ହୋମ / ଶକ୍ତି / ଶକ୍ତି ଉତ୍ପାଦନ / ଶକ୍ତି(ଧ୍ୱନି ଓ ଯୋଗାଯୋଗ)
ସେଆର କରନ୍ତୁ

ଶକ୍ତି(ଧ୍ୱନି ଓ ଯୋଗାଯୋଗ)

ଧ୍ୱନି ଓ ଯୋଗାଯୋଗ ର ସୂଚନା

ଧ୍ୱନି ଓ ଯୋଗାଯୋଗ

ଆମେ ନିତିଦିନିଆ ଜୀବନରେ ପରସ୍ପର ମଧ୍ୟରେ ବାର୍ତ୍ତା ବିନିମୟ କରିଥାଉ  । ଚଢେଇ ମାନଙ୍କର କିଚିରି ମିଚିରି ଶବ୍ଦ, ଯାନବାହାନ ଗୁଡିକର ହର୍ଣ୍ଣ ଶବ୍ଦ ଏବଂ ବିରାଡିର ମ୍ୟାଉଁ ଡାକ ଭଳି ଅନେକ ଧ୍ୱନି ଆମେ ଶୁଣୁଥାଉ  । ଏହି ଧ୍ୱନି ଗୁଡିକ ବିଭିନ୍ନ ପ୍ରକାରର, ବିଭିନ୍ନ ପ୍ରକାରର ସ୍ଵର ଏବଂ ବିଭିନ୍ନ ପ୍ରକାରର ତୀବ୍ରତା ବିଶିଷ୍ଟ ଧ୍ୱନି  । ବାସ୍ତବରେ ଜଣେ ବ୍ୟକ୍ତିର ସ୍ଵରକୁ ଆମେ ତାହାକୁ ଚିହ୍ନଟ ମଧ୍ୟ କରିପାରୁ  ।

ଆମେ ବିଭିନ୍ନ ଉପାୟରେ ଯୋଗାଯୋଗ କରିଥାଉ  । ଏପରିକି ଗୋଟିଏ ଶିଶୁ ମଧ୍ୟ ଶବ୍ଦ ସାହାଯ୍ୟରେ ଯୋଗାଯୋଗ କରିଥାଏ  । ବୟସ୍କମାନେ କଥାବାର୍ତ୍ତା ମାଧ୍ୟମରେ ବା ଲେଖା ମାଧ୍ୟମରେ ଅନ୍ୟ ସହ ଯୋଗାଯୋଗ କରିଥାନ୍ତି  । ପ୍ରାୟତଃ ଆମର ସ୍ଵର ଆମକୁ ଅନ୍ୟସହ ସିଧାସଳଖ ବା ଫୋନ ମାଧ୍ୟମରେ ଯୋଗାଯୋଗ ରଖିବାରେ ସାହାଯ୍ୟ କରିଥାଏ  । କଥାବାର୍ତ୍ତା ମାଧ୍ୟମରେ ପ୍ରତ୍ୟକ୍ଷ ଯୋଗାଯୋଗ ବହୁଳ ଭାବରେ ହେଉଥିବା ବେଳେ ଟେଲିଫୋନ, ରେଡିଓ, ଟେଲିଭିଜନ, ପେଜର , ଏସ୍.ଏମ୍.ଏସ୍, ଏବଂ ଇଣ୍ଟରନେଟ ଇତ୍ୟାଦି ବୈଷୟିକ ମାଧ୍ୟମ ପରୋକ୍ଷ ଭାବରେ ଯୋଗାଯୋଗ ଏଥିରେ ସଞ୍ଚରିତ ହେଉଥିବା ଶବ୍ଦ ତରଙ୍ଗ ଅନୁଯାୟୀ ପୃଥକ ଅଟେ  । ଏ ସମସ୍ତ ଯୋଗାଯୋଗ ତରଙ୍ଗର ବ୍ୟବହାର ଉପରେ ପର୍ଯ୍ୟବେସିତ  । କିନ୍ତୁ ଆମେ କଥାବାର୍ତ୍ତା ସମୟରେ ଶବ୍ଦ ତରଙ୍ଗ (ଯାନ୍ତ୍ରିକ ତରଙ୍ଗ)ର ସାହାଯ୍ୟ ନେଉଥିବା ସମୟରେ ରେଡିଓ ଓ ଟେଲିଫୋନ ଦ୍ଵାରା ଯୋଗାଯୋଗ ପାଇଁ ବିଦ୍ୟୁତ ଚୁମ୍ବକୀୟ ତରଙ୍ଗର ବ୍ୟବହାର  କରିଥାଉ  ।

ଉଦ୍ଦେଶ୍ୟ

  • ତରଙ୍ଗର ଧର୍ମ ଏବଂ ପ୍ରକୃତି ବର୍ଣ୍ଣନା କରିବେ  ।
  • ବିଭିନ୍ନ ପ୍ରକାରର ତରଙ୍ଗ ଯଥା ଯାନ୍ତ୍ରିକ (ଶବ୍ଦ) ତରଙ୍ଗ ଏବଂ ବିଦ୍ୟୁତ ଚୁମ୍ବକୀୟ ତରଙ୍ଗ ମଧ୍ୟରେ ପାର୍ଥକ୍ୟ କହିବେ  ।
  • ସୋନାର, ରାଡାର ଭଳି ଯୋଗାଯୋଗ ଉପକରଣରେ ବ୍ୟବହୃତ ବିଭିନ୍ନ ତରଙ୍ଗ ଗୁଡିକୁ ବୁଝାଇବେ  ।
  • ଯୋଗାଯୋଗର ଆବଶ୍ୟକତା ଏବଂ ବିଶେଷତ୍ଵ ବର୍ଣ୍ଣନା କର  ।
  • ବିଭିନ୍ନ ଯୋଗାଯୋଗ, ବ୍ୟବସ୍ଥା ସମୂହକୁ ଚିହ୍ନଟ କରି ସେଗୁଡିକର ମହତ୍ତ୍ଵ ଉପଲବ୍ଧ କରିବେ  ।
  • କମ୍ପ୍ୟୁଟର ଏବଂ କୃତ୍ରିମ ଉପଗ୍ରହର ଯୋଗାଯୋଗର ବ୍ୟବହାରକୁ ପ୍ରାଧାନ୍ୟ ପ୍ରଦାନ କରିବେ  ।

ତରଙ୍ଗର ପ୍ରକୃତି ଧର୍ମ

କମ୍ପନରୁ ଧ୍ୱନି ଉତ୍ପନ୍ନ ହୁଏ  । କୌଣସି ଉତ୍ସରୁ ସୃଷ୍ଟି ଧ୍ୱନି ତରଙ୍ଗ ଆକାରରେ ଏକ ମାଧମରେ ଗତି କରି ଆମ କର୍ଣ୍ଣର ପରଦାକୁ କମ୍ପିତ କଲେ ଆମେ ଧ୍ୱନିକୁ ଜାଣିପାରୁ  । ଏହି ପ୍ରକ୍ରିୟାକୁ ଏକ ସରଳ କାର୍ଯ୍ୟ ଦ୍ଵାରା ଆମେ ବୁଝିପାରିବା  । କମ୍ପନ ଏବଂ ଶବ୍ଦ ମଧ୍ୟରେ ଥିବା ସମ୍ବନ୍ଧକୁ ଆମେ ଏକ ସରଳ ପରୀକ୍ଷା ମାଧ୍ୟମରେ ଜାଣିପାରିବା  ।

ତୁମ ପାଇଁ କାମ

ଏକ ଆଲୁମିନିୟମ ତାର କିମ୍ବା ଗୋଟିଏ ଧାତବ ହାଙ୍ଗର ଯେପରିକି ଆଲୁମିନିୟମ ତାରରେ ତିଆରି ହାଙ୍ଗର ନେଇ ଏହାକୁ ଏକ ଧନୁ ଆକାରରେ ମୋଡି ଦିଅ  । ଗୋଟିଏ ରବର ବ୍ୟାଣ୍ଡ ବା ଇଲାଷ୍ଟିକ ସ୍ଟ୍ରିପ ନିଅ  । ତୁମେ ଗୋଟିଏ ଛୋଟ ଗଛ ବା ଗଛର ଏକ ଡାଳକୁ ନେଇପାରିବ  । ଧନୁଭଳି ବଙ୍କାଥିବା ଆଲୁମିନିୟମ ତାର ବା ଗଛର ଡାଳର ଉଭୟ ପ୍ରାନ୍ତକୁ ରବରବ୍ୟାଣ୍ଡ ବା ଇଲାଷ୍ଟିକ ଦ୍ଵାରା ଏପରି ବାନ୍ଧିଦିଅ  ଯେପରି ତାହା ଟାଣିହୋଇ ରହିବ  । ତୁମର ସାଙ୍ଗକୁ ଏହା ଲିପିବଦ୍ଧ କରିବା ପାଇଁ କୁହ  ।

  • ତୁମେ ଯଦି ରବରକୁ ଟିକେ ଟାଣିବ କିଛି ଶବ୍ଦ ଶୁଣିପାରିବ  । ଧନୁର ବକ୍ରତାକୁ ଟିକେ କମବେଶୀ କରି ଏହି ଶବ୍ଦ ଶୁଣିପାରିବ  । ରବର ବ୍ୟାଣ୍ଡଟିକୁ ଟାଣିବାପରେ  ଯଦି ହାତରେ ସମ୍ପୂର୍ଣ୍ଣ ଧରିଦେବ ତେବେ କୌଣସି ଶବ୍ଦ ହେବନାହିଁ  । ରବରଟି କମ୍ପିତ ହେବା ପର୍ଯ୍ୟନ୍ତ ଶବ୍ଦ ଉତ୍ପନ୍ନ ହୋଇଥାଏ  ।
  • ତୁମେ କମ୍ପନକୁ ପରୀକ୍ଷା କରିପାରିବ  । ଏଥିପାଇଁ ଏକ ଛୋଟ କାଗଜର ଖଣ୍ଡ (ପ୍ରାୟ ଏକ ସେ.ମି ଦୈର୍ଘ୍ୟ ଏବଂ ୨ ରୁ ୩ସେ.ମି. ପ୍ରସ୍ଥ) ନିଅ  । ଏହାକୁ ଠିକ୍ ମଝିରୁ (V) ଆକାରରେ ମୋଡି ଦେଇ ରବର ବ୍ୟାଣ୍ଡ ଉପରେ ରଖ  । ତୁମେ ମାନେ ଏହି ପରୀକ୍ଷାଟିକୁ ତାର ଲାଗିଥିବା ବାଦ୍ୟଯନ୍ତ୍ର ଯଥା, ଗିତାର, ସିଟାର, ଏକତାର ଆଦି ଅଥବା ତବଲା, ଡ୍ରମ, ଢୋଲ ଆଦି ଚମଡାଯୁକ୍ତ ପରଦା ଉପରେ ପାଉଡର ପକାଇ ପର୍ଯ୍ୟବେକ୍ଷଣ କରିପାର  । ତୁମେ ତବଲାର ପରଦା ଉପରେ ଟିକେ ପାଉଡର ବା ଧୂଳି ପକାଇ ତାକୁ ଆଘାତ କଲ ଏହି କମ୍ପନକୁ ଭଲ ଭାବରେ ଲକ୍ଷ୍ୟ କରିପାରିବ  । ମୃଦୁସ୍ପର୍ଶ କରିବା ଫଳରେ କମ୍ପନ ଏବଂ ଶବ୍ଦ ମଧ୍ୟରେ ଥିବା ସମ୍ବନ୍ଧଟିକୁ ଏ ସବୁ ପରୀକ୍ଷାଋ ଜାଣିପାରିବ  । ଯଦି ଗୋଟିଏ ଷ୍ଟିଲ ପାତ୍ରକୁ ଚଟୁ କିମ୍ବା ଏକ ଚାମଚ ଦ୍ଵାରା ଆଘାତ କରି ଉତ୍ପନ୍ନ ଶବ୍ଦକୁ ଶୁଣ ଏବଂ ସଙ୍ଗେ ସଙ୍ଗେ ଏହାକୁ ହାତରେ ସ୍ପର୍ଶକରି କମ୍ପନକୁ ଅନୁଭବ କର ଏବଂ ପରେ ପରେ ଦୃଢହସ୍ତରେ ଧରି ରଖ  । ଦେଖିବ କମ୍ପନ ବନ୍ଦ ହୋଇଯିବ ଏବଂ ଶବ୍ଦ ଆଉ ଶୁଣାଯିବ ନାହିଁ  ।

ଏହି ପର୍ଯ୍ୟବେକ୍ଷଣ କୁ ତୁମ ସାଙ୍ଗମାନଙ୍କ ସହ ଆଲୋଚନା କର  । ଧ୍ୱନି ଏବଂ କମ୍ପନ ମଧ୍ୟରେ କିଛି ସମ୍ପର୍କ ଅଛି ଥିବାର ସିଦ୍ଧାନ୍ତରେ ତୁମେ ଏକମତ କି ? ଏହି କମ୍ପନ ଏକ ମାଧ୍ୟମ ମଧ୍ୟ ଦେଇ ସଞ୍ଚରିତ ହେବାକୁ ଧ୍ୱନି ସଞ୍ଚରଣ କୁହାଯାଏ  । ଧ୍ୱନି ତରଙ୍ଗ ଭଳି ସଞ୍ଚରିତ ହୋଇଥାଏ  । ଧ୍ୱନି ଭଳି ଯାନ୍ତ୍ରିକ ତରଙ୍ଗ ଗତି କରିବା ଏକ ମାଧ୍ୟମ ନିହାତି ଆବଶ୍ୟକ  । ଆମେ କଥା କହିଥାଉ ଏବଂ ଶୁଣିବା ପାଇଁ ମଧ୍ୟ ଆସାକରୁ  । ତୁମେ ଜାଣିଲେ ଆଶ୍ଚର୍ଯ୍ୟ ହେବ ଚନ୍ଦ୍ର ପୃଷ୍ଠରେ ସହାୟତା ଯନ୍ତ୍ର ବିନା ଆମେ ଶବ୍ଦଶୁଣି ପାରିବା ନାହିଁ  । କାରଣ ଚନ୍ଦ୍ର ଆଦୌ ବାୟୁ ନାହିଁ (ପ୍ରକୃତରେ ଅତି ଅଳ୍ପ ପରିମାଣରେ ଥାଏ) ଏବଂ ଶବ୍ଦ / ଧ୍ୱନି ଗତିକରିବା ପାଇଁ ମାଧ୍ୟମ ଆବଶ୍ୟକ କରିଥାଏ । ବିପରୀତ କ୍ରମେ ଆମେ ସୁଦୂର ତାରକା ବା କୃତ୍ରିମ ଉପଗ୍ରହ ମାନଙ୍କରୁ ଶୂନ୍ୟ ମାଧ୍ୟମରେ ବିଦ୍ୟୁତ ଚୁମ୍ବକୀୟ ତରଙ୍ଗ ଗ୍ରହଣ କରିଥାଉ  । ବିଦ୍ୟୁତ ଚୁମ୍ବକୀୟ ତରଙ୍ଗ ବିନା ମାଧ୍ୟମରେ ଗତି କରିଥାଏ  । ତରଙ୍ଗ ଏକ ଆବର୍ତ୍ତୀ ଗତି ଅଟେ ଏହା ବାରମ୍ବାର ପୁନରାବୃତ୍ତି ଗତି ଦ୍ଵାରା ହୋଇଥାଏ  । ଏହା ଶକ୍ତିରେ ରୂପାନ୍ତରିତ ହୋଇଥାଏ  ।

ସ୍ଥିର ଜଳଥିବା ଏକ ଗାଡିଆ ବା ପୋଖରୀ ଜଳକୁ ଛୋଟ ପଥଟିଏ ଫିଙ୍ଗିଲେ କ’ଣ ଦେଖିବ ? ତୁମେ ଲକ୍ଷ୍ୟ କରିବ ପଥରଟି ପଡିଥିବା ସ୍ଥାନରୁ ବୃତ୍ତାକାରରେ ଅନେକ ଆନ୍ଦୋଳନ ପୋଖରୀର ଚତୁଃପାର୍ଶ୍ଵକୁ ଗତି କରୁଅଛି   । ଭଲଭାବରେ ଲକ୍ଷ୍ୟକଲେ ଦେଖିବ ଜଳରେ ଏହି ଆନ୍ଦୋଳନ ସେହି ବିନ୍ଦୁରୁ ସୃଷ୍ଟି ହୋଇ ବୃତ୍ତାକାରରେ ଉପରକୁ ଉଠିବାପରି ଦେଖାଯାଏ ଏବଂ ବାହାର ଆଡକୁ ଗତିକରେ  । ପରେପରେ ଅନ୍ୟ ଏକ ଆନ୍ଦୋଳନ ସୃଷ୍ଟିହୁଏ  ଏବଂ ତାହା ମଧ୍ୟ ଗତି କରିଥାଏ  । ଏହା କିଛି ସମୟ ପର୍ଯ୍ୟନ୍ତ ଚାଲିଥାଏ  । ଯଦିଓ ଏହା ଜଳର ଗତି କରିବା ପରି ଜଣାପଡେ  ପ୍ରକୃତରେ କିନ୍ତୁ ଜଳକଣା ଗୁଡିକ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଆନ୍ଦୋଳିତ ହୋଇଥାନ୍ତି  । ଏହାକୁ ତରଙ୍ଗ କୁହାଯାଏ  ଯାହା ଶିଖର ଓ ଗହ୍ଵର ଦ୍ଵାରା ଗଠିତ ହୋଇଥାଏ  । ତେଣୁ ଶିଖର ଗହ୍ଵର ତରଙ୍ଗର ଅବିଚ୍ଛନ୍ନ  ଅଂଶ ଅଟେ  । ତରଙ୍ଗ ସଞ୍ଚରଣ ସମୟରେ ମାଧ୍ୟମରେ କଣିକା ଗୁଡିକ ଗୋଟିଏ ବିନ୍ଦୁରୁ ଅନ୍ୟ ବିନ୍ଦୁକୁ କେବଳ ଶକ୍ତି ସ୍ଥାନାନ୍ତରଣ କରିଥାନ୍ତି  କିନ୍ତୁ ମାଧ୍ୟମର କଣିକା ଗୁଡିକର ସ୍ଥାନ ପରିବର୍ତ୍ତନ ହୋଇଥାଏ  । ତେଣୁ ତରଙ୍ଗ ଅନ୍ୟାନ୍ୟ କଣିକାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ  ।

ଧ୍ୱନିକୁ ବୁଝିବାପାଇଁ ପ୍ରକୃତିକୁ ପର୍ଯ୍ୟବେକ୍ଷଣ କରିବା ଆବଶ୍ୟକ  । ଜଣେ ବଂଶୀବାଦକ ବଂଶୀର ବିଭିନ୍ନ ଛିଦ୍ର ଉପରେ ଆଙ୍ଗୁଳି ଚାଳନା କରି ବିଭିନ୍ନ ପ୍ରକାରର ସ୍ଵର ନିର୍ଗତ କରିଥାନ୍ତି  । ସେହିପରି ଜଣେ ସିତାର ବାଦକ ସିତାରର ପରଦାକୁ ଭିନ୍ନ ଭିନ୍ନ ଉପାୟରେ ସ୍ପର୍ଶକରି ସିତାର ବାଦନ କରନ୍ତି  । ତୁମେ ଯେତେବେଳେ ଏକ ଖାଲି ଗ୍ଲାସ ଏବଂ ଏକ ଜଳପୂର୍ଣ୍ଣ ଗ୍ଲାସକୁ ଚାମଚ ଦ୍ଵାରା ଆଘାତ କରିଥିବ ସେତେବେଳେ କିପରି ପୃଥକ ଶବ୍ଦ ନିର୍ଗତ ହୁଏ ଶୁଣିଥିବ  ।

ଧ୍ୱନି ବିଜ୍ଞାନ ଏହି ସମସ୍ତ ବସ୍ତୁର ଉତ୍ପନ୍ନ ସ୍ଵର ବା ସଙ୍ଗୀତକୁ ବୁଝିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଏହି ଶବ୍ଦର ଧାରଣା ବୈଜ୍ଞାନିକ ମାନଙ୍କୁ ବିଭିନ୍ନ ପ୍ରକାର ଶବ୍ଦ ସୃଷ୍ଟିକାରୀ ଉପକରଣ ନିର୍ମାଣର ସାହାଯ୍ୟ କରିଥାଏ  । ଏ ଗୁଡିକ ମଧ୍ୟ ଶ୍ରବଣ ଯନ୍ତ୍ର, ସ୍ପିକର, ଧ୍ୱନି ରେକଡିଂ ଏବଂ ଧ୍ୱନି ପରିବର୍ତ୍ତନ ଉପକରଣ ଆଦି ଅନ୍ତର୍ଭୁକ୍ତ  । ଏହା ସହିତ ଆମେ ବିକଶିତ ଯୋଗାଯୋଗ ସମ୍ବନ୍ଧୀୟ ବିଭିନ୍ନ ବୈଷୟିକ ଜ୍ଞାନକୌଶଳ ମଧ୍ୟ ଜାଣିବା  । ଯୋଗାଯୋଗର ଅଧିକ ବିକାଶ ଅର୍ଥ ଅଧିକ ଲୋକମାନଙ୍କ ମଧ୍ୟରେ ଅନେକ ଦୂରରେ ଥିବା ବ୍ୟକ୍ତିଙ୍କ ସ୍ପଷ୍ଟଭାବରେ ଶୁଣିବାକୁ ବୁଝିଥାଉ  ।

ତରଙ୍ଗର ଉପସ୍ଥାପନା

ଆମେ ଆମର ବନ୍ଧୁଙ୍କୁ ଚିହ୍ନିବା ପାଇଁ ତାଙ୍କର ନାମ, ଉଚ୍ଚତା, ରଙ୍ଗ, ଲିଙ୍ଗ ଆଦି ବର୍ଣ୍ଣନା କରାଯାଉ  । ସେହିପରି ତରଙ୍ଗର ବର୍ଣ୍ଣନା ସମୟରେ ଆମକୁ ତରଙ୍ଗ ସମ୍ବନ୍ଧୀୟ କେତେକ ଶବ୍ଦ ସହ ପରିଚିତ ହେବା ଆୟାମ ଆବୃତ୍ତି ଏବଂ ସମୟକାଳ  ।

ଆୟାମ

ମାଧ୍ୟମ ପୃଷ୍ଠଠାରୁ କଣିକାର ସର୍ବୋଚ୍ଚ ବା ସର୍ବନିମ୍ନ ଦୂରତାକୁ ତରଙ୍ଗର ଆୟାମ କୁହାଯାଇଥାଏ  ।

ତରଙ୍ଗର ଦୈର୍ଘ୍ୟ :

ଦୁଇଟି କ୍ରମିକ ଶିଖର ବା ଗହ୍ଵର ମଧ୍ୟବର୍ତ୍ତୀ ଦୂରତାକୁ ତରଙ୍ଗର ଦୈର୍ଘ୍ୟ କୁହାଯାଏ  । ଏହାକୁ ଦୈର୍ଘ୍ୟର ଏକକ ଯଥା ମିଟରରେ ମପାଯାଇଥାଏ ଏବଂ ସଙ୍କେତ l ଦ୍ଵାରା ସୂଚିତ କରାଯାଇଥାଏ  । ଅନୁଦୈର୍ଘ୍ୟ ତରଙ୍ଗ କ୍ଷେତ୍ରରେ ଏହା ଦୁଇଟି କ୍ରମାନ୍ଵୟ ସଂପୀଡନ ବା ବିରଳନ ମଧ୍ୟବର୍ତ୍ତୀ ଦୂରତା ଅଟେ  ।

ଆବର୍ତ୍ତ କାଳ :

ଏକ ନିର୍ଦ୍ଧିଷ୍ଟ ବିନ୍ଦୁ ମଧ୍ୟଦେଇ ଗୋଟିଏ ତରଙ୍ଗ ଚକ୍ର ଅତିକ୍ରମ କରିବାର ସମୟକୁ ଆବର୍ତ୍ତକାଳ କୁହାଯାଏ  । ଏହାର ଏକକ ସେକେଣ୍ଡ ଅଟେ  ।

ଆବୃତ୍ତି :

ଏକ ନିର୍ଦ୍ଧିଷ୍ଟ ବିନ୍ଦୁରେ ଏକ ସେକେଣ୍ଡ ସମୟ ମଧ୍ୟରେ ଅତିକ୍ରମ କରୁଥିବା ସମ୍ପୂର୍ଣ୍ଣ ତରଙ୍ଗ ଚକ୍ରର ସଂଖ୍ୟାକୁ ଏହାର ଆବୃତ୍ତି କୁହାଯାଏ  । ଏହାର ଏକକକୁ Hertz କୁହାଯାଏ  ।

ବେଗ ବା ପରିବେଗ :

ତରଙ୍ଗ ସଞ୍ଚରଣ ସମୟରେ ଏହାର ଏକ ବିନ୍ଦୁରେ ଭୂସମାନ୍ତର ବେଗକୁ ତରଙ୍ଗ ବେଗ କୁହାଯାଏ  । ଏହାର ଏକକ ମିଟର ପ୍ରତି ସେକେଣ୍ଡ M/Sec  । ବେଗ କ ଅଦିଶ ରାଶି ହୋଇଥିବା ବେଳେ ପରିବେଶ ଏକ ସଦିଶ ରାଶି ଅଟେ  ।

ତରଙ୍ଗର ଏ ସମସ୍ତ ଧର୍ମଗୁଡିକ ପରସ୍ପର ଠାରୁ ସ୍ଵତନ୍ତ୍ର ନୁହଁନ୍ତି  । ଏହା ପରସ୍ପର ସହ ସମ୍ପର୍କିତ  । ଆବର୍ତ୍ତକାଳ ଆବୃତ୍ତି ସହ ପ୍ରତିଲୋମାନୁପାତୀ  । ଏହାର ଅର୍ଥ ଆବୃତ୍ତି ଅଧିକ ହେଲେ ଆବର୍ତ୍ତକାଳ ହ୍ରାସ ପାଇବା  । ତରଙ୍ଗ ଦୈର୍ଘ୍ୟ ଦୁଇଗୁଣ ହୋଇଗଲେ ଆବୃତ୍ତି ଅର୍ଦ୍ଧେକ ହୋଇଯାଏ (ଯଦି ପରିବେଗ ସମାନ ଥାଏ)  । କାରଣ ଏକ ନିର୍ଦ୍ଧିଷ୍ଟ ସମୟରେ ତରଙ୍ଗ ସୃଷ୍ଟି କରୁଥିବା ଶିଖର ଓ ଗହ୍ଵରର ସଂଖ୍ୟାକୁ ଆବୃତ୍ତି କୁହାଯାଏ  । ଯଦି ଏହା ଖୁବ୍ ଶିଘ୍ର ସଂଖ୍ୟା ଅଧିକ ହୁଏ ତେବେ ସମୟ କମ୍ ହେବା ଆବଶ୍ୟକ  । ଗାଣିତିକ ଭାଷାରେ ସମୟକୁ ନିମ୍ନମତେ ପ୍ରକାଶ କରାଯାଇଥାଏ  ।

Ta

ଯେଉଁଠାରେ (n) = ଆବୃତ୍ତି – ଆମେ ଜାଣିଲେ ତରଙ୍ଗ ଦୈର୍ଘ୍ୟ ଦୁଇଟି କ୍ରମିକ ଶିଖର ବା ଗହ୍ଵର ମଧ୍ୟବର୍ତ୍ତୀ ଦୂରତା ଅଟେ  । ଏକ ସେକେଣ୍ଡରେ ଏହି ଦୂରତା ଏକ ଆବୃତ୍ତି ଦ୍ଵାରା ଅନେକଥର ଅତିକ୍ରମ ହେବ  । ତେଣୁ ପରିବେଗ = ଆବୃତ୍ତି x ତରଙ୍ଗ ଦୈର୍ଘ୍ୟ

କିମ୍ବା V = n x l

ହେଉନ ତରଙ୍ଗ ଜୀବନ ପ୍ରାଣୀମାନଙ୍କ ଠାରେ ଧ୍ୱନିର କମ୍ପନ ସୃଷ୍ଟିକରେ ସେଗୁଡିକୁ ଶବ୍ଦ ତରଙ୍ଗ କୁହାଯାଏ  ବା ଶ୍ରାବ୍ୟ ତରଙ୍ଗ କୁହାଯାଏ  । ଯେଉଁ ଧ୍ୱନି ଗୁଡିକର ତରଙ୍ଗର ଦୈର୍ଘ୍ୟ 16Hrz  ରୁ 20,000Hrz ମଧ୍ୟରେ ସେ ଗୁଡିକୁ ମନୁଷ୍ୟ ଶୁଣିପାରେ  । ଯଦିଓ ଏହି ତରଙ୍ଗର ପରିସର ଏକ ହାରାହାରି କିସ୍ତାର ଅଟେ ଏହା ବ୍ୟକ୍ତି ବିଶେଷରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ  । 16Hrz ରୁ କମ୍ ଧ୍ୱନି ତରଙ୍ଗ ଗୁଡିକୁ ଅଲ୍ଟ୍ରାସୋନିକ ତରଙ୍ଗ କୁହାଯାଏ  । ବାଦୁଡି ଭଳି ସ୍ତନ୍ୟପାୟୀ ପ୍ରାଣୀ ଏହି ଅଲ୍ଟ୍ରାସାଉଣ୍ଡ ତରଙ୍ଗ ଶୁଣିପାରନ୍ତି ଏବଂ ଏହାକୁ ବ୍ୟବହାର କରି ଅନ୍ଧାର ରାତିରେ ଉଡିପାରନ୍ତି  ।

ବାୟୁ ମାଧ୍ୟମରେ ଧ୍ୱନିର ଗତି = ଶବ୍ଦ ବା ଧ୍ୱନି ତରଙ୍ଗ

ପ୍ରବାହ ଏବଂ କଠିନ ମାଧ୍ୟମରେ ଅନୁଦୈର୍ଘ୍ୟ ତରଙ୍ଗ ରୂପରେ ସଞ୍ଚରିତ ହୋଇଥାଏ  । ଅନୁଦୈର୍ଘ୍ୟ ତରଙ୍ଗରେ କଣିକାରେ ଦୋଳନ ଏବଂ ତରଙ୍ଗ ଗତିର ଦିଗରେ ହୋଇଥାଏ  । ଛାପର ପାର୍ଥକ୍ୟ ଯୋଗୁଁ ଧ୍ୱନି ଗତି କରିଥାଏ  । ଯେତେବେଳେ ବାୟୁରେ ଶବ୍ଦ ସୃଷ୍ଟି ହୁଏ ଏହାର କମ୍ପନ ନିକଟରେ ଥିବା କଣିକା ଗୁଡିକୁ ସଂପୀଡିତ କରିଥାଏ  । ସଂପୀଡିତ ଫଳରେ ବାୟୁଚାପ ବୃଦ୍ଧି ହୋଇଥାଏ  । ଏହି ଚାପ କଣିକା ଗୁଡିକୁ ଚାପ ଦିଗରେ ଗତି କରିବାକୁ ଦେଇଥାଏ  । କିନ୍ତୁ କଣିକା ଗୁଡିକର ଆଗକୁ ଗତିଫଳରେ ମୂଳ ସ୍ଥାନରେ ଚାପ ହ୍ରାସ ପାଏ  । ଯଦି ତରଙ୍ଗଟି ନିରବଚ୍ଛିନ୍ନ ଭାବରେ ଗତିକରେ ତେବେ ଅନ୍ୟକଣିକା ଗୁଡିକ ଏହି ଚାପହ୍ରାସ ସ୍ଥାନ ପୂରଣ କରିଥାନ୍ତି  । ଏହି ପ୍ରକ୍ରିୟାରେ ପୁନରାବୃତ୍ତି ଫଳରେ ତରଙ୍ଗ  ଗତି କରିଥାଏ  । ତେଣୁ ଶବ୍ଦ ତରଙ୍ଗରେ ସଂପୀଡିତ ଏବଂ ଚଳନ ଏକ ଶୃଙ୍ଖଳ ସୃଷ୍ଟି ହୁଏ  । ଏହା ଗତି କରିଥାଏ  ଏବଂ ଶକ୍ତି ପରିବହନ କରିଥାଏ  । ଯଦି କୌଣସି ମାଧ୍ୟମ ନଥାଏ ତେବେ ଉତ୍ପନ୍ନ ଶବ୍ଦ ମାଧ୍ୟମର କୌଣସି କଣିକାକୁ ଠେଲି ସଂପୀଡନ କରିପାରି ନଥାଏ, ତେଣୁ ଶବ୍ଦ ଶୁଣାଯାଏ ନାହିଁ  । ଏହି କାରଣ ପାଇଁ ଆମେ ଚନ୍ଦ୍ରପୃଷ୍ଠରେ ଶବ୍ଦ ଶୁଣିପାରୁ ନାହିଁ  କାରଣ ଚନ୍ଦ୍ର ପୃଷ୍ଠରେ ବାଯୁମଣ୍ଡଳ ନଥାଏ ଗଳାରେ ଶବ୍ଦ ଗତି କରିପାରେ ନାହିଁ  ।

ବିଭିନ୍ନ ପ୍ରକାରର ତରଙ୍ଗ

ରଙ୍ଗ ଭିନ୍ନ ଭିନ୍ନ ପ୍ରକାରର  ଦେଖାଯାଏ  । ଏଗୁଡିକ ଯାନ୍ତ୍ରିକ ବା ବିଦ୍ୟୁତ ଚମ୍ବାକୀୟ ହୋଇପାରେ  । ଯାନ୍ତ୍ରିକ ତରଙ୍ଗ ଗୁଡିକ ସଞ୍ଚରଣ ପାଇନ ମାଧ୍ୟମର ଆବଶ୍ୟକ ହୋଇଥାଏ  ।ଏହି ତରଙ୍ଗର ବେଗ ମାଧ୍ୟମରେ ପ୍ରକୃତି ଯଥା, ମାଧ୍ୟମର ଜଡତ୍ଵ ଏବଂ ସ୍ଥିତିସ୍ଥାପକତା ଉପରେ ନିର୍ଭର କରିଥାଏ  । ଅନ୍ୟ ଅର୍ଥରେ କହିଲେ ଏହାର ବେଗ ମାଧ୍ୟମର କଣିକା ଗୁଡିକୁ କେତେ ସହଜରେ ବା କଷ୍ଟରେ ବିସ୍ଥାପନ କରିଥାଏ ଏବଂ ମାଧ୍ୟମର ବିସ୍ଥାପିତ କଣିକା ଗୁଡିକ କେତେ ଶିଘ୍ର ନିଜର ପୂର୍ବ ଅବସ୍ଥାକୁ ଫେରି ଆସନ୍ତି  । (ମାଧ୍ୟମର ସ୍ଥିତିସ୍ଥାପକ) ଗୁଣ ଉପରେ ନିର୍ଭର କରିଥାନ୍ତି  ।

ଏକ ବିଦ୍ୟୁତ ଚୁମ୍ବକୀୟ ତରଙ୍ଗ ଚାର୍ଜର ତ୍ଵରଣ ଫଳରେ ଉତ୍ପନ୍ନ ହୋଇଥାଏ  । ଏହା ସଞ୍ଚରଣ ପାଇଁ କୌଣସି ମାଧ୍ୟମ ଆବଶ୍ୟକ  କରିନଥାଏ  । ଏହା ଶୂନ୍ୟ ମାଧ୍ୟମରେ ଗତି କରିପାରେ ଯେପରି ଆଲୋକ ମହାଶୂନ୍ୟରେ ଗତିକରି କ୍ଷେତ୍ର ମାନଙ୍କ ଠାରୁ ଆମ ପର୍ଯ୍ୟନ୍ତ ଆସିଥାଏ  । ବିଦ୍ୟୁତ ଚୁମ୍ବକୀୟ ତରଙ୍ଗରେ ବିଦ୍ୟୁତ ଓ ଚୁମ୍ବକ ଉଭୟ ଗୁଣର ସମାହାର ଘଟିଥାଏ  । ଏଥିରେ ବିଦ୍ୟୁତ କ୍ଷେତ୍ର ଓ ଚୁମ୍ବକୀୟ କ୍ଷେତ୍ର ପରସ୍ପର ପ୍ରତି ଲମ୍ବ ଏବଂ ସଞ୍ଚରଣ ଦିଗ ପ୍ରତି ମଧ୍ୟ ଲମ୍ବ ଭାବରେ ରହିଥାନ୍ତି  । ଆମେ ଚୁମ୍ବକୀୟ କ୍ଷେତ୍ରର ତରଙ୍ଗ ଦୈର୍ଘ୍ୟ ଦର୍ଶାଇବା ସମୟରେ ଶିଖର ଗହ୍ଵର ବା ସଂପୀଡିନ, ବିରଳନ ଭଳି ଏହାକୁ ପୃଥକ କରିପାରିନଥାଏ  । କାରଣ ଧ୍ୱନି ତରଙ୍ଗ ମାଧ୍ୟମରେ ସଞ୍ଚରଣ ହେବା ସମୟରେ ବାୟୁରେ ଉଚ୍ଚ ଚାପ ଏବଂ ନିମ୍ନ ଚାପ ସୃଷ୍ଟି ସଞ୍ଚରିତ ହୋଇଥାଏ  । କିନ୍ତୁ ବିଦ୍ୟୁତ ଚୁମ୍ବକୀୟ ତରଙ୍ଗରେ ମାଧ୍ୟମ ଆବଶ୍ୟକ ନ ହେଉଥିବାରୁ ଶିଖର ଗହ୍ଵର ବା ସଂପୀଡନ ବିରଳନର ସମ୍ଭାବନା ନଥାଏ  । ଏହା ଆଲୋକର ପରିବେଶ ସହ ସମାନ ଅର୍ଥାତ୍ (2.997925 x  ) ବା ଶୂନ୍ୟ ମାଧ୍ୟମ ସମସ୍ତ ପ୍ରକାର କ୍ଷେତ୍ର ମାନଙ୍କଠାରୁ ମୁକ୍ତ ଅଟେ  ।

ଧ୍ୱନି ସଞ୍ଚରଣ ସମୟରେ ଆମେ ଯେତେବେଳେ ମାଧ୍ୟମ ସମ୍ବନ୍ଧରେ ଆଲୋଚନା କରିଥାଉ  । ସେତେବେଳେ ମାଧ୍ୟମର ଅନେକ କଣିକାର ସମାହାର ବୋଲି ମନେରଖିବା ଉଚିତ  । ମାଧ୍ୟମର ଗୋଟିଏ କଣିକାର ଗତି ଅନ୍ୟ କଣିକାକୁ ପ୍ରଭାବିତ କରିଥାଏ  । ତୁମେମାନେ ଗୋଟିଏ ସାଇକେଲ ଷ୍ଟାଣ୍ଡରେ ପାଖାପାଖି ରଖାଯାଇଥିବ  । ଗୋଟିଏ ସାଇକେଲକୁ ଠେଲିଲେ ଧୀରେ ଧୀରେ ସମସ୍ତ ସାଇକେଲ ପଡିଯିବାର ଦ୍ରୁଶ୍ଯ ଦେଖିଥିବ  । ଏଠାରେ ଗୋଟିଏ ସାଇକେଲକୁ ଠେଲିଲେ ତାହା ପଡିବ  । ସହ ଶକ୍ତି ପାର୍ଶ୍ଵ ସାଇକେଲ ଏବଂ ପରବର୍ତ୍ତୀ ସାଇକେଲ ଗୁଡିକୁ କ୍ରମାନ୍ଵୟରେ ସଞ୍ଚରିତ ହୋଇଥାଏ ଫଳରେ ଗୋଟିଏ ପରେ ଗୋଟିଏ ଏହାର ସମସ୍ତ ସାଇକେଲ ଗଡିଯାଆନ୍ତି  । ଏଠାରେ ଶକ୍ତିଟି ସାଇକେଲ ମାଧ୍ୟମରେ ସଞ୍ଚରିତ ହୁଏ କିନ୍ତୁ ସାଇକେଲ ଗୁଡିକ ଗତି କରିନଥାନ୍ତି  । ଧ୍ୱନିତରଙ୍ଗ ଯାନ୍ତ୍ରିକ ତରଙ୍ଗ ହୋଇଥିଲା ବେଳେ ଆଲୋକ ତରଙ୍ଗ, ଅବଲୋହିତ ରଶ୍ମି ତରଙ୍ଗ  । ରଞ୍ଜନ ରଶ୍ମି, ମାଇକ୍ରୋୱେଭର ବେତାର ତରଙ୍ଗ ଇତ୍ୟାଦି ବିଦ୍ୟୁତ ଚୁମ୍ବକୀୟ ରଶ୍ମି ଅଟନ୍ତି ଯାହା ତେଜଷ୍କ୍ରିୟ ମୋଇଲିକର ନାଭିକୀୟ  ବିକିରଣରୁ ଉତ୍ପନ୍ନ ହୋଇଥାଏ  । ଧ୍ୱନି ତରଙ୍ଗ ଅପେକ୍ଷା ତରଙ୍ଗ ଗୁଡିକ ଅଧିକ ଶକ୍ତିଶାଳୀ  । ଏଗୁଡିକ ଆଲୋକ ଭଳି ସେକେଣ୍ଡ ପ୍ରତି ୩ ଲକ୍ଷ କି.ମି. ବେଗରେ ଶୂନ୍ୟ ମାଧ୍ୟମରେ ଗତି କରିଥାନ୍ତି  । ଏହା ତୁଳନାରେ ଧ୍ୱନି ତରଙ୍ଗ ବାୟୁ ମାଧ୍ୟମରେ ମାତ୍ର ୩୩୦ ମିଟର ପ୍ରତି ସେକେଣ୍ଡ ବେଗରେ ଗତି କରିଥାଏ  । ଧ୍ୱନି ତରଙ୍ଗର ବିଭିନ୍ନ ମାଧ୍ୟମରେ ପରିବେଶ ନିମ ସାରଣୀରେ ଦିଆଯାଇଛି  । ଏଥିରୁ ଜଣାପଡେ ଧ୍ୱନି ତରଳ ଓ ଗ୍ୟାସୀୟ ମାଧ୍ୟମ ଅପେକ୍ଷା କଠିନ ମାଧ୍ୟମରେ ଅଧିକ ବେଗରେ ଗତି କରିଥାଏ  ।

ବିଭିନ୍ନ ପଦାରହର ଧ୍ୱନି ତରଙ୍ଗର ପରିବେଶ

ମାଧ୍ୟମ

ପରିବେଶ

ଇସ୍ପାତ

5200 m/sec

ଜଳ

15200 m/sec

ବାୟୁ

330 m/sec

କାଚ

4540 m/sec

ରୂପା

3650 m/sec

ଆଲୋକ ଏବଂ ଧ୍ୱନିର ପରିବେଶରେ ଏହି ପାର୍ଥକ୍ୟରୁ ଜଣାପଡେ ଯେ, ଯଦି ଆକାଶରେ ଏପରି କୌଣସି ଘଟନା ଅନୁଭୂତ ହୁଏ ଯାହାଦ୍ଵାରା ଉଭୟ ଆଲୋକ ଏବଂ ଶବ୍ଦ ସୃଷ୍ଟି ହୋଇଥାଏ  ଆମେ ପ୍ରଥମେ ଆଲୋକକୁ ଦେଖିପାରିବା ବେଳେ ଶବ୍ଦକୁ ପଛରେ ଶୁଣିଥାଉ  । ସେଥିପାଇଁ  ବିଜୁଳି ମାରିବା ସମୟରେ ପ୍ରଥମେ ଆଲୋକ ଦେଖିବାର କିଛି ସମୟ ପରେ ଘଡଘଡିର ଶବ୍ଦ ଶୁଣାଯାଇଥାଏ  । ଯାନ୍ତ୍ରିକ ତରଙ୍ଗ ଗୁଡିକ ଅନୁପ୍ରସ୍ଥ ବା ଅନୁଲମ୍ବ ହୋଇପାରିଛି ମାତ୍ର ବିଦ୍ୟୁତ ଚୁମ୍ବକୀୟ ତରଙ୍ଗ ଗୁଡିକ କେବଳ ଅନୁପ୍ରସ୍ଥ ତରଙ୍ଗ ଅଟନ୍ତି  । ଅନୁପ୍ରସ୍ଥ ତରଙ୍ଗରେ କଣିକା ଗୁଡିକର ଦୋକାନ ଏବଂ ତରଙ୍ଗ ସଞ୍ଚରଣର ଦିଗ ପରସ୍ପର ପ୍ରତି ଲମ୍ବ ହେଉଥିବା ବେଳେ ଅନୁଦୈର୍ଘ୍ୟ ତରଙ୍ଗରେ ଏହା ସମାନ ଦିଗରେ ହୋଇଥାଏ  । ଧ୍ୱନି ତରଙ୍ଗ ଗୁଡିକ ୨ପ୍ରକାରର ଅଟନ୍ତି  । ଅନୁପ୍ରସ୍ଥ ଏବଂ ଅନୁଲମ୍ବ  ।

ଅନୁପ୍ରସ୍ଥ ଧ୍ୱନି ତରଙ୍ଗକୁ ଦେଖିବାପାଇଁ ଆମେ ଏକ ସୂତା ବା ରଶିନେଇ ତାହାକୁ କାନ୍ଥର ଥିବା ଏକ କଣ୍ଟା ବା ହୁକ କବାଟର ହାଣ୍ଡଲ ସହ ଗୋଟିଏ ପ୍ରାନ୍ତ ବାନ୍ଧି ଅନ୍ୟପ୍ରାନ୍ତଟିକୁ ହାତରେ ଢିଲା ଭାବରେ ଧରିବା  । ଉକ୍ତ ରଶିକୁ ତଳ ଉପର କରି ଆଘାତ କଲେ ଆମେ ଅନୁପ୍ରସ୍ଥ ତରଙ୍ଗର ଗତି ଲକ୍ଷ୍ୟ କରିପାରିବା  । ଆମେ ଲକ୍ଷ୍ୟ କରିବା ଯେ, ତରଙ୍ଗଟି ରଶ୍ମି ମାଧ୍ୟମରେ ଆମ ହାତପାଖରୁ ଅନ୍ୟ ପ୍ରାନ୍ତ ଆଡକୁ ଗତି କରିବା ସମୟରେ ରଶିଟି ଲମ୍ବ ଭାବରେ ଉପରତଳ ଗତି କରିଥାଏ  । ଏହାକୁ ଅନୁପ୍ରସ୍ଥ ତରଙ୍ଗ କୁହାଯାଏ  । ଯେହେତୁ କଣିକାର ଦୋଳନ ତରଙ୍ଗ ସଞ୍ଚରଣର ଦିଗ ସହ ଲମ୍ବ ଭାବରେ ହୋଇଥାଏ  । ଯେତେବେଳେ ଆମେ ଏକ ସ୍ଥିର ଜଳାଶ୍ରୟର ଜଳ ପୃଷ୍ଠକୁ ଏକ ଛୋଟ ପଥର ଫିଙ୍ଗିଥାଉ ଆମେ ଲକ୍ଷ୍ୟ କରିବା ଯେ, ପଥର ପଡିଥିବା ସ୍ଥାନରୁ ବୃତ୍ତାକାର ତରଙ୍ଗ ଗୁଡିକ ପୋଖରୀ ବା ଜଳାଶୟର କୁଳ ପର୍ଯ୍ୟନ୍ତ ଗତି କରିଥାନ୍ତି  । ସେହି ତରଙ୍ଗ ସଞ୍ଚରଣ ସମୟରେ ଯଦି ଏକ ବତକ ବା ଜଳପୃଷ୍ଠରେ ରଖିଥିବା ଏକ କାଗଜ ଡଙ୍ଗାକୁ ଲକ୍ଷ୍ୟ କରିବା ଦେଖିପାରିବା  । ଯେ ତାହା କିପରି ଜଳପୃଷ୍ଠରେ ଉପରତଳ ଦିଗରେ ତରଙ୍ଗ ସଞ୍ଚରଣ ଦିଗ ସହ ଲମ୍ବଭାବରେ ଦୋଳିତ ହେଉଅଛି  । ଅର୍ଥାତ୍ ଏକ ନିର୍ଦ୍ଧିଷ୍ଟ ବିନ୍ଦୁରେ ଏହା ସାମୟିକ ଭାବରେ ନିଜ ସ୍ଥାନ ନ ବଦଳାଇ ପୂର୍ବ ଅବସ୍ଥାନ ଠାରୁ ଉପରକୁ ଏବଂ ପୁନଶ୍ଚ ମଧ୍ୟବସ୍ଥା ଫେରି ଆସୁଅଛି  । ଏହି ପ୍ରକାରର ତରଙ୍ଗକୁ ଅନୁପ୍ରସ୍ଥ ତରଙ୍ଗ କୁହାଯାଏ  ।

ଅନୁ ଦୈର୍ଘ୍ୟ ତରଙ୍ଗରେ କଣିକାର ବିସ୍ଥାପନ ଏବଂ ତରଙ୍ଗ ସଞ୍ଚରଣ ଦିଗ ସମାନ ଦିଗରେ ହୋଇଥାଏ  । ଉଦାହରଣ ସ୍ୱରୂପ ଯେତେବେଳେ ଏକ ହର୍ଣ୍ଣ ବାଜିଥାଏ  । ଆମେ କଥା କହୁ, ବା ବାୟୁରେ ଏକ ବସ୍ତୁ ଶିଘ୍ର ଶୀଗର ଗତି କରିଥାଏ  ଏହା ପାର୍ଶ୍ଵବର୍ତ୍ତୀ ବାୟୁ କଣିକା ଗୁଡିକୁ ଠେଲିଥାଏ  । ଏହି କଣିକା ଗୁଡିକ ପରବର୍ତ୍ତୀ ସମୟରେ ପାର୍ଶ୍ଵବର୍ତ୍ତୀ କଣିକା ଗୁଡିକୁ ଠେଲିଥାନ୍ତି  । ଫଳରେ ଶକ୍ତି ପରବର୍ତ୍ତୀ କଣିକା ଗୁଡିକୁ ସ୍ଥାନାନ୍ତର ହୋଇଥାଏ  । ପ୍ରଥମ କଣିକା ସମୂହ ଶକ୍ତି ପ୍ରଦାନ କରିବାପରେ ପୁନଶ୍ଚ ନିଜ ପୂର୍ବ ଅବସ୍ଥାନକୁ ଫେରି ଆସିଥାନ୍ତି  । ଏହି ପ୍ରକ୍ରିୟା ସଂପୀଡନ ଏବଂ ବିରଳନ ଅବସ୍ଥା ଉତ୍ପନ୍ନ କରିଥାଏ  । ତେଣୁ ଏହି ସଞ୍ଚରଣରେ ସଂପୀଡନ ହିଁ ଗତି କରିଥାଏ  । ମାଧ୍ୟମର କଣିକାର ଗତି ହୋଇନଥାଏ  । ଅନୁପ୍ରସ୍ଥ ତରଙ୍ଗର ଦୁଇଟି କ୍ରମିକ ସଂପୀଡନ ବା ବିରଳନ ମଧ୍ୟବର୍ତ୍ତୀ ଦୂରତାକୁ ତରଙ୍ଗ ଦୈର୍ଘ୍ୟ କୁହାଯାଇଥାଏ  ।

ଅନୁପ୍ରସ୍ଥ ତରଙ୍ଗ ଗୁଡିକ କେବଳ ପ୍ରବାହ (ତରଳ ଏବଂ ଗ୍ୟାସୀୟ) ମାଧ୍ୟମରେ ସଞ୍ଚରିତ ହେଉଥିବା ସମୟରେ ଅନୁଦୈର୍ଘ୍ୟ ତରଙ୍ଗ କଠିନ, ତରଳ ଏବଂ ଗ୍ୟାସୀୟ ମାଧ୍ୟମରେ ସଞ୍ଚରିତ ହୋଇପାରେ  । ଅନୁଦୈର୍ଘ୍ୟ ତରଙ୍ଗକୁ ଦେଖିବାପାଇଁ ଏକ ଲମ୍ବା ସ୍ପ୍ରି ନେଇ ଏହାର ଦୁଇପ୍ରାନ୍ତକୁ ଦୁଇଟି ସ୍ଥାନରେ ଟାଣି ଲମ୍ବାଇ ରଖ  । ବର୍ତ୍ତମାନ ଏହାକୁ ଗୋଟିଏ ପ୍ରାନ୍ତକୁ ଠେଲିଲେ ଏହି ସ୍ପ୍ରି ମଧ୍ୟରେ ସଂପୀଡନ ଏବଂ ବିରଳନର ଗତିକୁ ଭଲ ଭାବରେ ଲକ୍ଷ୍ୟ କରିପାରିବ  ।

ବିଦ୍ୟୁତ ଚୁମ୍ବକୀୟ ତରଙ୍ଗ ଗୁଡିକର ତରଙ୍ଗ ଦୈର୍ଘ୍ୟ ଏବଂ ଆବୃତ୍ତି  ।

ନାମ

ତରଙ୍ଗ ଦୈର୍ଘ୍ୟ ଆମଷ୍ଟ୍ରଙ୍ଗ ଏକକ

ତରଙ୍ଗ ଦୈର୍ଘ୍ୟ ସେ.ମି. ରେ

ଆବୃତ୍ତିର ପରିସର (Hz)

ଶକ୍ତି

ବେତାର

>

>10

< 3 x

<

ମାଇକ୍ରୋୱେଇ

-

10-0.1

3 x  – 3 x

– 0.01

ଅବଲୋହିତ ରଶ୍ମି

-7000

0.01 – 7 x

3 x  – 4.3 x

0.01 – 2

ଦୃଶ୍ୟମାନ ଆଲୋକ

2000-4000

7 x  – 4x

4.3 x  – 3 x

2-3

ଅତିବାଇଗଣୀ ରଶ୍ମି

4000-10

4 x  -

3 x  – 3 x

3-

ଏକ୍ସ –ରେ

10-0.1

-

> 3 x

>

ଗାମା ରଶ୍ମି

< 0.1

<

 

 

ଧ୍ୱନି ର ପ୍ରକୃତି, ପରିମାଣ ଏବଂ ଗୁଣବତ୍ତା

ଧ୍ୱନିର ତୀବ୍ରତା ଡେସିବିଲ (dB) ନାମକ ଏକକରେ ମପା ଯାଇଥାଏ  । ଏଠାରେ ଡେସି ଅର୍ଥ ଏକ ଦଶମାଂଶ ଏବଂ ବେଳ ଅର୍ଥ ଧ୍ୱନିର ତୀବ୍ରତା  । ବେଲ ଶବ୍ଦଟି ବିଶିଷ୍ଟ ଟେଲିଫୋନର ଉଦ୍ଭାବନ ଆଲେକଜାଣ୍ଡାର ଗ୍ରାହାମବେଲ ନାମରୁ ଆନୀତ  । ବାସ୍ତବରେ ଡେସିବିଲ ଏକକ ଦୁଇଟି ଶକ୍ତିସ୍ତର ଉତ୍ସ ମଧ୍ୟରେ ତୁଳନା କରିଥାଏ । ଦୁଇଟି ଶକ୍ତି ସ୍ତର ,  ‘n’ ଡେସିବିଲ ଦ୍ଵାରା ପୃଥକ ହେବେ ଯଦି  n = 10 /

ଏଠାରେ  ଅର୍ଥ log ର ଆଧାର 10 ଅଟେ  ।  ଧ୍ୱନିକୁ ମାପିବା ପାଇଁ  କୁ ସୂଚକ ରୂପେ ନିଆଯାଇଥାଏ  । ସାଧାରଣତଃ ସୂଚକ ଧ୍ୱନିକୁ ଶ୍ରାବ୍ୟ ଧ୍ୱନି କୁହାଯାଏ  । ମନୁଷ୍ୟ କର୍ଣ୍ଣଦ୍ଵାରା ୩୦ ଡେସିବଲର ଫୁସ୍ ଫୁସ୍ କଥାବାର୍ତ୍ତାର ସାବା ଶୁଣାଯାଇଥାଏ  । ସାଧାରଣ କଥାବାର୍ତ୍ତା ୬୫ ଡେସିବିଲ ଜେଟ୍ ବିମାନ ଉଠିବା ସମୟର ଶବ୍ଦ 150dB ଅଟେ  । 85dB ଠାରୁ ଅଧିକ ଧ୍ୱନି ପ୍ରବଣତା ଆମ କର୍ଣ୍ଣ ପାଇଁ କ୍ଷତିକାରକ ଏବଂ ଏହା ଶ୍ରବଣ ଶକ୍ତି ନଷ୍ଟ କରିପାରେ  । ଅନେକ ଦିନଧରି ଏହି ଧରଣର ଶବ୍ଦ ଶୁଣିଲେ ଆମେ ସମ୍ପୂର୍ଣ୍ଣ ଭାବରେ ଶୁଣିବା ଶକ୍ତି ହରାଇପାରୁ  । ତେଣୁ ଡାକ୍ତରଖାନା ପାଖରେ ବିବାହ ଶୋଭାଯାତ୍ରା ସମୟରେ ଉଚ୍ଚ ଶବ୍ଦରେ ଶବ୍ଦ ବଜାଇବା ଉପରେ ନିଷେଧ କରାଯାଇଛି  । ଶବ୍ଦ ରକ୍ତଚାପ ଏବଂ ଉଦବେଗ ବୃଦ୍ଧି କରିଥାଏ  । ଏହା ମଧ୍ୟ ଆମେ ବୁଝିପାରି ନଥାଉ ଯେ ନିରବଚ୍ଛିନ୍ନ ଶବ୍ଦ ମାନସିକ ଅଶାନ୍ତି ସୃଷ୍ଟି କରିଥାଏ  । ଉତ୍ସବ ସମୟରେ ଫୁତଯାଉଥିବା ଫୋଟକା ବାଣ ଗୁଡିକ ବାୟୁ ପ୍ରଦୂଷଣ ସହିତ ଶବ୍ଦ ପ୍ରଦୂଷଣ ମଧ୍ୟ କରିଥାନ୍ତି  ।

ତୁମେ ଜାଣ କି

ମନୁଷ୍ୟ ସ୍ୱାସ୍ଥ୍ୟ ଉପରେ ଶବ୍ଦ ପ୍ରଦୂଷଣର ପ୍ରଭାବ ନିରୂପଣ ପାଇଁ ଧ୍ୱନି ତୀବ୍ରତା ମାପକ ଯନ୍ତ୍ରମାନ ତିଆରି କରାଯାଇଅଛି  । ଏହି ଡେସିବିଲ ମିଟରରେ ଏକ ସ୍ଵତନ୍ତ୍ର କ୍ରିଷ୍ଟାଲର ବ୍ୟବହାର କରାଯାଇଛି ଯାହାକି ପିଜୋ ଇଲେକ୍ଟ୍ରିକ କ୍ରିଷ୍ଟାଲ କୁହାଯାଏ  । ଏହି କ୍ରିଷ୍ଟାଲର ଏକ ବିଶେଷ ଗୁଣ ହେଉଛି ଯେତେବେଳେ ଏହା ଉପରେ ଚାପ ପ୍ରୟୋଗ ହୁଏ ଏହା ବୈଦ୍ୟୁତିକ ବିଭବ ଉତ୍ପନ୍ନ କରିଥାଏ  । ଡେସିବିଲ ମିଟରରେ ଗୋଟିଏ ମାଇକ ଏବଂ ପିଜୋ ଇଲେକ୍ଟ୍ରିକ କ୍ରିଷ୍ଟାଲ ବ୍ୟବହାର କରାଯାଇଥାଏ  । ଧ୍ୱନି ମାଇକର ପରଦାକୁ କମ୍ପନ କରେ ଫଳରେ ଉତ୍ପନ୍ନ ଚାପ ବୈଦ୍ୟୁତିକ ସଙ୍କେତରେ ପରିଣତ ହୋଇ ଧ୍ୱନି ତୀବ୍ରତାର ସ୍ତର ନିରୂପଣ କରିଥାଏ  । ଏହି ବୈଦ୍ୟୁତିକ ସଙ୍କେତରେ ପରିଣତ ହୋଇ ଧ୍ୱନି ତୀବ୍ରତାର ସ୍ତର ନିରୂପଣ କରିଥାଏ  । ଏହି ବୈଦ୍ୟୁତିକ ସଙ୍କେତ ପରେ ସାଙ୍କେତିକ ଆକାରରେ ସଂଖ୍ୟାରୂପରେ ପ୍ରଦର୍ଶିତ ହୋଇଥାଏ  । ତେଣୁ ଜଣେ ଫୋଟକା, ଯାନବାହାନ, ମେସିନ ଏବଂ ବିଭିନ୍ନ ଉତ୍ସରୁ ଆସୁଥିବା ଧ୍ୱନିର ତୀବ୍ରତା ଜାଣିପାରି ସେଥିରୁ ଦୂରେଇ ରହିବାକୁ ଚେଷ୍ଟା କରିପାରିବେ  । ତଥ୍ୟରୁ ଜଣାଯାଏ ଯେ ସଙ୍ଗୀତ ଓ ବାଦ୍ୟଯନ୍ତ୍ରରୁ ଉତ୍ପନ୍ନ ଅତ୍ୟଧିକ ଶବ୍ଦ ମଧ୍ୟ କର୍ଣ୍ଣକୁ ବଧିର କରିପାରେ   ।

ବିଭିନ୍ନ ଉତ୍ସରୁ ଶବ୍ଦ ଭିନ୍ନ ଭିନ୍ନ ହୋଇପାରେ  । ଆମେ ଧ୍ୱନି ପ୍ରବଣତା ଏବଂ ତାରତ୍ଵ ମଧ୍ୟରେ ଥିବା ପାର୍ଥକ୍ୟକୁ ଜାଣିବା ଉଚିତ୍  । ଗୋଟିଏ ଧାତବ ପାତ୍ରକୁ ଏକ ଧାତବ ଚାମଚ ଦ୍ଵାରା ଆଘାତ ଦ୍ଵାରା ଉତ୍ପନ୍ନ ଧ୍ୱନିର ତାରତ୍ଵ ଗୋଟିଏ କାଠବାଡି ଦ୍ଵାରା ବ୍କା ମାଟିର ମାଠିଆକୁ (ଆଘାତ ଦ୍ଵାରା ଧ୍ୱନିର ତାରତ୍ଵ ଅଲଗା) ଜଣେ ମହିଳା ବା ସ୍ତ୍ରୀ ଲୋକର ସ୍ଵରର ଆବୃତ୍ତି ପୁରୁଷ ଲୋକର ସ୍ଵର ଆବୃତ୍ତି ଠାରୁ ଅଧିକ ଆମେ ଆହୁରି ମଧ୍ୟ ଜାଣିବା ଉଚିତ୍ ଯେ ସ୍ଵର ଏକ ନିର୍ଦ୍ଧିଷ୍ଟ ଆବୃତ୍ତିର ତରଙ୍ଗ ନୁହେଁ ବରଂ ଏକାଧିକ ଆବୃତ୍ତିର ସମାହାର ଅଟେ  । ସେଥିମଧ୍ୟରୁ କେତେକ ଏକାଧିକ (ସ୍ଵର ସଙ୍ଗତି) ସମାନ ଆବୃତ୍ତିକୁ ବ୍ୟକ୍ତିର ମୌଳିକ ସ୍ଵର କୁହାଯାଏ  ।

ବର୍ତ୍ତମାନ ଆମେ ତରଙ୍ଗର ଦୈର୍ଘ୍ୟ ଏବଂ ଆବୃତ୍ତି ମଧ୍ୟରେ ଥିବା ସମ୍ପର୍କକୁ ଜାଣିପାରିଲେ  । ଆମେ କହିପାରିବା ଗୋଟିଏ ବଂଶୀର ସମସ୍ତ ଛିଦ୍ର ବନ୍ଦକରି ଅଧିକ ତାରତ୍ଵ ର ଧ୍ୱନି ଉତ୍ପନ୍ନ ହୁଏ (କ୍ଷୁଦ୍ର ତରଙ୍ଗ ଦୈର୍ଘ୍ୟ, ଅଧିକ ଆବୃତ୍ତି) ଯେତେବେଳେ ସମସ୍ତ ଛିଦ୍ର ବନ୍ଦ କରାଯାଇଥାଏ, ଏହା ଅଧିକ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ତରଙ୍ଗ ସୃଷ୍ଟି କରେ  । ପ୍ରକୃତରେ ଜୋରରେ ଫୁଙ୍କିବା ଦ୍ଵାରା ଆମେ ଆବୃତ୍ତିକୁ ବୃଦ୍ଧି କରିଥାଉ ଫଳରେ ତାରତ୍ଵ (v µ 1/l) ସୂତ୍ର ଅନୁସାରେ ଅଧିକ ହୋଇଥାଏ  ।

ତୁମ ପାଇଁ କାମ

ଏକ ସରଳ ପରୀକ୍ଷଣ ଦ୍ଵାରା ତୁମେ ତରଙ୍ଗ ଦୈର୍ଘ୍ୟ ଓ ତାରତ୍ଵ ମଧ୍ୟରେ ଥିବା ପାର୍ଥକ୍ୟ ଜାଣିପାରିବ  । ଏହା ସାହାଯ୍ୟରେ ଢୋଲକ, ତାବଲା ଏବଂ କ୍ଷୁଦ୍ର ଏବଂ ଲମ୍ବ ତାରକୁ ଉତ୍ପନ୍ନ ଧ୍ୱନି ସମ୍ବନ୍ଧରେ ଜାଣିପାରିବା  । କ୍ଷୁଦ୍ର ଉପକରଣ ଅଧିକ ଆବୃତ୍ତି ଉତ୍ପନ୍ନ କରିଥାଏ  । ଗୋଟିଏ ଫମ୍ପା ଧାତବ ଚକୋଲେଟ୍ ବା ମିଠା ଡବା ନିଅ  । ଯଦି ସେପରି ନମିଳେ ତେବେ ପଳାଇବୋର୍ଡ ବା କାର୍ଡବୋର୍ଡ ବାକ୍ସ ମଧ୍ୟ କାମରେ ଆସିପାରେ । ଧାତବ ତାରର ୩ଟି ଖଣ୍ଡ ଯାହା ବାଦ୍ୟଯନ୍ତ୍ର ଦୋକାନ ବା ଲୁହାଦୋକାନରେ ମିଳିଥାଏ  । କିଛି ଲୁହାକଣ୍ଟା ବା ନଟ ବୋଲ୍ଟ ନିଅ  ।

ଲୁହା କଣ୍ଟା ବା ବୋଲ୍ଟ ଗୁଡିକୁ ହାତୁଡି ଦ୍ଵାରା ପିଟି ବା ଅଠା ଦ୍ଵାରା ଧାତବ ଡବା ଉପରେ ଲଗାଅ  । ଏହି ଗୁଡିକ ଯୋଡାପ୍ରତି ୨ଟି ହିସାବରେ ୩ଯୋଡାରେ ଲଗାଅ  । ପ୍ରତିଯୋଡା ମଧ୍ୟରେ ବିଭିନ୍ନ ଦୂରତା ରଖିବା ଆବଶ୍ୟକ  । ଉଦାହରଣ ସ୍ୱରୂପ ଯଦି ୧ମ ଯୋଡା ମଧ୍ୟରେ ଦୂରତା ୧୦ ସେ.ମି. ହୁଏ ତେବେ ଅନ୍ୟ ଦୁଇଯୋଡାକୁ ଯଥାକ୍ରମେ ୨୦ ସେ.ମି.  ୩୦ସେ.ମି.ରେ ଲଗାଅ  । ବର୍ତ୍ତମାନ ପ୍ରତିଯୋଡା ଲୁହାକଣ୍ଟା ବା ନଟବୋଲ୍ଟକୁ ଧାତବତାର ଦ୍ଵାରା ଟାଣିକରି ଯୋଡିଦିଅ  ।

ଯଦି ତୁମେ ଗୋଟିଏ ତାରକୁ ଟାଣିବ, ତେବେ ଏକ ଧ୍ୱନି ଶୁଣିପାରିବ  । ପ୍ରତ୍ୟକ ଦୈର୍ଘ୍ୟର ତାର ପାଇଁ ଭିନ୍ନ ଭିନ୍ନ ପ୍ରକାରର ଧ୍ୱନି ଶୁଣିପାରିବ  । କ୍ଷୁଦ୍ର ଦୈର୍ଘ୍ୟ ବିଶିଷ୍ଟ ତାରରୁ ଉତ୍ପନ୍ନ ହେଉଥିବ  । ଧ୍ୱନିର ଆବୃତ୍ତି ସର୍ବାଧିକ ହେବ  ।

ତୁମ ସାଙ୍ଗ ମାନଙ୍କୁ ଡାକି ଉପକରଣଟିକୁ ଦେଖାଅ  । ତୁମେ ସମସ୍ତେ ଲକ୍ଷ୍ୟ କରିପାରିବ ପ୍ରତ୍ୟକ ତାରରୁ ବିଭିନ୍ନ ପ୍ରକାରର ଧ୍ୱନି ସୃଷ୍ଟି ହେଉଛି  । ଅଧିକ ଦୈର୍ଘ୍ୟର ତାରରୁ ଅଧିକ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ଧ୍ୱନି ଉତ୍ପନ୍ନ ହୁଏ ଫଳରେ ଆବୃତ୍ତି ଛୋଟ ହୋଇଥାଏ  । (ମନେରଖ ଏକ ନିର୍ଦ୍ଧିଷ୍ଟ ପରିବେଗ ପାଇଁ ଅଧିକ ତରଙ୍ଗ ଦୈର୍ଘ୍ୟ କମ୍ ଆବୃତ୍ତି ସୃଷ୍ଟି କରିଥାଏ  । ଏହି ନିୟମାନୁସାରେ ସିତାର ଏବଂ ଅଧିକ ତାରଯୁକ୍ତ ବାଦ୍ୟଯନ୍ତ୍ର କାର୍ଯ୍ୟ କରିଥାଏ  । ଏହି ଆବୃତ୍ତି ବାଦ୍ୟଯନ୍ତ୍ରରେ ଲାଗିଥିବା ତାରର ଟଣା ଉପରେ ନିର୍ଭର କରିଥାଏ  । ଏହାକୁ ତୁମେ ଏକ କ୍ଷୁଦ୍ର ପରୀକ୍ଷା ମାଧ୍ୟମରେ ଜାଣିପାରିବ  । ବାଦ୍ୟଯନ୍ତ୍ରଟିରେ ଲାଗିଥିବା ବୋଲ୍ଟକୁ ଘୂରାଇ ବା ଏହାକୁ ବଙ୍କାଇ ତାରକୁ ଅଧିକ ବା କମ୍ ଟାଣି ରଖାଯାଇପାରେ  । ତାରକୁ ଏକ ଧାତବ ଆଧାର ଉପରେ ରଖି ଏହାକୁ ମଧ୍ୟ କରାଯାଇପାରେ ଯେତେବେଳେ ତାରର ଗୋଟିଏ ପ୍ରାନ୍ତ ଏକ ନଟବୋଲ୍ଟ ବା କଣ୍ଟାଦ୍ଵାରା ସଂଯୁକ୍ତ ହୋଇ  ଅନ୍ୟ ପ୍ରାନ୍ତଟିକୁ ମୁକ୍ତ ଭାବରେ ଝୁଲାଇ ବିଭିନ୍ନ ଓଜନ ଲଗାଇ ଧ୍ୱନି ଉତ୍ପନ୍ନ କରିବା  । ତୁମେ ସମାନ ପ୍ରକାରର ଗ୍ଲାସରେ ଭିନ୍ନ ଭିନ୍ନ ସ୍ତରର ଜଳନେଇ ତାହାକୁ ଏକ ଚାମଚ ଦ୍ଵାରା ଆଘାତ କଲେ ବିଭିନ୍ନ ତାରତ୍ଵର ଧ୍ୱନି ମଧ୍ୟ ଶୁଣିପାରିବ  । ଧ୍ୱନିର ତାରତ୍ଵ ବା ଆବୃତ୍ତି ଖାଲି ସ୍ଥାନଥିବା ଗ୍ଲାସ ଅର୍ଥାତ୍ କମ୍ ବାୟୁ ସ୍ତମ୍ଭ (ଯେଉଁ ଗ୍ଲାସରେ ଅଧିକ ଜଳସ୍ତର ଥାଏ) ଅଧିକ ହେବାର ଜଣାପଡିବ  । ଶବ୍ଦ ତରଙ୍ଗର ତରଙ୍ଗ ଦୈର୍ଘ୍ୟ ବାୟୁ ସ୍ତମ୍ଭର ଉଚ୍ଚତା ସହ ସମାନୁପାତୀ ହେବ  । ତବଲାର ଦୁଇଟି ସେଟ୍ ମଧ୍ୟରୁ କେଉଁଟି ଅଧିକ ଶବ୍ଦ ଉତ୍ପନ୍ନ କରିଥାଏ  । ଯାହାର ଛୋଟ ପରଦା ଥାଏ ନା ଯାହାର ବଡ ପରଦା  ? ବଡ ପରଦା ଥିବା ତବଲା ଅଧିକ ତରଙ୍ଗ ଦୈର୍ଘ୍ୟ ଉତ୍ପନ୍ନ କରିଥାଏ  ।

ସଙ୍ଗୀତ ଧ୍ୱନିର ଏକ ସମାହାର ଯାହା ଶ୍ରୁତି ମଧୁର ଅଟେ  । ଏହା ଧ୍ୱନିର ଗୁଣ ଏବଂ ତାଲା ଉପରେ ନିର୍ଭର କରିଥାଏ  । କୋଳାହଳ ଶ୍ରୁତିକଟୁ ଅଟେ କିନ୍ତୁ ସଙ୍ଗୀତର ପର୍ଯ୍ୟାୟ କ୍ରମିକ ତାଲା ଓ ଲୟ ଯୋଗୁଁ ଏହା ଶ୍ରୁତି ମଧୁର ଅଟେ  । ପର୍ଯ୍ୟାୟର ଗୁଣ ଏହାର ପୁନରାବୃତ୍ତିତା ଉପରେ ନିର୍ଭର କରେ  । ଉଦାହରଣ ସ୍ୱରୂପ ଗୋଟିଏ ଗୀତରେ ସ୍ଵର ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ବାରମ୍ବାର ପୁନରାବୃତ୍ତି ହୋଇଥାଏ  । ଗୋଟିଏ ପଦର ସମାପ୍ତି ପରେ ଗାୟକ ପୁନର୍ବାର ପୂର୍ବ ସ୍ଵରକୁ ଫେରିଥାଏ  । ଯଦି ଏହି ଧ୍ୱନି ଚାପକୁ ଆମେ ସମୟ ସହ ଗ୍ରାଫରେ ସୂଚୀତ କରିବା ତେବେ ଲକ୍ଷ କରିବା ଏହା ନିୟମିତ ଭାବରେ ପରିବର୍ତ୍ତିତ ହୋଇଥାଏ  । ବିପରୀତ କ୍ରମେ କୋଳାହଳ ଏକ ଅନିୟମିତ ଶବ୍ଦର ସମାହାର ଯାହା ବିରକ୍ତିକର ଅଟେ  । ଧ୍ୱନିକୁ ସଙ୍ଗୀତକାରମାନେ ୩ଟି ଆଧାରରେ ମୂଲ୍ୟାୟନ କରିଥାନ୍ତି  । ଗୁଣ, ମହତ୍ଵ ଏବଂ ଧ୍ୱନି ପ୍ରବଣତା  । ଏବଂ ସମାନ ତାରତ୍ଵ ଥାଇପାରେ କିନ୍ତୁ ଗୁଣ ସମାନ ହୋଇନପାରେ  । ତେଣୁ ଆମେ ସମାନ ଧ୍ୱନି ପ୍ରବଣତା ଏବଂ ତାରତ୍ଵ ଥିବା ଗିତାର ଏବଂ ସିତାରର ଧ୍ୱନି ମଧ୍ୟରେ ପାର୍ଥକ୍ୟ ଜାଣିପାରୁ  ।

ତୁମ ପାଇଁ କାମ

ଗୋଟିଏ ବଂଶୀ ନେଇ ଏହାର ୬ଟି ଯାକ ଛିଦ୍ରକୁ ନିଜ ଆଙ୍ଗୁଠି ଦ୍ଵାରା ବନ୍ଦ କରିଦିଅ  । ବଂଶୀ ମଧ୍ୟକୁ ଫୁଙ୍କି ଶବ୍ଦ ଶୁଣିବାକୁ ଚେଷ୍ଟାକର  । ଏହିପରି ଅବସ୍ଥାରେ ପୁନଶ୍ଚ ଅଧିକ ଜୋରରେ ଫୁଙ୍କ  । ତୁମେ ଅଧିକ ତାରତ୍ଵର ଶବ୍ଦ ଶୁଣିବ  । ପ୍ରଥମେ ପ୍ରଥମେ ଉତ୍ପନ୍ନ ଶବ୍ଦ ଶୁଣିବାକୁ ଭଲ ଲାଗିନପାରେ କିନ୍ତୁ ଅଳ୍ପ କିଛି ଚେଷ୍ଟାପରେ ତୁମେ ଅଧିକ ତାରତ୍ଵ ବିଶିଷ୍ଟ ସୁମଧୁର ଧ୍ୱନି ଶୁଣିପାରିବା  । ଏହି ପର୍ଯ୍ୟବେକ୍ଷଣକୁ ପରିବେଶ ଏବଂ ଆବୃତ୍ତିର ସମ୍ପର୍କ ଲକ୍ଷ୍ୟକର  । ମନେରଖ ବଂଶୀ ପାଇପଟିର ଦୈର୍ଘ୍ୟ ପ୍ରତି ପରୀକ୍ଷଣ ପାଇଁ ସମାନ ରହିବା ଦରକାର  ।

ଆମ ଭାରତର ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ଦେଖାଯାଏ, ବଂଶୀ, ସିତାର, ସରୋଦ, ତବଲା, ଡ୍ରାମ, ଘଟମ ଇତ୍ୟାଦି  । ପାଶ୍ଚାତ୍ୟ ବାଦ୍ୟଯନ୍ତ୍ର  ଉପକରଣ ଯଥା ଗିଟାର, ପିଆନୋ ଏବଂ ହାରମୋନିୟମ ଇତ୍ୟାଦି ମଧ୍ୟ ଅତି ସାଧାରଣ ଅଟେ  । କେତେକ ଉପକରଣ ତାର ଯୁକ୍ତ ଯାହା ତାରକୁ  ଟାଣିବା ଦ୍ଵାରା ଧ୍ୱନି ଉତ୍ପନ୍ନ କରିଥାନ୍ତି  । ଯଥା ତାନପୁର, ସିତାର ଏବଂ ଏକତାରା, ତବଲା, ଢୋଲକ  ଆଦି ବାଜା ଉପକରଣ ଉପରେ ଚମଡାର ଏକ ପରଦା ଲାଗିଥାଏ  ଯାହାକୁ ହାତ ବା କାଠିରେ ଆଘାତ କଲେ ଧ୍ୱନି ଉତ୍ପନ୍ନ ହୋଇଥାଏ  । ବାୟୁ ଚାପ ଦ୍ଵାରା ବଂଶୀ, ଟ୍ରମ୍ପୋଟ ଆଦି ଉପକରଣକୁ ଧ୍ୱନି ଉତ୍ପନ୍ନ ହୋଇଥାଏ  ।

ତୁମେ ଜାଣ କି

ବଂଶୀକୁ ସବୁଠାରୁ ପୁରାତନ ସଙ୍ଗୀତ ବାଦ୍ୟଯନ୍ତ୍ର ରୂପେ ବିବେଚନା କରାଯାଇଥାଏ  । ଗୋଟିଏ ଶାଗୁଣାର ଡେଣାର ଅସ୍ଥିରୁ ପ୍ରସ୍ତୁତ ବଂଶୀ ଦକ୍ଷିଣ ପଶ୍ଚିମ ଜର୍ମାନର ଉଲ୍ମ ନାମକ ସ୍ଥାନରୁ ୨୦୦୮ ମସିହାରେ ଆବିଷ୍କୃତ ହୋଇଥିଲା  । ଏଥିରେ ମାତ୍ର ୫ଟି ଛିଦ୍ର ଯେତେବେଳେ ଆଧୁନିକ ବଂଶୀରେ ତା ଠାରୁ ଅଧିକ ଛିଦ୍ରଥାଏ  । ଏହା ପ୍ରାୟ ୩୫୦୦୦ ବର୍ଷ ପୁରୁଣା ବୋଲି ଜଣାପଡେ  ।

ବିଭିନ୍ନ ଯୋଗାଯୋଗ ଉପକରଣ (ସୋନର ଏବଂ ରାଡାର) ରେ ବ୍ୟବହୃତ ବିଭିନ୍ନ ପ୍ରକାରର ତରଙ୍ଗ  ।

ସୋନର (SONAR) ଏକ କୌଶଳ ଯେଉଁଥିରେ ଧ୍ୱନିର ଧର୍ମ ବ୍ୟବହୃତ ହୋଇଥାଏ  । ସୋନାର (SONAR)ର ପୁରାନାମ ସାଉଣ୍ଡ ନାଭିଗେସନ ଆଣ୍ଡ ରେଜିଙ୍ଗ ଧ୍ୱନି ଏକ ପୃଷ୍ଠରେ ବାଧାପାଇ ପ୍ରତିଫଳିତ ହୋଇ ପୁନର୍ବାର ଫେରିଆସିବା ପ୍ରତିଧ୍ୱନି ର ମୌଳିକ ତତ୍ତ୍ଵ ଉପରେ ଆଧାରିତ  । ଉଦାହରଣ ସ୍ୱରୂପ ଗୋଟିଏ କାନ୍ଥ ଉପରକୁ ଏକ ଟେନିସ ବଲ୍ କୁ ଫୋପାଡିଲେ ତାହା ତୁମ ପାଖକୁ ପୁଣି ଫେରିଆସେ  । କିନ୍ତୁ ଯଦି କାନ୍ଥକୁ ହଟେଇ ଦିଆଯାଏ ତେବେ ବଲ୍ ଟି ଆଉ ଫେରି ନଥାଏ  । ତେଣୁ ତୁମେ ଆଖିବନ୍ଦ କରି ମଧ୍ୟ କହିପାରିବ ଯେ ତୁମ ସମ୍ମୁଖରେ ଏକ ପ୍ରତିଧ୍ୱନି ପୃଷ୍ଠ ଅଛି କି ନାହିଁ  । SONAR ଏହି ତତ୍ତ୍ଵ ଉପରେ ଆଧାରିତ  । ଧ୍ୱନି ତରଙ୍ଗ ବ୍ୟବହାର କରି କୌଣସି ବସ୍ତୁର ଅବସ୍ଥାନ ସୋନାର ଦ୍ଵାରା କରାଯାଇଥାଏ  । ବିଦ୍ୟୁତ ଚୁମ୍ବକୀୟ ତରଙ୍ଗ ଅପେକ୍ଷା ସୋନାର ତରଙ୍ଗ ସମୁଦ୍ର ତଳ ବସ୍ତୁର ହରଣ ନିରୂପଣ ପାଇଁ ବ୍ୟବହାର କରାଯାଏ କାରଣ ସମୁଦ୍ର ଜଳ ବିଦ୍ୟୁତ ପରିବହନ କରିପାରୁଥିବାରୁ ବିଦ୍ୟୁତ ଚୁମ୍ବକୀୟ ତରଙ୍ଗ ଧୀରେ ଧୀରେ ଦୁର୍ବଳ ହୋଇଯାଇଥାଏ  ଯେତେବେଳେ ସୋନାର ତରଙ୍ଗ ଅନେକ ଦୂରତା ଅତିକ୍ରମ କରିପାରେ  ।

ନିରବଚ୍ଛିନ୍ନ ଗାରଗୁଡିକ ପ୍ରେରିତ ହୋଇଥାଏ ଏବଂ ବିନ୍ଦୁ ବିନ୍ଦୁ ଗାର ଗୁଡିକ ଗୃହିତ ତରଙ୍ଗ ଦର୍ଶାଇଥାଏ  । ଦୁଇପ୍ରକାରର (SONAR) ବ୍ୟବସ୍ଥା ଦେଖାଯାଏ  । ଗୋଟିଏ ନିଷ୍କ୍ରିୟ ଅନ୍ୟଟି ସକ୍ରିୟ  । ନିଷ୍କ୍ରିୟ ସୋନାର ବ୍ୟବସ୍ଥାରେ ଉପକରଣ ଏହା ଚତୁପାର୍ଶ୍ଵର ତରଙ୍ଗ ଗୁଡିକୁ ଚିହ୍ନଟ କରିଥାଏ  । ୧୪୯୦ ଖ୍ରୀଷ୍ଟାବ୍ଦରେ ଲିଓନାଡୋ – ଦା – ଭିନିସି ଏହି କୌଶଳକୁ ବ୍ୟବହାର କରିଥିଲେ ଗୋଟିଏ ଜଳାଶ୍ରୟ ମଧ୍ୟରେ ଗୋଟିଏ ନଳୀକୁ ବୁଡାଇ ଏହାର ଅନ୍ୟ ପ୍ରାନ୍ତ ଯାହା ପାଣି ରହିଥିଲା ନିଜ କର୍ଣ୍ଣକୁ ଲଗାଇ ରଖି ଧ୍ୱନି ତରଙ୍ଗକୁ ଅନୁଭବ କରୁଥିଲେ  । ଏହି କୌଶଳ ଦ୍ଵାରା ସେ ଜାହାଜ ଚଳାଚଳ ଫଳରେ ଉତ୍ପନ୍ନ ତରଙ୍ଗକୁ ଜାଣିପାରୁଥିଲେ  । ଆଜିକାଲି ଅନେକ ଅତ୍ୟାଧୁନିକ କୌଶଳ ଉଦ୍ଭାବିତ ହେଲାଣି  । ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ SONARର କୌଶଳ ବିଶେଷ ଭାବରେ ଜାହାଜ ଚଳାଚଳ, ବୁଡାଜାହାଜର ଅବସ୍ଥିତ ଜାଣିବା ପାଇଁ ବହୁଳ ଭାବରେ କରାଯାଉଥିଲା  ।

ତୁମେ ଜାଣ କି

ତୁମେ କେବେ ଏକ ନିର୍ଜନ ଉପତ୍ୟକାକୁ ଯାଇ ନିଜ ତାଳି କିମ୍ବା ସ୍ଵରର ପ୍ରତିଧ୍ୱନି ଶୁଣିଛ ? ଏହି ପ୍ରତିଧ୍ୱନି ଦୂରରେ ଥିବା ପାହାଡରୁ ପ୍ରତିଫଳିତ ହୋଇ ଫେରି ଆସିଥାଏ  । ଏପରିକି ବଡ ବଡ କୋଠରୀ ମଧ୍ୟରେ ବା ଏକ ନିର୍ଦ୍ଧିଷ୍ଟ ଦୂରତାରେ ଥିବା ବିଭିନ୍ନ ଅଟ୍ଟାଳିକା ମଝିରେ ତୁମେ ଉତ୍ପନ୍ନ କରୁଥିବା ଶବ୍ଦରୁ ପ୍ରତିଧ୍ୱନି ମଧ୍ୟ ଶୁଣିପାରିବ  । ଯେତେବେଳେ ଶବ୍ଦର ପ୍ରତିଫଳନ ଅନେକ ଦୂରରୁ ଆସେ ଆମେ ଏହାକୁ ପ୍ରତିଧ୍ବନି ରୂପରେ ଶୁଣିଥାଉ  । କିନ୍ତୁ ଏହି ପ୍ରତିଫଳନ ନିକଟରୁ ଆସିଲେ ଏହା ନିଜଦ୍ଵାରା ଉତ୍ପନ୍ନ ମୂଳ ଧ୍ୱନି ସହ ମିଶିଯାଇଥାଏ  । ଏହି କାରଣରୁ ଅନେକ ବ୍ୟକ୍ତି ଗାଧୁଆଘରେ ନିଜ ସ୍ଵରୁକୁ ସ୍ପଷ୍ଟ ଭାବରେ ଶୁଣିପାରିଥାନ୍ତି, କାରଣ ଗାଢୁଆଘରେ କାନ୍ଥରୁ ପ୍ରତିଫଳିତ ଧ୍ୱନି ମୂଳଧ୍ୱନି ସହ ମିଶି ସ୍ପଷ୍ଟ ଭାବରେ ସୁନାଯାଇଥାଏ  । ଯଦି ଉତ୍ପନ୍ନ ଧ୍ୱନି ଏବଂ ପ୍ରତିଧ୍ୱନି ମଧ୍ୟରେ ସମୟ ବ୍ୟବଧାନ ୦.୧ ସେକେଣ୍ଡରୁ ଅଧିକ ହୋଇଥାଏ  ଆମେ ଏହାକୁ ପରସ୍ପର ଠାରୁ ଅଲଗା ଭାବରେ ଶୁଣିଥାଉ  । ମାତ୍ର ଗାଧୁଆ ଘରର କାନ୍ଥରୁ ପ୍ରତିଫଳିତ ଧ୍ୱନି ୦.୧ ସେକେଣ୍ଡରୁ କମ୍ ସମୟରେ ଫେରିଥାଏ  ।

ଏକ ସକ୍ରିୟ ସୋନାର ର ଦୁଇଟି କାର୍ଯ୍ୟକାରୀ ଅଂଶ ଥାଏ  ।

  1. ଟ୍ରାନ୍ସମିଟର ବା ପ୍ରେରକ ଯାହା ସଙ୍କେତ ଉତ୍ପନ୍ନ କରେ ଏହାକୁ ପରିବର୍ତ୍ତନ ଏବଂ ପ୍ରେରଣା କରିଥାଏ  ।
  2. ଡିଟେକ୍ଟର ଯାହା ବିଭିନ୍ନ ଶବ୍ଦ ତରଙ୍ଗକୁ ଅନୁଶୀଳନ କରିଥାଏ  ।

ସଙ୍କେତ ପ୍ରେରଣ ପୂର୍ବରୁ ଆମେ ନିଶ୍ଚିତ ହେବା ଦରକାର ଯେ ପ୍ରେରିତ ସଙ୍କେତ ଏକ ସରୁ ରଶ୍ମିଗୁଚ୍ଛ ଆକାରରେ ଗତିକରେ  । ନଚେତ୍ ଏହା ବିଚ୍ଛୁରିତ ହୋଇ ବିଭିନ୍ନ ଦିଗରେ ଗତିକରିବ ଏବଂ ବିଭ୍ରାନ୍ତିକର ତଥ୍ୟ ସଂଗୃହୀତ ହେବ  । ତରଙ୍ଗ ଅତିକ୍ରମ କରୁଥିବା ଦୂରତା ପ୍ରେରଣ ସ୍ଥାନ ଏବଂ ଲକ୍ଷ୍ୟସ୍ଥଳ ମଧ୍ୟବର୍ତ୍ତୀ ଦୂରତାର ୨ ଗୁଣ ହିସାବରେ ନିଆଯାଇଥାଏ  । ଯଦି ଜଳ ମାଧ୍ୟମରେ ଏହି ତରଙ୍ଗର ପରିବେଗକୁ V ନିଆଯାଏ  ତେବେ ଲକ୍ଷ୍ୟ ସ୍ଥଳରେ ଥିବା ବସ୍ତୁର ଦୂରତା

d =  x v x t

ଏଠାରେ ‘t’ ଟ୍ରାନ୍ସମିଟର ଠାରୁ ପ୍ରେରିତ ଏବଂ ପୁନଶ୍ଚ ଗୃହୀତ ହେବା ପାଇଁ ତରଙ୍ଗ ଆବଶ୍ୟକ କରୁଥିବା ସମୟକୁ ସୁଚାଏ  ।

ଏହି ତରଙ୍ଗ ବୁଡା ଜାହାଜ, ତିମି କିମ୍ବା ଅନ୍ୟ ଜଳଚର ପ୍ରାଣୀ, ସମୁଦ୍ର ପୃଷ୍ଠ ଇତ୍ୟାଦି ପରି ବାଧାପ୍ରାପ୍ତ ହୋଇ ପ୍ରତିଫଳିତ ହୋଇ ଫେରିଥାଏ  । ଏହି ସମସ୍ତ ପ୍ରକ୍ରିୟା ସରଳ କାର୍ଯ୍ୟପରି ଜଣାପଡୁଛି, ମାତ୍ର ଅନ୍ୟ କେତେକ କାରକ ଯଥା ମାଧ୍ୟମରେ ତରଙ୍ଗର ପରିବେଗ, ଏହାର ସାନ୍ଧ୍ରତା ଏବଂ ଅନ୍ୟ ପଦାର୍ଥର ଉପସ୍ଥିତି ଦ୍ଵାରା ପ୍ରଭାବିତ ହୋଇପାରେ  ।

ରାଡ଼ାର

ଶବ୍ଦଟି ରେଡିଓ ଡିଟେକସନ ଆଣ୍ଡ ରେଜିଙ୍ଗ୍ଶବ୍ଦର କ୍ଷୁଦ୍ରରୂପ ଅଟେ  । ଏବଂ ଏହା ଅନେକ କ୍ଷେତ୍ରରେ ବ୍ୟବହୃତ ହୁଏ  ଯଥା :

  • ଆକାଶରେ ମେଘ, ବାତ୍ୟା, ବର୍ଷା ଆଦି ପ୍ରାକୃତିକ ଘଟଣାବଳୀର ପର୍ଯ୍ୟବେକ୍ଷଣ ଏବଂ ପାଣିପାଗ ପୂର୍ବାନୁମାନ ପାଇଁ  ।
  • ବିମାନ ଚଳାଚଳ ପାଇଁ
  • ଜାହାଜକୁ ସମୁଦ୍ରରେ ଚଳାଇବା ପାଇଁ
  • ପ୍ରତିରକ୍ଷା କ୍ଷେତ୍ରରେ (ସୂଚନା ଏବଂ ଯୁଦ୍ଧ ନିୟନ୍ତ୍ରକ ରାଡାର) ଇତ୍ୟାଦିରେ  ।

SONAR ରେ ଶବ୍ଦ ତରଙ୍ଗ ବ୍ୟବହୃତ ହେଉଥିବା ସମୟରେ Radar ରେ ବେତାର ତରଙ୍ଗ ବ୍ୟବହାର କରାଯାଇଥାଏ  । ରାଡାରର ମୌଳିକ ଅଂଶ ଗୁଡିକ ହେଲା  ।

  1. ଏକ ସ୍ପନ୍ଦନ ଉତ୍ସ ଏବଂ ପ୍ରେରକ ସହ ଏକ ବାୟବୀୟ ଆଣ୍ଟିନା ଯାହା ଏହି ତରଙ୍ଗ ଗୁଡିକୁ ପ୍ରେରଣ କରିଥାଏ  ।
  2. ଏକ ବସ୍ତୁ ଯାହାଦ୍ଵାରା ଏହି ତରଙ୍ଗ ପ୍ରତିଫଳିତ ହୋଇଥାଏ  ।
  3. ଟେଲିଭିଜନ ବା କମ୍ପ୍ୟୁଟର ମନିଟରପରି ଏକ କ୍ୟାଥେଡ ରଶ୍ମି ନଳୀ ଡିସପ୍ଲେ ପ୍ରଣାଳୀ ଯାହା ଗ୍ରାହକ ଆଣ୍ଟିନାରୁ ଆସୁଥିବା ସଙ୍କେତକୁ ପ୍ରଦର୍ଶନ କରିଥାଏ   ।

ଟ୍ରାନ୍ସମିଟର : ରାଡାର ବ୍ୟବସ୍ଥାରେ ଟ୍ରାନ୍ସମିଟର ବେତାର ତରଙ୍ଗ ପ୍ରେରଣ କରିଥାଏ  । ଏହି ବେତାର ତରଙ୍ଗ କୌଣସି ବସ୍ତୁ ଦ୍ଵାରା ବାଧାପ୍ରାପ୍ତ ହୋଇଥାଏ ତେବେ ପ୍ରତିଫଳିତ ହୋଇଥାଏ  । ଏହି ପ୍ରତିଫଳିତ ତରଙ୍ଗକୁ ଗ୍ରହଣକରିବା ପାଇଁ ଏକ ଗ୍ରାହକ ବା ରିସିଭର ଯନ୍ତ୍ର ଥାଏ  । ବେତାର ତରଙ୍ଗ ଗୁଡିକ ବିଦ୍ୟୁତ ଚୁମ୍ବକୀୟ ତରଙ୍ଗ ଅଟନ୍ତି ଯାହା ଆଲୋକ ପରିବେଗରେ ଗତି କରିଥାନ୍ତି  । ତେଣୁ ଟ୍ରାନ୍ସମିଟରରୁ ନିର୍ଗତ ବେତାର ତରଙ୍ଗ ଏବଂ ପ୍ରତିଫଳିତ ତରଙ୍ଗ ରିସିଭର ପାଖକୁ ଆସିବା ପାଇଁ ଅତି କମ୍ ସମୟ ନେଇଥାଏ  । ତେଣୁ ବେତାର ତରଙ୍ଗ ଟ୍ରାନ୍ସମିଟରରୁ ପ୍ରେରଣ ହେବା ସଙ୍ଗେ ସଙ୍ଗେ ରିସିଭରକୁ ଚାଲୁ କରିଦିଆଯାଏ  । ତେଣୁ ପ୍ରତିଫଳିତ ତରଙ୍ଗ ଟ୍ରାନ୍ସମିଟରରୁ ଆସୁଥିବା ଆସୁଥିବା ତରଙ୍ଗ ଦ୍ଵାରା ଘୋଡେଇ ହୋଇଯାଏ ନାହିଁ  ଏବଂ ଦୁର୍ବଳତର ତରଙ୍ଗ ଗୁଡିକ ରିସିଭର ଦ୍ଵାରା ଚିହ୍ନଟ ହୋଇପାରେ  । ଯଦି କିଛି ସମୟପରେ ରିସିଭର କୌଣସି ପ୍ରତିଫଳିତ ତରଙ୍ଗ ପାଏ ନାହିଁ  ତେବେ ଏହାକୁ ବନ୍ଦକରି ଦିଆଯାଏ  । ଏହି ପ୍ରକ୍ରିୟା SONAR ପରି ସଂପାଦିତ ହୁଏ ଏବଂ ବସ୍ତୁର ଅବସ୍ଥାନ ନିରୂପଣ କରାଯାଇଥାଏ  । ଏହାକୁ ପଲ୍ସ ଟ୍ରାନ୍ସମିଟର କୁହାଯାଏ  । ଗତିଶୀଳ ବସ୍ତୁର ଅବସ୍ଥାନ ନିରୂପଣ ପାଇଁ ଟ୍ରାନ୍ସମିଟରରୁ ନିରବଚ୍ଛିନ୍ନ ବେତାର ସଙ୍କେତ ପ୍ରେରିତ ହୋଇଥାଏ  । ଯଦି ବସ୍ତୁଟି ଦୂରକୁ ଦୂରକୁ ଯାଉଥାଏ ତେବେ ପ୍ରେରିତ ତରଙ୍ଗ ଅପ୍ରଖ୍ୟା ପ୍ରତିଫଳିତ ତରଙ୍ଗର ଆବୃତ୍ତି କମ୍ ହେବ  । ଯଦି ବସ୍ତୁଟି ରାଡାର ନିକଟକୁ ଆସୁଥାଏ ତେବେ ପ୍ରତିଫଳିତ ତରଙ୍ଗର ଆବୃତ୍ତି ଅଧିକ ହେବ  । ଏହାକୁ ଧ୍ୱନିର ଡପଲର ପ୍ରଭାବ କୁହାଯାଏ  । ତେଣୁ ସର୍ବଦା ରିସିଭରକୁ ଏପରି ସୁବ୍ୟବସ୍ଥିତ କରାଯାଇଥା ଏଜେପରି ଏହା ପ୍ରେରିତ  ତରଙ୍ଗକୁ ଗ୍ରହଣ ନକରି ପ୍ରତିଫଳିତ ତରଙ୍ଗକୁ ଗ୍ରହଣ କରିବ  । ଏପରି ରାଡାରକୁ ଡପଲର ରାଡାର କୁହାଯାଏ  । ଏପରି ରାଡାର କେବଳ ଗତିଶୀଳ ବସ୍ତୁର ଅବସ୍ଥାନ ନିରୂପଣ କରିଥାଏ କାରଣ ଏହା ବେତାର ତରଙ୍ଗ ଯେଉଁ ଆବୃତ୍ତିରେ ପ୍ରେରିତ ହୁଏ ତାହାକୁ ଗ୍ରହଣ କରିପାରେ ନାହିଁ  ଅଥଚ କେବଳ ଗତିଶୀଳ ବସ୍ତୁର ପରିବର୍ତ୍ତିତ ଆବୃତ୍ତି ବିଶିଷ୍ଟ ତରଙ୍ଗକୁ ଗ୍ରହଣ କରିଥାଏ  ।

ରାଡାର : ବିମାନ ଚଳାଚଳ ବିଶେଷ ଭୂମିକା ଗ୍ରହଣ କରିଥାଏ  । କାରଣ ଏହା ଅନ୍ଧାରରେ ମଧ୍ୟ ଦେଖାଇବାରେ ସାହାଯ୍ୟ କରେ  । ରାଡାର ମେଘର ଗତି, ବର୍ଷାର ସମ୍ଭାବନା ନିରୂପଣ କରିପାରେ  । ସମୁଦ୍ରରେ ଥିବା ବଡ ବଡ  ଜାହାଜ, ତିମି ଭଳି ପ୍ରାଣୀ ମାନଙ୍କର ଅବସ୍ଥାନ ନିରୂପଣ କରିବାରେ ସାହାଯ୍ୟ କରିଥାଏ  । କୌଣସି ବସ୍ତୁ ନିକଟକୁ ଆସିବା ବା ଦୂରେଇ ଯିବାର ସୂଚନା ମଧ୍ୟ ରାଡାରରୁ ମିଳିଥାଏ  । ହରିକେନ ଇତ୍ୟାଦି ଠାବ କରିବାରେ ଏହା ବ୍ୟବହୃତ ହୁଏ  । ମହାକାଶ ବିଜ୍ଞାନୀମାନେ କୃତ୍ରିମ ଉପଗ୍ରହର ସ୍ଥିତି ଜାଣିବା ଏବଂ ଭୂପୃଷ୍ଠର ବିଭିନ ମାନଚିତ୍ର ନିରୂପଣର ସାହାଯ୍ୟ କରିଥାଏ  । ଏହାକୁ ବିମାନ ଚଳାଚଳ କେନ୍ଦ୍ର ବା ବିଭିନ୍ନ ଦୋକାନ ମାନଙ୍କରେ ଥିବା ସ୍ଵୟଂଚାଳିତ କବାଟ ଖୋଲିବା ବନ୍ଦ କରିବାରେ ବ୍ୟବାହାର କରାଯାଏ  । କାରଣ ଦ୍ୱାର ପାଖରେ କୌଣସି ବ୍ୟକ୍ତିର ଉପସ୍ଥିତ ତରଙ୍ଗ ପ୍ରତିଫଲାନ କରିଥାଏ ଯାହା ଭିତ୍ତିକରି ଦ୍ଵାରଟି ଖୋଲିଥାଏ  ।

ଯୋଗାଯୋଗର ଆବଶ୍ୟକତା ଏବଂ ଗୁରୁତ୍ଵ

ଆମର ଅଧିକାଂଶ କାର୍ଯ୍ୟ ଅନ୍ୟମାନଙ୍କର କାର୍ଯ୍ୟ, ଚିନ୍ତାଧାରା ଏବଂ ଆଶା ଉପରେ ନିର୍ଭର କରିଥାଏ  । ଅନ୍ୟମାନଙ୍କ କ୍ଷେତ୍ରରେ ମଧ୍ୟ ଠିକ ସମାନକଥା  । ଯୋଗାଯୋଗ ସର୍ବଦା ଶବ୍ଦ ମାଧ୍ୟମରେ ହୋଇନଥାଏ  । ବେଳେବେଳେ ମୁଖମଣ୍ଡଳ ପରିପ୍ରକାଶରୁ ବା ଶରୀରର ହାବଭାବରୁ ଜଣେ ବ୍ୟକ୍ତିର ମାନସିକ ଅବସ୍ଥା ଆମେ ଅନୁମାନ କରିପାରୁ  । କିନ୍ତୁ ସବୁବେଳେ ଏହା ସମ୍ଭବ ହୋଇନଥାଏ କାରଣ ଜଣଙ୍କର ମସ୍ତିଷ୍କରେ କ’ଣ ଘଟୁଛି ଆମକୁ ପଢିବା କଷ୍ଟ ହୋଇଥାଏ  । ତୁମେ କେବେ ଜଣେ ଦୁଃଖୀ ବ୍ୟକ୍ତିଙ୍କର ମୁହଁକୁ ଦେଖି ସେ ତୁମର ସାହାଯ୍ୟ ଆଶା କରୁଛନ୍ତି ବୋଲି ଅନୁଭବ କରିଛ କି ? ହୋଇପାରେ ତୁମେ ଜାଣିପାରିଥିବା ମାତ୍ର ଯେତେବେଳେ ପର୍ଯ୍ୟନ୍ତ ସେ ବ୍ୟକ୍ତି ମୁହଁ ଖୋଲି ତାଙ୍କର ଆବଶ୍ୟକତା ତୁମକୁ କହି ନାହାଁନ୍ତି ତୁମେ ତାହା ପୂରଣ କରିପାରିବ ନାହିଁ  । ତେଣୁ କେବଳ ଯୋଗାଯୋଗ ମାଧ୍ୟମରେ ଆମେ ପରସ୍ପର ସହ ଭାବର ଆଦାନ ପ୍ରଦାନ କରିଥାଉ  । ତେଣୁ ଯୋଗାଯୋଗ ଆମ ପାଇଁ ଅନେକ ଗୁରୁତ୍ଵ ବହନ କରିଥାଏ  ଏବଂ ଅଶିକ୍ଷିତ  ବ୍ୟକ୍ତି ଯେଉଁମାନେ ଲେଖି ପଢି ଜାଣିନାହାନ୍ତି କେବଳ ଶବ୍ଦ ମାଧ୍ୟମରେ ଯୋଗାଯୋଗ ରକ୍ଷା କରିଥାନ୍ତି  । ବେଳେବେଳେ ଶବ୍ଦ ଆମେ ସିଧାସଳଖ ଶୁଣିଥାଉ ; ବେଳେବେଳେ ଲାଉଡ ସ୍ପିକର ବା ଅନ୍ୟ ଜଟିଳ ଉପକରଣ ମାଧ୍ୟମରେ ଅନେକ ଦୂରର ଧ୍ୱନି ଆମ ପାଖରେ ପହଞ୍ଚିଥାଏ  ।

ବିଭିନ୍ନ ଯୋଗାଯୋଗ ବ୍ୟବସ୍ଥା ଏବଂ ଉପକରଣ

ନିମ୍ନରେ ଦିଆଯାଇଥିବା ଉପକରଣ ଗୁଡିକ କିଛି ସାଧାରଣ ବ୍ୟବହୃତ ଉପକରଣ ଯାହା ଧ୍ୱନି ଯୋଗାଯୋଗରେ ସିଧାସଳଖ ମୌଖିକ ବା ଲିଖିତ ଯୋଗାଯୋଗ ବ୍ୟତୀତ ବ୍ୟବହାର କରାଯାଇଥାଏ  । ସେଗୁଡିକ ହେଲା

  1. ମାଇକ୍ରୋଫୋନ ଏବଂ ସ୍ପିଆର
  2. ଟେଲିଫୋନ
  3. କୃତ୍ରିମ ଉପଗ୍ରହ କମ୍ପ୍ୟୁଟର ଏବଂ ଇଣ୍ଟରନେଟ ଯୋଗାଯୋଗ
  4. ହାମ

ମାଇକ୍ରୋଫୋନ ଏବଂ ସ୍ପିକର

ତୁମ ପାଇଁ କାମ

ବାୟୁ ଗତି କରିବା ସମୟରେ କଣିକା ଗୁଡିକୁ ଠେଲିଥାଏ, ର୍ହା ପରୀକ୍ଷା କରିବା ପାଇଁ ଗୋଟିଏ ମହମବତୀ, ଦିଆସିଲି, ପଙ୍ଖା ଏବଂ ଗୋଟିଏ ଲାଉଡ ସ୍ପିକର ନିଅ  । ମହମବତୀଟିକୁ ଜଳାଇ ବୁଲୁଥିବା ପଙ୍ଖା ଆଗରେ ଦେଖାଅ  । ବତୀର ଶିଖା ଦପ ଦପ ହେବ ବା ଲିଭିଯିବ  । ବାୟୁ ଗତିଶୀଳ ଅବସ୍ଥାରେ କଣିକା ଗୁଡିକୁ ଠେଲିଥାଏ  । ତୁମେ ଯଦି ଏହି ମହମବତୀ ଶିଖାକୁ ଏକ ବାଜୁଥିବା ଲାଉଡସ୍ପିକର ଆଗରେ ଦେଖାଇବ ଉପରୋକ୍ତ ପର୍ଯ୍ୟବେକ୍ଷଣ ପୁନର୍ବାର ଲକ୍ଷ୍ୟ କରିପାରିବ  । ବତୀ ଲିଭିଯିବାର କାରଣ ହେଲା ବାୟୁର ଚାପ ପ୍ରୟୋଗ  । ପ୍ରଥମ ପର୍ଯ୍ୟବେକ୍ଷଣରେ ପଙ୍ଖାର ପବନ ଏବଂ ଦ୍ଵିତୀୟ ପର୍ଯ୍ୟବେକ୍ଷଣରେ ଲାଉଡସ୍ପିକରରୁ ସୃଷ୍ଟି ଧ୍ୱନି ଜନିତ କମ୍ପନ  । ଲାଉଡସ୍ପିକରରୁ ଉତ୍ପନ୍ନ ଧ୍ୱନି ଏହାର ପରଦାର କମ୍ପନ ଫଳରେ ହୋଇଥାଏ ଯାହା ବାୟୁ କଣିକା ଗୁଡିକୁ ଠେଲି ସଂପୀଡନ ଓ ବିରଳନ ପ୍ରକ୍ରିୟା କରିଥାଏ  ।

ମାଇକ୍ରୋଫୋନ ବା ମାଇକ୍ ଏବଂ ଲାଉଡସ୍ପିକର ସାଧାରଣ ବ୍ୟବହୃତ ଉପକରଣ ତୁମେ ସର୍ବସାଧାରଣ ସଭାସ୍ଥଳ ମାନଙ୍କରେ ଏହାର ବ୍ୟବହାର ଲକ୍ଷ୍ୟ କରିଥିବ  । ତୁମ ନିଜ ଫୋନରେ ମଧ୍ୟ ଏହାର ବ୍ୟବହାର ଦେଖିଥିବ  । ମାଇକ୍ରୋଫୋନ ଏବଂ ଲଉଦସ୍ପିକରର କାର୍ଯ୍ୟ ପରସ୍ପରର ବିପରୀତ  । ମାଇକ୍ରୋଫୋନ ଧ୍ୱନିକୁ ବିଦ୍ୟୁତ ତରଙ୍ଗରେ ପରିଣତ କରିଥାଏ ଏବଂ ଲାଉଡସ୍ପିକର ବିଦ୍ୟୁତ ବିଭବକୁ ଧ୍ୱନିରେ ରୂପାନ୍ତରିତ କରିଥାଏ ଯାହା ଏହାର ପରଦାକୁ କମ୍ପନ କରିବା ଦ୍ଵାରା ସୃଷ୍ଟି ହୋଇଥାଏ  । ମୂଳତଃ ଗୋଟିଏ ମାଇକ୍ରୋଫୋନରେ ଏକ ପରଦା ଥାଏ ଯାହା ବାୟୁର କମ୍ପନ ଜନିତ ଚାପ ଫଳରେ କମ୍ପିତ / ଆନ୍ଦୋଳିତ ହୋଇଥାଏ  । ଏହି କମ୍ପିତ ଗତି ଟ୍ରାନ୍ସଡ୍ୟୁସର ଦ୍ଵାରା ବୈଦ୍ୟୁତିକ ଭୋଲ୍ଟେଜରେ ପରିଣତ ହୋଇଥାଏ  । ଟ୍ରାନ୍ସଡ୍ୟୁସାର ଏପରି ଏକ ଉପକରଣ ଯାହା ବୈଦ୍ୟୁତିକ, ଯାନ୍ତ୍ରିକ ବା ଧ୍ୱନି ତରଙ୍ଗ ଗୁଡିକୁ ଗୋଟିଏ ମାଧ୍ୟମରୁ ଗ୍ରହଣକରି ଏହାକୁ ସେହିପରି ସଦୃଶ୍ୟ ମାଧ୍ୟମ ବା ଅନ୍ୟ ମାଧ୍ୟମ ପାଇଁ ଆପେକ୍ଷିକ ତରଙ୍ଗରେ ପରିଣତ କରିଥାଏ  ।

ଏହି ମାଇକ୍ରୋଫୋନ ଗୁଡିକ ବିଭିନ୍ନ ପ୍ରକାରର ହୋଇପାରେ  । ଯଥା :

  • ଇଲେକ୍ଟ୍ରୋଷ୍ଟାଟିକ ଯେଉଁଥିରେ କଣ୍ଡେନସର/ କାପାସିଟର/ସାଧାରଣ ଭୋଲ୍ଟେଜ ବ୍ୟବହୃତ ହୋଇଥାଏ  ।
  • ପିଜୋଇଲେକଟ୍ରିକ କ୍ରିଷ୍ଟାଲ ଏବଂ ସେଗାମିକ୍ ରେ ଗଠିତ  ।
  • କଣ୍ଟାକ୍ଟ ରେଜିଷ୍ଟାନ୍ସ ଏଥିରେ କାର୍ବନ (ଅଙ୍ଗାରକ) ବ୍ୟବହୃତ ଏବଂ
  • ଚୁମ୍ବକୀୟ (ଗତିଶୀଳ କୁଣ୍ଡଳୀ ଏବଂ ରିବନ) ବ୍ୟବହୃତ

ଏଥିରେ ଏକ ଅତି ପତଳା ପରଦା ଯାହାର ମୋଟେଇ  ୧ରୁ ୧୦ ମାଇକ୍ରୋମିଟର ମଧ୍ୟରେ ଲାଗିଥାଏ  । ଏକ ମାଇକ୍ରୋମିଟର ଏକ ମିଟର ଏକ ନିୟୁତ ଭାଗରୁ ୧ ଭାଗ ବା ଏକ ମିଲିମିଟର ଏକ ହଜାର ଭାଗରୁ ୧ଭାଗ ଅଟେ  । ଏହି ଫଳକ (ଧାତବ ବା ଧାତବ ଆସ୍ତରଣ ଯୁକ୍ତ ପ୍ଲାଷ୍ଟିକ) ସହ ଅନ୍ୟ ଏକ ଛିଦ୍ରଯୁକ୍ତ ଧାତବ ଫଳକ ଲାଗିଥାଏ  । ଏହି ଦୁଇଟି ଫଳକ ଇଲେକ୍ରୋଡର କାର୍ଯ୍ୟ କରିଥାଏ ଏବଂ ୬୦ରୁ  +୬୦ ଭୋଲ୍ଟ ଡିସି (DC) ବିଦ୍ୟୁତ ଯୋଗାଣ ଦ୍ଵାରା ଉଭୟର ଚାର୍ଜ ବିପରୀତ କରାଯାଇଥାଏ  । ଏକ କଣ୍ଡେନସର ରୂପରେ କାର୍ଯ୍ୟକରିବା ପାଇଁ ସେ ଦୁଇଟିକୁ ପରସ୍ପର ଠାରୁ ରୋଧକ ଦ୍ଵାରା ପୃଥକ କରାଯାଇଥାଏ  । ଯେତେବେଳେ ପତଳା ପରଦା ଟି କମ୍ପିତ ହୁଏ ତାହା କାପାସିଟରରେ କ୍ଷମତା ରେ ପରିବର୍ତ୍ତନ ସୃଷ୍ଟିକରେ  । କାରଣ ଏହାର କାପାସିଟାନସ୍ ବିଭବ ପାର୍ଥକ୍ୟ ସହ  ସମାନୁପାତୀ ଏବଂ ଦୁଇ ଫଳକ ମଧ୍ୟବର୍ତ୍ତୀ ଦୂରତା ସହ ପ୍ରତିଲୋମାନୁପାତି  । ଏହି ମଧ୍ୟବର୍ତ୍ତୀ ଦୂରତାରେ ଯେକୌଣସି ପରିବର୍ତ୍ତନ କାପାସିଟାନସ ରେ ପରିବର୍ତ୍ତନ ଆଣିଥାଏ   । ମାଧ୍ୟମର ପ୍ରକୃତି ଉପରେ ଏହି କାପାସିଟାନସ ମଧ୍ୟ ନିର୍ଭର କରିଥାଏ  । ଏଠାରେ ଯେହେତୁ ମାଧ୍ୟମ ସମାନ ରହିଥାଏ ତେଣୁ ମାଧ୍ୟମକୁ ଏଠାରେ ବିଚାରକୁ ନିଆଯାଇଥାଏ  । ରେଜିଷ୍ଟାନ୍ସ ଏବଂ କାପାସିଟା ନାମର ମୂଲ୍ୟକୁ ଏପରି ବଛାଯାଇଥାଏ ଯେପରି ଭୋଲ୍ଟେଜର ପରିବର୍ତ୍ତନ ସଂଯୋଗରେ ସଂଯୁକ୍ତ ରେଜିଷ୍ଟାନ୍ସର ପ୍ରତିଫଳିତ ହୋଇଥାଏ  । କାପାସିଟାନସରେ ଯେ କୌଣସି ପରିବର୍ତ୍ତନ ପାଇଁ ଭୋଲ୍ଟେଜରେ ପରିବର୍ତ୍ତନ ହୋଇଥାଏ  । ଏହି ଭୋଲ୍ଟେଜ ଆମ୍ପ୍ଲିଫାୟାର ସହ ସଂଯୁକ୍ତ  । ଯେତେବେଳେ ଏହି ବର୍ଦ୍ଧିତ ଭୋଲ୍ଟେଜ ସ୍ପିକରର କେଲରେ ପହଞ୍ଚେ ଏହା ଧ୍ୱନି ଉତ୍ପନ୍ନ କରିଥାଏ  । ସ୍ପିକରର କାର୍ଯ୍ୟକାରିତା ଏହାର ସଂପୂର୍ଣ୍ଣ ବିପରୀତ ଅଟେ  । ଏଠାରେ ଭୋଲ୍ଟେଜର ପରିବର୍ତ୍ତନ ସ୍ପିକର କୁଣ୍ଡଳୀରେ ପ୍ରବେଶ କରି ପତଳା ପରଦାକୁ କମ୍ପିତ କରି ଧ୍ୱନି/ଶବ୍ଦ ଉତ୍ପନ୍ନ କରେ  ।

ରିବନ ମାଇକ୍ରୋଫୋନରେ କୁଞ୍ଚିତ ଧାତବ ରିବନକୁ ଏକ ଚୁମ୍ବକୀୟ କ୍ଷେତ୍ରରେ ଝୁଲାଇ ରଖାଯାଇଥାଏ  । ଶବ୍ଦ ଧାତବ ରିବନଟିକୁ କମ୍ପିତ କରିଥାଏ  । ଫଳରେ ରିବନ ମଧ୍ୟରେ ଏକ ଚୁମ୍ବକୀୟ ପ୍ରବାହ ହୋଇଥାଏ  । ଏହା ପ୍ରେରିତ ବିଦ୍ୟୁତ ଉତ୍ପନ୍ନ କରିଥାଏ  ଯାହା ସ୍ପିକରକୁ ପ୍ରବାହିତ ହୋଇଥାଏ  । ଏହି ରିବନ କୁଣ୍ଡଳୀ ମଧ୍ୟରେ ବିଦ୍ୟୁତ ପ୍ତାବାହିତ ସମୟରେ ଏହା ସହ ସଂଯୁକ୍ତ ପତଳା ପରଦାଟି କମ୍ପିତ ହୋଇଥାଏ  ଏବଂ ଶବ୍ଦ ଉତ୍ପନ୍ନ ହୁଏ  । ଏହି କୁଞ୍ଚିତ ରିବନ କୁଣ୍ଡଳୀ ପାଇଁ ନାନେ କୌଶଳରେ ପ୍ରସ୍ତୁତ ସ୍ଵତନ୍ତ୍ର ପଦାର୍ଥ ବ୍ୟବହାର କରାଯାଏ ଯାହା ହାଲୁକା ଏବଂ ଅତି ଶକ୍ତ ହୋଇଥାଏ  । ଏହା ହାଲୁକା ହେବାଦ୍ଵାରା ଉତ୍ତମ ଶବ୍ଦ ଉତ୍ପନ୍ନ ହୋଇଥାଏ  । ଏହି ରିବନ ନାଇକ୍ରୋଫୋନ ଚାପକୁ ଚିହ୍ନଟ କରିଥାଏ  । ତେଣୁ ଏହା ଉଭୟପାର୍ଶ୍ଵକୁ ଶବ୍ଦ ଗ୍ରହଣ କରିପାରେ  ।

ଟେଲିଫୋନ

ଟେଲିଫୋନର ଉଦ୍ଭାବନର ସମସ୍ତ ଶ୍ରେୟ ବୈଜ୍ଞାନିକ ଆଲେକଜାଣ୍ଡାର ଗ୍ରାହାମବେଲଙ୍କୁ ଦିଆଯାଉଛି  । ଟେଲିଫୋନ ଗୁଡିକ ବିଭିନ୍ନ ପ୍ରକାରର ଥାଏ ଯଥା ହାଣ୍ଡସେଟ, ମୋବାଇଲେ, ସାଟେଲାଇଟ ଫୋନ, ଏବଂ ଇଣ୍ଟରନେଟ ମାଧ୍ୟମରେ ଫୋନ  । ଫୋନର ମୌଳିକ କାର୍ଯ୍ୟ ହେଉଛି କଥାହେବା ସହ ଫୋନ ମାଧ୍ୟମରେ ଯୋଗାଯୋଗ ପାଇଁ ବ୍ୟବହୃତ ହେଉଅଛି  । ଗୋଟିଏ ସାଧାରଣ ତାରଯୁକ୍ତ ଟେଲିଫୋନର ମୌଳିକ ଗଠନ ନିମ୍ନାମତେ  ହୋଇଥାଏ  । ଏହାର ଗୋଟିଏ ମାଇକ୍ରୋଫୋନ ଏବଂ ଗୋଟିଏ ସ୍ପିକର ଥାଏ  । ମାଇକ୍ରୋଫୋନ ଆମ କଥାକୁ ଗ୍ରହଣ କରି ବୈଦ୍ୟୁତିକ ତରଙ୍ଗରେ ପରିଣତ କରେ  । ସେହିପରି  ମାଉଥପିସରେ ସେହି ସମାନ ପ୍ରକାରର କାର୍ଯ୍ୟ ଗୋଇଥାଏ  । ଗୋଟିଏ ସାଧାରଣ ଟେଲିଫୋନର ୩ଟି ଅଂଶ ଥାଏ

  • ଗୋଟିଏ ସୁଇଚ ଥିବା ଆଧାର   ।
  • ମାଇକ୍ରୋଫୋନ ଥିବା ଏକ ମାଉଥପିସ୍  ।
  • ସ୍ପିକର ଲାଗିଥିବା ଏକ ଇୟର ପିସ୍  ।

ଫୋନଟି ହୁକ ଉପରେ ଥୁଆ ହୋଇ ରହିଥିବା ସମୟରେ କୌଣସି କାର୍ଯ୍ୟ କରିନଥାଏ  । ଯେତେବେଳେ ହାଣ୍ଡଲଟିକୁ ଆମେ ଉଠାଇଥାଉ ହୁକଟି ଉପରକୁ ଉଠିଆସେ ଏବଂ ଏହା ଭିତରେ ସଂଯୁକ୍ତ ହୋଇ ଡାଏଲିଂ ଶବ୍ଦ ଉତ୍ପନ୍ନ ହୋଇଥାଏ  । ଏହା ଦୁଇଟି ଆବୃତ୍ତି ବିଶିଷ୍ଟ ଧ୍ୱନିର ଏକ ମିଶ୍ରଣ ସ୍ଵର ଅଟେ  । ଏହା ଡାଏଲିଂ ଶବ୍ଦ ଶୁଣିବାପରେ ଆମେ ଜାଣିଯାଉ ଯେ,ଫୋନଟି ଯୋଗାଯୋଗ ପାଇଁ ପ୍ରସ୍ତୁତ ହୋଇଗଲା ଏବଂ ତାପରେ ଆମେ ନମ୍ବର ଡାଏଲ କରିଥାଉ  । ନମ୍ବର ଡାଏଲ ସମୟରେ ଯଦି ଉକ୍ତ ନମ୍ବରଟି ବ୍ୟସ୍ତଥାଏ ତେବେ ଆମେ ଅନ୍ୟ ବ୍ୟସ୍ତ ଧ୍ୱନି ଶୁଣିଥାଉ  । ସମୟ ଅତିକ୍ରାନ୍ତ ସହ ଟେଲିଫୋନରେ ଅନେକ ପରିବର୍ତ୍ତନ ଆସିଅଛି  । କର୍ଡଲେସ ଫୋନ, ମୋବାଇଲ ଫୋନ ପରି ବିଭିନ୍ନ ନୂତନ ପ୍ରକାରର ଟେଲିଫୋନ ତିଆରି ହୋଇଥିଲେ ମଧ୍ୟ ଏହାର ମୌଳିକ କୌଶଳ ପୂର୍ବ ପରି ଅପରିବର୍ତ୍ତିତ ରହିଅଛି  ।

ବର୍ତ୍ତମାନ ଆମେ ଡାଏଲିଂ କରିବା ସମୟରେ କିଛି ନମ୍ବର ଲେଖାଥିବା ସୁଇଚକୁ ଚାପିଥାଉ  । ମାଉଥପିସ୍ ଦ୍ଵାରା ଆମେ କଥା କହିଥାଉ  ଏବଂ ଇୟରପିସ୍ ଦ୍ଵାରା ଆମେ ଅପରପକ୍ଷରେ ଶବ୍ଦ ଶୁଣିଥାଉ  । ଗୋଟିଏ ମୌଳିକ ଟେଲିଫୋନ ସେଟରେ ମାଉଥପିସ୍ ଓ ଇୟର ପିସ୍ ଟେଲିଫୋନ ସେଟରୁ ହାଣ୍ଡଲର ଦୁଇ ପ୍ରାନ୍ତରେ ଥାଏ  । ତେଣୁ କଥାବାର୍ତ୍ତା ସମୟରେ ମାଉଥପିସ୍ ଟି ପାଟି ସମ୍ମୁଖରେ ରହିବା ସମୟରେ ଇୟରପିସ୍ ଟି କାନ ପାଖରେ ରହିଥାଏ  ।

ଆମର କଥାବାର୍ତ୍ତା ମାଉଥପିସ୍ ଦ୍ଵାରା ନିୟନ୍ତ୍ରିତ ହୋଇଥାଏ  । ଯେଉଁଥିରେ ଏକ ମାଇକ ଲାଗିଥାଏ  । ଏହା ମଧ୍ୟରେ ଏକ ପତଳା ପରଦା ଲାଗିଥାଏ  । ପୁରୁଣା ଫୋନ ଗୁଡିକରେ ଏହା ଡାଇଫାମଦୁଇଟି ଧାତବ ଫଳକ ଦ୍ଵାରା ନିର୍ମିତ ହୋଇଥାଏ, ଯାହା ମଧ୍ୟରେ ଅଙ୍ଗାରକଣିକା ପୂର୍ଣ୍ଣ କରାଯାଇଥାଏ  । ଜଣେ ଯେତେବେଳେ କଥା କୁହେ  ଡାଇଫ୍ରାଗମଟି କମ୍ପିତ ହୋଇଥାଏ ଫଳରେ ଏହା ପାଖରେ ଥିବା ଅଙ୍ଗାରକ କଣିକା ଗୁଡିକ ସଙ୍କୋଚିତ ଓ ପ୍ରସାରିତ ହୋଇଥାନ୍ତି, ଯାହା ପରିବାହିତା ଉତ୍ପନ୍ନ କରିଥାଏ  । ଟେଲିଫୋନଏକ୍ସଚେଞ୍ଜରୁ ଡି.ସି ବିଦ୍ୟୁତ ସହ ଡାଇଫ୍ରାଗମ ଟି ସଂଯୁକ୍ତ ହୋଇଥାଏ  । ଏହି ବିଦ୍ୟୁତ ର ଅଙ୍ଗାରକ କଣିକାର ଗତି ଫଳରେ ଯେଉଁ ପରିବାହିତା ସୃଷ୍ଟିକରେ ତାହା ଦ୍ଵାରା ଶବ୍ଦ ସହ ତାଳଦେଇ ବିଦ୍ୟୁତର ସଙ୍କେତ ଉତ୍ପନ୍ନ ହୋଇଥାଏ  । ଏହି ବିଦ୍ୟୁତ ସଙ୍କେତ ଆମ୍ପ୍ଲିଫାୟାର ଦେଇ କେବୁଲ ମାଧ୍ୟମରେ ସଂଚରିତ ହୋଇଥାଏ   । ଆଜିକାଲି ଯୁଗରେ ଇଲେକ୍ଟ୍ରୋନିକ ମାଇକ୍ରୋଫୋନ ବ୍ୟବହାର କରାଯାଇଥାଏ  । ଏହି ବୈଦ୍ୟୁତିକ ସଙ୍କେତ ଘର ବାହାରେ ଥିବା ଗୋଟିଏ ଜଙ୍କସନ ବାକ୍ସ ସହ ଏକ ଯୋଡା ତମ୍ବା ଆଲୁମିନିୟମ ପରିବାହୀ ତାର ଗୁଡାଯାଇଥାଏ  । ଅନ୍ୟ ଘର ଗୁଡିକରୁ ମଧ୍ୟ ଏହି ଜଙ୍କସନ ବାକ୍ସକୁ ସଙ୍କେତ ଆସିଥାଏ  । ଏହି ସମସ୍ତ ବୈଦ୍ୟୁତିକ ତାର ଧ୍ୱନି କମ୍ପାନୀ ସଙ୍କେତକୁ ବହନ କରି ଗୋଟିଏ ସାଧାରଣ କେବୁଲ ମାଧ୍ୟମରେ ଟେଲିଫୋନ ଏକ୍ସଚେଞ୍ଜ ବା କମ୍ପାନୀ ନିକଟକୁ ପଠାଯାଇଥାଏ  । ଏହି ଏକ୍ସଚେଞ୍ଜରୁ ସଙ୍କେତ ଗୁଡିକ ଧାତବ ତାର ଦ୍ଵାରା ବା ଅପ୍ଟିକାଲ ଫାଇବାର ମାଧ୍ୟମରେ ପ୍ରେରିତ ହୋଇଥାଏ  । ଆଜିକାଲି ଏହି ସଙ୍କେତ ଗୁଡିକ ମାଇକ୍ରୋୱେଭ ଏବଂ କୃତ୍ରିମ ଉପଗ୍ରହ ଦ୍ଵାରା ଦୂରଦୂରାନ୍ତରର ଦେଶ ମାନଙ୍କୁ ପ୍ରେରଣ କରାଯାଉଛି  । ଆମେ କହିବା ସମୟରେ ନିଜ ସ୍ଵର ପୁନଶ୍ଚ ନ ଶୁଣିବା ପାଇଁ ମାଇକ୍ରୋଫୋନ ପରିପଥରେ ଏକ ଡୁପ୍ଲକ୍ସ କୁଣ୍ଡଳୀ ଲଗାଯାଇଥାଏ  । ଏହା ସହିତ ଗୋଟିଏ ରିଙ୍ଗର ମଧ୍ୟ ଯୋଡିଥାଏ  । ଯେତେବେଳେ ଜଣେ ଆମକୁ ଫୋନ ମାଧ୍ୟମରେ ଡାକିଥାଏ ଏହି ରିଙ୍ଗରୁ ଧ୍ୱନି ଉତ୍ପନ୍ନ ହୋଇ ଆମକୁ ଫୋନ ଧରିବାକୁ ସୂଚନା ମିଳିଥାଏ  ।

ଗୋଟିଏ ପ୍ରାନ୍ତରେ ଶୁଣିବା ଫୋନର ସ୍ପିକର ଦ୍ଵାରା ନିୟନ୍ତ୍ରିତ ହୋଇଥାଏ  । ଏହା ଏକ ଡାଇଫ୍ରାମ ଏବଂ ସ୍ଥାୟୀ ଚୁମ୍ବକ ସହ ଲାଗିଥିବା ବେଳେ ଅନ୍ୟ ପ୍ରାନ୍ତଟି ଗୋଟିଏ ବିଦ୍ୟୁତ ଚୁମ୍ବକ ଦ୍ଵାରା ସଂଯୁକ୍ତ  । ଏହି ବିଦ୍ୟୁତ ଚୁମ୍ବକତି ଏକ କୋମଳ ଲୁହା ଉପରେ ରୋଧକ ତମ୍ବା ତାରର କୁଣ୍ଡଳୀ ଅଟେ  । ଅନ୍ୟପ୍ରାନ୍ତରୁ ଆସିଥିବା ବିଦ୍ୟୁତ ସଙ୍କେତ କୁଣ୍ଡଳୀ ମଧ୍ୟରେ ପ୍ରବାହିତ ହେଲେ ଲୌହ କୋରଟି ଚୁମ୍ବକତ୍ଵ ପ୍ରାପ୍ତ ହୋଇଥାଏ  । ଏହା ଡାଇଫ୍ରାମଟିକୁ ନିର୍ଦ୍ଧିଷ୍ଟ ତାଳରେ କମ୍ପିତ କରିଥାଏ  ଏବଂ ଅନୁରୂପ ଶବ୍ଦ ଉତ୍ପନ୍ନ ହୋଇଥାଏ  ଯାହାକୁ ଆମେ ଶୁଣିପାରୁ  ।

ମୋବାଇଲ ଫୋନ ଗୁଡିକ ଆମ ଜୀବନରେ ଅନେକ ପରିବର୍ତ୍ତନ ଆଣିଥାଏ  । ଏହାର ଗଠନ ମୂଳ ଫୋନର ମୌଳିକ କୌଶଳ ସହ ସମାନ ଥାଏ  । କିନ୍ତୁ ଏଥିରେ ଧ୍ୱନି ତରଙ୍ଗ ତାର ବା କେବୁଲ ମଧ୍ୟ ଦେଇ ପ୍ରବାହିତ ହୋଇନଥାଏ  । ଏହା ବିଦ୍ୟୁତ ଚୁମ୍ବକୀୟ ତରଙ୍ଗ ମାଧ୍ୟମରେ ଆଣ୍ଟିନା, ବେସ୍ ଷ୍ଟେସନ, ସୁଇଚଙ୍ଗ (କୃତ୍ରିମ ଉପଗ୍ରହ) ମାଧ୍ୟମ ଦେଇ ପୁନଶ୍ଚ ଗ୍ରହଣକାରୀର ଆଣ୍ଟିନା ପାଖକୁ ଯାଇଥାଏ  । ଯେତେବେଳେ ଆମ ନମ୍ବର ଆଣ୍ଟିନା ଦ୍ଵାରା ଚତୁଃପାର୍ଶ୍ଵକୁ ପ୍ରେରିତ ହୁଏ  । ଏହି ସଙ୍କେତ ନିକଟସ୍ଥ ବେସ ଟାୱାର ଦ୍ଵାରା ଗୃହୀତ ହୋଇ  ନିକଟସ୍ଥ ସୁଇଚଙ୍ଗ ଷ୍ଟେସନକୁ ଯାଇଥାଏ  । ଏହି ଷ୍ଟେସନ ପୁନଶ୍ଚ ଏହାକୁ ବର୍ଦ୍ଧିତକରି ପୁନଃ ସଞ୍ଚରିତ କରିଥାଏ  । ଏହି ତରଙ୍ଗ ଅନ୍ୟ ସ୍ଥାନରେ ପହଞ୍ଚିବା ପରେ ଯଦି ସେହି ଅଞ୍ଚଳରେ ଅମା ପ୍ରାପ୍ତକ ମୋବାଇଲଟି ଥାଏ ତେବେ ତାହା ଏହି ସଙ୍କେତକୁ ଗ୍ରହଣ କରି ଯୋଗାଯୋଗ ସ୍ଥାପନ ହୋଇଥାଏ  ।

ଯଦିଓ ମୋବାଇଲ ବ୍ୟବହାର ଦ୍ଵାରା କୌଣସି ସ୍ୱାସ୍ଥ୍ୟ ସମସ୍ୟା ହେଉଥିବାର ସମ୍ପୂର୍ଣ୍ଣ ତଥ୍ୟ ପ୍ରମାଣିତ ହୋଇପାରିନାହିଁ  ତଥାପି ମସ୍ତିଷ୍କ ଟ୍ୟୁମର ଏହାର ଏକ ମୁଖ୍ୟ କାରଣ ବୋଲି ଜଣାଯାଏ  । ମୋବାଇଲ ଦ୍ଵାରା ଉତ୍ପନ୍ନ ମାଇକ୍ରୋୱେଭ ତରଙ୍ଗ ଜଳଦ୍ଵାରା ଅବଶୋଷିତ ହୋଇପାରେ  । ଏହା ଅନୁମାନ କରାଯାଇଛି ଯେ, ଅନେକ ସମୟ ଧରି ମୋବାଇଲରେ କଥାବାର୍ତ୍ତା ହେଲେ ଏଥିରେ ଉତ୍ପନ୍ନ ମାଇକ୍ରୋୱେଭମସ୍ତିଷ୍କରେ ଥିବା ତରଳ ପଦାର୍ଥ ଦ୍ଵାରା ଅବଶୋଷିତ ହୋଇଥାଏ  । ଛୋଟ ପିଲାମାନଙ୍କର ମସ୍ତିଷ୍କରେ ଅଧିକ ତରଳ ଥାଏ ଏବଂ ଏମାନଙ୍କର ଖପୁରୀ ପତଳା ଅଟେ  । ତେଣୁ ସେମାନେ ଏହା ଦ୍ଵାରା ବେଶି ପ୍ରଭାବିତ ହୋଇଥାନ୍ତି  । ବିଭିନ୍ନ ପରୀକ୍ଷଣରୁ ଜଣାଯାଇଛି ଯେ, ଅନେକ ସମୟଧରି ମୋବାଇଲ ଯୋଗେ କଥା ହେବା ଦ୍ଵାରା ଶରୀରର ମୋବାଇଲ ଲାଗିଥିବା ଅଂଶଟି ଗରମ ହୋଇଯାଇଥାଏ  । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ସହଯୋଗରେ ଅଧ୍ୟୟନ କରିଥିବା ଆନ୍ତର୍ଜାତୀୟ କ୍ୟାନସର ଗବେଷଣା ସଂସ୍ଥାନ ସ୍ପଷ୍ଟଭାବରେ ଉଲ୍ଲେଖ କରିଛନ୍ତି ଯେ, ବିଦ୍ୟୁତ ଚୁମ୍ବକୀୟ ବେତାର ତରଙ୍ଗ ଗୁଡିକ ‘ଗ୍ରୁପ ବି’ କାରଣ ରୂପେ ମନୁଷ୍ୟର ମସ୍ତିଷ୍କ କ୍ୟାନସରର କାରଣ ହୋଇଥାନ୍ତି  । ତେଣୁ ସମସ୍ତଙ୍କୁ ଏହି ଉପଦେଶ ଦିଆଯାଇଥାଏ ମୋବାଇଲ ବ୍ୟବହାର କରିବା ସମୟରେ ଏହାକୁ ମଣ୍ଡ ବା କାନର ଅତି ନିକଟରେ ଲଗାଇ କଥାବାର୍ତ୍ତା ହେବା ଅନୁଚିତ  । ଅଧିକ ସମୟ ପାଇଁ କଥାବାର୍ତ୍ତା ହେବାକୁ ଥିଲେ ଇୟରଫୋନ ବ୍ୟବହାର କରିବା ଉଚିତ୍  ।

କୃତ୍ରିମ ଉପଗ୍ରହ, କମ୍ପ୍ୟୁଟର ଏବଂ ଇଣ୍ଟରନେଟର ଯୋଗାଯୋଗର ବ୍ୟବହାର  ।

କୃତ୍ରିମ ଉପଗ୍ରହ

ଉପଗ୍ରହ ଗୁଡିକ ଗ୍ରହ ମାନଙ୍କ ଚତୁଃପାର୍ଶ୍ଵରେ ଘୂରିଥାନ୍ତି  । ବୁଧ ବ୍ୟତୀତ ସୌର ଜଗତର ସମସ୍ତ ଗ୍ରହ ଗୁଡିକର ଚାରିପଟେ ପ୍ରାକୃତିକ ଉପଗ୍ରହ ଗୁଡିକ ପ୍ରକ୍ରମଣ କରିଥାନ୍ତି  । ଚନ୍ଦ୍ର ପୃଥିବୀର ପ୍ରାକୃତିକ ଉପଗ୍ରହ ଅଟେ  । କିନ୍ତୁ ବର୍ତ୍ତମାନ ବିଭିନ୍ନ ଦେଶମାନଙ୍କ ଦ୍ଵାରା ଅନେକ କୃତ୍ରିମ ଉପଗ୍ରହ ପ୍ରେରଣ କରାଯାଇଛି  । ଅନେକ ସମୟରେ ସୂର୍ଯ୍ୟାସ୍ତପରେ ଆକାଶର ନିମ୍ନ ଅଞ୍ଚଳରେ କେତେକ ଆଲୋକିତା ବସ୍ତୁ ଗତି କରିବା ଲକ୍ଷ୍ୟ କରିଥାଉ  । ଏହିଗୁଡିକ କୃତ୍ରିମ ଉପଗ୍ରହ ଅଟନ୍ତି ଯାହା ଦିଗବଳୟରେ ସୌର ରଶ୍ମିକୁ ବିଚ୍ଛୁରଣ କରି ଆଲୋକିତ ହୋଇଥାନ୍ତି  । ପ୍ରଥମ କୃତ୍ରିମ ଉପଗ୍ରହର ନାମ ସ୍ଫୁଟନିକ – ୧ ଯାହା ପୂର୍ବତନ ସୋଭିଏତ ରୁଷିଆ ଦ୍ଵାରା ୪ ଅକ୍ଟୋବର ୧୯୫୭ ମସିହାରେ ପ୍ରେରଣ କରାଯାଇଥିଲା  । ଏହା ଏକ ବେତାର ପ୍ରେରକ ଧାରଣ କରିଥିଲା  । ୧୯୫୮ ମସିହାରେ ଆମେରିକା ପ୍ରେରିତ ପ୍ରଥମ କୃତ୍ରିମ ଉପଗ୍ରହ ପ୍ରୋଜେକ୍ଟ ସ୍କୋର ପ୍ରଥମ ଯୋଗାଯୋଗ କାର୍ଯ୍ୟ କରିଥିଲା  । ଭାରତର ପ୍ରଥମ କୃତ୍ରିମ ଉପଗ୍ରହଣ ନାମ “ଆର୍ଯ୍ୟଭଟ୍ଟ” ଅଟେ ଯାହା ୧୯ ଏପ୍ରିଲ ୧୯୭୫ ମସିହାରେ ସୋଭିଏତ ରୁଷର ପ୍ରକ୍ଷେପଣ କେନ୍ଦ୍ରଠାରୁ ପଠାଯାଇଥିଲା  । ଏହାପରେ ୭ଜୁନ୍ ୧୯୭୯ ଭାସ୍କର ନାମରେ ୨ୟ ଉପଗ୍ରହ ପ୍ରେରିତ ହୋଇଥିଲା  । ନିଜସ୍ଵ ଜ୍ଞାନ କୌଶଳର ନିର୍ମାଣ ପରେ ରୋହିଣୀ-୧ ନାମକ କୃତ୍ରିମ ଉପଗ୍ରହ ୧୮ ଜୁଲାଇ ୧୯୮୦ରେ ୪ସ୍ତର ବିଶିଷ୍ଟ SLV-3 ଯାନ ଦ୍ଵାରା ପ୍ରେରଣ କରାଯାଇଥିଲା  । ପରେ ପରେ ରୋହିଣୀ କ୍ରମରେ ଆଉ ୨ଟି କୃତ୍ରିମ ଉପଗ୍ରହ ମଧ୍ୟ ପ୍ରେରଣ କରାଯାଇଥିଲା  । ଏହାପରେ Apple ନାମକ କୃତ୍ରିମ ଉପଗ୍ରହ ପ୍ରେରିତ ହୋଇଥିଲା  । ପରବର୍ତ୍ତୀ କାଳରେ ଭାସ୍କର-II, ଏବଂ INSAT କ୍ରମରେ ଏକାଧିକ କୃତ୍ରିମ ଉପଗ୍ରହ ପ୍ରେରିତ ହୋଇଅଛି  ଯାହା ଟି.ଭି. ଏବଂ ରେଡିଓ ଯୋଗାଯୋଗରେ ପ୍ରମୁଖ ଭୂମିକା ଗ୍ରହଣ କରିଅଛି  । IRS କ୍ରମରେ ୧୯୮୮ ମସିହାଠାରୁ ଦୂରସଂଦେବୀ ଉପଗ୍ରହ ମଧ୍ୟ ପ୍ରେରଣ କରାଯାଇଛି  । ଯାହା ଅପହଞ୍ଚ ଏବଂ ଦୁର୍ଗମ୍ୟ ଅଞ୍ଚଳରେ ତଥ୍ୟ ସଂଗ୍ରହରେ ସାହାଯ୍ୟ କରୁଅଛି  । ବର୍ତ୍ତମାନ ସୁଦ୍ଧା ଭାରତ ଏକାଧିକ (IRS) ଉପଗ୍ରହ ପ୍ରେରଣ କରିସାରିଛି  ।

ମହାକାଶରେ କୃତ୍ରିମ ଉପଗ୍ରହର ଉପସ୍ଥିତି ଆମପାଇଁ ଅନେକ ସୁବିଧାସୁଯୋଗ ପ୍ରଦାନ କରିଅଛି  । ଆମେ ଭୁପୃଷ୍ଠରୁ ପୃଥିବୀର ଏକ କ୍ଷୁଦ୍ରଅଂଶ ଦେଖିପାରୁ  । କିନ୍ତୁ ଏକ ଦୂରସ୍ଥାନରୁ ପୃଥିବୀକୁ ପର୍ଯ୍ୟବେକ୍ଷଣ କରିବାର ଅନେକ ସୁବିଧା ହୋଇଥାଏ  । ଏହା ଆମକୁ ପୃଥିବୀର ଗୋଟିଏ ପାର୍ଶ୍ଵକୁ ଭଲଭାବରେ ଦେଖିବାରେ ସାହାଯ୍ୟ କରିପାରେ  । ଆମେ କୃତ୍ରିମ ଉପଗ୍ରହ ଦ୍ଵାରା ପୃଥିବୀର ବିଭିନ୍ନ ପ୍ରାନ୍ତକୁ ବିଦ୍ୟୁତ ଚୁମ୍ବକୀୟ ତରଙ୍ଗ ପ୍ରେରଣ କରିପାରିବା  । ତେଣୁ ଏହି କୃତ୍ରିମ ଉପଗ୍ରହ ଗୁଡିକ ଆମ ଦେଶର ନିର୍ମାଣରେ ଅନେକ ଶଯୋଗ କରିଥାଏ  । କୃତ୍ରିମ ଉପଗ୍ରହ ଦ୍ଵାରା ଯୋଗାଯୋଗ, ମହାକାଶ ଗବେଷଣା, ପ୍ରକୃତିକ ସମ୍ବଳର ସନ୍ଧାନ, ପାଣିପାଗର ପୂର୍ବାନୁମାନ ଯଥା ମେଘମଣ୍ଡଳର ଗତି, ନଦୀର ଗତିପଥ ପରିବର୍ତ୍ତନ, ପ୍ରାକୃତିକ ଦୁର୍ବିପାକ (ଯଥା ବନ୍ୟା, ବାତ୍ୟା, ସୁନାମି) ଇତ୍ୟାଦି ନିରୂପଣ କରାଯାଇଥାଏ  । ଶିକ୍ଷାଦାନ କ୍ଷେତ୍ରରେ ଯୋଗାଯୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ  । ଆର୍ଥର କ୍ଲାର୍କଙ୍କ ଧାରଣା ଉପରେ ଆଧାର କରି କୃତ୍ରିମ ଉପଗ୍ରହ ମାଧ୍ୟମରେ ଯୋଗାଯୋଗ ଆରମଭ ହୋଇଥିଲା  । ଏହି କାରଣରୁ ଭୂସ୍ଥିର କକ୍ଷକୁ କ୍ଲାର୍କଙ୍କ କକ୍ଷ ନାମରେ ନାମିତ କରାଯାଇଛି  । କ୍ଲାର୍କଙ୍କୁ ଜଣେ ବିଶିଷ୍ଟ ବିଜ୍ଞାନ କଳ୍ପନା କଥାକାରର ମାନ୍ୟତା ଦିଆଯାଇଛି  ।

ପୃଥିବୀପୃଷ୍ଠରୁ ପ୍ରେରିତ ବିଦ୍ୟୁତ ଚୁମ୍ବକୀୟ ତରଙ୍ଗ ପୃଥିବୀର ସମସ୍ତ ଅଂଶରେ ପହଞ୍ଚିପାରେ  ନାହିଁ  । ଯଦି ନିମ୍ନମୁଖୀ ଆକାରରେ ପ୍ରେରଣ ହୁଏ ତେବେ ପୃଥିବୀର ବକ୍ରତା ହେତୁ ଏହା ଖୁବ କମ୍ ଦୂରତା ଅତିକ୍ରମ କରିଥାଏ  । ଯଦି ଉର୍ଦ୍ଧ୍ଵଗାମୀ ଭାବରେ ପ୍ରେରିତ ହୋଇଥାଏ ତେବେ ଏହା ସଳଖ ଭାବରେ ଆୟନୋସ୍ଫିୟର ଯାହା ପୃଥିବୀ ପୃଷ୍ଠରୁ 50km ବା ତଦୁର୍ଦ୍ଧ ଉଚ୍ଚତାରେ ଅବସ୍ଥିତ ସେ ପର୍ଯ୍ୟନ୍ତ ପହଞ୍ଚିପାରେ  । ସେଠାରୁ ପ୍ରତିଫଳିତ ହୋଇ ପୃଥିବୀର କିଛି ଅଧିକ ଦୂର ଅଂଶରେ ପହଞ୍ଚିପାରେ  । ତେଣୁ ପୃଥିବୀର ଏକ ବିରାଟ ଅଂଶରେ ଏହି ସଙ୍କେତ ପହଞ୍ଚିପାରିନଥାଏ  । ତେଣୁ ଆୟନୋସ୍ଫିୟର ପରିବର୍ତ୍ତେ କୃତ୍ରିମ ଉପଗ୍ରହକୁ ଏହି ତରଙ୍ଗ ପୁନଃପ୍ରେରଣ ପାଇଁ ବ୍ୟବହାର କରାଯାଇଥାଏ  । ତେଣୁ ଏଥିପାଇଁ ଏକାଧିକ କୃତ୍ରିମ ଉପଗ୍ରହର ଆବଶ୍ୟକତା ରହିଥାଏ  ଯାହା ପୃଥିବୀର ସମସ୍ତ ଅଂଶକୁ ଏହି ସଙ୍କେତ ପୁନଃପ୍ରେରଣ କରିପାରିବ  ।

ଗୋଟିଏ କୃତ୍ରିମ ଉପଗ୍ରହର ଅବସ୍ଥାନ ଏବଂ କକ୍ଷ ଜଟିଳ ଅବସ୍ଥା ଅଟେ  । କୃତ୍ରିମ ଉପଗ୍ରହକୁ ଏକ ରକେଟ ସାହାଯ୍ୟରେ ଉତକ୍ଷେପଣ କରାଯାଇଥାଏ  । ଏବଂ ଉପଯୁକ୍ତ କକ୍ଷ ପଥରେ ଆବଶ୍ୟକ ସଂବେଗ, ସଠିକଦିଗ, ଏବଂ ଶକ୍ତି ପ୍ରଦାନକରି ସ୍ଥାପନ କରାଯାଇଥାଏ  ଫଳରେ ଏହା ନିରବଚ୍ଛିନ୍ନ ଭାବରେ ପରିକ୍ରମଣ କରିପାରେ  । କୃତ୍ରିମ ଉପଗ୍ରହ ଭୂସ୍ଥିର ହୋଇପାରେ ଯାହା ପୃଥିବୀର ଏକ ନିର୍ଦ୍ଧିଷ୍ଟ ଅଞ୍ଚଳ ସହ ଆପେକ୍ଷିକ ଭାବରେ ସ୍ଥିର ଅବସ୍ଥାନରେ ରହିଥାଏ  । ଏହି ଉପଗ୍ରହର ଗତି ପୃଥିବୀର କୋଣୀୟ ବେଗ ଏବଂ ଦିଗ ସହ ସମାନ ହୋଇଥାଏ  । ତେଣୁ ଭୂସ୍ଥିର ଉପଗ୍ରହର ଗତି ପୃଥିବୀର କୋଣୀୟ ବେଗ ଏବଂ ଦିଗ ସହ ସମାନ ହୋଇଥାଏ  । ତେଣୁ ଭୂସ୍ଥିର ଉପଗ୍ରହର ପରିକ୍ରମଣ ପୃଥିବୀର ଆବର୍ତ୍ତନ ଅର୍ଥାତ୍ 24 ଘଣ୍ଟା ସହ ସମାନ ଅଟେ  । ଫଳରେ ପୃଥିବୀ ପୃଷ୍ଠରେ ଜଣେ ଦର୍ଶକଙ୍କୁ ଏହା ଭୁସ୍ଥିର ପରି ଜଣାପଡେ  । ଏହା ସେହି ନିର୍ଦ୍ଧିଷ୍ଟ ଅବସ୍ଥାନରେ ଅନେକ ଦିନ ପର୍ଯ୍ୟନ୍ତ ରହି ଭୂକେନ୍ଦ୍ରର ସଙ୍କେତ ଗ୍ରହଣ କରିବା ଏବଂ ପ୍ରେରଣ କରିବାରେ ସାହାଯ୍ୟ କରିଥାଏ  । ତେଣୁ କୃତ୍ରିମ ଉପଗ୍ରହରୁ ସଙ୍କେତ ଗ୍ରହଣ ପାଇଁ ଆମକୁ ଆଣ୍ଟିନାକୁ ବାରମ୍ବାର ଘୂରାଇବାକୁ ପଡିନଥାଏ  । ଏହା ହେଉଥିଲେ  ଆମକୁ ଅନେକ ଖର୍ଚ୍ଚାନ୍ତ ହେବାକୁ ପଡିଥାନ୍ତା । ସିଧାସଳଖ ଟିଭି ସଞ୍ଚରଣ ପାଇଁ ଅନେକ ସଞ୍ଚୟ ହୋଇଥାଏ କାରଣ ଏହା ଅନେକ ଆଣ୍ଟିନା ରଖିବାର ଆବଶ୍ୟକତାକୁ ଦୂର କରିଥାଏ  । ଭୂପୃଷ୍ଠଠାରୁ ଉପରେ କୃତ୍ରିମ ଉପଗ୍ରହକୁ ସ୍ଥାପନାକଲେ ଏହା ମାଧ୍ୟାକର୍ଷଣ ବଳରେ ପ୍ରଭାବରୁ ମୁକ୍ତ ହୋଇଥାଏ  । ଯଦି ଏହା ନିମ୍ନ କକ୍ଷ ସ୍ଥାପିତ କୃତ୍ରିମ ଉପଗ୍ରହଠାରୁ ଅଧିକ ବ୍ୟୟସାପେକ୍ଷ ଅଟେ  । ନିମ୍ନ କକ୍ଷ ଅବସ୍ଥାପିତ କୃତ୍ରିମ ଉପଗ୍ରହ ଗୁଡିକ ଭୂପୃଷ୍ଠଠାରୁ (400km) ଉଚ୍ଚରେ ରହିଥାନ୍ତି  । ଏହି କମ୍ ଉଚ୍ଚତାର ଅବସ୍ଥାନ ଯୋଗୁଁ ଏଗୁଡିକ ପୃଥିବୀର ଏକ ସୀମିତ ଅଞ୍ଚଳକୁ ଦେଖିପାରନ୍ତି  । କେତେକ ଗୋଲାକାର କୃତ୍ରିମ ଉପଗ୍ରହ ମେରୁ ଉପର ଦେଇ ଗତି କରନ୍ତି  । ଭୂସ୍ଥିର ଉପଗ୍ରହ ତୁଳନାରେ ଦୂରସଂଦେବୀ ଉପଗ୍ରହ ଗୁଡିକ କମ ଉଚ୍ଚରେ ସ୍ଥାପନ କରାଯାଇଥାଏ  । ଦୂରସଂଦେବୀ  ଉପଗ୍ରହ ଗୁଡିକ ଏପରି ସ୍ଥାପିତ ହୋଇଥାଏ  ଯେପରି ଏଗୁଡିକ 10am ଠାରୁ 2pm ମଧ୍ୟରେ ଆଲୋକ ଉପସ୍ଥିତି ସମୟରେ ଭୁପୃଷ୍ଠରେ ଭୁପୃଷ୍ଠର ଫଟୋଚିତ୍ର ସଂଗ୍ରହ କରିଥାନ୍ତି  ।

ଭୁସ୍ଥିର ଉପଗ୍ରହ ଗୁଡିକର ପାଇଁ ବିଶେଷ ଉପଯୋଗୀ ହୋଇଥାଏ  । ଭୁସ୍ଥିର ଉପଗ୍ରହ ଭୂପୃଷ୍ଠଠାରୁ 36,000km ଉଚ୍ଚତର ସ୍ଥାପିତ ହୋଇଥାଏ ଏବଂ ଏହା ବୃତ୍ତ ଉପରେ 24 ଘଣ୍ଟାରେ ଥରେ ପୃଥିବୀ ଚାରିପଟେ ପ୍ରକ୍ରମଣ କରିଥାଏ  । ଯେହେତୁ ପୃଥିବୀ 24 ଘଣ୍ଟାରେ ଆବର୍ତ୍ତନ କରିଥାଏ, ତେଣୁ ପୃଥିବୀପୃଷ୍ଠର ଏକ ସ୍ଥାନରୁ ଉପଗ୍ରହଟି ସ୍ଥିର ଥିଲାପରି ଜଣାପଡେ  । ଏହି ଅକ୍ଷାଂଶରୁ ଏହା ପୃଥିବୀର ଏକ ତୃତୀୟାଂଶ ଅଞ୍ଚଳ ଦେଖିପାରେ   । ଭୂକେନ୍ଦ୍ରରୁ ଉପଗ୍ରହକୁ ପ୍ରେରିତ ନିର୍ଦ୍ଧିଷ୍ଟ ଆବୃତ୍ତି ବିଶିଷ୍ଟ ମାଇକ୍ରୋୱେଭ ଗୁଡିକ ଉପଗ୍ରହ ଉପଗ୍ରହ ଦ୍ଵାରା ପୃଥିବୀର ଅନ୍ୟ ଅଂଶକୁ ପୁନଃ ପ୍ରେରିତ ହୋଇଥାଏ  । ମାଇକ୍ରୋୱେଭର ତରଙ୍ଗ ଦୈର୍ଘ୍ୟ ଏକ ମିଟରର ଏକ ନିୟୁତ ଭାଗରୁ ଏକଭାଗ ହୋଇଥାଏ  । ପୃଥିବୀ ପୃଷ୍ଠରେ ନିର୍ଦ୍ଦେଶିତ ଆଣ୍ଟିନା ଗୁଡିକ ଏହି ତରଙ୍ଗକୁ ଗ୍ରହଣ କରିଥାନ୍ତି  । ତେଣୁ କୃତ୍ରିମ ଉପଗ୍ରହ ମାଧ୍ୟମରେ ଟିଭି, ରେଡିଓ ସଙ୍କେତ ପୃଥିବୀର ବ୍ୟାପକ ଅଂଶକୁ ପ୍ରେରିତ ହୋଇଥାଏ  ।

କକ୍ଷପଥର ବ୍ୟାସାର୍ଦ୍ଧ

କି.ମି.ରେ

ନିମ୍ନକକ୍ଷ

160-1400

ମଧ୍ୟମ କକ୍ଷ

10-15,000

ଭୁସ୍ଥିର କକ୍ଷ

36,000

ଗୋଟିଏ ନିମ୍ନ କକ୍ଷ (LEO), ଭୁସ୍ଥିର କକ୍ଷ (GEO) କିମ୍ବା ମେରୁ ଉପରେ ଥିବା କକ୍ଷରେ କୃତ୍ରିମ ଉପଗ୍ରହ ଗୁଡିକ ଘୂରିଥାନ୍ତି ଫଳରେ ପ୍ରତ୍ୟକ ପରିକ୍ରମଣ (ମେରୁକକ୍ଷ) ସମୟରେ ଏହା ମେରୁ ଉପର ଦେଇ ଗତି କରିଥାଏ  । ଫଳରେ ଏହା ପୃଥିବୀର ମାପ ନିର୍ଣ୍ଣୟ କରିଥାଏ  । ଏହା ପାଣିପାଗ ନିରୂପଣରେ ସାହାଯ୍ୟ କରିଥାଏ  । ଏହା ସେହି ନିର୍ଦ୍ଧିଷ୍ଟସ୍ଥାନରେ ପ୍ରତିଦିନ ମେଘମଣ୍ଡଳର ଗତି ନିରୀକ୍ଷଣ କରିଥାଏ  । ଭୁସ୍ଥିର ଏବଂ ନିମ୍ନକକ୍ଷ ଉପଗ୍ରହ ପୃଥିବୀର ଏକ ନିର୍ଦ୍ଧିଷ୍ଟ ସ୍ଥାନର ନିରୀକ୍ଷଣ କରିଥାଏ  ।

କମ୍ପ୍ୟୁଟର ଏବଂ ଇନ୍ତରନେଟ

ଆଜିକାଲି କମ୍ପ୍ୟୁଟର ଏକ ଅତ୍ୟାବଶ୍ୟକ ସାମଗ୍ରୀ ଅଟେ  । ଏହା ପ୍ରକାଶନ ଶିଳ୍ପ, ଗୃହନିର୍ମାଣ ନକ୍ସା ପ୍ରସ୍ତୁତି, କାରଚାଳନା ଏବଂ ନିୟନ୍ତ୍ରଣ, ପୋଷାକପତ୍ର, ମେସିନ୍, ଟ୍ରାଫିକ ନିୟନ୍ତ୍ରଣ, ଏବଂ ବିଭିନ୍ନ ବିଜ୍ଞାନ ଯନ୍ତ୍ରପାତି ତିଆରି ଇତ୍ୟାଦି କାର୍ଯ୍ୟରେ କମ୍ପ୍ୟୁଟର ମୁଖ୍ୟ ଭୂମିକା ଗ୍ରହଣ କରେ  । ଏପରିକି ଗୃହରେ ବ୍ୟବହୃତ ବିଭିନ୍ନ ଉପକରଣ ଯଥା ଟେଲିଭିଜନ, ସ୍ଵୟଂଚାଳିତ ଲୁଗାଧୁଆ ଯନ୍ତ୍ର, ମାଇକ୍ରୋଫୋନ ଇତ୍ୟାଦି କମ୍ପ୍ୟୁଟର ଦ୍ଵାରା ନିୟନ୍ତ୍ରିତ ହୋଇଥାଏ  । ଏହା ବ୍ୟତୀତ ଯୋଗାଯୋଗ କ୍ଷେତ୍ରରେ ଏହା ଅନେକ ବୈପ୍ଲବିକ ପରିବର୍ତ୍ତନ ଆଣିଅଛି  । କମ୍ପ୍ୟୁଟର ଦ୍ଵାରା ବିମାନ, ଜାହାଜ, ଏପରି ବଡ ନଉକା ମଧ୍ୟରୁ ଏବଂ ମଧ୍ୟକୁ ଯୋଗାଯୋଗ ରକ୍ଷା କରାଯାଇଥାଏ  । ATMଭଳି ସ୍ଵୟଂଚାଳିତ ଟଙ୍କା ଉଠାନ ଠାରୁ ଆରମ୍ଭ କରି ବିଭିନ୍ନ ଅର୍ଥନୈତିକ ହିସାବ ନିକାସ କରିବା ପାଇଁ ବ୍ୟାଙ୍କ ଗୁଡିକରେ ଏହାର ବହୁଳ ବହୁଳ ବ୍ୟବହାର ହୋଇଥାଏ  । ଇନ୍ତରନେଟ ମାଧ୍ୟମରେ ଏହାର ଅଗାଯୋଗ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ପରି କାର୍ଯ୍ୟକରି ଆସୁଛି  । ଇ-ମେଲ ବ୍ୟବହାର କରି ଜଣେ ବାର୍ତ୍ତା ପ୍ରେରଣ କରିବା  । ଅନ୍ୟ ବନ୍ଧୁ ସହ ଗପସପ ହେବା ଇତ୍ୟାଦି ଇନ୍ତରନେଟ ମାଧ୍ୟମରେ ସଂଗଠିତ ହୁଏ  । ଆଗରୁ ଖବର ପ୍ରେରଣ କରିବା ଏବଂ ତାହାର ଉତ୍ତର ପାଇବା ପାଇଁ ଆମକୁ ସପ୍ତାହେ କାଳ ଅପେକ୍ଷା କରିବାକୁ ପଡୁଥିଲା  । କିନ୍ତୁ ଆଜିକାଲି ଏହା ମାତ୍ର କିଛି ସେକେଣ୍ଡର କାର୍ଯ୍ୟ ଅଟେ  । ଏହା ଜ୍ଞାନ ବିତରଣର ଏକ ଉତ୍କୃଷ୍ଟ ମାଧ୍ୟମରେ ପରିଣତ ହୋଇପାରିଛି  ।

ହାମ (HAM)

ହାମ ଶବ୍ଦଟିର ଏକ ଇଂରାଜୀ ଶବ୍ଦ ନୁହେଁ  । ଏହାର ତିନିଜଣ ବୈଜ୍ଞାନିକ ଯେଉଁମାନେ ବେତାର ଯୋଗାଯୋଗ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ ସେମାନଙ୍କର ଶେଷ ନାମରୁ ନିଆଯାଇଛି  । ସେମାନେ ହେଲେ ଏସ୍ ହାଇମେନ୍, ବବ ଏଲବୟ ଏବଂ ପୁଗିମୁରେ ଙ୍କ ନାମରୁ ନିଆଯାଇଛି  । ୧୯୦୮ମସିହାରେ ଏହି ବୈଜ୍ଞାନିକ ତ୍ରୟ ଆର୍ମେଚର ରେଡିଓ କ୍ଲବ ନାମରେ ବ୍କା ଅନୁଷ୍ଠାନ ଗଢିଥିଲେ ଯାହା ଏବେ ସାରା ବିଶ୍ଵରେ ବିଭିନ୍ନ ସ୍ଥାନରେ ରହିଅଛି  । ବର୍ତ୍ତମାନ ମୋବାଇଲ ଯୁଗରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି HAM ରେଡିଓରେ ବହୁଳ ଉପଯୋଗ ହୋଇଥାଏ  । HAM ବେତାର ତରଙ୍ଗ ବ୍ୟବହାର କରିଥାଏ  । ବେତାର ତରଙ୍ଗ ଗୁଡିକ 10cm ରୁ 10km ପରିସର ମଧ୍ୟରେ କାର୍ଯ୍ୟକ୍ଷମା ହୋଇଥାନ୍ତି ଏବଂ ସେକେଣ୍ଡ ପ୍ରତି 3 ଲକ୍ଷ୍ୟ କି.ମି. ପରିବେଶରେ ଗତି କରିଥାନ୍ତି  । ଧ୍ୱନିରୁ ବିଦ୍ୟୁତ ଚୁମ୍ବକୀୟ ତରଙ୍ଗ ସଂକେତରେ ପରିଣତ କରି ସଂଚାର କରାଯାଇଥାଏ  ଏବଂ ପରେ ଏହାକୁ ଧ୍ୱନି ତରଙ୍ଗରେ ପରିଣତ କରାଯାଇଥାଏ  ।

ଆଧାର – ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top