ସେଆର କରନ୍ତୁ

ପବନ ଶକ୍ତି

ପବନକୁ କିପରି ଶକ୍ତି ରୂପେ ବ୍ୟବହାର କରାଯାଏ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ପବନ ଶକ୍ତି (Wind energy)ର ବ୍ୟବହାର ଅତି ପ୍ରାଚୀନ । ପ୍ରାୟ ପାଞ୍ଚହଜାର ବର୍ଷ ପୂର୍ବେ ମିଶର (ଇଜିପଟ୍)ରେ ପବନଶକ୍ତି ବ୍ୟବହାର କରି ପାଲଟଣା ଡଙ୍ଗା ଚଳାଇଯାଉଥିଲା । ବହୁକଳରୁ ସମୁଦ୍ରତଟ ଦେଶମାନଙ୍କରେ ପାଲଟଣା ଜାହାଜରେ ନୌବାଣିଜ୍ୟ ଚାଲୁଥିଲା । କଳକ୍ରମେ ପବନ କଳ (windmill) ଆମେ ଜାଣୁ ଯେ ଭୂପୃଷ୍ଠା ବା ଜଳାଶୟ ସୂର୍ଯ୍ୟକିରଣ ଦ୍ଵାରା ଅସନ୍ତୁଳିତ ଭାବେ ଗରମ ହେଲେ ସେ ସ୍ଥାନକୁ ପବନ ବହିବାକୁ ଆରମ୍ଭ କରେ । ବାୟୁର ଏହି ଗତିଜ ଶକ୍ତିକୁ ବିଭିନ୍ନ ପ୍ରକାର କାର୍ଯ୍ୟ କରିବା ପାଇଁ ବ୍ୟବହାର କରାଯାଇପାରେ । ପୂର୍ବକଳରେ ପବନ କଳ ଦ୍ଵାରା ଉତ୍ପାଦନ କରାଯାଉଥିବା ଏହି ଶକ୍ତିକୁ ହିଁ ଯାନ୍ତ୍ରିକ କାର୍ଯ୍ୟରେ ବ୍ୟବହାର କରାଯାଉଥିଲା । ଉଦାହରଣସ୍ଵରୂପ ଗୋଟିଏ ପାଣି ଉଭୋଳନ ପମ୍ପରେ ପବନ କଳର ଘୂର୍ଣ୍ଣନ ଶକ୍ତିକୁ ବିନିଯୋଗ କରି କୂଅରୁ ପାଣି ଉଠାଯାଇପାରେ ।

ବିଦ୍ୟୁତ ଶକ୍ତି ଉତ୍ପାଦନ

ପବନ କଳ ସାହାଯ୍ୟରେ ବାୟୁର ଗତିଜ ଶକ୍ତିକୁ ଉପଯୋଗ କରି ଜେନେରେଟର (Generator) ଚଳାଇ ବିଦ୍ୟୁତ ଶକ୍ତି  ଉତ୍ପାଦନ କରାଯାଇଥାଏ । ଏଥିପାଇଁ ଏହି କଳରେ କେତେଗୁଡ଼ିଏ ପ୍ରଫେଲର (Propeller) ଖଞ୍ଜା ଯାଇଥାଏ । ଏହାର ବ୍ୟାସ ପ୍ରାୟ 6ମିଟର । ଏହି କଳକୁ ଏକ ଉଚ୍ଚ ଇସ୍ପାତ ନିର୍ମିତ ଟାୱାର ଉପରେ ରଖାଯାଇଥାଏ । ବାୟୁ ପ୍ରବାହ ଯୋଗୁଁ ପ୍ରପେଲର୍ ଘୂରେ ଏବଂ ତତ୍ ସହିତ ସଂଯୁକ୍ତ ଜେନେରେଟର୍କୁ ଘୂରାଏ । ଫଳତଃ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ହୁଏ ।

ଡେନ୍ମାର୍କ ସରକାରଙ୍କ ସହାୟତାରେ  ଓଡ଼ିଶା ସରକାର ପୁରୀ ସମୁଦ୍ରକୂଳରେ କେତେକ ପବନ କଳ ସ୍ଥାପନ କରିଛନ୍ତି । ଏଥିରୁ ବାର୍ଷିକ ପ୍ରାୟ 5.5 ମେଗାୱାଟ ଶକ୍ତି ମିଳିପାରୁଛି। ସେହିପରି କୋଣାର୍କର ସମୁଦ୍ରକୂଳରେ ମଧ୍ୟ କେତେଗୁଡ଼ିଏ ପବନ କଳା ସ୍ଥାପନ କରାଯାଇଅଛି ।

କେଉଁ କେଉଁ ଦେଶ ପବନ ଶକ୍ତି କ୍ଷେତ୍ର

ଡେନ୍ମାର୍କକୁ "ପବନର ଦେଶ' ବୋଲି କୁହାଯାଏ I ଏହି ଦେଶର ୨୫ ପ୍ରତିଶତରୁ ଅଧିକ ବିଦ୍ୟୁତ୍ ଶକ୍ତି ଚାହିଦା ପବନ କଳ ତ୍ବରା ମେଣ୍ଟାଯାଇଥାଏ I ପବନ ଶକ୍ତିକୁ ବ୍ୟବହାର କରି ବିଦ୍ୟୁତ୍ ଉତ୍ପାଦନ କରିବାରେ ଜର୍ମାନୀର ସ୍ଥାନ ବିଶ୍ଵରେ ପ୍ରଥମ ଓ ଭାରତର ସ୍ଥାନ ପଞ୍ଚମୀ/ ଆକଳନ କରି ଦେଖାଯାଇଛି ଯେ ଭାରତରେ ପବନ ଶକ୍ତିକୁ ବିନିଯୋଗ କରି ପ୍ରାୟ 45000 ମେଗାୱାର ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇପାରିବ । ଭାରତର ବୃହତ୍ତମ 'ପବନ ଶକ୍ତି କ୍ଷେତ୍ର' କନ୍ୟାକୁମାରୀଠାରେ ସ୍ଥାପନ କରାଯାଇଛି ଏବଂ ଏଠାରେ ପ୍ରାୟ 380, ମେଗାୱାଟ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇପାରୁଛି ।

ଫ୍ରାନ୍ସ, ଜର୍ମାନୀ, ଡେନ୍ମାର୍କ ଓ ନେଦରଲ୍ୟାଣ୍ଡ ଆଦି ଦେଶମାନଙ୍କରେ ପବନକଳର ପ୍ରଚଳନ ଅଧିକ ଦେଖାଯାଏ । ନେଦରଲ୍ୟାଣ୍ଡ ଓ ଡେନ୍ମାର୍କରେ ପ୍ରାୟ 30 ହଜାର ଘରେ ଓ 3 ହଜାର କାରଖାନାରେ ପବନ କଳ କାର୍ଯ୍ୟ କରୁଛି । 1966 ମସିହାରୁ ଆମଦେଶର ବେଙ୍ଗାଲୁରୁ ଠାରେ ଜାତୀୟ ଏରୋନଟିକାଲ ଲାବୋରେଟୋରି(National Aeronautical Laboratory) ରେ ପ୍ରଥମେ ପବନ କଳ ସାହାଯ୍ୟରେ ପାଣି ଉଠାଇବାର ବ୍ୟବସ୍ଥା କରାଯାଇଥଲା । ଏବେ କର୍ଣ୍ଣାଟକ ଓ ଗୁଜୁରାଟ ପରି କେତେକ ରାଜ୍ୟରେ ପବନକଳ ବହୁଳଭାବେ ପ୍ରଚଳିତ ।

ପବନ ଶକ୍ତି କେନ୍ଦ୍ର

ଗୋଟିଏ ପବନକଳରୁ ଉତ୍ପାଦିତ ଶକ୍ତି ଏତେ ଅଧିକ ନୁହେଁ । ତେଣୁ ଏକାସାଙ୍ଗରେ ଗୋଟିଏ ସ୍ଥାନରେ ଅନେକ ନୁହେଁ । ତେଣୁ ଏକାସାଙ୍ଗରେ ଗୋଟିଏ ସ୍ଥାନରେ ଅନେକ ପବନକଳ ସ୍ଥାପନ କରାଯାଇଥାଏ । ଏହାକୁ  ପବନ ଶକ୍ତି କେନ୍ଦ୍ର (Wind energy centre) ବା ଶକ୍ତି କ୍ଷେତ୍ର (Wind energy farm)କୁହାଯାଇଥାଏ  । ଏହି କ୍ଷେତ୍ରଗୁଡ଼ିକର ସମୂହ ଶକ୍ତି ବ୍ୟାବସାୟିକ କ୍ଷେତ୍ରରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନରେ ସହାୟକ ହୋଇଥାଏ ।

ପବନର ବେଗ ଅତ୍ୟଧୁକ କମିଗଲେ ପବନ ଚକି ଘୁରାଇ ବିଦ୍ୟୁତ୍ ଜେନେରେଟର ଚଳାଇବା ସମ୍ଭବ ହୁଏନାହିଁ । ଅତିବେଗରେ ପବନ ବହିଲେ ବା ବାତ୍ୟା ହେଲେ ମଧ୍ୟ ପବନଚକି ଚାପରେ ଭାଙ୍ଗିଯାଏ । ଏହିସବୁ ପରିସ୍ଥିତିରେ ପବନ କଳ ବିଶେଷ ଉପାଦେୟ ହୋଇ ନଥାଏ । ସାଧାରଣତଃ ବିଦ୍ୟୁତ ସରବରାହ ସୁବିଧା ନଥିବା ଦୂରସ୍ଥ କୃଷି କ୍ଷେତ୍ରମାନଙ୍କରେ ଜଳସେଚନ ପାଇଁ ପମ୍ପ ଚଳାଇବାରେ ପବନ କଳ ବିଶେଷ ସହାୟକ ହୋଇଥାଏ ।

ଆଧାର - ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା

4.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top