ସେଆର କରନ୍ତୁ

ଜୈବଶକ୍ତି

ଗୋବରକୁ ଜାଳେଣି ଭାବେ ବ୍ୟବହାର କରାଯାଇ ଶକ୍ତି ଉତ୍ପାଦନ କରାଯାଏ ।

ଜୈବ ପଦାର୍ଥ କ’ଣ ଓ କେତେ ପ୍ରକାର

ବହୁ ପୂର୍ବରୁ କାଠ ଜାଳେଣି ଭାବେ ବ୍ୟବହୃତ ହେବା ଆମେ ସମସ୍ତେ ଜାଣୁ । ଏହାଛଡ଼ା ଗୋବରକୁ ଜାଳେଣି ଭାବେ ବ୍ୟବହାର କରାଯାଇଥାଏ । ଏହି ସମସ୍ତ ପ୍ରକାର ଜାଳେଣି ଉଦ୍ଭିଦ ଓ ପ୍ରାଣୀମାନଙ୍କଠାରୁ ମିଳୁଥିବାରୁ ଏହାକୁ 'ଜୈବ, ଜାଳେଣି' (Biofuel) ବା ଜୈବ ବସ୍ତୁତ୍ଵ (Biomass)ରୁ ପ୍ରସ୍ତୁତ ଜାଳେଣି କୁହାଯାଏ । ତେବେ ଏହିସବୁ ଜାଳେଣି ଜଳିଲେ ବିଶେଷ ପରିମାଣରେ ଉତ୍ତାପ ସୃଷ୍ଟି ହୁଏନାହିଁ, ବରଂ ଅଧିକ ଧୂଆଁ ସୃଷ୍ଟିହୁଏ । ତେଣୁ ବିଭିନ୍ନ ଉପାୟରେ ଏହି ପ୍ରକାର ଜାଳେଣିର ଉପାଦେୟତା ବୃଦ୍ଧି କରିବା ପାଇଁ ଚେଷ୍ଟା କରାଯାଉଛି ।

କାଠ, ଗୋବର, ପରିବାଟୋପା, ଆବର୍ଜନା ଓ କେତେକ କୃଷିଜାତ ଜୈବ ଆବର୍ଜନାରୁ ଶକ୍ତି ମିଳିପାରେ । ଏହି ଶକ୍ତିକୁ "ଜୈବଶକ୍ତି” କୁହାଯାଏ । ଜୈବଶକ୍ତି ଜୈବ ପଦାର୍ଥରେ ନିହିତ ଥାଏ । ଜୈବ ପଦାର୍ଥକୁ ସାଧାରଣତଃ ତିନି ଶ୍ରେଣୀରେ ବିଭକ୍ତ କରାଯାଇପାରେ, ଯଥା –

  • ନୂତନ ଉଦ୍ଭିଦ : ବୃକ୍ଷ, ଉଦ୍ଭିଦ, ଶସ୍ୟ, ଶୈବାଳ ଇତ୍ୟାଦି
  • ଅବଶେଷ : କୁଟା, କୁଣ୍ଡା, ଆଖୁଖଦା, ଜଙ୍ଗଲର ଅବଶେଷ (ପତ୍ର, ଖୋଳପା, ବକଳ, ଚୋର) ଇତ୍ୟାଦି;
  • ଆବର୍ଜନା :  ଅପଘଟନଯୋଗ୍ୟ ଆବର୍ଜନା, ମଳ, ନାଳ ନର୍ଦମାର ଅଳିଆ, କାରଖାନାର ଜୈବ ଆବର୍ଜନା, ଗୋବର ଇତ୍ୟାଦି।

ଦହନ, ତାପ ଅପଘଟନ (Pyrolysis), ଗ୍ୟାସୀକରଣ (Gasification) ଓ ତରଳୀକରଣ (Liquefaction) ପ୍ରଣାଳୀରେ ଜୈବ ପଦାର୍ଥକୁ ଜୈବଶକ୍ତି ଉତ୍ପାଦନ କରାଯାଏ ।

ଜୈବଗ୍ୟାସ

ଅମ୍ଳଜାନ ଅନୁପସ୍ଥିତିରେ ଜୈବପଦାର୍ଥର ବିଘଟନଦ୍ଵାରା ନିର୍ଗତ ଗ୍ୟାସର ମିଶ୍ରଣକୁ ‘ଜୈବଗ୍ୟାସ’(Biogas) କୁହାଯାଏ । ବିଶେଷ କ୍ଷେତ୍ରରେ ଗୋବରରୁ ଏହି ଗ୍ୟାସ୍ ମିଳୁଥିବାରୁ ଓ ଗୋବର ପ୍ରାରମ୍ଭିକ ପଦାର୍ଥଭାବେ ବ୍ୟବହାର କରାଯାଉଥିବାରୁ ଏହାକୁ ସାଧାରଣରେ ଗୋବର ଗ୍ୟାସ୍ ବୋଲି ମଧ୍ୟ କୁହାଯାଇଥାଏ । ଗୋବର ଓ ବିଭିନ୍ନ ଆବର୍ଜନାରୁ ଉତ୍ପାଦିତ ଗ୍ୟାସ ହେଉଛି ମିଥେନ୍ । ଆମ ଦେଶରେ ପ୍ରାୟ 30 କୋଟି ଗୋରୁ, ମଇଁଷି ଆଦି ଅଛନ୍ତି । ସେମାନଙ୍କ ଗୋବରରୁ ପ୍ରାୟ ଶତକଡା଼ 30 ଭାଗ ଜାଳେଣି ମିଳିଥାଏ ଏବଂ ଶତକଡ଼ା 34 ଭାଗ ଜାଳେଣି କୃଷିଜାତ ଅବଶେଷରୁ ମିଳେ । ଦେଶରେ ଅବା ଗୋରୁ ଓ ମଇଁଷିମାନଙ୍କଠାରୁ ବର୍ଷକୁ ପ୍ରାୟ ୨୦ କୋଟି ଟନ ଗୋବର ମିଳେ । ସେଥି ପାଇଁ ଗୋବରରୁ ଉତ୍କଷ୍ଟ ଉପାୟରେ ଶକ୍ତି ଉତ୍ପାଦନ ପାଇଁ ଗୋବର ଗଞ୍ଜେସ୍ ପ୍ଲାଣ୍ଟ ନିର୍ମାଣ କରାଯାଉଛି । ଏଥିପାଇଁ ଗ୍ରାମବାସୀମାନଙ୍କୁ ସରକାରୀ ଆର୍ଥିକ ସହାୟତା ମଧ୍ୟ ମିଳୁଛି । ଚାରି ପାଞ୍ଚଟି ଗାଈଗୋରୁଙ୍କ ଗୋବରରେ ଏକ ଗୋବର ଗଞ୍ଜେସ୍ ପ୍ଲାଣ୍ଟ କଲେ। ଏହା ସାତ ଆଠଜଣିଆ ପରିବାରର ରୋଷେଇ ପାଇଁ ଗ୍ୟାସ୍ ଯୋଗାଇପାରିବ।

ଗୋବର ଗ୍ୟାସ୍ ପ୍ଲାଣ୍ଟର ଗଠନ

ଗୋବର, ଗ୍ୟାସ୍ ପ୍ଲାଣ୍ଟରେ ନିମ୍ନଲିଖୁତ ଅଂଶ ରହିଥାଏ ।

  1. ପ୍ରବେଶ ପାତ୍ର : ଏଥିରେ ଗୋବର ଓ ପାଣି 45. ଆୟତନ ଅନୁପାତରେ ମିଶାଇ ଭଲଭାବରେ ଫେଣ୍ଟି ମଣ୍ଡ (Shurry) କରାଯାଏ ଓ ଏହି ମଣ୍ଡକୁ ପ୍ରବେଶ ପାତ୍ରରେ ଭର୍ତ୍ତି କରାଯାଏ । ଏହି ମିଶ୍ରଣ ଏକ ଜଳ ଭିତର ଦେଇ ଆପେ ଆପେ ଡାଇଜେଷ୍ଟର (Digester) କୂପକୁ ଚାଲିଯାଏ ।
  2. ଡାଇଜେଷ୍ଟର କୁପ : ଏହାର ଚାରିକାକୁ ଇଟା ଓ ସିମେଣ୍ଟରେ ତିଆରି ହୋଇଥାଏ । ଏହାର ପ୍ରାୟ ଏକ ତୃତୀୟା’ଶ ଭୂମିର ଉପରକୁ ଓ ଦୁଇ ତୃତୀୟାfଶ ଭୂମି ଠାରୁ ତଳକୁ ଥାଏ । ଗୋବର ଓ ପାଣିର ମିଶ୍ରଣ। ଏଠାରେ ଜମା ହୁଏ ।
  3. ଧାତୁନିର୍ମିତ ଡୋମ୍ : ସାଧାରଣତଃ ଏହି ଡୋମଟି ଇସ୍କାତରେ ନିର୍ମିତ । ଏବେ ସିମେଣ୍ଟ ଓ କଂକ୍ରିଟରେ। ଡୋମ, ନିର୍ମାଣ କରାଯାଉଛି । ଏହା କୂପକୁ ସମ୍ପୁର୍ଣ୍ଣ ରୂପେ ଘୋଡ଼ାଇ ବାୟୁରୋଧୀ କରିଦିଏ । ଅମ୍ଳଜାନ ଅନୁପସ୍ଥିତିରେ ବଢ଼ି ପାରୁଥ୍ ବା ମିଆନୋଜେନ (Methanogen) ଓ ଅନ୍ୟାନ୍ୟ ବ୍ୟାକ୍ଟେରିଆ। ଏହି ମିଶ୍ରଣରୁ କିଣ୍ଠନ ଦ୍ଵାରା ମିଥେନ୍, କାର୍ବନ ଡାଇଅକ୍ସାଇଡ, ହାଇଡ୍ରୋଜେନ୍, ହାଇଡ୍ରୋଜେନ ସଲଫାଇଡ୍ ଟ୍ୟାସ୍ ଉତ୍ପନ୍ନ କରନ୍ତି । ଏଥିରେ ମିଥେନ୍ ଗ୍ୟାସ୍ ଶତକଡ଼ା ପ୍ରାୟ 65-75 ଭାଗ ଥାଏ । ଗ୍ୟାସ୍ ଚାପରେ ଡୋମଟି ଉପରକୁ ଉଠେ।
  4. ନିର୍ଗମନଳୀ : ଏହି ଧାତବ ନଳୀ ବାଟଦେଇ ଗ୍ୟାସ୍ ରୋଷେଇ ଘର ତୁଲାକୁ ଯାଏ । ନିୟନ୍ଧିତ ଚାପରେ ଏହାକୁ ଜଳାଇବାର ବ୍ୟବସ୍ଥା ହୋଇଥାଏ ।

ଗୋବର ଗଞ୍ଜେସ୍ ଏକ ଅତ୍ୟନ୍ତ ଉକୃଷ୍ଟ ଧରଣର ଜାଳେଣି ଓ ଶୁଖିଲା ଗୋବର ଠାରୁ ଜାଳେଣି ହିସାବରେ ପ୍ରାୟ 6 ଗୁଣ ଦକ୍ଷ । ଏଥିରେ ଧୂଆଁ ହୁଏନାହିଁ । ଫଳରେ ଘର କଳା ହୁଏନାହିଁ । ଧୂମବିହୀନ ହୋଇଥିବାରୁ ଚକ୍ଷୁ ବା ଶ୍ଵାସ୍ ସମ୍ପର୍କିତ ରୋଗ (Respiratory disease ) ହେବାର ଆଶଙ୍କା ନଥାଏ । ଗୋବର ବିନିଯୋଗ ହୋଇଯାଉଥିବାରୁ  ଗୋବର ଦ୍ଵାରା ପରିବେଶ ପ୍ରଦୂଷଣ ହେବାର ଆଶଙ୍କା ନଥାଏ  ବା ଗୋବର ଜମି ରହି ମଶା, ମାଛି ଜନ୍ମତି ନାହିଁ। ଗୋବରକୁ ସିଧା ଖାତ କଲେ ଶତକଡ଼ା ପ୍ରାୟ 50 ଭାଗ ନଷ୍ଟ ହୁଏ । ଗୋବର ଗଞ୍ଜେସ୍ ବାହାର କଲାପରେ ଖଦାକୁ ଖତ ଭାବେ ବ୍ୟବହାର କରାଯାଇପାରେ ଓ ଏଥିରେ ମାତ୍ର ଶତକଡ଼ା, 25 ଭାଗ ନଷ୍ଟ ହୁଏ । ଗୋବର ଖଦାର ଦୁର୍ଗନ୍ଧ ନଥାଏ ଓ ଏହା ମାଟିରେ ଭଲ ଭାବେ ମିଶିପାରେ । ଜୈବଗ୍ୟାସରୁ ରୋଷେଇ କରିବା, ବତି ଜଳାଇବା ବ୍ୟତୀତ ଜେନେରେଟର ଚଳାଇ ବିଦ୍ୟୁତ୍ ଉତ୍ପାଦନ କରାଯାଇପାରେ ଓ ବୈଦ୍ୟୁତିକ ଉପକରଣ ମଧ୍ୟ ଚଳାଯାଇପାରେ ।

ଆଧାର - ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା

 

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top