ହୋମ / ଶକ୍ତି / ଶକ୍ତି ଉତ୍ପାଦନ / ଜୀବାଶ୍ମ ଇନ୍ଧନ
ସେଆର କରନ୍ତୁ

ଜୀବାଶ୍ମ ଇନ୍ଧନ

କୋଇଲା, ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ଆଦି ବ୍ୟବହାର କରାଗଲା । ଏହି ସବୁକୁ ଜୀବାଶ୍ମ ଇନ୍ଧନ ଶ୍ରେଣୀଭୁକ୍ତ କରାଯାଇଛି ।

ପୁରାତନକାଳରେ କାଠ ହିଁ ଏକମାତ୍ର ତାପଜ ଶକ୍ତିର ଉତ୍ସଭାବେ ବ୍ୟବହୃତ ହେଉଥିଲା । କ୍ରମେ କୋଇଲା, ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ଆଦି ବ୍ୟବହାର କରାଗଲା । ଏହି ସବୁକୁ ଜୀବାଶ୍ମ ଇନ୍ଧନ ଶ୍ରେଣୀଭୁକ୍ତ କରାଯାଇଛି ।

ମୃତ ଉଦ୍ଭିଦର ଦେହାବଶେଷରୁ କୋଇଲାର ଏବଂ ସାମୁଦ୍ରିକ ଜୀବ ଓ ଉଦ୍ଭିଦର ଦେହାବଶେଷରୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ସୃଷ୍ଟି ହୋଇଥାଏ । ପ୍ରକୃତିରେ କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସର ପରିମାଣ ସୀମିତ । ଥରେ ବ୍ୟବହାର ପରେ ଏହି ଶକ୍ତିର ପୁନର୍ବ୍ୟବହାର ହୋଇପାରେ ନାହିଁ । ତେଣୁ ଏମାନଙ୍କୁ ନବୀକରଣଅଯୋଗ୍ୟ ଶକ୍ତି ଉତ୍ସ ବୋଲି କୁହାଯାଏ ।

କୋଇଲାକୁ ଶକ୍ତି ଉତ୍ସଭାବେ ବ୍ୟବହାର କରି ଶିକ ବିପ୍ଳବ ସମ୍ଭବ ହୋଇପାରିଛି । ଶିଳ୍ପ ଅଭିବୃଦ୍ଧିରୁ ହିଁ ମନୁଷ୍ୟର ଜୀବନଶୈଳୀରେ ପରିବର୍ତ୍ତନ ଘଟିଛି ।  ଫଳସ୍ଵରୂପ ଶକ୍ତିର ଚାହିଦା ବହୁଗୁଣିତ ହୋଇଯାଇଛି । ଏହିସବୁ ଶକ୍ତିର ଚାହିଦା, ମୁଖ୍ୟତଃ ଜୀବାଶ୍ମ ଜାଳେଣି ଦ୍ଵାରା ପୁରଣ କରାଯାଇପାରିଛି ।

ଜୀବାଶ୍ମ ଇନ୍ଧନର ଶ୍ରେଣୀଭୁକ୍ତ ଓ ତା’ର ବ୍ୟବହାର

କୋଇଲା

ବହୁବର୍ଷଧରି କୋଇଲା ଏକ ଶକ୍ତି ଭାସ୍ତ୍ରରୂପେ ବ୍ୟବହୃତ ହେଉଛି । ଭୂତଳ ମଧ୍ୟରେ ପରସ୍ତ ପରସ୍ତ ଭାବେ ଚଟାଣ ଆକାରରେ କୋଇଲା । ଗଚ୍ଛିତ ହୋଇ ରହିଥାଏ । କୋଇଲାର ମୁଖ୍ୟ ଉପାଦାନ ହେଉଛି ଅଙ୍ଗାରକ ବା କାର୍ବନ । କାର୍ବନ୍ ବ୍ୟତୀତ ଏଥିରେ ଅନେକ ଯୌଗିକ ପଦାର୍ଥ ରହିଛି । କିନ୍ତୁ କାର୍ବନର ପରିମାଣ ଅନୁଯାୟୀ କୋଇଲାର ନିମ୍ନୋକ୍ତ ଗୁଣ ନିର୍ବାରଣ ହୋଇଥାଏ ଓ ତଦନୁଯାୟୀ କୋଇଲାର ଶ୍ରେଣୀ ବିଭାଗ କରାଯାଇଛି :

  • ଆନଆସାଇଟ – ଏହା ସବୁଠାରୁ ଉତ୍କଷ୍ଟ ଧରଣର କୋଇଲା, ଏଥିରେ କାର୍ବନର ପରିମାଣ ପ୍ରାୟ 94%  ରୁ 98% ।
  • ବିଗୁମିନସ୍ - ଏହି ପ୍ରକାର କୋଇଲାରେ କାର୍ବନର ପରିମାଣ ପ୍ରାୟ 79% ରୁ 93% ।
  • ଲିଗ ନାଇଟ – ଏଥିରେ କାର୍ବନର ପରିମାଣ ପ୍ରାୟ 72% ରୁ 78% ।
  • ପିଟ – ଏହି ଜାତୀୟ କୋଇଲାରେ ପ୍ରାୟ 44% ରୁ 71% କାର୍ବନ ଥାଏ ।

ଅଧିକ କାର୍ବନ, ଅବା କୋଇଲାରୁ ଅଧିକ ଶକ୍ତି ମିଳିଥାଏ । କୋଇଲା ଜଳିବା ଦ୍ଵାରା କାର୍ବନ, ଅକ୍ସିଜେନ ସହିତ ପ୍ରତିକ୍ରିୟା କରି କାର୍ବନ୍ ଡାଇଆକସାଇଡ୍ ସୃଷ୍ଟି କରେ ଓ ଏଥି ସହିତ ପ୍ରଚୁର ପରିମାଣରେ ତାପ ନିର୍ଗତ ହୁଏ । କୋଇଲାରୁ ସୃଷ୍ଟି ଶକ୍ତି ତାପଜ ଶକ୍ତି ଭାବେ ଘରେ ଓ ଶିଳ୍ପକ୍ଷେତ୍ରରେ ବ୍ୟବହୃତ ହୋଇଥାଏ। ଏଥିରୁ ମଧ୍ୟ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଛି । ଏହାକୁ ତାପଜ ବିଦ୍ୟୁତ୍ ଶକ୍ତି (Thermal electricity) କୁହାଯାଏ । ଓଡ଼ିଶାର ତାଳଚେରଠାରେ ତାପଜ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କେନ୍ଦ୍ର (Thermal Power Generation Plant) ଅଛି ।

ଏହାଛଡା କୋଇଲାକୁ  ଅନ୍ତର୍ଧୂମ ପାତନ (Destructive distillation) ପ୍ରକ୍ରିୟା ଦ୍ଵାରା କୋକ୍(Coke) ରେ ପରିଣତ କରାଯାଇ ଏହି କୋକ୍ କୁ  କେତେକ ଧାତୁର ନିଷ୍କାସନ (Extraction) ପାଇଁ ବ୍ୟବହାର କରାଯାଉଛି । ଷ୍ଟିଲ ତିଆରି ପାଇଁ ବିଜାରକ (Reducing agent) ଭାବରେ ମଧ୍ୟ କୋକଙ୍କୁ ବ୍ୟବହାର କରାଯାଇଥାଏ I

ପେଟ୍ରୋଲିୟମ

ପେଟ୍ରୋଲିୟମ ହେଉଛି ହାଇଡ୍ରୋଜେନ ଓ କାର୍ବନରୁ ତିଆରି ଅନେକ ହାଇଡ୍ରୋକାର୍ବନ, (Hydrocarbon) ଯୌଗିକର ଜଟିଳ ମିଶ୍ରଣ । ଏଥିରେ କିଛି ପରିମାଣରେ ଅମ୍ଳଜାନ, ଯବକ୍ଷାରଜାନ ଓ ସଲଫର ଯୁକ୍ତ କାର୍ବନର ଯୌଗିକ ଥାଏ । ଭୂଗର୍ଭର ସଚ୍ଚିତ୍ର ଶିଳାସର ମଧ୍ୟରେ ପ୍ରକୃତି ଏହି ମୂଲ୍ୟବାନ ପଦାର୍ଥିକୁ ସଞ୍ଚୟ କରି ରଖୁଛି। ଏହି ସମ୍ପ୍ରତ ପେଟ୍ରୋଲିୟମକୁ ଅଶୋଧିତ ତୈଳ (Crude oil) କୁହାଯାଏ । ଏହିପରି ଅବସ୍ଥାରେ ଏହାକୁ ଇନ୍ଧନ ଭାବରେ ବ୍ୟବହାର କରାଯାଇପାରେ ନାହିଁ। ଆଂଶିକ ପାତନ (Fractional distillation) ପ୍ରକ୍ରିୟା ଏହାର ବିଶୋଧନ କରାଯାଇ ପେଟ୍ରୋଲିୟମକୁ ବ୍ୟବହାର ଉପଯୋଗୀ କରାଯାଇଥାଏ । ଏହି ପଦ୍ଧତିରେ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ କେବଳ ଗୋଟିଏ ଉପାଦାନ ସଂଗୃହୀତ ହୋଇଥାଏ ।

ପ୍ରାକୃତିକ ଗ୍ୟାସ୍

ଭୂଅଭ୍ୟନ୍ତରରୁ ପେଟ୍ରୋଲିୟମ ଭାଭୋଳନବେଳେ ପେଟ୍ରୋଲିୟମ୍ ସହ ମିଶି କିଛି ଗଞ୍ଜେସ୍ ମଧ୍ୟ ଆସିଥାଏ । ଏହି ଗ୍ୟାସକୁ ପ୍ରାକୃତିକ୍ ଗ୍ୟାସ (Natural gas)କୁହାଯାଏ । ବେଳେ ବେଳେ କେତେକ ତୈଳ କୂପରୁ ଖଣିଜ ତୈଳ ପରିବର୍ଭେ କେବଳ ପ୍ରାକୃତିକ ଗ୍ୟାସ୍ ନିର୍ଗତ ହୋଇଥାଏ । ଏହି ଗ୍ୟାସର ମୁଖ୍ୟ ଉପାଦାନ ହେଉଛି ମିଥେନ । ଜାଳେଣି ଭାବରେ ଘରେ ଓ କାରଖାନାରେ ଏହାର ବହୁଳ ବ୍ୟବହାର କରାଯାଇଥାଏ । ଏହି ଗ୍ୟାସକୁ ଉତ୍ତୋଳନ କରାଯାଇ ବଡ଼ ବଡ଼ ବାୟୁରୁଦ୍ଧ ଟାଙ୍କିମାନଙ୍କରେ ରଖାଯାଏ ଓ ଏହି ଟାଙ୍କିରୁ ପାଇପ୍ ଜରିଆରେ ବିଭିନ୍ନ ସ୍ଥାନକୁ ପଠାଯାଏ । ଆମ ଦେଶର ଗୁଜୁରାଟର ବରୋଦାରେ ପ୍ରାକୃତିକ ଗ୍ୟାସକୁ ଘରୋଇ ବ୍ୟବହାର ପାଇଁ ପାଇପରା ଯୋଗାଇ ଦିଆଯାଉଛି । ଏହାକୁ ସିଲିଣ୍ଡରରେ ଭର୍ତ୍ତି କରି ବିତରଣ କରାଯାଏ ନାହିଁ କାରଣ ଏହାକୁ ତରଳ ଅବସ୍ଥାରେ ପରିଣତ କରିବା ସହଜ ନୁହେଁ । ଆମ ଦେଶର ରାଜସ୍ଥାନ, ମୁମ୍ବାଇ ଉପକୂଳ ଅଞ୍ଚଳ ଏବଂ କୃଷ୍ଣା ଓ ଗୋଦାବରୀ ନଦୀର ତ୍ରିକୋଣଭୂମି (Delta) ଅଞ୍ଚଳରେ ପ୍ରଚୁର  ପରିମାଣରେ ପ୍ରାକୃତିକ ଗ୍ୟାସ୍ ଗଚ୍ଛିତ ଥିବାର ସୁଚନା ମିଳେ ।

ଅପକାରିତା

  • ତେବେ ଜୀବାଶ୍ମ ଶକ୍ତିର ଅନେକ ଅପକାରିତା ରହିଛି ।
  • କୋଇଲା ଓ ପେଟ୍ରୋଲିୟମ୍ ଜଳିବା ଦ୍ଵାରା ବାୟୁ ପ୍ରଦୂଷଣ ହୋଇଥାଏ ।
  • ତା'ଛଡ଼ା ଏହା ଦ୍ଵାରା କାର୍ବନ, ଯବକ୍ଷାରଜାନ ଓ ଗନ୍ଧକର ଅକ୍ସାଇଡ୍ ନିର୍ଗତ ହୁଏ, ଯାହାକି ପରବର୍ତ୍ତୀ ସମୟରେ ଅମ୍ଳବୃଷ୍ଟି (Acid rain)ର  କାରଣ ହୋଇଥାଏ ।
  • ଜୀବାଶ୍ମ ଇନ୍ଧନ ଜଳିବା ଦ୍ଵାରା ନିର୍ଗତ ଗ୍ୟାସଗୁଡ଼ିକ ମଧ୍ୟ ବାୟୁମଣ୍ଡଳରେ ସବୁଜ କୋଠରି ପ୍ରଭାବର ପ୍ରମ୍ମୁଖ କାରଣ ।

ନିୟନ୍ତ୍ରଣ

ଦହନ ପ୍ରକ୍ରିୟାର ନିୟନ୍ତ୍ରଣ, କାର୍ଯ୍ୟଦକ୍ଷତା ବୃଦ୍ଧି ଏବଂ ଉନ୍ନତ ପଦ୍ଧତିରେ ବାରମ୍ବାର ଗ୍ୟାସ ଗୁଡ଼ିକର ନିର୍ଗମନକୁ  ରୋକାଯାଇପାରିଲେ । ଏହି ପ୍ରଦୂଷଣକୁ କମାଯାଇପାରବ ।  ଜୀବାଶ୍ମ ଶକ୍ତକୁ ସାଧାସଳଖ ବାଷ୍ପୀୟ ଚୁଲା (Gas stove) ଓ ଗାଡିମାନଙ୍କରେ ବ୍ୟବହାର କରାଯିବା ଛଡ଼ା ବିଦ୍ୟୁତ୍ ଶକ୍ତି ଉତ୍ପାଦନରେ ମଧ୍ୟ ବ୍ୟବହାର କରାଯାଉଥିବା ବିଷୟରେ ପୂର୍ବରୁ ଧାରଣା ଦିଆଯାଇଛି ।

ଆଧାର - ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା

1.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top