ହୋମ / ଶକ୍ତି / ଶକ୍ତି ଉତ୍ପାଦନ / ଉଦ୍ଭିଦରୁ ଇନ୍ଧନ
ସେଆର କରନ୍ତୁ

ଉଦ୍ଭିଦରୁ ଇନ୍ଧନ

ଉଦ୍ଭିଦରୁ ଇନ୍ଧନ ର ସୂଚନା

ଜୀବାଶ୍ମ ତୈଳର ବିକଳ୍ପ

ଜୀବାଶ୍ମ ତୈଳର ବିକଳ୍ପ କ’ଣ ହୋଇପାରେ  । ବାୟୋଡିଜେଲ କିମ୍ବା ବାୟୋଫୁଏଲ । ଉତ୍ତର ହେବ ବାୟୋଫୁଏଲ  । ବାୟୋଡିଜେଲର ଉତ୍ପାଦନ ସରଳ ଅଥବା ଲାଭଜନକ ନୁହେଁ  । ଟ୍ରାନ୍ସ ଇଷ୍ଟରିଫିକେଶନ ଠିକ୍ ଭାବରେ ହୋଇ ନ ପାରିଲେ, ବାୟୋଡିଜେଲ ମିଳି ନ ଥାଏ  । ପୁନଶ୍ଚ ମଞ୍ଜିରୁ ପ୍ରସ୍ତୁତ ଚର୍ବି ତୈଳ ଖାଦ୍ୟ, ଔଷଧ, ପ୍ରସାଧନ ସାମଗ୍ରୀ ତଥା ଅନେକ ଶିଳ୍ପ ପାଇଁ ଅପରିହାର୍ଯ୍ୟ ଅଟେ  ।

ପ୍ରତିଦିନ ପୃଥିବୀରେ ୯,୫୦,୦୦,୦୦୦ ବ୍ୟାରେଲ (ଏକ ବ୍ୟାରେଲ ୨୦୦ ଲିଟର) ପେଟ୍ରୋଲିୟମ ତୈଳ ଇନ୍ଧନ ହିସାବରେ ବ୍ୟବହୃତ ହେଉଅଛି  । ଦୈନିକ ହାରାହାରି ମୁଣ୍ଡପିଛା ତିନିଲିଟର  । ପେଟ୍ରୋଲିୟମ ଲାଟିନ ଶବ୍ଦ ପେଟ୍ରୋ (ପଥର) ଏବଂ ଓଲିୟମ (ତେଲ) ରୁ ଆସିଅଛି  । ଅନେକ ବର୍ଷ ଧରି ପଥର ମଧ୍ୟରେ ପୋତିହୋଇ ବହୁତ ସଂଖ୍ୟାର ଜୀବ (ଜୁ ଫ୍ଲାଙ୍କଟନ, ଶୈବାଳ) ଚାପ ଓ ତାପ ଦ୍ଵାରା ତୈଳରେ ପରିଣତ ହୋଇଥିବାରୁ ଏହାକୁ ଜୀବାଶ୍ମ ଇନ୍ଧନ ମଧ୍ୟ କୁହାଯାଏ  । ସବୁ ତୈଳ ଇନ୍ଧନ ନୁହନ୍ତି  (ଧନ୍ଵନ୍ତରୀ ତୈଳ, ଚନ୍ଦନା ତୈଳ), ସବୁ ଇନ୍ଧନ ମଧ୍ୟ ତୈଳ ନୁହନ୍ତି  (ମିଥାନଲ, ଇଥାନଲ)  । ଜୀବନ୍ତ ଅର୍ଥରେ ବାୟୋ ଶବ୍ଦ ବ୍ୟବହାର କରାଯାଉଥିବାରୁ ତଥା ଉଦ୍ଭିଦଜ ତୈଳକୁ ରାସାୟନିକ ଉପଚାର କରି ଇଞ୍ଜିନ  ଜାଳେଣିରେ ପରିଣତ କରାଯିବାରୁ ଏହାକୁ ବାୟୋଡିଜେଲ କହନ୍ତି  । ତୈଳର ବିକଳ୍ପ ପଦାର୍ଥ ଜୀବ (ଉଦ୍ଭିଦ) ଉତ୍ସରୁ ମିଳୁଥିବାରୁ ଜୈବିକ ଇନ୍ଧନ (ବାୟୋ ଫୁଏଲ) କୁହାଯାଇପାରିବ  । (ମିଥାନଲ, ଇଥାନଲ) । ଖଣିରୁ ଉତ୍ତୋଳିତ ଆଶୋଧିତ ପୀତ / କୃଷ୍ଣ ବର୍ଣ୍ଣର ପେଟ୍ରୋଲିୟମକୁ ଆଂଶିକ ପାତନ ଦ୍ଵାରା ବିଭିନ୍ନ ସ୍ଫୁଟନାଙ୍କର ଦ୍ରବ୍ୟ ଯଥା ମୋବିଲ, ଡିଜେଲ, କିରୋସିନ ଓ ପେଟ୍ରୋଲ (ଗାସୋଲିନ), ପିଚୁ ଇତ୍ୟାଦି ମିଳିଥାଈ  । ସାଧାରଣତଃ ପେଟ୍ରୋଲିୟମ କହିଲେ ଉଭୟ ଅଶୋଧିତ ତୈଳ ଏବଂ ତହିଁରୁ ଉତ୍ପନ୍ନ ବିଭିନ୍ନ ଶୋଧିତ ଦ୍ରବ୍ୟକୁ ବୁଝାଇଥାଏ  ।

ଡିଜେଲ ଅଙ୍ଗାରକ (କାର୍ବନ)

ଡିଜେଲ ଅଙ୍ଗାରକ (କାର୍ବନ) ଅଣୁର ଲମ୍ବା ଶୃଙ୍ଖଳ ଅଟେ  । ପାର୍ଶ୍ଵରେ ଉଦଜାନ (ହାଇଡ୍ରୋଜେନ)ଅଣୁଗୁଡିକ ଥାଏ  । ମୋଟାମୋଟି ଭାବରେ ୧୨ ଗୋଟି ଅଙ୍ଗାରକ ପରମାଣୁ ଏବଂ ୨୩ ଗୋଟି ଉଦଜାନ ପରମାଣୁ ବିଶିଷ୍ଟ ଅଣୁ (C୧୨H୨୩) କୁ ଡିଜେଲ କହନ୍ତି  । ଗାଡି ଇଞ୍ଜିନରେ ଦହନ ତାପମାତ୍ରାରେ ଡିଜେଲ ବାୟୁମଣ୍ଡଳର ଅମ୍ଳଜାନ ସାହାଯ୍ୟରେ ଜଳି, ଅଙ୍ଗାରକାମ୍ଳ ଓ ଜଳବାଷ୍ପ ଦେଇଥାଏ  । ସମୀକରଣ (ଡି ଜେଲ + ଅମ୍ଳଜାନ... ଅଙ୍ଗାରକାମ୍ଳ + ଜଳ + ଶକ୍ତି) ଉଦ୍ଭିଦର ତୈଳ ଅର୍ଥାତ୍ ଚର୍ବି ତୈଳ (ମଞ୍ଜିରୁ ଉତ୍ପାଦିତ)କୁ ରାସାୟନିକ ଉପଚାର କଲେ ବାୟୋଡିଜେଲ ମିଳିଥାଏ (ତୈଳ + ମିଥାନଲ... ବାୟୋଡିଜେଲ + ଗ୍ଲିସେରଲ) । ଏହି ଟ୍ରାନ୍ସଷ୍ଟରିଫିକେଶନ ପ୍ରଣାଳୀରେ ସୋଡିୟମ ହାଇଡ୍ରକସାଇଡ କାଟାଲିଷ୍ଟ ରୂପେ ବ୍ୟବହାର ହୋଇଥାଏ  । ବାଇଗବ (ଅମରଜଡା / ରତନଜୋତ / ଜାଟ୍ରୋଫା), କରଞ୍ଜ, ନିମ୍ବ ଇତ୍ୟାଦି ତୈଳ ବ୍ୟବହାର କରାଯାଇପାରିବ  । ପୃଥିବୀର ପ୍ରଥମ ମୋଟର ଇଞ୍ଜିନ, ଡିଜେଲ ବଦଳରେ ବନସ୍ପତି ତେଲରେ ହିଁ ଚାଲିଥିଲା  । ବାୟୋଫୁଏଲ କହିଲେ ମିଥାନଲ(କାଠ / ସୁରାସାର / ମିଥାଇଲ ଆଲକୋହଲ) ଇଥାନଲ (ଶସ୍ୟସୁରାସାର / ଇଥାଇଲ ଆଲକୋହଲ) ଇତ୍ୟାଦିକୁ ବୁଝାଇଥାଏ   । ଦହନ ପ୍ରକ୍ରିୟାରେ ଇଥାନଲ ଅମ୍ଳଜାନ ସହିତ ପ୍ରତିକ୍ରିୟାକରି ଅଙ୍ଗାରକାମ୍ଳ ବାଷ୍ପ ଏବଂ ଜଳବାଷ୍ପ ଦେଇଥାଏ  । (ଇଥାନଲ + ଅମ୍ଳଜାନ.... ଅଙ୍ଗାରକାମ୍ଳ + ଜଳ + କ୍ୟାଲୋରି)  । ଇଞ୍ଜିନରେ ମିଥାନଲ କିମ୍ବା ମିଥାନଲଓ ଗ୍ଲାସୋରିନ (ପେଟ୍ରୋଲ )ର ମିଶ୍ରଣ ବ୍ୟବହାର କରାଯାଇପାରିବ  । ଯୁକ୍ତରାଷ୍ଟ୍ର ଆମେରିକାରେ ଉକ୍ତ କାର୍ଯ୍ୟରେ ଇଥାନଲବ୍ୟବହାର ହୋଇଥାଏ  ।

ପେଟ୍ରୋଲିୟମ ତୈଳ ପରିବେଶକୁ ପ୍ରଦୂଷଣ କରିବା ସହିତ, ଏହାର ଦହନରୁ ଉତ୍ପନ୍ନ ଅନେକ ଗ୍ୟାସ ବିଶେଷକରି ସଲଫର ଡାଇଅକସାଇଡ ବାୟୁମଣ୍ଡଳର ଓଜୋନ ସ୍ତରରେ କ୍ଷୟ କରିଥାଏ   ।

ବାୟୋଫୁଏଲ

ଜୀବାଶ୍ମ ତୈଳର ବିକଳ୍ପ କ’ଣ ହୋଇପାରେ, ବାୟୋଡିଜେଲ କିମ୍ବା ବାୟୋଫୁଏଲ  । ଉତ୍ତର ହେବ ବାୟୋଫୁଏଲ  । ବାୟୋଡିଜେଲର ଉତ୍ପାଦନ ସରଳ ଅଥବା ଲାଭଜନକ ନୁହେଁ  । ଟ୍ରାନ୍ସ ଇଷ୍ଟରିଫିକେଶନ ଠିକ୍ ଭାବରେ ହୋଇ ନ ପାରିଲେ, ବାୟୋଡିଜେଲ ମିଳି ନ ଥାଏ  । ପୁନଶ୍ଚ ମଞ୍ଜିରୁ ପ୍ରସ୍ତୁତି ଚର୍ବି ତୈଳ ଖାଦ୍ୟ, ଔଷଧ, ପ୍ରସାଧନ ସାମଗ୍ରୀ ତଥା ଅନେକ ଶିଳ୍ପ ପାଇଁ ଅପରିହାର୍ଯ୍ୟ  । ବାୟୋଫୁଏଲର ଉପଯୋଗିତା ପୂର୍ବରୁ କେତେଗୁଡିଏ ବିଷୟରେ ବିଷୟରେ ଆଲୋଚନା କରିବାକୁ ହେବ  । କାଠ ଏକ ପ୍ରାକୃତିକ ଅଥବା ମନୁଷ୍ୟକୃତ ପୁନର୍ନବୀକରଣ ସମ୍ପଦ । ସୂକ୍ଷ୍ମ ଭାବରେ ଦେଖିଲେ ଏହି ପଦାର୍ଥ ଅସଂଖ୍ୟ ମୃତକୋଷର ସମଷ୍ଟି  । କାଠରେ ୪୦-୫୦ ଭାଗ ସେଲୁଲୋଜ (ଅଣୁ ତନ୍ତୁ), ୨୦ – ୩୫ ଭାଗ ହେମିସେଲୁଲୋଜ, ୧୮ - ୩୫ ଭାଗ  ଲିଗନିନ୍ (କୋଷ ଅଠା) ଏବଂ ୪ – ୧୦ ଭାଗ ଜୈବ ନିଷ୍କର୍ଷ ଓ ପାଉଁଶ ଥାଏ  । ପ୍ରଥମ ଦୁଇ ଉପାଦାନ ଶ୍ଵେତସାର ଅଟନ୍ତି  । ସେଲୁଲୋଜ ଛଅ ଅଙ୍ଗାରକ ପରମାଣୁ ବିଶିଷ୍ଟ ଗ୍ଲୁକୋଜ ଅଣୁର ଏକ ଦୀର୍ଘ ଶୃଙ୍ଖଳ ହେବା ବେଳେ ହେମିସେଲୁଲୋଜ ମୁଖ୍ୟତଃ ପାଞ୍ଚ ଅଙ୍ଗାରକ ବିଶିଷ୍ଟ ଜାଇଲୋଜ, ମାନ୍ନୋଜ ଇତ୍ୟାଦି ଶର୍କରାର ସମଷ୍ଟି  । ସେଲୁଲୋଜ ଦେଖିବାକୁ ଧଳା ଏବଂ ଲିଗନିନ୍ ଗାଢ ବାଦାମି ରଙ୍ଗ  । କପାତୁଳା ଶହେ ପ୍ରତିଶତ ସେଲୁଲୋଜ ଅଟେ  । ଲିଗନିନ୍ ଅଠାଳିଆ ହୋଇଥିବାରୁ ସେଲୁଲୋଜ ଏବଂ ହେମିସେଲୁଲୋଜକୁ ବାନ୍ଧି ରାଖୀ କାଠକୁ ଶାକ୍ତ କରିଥାଏ  । ଉଦାହରଣ ସ୍ୱରୂପ ଏକ ଦଶ କୁଇଣ୍ଟାଲ ଓଜନର ଢାଳ ୧୦୦ କିଲୋମିଟର ବେଗରେ ବହୁଥିବା ବାତ୍ୟା ପବନର ତାନକୁ ପ୍ରତିହତ କରି ଗଛଭାଙ୍ଗି ନ ଥାଏ  । ଅନ୍ୟପକ୍ଷରେ କାଠରେ ୫୦ ଭାଗ ଅଙ୍ଗାରକ, ୪୪ ଭାଗ ଅମ୍ଳଜାନ ଏବଂ ୬ ଭାଗ ଉଦଜାନ ପରମାଣୁ ଥାଏ  । ଧାନ ନଡାରେ ହାରାହାରି ଭାବରେ ୬୩ ଭାଗ ସେଲୁଲୋଜ ଥାଏ  । ଚାଉଳ, ଗହମ, ମକା ଇତ୍ୟାଦିରେ ୬୦ – ୭୫ ଭାଗ ମଣ୍ଡ ଥାଏ, ଯାହା କି ସେଲୁଲୋଜ ପରି ଗ୍ଲୁକୋଜ ଅଣୁର ଲମ୍ବା ଶୃଙ୍ଖଳ ଅଟେ  । ଅତଏବ ସେଲୁଲୋଜ କିମ୍ବା ଷ୍ଟାର୍ଚ ଅଣୁକୁ ଭାଙ୍ଗିଦେଇ ଗ୍ଲୁକୋଜ ଅଣୁ ମିଳିଥାଏ  ।

କାଠକୁ ଅମ୍ଳଜାନ ଉପସ୍ଥିତିରେ ଦହନ ତାପ ପର୍ଯ୍ୟନ୍ତ ଗରମ କଲେ, ଏହା ଛାଏଁଛାଏଁ ଜଳି ଅଙ୍ଗାରକାମ୍ଳ, ଜଳ, ପାଉଁଶ ସହିତ ତାପଶକ୍ତି ଦେଇଥାଏ  । ମାତ୍ର ଅନ୍ତର୍ଧୂମପାତନ / ଅଙ୍ଗାରକକରଣ ପ୍ରଣାଳୀରେ କାଠକୁ ବାୟୁରୁଦ୍ଧ (ଅମ୍ଳଜାନ ରହିତ) ଅବସ୍ଥାରେ ଉଚ୍ଚ ତାପମାତ୍ରା (୨୫୦-୩୫୦..... ସେଲସିୟସ)ରେ ଗରମକେଲେ ଏହା ଅଙ୍ଗାର (୩୩ଭାଗ), କାଠତର (୯ଭାଗ), ଆସିଟିକ ଏସିଡ (୫ ଭାଗ), କାଠସୁରାସାର (୨ଭାଗ) ଦେଇଥାଏ  (କାଠ....ଅଙ୍ଗାର + ତାର+ ଆସିଟିକ ଅମ୍ଳ+ ମିଥାନଲ)ଅନ୍ୟପକ୍ଷରେ ଜଳୀୟ ବିଘଟନ / ଶର୍କରାକରଣ ପ୍ରଣାଳୀରେ କାଠକୁ (କରତ ଗୁଣ୍ଡା, ଟୁକୁଡା, ଚୋପି ଇତ୍ୟାଦି) ଅମ୍ଳରେ ଉପଚାର କଲେ ଗ୍ଲୁକୋଜ ଓ ଅନ୍ୟ ଶର୍କରା ଦ୍ରବ୍ୟ ମିଳିଥାଏ  । ଶର୍କରାର ଏହି ଦ୍ରବଣରୁ ବାଷ୍ପୀକରଣ, ସ୍ପଟିକ କରଣ ଏବଂ କିଣନ ପଦ୍ଧତିରେ ଯଥାକ୍ରମେ କାଠଗୁଡ, ଗ୍ଲୁକୋଜ ଏବଂ ଇଥାନଲ ଓ ଗ୍ଲିସେରଲ ମିଳିଥାଏ (କାଠ... ଶର୍କରା ଦ୍ରବଣ.... କାଠଗୁଡ / ଇଥାନଲ + ଗ୍ଲିସେରଲ) ସ୍କୋଲର ପଦ୍ଧତିରେ କାଠରୁ ୨୦ ଭାଗ ଇଥାନଲ ମିଳୁଥିବା ସ୍ଥଳେ ରିନାଉ ପଦ୍ଧତିରେ ୨୬ ଭାଗ ମିଳିଥାଏ   ।  ଶର୍କରାକରଣ ପାଇଁ ଗନ୍ଧକାମ୍ଳ ପରିବର୍ତ୍ତେ ଲବଣାମ୍ଲ ଲାଭଦାୟକ ଅଟେ  । ଆହୁରି ମଧ୍ୟ ପ୍ରଜାତି ଅନୁଯାୟୀ ୧୦୦ କିଲୋଗ୍ରାମ କାଠରୁ ୧୮-୩୦ ଲିଟର ଇଥାନଲ ମିଳିଥାଏ  । ପାରମ୍ପରିକ ଜଙ୍ଗଲ ପରିବର୍ତ୍ତେ ବୃକ୍ଷଚାଷ କରି ଇଥାନଲ / ମିଥାନଲ ଉତ୍ପାଦନ କରାଯାଇପାରିବ  । ଅଉନଶ୍ଚ ଦେଖାଯାଇଛି ଯେ ଓଡିଶାରେ ବାର୍ଷିକ ହାରାହାରି ୧୬ କୋଟି କୁଇଣ୍ଟାଲ ନଡା ଉତ୍ପାଦନ ହୁଏ  । ଗୋଖାଦ୍ୟ, ଛପର, ଜାଳ, ଖତ, ଛତୁ ଇତ୍ୟାଦି ପାଇଁ ବ୍ୟବହୃତ ନଡାକୁ ବାଦ୍ ଦେଲେ ପ୍ରାୟ ୨ କୋଟି କୁଇଣ୍ଟାଲ ବଳିଥାଏ, ଯହିଁରୁ ଶର୍କରାକରଣ ପଦ୍ଧତିରେ ୪୪ କୋଟି ଲିଟର ସୁରାସାର ମିଳିପାରିବ  । ଚାଉଳ, ଗହମ, ମକା, ଆଳୁ, ଆଖୁ, ମହୁଲ, ସୁଗାରବିଟ, ଗୟା ଆଳୁ ଇତ୍ୟାଦି କୃତିଜାତ ପଦାର୍ଥର ସୁରାସାର ଉତ୍ପାଦନ କରାଯାଇପାରିବ  । ଚାଉଳ, ଗହମ, ମକା ଇତ୍ୟାଦିରୁ ୫୪- ଭାଗ ଗ୍ଲୁକୋଜ ମିଳିଥାଏ  । ମାତ୍ର ଏସବୁ ଖାଦ୍ୟକୁ ବାୟୋଫୁଏଲ ପ୍ରସ୍ତୁତିରେ ବ୍ୟବହାର କଲେ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧିପାଇବ  ।

ସଂଗୃହୀତ – ମନୋରଞ୍ଜନ ମହାନ୍ତି

2.78947368421
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top