ହୋମ / ଶକ୍ତି / ଶକ୍ତି ଉତ୍ପାଦନ / ଶିଉଳିରୁ ଜୈବ ଇନ୍ଧନ ପ୍ରସ୍ତୁତ
ସେଆର କରନ୍ତୁ

ଶିଉଳିରୁ ଜୈବ ଇନ୍ଧନ ପ୍ରସ୍ତୁତ

ଶିଉଳିରୁ ଜୈବ ଇନ୍ଧନ ପ୍ରସ୍ତୁତର ସୂଚନା ।

ଶିଉଳି

ଏହି ଜଳଦ ଉଭିଦଟି ସମ୍ପର୍କରେ ଆମେ ସମସ୍ତେ ଊଣା ଅଧିକେ ପରିଚିତ ।  ଶିଉଳିର ବିଶେଷତ୍ଵ ହେଲା ଏହା ସରଳ,ପତ୍ରହରିତ, ଚେରକାଣ୍ଡ ବିହୀନ ଏବଂ ସ୍ଵଖାଦ୍ୟ ପ୍ରକ୍ରିୟା କରଣ କରିପାରୁଥିବା ଏକ ଜଳଦ ଉଦ୍ଭିଦ ଏବଂ ଏହା ଉଭୟ ମଧୁର ଓ ସମୁଦ୍ର ଜଳରେ ବଢିପାରେ ।  କେବଳ ଜଳ କାହିଁକି, ଶିଉଳିମାନେ ଅନ୍ୟ ପରିବେଶ ଯଥା- ପଥର, ମାଟି ଓ କାଠରେ ବି ବଢିପାରନ୍ତି ।  ଶିଉଳିର ଆକାରପ୍ରକାର ପରିବେଶ ଅନୁଯାୟୀ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ ।  ଶିଉଳିର ଗଠନଗତ ଆକାର ଏକକୋଷୀଠାରୁ ଆରମ୍ଭ କରି ବହୁକୋଷୀ ରୂପରେ ଦେଖାଯାଇଥାଏ। ଅନୁୟ ଶିଉଳି ଠାରୁ ଆରମ୍ଭ କରି ବଡ ଶିଉଳି ଆମ ପରିବେଶରେ ଦେଖିବାକୁ ମିଳିଥାଏ ।  କୌଣସି ବସ୍ତୁର ବାହାର ଭାଗର୍ରେ ମଡୁଥିବା ଶିଉଳିକୁ ବିଜ୍ଞାନଭାସରେ ଫିଟୋପ୍ଲାଙ୍କଟନ କୁହାଯାଏ ।  ଏହି ଉଦ୍ଭିଦର କାଣ୍ଡ ସହଜରେ ଦେଖାଯାଉ ନଥିଲେ ମଧ୍ୟ ଏଥିରେ ଜୀବକୋଷ ମହାଯୁତ ହୋଇ ରହିଥାଏ ।  ରଙ୍ଗ ଓ ଗଠନଗତ ବୈଶିଷ୍ଟ୍ୟ ଦ୍ରୁଷ୍ଟିରୁ ଶିଉଳି ଭିନ୍ନ ଭିନ୍ନ ହୋଇଥାଏ ।

ଶିଉଳି ର ଉପକାରିତା

ଶିଉଳି  କେବଳ ଏକ ଜଳଦ ଉଦ୍ଭିଦ ନୁହେଁ, ବିଭିନ୍ନ ବାଟରେ ହା ଯେ ମଣିଷର ଉପକାରରେ ଆସିଥାଏ, ଯାହା ଅନେକେ ଜାଣନ୍ତି ନାହିଁ ।  ଶିଉଳି ତାର ଭାଶ୍ଲେଶଣ ପ୍ରକ୍ରିୟା ସମୟରେ ପୃଥିବୀର ବାୟୁମଣ୍ଡଳରୁ ଅଧାରୁ ଅଧିକ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରିଥାଏ ଏବଂ ସେହି ପରିମାଣରେ ଆମ ପାଇଁ ଉପଯୋଗୀ ଅମ୍ଳଜାନ ଗ୍ୟାସ ପସ୍ତୁତ କରିଥାଏ । ଭଶ୍ଲେଷଣ  ପ୍ରାରକୀୟା ସବୁଠୁ ଅଧିକ କରୁଥିବାରୁ ଶିଉଳି ଅନ୍ୟ ଉଦ୍ଭିଦଠାରୁ ସହଜରେ ବାରି ହୋଇପଡେ । ସମସ୍ତ ଜଳଯ ପ୍ରାଣୀର ଖାଦ୍ୟଚକ୍ରରେ ଏକ ପ୍ରାଥମିକ ଶକ୍ତିର ଉପାଦାନ ଭାବରେ ଶିଉଳିର ସର୍ବଶକ୍ତିସଂପୂର୍ଣ୍ଣ ଗୁରୁତ୍ଵ ରହିଛି । ଶିଉଳିର ଅନେକ କାର୍ଯ୍ୟକାରୀ ଦିଗ ରହିଛି ।  ଏହା ଖାଦ୍ୟ, ଗବେଷଣାର ଜୈବ ଉପାଦାନ ଭାବେ ମଧ୍ୟ ବ୍ୟବହୃତ ହୋଇଥାଏ  ।

ବିଶ୍ଵର ସମୂହ ଶକ୍ତି ଆବଶ୍ୟକତା ସତୁରୀ ପ୍ରତିଶତ ଇନ୍ଧନ ତୈଳ ଦ୍ଵାରା ମେଣ୍ଟାଯାଇଥାଏ ।  ବିଶେଷ କରି ପରିବହନ, ଶିଳ୍ପ କ୍ଷେତ୍ରରେ ସାମଗ୍ରୀ ଉତ୍ପାଦନ ଓ ଘରୋଇ ଜାଳେଣୀ କ୍ଷେତ୍ରରେ ଇନ୍ଧନ ତୈଳର ଆବଶ୍ୟକତା ପଡିଥାଏ । ଯାହା ଆସା କରାଯାଉଛି, ୨୦୩୦ ବେଳକୁ ବର୍ତ୍ତମାନ ଠାରୁ  ଆହୁରି ୬୦ ପ୍ରତିଶତ ଅଧିକ ଶକ୍ତି ବିଶ୍ଵ ପାଇଁ ଆବଶ୍ୟକ ପଡିବ ।  ଏହି ଶକ୍ତିର ଆବଶ୍ୟକତା ସହ ତାଳ ମିଳାଇଲେ ଭବିଷ୍ୟତରେ ସେହି ପରିମାଣରରେ ପରିବେଶ ନଷ୍ଟ ହେବାର ମଧ୍ୟ ଆଶଙ୍କା ରହିଛି  । ଭରତ, ଚାଇନା ଭଳି ବିକାଶୋନ୍ମୋଖି ରାଷ୍ଟ୍ରର ପରିବର୍ଦ୍ଧିତ ଅର୍ଥନୀତି ସହ ତାଳ ଦେଇ ଏହି ଶକ୍ତିର ଆବଶ୍ୟକତା ହାର  ୪୫ ପ୍ରତିଶତରେ ପହଞ୍ଚିବ ବୋଲି ଜଣାପଡିଛି  ।

ପରିବହନ କ୍ଷେତ୍ରରେ ଜୀବାଶ୍ମ ଇନ୍ଧନର ବ୍ୟବହାର ଆଗାମୀ ଦିନରେ କେବଳ ଯେ ପାନୁପଯୋଗୀ ହେବ ତାହାନୁହେଁ, ଏଥିସହିତ କାର୍ବନ ଡାଇଆକ୍ସାଇଡ  ଗ୍ୟାସ ନିର୍ଗମନ ଅଧିକରୁ ଅଧିକ ପରିମାଣରେ ହେବ ।  ତେଣୁ ସ୍ଵଚ୍ଚ ଓ ନବୀକରଣ କ୍ଷମ ଶକ୍ତି ଉତ୍ସର ସନ୍ଧାନ ବର୍ତମାନ ବିଶ୍ଵ  ଆଗରେ ଏକ ବଡ ଆହ୍ଵାନ ହୋଇ ଠିଆ ହୋଇଛି  ।  ଏହି ନବୀକରଣକ୍ଷମ ଶକ୍ତି ସହ ବିଶ୍ଵର ଅର୍ଥନୈତିକ ବିକାଶ, ସ୍ଥିରତା ଓ ଗୁଣାତ୍ମକ ଜୀବନ ମଧ୍ୟ ନିର୍ଭର କରୁଛି  । ସୁତରାଂ ଏପରି ଏକ ବିକଳ୍ପ ଶକ୍ତି ଉତ୍ସ ଦରକାର, ଯାହା ନବୀକରଣକ୍ଷମ ହୋଇଥିବ ଓ ଯାହାର ନିମ୍ନ ଅଙ୍ଗାରକାମ୍ଳ ନିର୍ଗମନ କ୍ଷମତା ରହିଥିବ ।

ବିଶ୍ଵର ଶକ୍ତି ସଙ୍କଟ ପରିପ୍ରେକ୍ଷୀରେ ଆମ ପରିବେଶରେ ପର୍ଯ୍ୟାପ୍ତ ଭାବେ ମିଳୁଥିବା ବିଭିନ୍ନ ଜୈବ ପଦାର୍ଥରୁ କିପରି ନବୀକରଣକ୍ଷମ ଇନ୍ଧନ ଉତ୍ପାଦନ କରାଯାଇପାରିବ, ସେଥିପ୍ରତି ଆମକୁ ଦ୍ରୁଷ୍ଟି ଦେବାକୁ ହେବ  ।  ଜୈବ ଇନ୍ଧନ ବିଶ୍ଵର ଶକ୍ତି ଆବଶ୍ୟକତାକୁ ମେଣ୍ଟାଇବା ସହ ଆମ ଆଗରେ ନୂଆ ଦିଗନ୍ତ ମାନ ଉନ୍ମୋଚନ କରିବାରେ ସହାୟକ ହୋଇପାରିବ ।  ଏଥିସହିତ ଜୀବାଶ୍ମ ଇନ୍ଧନର ସ୍ଥାନ ଗ୍ରହଣ କରିବା ସହ ଅଙ୍ଗାରକାମ୍ଳ ଜନିତ ପରିବେଶ ପ୍ରଦୂଷଣକୁ ରୋକିପାରିବ । କେବଳ ସେତିକି ନୁହେଁ, ଜୈବ ଇନ୍ଧନ ସବୁଜ ଘର ପ୍ରଭାବକୁ ହ୍ରାସ କରିବା ସହ ପରିବହନ କ୍ଷେତ୍ରରେ ବ୍ୟବହୃତ ଇନ୍ଧନକୁ ଅଙ୍ଗାରକାମ୍ଳ ଗ୍ୟାସ ମୁକ୍ତ କରିପାରିବ ଏବଂ ଶକ୍ତି ଯୋଗାଣ ସୁରକ୍ଷାକୁ ପରିବର୍ଦ୍ଧିତ କରିପାରିବ।

ଜୈବ ଇନ୍ଧନ ମଧ୍ୟରେ ଜୈବ ଡିଜେଲ ଓ ଜୈବ ଇଥାନଲ ସାଧାରଣତଃ ଅଧିକ ଗୁରୁତ୍ଵ ରଖୁଛି । କାରଣ ଏହି ଇନ୍ଧନଗୁଡିକ କାର୍ବନ ମନୋକ୍ସାଇଡ,ସେଦାକସ, ନୋକର୍ସ ଓ ହାଇଡ୍ରୋକାର୍ବନର ମାରାତ୍ମକ ପ୍ରଭାବକୁ ହ୍ରାସ କରି ପରିବେଶକୁ ସଫଳ ପ୍ରଦାନ କରିଥାଏ ।

ଜୈବ ଇନ୍ଧନ ପ୍ରସ୍ତୁତ

ଶିଉଳିରୁ ପ୍ରସ୍ତୁତ ଇନ୍ଧନ ଶିଉଳି ଜୈବ ଇନ୍ଧନ ପ୍ରକୃତି ବିକଳ୍ପ ଅଟେ । ଯାହାର ମୂଳଉତ୍ସ ହେଉଛି ପ୍ରକୃତି କୋଳରେ ଗଚ୍ଛିତ ରହିଥିବା ଶିଉଳି ଜଳଦ ଉଦ୍ଭିଦ ।  ସୁଖର କଥା, ସରକାରୀ ସଂସ୍ଥା ଓ ବିଭିନ୍ନ ଘରୋଇ ସଂଗଠନ  ଶିଉଳିରୁ ଜୈବ ଇନ୍ଧନ ଉତ୍ପାଦନ ଓ ବ୍ୟାବସାୟିକ ସୁଲଭତା ପାଇଁ ପ୍ରୟାସ କରିଦେଇଛନ୍ତି ।  ଜୀବାଶ୍ମ ଇନ୍ଧନ ପରି ଶିଉଳି ଦ୍ଵାରା ଗ୍ରହଣକ୍ଷମ ହେଉଥିବାରୁ ବାୟୁମଣ୍ଡଳରେ ଏହାର କୌଣସି କୁପ୍ରଭାବ ନାହିଁ  । ସତୁରୀ ଦଶକର ମଧ୍ୟଭାଗରୁ ସୃଷ୍ଟି ହୋଇଥିବା ତୈଳ ସଙ୍କଟରୁ ଟାଳିବା ପାଇଁ ବିଶ୍ଵ ସମୁଦାୟରେ ନିୟତ ବିକଳ୍ପ ଶକ୍ତି ଉତ୍ସର ସନ୍ଧାନ ପ୍ରକ୍ରିୟା ଚାଲିଛି । ଯେଉଁ ବିକଳ୍ପ ଇନ୍ଧନ କି ପେଟ୍ରୋଲିଆମର ସ୍ଥାନ ଗ୍ରହଣ କରିପାରିବ । ବିଶ୍ଵସ୍ତରରେ ହୀୟ ସମସ୍ୟା ସବୁବେଳେ ଏକ ଉଷ୍ମ ପ୍ରସଙ୍ଗ ହୋଇ ରହିଛି  ।  ବିଭିନ୍ନ ବିକଳ୍ପ ଶକ୍ତି ଉତ୍ସର ପରୀକ୍ଷା ନିରୀକ୍ଷା ପରେ ଏଇ କିଛି ବର୍ଷହେଲା ଜୈବ ଡିଜେଲ ଉତ୍ପାଦନ ପ୍ରତି  ସମସ୍ତଙ୍କର ସ୍ଵତଃ ଆକର୍ଷଣ ପରିଲିଖିତ ହେଉଥିବା ଦେଖିବାକୁ ମିଳୁଛି ।  ପ୍ରଥମ ପିଢୀର ଜୈବ ଇନ୍ଧନ ମୁଖ୍ୟତଃ ତୈଳବୀଜ ଯଥା- ରେପିଡିଡ, ସୋୟାବିନ,ଓ ଜାଟ୍ରୋଫାରୁ ପ୍ରସ୍ତୁତ କରିବାରେ ବିଜ୍ଞାନୀମାନେ ସଫଳ ହୋଇଛନ୍ତି । ମାତ୍ର ଖାଦ୍ୟ ବା ତୈଳବୀଜ ଫସଲରୁ ଇନ୍ଧନ ପ୍ରସ୍ତୁତି କ୍ଷେତ୍ରରେ ସମସ୍ୟା  ହେଲା – ବିଶ୍ଵ ଖାଦ୍ୟବଜାର ଓ ଖାଦ୍ୟ ସୁରକ୍ଷା ଉପରେ ଏହାର ନକରାତ୍ମକ ପ୍ରଭାବ ପଡିବ । ଏହି ବିବାଦୀୟ ପରିସ୍ଥିତିରୁ ରକ୍ଷା ପାଇବାକୁ ହେଲେ ଆମକୁ ଦ୍ଵିତୀୟ ପିଢିର ଜୈବ ଇନ୍ଧନ ପ୍ରସ୍ତୁତି ଉପରେ ଦ୍ରୁଷ୍ଟି ନିବନ୍ଧ କରିବାକୁ ହେବ । ଏହି କ୍ରମରେ ଆମକୁ ଉଦ୍ଭିଦ, ଅନ୍ୟାନ୍ୟ ଫସଲ, ବିଭିନ୍ନ କୃଷିଜାତ ସାମଗ୍ରୀର,ଜଙ୍ଗଲଜାତ ଦ୍ରବ୍ୟ ର କାଠର ବର୍ଜ୍ୟ ଅଂଶରୁ ଜୈବ ଇନ୍ଧନ ପ୍ରସ୍ତୁତି ଉପରେ ଦ୍ରୁଷ୍ଟି ନିବନ୍ଧ କରିବାକୁ ପଡିବ।  ମାତ୍ର ପରିତାପର ବିଷୟ , ଜୈବ ଇନ୍ଧନ ପ୍ରସ୍ତୁତିର ଏହି ପଦ୍ଧତି ଅନେକ ଆଞ୍ଚଲରେ ଆଶାନୁରୂପକ ବ୍ୟାବସାୟିକ ଏସଟିଆରରେ ପହଞ୍ଚି ପାରିନାହିଁ  । ଏହି ପରିପ୍ରେକ୍ଷୀରେ ତୃତୀୟ ପିଢିର ଜୈବ ଇନ୍ଧନ ପଦ୍ଧତି ରୂପେ ଅଣୁ ଶିଉଳିରୁ ଜୈବ ଡିଜେଲ ପ୍ରସ୍ତୁତି ଉପରେ ଗୁରୁତ୍ଵ ଦେବାକୁ ପଡିବ । କାରଣ କଞ୍ଚାମାଲ ଭାବେ ବ୍ୟବହାର କରି ଜୈବ ଡିଜେଲ ପ୍ରସ୍ତୁତି ଉପରେ ଗୁରୁତ୍ଵ ଦେବାକୁ ପଡିବ । କାରଣ କଞ୍ଚାମ ଭାବେ ବ୍ୟବହାର କରି ଜୈବ ଡିଜେଲ ପ୍ରସ୍ତୁତି କ୍ଷେତ୍ରରେ ଅଣୁ ଶିଉଳି ହିଁ ସବୁଠୁ ପ୍ରତିଶ୍ରୁତିବଦ୍ଧ ବିକଳ୍ପ ଉତ୍ସ ହୋଇପାରିବ । ଶିଉଳିକୁ ଜୈବ ଡିଜେଲ ଉତ୍ପାଦନ ପାଇଁ ବାଛିବା ପଛରେ ଅନେକଗୁଡିଏ ସକାତ୍ମକ ଯୁକ୍ତି ରହିଛି  । ଶିଉଳି ବଢିବା ପାଇଁ ମାତ୍ର  ୧ ରୁ ୧୦ ଦିନ ସମୟ ଲାଗିଥାଏ  । ସୀମିତ ସମୟ ଅବଧିରେ ଏହାକୁ ବାରମ୍ବାର ଅମଳ କରିହୁଏ । ଅନ୍ୟ ଫସଲ ପାରି ଶିଉଳି ଚାଷ କରିବାକୁ ସେପରି ଉର୍ବର ଜମିର ଲୋଡା ପଡେ ନାହିଁ ।  ଶିଉଳି ଅନୁର୍ବର ତଥା ଅପନ୍ତରା ମାଟି , ଲବଣାକ୍ତ ମାଟି ଓ ମରୁଡି ପ୍ରପୀଡିତ ମାଟିରେ ଚାଷ କରାଯାଇପରେ । ଏହିରେ ଥିବା ଉଚ୍ଚ ତୈଳ ଅଂଶ , ଅଧିକ ଅମଳ କ୍ଷମତା ବ୍ୟାପକ ଅଞ୍ଚଳକୁ ମାଡିଯିବାର ଗୁଣ, ବହୁମୂଖୀ ଉତ୍ପାଦନ କ୍ଷମତା, ଅଙ୍ଗାରକାମ୍ଳ ଗ୍ୟାସ ଗ୍ରାହାମ କରିବାର ଶୁଗୁନ ଯୋଗୁଁ ଏହା ଏକ ନବୀକରଣ କ୍ଷମ ଶକ୍ତି ଉତ୍ସ ଭାବେ ସମସ୍ତଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହୋଇପାରିବ  ।

ରେସୱେ ପୋଖରୀ ଓ ଫଟୋବାୟୋଋଆକ୍ଟର ପଦ୍ଧତି ଦ୍ଵାରା ଶିଉଳି ଚାଷ କାଲେ ଏହାର ତୈଳଅଂଶ ଅଧିକ ବୃଦ୍ଧି ପାଇଥାଏ  ।  ଫଟୋବାୟୋଋଆକ୍ଟର ବା ରେସୱେ ପଣ୍ଡ ଚଳେଇବା ଓ ବ୍ୟବହାର କରିବା ଅଧିକ କଷ୍ଟକର ଓ ବ୍ୟୟବହୁଳ  । ମାତ୍ର ଏକଥା ସତ ଯେ ଫଟୋବାୟୋଋଆକ୍ଟର ଦ୍ଵାରା ଶିଉଳି ଚାଷକୁ ସୁନିୟନ୍ତ୍ରିତ କରାଯିବା ସହ ଉତ୍ପାଦନ ମଧ୍ୟ ବଢାଯାଇପାରିବ  । କାରଣ କମ କଞ୍ଚାମାଲ କ୍ଷମତା ଥିବା ଶିଉଳି ଅଧିକ କଞ୍ଚାମାଲ କ୍ଷମତା ଥିବା ଶିଉଳି ଠାରୁ  ୩୦ ଗୁଣ ଅଧିକ ଦ୍ରୁତଗତିରେ ବଢିଥାଏ । ଶିଉଳିରୁ ଉଚ୍ଚମାନର ଜୈବ ଡିଜେଲ ଉତ୍ପାଦନ ଆହ୍ଵାନ କ୍ରମରେ ଆମକୁ ଏଭଳି ଶିଉଳି ଉତ୍ପାଦନ କରିବାକୁ ପଡିବ । ଯାହା ମଧ୍ୟରେ ଇନ୍ଧନ ପ୍ରସ୍ତୁତି ପାଇଁ କଞ୍ଚାମାଲ କ୍ଷମତା ପ୍ରଚୁର ଥିବ ଏବଂ ଏହା ଶୀଘ୍ର ମଧ୍ୟ ବଢିପାରୁଥିବ  ।

ତେବେ ଆସନ୍ତୁ , ଆମେ ଅପେକ୍ଷା କରିବା ସେହି ଦିନକୁ, ଯେଉଁଦିନ ଆମର ବିଭିନ୍ନ ଯାନ୍ତ୍ରିକ କାର୍ଯ୍ୟ ଶିଉଳିରୁ ପ୍ରସ୍ତୁତ ଜୈବି ଇନ୍ଧନ ଦ୍ଵାରା ସମାପିତ ହେବ  ।

ଆଧାର - ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ, ଭୁବନେଶ୍ଵର ।

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top