ହୋମ / ଶକ୍ତି / ଶକ୍ତି ଉତ୍ପାଦନ / ବିକଳ୍ପ ଶକ୍ତି ଉତ୍ସା
ସେଆର କରନ୍ତୁ

ବିକଳ୍ପ ଶକ୍ତି ଉତ୍ସା

ବିକଳ୍ପ ଶକ୍ତି ଉତ୍ସା ସୂଚନା

ବିକଳ୍ପ ଶକ୍ତିର ଉତ୍ସ-ଦହନଶୀଳ ବରଫ

ବେଙ୍ଗି:ଶକ୍ତିର  ବିଭିନ୍ନ ଉସ ସମ୍ପର୍କରେ ଆମେ ଜାଣିଥଲେ ମଧ୍ୟ ଆଉ ଏକ ବିକଳ୍ପ ଶକ୍ତି ଉତ୍ସର ସନ୍ଧାନ ପାଇଛନ୍ତି ଚାଇନା ଏବଂ ଜାପାନ୍। ତାହା ହେଉଛି ‘ଦହନଶୀଳ ବରଫ । ଏହି ଶୀତଳ ଜୀବାଶ୍ମ ବିଶ୍ଵରେ ପ୍ରଚୁର ପରିମାଣରେ ରହିଥବାରୁ ଏହା ଭବିଷ୍ୟତରେ ଶକ୍ତି ଚାହିଦା ମେଣ୍ଟାଇ ପାରିବ ବୋଲି ଗବେଷକମାନେ ମତ ଦେଇଛନ୍ତି । ଉଭୟ ଦେଶ ସମୁଦ୍ର ଉପକୂଳରୁ “ଦହନଶୀଳ ବରଫ ଉତ୍ତୋଳନ କରିବାକୁ ସଫଳ ହୋଇଛନ୍ତି ।

ଦହନଶୀଳ ବରଫ ହେଉଛି ଜଳ ଏବଂ ପ୍ରାକୃତିକ ଗ୍ୟାସର ଶୀତଳ ମିଶ୍ରଣ । ଏହାକୁ ବୈଷୟିକ ନାମରେ ‘ମିଥେନ୍ ହାଇଡ୍ରେଟ୍ ମଧ୍ୟ କୁହାଯାଏ । ଶୀତଳ ଅବସ୍ଥାରେ ଏଥିରେ ନିଆଁ ଧରିପାରିବ । ଏହା ହେଉଛି ସମୁଦ୍ର ତଳେ ପ୍ରଚୁର ପରିମାଣରେ ଗଚ୍ଛିତ ହୋଇ ରହିଥବା ଜୀବାଶ୍ମ ଇନ୍ଧନ । ଚାଇନା ଖବର ସରବରାହ ସଂସ୍ଥା ଜିନହୁଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗୁରୁବାର ଦକ୍ଷିଣ ଚାଇନା ସାଗରରେ ଡିଲିଙ୍ଗ  କରାଯିବା

ପରେ ଏହି ଇନ୍ଧନର ସନ୍ଧାନ ମିଳିପାରିଛି। ଏ ସମ୍ପର୍କରେ ଚାଇନା ଭୂମି ଓ ସମ୍ବଳ ମନ୍ତ୍ରୀ ଜିଆଙ୍ଗ ଡାମିଙ୍ଗ୍ ଘୋଷଣା କରିଛନ୍ତି ଯେ, ‘ବିଶ୍ୱର ଶକ୍ତ ବିପ୍ଳବ କ୍ଷେତ୍ରରେ ଏହା ଏକ ଉଲ୍ଲେଖନୀୟ ସମୟ । ଚଳିତ ମାସ ୪ ତାରିଖରେ ଶିମା

ଉପଦ୍ଵୀପରେ ଜାପାନ୍ ଜାହାଜ କର୍ମଚାରୀମାନେ ମଧ୍ୟ ଡ୍ରିଲିଙ୍ଗ କରି ଏହି ଶକ୍ତି ଇତ୍ସର ସନ୍ଧାନ କରିପାରିଛନ୍ତି ।

ଉକ୍ତ ନୂଆ ଉତ୍ସର ସନ୍ଧାନ ମିଳିବା ପରେ ଆମଦାନୀ କରାଯାଉଥବା ଇନ୍ଧନ ଉପରେ ଜାପାନକୁ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେବାକୁ ପଡ଼ିବ ନାହିଁ । ଅର୍ଥାତ୍ ଏହି ଆମଦାନୀ ମାତ୍ରାକୁ ହ୍ରାସ କରାଯାଇ ପାରିବ । ଚାଇନା ମଧ୍ୟ କୋଇଲା । ଇନ୍ଧନରେ ଚଳାଉଥବା ପାୱାର ପ୍ଲାଣ୍ଟ ଏବଂ ଇସ୍ପାତ କାରଖାନାଗୁଡ଼ିକରେ ଏହି ବିକଳ୍ପ ଶକ୍ତି ଉତ୍ସ ବ୍ୟବହାର କରିପାରିବ । ମିଥେନ୍ ହାଇଡ୍ରେଟ୍ ଉତ୍ତରମେରୁ ଏବଂ ଦକ୍ଷିଣମେରୁ ବରଫ ତଳେ ପୋତିହୋଇ ରହିଛି । ଉଭୟ ଆମେରିକା ଏବଂ ଭାରତ ମଧ୍ୟ ଏହି ଇନ୍ଧନ ପାଇବା ଲାଗି ଗବେଷଣା କାର୍ଯ୍ୟକ୍ରମ ଜାରି ରଖୁଛନ୍ତି ।

ବୈଜ୍ଞାନିକଙ୍କ ଆକଳନ ଅନୁଯାୟୀ, ବର୍ତ୍ତମାନ ବିଶ୍ଵରେ ପ୍ରାକୃତିକ ବାଷ୍ପର ଚାହିଦା ଯେତେ ରହିଛି ସମୁଦ୍ର ତଳେ ଥିବା ମିଥେନ୍ ହାଇଡ୍ରେଟ୍ ସେହି ଆବଶ୍ୟକତାକୁ ପୁରଣ କରିପାରିବ ।

ମାଛକଣ୍ଟାରୁ ସବୁଜ ଶକ୍ତି

ମାଛର କଣ୍ଟା ଏବଂ ବିଭିନ୍ନ ବର୍ଜ୍ୟବସ୍ତୁର ପୁନଃ ପ୍ରକ୍ରିୟାକରଣ  କରି କଲିକତାର ଯାଦବପୁର ବିଶ୍ଵବିଦ୍ୟାଳୟର ଗବେଷକମାନେ  ସବୁଜ ଶକ୍ତି ଉତ୍ପାଦନ କରିବାରେ ସମର୍ଥ ହୋଇଛନ୍ତି ।  ଏହାକୁ ଭବିଷ୍ୟତରେ ନିରନ୍ତର ସବୁଜ ଶକ୍ତିର ଉତ୍ସ ଭାବେ ବ୍ୟବହାର କରାଯାଇପାରେ ବୋଲି  ବିଶେଷଜ୍ଞମାନେ ଆଶାପ୍ରକାଶ କରିଛନ୍ତି । ବ୍ୟକ୍ତିଗତ ପୋର୍ଟେବୁଲ୍ ବୈଦ୍ୟୁତିକ ସାମଗ୍ରୀ ପାଇଁ ଏହା ଗୁରୁତ୍ଵପୂର୍ଣ୍ଣ । ଏହାସହିତ ଇ-ବର୍ଜ୍ୟବସ୍ତୁ ହ୍ରାସ କରିବାରେ ଏହା ସମର୍ଥ ହେବ । ମାଛର କଣ୍ଟା ସାଧାରଣତଃ ଲୋକେ ଫୋପାଡ଼ି ଦେଇ ଥାଆନ୍ତି । ଏଥିରେ କୋଲାଜେନ୍ ଫାଇବର୍ ଭରପୂର ଥାଏ । ଏହି ଫାଇବର୍ ରେ ପିଏଜୋ ଇଲେକ୍ଟ୍ରିକ୍ ପ୍ରପର୍ଟି ଭରପୂର ଥାଏ ।  ଏଥିରେ ମେକାନିକାଲ୍ ପ୍ରୟୋଗ ଦ୍ଵାରା ତାହା ମଧ୍ୟରୁ ବିଦ୍ୟୁତ୍  ତରଙ୍ଗ ଉତ୍ପାଦନ କରାଯାଇ  ପାରିବ ।

ଏହି ବାୟୋ ୱେଷ୍ଟରୁ ବିଶେଷଜ୍ଞମାନେ ଫ୍ଲେକ୍ସିବୁଲ୍ ବାୟୋ-ପିଏଜୋଇଲେକ୍ଟ୍ରିକ୍ ନନୋ ଜେନେରେଟର୍ (ବିପିଏମ୍ଜି) ସୃଷ୍ଟି କରିଥିଲେ । ଏ ସମ୍ପର୍କରେ ସୂଚନା ଦେଇ ବିଶ୍ଵବିଦ୍ୟାଳୟର ନାନୋ-ପିଏଜୋଇଲେକ୍ଟ୍ରିକ୍ ଡିଭାଇସ୍ ଲାବ୍ର ସହଯୋଗୀ ପ୍ରାଧ୍ୟାପକ ଦୀପଙ୍କର ମଣ୍ଡଳ କହିଛନ୍ତି ଯେ, ମାଛ ପ୍ରକ୍ରିୟାକରଣ ବଜାରରୁ ପ୍ରଥମେ ଏଥିଲାଗି ସେମାନେ ମାଛର ବର୍ଜ୍ୟବସ୍ତୁ ସଂଗ୍ରହ କରିଥିଲେ । ଏହାପରେ ସେଗୁଡ଼ିକୁ ବିଭିନ୍ନ ପ୍ରକ୍ରିୟା ଦେଇ ସ୍ଵଚ୍ଛ ଏବଂ ଫ୍ଲେକ୍ସିବୁଲ୍ ଭାବେ ପ୍ରସ୍ତୁତ କରାଯାଇଥିଲା । ଏଭଳି ଭାବେ ଏକ ବାୟୋ –ପିଏଜୋଇଲେକ୍ଟ୍ରିକ୍ ନାନୋ ଜେନେରେଟର୍ ବା ବିଦ୍ୟୁତ୍ ଉତ୍ପାଦନକାରୀ ଉପକରଣ ପ୍ରସ୍ତୁତ କରାଯାଇଥିଲା । ଉକ୍ତ ଉପକରଣରୁ ଉତ୍ପାଦିତ ଶକ୍ତିକୁ ଅତି ସହଜରେ ବ୍ୟବହାର କରାଯାଇ ପାରିବ । ଏହି ଆବିଷ୍କାର ବର୍ତ୍ତମାନ ସମୟରେ ବୃଦ୍ଧି ପାଉଥିବା ଇ-ବର୍ଜ୍ୟବସ୍ତୁର ମାତ୍ରା ହ୍ରାସ କରିବ ବୋଲି ମଣ୍ଡଳ ଆଶାବ୍ୟକ୍ତ କରିଛନ୍ତି ।  ଏହା ପ୍ରଦୂଷଣ ରୋକିବାରେ ମଧ୍ୟ ବିଶେଷ ଭାବେ ସହାୟକ ହେବ ବୋଲି ସେ କହିଛନ୍ତି । ଯାଦବପୁର ବିଶ୍ଵବିଦ୍ୟାଳୟର ଗବେଷକଙ୍କ ଏହି ଗବେଷଣା ସମ୍ପର୍କରେ ଜର୍ନାଲ୍ ଏପ୍ଲାଏଡ୍ ଫିଜିକ୍ସ ଲେଟର୍ସରେ ରିପୋର୍ଟ ପ୍ରକାଶ ପାଇଛି ।

ଜଳ ବିଭାଜନରୁ ଉଦ୍ଜାନ ଇନ୍ଧନ

ଜର୍ମାନୀର ବୈଜ୍ଞାନିକମାନେ ପ୍ରଥମ କରି ଏକ ସମ୍ପୂର୍ଣ୍ଣ ଏବଂ କୃତ୍ରିମ ଭାଶ୍ଲେଷଣ ପଦ୍ଧତି ବିକାଶ କରିଛନ୍ତି । ଏହା ସୌରଶକ୍ତି ସାହାଯ୍ୟରେ ଜଳ ବିଭାଜନ କରି ଉଦ୍ଜାନ ଇନ୍ଧନ ଉତ୍ପାଦନ କରିପାରିବ । ସୌରଶକ୍ତିକୁ ପ୍ରତ୍ୟକ୍ଷ ଭାବରେ ସାର୍ବଜନୀନ ଉଦଯାନ ଭଣ୍ଡାରରେ ରୂପାନ୍ତରିତ କରାଯାଇପାରିବ । ୧୯୭୦ ଦଶକରେ ପ୍ରଥମ କରି ଏହି ପ୍ରକ୍ରିୟା ଉଦ୍ଭାବନ କରାଯାଇଥିଲା । କିନ୍ତୁ ଏଇ କିଛିବର୍ଷ ହେଲା ଏହା ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି । ତେବେ ଗବେଷଣାମାନେ ଉନ୍ନତମାନର ପଦ୍ଧତି ତ୍ଵରାନ୍ଵିତ କରିବା ଲାଗି ପଦାର୍ଥ ବିଜ୍ଞାନ ଉପରେ ଗୁରୁତ୍ଵ ଦେଇଛନ୍ତି ।

ଜର୍ମାନୀର ଏକ ଗବେଷଣା କେନ୍ଦ୍ର ଫରସ୍କୁଜେଣ୍ଟ୍ରମ୍ ଜୁଏଲିଚର ବୈଜ୍ଞାନିକମାନେ ଏପରି ଏକ ପଦ୍ଧତି ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି ଯାହାକୁ ଏ ପର୍ଯ୍ୟନ୍ତ ଅବହେଳା କରାଯାଇଆସିଛି । ଏହା ହେଉଛି ଏକ ବାସ୍ତବ ଢାଞ୍ଚା ଯାହାକୁ ବୈଜ୍ଞାନିକଗାରରୁ ଏହି ବାସ୍ତବ କ୍ଷେତ୍ରରେ ବିନିଯୋଗ କରିପାରିବ । ଉକ୍ତ ଗବେଷଣା କେନ୍ଦ୍ରର ଗବେଷକ ବୁର୍ଗା ତୁରନ୍ କହନ୍ତି, “ ଭାଶ୍ଲେଷଣ ପ୍ରକ୍ରିୟାରେ ଜଳ ବିଭାଜନ ଏ ପର୍ଯ୍ୟନ୍ତ ବିଜ୍ଞାନଗାରରେ ସୀମାବଦ୍ଧ ହୋଇ ରହିଆସିଛି । ବୈଜ୍ଞାନିକମାନେ ବ୍ୟକ୍ତିଗତ ଭାବେ ଏହି ଗବେଷଣାରେ ସଫଳ ହୋଇଥିଲେ ସୁଦ୍ଧା ବାସ୍ତବ କ୍ଷେତ୍ରରେ ଏହାକୁ ବିନିଯୋଗ କରିବା ପାଇଁ କେହି ଉଦ୍ୟମ କରିନାହାନ୍ତି ।“

ଏହି ନୂଆ ଢାଞ୍ଚା  ବିଜ୍ଞାନଗାର ପର୍ଯ୍ୟବେକ୍ଷଣ ଅପେକ୍ଷା ପୃଥକ୍  ନୂତନ କୌଶଳ ଅନୁଯାୟୀ ମୌଳିକ ୟୁନିଟ୍ କେତେକ ସୋଲାର ସେଲ୍ କୁ ନେଇ ଗଠିତ । ଏକ ସ୍ଵତନ୍ତ୍ର ଲେଜର ଟେକ୍ନିକ ଦ୍ଵାରା ଏଗୁଡିକ ପରସ୍ପର ସହ ସଂଯୁକ୍ତ ହୋଇ ରହିଛନ୍ତି । ଅର୍ଥାତ୍ ହାଇଡ୍ରୋଜେନ୍ ଉତ୍ପାଦନ ପାଇଁ ପ୍ରତ୍ୟେକ ୟୁନିଟ୍ ୧.୮ ଭୋଲଟେଜ୍ ର ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିବା ଆବଶ୍ୟକ ବୋଲି ଉପରୋକ୍ତ ଗବେଷଣାକେନ୍ଦ୍ରର ଗବେଷକ ଜନ୍ – ଫିଲିପ ବେକର କହିଛନ୍ତି ।  ତାଙ୍କ କହିବାନୁଯାୟୀ ପାରମ୍ପରିକ ସୋଲାର ସେଲ୍ ପଦ୍ଧତି ବ୍ୟବହାର କରି ଏହି ଡିଜାଇନ୍ କୁ ପାଖାପାଖି ୧୦ ପ୍ରତିଶତ ଅଧିକ ଦକ୍ଷ କରାଯାଇପାରିବ ।

ଆଧାର: ଯୋଉ ଷ୍ଟୋରୀ

2.71428571429
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top