ହୋମ / ଶକ୍ତି / ଶକ୍ତି ଉତ୍ପାଦନ / ଖଣିଜ ଶିଳ୍ପକୁ ଆଇ ଏମ ଏମ ଟିର ଅବଦାନ
ସେଆର କରନ୍ତୁ

ଖଣିଜ ଶିଳ୍ପକୁ ଆଇ ଏମ ଏମ ଟିର ଅବଦାନ

ଖଣିଜ ଶିଳ୍ପକୁ ଆଇ ଏମ ଏମ ଟିର ଅବଦାନ ର ସୂଚନା

ଓଡିଶା ରେ ପ୍ରାକୃତିକ ସମ୍ପଦ

ଭାରତ ଏକ ପ୍ରଦେଶ ରୂପେ ଓଡିଶା ଚାରିପ୍ରକାର ପ୍ରାକୃତିକ ସମ୍ପଦରେ ଭରପୂର  ।  ଏଠାରେ ଖଣିଜ ପଦାର୍ଥ , ଜଙ୍ଗଲଜାତ ପଦାର୍ଥ ,  ସମୁଦ୍ରଜାତ ପଦାର୍ଥ ଏବଂ କୃଷିଜାତ ପଦାର୍ଥ ଯଥେଷ୍ଟ ମିଳିବାର ସୁଯୋଗ ଅଛି    । ଖଣିଜ ପଦାର୍ଥ ମଧ୍ୟରେ ମୁଖ୍ୟତଃ ଲୁହାପଥର,ମାଙ୍ଗାନିଜ ପଥର,କ୍ରୋମାଇଟ ପଥର , ଚୂନପଥର,ଡୋଲମାଇଟ ପଥର ,  କୋଇଲା , ଗ୍ରାଫାଇଟ , କ୍ଵାର୍ଜ , କ୍ଳେ ମିନେରାଲସ , ଭାରି ସମୁଦ୍ର ବାଲି, ଜେମଷ୍ଟୋନ  ଇତ୍ୟାଦି ମିଳିଥାଏ  । ଉପଜାତ ପଦାର୍ଥ ଭିତ୍ତିରେ ବିଭିନ୍ନ କଳକାରଖାନା ଓଡିଶାରେ ବସିଛି  ।  ଏହି ଖଣିଜ ପଦାର୍ଥର ସୁବିନିଯୋଗ ପାଇଁ ଓଡିଶାର ବରପୁତ୍ର ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ କେନ୍ଦ୍ର ସରକାର ଏପ୍ରିଲ 13,1964 ମସିହାରେ ଭୁବନେଶ୍ଵରରେ ଏକ ଆଞ୍ଚଳିକ ଗବେଷଣାଗାର ସ୍ଥାପନ କାଲେ   । ଗବେଷଣା କମିଟିର ସେ ପ୍ରଥମେ ସଭାପତି ଥିଲେ  ।  ସେ ତାଙ୍କ ସଭାପତିତ୍ଵ ସମୟରେ କିପରି ଭାବେ ସୂଚାରୁରୂପେ ଖଣିଜ ପଦାର୍ଥର ସୁବିନିଯୋଗ କରାଯାଇ ଓଡିଶା ପ୍ରଦେଶ ସହିତ ଭାରତବର୍ଷରେ ବିଭିନ୍ନ ଶିଳ୍ପ ଗଠନ କରାଯାଇପାରିବ , ସେଥିସକାଶେ ଭିନ୍ନ ଭିନ୍ନ ପ୍ରକାର ଯୋଜନା କରିଥିଲେ   ।  1964 ମସିହାରୁ ଏ ପର୍ଯ୍ୟନ୍ତ ଏହି ଅନୁଷ୍ଠାନ ଖଣିଜ ପଦାର୍ଥ ଉପରେ ଗବେଷଣା ଚାଲୁ ରଖିଅଛି   ।  ଏହି ଗବେଷଣାରୁ ଯାହାକିଛି ପଦ୍ଧତି ଉଦ୍ଭାବନ କରାଯାଇଛି , ସେଗୁଡିକୁ ବିଭିନ୍ନ ଶିଳ୍ପକୁ ଦିଆଯାଇଛି   ।

ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ

ବର୍ତ୍ତମାନ ଏଠାରେ ଖଣିଜ ପଦାର୍ଥ ଉପରେ ଆଲୋକପାତ କରିବା   ।  ଯେକୌଣସି ଖଣିରେ ଖଣିଜ ପଦାର୍ଥଗୁଡିକ ବିଭିନ୍ନ ମାନର ମିଳିଥାଏ  ।  ଖଣିଜ ପଦାର୍ଥର ବିନିଯୋଗ ଏହି ମାନ ଉପରେ ନିର୍ଦ୍ଧାରିତ ହୋଇଥାଏ   । ଯେଉଁ ଖଣିଜ ପଦାର୍ଥର ବିନିଯୋଗ ଏହି ମାନ ଉପରେ  ନିର୍ଧାରିତ ହୋଇଥାଏ  । ଯେଉଁ ଖଣିଜ ପଦାର୍ଥର ମନ ଅତି ନିମ୍ନ ଥାଏ  ବା ବିନିଯୋଗ କରିବା ପାଇଁ ଅନୁପଯୁକ୍ତ ଥାଏ  ,  ସେହି ଖଣିଜ ପଦାର୍ଥକୁ ବିଭିନ୍ନ ଉପାୟରେ ବିଶୋଧନ କରିବା ଦରକାର ପଡିଥାଏ   ।  ଏହି ପଦ୍ଧତିକୁ ଖଣିଜ ପଦାର୍ଥର ବିଶୋଧନ ପଦ୍ଧତି କୁହାଯାଏ  ।  ଏହାକୁ ଇଂରାଜୀରେ ମିନେରାଲ ପ୍ରୋସେସିଙ୍ଗ କୁହାଯାଏ   ।   ଆଇ ଏମ ଏମ ଟି ଅନୁଷ୍ଠାନରେ ଏହି ବିଭାଗଟିଟି ସ୍ଥାପିତ  ।  1964 ମସିହାରୁ ଏହା ଏ ପର୍ଯ୍ୟନ୍ତ ସୁଚାରରୂପେ କାମ କରି ଆସୁଛନ୍ତି   ।  ମୁଖ୍ୟତଃ ଏହି ବିଭାଗଟି ଶିଳ୍ପଗୁଡିକ ସହିତ ସିଧାସଳଖ ସମ୍ପର୍କ ରଖିଥାଏ   । ଭାରତର ବିଭିନ୍ନ ଖଣିରେ ଥିବା ନିମ୍ନମାନର ଖଣିଜ ପଦାର୍ଥ ମାନ କୁ କିପରି ଭାବେ ବଢାଯାଇପାରିବ    । ସେଗୁଡିକ ଏଠାରେ ଗବେଷଣା କରାଯାଏ ଏବଂ ଶେଷରେ ବିଶୋଧନ ପଦ୍ଧତିରେ ତଥ୍ୟ ନେଇ ସେମାନେ ସେମାନଙ୍କର ଶିଳ୍ପ ପ୍ରତିଷ୍ଠା କରିଥାନ୍ତି  ।  ଏହି ବିଭାଗ ତାର ଉଚ୍ଚତମ ମାନର କାର୍ଯ୍ୟ ପାଇଁ ସାରା ଭାରତ ତଥା ବିଶ୍ଵରେ  ପ୍ରତିଷ୍ଠା କରିଥାନ୍ତି  ।  ଏହି ବିଭାଗ ତାର ଉଚ୍ଚତମ ମାନର କାର୍ଯ୍ୟ ପାଇଁ ସାରା ଭାରତ ତଥା ବିଶ୍ଵରେ ପରିଚିତ  ।  ଏହି ଦ୍ରୁଷ୍ଟିରୁ ଭାରତ ସରକାର ଏହି ଅନୁଷ୍ଠାନର ନାମ  2003  ମସିହା ଏପରିଲ 13 ତାରିଖରୁ ପରିବର୍ତ୍ତନ କରିବାକୁ ପରାମର୍ଶ ଦେବାରୁ “ ଆଞ୍ଚଳିକ ଗବେଷଣାଗାର ପରିବର୍ତ୍ତେ ଏହାକୁ “ ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ “ ରୂପେ ନାମିତ କରାଯାଇଛି   ।

ଏହି ବିଭାଗ ରାଜ୍ୟ ଓ ଦେଶର ଶିଳ୍ପମାନଙ୍କ ସହିତ କିପରି ସୁସମ୍ପର୍କ ସ୍ଥାପନ କରିପାରିଛି ସେ ବିଷୟରେ କେତେଗୁଡିଏ ଜ୍ଵଳନ୍ତ ଉଦାହରଣ ଏଠାରେ ଦିଆଯାଇଛି   ।  ଏଠାରେ ମୋଟ ବ୍ୟକ୍ତିଗତ ଅନୁଭୂତି ପ୍ରକାଶ କରୁଅଛି  ।

ଏହି ଅନୁଷ୍ଠାନରେ ମୁଁ 1988 ମସିହା ମେ 30 ତାରିଖରେ ଯୋଗ ଦେଲି   ।  ପେଶାରେ ମୁଁ ଜଣେ ରାସାୟନିକ ଯନ୍ତ୍ରୀ   ।  ଏଠାରେ ଯୋଗଦାନ ପୂର୍ବରୁ ମୁଁ ଓଡିଶାରେ ଥିବା ଜୟଶ୍ରୀ କେମିକାଳ ଲିମିଟେଡରେ କାମ କରୁଥିଲି  । ମୁଁ ଏଠାରେ ଯୋଗଦାନ କଳା ପରେ ମୋତେ ଖଣିଜ ବିଶୋଧନ ବିଭାଗ ରେ ନିଯୁକ୍ତି ଦିଆଗଲା   ।  ସେହିଦିନଠାରୁ ଏ ପର୍ଯ୍ୟନ୍ତ ମୁଁ ଏହି ବିଭାଗରେ କାମ କରୁଛି  ।  ସେତେବେଳେ ଏହି ବିଭାଗରେ ଡକ୍ଟର କେ ଏସ  ନରସିଂହନ  ମୁଖ୍ୟ ରୂପେ କାମ କରୁଥିଲେ  ।  ମୋର କାର୍ଯ୍ୟକୁ ସିଧାସଳଖ ତଦାରଖ କରିବା ପାଇଁ ଏହି ବିଭାଗରେ ବରିଷ୍ଠ ବୈଜ୍ଞାନିକ ଶ୍ରୀଯୁକ୍ତ ପି ଏସ ଆର ରେଡ୍ଡୀଙ୍କୁ ଦାୟିତ୍ଵ ଦେଇଥିଲେ  ।  ସେ ଜଣେ ଉଚ୍ଚକୋଟିର ବୈଜ୍ଞାନିକ ଭାବେ ସରଳ ଓ ସ୍ନେହଶୀଳ ବ୍ୟକ୍ତି ଅଟନ୍ତି  ।  ଏହି ଦୁଇଜଣଙ୍କ ତତ୍ବାବଧାନରେ ମୋର ଗବେଷଣା ଆଗେଇ ଚାଲିଲା  ।  ସେମାନଙ୍କ ଅଧୀନରେ କାମ କରି ମୁଁ ଆନନ୍ଦ ଅନୁଭବ କରୁଥାଏ   ।  ପ୍ରଥମେ ସେମାନେ ମୋତେ ନିମ୍ନମାନର କୌଲାର ମାନ କିପରି ବିଭିନ୍ନ ଉପାୟରେ ବଢାଯାଇପାରିବ , ଏହି ବିଷୟରେ ଗବେଷଣା କରିବା ପାଇଁ ଦାୟିତ୍ଵ ଅର୍ପଣ କରିଥିଲେ   ।  ମୋ ଜୀବନରେ ଏହା ଥିଲା ପ୍ରଥମ ଗବେଷଣାର ମୂଳଦୁଆ   ।  ବର୍ତ୍ତମାନ ବିଭିନ୍ନ ଶିଳ୍ପ ସହ କିପରି ଭାବେ ଆମ ଅନୁଷ୍ଠାନ କାମ କରେ ଏବଂ କିପରି ଭାବେ ସମ୍ପର୍କ ଗଠନ କରେ  , ସେହି ବିଷୟରେ ଏଠାରେ କେତେଗୁଡିଏ ଜ୍ଵଳନ୍ତ ଉଦାହରଣ ଉପସ୍ଥାପନ କରୁଛି  ।

  • ଯେହେତୁ ମୋର ଶିଳ୍ପ ପରିଚାଳନା କରିବାର ଅଭିଜ୍ଞତା ଥିଲା,ସେଥି ସକାଶେ  ଡକ୍ଟର କେ ଏମ ନରସିଂହନ ମୋତେ ଟାଟା ଷ୍ଟିଲର ପଶ୍ଚିମ ବୋକାରେ ଥିବା କୋଇଲାଭିତ୍ତିକ କାରଖାନାକୁ ୧୯୯୧ ମସିହାରେ ପଠାଇଲେ  ।  ସେଠାରେ ତାଙ୍କ ଦ୍ଵାରା ଉଦ୍ଭାବିତ ଫ୍ଳୋଟେସାନ କଲମ ଏ ଏକ ପାଇଲତ ପ୍ଳାଣ୍ଟ ଚଳେଇବା ପାଇଁ  ମୋତେ ଦାୟିତ୍ଵ ଦେଲେ   ।  ଏହି ଫ୍ଳୋଟେସାନ କଲମ ଉଦ୍ଭାବନରେ ସେ ବିଶ୍ଵରେ ଦ୍ଵିତୀୟ ବ୍ୟକ୍ତି ଭାବରେ ଗଣାଯାଆନ୍ତି   ।  ମୋ ସହିତ ସେ ମୋ ବିଭାଗରେ କାର୍ଯ୍ୟରତ ବରିଷ୍ଠ ବୈଜ୍ଞାନିକ ଶ୍ରୀଯୁକ୍ତ , ଏସ କେ , ଭୌମିକକୁ ପଠାଇଲେ   ।  ସେ ମଧ୍ୟ ଜଣେ ଉଚ୍ଚକୋଟିର ବୈଜ୍ଞାନିକ   ।  ସେ ଅତି ସରଲ ଓ ସ୍ନେହଶୀଳ ଥିଲେ   ।  ତାଙ୍କ ସହ ଗବେଷଣା କରିବା ଦ୍ଵାରା ମୁଁ ଆନନ୍ଦ ଅନୁଭବ କରୁଥିଲି  ।  ଏହି ପାଇଲଟ ପ୍ଳାଣ୍ଟଟି ଗବେଷଣାରୁ ଶିଳ୍ପକୁ ପ୍ରଥମ ଥର ପାଇଁ ଯାଇଥିଲା   ।  ଏହାକୁ ଚଳାଇବା ବେଳେ କିଛି ଯାନ୍ତ୍ରିକ ତ୍ରୁଟି ପରିଲିଖିତ ହେଲା  ।  ଏହାର ଉତ୍ପାଦନ କ୍ଷମତା ଘଣ୍ଟାକୁ ତିନି ଟନ ଥିଲା  ।  ସେତେବେଳେ ଏହି ପ୍ଳାଣ୍ଟରେ ଶ୍ରୀଯୁକ୍ତ କୋଚାର ମୁଖ୍ୟ ରୂପେ କାର୍ଯ୍ୟ କରୁଥିଲେ   ।  ଏହି ପାଇଲଟ ପ୍ଳାଣ୍ଟକୁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବା ପାଇଁ ସେ ଆମ ସହିତ କେତେଜଣ କାର୍ଯ୍ୟରତ ଜନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ   ।   ଆମେ ମିଳିତ ଭାବେ ଗୋଟିଏ ମାସ କଳା ପରେ ଥିବା ଯାନ୍ତ୍ରିକ ତ୍ରୁଟିଗୁଡିକ ଦୂର କରାଗଲା  ।  ଏଇ ପ୍ଳାଣ୍ଟରେ ଯେଉଁ ବର୍ଜ୍ୟବସ୍ତୁର ବାହାରୁଥିଲା,ସେଥିମଧ୍ୟରେ ବହୁତ ଅତି କ୍ଷୁଦ୍ର ଭଲ କୋଇଲା ଦାନା ରହୁଥିଲା   ।  ଏହି କୋଇଲା ଦାନାଗୁଡିକ କିପରି ଭାବେ ବର୍ଜ୍ୟବସ୍ତୁର ଅଲଗା କରାଯାଇପାରିବ , ସେଥିସକାଳେ ପ୍ରଦର୍ଶନ ପାଇଁ ଏହି ପାଇଲଟ ପ୍ଳାଣ୍ଟଟି ବସାଯାଇଥିଲା    ।  ସମସ୍ତଙ୍କ ଉଦ୍ୟମରେ ଏହି ପାଇଲଟ ପ୍ଳାଣ୍ଟଟି ସଂପୂର୍ଣ୍ଣ କ୍ଷମତା ସହ ସୁପରିଚାଳନା କରାଗଲା  ।  ଏକ ଗୁରୁବାର ରାତି ଦଶଟାବେଳେ ଏହି ଖବର ଶ୍ରୀଯୁକ୍ତ କୋଚାରଙ୍କୁ ଜଣାଇଦିଆଗଲା   ।  ସେ ନିଜେ ରାତି ଏଗାରଟାରେ ଆସି ପରିଚାଳନା ଦେଖିଲେ ଏବଂ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କଲେ  । ସେ ଦିନ ଏହି ସଫଳତାର ଗାରିମାକୁ ଆମେ ଆନନ୍ଦର ସହ ଉପଭୋଗ କରିଥିଲୁ  । ତାହା ପରଦିନ ଏହି ସୁଫଳକୁ ଲେଖା ହିସାବରେ ରଖିବା ପାଇଁ ଆମ ଅନୁଷ୍ଠାନ ସହିତ ଏକ ସ୍ଵାକ୍ଷରପାଟ କରାଗଲା  ।  ଆମ ଅନୁଷ୍ଠାନ ତରଫରୁ ମୁଁ ଦସ୍ତଖତ କରିଥିଲି  ।  ସେଦିନର ପ୍ରତି ମୂହୁର୍ତ୍ତ ଆମ ପାଇଁ ଥିଲା ଏକ ସୁଖମୟ ଅନୁଭବ  । କାରଣ ଏହା ଥିଲା ଆମ ଗବେଷଣାର ସିଧାସଳଖ ସୁଫଳ   ।  ଯେତେବେଳେ ଏହି ଖବରଟି ଡକ୍ଟର ନରସିଂହନ ଜାଣିଲେ ,  ସେ ଆନନ୍ଦରେ ବିଭୋର ହୋଇଯାଇଥିଲେ   । କାରଣ ଏହି ପ୍ରକଳ୍ପର ସେ ଥିଲେ ମୁଖ୍ୟଧାର   ।
  • ଏଲ ଏଣ୍ଡ ଟି ତାମିଲନାଡୁରେ ଏକ ଗ୍ରାଫାଇଟ କାରଖାନା ତାମିଲନାଡୁ ମିନେରାଲ କରପୋରେସାନ ପାଇଁ ବସାଇଥିଲେ   । ଯେହେତୁ ଏହି କାରଖାନାରେ ଉତ୍ପାଦନ କ୍ଷମତାଠାରୁ କମ ଉତ୍ପାଦିତ ହୋଇଥିଲେ , ତେଣୁ ସେମାନେ ଆମ ଅନୁଷ୍ଠାନର ସାହାଯ୍ୟ ଲୋଡିଲେ  ।  ସେଠାରେ ଆମେ ସେମାନଙ୍କ ସହ ଏହି କାରଖାନାକୁ ପରିଚାଳନା କଲୁ  ଏବଂ ଏହାର ଯାନ୍ତ୍ରିକ ତ୍ରୁଟିଗୁଡିକ ଅନୁଧ୍ୟାନ କଲୁ  ।  ସେଠାରେ ବିଭିନ୍ନ ନମୁନା ସଂଗ୍ରହ କରି ଆମ ଅନୁଷ୍ଠାନରେ ଗବେଷଣା କଲୁ  ।  ତାହାପରେ ସେଠାକୁ ଯାଇ ବିଭିନ୍ନ ଯାନ୍ତ୍ରିକ ତ୍ରୁଟିକୁ ଗୋଟିଏ ପରେ ଗୋଟିଏ ସମାଧ୍ୟାନ କଲୁ   ।  ତିନିଦିନ କାଳ କାରଖାନାକୁ ପରିଚାଳନା କରି ଅଧିକ ଉତ୍ପାଦନ କ୍ଷମତା ପ୍ରଦର୍ଶନ କରିଥିଲୁ  ।  ସେହିଦିନଠାରୁ ଏହି କାରଖାନାରେ ଯାହାକିଛି ଅସୁବିଧା  ହୁଏ ସେମାନେ ଆମ ସହିତ ସମ୍ପର୍କ କରନ୍ତି  ।  ଏବେ ଏହି କାରଖାନାର ଉତ୍ପାଦନ କ୍ଷମତା କିପରି ବଢାଯାଇପାରିବ , ସେଥିସକାଶେ ସେମାନେ ଆମ ସହିତ ବରାବର ଆଲୋଚନା କରୁଛନ୍ତି  ।
  • ଭାରତବର୍ଷର ସ୍ଵାଧୀନତା ପରେ ଓଡିଶା ପ୍ରଦେଶରେ କେବଳ ଗ୍ରାଫାଇଟ ଉତ୍ପାଦନ ଅକରାଯାଏ   ।  ସାଧାରଣତଃ ଗ୍ରାଫାଇଟ ଅନ୍ୟାନ୍ୟ ବସ୍ତୁ ସହିତ ମିଶିଥାଏ   । ଏଥିରେ କାର୍ବନ ପରିମାଣର ଉପସ୍ଥିତିକୁ ନେଇ ଏହାର ମାନ ନିର୍ଦ୍ଧାରଣ ହୋଇଥାଏ   ।  ଏହାର ମାନ ଖଣିରେ ପ୍ରାୟ ୩ ରୁ ୨୦ ଶତାଂଶ ଥାଏ   ।  ବିଶୋଧନ ପ୍ରକ୍ରିୟା  ଦ୍ଵାରା ଏହା ମାନର ମୂଲ୍ୟକୁ ୬୫ ରୁ ୯୬ ପର୍ଯ୍ୟନ୍ତ ବଢାଯାଏ   ।  ତାହାପରେ ଏହାକୁ ବିଭିନ୍ନ ଶିଳ୍ପରେ କଞ୍ଚାମାଲ ରୂପେ ବ୍ୟବହାର କରାଯାଏ  ।  ଓଡିଶା ଏପର୍ଯ୍ୟନ୍ତ ଭରତବର୍ଷର ଚାହିଦା ଅନୁସାରେ  ୬୦ ରୁ ୭୦% ପୂରଣ କରିଥାଏ   ।  ଏହି କାରଖାନା କ୍ଷୁଦ୍ର ଶିଳ୍ପ ରୂପେ ବିବେଚନା କରାଯାଏ   ।  ଓଡିଶାରେ ଏହି ଶିଳ୍ପ ପ୍ରାୟ କୋଡିଏଟି ଅବସ୍ଥାପିତ   ।  ଊଣା ଅଧିକେ ସମସ୍ତେ ଆମର ସାହାଯ୍ୟ ନେଇଥାନ୍ତି   ।  ଉଦାହରଣ ସ୍ୱରୂପ , କୋରାପୁଟ ଏବଂ ରାୟଗଦା ଜିଲ୍ଲାରେ ପ୍ରଧାନ ଇଣ୍ଡାଷ୍ଟ୍ରିଜର ଗ୍ରାଫାଇଟ କାରଖାନା ଅବସ୍ଥିତ   ।  ସେମାନେ ପ୍ରଥମେ ମାସକୁ ୪୦-୫୦ ଟନ ଗ୍ରାଫାଇଟ ଉତ୍ପାଦନ କରୁଥିଲେ   ।  ଆମ ଅନୁଷ୍ଠାନ ସାହାଯ୍ୟରେ ସେମାନଙ୍କର ପଦ୍ଧତି ପରିବର୍ତ୍ତନ ଅନାଗଲା ଏବଂ କିଛି ନୂଆ ଯନ୍ତ୍ର ବସାଗଲା   ।  ଯାହାଫଳରେ ଏହି କାରଖାନାଗୁଡିକର ଉତ୍ପାଦନ କ୍ଷମତା ବୃଦ୍ଧି ପାଇ ସେମାନେ ବର୍ତ୍ତମାନ  ୬୦-୯୪ ଶତାଂଶ କାର୍ବନ ଥିବା ଗ୍ରାଫାଇଟ ଉତ୍ପାଦନ କରୁଛନ୍ତି  ।  ବର୍ତ୍ତମାନ ଏହି ଦୁଇଟି କାରଖାନା ମାସିକ  ୬୦୦ ରୁ  ୭୦୦ ଟନ ପର୍ଯ୍ୟନ୍ତ ଉତ୍ପାଦନ କରିପାରୁଛନ୍ତି  । ସେହିପରି ପୋଦାର ଗ୍ରୁପର ଗ୍ରାଫାଇଟ କାରଖାନା ରାଞ୍ଚି ଅଞ୍ଚଳରେ ଛୋଟନାଗପୁରରେ ଅଛି   ।  ସେମାନେ ମଧ୍ୟ ଆମର ସାହାଯ୍ୟ ନେଇ ସେମାନଙ୍କ କାରଖାନାର ଉତ୍ପାଦନ ବଢାଇବା ସହିତ କାର୍ବନର ମାନ ବଢାଇପାରିଛନ୍ତି   ।
  • ଜାତୀୟ ସ୍ତରରେ ଗଚ୍ଛିତ କ୍ରୋମାଇଟ ପଥରକୁ ଓଡିଶାରେ  ୯୮% ରହିଛି   ।  ଏହା ଏକ ମୂଲ୍ୟବାନ ଖଣିଜ ପଦାର୍ଥ   ।  ଏହା ବିଭିନ୍ନ ମିଶ୍ରଧାତୁ ତିଆରି କରିବା ପାଇଁ ପ୍ରାୟ ବ୍ୟବହାର କରାଯାଏ   । ଷ୍ଟେନଲେସ ଷ୍ଟିଲ ଉତ୍ପାଦନ ପାଇଁ ଏହା କଞ୍ଚାମାଲ  ରୂପେ ବ୍ୟବହାର କରାଯାଏ  । ଖଣିରୁ ଉତ୍ତୋଳିତ ହେଉଥିବା ଏହି କ୍ରୋମାଇଟ ପଥରକୁ ବିଭିନ୍ନ ମାନରେ ବିରକ୍ତ କରାଯାଏ  । ନିମ୍ନ  ମାନର କ୍ରୋମାଇଟ ପଥରର ମାନ ବିଶୋଧନ ପ୍ରକ୍ରିୟାରେ ବଢାଯାଇ ଏହାକୁ ବିକ୍ରି କରାଯାଏ   । ଓଡିଶାରେ ଓଡିଶା ମାଇନିଂ କର୍ପୋରେସନ , ଟାଟା ଷ୍ଟିଲ , ଫେକର , ବିସି ମହାନ୍ତି  ଓ ଜିନ୍ଦଲ କମ୍ପାନୀଗୁଡିକ ଆମମାନଙ୍କ ଠାରୁ  ବିଶୋଧନ ପଦ୍ଧତି ନେଇ କାରଖାନା ବସାଇଛନ୍ତି  । ଆଜିକାଲି ଏହି କ୍ରୋମାଇଟ  ପଥରର ମାନ ଦିନକୁଦିନ କମିବାରେ  ଲାଗିଛି  ।  ତେଣୁ ବର୍ତ୍ତମାନ ପଦ୍ଧତିକୁ ନୂତନକାରଣ କରାଯାଇ ଅତି ନିମ୍ନ ମାନର କ୍ରୋମାଇଟ ପଥରକୁ ବିଶୋଧନ କରାଯାଉଛି   ।  ଦ୍ଵିତୀୟରେ , ଏହି କାରଖାନାର ବର୍ଜ୍ୟବସ୍ତୁକୁ କିପରି ସଦୁପଯୋଗ କରାଯାଇପାରିବ  ,  ଏହି ବିଷୟକୁ ନେଇ ଆମ ଅନୁଷ୍ଠାନରେ ଗବେଷଣା ଚାଲିଛି  ।  ଏଠାରେ ଯେଉଁ କ୍ରୋମିୟମ ଛଅ ଆୟନ ପରିବେଶକୁ କଳୁଷିତ କରୁଅଛି, ସେହି ବିଷୟରେ ମଧ୍ୟ ଗବେଷଣା କରାଯାଉଛି   ।
  • ୨୦୦୧ ମସିହାରୁ ପ୍ରାୟ ପ୍ରତ୍ୟେକ ଖଣିଜ ପଦାର୍ଥର ଚାହିଦା ବଢିଚାଲିଛି  ।  ମୁଖ୍ୟତଃ ଲୁହାପଥର ଚାହିଦା ବହୁଗୁଣରେ ବଢିବା ସହିତ ଏହାର ମୂଲ୍ୟ ମଧ୍ୟ ଆଶାତୀତ ଭାବରେ ବଢିଗଲା   ,।  ଗତ କିଛି ବର୍ଷ ହେଲା ଲୁହାପଥର ସାରା ଦେଶରେ ଚର୍ଚ୍ଚାର ବିଷୟବସ୍ତୁ ହୋଇଯାଇଛି   ।  ଏହି ଲୁହାପଥର ଏବଂ ଏଥିରୁ ଲୁହା ଉତ୍ପାଦନ କରିବା ପାଇଁ ଦେଶ ଓ ବିଦେଶର ବିଭିନ୍ନ କମ୍ପାନୀଙ୍କ ମଧ୍ୟରେ ପ୍ରତିଯୋଗୀତା ଆରମ୍ଭ ହୋଇଯାଇଅଛି   ।  ବର୍ତ୍ତମାନ ଭାରତରେ ଲୁହାର ଉତ୍ପାଦନ ୭୦ ମିଲିୟନ ଟନରେ ପହଞ୍ଚିଛି   ।  ୨୦୨୦ ସୁଦ୍ଧା ଏହା  ୨୦୦ ମିଲିୟନ ଟନରେ ପହଞ୍ଚିବ ବୋଲି ଭାରତ ସରକାର ଯୋଜନା କରିଛନ୍ତି   ।  ସାରା ଭାରତବର୍ଷରେ  ୨୮.୫ ବିଲିୟନ ଟନ ଲୁହାପଥର ଏବଂ ଓଡିଶା ପ୍ରଦେଶରେ ଏହାର ୩୦ ପ୍ରତିଶତ ଗଚ୍ଛିତ ଅଛି   ।  ଏହା ମଧ୍ୟରେ ଭାରତ ସରକାର ଏହି ଖଣିଜ ପଦାର୍ଥର କଟଫ୍ ପଏଣ୍ଟ କୁ  ୫୮ ରୁ ୪୫ କୁ ଖସାଇ ଦେଇଛନ୍ତି  । ଯାହା ଫଳରେ ଲୁହାପଥରର ଗଚ୍ଛିତ ପରିମାଣ ଅଧିକ ବୃଦ୍ଧି ପାଇବ  ।  ଯେହେତୁ ଦେଶରେ ଲୁହାପଥର ଚାହିଦା ଦିନକୁ ଦିନ ବଢିବାରେ ଲାଗିଅଛି   , ତେଣୁ ନିମ୍ନମାନର ଲୁହାପଥର ଓ ଆଗରୁ ପରିତ୍ୟକ୍ତ ଗୁଣ୍ଡ ଲୁହାପଥର ସୁବିନିଯୋଗ କରିବା ପାଇଁ ସମୟ ଅଛି   ।  ତାହା ସହିତ ପରିବେଶକୁ ସନ୍ତୁଳନ ରଖିବାର ଆବଶ୍ୟକତା ଅଛି   ।

ଯେତେବେଳେ ଲୁହାପଥର ଖଣିରୁ ଉତ୍ତୋଳନ କରାଯାଏ, ପ୍ରାୟ ୫୦-୬୦ପ୍ରତିଶତ ନିମ୍ନମାନର ଖଣିଜ ପଦାର୍ଥ (ଲୁହାପଥର) ବାହାରିଯାଏ   ।  ଯେହେତୁ ଲୁହାପଥରର ମୂଲ୍ୟ ଅଧିକ  ତେଣୁ ଏହାର ବିଶୋଧନ କରି ବିକ୍ରି କରିବା ପାଇଁ ଆର୍ଥିକ ଅସୁବିଧା ନାହିଁ  ।  ଏହି ଲୁହାପଥର ଉପରେ ଆମ ଅନୁଷ୍ଠାନ ବହୁତ ଗବେଷଣା କରିଛି  ।  ଏହା ମଧ୍ୟରେ  ୨୦୦୭ ଏପ୍ରିଲ ୧୩ ତାରିଖରେ ଆମ ଅଂସୁଥାନ ନାମକୁ ଆଞ୍ଚଳିକ ଗବେଷଣାଗାରରୁ ପରିବର୍ତ୍ତନ କରାଯାଇ ଖଣିଜ ବସ୍ତୁ ପ୍ରଯୁକ୍ତି ଅନୁଷ୍ଠାନ ରଖାଗଲା   ।  ଏହି ଅନୁଷ୍ଠାନକୁ ସାରା ବିଶ୍ଵରେ ଖଣିଜ ପଦାର୍ଥର ବିଶୋଧନ ପଦ୍ଧତି ପାଇଁ ଏକ ସୁପ୍ରତିଷ୍ଠିତ ଅନୁଷ୍ଠାନ ରୂପେ ବିବେଚନା କରାଗଲା   ।  ଏହି ସୁଯୋଗରେ ଆମ ଅନୁଷ୍ଠାନ ବିଭିନ୍ନ ଦେଶ ଓ ବିଦେଶରେ ଶିଳ୍ପ ସଂସ୍ଥା ସହ ସୁ-ସମ୍ପର୍କ ସ୍ଥାପନ କରିପାରିଛି   ।   ଦେଶ ଓ ବିଦେଶରୁ ବହୁ ନାମୀ କମ୍ପାନୀ ସେମାନଙ୍କର ବିଶୋଧନ ପ୍ରକ୍ରିୟା କାର୍ଯ୍ୟ ପାଇଁ ଏଠାରେ ପ୍ରକଳ୍ପ ଦେଉଛନ୍ତି   ।  ଏହି ଅନୁଷ୍ଠାନ ନିଜର ଲୁହାପଥର ବିଶୋଧନ ଶୈଳୀକୁ ନେଇ ସାରାବିଶ୍ଵରେ ଚର୍ଚ୍ଚିତ ହୋଇପାରିଛି   ।  ଏହି ବିଷୟରେ କେତୋଟି ଉଦାହରଣ ଉପସ୍ଥାପନ କରୁଅଛି   ।

ବିଦେଶୀ କମ୍ପାନୀ ମେଟୋସ ର ସହାୟତାରେ ଇସାର ଷ୍ଟିଲ କମ୍ପାନୀ ବାର୍ଷିକ ଆଠ ମିଲିୟନ ଟନ କ୍ଷମତାବିଶିଷ୍ଟ ଏକ ଲୁହାପଥର ବିଶୋଧନ କାରଖାନା କିରୋଣ୍ଡୁଲରେ ଲୁହାପଥର ଗୁଣ୍ଡ ଏବଂ ସ୍ଲାଇମସ କୁ ଆଣି ବିସୋହଦନ ପ୍ରକ୍ରିୟାରେ ଏହାର ମାନକୁ ବଢାଇଥିଲେ  ।  କାରଖାନା ସ୍ଥାପିତ ହେଲାପରେ ଏହା ବାର୍ଷିକ ୪ ମିଲିୟନ ଟନରୁ ଅଧିକ ଉତ୍ପାଦନ କରିପାରିଲା ନାହିଁ   ।  ଏହି ଯାନ୍ତ୍ରିକ ତ୍ରୁଟିକୁ ସୁଧାରିବା ପାଇଁ ଦେଶ ଓ ବିଦେଶରେ ଥିବା ଗବେଷଣାଗାରମାନଙ୍କୁ ଇସାର ଷ୍ଟିଲ ଅନୁରୋଧ  ପତ୍ର ପଠାଇଲେ   ।   ଆମ ଅନୁଷ୍ଠାନ ଏଥିରେ ସହମତି ଜଣାଇ ଅନୁସନ୍ଧାନ ଜାରି ରହିଲା  ।  ଆମେ ସେଠାକୁ ଯାଇ  କାରଖାନାଟିକୁ ପରିଚାଳନା  କରି ଯାନ୍ତ୍ରିକ ତ୍ରୁଟି ଓ ବିଶୋଧନ ପଦ୍ଧତିର ତ୍ରୁଟିଗୁଡିକୁ ଅନୁସନ୍ଧାନ  କରିବା ସହିତ ବିଭିନ୍ନ ଦାଗ ନମୁନା ସଂଗ୍ରହ କଲୁ  । ସେଇ ନମୁନାକୁ ବିଶ୍ଳେଷଣ  କରି ତାହାକୁ ବିଭିନ୍ନ ସପ୍ଟୱେୟାର  ଦ୍ଵାରା  ତର୍ଜମା କରାଗଲା   ।  ସେହି ତର୍ଜମାଭିତ୍ତିକ ସନନ୍ଦ ଉପସ୍ଥାପନ କରାଗଲା   । ତାହାପରେ ସେହି ପଦ୍ଧତିର ସାମାନ୍ୟ ପରିବର୍ତ୍ତନ କରି ଆମେ କାରଖାନାଟିକୁ ପୂର୍ଣ୍ଣ କ୍ଷମତାରେ ପରିଚାଳନା କଲୁଆ   । ଯେତେବେଳେ କାରଖାନାଟି ପୂର୍ଣ୍ଣ କ୍ଷମତାରେ ଚାଲିଲା , ଏହି ସଂସ୍ଥାର ମୁଖ୍ୟ ଶ୍ରୀ ଯୁକ୍ତ ଶଶୀ ରୋହିଆ ପ୍ରକାଶ କାଲେ ଯେ , ବର୍ତ୍ତମାନ ଏହି କାରଖାନା ପ୍ରତିଦିନ ୩ କୋଟି ଟଙ୍କା ଲାଭ ଦେଉଅଛି   ।  ତାହାପରେ ଏହାର ବାର୍ଷିକ ଉତ୍ପାଦନ କ୍ଷମତାକୁ  ୮ ମିଲିୟନ ଟନ ପରିବର୍ତ୍ତେ ୧୦ ମିଲିୟନ ଟନକୁ ବଢାଇବା ପାଇଁ ସେ ଆମ ଅନୁଷ୍ଠାନକୁ ଅନୁରୋଧ କଲେ   ।/  ଆମ ଅନୁଷ୍ଠାନ ଏହି ଦାୟିତ୍ଵ ଗ୍ରହଣ କରି ପରିବର୍ତ୍ତିତ ବିଶୋଧନ ପ୍ରକ୍ରିୟା ପଦ୍ଧତି ହେଲା  ।  ଏହାକୁ ସେମାନେ ପ୍ରୟୋଗ କଳା ପରେ କାରଖାନାର ବାର୍ଷିକ କ୍ଷମତା ୧୦ ମିଲିୟନ ଟନକୁ ବୃଦ୍ଧି ପାଇଲା ।   ସେହିଦିନଠାରୁ ଇସାର ଷ୍ଟିଲ ଆମ ଅନୁଷ୍ଠାନ ସହ ସ୍ଵାକ୍ଷର କରିଅଛି   ।  ଯାହାଫଳରେ ଏହି ସଂସ୍ଥାର ଗବେଷଣା ମୂଳକ କାର୍ଯ୍ୟଗୁଡିକ ଆମ ଅନୁଷ୍ଠାନକୁ ଦିଆଯାଉଛି   ।ଏହି ସଂସ୍ଥା ବର୍ତ୍ତମାନ ୧୨ ବିଲିୟନ  ଟନ ବାର୍ଷିକ କ୍ଷମତା ବିଶିଷ୍ଟ ଲୁହାପଥର ବିଶୋଧନ କାରଖାନା ଓଡିଶାର ଦମୁନା (ବଡବିଲ ଅଞ୍ଚଳରେ) ଠାରେ ଆମ ସହାୟତାରେ ବସାଇଛି   ।  ଏହା ସହିତ ଏହି ସଂସ୍ଥା ଜିମ୍ବାୱେରେ ଆମ ସହାୟତାରେ ୭୨ ମିଲିୟନ ଟନ ଲୁହାପଥର ବିଶୋଧନ କାରଖାନା ବସାଇବାକୁ ଯାଉଅଛି   ।  ଏହା ବ୍ୟତୀତ  ଏହି ସଂସ୍ଥା ଆମ ସହିତ ଲୁହାପଥର ପେଲେଟ କାରଖାନା  ନିଜସ୍ୱ ଜ୍ଞାନକୌଶଳରେ ବସାଇବା ପାଇଁ ସ୍ଵାକ୍ଷର କରିବାକୁ ଇଚ୍ଛାପ୍ରକାଶ କରିଛି  ।

  • ବି.ଏମ.ଏମ ଇସ୍ପାତ ଲୁହାପଥର ବିଶୋଧନ ପଦ୍ଧତି ପ୍ରକ୍ରିୟା ପାଇଁମେଟୋସ ସହାୟତାରେ ହସପେଟ କର୍ଣ୍ଣାଟକରେ କାରଖାନାଟି ବସାଇଲେ  । ଏହାର ବାର୍ଷିକ ଉତ୍ପାଦନ କ୍ଷମତା  ୨.୪ ମିଲିୟନ ଟନ ଥିଲା  । ଯେହେତୁ  ଏହା ବାର୍ଷିକ କ୍ଷମତାଠାରୁ  କମ ଉତ୍ପାଦନ  କରୁଥିଲା , ଆମେ ଇସାର ଷ୍ଟିଲ ସମସ୍ୟା ସମାଧାନ କରିଥିବାରୁ ସେମାନେ ଏହି ସମସ୍ୟାର ସମାଧାନ କରିବା ପାଇଁ ଆମ ଅନୁଷ୍ଠାନକୁ ଅନୁରୋଧ କରିଅଥିଲେ  । ସେଇ ଅନୁଷ୍ଠାନରେ ତ୍ରୁଟି ଅନୁସନ୍ଧାନ କରି ଗବେଷଣା କଳା ପରେ ଏହି କାରଖାନାର ବିଶୋଧନ ପଦ୍ଧତିର ଆଂଶିକ ପରିବର୍ତ୍ତନ ଘଟି ଏହାର ବାର୍ଷିକ ଉତ୍ପାଦନକୁ  ୩ ମିଲିୟନ ଟନକୁ ବୃଦ୍ଧି କରାଯାଇଅଛି  ।  ତାହା ପରେ ଏହି ସଂସ୍ଥା ଆମ ସହାୟତାରେ  ୩ ମିଲିୟନ ଟନ ବାର୍ଷିକ ଉତ୍ପାଦନ  କ୍ଷମତାବିଶିଷ୍ଟ ଆଉ ଏକ କାରଖାନା ସ୍ଥାପନ କରିଛି   ।  ଲୁହାପଥର ମାନ ଦିନକୁ ଦିନ ହ୍ରାସ ଘଟିବାରୁ ବିଶୋଧନ ପ୍ରକ୍ରିୟାର ଯାହାକିଛି ପରିବର୍ତ୍ତନ କରିବା , କଥା , ସେ ବିଷୟରେ ସେମାନଙ୍କୁ ପରାମର୍ଶ ଦିଆଯାଇଛି   ।  ଏବେ ସେମାନଙ୍କୁ ଯାହାକିଛି ଗବେଷଣାମୂଳକ କାର୍ଯ୍ୟ ରହିଛି   । ତାହା ଆମ ଦ୍ଵାରା କରାଯାଉଅଛି ଏବଂ ତାଙ୍କ ସହିତ ଅନୁଷ୍ଠାନର ବୁଝାମଣାପତ୍ର ସ୍ଵାକ୍ଷର ହୋଇଛି  ।

ସେହିପରି ବିଭିନ୍ନ କମ୍ପାନୀ ଯଥା ଜେ ଏସ ପି ଆମ ସହାୟତାରେ ବାର୍ଷିକ ୧୦ ବିଲିଅନ ଟନ କ୍ଷମତା ବିଶିଷ୍ଟ କାରଖାନା ବସାଇଅଛି   ।  ଏହି ନିମ୍ନମାନର ଲୁହାପଥର ବିଶୋଧନ ପାଇଁ ଟାଟାଷ୍ଟିଲ , ଯୋଡା , ଇସେଲ ମାଇନିଂ,ବଡବିଲ , ଉଷା ମାର୍ଟିନ ,  ଜାମସେଦପୁର,ଶ୍ୟାମଷ୍ଠୀଳ , କୋଲିକାତା , ଆଲଟ୍ରେଡ ,  ମନୋରାଲସ , ଭୁବନେଶ୍ଵର , ବ୍ରାହ୍ମଣୀ, ରିଭର ,  ପେନେଟ ଲିମିଟେଡ, ଇତ୍ୟାଦି  ସହାୟତାରେ କାରଖାନା ବସାଇଛନ୍ତି   ।  ଏହିପରି ଭାବେ ଆମ ଅନୁଷ୍ଠାନ ସହିତ ଉପରୋକ୍ତ ସଂସ୍ଥାଗୁଡିକର ସୁଦୃଢ ସମ୍ପର୍କ ଗଢାଯାଇ ପାରିଅଛି   ।  ନିମ୍ନମାନର କଞ୍ଚାମାଲ ଯୋଗୁଁ ଦିନକୁ ଦିନ ପରିବେଶ ଯେପରି ଦୂଷିତ ନହୁଏ , ସେଥିପାଇଁ ଉଚ୍ଚମାନର ଲୁହାପଥର କଞ୍ଚାମାଲ ରୂପେ ବିନିଯୋଗ କାଲେ,  ଅଙ୍ଗାରକାମ୍ଳ ଗ୍ୟାସର ପରିମାଣକୁ କମାଯାଇପାରିବ   ।

  • ଆଲୁମିନିୟମ ଧାତୁ ସାଧାରଣତଃ ବକସାଇଡରୁ ଉତ୍ପାଦନ କରାଯାଏ   ।  ସାରା ଭାରତବର୍ଷରେ ବକସାଇଟର ଗଚ୍ଛିତ ହେଉଅଛି ତିନି ବିଲିୟନ ଟନ   ।  ଏଥିମଧ୍ୟରୁ ଓଡିଶାର ୭୦% ବକସାଇଟ ଗଚ୍ଛିତ ଅଛି   । ସେଥିସକାଶେ ଓଡିଶାରେ ଆଲୁମିନା ଏବଂ ଆଲୁମିନିୟମ କାରଖାନା ବସାଇବା ପାଇଁ ଦେଶୀ ଓ ବିଦେଶୀ କମ୍ପାନୀଗୁଡିକ ମଧ୍ୟରେ ପ୍ରତିଯୋଗୀତା ହେଉଅଛି   ।  ବର୍ତ୍ତମାନ ଓଡିଶାର ଦୁଇଟି ଶିଳ୍ପ ଯଥା – ନାଲକୋ ଓ ବେଦାନ୍ତ ବକସାଇଟରୁ ଆଲୁମିନା ଓ ଆଲୁମିନିୟମ ଉତ୍ପାଦନ କରୁଅଛି   ।   ଅନ୍ୟ କମ୍ପାନୀଗୁଡିକ ଏହି ଶିଳ୍ପ ବସାଇବା ପାଇଁ ଚେଷ୍ଟିତ ଅଛନ୍ତି   ।  ୨୦୨୦ ସୁଦ୍ଧା ଭାରତ ସରକାର ଆଲୁମିନିୟମର ଉତ୍ପାଦନ ଦଶଗୁଣ ବଢାଇବା ପାଇଁ ଯୋଜନା କରିଛନ୍ତି   ।  ସେଥିପାଇଁ ଉଚ୍ଚମାନର ବକସାଇଟ ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି  ।  ନିମ୍ନମାନର ବକସାଇଟ କିପରି ଭାବେ ସଦୂପଯୋଗ ହୋଇପାରିବ , ଆମ ଅନୁଷ୍ଠାନ ସେଥିପ୍ରତି ଚେଷ୍ଟିତ ଅଛି  ।  ବର୍ତ୍ତମାନ ଆମେ ଏହି ବିଷୟରେ ବେଦାନ୍ତ  ସହ କାମ କରୁଅଛୁ   ।  ବକସାଇଟରେ କିପରି ଅନ୍ୟାନ୍ୟ ବସ୍ତୁ ଯଥା- ରିଆକ୍ଟିଭ ସିଲିକା ଏବଂ ଲୁହାପଥରକୁ କିପରି ଖଣିଜ ବିଶୋଧନ ପ୍ରକ୍ରିୟା କମାଯାଇଆପାରିବ , ସେଥିସକାଡେ ନୀରବଚ୍ଛିନ୍ନ ଭାବେ ଉଦ୍ୟମ କରାଯାଉଛି   ।  ଏହା ସହିତ ଆଲୁମିନା କାରଖାନାରୁ ନିର୍ଗତ ହେଉଥିବା ରେଡ ମଡ କୁ କିପରି  ସୁ- ଉପଯୋଗ କରାଯାଇପାରିବ , ଆମ ଅନୁଷ୍ଠାନ ସହିତ ସାରା ବିଶ୍ଵରେ ଥିବା ସହ ଧର୍ମୀ ଅନୁଷ୍ଠାନ ଏଥିପାଇଁ କାର୍ଯ୍ୟରତ   ।  ଏହା ଭବିଷ୍ୟତରେ ପରିବେଶକୁ ଖରାପ କରିବାର ସମ୍ଭାବନା ଅଛି   ।  ଏଥିସକାଶେ ଅନୁଷ୍ଠାନ ନାଲକୋ , ବେଦାନ୍ତ , ଉତ୍କଳ ଆଲୁମିନାମ  ହିଣ୍ଡାଲକୋ ସହିତ ସୁସମ୍ପର୍କ ସ୍ଥାପନ କରିଛି   ।
  • ଭାରତବର୍ଷରେ ଅଧିକ ବିଦ୍ୟୁତଶକ୍ତି ଉତ୍ପାଦନ  କୋଇଲା ଉପରେ ନିର୍ଭର କରିଥାଏ   । ଆମ ଭାରତରେ ଏହା ବର୍ତ୍ତମାନ ପ୍ରାୟ ବାର୍ଷିକ ୬୦୦ ମିଲିୟନ ଟନ ଉତ୍ପାଦନ କରୁଅଛି   ।  ଆମର କୋଇଲାର ଗଚ୍ଛିତ ପରିମାଣ ହେଉଛି ୨୮୨ ବିଲିୟନ ଟନ   ।  ଏହି କୋଇଲାଗୁଡିକରେ ପାଉଁଶର ଅଂସ ବହୁତ ଅଧିକେ   ।  ସେଦ୍ରୁଷ୍ଟିରୁ ଗୋଟିଏ ୟୁନିଟ ବିଦ୍ୟୁତ ଉତ୍ପାଦନ ପାଇଁ ବିଶ୍ଵ ତୁଳନାରେ ଆମେ ଅଧିକ ଅଙ୍ଗାରକାମ୍ଳ ଗ୍ୟାସ ବାହାର କରୁଅଛି  । ଯେହେତୁ ପରିବେଶକୁ ଦୂଷିତ କରୁଥିବା ଅଙ୍ଗାରକାମ୍ଳ ଗ୍ୟାସ ପରିମାଣ କମାଇବା ପାଇଁ କୋଇଲା ବିଶୋଧନ ପ୍ରକ୍ରିୟା , ଜରୁରୀ , ସେଥିସକାଶେ କୋଲ ଇଣ୍ଡିଆ ଦେଶର ବିଭିନ୍ନ ସ୍ଥାନରେ କୋଇଲା ବିଶୋଧନ କାରଖାନା ବସାଇଛି ଏବଂ ନିକଟ ଭବିଷ୍ୟତରେ ବେସରକରି ସଂସ୍ଥାଗୁଡିକ ଏହିପରି କାରଖାନା ସବୁ ବସାଇବାକୁ ଯାଉଛନ୍ତି   ।  ଏହି ନିମ୍ନମାନର କୋଇଲାକୁ କିପରି ଶୁଷ୍କ ଏବଂ ଓଦା ପଦ୍ଧତିରେ ଏହାର ମାନକୁ ବଢାଯାଇପାରିବ , ସେଥିପାଇଁ ଆମ ଅନୁଷ୍ଠାନ ଦୀର୍ଘଦିନ ଧରି ଗବେଷଣା କରିଆସୁଛି   ।  କୋଲଇଣ୍ଡିଆ ସହିତ ଟାଟାଷ୍ଟିଲ, ଜେ ଏସ ପି ଏଲ , ଇସାର ଷ୍ଟିଲ ଆଦି ବିଭିନ୍ନ ପ୍ରକଳ୍ପ ଏହି କାର୍ଯ୍ୟ ଚଳାଇ ରଖିଛନ୍ତି   ।
  • ଆମ ସମୁଦ୍ର ତଟରେ ଯେଉଁ ବାଲିଗୁଡିକ ଅଛି , ସେଥିମଧ୍ୟରେ ଭାରୀ ଖଣିଜ ପଦାର୍ଥ ର ବାଲି ବହୁ ପରିମାଣରେ ଥାଏ   ।  ଏହି ତଟବାଲିକୁ ଖଣିଜ ବିଦେଶ ପ୍ରକ୍ରିୟାରେ ଅଲଗା କରାଯାଏ   ।  ଏହି ବାଲିରେ ଥିବା ରୁଟାଲି , ଇଲୁମିନାଇଟ , ସିଲିମିନାଇଟ ଜିରକନ ଇତ୍ୟାଦି ଭାରୀ ଖଣିଜ ପଦାର୍ଥକୁ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ପରସ୍ପରକୁ ଅଲଗା କରାଯାଏ    । ଏଥିସକାଶେ ଆମ ଅନୁଷ୍ଠାନ ଇଣ୍ଡିଆନ ରେଆଣ ଆର୍ଥ ଲିମିଟେଡ , ଛତ୍ରପୁର, ଏବଂ ଟ୍ରାଇମେକସ ଚେନ୍ନାଇ ସହିତ ଗବେଷଣାମୂଳକ କାମ କରିଅଛି   ।
  • ଭାରତବର୍ଷରେ କେବଳ ନିକେଲ ଖଣିଜ ପଦାର୍ଥ ଆମ ଓଡିଶାର ସୁକିନ୍ଦାରେ ଅଛି   ।  ଏହି କ୍ରୋମାଇଟ ଖଣିର ଉପରିଭାଗରେ ଥିବା ପଦାର୍ଥରେ ମିଶିକରି ଥାଏ   ।  ଏହା ଶତକଡା  ୦.୬ ରୁ ୦.୭ ଭାଗ ଥାଏ   ।  ଏହାର ବିଭିନ୍ନ ପ୍ରକ୍ରିୟା ମାନ ବଢାଯାଇ ପରବର୍ତ୍ତୀ ଅବସ୍ଥାରେ ଏହାକୁ ଳିଚିଙ୍ଗ କରାଯାଏ ନିକେଲ ଉତ୍ପାଦନ କରାଯାଏ   ।  ଏ ଦିଗରେ ଓଡିଶା ମାଇନିଂ କର୍ପୋରେସନ ଏବଂ ଟାଟା ଷ୍ଟିଲ ଆମ ଅନୁଷ୍ଠାନ ବହୁଦିନ ଧରି କାମ କରିଆସୁଥାଏ   ।
  • ସାରାବିଶ୍ଵରେ ଫସଫେଟ ଖଣିଜ ପଦାର୍ଥର ଚାହିଦା ଅଧିକ ରହିଛି    ।  ଏହି ଫସଫେଟ ସାରା ଉତ୍ପାଦନ କରିବା ପାଇଁ କଞ୍ଚାମାଲ ରୂପେ ବ୍ୟବହାର କରାଯାଏ   ।ଭାରତ ଏହି ଖଣିଜ ପଦାର୍ଥର ବହୁତ ଅଭାବ ଅଛି   । ଆମ ଅନୁଷ୍ଠାନ ଆଫ୍ରିକା ମହାଦେଶ ଉଗାଣ୍ଡା ଏ ଏକ ବିଦେଶୀ କମ୍ପାନୀ ନାଇଲଫସ ମୀନୋଡ଼ାଲ ସହିତ ଅଧିକ ଉତ୍ପାଦନ ନିମନ୍ତେ ମିଳିତ ଭାବେ କାମ କରୁଅଛି   ।  ଏଠାରେ ପ୍ରଚୁର ପରିମାଣରେ ନିମ୍ନମନର ଫସଫେଟ ଖଣିଜ ପଦାର୍ଥ ଗଚ୍ଛିତ ଅଛି  ।  ଏହି ଫସଫେଟର ମନ ଖଣିଜ ବିଶୋଧନ ପ୍ରକ୍ରିୟରେ କିପରି ବାଧାଜଇଆପାରିବ , ସେଥିପାଇଁ ସେମାନେ ଆମକୁ ସି ଏସ ଆଇ ଆର ଓ ଓ ଦକ୍ଷିଣଆଫ୍ରିକା ଏବଂ ଏସ ଆର କେ ଆମେରିକାକୁ ଏହି କାର୍ଯ୍ୟ ଦେଇଥିଲେ  । ସବାଶେଷରେ ତିନୋଟି ସଂସ୍ଥା ତାଙ୍କର ପ୍ରକଳ୍ପର ଫଳାଫଳକୁ ଏକ ଉଚ୍ଚସ୍ତରୀୟ କମିଟି ଆଗରେ ଉପସ୍ଥ୍ପାନା କାଲେ  । ଆମଦ୍ଵାରା ଉଦ୍ଭାବିତ ହୋଇଥିବା ପଦ୍ଧତିକୁ ସମସ୍ତେ ଗ୍ରହଣ କରିଥିଲେ   ।  ଏହାଦ୍ଵାରା ଆମ ଅନୁଷ୍ଠାନର ବିଶ୍ଵସ୍ତରୀୟ ମାନ ବୃଦ୍ଧି କରାଯାଇପାରିଲା   ।
  • ଯେହେତୁ ଏଠାରେ ଦେଶ ଓ ବିଦେଶର ଖଣିଜ ପଦାର୍ଥଭିତ୍ତିକ ପ୍ରକଳ୍ପ କରାଯାଉଅଅଛି , ତେଣୁ ଯେଉଁମାନେ ଶିଳ୍ପ ପାଇଁ ଲାଗୁଥିବା ଯନ୍ତ୍ର  ତିଆରି କରାଯାଇଛି , ସେମାନେ ଆମ ଅନୁଷ୍ଠାନ ସହିତ ସୁସମ୍ପର୍କ ରଖିଛନ୍ତି ଏବଂ କେତେକ ଶାସନ୍ଥା ଆମ ସହିତ ବୁଝାମଣା ପତ୍ର ସ୍ଵାକ୍ଷର କରିଛନ୍ତି   ।  ସେ କମ୍ପାନୀଗୁଡିକ ହେଲେ , ଏଫଏଲ ସ୍ମିଥ,  ମେକନାଲି ଭାରତ,  ଓ ସ୍ଵାଗତ ଇରିଥିନ   ।  ଏହା ସହିତ ଅଳ ମିନେରାଲସ , ମେଟସୁ , ଲିଙ୍ଗି,  ଅଟୋଟେକ ସହ ସୁଦୃଢ ସମ୍ପର୍କ ଗଢାଯାଇ ପାରିଅଛି   ।  ବର୍ତମାନ ଆମ ଅନୁଷ୍ଠାନ ବିଭିନ୍ନ ଯନ୍ତ୍ର ଉଦ୍ଭାବନ କରିବାରେ ଚେଷ୍ଟିତ ଅଛି  ,  ଯେଉଁଗୁଡିକ କି ଏହି କମ୍ପାନୀ ମଧ୍ୟମରେ ଶିଳ୍ପରେ ଲଗାଯାଇପାରିବ   ।  ଏହା ଛଡା ଆମ ଅନୁଷ୍ଠାନ ବିଭିନ୍ନ ଶିଳ୍ପ ସଂସ୍ଥା ସହିତ ଯଥା- ସାରଦା ମାଇନିଂ , ପ୍ରାଇଭେଟ ଲିମିଟେଡ ,ବରବିଲ , ଇସାର ଷ୍ଟିଲ ମୁମ୍ବାଇ , ବି ଏମ ଏମ ଇସ୍ପାତ , ବାଙ୍ଗାଲୋର , ଇ ଏସ ଏମ ଏଲ ରାୟପୁର ,ଟାଟା ଷ୍ଟିଲ , ଜାମସେଦପୁର, ଟିଗୋ ଇଣ୍ଡଷ୍ଟ୍ରିଯ , କୋଳକାତା , ଏମ ଏସ ପି  , କୋଲକାତା ସହ ବିଭିନ୍ନ ପ୍ରକଳ୍ପ ପାଇଁ ରାଜିନାମା ସ୍ଵାକ୍ଷର କରିଅଛି  ।  ଆମ ଅନୁଷ୍ଠାନ ମଧ୍ୟ ବିଦେଶରେ ବିଭିନ୍ନ ବିଶ୍ଵବିଦ୍ୟାଳୟ ଯଥା- ସି ଇଉ ଏମ ଟି ବିଶ୍ଵବିଦ୍ୟାଳୟ , ଚାଇନା କେ ଆଇ ଜି ଏ ଏମ  ବିଶ୍ୱବିଦ୍ୟାଳୟ , ସାଉଥ କୋରିଆ;ଏଲ ଟି ଇଉ , ସ୍ଵିଡେନ , ଓଟା ୟୁନିଭରସିଟି , ଆମେରିକା ସହ ଜ୍ଞାନଲାଭ ଦିଗରେ ପରସ୍ପର ବିତର୍କ ପାଇଁ ବୁଝାମଣାପତ୍ର ସ୍ଵାକ୍ଷର କରାଯାଇଅଛି  ।

ବର୍ତ୍ତମାନ ଭାରତବର୍ଷର ମିନେରାଲ ପ୍ରୋସେସିଙ୍ଗ ଯନ୍ତ୍ରୀ ଙ୍କର ଅଭାବ ଅଛି   । ଶିଳ୍ପମାନଙ୍କୁ ସାହାଯ୍ୟ କରିବା ପାଇଁ ଆମ ଅନୁଷ୍ଠାନରେ ଏକ ପି ଜି ଡିପ୍ଲୋମା ବିଷୟବସ୍ତୁ ପ୍ରାୟ ଚାରିବର୍ଷ ହେଲା ଖୋଲାଯାଇଅଛି   ।  ଏଠାରେ ଛାତ୍ରମାନେ ଉତ୍ତୀର୍ଣ୍ଣ ହେଲା ପରେ ବିଭିନ୍ନ ଶିଳ୍ପ  ସଂସ୍ଥାମାନଙ୍କୁ କେବଳ ବିଶୋଧନ ପଦ୍ଧତି ହେଉନାହିଁ   ।  ବର୍ତ୍ତମାନ ଅନୁଷ୍ଠାନ ବିଭିନ୍ନ ଶିଳ୍ପ ସଂସ୍ଥାମାନଙ୍କୁ କେବଳ ବିଶୋଧନ ପଦ୍ଧତି ଦେଉନାହିଁ   ,। ତାହା ସହିତ ବେସିକ ଇଞ୍ଜିନିୟରିଂ ସାଙ୍ଗକୁ ଯନ୍ତ୍ରଗୁଡିକର ମାପ ମଧ୍ୟ ଦେଉଅଛି   ।  ଶେଷରେ ଶିଳ୍ପ ସଂସ୍ଥାଗୁଡିକ ଆମ ଅନୁଷ୍ଠାନ ପ୍ରତି ଗଭୀର ବିଶ୍ଵାସ ରଖିଛନ୍ତି  ।

ଉପରୋକ୍ତ ସମସ୍ତ ବିଷୟ ପ୍ରତି ଅନୁଧ୍ୟାନ କାଲେ ସ୍ପଷ୍ଟ ଜଣାପଡେ ଯେ , ବର୍ତ୍ତମାନ ଆମ ଅନୁଷ୍ଠାନ ରାଜ୍ୟ, ଦେଶ ଓ ବିଦେଶର ବିଭିନ୍ନ ଶିଳ୍ପ ସଂସ୍ଥା ସହିତ ନିବିଡ ସମ୍ପର୍କ ରଖି ସେମାନଙ୍କ ଦିଗରେ ସହଯୋଗର ହାତ ବଢାଇଛି   ।

ସଂଗୃହୀତ – ଡକ୍ଟର ସୁରେନ୍ଦ୍ର କୁମାର ବିଶ୍ଵାଳ,ମୁଖ୍ୟ ବୈଜ୍ଞାନିକ , ଖଣିଜ ଓ ବସ୍ତୁ ପ୍ରଯୁକ୍ତି ଅନୁଷ୍ଠାନ , ଭୁବନେଶ୍ଵର

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top