অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୌରଶକ୍ତି ହେବ ଡାକ୍ତରଖନାଗୁଡିକରେ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା

ସୌରଶକ୍ତି ହେବ ଡାକ୍ତରଖନାଗୁଡିକରେ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା

ହସ୍ପିଟାଲ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା

ହସ୍ପିଟାଲ ଗୁଡ଼ିକରେ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ପାଇଁ ସୌର ଶକ୍ତିର ସହାୟତା ନେବା ପାଇଁ ରାଜ୍ୟ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଯୋଜନା ପ୍ରସ୍ତୁତ କରିଛନ୍ତି । ରାଜ୍ୟରେ ଥିବା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ଜିଲ୍ଲା ହସ୍ପିଟାଲ ଗୁଡ଼ିକରେ ପରୀକ୍ଷାମୂଳକ ଭାବରେ ରୁଫ୍ଟପ୍ ସୋଲାର୍ ସେଟ୍ ଲଗାଯିବା ନେଇ ରାଜ୍ୟ ଅକ୍ଷୟ ଶକ୍ତି ସଂସ୍ଥା। (ଓରେଡା)ର ସହାୟତା ମଗାଯାଇଛି । ଏ ନେଇ ବିଜ୍ଞାନ ଏବଂ କାରିଗରୀ ବିଭାଗ ତରଫରୁ ସ୍ଵାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦାଙ୍କ ପାଖକୁ ଏକ ପ୍ରୋଜେକ୍ଟ ରିପୋର୍ଟ ପଠାଯାଇଛି । ପରୀକ୍ଷାମୂଳକ ଭାବରେ ଏହି ପ୍ରକଳ୍ପ ପାଇଁ ପ୍ରାୟ ୩୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଏଥିରେ କୁହାଯାଇଛି ।

ସୌରଶକ୍ତିର ଉପଯୋଗ

ବିଜ୍ଞାନ ଏବଂ କାରିଗରୀ ବିଭାଗ ସଚିବ ଲେଖିଥିବା ଏହି ଚିଠିରେ ସ୍ୱାସ୍ଥ୍ୟ ସେବାରେ ସୌରଶକ୍ତିର ଉପଯୋଗ ଉପରେ ଗୁରୁତ୍ଵ ଦିଆଯାଇଛି । ରାଜ୍ୟର ଗ୍ରାମାଞ୍ଚଳରେ ଥିବା ଡାକ୍ତରଖାନାଗୁଡ଼ିକ ବିଜୁଳି କାଟ୍ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସୌରଶକ୍ତିର ଉପଯୋଗ ଲାଭକାରୀ ହେବ ବୋଲି ଚିଠିରେ କୁହାଯାଇଛି । ବିଜୁଳିର ବିକଳ୍ପ ଭାବରେ କେତେକ ସ୍ଥାନରେ ଡିଜେଲ୍ ଜେନେରେଟର ଥିଲେ ସୁଦ୍ଧା ସବୁ ସ୍ଥାନରେ ଏଗୁଡ଼ିକ ଠିକ୍ ଭାବରେ କାର୍ଯ୍ୟ କରୁନାହିଁ । ଏହାଛଡ଼ା ଡିଜେଲ ଉପଲବ୍ଧି ନେଇ ମଧ୍ୟ ସମସ୍ୟା ଦେଖାଦେଉଛି । ଡିଜେଲ ଜେନେରେଟର, ଧୂଆଁ ଏବଂ ବିଷାକ୍ତ ଗ୍ୟାସ୍ ରୋଗୀମାନଙ୍କୁ ଆହୁରି ରୋଗ ମୁହଁକୁ ଟାଣୁଛି । ଫଳରେ ସୋରଶକ୍ତି ସହାୟତାରେ ଏହି ସମସ୍ୟାର ସମାଧାନ କରାଯାଇପାରିବ ବୋଲି ଏହି ଚିଠିରେ ଦର୍ଶାଯାଇଛି । ପୂର୍ବରୁ      ଏନେଇ ଓରେଡା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ମାତ୍ର ସ୍ୱାସ୍ଥ୍ୟ ସଚିବଙ୍କ ବଦଳୀ ପରେ ଏହି ପ୍ରକଳ୍ପ କାର୍ଯ୍ୟ ଧିମେଇ ଯାଇଥିଲା । ଏବେ ଏହାକୁ ତ୍ୱରାନ୍ୱିତ କରାଯାଉଛି । ପ୍ରଥମେ ୧୨ଟି ଜିଲ୍ଲାରେ ଥିବା ୫୮ଟି ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ଜିଲ୍ଲା, ହସ୍ପିଟାଲ ଗୁଡ଼ିକରେ ଏହା ଆରମ୍ଭ କରାଯିବ । ତେବେ ପାଇଲଟ୍ ପ୍ରୋଜେକ୍ଟ ପାଇଁ ମଧ୍ୟ ତେଣ୍ଡର ଡକାଯିବ । ଚଳିତ ମାସ ପ୍ରସ୍ତାବକୁ ସ୍ୱାସ୍ଥ୍ୟ ବିଭାଗ ମଞ୍ଜୁରି ମିଳିବା ପରେ ପାଇଲଟ୍ ପ୍ରୋଜେକ୍ଟ ପାଇଁ ତେଣ୍ଡର ଡକାଯିବ ବୋଲି ଜଣାପଡିଛି  ।

ଆଧାର ୟୌର ଷ୍ଟୋରୀ

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate