ହୋମ / ଶକ୍ତି / ଶକ୍ତି ଉତ୍ପାଦନ / ରାଷ୍ଟ୍ରର ବିକାଶରେ ଖଣିଜ ସମ୍ପଦର ଭୂମିକା
ସେଆର କରନ୍ତୁ

ରାଷ୍ଟ୍ରର ବିକାଶରେ ଖଣିଜ ସମ୍ପଦର ଭୂମିକା

ରାଷ୍ଟ୍ରର ବିକାଶରେ ଖଣିଜ ସମ୍ପଦର ଭୂମିକା ର ସୂଚନା

ଉପକ୍ରମ

ଅତି ପ୍ରାଚୀନ କାଳରୁ ମାନବ ପ୍ରକୃତିର ଖଣିଜ ସମ୍ପଦକୁ ନିଜ  ସେବାରେ ବ୍ୟବହାର କରିଆସିଛି   ।  ପ୍ରସ୍ତର ଯୁଗରେ ସେ ଅନାୟାସରେ ଲବ୍ଧ ମାତ୍ର ଅଳ୍ପ କେତୋଟି ଶିଳା ଓ ଅଣ- ଧାତବ , ଖଣିଜ ଅସ୍ତ୍ର, ସାଜସରଞ୍ଜାମ ତଥା ଗୃହ ନିରମାନ କାର୍ଯ୍ୟରେ ବ୍ୟବହାର କରୁଥିଲେ    । ପରବର୍ତ୍ତୀ କାଳରେ ସେ ନିଜ ପରିପାର୍ଶ୍ଵରେ ମିଳୁଥିବା ଉଲକାରେ ଲୌହଧାତୁ ତଥା ପ୍ରାକୃତିକ ପରିବେଶରୁ  ଯଥା – ପର୍ବତ, ନଦୀଶଯ୍ୟା ବା ବେଳାଭୂମିରୁ ପ୍ରାପ୍ତ ସୁବର୍ଣ୍ଣକଣିକା ଓ ମୂଲ୍ୟବାନ ରତ୍ନ ଖଣିଜ ସଂଗ୍ରହ କରି ନିଜ ଶରୀରରେ ସରଳ ଅଳଙ୍କାର  କରି ସଜାଇ ରଖିଥିଲେ   । ରହିବା ପାଇଁ ଚୀନା ମାଟି ଓ ନିର୍ମାଣଯୋଗ୍ୟ ପ୍ରସ୍ତରକୁ କାଟି ବାସଗୃହ ନିର୍ମାଣ କରାଯାଉଥିଲା   ।  ଏପରିକି ପିରାମିଡ ପରି ବିରାଟ ସ୍ଥାପତ୍ୟର ସର୍ଜନା କଳା ଖ୍ରୀଷ୍ଟଙ୍କ ଜନ୍ମର ଅନେକ ପୂର୍ବରୁ   ।  ଏହାପରେ ସେ ତମ୍ବା,  ସୀସା, ଟିଣ , ରୂପା ଆଦି ଧାତୁପିଣ୍ଡକୁ ତରଳାଇ ବ୍ୟବହାର କରି ଶୁଖିଥିଲେ  । ପରେ ଲୌହପିଣ୍ଡକୁ ମଧ୍ୟ ତରଳାଇବା ଶିଖିଲେ  । ସେତେବେଳେ ପ୍ରଥମ ମିଳେନିୟମ ଆରମ୍ଭ ହୋଇଥାଏ   ।  ମଧ୍ୟଯୁଗର ବିଶେଷ ପର୍ଯ୍ୟନ୍ତ ସେ ସ୍ଥୂଳତଃ କୃଷି ଉପରେ ନିର୍ଭର କରି ଜୀବନ ଯାପାନ କରୁଥିଲେ  ।

ଶିଳ୍ପ ବିପ୍ଲବ

ଅଷ୍ଟାଦଶ ଶତାଦ୍ଦୀର ମଧ୍ୟଭାଗରେ ଶିଳ୍ପ ବିପ୍ଲବ ଯୋଗୁଁ ଶିଳ୍ପାୟନର ଦ୍ରୁତ ବିକାଶ ଘଟିଲା  । ବିଜ୍ଞାନ କ୍ଷେତ୍ରରେ ଅଭୁତପୂର୍ବ ପ୍ରଗତି ଓ ଯନ୍ତ୍ରଶିଳ୍ପର ପ୍ରସାର ଫଳରେ ଅଧିକରୁ ଅଧିକ ପରିମାଣରେ ଖଣିଜଦ୍ରବ୍ୟ ବ୍ୟବହାର ହେବାକୁ ଲାଗିଲା   । ଯନ୍ତ୍ରଶିଳ୍ପର ପ୍ରସାର ଫଳରେ ଯଥେଷ୍ଟ ପରିମାଣର ସଂକ୍ଷେପରେ ପ୍ରକାଶ କଲେ,  କୋଇଲା,ପେଟ୍ରୋଲିୟମ, ପ୍ରାକୃତିକ ଗ୍ଯାସ , ସାର ଓ ରାସାୟନିକ ଦ୍ରବ୍ୟ, ସାଇକେଲ , ମଟର , ଓ ରେଳଗାଡି , ଜାହାଜ ଉଡାଜାହାଜ ,ରକେଟ, ଅସୁମାରି ଯନ୍ତ୍ରପାତି   ।  ନଦୀବନ୍ଧ ,  ସୁଦୀର୍ଘ ପରିବହନ ରାସ୍ତା , ବଡ ବଡ ଅଟ୍ଟାଳିକା,ବିଦ୍ୟୁତଶକ୍ତି , ଜେନେରାଲ ର ପରିବହନ ତାର ଓ ଖୁଣ୍ଟ –ସବୁକିଛି ଖଣିଜ ଦ୍ରବ୍ୟକୁ ଆଧାର କରି ନିର୍ମିତ ହୋଇଅଛି   । ନିଜର ଥାଉ ବା ରପ୍ତାନି ସୂତ୍ରରେ ଆସୁ ଯେଉଁ ଦେଶଗୁଡିକ ଯେତେ ଅଧିକ ପରିମାଣର ଖଣିଜ ବ୍ୟବହାର କରନ୍ତି ସେ ସବୁ ଦେଶ ସେହି ଅନୁପାତରେ ସମୁଦ୍ଧି ଅଟନ୍ତି   । ପ୍ରାଚ୍ୟର ଜାପାନ ଓ ପାଶ୍ଚାତର ଜର୍ମାନୀ, ଇଂଲଣ୍ଡ ଓ ଫ୍ରାନ୍ସ ଏହାର ପ୍ରତ୍ୟେକ୍ଷ ଉଦାହରଣ   । ଖଣିଜକୁ ବାଦଦେଇ ଦେଶର ଅର୍ଥନୀତି ,  କୃଷି ଓ ହସ୍ତଶିଳ୍ପ ଉପରେ ନିର୍ଭର କଲେ ଦେଶ ମନ୍ଥର ଗତିରେ ଆଗେଇବ   । ତେଣୁ  ମାନବର ଆର୍ଥିକ ଅଭିବୃଦ୍ଧି , ଖଣିଜର ବହୁଳ ବିନିମୟ ସହ ଓତପ୍ରୋତ ଭାବରେ ଜଡିତ   ।  ଅନ୍ୟ ଭାଷାରେ ଆମେ ଖଣିଜକୁ ଶିଳ୍ପ-ଶକ୍ତି କହିଲେ ଅତ୍ୟୁକ୍ତି ହେବନାହିଁ  ।  ଏହି ଶିଳ୍ପ –ଶକ୍ତି ଅନାଗତ ଭବିଷ୍ୟତରେ ଓ ତାର ସୁଖ ସମୃଦ୍ଧିକୁ କିପରି ପ୍ରଭାବିତ କରିବ , ତାହାର ଏକ ସମ୍ଭାବ୍ୟ ଚିତ୍ର ପ୍ରଦର୍ତ୍ତ ହୋଇଛି ଏହି ପ୍ରବନ୍ଧରେ   ।

ଅଦ୍ୟାବିଧି  ଅଳ୍ପ କେତୋଟି ଶିଳ୍ପ ସମୃଦ୍ଧ ରାଷ୍ଟ୍ରବର୍ଷ ଖଣିଜର ବହୁଳ ବ୍ୟବହାର କରୁଥିଲେ   । ଏବେ ଏସିଆ, ଆଫ୍ରିକା , ଓ ଲାଟିନ ଆମେରିକାର ବିକାଶମୁଖ୍ୟ ରାଷ୍ଟ୍ରବର୍ଗ ଅର୍ଥନୈତିକ ସ୍ଵାଧୀନତା ହାସଲ ପାଇଁ ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା କରି ଅଧିକରୁ ଅଧିକ ଏହି ପ୍ରାକୃତିକ ସମ୍ପଦର ବ୍ୟବହାର କରୁଛନ୍ତି  । ମାନବ ଆଦିମ ଯୁଗରୁ ଯେଉଁ ପରିମାଣର ଖଣିଜ ସମ୍ପଦ ବିନିଯୋଗ କରିଛି  ,  ଆଗାମୀ ପଚାଶ ବର୍ଷରେ ପ୍ରାୟ ସେହିପରିମାନର ଖଣିଜ ବ୍ୟବହାର କରିବ ବୋଲି ନିର୍ଭରଯୋଗ୍ୟ ଅଟାକଳରୁ ଜଣାପଡେ   ।  ଏତେ ଖଣିଜ ଆସିବ କେଉଁଠାରୁ ? ଧାନ ନୁହେଁ କି ଗହମ ନୁହେଁ ଯେ କ୍ଷେତରେ ଯେତେ ବୁଣୁଥିବ , ସେତେ ଅମଳ କରୁଥିବ   । ଠାରେ ଖଣିରୁ ଉତ୍ତୋଳନ କରି ଶିଳ୍ପରେ ବ୍ୟବହାର କଲେ ଏହା ସବୁଦିନ ପାଇଁ ନିଃଶେଷ ହୋଇଥାଏ   । ପୁନଶ୍ଚ ଶିଳ୍ପଯୋଗ୍ୟ ଖଣିଜ ସମ୍ପଦର ପରିମାଣ ଭୂତତ୍ଵର ଏକ କ୍ଷୁଦ୍ରାତିକ୍ଷୁଦ୍ର ଭଗ୍ନାଂଶ  ମାତ୍ର   ।  ତେଣୁ କ୍ରମକ୍ଷୟଷ୍ଣୁ ଏହି ପ୍ରାକୃତିକ ସମ୍ପଦର ସଙ୍କଟ ଆଗାମୀ ଶତାଦ୍ଦୀର ପ୍ରାରମ୍ଭରେ ଅନୁଭୂତ ହେବ ବୋଲି ଭୂତତ୍ଵବିତ ମାନେ ମତପୋଷଣ କରନ୍ତି    ।  ବିଶେଷକରି ତମ୍ବା, ସୀସା, ଦସ୍ତା ଟିଣ, ପାରଦ , ଟଙ୍ଗଷ୍ଟନ ଆଦି କେତୋଟି ଅତ୍ୟାବଶ୍ୟକ ଦ୍ରବ୍ୟର ଜଣାସୁନା ଯେତୋଟି ଖଣି ଅସଚୀ , ସେସବୁ ସରିଆସୁଛି  ।  ଖଣିଜ ତୈଳ ଓ ପ୍ରାକୃତିକ ଗ୍ୟାସ ମଧ୍ୟ ତଦ୍ରୁପ ଅବସ୍ଥା   । ଜାଳେଣୀର ଭାଳେଣି ଆଜି ସମଗ୍ର ବିଶ୍ଵକୁ ଏପରି ଗ୍ୟାସ କରିଛି ଯେ , ଶିଳ୍ପସମୃଦ୍ଧ ଜାରି ରହିଛି   । ସୌରଶକ୍ତି, ପବନ , ତରଙ୍ଗରୁ ଶକ୍ତି ଆହରଣ କରି ଏବେ ଆମେ ଅଳ୍ପବହୁତ ବିଜୁଳିଶକ୍ତି ପାଇପାରୁଛୁ   । ପରୀକ୍ଷାମୂଳକ ଅନୁସନ୍ଧାନ ଜାରି ରହିଲେ ପ୍ରଦୃଷଣମୁକ୍ତ ବିପୁଳ ଶକ୍ତି ପାଇବା ଡ଼ିଆଇଜିରେ ଉଜ୍ଵଳ ସମ୍ଭାବନା ସୃଷ୍ଟି ହେବ   ।

ଖଣିଜ ସମ୍ପଦର ସଙ୍କଟ ପାଇଁ କାରଣ କଣ ହୋଇପରେ   ? ଏହାର ବହୁଳ ବ୍ୟବହାର ନା ଆଉ କିଛି ? ସପ୍ତଦଶ , ଅଷ୍ଟାଦଶ , ଊନବିଂଶ ତଥା ବିଂଶ ଶତାଦ୍ଦୀର ଆରମ୍ଭରେ ବିଶ୍ଵ ଜନସ୍ଵାର୍ଥ ଯଥାକ୍ରମେ ୪୫୦,୫୧୦,୯୧୯,୧୫୧୭ ନିୟୁତ ଥିଲାବେଳେ  ୧୯୭୬ ମାର୍ଚ୍ଚ ମାସ ୨୭ ତାରିଖ ସୁଦ୍ଧା ବୃଦ୍ଧି ପାଇ ଏହା  ୪୦୦୦ ନିୟୁତକୁ ସ୍ପର୍ଶ କରିଥିଲା  । ଯୁକ୍ତରାଷ୍ଟ୍ରଆମେରିକାର ବିଜ୍ଞାନ ଏକାଡିମୀ ନିକଟ ଅତୀତରେ  (୧୯୭୦) ଏକ ସମୀକ୍ଷାରେ ପ୍ରକାଶ କରିଥିଲେ ଯେ ପୃଥିବୀର ଜନସଂଖ୍ୟା ସମ୍ପ୍ରତିକ  ସ୍ତରରେ  ୩,୫୦୦ ନିୟାଉତରେ ସୀମିତ ରହିଲେ ମାବନ ଜାତି ପରିବେଶରେ ଆଉ ଅବନତି ନ ଘଟାଇ ଏହି ସୀମିତ ଖଣିଜ ସମ୍ପଦକୁ ସମ୍ବଳ କରି ଅନେକ କାଳ ପର୍ଯ୍ୟନ୍ତ  ଏକ ସୁଖସମୃଦ୍ଧର ଜୀବନ ବିତାଇପାରିବ   । କିନ୍ତୁ ବାସ୍ତବ କ୍ଷେତ୍ରରେ ଘଟୁଛି କଣ  । ଜନସଂଖ୍ୟା, ଶିଳ୍ପର ପ୍ରଶସ୍ର , ଖଣିଜଜାତ କଞ୍ଚାମାଳର ବିନିଯୋଗ- ସବୁତିରେ ତ୍ଵରନିତ୍ଵ ବୃଦ୍ଧି ଶିଳ୍ପନ୍ନତ ରାଷ୍ଟ୍ରମାନଙ୍କ ଏ ଏହି ବୃଦ୍ଧିକୁ ରୋକିବା ଡ଼ିଆଇଜିର ଆପ୍ରାଣ ଉଦ୍ୟମ ଜାରିରହିଛି ଓ ଅନେକାଂଶରେ ସଫଳତା ମିଳିଛି  । ଭରତ , ବ୍ରାଜିଲ ସମେତ ଅନ୍ୟ ବିକାଶମୁଖୀ ରାଷ୍ଟ୍ରମାନଙ୍କରେ ଏହି ଜନସଂଖ୍ୟା ବୃଦ୍ଧିକୁ ରୋକିବା ଦିଗରେ ଯଥେଷ୍ଟ ସଚେତନତା ଦେଖାଦେଲାଣି  ।  ଏସବୁ ସତ୍ତ୍ୱେ ଶତାଦ୍ଦୀର ଅବଶିଷ୍ଟ ବର୍ଷମାନଙ୍କରେ ଜନସଂଖ୍ୟାର ବୃଦ୍ଧିହାର ପ୍ରାୟ ଦୁଇ ପ୍ରତିଶତ ରହିବ  ।  ଏହାର ଅର୍ଥ ୨୦୦୦ ମସିହାରେ ପୃଥିବୀକୁ ୬୪୦୦ ନିୟୁତ ଅଧିବାସୀ ମୁଖରିତ କରୁଥିବେ   ।  ଏହି ବିଶାଳ ଜନତା ବିଷୟ ଚିନ୍ତା କଲେ ଉଗ୍ର ଆଶାବାଦିମାନେ   “ ଧନଧାନ୍ୟଭରା ଆମର ଏ ବସୁନ୍ଧରା “ କବିଙ୍କ କଳ୍ପନା ବିଳାସ ଛଡା ଆଉ କିଛି କହିବେ  କି  ? ଖାଦ୍ୟ ସାମଗ୍ରୀର ସଙ୍କଟ ଓ ପରିବେଶର ଅବନତି ମାନବର ସ୍ଥିତି ପ୍ରତି ଏକ ବିରାଟ ଆହ୍ଵାନ   ।  ଏହା ସାଙ୍ଗକୁ ଖଣିଜ ସମ୍ପଦର ଆସନ୍ନ ସଙ୍କଟକୁ ଏଡାଇବା ପାଇଁ ଶିଳ୍ପନ୍ନତ ରାଷ୍ଟ୍ରମାଏନ ଏହି ସମ୍ପଦକୁ ଠୁଳ କରିବାରେ ଲାଗିଛନ୍ତି   ।  ସେଥିପାଇଁ ଖଣିଜ ଦ୍ରବ୍ୟର ମୂଲ୍ୟ ଅନ୍ତର୍ଜାତିକ ବଜାରରେ ବୃଦ୍ଧି ପାଇବାରେ ଲାଗିଛି   - ଯାହାକି ବିକାଶମୁଖୀ ରାଷ୍ଟ୍ରମାନଙ୍କର ଅର୍ଥନୀତିକୁ ଦୋହଲାଇ ଦେଉଅଛି    । ମଧ୍ୟପ୍ରାଚ୍ୟର ପେଟ୍ରୋଲିୟମ ଦରବୃଦ୍ଧି ଏହାର ଏକ ଜ୍ଵଳନ୍ତ ଉଦାହରଣ  । ଖଣିଜଦ୍ରବ୍ୟର ସଙ୍କଟରୁ ରକ୍ଷା ପାରିବାର ଉପାୟ କଣ  ? ଭୂତତ୍ଵବିତମାନଙ୍କ ଦ୍ରୁଷ୍ଟିକୋଣରୁ ନିମ୍ନରେ କେତୋଟି ପ୍ରତିକାର ଅବତାରଣ କରଯାଉଛି   ।

ଖାଦ୍ୟ ସାମଗ୍ରୀର ଅଭାବ କୌଣସି କାରଣରୁ ପରିଲିଖିତ ହେଲେ ସେ ସବୁତିରେ ଯଥା- ଗହମ,ଚିନି, ଓ ଚାଉଳ ଆଦି ଦ୍ରବ୍ୟ ପାଇଁ ପ୍ରଚଳିତ ପଡିପ୍ରଥା  ।  ଆମର ଦେହସୁହା ହୋଇଗଲାଣି  । ଖଣିଜଦ୍ରବ୍ୟର ବ୍ୟବହାରକାରୀ ଦେଶମାନଙ୍କୁ ଏହିପରି ଏକ ନିୟନ୍ତ୍ରିତ ବ୍ୟବସ୍ଥାର ଅନୁସରଣ କରିବାକୁ ପଡିବ   ।   ଅତୀତରେ ଭାରତ ଭୂଖଣ୍ଡରୁ ଉତ୍କୃଷ୍ଟ ମାନର ମାଙ୍ଗାନିଜ , ଅଭ୍ର, କ୍ରୋମାଇଟ , ଇଲମେନାଇଟ , ଉତ୍ତୋଳନ କରି ବିଦେଶକୁ ରପ୍ତାନି କରଯାଉଥିଲା ବେଶୀ ଲାଭ ଆଶାରେ   । ବିଦେଶକୁ ଖଣିଜର ରପ୍ତାନି ଉପରେ ଅନେକ କଟକଣା ଏବେ ଜାରି ହେଲାଣି ତଥାପି ଆମ ଦେଶର ବୃହତ ଶିଳ୍ପ ସଂସ୍ଥାମାନେ ଉଚ୍ଚମାନର ଖଣିଜ କିଣିନେବାକୁ ପଛାଉ ନାହାନ୍ତି   ।  ଏହି ପ୍ରକ୍ରିୟାରେ ଖଣି ମାଲିକମାନେ ଉଚ୍ଚମାନର ଖଣିଜକୁ ବାଛିକରି ଖୋଲିନେଇ ନିମ୍ନ ଓ ମାଧ୍ୟମ ମାନର ଖଣିଜକୁ ଖନନ ନ କରି ପରିତ୍ୟାଗ କରୁଛନ୍ତି  ।  ମାତ୍ର ଏହି ଖନନ ପ୍ରକ୍ରିୟା ସଂରକ୍ଷଣ ବିରୋଧୀ  ।  ଏବେ ଏହାର ସଂଶୋଧନ କରାଯାଇଅଛି  । ମେସିନ ଦ୍ଵାରା ସାମଗ୍ରିକ  ଭାବରେ ଖନନ କାର୍ଯ୍ୟ ହେଉଅଛି  ।  ଏହା ଫଳରେ ଉଚ୍ଚ ଓ ମାଧ୍ୟମ ମାନର ଖଣିଜ ସବୁ ଶିଳ୍ପ ସଂସ୍ଥା କିଣିନେବା ପରେ ନିମ୍ନମାନର ଖଣିଜକୁ ଅଲଗା କରାଯାଇ   । ସେଗୁଡିକର ବିଶୋଧନ ପରେ ଶିଳ୍ପଯୋଗ୍ୟ ସ୍ତରକୁ ଅଣାଯାଇପାରିଛି   । ଗୋଆରେ ସତୁରି ଦଶକରେ ପ୍ରଥମ କରି ଲୌହପଥର ଗୁଣ୍ଡର ପେଲେଟ ତିଆରି କାରଖାନା ବାୟସଥିଲା   ।  ଏବେ କିନ୍ତୁ କ୍ରୋମାଇଟ , ମାଙ୍ଗାନିଜ ଓ ଲୌହ ଖଣିଜ ପ୍ରତ୍ୟେକ କ୍ଷେତ୍ରରେ ନିମ୍ନମାନର ଖଣିଜସବୁ ଆଣି ଆଞ୍ଚଳିକ ଗବେଷଣାଗାର ଜାତୀୟ ଧାତୁବିଜ୍ଞାନ ପ୍ରୟୋଗଶାଳାରେ ସବିଶେଷ ଅନୁସଦନହନ ପରେ ଉନ୍ନତ କରାଯାଇପାରୁଛି  । ସେଗୁଡିକ ଗୁଣ୍ଡ ଆକାରକୁ ବୃଦ୍ଧି କରାଯାଇ ଖଣିଭିତ୍ତିକ  ଶିଳ୍ପରେ ପୁନବ୍ୟବହାର କରାହୋଇ ଖଣିଜ ସଂରକ୍ଷଣ ପାଇଁ ସାହାଯ୍ୟ କରାଯାଉଛି  । ଗୋଆର ଲୁହାଖଣିରେ ସତୁରି ଦଶକରେ ପ୍ରଥମ କରି Dempo & chawagle co ଏକ ପେଲେନ କାରଖାନା ବାଣିଜ୍ୟକ ଭିତ୍ତିରେ ପ୍ରତିଷ୍ଠା କରଥିଲେ   । ଏବେ ଆମର ଓଡିଶା , ଛତିଶଗଡ , କର୍ଣ୍ଣାଟକ ଆଦି ଖଣିଜଭରା ଆଞ୍ଚଲରେ ଲୁହା,କ୍ରୋମାଇଟ ଓ ମାଙ୍ଗାନିଜ ଆଦି ଖଣିଜ ଗୁଣ୍ଡର ଏକାଧିକ ପେଲେଟ , ବ୍ରିକ୍ଵେତ ବା ସିଣ୍ଟର ପ୍ଳାଣ୍ଟ ପ୍ରତିଷ୍ଠା କରାଯାଇ ଶିଳ୍ପ ଅନୁପଯୁକ୍ତ ଖଣିଜର ସମୃଦ୍ଧିକାରଣ କରାଯାଇଛି   ।  ବର୍ତ୍ତମାନ ଭୂତତ୍ଵ- ଭୂ-ରାସାୟନିକର ଜଣାଶୁଣା ସବୁ ଜ୍ଞାନକୌଶଳ ପ୍ରୟୋଗ କରି ନୂତନ ଖଣିଜର ସନ୍ଧାନ ପାଇବାର ଆସା ଉଜ୍ଵଳ    ।

ଆମ ଦେଶର ଉଦାହରଣ କେତୋଟି ବିଚାରକୁ ନିଆଯାଉ- ନିକଟ ଅତୀତରେ ସୀସା, ଦସ୍ତା , ତମ୍ବା, ନିକେଲ ଆଦି ଧାତୁପିଣ୍ଡର ସନ୍ଧାନ , ବିଶେଷକରି “ ବମ୍ବେ ହାଇ” ର ପେଟ୍ରୋଲିଆମ ଆବିଷ୍କାର ସାଙ୍ଗକୁ ଗୋଦାବରୀ ଓ ମହାନଦୀ ମୁହାଁର ଅନତିଦୂରରେ ସମୁଦ୍ରରେ ପ୍ରାକୃତିକ ଗ୍ୟାସର ସନ୍ଧାନ ଆମ୍ଭମାନଙ୍କ ମନକୁ ଦୃଢ ଆସାର ସଂଚାର କରିଅଛି   ।ଆଲାସ୍କାର ତୈଳଖଣି , ପଶ୍ଚିମ ଅଷ୍ଟ୍ରେଲିଆ ଓ ଓଡିଶାର ପଟାଙ୍ଗି – ପଞ୍ଚମଟପଲ୍ଲୀରେ ବକସାଇଟ ଖଣିଜର ବିରାଟ ଭଣ୍ଡାର ସୁକିନ୍ଦା ନିଲେକ ଚାଳିଶ ବର୍ଷ ପୂର୍ବେ ଆମକୁ ଜଣା ନଥିଲା  । ପୁନଶ୍ଚ ବେଳାଭୂମିର ଗୁରୁବାଲି ଇଲମେଟାଇଟ ଦୁର୍ଲଭ ମୃତ୍ତିକା ଏଓ ଗାରନେଟ ପରି ଖଣିଜର ଉତ୍ସ ଆମକୁ ଅନୁସନ୍ଧାନ କରିବାକୁ ରହିଛି   ।

ଏବେ ଗଭୀର ସମୁଦ୍ର ଶଯ୍ୟା କଥା ବିଚାରକୁ ନିଅନ୍ତୁ  । ଦକ୍ଷିଣ କେନ୍ଦ୍ରୀୟ ଭାରତ ମହାସାଗର ପ୍ରାୟ ପାଞ୍ଚ କିଲୋମିଟର ଗଭୀର  ।  ଏହାର ଶଯ୍ୟା ଉପରେ ଆଳୁସଦୃଶ ମାଙ୍ଗାନିଜ ନଡ୍ୟୁଲରେ ମାଙ୍ଗାନିଜ ସହିତ ପ୍ରାୟ ଦୁଇ ଦଶମିକ ପାଞ୍ଚ ପ୍ରତିଶତ ନିକେଲ,ତମ୍ବା,ଓ କୋବାଲଟ ମିଶିକରି ଅଛି   ।  ଏହି ସିନ୍ଧୁ ଶଯ୍ୟାରେ ପର୍ଯ୍ୟାପ୍ତ ପରିମାଣରେ ନଡ୍ୟୁଲ ଅଛି, ଯାହାକି ଗୋଆସ୍ଥିତ ଜାତୀୟ ସାମୁଦ୍ରିକ ଅନୁଷ୍ଠାନର ବୈଜ୍ଞାନିକମାନେ ଅନୁସନ୍ଧାନ କରିବା ଦ୍ଵାରା ଜଣାପଡିଛି  ।  ଏହି ନଡ୍ୟୁଲ ଆକାରର ପ୍ରକାର , ଖଣିଜ ନିର୍ଣ୍ଣୟ ଓ ତତସଂଶ୍ଳିଷ୍ଟ ସ୍ୱଳ୍ପ ପରିମାଣରେ ମିଶିକରି ଥିବା ମୂଲ୍ୟବାନ ଧାତୁ (Ni+Cu+Co) ର ସବିଶେଷ ବିବରଣୀ ଓ ଏହି ନଡ୍ୟୁଲ ଏସିଡ ମାଧ୍ୟମରେ ଦ୍ରବ୍ୟଭୂତ କରାଯାଇ ବିଦ୍ୟୁତ ପ୍ରକ୍ରିୟାରେ ତମ୍ବା , ନିକେଲ ଓ କୋବାଲଟ ଧାତୁର ଛୋଟ ଛୋଟ ସାରୁ ଚଦର ବାହାର କରାଯାଇପାରୁଛି  ଭୁବନେଶ୍ଵର ଆଞ୍ଚଳିକ ଗବେଷଣା କେନ୍ଦ୍ରରେ   । ବଡପ୍ଳାଣ୍ଟ ବସାଇଲେ ହିନ୍ଦୁସ୍ଥାନ ଜିଙ୍କ ଲିମିଟେଡ ମଧ୍ୟ ସହଯୋଗ କରିବା ବୋଲି ପ୍ରତିଶ୍ରୁତି ଦେଇଛନ୍ତି   ।  ଏସବୁ ଖଣିଜ ଦ୍ରବ୍ୟ ଉତ୍ତୋଳନ ବ୍ୟୟସାପେକ୍ଷ  । ପୁନଶ୍ଚ ଧାତୁ ନିଷ୍କାସନ ମଧ୍ୟ ବ୍ୟୟବହୁଳ ହୋଇପାରେ   ।

ଖଣିଜ ସଙ୍କଟ ପଡିଲେ ବ୍ୟବହୃତ ଧାତୁଦ୍ରବ୍ୟର ଓ ଧାତୁ ଗରଦାର ପୁନର୍ବ୍ୟବହାର କରାଯାଇପାରେ  ।  ନାହିଁ ମାମୁଁଠାରୁ କଣା ମାମୁଁ ଭଲ “ ନୀତିରେ ଉତ୍କୃଷ୍ଟ ନ ମିଳିଲେ ବ୍ୟବହୃତ ଧାତୁ ଓ ଶିଳ୍ପର ଆବର୍ଜନା ବା ନିମ୍ନମାନର ଧାତୁପିଣ୍ଡ ବ୍ୟବହାର କରାଗଲେ ମାନବକୁ ଏକ ଶତାଦ୍ଦୀ ତଳର ଜୀବନଧାରଣର ମାନ ବଜାୟ ରଖିବାକୁ ମଧ୍ୟ କଷ୍ଟକର ହେବ ବୋଲି ବୈଜ୍ଞାନିକମାନେ ମତପୋଷଣ କରନ୍ତି  ।  କନ୍ଥା କ’ଣ ତୁଳା ଶେଯର ଆରାମ ହେବ  ? ଏସବୁ ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ କାରିଗରୀ ଯୋଜନାରେ ଖଣିଜଶିଳ୍ପରେ ଆବର୍ଜନାର ବ୍ୟବହାର କ୍ଷେତ୍ରରେ ଗବେଷଣା ପାଇଁ କିଛି ଅର୍ଥ ବ୍ୟବସ୍ଥା କରାଯାଇଥିବା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ  ।

ଏଠାରେ ଗୋଟିଏ ବିଷୟର ଉତଥାପନ କରିବା ଉଚିତ ମନେହେଉଛି  । ଭରତ ଓ ଅନ୍ୟ ସମୃଦ୍ଧଶାଳି ଦେଶ ଖଣିଜଦ୍ରବ୍ୟରେ ଭରା   ।  ସେଠାକର ଅଧିବାସୀମାନେ କର୍ମଠ  ।  ସରକାର ସଂକଲ୍ପବଦ୍ଧ ହୋଇ ସ୍ଵାବଲମ୍ବନଶୀଳତା ହାସଲ ଡ଼ିଆଇଜିରେ ନିଜସ୍ୱ ପ୍ରାକୃତିକ ସମ୍ପଦକୁ ବିନିଯୋଗ କରି ଶିଳ୍ପ ପ୍ରସାର ଦିଗରେ ଚେଷ୍ଟିତ  ।  ସେମାନେ ସମୃଦ୍ଧ ଦେଶ ତୁଳନାରେ ଅଧିକମାତ୍ରାରେ ଖଣିଜ ବ୍ୟବହାର କରୁଛନ୍ତି , ତେଣୁ ଅର୍ଥନୈତିକ ପ୍ରଗତି ହେବା ସୁନିଶ୍ଚିତ   । କଞ୍ଚାମାଲର ସାମଗ୍ରିକ  ବିନିଯୋଗ ପ୍ରକୃତ ଉନ୍ନତିର ସୂଚକ ହୋଇନପାରେ   । କାରଣ ମୁଣ୍ଡପିଛା ଖଣିଜଦ୍ରବ୍ୟ ବା ଜାଳେଣୀର ପରିବର୍ତ୍ତନ ପ୍ରାୟ ସ୍ଥିର ରହିଛି   । ଅପରପକ୍ଷରେ ଶିଳ୍ପ ସମୁଦ୍ଧ ଦେଶମାନଙ୍କରେ ଜନସଂଖ୍ୟାର ବୃଦ୍ଧିହାର ଅନେକ କମ ଓ ଜର୍ମାନୀ , ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ ପରି ଦେଶରେ ପ୍ରାୟ ସ୍ଥିର  ।  ଏପରି କ୍ଷେତ୍ରରେ ଖଣିଜ ଦ୍ରବ୍ୟର ସାମଗ୍ରିକ ବ୍ୟବହାରରେ ଅପେକ୍ଷାକୃତ ଅଳ୍ପ ବୃଦ୍ଧି ଘାତିଳେ ମଧ୍ୟ ଏହା ଲୋକମାନଙ୍କ ଜୀବନଧାରଣ ମାନରେ ବୃଦ୍ଧିର ସୂଚନା ଦେଇଥାଏ   ।  ତେଣୁ ସମୃଦ୍ଧ ଦେଶ ଅଧିକ ସମୃଦ୍ଧ ଓ ଅନୁନ୍ନତ ଦେଶ ଅଧିକ ଅବନତିର ସମ୍ମୁଖୀନ ହେଉଛନ୍ତି  ।

ଆମର ଏକ ପ୍ରବାଦ ଅଛି  “ – ଏକ ମାଧିଆ ବାଇଶି ପଳ“  । ଖଣିଜର ଯେତେ ସଂରକ୍ଷଣ ନୂତନ ଆବିଷ୍କାର , ବ୍ୟବହାର , ଧାତୁର ପୁନଃବ୍ୟବହାର ଓ ବୈଷୟିକ କ୍ଷେତ୍ରରେ ଅଭିନବ ଗବେଷଣା ଫଳରେ ନିକୃଷ୍ଟଧାରଣର ଧାତୁପିଣ୍ଡକୁ ବ୍ୟବହାର ଉପଯୋଗୀ କରାଇପାରିଲେ   ,ଆଢ୍ୟ ଜନସଂଖ୍ୟା ଅନିୟନ୍ତ୍ରିତ ବୃଦ୍ଧି ସବୁକିଛି ପଣ୍ଡ କରିଦେବ   । ତେଣୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ଆଶ୍ରା କରି ପ୍ରଗତି ପଥରେ ଅଗ୍ରସର ହେବା ସଙ୍ଗେ ସଙ୍ଗେ ଜନସଂଖ୍ୟା ନିୟନ୍ତ୍ରିତ ଦିଗରେ ବ୍ୟକ୍ତିଗତ ,  ସାମାଜିକ ରାଷ୍ଟ୍ରୀୟ ଓ ଆନ୍ତଃରାଷ୍ଟ୍ରୀୟ ସ୍ତରରେ ସମସ୍ତ ପ୍ରୟାସ ଜାରି ରଖିବା ଉଚିତ   ।  ନେଡିଗୁଡ ଥରେ କହୁଣିକୁ ବୋହିଗଲେ ଆଉ ଫେରିଆସେନାହିଁ  ।  ଏକବିଂଶ ଶତାଦ୍ଦୀ ପୂରଣ ପୂର୍ବରୁ ଜନସଂଖ୍ୟା ବୃଦ୍ଧିକୁ ଯତପରୋନାସ୍ତି ନିୟନ୍ତ୍ରଣ କରିବାକୁ ହେବ ହିଁ ହେବ  ।  ଏକଥା ଲେଖିବାବେଳେ ଅଷ୍ଟାଦଶ ଶତାଦ୍ଦୀର ସେହି ମନୀଷୀ ମାଳଥସଙ୍କ ପ୍ରତି ବିନମ୍ରତାରେ ମଥା ନଇଁଆସେ    ।  ପ୍ରାୟ ଦୁଇସତ ବର୍ଷପୂର୍ବରୁ ସେ ପୃଥିବୀର ଏ ବିଷମ ଅବସ୍ଥାକୁ ଲକ୍ଷ୍ୟକରି କହିଲେ – ଆମର ଖାଦ୍ୟଶସ୍ୟ ଉତ୍ପାଦନ ବଢିବ ଗାଣିତିକ ସ୍ତରରେ , ମାତ୍ର ଜନସଂଖ୍ୟା ବୃଦ୍ଧି ସଂଘଟିତ ହେବ ଜ୍ୟାମିତିକ ସ୍ତରରେ   ।  ଏହାହିଁ ବାସ୍ତବତା ଓ ଏହା ଧରାବକ୍ଷଏ ମାନବ ସ୍ଥିତି ପ୍ରତି ବିରାଟ ଆହ୍ଵାନ

ସଂଗୃହୀତ – ଡକ୍ଟର ରାମକୃଷ୍ଣ ସାହୁ,ଅବସରପ୍ରାପ୍ତ ବରିଷ୍ଠ ବୈଜ୍ଞାନିକ , ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ , ଭୁବନେଶ୍ଵର

3.16666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top