ହୋମ / ଶକ୍ତି / ଶକ୍ତି ଉତ୍ପାଦନ / ଶିଉଳିରୁ ଜୈବ ଇନ୍ଧନ ପ୍ରସ୍ତୁତି
ସେଆର କରନ୍ତୁ

ଶିଉଳିରୁ ଜୈବ ଇନ୍ଧନ ପ୍ରସ୍ତୁତି

ଶିଉଳିରୁ ଜୈବ ଇନ୍ଧନ ପ୍ରସ୍ତୁତି ର ସୂଚନା

ଶିଉଳି ଜଳଜ  ଉଦ୍ଭିଦଟି

ଶିଉଳି ଏହି  ଜଳଜ  ଉଦ୍ଭିଦଟି  ସମ୍ପର୍କରେ  ଆମେ  ସମସ୍ତେ  ଉଣାଅଧିକେ  ପରିଚିତ । ଶିଉଳିର  ବିଶେଷତ୍ଵ  ହେଲା  ଏହା  ସରଳ, ପତ୍ରହରିତ୍, ଚେରକାଣ୍ଡ  ବିହୀନ ଏବଂ  ସ୍ଵଖାଦ୍ୟପ୍ରକ୍ରିୟାକରଣ   କରିପାରୁଥିବା  ଏକ  ଜଳଜ  ଉଦ୍ଭିଦ  ଏବଂ  ଏହା  ଉଭୟ  ମଧୁର  ଉଭୟ  ମଧୁର ଓ  ସମୁଦ୍ର  ଜଳରେ  ବଢିପାରେ କେବଳ  ଜଳ  କାହିଁକି, ଶିଉଳିମାନେ  ଅନ୍ୟ  ପରିବେଶ  ଯଥା – ପଥର, ମାଟି ଓ  କାଠରେ  ବି  ବଢିପାରନ୍ତି ଶିଉଳିର  ଆକାରପ୍ରକାର   ପରିବେଶ  ଅନୁଯାୟୀ  ମଧ୍ୟ  ଭିନ୍ନ  ଭିନ୍ନ  ହୋଇଥାଏ ଶିଉଳିର  ଗଠନଗତ  ଆକାର  ଏକକୋଷୀଠାରୁ  ଆରମ୍ଭ  କରି  ବହୁକୋଷୀ  ରୂପରେ  ଦେଖାଯାଇଥାଏ ଅଣୁ  ଶିଉଳିଠାରୁ  ଆରମ୍ଭ  କରି  ବଡ  ଶିଉଳି  ଆମ  ପରିବେଶରେ  ଦେଖିବାକୁ  ମିଳିଥାଏ କୌଣସି  ବସ୍ତୁର ବାହାର  ଭାଗରେ  ମାଡୁଥିବା  ଶିଉଳିକୁ  ବିଜ୍ଞାନଭାଷାରେ  ଫିଟୋପ୍ଲାଙ୍କଟନ  କୁହାଯାଏ ଏହି  ଉଦ୍ଭିଦର  କାଣ୍ଡ ସହଜରେ  ଦେଖାଯାଉ  ନ ଥିଲେ  ମଧ୍ୟ ଏଥିରେ  ଜୀବକୋଷ  ମହଜୁଦ ହୋଇ  ରହିଥାଏ ରଙ୍ଗ ଓ ଗଠନଗତ  ବୈଶିଷ୍ଟ୍ୟ  ଦୃଷ୍ଟିରୁ  ଭିନ୍ନ  ଭିନ୍ନ  ହୋଇଥାଏ

ଶିଉଳି  କେବଳ  ଏକ  ଜଳଜ  ଉଦ୍ଭିଦ  ନୁହେଁ, ବିଭିନ୍ନ  ବାଟରେ  ଏହା  ଯେ  ମଣିଷର   ଉପକାରରେ  ଆସିଥାଏ, ଯାହା  ଅନେକ  ଜାଣନ୍ତି  ନାହିଁ   । ଶିଉଳି  ତାର  ଭାଶ୍ଳେଷଣ  ପ୍ରକ୍ରିୟା  ସମୟରେ  ପୃଥିବୀର  ବାଯୁମଣ୍ଡଳରୁ  ଅଧାରୁ  ଅଧିକ  ଅଙ୍ଗାରକାମ୍ଳ   ବାଷ୍ପ  ଗ୍ରହଣ  କରିଥାଏ  ଏବଂ  ସେହି  ପରିମାଣରେ  ଆମ  ପାଇଁ  ଉପଯୋଗୀ  ଅମ୍ଳଜାନ  ଗ୍ୟାସ  ପ୍ରସ୍ତୁତ  କରିଥାଏ ଭାଶ୍ଳେଷଣ  ପ୍ରକ୍ରିୟା  ସବୁଠୁ  ଅଧିକ  କରୁଥିବାରୁ   ଶିଉଳି  ଅନ୍ୟ  ଉଦ୍ଭିଦଙ୍କଠାରୁ  ସହଜରେ  ବାରି  ହୋଇପଡେ ସମସ୍ତ  ଜଳଜ  ପ୍ରାଣୀର  ଖାଦ୍ୟଚକ୍ରରେ  ଏକ  ପ୍ରାଥମିକ  ଶକ୍ତିର  ଉପାଦାନ  ଭାବରେ  ଶିଉଳିର  ସର୍ବଶକ୍ତିସମ୍ପନ୍ନ  ଗୁରୁତ୍ଵ  ରହିଛି ଶିଉଳିର  ଅନେକ  କାର୍ଯ୍ୟକାରୀ  ଦିଗ  ରହିଛି ଏହା  ଖାଦ୍ୟ, ଗବେଷଣାର  ଜୈବ  ଉପାଦାନ  ଭାବେ   ମଧ୍ୟ  ବ୍ୟବହୃତ  ହୋଇଥାଏ   ।

ଇନ୍ଧନ

ବିଶ୍ଵର  ସମୂହ  ଶକ୍ତି  ଆବଶ୍ୟକତାର  ସତୁରି  ପ୍ରତିଶତ  ଇନ୍ଧନ  ଦ୍ଵାରା  ମେଣ୍ଟାଯାଇଥାଏ   । ବିଶେଷ  କରି  ପରିବହନ, ଶିଳ୍ପ  କ୍ଷେତ୍ରରେ  ସାମଗ୍ରୀ  ଉତ୍ପାଦନ  ଓ  ଘରୋଇ  ଜାଳେଣି  କ୍ଷେତ୍ରରେ  ଇନ୍ଧନ  ତୈଳର  ଆବଶ୍ୟକତା  ପଡିଥାଏ ଯାହା ଆଶା  କରାଯାଉଛି, 2030 ବେଳକୁ  ବର୍ତ୍ତମାନ  ଠାରୁ  ଆହୁରି  60 ପ୍ରତିଶତ  ଅଧିକ  ଶକ୍ତି  ବିଶ୍ଵ  ପାଇଁ  ଆବଶ୍ୟକ   ପଡିବ ଏହି  ଶକ୍ତିର  ଆବଶ୍ୟକତା  ସହ  ତାଳ  ମିଳାଇଲେ  ଭବିଷ୍ୟତରେ  ସେହି ପରିମାଣରେ   ପରିବେଶ   ନଷ୍ଟ  ହେବାର  ମଧ୍ୟ  ଆଶଙ୍କା  ରହିଛି ଭାରତ, ଚାଇନା  ଭଳି  ବିକାଶୋନ୍ମୁମୁଖୀ  ରାଷ୍ଟ୍ରର   ପରିବର୍ଦ୍ଧିତ  ଅର୍ଥନୀତି   ସହ  ତାଳ  ଦେଇ ଏହି ଶକ୍ତିର  ଆବଶ୍ୟକତା  ହାର  ୪୫ ପ୍ରତିଶତରେ  ପହଞ୍ଚିବ  ବୋଲି  ଜଣାପଡିଛି

ପରିବହନ  କ୍ଷେତ୍ରରେ  ଜୀବାଶ୍ମ  ଇନ୍ଧନର  ବ୍ୟବହାର  ଆଗାମୀ  ଦିନରେ  କେବଳ  ଯେ  ଅନୁପଯୋଗୀ  ହେବ  ତାହା  ନୁହେଁ, ଏଥିସହିତ  ଡାଇଅକସାଇଡ  ଗ୍ୟାସ  ନିର୍ଗମନ  ଅଧିକରୁ  ଅଧିକ  ପରିମାଣରେ  ହେବ   । ତେଣୁ  ସ୍ଵଚ୍ଛ  ଓ  ନବୀକରଣ  କ୍ଷମା  ଶକ୍ତି  ଉତ୍ସର  ସନ୍ଧାନ  ବର୍ତ୍ତମାନ  ବିଶ୍ଵ  ଆଗରେ  ଏକ  ବଡ  ଆହ୍ଵାନ  ହୋଇ  ଠିଆ  ହୋଇଛି ଏହି  ନବୀକରଣ  ଶକ୍ତି  ସହ  ବିଶ୍ଵର  ଅର୍ଥନୈତିକ  ବିକାଶ, ସ୍ଥିରତା ଓ  ଗୁଣାତ୍ମକ  ଜୀବନ  ମଧ୍ୟ  ନିର୍ଭର  କରୁଛି ସୁତରାଂ   ଏପରି  ଏକ  ବିକଳ୍ପ  ଶକ୍ତି  ଉତ୍ସ  ଦରକାର, ଯାହା  ନବୀକରଣକ୍ଷମ  ହୋଇଥିବ  ଓ  ଯାହାର  ନିମ୍ନ  ଅଙ୍ଗାରକାମ୍ଳ   ନିର୍ଗମନ  କ୍ଷମତା  ରହିଥିବ

ବିଶ୍ଵର  ଶକ୍ତି  ସଂକଟ  ପରିପ୍ରେକ୍ଷୀରେ  ଆମ  ପରିବେଶରେ  ପର୍ଯ୍ୟାପ୍ତ  ଭାବେ  ମିଳୁଥିବା  ବିଭିନ୍ନ   ଜୈବ  ପଦାର୍ଥରୁ  କିପରି  ନବୀକରଣକ୍ଷମ  ଇନ୍ଧନ  ଉତ୍ପାଦନ  କରାଯାଇପାରିବ, ସେଥିପ୍ରତି   ଆମକୁ  ଦୃଷ୍ଟି  ଦେବାକୁ  ହେବ   । ଜୈବ  ଇନ୍ଧନ   ବିଶ୍ଵର   ଶକ୍ତି  ଅବାଶ୍ୟକତାକୁ  ମେଣ୍ଟାଇବା  ସହ  ଆମ  ଆଗରେ  ନୂଆ  ଦିଗନ୍ତ  ମାନ  ଉନ୍ମୋଚନ  କରିବାରେ  ସହାୟକ  ହୋଇପାରିବ ଏଥିସହିତ  ଜୀବାଶ୍ମ  ଇନ୍ଧନର  ସ୍ଥାନ  ଗ୍ରହଣ  କରିବା  ସହ  ଅଙ୍ଗାରକାମ୍ଳଜନିତ   ପରିବେଶ  ପ୍ରଦୂଷଣକୁ   ରୋକିପାରିବ   । କେବଳ  ସେତିକି  ନୁହେଁ, ଜୈଅ  ଇନ୍ଧନ  ସବୁଜ  ଘର  ପ୍ରଭାବକୁ  ହ୍ରାସ  କରିବା  ସହ  ପରିବହନ  କ୍ଷେତ୍ରରେ  ବ୍ୟବହୃତ  ଇନ୍ଧନକୁ  ଅଙ୍ଗାରକାମ୍ଳ   ଗ୍ୟାସ  ମୁକ୍ତ  କରିପାରିବ  ଏବଂ  ଶକ୍ତି  ଯୋଗାଣ  ସୁରକ୍ଷାକୁ   ପରିବର୍ଦ୍ଧିତ  କରିପାରିବ

ଜୈବ  ଇନ୍ଧନ   ମଧ୍ୟରେ  ଡିଜେଲ  ଓ  ଜୈବ  ଇଥାଇଲ  ସାଧାରଣତଃ  ଅଧିକ  ଗୁରୁତ୍ଵ  ରଖୁଛି  । କାରଣ  ଏହି  ଇନ୍ଧନଗୁଡିକ  କାର୍ବନ  ମନୋକ୍ସାଇଡ, ସେଦାକାସ୍, ନୋକର୍ସ  ଓ  ହାଇଡ୍ରୋ   କାର୍ବନର   ମାରାତ୍ମକ  ପ୍ରଭାବକୁ  ହ୍ରାସ  କରି  ପରିବେଶକୁ  ସୁଫଳ   ପ୍ରଦାନ  କରିଥାଏ

ଶିଉଳିରୁ  ପ୍ରସ୍ତୁତ  ଇନ୍ଧନ

ଶିଉଳିରୁ  ପ୍ରସ୍ତୁତ  ଇନ୍ଧନ  ବା  ଶିଉଳି ଜୈବ  ଇନ୍ଧନ  ଜୀବାଶ୍ମ  ଇନ୍ଧନର  ପ୍ରକୃତ  ବିକଳ୍ପ  ଅଟେ, ଯାହାର  ମୂଳଉତ୍ସ  ହେଉଛି  ପ୍ରକୃତ  କୋଳରେ  ଗଚ୍ଛିତ   ରହିଥିବା  ଶିଉଳି  ଜଳଜ  ଉଦ୍ଭିଦ    । ସୁଖର  କଥା, ସରକାରୀ  ସଂସ୍ଥା  ଓ  ବିଭିନ୍ନ  ଘରୋଇ  ସଂଗଠନ  ଶିଉଳିରୁ  ଜୈବ  ଇନ୍ଧନ  ଉତ୍ପାଦନ  ଓ  ବ୍ୟବସାୟିକ  ସୁଲଭତା  ପାଇଁ  ପ୍ରୟାସ  ଆରମ୍ଭ  କରିଦେଇଛନ୍ତି ଜୀବାଶ୍ମ  ଇନ୍ଧନ  ପରି  ଶିଉଳିରୁ  ଇନ୍ଧନ  ପ୍ରସ୍ତୁତ  କରାଯାଇପାରିବ ଇନ୍ଧନ  ବ୍ୟବହାରରୁ  ନିର୍ଗତ  ଅଙ୍ଗାରକାମ୍ଳ  ବଢନ୍ତା  ଶିଉଳି  ଦ୍ଵାରା  ଗ୍ରହଣକ୍ଷମ  ହେଉଥିବାରୁ  ବାୟୁମଣ୍ଡଳରେ  ଏହାର  କୌଣସି  କୁପ୍ରଭାବ  ନାହିଁ ସତୁରି  ଦଶକର   ମଧ୍ୟଭାଗରୁ  ସୃଷ୍ଟି  ହୋଇଥିବା  ତୈଳ  ସଂକଟକୁ  ଟାଳିବା  ପାଇଁ  ବିଶ୍ଵସମୁଦାୟରେ  ନିୟତ  ବିକଳ୍ପ ଶକ୍ତି  ଉତ୍ସର  ସନ୍ଧାନ  ପ୍ରକ୍ରିୟା  ଚାଲିଛି   । ଯେଉଁ  ବିକଳ୍ପ  ଇନ୍ଧନ  କି  ପେଟ୍ରୋଲିୟମର  ସ୍ଥାନ  ଗ୍ରହଣ  କରିପାରିବ   । ବିଶ୍ଵସ୍ତରରେ  ଏହି  ସମସ୍ୟା  ସବୁବେଳେ  ଏକ  ଉଷ୍ମ  ଉଷ୍ମ  ପ୍ରସଙ୍ଗ  ହୋଇ  ରହିଛି ବିଭିନ୍ନ  ବିକଳ୍ପ  ଶକ୍ତି  ଉତ୍ସର  ପରୀକ୍ଷା  ନିରୀକ୍ଷା  ପରେ  ଏଇ  କିଛି  ବର୍ଷ  ହେଲା ଜୈବ  ଡିଜେଲ  ଉତ୍ପାଦନ  ପ୍ରତି  ସମସ୍ତଙ୍କର  ସ୍ଵତଃ  ଆକର୍ଷଣ  ପରିଲକ୍ଷିତ  ହେଉଥିବା  ଦେଖିବାକୁ   ମିଳୁଛି ପ୍ରଥମ  ପିଢିର  ଜୈବ  ଇନ୍ଧନ   ମୁଖ୍ୟତଃ  ତୈଳବୀଜ  ଯଥା – ରେପିସିଡ, ସୋୟାବିନ ଓ  ଜାଟ୍ରୋଫାରୁ  ପ୍ରସ୍ତୁତ   କରିବାରେ   ବିଜ୍ଞାନୀମାନେ  ସଫଳ   ହୋଇଛନ୍ତି ମାତ୍ର  ଖାଦ୍ୟ  ବା  ତୈଳବୀଜ  ଫସଲରୁ  ଇନ୍ଧନ  ପ୍ରସ୍ତୁତି   କ୍ଷେତ୍ରରେ  ସମସ୍ୟା  ହେଲା – ବିଶ୍ଵ  ଖାଦ୍ୟବଜାର ଓ  ଖାଦ୍ୟ  ସୁରକ୍ଷା  ଉପରେ  ଏହାର  ନକରାତ୍ମକ  ପ୍ରଭାବ  ପଡିବ ଏହି  ବିବାଦୀୟ  ପରିସ୍ଥିତିରୁ  ରକ୍ଷା  ପାଇବାକୁ  ହେଲେ  ଆମକୁ  ଦ୍ଵିତୀୟ  ପିଢିର  ଜୈବ  ଇନ୍ଧନ  ପ୍ରସ୍ତୁତି  ଉପରେ  ଦୃଷ୍ଟି  ନିବଦ୍ଧ  କରିବାକୁ  ହେବ ଏହି  କ୍ରମରେ  ଆମକୁ  ଉଦ୍ଭିଦ, ଅନ୍ୟାନ୍ୟ  ଫସଲ, ବିଭିନ୍ନ  କୃଷିଜାତ  ସାମଗ୍ରୀର, ଜଙ୍ଗଲଜାତ  ଦ୍ରବ୍ୟର  ଓ  କାଠର  ବର୍ଜ୍ୟ  ଅଂଶରୁ  ଜୈବ  ଇନ୍ଧନ  ପ୍ରସ୍ତୁତି  ଉପରେ   ଦୃଷ୍ଟି  ନିବଦ୍ଧ  କରିବାକୁ  ପଡିବ ମାତ୍ର  ପରିତାପର  ବିଷୟ, ଜୈବ  ଇନ୍ଧନ  ପ୍ରସ୍ତୁତିର  ଏହି  ପଦ୍ଧତି  ଏନେକ  ଅଞ୍ଚଳରେ  ଆଶାନୁରୂପକ  ବ୍ୟବସାୟିକ  ସ୍ତରରେ   ପହଞ୍ଚି  ପାରିନାହିଁ  ଏହି  ପରିପ୍ରେକ୍ଷୀରେ   ତୃତୀୟ  ପିଢିର  ଜୈବ  ଇନ୍ଧନ  ପଦ୍ଧତି  ରୂପେ  ଅଣୁ  ଶିଉଳିରୁ  ଜୈବ  ଡିଜେଲ  ପ୍ରସ୍ତୁତି  ଉପରେ  ଗୁରୁତ୍ଵ  ଦେବାକୁ  ପଡିବ କାରଣ  କଞ୍ଚାମାଲ  ଭାବେ   ବ୍ୟବହାର   କରି  ଜୈବ  ଡିଜେଲ   ପ୍ରସ୍ତୁତି  କ୍ଷେତ୍ରରେ   ଅଣୁ  ଶିଉଳି  ହିଁ  ସବୁଠୁ  ପ୍ରତିଶ୍ରୁତିବଦ୍ଧ   ବିକଳ୍ପ  ଉତ୍ସ  ହୋଇପାରିବ ଶିଉଳିକୁ  ଜୈବ  ଡିଜେଲ  ଉତ୍ପାଦନ  ପାଇଁ   ବାଛିବା  ପଛରେ  ଅନେକଗୁଡିଏ  ସକାରାତ୍ମକ   ଯୁକ୍ତି   ରହିଛି   । ଶିଉଳି   ବଢିବା   ପାଇଁ ମାତ୍ର  ୧ରୁ ୧୦ ଦିନ  ସମୟ  ଲାଗିଥାଏ   । ସୀମିତ  ସମୟ  ଅବଧିରେ  ଏହାକୁ  ବାରମ୍ବାର  ଅମଳ  କରିହୁଏ ଅନ୍ୟ  ଫସଲ  ପରି  ଶିଉଳି  ଚାଷ  କରିବାକୁ  ସେପରି  ଉର୍ବର  ଜମିର  ଲୋଡା  ପଡେନାହିଁ ଶିଉଳି   ଅନୁର୍ବର  ତଥା  ଅପନ୍ତରା   ମାଟି, ଲବଣାକ୍ତ  ମାଟି ଓ  ମରୁଡି  ପ୍ରପୀଡିତ   ମାଟିରେ   ଚାଷ  କରାଯାଇପାରେ ଏଥିରେ  ଥିବା  ଉଚ୍ଚ  ତୈଳ  ଅଂଶ, ଅଧିକ  ଅମଳ  କ୍ଷମତା, ବ୍ୟାପକ  ଅଞ୍ଚଳକୁ   ମାଡିଯିବାର  ଗୁଣ, ବହୁମୁଖୀ  ଉତ୍ପାଦନ  କ୍ଷମତା, ଅଙ୍ଗାରକାମ୍ଳ  ଗ୍ୟାସ  ଗ୍ରହଣ  କରିବାର  ସୁଗୁଣ  ଯୋଗୁଁ  ଏହା  ଏକ  ନବୀକରଣ  କ୍ଷମ  ଶକ୍ତି  ଉତ୍ସ  ଭାବେ  ସମସ୍ତଙ୍କୁ   ଆକର୍ଷିତ  କରିବାକୁ  ସକ୍ଷମ  ହୋଇପାରିଛି

ରେସୱେ ପୋଖରୀ  ଓ  ଫଟୋବାୟୋରିଆକ୍ଟର  ପଦ୍ଧତି  ଦ୍ଵାରା  ଶିଉଳି  ଚାଷ  କଲେ  ଏହାର  ତୈଳଅଂଶ  ଅଧିକ  ବୃଦ୍ଧି  ପାଇଥାଏ ଫଟୋବାୟୋରିଆକ୍ଟର  ବା  ରେସୱେ   ପଣ୍ଡ  ଚଳେଇବା  ଓ  ବ୍ୟବହାର  କରିବା  କଷ୍ଟକର  ଓ  ବ୍ୟୟବହୁଳ ମାତ୍ର ଏକଥା ସତ  ଯେ  ଫଟୋବାୟୋରିଆକ୍ଟର  ଦ୍ଵାରା  ଶିଉଳି  ଚାଷକୁ  ସୁନିୟନ୍ତ୍ରିତ   କରାଯିବା  ସହ  ଉତ୍ପାଦନ  ମଧ୍ୟ   ବଢାଯାଇପାରିବ କାରଣ  କମ୍ କଞ୍ଚାମାଲ  କ୍ଷମତା   ଥିବା  ଶିଉଳି   ଅଧିକ  କଞ୍ଚାମାଲ   କ୍ଷମତା  ଥିବା  ଶିଉଳି  ଠାରୁ  ୩୦ ଗୁଣ  ଅଧିକ  ଦ୍ରୁତଗତିରେ   ବଢିଥାଏ ଶିଉଳିରୁ   ଉଚ୍ଚମାନର   ଜୈବ  ଡିଜେଲ   ଉତ୍ପାଦନ   ଆହ୍ଵାନ  କ୍ରମରେ   ଅମାକୁ   ଏଭଳି  ଶିଉଳି  ଉତ୍ପାଦନ  କରିବାକୁ  ପଡିବ, ଯାହା  ମଧ୍ୟରେ  ଇନ୍ଧନ  ପ୍ରସ୍ତୁତି  ପାଇଁ   କଞ୍ଚାମାଲ   କ୍ଷମତା  ପ୍ରଚୁର  ଥିବ  ଏବଂ  ଏହା  ଶୀଘ୍ର  ମଧ୍ୟ  ବଢିପାରୁଥିବ

 

ତେବେ  ଆସନ୍ତୁ, ଆମେ  ଅପେକ୍ଷା  କରିବା  ସେହି  ସୁଦିନକୁ, ଯେଉଁଦିନ  ଆମର  ବିଭିନ୍ନ   ଯାନ୍ତ୍ରିକ  କାର୍ଯ୍ୟ   ଶିଉଳିରୁ  ପ୍ରସ୍ତୁତ  ଜୈବ  ଇନ୍ଧନ  ଦ୍ଵାରା  ସମାପିତ  ହେବ   ।

ସଂଗୃହୀତ – ଡକ୍ଟର ପ୍ରସନ୍ନ କୁମାର ପଣ୍ଡା ଓ ଶ୍ରୀ ହିମାଂଶୁ ଶେଖର ପଣ୍ଡା, IMMT

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top