର୍ଦ୍ଧିଷ୍ଟ ବସ୍ତୁତ୍ଵ ଅଛି  । ରାସାୟନିକ ପ୍ରତିକ୍ରିୟାରେ ପରମାଣୁ ଗୁଡିକ ସଜାଇ ହୋଇ ରୁହନ୍ତି  । ତେଣୁ ପ୍ରତିକ୍ରିୟାପରେ ଉତ୍ପାଦର ପରମାଣୁ ଗୁଡିକର ବସ୍ତୁତ୍ଵ ଅପରିବର୍ତ୍ତିତ ରହେ  ।

ପଞ୍ଚମ ତତ୍ତ୍ଵରୁ ନିର୍ଦ୍ଧିଷ୍ଟାନୁପାତ ନିୟମ ବୁଝାପଡେ  । ପରମାଣୁର ନିର୍ଦ୍ଧିଷ୍ଟ ବସ୍ତୁତ୍ଵ ଅଛି  । ତେଣୁ ଯୌଗିକରେ ନିର୍ଦ୍ଧିଷ୍ଟ ବସ୍ତୁତ୍ଵ  ଅଛି  । ତେଣୁ ଯୌଗିକରେ ନିର୍ଦ୍ଧିଷ୍ଟ ବସ୍ତୁତ୍ଵ ଅନୁପାତରେ ମୌଳିକ ଗୁଡିକ ସଂଯୁକ୍ତ  ।

ଉଦାହରଣ : କାର୍ବନ ଓ ଅମ୍ଳଜାନ ମିଶି ଦୁଇଟି ଯୌଗିକ ଯଥା CO,  ସୃଷ୍ଟି କରନ୍ତି  । CO ରେ ୧.୩୩୨୧ ଗ୍ରା. ଅମ୍ଳଜାନ ସ ୧.୦୦୦ ଗ୍ରା. ଅଙ୍ଗାରକ ଅଛି  ।  ରେ ୨.୬୬୪୨ ଗ୍ରା. ଅମ୍ଳଜାନ ଓ ୧.୦୦୦ ଗ୍ରା. ଅଙ୍ଗାରକ ଅଛି  ।

ରେ ଅମ୍ଳଜାନର ପରିମାଣ, Co ରେ ଅମ୍ଳଜାନର ପରିମାଣର ଦୁଇଗୁଣ  ଅଛି  । (୨.୬୬୪୨ g = ୨ X ୧.୩୩୨୧ g) ଆଣବିକ ତତ୍ତ୍ଵରୁ ଗୁଣିତକ ଅନୁପାତ ନିୟମର ଅବରୋହ ମୂଳକ ସିଦ୍ଧାନ୍ତ ରସାୟନବିତ ମାନଙ୍କୁ ସନ୍ତୁଷ୍ଟ କରିପାରିଲା  ।

ପରମାଣୁ କ’ଣ  ?

ଅଣୁର କ୍ଷୁଦ୍ରତ୍ତମ କଣିକା ହେଉଛି ପରମାଣୁ ଯାହାକି ଅଣୁର ସମସ୍ତ ଧର୍ମ ଧାରଣ କରିଥାଏ  । ଗୋଟିଏ ଅଣୁର ପରିମାଣ ଅନ୍ୟ ଏକ ଅଣୁର ପରିମାଣ ଠାରୁ ଆକୃତି ଓ ବସ୍ତୁତ୍ଵର ଭିନ୍ନ  । ଭାରତୀୟ ଓ ଗ୍ରୀକ ଦାର୍ଶନୀକଙ୍କ ମତରେ ପରମାଣୁ ଅବିଭାଜ୍ୟ କିନ୍ତୁ ଆଜି ଆମେ ଜାଣିଛେ ଯେ ପରମାଣୁ ବିଭାଜନ କ୍ଷମ  । ସେଗୁଡିକ କ୍ଷୁଦ୍ରରୁ କ୍ଷୁଦ୍ରତ୍ତର କଣିକାରେ ବିଭାଜିତ ହୋଇପାରିବେ  । ଯଦିଓ ସେମାନେ ସେମାନଙ୍କର ରାସାୟନିକ ପରିଚୟ ହରାଇଥାନ୍ତି  । ତଥାପି ଏହି ସବୁ ଅଗ୍ରଗତି ସତ୍ତ୍ୱେ ପରମାଣୁ ପଦାର୍ଥର ଗଠନ ସମଷ୍ଟି ରୂପେ ରହିଛି  ।

ପରମାଣୁର ଆକାର କିପରି ?

ଆମେ ଯାହା ଅନୁମାନ କରିବା ତୁଳନା କରିବା ତାହାଠାରୁ ପରମାଣୁର ଆକାର ଆହୁରି ସାନ  ।

ଉଦାହରଣ ସ୍ୱରୂପ ଆଟଲାଣ୍ଟିକ ସମୁଦ୍ରରେ ଯେତେ ଚାମଚ ଜଳ ଅଛି, ତାହାର ତିନିଗୁଣ ସଂଖ୍ୟାର ପରମାଣୁ ଏକ ଚାମଚ (୧ମି.ଲି) ଜଳରେ ଅଛି  ।

ନିୟୁତ ସଂଖ୍ୟକ ପରମାଣୁକୁ ଏକାଠିକଲେ, ଏହି କାଗଜର ମୋଟେଇ ସହ ସମାନ ହେବ  । ଭିନ୍ନ ଭିନ୍ନ ଅଣୁର କେବଳ ଆକାର ଓ ବସ୍ତୁତ୍ଵର ଭିନ୍ନ ଅଟନ୍ତି  । ତେବେ ଆମେ ଏହି ଆକାର ଓ ବସ୍ତୁତ୍ଵ ପାଇଁ ପାଇଁ କାହିଁକି ବ୍ୟସ୍ତ ହେବା ? ଏହାର କାରଣ ଅତି ସରଳ  । ଆମ ଚାରି ପାର୍ଶ୍ଵରେ ଆମେ ଯେଉଁ ପଦାର୍ଥ ଦେଖୁ ସେଗୁଡିକ ପରମାଣୁକୁ ନେଇ ଗଠିତ  । ଏହା କଣ ଆୟତ୍ତାକାର, ବୃତ୍ତାକାର ନା ଗୋଲାକାର  ।

ଏହାର ଆକୃତି କଳନା କରିବା ବହୁତ କଠିନ  । କିନ୍ତୁ ବ୍ୟବହାରିକ ଉଦ୍ଦେଶ୍ୟରେ ଏହାର ଆକାର ଗୋଲକାକୃତି  । ତେଣୁ ଏହାରା ବ୍ୟାସାର୍ଦ୍ଧ ବିଷୟରେ ଆମେ ଆଲୋଚନା କରୁ  । ଏହାର ବ୍ୟାସାର୍ଦ୍ଧକୁ ନାନୋ ମିଟର ଏକକରେ ପ୍ରକାଶ କରାଯାଏ  ।

ବ୍ୟାସାର୍ଦ୍ଧ (mରେ)

ଉଦାହରଣ

 

ଉଦଜାନ ପରମାଣୁ

 

ଏକ ବାଲିକଣିକା

 

ତରଭୁଜ

 

କ୍ରିକେଟବଲ

ଖାଲିଆଖିରେ ପରମାଣୁକୁ ଦେଖିହେବ ନାହିଁ  । କିନ୍ତୁ ଆଧୁନିକ କୌଶଳ ପ୍ରୟୋଗକରି ପରମାଣୁର ବାହ୍ୟସ୍ତର ଛବିକୁ ବର୍ଦ୍ଧିତ କରି ଦେଖାଯାଇପାରୁଛି  । ଏହି କୌଶଳଟି ହେଲା Scanning Tunneling Microscopy (STM)  ।

ପାରମାନବିକ ବସ୍ତୁତ୍ଵ

ଡାଲଟନ ପାରମାଣବିକ ବସ୍ତୁତ୍ଵ ବିଷୟରେ ଧାରଣା ଦେଲେ ତାଙ୍କର କଥା ଅନୁଯାୟୀ ଗୋଟିଏ ମୌଳିକ ପରମାଣୁର ବସ୍ତୁତ୍ଵ ସମାନ କିନ୍ତୁ ଭିନ୍ନ ଭିନ୍ନ ମୌଳିକର ପରମାଣୁର ବସ୍ତୁତ୍ଵ ଭିନ୍ନ  । ଯେହେତୁ ଡାଲଟନ ସ୍ଵତନ୍ତ୍ରଭାବେ ପରମାଣୁର ବସ୍ତୁତ୍ଵ ମାପକରି ପାରି ନଥିଲେ, ତେଣୁ ସେ ଯୌଗିକ ଗଠନ ପାଇଁ ମୌଳିକର ଆପେକ୍ଷିକ ବସ୍ତୁତ୍ଵ ନିର୍ଣ୍ଣୟ କଲେ  । ଏଥିରୁ ସେ ଆପେକ୍ଷିକ ପରମାଣବିକ ବସ୍ତୁତ୍ଵ ନିର୍ଣ୍ଣୟ କଲେ  ।

ଉଦାହରଣ : ପରୀକ୍ଷାକରି ଆମେ ଜାଣିପାରିବା ଯେ ୧୦୦୦୦ ଗ୍ରା. ଉଦଜାନ ଗ୍ୟାସ, ୭.୯୩୬୭ ଗ୍ରା. ଅମ୍ଳଜାନ ସହ ପ୍ରତିକ୍ରିୟାକରି ଜଳ ଉତ୍ପନ୍ନ କରେ  । ତେଣୁ ଆମେ ଯଦି ଜଳର ସଙ୍କେତ ଜାଣିପାରିବା, ତେବେ ଉଦଜାନ ପରମାଣୁ ବସ୍ତୁତ୍ଵ ତୁଳନାରେ ଅମ୍ଳଜାନ ପରମାଣୁର ବସ୍ତୁତ୍ଵ ନିର୍ଣ୍ଣୟ କରିପାରିବା  ।

ସେତେବେଳେ ଡାଲଟନ ଜଳରେ ଥିବା ପ୍ରତ୍ୟକ ମୌଳିକ ଅନୁପାତ କେତେ ଜାଣିପାରିଥିଲେ  । ସେ ଧରି ନେଇଥିଲେ ଯେ ଅମ୍ଳଜାନ ଓ ଉଦଜାନ ପରମାଣୁ ଜଳରେ ସମାନ ପରିମାଣରେ ଅଛି  । ଏହି ଧାରଣାରୁ ଏହା ପ୍ରତୀୟମାନ ହୁଏ ଯେ, ଅମ୍ଳଜାନ ପରମାଣୁର ବସ୍ତୁତ୍ଵ  । ଉଦଜାନ ପରମାଣୁର ବସ୍ତୁତ୍ଵର ୭.୯୩୬୭ ଗୁଣ  । ଏହା କିନ୍ତୁ ଠିକ୍ ନଥିଲା ଜଳରେ ଉଦଜାନ ପରମାଣୁର ସଂଖ୍ୟା, ଅମ୍ଳଜାନ ପରମାଣୁର ସଂଖ୍ୟା ଦୁଇଗୁଣ  । ତେଣୁ ଅମ୍ଳଜାନ ପରମାଣୁର ତୁଳନାତ୍ମକ  ବସ୍ତୁତ୍ଵ  । ଉଦଜାନ ପରମାଣୁର ବସ୍ତୁତ୍ଵର ୨X ୭.୯୩୬୭ = ୧୫.୮୭୩ ଗୁଣ  । ଡାଲଟନଙ୍କପରେ ବୈଜ୍ଞାନିକମାନଙ୍କ  ଦ୍ଵାରା ବହୁ ମୌଳିକର ତୁଳନାତ୍ମକ ପାରମାଣବିକ ବସ୍ତୁତ୍ଵ ଉଦଜାନ ସ୍କେଲରେ ସ୍ଥିର କରାଗଲା  । ତାପରେ ଉଦଜାନ ପର୍ଯ୍ୟବେଶିତ ସ୍କେଲ ସ୍ଥାନରେ ଅମ୍ଳଜାନ ପର୍ଯ୍ୟବେଶିତ ସ୍କେଲ ସ୍ଥାନ ପାଇଲା କାରଣ ଅମ୍ଳଜାନ ଅଧିକ କ୍ରିୟାଶୀଳ ଏବଂ ବହୁସଂଖ୍ୟାରେ ଯୌଗିକ ଗଠନ କରେ   ।

୧୯୬୧ରେ C-12 (or ) ପାରମାଣବିକ ବସ୍ତୁତଵ ବିଶିଷ୍ଟ ସ୍କେଲ ଗ୍ରହଣ କରାଗଲା  । ଏହି ସ୍କେଲ, ପାରମାଣବିକ ବସ୍ତୁତଵ ମାପ ପାଇଁ ବ୍ୟବହୃତ ଯନ୍ତ୍ର   । mass spectrometer ଉପରେ ନିର୍ଭର କରେ  । ଏହି ଯନ୍ତ୍ର ବିଂଶ ଶତାବ୍ଦୀରେ ଉଦ୍ଭାବିତ ହେଲା  । ଏହା ଦ୍ଵାରା ପାରମାଣବିକ ବସ୍ତୁତଵ ସଂକ୍ଷେପରେ ନିର୍ଗତ ହୋଇପାରିଲା  । C-12 ପାରମାଣବିକ ବସ୍ତୁତ୍ଵ ସ୍କେଲରେ ପରମାଣୁର ବସ୍ତୁତ୍ଵ ତୁଳନାତ୍ମକ ଭାବେ ନିର୍ଣ୍ଣୟ କରାଗଲା  । C-12 ସମାବୟବ ପାରମାଣବିକ ବସ୍ତୁତ୍ଵ ୧୨ । ଏହାକୁ ମାନକ ଏକକ ରୂପେ ଗ୍ରହଣ କରାଗଲା ତେଣୁ ଏକ ପାରମାଣବିକ ବସ୍ତୁତ୍ଵ ଏକକ = C-12 ସମାବୟବ ବସ୍ତୁତ୍ଵର 1/12 ଅଂଶ  । ବର୍ତ୍ତମାନ ଏହି ଏକକକୁ ପାରମାଣବିକ ବସ୍ତୁତ୍ଵ ଏକକ କୁ ‘u’ ଲେଖାଯାଉଛି  । ତେଣୁ ପାରମାଣବିକ ବସ୍ତୁତ୍ଵ = ଉକ୍ତ ମୌଳିକରେ ଗୋଟିଏ ପରମାଣୁର ବସ୍ତୁତ୍ଵ C-12 ପରମାଣୁର ବସ୍ତୁତ୍ଵ 1/12 ଅଂଶ  ।

ମୌଳିକର ଆପେକ୍ଷିକ ପାରମାଣବିକ ବସ୍ତୁତ୍ଵକୁ ପାରମାଣବିକ ବସ୍ତୁତ୍ଵ ଏକକରେ ପ୍ରକାଶ କଲେ ଏହାକୁ ପାରମାଣବିକ ଓଜନ କୁହାଯାଏ  । ବର୍ତ୍ତମାନ ପାରମାଣବିକ ଓଜନ ପରିବର୍ତ୍ତେ ପାରମାଣବିକ ବସ୍ତୁତ୍ଵ ବ୍ୟବହାର କରାଯାଉଛି  । ପ୍ରକୃତିରେ ମିଳୁଥିବା ମୌଳିକ ଗୁଡିକର ବସ୍ତୁତ୍ଵ ସମାନ ନୁହେଁ  । ତେଣୁ ରାସାୟନିକ ପ୍ରତିକ୍ରିୟାରେ ହାରାହାରି ପାରମାଣବିକ ବସ୍ତୁତ୍ଵ ବ୍ୟବହାର କରାଯାଉଛି  ।

ସମସ୍ଥାନିକ ଏବଂ ପାରମାଣବିକ ବସ୍ତୁତ୍ଵ :

ଡାଲଟନ ବିଚାର କରିଥିଲେ ଯେ ପରମାଣୁ ଅବିଭାଜ୍ୟ କଣିକା, ପରବର୍ତ୍ତି ଗବେଷଣାରୁ ଜଣାଗଲାଯେ ପରମାଣୁରେ ଅନେକ ଗୁଡିଏ ପ୍ରାଥମିକ କଣିକା ଯଥା ଇଲେକଟ୍ରନ, ପ୍ରୋଟନ ଏବଂ ନିଉଟ୍ରନ ଅଛି  । ଇଲେକଟ୍ରନ ବିଯୁକ୍ତାତ୍ମକ ଓ ପ୍ରୋଟନ ଯୁକ୍ତାତ୍ମକ ଚାର୍ଜ ବହନ କରୁଥିବା ଜନୈକା  । ଗୋଟିଏ ପରମାଣୁରେ ପ୍ରୋଟନ ଓ ଇଲେକଟ୍ରନ ସଂଖ୍ୟା ସମାନ  । ଯେହେତୁ ଇଲେକଟ୍ରନରୁ ଚାର୍ଜ, ପ୍ରୋଟନର ଚାର୍ଜ ସହ ସମାନ, କିନ୍ତୁ ବିପରୀତ, ତେଣୁ ପରମାଣୁଟି ଚାର୍ଜ ଦୃଷ୍ଟିରୁ ବିଦ୍ୟୁତ ନିରପେକ୍ଷ  । ପ୍ରୋଟନ, ନିଯୁକ୍ଲିୟସ ମଧ୍ୟରେ ପରମାଣୁର କେନ୍ଦ୍ରରେ ରହିଅଛି ଏବଂ ନିଯୁକ୍ଲିୟସ ଚାରିପଟେ ଇଲେକଟ୍ରନ ଘେରିରହିଛି  ।

ପରମାଣୁ କ୍ରମାଙ୍କ

ନିଯୁକ୍ଲିୟସ ପ୍ରୋଟନ ସଂଖ୍ୟାକୁ ପରମାଣୁ କ୍ରମାଙ୍କ କୁହାଯାଏ  ।ଏବଂ ଏହାକୁ z ଦ୍ଵାରା ସୂଚୀତ କରାଯାଏ  ।

ଉଦାହରଣ : ଅମ୍ଳଜାନ ନିଯୁକ୍ଲିୟସରେ ୮ଟି ପ୍ରୋଟନ, ଅଙ୍ଗାରକରେ ୬ଟି ପ୍ରୋଟନ ଓ ଉଦଜାନ ନିଉକ୍ଲିୟସରେ ୧ଟି ପ୍ରୋଟନ ଥାଏ  । ତେଣୁ ଅମ୍ଳଜାନ, ଅଙ୍ଗାରକ ଓ ଉଦଜାନର ପରମାଣୁ କ୍ରମାଙ୍କ ଯଥାକ୍ରମେ ୮,୬ ଓ ୧  ।

ନିଉକ୍ଲିୟସରେ ନିଷ୍କ୍ରିୟ କଣିକା ଅଛି ଯାହାକୁ ନିଉଟ୍ରନ କୁହାଯାଏ, ପ୍ରୋଟନ ଓ ନିଉଟ୍ରନ ବସ୍ତୁତ୍ଵ ପ୍ରାୟ ସମାନ, ତେଣୁ

ନିଉକ୍ଲିୟସର ବସ୍ତୁତ୍ଵ = ପ୍ରୋଟନର ବସ୍ତୁତ୍ଵ + ନିଉଟ୍ରନର ବସ୍ତୁତ୍ଵ

ବସ୍ତୁତ୍ଵ ସଂଖ୍ୟା

ପରମାଣୁର ନିଉକ୍ଲିୟସରେ ଥିବା ପ୍ରୋଟନ ଓ ନିଉଟ୍ରନ ସଂଖ୍ୟାର ଯୋଗଫଳକୁ ପରମାଣୁର ବସ୍ତୁତ୍ଵ ସଂଖ୍ୟା କୁ (A) କୁହାଯାଏ  । ପରମାଣୁର ପ୍ରତୀକର ବାମପାର୍ଶ୍ଵର ତଳେ ପ୍ରୋଟନ ସଂଖ୍ୟା ଓ ବସ୍ତୁତ୍ଵ ସଂଖ୍ୟାକୁ ବାମପାର୍ଶ୍ଵର ଉପରିଭାଗରେ ଲେଖାଯାଏ  ।

ଉଦାହରଣ : ପ୍ରତୀକ  ରେ ମୋଟ ୧୨ କଣିକା (ନିଉକ୍ଲିୟନ) ନିଉକ୍ଲିୟସରେ ଅଛି ଯେଉଁଥିରେ ୬ଟି ପ୍ରୋଟନ ଅଛି  । ତେଣୁ ୧୨-୬ = ୬ ନିଉଟ୍ରନ  । ସେହିପରି  ୮ଟି ପ୍ରୋଟନ, ୧୬ ନିକ୍ଲିୟନ (୮ ପ୍ରୋଟନ + ୮ ନିଉଟ୍ରନ)  । ଯେହେତୁ ପରମାଣୁ ବିଦ୍ୟୁତ ନିରପେକ୍ଷ, ତେଣୁ ଅମ୍ଳଜାନର ୮ଟି ପ୍ରୋଟନ ଓ ୮ଟି ଇଲେକଟ୍ରନ ଅଛି  । ଗୋଟିଏ ମୌଳିକ ଠାରୁ ଅନ୍ୟ ଏକ ମୌଳିକର ପରମାଣୁ ଏହାର ପରମାଣୁ କ୍ରମାଙ୍କ (z) ଦ୍ଵାରା ପୃଥକ ହୋଇଥାଏ  ।

ତେଣୁ ମୌଳିକର ସମସ୍ତ ପରମାଣୁର ପରମାଣୁ କ୍ରମାଙ୍କ ସମାନ ଥିଲେ ତାକୁ ମୌଳିକ ପଦାର୍ଥ କୁହାଯାଏ  ।

କିନ୍ତୁ ଏକ ନିର୍ଦ୍ଧିଷ୍ଟ ମୌଳିକର ପରମାଣୁର ନିଉକ୍ଲିୟସର ଏକାପ୍ରକାର ନିଉଟ୍ରନ ନଥାଏ  ।

ଉଦାହରଣ : ପ୍ରକୃତିରେ ଉପଲବ୍ଧ ଅମ୍ଳଜାନ ସମାନ ସଂଖ୍ୟକ ପ୍ରୋଟନଥାଏ  ଯାହାକି ଅନ୍ୟ ମୌଳିକଠାରୁ ଏହାକୁ ଅଲଗାକରେ  । କିନ୍ତୁ ସେମାନଙ୍କର ନିଉଟ୍ରନ ପୃଥକ, ତେଣୁ ଏକା ପ୍ରକାର ମୌଳିକର ପରମାଣୁର ବସ୍ତୁତ୍ଵ ପରସ୍ପରଠାରୁ ପୃଥକ  ।

ଉଦାହରଣ : ଏକପ୍ରକାର ଅମ୍ଳଜାନ ପରମାଣୁର ୮ଟି ପ୍ରୋଟନ ଓ ୮ଟି ନିଉଟ୍ରନ ଅଛି  । ଦ୍ଵିତୀୟ ପ୍ରକାର ୮ଟି ପ୍ରୋଟନ ସ ୯ଟି ଏବଂ ତୃତୀୟ ପ୍ରକାରର ୮ଟି ପ୍ରୋଟିନ ଓ ୧୦ଟି ନିଉଟ୍ରନଥାଏ  । ଏହି ଅମ୍ଳଜାନ ପରମାଣୁ ଗୁଡିକୁ  ,  ,   ରୂପରେ ଲେଖାଯାଏ  । ମୌଳିକର ପରମାଣୁ କ୍ରମାଙ୍କ (z) ସମାନ କିନ୍ତୁ ବସ୍ତୁତ୍ଵ ସଂଖ୍ୟା (A) ଭିନ୍ନଥିବା ପରମାଣୁ ଗୁଡିକୁ ଆଇସୋଟେପ୍ କୁହାଯାଏ  । ଏକା ମୌଳିକର ପାରମାଣବିକ ବସ୍ତୁତ୍ଵରେ ପାର୍ଥକ୍ୟ ହେତୁ ମୌଳିକର ହାରାହାରି ପାରମାଣବିକ ବସ୍ତୁତ୍ଵ ନିଆଯାଏ

ଉଦାହରଣ : ୩.୧ = କ୍ଳୋରିନର ଦୁଇଟି ଆଇସୋଟେପ  ,  ଅଛି, ଏହି ଦୁଇଟି ୩:୧ ଅନୁପାତରେ ଉପଲବ୍ଧ  । କ୍ଳୋରିନର ହାରାହାରି ପାରମାଣବିକ ବସ୍ତୁତ୍ଵ କେତେ ?

ସମାଧାନ :   ଓ  ୩:୧ ଅନୁପାତରେ ଅଛି, ୪ଟି ପରମାଣୁ ମଧ୍ୟରୁ ପ୍ରତ୍ୟକ ୩ଟିର ବସ୍ତୁତ୍ଵ ୩୫ ଏବଂ ଗୋଟିଏ ପରମାଣୁର ବସ୍ତୁତ୍ଵ ୩୭  ।

ତେଣୁ ହାରାହାରି ବସ୍ତୁତ୍ଵ = =  = 35.54

ଅଣୁ କଣ ?

ଡାଲଟନ କଳ୍ପନା କରିଥିଲେ ଯେ, ପରମାଣୁ ପରସ୍ପର ପ୍ରତିକ୍ରିୟା କରି ଅଣୁ ଗଠନ କରନ୍ତି  ଯାହାକୁ ସେ କହିଲେ ଯୌଗିକ ପରମାଣୁ  । ଏକା ପ୍ରକାର ବା ବିଭିନ୍ନ ପ୍ରକାର ମୌଳିକର ଦୁଇ ବା ତତତୋଧିକ ପରମାଣୁର ସମଷ୍ଟିରେ ଯୌଗିକ ଅଣୁ ଗଠିତ ହୁଏ  । ଏହି ପରମାଣୁ ଗୁଡିକ ରାସାୟନିକ ପ୍ରତିକ୍ରିୟା ବା ରାସାୟନିକ ବନ୍ଧ ଦ୍ଵାରା ଯୋଡିହୋଇ ରହିଥାନ୍ତି  । ପଦାର୍ଥର କ୍ଷୁଦ୍ରତ୍ତମ କଣିକା ହେଉଛି ପରମାଣୁ କିନ୍ତୁ ଏହା ମୁକ୍ତ ଭାବରେ ରହି ପାରିବ ନାହିଁ  । ପଦାର୍ଥର କ୍ଷୁଦ୍ରତ୍ତମ କଣିକା ହେଉଛି ପରମାଣୁ କିନ୍ତୁ ଏହା ମୁକ୍ତ ଭାବରେ  ରହି ପାରିବ ନାହିଁ  । ପଦାର୍ଥର ଅଣୁ ଏହାର ରାସାୟନିକ ପ୍ରକୃତି ପ୍ରଦର୍ଶନ କରେ  । ରାସାୟନିକ ଷଣଯୁକତି ପାଇଁ ଆମେ ମୌଳିକର ପ୍ରତୀକର ସାହାଯ୍ୟ ନେଉ  । ଅମ୍ଳଜାନ ଅଣୁରେ ଦୁଇଟି  ପରମାଣୁ ଥିବାରୁ ଏହାକୁ ଦ୍ଵିପାରମାଣବିକ ଅଣୁ କୁହାଯାଏ  । ସେହିପରି , , ,  ଓ  ଇତ୍ୟାଦି ମମ୍ୟ ଦ୍ଵିପାରମାଣବିକ ଅଣୁ   ।

ଉଦଜାନ ପରମାଣୁ ଓ ଗୋଟିଏ ଅମ୍ଳଜାନ ପରମାଣୁ ଅଛି, ତେଣୁ ଏହାକୁ  ଆକାରରେ ଲେଖାଯାଏ  । ସେହିପରି ଏମୋନିଆ () ଅଣୁରେ ଗୋଟିଏ ନାଇଟ୍ରୋଜେନ ଓ ୩ଟି ଉଦଜାନ ପରମାଣୁ ଅଛି  । ଇଥାଇଲ ଆଲକହଲ ରେ ୯ଟି ପରମାଣୁ  ଟି କାର୍ବନ ପରମାଣୁ ୬ଟି ଉଦଜାନ ପରମାଣୁ ଓ ଗୋଟିଏ ଅମ୍ଳଜାନ ପରମାଣୁ ଅଛି   ।

ମୋଲାର ବସ୍ତୁତ୍ଵ

ଏକ ଅଣୁ ଆଣବିକ ସୂତ୍ର ଦ୍ଵାରା ପରିପ୍ରକାଶ କରାଯାଏ  । ଏକ ଯୌଗିକ ଆଣବିକ ସୂତ୍ର  । ସେହି ପଦାର୍ଥର ସୋଲାର ବସ୍ତୁତ୍ଵ ନିର୍ଣ୍ଣୟ କରିବାରେ ବ୍ୟବହୃତ ହୁଏ  । ଏକ ମୋଲ ପଦାର୍ଥର ବସ୍ତୁତ୍ଵକୁ ମୋଲାର ବସ୍ତୁତ୍ଵ କୁହାଯାଏ  । ଏକ ଅଣୁରେ ଥିବା ସମସ୍ତ ପରମାଣୁର ବସ୍ତୁତ୍ଵର ସମଷ୍ଟିକୁ ମୋଲାର ବସ୍ତୁତ୍ଵ କୁହାଯାଏ  । ର ମୋଲାର ବସ୍ତୁତ୍ଵ ନିର୍ଣ୍ଣୟ :

C = 1X =

20 = 2X 16.0 =

ର ବସ୍ତୁତ୍ଵ = 44.

ତେଣୁ  ର ମୋଲାର ବସ୍ତୁତ୍ଵ =

ସେହିପରି ଆମେ ଆମୋନିଆର ମୋଲାର ବସ୍ତୁତ୍ଵ ବାହାର କରିପାରିବା :

N 1X 14. = 14.

3 H 3 X 1. = 3.

Mass ଓଫ  = 17.

ଆମୋନିଆର ମୋଲାର ବସ୍ତୁତ୍ଵ = 17.

ଯେଉଁ ପଦାର୍ଥ ଗୁଡିକର ପ୍ରକୃତି ମୋଲାର ନୁହେଁ  ସେଗୁଡିକୁ Formula Mass ଦ୍ଵାରା ପ୍ରକାଶ କରାଯାଏ  ।

ଉଦାହରଣ : NaCl ଏକ ଆୟନିକ ପଦାର୍ଥ, ତେଣୁ ଏହାର Formula Mass ନିର୍ଣ୍ଣୟ କରାଯାଏ  ।

NaCl ର Formula Mass =୧ Na ର ବସ୍ତୁତ୍ଵ + ୧ Cl ପରମାଣୁର ବସ୍ତୁତ୍ଵ

+  =

ମୋଲ ଧାରଣା

ଆମେ ଯେତେବେଳେ ଦୁଇଟି ପଦାର୍ଥକୁ ମିଶାଉ ଆମେ ଗୋଟିଏ ବା ଦୁଇଟି ନୂଆ ପଦାର୍ଥ ପାଉ  ।

ଉଦାହରଣ : ଉଦଜାନ ପରମାଣୁ ଓ ଅମ୍ଳଜାନ ପରମାଣୁକୁ ୨:୧ ଅନୁପାତରେ ନେଉଆ ଦହନ କଲେ  ମିଳେ  ।

(g) + (g) = (I)

ଏଥିରେ ୨ଟି ଉଦଜାନ ଅଣୁ (୪ଟି ପରମାଣୁ), ୧ ଅମ୍ଳଜାନ ଅଣୁ (୨ଟି ପରମାଣୁ) ମିଶି ୨ଟି ପଦାର୍ଥର କେତୋଟି ଅଣୁ ବା ପରମାଣୁ, ଅନ୍ୟ ଏକ ପଦାର୍ଥର ଅଣୁ ବା ପରମାଣୁ ସହ ରାସାୟନିକ ପ୍ରତିକ୍ରିୟା କରିପାରେ ?

ଏଥିପାଇଁ ଏକ ସୁବିଧା ଜନକ ଏକକ ଆବଶ୍ୟକ  । ତେଣୁ ପରମାଣୁର ରାସାୟନିକ ଗଣନ ଏକକକୁ ମୋଲ କୁହାଯାଏ  । ୧୮୯୬ ମସିହାରେ ଉଇଲିୟମ ଓସଟୱାଲଡ, Mole ଶବ୍ଦକୁ ଲାଟିନ ଶବ୍ଦ Moles  ରୁ ଯାହାର ଅର୍ଥ ଗଦାଏ ବା ଏକାଠି ରହିବା, ଆଣିଥିଲେ  ।

ମୋଲ ହେଉଛି ଏକ ପଦାର୍ଥରେ ଯେତିକି ପରିମାଣର ପରମାଣୁ, ଅଣୁ ବା ଅନ୍ୟ ପ୍ରାଥମିକ କଣିକା ଥାଏ ଯାହାକି ୦.୦୧୨ କି.ଗ୍ରା. (୧୨ ଗ୍ରାମ) C-12 ରେ ଯେତିକି ସଂଖ୍ୟକ ପରମାଣୁ ଅଛି  ।

ମୋଲ ହେଉଛି ବୈଜ୍ଞାନିକ ମାନଙ୍କର ଏକ ଗଣନ ସଂଖ୍ୟା, ଠିକ୍ ଡଜନ ଗ୍ରସ ପରି  । ହିସାବ କରି ଦେଖାଯାଇଛି ଯେ, C-12 ୧୨ ଗ୍ରା.ଅଙ୍ଗାରକରେ ଥିବା ପରମାଣୁ ସଂଖ୍ୟା 6.022 X   । ଏହି ସଂଖ୍ୟା ଅଭାଗାଡ୍ରୋଙ୍କ ସଂଖ୍ୟା କୁହାଯାଏ  । ଏହା ଇଟାଲିର ଓକିଲ ଓ ଭୌତିକ ବିଜ୍ଞାନୀ Amede Avogadro ଙ୍କ ନାମରେ ନାମିତ  । ଯେତେବେଳେ ଏହି ସଂଖ୍ୟା ମୋଲ ଦ୍ଵାରା ବିଭାଜିତ ହୁଏ, ସେତେବେଳେ ଏହା ଏକ ସ୍ଥିରାଙ୍କ ହୁଏ  ଏବଂ ଏହାକୁ ଆଭୋଗାଡ୍ରୋଙ୍କ ସ୍ଥିରାଙ୍କ କୁହାଯାଏ ଏବଂ ଏହାର ସଙ୍କେତ = 6.02 X

ଅଙ୍ଗାରକର ପାରମାଣବିକ ବସ୍ତୁତ୍ଵ =

ହିଲିୟମର ପାରମାଣବିକ ବସ୍ତୁତ୍ଵ =

କାର୍ବନର ଗୋଟିଏ ପରମାଣୁ, ହିଲିୟମର ଗୋଟିଏ ପରମାଣୁର 3ଗୁଣ ଭାରି  । ସେହିପରି ୧୦୦ଟି କାର୍ବନ ପରମାଣୁ ୧୦୦ଟି ହିଲିୟମ  ପରମାଣୁ ର ୩ଗୁଣ ଭାରୀ  । ସେହିପରି 6.02 X  କାର୍ବନ ପରମାଣୁ ଓଜନ = 6.02 X  X 3 ହିଲିୟମ ପରମାଣୁର ଓଜନ  । କିନ୍ତୁ 6.02 X  କାର୍ବନ ପରମାଣୁର ଓଜନ 12g, ତେଣୁ 6.02 X  ହିଲିୟମ ପରମାଣୁର ଓଜନ  X 12g  = 4g

ମୋଲାର ବସ୍ତୁତ୍ଵ

କୌଣସି ବସ୍ତୁର ଏକମୋଲାର ବସ୍ତୁତ୍ଵକୁ ଏହାର ମୋଲାର ମାସ୍ କୁହାଯାଏ  । ବସ୍ତୁଟି ପରମାଣୁ ବା ଅଣୁ ହୋଇପାରେ  । ଏକ ମୋଲ ପରମାଣୁ ଅମ୍ଳଜାନର ବସ୍ତୁତ୍ଵ = 6.02 X  ଅମ୍ଳଜାନ ପରମାଣୁର ବସ୍ତୁତ୍ଵ  । ଏକ ମୋଲ ଅମ୍ଳଜାନର ଓଜନ = 16g  । ଅମ୍ଳଜାନର / ମୋଲ = 6.02 X  ଅମ୍ଳଜାନ () ଅଣୁ  । ଏକ ମୋଲ ଅମ୍ଳଜାନର ଓଜନ 32g, ତେଣୁ ଏକ ମୋଲ ଅମ୍ଳଜାନ ପରମାଣୁ (O) ର ବସ୍ତୁତ୍ଵ = 16g

ଏକ ମୋଲ ଅମ୍ଳଜାନ ଅଣୁର () ବସ୍ତୁତ୍ଵ = 32g

ଯେତେବେଳେ ଏକ ମୋଲ ପରମାଣୁ ବା ଏକ ମୋଲ ଅଣୁ ଦିଆଯାଇନଥାଏ, ସେତେବେଳେ ଆମେ ସେହି ବସ୍ତୁର ପ୍ରାକୃତିକ ଅବସ୍ଥାକୁ ବିଚାରକୁ ନେଇଥାଉ  । ଉଦାହରଣ ସ୍ୱରୂପ ଏକମୋଲ ଅମ୍ଳଜାନ ଅର୍ଥ ଏକ ମୋଲ ଅମ୍ଳଜାନ ଅଣୁ ଯାହାକି ପ୍ରକୃତିରେ ଏହା ଅଣୁରୂପରେ ମିଳିଥାଏ  । ଯୌଗିକ କ୍ଷେତ୍ରରେ ଏକ ମୋଲ ଜଳ ଅର୍ଥ ଏକ ମୋଲ ଜଳଅଣୁ  । ଯାହାର ଓଜନ 18g  । ସଂଖ୍ୟା ଦୃଷ୍ଟିରୁ ଏକ ମୋଲ ବସ୍ତୁତ୍ଵ = ପରମାଣୁ ବା ଅଣୁର ବସ୍ତୁତ୍ଵକୁ ଗ୍ରାମରେ ପ୍ରକାଶ କଲେ ଯେତିକି ହେବ

ମୋଲାର ବସ୍ତୁତ୍ଵରେ ଏକକ g mol ବା g

ଉଦାହରଣ ର ମୋଲାର ମାସ୍ = 28

ର ମୋଲାର ମାସ୍ = 35.5 X 2 = 71g

Formula

Molecular Mass (u)

Molar mass (g/mol)

(Oxygen)

32.0

32.0

(Chlorine)

71.0

71.0

(Phosphorus)

123.9

123.9

(methane)

16.00

16.0

(Carbon dioxide)

17.0

17.0

HCI (hydrochloric acid gas)

36.5

36.5

(Carbon dioxide)

44.0

44.0

(sulphur dioxide)

64.0

64.0

(ethyl alchol)

46.0

46.0

(benzene)

78.0

78.00

ଉଦାହରଣ : 3.5 mol ଅମ୍ଳଜାନରେ କେତେଗ୍ରାମ ଅମ୍ଳଜାନ ଅଛି  ?

ସମାଧାନ : ମୋଲକୁ ବସ୍ତୁତ୍ଵ (ଗ୍ରାମ ଏକକରେ)ଏବଂ ବସ୍ତୁତ୍ଵକୁ ମୋଲର ପ୍ରକାଶ କଲେ ଆମେ ବସ୍ତୁତ୍ଵ ଏବଂ ମୋଲ ମଧ୍ୟରେ ଏକ ସମ୍ପର୍କ ପାଇ ପାରିବା  ।

ଅମ୍ଳଜାନର ମୋଲାର ବସ୍ତୁତ୍ଵ ( ର) = 32g

ତେଣୁ 3.5 ମୋଲ ଅମ୍ଳଜାନରେ = 3.5 mol X 32.0g  = 112.0g ଅମ୍ଳଜାନ  ।

ଉଦାହରଣ 27g ଜଳରେ କେତେ ସଂଖ୍ୟକ ଅଣୁ ଅଛି  ?

ସମାଧାନ : କଣିକା ସଂଖ୍ୟା ଓ ସେମାନଙ୍କର ବସ୍ତୁତ୍ଵ ମଧ୍ୟରେ ଏକ ସମ୍ପର୍କ ଅଛି  । ତେଣୁ ଏକ ନିର୍ଦ୍ଧ୍ସିତ ବସ୍ତୁତ୍ଵରେ କେତେ କଣିକା ଅଛି ଜାଣିହେବ  ।

ମୋଲ ସଂଖ୍ୟା =    =  mol = 1.5 mol

1 ମୋଲ ଜଳରେ 6.02 X  ଅଣୁ ଅଛି

1.5 ମୋଲ ଜଳରେ 6.02 X  ଅଣୁ  X 1.5 ମୋଲ

=  9.03 X  ଜଳ ଅଣୁ

ଯୌଗିକର ରାସାୟନିକ ସଙ୍କେତ

ଦୁଇ ବା ତତ୍ତୋଧିକ ମୌଳିକର ଏକ ନିର୍ଦ୍ଧିଷ୍ଟ ଅନୁପାତର ସଂଯୋଗରେ ଯୌଗିକ ସୃଷ୍ଟି ହୁଏ  । ତେଣୁ ଏକ ଯୌଗିକରେ ଭାଗ ନେଉଥିବା ପରମାଣୁ ସଂଖ୍ୟା ନିର୍ଦ୍ଧିଷ୍ଟ  । ମୌଳିକ ଗୁଡିକ ସେମାନଙ୍କର ପ୍ରତୀକ ଦ୍ଵାରା ପ୍ରଦର୍ଶିତ ହୋଇଥାଆନ୍ତି  । (ଉଦଜାନପାଇଁ H, ସୋଡିୟମ ପାଇଁ Na)  । ସେହିପରି ଯୌଗିକ ଗୁଡିକ ସଙ୍କେତ ଦ୍ଵାରା ପ୍ରଦର୍ଶିତ ହୋଇଥାଆନ୍ତି  । ଯୌଗିକ ପାଇଁ ସୂତ୍ର ହେଲା ଏକ ଯୌଗିକ ତାହାର ରାସାୟନିକ ସଂଯୁକ୍ତିକୁ ବୁଝାଏ  । ଯୌଗିକରେ ଥିବା ମୌଳିକ ଗୁଡିକର ପରମାଣୁକୁ ସେମାନଙ୍କର ପ୍ରତୀକ ଦ୍ଵାରା ଏବଂ ସେମାନଙ୍କର ସଂଖ୍ୟାକୁ ପ୍ରତୀକର ଦକ୍ଷିଣ ପାର୍ଶ୍ଵର ତଳେ ଲେଖାଯାଏ  ।

ଉଦାହରଣ : ଜଳର ସଙ୍କେତ , ଦୁଇଟି ଉଦଜାନ ପରମାଣୁ ଉପଲିପିର ୨ରୂପେ, ଅମ୍ଳଜାନକୁ ବିନା ଉପଲିପିରୂପେ ଲେଖାଯାଏ  । ଯେହେତୁ ଅମ୍ଳଜାନ ପରମାଣୁ କେବଳ ଏକ  ।

ଯୋଜ୍ୟତା ଓ ସଙ୍କେତ

ପ୍ରତ୍ୟକ ମୌଳିକର ଅନ୍ୟ ଏକ ମୌଳିକ ସହିତ ସଂଯୋଗ ହେବାର ଦକ୍ଷତା ଅଛି  । ମୌଳିକର ଏହି ସଂଯୋଗ କ୍ଷମତାକୁ ଯୋଜ୍ୟତା କୁହାଯାଏ  । ପରମାଣୁର ଇଲେକଟ୍ରନ ସଂଯୋଜନାରୁ ଯୋଜ୍ୟତା ଜଣାଯାଏ  ।

ମୌଳିକ

ପ୍ରତୀକ

ଯୋଜ୍ୟତା

ମୌଳିକ

ପ୍ରତୀକ

ଯୋଜ୍ୟତା

ଉଦଜାନ

H

1

ଫସଫରସ୍

P

5

ଅମ୍ଳଜାନ

O

2

ସୋଡିୟମ

Na

1

ଅଙ୍ଗାରକ

C

4

ମାଗ୍ନେସିୟମ

Mg

2

ଯବକ୍ଷାରଜାନ

N

3

କାଲସିୟମ

Ca

2

କ୍ଲୋରିନ

Q

1

ଆଲୁମିନିୟମ

Al

3

ବ୍ରୋମିନ

Br

1

ଲୁହା

Fe

2

ଆଇଓଡିନ

I

1

ବେରିୟମ

Ba

 

ଅଧିକାଂଶ ସରଳ ଯୌଗିକରେ ଦୁଇଟି ମୌଳିକ ଥାଏ  । ଏଗୁଡିକ ଦ୍ଵିଅଂଶୀ ଯୌଗିକ କୁହାଯାଏ  । ଏଗୁଡ଼ିକର ସଙ୍କେତ ଲେଖିବା ସହଳ  । ଯେତେବେଳେ ଏକ ଧାତୁ, ଏକ ଅଧାତୁ ସହ ଯୋଗ ହୁଏ, ଧାତୁର ପ୍ରତୀକକୁ ବାମପାର୍ଶ୍ଵରେ ଏବଂ ଅଧାତୁର ପ୍ରତୀକଗୁଡିକୁ ଦକ୍ଷିଣ ପାର୍ଶ୍ଵରେ ଲେଖାଯାଏ  । ଯଦି ଉଭୟ ଅଧାତୁ ହୋଇଥାଆନ୍ତି ତେବେ ବିଦ୍ୟୁତ ଋଣାତ୍ମକ ମୌଳିକକୁ ଦକ୍ଷିଣ ପାର୍ଶ୍ଵରେ ଲେଖାଯାଏ  । କୌଣସି ଯୌଗିକ ଅଣୁର ଆଣବିକ ସଙ୍କେତ ଲେଖିବାକୁ ହେଲେ ପ୍ରଥମେ ଏଥିରେ ଥିବା ମୌଳିକ ଗୁଡିକର ପ୍ରତୀକକୁ ପାଖାପାଖି ଲେଖାଯାଏ  । ମୌଳିକ ଗୁଡିକର ଯୋଜ୍ୟତା ପ୍ରତୀକର ଠିକ୍ ତଳେ ଲେଖାଯାଏ  । ଏହା ପରେ ଯୋଜ୍ୟତା ସଂଖ୍ୟା ଦୁଇଟିର ସ୍ଥାନ ଅଦଳ ବଦଳ କରି ସଙ୍କେତ ଲେଖାଯାଏ  ।

ଉଦାହରଣ : କାର୍ବନ ଓ କ୍ଲୋରିନ, ଉଦଜାନ ଓ ଅକ୍ସିଜେନ, ଉଦଜାନ ଓ କ୍ଲୋରିନ କାଲସିୟମ ଓ ଅମ୍ଳଜାନ ପ୍ରଭୃତିରୁ ମିଳୁଥିବା ଯୌଗିକ ସଙ୍କେତ ନିମ୍ନ ପ୍ରକାରେ ଲେଖାଯାଏ  ।

ମୌଳିକର ଯୋଜ୍ୟତା, ତାହାର ଇଲେକଟ୍ରନ ସରଞ୍ଚନା ଓ ପ୍ରକୃତି ଉପରେ ନିର୍ଭର କରେ  । କେତେକ ମୌଳିକର ଏକାଧିକ ଯୋଜ୍ୟତା ଅଛି  । ଏହାକୁ ଚଳଯୋଜ୍ୟତା କୁହାଯାଏ  ।

ଉଦାହରଣ : ଯବକ୍ଷାରଜାନ ଅନେକ ଅକ୍ସାଇଡ ଗଠନ କରେ : O, , , ,  ଇତ୍ୟାଦି  । ଅମ୍ଳଜାନରେ ଯୋଜ୍ୟତାକୁ ୨ ଧରିନେଲେ, ଯବକ୍ଷାରଜାନର ଯୋଜ୍ୟତା ଏହାର ଅକ୍ସାଇଡରେ ଯଥାକ୍ରମେ ୧, ୨, ୩, ୪, ୫ ହେବ  । ଯୋଜ୍ୟତା ସର୍ବଦା ସ୍ଥିର ନୁହେଁ  । ସେହିପରି ଫସଫରସର ଯୋଜ୍ୟତା ୩ ଓ ୫  । ଏହାର ଯୌଗିକ ହେଲା ,  ଇତ୍ୟାଦି  । ଏହି ଯୌଗିକ ଗୁଡିକରେ ଏକାଧିକ ପରମାଣୁ ଅଛି  । ଏପରି ସ୍ଥଳେ ପରମାଣୁର ସଂଖ୍ୟାକୁ ସଂଖ୍ୟା ସୂଚକ prefix ଦେଇ ଲେଖାଯାଏ  ।

ପରମାଣୁ ସଂଖ୍ୟା

Prefix

ଉଦାହରଣ

Mono

କାର୍ବନ ମନୋକସାଇଡ

Di

କାର୍ବନ ଡାଇଅକ୍ସାଇଡ

Tri

ଫସଫରସ୍ ଟ୍ରାଇଅକ୍ସାଇଡ

Tetra

କାର୍ବନ ଓ ଟେଟ୍ରାକ୍ଲୋରାଇଡ

Penta

ଡାଇନାଇତ୍ରୋଜେନ ପେଣ୍ଟାକ୍ସାଇଡ

ଏଠାରେ ଲକ୍ଷ୍ୟ କଲେ ଜଣାଯାଏ ଯେ, - o କିମ୍ବା – a, prefix ଶେଷରେ ଅନ୍ୟଏକ vowel ପୂର୍ବରୁ ବନ୍ଦକରାଯାଏ  । ଯଥା monoxide, pentoxide, ସଂଖ୍ୟାସୂଚକ prefix ଓ ମୌଳିକର ନାମ ମଧ୍ୟରେ ଖାଲିସ୍ଥାନ ରହେନାହିଁ  । ପ୍ରଥମ ମୌଳିକ ପାଇଁ prefix mono କୁ ବନ୍ଦ କରିଦିଆଯାଏ  । ଯେତେବେଳେ ସଙ୍କେତର ପ୍ରଥମ ମୌଳିକ ଉଦଜାନ, ତାହାପୂର୍ବରୁ prefix ଯୋଗକରାଯାଏ ନାହିଁ  । ଉଦାହରଣ : ଯୌଗିକ  ର ନାମ ହାଇଡ୍ରୋଜେନ ସଲଫାଇଡ କିନ୍ତୁ ଡିହାଇଦ୍ରୋଜେନ ସଲଫାଇଡ ଲେଖାଯାଏନାହିଁ  । ଏ ଦ୍ଵିଅଙ୍ଗି ଯୌଗିକ ଲେଖିବା ସହଜ, କିନ୍ତୁ ଯେତେବେଳେ ଯୌଗିକ ଦୂରରୁ ଅଧିକ ମୌଳିକ ଥାଏ ଏହା ଅପେକ୍ଷାକୃତ କଷ୍ଟକାମ  । ଅଧିକ କଠିନ ଯୌଗିକ ଗୁଡିକର ସଙ୍କେତ ଏହି ଅଧ୍ୟାୟରେ ପଢିବା  ।

ସାଧାରଣତଃ ଦୁଇପ୍ରକାର ଯୌଗିକ ଅଛି, ଯଥା : କୋ- ଭାଲଣ୍ଟ ଯୌଗିକ ଓ ଆଇଓନିକ୍ ବା ଇଲେଟ୍ରୋଭାଲେଣ୍ଟ ଯୌଗିକ  ଏବଂ  କୋଭାଲାଣ୍ଟ ଯୌଗିକ  । NaCl ଓ Mgo ଆଇଓନିକ୍ ଯୌଗିକ  । ଆଇଓନିକ୍ ଯୌଗିକର ଦୁଇଟି ଚାର୍ଜିତ ଅଂଶଥାଏ  । ଗୋଟିଏ ଅଂଶଯୁକ୍ତ ଚାର୍ଜ ଓ ଅନ୍ୟଟି ବିଯୁକ୍ତ ଚାର୍ଜ  ।

ଉଦାହରଣ : ସୋଡିୟମ କ୍ଲୋରାଇଡ (NaCl) ଦୁଇଟି ଯୌଗିକ କ୍ଷେତ୍ରରେ ଆୟନ ର ଚାର୍ଜ ସଙ୍କେତରେ ଲେଖିବାକୁ ହୁଏ  । ଆୟନିକ ଯୌଗିକରେ ଯଦି ଗୋଟିଏ ଧାତୁ ଓ ଅନ୍ୟଟି ଅଧାତୁ ଥାଏ  । ତେବେ ଏହା ଲେଖିବାକୁ ସହଜ ହୁଏ, ଯେପରି NaCl, Mgo ଇତ୍ୟାଦି  । ଯଦି ଆୟନିକ ଯୌଗିକରେ ଦୁଇଟିରୁ ଅଧିକ ମୌଳିକ ଥାଏ  । ତେବେ ଯୌଗିକ ଲେଖିବାକୁ ଜଟିଳ ହୁଏ, ଏପରି ସ୍ଥଳେ କାଟାୟନ ଓ ଆୟନରେ ଚାର୍ଜ ଜାଣିବାକୁ ହୁଏ  ।

ଆୟନିକ ଯୌଗିକର ଗଠନ

କଟାୟନ ଓ ଆୟନର ଚାର୍ଜ ଜାଣିଲାପରେ ଆୟନିକ ଯୌଗିକ ଲେଖିବା ସହଜ ହୁଏ  । ଆୟନିକ ଯୌଗିକରେ କଟାୟାନ ଓ ଆୟନର ଚାର୍ଜର ଯୋଗଫଳ ଶୂନ ହେବା ଆବଶ୍ୟକ  ।

ମନେକର ଆମକୁ ସୋଡିୟମ ସଲଫେଟର ସଙ୍କେତ ଲେଖିବାକୁ ହେବ, ଯେଉଁଥିରେ  ଓ  ଆୟନ ଅଛି  । ଏଥିପାଇଁ ଯୁକ୍ତାତ୍ମକ ଓ ବିଯୁକ୍ତାତ୍ମକ ଚାର୍ଜ ଆୟନ ଅଦଳ ବଦଳ କରି ଉପଲିପି ଲେଖିବାକୁ ହୁଏ  । ଏହି ଅଦଳବଦଳର ଉଦ୍ଦେଶ୍ୟ ହେଲା ଯୁକ୍ତାତ୍ମକ ଓ ବିଯୁକ୍ତାତ୍ମକ ଚାର୍ଜର ଆୟନ ସଂଖ୍ୟା ଜାଣିବା  ।

ସୋଡିୟମ ସଲଫେଟର ସଙ୍କେତ   ଲେଖିବାରେ ଏହା ସାହାଯ୍ୟ କରେ  । ଚାର୍ଜର ସମତୁଲ ଏହା ଦ୍ଵାରା  = 0

ଏହିପରି   ଯୌଗିକ ବିଦ୍ୟୁତ ନିରପେକ୍ଷ  । କଟାୟନର ଚାର୍ଜସଂଖ୍ୟା ଆନୟନ ପାଖକୁ ଯାଏ  । ଏବଂ ଆନୟନର ଚାର୍ଜକୁ ବିଚାରକୁ ନିଆଯାଏ  ।

ଆଧାର : ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top