ହୋମ / ଶକ୍ତି / ଶକ୍ତି ଉତ୍ପାଦନ / ଶକ୍ତି(ଆଲୋକ ଶକ୍ତି)
ସେଆର କରନ୍ତୁ

ଶକ୍ତି(ଆଲୋକ ଶକ୍ତି)

ଆଲୋକ ଶକ୍ତି ର ସୂଚନା

ଆଲୋକ ଶକ୍ତି

ଆଲୋକ ଏକ ଶକ୍ତିର ଏକ ସାଧାରଣ ରୂପ ଅଟେ  । ଏହା ଆମକୁ କୌଣସି ବସ୍ତୁକୁ ଦେଖିବାର ସାହାଯ୍ୟ କରିଥାଏ  । ତୁମେମାନେ ଟର୍ଚ୍ଚ ବଲବର ଚାରିପଟେ ଥିବା ଧାତବ ଗିନାଟିକୁ ନିଶ୍ଚିତ ଲକ୍ଷ୍ୟ କରିଥିବ  । କେବେ ଚିନ୍ତାକରିଛ ଏହା କାହିଁକି ଏପରି ହୋଇଥାଏ ? ମେଘମୁକ୍ତ ରାତ୍ରି ଆକାଶରେ ତାରକା ମାନଙ୍କର ମିଞ୍ଜିମିଞ୍ଜି ଆଲୋକ ମଧ୍ୟ ତୁମେ ଦେଖିଥିବ  । ଆହୁରି ମଧ୍ୟ ନିର୍ମଲା ମେଘମୁକ୍ତ ଦିନର ସୂର୍ଯ୍ୟଉଦୟ /ସୂର୍ଯ୍ୟାସ୍ତ ସମୟରେ ଆକାଶର ବର୍ଣ୍ଣ ନୀଳ ଏବଂ ଦିଗବଳୟ ନିକଟରେ ସୂର୍ଯ୍ୟଙ୍କର ବର୍ଣ୍ଣ ନାରଙ୍ଗୀକିମ୍ବା ଲୋହିତ ହେଉଥିବାର ଦେଖିଥିବ  ।

ଏଭଳି ପ୍ରାକୃତିକ ଘଟଣାବଳୀର କାରଣ ତୁମେ କେବେ ଜାଣିବାକୁ ଚେଷ୍ଟା କରିଛ କି ? ଏ ଅଧ୍ୟାୟରେ ଆମେ ଉପରୋକ୍ତ ପ୍ରଶ୍ନ ଗୁଡିକର ଉତ୍ତର ଜାଣିପାରିବା  । ଏହା ସହ ଦର୍ପଣ, ଲେସନରେ କିପରି ପ୍ରତିବିମ୍ବ ଗଠନ ହୁଏ ଏବଂ ମନୁଧ୍ୟା ଚକ୍ଷୁର ଦୃଷ୍ଟିକୋଣ ବିଷୟରେ ଆଲୋଚନା କରିବା  ।

ଉଦ୍ଦେଶ୍ୟ

  • ଆଲୋକର ପ୍ରତିସରଣକୁ ବ୍ୟାଖ୍ୟା କରିପାରିବେ ଏବଂ ପ୍ରତିସରଣର ନିୟମ ଗୁଡିକୁ କହିପାରିବେ  । ସମତଳ ଦର୍ପଣ ଏବଂ ବର୍ତ୍ତୁଳ ଦର୍ପଣରେ କିପରି ପ୍ରତିବିମ୍ବ ଗଠନ ହୁଏ ତାହାକୁ ରେଖାଚିତ୍ର ମାଧ୍ୟମରେ ବର୍ଣ୍ଣନା କରିବେ  ।
  • ଦର୍ପଣ ସୂତ୍ର ଲେଖିବେ ଏବଂ ପ୍ରତିବିମ୍ବ ବର୍ଦ୍ଧନ ବୁଝାଇବେ  ।
  • ଆଲୋକର ପ୍ରତିସରଣ ଜାଣିବେ ଏବଂ ଏହାର ନିୟମ ଗୁଡିକୁ କହିବେ  ।
  • ମାଧ୍ୟମର ପ୍ରତିସରଣାଙ୍କ କ’ଣ ବର୍ଣ୍ଣନା କରିବେ  ଏବଂ ଏହାର ବିଶେଷତ୍ଵ କହିବେ  ।
  • ପ୍ରକୃତିରେ ଦେଖାଯାଉଥିବା ଆଲୋକ ପ୍ରତିସରଣର କିଛି ଉଦାହରଣ ଦେଇପାରିବେ  ।
  • ବିଭିନ୍ନ ପ୍ରକାରର ଲେନ୍ସ ବର୍ଣ୍ଣନା କରିବେ ଏବଂ ଅବତଳ ଏବଂ ଉତ୍ତଳ ଲେନ୍ସରେ କିପରି ପ୍ରତିବିମ୍ବ ଗଠନ ହୁଏ ରେଖାଚିତ୍ର ମଧ୍ୟରେ ବୁଝାଇବେ  ।
  • ଲେନ୍ସ ସୂତ୍ର ଏବଂ ପ୍ରତିବିମ୍ବ ବର୍ଦ୍ଧନ ବୁଝାଇବେ  ।
  • ଲେନ୍ସର କ୍ଷମତା ବୁଝାଇବେ ଏବଂ ଡାୟୋପଟରର ସଜ୍ଞା କହିବେ  ।
  • ଲେନ୍ସ ବ୍ୟବହାର  ଦ୍ଵାରା ଦୃଷ୍ଟିଦୋଷ (ଦୂର ଏବଂ ନିକଟ) ର ନିରାକରଣ ବୁଝାଇବେ  ।
  • କାଚ ପ୍ରିଜମ ଦ୍ଵାରା ଧଳା ଆଲୋକର ପ୍ରକୀର୍ଣ୍ଣନ କିପରି ହୁଏ ବୁଝାଇବେ  ।
  • ଆଲୋକର ବିଚ୍ଛୁରଣ କିପରି ହୁଏ ବର୍ଣ୍ଣନା କରିବେ  ଏବଂ ଏହା ଦୈନନ୍ଦିନ ଜୀବନରେ କିପରି ପ୍ରୟୋଗ ହୁଏ ତାହାର ଉଦାହରଣ ଦେବେ  ।

ଆଲୋକର ପ୍ରତିଫଳନ

ତୁମେ କେବେ ଚିନ୍ତାକରିଛ ଯେ କିପରି ଏକ ବସ୍ତୁକୁ ତୁମେ ଦେଖିପାର  ? କୌଣସି ଏକ ବସ୍ତୁରୁ ଆଲୋକ ତୁମ ଚକ୍ଷୁକୁ ଆସିଲେ ହଁ ବସ୍ତୁଟି ଦେଖି ହୁଏ  । କେତେକ ବସ୍ତୁ ଯଥା ସୂର୍ଯ୍ୟ, ତାରା, ଜଳନ୍ତା ମହମବତୀ, ଦୀପ ଇତ୍ୟାଦି ଯେଉଁଗୁଡିକ ଆଲୋକ ପ୍ରଦାନ କରିଥାନ୍ତି ସେମାନଙ୍କୁ ଦୀପ୍ତିମାନ ବସ୍ତୁ କୁହାଯାଏ  । ଅନ୍ୟ କେତେକ ବସ୍ତୁ ଦୀପ୍ତିମାନ ବସ୍ତୁରୁ ସେମାନଙ୍କ ଉପରେ ପଡୁଥିବା ଆଲୋକର କିଛି ଅଂଶ ପୁନଶ୍ଚ ଫେରାଇ ଦେଇଥାନ୍ତି  । କୌଣସି ପୃଷ୍ଠଉପରେ ଆଲୋକ ପତିତ ହୋଇ ପୁନଶ୍ଚ ଫେରି ଆସିବା ପ୍ରକ୍ରିୟାକୁ ଆଲୋକର ପ୍ରତିଫଳର କୁହାଯାଏ  ।

ଅର୍ଥାତ୍ ଯେତେବେଳେ ଆଲୋକ ରଶ୍ମି ଗୁଚ୍ଛ କୌଣସି ଏକ ବସ୍ତୁ ଉପରେ ପତିତ ହୋଇ ଏହାର କିଛି ଅଂଶ ପୁଣି ଫେରିଆସିବା ପ୍ରକ୍ରିୟାକୁ ଆଲୋକର ପ୍ରତିଫଳନ କୁହାଯାଏ  ।

କେତେକ ବସ୍ତୁର ମସୃଣ ଓ ଚିକ୍କଣ ପୃଷ୍ଠ ଅନ୍ୟ ବସ୍ତୁ ଅପେକ୍ଷା ଅଧିକ ଆଲୋକ ପ୍ରତିଫଳନ କରିଥାଏ  । ଏହାର ଏକ ଚିକ୍କଣ ଏବଂ ମସୃଣ ପୃଷ୍ଠ ଯାହା ଏହା ଉପରେ ଆପତିତ ହେଉଥିବ ଆଲୋକରଶ୍ମିର ଅଧିକାଂଶ ଭାଗ ପ୍ରତିଫଳିତ କରିଥାଏ  ତାହାକୁ ଦର୍ପଣ କୁହାଯାଏ  ।

ଗ୍ରୀକ ଗଣିତଜ୍ଞ ଉଇକ୍ଲିଡ ଆଲୋକର ପ୍ରତିଫଳନ କିପରି ହୁଏ ବୁଝାଇଥିଲେ  । ଆଲୋକ ପ୍ରତିଫଳନର ଏହି ପ୍ରକ୍ରିୟାକୁ ଆରବୀୟ ବୈଜ୍ଞାନିକ ଆଲହାଜନ (1100 AD) ରେ ନିୟମ ଆକାରରେ ଅନୁବାଦନ କରିଥିଲେ  ।

ଆଲୋକ ପ୍ରତିଫଳନ ଘଟଣାବଳୀ ଗୁଡିକ ବୁଝିବା ପାଇଁ ଆମକୁ ଏ ସମ୍ବନ୍ଧୀୟ କେତେକ ପଦର ଅର୍ଥକୁ ବୁଝିବାକୁ ପଡିବ  । ଆଲୋକ ଗତିକରିବା ସମୟରେ ଏଥିରେ ଅନେକ ଆଲୋକ ରଶ୍ମିର ସମାହାର ହୋଇଥାଏ  । ପ୍ରତିଫଳନ ପୃଷ୍ଠରେ କୌଣସି ଏକ ଉତ୍ସରୁ ଆସି ପତିତ ହେଉଥିବା ଆଲୋକ ରଶ୍ମି ଗୁଚ୍ଛକୁ ଆପତିତ ରଶ୍ମି କୁହାଯାଏ  । ପ୍ରତିଫଳନ ପୃଷ୍ଠରେ ଯେଉଁ ବିନ୍ଦୁରେ ଆପତିତ ରଶ୍ମି ସ୍ପର୍ଶ କରିଥାଏ  ସେଠାରେ ଉକ୍ତ ପୃଷ୍ଠ ପ୍ରତି ଅଙ୍କିତା ଲମ୍ବକୁ ଅଭିଲମ୍ବ କୁହାଯାଏ  । ପ୍ରତିଫଳନ ପୃଷ୍ଠରୁ ଫେରି ଆସୁଥିବା ରଶ୍ମିକୁ ପ୍ରତିଫଳିତ ରଶ୍ମି କୁହାଯାଏ  । ଅଭିଲମ୍ବ ଏବଂ ଆପତିତ ରଶ୍ମି ଦ୍ୱୟ ଦ୍ଵାରା ଗଠିତ କୋଣକୁ ପ୍ରତିଫଳନ କୋଣ ଏବଂ ଅଭିଲମ୍ବ ଓ ପ୍ରତିଫଳିତ ରଶ୍ମି ଦ୍ୱୟ ମଧ୍ୟରେ ଗଠିତ କୋଣକୁ ପ୍ରତିଫଳନ କୋଣ କୁହାଯାଏ  ।

ଆଲୋକ ପ୍ରତିଫଳନର ନିୟମ :

ମନେକର ଏକ ଆଲୋକରଶ୍ମି (IO) ପ୍ରତିଫଳନ ପୃଷ୍ଠ AB ର ‘O’ ବିନ୍ଦୁରେ ପତିତ ହେବାପରେ ପ୍ରତିଫଳିତ ରଶ୍ମି (OR) ଆକାରରେ ନିର୍ଗତ ହୋଇଛି  । ଆଲୋକ ପ୍ରତିଫଳନ ଦୁଇଟି ଭାଗରେ ବିଭକ୍ତ  ।

  1. ଆପତିତ ରଶ୍ମି, ପ୍ରତିଫଳିତ ରଶ୍ମି ଏବଂ ପ୍ରତିସରଣ ପୃଷ୍ଠରେ ଆପତନ ବିନ୍ଦୁରେ ଅଙ୍କିତ ଅଭିଲମ୍ବ ଏକ ସମତଳରେ ଅବସ୍ଥାନ କରନ୍ତି  ।
  2. ଆପତନ କୋଣ ଏବଂ ପ୍ରତିଫଳନ କୋଣର ପରିମାଣ ସମାନ  ।

ପ୍ରତିଫଳନ ସମୟରେ ଆଲୋକର ବେଗ, ଆବୃତ୍ତି ଏବଂ ତରଙ୍ଗ ଦୈର୍ଘ୍ୟରେ କୌଣସି ପରିବର୍ତ୍ତନ ହୋଇନଥାଏ  ।ଆଲୋକର ପ୍ରତିଫଳନକୁ ସମ ପ୍ରତିଫଳନ ଏବଂ ଅସମ ପ୍ରତିଫଳନ ଭାବରେ ଶ୍ରେଣୀ ବିଭାଗ କରାଯାଇଛି  ।

ସମ ପ୍ରତିଫଳନ :

ମସୃଣ ପ୍ରତିଫଳନ ପୃଷ୍ଠରେ ଆପତିତ ଆଲୋକ ରଶ୍ମିଗୁଡିକ ସାଧା ଭାବରେ ପ୍ରତିଫଳିତ ହୋଇ ଫେରିବାକୁ ସମ ପ୍ରତିଫଳନ କୁହାଯାଏ  ।

ଅସମ ପ୍ରତିଫଳନ :

ଏକ ଅମସୃଣ ପୃଷ୍ଠରେ ଆପତିତ ଆଲୋକ ରଶ୍ମି ଗୁଡିକ ପ୍ରତିଫଳନ ପରେ ଭିନ୍ନ ଭିନ୍ନ ଦିଗରେ ଗତି କରିଥାନ୍ତି  । ଏହାକୁ ଆସାମ ପ୍ରତିଫଳନ କୁହାଯାଏ  ।

ଏକଅମସୃଣ ପୃଷ୍ଠର ବନ୍ଧୁରତା ଯୋଗୁଁ ଆପତ ବିନ୍ଦୁରେ ଅଙ୍କିତ ଅଭିଲମ୍ବ ଗୁଡିକ ପ୍ରତିଫଳନ ପରେ ସମାନ୍ତର ନହୋଇ ଭିନ୍ନ ଭିନ୍ନ ଦିଗରେ ଗତି କରିଥାନ୍ତି  । ତଥାପି ସେମାନେ ପ୍ରତିଫଳନର ନିୟମ ଅନୁସରଣ କରନ୍ତି  ।

ପ୍ରତିଫଳନ ଫଳରେ ପ୍ରତିବିମ୍ବର ଗଠନ

ତୁମେମାନେ ଜାଣିଛ ଯେ କୌଣସି ବସ୍ତୁକୁ ଦେଖିବାକୁ ହେଲେ ବସ୍ତୁରୁ ଆଲୋକ ଦର୍ଶକର ଚକ୍ଷୁରେ ଆସି ପଡିବା ଦରକାର  । ଏହା ଅର୍ଥ ବସ୍ତୁଟିରୁ ଆସୁଥିବା ଆଲୋକରଶ୍ମି ଚକ୍ଷୁର ରେଟିନା ଅଂଶରେ ପଡିଥାଏ  । ଯାହାପରେ ଦୃଷ୍ଟି ସ୍ନାୟୁ ଦ୍ଵାର ମସ୍ତିସ୍କ ନିକଟରେ ପହଞ୍ଚେ  । ଯେତେବେଳେ ବସ୍ତୁଟିରୁ ବା ଚିତ୍ରଟିରୁ ଆସୁଥିବା ଆଲୋକ ରଶ୍ମି ଗୁଡିକ ଚକ୍ଷୁର ରେଟିନାରେ ମିଳିତ ହୁଅନ୍ତି ବା ମିଳିତ ହେଲାପରେ ଜଣାପଡନ୍ତି ସେତେବେଳେ ବସ୍ତୁଟି ଦୃଶ୍ୟମାନ ହୁଏ ଏବଂ ଆମେ କହୁଯେ ବସ୍ତୁଟିର ଏକ ପ୍ରତିବିମ୍ବ ରେଟିନାରେ ଗଠିତ ହେଲା  । କୌଣସି ବସ୍ତୁକୁ ଏକ ଦର୍ପଣ ସାମ୍ନାରେ ରଖିଲେ ଏହାର ପ୍ରତିବିମ୍ବ ପ୍ରତିଫଳନ ଦ୍ଵାରା ସୃଷ୍ଟି ହୁଏ  । ବସ୍ତୁଟିର ପ୍ରତ୍ୟକ ବିନ୍ଦୁ ଆଲୋକ ରଶ୍ମିର ଗୋଟିଏ ଗୋଟିଏ ଉତ୍ସ ଭାବରେ କାର୍ଯ୍ୟକରେ ଯେଉଁଥିରୁ ଅନେକ ରଶ୍ମି ସୃଷ୍ଟି ହୋଇଥାଏ  । କୌଣସି ବିନ୍ଦୁର ଏକ ପ୍ରତିବିମ୍ବକୁ ଠାବ କରିବା ପାଇଁ ବସ୍ତୁର ଉକ୍ତ ବିନ୍ଦୁର ପ୍ରତିବିମ୍ବ ଗଠନ ପାଇଁ ଉକ୍ତ ନିର୍ଦ୍ଧିଷ୍ଟ ବିନ୍ଦୁରୁ ନିର୍ଗତ ଦୁଇଟି ରଶ୍ମି ଗତିପଥ ଏବଂ ସେମାନଙ୍କର ଛେଦ ବା ପ୍ରକୃତରେ ସେମାନେ ଯେଉଁଠାରେ ମିଳିତ ହୁଅନ୍ତି ବା ମିଳିତ ହେବାପରି ଜଣାପଡନ୍ତି ତାହାର ସାହାଯ୍ୟ ନିଆଯାଇଥାଏ  । ଯେଉଁ ବିନ୍ଦୁରେ ଏହି ଦୁଇ ରଶ୍ମି ପ୍ରକୃତରେ ମିଳିତ ହୁଅନ୍ତି ତାହା ଉକ୍ତ ବିନ୍ଦୁର ବାସ୍ତବ ପ୍ରତିବିମ୍ବ ଅଟେ  । ଯଦି ଏହି ଦୁଇ ରଶ୍ମି ଏକ ମିଳନ ବିନ୍ଦୁରୁ ଆସିଲାପରି ଜଣାପଡନ୍ତି  ତେବେ ଉକ୍ତ ବିନ୍ଦୁଟିକୁ ମୂଳ ବିନ୍ଦୁର ଆଭାସୀ କୁହାଯିବ  । ଅର୍ଥାତ୍ ପ୍ରତିଫଳିତ ରଶ୍ମି ଗୁଡିକର ପ୍ରକୃତ ଛେଦ ଫଳରେ ଗଠିତ ହେଉଥିବା ପ୍ରତିବିମ୍ବଟିକୁ ବାସ୍ତବ ପ୍ରତିବିମ୍ବ କୁହାଯାଏ  । ଏହାକୁ ସାଧାରଣତଃ ପରଦା ଉପରେ ପ୍ରଦର୍ଶିତ କରାଯାଇପାରେ  । ଅନ୍ୟପକ୍ଷରେ ଯେତେବେଳେ ପ୍ରତିଫଳିତ ରଶ୍ମି ଦ୍ୱୟ ପ୍ରକୃତରେ ପରସ୍ପରକୁ ଛେଦ କରନ୍ତି ନାହିଁ  ଏବଂ ସେମାନେ ଏକ ବିନ୍ଦୁରୁ ଆସୁଥିବାପରି ଜଣାପଡନ୍ତି ଏହି ପ୍ରତିବିମ୍ବକୁ ଆଭାସୀ ପ୍ରତିବିମ୍ବ କୁହାଯାଏ  ।  ଏହି ପ୍ରତିବିମ୍ବକୁ ପରଦାରେ ଧରି ରଖି ହୁଏନାହିଁ  ।

ତୁମପାଇଁ କାମ

ଗୋଟିଏ ସମତଳ ଦର୍ପଣ ନେଇ ଧଳା କାଗଜ ଉପରେ ଲମ୍ବ ଭାବରେ ରଖ  । ଏହାର ମସୃଣ ପୃଷ୍ଠରେ ଖଣ୍ଡିଏ ସରୁ ସର୍ବତ ନଳୀକୁ ଏକ ନିର୍ଦ୍ଧିଷ୍ଟ କୋଣରେ ରଖି ଏହାକୁ ଆପତିତ ରଶ୍ମି ଭାବରେ ବ୍ୟବହାର କର  । ଅନ୍ୟ ଏକ ସର୍ବତନଳୀକୁ ନେଇ ପୂର୍ବନଳୀର ପ୍ରତିବିମ୍ବ ସ୍ଥାନରେ ଦର୍ପଣ ଆଗରେ ରଖ  । ପ୍ରତିବିମ୍ବ ଏବଂ ଦ୍ଵିତୀୟ ନଳୀଟି ଏକ ସରଳରେଖାରେ ରୁହନ୍ତୁ  । ଦ୍ଵିତୀୟ ନଳୀଟି ପ୍ରତିଫଳିତ ରଶ୍ମିର ଭାବରେ ବ୍ୟବହୃତ ହେବ  । ବର୍ତ୍ତମାନ ନଳୀଟିର ପ୍ରତିବିମ୍ବକୁ ଛୁଇଁବାକୁ ଚେଷ୍ଟାକର  । ଧଳାକାଗଜର ଯେଉଁ ଅଂଶରେ ପ୍ରତିବିମ୍ବ ଦେଖାଯାଉଛି  ତାହାକୁ କାଟିବାକୁ ଚେଷ୍ଟାକର  । ତୁମେ ପ୍ରତିବିମ୍ବଟିକୁ କାଟିପାରିବ  କି ? ନା କାରଣ ଏହା ଏକ ଆଭାସୀ ପ୍ରତିବିମ୍ବ ଅଟେ  ।

ସମତଳ ଦର୍ପଣରେ ପ୍ରତିବିମ୍ବ ଗଠନ

ସମତଳ ଦର୍ପଣରେ ବସ୍ତୁର ପ୍ରତିବିମ୍ବ ଗଠନ ବୁଝିବା ପାଇଁ

  • ଏକ ସମତଳ ଦର୍ପଣ  କୁ ଭୁଲମ୍ବ ଭାବରେ ରଖାଯାଉ ।
  • ଦର୍ପଣ ଠାରୁ କିଛି ଦୂରରେ ଗୋଟିଏ ପିନକଣ୍ଟା ‘A’ ଏବଂ ଦର୍ପଣ ପାଖରେ ଅନ୍ୟ ଗୋଟିଏ ପିନକଣ୍ଟା ‘B’ କୁ ଏପରି ପୋତିଦିଅ  ଯେପରି A ଓ B କୁ ଯୋଗ କରୁଥିବା ରେଖାଖଣ୍ଡ ଦର୍ପଣ  ସହ ଏକ କୋଣ ସୃଷ୍ଟିକରିବ  ।
  • ‘A’ ଓ ’B’ ର ପ୍ରତିବିମ୍ବକୁ ଲକ୍ଷ୍ୟକରି ଯଥାକ୍ରମେ ‘C’ ଓ ‘D’ ସ୍ଥାନରେ ଅନ୍ୟ ଦୁଇଟି ପିନକଣ୍ଟା ପୋତ ଯେପରି A, B, C ଓ D ଏକ ସରଳରେଖାର ରହିବେ  ।
  • ବର୍ତ୍ତମାନ ଗୋଟିଏ ଆଖିବନ୍ଦ କରି ଏ ସମସ୍ତ ପିନକଣ୍ଟାର ପ୍ରତିବିମ୍ବକୁ ମୁହଁର ଗୋଟିଏ ପାର୍ଶ୍ଵରେ ଦେଖିବାକୁ ଚେଷ୍ଟାକର  । ଯଦି ପ୍ରଥମ ପୋତିଦେବା ପିନର ପ୍ରତିବିମ୍ବ ଏବଂ ପରେ ପୋତିଦେବା ଦୁଇଟି ପିନକଣ୍ଟା ଏକାଠି ଗତିକରିବା ପରି ଲାଗୁଥିବ ତେବେ ତୁମେ କହିପାରିବ ଯେ ତୁମର ପର୍ଯ୍ୟବେକ୍ଷଣ ମୁକ୍ତ ଅଟେ  ।
  • ପିନକଣ୍ଟା ଗୁଡିକର ଅବସ୍ଥାନ ପେନସିଲ ସାହାଯ୍ୟରେ ଯୋଗକର  ।
  • ପ୍ରଥମ ପିନକଣ୍ଟାକୁ ସ୍ଥିର ରଖ  । ଅନ୍ୟ ତିନୋଟି ପିନକଣ୍ଟାର ଅବସ୍ଥା ପରିବର୍ତ୍ତନ କରି ଏ ପରୀକ୍ଷାଟିକୁ ପୁନରାବୃତ୍ତି କର  । ଏହିପରି ଭାବରେ ଅନ୍ୟକିଛି ଅବସ୍ଥାର ନିରୀକ୍ଷଣ କର  ।

ପ୍ରତିବିମ୍ବ ଗଠନ ବୁଝିବା ପାଇଁ ତୁମେ ବସ୍ତୁ ‘A’ ଠାରୁ ନିର୍ଗତ ହେଉଥିବା ଆଲୋକରଶ୍ମିକୁ ବିଚାରକୁ ନେଇପାରା  । ଆମେ (a) (b) ଏବଂ (c) ନାମରେ ମାତ୍ର ତିନୋଟି ରଶ୍ମି ଅଙ୍କନ କରିଛେ  । ଏହି ରଶ୍ମି ତିନୋଟି ଦର୍ପଣ  କୁ ସ୍ପର୍ଶ କରି ଯଥାକ୍ରମେ (d) (e) (c) ଏବଂ ରଶ୍ମି ଆକାରରେ ପ୍ରତିଫଳିତ ହୋଇଛନ୍ତି

ଏହା ସୁସ୍ପଷ୍ଟ ଯେ ଏହି ରଶ୍ମି ତିନୋଟି ବାସ୍ତବରେ ମିଳିତ ହୋଇନଥାନ୍ତି  । ଅଥଚ ଏମାନେ ଦର୍ପଣ ମଧ୍ୟରୁ ଏକ ବିନ୍ଦୁରୁ ଆସିବାପରି ଜଣାପଡ଼ୁଛନ୍ତି  । ଯଦି ଆମେ ପ୍ରତିଫଳିତ ରଶ୍ମି (d) (e) (f) କୁ ପାଶ୍ଚାତ ଦିଗରେ ବର୍ଦ୍ଧିତ କରିବା ସେମାନେ  ବିନ୍ଦୁଠାରେ ମିଳିତ ହେବାପରି ଜଣାପଡିବେ  । ତେଣୁ   ର ପ୍ରତିବିମ୍ବ ଗଠିତ ହେବାର ଦେଖାଯାଏ  ।

ଉପରୋକ୍ତ କାର୍ଯ୍ୟରୁ ସମତଳ ଦର୍ପଣରେ ପ୍ରତିବିମ୍ବ ଗଠନର ଲକ୍ଷଣ ଗୁଡିକୁ ଆମେ ନିମ୍ନମତେ ଜାଣିପାରିବା  ।

ଏହି ଦର୍ପଣରେ ପ୍ରତିବିମ୍ବ ଆଭାସୀ (ଅର୍ଥାତ୍ ଅବାସ୍ତବ / ପ୍ରକୃତ ନୁହେଁ), ସଳଖ ଏବଂ ବସ୍ତୁର ସମ ଆକାରର ଅଟେ  ।

ଦର୍ପଣଠାରୁ ବସ୍ତୁର ଦୂରତା ଏବଂ ଦର୍ପଣ ମଧ୍ୟରେ ପ୍ରତିବିମ୍ବର ଦୂରତା ସମାନ ଅଟେ ଅର୍ଥାତ୍ OA =  ସମତଳ ଦର୍ପଣରେ କୌଣସି ବିନ୍ଦୁର ପ୍ରତିବିମ୍ବ ଦର୍ପଣ ପଛରେ ବସ୍ତୁଠାରୁ ଅଭିଲମ୍ବ ଦିଗରେ ଗଠିତ ହୋଇଥାଏ  ।

ପ୍ରତିଫଳନ ସମ୍ବନ୍ଧରେ ଅଳ୍ପକିଛି ତଥ୍ୟ

ଏକ ସମତଳ ଦର୍ପଣ ସମ୍ମୁଖରେ ନିଜର ବାମ ହସ୍ତକୁ ରଖ  । ପ୍ରତିଫଳିତ ପ୍ରତିବିମ୍ବରେ ତୁମେ କ’ଣ ଦେଖୁଛ ? ତୁମ ବାମହସ୍ତ ପ୍ରତିବିମ୍ବର ଦକ୍ଷିଣ ହସ୍ତପରି ଦେଖାଯିବ  । ସେହିପରି ସଂଖ୍ୟା ୨ଟି ବିପରୀତ ଭାବରେ ଦର୍ଶାଗଲା ପରି ଜଣା ପଡିବ  ।

ସମତଳ ଦର୍ପଣରେ ପ୍ରତିଫଳନ ସମୟରେ ଦର୍ପଣରେ ବସ୍ତୁର ବାମପାର୍ଶ୍ଵ ପ୍ରତିବିମ୍ବର ଦକ୍ଷିଣ ପାର୍ଶ୍ଵ ପରି ଏବଂ ବସ୍ତୁର ଦକ୍ଷିଣ ପାର୍ଶ୍ଵ ପ୍ରତିବିମ୍ବର ବାମପାର୍ଶ୍ଵ ପରି ପରିଲକ୍ଷିତ ହୁଏ  । ଏହାକୁ ପାର୍ଶ୍ଵପରିବର୍ତ୍ତନ କୁହାଯାଏ  । ଯାହାହେଉ ଦର୍ପଣ କିନ୍ତୁ ତଳ ଉପର ହୁଏନାହିଁ  । ଏହାର କାରଣ ହେଲା ସମତଳ ଦର୍ପଣ ତ୍ରକୀମିୟ ଦିଗରେ ଆଗ ପଛ ହୋଇଥାଏ  ଅର୍ଥାତ୍ କେତେକ Z- ଦିଗରେ ପରିବର୍ତ୍ତନ ହେବା ଫଳରେ ଏହା ବାମରୁ ଦକ୍ଷିଣ ଏବଂ ଦକ୍ଷିଣରୁ ବାମକୁ ପରିବର୍ତ୍ତିତ ହୁଏ  । ଉଦାହରଣ ସ୍ୱରୂପ(C) ରେ ପ୍ରଦର୍ଶିତ ହେବାପରି ଏକ ବାମାବର୍ତ୍ତି ପେଚକଣ୍ଟା (ସ୍କୃ) ଦକ୍ଷିଣାବର୍ତ୍ତି ପରି ଦେଖାଯାଏ  ।

ଏକ ସମତଳ ଦର୍ପଣଠାରୁ ବସ୍ତୁର ଦୂରତା ଦର୍ପଣ ଠାରୁ ପ୍ରତିବିମ୍ବର ଦୂରତା ସହ ସମାନ  । ଯଦି ବସ୍ତୁର ଦୂରତାରେ ପରିବର୍ତ୍ତନ ଘଟେ ତେବେ ପ୍ରତିବିମ୍ବର ଦୂରତାରେ ମଧ୍ୟ ସମାନ ପରିବର୍ତ୍ତନ ଘଟିବ ଅର୍ଥାତ୍ ଯଦି ଏକ ବସ୍ତୁ ‘V’ ପରିବେଗରେ ଦର୍ପଣ ଆଡକୁ ଗତି କରିବ ତେବେ ବସ୍ତୁର ପ୍ରତିବିମ୍ବ ମଧ୍ୟ ‘V’ ପରିବେଗରେ ଭିତରୁ ଦର୍ପଣ ଆଡକୁ ଆସିବା ଏବଂ ପ୍ରତ୍ୟକ ସମୟରେ ଦର୍ପଣଠାରୁ ବସ୍ତୁର ଦୂରତା ଏବଂ ପ୍ରତିବିମ୍ବର ଦୂରତା ସମାନ ରହିବ  । ଅଥଚ ପ୍ରତିବିମ୍ବ (2v) ପରିବେଗରେ ବସ୍ତୁ ଆଡକୁ ଗତି କରିବ  ।

ଏକ ରେଖାଚିତ୍ରକୁ ଅଙ୍କନକରି ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେବା ଯେ ତୁମେ ତୁମ ଉଚ୍ଚତାର ଅର୍ଦ୍ଧେକ ଉଚ୍ଚତା ବିଶିଷ୍ଟ ଏକ ସମତଳ ଦର୍ପଣରେ ତୁମର ପୂର୍ଣ୍ଣ ପ୍ରତିଛବି ଦେଖିପାରିବ  ।

ତୁମେ ଜାଣ କି

ଆମ ଚକ୍ଷୁ 400nm 700nm ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ଆଲୋକ ରଶ୍ମିକୁ ଦେଖିପାରେ  । ଏହି ତରଙ୍ଗ ଦୈର୍ଘ୍ୟବିଶିଷ୍ଟ ଆଲୋକର ସମାହାରକୁ ଦୃଶ୍ୟମାନ ଆଲୋକ କୁହାଯାଏ  । 700nm (ଲୋହିତ ରଙ୍ଗର ଆଲୋକ) ତରଙ୍ଗ ଦୈର୍ଘ୍ୟଠାରୁ ଅଧିକ ଆଲୋକକୁ ଆବଲୋହିତ ଆଲୋକ ରଶ୍ମି ଏବଂ 400nm ତରଙ୍ଗ ଦୈର୍ଘ୍ୟଠାରୁ (ବାଇଗଣୀ ରଙ୍ଗର ଆଲୋକ) କମ ଆଲୋକକୁ ଅତିବାଇଗଣୀ ଆଲୋକ ରଶ୍ମି କୁହାଯାଏ  । ପ୍ରତ୍ୟକ ଆଲୋକ ରଶ୍ମିର ଉତ୍ସରୁ ଏ ତିନିପ୍ରକାର ଆଲୋକ ମିଶି ଉତ୍ପନ୍ନ ହୋଇଥାଏ  । ସୂର୍ଯ୍ୟଠାରୁ ଅଧିକ ପ୍ରତିଶତ ଦୃଶ୍ୟମାନ ଆଲୋକ ରଶ୍ମିର ଉତ୍ସରୁ ଏ ତିନିପ୍ରକାରର ଆଲୋକ ମିଶି ଉତ୍ପନ୍ନ ହୋଇଥାଏ  । ସୂର୍ଯ୍ୟଠାରୁ ଅଧିକ ପ୍ରତିଶତ ଦୃଶ୍ୟମାନ ଆଲୋକ ରଶ୍ମି ନିର୍ଗତ ହୋଇଥାଏ  । ସୂର୍ଯ୍ୟାଲୋକ 50% ଦୃଶ୍ୟମାନ ଆଲୋକ 40% ଆବଲୋହିତ ରଶ୍ମି  10% ଅତିବାଇଗଣୀ ରଶ୍ମିର ସମାହାର ଅଟେ  । ସୂର୍ଯ୍ୟ ସକଳ ଶକ୍ତିର ଆଧାର  । ପ୍ରତି ସେକେଣ୍ଡରେ ସୂର୍ଯ୍ୟ 3.92 x  ଜୁଲ ଶକ୍ୟ ବିକିରଣ କରିଥାନ୍ତି  । ସୂର୍ଯ୍ୟଙ୍କଠାରୁ ବିକିରଣ ହେଉଥିବା ସମସ୍ତ ଶକ୍ତିରୁ ମାତ୍ର0.0005% ଶକ୍ତି ବର୍ଗ କି.ମି. ପିଛା 1.388 ଜୁଲ ସୌରଶକ୍ତି ଗ୍ରହଣ କରିଥାଏ  ।

 

ତୁମେ ଜାଣ କି

ଖ୍ରୀ. ପୂ ୬୦୦ରେ ଗ୍ରୀକ ଦାର୍ଶନିକ ପାଇଥାଗୋରାସ ଆଲୋକର ପ୍ରକୃତି ସମ୍ବନ୍ଧୀୟ ଉପରୋକ୍ତ ତଥ୍ୟ ପ୍ରଦାନ କରିଥିଲେ  । କୌଣସି ବସ୍ତୁ ଉପରେ ଆଲୋକ ପଡି ପ୍ରତିଫଳିତ ହୋଇ ଚକ୍ଷୁକୁ ଆସିଲେ ବସ୍ତୁଟି ଦୃଶ୍ୟମାନ ହୋଇଥାଏ  । ଏହି ତତ୍ତ୍ଵ ପରବର୍ତ୍ତୀ ଅବସ୍ଥାରେ ସାର୍ ଆଇଜାକ ନିଉଟନ୍ (୧୬୪୨ - ୧୭୨୭) ଏବଂ ହ୍ୟୁଜନ (୧୬୭୦) ଙ୍କ ଦ୍ଵାରା ପରବର୍ତ୍ତିତ ହୋଇଥିଲା  ।

ବର୍ତ୍ତୁଳ ଦର୍ପଣରେ ପ୍ରତିଫଳନ

ଏକ ଫମ୍ପା ଗୋଲାକାର ଦର୍ପଣର ଭିଆର ପୃଷ୍ଠା  ବା ବାହାର ପୃଷ୍ଠତଳର ଏକ ଅଂଶକୁ ନେଇ ବର୍ତ୍ତୁଳ ଦର୍ପଣ ତିଆରି ହୋଇଥାଏ  । ସାଧାରଣତଃ ଦୁଇପ୍ରକାରର ବର୍ତ୍ତୁଳ ଦର୍ପଣ ଦେଖାଯାଏ  । (କ) ଉତ୍ତଳ ଦର୍ପଣ ଏବଂ (ଖ) ଅବତଳ ଦର୍ପଣ

ଉତ୍ତଳ ଦର୍ପଣ : ଏହି ପ୍ରକାର ଦର୍ପଣର ମଝି ଅଂଶଟି ପେଟୁଆହୋଇ ବାହାରିତଥାଏ ଯାହାର ଭିତର ପାର୍ଶ୍ଵ ବା ଖାଲୁଆ ପାର୍ଶ୍ଵରେ ରୂପାରଲେପ ଦିଆଯାଇଥାଏ ଏବଂ ବାହାର ପୃଷ୍ଠଟି ପ୍ରତିଫଳନ ପୃଷ୍ଠ ହୋଇଥାଏ

ଅବତଳ ଦର୍ପଣ :ଏହି ଦର୍ପଣର ଭିତର ଖାଲୁଆ ପାର୍ଶ୍ଵକୁ ପ୍ରତିଫଳନ ପୃଷ୍ଠ ଏବଂବାହାର ପାର୍ଶ୍ଵଟିରେ ରୂପାର ଲେପ ଦିଆଯାଇଥାଏ ।

ବର୍ତ୍ତୁଳ ଦର୍ପଣରେ ପ୍ରତିଫଳନ ବୁଝିବା ପାଇଁ ଏହାର ବିଭିନ୍ନ ଅଂଶ ଗୁଡିକୁ ଚିହ୍ନି ଜାଣିବା ଦରକାର

  • ମେରୁ ‘P’ ବର୍ତ୍ତୁଳ ଦର୍ପଣର ମଧ୍ୟ ବିନ୍ଦୁକୁ ସୂତାରେ ମାଟି ମାପି ସ୍ଥିର କର  । ଏହାର ନାମ P ଦିଅ । ଏହି ବିନ୍ଦୁକୁ ଦର୍ପଣର ମେରୁ ବିନ୍ଦୁ କୁହାଯାଏ  ।
  • ବକ୍ରତା କେନ୍ଦ୍ର : ‘C’ ବର୍ତ୍ତୁଳ ଦର୍ପଣଟି ଯେଉଁ ଫମ୍ପା ଗୋଲାକାର ଅଂଶ ବିଶେଷ ସେହି ଗୋଲକର କେନ୍ଦ୍ରକୁ ବକ୍ରତା କେନ୍ଦ୍ର କୁହାଯାଏ  । ଦର୍ପଣ ପୃଷ୍ଠ ପ୍ରତି ଦୁଇଟି ଅଭିଲମ୍ବ ଟଣାଯାଇ ଏହାର ଛେଦବିନ୍ଦୁକୁ ବକ୍ରତା କେନ୍ଦ୍ର ବୋଲି ଧରି ନିଆଯାଏ  । ‘C’ ବକ୍ରତା କେନ୍ଦ୍ର ଅଟେ  ।
  • ବକ୍ରତା ବ୍ୟାସାର୍ଦ୍ଧ  ‘R’ ବକ୍ରତା କେନ୍ଦ୍ର ସହ ବର୍ତ୍ତୁଳ ଦର୍ପଣରେ ଯେକୌଣସି ବିନ୍ଦୁକୁ ଯୋଗକଲେ ଯେଉଁ ରେଖାଖଣ୍ଡ ମିଳେ ତାହା ବର୍ତ୍ତୁଳ ଦର୍ପଣର ବକ୍ରତା ବ୍ୟାସାର୍ଦ୍ଧ ଅଟେ  ।
  • ପ୍ରଧାନ ଅକ୍ଷ କୌଣସି ଉତ୍ତଳ ବା ଅବତଳ ଦର୍ପଣର ମେରୁ ବିନ୍ଦୁକୁ ବକ୍ରତାକେନ୍ଦ୍ର ସହଯୋଗ କରି ବଢାଇଲେ ଯେଉଁ ସରଳରେଖାଟି ମିଳେ ତାହାକୀ ବର୍ତ୍ତୁଳ ଦର୍ପଣର ପ୍ରଧାନ ଅକ୍ଷ କହନ୍ତି CP ପ୍ରଧାନ ଅକ୍ଷ ଅଟେ  ।
  • ପ୍ରଧାନ ଫୋକସ ‘F’ ପ୍ରଧାନ ଅକ୍ଷ ନିକଟତର ଏବଂ ସମାନ୍ତର ହୋଇ ଦର୍ପଣ ପୃଷ୍ଠରେ ଆପତିତ ରଶ୍ମି ସମୂହ ପ୍ରତିଫଳନ ପରେ ଏକ ପ୍ରଧାନ ଅକ୍ଷର ବିନ୍ଦୁରେ କେନ୍ଦ୍ରିଭୂତ ହୋଇ ଗତିକରିବ  । (ଅବତଳ ଦର୍ପଣ) ବା ଏହି ରଶ୍ମିସବୁ କେନ୍ଦ୍ରିଭୂତ ହେବା ପରିବର୍ତ୍ତେ ପ୍ରଧାନ ଅକ୍ଷର ଏକ ବିନ୍ଦୁରୁ ଆସି ପରସ୍ପର ଠାରୁ ଦୂରେଇଯିବା ପରି ଜଣାପଡନ୍ତି  । ଏହି ବିନ୍ଦୁକୁ ଫୋକସ ବ୍ନ୍ଦୁ କୁହାଯାଏ  ।
  • ଫୋକସ ଦୂରତା – ‘f’ ଉତ୍ତଳ ବା ଅବତଳ ଦର୍ପଣର ମେରୁ ବିନ୍ଦୁ (P) କୁ ଫୋକସ (F) ସହଯୋଗ କଲେ ଯେଉଁ ରେଖାଖଣ୍ଡ ମିଳେ ତାହାକୁ ସେହି ଦର୍ପଣର ଫୋକସ ଦୂରତା (f) ସହଯୋଗ କଲେ ଯେଉଁ ରେଖାଖଣ୍ଡ ମିଳେ ତାହାକୁ ସେହି ଦର୍ପଣର ଫୋକସ ଦୂରତା (f) କହନ୍ତି  ।

ବକ୍ରତା ବ୍ୟାସାର୍ଦ୍ଧ ଓ ଫୋକସ ଦୂରତା ମଧ୍ୟରେ ସମ୍ପର୍କ

ଅବତଳ ଦର୍ପଣର M ବିନ୍ଦୁରେ ଆଲୋକ ରଶ୍ମି IM ର ପ୍ରତିଫଳନକୁ ଲକ୍ଷ୍ୟକର  । ଏଠାରେ CM ଅଭିଲମ୍ବ ଏବଂ ପ୍ରାଇଫଳିତ ରଶ୍ମି MF, ଫୋକସ F ମଧ୍ୟଦେଇ ଗତି କରୁଛି  ।

ବର୍ତ୍ତୁଳ ଦର୍ପଣର ପ୍ରତିବିମ୍ବ ଗଠନର ନିୟମାବଳୀ

ଯେ କୌଣସି ଦୁଇଟି ରଶ୍ମିର ସାହାଯ୍ୟନେଇ ଦର୍ପଣରେ ପ୍ରତିବିମ୍ବ ଗଠନର ରଶ୍ମି ଚିତ୍ର ଅଙ୍କନ କରାଯାଇଥାଏ  । ଯେଉଁ ବିନ୍ଦୁରେ ଉକ୍ତ ରଶ୍ମି ଦ୍ୱୟ ମିଳିତ ହୁଏଣ୍ଟି ବା ମିଳିତ ହେଲାପରି ଜଣାପଡନ୍ତି ସେହି ବିନ୍ଦୁଟି ପ୍ରତିବିମ୍ବର ବିନ୍ଦୁ ଅଟେ  ।

  • କେନ୍ଦ୍ରୀୟ ରଶ୍ମି : ଦର୍ପଣର ଏକ ପାର୍ଶ୍ଵର ମେରୁ ବିନ୍ଦୁ’ରେ ଆପତିତ ରଶ୍ମି ଯେଉଁ ଆପତନ କୋଣ ସୃଷ୍ଟିକରେ  ସେହି ପରିମାଣର ପ୍ରତିଫଳନ କୋଣ ସୃଷ୍ଟିକରି ଅନ୍ୟ ପାର୍ଶ୍ଵରେ ପ୍ରତିଫଳନ ହୁଏ  ।
  • ସମାନ୍ତର ରଶ୍ମି : ଅବତଳ ଦର୍ପଣରେ ପ୍ରଧାନ ଅକ୍ଷ ସହ ସମାନ୍ତର ଭାବରେ ଆସୁଥିବା ରଶ୍ମିଗୁଚ୍ଛ ପ୍ରତିଫଳନ ପରେ ଫୋକସ ମଧ୍ୟଦେଇ ଗତିକରନ୍ତି ଏବଂ ଉତ୍ତଳ ଲେନ୍ସରେ ପ୍ରତିଫଳନ ପରେ ପ୍ରଧାନ ଫୋକସରୁ ଆସୁଥିବା ପରି ଜଣାପଡନ୍ତି  ।
  • ବକ୍ରତା କେନ୍ଦ୍ର ମଧ୍ୟଦେଇ ଗତିକରୁଥିବା ରଶ୍ମି : ଉତ୍ସରୁ ଆସୁଥିବା କୌଣସି ଆଲୋକ ରଶ୍ମି ‘C’ ମଧ୍ୟଦେଇ ଫେରେ ।
  • ଫୋକସ ଦେଇ ଗତି କରୁଥିବା ରଶ୍ମି : କୌଣସି ଏକ ଆଲୋକ ରଶ୍ମି ଫୋକସ ଦେଇ ଗତିକରେ ବର୍ତ୍ତୁଳାକାର ଦର୍ପଣରେ ପତିତ ହେଲେ ତାହାପ୍ରତିଫଳନ ପରେ ପ୍ରଧାନ ଅକ୍ଷ ସହ ସମାନ୍ତର ଭାବରେ ଫେରିଥାଏ  ।

ଅବତଳ ଦର୍ପଣରେ ପ୍ରତିବିମ୍ବ ଗଠନ  :

ପ୍ରତିବିମ୍ବ ଗଠନରେ ଉପରୋକ୍ତ ନିଯମାବଳୀକୁ ବ୍ୟବହାର କରି ଅବତଳ ଦର୍ପଣର ବିଭିନ୍ନ ଅବସ୍ଥାନରେ ଥିବା ବସ୍ତୁର ପ୍ରତିବିମ୍ବ ଗଠନର ରଶ୍ମି ପ୍ରଦତ୍ତ ହୋଇଅଛି  ।

ଉତ୍ତଳ ଦର୍ପଣରେ ପ୍ରତିବିମ୍ବ ଗଠନ

ଉତ୍ତଳ ଦର୍ପଣରେ ପ୍ରତିବିମ୍ବର ଗଠନ ଦର୍ଶାଯାଇଛି  ।

ଅବତଳ ଓ ଉତ୍ତଳ ଦର୍ପଣରେ ପ୍ରତିବିମ୍ବ ଗଠନରୁ ଅବସ୍ଥାନ, ପ୍ରକୃତି ଏବଂ ଆକୃତି ନିମ୍ନମତେ ସଂକ୍ଷେପରେ ଜାଣିହେବ

ବସ୍ତୁରୁ ଅବସ୍ଥାନ

ପ୍ରତିବିମ୍ବର ଅବସ୍ଥାନ

ପ୍ରତିବିମ୍ବର ପ୍ରକୃତି

ପ୍ରତିବିମ୍ବର ଆକାର

ଅବତଳ ଦର୍ପଣ ପାଇଁ

P ଓ F ମଧ୍ୟରେ

ଦର୍ପଣ ପଛପଟେ

ଆଭାସୀ ଓ ସିଧା

ବଡ

F ଉପରେ

ଅନନ୍ତ ଦୂରରେ

ବାସ୍ତବ, ଓଲଟା

ବହୁତ ବଡ

F ଓ 2F ମଧ୍ୟରେ

2F ଓ ଅନନ୍ତ ଦୂରତା ମଧ୍ୟରେ

ବାସ୍ତବ, ଓଲଟା

ବଡ

2F ଉପରେ

2F ଉପରେ

ବାସ୍ତବ, ଓଲଟା

ସମାନ

2F ପଛରେ

‘F’ ଓ 2F ମଧ୍ୟରେ

ବାସ୍ତବ, ଓଲଟା

ଛୋଟ

ଅନନ୍ତ ଦୂରତାରେ

F ଉପରେ

ବାସ୍ତବ, ଓଲଟା

ଖୁବ ଛୋଟ

ଉତ୍ତଳ ଦର୍ପଣ ପାଇଁ

ଯେକୌଣସି ଅବସ୍ଥାନରେ

P ଓ F ମଧ୍ୟରେ

ଆଭାସୀ

ସର୍ବଦା ଛୋଟ

 

ତୁମେ ଜାଣ କି

  • ଏକ ବସ୍ତୁରୁ ସମ୍ପର୍କ ପ୍ରତିବିମ୍ବ ଦର୍ପଣର ପ୍ରତ୍ୟକ ବିନ୍ଦୁରେ ସୃଷ୍ଟିହୁଏ  । ଏହି ସଂପୂର୍ଣ୍ଣ ପ୍ରତିବିମ୍ବ ଗୁଡିକ ପରସ୍ପର ଉପରେ ମିଶି ଆମେ ପରିଶେଷରେ ବସ୍ତୁଟିର ପ୍ରତିବିମ୍ବକୁ ଦେଖିପାରୁ  । ପ୍ରତିବିମ୍ବର ଉଜ୍ଜ୍ଵଳତା ଦର୍ପଣର ପ୍ରତିଫଳନ ପୃଷ୍ଠ ଭାଗରେ ନିର୍ଭର କରେ  । ତେଣୁ ବଡ ଦର୍ପଣ ଉଜ୍ଜ୍ଵଳ ପ୍ରତିବିମ୍ବ ଗଠନ କରିଥାଏ  । ରାଜସ୍ଥାନର “ଆମିର ଫୋର୍ଟ” କୁ ସିନେମା “ଉମରାଓଜାନ” ର ସୁଟିଙ୍ଗ ପାଇଁ ବ୍ୟବହାର କରାଗଲାବେଳେ ଏହି ଉପରୋକ୍ତ ତତ୍ତ୍ଵକୁ ବ୍ୟବହାର କରାଯାଇଥିଲା  ।
  • ଦର୍ପଣର ପ୍ରତ୍ୟକ ବିନ୍ଦୁ ବସ୍ତୁର ସମ୍ପୂର୍ଣ୍ଣ ପ୍ରତିବିମ୍ବ ଗଠନ କରିଥାଏ  । ବସ୍ତୁରୁ ପ୍ରତିଫଳିତ ହୋଇ ଆସୁଥିବା ଆଲୋକରଶ୍ମି ଯେଉଁ ଅଂଶ ଆମ ଚକ୍ଷୁରେ ପଡେ ଆମେ କେବଳ ସେତିକି ଦେଖିଥାଉ  ।

ତେଣୁ –

  1. ଜଣେ ବ୍ୟକ୍ତି ଏକ ବସ୍ତୁର ସମ୍ପୂର୍ଣ୍ଣ ପ୍ରତିବିମ୍ବ ଦେଖିବା ପାଇଁ ନିଜ ଉଚ୍ଚତାର ଅର୍ଦ୍ଧେକ ଉଚ୍ଚ ସମତଳ ଦର୍ପଣ ଆବଶ୍ୟକ କରେ  ।
  2. ବ୍ୟକ୍ତି ପଛରେ ଥିବା ଏକ କାନ୍ଥର ସମ୍ପୂର୍ଣ୍ଣ ପ୍ରତିବିମ୍ବ ଦେଖିବା ପାଇଁ ଜଣେ ବ୍ୟକ୍ତି ଉକ୍ତ  କାନ୍ଥ ଉଚ୍ଚତାର ୧/୩ ଉଚ୍ଚ ସମତଳ ଦର୍ପଣ ଏବଂ ଠିକ୍ ଦର୍ପଣ ଓ କାନ୍ଥ ମଝିରେ ଠିଆହୋଇଥିବା ଦରକାର  ।
  • ଯଦି ଦୁଇଟି ସମତଳ ଦର୍ପଣ ପରସ୍ପର ସହ 0 କୋଣରେ ରୁହନ୍ତି ତେବେ ସେମାନଙ୍କ ମହୟରେ ସୃଷ୍ଟି ହେଉଥିବା ପ୍ରତିବିମ୍ବ ସଂଖ୍ୟା ନିମ୍ନମତେ ନିର୍ଦ୍ଧାରିତ ହେବ  ।

ଉଦାରବ ସ୍ୱରୂପ ଦର୍ପଣ ଦ୍ଵାରା -  କୋଣରେ ରହିଲେ 5ଟି ପ୍ରତିବିମ୍ବ ସୃଷ୍ଟି ହେବ  ।

  • ଦୁଇଟି ସମତଳ ଦର୍ପଣ ଭିନ୍ନଭିନ୍ନ କୋଣରେ ରହିଲେ ମଧ୍ୟ ସମାନ ସଂଖ୍ୟକ ପ୍ରତିବିମ୍ବ ଗଠନକରି ପାରନ୍ତି  । ଯଥା 0 ର ମୂଲ୍ୟ  ଏବଂ  ମଧ୍ୟରେ ହେଲେ ସର୍ବାଧିକ n = 3 ସଂଖ୍ୟକ ପ୍ରତିବିମ୍ବ ଗଠିତ ହେବ  । ଅର୍ଥାତ୍ ଯଦି 0 ଦତ୍ତଅଛି ‘n’ ନିର୍ଦ୍ଧିଷ୍ଟ ଅଟେ  । କିନ୍ତୁ (n) ଦତ୍ତ ଥିଲେ 0 ଅନିର୍ଦ୍ଧିଷ୍ଟ  ।
  • ଦର୍ପଣର ଅବସ୍ଥାନ ଏବଂ ଦର୍ଶକର ଆପେକ୍ଷିକ ଅବସ୍ଥାନ ଉପରେ ପ୍ରତିବିମ୍ବର ସଂଖ୍ୟା ମଧ୍ୟ ନିର୍ଭର କରେ  । ଯଦି  0 =  ସର୍ବାଧିକ 3 ଟି ପ୍ରତିବିମ୍ବ ଗାହିତ ହୁଏ  । କିନ୍ତୁ ପ୍ରତିବିମ୍ବ ସଂଖ୍ୟା ଦର୍ଶକର ଅବସ୍ଥାନ ଅନୁସାରେ 1, 2 କିମ୍ବା 3 ହୋଇପାରେ  ।

ଦର୍ପଣର ବ୍ୟବହାର

ସମତଳ ଦର୍ପଣ

  • ପ୍ରତିବିମ୍ବ ଦେଖିବା ପାଇଁ ବ୍ୟବହାର କରାଯାଏ  ।
  • କେଲିଡିଓ ସ୍କୋପ, ଟେଲିସ୍କୋପ (ଦୂରବୀକ୍ଷଣ ଯନ୍ତ୍ର), ପେରିସ୍କୋପ ଇତ୍ୟାଦିରେ ବ୍ୟବହୃତ ହୁଏ  ।
  • ବୁଲାଣିଆ କୋଣ ଦେଖିବାପାଇଁ
  • ଆଲୋକ ପ୍ରତିଫଳକ ଆକାରରେ

ଅବତଳ ଦର୍ପଣ ବ୍ୟବହାର :

  • ସର୍ଚ୍ଚଲାଇଟ, ଗାଡିମୋଟର ପ୍ରଭୃତିର ହେଡଲାଇଟ, ପ୍ରୋଜେକ୍ଟର  ଇତ୍ୟାଦିର ପ୍ରତିଫଳକ  ଆକାରରେ  ।
  • ସୌର ରନ୍ଧକରେ ଅଭିସାରୀ ପ୍ରତିଫଳକ ହିସାବରେ
  • ଉଚ୍ଚ କୋଠାଘର ଗୁଡିକୁ ଆଲୋକିତ କରିବା ପାଇଁ ବ୍ୟବହୃତ ଫ୍ଲଡଲାଇଟର ଅପସାରୀ ଆଲୋକ ସୃଷ୍ଟିପାଇଁ
  • ଟେଲିସ୍କୋପ ପ୍ରତିଫଳକ ରୂପ  ।

ଅବତଳ ଦର୍ପଣ ବ୍ୟବହାର :

  • ମଟରଗାଡି, ସ୍କୁଟର, ମଟର ସାଇକେଲରେ ପଛଭାଗକୁ ବିସ୍ତୃତ  ଭାବରେ ସମ୍ମୁଖରେ ଦେଖିବା ପାଇଁ  ।
  • ଦ୍ଵିତଳ ବସ ଗୁଡିକର ରାସ୍ତାରେ ବିପଦଜନକ ମୋଡ ଦେଖିବା ପାଇଁ

ସଙ୍କେତ ଓ ଦର୍ପଣର ସୂତ୍ର

ବର୍ତ୍ତୁଳ ଦର୍ପଣରେ ଦୂରତା ନିରୂପଣ ପାଇଁ ନିମ୍ନ ନିୟମାବଳୀ ଗୁଡିକ ଅବଲମ୍ବନ କରାଯାଇଥାଏ  ।

  • ସମସ୍ତ ଦୂରତା ଦର୍ପଣର ମେରୁ (Pole) P ଠାରୁ କରାଯାଇଥାଏ  ।
  • ଆପତିତ ରଶ୍ମି ଦିଗରେ ଦୂରତାର ମାପ ଯୁକ୍ତାତ୍ମକ ହୋଇଥାଏ  ।
  • ଆପତିତ ରଶ୍ମିର ବିପରୀତ ଦିଗରେ ଗତିକରୁଥିବା ରଶ୍ମିର ଦୂରତାକୁ ବିଯୁକ୍ତାତ୍ମକ ନିଆଯାଇଥାଏ  ।
  • ପ୍ରଧାନ ଅକ୍ଷ ଉପରକୁ ଥିବା ଉଚ୍ଚତାକୁ ଯୁକ୍ତାତ୍ମକ ଏବଂ ତଳ ଦୈର୍ଘ୍ୟକୁ ବିଯୁକ୍ତାତ୍ମକ ଧରାଯାଇଥାଏ  ।

ଅବତଳ ଦର୍ପଣରେ 2 f ସ୍ଥାନରେ (ବକ୍ରତା କେନ୍ଦ୍ର) ବସ୍ତୁକୁ ରଖିଲେ ଏହାର ପ୍ରତିବିମ୍ବ ସେହି 2f ସ୍ଥାନରେ ଗଠିତ ହେବା ତୁମେମାନେ ଜାଣିଛ  । ଯଦି ଫୋକସ ଦୂରତା ‘f’ ହୁଏ ବସ୍ତୁର ଦୂରତା ‘u’ ଏବଂ ପ୍ରତିବିମ୍ବର ଦୂରତାକୁ ‘f’ ଏକକ ନେଇ

U = -2f ଏବଂ v= -2f

ଏବଂ f ନିମ୍ନମତେ ପ୍ରକାଶ କରାଯିବ

=  +  କିମ୍ବା  =  +  ଏହାକୁ ଦର୍ପଣ ସୂତ୍ର କୁହାଯାଏ  । ଏବଂ ଉତ୍ତଳ ଦର୍ପଣ ପାଇଁ ମଧ୍ୟ ପରୀକ୍ଷା ନିରୂପଣ କରାଯାଇପାରେ ଏହି ସୂତ୍ରକୁ ବ୍ୟବହାର କରି ଦର୍ପଣରେ ପ୍ରତିବିମ୍ବ ଗଠନକୁ ପ୍ରମାଣିତ କରାଯାଇପାରିବ  ।

ବର୍ତ୍ତୁଳ ଦର୍ପଣରେ ପ୍ରତିବିମ୍ବର ବର୍ଦ୍ଧନ

ବର୍ତ୍ତୁଳ ଦର୍ପଣରେ ପ୍ରାୟତଃ ବସ୍ତୁର ପ୍ରତିବିମ୍ବ ବର୍ଦ୍ଧିତ ଆକାରରେ ଦେଖାଯାଇଥାଏ  । ପ୍ରତିବିମ୍ବର ଆକାର ଏବଂ ବସ୍ତୁର ଆକାରରେ ଅନୁପାତକୁ ପ୍ରତିବିମ୍ବର ସଳଖ ବର୍ଦ୍ଧନ କୁହାଯାଏ  ।

ଅର୍ଥାତ୍ ସଳଖ ବର୍ଦ୍ଧନ (M) =   =

ଯେଉଁଠାରେ (v) = ଦର୍ପଣଠାରୁ ପ୍ରତିବିମ୍ବର ଦୂରତା

(u) = ଦର୍ପଣଠାରୁ ବସ୍ତୁର ଦୂରତା

ଆଲୋକର ପ୍ରତିସରଣ

ଏକ ଜଳପୂର୍ଣ୍ଣ ପାତ୍ରରେ ତଳେ ଥିବା ଏକ ମୁଦ୍ରାକୁ କେବେ ଲକ୍ଷ୍ୟ କରିଛ ? ମୁଦ୍ରାଟି ଟିକେ ଉପରକୁ ଥିବାପରି ଦେଖାଯାଏ  । ଏହା ଏପରି କାହିଁକି ଦେଖାଯାଏ ? ଯେଉଁଠାରେ ଆଲୋକରଶ୍ମି ମିଳିତ ହୁଏ ବା ମିଳିତ ହେଲାପରି ଜଣାପଡେ ସେହି ବିନ୍ଦୁକୁ ଆମେ ଦେଖିପାରୁ  ।

ଯେତେବେଳେ ଆଲୋକ ଜଳରୁ ନିର୍ଗତ ହୁଏ ଏହା ନିଜ ଗତିପଥରୁ ବଙ୍କେଇ ଯାଏ, ଯାହାଫଳରେ ବସ୍ତୁଟି ପାର୍ଶ୍ଵକୁ ଘୁଞ୍ଚିଲାପରି ଜଣାପଡେ  । ଏହା ସର୍ବଦା ଘଟେ କି ? ନା ଯେତେବେଳେ ଆଲୋକ ଗୋଟିଏ ମାଧ୍ୟମରୁ ଅନ୍ୟମାଧ୍ୟମକୁ ଗତିକରେ ଏପରି ଘଟିଥାଏ  । ଆଲୋକର ଏହି ଦିଗ ପରିବର୍ତ୍ତନ ମାଧ୍ୟମରେ ଘନତା ଉପରେ ନିର୍ଭର କରିଥାଏ  । ଯେତେବେଳେ ଆଲୋକ ଘନ ମାଧ୍ୟମରୁ ଲଘୁ ମାଧ୍ୟମ ଆଡକୁ ଗତିକରିବା ସମୟରେ ଏହା ଅଭିଲମ୍ବ ଠାରୁ ଦୂରେଇଯାଏ  । ଯେତେବେଳେ ଏହା ଲଘୁମାଧ୍ୟମରୁ ଘନମାଧ୍ୟମକୁ ଗତିକରେ ଏହା ଅଭିଲାମ୍ବା ଆଡକୁ ବଙ୍କେଇ ଆସେ  ।

ଆଲୋକ ଗୋଟିଏ ମାଧ୍ୟମରୁ ଭିନ୍ନ ସାନ୍ଦ୍ରତା ବିଶିଷ୍ଟ ଅନ୍ୟ ଏକ ମାଧ୍ୟମକୁ ଗତିକଲାବେଳେ ଦୁଇ ମାଧ୍ୟମର ସଂଯୋଗ ପୃଷ୍ଠରେ ଏହାର ଦିଗ ପରିବର୍ତ୍ତନକୁ ଆଲୋକର ପ୍ରତିସରଣ କୁହାଯାଏ  ।

ଆଲୋକ ଗତିପଥରେ ପରିବର୍ତ୍ତନ ହୋଇଛି କିନ୍ତୁ ଏହା ସଳଖ ଭାବରେ ଗତିକରୁଛି  । ଏହାକୁ ପ୍ରତିସରଣ କୁହାଯିବ କି ? ନିଶ୍ଚିତ ଭାବରେ ଏହା ମଧ୍ୟ ପ୍ରତିସରଣ ଅଟେ  । ଆଲୋକ ରଶ୍ମି ଅଭିଲାମ୍ବା ପରି ଗତିକଲେ ଏହାର ଦିଗ ପରିବର୍ତ୍ତନ ହୁଏନାହିଁ  । ପ୍ରତିସରଣ ସମୟରେ ଆଲୋକର ଆବୃତ୍ତି ପରିବର୍ତ୍ତନ ହୁଏ ନାହିଁ ମାତ୍ର ଏହାର ବେଗ ଓ ତରଙ୍ଗ ଦୈର୍ଘ୍ୟ ରେ ପରିବର୍ତ୍ତନ ହୋଇଥାଏ  ।

ତୁମ ପାଇଁ କାମ

ଆଲୋକ ପ୍ରତିସରଣକୁ ଅନୁଧ୍ୟାନ ପାଇଁ ଟେବୁଲ ଉପରେ ଗୋଟିଏ ଧଳା କାଗଜ ଫର୍ଦ୍ଦ ବିଛାଅ  । କାଗଜ ଉପରେ ଗୋଟିଏ ଆୟତଘନକାର  କାଚ ରଖି ତାର ଚତୁଃସୀମା ଟାଣ  । ଏହାର ପାର୍ଶ୍ଵରେ ଆନତ ଭାବରେ ରେଖା (OC) ଅଙ୍କନ କର  । ଏହି ରେଖା ଉପରେ ‘A’ ଓ ‘B’ ନାମରେ ଦୁଇଟି ପିନକଣ୍ଟା କାଗଜ ଉପରେ ସିଧାଭାବରେ ପୋତ  । ବର୍ତ୍ତମାନ କାଚର ଅପର ପାର୍ଶ୍ଵରେ ‘A’ ଓ ‘B’ ପ୍ରତିବିମ୍ବକୁ ଲକ୍ଷ୍ୟକରି ଅନ୍ୟ ଏକ ପିନକଣ୍ଟା Fକୁ ପୋତ ଯେପରି A, B, E, F ଏକ ସରଳରେଖାରେ ରହିବେ  । ବର୍ତ୍ତମାନ ଅନ୍ୟ ଏକ ପିନକଣ୍ଟା F ପୋତ ଯେପରି A, B, E ଏକ ସରଳରେଖାରେ ରହିବେ  । ଆୟତଘନାକାର କାଚ ଏବଂ ପିନକଣ୍ଟା ଗୁଡିକୁ ଉଠାଇନିଅ  । E ଓ F କୁ ଯୋଗକର ଯେପରି ଯାହା କାଚର D ପାର୍ଶ୍ଵରେ ସ୍ପର୍ଶକରୁ  । ରେଖା ABC ଆୟତଘନାକାର କାଚ ଉପରେ ଆପତନ ରଶ୍ମି ଏବଂ DEF ରେଖା D ପାର୍ଶ୍ଵରେ ନିର୍ଗତ ରଶ୍ମିର ଦିଗ ସୂଚାଉଅଛି  । ରେଖାଖଣ୍ଡ CD କାଚ ମଧ୍ୟରେ ପ୍ରତିସୃତ ରଶ୍ମିର ଦିଗ ସୁଚାଏ  । ଆୟତଘନାକାର କାଚର ଚତୁଃସୀମାରେ C ବିନ୍ଦୁରେ   ଏବଂ   ବିନ୍ଦୁରେ ( ଅଭିଲମ୍ବ ଅଙ୍କନ କର  । ବର୍ତ୍ତମାନ ତୁମେ ଲକ୍ଷ୍ୟକରିପାରିବ  ଆଲୋକ ଲଘୁମାଧ୍ୟମ (ବାୟୁ)ରୁ ଘନମାଧ୍ୟମ  (କାଚ) ମଧ୍ୟରେ ଗତି କଲାବେଳେ ଅଭିଲମ୍ବ ଆଡକୁ ବଙ୍କାଇଯାଏ  ଏବଂ ଯେତେବେଳେ ଘନମାଧ୍ୟମ (କାଚ)ରୁ ପୁନଶ୍ଚ ଲଘୁ ମାଧ୍ୟମ (ବାୟୁ) ଗତିକରେ ଏହା ଅଭିଲମ୍ବଠାରୁ ଦୂରେଇ ଯାଏ  ।

ମାଧ୍ୟମର ପ୍ରତିସରଣାଙ୍କ

ଭିନ୍ନ ଭିନ୍ନ ମାଧ୍ୟମରେ ଆଲୋକର ବେଗ ଭିନ୍ନ ଭିନ୍ନ  । ଆଲୋକ ଲଘୁମାଧ୍ୟମରେ ଘନମାଧ୍ୟମକୁ ଗତି କଲାବେଳେ ପ୍ରତିସୃତ ରଶ୍ମି ଅଭିଲମ୍ବ ଆଡକୁ ବଙ୍କେଇ ଆସେ ଏବଂ ଘନମାଧ୍ୟମରୁ ଲଘୁ ମାଧ୍ୟମକୁ ଗତିକଲାବେଳେ ପ୍ରତିସୃତି ଆଲୋକରଶ୍ମି ଅଭିଲମ୍ବଠାରୁ ଦୂରେଇଯାଏ  । ଏଥିରୁ ଜଣାପଡେ ଭିନ୍ନ ଭିନ୍ନ ମଦହୟମରେ ଆଲୋକର ବେଗ ପରିବର୍ତ୍ତନ ହୁଏ  । ବିଭିନ୍ନ ମାଧ୍ୟମରେ ମଧ୍ୟ ଆଲୋକର ବେଗ ବଙ୍କାଇବାର କ୍ଷମତା ଭିନ୍ନ ଭିନ୍ନ ଅଟେ । ମାଧ୍ୟମର ଏହିଦିଗ ପରିବର୍ତ୍ତନର କ୍ଷମତାକୁ ପରିସରଣାଙ୍କ କୁହାଯାଏ ।

ଶୂନ୍ୟ ମାଧ୍ୟମରେ (ବାୟୁ) ଆଲୋକର ବେଗ ଏବଂ ଅନ୍ୟ ଯେକୌଣସି ମାଧ୍ୟମରେ ଆଲୋକର ବେଗର ଅନୁପାତକୁ ସେହି ମାଧ୍ୟମରେ ପ୍ରତିସରଣାଙ୍କ କୁହାଯାଏ  ।

ଅତଏବ ଏକ ମାଧ୍ୟମରେ ପ୍ରତିସରଣାଙ୍କ

N =

ପ୍ରତିସରଣର ନିୟମ

କେବଳ ମାଧ୍ୟମରେ ପ୍ରତିସରଣାଙ୍କ ଉପରେ ଆଲୋକ ରଶ୍ମିର ଦିଗ ପରିବର୍ତ୍ତନ ବା ପ୍ରତିସରଣ ନିର୍ଭର କରେନାହିଁ  ବରଂ ଏହା ଆପତନ କୋଣ ଉପରେ ମଧ୍ୟ ନିର୍ଭର କରିଥାଏ  । ଆଲୋକ ପ୍ରତିସରଣର ଦୁଇଟି ନିୟମ ଥାଏ  ।

ପ୍ରଥମ ନିୟମ : ଆପତିତ ରଶ୍ମି, ଆପତନ ବିନ୍ଦୁରେ ପ୍ରତିସରଣ ପୃଷ୍ଠ ପ୍ରତି ଅଙ୍କିତ ଅଭିଲମ୍ବ ଓ ପ୍ରତିସୃତ ରଶ୍ମି ଏକ ସମତଳର ଅବସ୍ଥାନ କରନ୍ତି  ।

ଦ୍ଵିତୀୟ ନିୟମ : ଦୁଇଟି ନିର୍ଦ୍ଧିଷ୍ଟ ମାଧ୍ୟମ ଓ ଗୋଟିଏ ନିର୍ଦ୍ଧିଷ୍ଟ ଆଲୋକ ପାଇଁ ଆପତନ କୋଣର ଓ ପ୍ରତିସରଣ କୋଣର sin ର ଅନୁପାତ ଏକ ସ୍ଥିରାଙ୍କ  । ଏହାକୁ ସ୍ନେଲାଙ୍କ ନିୟମ ମଧ୍ୟ କୁହାଯାଏ  ।

ପ୍ରତିସରଣାଙ୍କ (n) =

କିମ୍ବା n =

ପ୍ରତିସରଣ ଫଳରେ ଆଲୋକ ବର୍ଣ୍ଣରେ ପରିବର୍ତ୍ତନ ହୁଏ କି  ?

ଆଲୋକର ତରଙ୍ଗ ଦୈର୍ଘ୍ୟ ଏବଂ ଆବୃତ୍ତି ଏହାର ପରିବେଗ ସହ ନିମ୍ନମତେ ସମ୍ପର୍କିତ ହୋଇଥାଏ  । ଯଥା v = vl ଯେଉଁଠି (V = ) ଆବୃତ୍ତି, l = ତରଙ୍ଗ ଦୈର୍ଘ୍ୟ  ।

ତୁମପାଇଁ କାମ

ଏକ ଜଳପୂର୍ଣ୍ଣ ସ୍ଵଚ୍ଛ ବାଲଟି ନିଅ  । ଉକ୍ତ ବାଲଟିଟିକୁ ଏକ ଲାଲ ବଳଦ ଉପରେ ରଖି ତା ମଧ୍ୟରେ ନିଜ ମୁଣ୍ଡକୁ ବୁଡାଅ  । ତୁମେ କ’ଣ ଲକ୍ଷ୍ୟ କରୁଛ  । ଲାଲ ବର୍ଣ୍ଣର ଆଲୋକର କିଛି ପରିବର୍ତ୍ତନ ଦେଖିପାରୁଛି  କି ? ନା ଆଲୋକର ବର୍ଣ୍ଣରେ କୌଣସି ପରିବର୍ତ୍ତନ ଜଣାପଡୁନାହିଁ  । ଏଥିରୁ ଆମେ ଜାଣିଲେ ଆଲୋକ ଏକ ମାଧ୍ୟମରୁ ଏନୟା ଏକ ମାଧ୍ୟମକୁ ଗତିକରି ସମୟରେ କେବଳ ଏହାର ତରଙ୍ଗଦୈର୍ଘ୍ୟ ଏବଂ ବେଗ ପରିବର୍ତ୍ତନ ହୋଇଥାଏ  । ଆବୃତ୍ତି ରେ କୌଣସି ପରିବର୍ତ୍ତନ ହୁଏନାହିଁ  । ଏହା ପ୍ରମାଣିତ କରେ ଯେ ପ୍ରତିସରଣରେ ଆଲୋକର ବର୍ଣ୍ଣରେ ପରିବର୍ତ୍ତନ ହୁଏ ନାହିଁ  । କାରଣ ବର୍ଣ୍ଣ ଆବୃତ୍ତି ଭାଗରେ ନିର୍ଭର କରିଥାଏ  । ତରଙ୍ଗ ଦୈର୍ଘ୍ୟ ଉପରେ ନୁହେଁ  ।

ବର୍ତ୍ତୁଳ ପୃଷ୍ଠରେ ପ୍ରତିସରଣ

ବର୍ତ୍ତୁଳ ପୃଷ୍ଠରେ ଏକ ସରଳ ଉଦାହରଣ ଲେନ୍ସ ଅଟେ  । ଏହି ବିଭାଗରେ ଆମେ ଲେନ୍ସରେ ପ୍ରତିସରଣ ପୃଷ୍ଠମଧ୍ୟରେ ସୀମାବଦ୍ଧ ହୋଇଥିବା ପ୍ରତିସରଣକାରୀ ମାଧ୍ୟମକୁ ଲେନ୍ସ କହନ୍ତି  । ଏହାର ପୃଷ୍ଠଦ୍ୱୟ ମଧ୍ୟରୁ ଅନ୍ତତଃ ଗୋଟିଏ ପୃଷ୍ଠ ବର୍ତ୍ତୁଳ  । ଏହାର ବକ୍ର ପୃଷ୍ଠତଳର ପ୍ରକୃତିକୁ ନେଇ ଏହା ବିଭିନ୍ନ ପ୍ରକାରର ଅଟେ  ।

ଉତ୍ତଳ ଲେନ୍ସ : ଏହାର ମଝି ମୋଟା ଓ ଧାର ଆଡକୁ କ୍ରମଶଃ ପତଳା  । ଏହି ଲେନ୍ସ ମଧ୍ୟରେ ସମାନ୍ତର ଭାବରେ ଗତିକରୁଥିବା ଆଲୋକରଶ୍ମି ଗୋଟିଏ ବିନ୍ଦୁରେ ମିଳିତ ହୁଅନ୍ତି  । ତେଣୁ ଏହାକୁ ଅଭିସାରୀ ଲେନ୍ସ କୁହାଯାଏ  । ଏହି ଅଭିସାରୀ ବିନ୍ଦୁକୁ ଲେନ୍ସର ଫୋକସ କୁହାଯାଏ  ।

ଅବତଲ ଲେନ୍ସ : ଯେଉଁ ଲେନ୍ସର ମଝି ପତଳା କିନ୍ତୁ ଧାରା ଆଡକୁ କ୍ରମଶଃ ମୋଟା ହୋଇଥାଏ ସେଗୁଡିକ ଅବତଲ ଲେନ୍ସ କୁହାଯାଏ  । ଏଥିରେ ସମାନ୍ତର ଆଲୋକ ରଶ୍ମି ଅପସାରିତ ହୋଇଥାନ୍ତି  । ତେଣୁ ଏହାକୁ ଅପସରୀ ଲେନ୍ସ କୁହାଯାଏ  । ଏହି ଅପସରୀ ବିନ୍ଦୁକୁ ମଧ୍ୟ ଫୋକସ କୁହାଯାଏ  ।

ଲେନ୍ସରେ ପ୍ରତିବିମ୍ବ ଗଠନ

ଲେନ୍ସରେ ପ୍ରତିବିମ୍ବ ଗଠନର ଚିତ୍ର ଆଂକିବା ପାଇଁ ଦୁଇଟି ମାତ୍ର ରଶ୍ମି ଦରକାର ହୁଏ  । ଏହି ଦୁଇଟି ରଶ୍ମି ହେଲା :

  • ଯେକୌଣସି ଏକ ବସ୍ତୁରୁ ପ୍ରଧାନ ଅକ୍ଷ ସହ ସମାନ୍ତର ରଶ୍ମି ଉତ୍ତଳ ଲେନ୍ସରେ ପ୍ରତିସୃତ ହୋଇ ଫୋକସ ମଧ୍ୟଦେଇ ଯାଏ  ।କିନ୍ତୁ ଅବତଲ ଲେନ୍ସରେ ଏହି ପ୍ରତିସୃତ ରଶ୍ମି ଫୋକସରୁ ବାହାରିଲା ପରି ଜଣାପଡେ  ।
  • ଆଲୋକ କେନ୍ଦ୍ର ମଧ୍ୟ ଦେଇ ଗତି କରୁଥିବା ରଶ୍ମି ଉଭୟ ଲେନ୍ସରେ ବିଚ୍ୟୁତ ନହୋଇ ସରଳରେଖାରେ ଅପରପାର୍ଶ୍ଵକୁ ପ୍ରତିସୃତ ହୁଏ  ।

ବସ୍ତୁର ବିଭିନ୍ନ ଅବସ୍ଥାନ ପାଇଁ ପ୍ରତିବିମ୍ବର ସମସ୍ତ ପ୍ରକାରର ଅବସ୍ଥାନ ଏବଂ ପ୍ରକୃତି ସାରଣୀରେ ପ୍ରଦତ୍ତ ହୋଇଛି

ବସ୍ତୁର ଅବସ୍ଥାନ

ପ୍ରତିବିମ୍ବର ଅବସ୍ଥାନ

ପ୍ରତିବିମ୍ବର ଆକାର

ପ୍ରତିବିମ୍ବର ପ୍ରକାର

ଉତ୍ତଳ ଲେନ୍ସ ପାଇଁ

ଲେନ୍ସର ସାମ୍ନା ବସ୍ତୁପଟେ

ଆଭାସୀ, ସିଧା

ବର୍ଦ୍ଧିତ

(F) ଓ ମେରୁ ମଧ୍ୟରେ

ଅନନ୍ତ ଦୂରତାରେ

ବାସ୍ତବ ଏବଂ ଓଲଟା

ଅତି ବୃହତ

F ଠାରେ

2F ର ପଛରେ

ବାସ୍ତବ ଏବଂ ଓଲଟା

ବର୍ଦ୍ଧିତ

F ଓ 2F ମଧ୍ୟରେ

2F ଉପରେ

ବାସ୍ତବ ଏବଂ ଓଲଟା

ସମାନ

2F ଉପରେ

F ଓ 2F ମଧ୍ୟରେ

ବାସ୍ତବ ଏବଂ ଓଲଟା

ସାନ

2F ପଛରେ

F ଠାରେ

ବାସ୍ତବ ଏବଂ ଓଲଟା

ଅତି ସାନ

ଅନନ୍ତ ଦୂରତାରେ

ବସ୍ତୁ ଥିବା ପାର୍ଶ୍ଵରେ

ବାସ୍ତବ ଏବଂ ଓଲଟା

 

ଅବତଲ ଲେନ୍ସ ପାଇଁ ଲେନ୍ସ ସମ୍ମୁଖରେ ଯେ କୌଣସି ଅବସ୍ଥାନ ପାଇଁ

F ଓ P ମଧ୍ୟରେ

ବାସ୍ତବ ଏବଂ ଓଲଟା

ସର୍ବଦା ସାନ

ଚିହ୍ନ ବ୍ୟବହାର ଏବଂ ଲେନ୍ସ ସୂତ୍ର

ବର୍ତ୍ତୁଳ ଲେନ୍ସ କ୍ଷେତ୍ରରେ :

  1. ସମସ୍ତ ଦୂରତା ଆଲୋକ କେନ୍ଦ୍ରଠାରୁ ମପା ଆରମ୍ଭ ହୋଇଥାଏ  ।
  2. ଆପତିତ ରଶ୍ମି ଦିଗରେ ଦୂରତା ସର୍ବଦା ଯୁକ୍ତାତ୍ମକ ଭାବରେ ନିଆଯାଏ  ।
  3. ଆପତିତ ରଶ୍ମିର ବିପରୀତ ଦିଗରେ ମାପ ହେଉଥିବା ଦୂରତା ବୁଜୁକ୍ତାତ୍ମକ ଅଟେ  ।
  4. ପ୍ରଧାନ ଅକ୍ଷର ଉପର ପାର୍ଶ୍ଵରେ ବସ୍ତୁ ପ୍ରତିବିମ୍ବର ଉଚ୍ଚତା ଯୁକ୍ତାତ୍ମକ ହେବାବେଳେ ତଳପାର୍ଶ୍ଵରେ ବିଯୁକ୍ତାତ୍ମକ ଅଟେ  ।

ଉପରୋକ୍ତ ଚିହ୍ନର ଧାରଣାକୁ ବ୍ୟବହାର କରି ଗଠିତ ହୋଇଥିବା ବସ୍ତୁର ଆଲୋକ କେନ୍ଦ୍ରଠାରୁ ଦୂରତାକୁ U, ପ୍ରତିବିମ୍ବରେ ଦୂରତାକୁ v, ଏବଂ ଫୋକସ ଦୂରତାକୁ f ଧରିଲେ u, v, ଓ f ମଧ୍ୟରେ ସମ୍ପର୍କିତ ନିମ୍ନମତେ ହେବ  ।

=  -

ଏହାକୁ ଲେନ୍ସର ସୂତ୍ର କୁହାଯାଏ  । ଉତ୍ତଳ ଲେନ୍ସର ଫୋକସ ଦୂରତାକୁ ଯୁକ୍ତାତ୍ମକ ଏବଂ ଅବତଲ ଲେନ୍ସର ଫୋକସ ଦୂରତାକୁ ବିଯୁକ୍ତାତ୍ମକ ନିଆଯାଏ  ।

ପ୍ରତିବିମ୍ବର ବର୍ଦ୍ଧନ

ତୁମେ ଲକ୍ଷ୍ୟ କରିଥିବେ କେତେକ ଲେନ୍ସରେ ପ୍ରତିବିମ୍ବର ଆକାର ବସ୍ତୁର ଆକାର ଅପେକ୍ଷା ବଡ ଓ ଅନ୍ୟ ଲେଣ୍ଡରେ ଛୋଟ ହୋଇଥାଏ  । ଯଦି ଗୋଟିଏ ଲେନ୍ସରେ ଗଠିତ ବସ୍ତୁର ପ୍ରତିବିମ୍ବର ଆକାର ଏବଂ ବସ୍ତୁର ଆକାରର ଅନୁପାତ ନେବା ତେବେ ଏହା ଉକ୍ତ ଲେନ୍ସ ପାଇଁ ଏହା ଧ୍ରୁବାଙ୍କ ହେବା ଲେନ୍ସର ବସ୍ତୁର ପ୍ରତିବିମ୍ବ ଓ ବସ୍ତୁର ଆକାରରେ ଅନୁପାତକୁ ତାହାର ବର୍ଦ୍ଧନ କୁହାଯାଏ  ।

ବର୍ଦ୍ଧନ =

କିମ୍ବା m =

ଆହୁରି ମଧ୍ୟ  =

m =

କାଚ ପ୍ରିଜମ ମଧ୍ୟରେ ଆଲୋକର ପ୍ରକୀର୍ଣ୍ଣନ

ପ୍ରିକମ କାଚ ବା ସେହିପରି ସ୍ଵଚ୍ଛ ପଦାର୍ଥରେ ତିଆରି ଏକ ଘନ ପଦାର୍ଥ  । ଏହାର ପୃଷ୍ଠତଳ ଏପରି ହୋଇଥାଏ ଯେ, ଆଲୋକ ଯେଉଁ ପାର୍ଶ୍ଵର ପୃଷ୍ଠତଳରେ ଆପତିତ ହୁଏ ଏବଂ ଯେଉଁ ପାର୍ଶ୍ଵରେ ପୃଷ୍ଠତଳ ଦେଇ ନିର୍ଗତ ହୋଇଥାଏ  ସେହି ପାର୍ଶ୍ଵତଳ ଦ୍ୱୟ ସମତଳ ଏବଂ ଅସମାନ୍ତର ଅଟନ୍ତି  । ସାଧାରଣତଃ ସମବାହୁ ସମକୋଣୀ – ସମଦ୍ଵିବାହୁ ବା ସମକୋଣୀ ତ୍ରିଭୁଜାକାର ଭୂମି ବିଶିଷ୍ଟ ପ୍ରିଜମ ଦେଖାଯାଇଥାଏ  । ସୂର୍ଯ୍ୟାଲୋକ ବା ଧଳାଆଲୋକ ପ୍ରିଜମ ମଧ୍ୟଦେଇ ଗତି କଲାବେଳେ ଏହା ଅପର ପାର୍ଶ୍ଵରେ ବିଭିନ୍ନ ବର୍ଣ୍ଣର ଆଲୋକ ରୂପେ ବିଚ୍ଛୁରିତ ହୋଇ ନିର୍ଗତ ହୁଏ  । ଏହି ପ୍ରକ୍ରିୟାକି ପ୍ରକୀର୍ଣ୍ଣନ କୁହାଯାଏ ଏବଂ ବିଭିନ୍ନ ବର୍ଣ୍ଣର ଆଲୋକ ପାଇଁ ପ୍ରିଜମର ବିଭିନ୍ନ ପ୍ରତିସରଣାଙ୍କ ଯୋଗୁଁ ଘଟିଥାଏ  ।

କାଚର ପ୍ରତିସରଣାଙ୍କ ଭିନ୍ନ ବର୍ଣ୍ଣନର ଆଲୋକପାଇଁ ଭିନ୍ନ  । ସୂର୍ଯ୍ୟର ଧଳା ଆଲୁଅ ପ୍ରିଜମ ମଧ୍ୟଦେଇ ପ୍ରତିସୃତ ହେବାବେଳେ ଧଳା ଆଲୁଅରେ ଥିବା ବିଭିନ୍ନ ବର୍ଣ୍ଣର ଆଲୋକ ରଶ୍ମି ଭିନ୍ନ ଭିନ୍ନ ଦିଗରେ ପ୍ରତିସୃତ  ହୁଅନ୍ତି  । ଇନ୍ଦ୍ରଧନୁ ଆକାଶରେ ଦେଖାଯାଉଥିବା ଏକ ଅତିସାଧାରଣ ପ୍ରକୃତିକ ଆଲୋକ ପ୍ରକୀର୍ଣ୍ଣନର ଘଟଣା  । ବର୍ଷା ଜଳକଣା ମଧ୍ୟରେ ଆଲୋକର ପ୍ରକୀର୍ଣ୍ଣନ ଯୋଗୁଁ ଏହି ରଙ୍ଗୀନ ଘଟଣା ଆମେ ଦେଖିପାରୁ  । ପ୍ରିଜମରେ ଆଲୋକର ପ୍ରକୀର୍ଣ୍ଣନ ଦର୍ଶାଯାଇଛି  ।

ତୁମପାଇଁ କାମ

ପ୍ରିଜମ ବ୍ୟବହାର କରି ସୂର୍ଯ୍ୟାଲୋକରୁ ବର୍ଣ୍ଣାଳୀ ସୃଷ୍ଟିକରିବା

  1. ଗୋଟିଏ ଖାଲି କାର୍ଡବୋର୍ଡର ଡବା ନିଅ  । ଏହାର ଏକ ପାର୍ଶ୍ଵରେ ଛୁରୀଦ୍ଵାରା କାଟି ଏକ ଆୟତାକାର ଖାଲିସ୍ଥାନ କର  । ଏହା ଉପରେ ଏକ ସ୍ଵଚ୍ଛ କାଗଜ ଲଗାଅ  ।
  2. ବୋର୍ଡର ଅନ୍ୟ ପାର୍ଶ୍ଵରେ ଛୁରି ଦ୍ଵାରା ଛୋଟ କଣାଟିଏ କର  ।
  3. ବୋର୍ଡ ମଧ୍ୟରେ ଏକ ଛୋଟ ପ୍ରିଜମ ରଖ
  4. ଛୋଟ ଛିଦ୍ର କରିଥିବା ପାର୍ଶ୍ଵଟିକୁ ସୂର୍ଯ୍ୟାଲୋକ ଆସୁଥିବା ଦିଗରେ ଦେଖାଅ  ।
  5. ସ୍ଵଚ୍ଛ କାଗଜରେ ରଙ୍ଗୀନ ବର୍ଣ୍ଣାଳୀ ଲକ୍ଷ୍ୟକର  ।

ଆଲୋକର ବିଭିନ୍ନ ବର୍ଣ୍ଣର ଆବୃତ୍ତିର ଅଧଃକ୍ରମ ଅନୁସାରେ ବର୍ଣ୍ଣ ଗୁଡିକ ସଜେଇ ହୋଇ ରୁହନ୍ତି  । ଏହି କ୍ରମଟି ପ୍ରିଜମର ଭୂମି ଆଡୁ ଉପରକୁ ଦେଖିଲେ ହେବା ବାଇଗଣୀ, ଘନନୀଳ, ନିଲ, ସବୁଜ, ହଳଦିଆ, ନାରଙ୍ଗୀ ଓ ଲାଲ  । ପ୍ରତ୍ୟକ ଇଂରାଜୀ ଶବ୍ଦର ପ୍ରଥମ ଅକ୍ଷରକୁ ନେଇ କ୍ରମ ଅନୁସାରେ ସଜାଇଲେ ଏହା VIVBGYOR ହେବ  । ଓଡିଆ ଶବ୍ଦର ସ୍ୱଳ୍ପ ଅକ୍ଷର ଗୁଡିକ ନେଇ ପଢିଲେ ଏହା ବା ଘ ନି ସ ହ ନା ଲା ହେବ  ।

ଚକ୍ଷୁ ଓ ଦୃଷ୍ଟିକୋଣ

ଆମ ଚକ୍ଷୁରେ ଥିବା ଉତ୍ତଳଲେନ୍ସ ରେଟିନା ଉପରେ ବସ୍ତୁର ବାସ୍ତବ, ଓଲଟା ଏବଂ କ୍ଷୁଦ୍ର ପ୍ରତିବିମ୍ବ ଗଠନ ଉପରେ  । ରେଟିନାରେ ବସ୍ତୁର ପ୍ରତିବିମ୍ବ ଠିକ୍ ଭାବରେ ପଡିବା ପାଇଁ ଚକ୍ଷୁ ଲେନ୍ସର ଆବଶ୍ୟକ ପରିବର୍ତ୍ତନ ହୋଇଥାଏ  । ମନୁଷ୍ୟ ଚକ୍ଷୁ  ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ହଳଦିଆ – ସବୁଜ ଆଲୋକ ପ୍ରତି ଅତି ସମ୍ବେଦନଶୀଳ ହୋଇଥିବା ବେଳେ   ର ବାଇଗଣୀ ଏବଂ  ର ଲାଲ ରଙ୍ଗପ୍ରତି କମ ସମ୍ବେଦନଶୀଳ ଅଟେ  । ଚକ୍ଷୁଦ୍ଵାରା କୌଣସି ଆକାର ଦୃଶ୍ୟକୋଣ ଉପରେ ନିର୍ଭର କରେ  । ଯେତେବେଳେ ଏକ ବସ୍ତୁ ଦୂରରେ ଥାଏ ଏହାର ଦୃଶ୍ୟକୋଣ q ଏବଂ ଏହାଦ୍ଵାରା ରେଟିନାରେ ପ୍ରତିବିମ୍ବ  ଛୋଟ ଦେଖାଯାଏ  । ତେଣୁ ବସ୍ତୁଟି ଛୋଟ ଦେଖାଯାଏ  । ଯଦି ବସ୍ତୁଟି ଚକ୍ଷୁର ନିକଟକୁ ଆସେ, ଦୃଶ୍ୟକୋଣ q ରେଟିନାରେ ବଡ ଛବି  ସୃଷ୍ଟିକରେ  ଏବଂ ବସ୍ତୁଟି ବଡ ଦେଖାଯାଏ  ।

ଚକ୍ଷୁଠାରୁ ଦୂରବସ୍ତୁର ଦୂରତାକୁ ଅନନ୍ତ ଦୂରତା ଏବଂ ପାଖ ବସ୍ତୁକୁ 25cm ବୋଲି ନିଆଯାଏ  । ଅର୍ଥାତ୍ ଚକ୍ଷୁ ସମସ୍ତ ଦୂର ବସ୍ତୁକୁ ଠିକ୍ ଦେଖିପାରେ କିନ୍ତୁ ନିକଟ ବସ୍ତୁକୁ ଚକ୍ଷୁ ନିକଟରୁ 25cm ଦୂରରୁ ଦେଖିପାରିଥାଏ  । ଚକ୍ଷୁର ଏହି ସମସ୍ତ ଦୂର ବସ୍ତୁ ଏବଂ 25cm ମଧ୍ୟରେ ଥିବା ବସ୍ତୁକୁ ଦେଖିପାରିବାର କ୍ଷମତାକୁ ସମାୟୋଜନ କୁହାଯାଏ  । ଯଦି ଗୋଟିଏ ବସ୍ତୁ ଅନନ୍ତ ଦୂରତାରେ ଅଛି ଅର୍ଥାତ୍ ଚକ୍ଷୁ ମଧ୍ୟକୁ ଉକ୍ତ ବସ୍ତୁର ସମାନ୍ତର ଆଲୋକରଶ୍ମି ପ୍ରବେଶ କରୁଛି  । ଚକ୍ଷୁ ଉପରେ କମ ଚାପ ପଡେ  ଏବଂ ଏହି ଚକ୍ଷୁର ସାଧାରଣ ଅବସ୍ଥା କୁହାଯାଏ  । ଯଦି ଏହା ସର୍ବନିମ୍ନ ଦୂରତାରେ 25cm ରହେ ଚକ୍ଷୁ ଉପରେ ଅଧିକ ଚାପପଡେ କାରଣ ଦୃଶ୍ୟକୋଣ ଅଧିକ ହୋଇଥାଏ  ।

ମନୁଷ୍ୟର ଚକ୍ଷୁ ସବୁ ନିୟମରେ ବା ସମସ୍ତଙ୍କ କ୍ଷେତ୍ରରେ ସମାନ ଭାବରେ କାର୍ଯ୍ୟ କରେନାହିଁ  । ଫଳରେ ବସ୍ତୁକୁ ସ୍ପଷ୍ଟ ଦେଖାଯାଏ ନାହିଁ  । ଏହାକୁ ଦୃଷ୍ଟିଦୋଷ କହନ୍ତି  । ଏହା ନିମ୍ନ ପ୍ରକାରର

ସମୀପ ଦୃଷ୍ଟିଦୋଷ : ଏହି ଦୃଷ୍ଟିଦୋଷରେ ଦୂରବସ୍ତୁ ଭଲ ଭାବରେ ଦେଖିହୁଏ ନାହିଁ   । ଦୂର ବସ୍ତୁର ଆଲୋକ ରଶ୍ମି ମୁକୁରିକା (ରେଟିନା) ରେ ନ ପଡି ଏହା ଆଗକୁ ପଡିଥାଏ  । ତେଣୁ ଦୁରବସ୍ତୁ ଦେଖାଯାଏ ନାହିଁ  । ଅବାତଳ ଲେନ୍ସ ବ୍ୟବହାର କରି ଏହି ଦୃଷ୍ଟିଦୋଷ ଦୂର କରାଯାଏ  । ସମୀପ ଦୃଷ୍ଟିଦୋଷ କୁହାଯାଏ  ।

ଦୂରଦୃଷ୍ଟି : ଚକ୍ଷୁର ଦୂର ଦୃଷ୍ଟିଥିଲେ ଦୂର ବସ୍ତୁକୁ ସ୍ପଷ୍ଟ ଦେଖି ହୋଇଥିବା ବେଳେ ନିକଟ ବସ୍ତୁକୁ ସ୍ପଷ୍ଟ ଦେଖିହୁଏ ନାହିଁ  । ବସ୍ତୁର ସ୍ପଷ୍ଟ ଦର୍ଶନର ନିକଟ ବିନ୍ଦୁ 25cm ଠାରୁ ଅଧିକ ହେଲେ ବସ୍ତୁର ପ୍ରତିବିମ୍ବ ମୁକୁରିକାରେ ନପଡି ତା ପଛରେ ପଡେ  । ଉତ୍ତଳଲେନ୍ସ ବ୍ୟବହାରକରି ଦୃଷ୍ଟିଦୋଷ ନିରାକରଣ କରାଯାଇଥାଏ  ।

ଚାଳିଶା : ଏହି ଦୃଷ୍ଟିଦୋଷରେ ଉଭୟ ଦୂର ଏବଂ ନିକଟ ବସ୍ତୁ ଠିକ୍ ଭାବରେ ଦେଖିହୁଏ ନାହିଁ  । ଅର୍ଥାତ୍ଦୂର ବିନ୍ଦୁ ଅନନ୍ତ ଦୂରତାଠାରୁ କମ ଏବଂ ନିକଟ ବିନ୍ଦୁ 25cm ଠାରୁ ଅଧିକ ହୋଇଥାଏ  । ଭିନ୍ନ ଭିନ୍ନ ପ୍ରକାରର ଲେନ୍ସଯୁକ୍ତ ଚଷମା ଲଗାଇ ଏହାକୁ ଦୂରକରାଯାଇଥାଏ  । ଦୁଇଟି ଭିନ୍ନ ଚଷମା ଗୋଟିଏ ଦୂରଦୃଷ୍ଟି ଦୂରପାଇଁ ଏବଂ ଅନ୍ୟଟି ସମତଳ ଦୃଷ୍ଟି ଦୂରପାଇଁ ବ୍ୟବହାର କରିବାକୁ ପଡେ ବା ବାଇଫୋକାଲ ଲେନ୍ସର ଚଷମା ବ୍ୟବହାର କରି ଏହା ଦୂର କରାଯାଇଥାଏ  । ବୟସ ବଢିଲେ ପ୍ରାୟ ଚାଳିଶ ବର୍ଷ ବେଳେକୁ କିଛି ଲୋକଙ୍କ ଚକ୍ଷୁ ତାର ସମାୟୋଜନ କ୍ଷମତା ହରାଇବସେ  । ତେଣୁ ଏ ପ୍ରକାରର ଦୃଷ୍ଟିଦୋଷ ଦେଖାଯାଏ  ।

ବକ୍ରଦୃଷ୍ଟି ବା ଅବିନ୍ଦୁକ ଦୃଷ୍ଟି : ଚକ୍ଷୁଡୋଳାରେ ବିଶେଷକରି ସ୍ଵଚ୍ଛପଟ୍ଟଳର ବକ୍ରତା ଅସମାନ ବା ଅସମମିତ ହେଲେ ଏପ୍ରକାର ଦୃଷ୍ଟିଦୋଷ ହୁଏ   । ଏହି ଦୃଷ୍ଟିଦୋଷ ଦୂରପାଇଁ ଉପଯୁକ୍ତ ସ୍ତମ୍ଭକାର ବା ସିଲଣ୍ଡରୀୟ ଲେନ୍ସର ଚଷମା ବ୍ୟବହାର କରାଯାଏ  ।

ଆଧାର – ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା

3.33333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top