অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶାରେ ଖଣିଜଭିତ୍ତିକ ଶିଳ୍ପାୟନ

ଓଡିଶାରେ ଖଣିଜଭିତ୍ତିକ ଶିଳ୍ପାୟନ

ଉପକ୍ରମ

ଓଡିଶା ଏକ ପ୍ରଦେଶ । ଏହି ପ୍ରଦେଶକୁ ପ୍ରାକୃତିକ ସମ୍ପଦର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବନାହିଁ । ତନ୍ମଧ୍ୟରୁ ଖଣିଜ ପଦାର୍ଥ ଅନ୍ୟତମ । ଦେଶ ସ୍ଵାଧୀନ ହେଲା ପରେ ଓଡିଶା ସରକାର ଖଣିଜଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଥିଲେ । ମୁଖ୍ୟତଃ ଲୁହାପଥର ମାଙ୍ଗାନିଜ ପଥର , କ୍ରୋମାଇଟ ପଥର, ଏବଂ କୋଇଲାକୁ ନେଇ ବିଭିନ୍ନ ଶିଳ୍ପ ବାତାବରଣ ସୃଷ୍ଟି କରିବା ପାଇଁ ଭିତ୍ତିଭୂମିର ଯୋଜନା କରାଯାଇଥିଲା ।ଏହି ପ୍ରଦେଶରେ ଶୈଳ୍ପିକ ବାତାବରଣ ସୃଷ୍ଟି କରିବା ଏବଂ ଆଗେଇ ନେବା ପାଇଁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କର ବହୁତ ଅବଦାନ ରହିଅଛି । ଏହାର ମୁଖ୍ୟ ମଙ୍ଗୁଆଳ ଥିଲେ ସ୍ଵର୍ଗତ ଡକ୍ଟର ହରେକୃଷ୍ଣ ମହତାବ ଏବଂ ସ୍ଵର୍ଗତ ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକ ।

ଇପିକଳ ପ୍ରତିଷ୍ଠା

ଏହି ଶିଳ୍ପ ବାତାବରଣକୁ ଶୀଘ୍ର ଆଗେଇ ନେବାପାଇଁ ଏବଂ ଭିତ୍ତିଭୂମି ଯୋଜନାକୁ ସଫଳ କରିବା ପାଇଁ ୧୯୭୩ ଏପ୍ରିଲ ୧୨ ତାରିଖରେ ଇପିକଳ ପ୍ରତିଷ୍ଠା କରାଯାଇଥିଲା । ଏହି ସଂସ୍ଥାର ପ୍ରଥମ ପାଇଁ ଆପ୍ରାଣ ଚେଷ୍ଟା କରି ଆସିଅଛି । ଏହାକୁ ତ୍ଵରନିତ୍ଵ କରିବା ପାଇଁ ବିଜୁବାବୁଙ୍କ ଆପ୍ରାଣ ଚେଷ୍ଟାରେ ୧୯୬୪ ମସିହାରେ ଭୁବନେଶ୍ଵରେ ଭାରତସରକାରଙ୍କ ଦ୍ଵାରା ଆଞ୍ଚଳିକ ଗବେଷଣାଗାର ସ୍ଥାପିତ ହେଲା । ବର୍ତ୍ତମାନ ଏହି ଅନୁଷ୍ଠାନର ନାମ ପରିବର୍ତ୍ତନ କରାଯାଇ ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ରୂପେ ନାମିତ କରାଯାଇଅଛି । ଆମ ଦେଶରେ ପ୍ରଚୁର ପରିମାଣରେ କୋଇଲା ଅଛି ,। ଏହାର ପରିମାଣ ପ୍ରାୟ ୨୮୨ନ ମିଲିୟନ ଟନ । ତନ୍ମଧ୍ୟରୁ ଓଡିଶାରେ ୬୫ ବିଲିୟନ ଟନ ଅଛି । ଏହା ତାଳଚେର କୋଇଲା ଓ ଇବ ଭେଲି କୋଇଲା ରୂପେ ପରିଚିତ । ଏହି କୋଇଲା ଉତ୍ତୋଳନ କରିବା ପାଇଁ ବର୍ତ୍ତମାନ ମହାନଦୀ କୋଲ ଫିଲଡ ଅଧୀନରେ ରଖାଯାଇଅଛି । ଏହାରେ ଯେଉଁ କୋଇଲା ଗଚ୍ଛିତ ଅଛି , ଏହାକୁ ନନ କୋକିଙ୍ଗ କୋଇଲା ରୂପେ ଶ୍ରେଣୀଭୁକ୍ତ କରାଯାଇଅଛି । ଏହାର ଅର୍ଥ ହେଉଛନ୍ତି ଯେ ଏହି କୋଇଲାକୁ କୋକ ତିଆରିକ କରିଆଯାଇ ପାରିବ ନାହିଁ । ପ୍ରାୟ ଏହି କୋଇଲାକୁ ବିଦ୍ୟୁତ ଶକ୍ତି ଉତ୍ପାଦନ ପାଇଁ ବ୍ୟବହାର କରାଯାଉଥିଲା । ପ୍ରଥମେ ବିଦ୍ୟୁତ ଶକ୍ତି ଉତ୍ପାଦନ ପାଇଁ ଓଡିଶା ସରକାର ତାଳଚେରଠାରୁ ଏକ କାରଖାନା ବସାଇଲେ । ଏହାକୁ ତାଳଚେର ଥର୍ମାଲ ପାୱାର ଷ୍ଟେସନ ବୋଲି କୁହାଯାଏ । ଏହାର ବର୍ତ୍ତମାନର କ୍ଷମତା ୪୬୦ ମେଗାୱାଟ । ଏହା ପରେ ଓଡିଶା ଅସରକାର ଅନ୍ୟ ଏକ ସଂସ୍ଥା କରି ୪୨୦ ମେଗାୱାଟ ବିଦ୍ୟୁତଶକ୍ତି ଉତ୍ପାଦନ ପାଇଁ ବେଲପଦାହ ପାଖ ଏ ଏକ କାରଖାନା ସ୍ଥାପନ କଲେ । ଏହି ସଂସ୍ଥାକୁ ଓଡିଶା ଜେନେରେଶନ କରପୋରେସନ (OPGC) ରୂପେ ନାମିତ କରାଯାଇଅଛି ।

ଥର୍ମାଲ ପାୱାର ସହିତ ଓଡିଶା ସରକାର ହାଇଡ୍ରୋ ପାୱାର ହୀରାକୁଦ , ଚିପିଲିମା ଇତ୍ୟାଦିଠାରୁ ଉତ୍ପାଦନ କାଲେ । ଏହା ଫଳରେ ଶିଳ୍ପ ପାଇଁ ବିଦ୍ୟୁତ ଯୋଗାଇବାର ବିଶେଷ ସୁବିଧା ହେଲାନାହିଁ । ଓଡିଶାରେ କୋଇଲାର ପରିମାଣ ଅଧିକ ଥିବାରୁ ବହୁ ଶିଳ୍ପସଂସ୍ଥା ଏହାରେ ଥର୍ମାଲ ପାୱାର ପ୍ଳାଣ୍ଟ ବସେଇବା ପାଇଁ ଆଗେଇ ଆସିଲେ । (NTPC) ଭାର ସରକାରର ସଂସ୍ଥା ତାଳଚେର – କଣିହାଠାରେ ଏକ ସୁପର ଥର୍ମାଲ ପାୱାର ପ୍ଳାଣ୍ଟ ବସାଇବା । ଏହାର ବିଦ୍ୟୁତଶକ୍ତି ଉତ୍ପାଦନ କରିବାର କ୍ଷମତା ୩୦୦୦ ମେଗାୱାଟ । ବିଭିନ୍ନ ବେସରକାରୀ ସଂସ୍ଥା ଯଥା ସାହାରା ଇଣ୍ଡିଆ , ଆଧୁନିକ ପାୱାର ଏବଂ ନେଚୁରାଲ ରିସୋର୍ସସ , ଜି.ଏମ.ଆର ଏନର୍ଜି ଲିମିଟେଡ ଇତ୍ୟାଦି ଏବଂ ଅନେକ ସଂସ୍ଥା ବିଦ୍ୟୁତ ଉତ୍ପାଦନ ପାଇଁ ଓଡିଶା ସରକାରଙ୍କ ସହ ଚୁକ୍ତି କରିଛନ୍ତି । ଅନ୍ୟ ଶିଳ୍ପଗୁଡିକ ଯଥା- ନାଲକୋ, ହିଣ୍ଡାଲକୋ,ବେଦାନ୍ତ, ରାଉଲକେଲା ଷ୍ଟିଲ ପ୍ଳାଣ୍ଟ , ଭୂଷଣ ଷ୍ଟିଲ , ପାୱାର ଲିମିଟେଡ , ଇମ୍ଫା , ନୀଳାଚଳ ଇସ୍ପାତ ଇତ୍ୟାଦି ସେମାନଙ୍କର ନିଜସ୍ୱ ବିଦ୍ୟୁତଶକ୍ତି ଉତ୍ପାଦନ ପାଇଁ କାରଖାନା ସ୍ଥାପନ କରିଛନ୍ତି । ଯଦିଓ କିଛିଦିନ ଧରି ଓଡିଶାରେ ବିଦ୍ୟୁତ ଶକ୍ତି ବଳକା ଥିଲା , କିନ୍ତୁ ବର୍ତ୍ତମାନ ଏହାର ଅଭାବ ଦେଖାଯାଇଅଛି । ଯଦିଓ ବିଦ୍ୟୁତ ଶକ୍ତି ଅଧିକ ଉତ୍ପାଦିତ ହେଉଅଛି , ତଥାପି ଏହାର ବିନିଯୋଗର ଚାହିଦା ଅଧିକ ଅଛି । ତେଣୁ ଯେଉଁ ସବୁ ଓଡିଶା ସରକାରଙ୍କ ସହ ଚୁକ୍ତିବଦ୍ଧ ହୋଇଛନ୍ତି , ସେମାନେ ସେମାନଙ୍କର ଉତ୍ପାଦନ ସଂସ୍ଥାସବୁ ଓଡିଶା ସରକାରଙ୍କ ସହ ଚୁକ୍ତିବଦ୍ଧ ହୋଇଛନ୍ତି , ସେମାନେ ସେମାନଙ୍କର ଉତ୍ପାଦନ ଆରମ୍ଭ କାଲେ ଏହି ଅଧିକ ଚାହିଦାକୁ ପୂରଣ କରାଯାଇପାରିବ । ଓଡିଶାରେ କୋଇଲାର ପରିମାଣ ଅଧିକ ଥିବାରୁ ବିଭିନ୍ନ ଶିଳ୍ପ ସଂସ୍ଥା ଏଠାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

ତାଳଚେର କୋଇଲାକୁ ଲକ୍ଷ ରାଖୀ ଏଠାରେ ଭାରତ ସରକାର କୋଇଲାଭିତ୍ତିକ ଇଉରିଆ ସାର କାରଖାନା ୧୯୮୦ ମସିହାରେ ସ୍ଥାପନ କଲେ । ଏହି ଶିଳ୍ପର କ୍ଷମତା ଥିଲା ଦିନକୁ ୨୬୦୦ ଟନ । ଏହି କୋଇଲାରୁ ଗ୍ୟାସିଫିକେସନ ପ୍ରକ୍ରିୟାରେ ହାଇଡ୍ରୋଜେନ ଗ୍ଯାସ ଏବଂ କାର୍ବନ ଡାଇଅକସାଇଡ ପ୍ରସ୍ତୁତ କରାଯାଏ ଏବଂ ପର ପର୍ଯ୍ୟାୟରେ ଏହି ଦୁଇ ଗ୍ୟାସର ମିଶ୍ରଣ ଏବଂ ରିଆକସନ ଫଳରେ ୟୁରିଆ ସାର ଉତ୍ପାଦନ କରାଯାଏ । ଯେଉଁ ପ୍ରଣାଳୀରେ ଗ୍ୟାସିଫିକେସନ କରାଯାଏ , ଏହାକୁ କପର ଟ୍ରୋପେଜ ପଦ୍ଧତି କୁହାଯାଏ । ତାଳଚେରର ଯେଉଁ କୋଇଲା ବ୍ୟବହାର କରାଯାଇଥିଲା, ତାହାର ପାଉଁଶର ପରିମାଣ ଶତକଡା 25 ଭାଗ ଥିଲା । ଏହାକୁ ମାନଦଣ୍ଡ ଧରାଯାଇ ଉତ୍ପାଦନ ପ୍ରଣାଳୀ ତିଆରି କରାଯାଇଥିଲା । ଏହି କୋଇଲାରେ କିଛି ପରିମାଣର ଡେଟୋରିୟମ ଅକସାଇଡ ଥର । ଯେତେବେଳେ ଏହି କୋଇଲାକୁ ଗ୍ୟାସିଫିକେସନ କରାଯାଏ , ଏଥିରୁ ରେଡିଓ ଏକ୍ଟିଭ ମିଳିଥାଏ । ଏହାକୁ ବାହାର କରିବା ପାଇଁ ଏଫ ସି ଆଇ ପ୍ଳାଣ୍ଟ ଭିତରେ ହେଭି ୱାଟର ପ୍ଳାଣ୍ଟ ବସାଗଲା । ଏହି D_2 O କୁ ହେଭିୱାଟର କୁହାଯାଏ ।

ପ୍ରଥମେ କୋଇଲା ଗ୍ୟାସଫିକେସନ ହେଲାପରେ ଏହାକୁ ହେଭିୱାଟର ପ୍ଳାଣ୍ଟକୁ ପଠାଯାଏ । ସେଠାରେ D_2 O ବାହାର କଲା ପରେ ଏହି ଗ୍ୟାସକୁ ୟୁରିଆ ପାଇଁ ନିୟୋଜିତ କରାଯାଏ । ଏହି ସାର କାରଖାନା ବସିବା ଦ୍ଵାରା ସର୍ବଭାରତୀୟ ଚାଷୀଙ୍କ ପାଇଁ ସାର ଯୋଗାଇବାରେ ସରକାରଙ୍କ ବହୁ ସୁବିଧା ସୁଯୋଗ ହୋଇପାରୁଥିଲା , କିନ୍ତୁ ବର୍ତ୍ତମାନ ଏହି ଶିଳ୍ପଟି ସଂପୂର୍ଣ୍ଣ ଭାବେ ବନ୍ଧ ହୋଇ ଯାଇଅଛି । ଏହାର ମୁଖ୍ୟ କାରଣ ହେଲା , କୋଇଲାର ପାଉଁଶ ଅଂଶ । ବର୍ତ୍ତମାନ କୋଇଲାର ଏହି ପାଉଁଶ ଅଂଶ ବଢି ବଢି 40 ରୁ 45 ପର୍ଯ୍ୟନ୍ତ ପହଞ୍ଚିଲାଣି । ଏହି ଶିଳ୍ପ ପାଇଁ କୋଇଲା ପାଉଁଶ ଅଂଶ ବାଧକ ସୃଷ୍ଟି ହେଲା । ଯେଉଁ ପରିମାଣ ଗ୍ୟାସୀଫିକେସନ ପ୍ଳାଣ୍ଟରେ ଉଡନ୍ତା ପାଉଁଶ ସୃଷ୍ଟି ହେଲା, ଏହାକୁ ପରିଚାଳନା କରିବା କଷ୍ଟକର ହେଲା । ଯାହା ଫଳରେ ବିଭିନ୍ନ ଯନ୍ତ୍ରପାତିରେ ଯାନ୍ତ୍ରିକ ତ୍ରୁଟି ଦେଖାଗଲା । ସେସରେ ଏହି ସାର କାରଖାନାକୁ 1999 ମସିହାରୁ ବନ୍ଦ କରିଦିଆଗଲା । ସେତେବେଳେ କୋଇଲାର ଦାମ କମ ଥିଲା । ଏହି ଅଧିକ ଥିବା ପାଉଁଶ କୋଇଲାକୁ ବିଶୋଧନ କରାଗଲେ ଏହାର ପ୍ରକ୍ରିୟାର ମୂଲ୍ୟ ଅଧିକ ଥିବାରୁ କୌଣସି ନିଷ୍ପତ୍ତି ନିଆଯାଇ ପାରିଲା ନାହିଁ । କିନ୍ତୁ ବର୍ତ୍ତମାନର ପରିସ୍ଥିତି ଅଲଗା । କୋଇଲାର ଦାମ ବହୁ ଗୁଣରେ ବଢିଯାଇଅଛି । ବର୍ତ୍ତମାନ ଯଦି ବିଶୋଧନ ପ୍ରକ୍ରିୟାରେ ଏହା ନିୟୋଜିତ କରାଯାଏ ଲାଭଦାଯକ ହୋଇପାରିବ , ଯେହେତୁ ଭରତବର୍ଷ ଏକ କୃଷି ପ୍ରଧାନ ଦେଶ, ୟୁରିଆ ସାର ଚାଷୀମାନଙ୍କ ପାଇଁ ନିହାତି ଜରୁରୀ । ବର୍ତ୍ତମାନ ଉଭୟ ଭାରତ ଓ ଓଡିଶା ସରକାର ଉଦ୍ୟମ କରି ଏହି କାରଖାନାକୁ ପୁନର୍ଜୀବନ ଦେବା ଉଚିତ । ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରାୟସ୍ଥାନ କୋଇଲା ମାନବୃଦ୍ଧି କରିବା ପାଇଁ ବର୍ତ୍ତମାନ ବିଶୋଧନ ପ୍ରଣାଳୀ ପଦ୍ଧତି ଦେଇପାରିବ । ଏହାକୁ ଭିତ୍ତିକରି କୋଇଲାଭିତ୍ତିକ ସାରଖରଖନା ତିଆରି କରାଯାଇପାରିବ । ବହୁତ ବର୍ଷ ପୂର୍ବରୁ ଓଡିଶାର ଶିଲ୍ପାୟନର ମୁଖ୍ୟ ସ୍ଵର୍ଗତ ବିଜୁ ପଟ୍ଟନାୟକ କୋଇଲାରୁ ଗ୍ୟାସ ଉତ୍ପାଦନ କରି ସାରା ଓଡିଶାବାସୀଙ୍କୁ ରୋଷେଇରେ ଗ୍ୟାସ ଯୋଗାଇ ଦେବାର ସ୍ଵପ୍ନ ଦେଖିଲେ । ବର୍ତ୍ତମାନ ଏହି କୋଇଲାରୁ ପେଟ୍ରୋଲ ଓ ଡିଜେଲ ଉତ୍ପାଦନ କରିବା ପାଇଁ ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡ (JSPL) ଅନୁଗୋଳଠାରେ ଏହି କାରଖାନା ବସାଇଆବାକୁ ଯାଉଅଛି । ପ୍ରଥମେ ଇପିକଲ କୋଇଲାଭିତ୍ତିକ ସ୍ପଞ୍ଜ ଆଇରଣ ଉତ୍ପାଦନ କରିବା ପାଇଁ ଯୋଜନା କରିଥିଲା । ଯାହାଫଳରେ ଟାଟା ସ୍ପଞ୍ଜ ଆଇରଣ ଓ ଓଡିଶା ସ୍ପଞ୍ଜ ଆଇରନ ଦୁଇଟି ଶିଳ୍ପସଂସ୍ଥା କୋଇଲାକୁ ବିନିଯୋଗ କରି ସ୍ପଞ୍ଜ ଆଇରନ ଉତ୍ପାଦନ ଆରମ୍ଭ କରିଥିଲେ । ଏହି ସ୍ପଞ୍ଜ ଆଇରନ ପାଇଁ ଏକ ନିର୍ଦ୍ଧିଷ୍ଟ ମାନର କୋଇଲା ଆବଶ୍ୟକ । ଓଡିଶାରେ କୋଇଲାର ମାନ ପାଉଁଶ ଅଂଶ ବ୍ୟତୀତ ସ୍ପଞ୍ଜ ଆଇରନ ଉତ୍ପାଦନ କରିବା ପାଇଁ ଉପଯୁକ୍ତ ଅଟେ । ଏହି କୋଇଲାକୁ ଭିତ୍ତିକରି ଓଡିଶାରେ 120 ଟି ଛୋଟ ଓ ବଡ ସ୍ପଞ୍ଜ ଆଇରନ କାରଖାନା ଗଢି ଉଠିଛି । ଏହାର ଦୁଇଟି ମୁଖ୍ୟ କଞ୍ଚାମାଳ ହେଲା ଲୁହାପଥର ଏବଂ ନନ କୋକିଂ କୋଇଲା । ନିର୍ଦ୍ଧିଷ୍ଟ ମାନର କୋଇଲା ଏବଂ ଲୁହାପଥର ସ୍ପଞ୍ଜ ଆଇରନ ପ୍ଳାଣ୍ଟରେ ବିନିଯୋଗ ପାଇଁ ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ସହାୟତା ନିହାତି ଆବଶ୍ୟକ । କିପରି ଭାବେ ନିମ୍ନମାନର କୋଇଲା ଓ ଲୁହାପଥର ବିଶୋଧନ ପ୍ରଣାଳୀ ଜରିଆରେ ସ୍ପଞ୍ଜ ଆଇରନ ଶିଳ୍ପଗୁଡିକରେ ବ୍ୟବହାର କରାଯାଇପାରିବ , ସେଥିପାଇଁ ଏହି ଅନୁଷ୍ଠାନର ଭୂମିକା ଗୁରୁତ୍ଵପୂର୍ଣ୍ଣ ।

ବର୍ତ୍ତମାନ ଭାରତବର୍ଷର ଷ୍ଟିଲ ଉତ୍ପାଦନ ଭୂମିକା ବିଶ୍ଵରେ ଗୁରୁତ୍ଵପୂର୍ଣ୍ଣ । ଗତବର୍ଷ ପ୍ରାୟ ୭୫ ମିଲିୟନ ଟନ ଷ୍ଟିଲ ଉତ୍ପାଦନ କରି ଭାରତବର୍ଷ ବିଶ୍ଵରେ ଚତୁର୍ଥ ସ୍ଥାନ ହାସଲ କରିଅଛି । ୨୦୦୫ ମସିହାରେ ଭାରତ ସରକାର ଏକ ଷ୍ଠୀଳ ପଲିସି ତିଆରି କଲେ । ଏଥିରେ ଘୋଷଣା କରାଗଲା ଯ ୨୦୨୦ ମସିହା ସୁଦ୍ଧା ଭାରତ ୧୧୦ ମିଲିୟନ ଟନ ଷ୍ଠୀଳ ଉତ୍ପାଦନ କରିବ । କିନ୍ତୁ ଯେତେବେଳେ ଷ୍ଟିଲର ଉତ୍ପାଦନ ଦ୍ରୁତଗତିରେ ବଢିବାକୁ ଲାଗିଲା ୨୦୦୮ ମାଇଶାରେ ଏହି ଷ୍ଟିଲ ପଲିସି କୁ ପରିବର୍ତ୍ତନ କରାଯାଏ ୨୦୨୦ ମହିଆ ସୁଦ୍ଧା ୨୦୦ ମିଲିୟମ ଟନ ଷ୍ଟିଲ ଉତ୍ପାଦନ କରିବା ପାଇଁ ଲକ୍ଷ ଧାର୍ଯ୍ୟ କରାଗଲା । ୨୦୧୨ ମଶିଆରେ ଭାରର ସରକାର ପୁନର୍ବାର ନୂଆ ଷ୍ଟିଲ ପଲିସି ପାଇଁ ଏକ କମିଟି ଗଠନ କରିଥିଲେ । ଯଦିଓ ଏପରଜ୍ଯନ୍ତ ଏହି ନୂଆ ଷ୍ଠୀଳ ପଲିସି ଘୋଷଣା କରାଯାଇନାହିଁ , କିନ୍ତୁ ପୂର୍ବାନୁମାନ ଅନୁଯାୟୀ ୨୦୨୫ ମସିହା ସୁଦ୍ଧା ଭାରତବର୍ଷ ୨୮୦ ମିଲିୟମ ଟନ ଇସ୍ପାତ ଉତ୍ପାଦନ ଆରିବା ପାଇଁ ଯୋଜନା ରଖିଅଛି । ଏଥିପାଇଁ ପ୍ରଚୁର ପରିମାଣରେ ଲୁହାପଥର ଆବଶ୍ୟକ ଅଛି । ବର୍ତ୍ତମାନ ଭାରତବର୍ଷରେ ଲୁହାପଥର ଉତ୍ପାଦନ ପ୍ରାୟ ୨୪୦ ମିଲିୟମ ଟନ ଇସ୍ପାତ ଉତ୍ପାଦନ କରିବା ପାଇଁ ଯୋଜନା ରଖିଅଛି । ଏଥିପାଇଁ ପ୍ରଚୁର ପରିମାଣରେ ଲୁହାପଥର ଆବଶ୍ୟକତା ଅଛି । ବର୍ତ୍ତମାନ ଯୋଜନା ରଖିଅଛି । ଏଥିପାଇଁ ପ୍ରଚୁର ପରିମାଣରେ ଲୁହାପଥର ଆବଶ୍ୟକତା ଅଛି । ବର୍ତ୍ତମାନ ଭାରତବର୍ଷରେ ଲୁହାପଥର ଉତ୍ପାଦନ ପ୍ରାୟ ୨୪୦ ମିଲିୟନ ଟନ ରହିଛି । ଏଥିରୁ ପ୍ରାୟ ଶତକଡା ୫୦ ଭାଗ ବାହାର ଦେଶକୁ ରପ୍ତାନି କରାଯାଉଅଛି । ନିଜ ଦେଶର ଚାହିଦା ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ବର୍ତ୍ତମାନ ଭାରତ ସରକାର ରପ୍ତାନି ଉପରେ କଟକଣା କରିବା ପାଇଁ ଯୋଜନା କରୁଛନ୍ତି । ଏହି ନୂଆ ଷ୍ଟିଲ ପଲିସି ଅନୁଯାଯାଇ ଓଡିଶାରେ ପ୍ରାୟ ୮୦ ରୁ ୯୦ ମିଲିୟନ ଟନ ଇସ୍ପାତ ଉତ୍ପାଦନ କରାଯିବ , ଯାହା ଫଳରେ ଅଇଦଶାର ଶିଲ୍ପାୟନର ଆସା କିଛି ପରିମାଣରେ ପୂରଣ କରାଯାଇପାରିବ ।

ଓଡିଶାରେ ପ୍ରଥମେ ରାଉଲକେଲା ଠାରେ ୧୯୬୧ ମସିହାରେ ୧.୮ ମିଲିୟନ ଟନ ବାର୍ଷିକ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ବସାଜାଇଥିଲା । ବର୍ତ୍ତମାନ ଏହାର କ୍ଷମତାକୁ ୧.୮ ରୁ ୪.୫ ମିଲିୟନକୁ ବୃଦ୍ଧି କରାଯାଊଅଛି । ଏହା ବ୍ୟତୀତ ନୀଳାଚଳ ଇସ୍ପାତ ନିଗମ,ମେସ୍କୋ,ଭୂଷଣ ଷ୍ଟିଲ ,ଛୋଟ ଛୋଟ ଷ୍ଟିଲ ପ୍ଳାଣ୍ଟ ବ୍ଳାଷ୍ଟଫର୍ଣ୍ଣେସ ପଦ୍ଧତିରେ ଲୁହା ଉତ୍ପାଦନ କରୁଛନ୍ତି । ଅନ୍ୟ ସଂସ୍ଥାମାନେ ଯଥା ଜେ ଏସ ପି ଏଲ,ଟାଟା ଷ୍ଟିଲ ଇତ୍ୟାଦି ଷ୍ଟିଲ ଉତ୍ପାଦନ ପାଇଁ ଶିଳ୍ପସଂସ୍ଥା ପ୍ରତିଷ୍ଠା କରୁଛନ୍ତି । ଏହା ସହିତ ଷ୍ଟିଲ ମଧ୍ୟ ସ୍ପଞ୍ଜ ଆଇରନ ମାଧ୍ୟମରେ ଉତ୍ପାଦନ କରାଯାଉଅଛି । ସ୍ପଞ୍ଜ ଆଇରନରୁ ଇଣ୍ଡକସନ ଫର୍ଣ୍ଣେସ ଜରିଆରେ ଲୁହା ଓ ଇସ୍ପାତ ଉତ୍ପାଦନ କରାଯାଏ । ବର୍ତ୍ତମାନ ସାରା ବିଶ୍ଵରେ ବିଭିନ୍ନ ପ୍ରକାର ପଦ୍ଧତି ଉଦ୍ଭାବନ କରାହେଲାଣି । ଯାହା ଫଳରେ ଲାଭଜନକ ଉପାୟରେ ଷ୍ଟିଲ ଉତ୍ପାଦନ କରାଯାଇପାରିବ । ବିଭିନ୍ନ ପଦ୍ଧତି ଯଥା କୋରେକସ ,ଫାଇନେକସ , ହାଇସ୍ମେଲଟ , ଇତ୍ୟାଦି ପାଇଁ ଏକ ନିର୍ଦ୍ଧିଷ୍ଟ ମାନର କଞ୍ଚାମାଲର ଆବଶ୍ୟକତା ଅଛି । ଏଠାରେ ମୁଖ୍ୟ ପ୍ରଶ୍ନ ଉଠୁଛି ଯେ ଏତେ ପରିମାଣର ନିର୍ଦ୍ଧିଷ୍ଟ ମାନର ଲୁହାପଥର ମିଳିବ କି ? ଯଦି ନ ମିଳେ , ତାହାର ସମାଧାନ ଏବେଠାରୁ ଚିନ୍ତା କରିବା ଉଚିତ । ଭାରତରେ ବର୍ତ୍ତମାନ ୨୮.୫ ବିଲିୟନ ଟନ ଲୁହାପଥର ଗଚ୍ଛିତ ଅଛି । ଏହା ବିଭିନ୍ନ ସ୍ଥାନରେ ରହିଛି । ଏହି ଗଚ୍ଛିତ ଲୁହାପଥରର ଦୁଇ ତୃତୀୟାଂଶ ନିମ୍ନମାନର ଲୁହାପଥର ଅଟେ । ଏଗୁଡିକ ସିଧାସଳଖ ବ୍ୟବହାର କରାଯାଇ ପାରିବ ନାହିଁ । ଏହାର ଉପଯୁକ୍ତ ବିଶୋଧନ ଜରୁରୀ ଏହା ସହିତ ପୂର୍ବରୁ ନିଷ୍କାସିତ ବର୍ଜ୍ୟବସ୍ତୁ ରୂପେ ନିଷ୍କାସିତ କରାଯାଇଥିବା ଫାଇନସ ଲୁହାପଥରର ସୁବିନିଯୋଗ କରିବା ନିହାତି ଦରକାର । ଏହାକୁ କିପରି ଲାଭଦାୟକ ଭାବେ ବିଶୋଧନ କରାଯାଇପାରିବ , ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ସେ ବିଷୟରେ ଦୀର୍ଘ ବର୍ଷ ଧରି ଗବେଷଣା କରିଆସୁଅଛି । ଏହି ବିଷୟରେ ପର୍ଯ୍ୟାପ୍ତ ପରିମାଣରେ କାମ କରାଯାଇ ଏହାର ସମାଧାନ ସୂତ୍ର ବାହାର କରାଯାଇଛି । ଏହି ଅନୁଷ୍ଠାନ ମାଧ୍ୟମରେ ନିମ୍ନମାନର ଲୁହାପଥରର ମାନଙ୍କୁ ବୃଦ୍ଧି କରାଯାଇପାରିବ । ଯେଉଁ ଦଅଣାଗୁଡିକ ଅଧିକ କ୍ଷୁଦ୍ର, ତାହାକୁ ପେଲେଟ ତିଆରି କରାଯାଇ ଉଭୟ ପଦ୍ଧତି ଯଥା- ବ୍ଳାଷ୍ଟ ଫର୍ଣ୍ଣେସ ଓ ସ୍ପଞ୍ଜ ଆଇରନ ପ୍ରଣାଳୀରେ ବ୍ୟବହାର କରାଯାଇପାରିବ । ଏଠାରେ ମୁଁ ପ୍ରକାଶ କରିବାକୁ ଚାହେଁ ଯେ ଏହି ଅନୁଷ୍ଠାନ ଏହି ସମୟରେ ନିଜର ଦକ୍ଷତା ଉପସ୍ଥାପନ କରିବା ସହିତ ଓଡିଶା ସମେତ ଭାରତର ମୁଖ୍ୟ ଶିଳ୍ପାୟନ ଲୁହା ଉତ୍ପାଦନକୁ ଆଗେଇନେବା ଉଚିତ ।

ନିକେଲ ଏକ ମୂଲ୍ୟବାନ ଧାତୁ । ଏହାର ଉଦ୍ଭାବନ ୧୭୫୧ ମସିହାରେ ସ୍ଵିଡେନ ଦେଶର ଭୂତତ୍ଵବିତ ଏକ୍ସଲ କ୍ରୋନସ୍ଲେଡେଟ କରିଥିଲେ । ଏହି ଧାତୁକୁ ଆଜିକାଲି ମିଶ୍ର ଧାତୁ ରୂପେ ବହୁଳ ବ୍ୟବହାର କରାଯାଉଅଛି । ଷ୍ଟେନଲେସ ଷ୍ଟିଲ ତିଆରି ପାଇଁ ଏହାକୁ ବ୍ୟବହାର କରାଯାଏ । ଏହି ଧାତୁ ଦ୍ଵାରା ମିଶ୍ରଧାତୁ ତିଆରି ହେଲେ ମୂଳଧାତୁର ଗୁଣ ବିଭିନ୍ନ ପ୍ରକାରରେ ବଢିଯାଏ ଯଥା- ଅଧିକ ଶକ୍ତିଶାଳି , ଶୀଘ୍ର ନଷ୍ଟ ନ ହେବା ଏବଂ ଧାତୁକୁ ଅଧିକ ପତଳା କରାଯିବା ଇତ୍ୟାଦି ହୁଏ । ଏହି ନିକେଲ ମିଶ୍ରିତ ଧାତୁକୁ ବିଭିନ୍ନ ଯନ୍ତ୍ରଗୁଡିକ ଯଥା ଗ୍ୟାସ ଟରବାଇନ , ରକେଟ , ଇଞ୍ଜିନ , ନ୍ୟୁକ୍ଲିୟର ରିଆକ୍ଟର , ପାୱାର ପ୍ଳାଣ୍ଟ ଇତ୍ୟାଦିରେ ତିଆରି କରିବା ପାଇଁ ବ୍ୟବହାର କରାଯାଏ । ବିଭିନ୍ନ ଦେଶର ମୁଦ୍ରା ତିଆରି ପାଇଁ ଏହି ମିଶ୍ରଧାତୁକୁ ବ୍ୟବହାର କରାଯାଏ । ବିଭିନ୍ନ କ୍ୟାଟଲିଟିକ ରିଆକ୍ଟର କୁ କ୍ୟାଟଲିଷ୍ଟ ରୂପେ ବ୍ୟବହାର କରାଯାଏ । ଉଦାହରଣସ୍ୱରୂପ ନିଲେଲ କ୍ୟାଟଲିଷ୍ଟ ବ୍ୟବହାର କରାଯାଏ । ଉଦାହରଣ ସ୍ୱରୂପ ନିକେଲ କ୍ୟାଟଲିଷ୍ଟ ବ୍ୟବହାର କରଯାଇ ନାପଥ ଗ୍ୟାସ ରୁ ହାଇଡ୍ରୋଜେନ୍ ଗ୍ୟାସ ପ୍ରସ୍ତୁତ କରାଯାଏ । ଏହାକୁ ବହୁଳ ପରିମାଣରେ ପେଟୋଲିଅମ ଶିଳ୍ପରେ ଲଗାଯାଏ । ଏହି ବିରଳ ଧାତୁଟି ପୃଥିବୀପୃଷ୍ଠରେ ମୁଖ୍ୟତଃ ଦୁଇ ପ୍ରକାର ଖଣିଜ ପଦାର୍ଥ ରୂପେ ମିଳେ । ପ୍ରାୟ ୪୦ ଭାଗ ସଲଫାଇଡ ଖଣିଜ ପଦାର୍ଥ ରୂପେ ମିଳୁଥିଲା ବେଳେ ଅବଶିଷ୍ଟ ୬୦ ଭାଗ ଅକସାଇଡ ଖଣିଜ ପଦାର୍ଥ ରୂପେ ମିଳେ । ଯେଉଁଗୁଡିକ ସଲଫାଇଡ ଖଣିଜ ପଦାର୍ଥ ରୂପେ ମିଳେ ତାହାକୁ ନିଲେକ ସଲଫାଇଡ ଖଣିଜ ପଦାର୍ଥ ବୋଲି କୁହାଯାଏ । ଏବଂ ଯେଉଁ ଗୁଡିକ ଅକସାଇଡ ଖଣିଜ ପଦାର୍ଥ ସହ ଥାଏ,ତାହାକୁ ନିକେଲ ଲାଟେରାଇଟ ବୋଲି କୁହାଯାଏ । କେତେକ ଜାଗାରେ ଖୁବ କମ ପରିମାଣରେ ନିକେଲ ଆରସେନାଇଡ ରୂପେ ମଧ୍ୟ ମିଳିଥାଏ । ନିକେଲ ସଲଫାଇଡ ଖଣିଜ ପଦାର୍ଥ ମୁଖ୍ୟତଃ କାନାଡା,ରୁଷିଆ,ଓ ନରୱେରେ ମିଳିଥାଏ । ଏହି ଖଣିଜ ପଦାର୍ଥରେ ନିକେଲର ପରିମାଣ ପ୍ରାୟ ୨% ଥାଏ ଏବଂ ଲାଭଦାୟକ ପ୍ରଣାଳୀରେ ନିକେଲ ନିଷ୍କାସନ କରାଯାଏ । ଭାରତରେ ଏହି ପ୍ରକାର ଖଣିଜ ପଦାର୍ଥ ନାହିଁ କହିଲେ ଚଳେ । ଭଉତ କମ ପରିମାଣରେ କେତେକ ପ୍ରଦେଶରେ ଯଥା ଝାଡଖଣ୍ଡ , କେରଳ,ରାଜସ୍ଥାନ, ନାଗାଲାଣ୍ଡ ଏବଂ ଜାମ୍ମୁ କାଶ୍ମୀରରେ ଏହା ଦେଖିବାକୁ ମିଳେ । ମୁଖ୍ୟତଃ ଭାରତବର୍ଷରେ ନିକେଲ ଲେଟରାଇଟ ଖଣିଜ ପଦାର୍ଥ ମିଳେ । ଦେଶରେ ନିକେଲ ଖଣିଜ ପଦାର୍ଥର ୯୮% ଓଡିଶାରେ ସୁକିନ୍ଦା ଭଲାଇ ରେ ମିଳେ । ଏଥିରେ ନିକେଲ ଭାଗ ୦.୫ ରୁ ୧.୦ପର୍ଯ୍ୟନ୍ତ ଥାଏ । ଏହା କ୍ରୋମାଇଟ ଖଣିର ଉପରିଭାଗ ରେ ଥାଏ । ଯେଉଁମାନେ କ୍ରୋମାଇଟ ଖଣି ଉତ୍ତୋଳନ କରୁଛନ୍ତି ଯଥା – ଟାଟା ଷ୍ଟିଲ , ଓଏମସି,ଫେକର , ଇମ୍ଫା ଇତ୍ୟାଦି ଏମାନେ ଏହି ଖଣିର ଉପରିଭାଗକୁ ନିକେଲ ଖଣିଜ ପଦାର୍ଥ ରୂପେ ଗଚ୍ଛିତ କରି ରଖିଛନ୍ତି । ଏହି ନିକେଲ ଧାତୁକୁ ନିଷ୍କାସନ କରିବା ପାଇଁ ପ୍ରାୟ ୩୦ ରୁ ୩୫ ବର୍ଷ ପର୍ଯ୍ୟନ୍ତ ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ଗବେଷଣା କରିଆସୁଛନ୍ତି । ନିକେଲ ଧାତୁକୁ କିପରି ଭାବେ ଏହି ଖଣିଜପଦାର୍ଥରୁ ନିଷ୍କାସନ କରଯାଇପାରିବ , ସେଥିପାଇଁ ଏହି ଅନୁଷ୍ଠାନ ବିଭିନ୍ନ ପ୍ରକାର ପଦ୍ଧତି ଉଦ୍ଭାବନ କରିଛନ୍ତି । ପ୍ରଥମେ ଏହି ନିକେଲର ଭାଗ ବିଶୋଧନ କରାଯାଇ ଏହାର ମାନକୁ ଦରକାର ପଡିଲେ ବୃଦ୍ଧି କରାଯାଏ । ତାହାପରେ ଏହାକୁ ରିଡକସନ ରୋଷ୍ଟିଂ କରାଯାଏ । କାରଣ ନିକେଲ ଧାତୁ ପ୍ରାୟ ଲୁହାପଥର ମାଟ୍ରିକସ ଥାଏ । ଏହି ପ୍ରକ୍ରିୟା ଦ୍ଵାରା ନିକେଲ ଧାତୁ କନିକାର ଉପରିଭାଗକୁ ଆସିଥାଏ । ତାହାପରେ ଆମୋନିଆ ଦ୍ଵାରା ଶୋଷଣ କରାଯାଇ ଏହାକୁ ତରଳ ସ୍ଟେଜର ଅଣାଯାଏ । ପରେ ଇଲେକ୍ଟ୍ରୋ ଉଈନିଙ୍ଗ ଦ୍ଵାରା ନିକେଲ ଧାତୁପ୍ରସ୍ତୁତ କରାଯାଏ ।

ଏହି ସଂପୂର୍ଣ୍ଣ ପଦ୍ଧତି ଦ୍ଵାରା ଭାରତ ସରକାର ଏହି ଅନୁଷ୍ଠାନ ପରିସର ମଧ୍ୟରେ ହିନ୍ଦୁସ୍ଥାନ ଜିଙ୍ଗ ଲିମିଟେଡ ମାଧ୍ୟମରେ ଏକ ପାଇଲଟ ପ୍ଳାଣ୍ଟ ବସାଇଥିଲେ । ଏଥିରେ ଏହି ଅନୁଷ୍ଠାନ ହିନ୍ଦୁସ୍ଥାନ ଜିଙ୍ଗ ଲିମିଟେଡର କୁଶଳୀ ଇଞ୍ଜିନିୟରଙ୍କ ତତ୍ବାବଧାନରେ ଏହି ପଦ୍ଧତିକୁ ପାଇଲଟ ପ୍ଳାଣ୍ଟ ମଧ୍ୟରେ ପରୀକ୍ଷା ନିରୀକ୍ଷା କରିଥିଲେ । ଏହା ପ୍ରାୟ ଛଅ ମାସ କାଳ ପରିଚାଳନା କରାଯାଇ ମେକନ ସଂସ୍ଥା ଦ୍ଵାରା ଏହାଏ ଏକ ଫିଜିବିଲିଟ ରିପୋର୍ଟ ତିଆରି କରାଯାଇଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ଏହି ପଦ୍ଧତିରେ ବ୍ୟାବସାୟିକ ଶିଳ୍ପ ବସିପାରିନାହିଁ । ଏହାର ମୁଖ୍ୟ କାରଣ ହେଲା- ପରିବେଶର ପ୍ରଭାବ । ଶତକଡା ୯୯ ଭାଗ ବସ୍ତୁକୁ ପରିତ୍ୟକ୍ତ କରିବାକୁ ପଡିବ , ଯାହାଦ୍ଵାରା କି ପରିବେଶ ଉପରେ ଏହାର କୁ-ପ୍ରଭାବ ପଡିବ । ତେଣୁ ଏହି ପରିତ୍ୟକ୍ତ କରିବାକୁ ପଡିବ , ଯାହାଦ୍ଵାରା କି ପରିବେଶ ଉପରେ ଏହାର କୁ-ପ୍ରଭାବ ପଡିବ । ତେଣୁ ଏହି ପରିତ୍ୟକ୍ତ ବସ୍ତୁରୁ ଯଦି କିଛି ଅଂଶ ସୁବିନିଯୋଗ ଉପରେ ଏହାର କୁ –ପ୍ରଭାବ ପଡିବ । ତେଣୁ ଏହି ପରିତ୍ୟକ୍ତ ବସ୍ତୁରୁ ଯଦି କିଛି ଅଂଶ ସୁବିନିଯୋଗ କରିପାରିଲେ , ତେବେ ଏହି ପଦ୍ଧତି ଭବିଷ୍ୟତରେ ବ୍ୟାବସାୟିକ ହୋଇପାରିବ । ସେଥିପାଇଁ ଏହି ଅନୁଷ୍ଠାନ ବର୍ତ୍ତମାନ ବହୁତ ଗବେଷଣା କରୁଛନ୍ତି । ଆଶାକରେ ସେମାନେ ନିଶ୍ଚିତ ଏହାର ସମାଧାନ କରିବେ ।

ଏହି ଖଣିଜ ପଦାର୍ଥରୁ ନିକେଲ ଧାତୁ ନିଷ୍କାସନ ପାଇଁ ଅନ୍ୟ ଏକ ପଦ୍ଧତି ପ୍ରସ୍ତୁତ କରଯାଇ ତାହା ହେଉଅଛି ଫେରୋ ଏଲୟ । ଏହି ପଦ୍ଧତିରେ ଲୁହାପଥର ଥିବା ଅଂଶରେ କିଛି ପରିମାଣରେ ନିକେଲ ମିଶାଇ ଫୋରୋ – ନିକେଲ ପ୍ରସ୍ତୁତ କରିବା ସହ ଅବଶିଷ୍ଟ ଲୁହାପଥର ପିଗ ଆଇରନ ଉତ୍ପାଦନ କରାଯିବ । ଯାହା ଫଳରେ ଏଇ ଖଣିଜ ପଦାର୍ଥକୁ ସୁବିନିଯୋଗ କରାଯାଇପାରିବ । ଏହି ପଦ୍ଧତିକୁ ବର୍ତ୍ତମାନ ବିଭିନ୍ନ ବ୍ୟାବସାୟିକ ସ୍ତରକୁ ଯାଇପାରେ । ଏ ପର୍ଯ୍ୟନ୍ତ ଆମେ ଖଣିଜ ପଦାର୍ଥରୁ ଏ ଧାତୁକୁ ଉତ୍ପାଦନ କରିପାରୁନାହୁଁ । ଅତୀତରେ ନିକେଲ ଧାତୁର ଦାମ ଏତେ କମ ଥିଲା ଯେ ବ୍ୟବସାୟ କରିବା କଷ୍ଟକର ଥିଲା , କିନ୍ତୁ ବର୍ତ୍ତମାନର ପରିସ୍ଥିତି ପ୍ରାୟ ଅଲଗା । ବର୍ତ୍ତମାନ ନିକେଲ ଧାତୁର ଦାମ ଅଧିକା ହେବ ସହ ଚାହିଦା ମଧ୍ୟ ବହୁ ଗୁଣରେ ଆମ ଦେଶରେ ବଢିଅଛି । ଆଶାକରେ ଅତି ନିକଟ ଭବିଷ୍ୟତରେ ଏହି ଖଣିଜ ପଦାର୍ଥ ବ୍ୟାବସାୟିକ ଭିତ୍ତିରେ ନିକେଲ ଧାତୁ ଉତ୍ପାଦନ ପାଇଁ ବ୍ୟବହାର କରାଯାଇପାରେ । ବର୍ତ୍ତମାନ ସମୁଦ୍ର ଭୀତରେ ଥିବା ମାଙ୍ଗାନିଜ ନଡ୍ୟୁଲ ରେ ନିକେଲ ଅଛି । ଯଦିଓ ସମୁଦ୍ର ଭିତରେ ମାଇନିଂ କରିବା ବହୁତ ଖର୍ଚ୍ଚବହୁଳ , ତଥାପି ଏହା ଉପରେ ବହୁତ ଗବେଷଣା କରାଯାଉଅଛି । ଏହି ଖଣିଜ ପଦାର୍ଥରେ ମାଙ୍ଗାନିଜ ସହ କୋବାଲଟ , ନିକେଲ,ତମ୍ବା ଇତ୍ୟାଦି ମୂଲ୍ୟବାନ ଧାତୁ ଅଛି । ଏହାର ନିଷ୍କାସନ ପାଇଁ ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ସହ ଜାତୀୟ ଧାତବ ଗବେଷଣାଗାର ଜାମେସେଦପୁର , ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ , ଖଡଗପୁର , ଏବଂ ହିନ୍ଦୁସ୍ଥାନ ଜିଙ୍କ ଲିମିଟେଡ ଦୀର୍ଘଦିନ ଧରି ଗବେଷଣା କରିଆସୁଛନ୍ତି । ହିନ୍ଦୁସ୍ଥାନ ଜିଙ୍କ ଲିମିଟେଡଠାରେ ବିଭିନ୍ନ ପ୍ରଣାଳୀକୁ ପରୀକ୍ଷା ନିରୀକ୍ଷା କରିବା ପାଇଁ ଏକ ପାଇଲତ ପ୍ଳାଣ୍ଟ ବସାଯାଇଅଛି । ଲାଭଦାୟକ ଉପାୟରେ ନିକେଲ ଧାତୁ ଉତ୍ପାଦନ କରିବା ପାଇଁ ପ୍ରଚେଷ୍ଟା ଚାଲିଅଛି ।

ଟିଟାନିୟମ ଏକ ହାଲୁକା ଧାତୁ ଅଟେ । ଯାହାର ଶକ୍ତି ନିଜର ଓଜନ ଅନୁଯାଯାଇ ଅଧିକ ଏହି ଧାତୁର ମିଶ୍ରଣ ଅନ୍ୟ ଧାତୁରେ ରହିଲେ ଏହା ସହଜରେ ନଷ୍ଟ ହୁଏନାହିଁ । ଯାହାଫଳରେ ଏହି ମିଶ୍ର ଧାତୁରେ ବିଭିନ୍ନ ଯନ୍ତ୍ରପାତି ତିଆରି କରାଯାଇପାରିବ । ଟିଟାନିୟମ ଆକସାଇଡର ଚାହିଦା ବହୁତ ଅଛି । ମୁଖ୍ୟତଃ ପିଗମେଣ୍ଟ ଶିଳ୍ପରେ ବହୁତ ପରିମାଣରେ ଲାଗିଥାଏ । ଏହାର ମୁଖ୍ୟ ଖଣିଜ ପଦାର୍ଥ ହେଲା ଇଲିମିନାଇଟ ଏବଂ ରୁଟାଇଲି । ଏହା ବ୍ୟତୀତ କିଛି ଟିଟାନିଫେରସ ମାଗ୍ନେତାଇତ ଲୁହାପଥର ଏବଂ ବକସାଇଡ ଖଣିଜ ପଦାର୍ଥରେ ଟିଟାନିୟମ ଆକସାଇଡ ଭାବେ ରହିଥାଏ । ଓଡିଶାରେ ସମୁଦ୍ର କୂଳରେ ଥିବା ବାଲିରେ କେତେକାଂଶରେ ଇଲିମିନାଇଟ ଓ ରୋଟାଇଲ ରହିଥାଏ । ଏହା ସହିତ ମୋନୋଜାଇଟ , ଜିରକାନ , ସିଲିମାନାଇଟ ଏବଂ ଗାରନେଟ ରୂପେ ଭାରି ଖଣିଜ ପଦାର୍ଥ ଥାଏ ।

ଓଡିଶାରେ ଭାରତ ସରକାର ଛତ୍ରପୁରଠାରେ ଭାରି ଖଣିଜ ପଦାର୍ଥ ଉତ୍ପାଦନ କରିବା ପାଇଁ ଏକ ଶିଳ୍ପ ସଂସ୍ଥା ବସାଇଛନ୍ତି । ସାଧାରଣତଃ ଏହି ଖଣିଜ ପଦାର୍ଥର ଇଲିମିନାଇଟ ଭାଗ ଅଧିକ ଥାଏ । ଏଥିରେ ଟିଟାନିୟମ ଅକସାଇଡ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ଗବେଷଣାର ବିଭିନ୍ନ ପ୍ରକାର ପଦ୍ଧତି ଉଦ୍ଭାବନ କରାଇଛନ୍ତି । ଛାତ୍ରପୁରରେ ଥିବା ଓସକମ ଏହି ଇଲିମିନାଇଟକୁ ରିଡକସାନ ରୋଷ୍ଟିଙ୍ଗ କରି ଏବଂ ହାଇଡ୍ରୋକ୍ଳୋରିନ ଏସିଡ ଦ୍ଵାରା ଶୋଧନ କରି କୃତିମ ରୋଟାଇଲ ପ୍ରସ୍ତୁତ କରୁଥିଲା । କିଛି ବର୍ଷ ଚାଲିଲା ପରେ ଏହା ଲାଭଜନକ ନ ହେବାରୁ ଏହି କୃତ୍ରିମ ରୋଟାଇଲ ଶିଳ୍ପକୁ ବନ୍ଧ କରିବାକୁ ବାଧ୍ୟ ହେଲା । ବର୍ତ୍ତମାନ ହଠାତ ଚାହିଦାର ବୃଦ୍ଧି ହେବାରୁ ବିଭିନ୍ନ ଶିଳ୍ପସଂସ୍ଥା ଟିଟାନିୟମ ଅକସାଇଡ ଶିଳ୍ପ ବସାଇବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ବର୍ତ୍ତମାନ ସାରା ବିଶ୍ଵରେ ଦୁଇଟି ପଦ୍ଧତିରେ ଏହି କାରଖାନା ବସାଯାଇଅଛି । ଯଥା କ୍ଳୋରିନ ଓ ସଲଫେଟ ପ୍ରଣାଳୀ । ଭାରତରେ କେତୋଟି ଛୋଟ ଛୋଟ ପ୍ଳାଣ୍ଟ କେରଳରେ ଚାଲିଅଛି । ବର୍ତ୍ତମାନ ସଲଫେଟ ପଦ୍ଧତିରେ ଚାହିଦା ଥିବାରୁ ଓସକମ ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ମାଧ୍ୟମରେ ଶିଳ୍ପ ବସାଇବା ପାଇଁ ଯୋଜନା କରିଛି ।ବର୍ତ୍ତମାନ ଆମ ଦେଶ ପ୍ରାୟ ଅନ୍ୟ ଦେଶରୁ ଆମଦାନୀ କରୁଅଛି । ଯଦି ଏହି ଶିଳ୍ପ ଆମ ପ୍ରଦେଶରେ ଓ ଅନ୍ୟ ପ୍ରଦେଶରେ ପ୍ରତିଷ୍ଠା କରାଯାଏ , ତେବେ ଆମ ଦେଶରେ ରିଟାନିୟମ ଅକସାଇଡ ଚାହିଦା ମେଣ୍ଟାଇବା ସହ ବିଦେଶ ମୁଦ୍ରାର ବିନିଯୋଗକୁ କମାଯାଇପାରିବ । ଆଉ ଏକ ମୂଲ୍ୟବାନ ଖଣିଜପଦାର୍ଥ ହେଲା କ୍ରୋମାଲଟ ପଥର । ଆମ ଦେଶରେ ଏହା ୨୦୦ ମିଲିୟନ ଟନ ଅଛି । ଓଡିଶାରେ ପ୍ରାୟ ୧୮୦ ମିଲିୟନ ଟନ ଅଛି । ଏହି ମୂଲ୍ୟବାନ ଖଣିଜ ପଦାର୍ଥ କ୍ରୋମିୟମ ଏଲୟ ପାଇଁ ମୁଖ୍ୟତଃ ବ୍ୟବହାର କରାଯାଏ । ଏହା ବ୍ୟତୀତ କ୍ରୋମାଇଟ ରିଫ୍ରାକ୍ଟୋରି ଏବଂ ସୋଡିୟମ ଟୈକ୍ରୋମେଟ ପଟାସିୟମ ଦାଇକ୍ରୋମେଟ ଇତ୍ୟାଦି ରାଶୟନିକ ପଦାର୍ଥ ପାଇଁ ବ୍ୟବହାର କରାଯାଏ । ବର୍ତ୍ତମାନ ଏହି ଖଣିଜ ପଦାର୍ଥକୁ ଭିତ୍ତିକରି ଇମ୍ଫା,ଫେକର, ଜେ ଏସ ଏଲ , ଟାଟା ଷ୍ଟିଲ ଇତ୍ୟାଦି ଫେରୋକ୍ରୋମ ଓ ଚାର୍ଜକ୍ରୋମ ଶିଳ୍ପ ସ୍ଥାପନ କରିଛନ୍ତି ।

ମାଙ୍ଗାନିଜ ଖଣିଜ ପଦାର୍ଥ ଆମ ପ୍ରଦେଶରେ ବହୁଳ ପରିମାଣରେ ଅଛି । ଏହା ଷ୍ଟିଲ ପ୍ଳାଣ୍ଟରେ କଞ୍ଚାମାଲ ରୂପେ ବ୍ୟବହାର କରାଯାଏ । ମାଙ୍ଗାନିଜ ଷ୍ଟିଲର ଚାହିଦା ଅଧିକ ଅଛି କାରଣ ଏହି ମିଶ୍ରଘାତୁରେ ଶକ୍ତି ଅଧିକ ଏବଂ ଏହାର ପ୍ରତିରୋଧ ଶକ୍ତି ଅଧିକ । ଭାରି ଯନ୍ତ୍ରପାତି ଏହି ମିଶ୍ର ଧାତୁରେ ତିଆରି ହୁଏ । ଟାଟା ଷ୍ଟିଲ ଫେରୋମାଙ୍ଗନିଜ ପ୍ଳାଣ୍ଟ ଯୋଗାରେ ବସାଇଛି ।

ଏହା ବ୍ୟତୀତ ଛୋଟ ଛୋଟ ଗ୍ରାଫାଇଟ ଶିଳ୍ପ ଆମ ପ୍ରଦେଶରେ ଅଛି । ପ୍ରଥମେ ପ୍ରାୟ ଆମ ଦେଶର ଚାହିଦା ଏହି ଶିଳ୍ପଗୁଡିକ ମେଣ୍ଟାଉଥିଲେ । ତଥାପି ବର୍ତ୍ତମାନ ଏହା ପ୍ରାୟ ୭୦ ଭାଗ ଦେଶର ଚାହିଦାକୁ ମେଣ୍ଟାଉଥିଲେ । ଏହି ଗ୍ରାଫାଇଟ ଚାହିଦା ଦିନକୁ ଦିନ ବଢିଥିବାରୁ ଏବଂ ବହୁତ ସୁବିନିଯୋଗ ହେଉଥିବାରୁ ଭବିଷ୍ୟତରେ ଏହି ଶିଳ୍ପ ଅଧିକ ସ୍ଥାପିତ ହେବାରୁ ଆଶା କରାଯାଉଅଛି ।

ଶିଳ୍ପ ପାଇଁ ଜମି , ପାଣି ବିଜୁଳିଶକ୍ତି ଓ ଗମନାଗମନ ସୁବିଧା ନିହାତି ଆବଶ୍ୟକ । ଏହି ଭିତ୍ତିଭୂମିକୁ ସୁଦୃଢ କରିବା ଏବଂ ସୁପରିଚାଳନା କରିବା ସରକାରର ମୁଖ୍ୟ କର୍ତ୍ତବ୍ୟ , ଯାହା ଫଳରେ ଶିଳ୍ପ ବସାଇବା ପାଇଁ ବ୍ୟାବସାୟିକ ସଂସ୍ଥା ଇଛା ପ୍ରକାଶ କରିବେ । ଏଥିପାଇଁ ଜଣ ସାଧାରଣଙ୍କଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ସହଯୋଗ ଲୋଡା । ଆଶା କରେ, ଭବିଷ୍ୟତରେ ଶିଳ୍ପାୟନ ମାଧ୍ୟମରେ ଆମ ପ୍ରଦେଶର ଆର୍ଥିକ ବ୍ୟବସ୍ଥା ଉନ୍ନତ ହେବ ସହ ଦାରିଦ୍ର୍ୟ ଦୂରୀକରଣ କରାଯାଇପାରିବ ।

ସଂଗୃହୀତ –ଡକ୍ଟର ହରପ୍ରସନ୍ନ ମିଶ୍ର ,ପୂର୍ବତନ ଅଧ୍ୟକ୍ଷ , ଇପିକଲ, ଭୁବନେଶ୍ଵର

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate