ହୋମ / ଶକ୍ତି / ଶକ୍ତି ଉତ୍ପାଦନ / ବୈଦ୍ୟୁତିକ ଜନିତ୍ର
ସେଆର କରନ୍ତୁ

ବୈଦ୍ୟୁତିକ ଜନିତ୍ର

ବୈଦୁତିକ ଚାର୍ଜର ପ୍ରବାହକୁ ବିଦ୍ୟୁତ୍ ସ୍ରୋତ ବୈଦ୍ୟୁତିକ ଜନିତ୍ର ଦ୍ଵାରା ପ୍ରବାହିତ ହୁଏ ।

ବିଦ୍ୟୁତ

ବିଦ୍ୟୁତ୍ ଏକ ଭୌତିକ ପରିଘଟଣା ଯାହା ବିଦ୍ୟୁତିକ ଚାର୍ଜ୍‌ର ଉପସ୍ଥିତି ଏବଂ ପ୍ରବାହ ଉପରେ ସମ୍ବନ୍ଧିତ ବିଦ୍ୟୁତ୍ ସହିତ ବିଭିନ୍ନ ପ୍ରକାର ଘଟଣା ଯେପରିକି ବିଜୁଳୀ ଚଡକ , ସ୍ଥିଥିୟ ବିଦ୍ୟୁତ୍, ବିଦ୍ୟୁତିଚୁମ୍ବକିୟା ପ୍ରେରଣ ଏବଂ ବିଦ୍ୟୁତ୍ ପ୍ରବାହ ସ‌ହ ସମ୍ବନ୍ଧିତ. ଏହା ଛଡା ବିଦ୍ୟୁତ୍ ଦ୍ୱାରା ବିଦ୍ୟୁତିଚୁମ୍ବକିୟା ବିକିରଣ ଯେପରିକି ରେଡିଓ ତରଙ୍ଗର ଗଠନ ଏବଂ ଗ୍ରହଣ ହେଇ ପାରିବ। ବିଦ୍ୟୁତ୍ ଚାର୍ଜ୍ ଏକ ବିଦ୍ୟୁତିଚୁମ୍ବକିୟା କ୍ଷେତ୍ର ଗଠନ କରେ ଯାହା ଅନ୍ୟ ଚାର୍ଜ୍‌କୁ ପ୍ରଭାବିତ କରି ପାରେ‌‌‌।

ବିଦ୍ୟୁତ୍ ସ୍ରୋତ

ବିଦ୍ୟୁତିକ ଚାର୍ଜର ପ୍ରବାହକୁ ବିଦ୍ୟୁତ୍ ସ୍ରୋତ (ଇଲେକ୍‌ଟ୍ରିକ୍ କରେଣ୍ଟ୍) କୁହାଯାଏ । ସାଧାରଣତଃ ଗୋଟିଏ ବିଦ୍ୟୁତିକ ପରିପଥରେ ଥିବା ଇଲେକ୍‌ଟ୍ରୋନ୍ ଗୁଡ଼ିକ ଏହି ଚାର୍ଜ ବହନ କରିଥା'ନ୍ତି । ଇଲେକ୍‌ଟ୍ରୋଲାଇଟ୍ ଗୁଡ଼ିକରେ ଆୟନ୍ଏବଂ ପ୍ଲାଜମାରେ ଉଭୟ ଆୟନ ଓ ଇଲେକ୍‌ଟ୍ରୋନ ଗୁଡ଼ିକ ଏହି ଚାର୍ଜ ବହନ କରନ୍ତି ।

'ବିଦ୍ୟୁତ୍ ସ୍ରୋତ' ମାପିବା ପାଇଁ ବ୍ୟବହୃତ SI ୟୁନିଟ ହେଉଛି ଆମ୍ପିୟର୍ - ଏହା ଏକ ନିର୍ଦ୍ଧିଷ୍ଟ ପୃଷ୍ଠରେ, ଗୋଟିଏ କୁଲମ୍ବ ପ୍ରତି ସେକେଣ୍ଡ ହାରରେ, ବିଦ୍ୟୁତିକ ଚାର୍ଜର ପ୍ରବାହକୁ ବୁଝାଏ । ଇଲେକ୍‌ଟ୍ରିକ୍ କରେଣ୍ଟ୍‌କୁ ଏମିଟର୍ ଦ୍ଵାରା ମପାଯାଏ ।

ବିଦ୍ୟୁତ୍ ସ୍ରୋତ, ଜୁଲ୍ ତାପନର ମୁଖ୍ୟ କାରଣ ଅଟେ, ଯାହାକି ଇନ୍‌କଣ୍ଡେସେଣ୍ଟ୍ ଲାଇଟ୍ ବଲ୍‌ବ୍‌ରେ ଆଲୋକ ସୃଷ୍ଟିକରେ । ଏହା ଚୁମ୍ବକୀୟ କ୍ଷେତ୍ର ମଧ୍ୟ ସୃଷ୍ଟି କରେ, ଯାହାକି ମୋଟର, ଜେନେରେଟର ଏବଂ ଇଣ୍ଡକ୍‌ଟର ଗୁଡ଼ିକରେ ବ୍ୟବହୃତ ହୁଏ ।

ବିଦ୍ୟୁତିକ ଜନିତ୍ର ବା ଜେନେରେଟର

ବିଦ୍ୟୁତିକ ଜନିତ୍ର ବା ଜେନେରେଟର ଏକ ଯନ୍ତ୍ର ଯାହା ଯାନ୍ତ୍ରିକ ଶକ୍ତିକୁ ବିଦ୍ୟୁତିକ ଶକ୍ତିରେ ପରିବର୍ତ୍ତନ କରିଥାଏ । ଏହାଦ୍ଵାରା ବିଦ୍ୟୁତ ଚାର୍ଜ, ବିଦ୍ୟୁତିକ ପରିପଥରେ ପ୍ରବାହିତ ହୋଇଥାଏ । ମୁଖ୍ୟତଃ ବାଷ୍ପ ଦ୍ଵାରା ଚାଳିତ ଟରବାଇନ, ଉଚ୍ଚ ପତନରୁ ପଡୁଥିବା ଜଳ ଦ୍ଵାରା ଚଳିତ ଟରବାଇନ ଓ ଏମିତି ଆହୁରି ଅନେକ, ଏହି ଯାନ୍ତ୍ରିକ ଶକ୍ତିର ଉତ୍ସ ଅଟନ୍ତି ।

ବିଦ୍ୟୁତିକ ମୋଟର, ବିଦ୍ୟୁତିକ ଶକ୍ତି କୁ ଯାନ୍ତ୍ରିକ ଶକ୍ତିରେ ଓଲଟା ରୂପାନ୍ତରଣ କରିଥାଏ । ଏହି ମୋଟର ଓ ଜନିତ୍ର ଭିତରେ ଗଠନ ଦୃଷ୍ଟିରୁ ଅନେକ ସାମଞ୍ଜସ୍ୟ ରହିଥାଏ ।

ଇତିହାସ

ବିଦ୍ୟୁତିକତା ଓ ଚୁମ୍ବକୀୟତା ଭିତରେ ସମ୍ପର୍କ ଆବିଷ୍କାର ହେବାର ବହୁ ପୂର୍ବରୁ ସ୍ଥିର-ବିଦ୍ୟୁତ ଜନିତ୍ରର (ସ୍ଥିର-ବିଦ୍ୟୁତ ଜନିତ୍ର ବା ଇଲେ‌କ୍‌ଟ୍ରୋ‌ଷ୍ଟାଟିକ ଜେନେରେଟର ଏକ ଯନ୍ତ୍ର ଯାହାକି ସ୍ଥିର ବିଦ୍ୟୁତ ସୃଷ୍ଟି କରିଥାଏ । )ବ୍ୟବହାର କରାଯାଉଥିଲା ।

ଟାକୋ-ଜନିତ୍ର/ଟାକୋ-ଜେନେରେଟର

ସାଧାରଣତଃ ଟାକୋଜେନେରେଟର ବ୍ୟବହାର ଟାକୋମିଟର କୁ ଶକ୍ତି ଯୋଗେଇବା ପାଇଁ କରାଯାଇଥାଏ, ଯାହା ଦ୍ଵାରା ବିଦ୍ୟୁତିକ ମୋଟର ଓ ଇଞ୍ଜିନ ଗୁଡିକର ବେଗ ମପା ଯାଇଥାଏ । ଏହି ଜେନେରେଟର ଆନୁମାନିକ ଭାବେ ଶା‌ଫ୍‌ଟ ବେଗ ସହ ସମାନୁପାତିକ ବିଦ୍ୟୁତ ବିଭବାନ୍ତର ସୃଷ୍ଟି କଋଥାଏ ।

ଆଧାର - ଇଲେକ୍ଟ୍ରୋଷ୍ଟାଟିକ ଜେନେରେଟର ବା ସ୍ଥିର-ବିଦ୍ୟୁତ ଜନିତ୍ର ଦ୍ରଷ୍ଟବ୍ୟ

1.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top