ସେଆର କରନ୍ତୁ

ଶକ୍ତିର ଉତ୍ସ

| ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସଂବଳ ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠପୁସ୍ତକର ଏକ ସହଯୋଗୀ ଅଟେ ।

ଉପକ୍ରମ

ଭାରତରେ ବିଦ୍ୟାଳୟ ଭିଜିକ ସହଯୋଗ ମାଧମରେ ଶିକ୍ଷକ ଶିକ୍ଷା (ଗୋଟସ-ଇଣ୍ଡିଆ) କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ 'ମୁକ୍ତ ଶୈନ୍ଧିକ ସଂବଳ’ ମାଧମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷା ପଦ୍ଧତିଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥୁବା ପ୍ରାରମ୍ଭିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀଗୁହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖୁଛି | ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈନ୍ଧିକ ସଂବଳ ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠପୁସ୍ତକର ଏକ ସହଯୋଗୀ ଅଟେ । ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀଗୁହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ୍ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ | ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ |

ପେଟସ୍ -ଇଣ୍ଡିଆର 'ମୁକ୍ତ ଶୈକ୍ଷିକ ସଂବଳ 'ଗୁଡ଼ିକ ଭାରତୀୟ ପାଠ୍ୟ ଖସଡ଼ା ଓ ପରିପେକ୍ଷୀ ଅନୁଯାୟୀ। ଉଭୟ ଭାରତୀୟ ଓ ଆନ୍ତୀକାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ | ଏହା ଉଭୟ ଅନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ୍

www.tess-india.edu.in/) ରେ ଉପଲବ୍ଧ । ‘ମୁକ୍ତ ଶୈକ୍ଷିକ ସଂବଳ, ଗୁଡିକ ବିଭିନ୍ନ ଭାଷାରେ ଅନୁବାଧ କରାଯାଇ ଉପଲକ୍ତ କରାଯାଇଛି ଓ ଟେସ୍-ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥୁବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ | ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରାସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିମିତ୍ତ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ଦିତ

କରାଯାଇଛି | ଟେସ୍-ଇଣ୍ଡିଆ ଭାରତ ଓ ଯୁକ୍ତରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତରାଜ୍ୟ ର ମୁକ୍ତ ବିଶ୍ଵବିଦ୍ୟାଳୟ ଦ୍ବାରା ପରିପ୍ଟାଳିତ |

ଭିଡ଼ିଓ ସମ୍ବଳ ସମୂହ

ଏହି ଏକକରେ କେତେକ କାର୍ଯ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି | ଟେସ-ଇଣ୍ଡିଆର ‘ଭିଡ଼ିଓ ସମ୍ବଳ ସମୁହ' ଶିକ୍ଷା ତତ୍ତ୍ବ ଆଧାରିତ | ଏଥୁରେ ଥୁବା ଭିଡ଼ିଓଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୁହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳଗୁଡ଼ିକୁ ସଚିତ୍ର ବର୍ଷ ନା କରିଛି | ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିମିତ୍ତ ଅନୁପ୍ରେରିତ କରିବ । ଏହିସବୁ ଆପଣଙ୍କ ଦ୍ବାରା କରାଯାଉଥୁବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ତ ଅଭିପ୍ରେରିତ | ପେଟସ୍ -ଇଣ୍ଡିଆ ଭିଡ଼ିଓ ସମ୍ବଳ ସମୁହ ଅନଲାଇନ୍‌ରେ www.tess-india.edu.in ଉପଲବ୍ଧି ଓ ଡାଉନ୍‌ଲୋଡ଼ କରାଯାଇପାରିବ | ଆପଣମାନେ ଏହି ଭିଡ଼ିଓଗୁଡ଼ିକୁ ସି. ଡ଼ି. ବା ମେମୋରୀ କାର୍ଡ଼ ମାଧମରେ ବ୍ୟବହାର କରି ପାରିବେ |

ଓଡ଼ିଆ ସଂକଳନ- 1.0 ମାଧ୍ୟମିକ ବିଜ୍ଞାନ, 15 ଓଡ଼ିଆ ଭାଷାନ୍ତର ସହାୟତା ; ଭାରତ ଜ୍ଞାନ ବିଜ୍ଞାନ ସମିତି : ଓଡିଶା Odisha

ଏହି ସଂକଳନଟି ଟେସ୍-ଇଣ୍ଡିଆର 'ମୁକ୍ତ ଶିକ୍ଷା ସମ୍ବଳ'ର ମାଧ୍ୟମିକ ବିଜ୍ଞାନ ସଂକଳନର ଏକ ଭାଗ ଅଟେ | ମୂଳ ଇଂରାଜୀ ଲେଖାକୁ ଶ୍ରୀମତୀ ସ୍ଥିତାଶ୍ରୀ ବିଶ୍ଵାଳ ଓଡ଼ିଆ ଭାଷାନ୍ତର କରିଥୁବା ବେଳେ ଡ଼କୃର ପ୍ରତିଲତା ଜେନା ଏବଂ ଶ୍ରୀମତୀ ଚନ୍ଦ୍ରିକା ମହାନ୍ତି ସମୀକ୍ଷା କରିଛନ୍ତି | ଏହି ସଂକଳନରେ ବ୍ୟବହୃତ ହୋଇଥୁବା ତୃତୀୟ ପକ୍ଷ ସାଧନ ବ୍ୟତିତ ଅନ୍ୟ ସମସ୍ତ ସମ୍ବଳ / ଲେଖ CreativeCommons.orgରେ ମୁକ୍ତ ବ୍ୟବହାର ପାଇଁ ଉପଲବ୍ଧ ଅଟେ |

ଏହି ଏକକରେ କ'ଣ ଅଛି

ପ୍ରକନ୍ଧ କାର୍ଯ୍ୟ ଶିକ୍ଷାଦାନ ପାଇଁ ଏକ ସକ୍ରିୟ ପନ୍ଥା ଅଟେ । ଏହା ଶିକ୍ଷାର୍ଥୀଙ୍କୁ ବିଜ୍ଞାନର ଏକ ନିର୍ଦ୍ଦିଷ୍ଟ ଦିଗକୁ ବିସ୍ତୁତ ଓ ସହଭାଗିତା ଉପାୟରେ ଅଧୁକ ଗଭୀର ଭାବରେ ଅନୁସନ୍ଧାନ କରିବାର ସୁଯୋଗ ଦିଏ । ପ୍ରକନ୍ଧ ଆଧାରିତ ଶିକ୍ଷଣ ଶିକ୍ଷାର୍ଥୀମାନଙ୍କୁ ଶିକ୍ଷଣ ପ୍ରକ୍ରିୟାର କେନ୍ଦ୍ରରେ ରଖେ । ଶିକ୍ଷାର୍ଥୀମାନେ କାର୍ଯ୍ୟ କରିବା ଦ୍ବାରା ଶିଖନ୍ତି ଏବଂ ସେମାନେ ଯେତେବେଳେ ପ୍ରକନ୍ଧ କାର୍ଯ୍ୟ କରନ୍ତି ସେମାନେ ଜ୍ଞାନର ସ୍ରଷ୍ଟା ହୋଇପାରନ୍ତି –ଏହା NCF (2005) ର ଏକ ଲକ୍ଷ୍ୟ । ବିଜ୍ଞାନରେ ପ୍ରକନ୍ଧ କାର୍ଯ୍ୟ ଶିକ୍ଷାର୍ଥୀଙ୍କୁ ପ୍ରକୃତ ବୈଜ୍ଞାନିକମାନଙ୍କ ପରି କାର୍ଯ୍ୟ କରିବାର ସୁଯୋଗ ଦେଇଥାଏ ।

ଗବେଷକ (Thomas, 2000)ଙ୍କ ମତରେ ପ୍ରକଳ୍ପ କାର୍ଯ୍ୟ ଶିକ୍ଷଣ ପଦ୍ଧତି ଦ୍ବାରା ଶିକ୍ଷାର୍ଥୀଙ୍କର ଶିକ୍ଷଣ ଦୀର୍ଘ ସ୍ଥାୟୀ ହୋଇଥାଏ । ଏହା ସହିତ, ଏହା ଶିକ୍ଷାର୍ଥୀଙ୍କୁ ତଥ୍ୟସଂଗ୍ରହ ଓ ଏହାର ପ୍ରକ୍ରିୟାକରଣ କୌଶଳ, ଉପସ୍ଥାପନା କରିବାର କୌଶଳ ଏବଂ ଦୃଢ଼ମନା ହେବା ସହ ସ୍ବାଧୀନ ଭାବରେ କାର୍ଯ୍ୟକରିବା ପାଇଁ ସାହାଯ୍ୟ କରେ । ଏକ ପ୍ରତିଯୋଗୀତାମୂଳକ ବିଶ୍ବରେ ଏହିପରି କୌଶଳ ହାସଲ କରିବା ଏକାନ୍ତ ଆବଶ୍ଯକ ।

ଏହି ଏକକରେ କେତେଗୁଡ଼ିଏ ଶିକ୍ଷାଦାନ କୌଶଳ ଦିଆଯାଇଛି ଯାହା ଆପଣଙ୍କୁ ବିଶ୍ବାସର ସହ ଆପଣଙ୍କ ଶିକ୍ଷାର୍ଥୀଙ୍କ ସହ ପ୍ରକନ୍ଧ କାର୍ଯ୍ୟ କରିବାକୁ ପରିଚିତ କରାଇବା । ପ୍ରକନ୍ଧ କାର୍ଯ୍ୟ। ଭଲରେ ପରିଚାଳନା କରିବା ପାଇଁ ଶିକ୍ଷକ ସହାୟକ ଭୂମିକା ଗ୍ରହଣ କରିବା ଆବଶ୍ୟକ । ଏହି କୌଶଳଗୁଡ଼ିକ ଆପଣଙ୍କୁ ସଫଳ ସହାୟକ ହେବାରେ ବାସ୍ତବ ସହାୟତା ଦେବ ।

ଏହି କୌଶଳଗୁଡ଼ିକ ଦଶମ ଶ୍ରେଣୀର ‘ଶକ୍ତିର ଉତ୍ସ' ପ୍ରସଙ୍ଗରୁ ଉଦାହରଣଗୁଡ଼ିକ ନେଇ ବୁଝାଯାଇଛି । କିନ୍ତୁ ଏହି ଧାରଣାଗୁଡ଼ିକୁ ବିଜ୍ଞାନ ପାଠ୍ୟକ୍ରମର ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ବ୍ୟବହାର କରାଯାଇ ପାରିବ ।

ଏହି ଏକକରୁ କ'ଣ ଶିଖିବେ

  • ଆପଣଙ୍କ ଶିକ୍ଷାର୍ଥୀମାନଙ୍କର ପ୍ରକଳ୍ପ କାର୍ଯ୍ୟ ଆଧାରିତ ଶିକ୍ଷଣ କୌଶଳ ବିକାଶର ଉପଯୋଗୀତା ।
  • ପ୍ରକନ୍ଧକାର୍ଯ୍ୟ ଆଧାରିତ ଶିକ୍ଷଣକାର୍ଯ୍ୟକୁ ସଫଳ ଭାବରେ ଶ୍ରେଣୀ ଗୃହରେ କିପରି କାର୍ଯ୍ୟକାରୀ କରିବେ।
  • ମାନ ନିର୍ବାରଣ ମାନଦଣ୍ଡକୁ ପ୍ରକଳ୍ପ କାର୍ଯ୍ୟର ମୂଲ୍ୟୟନ କରିବା ପାଇଁ କିପରି ବ୍ୟବହାର କରିବେ ।

ଏହି ପନ୍ଥା କହିକି ଗୁରୁତ୍ଵପୂର୍ଣ୍ଣ

ଏହି ପନ୍ଥାଟି ଗୁରୁତ୍ବପୂର୍ଣ୍ଣ କାରଣ ଏହା ଶିକ୍ଷାର୍ଥୀଙ୍କୁ ସ୍ବାଧୀନଭାବରେ କାର୍ଯ୍ୟ କରିବାର ସୁଯୋଗ ଦେଇଥାଏ । ସେମାନଙ୍କୁ ତଥ୍ୟ ସଂଗ୍ରହ, ପ୍ରକ୍ରିୟାକରଣ ଓ ସଂଗଠନ କରିବା ଆବଶ୍ୟକ ହୁଏ । କେଉଁ ତଥ୍ୟଗୁଡ଼ିକ ନିଆଯିବ, କେଉଁଗୁଡ଼ିକ ନିଆଯିବ ନାହିଁ ଓ ତଥ୍ୟର ଉପସ୍ଥାପନା କିପରି କରାଯିବ ସେମାନଙ୍କୁ ତା’ର ନିଷ୍ପଭି ନେବାକୁ ପଡ଼ିବ । ଏହି କୌଶଳଗୁଡ଼ିକ ସେମାନେ ବିଦ୍ୟାଳୟ ଛାଡ଼ିବା ବେଳକୁ ଆବଶ୍ୟକ କରିବେ ।

ପ୍ରକନ୍ଧ ଆପଣଙ୍କ ଶିକ୍ଷାର୍ଥୀଙ୍କୁ ସେମାନେ ବାଛିଥୁବା କ୍ଷେତ୍ରରେ ‘ବିଶେଷଜ୍ଞ’ ହେବାର ସୁଯୋଗ ମଧ୍ୟ ଦେଇଥାଏ । ପ୍ରକଳ୍ପଗୁଡ଼ିକ ପ୍ରତିଭାବାନ ଶିକ୍ଷାର୍ଥୀଙ୍କ ପାଇଁ ଅତିରିକ୍ତ ନ୍ୟସ୍ତକାର୍ଯ୍ୟ ଓ ସମୃଦ୍ଧିମୂଳକ ଶିକ୍ଷଣକାର୍ଯ୍ୟ ଭାବରେ ବ୍ୟବହାର କରାଯାଇପାରିବ । ଏହା ସେମାନଙ୍କୁ ଦୃଢ଼ମନା କରିବା ସହିତ ବିଜ୍ଞାନରେ ଅଧୁକ ଶିକ୍ଷଣ ପାଇଁ ଉତ୍ସାହିତ କରିଥାଏ । ପ୍ରକଳ୍ପଟି ବିଜ୍ଞାନ ପାଠ୍ୟକ୍ରମରେ ଏକ ପ୍ରସଙ୍ଗ ଆଧାରିତ ହେବା ଉଚିତ, କିନ୍ତୁ ଏହା ମଧ୍ୟ ବିଜ୍ଞାନରୁ ଅନ୍ୟ ପ୍ରସଙ୍ଗର ଦିଗଗୁଡ଼ିକୁ ଅନ୍ତର୍ଭୁକ୍ତ କରିପାରିବ । ଏହା ମଧ୍ୟ ଏକ ଅନ୍ତଃ ପାଠ୍ୟକ୍ରମ ପ୍ରକନ୍ଧ ହୋଇପାରିବ ଯାହା ଅନ୍ୟ ବିଷୟ ଯଥା – ଗଣିତ, ଭୂଗୋଳ, ଏପରିକି ଇଂରାଜୀର ବିଭିନ୍ନ ଦିଗକୁ ଅନ୍ତର୍ଭୁକ୍ତ କରିପାରେ । ଏହିପରି ଭାବରେ ପ୍ରକନ୍ଧ କାର୍ଯ୍ୟ ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ସମ୍ପର୍କ ସ୍ଥାପନ କରି ବିଜ୍ଞାନରେ ମୋଟାମୋଟି ବୋଧଗମ୍ୟତା ବୃଦ୍ଧି କରିବା ଏବଂ ସେମାନଙ୍କ ଜୀବନରେ ଏହାର ଗୁରୁତ୍ଵକୁ ଉପଲବ୍ଧ କରିବା ପାଇଁ ସେମାନଙ୍କୁ ସାହାଯ୍ୟ କରିପାରେ ।

ଟିକିଏ ଚିନ୍ତା କରନ୍ତୁ ପ୍ରକଳ୍ପ କାର୍ଯ୍ୟର ଉପକାରିତାକୁ ବୁଝବାକୁ ହେଲେ ଆପଣଙ୍କୁ ଯତ୍ନର ସହ ଯୋଜନା କରିବାକୁ ପଡିବ । ପ୍ରକଳ୍ପ କାର୍ଯ୍ୟଟିର ସଫଳତା ନଶ୍ଚିତ କରିବା ପାଇଁ ଆପଣ କ’ଣ କରିପାରିବେ ବୋଲି ଭାବୁଛନ୍ତି?

ପାଠ ଯୋଜନା ପ୍ରସ୍ତୁତ

ଆପଣ କିପରି ପ୍ରକଳ୍ପ କାର୍ଯ୍ୟ ପ୍ରସ୍ତୁତ କରନ୍ତି ଓ ତାର ଅବତାରଣା କରନ୍ତି ତାହା ଗୁରୁତ୍ବପୂର୍ଣ୍ଣ ଅଟେ । ଶିକ୍ଷାର୍ଥୀମାନେ ଅଭିପ୍ରେରିତ ହେବା ପାଇଁ ଓ ଅଂଶଗ୍ରହଣ କରିବା ପାଇଁ, ସେମାନଙ୍କର ପ୍ରସଙ୍ଗରେ ନିଶ୍ଚିତ ଭାବରେ ଆଗ୍ରହ ପ୍ରକାଶ କରିବା ଆବଶ୍ୟକ, ତେଣୁ ଆପଣ ସେମାନଙ୍କୁ କେତେଗୁଡ଼ିଏ ପ୍ରଶ୍ନ ବା ଶିରୋନାମା ପସନ୍ଦ କରିବାକୁ ଦେଇ ତାଙ୍କ ପ୍ରକନ୍ଧ ପାଇଁ ଗବେଷଣା କରିବାର ସୁଯୋଗ ଦେବା ଆବଶ୍ୟକ । ବିଦ୍ୟାଳୟ ପାଠ୍ୟକ୍ରମର ଆବଶ୍ୟକତା ଅନୁଯାୟୀ ଆପଣ ଗୋଟିଏ ପ୍ରସଙ୍ଗ ଉପରେ ଆପଣଙ୍କ ପ୍ରକନ୍ଧ କାର୍ଯ୍ୟ କେନ୍ଦ୍ରିତ କରିବାକୁ ଟାହିଁବେ, କିନ୍ତୁ ସେମାନେ ସେଇ ପ୍ରସଙ୍ଗ ଭିତରୁ କ’ଣ ଗବେଷଣା ପାଇଁ ବାଛିବେ ସେ ବିଷୟରେ ଆପଣ ନମନୀୟ ହେବା ଆବଶ୍ୟକ । ପ୍ରକଳ୍ପ କାର୍ଯ୍ୟର ମୁଖ୍ୟ ଉପଯୋଗୀତା ହେଉଛି ଶିକ୍ଷାର୍ଥୀଙ୍କର କୌଶଳ ଓ ବିଶ୍ବାସର ବିକାଶ କରିବାରେ ସାହାଯ୍ୟ କରିବା ।

ସେମାନଙ୍କର ତଥ୍ୟ ପାଇବାର ସୁବିଧା ଅଛି ଓ ସେମାନେ ପ୍ରକଳ୍କ ଆଶା କରୁଥୁବା ବିଷୟରେ ସ୍ପଷ୍ଟ ଭାବରେ ଜାଣନ୍ତି ଯଥା ପ୍ରକଳ୍କର ସମୟ ସୀମା କେତେ ହେବା ଆବଶ୍ୟକ ଓ ସେମାନଙ୍କର କାର୍ଯ୍ୟ କିପରି ମୂଲ୍ୟାୟନ ହେବ, ଏକଥା ଆପଣଙ୍କୁ ନିଶ୍ଚିତ କରିବାକୁ ପଡ଼ିବ ।

ଏହି ଏକକର ଅବଶିଷ୍ଟା°ଶ ପ୍ରକନ୍ଧ କାର୍ଯ୍ୟକୁ କିପରି ସଫଳ ଭାବରେ ପରିପ୍ପଳନା କରିବେ ତାହା ଶିଖୁବାକୁ ଆପଣଙ୍କୁ ସାହାଯ୍ୟ କରିବ ।

1. ପ୍ରକଳ୍ପ କାର୍ଯ୍ୟକୁ ଆରମ୍ଭ କରିବା

ପ୍ରକନ୍ଧ କାର୍ଯ୍ୟଟିକୁ ସଫଳ ଭାବରେ କରିବା ପାଇଁ ହେଲେ, ଏହାକୁ ସଠିକ ଭାବରେ ଆରମ୍ଭ କରିବା ଏକାନ୍ତ ଗୁରୁତ୍ବପୂର୍ଣ୍ଣ । ଏଥୁପାଇଁ ଏହି ବିଭାଗରେ ଦୁଇଟି ଶିକ୍ଷଣକାର୍ଯ୍ୟ ଦିଆଯାଇଛି, ଯାହା ଏହାକୁ ସଫଳ ଭାବରେ କରିବା ପାଇଁ ସାହାଯ୍ୟ କରିବ । ପ୍ରଥମ ଶିକ୍ଷଣକାର୍ଯ୍ୟଟି ଶିକ୍ଷାର୍ଥୀଙ୍କ ଆଗ୍ରହକୁ ତ୍ବରାନ୍ବିତ କରିବା ପାଇଁ ଏକ ଘଟଣାର ସଂଗଠନ ଏବଂ ଦ୍ବିତୀୟ ଶିକ୍ଷଣକାର୍ଯ୍ୟଟି ଶିକ୍ଷାର୍ଥୀମାନେ ପ୍ରକନ୍ଧ ସମ୍ବନ୍ଧୀୟ ଅନୁସନ୍ଧାନମୂଳକ ସମ୍ଭାବ୍ୟ ପ୍ରଶ୍ବାବଳୀର ଆଲୋଚନା ପାଇଁ ଶ୍ରେଣୀକୁ ସଂଗଠିତ କରିବା ।

ଏକ ପ୍ରାରମ୍ଭିକ ଘଟଣା ସଂଗଠିତ କରିବା

ପ୍ରାୟତଃ ପ୍ରକନ୍ଧ କାର୍ଯ୍ୟର ଆରମ୍ଭ ଅନ୍ୟାନ୍ୟ ସାଧାରଣ ଶିକ୍ଷଣକାର୍ଯ୍ୟର ଆରମ୍ଭ ପରି ହୋଇଥାଏ । ଶିକ୍ଷକ। କିଛି କାଗଜ ବା ବହି ଶିକ୍ଷାର୍ଥୀଙ୍କୁ ଦିଅନ୍ତି ଓ ସେମାନେ ଏକ ପ୍ରକନ୍ଧ କରିବାକୁ ଯାଉଛନ୍ତି ବୋଲି କୁହନ୍ତି ।

ଆପଣଙ୍କ ଶିକ୍ଷାର୍ଥୀଙ୍କ ସହ ପ୍ରକଳ୍ପ ଆରମ୍ଭ କରିବାର ଅନେକଗୁଡ଼ିଏ କୌତୁହଳପ୍ରଦ ଓ ଆଗ୍ରହପୂର୍ଣ୍ଣ ଉପାୟ ଅଛି । ଏକ ପ୍ରକଳ୍ପ ପାଇଁ ଗୋଟିଏ ପ୍ରାରମ୍ଭିକ ଘଟଣା ଏକ ଉତ୍ତମ ଧାରଣା, କାରଣ ଏହା ଆପଣଙ୍କର ଶିକ୍ଷାର୍ଥୀଙ୍କ ଆଗ୍ରହକୁ ବଜାୟ ରଖେ ଓ ସେମାନଙ୍କୁ ଏକନିଷ୍ଠିୟକ ଓ ସୃଜନାତ୍ସକ ଉପାୟରେ ଚିନ୍ତା କରିବାକୁ ସୁଯୋଗ ଦିଏ । ପ୍ରକନ୍ଧକାର୍ଯ୍ୟର ପୂର୍ବ ପ୍ରସ୍ତୁତିରେ ଅଧ୍ବକ ଜଟିଳ କିମ୍ବା ଅଧୁକ

ଯୋଜନା ଆବଶ୍ୟକ ହୋଇନଥାଏ। ବରଂ ଏହା ଶ୍ରେଣୀରେ ଏକ ଜୀବନ୍ତ ଆଲୋଚନା ପରି କିମ୍ବା ଶିକ୍ଷାର୍ଥୀଙ୍କୁ କୌଣସି ଏକ ଚିନ୍ତା ଉଦ୍ରୋକ ମୂଳକ ଚିତ୍ର ଦେଖୁବାକୁ ଦେବା ଭଳି ସହଜ କାର୍ଯ୍ୟ ଅଟେ |

ଏହା ସେମାନଙ୍କୁ ଏକ ରେଡ଼ିଓ କାର୍ଯ୍ୟକ୍ରମ ବା ଆପଣ ଡାଉନଲୋଡ଼ କରିଥୁବା ଶ୍ରାବ୍ଯପୀଇଲ (audio file) ଶୁଣିବା ପାଇଁ କହିବା ପରି ହୋଇପାରେ । (ଯଦି ଆପଣଙ୍କର ମୋବାଇଲ ଫୋନରେ ଇଣ୍ଟରନେଟ ସଂଯୋଗ କରାଯାଇପାରିବ ତାହା ଆପଣ ବ୍ୟବହାର କରିପାରିବେ) ।

ପ୍ରାରମ୍ଭିକ ଘଟଣା ଯାହା ଅଧୁକ ଯୋଜନା ଆବଶ୍ୟକ କରେ ସେଗୁଡ଼ିକ ହେଲା :

  • ସ୍ଥାନୀୟ କଳକାରଖାନା, ଘରର, ମହାବିଦ୍ୟାଳୟ, ପରିସ୍ଥାନ ଇତ୍ଯାଦିକୁ ଏକ କ୍ଷେତ୍ରଭ୍ରମଣ
  • ସ୍ଥାନୀୟ ଗୋଷ୍ଠୀରୁ ଜଣେ ଅତିଥୁ ବକ୍ତା
  • ୟୁଟୁବ (Youtube)ରୁ ଏକ ଭିଡ଼ିଓ କ୍ଲିପ୍ ବା ସେହିପରି କିଛି ।

ଏହି ପ୍ରକାରର ପ୍ରାରମ୍ଭିକ ଘଟଣାଗୁଡ଼ିକ ଅଧୁକ ପ୍ରସ୍ତୁତି ଓ ଯୋଜନାର ଆବଶ୍ୟକ କରନ୍ତି। କିନ୍ତୁ ଶିକ୍ଷାର୍ଥୀଙ୍କ ଉପରେ ଏଗୁଡ଼ିକ ଅଧୁକ ପ୍ରଭାବ ପକାଇ ପାରନ୍ତି । ଯେଉଁମାନେ ଏଥୁ ସହ ସଂପୃକ୍ତ ସେମାନଙ୍କ ପାଇଁ ଏହା ଏକ ଉତ୍ତମ ପ୍ରକନ୍ଧ ଅଭିଜ୍ଞତା ଓ ଅଧୁକ ଶିକ୍ଷଣର ସୁଯୋଗ ଦେବ ।

ଶିକ୍ଷଣ କାର୍ଯ୍ୟ 1: ଶକ୍ତିର ଉତ୍ସ ସମ୍ବନ୍ଧୀୟ ପ୍ରକାଜୁ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା

ଏହି ଶିକ୍ଷଣକାର୍ଯ୍ୟଟି ଆପଣଙ୍କୁ ଶ୍ରେଣୀର ପ୍ରକନ୍ଧ କାର୍ଯ୍ୟ ପାଇଁ ପ୍ରସ୍ତୁତି ଓ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିବା ପାଇଁ ସାହାଯ୍ୟ କରିବ ।ପ୍ରକନ୍ଧ ଆଧାରତ ପ୍ରାରମ୍ଭକ ଘଟଣା ମଧରୁ ଯେଉଟ ଆପଣଙ୍କ ପାଇଁ ଗ୍ରହଣଯୋଗ୍ୟ କମ୍ବା ଗୋଟଏ ବକତ୍ୱ ପ୍ରାରମ୍ଭକ ଘଟଣା ଯାହାକ ସମଭାବେ ଫଳପ୍ରଦ ତାହା ଚିନ୍ତାକରି ସ୍ଥିର କରନ୍ତୁ । ଶକ୍ତିର ଉତ୍ସର ଗୋଟିଏ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆପଣ କିପରି ପ୍ରାରମ୍ଭିକ ଘଟଣାକୁ ବ୍ୟବହାର କରିବେ ସେଥୁପାଇଁ ଏକ କୌତୂଦଳ ପ୍ରଦ ଉପାୟରେ ଯୋଜନା କରନ୍ତୁ । ଏହା ମଧ୍ୟ ଧ୍ୟାନ ଦେବା ପାଇଁ ପଡ଼ିବ ଯେ ଆପଣ ଚୟନ କରିଥୁବା ପ୍ରାରମ୍ଭିକ କାର୍ଯ୍ୟଟି ସାଧାରଣ ଶିକ୍ଷଣକାର୍ଯ୍ୟ ଠାରୁ ଭିନ୍ନ ହେବା ଆବଶ୍ୟକ । ମନେରଖନ୍ତୁ ଯେ ପ୍ରାରମ୍ଭିକ କାର୍ଯ୍ୟର ଶେଷ ବେଳକୁ ଆପଣଙ୍କର ଶିକ୍ଷାର୍ଥୀମାନେ ପ୍ରକଳ୍ପ କାର୍ଯ୍ୟ କରିବା ପାଇଁ ପ୍ରବଳ ଆଗ୍ରହୀ ହେବା ପାଇଁ ଆପଣ ଚାହିଁବେ ।

ଟିକିଏ ଚିନ୍ତା କରନ୍ତୁ

• ପୂର୍ବରୁ ଆପଣ ଏହିପରି କିଛି ଚେଷ୍ଟା କରିଛନ୍ତି କି ? ଯଦି କରିଛନ୍ତି, ଏହା କିପରି   ହେଲା ?

• ଏହି କୌଶଳ ଉପରେ ଆପଣଙ୍କ ଶିକ୍ଷାର୍ଥୀ କିପରି ପ୍ରତିକ୍ରିୟା ପ୍ରକାଶ କରିବେ ବୋଲି ଆପଣ ଭାବଛନ୍ତି ?

ପ୍ରକଳ୍ପ କାର୍ଯ୍ୟ ପାଇଁ ଗୋଟିଏ ପ୍ରଶ୍ନ ବିଷୟରେ ନିଷ୍ପଭି ନେବା

ଯେଉଁ ପ୍ରକଳ୍ପଗୁଡ଼ିକ ପ୍ରଶ୍ନ ଉପରେ ପର୍ଯ୍ୟବେସିତ ସେଗୁଡ଼ିକ ଆପଣଙ୍କ ଶିକ୍ଷାର୍ଥୀଙ୍କ କୌତୁହଳ ଜାଗ୍ରତ କରିବା ଗୋଟିଏ ଭଲ ପ୍ରଶ୍ନ ପ୍ରକଳ୍ପ କାର୍ଯ୍ୟକୁ ସ୍ପଷ୍ଟ, ସଂକ୍ଷିପ୍ତ ଏବଂ ଯୁକ୍ତିଯୁକ୍ତ ଉକ୍ତିରେ ପ୍ରକାଶ କରେ । ଏହା ଆପଣଙ୍କର ଯୋଜନା ଆଧାରିତ ଶିକ୍ଷଣ ଫଳାଫଳ ସହ ସଂପର୍କିତ ହେବା ଆବଶ୍ୟକ । କିଛି ପ୍ରଶ୍ନର ଉଦାହରଣ ନିମ୍ନରେ ଦିଆଯାଇଛି ।

  • ନଦୀ ପାଣି ପିଇବା ସୁରକ୍ଷିତ କି ?
  • ବିଦ୍ୟାଳୟ ପରିସରରେ ଥୁବା ପୋଖରୀ ପାଣିକୁ ଆମେ କିପରି ପ୍ରଦୂଷଣ ମୁକ୍ତ କରିପାରିବା ?
  • ଆପଣ କାହିଁକି ଯୋତା ପିନ୍ଧି ଗଲିବା ଆବଶ୍ୟକ କରନ୍ତି ?
  • ଆମେ କାହିଁକି ଟୀକାକରଣ ଆବଶ୍ୟକ କରୁ?

ବା ଏହା ଏକ ଅମୁର୍ଭ ଧାରଣା ପ୍ରଶ୍ନ ବିଷୟରେ ହୋଇପାରେ

  • ଆମର ବଢୁଥୁବା ଜନସଂଖ୍ୟା ପାଇଁ ଆମେ କିପରି ଭଲଭାବରେ ଖାଦ୍ୟ ଯୋଗାଇ ପାରିବା ?
  • କେଉଁଟି ଉତ୍ତମ:ବିଜ୍ଞାନ କିମ୍ବା ଅନ୍ଧବିଶ୍ଵାସ ?

ଆପଣଙ୍କ ଶ୍ରେଣୀରେ ଏକ ପ୍ରକନ୍ଧ କାର୍ଯ୍ୟ ପାଇଁ ଗୋଟିଏ ପ୍ରଶ୍ନ ପ୍ରସ୍ତୁତିରେ ଶିକ୍ଷଣକାର୍ଯ୍ୟ— ଆପଣଙ୍କୁ ସାହାଯ୍ୟ କରିବ । ଆପଣ ଏହି ଶିକ୍ଷଣକାର୍ଯ୍ୟକୁ ପ୍ରକଳ୍ପ କାର୍ଯ୍ୟଟି ଆରମ୍ଭ କରିବା ପାଇଁ ବ୍ୟବହାର କରିପାରିବେ, କିମ୍ବା ପ୍ରକଳ୍ପ କାର୍ଯ୍ୟକୁ ଆରମ୍ଭ କରିବା ପରେ କରିପାରିବେ ।

ଶିକ୍ଷଣ କାର୍ଯ୍ୟ-2: ଆପଣଙ୍କ ଶ୍ରେଣୀରେ ‘ଶକ୍ତିର ଉତ୍ସ' ପାଇଁ ଏକ ଭଲ ପ୍ରଶ୍ନର ମାନସ, ମନୁନ

ଏହି ଶିକ୍ଷଣକାର୍ଯ୍ୟଟି ଆପଣ ଆପଣଙ୍କ ଶ୍ରେଣୀରେ କରିବା ପାଇଁ ଦିଆଯାଇଛି । ଯଦି ଆପଣ ପୂର୍ବରୁ ଆପଣଙ୍କ ଶ୍ରେଣୀରେମାନସମନ୍ଥନ ବ୍ୟବହାର କରିନାହାନ୍ତି, ତେବେ ମାନସମନ୍ଥନ ଏକକଟି ଅନୁଧାନ କରିବା ଆପଣଙ୍କ ପାଇଁ ସହାୟକ ହେବ ।

  • ପ୍ରଥମେ ଆପଣ ଶ୍ରେଣୀରେ କୁହନ୍ତୁ ଯେ ସେମାନେ, ତାଙ୍କ ବିଜ୍ଞାନ ପାଠ୍ୟପୁସ୍ତକର ‘କାର୍ଯ୍ୟ ଓ ଶକ୍ତି' ପ୍ରସଙ୍ଗ ଉପରେ ଏକ ପ୍ରକନ୍ଧ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ।
  • ଏହି ପ୍ରସଙ୍ଗଟିକୁ ପଢ଼ିବା ପାଇଁ ଶିକ୍ଷାର୍ଥୀଙ୍କୁ15 ମିନିଟ୍ ସମୟ ଦିଅନ୍ତୁ । ଏହି କାର୍ଯ୍ୟଟିକୁ ନିଜେ କରିବା ପାଇଁ କୁହନ୍ତୁ ।
  • ମିଶ୍ରିତ ଦକ୍ଷତା ଏବଂ ପୁଅ ଝିଅଙ୍କୁ ମିଶାଇ ଆପଣଙ୍କ ଶିକ୍ଷାର୍ଥୀଙ୍କୁ ଦଶଜଣିଆ ଦଳରେ ବିଭକ୍ତ କରନ୍ତୁ । ଏହି ଦଳଗୁଡ଼ିକୁ ଆଗରୁ ପ୍ରସ୍ତୁତ କରନ୍ତୁ । ପ୍ରତ୍ୟେକ ଦଳଗୁଡ଼ିକର ଶିକ୍ଷାର୍ଥୀଙ୍କ ନାମ ପଢ଼ନ୍ତୁ ଓ ଶ୍ରେଣୀ ଗୃହରେ ସେମାନେ ବସିବା ସ୍ଥାନ ନିର୍ବାରଣ କରନ୍ତୁ। ଶିକ୍ଷାର୍ଥୀଙ୍କୁ ତାଙ୍କ ଦଳରେ ଏକତ୍ରିତ ହେବା ପାଇଁ କିଛି ସମୟ ଦିଅନ୍ତୁ ।
  • ପ୍ରତ୍ୟେକ ଦଳକୁ ଗୋଟିଏ ଲେଖାଏଁ ବଡ଼ ସାଧା କାଗଜ ଦିଅନ୍ତୁ ଏବଂ ପ୍ରତ୍ୟେକ ଦଳକୁ ଜଣଙ୍କୁ ଲିପିକାର ପାଇଁ ମନୋନୀତ କରିବାକୁ କୁହନ୍ତୁ ।
  • ସେହି କାଗଜର ମଧ୍ୟଭାଗରେ ‘ଶକ୍ତିର ଉତ୍ସ' କୁ ବଡ଼ ବଡ଼ ଅକ୍ଷରରେ ଲେଖିବା ପାଇଁ ମନୋନୀତ ଲିପିକାରଙ୍କୁ କୁହନ୍ତୁ ।
  • ସେମାନେ ‘ଶକ୍ତିର ଉତ୍ସ' ସମ୍ପର୍କିତ ଚିନ୍ତା କରିପାରିଥୁବା ସମସ୍ତ ପ୍ରଶ୍ନର ମାନସ ମନ୍ଥନ କରିବା ପାଇଁ ତାଙ୍କ ପାଖରେ ଦଶମିନିଟ୍ ସମୟ ଅଛି ବୋଲି ଦଳମାନଙ୍କୁ କୁହନ୍ତୁ । ସେମାନେ ପାଠ୍ୟ ପୁସ୍ତକ ଓ ସେହି ପ୍ରସଙ୍ଗ ବିଷୟରେ ଯାହା ଜାଣିଛନ୍ତି ତାହା ବ୍ୟବହାର କରିପାରିବେ ।
  • ଦଶ ମିନିଟ୍ ପରେ ସେମାନେ ନିଜର ପ୍ରଶ୍ନଗୁଡ଼ିକୁ ପଢ଼ି, ସେଥୁମଧରୁ ବାସ୍ତବ ଜୀବନ ସଂପର୍କିତ କୌତୁହଳଜନକ ଏବଂ ଆହ୍ବାନମୂଳକ ପ୍ରଶ୍ନ ଯାହାକି ପ୍ରକଳ୍ପ କାର୍ଯ୍ୟ ପାଇଁ ଆଧାର ହେବ ସେହି ଭଳି ଦୁଇଟି ପ୍ରଶ୍ନକୁ ବାଛିବା ପାଇଁ ସୂଚନା   ଦିଅନ୍ତୁ ।
  • ପ୍ରତ୍ୟେକ ଦଳରୁ ବଛାଯାଇଥୁବା ପ୍ରଶ୍ନଗୁଡ଼ିକୁ ଆପଣ କଳାପଟାରେ ଲେଖନ୍ତୁ ।

ଆପଣ ପ୍ରଶ୍ନଗୁଡ଼ିକ ପାଇବା ପରେ, ତା' ପରେ କ'ଣ କରିବେ ତାହା ଆପଣଙ୍କ ଶିକ୍ଷାର୍ଥୀ ଦଳରେ କିମ୍ବା ବ୍ୟକ୍ତିଗତ ଭାବରେ ପ୍ରକନ୍ଧ କାର୍ଯ୍ୟକୁ କରିବା ଆପଣ ଚାହାନ୍ତି ତାହା ଉପରେ ନିର୍ଭର କରିବ । ସେମାନେ ସେହି ପ୍ରଶ୍ନଗୁଡିକ ମଧରୁ ଗୋଟିକୁ ପ୍ରକନ୍ଧ କାର୍ଯ୍ୟର ପ୍ରସଙ୍ଗ ଭାବେ ନେବେ କିମ୍ବା ଅନ୍ୟ କୌଣସି ପ୍ରଶ୍ନ ନେବେ, ସେଥୁପାଇଁ ଆପଣ ସେମାନଙ୍କୁ ସୁଯୋଗ ଦେଇ ପାରନ୍ତି କିମ୍ବା ଅନୁସନ୍ଧାନ କରିବା ପ୍ରଶ୍ନଗୁଡ଼ିକୁ ଭୋଟ ଦେଇ ବାଛିବା ପାଇଁ ଆପଣ ସେମାନଙ୍କୁ କହିପାରନ୍ତି ।

2. ତଥ୍ୟ ସଂଗ୍ରହ

ପ୍ରକନ୍ଧ କାର୍ଯ୍ୟ ଭଲ ଭାବରେ କରିବା ପାଇଁ ଆପଣଙ୍କ ଶିକ୍ଷାର୍ଥୀଙ୍କୁ କିଛି ସମ୍ବଳର ସହାୟତା ନେବାର ଆବଶ୍ୟକତା ରହିଛି । ଶିକ୍ଷାର୍ଥୀଙ୍କ ପ୍ରକଳ୍ପ ପାଇଁ ସାଧାରଣ ଭାବେ ବ୍ୟବହାର କରାଯାଉଥୁବା ସମ୍ବଳଗୁଡିକ ମଧରେ ଶିକ୍ଷାର୍ଥୀଙ୍କ ଶ୍ରେଣୀ ପାଠ୍ୟ ପୁସ୍ତକ, ବିଦ୍ୟାଳୟ ପାଠାଗାର, ପ୍ରସଙ୍ଗ ସମ୍ପର୍କୀୟ ଅନ୍ୟାନ୍ୟ ପୁସ୍ତକ, ସମ୍ବାଦପତ୍ର ଏବଂ ପତ୍ରପତ୍ରିକା ଅନ୍ତର୍ଭୁକ୍ତ । ତଥ୍ୟ ପାଇଁ ବୋଧହୁଏ ସବୁଠାରୁଗୁରୁତ୍ବପୂର୍ଣ୍ଣ ସମ୍ବଳ ହେଉଛି ଇଣ୍ଟରନେଟ୍ ବା ସିଡ଼ି-ରୋମ୍ (CD-ROMs) । ଆପଣଙ୍କ ବିଦ୍ୟାଳୟରେ ଇଣ୍ଟରନେଟର ସୁବିଧା ହୁଏତ ନ ଥାଇପାରେ । ତେଣୁ ନିକଟବର୍ତୀ ସହରରେ ଆପଣଙ୍କ ଶିକ୍ଷାର୍ଥୀଙ୍କ ଏହି ସୁଯୋଗ ଦେବା ପାଇଁ ସହାୟତା ପାଇଁ ଚେଷ୍ଟା କରିବା ଆବଶ୍ୟକ । ବିକନ୍ଧ ଭାବେ ଆପଣ ଶିକ୍ଷାର୍ଥୀଙ୍କ ପାଇଁ ‘ ମୌଳିକ ମୁଖ୍ୟ ତଥ୍ୟ ଫର୍ଦ’ ପ୍ରସ୍ତୁତ କରିବାରେ ସକ୍ଷମ ହୋଇପାରନ୍ତି । 'ଗୁଗୁଲ ଆର୍ଥ’ ପରି ସୁବିଧାଗୁଡ଼ିକ ଭିନ୍ନ ଭିନ୍ନ ପ୍ରକନ୍ଧରେ ସାହାଯ୍ୟ କରିପାରନ୍ତି ।

ଭଲ ପ୍ରକଳ୍ପ ପାଇଁ ଆପଣଙ୍କୁ ପୂର୍ବରୁ ଯୋଜନା କରିବାକୁ ପଡ଼ିବ । ଆପଣ ପ୍ରକଳ୍ପ ଆରମ୍ଭ କରିବାକୁ ଗହୁଁଥୁବାର ବହୁ ସପ୍ତାହ ପୂର୍ବରୁ ସମ୍ବାଦପତ୍ର, ପତ୍ରପତ୍ରିକା ଓ ଇଣ୍ଟରନେଟରୁ ତଥ୍ୟ ସଂଗ୍ରହ ଆରମ୍ଭ କରନ୍ତୁ । ଏକ ଫୋଲଡ଼ର ତିଆରି କରି କିଛି ସପ୍ତାହ ପର୍ଯ୍ୟନ୍ତ ତଥ୍ୟ ସଂଗ୍ରହ କରିଗଲନ୍ତୁ । ଆପଣଙ୍କ ଶିକ୍ଷାର୍ଥୀଙ୍କର ସାହାଯ୍ୟକୁ ମଧ୍ୟ ତାଲିକାଭୁକ୍ତ କରନ୍ତୁ । ଆପଣଙ୍କ ଶ୍ରେଣୀ ଗୃହରେ ନାମକରଣ ହୋଇଥୁବା ପ୍ରକଳ୍ପ ବାକ୍‌ଗୁଡ଼ିଏ ରଖନ୍ତୁ ଏବଂ ଶିକ୍ଷାର୍ଥୀମାନେ ପାଉଥୁବା ଉପଯୁକ୍ତ ସାମଗ୍ରୀଗୁଡ଼ିକରେ ସେଗୁଡ଼ିକ ଭର୍ତି କରିବାକୁ ଉତ୍ସାହିତ କରନ୍ତୁ । ଆପଣଙ୍କ ବିଦ୍ୟାଳୟର ଅନ୍ୟ ଶିକ୍ଷକଙ୍କ ସହ ତଥ୍ୟ ବିନିମୟ କରନ୍ତୁ । ଆପଣ ଅନ୍ୟ ଅଧୁକ ସମ୍ବଳପୂର୍ଣ୍ଣ ବିଦ୍ୟାଳୟଗୁଡ଼ିକ ସହ ସହଭାଗିତା କରିପାରିବେ କି ନାହିଁ ଦେଖନ୍ତୁ- ସେମାନେ ଆପଣଙ୍କୁ ମଝିରେ ମଝିରେ ସମ୍ବଳ ଧାର ଦେବା ପାଇଁ ଗୃହଁପାରନ୍ତି ।

ଯଦି ଆପଣଙ୍କର କେହି ବନ୍ଧୁ ବା ସହକର୍ମୀ ଆପଣ ବାଛିଥୁବା ପ୍ରସଙ୍ଗ ସମ୍ପର୍କରେ ବିଶେଷଜ୍ଞ ହୋଇଥୁବେ ସେମାନଙ୍କୁ କିଛି ପ୍ରଶ୍ନ ପଟ୍ରିପାରିବେ ଓ ବାର୍ଭାଳାପକୁ ମୋବାଇଲ ଫୋନରେ ରେକର୍ଡ଼ କରିପାରିବେ । ଆପଣଙ୍କର ଶିକ୍ଷାର୍ଥୀମାନେ ଏହା ଶୁଣିପାରିବେ ଓ କିଛି ତଥ୍ୟକୁ ସେମାନଙ୍କର ପ୍ରକଳ୍ପରେ ବ୍ୟବହାର କରିପାରିବେ ।

ଭିଡ଼ିଓ : ସ୍ଥାନୀୟ ସମ୍ବଳର ବ୍ୟବହାର

ପ୍ରତ୍ୟେକ ବର୍ଷ ଶିକ୍ଷାର୍ଥୀଙ୍କ ପ୍ରକଳ୍ପଗୁଡ଼ିକ ରଖନ୍ତୁ । – ଏଗୁଡ଼ିକ ପରବର୍ତୀ ବର୍ଷରେ ଶିକ୍ଷାର୍ଥୀଙ୍କୁ ବୈଜ୍ଞାନିକ ତଥ୍ୟ ଯୋଗାଇବା ପାଇଁ ଅମୂଲ୍ୟ ସମ୍ବଳ ହୋଇପାରିବ । ବିଗତ ବର୍ଷର ପ୍ରକଳ୍ପଗୁଡ଼ିକ ଭଲ ଭାବରେ କାନ୍ଥରେ ସଜାଯାଇପାରିବ ଏବଂ ଆପଣଙ୍କ ଶିକ୍ଷାର୍ଥୀଙ୍କୁ ଏଗୁଡ଼ିକ ତାଙ୍କର ଉଦ୍ଦେଶ୍ୟ ଜଣାଇବ । (ଏହି ଏକକରେ ମାନ ନିର୍ବାରଣର ମାନଦଣ୍ଡଗୁଡ଼ିକ ପରେ ଆଲୋଚନା କରାଯିବ) । ‘ସ୍ଥାନୀୟ ସମ୍ବଳର ବ୍ୟବହାର' ସମ୍ବନ୍ଧରେ ଅଧୁକ ଜାଣିବା ପାଇଁ ସମ୍ବଳ-1 କୁ ପଢ଼ନ୍ତୁ ।

3. ପ୍ରକଳ୍ପ ଦଳ ଗଠନ ଏବଂ ପରିଚାଳନା

ଯଦିଓ ପ୍ରକଳ୍ପ କାର୍ଯ୍ୟଟି ଯୋଡ଼ିରେ ବା ବ୍ୟକ୍ତିଗତ ଭାବରେ କରି ହେବ ମାତ୍ର ସେମାନଙ୍କର ସହଭାଗିତା ଓ ସାମାଜିକ ଦକ୍ଷତା ବୃଦ୍ଧି କରିବା ପାଇଁ ଶିକ୍ଷାର୍ଥୀଙ୍କୁ ଛୋଟ ଛୋଟ ଦଳରେ କାର୍ଯ୍ୟ କରିବା ଆବଶ୍ୟକ । (ଚିତ୍ର-1) । ପ୍ରକନ୍ଧ କାର୍ଯ୍ୟ ପାଇଁ ଗୋରି ଜଣ ଶିକ୍ଷାର୍ଥୀକୁ ନେଇ ଗଠିତ ଦଳ ହେଉଛି ଆଦର୍ଶ ଦଳ ଗଠନ ବେଳେ ଛୋଟ ଦଳ କରିବା ଦ୍ବାରା ଶିକ୍ଷାର୍ଥୀଙ୍କ ପାଇଁ ଅଧୁକ କାର୍ଯ୍ୟ ହୋଇଥାଏ ଏବଂ ବଡ଼ ଦଳ କରିବା ଦ୍ଵାରା ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ଅବଦାନ କମ୍ ହୋଇଥାଏ, ସେମାନଙ୍କ ପାଇଁ ଅର୍ଥପୂର୍ଣ୍ଣ ହୁଏ ନାହିଁ । ସେଥୁପାଇଁ ଦଳ ଗଠନ ସର୍ବଦା ଶ୍ରେଣୀର ଶିକ୍ଷାର୍ଥୀ ସଂଖ୍ୟା, ସମ୍ବଳର ଉପଲବ୍ଧତା ଏବଂ ପ୍ରକନ୍ଧ କାର୍ଯ୍ୟର ପ୍ରକୃତି ଅନୁଯାୟୀ କରିବା ଆବଶ୍ୟକ ।

ଯଦି ଆପଣଙ୍କ ଶିକ୍ଷାର୍ଥୀ ଏହିପରି କାମ କରିବାରେ ଅଭ୍ୟସ୍ତ ତେବେ କେବଳ ପୁଅ ବା ଝିଅଙ୍କ ଦଳ ଗଠନ ଅପେକ୍ଷା ପୁଅ ଓ ଝିଅଙ୍କୁ ମିଶାଇ ଦଳ ଗଠନ କରିବା ଉତ୍ତମ । ଏକଥା ମଧ୍ୟ ମିଶ୍ରିତ ଦକ୍ଷତା ସଂପନ୍ନ ଦଳ ପାଇଁ ପ୍ରଯୁଜ୍ୟ । ଯେଉଁ ଶିକ୍ଷାର୍ଥୀମାନେ ସହଯୋଗ କରନ୍ତି ନାହିଁ ସେମାନଙ୍କୁ ସେହି ଏକା ଦଳରେ ରଖନ୍ତୁ ନାହିଁ । ଆପଣଙ୍କୁ ମଧ୍ୟ ଶିକ୍ଷାର୍ଥୀମାନେ କେଉଁଠାରୁ ରହୁଛନ୍ତି ଚିନ୍ତାକରିବାକୁ ପଡ଼ିପାରେ । ଯଦି ଆପଣ ଆଶା କରୁଛନ୍ତି ଆପଣଙ୍କ ଶିକ୍ଷାର୍ଥୀମାନେ ବିଦ୍ୟାଳୟ ବାହାରେ ପ୍ରକଳ୍ପ କାର୍ଯ୍ୟ କରନ୍ତୁ । ତେବେ ଯେଉଁ ଶିକ୍ଷାର୍ଥୀମାନେ ପରସ୍ପରର ପାଖାପାଖ୍ ରହୁଛନ୍ତି ସେମାନଙ୍କୁ ନେଇ ଦଳ ଗଠନ କଲେ ଏହା ସାହାଯ୍ୟ କରିପାରେ । ଯେଉଁ ଶିକ୍ଷାର୍ଥୀମାନଙ୍କର ପଠନ ଓ ଲିଖନରେ ଅସୁବିଧା ଅଛି ସେମାନଙ୍କୁ ଯେଉଁମାନେ ଏହି କୌଶଳ ଗୁଡ଼ିକରେ ଦକ୍ଷ ସେମାନଙ୍କୁ ମିଶାଇ ଦଳ ଗଠନ କରିବା ପାଇଁ ନିଶ୍ଚିତ ହେବା ଆପଣ ଋହିପାରନ୍ତି । ସେହି ଦଳଟି ସର୍ବୋତ୍ତମ ଯେଉଁଠାରେ ଶିକ୍ଷାର୍ଥୀମାନଙ୍କର କୌଶଳ ପରସ୍ପରର ପରିପୂରକ ଓ ଯେଉଁଠାରେ ଶିକ୍ଷାର୍ଥୀମାନେ ପରସ୍ପରକୁ ସାହାଯ୍ୟ କରିଥାନ୍ତି । ପାଠ ଆରମ୍ଭ ପୂର୍ବରୁ ଆପଣ ଦଳଗୁଡ଼ିକ ସ୍ଥିର କରିବା ଉଚିତ ଓ ତା ପରେ ଦଳଗୁଡ଼ିକର ନାମ ପଢ଼ିବା ବା ଦଳର ତାଲିକା ଶ୍ରେଣୀ ଗୃହର କାନୁ କିମ୍ବା ନୋଟିସ୍ ବୋର୍ଡ଼ରେ ଲଗାଇବା ଉଚିତ ।

ଯଦି ପ୍ରତ୍ୟେକ ଶିକ୍ଷାର୍ଥୀଙ୍କର ନିର୍ଦ୍ଦିଷ୍ଟ ଭୂମିକା ଥାଏ, ତେବେ ସେହି ଦଳଟି ଭଲଭାବରେ କାର୍ଯ୍ୟ କରିଥାଏ । ବାସ୍ତବ ଜଗତରେ ପ୍ରକନ୍ଧ କାର୍ଯ୍ୟ Q°ខ្សន៍ ପାଇଁ ଆବଶ୍ୟକ ହେଉଥୁବା ଭୂମିକା ଅନୁଯାୟୀ କାର୍ଯ୍ୟ ବଣ୍ଟାଯିବା ଆବଶ୍ୟକ । ଏଥୁପାଇଁ ଶିକ୍ଷକ ଶିକ୍ଷାର୍ଥୀଙ୍କୁ ଦଳପତି, ଗବେଷକ ଏବଂ ରେକର୍ଡ଼ର ଆଦି ଭୂମିକା ବିଷୟରେ ପ୍ରସ୍ତାବ ଦେବା ଆବଶ୍ୟକ । ବିକନ୍ଧ୍ର ଭାବେ ପ୍ରସଙ୍ଗର ଗୋଟିଏ ଦିଗ ଉପରେପ୍ରତ୍ୟେକ ଶିକ୍ଷାର୍ଥୀ ତଥ୍ୟ ସଂଗ୍ରହ କରିବା ପାଇଁ କାର୍ଯ୍ୟ କରିପାରିବେ ଓ ତାପରେ ଦଳରେ ଏହାର ବିଶ୍ଳେଷଣ ଓ ଉପସ୍ଥାପନ କରିପାରିବେ ।

ପରିସ୍ଥିତି ଅନୁଧାନ-1: ସୁଷମା ଦିଦି ଗୋଟିଏ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରୁଛନ୍ତି ସୁଷମା ଦିଦି ତାଙ୍କର ଶିକ୍ଷାର୍ଥୀଙ୍କୁ ପ୍ରକଳ୍ପ କାର୍ଯ୍ୟ ପାଇଁ ଦଳଗୁଡ଼ିକୁ ସଂଗଠିତ କଲେ |

ଦଶମ ଶ୍ରେଣୀ ଶିକ୍ଷାର୍ଥୀଙ୍କୁ ନେଇ ‘ଶକ୍ତିର ଉତ୍ସ” ସମ୍ପର୍କିତ ଗୋଟିଏ ପ୍ରକନ୍ଧ କାର୍ଯ୍ୟ କରିବାକୁ ମୁଁ ଚିନ୍ତା କଲି । ଏହା ଉଚ୍ଚ ଆକାଙକ୍ଷିତ ଥୁଲା। କାରଣ ଶ୍ରେଣୀରେ ସମସ୍ତଙ୍କୁ ମିଶାଇ 80 ଜଣ ଶିକ୍ଷାର୍ଥୀ ଅଲେ । ପାଠ୍ୟପୁସ୍ତକରେ ଏକ ଭଲ ଅଧାୟ ଥୁଲା, କିନ୍ତୁ ଆମେ ଏକ ବଡ଼ ସହରର ବାହାରେ ରହୁଥୁଲୁ । ତେଣୁ ଇଣ୍ଟରନେଟ୍ ବ୍ୟବହାର ପାଇଁ ସହରର ଏକ ଇଣ୍ଟରନେଟ କେଫ କୁ ଯିବାକୁ ପଡ଼ୁଥୁଲା । ମୁଁ ତଥ୍ୟ ସଂଗ୍ରହ ପାଇଁ ଗୋଟିଏ ବାକ୍‌କୁ ଶ୍ରେଣୀରେ ରଖିଲି ଓ ଶିକ୍ଷାର୍ଥୀଙ୍କୁ ମଧ୍ୟ ତଥ୍ୟ ସଂଗ୍ରହ କରିବା ପାଇଁ କହିଲି । ମୁଁ ମଧ ଇଣ୍ଟରନେଟରୁ କିଛି ତଥ୍ୟ ସଂଗ୍ରହ କରି ବାକ୍ସରେ ପକାଇଲି । ମୁଁ ମୋର ଶିକ୍ଷାର୍ଥୀଙ୍କୁ ଗୋରି ଜଣିଆ ଦଳରେ ସଂଗଠିତ କଲି ।

ମୁଁ ପୁଅ ଓ ଝିଅଙ୍କୁ ଏକାଠି କରିବାକୁ ଚେଷ୍ଟା କଲି ଓ ସେମାନେ ତଥା ସେମାନଙ୍କର ସାଙ୍ଗମାନେ କେଉଁଠି ରହୁଛନ୍ତି ଜାଣିବାକୁ ଟାହିଲି । ମୁଁ ଅଛି ନମ୍ବର ରଖୁଥୁବା ଓ ମେଧାବୀ ଶିକ୍ଷାର୍ଥୀଙ୍କୁ ଏକାଠି କଲି ନିଶ୍ଚିତ ହେବାକୁ ଯେ, ସବୁଠାରୁ ଅଧୁକ ଦୁର୍ବଳତା ଥୁବା ଶିକ୍ଷାର୍ଥୀମାନେ ଏପରି ଦଳରେ ରହିବେ ଯେଉଁଠାରେ ଜଣେ ସାଙ୍ଗ ଥୁବ ଯିଏ ତାଙ୍କୁ ସାହାଯ୍ୟ କରିପାରିବ । ଏହା ମୋର କିଛି ସମୟ ନେଲା । ସେମାନେ ଯେତେବେଳେ ତାଙ୍କର ଦଳକୁ ଯାଉଥୁଲେ। ମୁଁ କିଛି ଶିକ୍ଷାର୍ଥୀଙ୍କୁ ବଦଳାଇଲି । ମୁଁ ଏହା ଚୁପଶ୍ଚପ୍ କଲି କାରଣ ମୁଁ ଗହୁଁନଥୁଲି ଯେ ସେମାନେ ଚିନ୍ତା କରନ୍ତୁ ଯେ ସେମାନେ ସମସ୍ତେ ମନଇଚ୍ଛା ଦଳକୁ ଯାଇପାରିବେ! ଯେହେତୁ ପୁଅ ଓ ଝିଅଙ୍କ ସଂଖ୍ୟା ସମାନ ନଥୁଲା। ତେଣୁ ଶେଷକୁ ଦୁଇ ଜଣ ଜିଆ ତିନିଜଣ ପୁଅ ଶିକ୍ଷାର୍ଥୀଙ୍କ ସଙ୍ଗେ ଗୋଟିଏ ଦଳରେ ରହିଲେ । ସେମାନେ ଖୁସି ହେଲେ ନାହିଁ ତେଣୁ ମୁଁ ପୁଅ ଶିକ୍ଷାର୍ଥୀଙ୍କର ଗୋଟିଏ ଦଳ କରିଲି ଓ ଦୁଇ ଜଣ ଝିଅଙ୍କୁ ଏକାଠି ରଖୁଲି । ମୁଁ ଭାବୁଛି ନମନୀୟ ମନୋଭାବ ରଖୁବା ଗୁରୁତ୍ବପୂର୍ଣ୍ଣ । ମୁଁ ଅନୁଭବ କଲି ଯେ ପ୍ରକଳ୍ପ କାର୍ଯ୍ୟ ପାଇଁ ଦଳଗୁଡ଼ିକୁ ସଂଗଠିତ କରିବା କଷ୍ଟକର ହୋଇପାରିବ । ସେମାନେ କାର୍ଯ୍ୟ କରୁଥୁବା ସମୟରେ ମୁଁ ସେମାନଙ୍କୁ ଲକ୍ଷ୍ୟ କରିବି ଓ ଦେଖୁବାକୁ ଚେଷ୍ଟା କରିବି କେଉଁମାନେ ଏକାଠି ଭଲରେ କାର୍ଯ୍ୟ କରୁଥୁଲେ ।

4 ସମୟର ଉପଯୁକ୍ତ ପରିଚାଳନା ପାଇଁ ଶିକ୍ଷାର୍ଥୀଙ୍କୁ ସାହାଯ୍ୟ କରିବା

ଶିକ୍ଷାର୍ଥୀମାନେ କିଛି ଦିନ ପର୍ଯ୍ୟନ୍ତ ସ୍ବାଧୀନ ଭାବେ କାର୍ଯ୍ୟ କରିବା ପାଇଁ ପ୍ରକଳ୍ପ କାର୍ଯ୍ୟ ସୁଯୋଗ ଦେଇଥାଏ । ଯଦି ଶିକ୍ଷାର୍ଥୀମାନେ ଏଥୁରେ ଅଭ୍ୟସ୍ତ ନ ହେବେ ତା ହେଲେ ସେମାନେ ତାଙ୍କର କାର୍ଯ୍ୟ ବା ସମୟର ସଠିକ୍ ପରିପ୍ପଳନା କରି ପାରିବେ ନାହିଁ । ପ୍ରକଳ୍ପ କାର୍ଯ୍ୟ ସରିଲା ବେଳକୁ ଆପଣଙ୍କ ଶ୍ରେଣୀର କେତେକ ଦଳ ତାଙ୍କ ପ୍ରକନ୍ଧ କାର୍ଯ୍ୟ ସଂମ୍ପୁର୍ଣ୍ଣ କରି ନ ଥୁବେ ବା ପ୍ରକନ୍ଧର କେତେକ ଅଂଶ ଛାଡ଼ିଦେଇଥୁବାର ଆପଣ ଦେଖୁ ପାରିବେ । ଶିକ୍ଷାର୍ଥୀମାନଙ୍କୁ ସମୟ ଉପଯୁକ୍ତ ପରିପ୍ପଳନା କରିବାରେ ସାହାଯ୍ୟ କରିବା ପାଇଁ ଏଠାରେ କେତେକ ଧାରଣା ଦିଆଯାଇଛି । ଯାହାଫଳରେ ସେମାନେ କାର୍ଯ୍ୟକୁ ଉପଯୁକ୍ତ ସମୟରେ ଶେଷ କରିବା ତଥା ଉନ୍ନତମାନର କାର୍ଯ୍ୟ ସଂପର୍ଣ୍ଣ କରିବାରେ ସମର୍ଥ ହେବେ ।

ପ୍ରଥମେ ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିବ ଯେ ପ୍ରକନ୍ଧ କାର୍ଯ୍ୟକୁ ଶେଷ କରିବା ପାଇଁ ଆପଣ ଶିକ୍ଷାର୍ଥୀଙ୍କୁ କେତେ ସମୟ ଦେବ ଏବଂ ଏହା ପ୍ରକଳ୍ପ କାର୍ଯ୍ୟର ଆରମ୍ଭରୁ ଶିକ୍ଷାର୍ଥୀଙ୍କୁ ଜଣାଇ ଦିଆଯିବା ଉଚିତ । ପ୍ରଥମରୁ ମଧ୍ୟ ଆପଣ ଶିକ୍ଷାର୍ଥୀ ଦଳମାନଙ୍କୁ ପ୍ରକଳ୍ପ କାର୍ଯ୍ୟର ଏକ ଯୋଜନା ପ୍ରସ୍ତୁତ କରିବା ପାଇଁ କହିବେ । ଏହି ଯୋଜନାରେ ପ୍ରକନ୍ଧ କାର୍ଯ୍ୟଟିର ବିଭାଗୀକରଣ ସୋପାନ ଅନୁଯାୟୀ କିପରି କରାଯାଇଅଛି ସ୍ଥାନ ପାଇବା ଉଚିତ୍ । ଏହା ମଧ୍ୟ ଦଳର କେଉଁ ସଦସ୍ୟ ପ୍ରକନ୍ଧର କେଉଁ କାର୍ଯ୍ୟ କରିବା ଦାୟିତ୍ବ ନେଇଛନ୍ତି ତାହା ବୁଝାଇବା ଆବଶ୍ୟକ ।

ପ୍ରକଳ୍କର ଅଗ୍ରଗତିକୁ ଲିପିବଦ୍ଧ କରିବା ପାଇଁ ଏହି ଯୋଜନାକୁ କାର୍ଯ୍ୟକାରୀ ନଥୁ ଭାବରେ ବ୍ୟବହାର କରନ୍ତୁ । ଶେଣୀ ଗୃହରେ ଗୋଟିଏ ଯୋଜନା କାନ୍ତୁ ରହିବା ଆବଶ୍ୟକ ଯେଉଁଠାରେ ପ୍ରତ୍ୟେକ ଦଳର ଯୋଜନା ପ୍ରଦର୍ଶିତ ହେବ । ଦଳଗୁଡ଼ିକ ପ୍ରତି ସୋପାନରେ ସେମାନେ ସଂପୂର୍ଣ୍ଣ କରିଥୁବା କାର୍ଯ୍ୟ ଠିକ୍ ଚିହ୍ନ ଦ୍ବାରା ଚିହ୍ନିତ କରିବେ । ସମସ୍ତେ ଦେଖୁପାରୁଥୁବା ଭଳି ସ୍ଥାନରେ ଯୋଜନାଗୁଡ଼ିକ ରହିଲେ ଏହା ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିବ ।

ପ୍ରତ୍ୟେକ ପାଠରେ ପ୍ରତ୍ୟେକ ଦଳ କିପରି ଅଗ୍ରଗତି କରୁଛନ୍ତି ତାହା ଆପଣ ଜାଣିବା ପାଇଁ ଯାଞ୍ଚ କରନ୍ତୁ । ଏହା ସଂକ୍ଷିପ୍ତରେ ସେମାନଙ୍କର ଯୋଜନା ଅନୁଯାୟୀ କାର୍ଯ୍ୟ ହେଉଛି କି ନାହିଁ ଯାଞ୍ଚ ଓ ସମସ୍ୟା ଗୁଡ଼ିକର ଆଲୋଚନା କରିବାରେ ସହାୟକ ହେବ ।

ପରିସ୍ଥିତି ଅନୁଧାନ 2: ସୁଷମା ଦିଦିତାଙ୍କ ଶ୍ରେଣୀର ପ୍ରକଚ୍ଛ କାର୍ଯ୍ୟର ପରିଚାଳନା ପାଇଁ ପ୍ରକଚ୍ଛ କାନୁର ବ୍ୟବହାର କରୁଛନ୍ତି

ସୁଷମା ଦିଦି ତାଙ୍କର ପ୍ରକଳ୍ମ ଜାରି ରଖୁଛନ୍ତି ଓ ଦର୍ଶାଇଛନ୍ତି ଯେ ପ୍ରକଳ୍ପ କାନ୍ଥ ବ୍ୟବହାର ଦ୍ବାରା ତାଙ୍କର ବଡ଼ ଶ୍ରେଣୀ ଶିକ୍ଷଣର ପରିରଳନା ସହଜ ହୋଇଛି |

ମୋର ପୂର୍ବ ଅଭିଜ୍ଞତାରୁ ମୁଁ ଜାଣିଛି ଯେ, ମୁଁ ଯେତେବେଳେ ପ୍ରକଳ୍ପ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରେ, ସବୁଜିନିଷ ବିଶୃଙ୍ଖଳିତ ଓ କୋଳାହଳମୟ ହୋଇଯାଏ ଏବଂ କ'ଣ କରାଯିବ ଓ ଶୀଘ୍ର କରିବାକୁ ଶିକ୍ଷାର୍ଥୀଙ୍କୁ କହିବା ପାଇଁ ବହୁତ ସମୟ ନଷ୍ଟ କରେ । ପ୍ରକଚ୍ଛ କାର୍ଯ୍ୟର ଶେଷରେ ମୋର ମୁଣ୍ଡ ବ୍ୟଥା ହୁଏ ଏବଂ ମୁଁ ମୋ ଶିକ୍ଷାର୍ଥୀ ଠାରୁ ଅଧୁକ କଷ୍ଟ କରିଛି ବୋଲି ଅନୁଭବ କରେ ।

ଏଥର ମୁଁ ‘ ଶକ୍ତିର ଉତ୍ସ' ପ୍ରକଳ୍ପ ପରିଚାଳନା ଠିକ୍ ଭାବରେ କରିବା ପାଇଁ ମୁଁ ଏକ ପ୍ରକଳ୍ପ କାନ୍ତୁ ବ୍ୟବହାର କଲି । ଯଦିଓ ଶ୍ରେଣୀରେ ପ୍ରକନ୍ଧକାର୍ଯ୍ୟ କରିବା ବହୁତ କଷ୍ଟକର କିନ୍ତୁ, ଏଥର ମୁଁ ନିଜକୁ ନିଜେ ଆୟତ୍ତ କରିଥୁବାର ଅନୁଭବ କଲି । ପ୍ରକଳ୍ପ ପାଇଁ ଦୁଇ ସପ୍ତାହ ସମୟ ଦେବାକୁ ମୁଁ ସ୍ଥିର କଲି, ଯେହେତୁ ଏତିକି ସମୟ ଆମେ ଗୋଟିଏ ଅଧାୟ ପିଛା ଦେଉଥୁଲୁ । ଆମେ ଶ୍ରେଣୀ କାର୍ଯ୍ୟ ଓ ଗୃହ କାର୍ଯ୍ୟ ସମୟର ଉପଯୋଗ କଲୁ ।

ମୁଁ ଶିକ୍ଷାର୍ଥୀଙ୍କୁ ଗରିଜଣିଆ ଦଳରେ ସଂଗଠିତ କରି ପ୍ରତ୍ୟେକ ଦଳ ପାଇଁ ‘ପରିଶ୍ଚଳକ' ମନୋନୀତ କରିବାକୁ କହିଲି । ପ୍ରତ୍ୟେକ ପାଠର ଆରମ୍ଭରେ ପ୍ରତ୍ୟେକ ଦଳ ପ୍ରକନ୍ଧ କାନ୍ତୁ। ପାଖକୁ ଯାଇ ଯୋଜନା ଦେଖୁ ବା ପାଇଁ କହିଲି । ଏହାପରେ ଯୋଜନା ଅନୁଯାୟୀ ତାଙ୍କର କ'ଣ କରିବାକୁ ଅଛି ସେମାନେ ଜାଣିଗଲେ । ପ୍ରତ୍ୟେକ ପାଠ ଆରମ୍ଭରେ ମୁଁ ପ୍ରତି ଦଳ ପରିସ୍ଫଳକଙ୍କ ସହ, ତାଙ୍କର ଉଦ୍ଦେଶ୍ୟ ସମ୍ପର୍କରେ ପାଞ୍ଚ ମିନିଟ୍ ଆଲୋଚନା କରେ । ଏହା ମୋତେ ସେମାନଙ୍କର ସମ୍ପୁର୍ଣ୍ଣ ରୂପରେଖ ସମ୍ବନ୍ଧରେ ଧାରଣା ଦିଏ । ଏହାକୁ ଆଧାର କରି ମୁଁ କେଉଁ ଦଳକୁ ନିଦ୍ଧିଷ୍ଟ ସୋପାନରେ ବିସ୍ମତ ଭାବେ ଯାଞ୍ଚ କରିବି ସ୍ଥିର କଲି ।

କିଛି ଅଧୁକ ସଂଗଠିତ ଦଳ, ଯେଉଁମାନେ କି ମୋ ସହିତ 2/3 ଥର ଆଲୋଚନା କରି ମଧ୍ୟ ପ୍ରକଳ୍ପ କାର୍ଯ୍ୟଟିକୁ କରିଦିଅନ୍ତି । କିନ୍ତୁ ଆଉ କିଛି କମ୍ ସଂଗଠିତ ଦଳ ଆଗେଇବା ପାଇଁ, ଅଧୁକ ଥର ମୋ ସହିତ ଆଲୋଚନାର ଆବଶ୍ୟକତା ହୋଇଥାଏ ଯାହାଦ୍ବାରା ମୁଁ ସେମାନଙ୍କୁ ସଠିକ୍ ଦିଗକୁ ନେଇଥାଏ ।

ଏହିପରି କାର୍ଯ୍ୟ କରିବା ଦ୍ବାରା ପରିସ୍ଥିତି ବହୁତ ନିୟନ୍ତ୍ରଣରେ ଅଛି ବୋଲି ଅନୁଭବ କଲି । ଶେଷରେ ମୋ ଶିକ୍ଷାର୍ଥୀଙ୍କୁ କିଛି ଅଧୁକ ସମୟ ଦେବାକୁ ହେଲା, କିନ୍ତୁ ପ୍ରକଳ୍ପର ମାନ ପୂର୍ବ ଅପେକ୍ଷା ଉତ୍ତମ ହେଲା । ପ୍ରତ୍ୟେକ ଦଳ ଏକ ଭଲ ପ୍ରକନ୍ଧ କାର୍ଯ୍ୟ ହସ୍ତାନ୍ତର କରିବାକୁ ସମର୍ଥ ହେଲେ ତେଣୁ ମୁଁ ଏଗୁଡ଼ିକ ନିଶେ ପୁଣିଥରେ ବ୍ୟବହାର କରିବି ।

5 ପ୍ରକଚ୍ଛ କାର୍ଯ୍ୟ ପାଇଁ ଢାଞ୍ଚା

ପ୍ରକନ୍ଧ କାର୍ଯ୍ୟ କେବଳ ମାତ୍ର ଏକ ଲିଖିତ କାର୍ଯ୍ୟ ନୁହେଁ, ଏହାକୁ ପୋଷ୍ଟର, ମଡେଲ, କ୍ଷୁଦ୍ର ନାଟକ କିମ୍ବା ଗନ୍ଧ ଆକାରରେ ଉପସ୍ଥାପନ କରାଯାଇପାରେ । ଯଦି ଆପଣଙ୍କର କମ୍ପ୍ୟୁଟର ସୁବିଧା ଅଛି, ଏହାକୁ କମ୍ପ୍ୟୁଟର ମାଧମରେ ଉପସ୍ଥାପନା ମଧ୍ୟ କରାଯାଇପାରିବ । ଯଦି ଆପଣ ଶିକ୍ଷାର୍ଥୀଙ୍କୁ ପୋଷ୍ଟର ମାଧମରେ ଉପସ୍ଥାପନା କରିବାକୁ କୁହନ୍ତି, ଏହାର ଫଟୋଚିତ୍ର ମୋବାଇଲରେ ରଖିବା ପାଇଁ ଭୂଲିବେ ନାହିଁ । ପ୍ରକଳ୍ପ କାର୍ଯ୍ୟର ଉପସ୍ଥାପନା ପାଇଁ ବିଭିନ୍ନ କୌଶଳ ବ୍ୟବହାର କରିବା । ଯେଉଁ ଶିକ୍ଷାର୍ଥୀ ପଠନ ଓ ଲିଖନରେ ଅସୁବିଧା ଥାଏ ସେମାନଙ୍କ ପାଇଁ ବିକତ୍ୱ ଢାଞ୍ଚା ବ୍ୟବହାର କରିବା ଉଚିତ । ଏହା ସବୁ ଶିକ୍ଷାର୍ଥୀଙ୍କୁ ନିଜକୁ ଭିନ୍ନ ଭାବରେ ପରିପ୍ରକାଶ କରିବାର ଅଧୁକ ସୁଯୋଗ ଦିଏ । ଏହା ସେମାନଙ୍କର ସୃଜନଶୀଳରେ ସହାୟକ ହେବ । ଉପସ୍ଥାପନାର କୌଶଳ ଚୟନ ପାଇଁ ଆପଣ ଶିକ୍ଷାର୍ଥୀମାନଙ୍କୁ ସ୍ବାଧୀନତା ଦେଇପାରନ୍ତି । ଏହା ମଧ୍ୟ ଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିପାରେ ।

ପରିସ୍ଥିତି ଅଧ୍ୟୟନ 3 : ଶ୍ରୀଯୁକ୍ତ ଦାଶ ତାଙ୍କ ଶିକ୍ଷାର୍ଥୀଙ୍କୁ ସେମାନଙ୍କର ପ୍ରକଚ୍ଛ କାର୍ଯ୍ୟର ଉପସ୍ଥାପନା ପାଇଁ କୁହନ୍ତି

ଶ୍ରୀଯୁକ୍ତ ଦାଶ ତାଙ୍କର ଦଶମ ଶ୍ରେଣୀ ଶିକ୍ଷାର୍ଥୀଙ୍କୁ ଜଣାଇଲେ ଯେ ସେମାନଙ୍କର ‘ଶକ୍ତିର ଉତ୍ସ' ପ୍ରକଳ୍ପର ଢାଞ୍ଚା ହେଉଛି ଏକ ଉପସ୍ଥ୍ୟପନା

ପୂର୍ବରୁ ଯେତେବେଳେ ମୁଁ ଶିକ୍ଷାର୍ଥୀମାନଙ୍କୁ ପ୍ରକଳ୍ପ କାର୍ଯ୍ୟ ଲେଖିବା ପାଇଁ କହେ, ଏହା ସାଧାରଣତଃ ଦୁଇଟି ମାଧମରେ ହୁଏ ଯଥା: – ଝିଅ ଶିକ୍ଷାର୍ଥୀମାନେ ସେମାନଙ୍କର ପ୍ରକଳ୍ପ କାର୍ଯ୍ୟକୁ ସୁନ୍ଦର ଭାବରେ ସଜାଡ଼ିବାରେ ଅଧୁକ ସମୟ ବ୍ୟୟ କରନ୍ତି ଏବଂ ପୁଅ ଶିକ୍ଷାର୍ଥୀମାନେ କେମିତି ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ସାରିବେ ସେଥୁପ୍ରତି ବ୍ୟସ୍ତ ରୁହନ୍ତି । କିନ୍ତୁ ମୋର ଉଦ୍ଦେଶ୍ୟ ହେଉଛି ସେମାନେ ମୁଖ୍ୟ ଆଲୋଚ! ବିଷୟ ପ୍ରତି ଧାନ ଦିଅନ୍ତୁ । ଏଥୁପାଇଁ ପ୍ରତ୍ୟେକ ଦଳ ଦଶ ମିନିଟ୍ ଲେଖାଏଁ ଉପସ୍ଥାପନା କରିବେ ବୋଲି ମୁଁ ସୁଚନା ଦେଲି । ମୁଁ ଭାବିଲି ଯେ ଯଦି ସମସ୍ତଙ୍କୁ ଉପସ୍ଥାପନ କରିବାକୁ ପଡ଼ିବ ତେବେ ଏହା ସେମାନଙ୍କୁ ମନୋଯୋଗୀ ହେବାରେ ସାହାଯ୍ୟ ଜରବ |

ମୁଁ ଠିକ୍ କହିଥୁଲି । ଆମର ନିୟମିତି ପ୍ରଗତି ସଭାରେ ମୁଁ ପ୍ରତ୍ୟେକ ଦଳ କରିଥୁବା ଉପସ୍ଥାପନ ଗୁଡ଼ିକ ତଦାରଖ କରିପାରିଲି । କିଛି ଦୁର୍ବଳ ମନା ଶିକ୍ଷାର୍ଥୀଙ୍କ ସହ କଥନ ଦକ୍ଷତା ବଢ଼ାଇବାରେ ଆମେ ସମର୍ଥ ହେଲୁ । ମୁଁ ଦଳଗୁଡ଼ିକୁ ସେମାନେ କ’ଣ ଅନ୍ତର୍ଭୁକ୍ତ କରିବେ ଓ କ'ଣ ଛାଡ଼ିଦେବେ ସେ ବିଷୟରେ ଉପଦେଶ ଦେଇପାରିଲି । ମୁଁ ସେମାନଙ୍କୁ କହିଲି ଯେ ମୁଁ ସେମାନଙ୍କର ସମାଲୋଚକ ବନ୍ଧୁ ଓ ସେମାନଙ୍କୁ ସେମାନଙ୍କର କାର୍ଯ୍ୟ ଉପରେ ଆହ୍ବାନ କରି ସେଗୁଡ଼ିକୁ ସର୍ବୋତ୍ତମ କରିବା ହେଉଛି ମୋର କାମ ।

ପ୍ରତ୍ୟେକ ଦଳର ଉପସ୍ଥାପନାର ଶୈଳୀ ଭିନ୍ନ, କୌତୁହଳ ପୂର୍ଣ୍ଣ ଏବଂ ତଥ୍ୟପୂର୍ଣ୍ଣ ଥୁଲା ଏବଂ ଏହା ଆଦୌ ମାନ୍ଦା ନ ଥୁଲା । କିଛି ଦଳ କବିତା ମାଧମରେ ଉପସ୍ଥାପନା କରିଥୁବା ବେଳେ ଆଉ କିଛି ଦଳ ଗୋଟିଏ 'ରତ୍ଯାପ’ ଅନ୍ତର୍ଭୁକ୍ତ କରିଥୁଲେ । ମୁଁ ଗୋଟିଏ ଦଳକୁ ସେମାନଙ୍କର ଉପସ୍ଥାପନାଟି 'ବଲିଉଡ଼୍ ସିନେମା' ପରି ଚେଷ୍ଟା କରିବାରୁ ବିରତ କରିଥୁଲି ତେଣୁ ସେମାନେ ତା ବଦଳରେ ଏକ କ୍ଷୁଦ୍ର ନାଟକ ମାଧମରେ ଉପସ୍ଥାପନା କରିଥୁଲେ । ଉପସ୍ଥାପନ ସମୟରେ କେତେବେଳେ ଶିକ୍ଷାର୍ଥୀମାନେ ଗୋଟିଏ ମିନିଟ ପାଇଁ ଜୋରରେ ହସୁଥୁଲେ ତ କେତେବେଳେ ଗଭୀର ଭାବରେ ଚିନ୍ତା କରୁଥୁଲେ । ମୁଁ ଏହା ମଧ୍ୟ ଲକ୍ଷ୍ୟ କରିଥୁଲି ଯେ, ପ୍ରତି ଦଳ ନିଜ କାର୍ଯ୍ୟକୁ ଭିନ୍ନ ଶୈଳୀରେ ଉପସ୍ଥାପନ କରିଥୁଲେ, ଯଦିଓ ସେମାନେ ଉପସ୍ଥାପନା ଢାଞ୍ଚା ଅନୁସରଣ କରିଥୁଲେ ।

ମୁଁ ଏହି କୌଶଳ ଆପଣେଇବା ପାଇଁ ସ୍ଥିର କରିଥୁବାରୁ ମୁଁ ଖୁସି ହେଲି । ପରବର୍ତୀ ସମୟରେ ଉପସ୍ଥାପନା ଗୁଡ଼ିକର କିଛି ସହପାଠୀ ସମୀକ୍ଷା ପାଇଁ ମୁଁ ଚେଷ୍ଟା କରିପାରେ । ଯେହେତୁ ମୁଁ ଏବେ ଜାଣିଲି ଯେ ମୋ ଶିକ୍ଷାର୍ଥୀମାନେ କାହ୍ନିକ ଉପସ୍ଥାପନା କରିପାରିବେ, ମୁଁ ସେମାନଙ୍କର କାର୍ଯ୍ୟକୁ ପ୍ରଦର୍ଶିତ କରାଇବା ପାଇଁ ସେମାନଙ୍କ ପାଇଁ କିଛି ଦର୍ଶକଙ୍କୁ ଆମନ୍ତ୍ରଣ କରିପାରେ । ଅଭିଭାବକ, ସ୍ଥାନୀୟ ଗୋଷ୍ଠୀ ପ୍ରତିନିଧୁ ବା ଏପରିକି ଅନ୍ୟ ଶିକ୍ଷକମାନଙ୍କ ପାଇଁ ନିମନ୍ତ୍ରଣ କରିବା ବେଶୀ କଷ୍ଟକର ହେବ ବୋଲି ମୁଁ ଭାବୁ ନାହିଁ।

6 ପ୍ରକଳ୍ପ କାର୍ଯ୍ୟର ଆକଳନ | ମୂଲ୍ୟ ନିର୍ବାରଣ

ପ୍ରକନ୍ଧ କାର୍ଯ୍ୟର ଶେଷରେ ଦଳଗତ କାର୍ଯ୍ୟକୁ ମୂଲ୍ୟୟନ କରିବା ଆବଶ୍ୟକ । ପ୍ରଥମେ ତୁମେ ମୂଲ୍ୟାୟନ କରିବା ପୂର୍ବରୁ ସାଙ୍ଗମାନଙ୍କ ଦ୍ଵାରା ମୂଲ୍ୟାୟନ କରିବା ଭଲ । ମୂଲ୍ୟାୟନର ଉପାୟ ଯାହା ହେଉନା କାହିଁକି, ଏଥୁରେ ପ୍ରକଳ୍ପ କାର୍ଯ୍ୟର ସଫଳତା ପଛରେ ଥୁବା ଲକ୍ଷଣଗୁଡ଼ିକୁ ଶିକ୍ଷାର୍ଥୀମାନେ ଉପଲବ୍ଧ କରିବା ଏକାନ୍ତ ଆବଶ୍ୟକ । ଆପଣ ଆରମ୍ଭରୁ ଶିକ୍ଷାର୍ଥୀଙ୍କ ସହ ମିଶି ସଫଳତାର ଲକ୍ଷଣ ଗୁଡ଼ିକ ତିଆରି କରିପାରନ୍ତି । ଏହିପରି କରିବା ହେଉଛି ଅତ୍ୟନ୍ତ ଗଣତାନ୍ଧିକ । ଏଇ ଠାରେ ପୂର୍ବ ପ୍ରକଳ୍ପଗୁଡ଼ିକର ଉଦାହରଣ ଦରକାରୀ ହୋଇପାରେ ।

ଗୋଟିଏ ପୋଷ୍ଟରରେ ସଫଳତାର ଲକ୍ଷଣଗୁଡ଼ିକ ଲେଖୁ ଓ ପ୍ରକଳ୍ପ କାନ୍ଥରେ ଏହା ରଖୁବା ଦ୍ବାରା ଆପଣଙ୍କ ଶିକ୍ଷାର୍ଥୀମାନେ କାମ କରୁଥୁବା ବେଳେ ଏହାକୁ ଦେଖ୍ବା ସହଜ ହେବ । ଏହା ସେମାନଙ୍କୁ କାର୍ଯ୍ୟର ସେହି ଦିଗଗୁଡ଼ିକ ଯାହା ସେମାନଙ୍କ ପାଇଁ ଗୌରବ ଅର୍ଜନ କରିବ ତା ଉପରେ କେନ୍ଦ୍ରିତ ହେବାରେ ସାହାଯ୍ୟ କରିବ ।

 

 

ଶିକ୍ଷଣ କାର୍ଯ୍ୟ 3 : ଆପଣଙ୍କ ଶିକ୍ଷାର୍ଥୀ ପ୍ରକଚ୍ଛ କାର୍ଯ୍ୟମାନ ନିର୍ବାରଣର କିଛି ଲକ୍ଷଣ

ଏହି ଶିକ୍ଷଣକାର୍ଯ୍ୟଟି ଆପଣ ନିଜେ ବା ଅନ୍ୟ ଶିକ୍ଷକଙ୍କ ସହିତ କରିବେ ।

ଗୋଟିଏ ଭଲ ପ୍ରକନ୍ଧକାର୍ଯ୍ୟ ଓ ଦଳଗତ ପ୍ରକନ୍ଧ କାର୍ଯ୍ୟକାରିତାର ଲକ୍ଷଣଗୁଡ଼ିକର ମାନସମନ୍ଥନ କରି ଆରମ୍ଭ କରନ୍ତୁ । ଏହାର ବିଭିନ୍ନ ଦିଗ ମଧରୁ-ଭଲ ଭାବରେ ଲେଖା, କୌତୂହଳପୂର୍ଣ୍ଣ, ବୈଜ୍ଞାନିକ ଧାରଣା ଉପରେ ଆଧାରିତ, ଭଲଭାବରେ ଗବେଷଣା ହୋଇଥୁବା, ଉତ୍ତମ ଶୈଳୀରେ ଉପସ୍ଥାପନା, ଦଳର ସମସ୍ତ ଶିକ୍ଷାର୍ଥୀଙ୍କର ସହଯୋଗ ଏବଂ ଏହା ସହିତ ନିଷ୍ପଭି ନେବାର ପ୍ରଦର୍ଶନ, ଜଟିଳ ଚିନ୍ତାଧାରା ଓ ବ୍ୟକ୍ତିଗତ ଭାବେ ପରସ୍ପର ମଧରେ ସମ୍ପର୍କ ଭଳି ଦିଗକୁ ମଧ୍ୟ ଲକ୍ଷ୍ୟ କରିବା ଆବଶ୍ୟକ ।

• ଆପଣଙ୍କ ସମସ୍ତ ଦିଗକୁ ତିନୋଟି ମୁଖ୍ୟ ଶିର୍ଷିକରେ ବିଭକ୍ତ କରନ୍ତୁ । ଆପଣ ଯେତେବେଳେ ଏହିପରି କାର୍ଯ୍ୟର ମୂଲ୍ୟାୟନ କରିବାକୁ ଚେଷ୍ଟା କରୁଛନ୍ତି ସେତେବେଳେ ଆପଣଙ୍କ ମନରେ ତିନୋଟି ମୁଖ୍ୟ ମାନଦଣ୍ଡ ରଖୁବା ଅପେକ୍ଷାକୃତ ସହଜ ଅଟେ । ଆପଣ ସହ-ଶିକ୍ଷଣ କ୍ଷେତ୍ରରୁ ଶୀର୍ଷିକ ଗୁଡ଼ିକ ବ୍ୟବହାର କରିପାରନ୍ତି ଯେପରିକି ଜୀବନ କୌଶଳଗୁଡ଼ିକ, ସାକ୍ଷରତା ଓ ସୃଜନଶୀଳତାର କୌଶଳ ଗୁଡ଼ିକ । ଆପଣ ସାଧାରଣତଃ ତିନୋଟି ଶୀର୍ଷକ ମଧରୁ ବୈଜ୍ଞାନିକ କୌଶଳକୁ ଗୋଟିଏ ଶିର୍ଷିକ ଭାବେ ବ୍ୟବହାର କରିବା ଆବଶ୍ୟକ ଯାହା ଆପଣ ପ୍ରକନ୍ଧରୁ କ’ଣ ଗୋର୍ଦ୍ଦିଛନ୍ତି ତା ଉପରେ ନିର୍ଭର କରିବ ।

• ଏହି ତିନୋଟି ମୁଖ୍ୟଭାଗକୁ ନେଇ ଗୋଟିଏ ସାରଣୀଟିଏ ପ୍ରସ୍ତୁତ କରନ୍ତୁ, ଯାହାକି ମୂଲ୍ୟୟନ ପାଇଁ ଆପଣଙ୍କ ସାଧନ ହେବ । ଏହା ପରେ ଆପଣ ଗୁଣାନ୍ସକ ମନ୍ତବ୍ୟ ଦେବାର କିମ୍ବା ଆପଣ ପାଞ୍ଚ ପଏଣ୍ଟ ମାର୍କରୁ ମୂଲ୍ୟାୟନ କରିପାରିବେ ।

ଥରେ ଯଦି ଆପଣ ନିଜ କାର୍ଯ୍ୟକୁ ଦୃଢ଼ ବିଶ୍ବାସର ସହିତ କରିଦିଅନ୍ତି, ପରବର୍ତୀ ଅବସ୍ଥାରେ ଆପଣ ଶିକ୍ଷାର୍ଥୀ କାର୍ଯ୍ୟ ପ୍ରଣାଳୀ ଏବଂ ନିୟମ ସମ୍ବନ୍ଧରେ ନିଷ୍ପଭି ନେଇପାରିବେ । ଉଦାହରଣ ସ୍ବରୂପ : ସୁଷମା ଦିଦି ତାଙ୍କର ପ୍ରକଳ୍ପ କାର୍ଯ୍ୟ ପାଇଁ କରିଥୁବା ଦଳର ପରିଗୋଳକମାନଙ୍କୁ ଉପଯୁକ୍ତ ମାନଦଣ୍ଡ ବିଷୟରେ ଆଲୋଚନା କରିବାକୁ କହିଥୁଲେ । କିମ୍ବା ଏହି କ୍ଷେତ୍ରରେ ସିଏ ମଧ୍ୟ ତାଙ୍କର ମାନଦଣ୍ଡ ବିଷୟ ଆଲୋଚନା କରିପାରିବେ ଏବଂ ଆବଶ୍ୟକୀୟ ପରିବର୍ତନ ପାଇଁ ପ୍ରସ୍ତାବ ମାଗି ପାରିବେ । ଅଧୁକ ଜାଣିବା ପାଇଁ ସମ୍ବଳ – ୨ ର କୃତୀ ଓ ପ୍ରଗତିର ମୂଲ୍ୟାୟନ ଦେଖନ୍ତୁ ।

7 ସାରାଂଶ

ଫଳପ୍ରଦ ପ୍ରକଳ୍ପ କାର୍ଯ୍ୟ ଜନିତ ଶିକ୍ଷଣକାର୍ଯ୍ୟର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମ୍ପ୍ରସାରିତ ଓ ସ୍ବାଧୀନ ଭାବରେ ବାସ୍ତବ ଜଗତର ସମସ୍ୟା ଉପରେ ଅଧୟନ କରିବା । ଯାହାଦ୍ବାରା ଶିକ୍ଷାର୍ଥୀମାନଙ୍କର ଆଗ୍ରହ ଏବଂ ଅଂଶଗ୍ରହଣ ମନୋଭାବର ବିକାଶ ଘଟିଥାଏ, ଯାହାକି ପାରମ୍ପରିକ ଶିକ୍ଷଣ ପ୍ରକ୍ରିୟା ମାଧମରେ ହୋଇନଥାଏ । ଯେତେବେଳେ ଶିକ୍ଷାର୍ଥୀମାନେ କିଛି ବାସ୍ତବ ଜୀବନ ଆହ୍ଲାନ ଆଧାରିତ ଏକ ଅର୍ଥପୂର୍ଣ୍ଣ ପ୍ରକଳ୍ପ ଦ୍ବାରା ବାନ୍ଧି ହୋଇଯାଆନ୍ତି, ସେମାନେ ବିନା ବାକ୍ୟ ବ୍ୟବହାରରେ ଗଭୀର ଭାବେ ଶିଖନ୍ତି ଏବଂ ଅନ୍ୟାନ୍ୟ ସାମାଜିକ ଓ ଜୀବନ

କୌଶଳର ବିକାଶ କରନ୍ତି ।

ତେଣୁ ଜଣେ ଶିକ୍ଷକ ହିସାବରେ ଆପଣ ପାରମ୍ପରିକ ଶିକ୍ଷଣରୁ ପ୍ରକଳ୍ପ କାର୍ଯ୍ୟ ଜନିତ ପ୍ରଭାବଶାଳୀ ଶିକ୍ଷଣକାର୍ଯ୍ୟକୁ ପରିବର୍ତ୍ତନ କରିବା ଆବଶ୍ୟକ । ଆପଣ ଭାଷଣ ଦେବା ପରିବର୍ଭେ ସବୁ କିଛି ସୁବିଧା କରିବା ଆବଶ୍ୟକ ଓ ସାମଗ୍ରୀଗୁଡ଼ିକର କୌଣସି ପ୍ରାକ-ଶିକ୍ଷାଦାନ କରିବା ଆବଶ୍ୟକ ନୁହେଁ ଯାହାଫଳରେ ଆପଣଙ୍କର ଶିକ୍ଷାର୍ଥୀ ନିଜେ ନିଜେ ସବୁ କିଛି ଶିଖୁପାରିବେ । ଆପଣଙ୍କର ପ୍ରକତ୍ର ଆଧାରିତ ଶ୍ରେଣୀଗୁହ ବହୁତ ଅଲଗା ସ୍ଥାନ ପରି ଦେଖାଯିବ ଓ ଶୁଣାଯିବ । ଆପଣଙ୍କର ପ୍ରକଛ ପ୍ରସଙ୍ଗ ବିଷୟରେ ଯାହା କିଛି ଜାଣିବାକୁ ଅଛି ସେ ସବୁ ସମ୍ଭବତଃ ଆପଣ ଜାଣିପାରିବେ ନାହିଁ ଏକଥା ଆପଣଙ୍କୁ ଗ୍ରହଣ କରିବାକୁ ପଡ଼ିବ । ଆପଣ ପ୍ରକଚ୍ଛ ପ୍ରସଙ୍ଗ ସମ୍ପର୍କିତ ଅନେକ ନୂଆ ତଥ୍ୟ ଶିଖ୍ ପାରିବା ହେଉଛି ଆପଣଙ୍କ ପାଇଁ ଅଧୁକ ଉପଯୋଗୀ ।

ସମ୍ବଳ

ସମ୍ବଳ-1 : ସ୍ଵାନୀୟ ସମ୍ବଳର ବ୍ୟବହାର

ଶିକ୍ଷଣ ପାଇଁ ଅନେକ ଶିକ୍ଷଣ ସାମଗ୍ରୀ ବ୍ୟବହାର କରାଯାଇ ପାରିବ - କେବଳ ସେମାନଙ୍କର ପାଠ୍ୟପୁସ୍ତକ ନୁହେଁ । ଆପଣ ଶିକ୍ଷାର୍ଥୀଙ୍କ ଶିକ୍ଷଣକୁ ବିଭିନ୍ନ ବାଟରେ କରି ପାରିବେ ଯଦି ଇନ୍ଦ୍ରିୟମାନଙ୍କୁ (ଦୃଶ୍ୟ, ଶ୍ରାବ୍ୟ, ସ୍ପର୍ଶ, ଆପ୍ରାଣ ଓ ସ୍ବାଦ) ବ୍ୟବହାର କରି ଶିକ୍ଷଣ ହୋଇପାରିବ ବାଟ ବାହାର କରିପାରିବେ । ଆପଣଙ୍କ ଚତୁଃପାର୍ଶ୍ଵରେ ଶିକ୍ଷଣ ସମ୍ବଳ ରହିଛି ଯାହା ଆପଣ ଶ୍ରେଣୀରେ ବ୍ୟବହାର କରି ପାରିବେ ଏବଂ ଏହା ଶିକ୍ଷାର୍ଥୀଙ୍କ ଶିକ୍ଷଣରେ ସହାୟତା କରିପାରିବ । କୌଣସି ବିଦ୍ୟାଳୟ ମଧ୍ୟ ଚାହିଁଲେ ସ୍ବଛ ମୂଲ୍ୟ ବା ବିନାମୂଲ୍ୟର ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିପାରିବ । ନିଜ ଅଞ୍ଚଳରେ ଥୁବା ସ୍ଥାନୀୟ ସମ୍ବଳରୁ ମିଳୁଥୁବା ପଦାର୍ଥ ଇତ୍ୟାଦି ବ୍ୟବହାର କରି ପାଠ୍ୟକ୍ରମ ଓ ଶିକ୍ଷାର୍ଥୀଙ୍କର ଜୀବନ ସହ ସଂଯୋଗ କରାଯାଇପାରିବ ।

ଆପଣ ଆପଣଙ୍କର ନିକଟବର୍ତୀ ପରିବେଶରୁ ଏପରି ଲୋକଙ୍କୁ ପାଇବେ । ଯେଉଁମାନଙ୍କର ବହୁତ ଗୁଡ଼ିଏ ପ୍ରସଙ୍ଗ ଉପରେ ଦକ୍ଷତା ଅଛି; ଆପଣ ମଧ୍ୟ ବିଭିନ୍ନ ପ୍ରାକୃତିକ ସମ୍ବଳ ପାଇପାରିବେ । ଏହା ଆପଣଙ୍କୁ ସ୍ଥାନୀୟ ଗୋଷ୍ଠୀ ସହ ସଂଯୋଗ ସ୍ଥାପନ କରିବା, ଏହାର ଗୁରୁତ୍ବ ପ୍ରଦର୍ଶନ କରିବା, ଶିକ୍ଷାର୍ଥୀଙ୍କୁ ପରିବେଶର ବିଭବ ଓ ବିବିଧତା ଦେଖୁ ବା ପାଇଁ ଉତ୍ସାହିତ କରିବ, ଏବଂ ବୋଧହୁଏ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭାବେ ଶିକ୍ଷାର୍ଥୀଙ୍କ ଶିକ୍ଷଣ ପାଇଁ ସାମଗ୍ରିକ ଭାବେ କାର୍ଯ୍ୟ କରିବା ।-ଅର୍ଥାତ, ବିଦ୍ୟାଳୟ ଭିତରେ ଓ ବାହାରର ଶିକ୍ଷଣ ପାଇଁ ସାହାଯ୍ୟ କରିବ ।

ଶ୍ରେଣୀ ଗୃହରୁ ଅଧୁକ ଆକର୍ଷଣୀୟ କରିବା

ସାଧାରଣତଃ ଲୋକମାନେ ନିଜ ଘରକୁ ସୁନ୍ଦର ଓ ଆକର୍ଷିତ କରିବା ପାଇଁ ଅନେକ କାର୍ଯ୍ୟ କରନ୍ତି । ଆପଣଙ୍କର ଶିକ୍ଷାର୍ଥୀ କେଉଁ ପରିବେଶରେ ଶିଖନ୍ତୁ ବୋଲି ଆପଣ ଆଶା କରୁଛନ୍ତି ସେହି ବିଷୟରେ ଚିନ୍ତା କରିବା ଜରୁରୀ । ଆପଣ ଆପଣଙ୍କର ବିଦ୍ୟାଳୟ ଏବଂ ଶ୍ରେଣୀଗୁହକୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଯାହା କିଛି କରିପାରିବେ ତାହା ଶିକ୍ଷାର୍ଥୀମାନଙ୍କର ଉପରେ ଶିକ୍ଷଣ ପାଇଁ ସୁପ୍ରଭାବ ପକାଇଥାଏ । ଏହିପରି ଅନେକ କାର୍ଯ୍ୟ ଅଛି ଯାହାଦ୍ବାରା ଶ୍ରେଣୀଗୁହକୁ ଶିକ୍ଷାର୍ଥୀଙ୍କ ପାଇଁ ଆକର୍ଷଣୀୟ ଏବଂ ଆନନ୍ଦଦାୟକ କରାଯାଇ ପାରେ । ଉଦାହରଣ ସ୍ଵରୂପ ଆପଣ:

  • ପୁରୁଣା ପତ୍ର ପତ୍ରିକାକୁ ନେଇ ପୋଷ୍ଟର ତିଆରି କରିପାରିବେ ।
  • ଆଲୋଚ୍ୟ ପ୍ରସଙ୍ଗ ସଂପର୍କିତ ବିଭିନ୍ନ ବସ୍ତୁ ଓ କଳାକୃତୀ ଆଣିପାରିବେ ।
  • ଶିକ୍ଷାର୍ଥୀ କାର୍ଯ୍ୟାବଳୀକୁ ପ୍ରଦର୍ଶନ କରିପାରିବେ ।
  • ଶିକ୍ଷାର୍ଥୀ ନୂତନ ଶିକ୍ଷଣ ପାଇଁ ଓ ସେମାନଙ୍କୁ ଅନୁସନ୍ଧିସ୍ତୁ କରିବା ପାଇଁ ଶ୍ରେଣୀ ଗୃହର ପ୍ରଦର୍ଶିତ ଚିତ୍ର ବା ବସ୍ତୁର ପରିବର୍ତ୍ତନ କରିପାରିବେ ।

ଶ୍ରେଣୀ ଗୃହରେ ସ୍ନାନୀୟ ବିଶେଷଜ୍ଞଙ୍କୁ ବ୍ୟବହାର କରିବା

ଯଦି ଆପଣ ଶ୍ରେଣୀର ଗଣିତର ଟଙ୍କା ବା ପରିମାଣ ଉପରେ କାମ କରୁଛନ୍ତି ତେବେ ଆପଣ ବ୍ୟବସାୟୀ ବା ପୋଷକ ତିଆରି କରୁଥୁବା ବ୍ୟକ୍ତିକୁ ସେମାନେ କିପରି ତାଙ୍କ କାର୍ଯ୍ୟରେ ଗଣିତର ବ୍ୟବହାର କରିବା କଥା ବୁଝାଇବେ । ଯଦି ଆପଣ କଳା କ୍ଷେତ୍ରରେ ନମୁନା ବା ଆକାର ବିଷୟରେ ଅଧୁକ ଜାଣିବାକୁ ଗର୍ଭୁଛନ୍ତି ତେବେ ମେହେନ୍ଦୀ ଲଗାଇବା ବ୍ୟକ୍ତିଙ୍କୁ ଶ୍ରେଣୀକୁ ବିଭିନ୍ନ ଆକାର, ନକ୍ଲା ପରମ୍ପରା ଓ ବୈଷୟିକ କୌଶଳ ଇତ୍ୟାଦି ବୁଝାଇବାକୁ ଡାକିପାରନ୍ତି । ବିଦ୍ୟାଳୟକୁ ଅତିଥୁମାନଙ୍କୁ ଡ଼ାକିବା ସବୁଠାରୁ ଭଲ କାମ କରେ ଯେତେବେଳେ ସମସ୍ତଙ୍କ ପାଇଁ ଶିକ୍ଷାର ଉଦ୍ଦେଶ୍ୟ ସ୍ପଷ୍ଟ ହେବା ସହ ପ୍ରତ୍ଯାଶା ସହ ସଂଯୋଗ ହୋଇଯାଏ । ଆପଣ ବିଦ୍ୟାଳୟ ମଧରୁ ବି କିଛି ବିଶେଷଜ୍ଞ ପାଇ ପାରିବେ (ଯେପରି କି ରାନ୍ଧୁଣିଆ ବା ଘର ତିଆରି କରୁଥୁବା ବ୍ୟକ୍ତି) । ସେମାନେ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ସମ୍ବନ୍ଧିତ ପ୍ରଶ୍ନ ଯେପରି ରନ୍ଧନରେ ପରିମାଣ ର ବ୍ୟବହାର ବା ବିଦ୍ୟାଳୟ ଘର ଓ ଖେଳ ପଡ଼ିଆରେ ପାଣିପାଗର ପ୍ରଭାବ ।

ବାହ୍ୟ ପରିବେଶର ବ୍ୟବହାର

ଆପଣଙ୍କ ଶ୍ରେଣୀ ଗୃହ ବାହାରେ ଭିନ୍ନ ଭିନ୍ନ ସମ୍ବଳର ସମ୍ଭାର ଉପଲବ୍ଧ ଯାହା ଆପଣ ଆପଣଙ୍କ ପାଠରେ ବ୍ୟବହାର କରିପାରିବେ । ଆପଣ ସଂଗ୍ରହ କରିପାରିବେ (ବା ଆପଣଙ୍କ ଶିକ୍ଷାର୍ଥୀଙ୍କୁ ସଂଗ୍ରହ କରିବାକୁ କହିବେ) ବିଭିନ୍ନ ବସ୍ତୁ ଯଥା: ପତ୍ର, ଗଛ, ପଥର, କାଠ, କାଚ, କୀଟ ପତଙ୍ଗ ବା ମାଟି । ଏହିସବୁ ପଦାର୍ଥଗୁଡ଼ିକୁ ଆଣି ବିଭାଗୀକରଣ କରି, ତାହାକୁ ଶ୍ରେଣୀରେ ପ୍ରଦର୍ଶିତ କରି ପାରିବେ । ଏଗୁଡିକୁ ଆପଣ ଶ୍ରେଣୀ ଶିକ୍ଷଣକାର୍ଯ୍ୟ ସମୟରେ ବ୍ୟବହାର କରି ପାରିବେ । ଉଦାହରଣ ସ୍ବରୂପ ସଜୀବ ଓ ନିର୍ଜାବର ବିଭାଗୀକରଣ କରିବା ସମୟରେ । ଏହା ବ୍ୟତୀତ ସ୍ଥାନୀୟ ସମ୍ବଳକୁ ବ୍ୟବହାର ଅନ୍ୟାନ୍ୟ ଚାର୍ଟ, ମଡ଼େଲ, ଚିତ୍ର ମଧ୍ୟ ଶ୍ରେଣୀରେ ରଖିପାରିବେ, ଯାହାକି ଶିକ୍ଷାର୍ଥୀଙ୍କ ଶିକ୍ଷଣକୁ ଆନନ୍ଦଦାୟକ ଏବଂ ତ୍ବରାନ୍ବିତ କରିପାରିବ ।

ଆମେ ସର୍ବଦା ବାହ୍ୟବସ୍ତୁକୁ ଶ୍ରେଣୀର ଶିକ୍ଷଣକାର୍ଯ୍ୟରେ ବ୍ୟବହାର କରୁ, ଅର୍ଥାତ ବାହ୍ୟବସ୍ତୁକୁ ଶ୍ରେଣୀ ଗୃହକୁ ଆଣୁ । କିନ୍ତୁ ଏହା ମଧ୍ୟ ସତ୍ୟ ଯେ; ବାହ୍ୟ ପରିବେଶ ହେଉଛି ତୁମ ଶ୍ରେଣୀ ଗୃହର ବିସ୍ତାରିତ ରୂପ । ବାହ୍ୟ ପରିବେଶରେ ଶିକ୍ଷାର୍ଥୀଙ୍କୁ ବୁଲିବା ପାଇଁ ଏବଂ ସହଜରେ ପର୍ଯ୍ୟବେକ୍ଷଣ ପାଇଁ ଅନେକ ଶ୍ରେଣୀ ଗୃହ ଅଛି । ଯେତେବେଳେ ଶିକ୍ଷାର୍ଥୀମାନଙ୍କୁ ଶ୍ରେଣୀ ଗୃହ ବାହାରେ କାର୍ଯ୍ୟ କରିବା ପାଇଁ କହିବେ, ସେମାନେ ବିଭିନ୍ନ ଶିକ୍ଷଣକାର୍ଯ୍ୟ କରିପାରିବେ ଯଥା:

  • ଦୂରତା ଅନୁମାନ କରିବା ଓ ମାପ କରିବା ।
  • ବୃତ୍ତର କେନ୍ଦ୍ରବିନ୍ଦୁରୁ ତାର ପରିଧୁର ପ୍ରତ୍ୟେକ ବିନ୍ଦୁ ପ୍ରତି ଦୂରତା ସମାନ ବୋଲି ପ୍ରଦର୍ଶନ କରିବା ।
  • ଦିନର ଭିନ୍ନ ଭିନ୍ନ ସମୟରେ ଛାୟାର ଉଚ୍ଚତା ଲିପିବଦ୍ଧ କରିବା ।
  • ସୂଚକ ଏବଂ ସୂଚନା ଗୁଡ଼ିକୁ ପଢ଼ିବା ।

• ସାକ୍ଷାତାକାର ଏବଂ ସର୍ବେକ୍ଷଣ କରିବା ।

• ସୌଲାର ପନ୍ୟାନେଲକୁ ଚିହ୍ନଟ କରିବା ।

• ଫସଲ ବୃଦ୍ଧି ଏବଂ ବୃଷ୍ଟିପାତ ତଦାରଖ କରିବା ।

ବାହାର ପରିବେଶରେ ଶିକ୍ଷଣ, ଶିକ୍ଷାର୍ଥୀମାନଙ୍କ ପାଇଁ ବାସ୍ତବ ଅନୁଭୂତି ଆଣିଥାଏ । ଯାହାଦ୍ବାରା ସେମାନଙ୍କର ଧାରଣାର ବୋଧଗମ୍ୟତା ହେବା ସଙ୍ଗେ ସଙ୍ଗେ, ସେହି ଶିକ୍ଷଣକୁ ଅନ୍ୟ କ୍ଷେତ୍ରରେ ମଧ୍ୟ ପ୍ରୟୋଗ କରିବାର କୌଶଳକୁ ସେମାନେ ହାସଲ କରନ୍ତି ।

ଯଦି ଆପଣ ଶିକ୍ଷାର୍ଥୀମାନଙ୍କୁ ନେଇ ବିଦ୍ୟାଳୟ ବାହାରେ କାର୍ଯ୍ୟକରିବା ପାଇଁ ଚାହାନ୍ତି, ସର୍ବପ୍ରଥମେ ଆପଣ ବିଦ୍ୟାଳୟର ପ୍ରଧାନ ଶିକ୍ଷକାଶିକ୍ଷୟତ୍ରୀଙ୍କ ଅନୁମତି ନେବା ସହିତ ସୁରକ୍ଷାର ନିୟମାବଳୀଗୁଡ଼ିକ ଶିକ୍ଷାର୍ଥୀମାନଙ୍କୁ କହିବା ଏକାନ୍ତ ଆବଶ୍ୟକ । ଏବଂ ବିଦ୍ୟାଳୟ ଛାଡ଼ିବା ପୂର୍ବରୁ ଶିକ୍ଷାର୍ଥୀମାନେ ତଥ୍ୟ ସଂଗ୍ରହ ସମ୍ପର୍କିତ ସୂଚନା ସଂପର୍କରେ ମଧ୍ୟ ସ୍ପଷ୍ଟ ହୋଇଯିବା ଆବଶ୍ୟକ ।

ସମ୍ବଳଗୁଡ଼ିକ ଉପଯୋଗୀ କରାଇବା

ଆପଣ ମିଳିଥୁବା ସମ୍ବଳଗୁଡ଼ିକ ଆପଣଙ୍କ ଶିକ୍ଷାର୍ଥୀଙ୍କ ପାଇଁ ଅଧୁକ ଉପଯୁକ୍ତ କରିବା ଉଦ୍ଦେଶ୍ୟରେ ସେଗୁଡ଼ିକୁ ଉପଯୋଗୀ କରାଇବାକୁ ଗୋହିପାରନ୍ତି । ଏଇ ପରିବର୍ତନ ଛୋଟ ହୋଇପାରେ କିନ୍ତୁ ବିରାଟ ପରିବର୍ତନ କରିପାରେ । ଯଦି ନିର୍ଦ୍ଦିଷ୍ଟ ଭାବେ ଆପଣଙ୍କ ଶ୍ରେଣୀର ସବୁ ଶିକ୍ଷାର୍ଥୀଙ୍କ ପାଇଁ ଶିକ୍ଷଣକୁ ଉପଯୁକ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି । ଉଦାହରଣ ସ୍ବରୂପ, ସ୍ଥାନ ଓ ଲୋକଙ୍କର ନାମ ଯଦି ଅନ୍ୟ ରାଜ୍ୟ ସଂପର୍କିତ ହୋଇଥୁବ ତେବେ ସେଗୁଡ଼ିକ ପରିବର୍ତନ କରିପାରନ୍ତି ବା ଗୋଟିଏ ଗୀତରେ ଲିଙ୍ଗ ପରିବର୍ତନ କରିପାରନ୍ତି ବା ଗୋଟିଏ ଗପରେ ଜଣେ ଭିନ୍ନକ୍ଷମ ଶିକ୍ଷାର୍ଥୀର ଅବତାରଣା କରିପାରନ୍ତି । ଏହିପରି ଆପଣ ଆପଣଙ୍କ ଶିକ୍ଷାର୍ଥୀଙ୍କ ଶିକ୍ଷଣ ପାଇଁ ସମ୍ବଳଗୁଡ଼ିକୁ ଅଧୁକ ଅନ୍ତର୍ଭୁକ୍ତ ଏବଂ ଉପଯୁକ୍ତ କରିପାରିବେ ।

ଆପଣଙ୍କ ଅଧୁକ ସମ୍ବଳ ସଂପନ୍ନ ହେବା ପାଇଁ ସହକର୍ମୀଙ୍କ ସହ କାମ କରନ୍ତୁ ଆପଣ ସମ୍ବଳ ପ୍ରସ୍ତୁତ ଓ ଉପଯୋଗୀ କରିବା ମଧ୍ୟରେ ଅନେକଗୁଡ଼ିଏ କୌଶଳ ଜାଣିପାରିବେ । ଆପଣଙ୍କ ଜଣେ ସହକର୍ମୀଙ୍କ ପାଖରେ ସଂଗୀତ କୌଶଳ ଅଛି ଓ ଆଉଜଣଙ୍କ ପାଖରେ କଣ୍ଟେଇ ତିଆରି କରିବା ବା ବିଦ୍ୟାଳୟ ବାହାରେ ବିଜ୍ଞାନ ସଂଗଠନ କରିବା କୌଶଳ ଥାଇପାରେ । ଆପଣଙ୍କ ବିଦ୍ୟାଳୟରେ ସବୁ କ୍ଷେତ୍ରରେ ଏକ ସୁସ୍ଥ ଶିକ୍ଷଣ ବାତାବରଣ ସୃଷ୍ଟି କରିବାରେ ସାହାଯ୍ୟ କରିବା ପାଇଁ । ଆପଣ ଶ୍ରେଣୀ ଗୃହରେ ବ୍ୟବହାର କରୁଥୁବା ସମ୍ବଳଗୁଡ଼ିକ ଆପଣଙ୍କ ସହକର୍ମୀଙ୍କ ସହ ବିନିମୟ କରିପାରନ୍ତି ।

ସମ୍ବଳ-2: ପ୍ରଗତି ଓ କାର୍ଯ୍ୟ ସଂପାଦନର ମୂଲ୍ୟାୟନ ଶିକ୍ଷାର୍ଥୀଙ୍କର ଶିକ୍ଷଣର ମୂଲ୍ୟୟନର ଦୁଇଟି ଉଦ୍ଦେଶ୍ୟ ଅଛି ।

• ସାମଗ୍ରିକ ମୂଲ୍ୟାୟନ ପ୍ରଥମରୁ ଶିକ୍ଷାର୍ଥୀମାନେ କେତେ କ’ଣ ଶିଖିଲେଣି ତାହା ବିଟର କରେ । ଏହା ପ୍ରାୟତଃ ବିଭିନ୍ନ ସ୍ତରରେ ସଜୀତ ପରୀକ୍ଷା ଆକାରରେ, ଶିକ୍ଷାର୍ଥୀଙ୍କୁ ସେହି ପରୀକ୍ଷାର ପ୍ରଶ୍ନ ଗୁଡ଼ିକରେ ସେମାନଙ୍କର ଲବ୍ଧ ଜ୍ଞାନ ଜଣାଇବା ଆଦିରେ କାର୍ଯ୍ୟକାରୀ ହୋଇଥାଏ । ଏହା ମଧ୍ୟ ଫଳାଫଳ ରିପୋର୍ଟ କରିବାରେ ସାହାଯ୍ୟ କରେ ।

• ଗଠନାମୂଳକ ମୂଲ୍ୟାୟନ (ବା ଶିକ୍ଷଣ ପାଇଁ ମୂଲ୍ୟୟନ) ଭିନ୍ନ ପ୍ରକାରର, ଏହାର ସ୍ବରୂପ ଅର୍କୋପଚାରିକ ଓ ନିଦାନମୂଳକ ଅଟେ । ଶିକ୍ଷକମାନେ ଏହାକୁ ଶିକ୍ଷଣ ପ୍ରକ୍ରିୟାର ଅଂଶ ଭାବେ ବ୍ୟବହାର କରନ୍ତି, ଉଦାହରଣ ସ୍ବରୂପ ଶିକ୍ଷାର୍ଥୀମାନେ କିଛି ବୁଝିଛନ୍ତି କି ନାହିଁ ଜାଣିବା ପାଇଁ ପ୍ରଶ୍ନ ପଚାରିବେ । ଏହି ମୂଲ୍ୟାୟନର ଫଳାଫଳ ପରବର୍ତୀ ଶିକ୍ଷଣ ଅଭିଜ୍ଞତାରେ ପରିବର୍ତନ ଆଣିବା ପାଇଁ ବ୍ୟବହାର କରାଯାଏ । ତଦାରଖ କରିବା ଓ ପ୍ରତିପୁଷ୍ଟି (feedback) ଦେବା ଏହି ଗଠନମୂଳକ ମୂଲ୍ୟୟନର ଅଂଶ ବିଶେଷ ।

ଗଠନମୂଳକ ମୂଲ୍ୟାୟନ ଶିକ୍ଷଣର ଅଗ୍ରଗତି କରିଥାଏ। କାରଣ, ଅଧୁକାଂଶ ଶିକ୍ଷାର୍ଥୀ ନିଶ୍ଚିତ ଭାବେ:

  • ସେମାନଙ୍କ ଠାରୁ କ'ଣ ଶିଖୁବା ଆଶା କରାଯାଏ ବୁଝିବେ ।
  • ସେହି ହାସଲ ପାଇଁ ଶିକ୍ଷଣ ସହ ସେମାନଙ୍କର ବର୍ତମାନର ସ୍ଥିତି କେଉଁଠି ଜାଣିବେ ।
  • ସେମାନେ କିପରି ଅଗ୍ରଗତି କରିପାରିବେ (ଯାହା ହେଲା, କ’ଣ ପଢ଼ିବା ଓ କେମିତି ପଢ଼ିବା) ତାହା ବୁଝିବେ ।
  • ସେମାନେ କେତେବେଳେ ଲକ୍ଷ୍ୟଗୁଡ଼ିକ ଓ ପ୍ରତ୍ଯାଶିତ ଫଳାଫଳ ଗୁଡ଼ିକ ହାସଲ କରିଛନ୍ତି ଜାଣିବେ ।

ଜଣେ ଶିକ୍ଷକ ଭାବେ, ଯଦି ଆପଣ ଆପଣଙ୍କ ଶିକ୍ଷାର୍ଥୀଙ୍କର ସର୍ବୋତ୍ତମ ବିକାଶ କରାଇ ପାରିବେ ତେବେ ଆପଣ ଉପରୋକ୍ତ ଗଣ୍ଠରୋଟି ଦିଗକୁ ପ୍ରତି ପାଠରେ ହାସଲ କରିପାରିବେ । ତେଣୁ ମୂଲ୍ୟାୟନ, ପଢ଼ାଇବା ପୂର୍ବରୁ, ପଢ଼ାଇବା ବେଳେ ଓ ପଢ଼ାଇବା ପରେ କରାଯାଇପାରିବ:

  • ଶିକ୍ଷାଦାନ ପୂର୍ବରୁ ପାଠପଢ଼ା ପୂର୍ବରୁ ଶିକ୍ଷାର୍ଥୀମାନେ କ'ଣ ଜାଣିଛନ୍ତି ଓ କ'ଣ କରିପାରିବେ ତାହା ଚିହ୍ନଟ କରିବାରେ

ଶିକ୍ଷାଦାନ ଆରମ୍ଭରେ ମୂଲ୍ୟାୟନ, ଆପଣଙ୍କୁ ସାହାଯ୍ୟ କରିପାରିବ । ଏହା ସର୍ବନିମ୍ନ ସୀମା ସ୍ଥିର କରେ ଓ ଆପଣଙ୍କ ଶିକ୍ଷାଦାନ

ଯୋଜନା କରିବା ପାଇଁ ଆପଣଙ୍କୁ ପାଠ ଆରମ୍ଭ କରିବାର ସୀମା ଜଣାଏ । ଆପଣଙ୍କର ଶିକ୍ଷାର୍ଥୀ କ'ଣ ଜାଣିଛନ୍ତି ତା ବିଷୟରେ ଆପଣଙ୍କ ବୋଧଗମ୍ୟତା ବଢ଼ିବା ଫଳରେ ଆପଣଙ୍କ ଶିକ୍ଷାର୍ଥୀ ଯାହା ଆୟତ କରିସାରିଛନ୍ତି ତାକୁ ପୁଣିଥରେ ପଢ଼ାଇବା ବା ଏପର୍ଯ୍ୟନ୍ତ ଆୟତ କରି ନ ଥୁବା ବିଷୟଗୁଡ଼ିକୁ ଛାଡ଼ି ଦେବାର ତାର ସୁଯୋଗ କମ୍ କରିଥାଏ ।

  • ଶିକ୍ଷାଦାନ ମଝିରେ : ଶ୍ରେଣୀ ଗୃହ ଶିକ୍ଷାଦାନ ସମୟରେ ମୂଲ୍ୟୟନ କରିବା ଦ୍ବାରା ଶିକ୍ଷାର୍ଥୀମାନେ କିପରି ଶିଖୁଛନ୍ତି ଓ ଉନ୍ନତି କରୁଛନ୍ତି କି ନାହିଁ ଯାଞ୍ଚ କରିବାରେ ସାହାଯ୍ୟ କରେ । ଏହା ଆପଣଙ୍କ ଶିକ୍ଷାଦାନ ପଦ୍ଧତିରେ, ସମ୍ବଳରେ ଓ ଶିକ୍ଷଣକାର୍ଯ୍ୟରେ କିଛି ପରିବର୍ତନ କରିବାରେ ସାହାଯ୍ୟ କରିବ । ଶିକ୍ଷାର୍ଥୀମାନେ ପ୍ରତ୍ୟାଶିତ ଉଦ୍ଦେଶ୍ୟ ହାସଲ କରିବାକୁ କିପରି ଅଗ୍ରଗତି କରୁଛନ୍ତି ଓ ଆପଣଙ୍କର ଶିକ୍ଷାଦାନ କେତେଦୂର ଫଳପ୍ରଦ ହୋଇଛି ବୁଝିବାରେ ଏହା ଆପଣଙ୍କୁ ସାହାଯ୍ୟ କରିବ ।
  • ଶିକ୍ଷାଦାନ ପରେ: ଶିକ୍ଷାଦାନ ଶେଷ ହେବା ପରେ ହେଉଥୁବା ମୂଲ୍ୟାୟନ ଶିକ୍ଷାର୍ଥୀମାନେ କ’ଣ ଶିଖୁଛନ୍ତି ତାହା ସୁନିଶ୍ଚିତ କରେ ଏବଂ କିଏ ଶିଖୁଛି ଓ କାହାର ଏ ପର୍ଯ୍ୟନ୍ତ ସାହାଯ୍ୟ ଆବଶ୍ୟକ ତାହା ଆପଣଙ୍କୁ ଦର୍ଶାଇଥାଏ । ଏହା ଆପଣଙ୍କୁ ଆପଣଙ୍କର ଶିକ୍ଷାଦାନ ଲକ୍ଷ୍ୟଗୁଡ଼ିକର ସଫଳତା ମୂଲ୍ୟୟନ କରିବାରେ ଅନୁମତି ଦେଇଥାଏ ।
  • ଶିକ୍ଷାଦାନ ପୂର୍ବରୁ ଆପଣଙ୍କର ଶିକ୍ଷାର୍ଥୀ କ’ଣ ଶିଖୁବେ ସେ ବିଷୟରେ ସ୍ପଷ୍ଟ ହେବା : ଯେତେବେଳେ ଆପଣ ସ୍ଥିର କରନ୍ତି ଶିକ୍ଷାର୍ଥୀମାନେ ଗୋଟିଏ ପାଠରେ ବା ପାଠଗୁଡିକରେ କ’ଣ ପଢ଼ିବା ଦରକାର, ଆପଣ ସେମାନଙ୍କୁ ଏହା ଜଣାଇବା ଆବଶ୍ୟକ । ଶିକ୍ଷାର୍ଥୀମାନେ କ’ଣ ଶିଖିବେ ବୋଲି ଆଶା କରାଯାଏ ଓ ଆପଣ ତାଙ୍କୁ କ'ଣ ଶିଖୁବାକୁ କୁହନ୍ତି ଏ ଦ୍ଵୟ ମଧ୍ୟରେ ଯନ୍ତ୍ରର ସହ ପ୍ରଭେଦ କରନ୍ତୁ । ଏକ ମୁକ୍ତ ପ୍ରଶ୍ନ ପଟରନ୍ତୁ ଯାହା ଆପଣଙ୍କୁ ସେମାନେ ପ୍ରକୃତରେ ବୁଝିଛନ୍ତି କି ନାହିଁ ମୂଲ୍ୟାୟନ କରିବାର ସୁଯୋଗ ଦିଏ । ଉଦାହରଣ ସ୍ୱରୂପ :
  • ସବିତା, ଆଜି ତୁମେ କ'ଣ ଶିଖୁବ ବୋଲି ଭାବୁଛି ?
  • କିଏ ନିଜ ଭାଷାରେ ବୁଝାଇ ପାରିବ। ଆମେ କ’ଣ ଶିଖୁବାକୁଯାଉଛେ ଓ ଆଜି ଆମକୁ କ'ଣ କରିବାକୁ ପଡ଼ିବ ?
  • ତୁମେ ମତେ କିପରି ବିଶ୍ବାସ କରାଇବ ଯେ ମୁଁ ବର୍ତମାନ ଯାହା କହିଲି ତାହା ତୁମେ ବୁଝିପାରିଛି ?

ଶିକ୍ଷାର୍ଥୀଙ୍କୁ ଉତ୍ତର ଦେବା ପୂର୍ବରୁ ଚିନ୍ତା କରିବା ପାଇଁ କିଛି ସମୟ ଦିଅନ୍ତୁ, ବା ପ୍ରାୟତଃ ପ୍ରଥମେ ଶିକ୍ଷାର୍ଥୀଙ୍କୁ ସେମାନଙ୍କର ଉତ୍ତର ଯୋଡ଼ିରେ ବା ଛୋଟ ଦଳରେ ଆଲୋଚନା କରିବାକୁ କୁହନ୍ତୁ । ଯେତେବେଳେ ସେମାନେ ତାଙ୍କର ଉତ୍ତର ଆପଣଙ୍କୁ କହିବେ ସେତେବେଳେ ଆପଣ ଜାଣିପାରିବେ ସେମାନେ ଯାହା ଶିଖୁବା । କଥା ତାହା ସେମାନେ ବୁଝିଛନ୍ତି କି ନାହିଁ ।

ପୂର୍ବରୁ : ଶିକ୍ଷାର୍ଥୀମାନେ ଶିକ୍ଷଣରେ ବର୍ତମାନର ସ୍ଥିତି ଜାଣିବା

ଆପଣଙ୍କ ଶିକ୍ଷାର୍ଥୀଙ୍କୁ ଉନ୍ନତି କରିବାରେ ସାହାଯ୍ୟ କରିବା ପାଇଁ ଉଭୟ ଆପଣ ଓ ସେମାନେ ତାଙ୍କର ଜ୍ଞାନ ଓ ବୋଧଗ୍ୟତାର ବର୍ତମାନ୍ ସ୍ଥିତି ଜାଣିବା ଉଚିତ । ଥରେ ଆପଣ ସେମାନଙ୍କ ସହ ପ୍ରତ୍ଯାଶିତ ଶିକ୍ଷଣ ଲକ୍ଷ୍ୟ ବା ଉଦ୍ଦେଶ୍ୟ ବିନିମୟ କରିସାରିଲେ, ଆପଣ ନିମ୍ନଲିଖୁତ ଗୁଡ଼ିକ କରିପାରିବେ:

  • ଗୋଟିଏ ମାନସ ଚିତ୍ର ବା ସେଇ ପ୍ରସଙ୍ଗ ବିଷୟରେ ସେମାନେ ଯାହା ଜାଣିଛନ୍ତି ତାର ତାଲିକା କରିବା ପାଇଁ ଶିକ୍ଷାର୍ଥୀଙ୍କୁ ଯୋଡ଼ିରେ କାମ କରିବାକୁ କୁହନ୍ତୁ, ସେମାନଙ୍କୁ ଏହାକୁ ଶେଷ କରିବା ପାଇଁ ଯଥେଷ୍ଟ ସମୟ ଦିଅନ୍ତୁ କିନ୍ତୁ ଯେଉଁମାନଙ୍କର ଅଳ୍ପ କିଛି ଧାରଣା ଅଛି ସେମାନଙ୍କୁ ଅତ୍ୟାଧୁକ ସମୟ ଦିଅନ୍ତୁ ନାହିଁ । ତା ପରେ ଆପଣ ସେଇ ମାନସ ଚିତ୍ର ବା ତାଲିକାଗୁଡ଼ିକୁ ସମୀକ୍ଷା କରନ୍ତୁ ।
  • ବୋର୍ଡ଼ରେ ଗୁରୁତ୍ବପୂର୍ଣ୍ଣ ଶବ୍ଦକୋଷ ଲେଖନ୍ତୁ ଓ ପ୍ରତ୍ୟେକ ଶବ୍ଦ ବିଷୟରେ କିଏ କ'ଣ ଜାଣିଛନ୍ତି ସେ ଛାକୃତ ଭାବେ କହିବାକୁ କୁହନ୍ତୁ । ତାପରେ ଶ୍ରେଣୀର ଅବଶିଷ୍ଟ ଶିକ୍ଷାର୍ଥୀଙ୍କୁ ସେମାନେ ଯଦି ଶବ୍ଦଟି ବୁଝିଲେ। ତେବେ ବୁଢ଼ା ଆଙ୍ଗୁଠି ଉପରକୁ ଉଠାଇବାକୁ, ଯଦି ସେମାନଙ୍କୁ ବହୁତ କମ୍ ବା କିଛି ନ ବୁଝିଲେ। ତେବେ ବୁଢ଼ାଆଙ୍ଗୁଠି ତଳକୁ ଓ ସେମାନେ ଯଦି କିଛି କିଛି ବୁଝିଛନ୍ତି ତେବେ ବୁଢ଼ାଆଙ୍ଗୁଠି, ସମାନ୍ତର କରିବାକୁ କୁହନ୍ତୁ ।

କେଉଁଠୁ ଆରମ୍ଭ କରିବେ ଜାଣିବାର ଅର୍ଥ ହେଉଛି ଯେଉଁ ପାଠଗୁଡ଼ିକ ଆପଣଙ୍କ ଶିକ୍ଷାର୍ଥୀଙ୍କ ପାଇଁ ଉପଯୋଗୀ ଓ ଗଠନମୂଳକ ହେବ ସେଗୁଡିକୁ ଆପଣ ଯୋଜନା କରିପାରିବେ । ଏହା ମଧ୍ୟ ଜରୁରୀ ଯେ ଆପଣଙ୍କ ଶିକ୍ଷାର୍ଥୀମାନେ ସେମାନେ କେତେ ଭଲରେ ଶିଖୁଛନ୍ତି ତାର ମୂଲ୍ୟୟନ କରିବାରେ ସକ୍ଷମ ହେବେ । ଯାହା ଫଳରେ ଉଭୟ ସେମାନେ ଓ ଆପଣ ତାପରେ କ’ଣ ଶିଖୁବା ଆବଶ୍ୟକ ତାହା ଜାଣିପାରିବେ । ଆପଣଙ୍କର ଶିକ୍ଷାର୍ଥୀଙ୍କୁ ସେମାନଙ୍କର ନିଜ ଶିକ୍ଷଣର ଦାୟିତ୍ବ ନେବାର ସୁଯୋଗ ଯୋଗାଇବା ଫଳରେ ଏହା ସେମାନଙ୍କୁ ସାରା ଜୀବନ ଶିକ୍ଷାର୍ଥୀ ହେବାରେ ସହାୟକ ହେବ ।

ଶିକ୍ଷାଦାନ ମଝିରେ : ଶିକ୍ଷାର୍ଥୀଙ୍କର ଶିକ୍ଷଣରେ ପ୍ରଗତି ସୁନିଶ୍ଚିତ କରିବା

ଯେତେବେଳେ ଆପଣ ଶିକ୍ଷାର୍ଥୀଙ୍କୁ ସେମାନଙ୍କର ବର୍ତମାନର ପ୍ରଗତି ବିଷୟରେ କହନ୍ତି, ସେମାନେ ଆପଣଙ୍କର ମତାମତକୁ ଉଭୟ ଦରକାରୀ ଓ ଗଠନମୂଳକ ବୋଲି ଯେପରି ଜାଣିବେ ତାହା ନିଶ୍ଚିତ କରନ୍ତୁ । ଏହିପରି କରନ୍ତୁ:

  • ଶିକ୍ଷାର୍ଥୀଙ୍କୁ ସେମାନଙ୍କର ସାମର୍ଥୀ ଜାଣିବାରେ ଓ ସେମାନେ ଆଗକୁ କିପରି ଉନ୍ନତି କରିବେ ସେଥୁରେ ସାହାଯ୍ୟ  କରନ୍ତୁ ।
  • କେଉଁ ଦିଗରେ ଅଧିକ ବିକାଶ ହେବାର ଆବଶ୍ୟକତା ଅଛି ତାହା ସ୍ପଷ୍ଟ କରନ୍ତୁ ।
  • ଆପଣଙ୍କ ଉପଦେଶକୁ ସେମାନେ ବୁଝି ଓ ଅନୁଭବ କରି କାମରେ ଲଗାଇବାକୁ ସକ୍ଷମ ହୋଇଛନ୍ତି କି ନାହିଁ ଯାଞ୍ଚ କରି ସେମାନେ ତାଙ୍କର ଶିକ୍ଷଣର କିପରି ବିକାଶ କରିବେ ସେ ବିଷୟରେ ସକାରାମୁକା ହୁଅନ୍ତୁ ।

ଆପଣଙ୍କର ଶିକ୍ଷାର୍ଥୀମାନେ ତାଙ୍କର ଶିକ୍ଷଣର ଉନ୍ନତି କରିବା ପାଇଁ ଆପଣ ମଧ୍ୟ ତାଙ୍କୁ ସୁଯୋଗ ଯୋଗାଇବା ଆବଶ୍ୟକ । ଏହାର ଅର୍ଥ ହେଲା ଯେ, ଆପଣଙ୍କ ଶିକ୍ଷାର୍ଥୀମାନେ ତାଙ୍କର ଶିକ୍ଷଣର ବର୍ତମାନର ସ୍ଥିତି ଓ ଆପଣ ତାଙ୍କୁ କଣ ଶିଖାଇବାକୁ ଇଚ୍ଛା କରୁଛନ୍ତି ଏ ଉଭୟ ମଧ୍ୟରେ ତାରତମ୍ୟାକୁ କମ୍ କରିବା ପାଇଁ ଆପଣ ଆପଣଙ୍କର ପାଠ୍ୟ ଯୋଜନାରେ ପରିବର୍ତନ କରିପାରନ୍ତି । ଏହା କରିବା ପାଇଁ ଆପଣଙ୍କୁ ଆବଶ୍ୟକ ହୋଇପାରେ:

ସେମାନେ ଆଗରୁ ଜାଣିଛନ୍ତି ବୋଲି ଆପଣ ଭାବିଥୁବା କାର୍ଯ୍ୟଗୁଡ଼ିକୁ ପୁର୍ନିବାର କରାନ୍ତୁ ।

ସେମାନଙ୍କୁ ଭିନ୍ନ ଭିନ୍ନ କାର୍ଯ୍ୟ କରିବାକୁ ଦେଇ ଆବଶ୍ୟକତା ଅନୁଯାୟୀ ଶିକ୍ଷାର୍ଥୀଙ୍କୁ ଦଳରେ ଭାଗ କରନ୍ତୁ ।

ବହୁତ ଗୁଡ଼ିଏ ସମ୍ବଳ ଭିତରୁ କେଉଁଗୁଡ଼ିକ ସେମାନେ ପଢ଼ିବା ଉଚିତ ଶିକ୍ଷାର୍ଥୀଙ୍କୁ ନିଜ ପାଇଁ ସ୍ଥିର କରିବାକୁ ଉତ୍ସାହିତ କରନ୍ତୁ, ଯାହାଫଳରେ ସେମାନେ ନିଜର ଅଭାବକୁ ପୂରଣ କରିପାରିବେ ।

• “ଅନ୍ଧରେ ପ୍ରବେଶ, ସର୍ବୋଚ୍ଚ ସୀମା ଲାଭ ” କାର୍ଯ୍ୟ ବ୍ୟବହାର କରନ୍ତୁ ଯେମିତିକି ସବୁ ଶିକ୍ଷାର୍ଥୀ ପ୍ରଗତି କରିପାରିବେ – ଏଗୁଡ଼ିକ ଏପରି ତିଆରି ହୋଇଛି ଯେ ସବୁ ଶିକ୍ଷାର୍ଥୀ କାର୍ଯ୍ୟଟିକୁ ଆରମ୍ଭ କରିପାରିବେ କିନ୍ତୁ ଅଧୁକ ମେଧାବୀ ଶିକ୍ଷାର୍ଥୀଙ୍କ ପାଇଁ ବାଧା ସୃଷ୍ଟି କରାଯିବ ନାହିଁ ଓ ସେମାନେ ସେମାନଙ୍କର ଶିକ୍ଷଣକୁ ଆଗକୁ ବଢ଼ାଇପାରିବେ ।

ପାଠଗୁଡ଼ିକର ବେଗ କମାଇ, ପ୍ରାୟତଃ ଆପଣ ଶିକ୍ଷଣକୁ ତ୍ବଚିତ କରିପାରିବେ କାରଣ ଆପଣ ଶିକ୍ଷାର୍ଥୀଙ୍କୁ ଉନ୍ନତି କରିବା ପାଇଁ ସେମାନେ କ’ଣ କରିବା ଆବଶ୍ୟକ ତାହା ଚିନ୍ତା କରିବା ପାଇଁ ଓ ବୁଝିବା ପାଇଁ ସମୟ ଓ ଭରସା ଦିଅନ୍ତି । ଶିକ୍ଷାର୍ଥୀଙ୍କୁ ସେମାନଙ୍କ କାମ ବିଷୟରେ ପରସ୍ପର ସହ କଥାବାର୍ତ୍ତା କରିବାକୁ ଓ କେଉଁଠି ଅସୁବିଧା ରହୁଛି ଓ ତାଙ୍କୁ କିପରି ଦୂର କରାଯାଇ ପାରିବ ତାର ଚିନ୍ତନ କରିବାର ଅନୁମତି ଦେଇ ସେମାନଙ୍କ ନିଜର ମୂଲ୍ୟୟନ ପାଇଁ ଆପଣ ସେମାନଙ୍କୁ ବହୁତ ଉପାୟ ଯୋଗାନ୍ତି ।

ପରେ : ପ୍ରମାଣ ସଂଗ୍ରହ ଓ ବାଖ୍ୟା କରିବା ଏବଂ ଆଗକୁ ଯୋଜନା କରିବା

ଯେତେବେଳେ ଶିକ୍ଷାଦାନ – ଶିକ୍ଷଣ ଗୋଲିଥୁବ ଏବଂ ଏକ ଶ୍ରେଣୀକାର୍ଯ୍ୟ ବା ଗୃହକାର୍ଯ୍ୟ ସ୍ଥିର କରିବା ପରେ ଏହା ଜରୁରୀ ଅଟେ:

  • ଆପଣଙ୍କ ଶିକ୍ଷାର୍ଥୀମାନେ କେତେ ଭଲ କରୁଛନ୍ତି ଜାଣିବା
  • ଆପଣଙ୍କର ପରବର୍ତୀ ପାଠ ଯୋଜନାକୁ ଜଣାଇବା ପାଇଁ ଏହାକୁ ବ୍ୟବହାର କରିବା
  • ଶିକ୍ଷାର୍ଥୀଙ୍କ ପ୍ରତିପୁଷ୍ଟି (feedback) ଦେବା ।

ମୂଲ୍ୟାୟନର ଟରୋଟି ମୁଖ୍ୟ ଅବସ୍ଥା ନିମ୍ନରେ ବର୍ଣ୍ଣନା କରାଗଲା ।

ତଥ୍ୟ ବା ପ୍ରମାଣ ସଂଗ୍ରହ କରିବା

ପ୍ରତ୍ୟେକ ଶିକ୍ଷାର୍ଥୀ ତାଙ୍କର ନିଜସ୍ଵ ବେଗ ଓ ଶୈଳୀରେ, ଉଭୟ ବିଦ୍ୟାଳୟ ଭିତରେ ଓ ବାହାରେ ଭିନ୍ନ ଭିନ୍ନ ଉପାୟରେ ଶିଖନ୍ତି । ତେଣୁ ଶିକ୍ଷାର୍ଥୀଙ୍କୁ ମୂଲ୍ୟୟନ କଲାବେଳେ ଆପଣଙ୍କୁ ଦୁଇଟି ଦିଗ ପ୍ରତି ଧ୍ୟାନ ଦେବାକୁ ହେବ:

  • ବହୁତ ଗୁଡ଼ିଏ ଉତ୍ସ ଯଥା- ଆପଣଙ୍କ ନିଜ ଅଭିଜ୍ଞତାରୁ, ଶିକ୍ଷାର୍ଥୀ, ଅନ୍ୟ ଶିକ୍ଷାର୍ଥୀ, ଅନ୍ୟ ଶିକ୍ଷକ, ଅଭିଭାବକ ଓ ଗୋଷ୍ଠୀ ସଦସ୍ୟଙ୍କ ଠାରୁ ତଥ୍ୟ ସଂଗ୍ରହ କରନ୍ତୁ ।
  • ଶିକ୍ଷାର୍ଥୀଙ୍କୁ ବ୍ୟକ୍ତିଗତ ଭାବେ, ଯୋଡ଼ିରେ ଓ ଦଳରେ ମୂଲ୍ୟୟନ କରନ୍ତୁ ଓ ସ୍ତ୍ର-ମୂଲ୍ୟୟନକୁ ପ୍ରୋତ୍ସାହିତ କରନ୍ତୁ । ବହୁତ ଗୁଡ଼ିଏ ପଦ୍ଧତିର ବ୍ୟବହାର ଜରୁରୀ ଅଟେ କାରଣ ଆପଣ ଆବଶ୍ୟକ କରୁଥୁବା ସମସ୍ତ ତଥ୍ୟ କୌଣସି ଗୋଟିଏ ପଦ୍ଧତି ଯୋଗାଇ ପାରିବ ନାହିଁ । ପର୍ଯ୍ୟବେକ୍ଷଣ କରିବା, ଶୁଣିବା, ପ୍ରସଙ୍ଗ ଓ ଆଲୋଚ୍ଯ ବିଷୟ ଆଲୋଚନା କରିବା ଏବଂ ଲିଖୁତ ଶ୍ରେଣୀକାର୍ଯ୍ୟ ଓ ଗୃହକାର୍ଯ୍ୟର ସମୀକ୍ଷା କରିବା ଇତ୍ୟାଦି ଶିକ୍ଷାର୍ଥୀଙ୍କ ଶିକ୍ଷଣ ଓ ପ୍ରଗତି ବିଷୟରେ ତଥ୍ୟ ସଂଗ୍ରହର ବିଭିନ୍ନ ଉପାୟ ଅଟେ |

ଲିପିବଦ୍ଧ କରିବା

ଭାରତର ସମସ୍ତ ବିଦ୍ୟାଳୟରେ ଲିପିବଦ୍ଧର ସାଧାରଣ ରୂପ ହେଉଛି ପ୍ରଗତି ପତ୍ରର ବ୍ୟବହାର, କିନ୍ତୁ ଏହା ଆପଣଙ୍କୁ ଶିକ୍ଷାର୍ଥୀର ଶିକ୍ଷଣ ଓ ବ୍ୟବହାରର ସମସ୍ତ ଦିଗକୁ ରେକର୍ଡ଼ କରିବାର ଅନୁମତି ଦେଇ ନ ପାରେ । ଏହା କରିବାର କେତେକ ସହଜ ଉପାୟ ଗୁଡ଼ିକ ଅଛି ଯାହା ଆପଣ ବିଗ୍ର କରିପାରନ୍ତି, ଯେପରିକି :

  • ଶିକ୍ଷାଦାନ-ଶିକ୍ଷଣ ଗୋଲିଥୁବା ବେଳେ ଏକ ଡାଇରୀ ନେବାଟ ଖାତା ରେଜିଷ୍ଟରରେ ଆପଣ କ'ଣ ପର୍ଯ୍ୟବେକ୍ଷଣ କଲେ ଲେଖୁରଖୁବା ।
  • ଶିକ୍ଷାର୍ଥୀଙ୍କର କାର୍ଯ୍ୟର ନମୂନା (ଲିଖୁତ, କଳା, ହସ୍ତକଳା, ପ୍ରୋଜେକ୍ଟ, କବିତା ଇତ୍ଯାଦି) ରୁ କୃତୀ ମୂଲ୍ୟୟନ କରିବା ।
  • ପ୍ରତି ଶିକ୍ଷାର୍ଥୀଙ୍କର ଏକ ବ୍ୟକ୍ତିଗତ ବିବରଣୀ ଫର୍ଦ (Profile) ପ୍ରସ୍ତୁତ କରିବା ।
  • ଯେ କୌଣସି ଅସ୍ଵାଭାବିକ ଘଟଣା, ପରିବର୍ତନ, ସମସ୍ୟା, ସାୟବ୍ୟ ଓ ଶିକ୍ଷାର୍ଥୀଙ୍କ ଶିକ୍ଷଣ ସମ୍ବନ୍ଧୀୟ ପ୍ରାମାଣିକ ତଥ୍ୟ ଲେଖୁରଖୁବା ।

ପ୍ରମାଣକୁ ବ୍ୟାଖ୍ୟା କରିବା

  • ଥରେ ତଥ୍ୟ ଓ ପ୍ରମାଣ ସଂଗୃହୀତ ଓ ରେକର୍ଡ଼ ହୋଇସାରିବା ପରେ, ପ୍ରତି ଶିକ୍ଷାର୍ଥୀ କିପରି ଶିଖୁଛନ୍ତି ଓ ପ୍ରଗତି କରୁଛନ୍ତି ତାହା ବୁଝିବା ପାଇଁ ଏହାକୁ ବାଖ୍ୟା କରିବା ଜରୁରୀ । ଏହା ଧାନର ସହ ଚିନ୍ତନ ଓ ବିଶ୍ଳେଷଣ ଆବଶ୍ୟକ କରେ । ଆପଣ ତା ପରେ ଅନୁସନ୍ଧାରେ ଶିକ୍ଷଣର ଉନ୍ନତି ପାଇଁ ଆପଣଙ୍କର ଅନୁସନ୍ଧାନର ଫଳାଫଳ ଉପରେ କାମ କରିବା ଆବଶ୍ୟକ କରିପାରନ୍ତି । ଏହା ଶିକ୍ଷାର୍ଥୀଙ୍କୁ ପ୍ରତିପୁଷ୍ଟି ଫଳପ୍ରଦ ପ୍ରକଳ୍ପ କାର୍ଯ୍ୟ: ଶକ୍ତିର ଉତ୍ସ (feedback) ଦେବାରେ ବା ନୂତନ ସମ୍ବଳ ଖୋଜିବାରେ ବା ଦଳଗୁଡ଼ିକ ପୁର୍ନଗଠନ କରିବାରେ ବା ଏକ ଶିକ୍ଷଣ ସୂଚନା ପୁନରାବୃତ୍ତି କରିବାରେ ହୋଇପାରେ ।

ଉନ୍ନତି ପାଇଁ ଯୋଜନା କରିବା

ମୂଲ୍ୟାୟନ ପ୍ରତି ଶିକ୍ଷାର୍ଥୀକୁ ଅର୍ଥପୂର୍ଣ୍ଣ ଶିକ୍ଷଣ ସୁଯୋଗ ଯୋଗାଇବା ପାଇଁ ଆପଣଙ୍କୁ ସାହାଯ୍ୟ କରିପାରିବ । ନିର୍ଦ୍ଦିଷ୍ଟ ବା ଭିନ୍ନ ଭିନ୍ନ ଶିକ୍ଷଣକାର୍ଯ୍ୟ ସଂଗଠିତ କରି, ଯେଉଁ ଶିକ୍ଷାର୍ଥୀଙ୍କର ଅଧୁକ ସାହାଯ୍ୟ ଆବଶ୍ୟକ ସେମାନଙ୍କୁ ଧାନ ଦେଇ ଓ ଯେଉଁ ଶିକ୍ଷାର୍ଥୀମାନେ ମେଧାବୀ ସେମାନଙ୍କୁ ଆହ୍ଲାନ କରି ଆପଣ ଏହା କରିପାରିବେ ।

ଆଧାର

"India.edu.in"
3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top