অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

୨୦୧୭ ସୁଦ୍ଧା ୩୦ ଲକ୍ଷ ପରିବାରକୁ ବିଦ୍ୟୁତ ସଂଯୋଗ

୨୦୧୭ ସୁଦ୍ଧା ୩୦ ଲକ୍ଷ ପରିବାରକୁ ବିଦ୍ୟୁତ ସଂଯୋଗ

ଉପକ୍ରମ

ଏବେ ବିଦ୍ୟୁତ ଲୋକମାନଙ୍କ ପାଇଁ ଏକ ମୌଳିକ ଆବଶ୍ୟକତାରେ ପରିଣତ ହୋଇଯାଇଛି | ଦିନକୁ ଦିନ ବିଦ୍ୟୁତ ଚାହିଦା ବଢିବାରେ ଲାଗିଛି |

ଓଡିଶାରେ ଆସନ୍ତା ତିନି ବର୍ଷ ମଧ୍ୟରେ ସବୁ ଗାଁକୁ ବିଦ୍ୟୁତ୍ ସଂଯୋଗ କରାଯିବ |

ଅର୍ଥାତ୍ ୨୦୧୭ ସୁଦ୍ଧା ବିଦ୍ୟୁତ ସେବାରୁ ବଂଚିତ ଥିବା ପ୍ରାୟ ୩୦ ଲକ୍ଷ ପରିବାର ବିଦ୍ୟୁତ ସଂଯୋଗ ପାଇବେ |

ତେବେ ମାନବ ସମ୍ବଳ ଅଭାବ ଯୋଗୁଁ ଏ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି |

ଓଡିଶାରେ ବିଦ୍ୟୁତ ଉତ୍ପାଦନ

୨୦୧୧ ଜନଗଣନା ଅନୁସାରେ ଓଡିଶାରେ ମୋଟ ୯୬ ଲକ୍ଷ ପରିବାର ବାସ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୬୦ ଲକ୍ଷ ପରିବାରକୁ ବିଦ୍ୟୁତ ସଂଯୋଗ କରାଯାଇଛି | ଏଥିମଧ୍ୟରୁ କେବଳ ଗତ ତିନି ବର୍ଷ ମଧ୍ୟରେ ୨୫ ଲକ୍ଷ ପରିବାରକୁ ବିଦ୍ୟୁତ୍ ଯୋଗାଇ ଦିଆଯାଇଛି | ଅବଶିଷ୍ଟ ୩୦ ଲକ୍ଷ ପରିବାରକୁ ବିଦ୍ୟୁତ ସଂଯୋଗ ପର୍ଯ୍ୟାୟ କ୍ରମେ କରାଯିବ |ଗତ ୧୫ ବର୍ଷ ମଧ୍ୟରେ ନୂତନ ଗ୍ରାହକଙ୍କ ସଂଖ୍ୟା ୬୦ ଲକ୍ଷରେ ପହଂଚିଛି | ସେହିପରି ବିଦ୍ୟୁତ ଶକ୍ତିର ଚାହିଦା ୨ ହଜାର ମେଗାୱାଟ୍ ରୁ ୪ ହଜାର ମେଗାୱାଟ୍ କୁ ବୃଦ୍ଧି ପାଇଛି | କିନ୍ତୁ ମାନବ ସମ୍ବଳ ୬୦ ହଜାରରୁ ହ୍ରାସ ପାଇ ୩୦ ହଜାରରେ ପଂହଚିଛି | ବିଦ୍ୟୁତ ଚାହିଦା ଦୁଇଗୁଣା ହୋଇଥିବା ବେଳେ ଏଥିରେ ନିୟୋଜିତ ଲୋକଙ୍କ ସଂଖ୍ୟା ଆବଶ୍ୟକତାର ଅଧାରୁ ବି କମ୍ ଅଛି |

ମାନବସମ୍ବଳ

ମାନବସମ୍ବଳ ବଢାଇବା ନିତାନ୍ତ ଜରୁରୀ ହୋଇପଡିଛି | ଉତ୍ତମ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ଅଧିକ ସଂଖ୍ୟକ କର୍ମଚାରୀ ନିଯୁକ୍ତ କରିବା ଲାଗି ନିଷ୍ପତି ନେଇଛନ୍ତି | ଏ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ପହଁଚି ନଥିବା ଗ୍ରାମାଂଚଳରେ ନୂତନ ୫୦୦ ସବ୍ ଷ୍ଟେସନ୍ ବସାଇବା ଲାଗି ପଦକ୍ଷେପ ନିଆଯାଉଛି | ତେଣୁ ପ୍ରତି ସବ୍‌ ଷ୍ଟେସନରେ ଅନୁନ୍ୟ ୩୦ ଜଣ ହାରରେ ପ୍ରାୟ ୧୫ ହଜାର କର୍ମଚାରୀଙ୍କ ଆବଶ୍ୟକତା ରହିଛି | ଅପରପକ୍ଷରେ ବିଦ୍ୟୁତ ବିତରଣ କ୍ଷେତ୍ରରେ ହେଉଥିବା କ୍ଷତିକୁ ରୋକିବା କାଠିକାର ପାଠ | ଏ ଦିଗରେ ପଦକ୍ଷେପ ନିଆଯାଇଛି | ଯାହା ଫଳରେ ୨୦୦୦ରୁ ୨୦୧୫ ମଧ୍ୟରେ ବିଦ୍ୟୁତ ବିତରଣ କ୍ଷତିକୁ ୫୨ ପ୍ରତିଶତରୁ ୩୮ ପ୍ରତିଶତକୁ କମି ଯାଇଛି |

ସହରରେ ଏଲଇଡି

ସେହିପରି ରାଜ୍ୟର ସମସ୍ତ ୧୦୬ ପୌରାଂଚଳ ଓ ୫ଟି ମହାନଗର ନିଗମ ରାସ୍ତାରେ ଲାଇଟ୍ ଇମିଟିଂ ଡାଏଡ୍ (ଏଲଇଡି) ବଲବ୍ ଲାଗିବ | ଏହା ଦ୍ୱାରା ପ୍ରତିବର୍ଷ ୨୫ ମେଗା ୟୁନିଟ୍ ଶକ୍ତି ସଂରକ୍ଷଣ ହୋଇପାରିବ | ଗତବର୍ଷ ଜାନୁୟାରୀ ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଜାତୀୟ ଶକ୍ତି ରକ୍ଷକ ଏଲଇଡି ଯୋଜନାରେ ଏହା କରାଯିବ | କାରଣ ଏବେ ଅନେକ ସହରରେ ସବୁ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ମଧ୍ୟ ଲାଗିପାରିନାହିଁ | ବିଦ୍ୟୁତ୍ ବିଭାଗ ପ୍ରାଥମିକ ଭାବେ ଏଥିପାଇଁ ୬୦ କୋଟି ଟଙ୍କାର ଏକ ପ୍ରାଥମିକ ବଜେଟ୍ ଆକଳନ କରିଛି | ଏହି ଅର୍ଥରେ ରାସ୍ତାରେ ଲାଗିଥିବା ପୁରୁଣା ଲାଇଟ୍ ଗୁଡିକ ହଟାଯିବ ଓ ସେଠାରେ ଏଲଇଡି ଲାଇଟ୍ ଲାଗିବ | ୨୫ ମେଗା ୟୁନିଟ୍ ଶକ୍ତି ସଂରକ୍ଷଣ ହେବା ଯୋଗୁଁ ବର୍ଷକୁ ପ୍ରାୟ ୧୩.୬୩ କୋଟି ଟଙ୍କା ସଂଚୟ ହେବ | ଏଲଇଡି ପ୍ରୋଜେକ୍ଟର ୱାରେଣ୍ଟି କାର୍ଯ୍ୟ ଶେଷଦିନ ଠାରୁ ପ୍ରାୟ ୭ ବର୍ଷ ରହିବ | ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସମସ୍ତ ପୌରାଂଚଳକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି |

ଆଧାର :Akhand Columnist and Freelancer Journalist

Last Modified : 12/15/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate