ହୋମ / ଶକ୍ତି / ଶକ୍ତି ଉତ୍ପାଦନ / ଜାତୀୟ ଆଲୁମିନିୟମ କମ୍ପାନୀ (NALCO) ସହ ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (IMMT) ର ସମ୍ପର୍କ
ସେଆର କରନ୍ତୁ

ଜାତୀୟ ଆଲୁମିନିୟମ କମ୍ପାନୀ (NALCO) ସହ ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (IMMT) ର ସମ୍ପର୍କ

ଜାତୀୟ ଆଲୁମିନିୟମ କମ୍ପାନୀ (NALCO) ସହ ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (IMMT) ର ସମ୍ପର୍କ ର ସୂଚନା

ପ୍ରଥିତଯଶା ଓ ଖ୍ୟାତିସମ୍ପର୍ଣ୍ଣ କେମିକାଲ ଇଞ୍ଜିନିୟରନାଲକୋ

ନାଲକୋ ଜନ୍ମନିଏ  ୧୯୮୧ ମସିହା ଜାନୁଆରୀ ମାସ  ୭ ତାରିଖ ଦିନ   ।   ଓଡିଶାର ରାଜଧାନୀ ଭୁବନେଶ୍ଵର ସହରରେ ଗଢିଉଠେ ଏହାର ପଞ୍ଜିକୃତ ଓ କର୍ପୋରେଟ କାର୍ଯ୍ୟାଳୟ  ।  ଇପିକଳ ହାଉସ ଓ ଇଡକୋ ଟାୱାର୍ସ ରେ କାର୍ଯ୍ୟ କରିବା ଆରମ୍ଭ କରେ ନାଲକୋ    ।  ଏସିଆ ମହାଦେଶର ସର୍ବବୃହତ ଆଲୁମିନା- ଆଲୁମିନିୟମ ପ୍ରକଳ୍ପ ଭାବେ ସଗର୍ବେ ମୁଣ୍ଡଟେକି ଠିଆ ହୁଏ ଓଡିଶା ମାଟିର ଶିଳ୍ପ – କୋଣାର୍କ ନାଲକୋ  ।  ଓଡିଶା କ୍ୟାଦରର ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ଶ୍ରୀ.କେ.ଏସ ରାମଚନ୍ଦ୍ରନ ହୁଅନ୍ତି ଏହାର ପ୍ରଥମ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ   । ନାଲକୋର ଜନ୍ମଦାତା ତଥା ଆଲୁମିନିୟମ ଶିଳ୍ପର ଭୀଷ୍ମପିତାମଃ ପ୍ରଖ୍ୟାତ ରାସାୟନବିଜ୍ଞାନ ଓ ଲବ୍ଧପ୍ରତିଷ୍ଠ ଧାତୁ ବିଦ୍ୟାବିତ ଶ୍ରୀ ସତ୍ୟବାଦୀ ଶତପଥି ଭାରତ ଆଲୁମିନିୟମ କମ୍ପାନୀ କୋରବାରୁ ଆସି ଯୋଗଦିଅନ୍ତି କମ୍ପାନୀର ବୈଷୟିକ ମୁଖ୍ୟ ଭାବେ   ।  ଆଡଭାଇଜର (ଟେକ୍ନୋଲୋଜି) ଭାବେ ସେ ଅଧିଷ୍ଠିତ ହୁଅନ୍ତି କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ଵର   ।

ପ୍ରଥିତଯଶା ଓ ଖ୍ୟାତିସମ୍ପର୍ଣ୍ଣ କେମିକାଲ ଇଞ୍ଜିନିୟର

ଦେଶର ଆଉ ଦୁଇଜଣ ପ୍ରଥିତଯଶା ଓ ଖ୍ୟାତିସମ୍ପର୍ଣ୍ଣ କେମିକାଲ ଇଞ୍ଜିନିୟର ଶ୍ରୀ ଲକ୍ଷ୍ମୀକାନ୍ତ ପଣ୍ଡା ଓ ଶ୍ରୀ ନୀଳାନ୍ଦ୍ରି ନାଥ ମହାନ୍ତି  ଯୋଗ ଦିଅନ୍ତି ନାଲକୋର ଆଲୁମିନିୟମ ଓ ଆଲୁମିନା ପ୍ଲାଷ୍ଟର ଜେନେରାଲ ମ୍ୟାନେଜର ଭାବେ   ।  ଶ୍ରୀ ଲକ୍ଷ୍ମୀକାନ୍ତ ପଣ୍ଡା ବାଲକୋ , କୋରବାରୁ ଆସି ଯୋଗ ଦେଇଥିଲା ବେଳେ ଶ୍ରୀ ନୀଳାନ୍ଦ୍ରି ନାଥ ମହାନ୍ତି   ଇଣ୍ଡିଆନ ଆଲୁମିନିୟମ କମ୍ପାନୀର ବେଲଗାଓଁରୁ ଆସି କମ୍ପାନୀର ଗୁରୁଦାୟିତ୍ଵ ମୁଣ୍ଡାଇଥାନ୍ତି   ।  ଏହି ଦୁଇଜଣ ସ୍ଥିଲେ ଶ୍ରୀ ସତ୍ୟବାଦୀ ଶତପଥିଙ୍କର ଅତି ନିବିଡ ଓ ଘନିଷ୍ଠ ବନ୍ଧୁ   ।  କେବଳ ଆଲୁମିନା ଓ ଆଲୁମିନିୟମ ଟେକ୍ନୋଲୋଜି କ୍ଷେତ୍ରରେ ନୁହେଁ , ବରଂ ସେମାନଙ୍କର ସଂପର୍କ ପ୍ରଯୁକ୍ତି ବିଦ୍ୟାର ପରିଧି  ଡେଇଁ  ବ୍ୟକ୍ତିଗତ ଓ ପାରିବାରକ ସଂପର୍କରେ ବାନ୍ଧି ହୋଇଯାଇଥିଲା   । ଏହି ତିନିଜଣ ମହାନୁଭବ ବ୍ୟକ୍ତିତ୍ଵ ନାଲକୋର ଆଦି ପୁରୁଷ ଭାବେ ପରିଗଣିତ ହେଉଥିଲେ ଓ ସମଗ୍ର କମ୍ପାନୀରେ ସେମାନେ ଅତ୍ୟନ୍ତ ଆଦରଣୀୟ ଓ ସମ୍ମାନାସ୍ପଦ ବ୍ୟକ୍ତିତ୍ଵ ଭାବେ ପ୍ରଶଂସାଭାଜନ ହୋଇଥିଲେ   । ପାହାଚ ପରେ ପାହାଚ ଅତିକ୍ରମ କରି ଓଡିଶାର ଗଢିଉଠିଲା ନାଲକୋର ଏକ ବିରାଟ ସାମ୍ରାଜ୍ୟ   ।

ରାଉଲକେଲାରେ ପ୍ରତିଷ୍ଠିତ ହୋଇଥିବା ଦେଶର ଦ୍ଵିତୀୟ ଇସ୍ପାତ କାରଖାନା ଓ ପ୍ରଥମ ରାଷ୍ଟ୍ରାୟତ୍ତ ଇସ୍ପାତ କାରଖାନାର ମାନ୍ୟତା ଲାଭ କରିଥିବା ରାଉରକେଲା ଷ୍ଟିଲ ପ୍ଳାଣ୍ଟ ପରେ ନାଲକୋ ଥିଲା ଓଡିଶାର ଦ୍ଵିତୀୟ ଶିଳ୍ପ-କୋଣାର୍କ , ଏବଂ ଏସିଆ ମହାଦେଶର ସର୍ବଶ୍ରେଷ୍ଠ , ସର୍ବବୃହତ ଏବଂ ସର୍ବୋତ୍ତର ବକସାଇଡ, ଆଲୁମିନା ତଥା ଆଲୁମିନିୟମ କମ୍ପାନୀ   । ବିଶ୍ଵର ସର୍ବଶ୍ରେଷ୍ଠ ଆଲୁମିନିୟମ ଟେକ୍ନୋଲୋଜି ସମୃଦ୍ଧ କମ୍ପାନୀ ଫ୍ରାନ୍ସ “ ଆଲୁମିନିୟମ ପେଚିନି” ନାଲକୋକୁ ଦେଲା ତାର ସର୍ବଶ୍ରେଷ୍ଠ ବିଶ୍ଵସ୍ତରୀୟ ଆଲୁମିନିୟମ ଟେକ୍ନୋଲୋଜି  । କେବଳ ଟେକ୍ନୋଲୋଜି ନୁହେଁ , ନାଲକୋ ପାଇଁ ଫ୍ରାନ୍ସର ୪୮ ଟି ଜାତୀୟକରଣ ବ୍ୟାଙ୍କ (London Inter Bank offered Rate) (LIBOR)  ରେଟ ଅନୁଯାୟୀ ମଧ୍ୟ ୯୮୦ ମିଲିୟନ ଡଲାରର ସଫ୍ଟ ଲୋନ ପ୍ରଦାନ କରିଥିଲେ  ।  ଭାରତସରକାର  ନାଲକୋ ପ୍ରକଳ୍ପର ପ୍ରତିଷ୍ଠା ପାଇଁ ଯେଉଁ ପରିମାଣର ବୈଦେଶିକ ସଫ୍ଟ ଲୋନ ଫ୍ରାନ୍ସରୁ ଆଣିଥିଲେ, ତାହା ଦେଶ ସ୍ଵାଧୀନତା ହେବା ପରଠାରୁ କୌଣସି ପ୍ରକଳ୍ପ ପାଇଁ ଆଣି ନଥିଲେ   । ସମୟାନୁକ୍ରମେ ଏହି ଋଣ ନାଲକୋ ପରିଶୋଧ କରିଥିଲା ଏବଂ ନାଲକୋ ଏକ ଶୂନ୍ୟ ଋଣମୁକ୍ତ କମ୍ପାନୀ ଭାବେ ଘୋଷିତ ହୋଇଥିଲା   ।

ଧୀରେ ଧୀରେ ନାଲକୋର ପଞ୍ଚପଟ୍ଟମାଳି  ବକସାଇଟ ଖଣି , ଆଲୁମିନା ରିଫାଇନେରି କୋରାପୁଟ ଜିଲ୍ଲାର ଡାମନଯୋଡିରେ ଏବଂ କ୍ୟାପଟିଭ ପାୱାର ପ୍ଳାଣ୍ଟ , ଓ ଆଲୁମିନିୟମ ସ୍ମେଲତାର ପ୍ଳାଣ୍ଟ ଅନୁଗୋଳରେ ନିର୍ମିତ ହୋଇ କାର୍ଯ୍ୟକ୍ଷମ ହେଲା   । ଆଲୁମିନା ଓ ଆଲୁମିନିୟମ ଧାତୁ ରପ୍ତାନୀ କ୍ଷେତ୍ରରେ ନାଲକୋ ନୂତନ କୀର୍ତ୍ତିସ୍ତମ୍ଭ ସ୍ଥାପନ କଳା  । ରପ୍ତାନୀ କ୍ଷେତ୍ରରେ  ୩୦ ରୁ ଉର୍ଦ୍ଧ୍ଵ ରାଷ୍ଟ୍ରରେ ନାଲକୋର ଆଲୁମିନା ଓ ଆଲୁମିନିୟମ ନିଜର ଉତ୍ତମ ସ୍ଥିତି ବଜାୟ ରଖିଲା  । ବକସାଇଟ ଖନନ,ଆଲୁମିନା, ଆଲୁମିନିୟମ ଓ ତାପଜ ବିଦ୍ୟୁତ ଶକ୍ତିର ଉତ୍ପାଦନ, ରପ୍ତାନୀ, ପରିବେଶ ସୁରକ୍ଷା, ଗୁଣବାତ୍ତା, ଉଚ୍ଚବିତ୍ତୀୟ ବ୍ୟବସ୍ଥା ,  ମାନବ ସମ୍ବଳର ବିକାଶ ଆଦି ବହୁ କ୍ଷେତ୍ରରେ ନାଲକୋ ମାଇଲଷ୍ଟୋନ ସୃଷ୍ଟି କରି ବହୁ ପୁରସ୍କାର, ସମ୍ମାନ ଓ ସ୍ବୀକୃତୀ ଲାଭ କଲା  ।  ବିଶ୍ଵର ଆଲୁମିନିୟମ ମାନଚିତ୍ରରେ ନାଲକୋ ତାର ନିଜସ୍ୱ ସ୍ଵତନ୍ତ୍ର ଆସନ ଅଳଙ୍କୃତ କଳା ଓ ଦେଶ ମଧ୍ୟରେ ମଧ୍ୟ ଅନନ୍ୟ  ସଫଳତାକୁ ପୁଞ୍ଜି  କରି ଦିନ ପରେ ଦିନ ଆଲୁମିନିୟମର ବିଜୟ ଧ୍ଵଜାକୁ ଫର ଫର ଉଡାଇ ଚାଲିଲା   ।  ନାଲକୋ ଓଡିଶା ଓ ଭାରତବର୍ଷର ଏକ ଅନନ୍ୟ ଶିଳ୍ପ ସଂସ୍ଥା ଭାବେ ମୁଣ୍ଡ ଟେକିଲା ଏବଂ ଓଡିଶାର ଗର୍ବ ଓ ଗୌରବ ଭାବେ ସିଦ୍ଧ ହେଲା   ।

ନାଲକୋ ଅନ୍ତର୍ଦେଶୀୟ ବଜାରରେ ନିଜର ବିପଣନ  ବ୍ୟବସ୍ଥାକୁ ମଜବୁତ କଲା ଏବଂ ଭାରତବର୍ଷର ଏକ ଅଦ୍ଵିତୀୟ ଆଲୁମିନିୟମ କମ୍ପାନୀ ଭାବେ ମୁଣ୍ଡଟେକି ଠିଆ ହେଲା   । ପ୍ରୋଜେକ୍ଟ ପ୍ରୋଫାଇଲ କ୍ଷେତ୍ରରେ ନାଲକୋ ତାର ସ୍ଵକୀୟ ପରିଚୟ ସୃଷ୍ଟି କଲା  । ଡାମନଯୋଡିରେ ମେତଲର୍ଜିକାଲ ଗ୍ରେଡ ଆଲୁମିନା ଉତ୍ପାଦନ କରିବା ସଙ୍ଗେ ସଙ୍ଗେ ନୂଆ ନୂଆ Down Stream Indusrty ଯଥା Special Grade Alumina ଏବଂ Detergent Grade ,Zeolite-A ପ୍ଳାଣ୍ଟ ମଧ୍ୟ ଗଢିଉଠିଲା  ।   ସେହିପରି ଆଲୁମିନିୟମ କ୍ଷେତ୍ରରେ Aluminum Lngot , Slab,  Sow ingot , billet wire red ଆଦି ଏକାଧିକ ପ୍ରଡକ୍ଟର ଉତ୍ପାଦନ ଓ ବିପଣନ ଆରମ୍ଭ ହେଲା  ।  ନାଲକୋ  ପ୍ରଥମେ ମିନିରତ୍ନ ଓ ପରେ ଏକ ନବରତ୍ନ କମ୍ପାନୀଭାବେ ଭାରତ ସରକାରଙ୍କ ସ୍ବୀକୃତି ଲାଭ କଳା , ଯାହାକି ଏକ ଅନନ୍ୟ ସମ୍ମାନର ପ୍ରତୀକ ଭାବେ ସାବ୍ୟସ୍ତ ହେଲା ଏବଂ ଓଡିଶାର ଗର୍ବ ଓ ଗୌରବ ସହ ନାଲକୋ ଓତପ୍ରୋତ  ଭାବେ ଜଡିତ ହୋଇଗଲା  ।  ନାଲକୋରୁ ଉତ୍ପାଦିତ ହେଉଥିବା ଆଲୁମିନିୟମ ଧାତୁ London metalics Exchange (LME) ର ମାନ୍ୟତା ଲାଭ କଲା, ଯାହାକି ଭାରତବର୍ଷର ଆଲୁମିନିୟମ କମ୍ପାନୀମାନଙ୍କ ମଧ୍ୟରେ ସର୍ବପ୍ରଥମ ମାନ୍ୟତାର ଗୌରବ ଅର୍ଜନ କରିଥିଲା   । ନାଲକୋ ପୂର୍ବରୁ ଭାରତବର୍ଷରେ ଥିବା ଆଲୁମିନିୟମ କମ୍ପାନୀମାନଙ୍କ ମଧ୍ୟରେ ସର୍ବପ୍ରଥମ ମାନ୍ୟତାର ଗୌରବ ଅର୍ଜନ କରିଥିଲା   । ନାଲକୋ ପୂର୍ବରୁ ଭାରତବର୍ଷରେ ଥିବା ଆଲୁମିନିୟମ କମ୍ପାନୀ ଗୁଡିକ ଯଥା ଇଣ୍ଡିଆନ ଆଲୁମିନିୟମ କମ୍ପାନୀ,ହିନ୍ଦୁସ୍ଥାନ ଆଲୁମିନିୟମ କମ୍ପାନୀ,ଭାରତ ଆଲୁମିନିୟମ କମ୍ପାନୀ, ମାଦ୍ରାସ ଆଲୁମିନିୟମ କମ୍ପାନୀ ଆଦି କମ୍ପାନୀମାନେ ଧୀରେ ଧୀରେ ନାଲକୋର ସର୍ବଗୁଣସମ୍ପର୍ଣ୍ଣ ଆଧିପତ୍ୟକୁ ସ୍ଵୀକାର କାଲେ   ।  ନାକଲୋ ଦେଶ ଏବଂ ମହାଦେଶର ସର୍ବଶେଷ୍ଠ ଆଲୁମିନିୟମ କମ୍ପାନୀ  ଭାବେ ସ୍ଵର୍ଣ୍ଣାଦିତ୍ୟ ବିଜୟ ମୁକୁଟ ଅଧିକାରୀ ହେଲା  ।

ଉତ୍ପାଦନ ଓ ବିପଣନ କ୍ଷେତ୍ରରେ ନାଲକୋ ନିଜର ସ୍ଥିତି ସୁଦୃଢ କଲା ପରେ ଗବେଷଣା ଓ ଉନ୍ନୟନ ଆଡକୁ ହାତ ବଢାଇଲେ   । ଆଖି ଉଠେଇ ଚାହିଁଲା ବେଳକୁ କାନ୍ଥ ସେପଟେ ଦେଖାଗଲା ଏକ ପ୍ରମୁଖ୍ୟ ବିଜ୍ଞାନସାର  “ ଆଞ୍ଚଳିକ ବିଜ୍ଞାନାଗାର”,ଭୁବନେଶ୍ଵର  ।  କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅନ୍ତର୍ଗତ ବିଜ୍ଞାନ ଓ ଶିଳ୍ପ ଗବେଷଣା ବିଭାଗ  (DSIR) କର୍ତ୍ତ୍ଵତ୍ଵାଧିନ ବିଜ୍ଞାନ ଓ ଶିଳ୍ପ ଗବେଷଣାଗାରର ମଧ୍ୟରେ “ ଆଞ୍ଚଳିକ ଗବେଷଣାଗାର” ଭୁବନେଶ୍ଵର ଥିଲା ଅନ୍ୟତମ  । ସେତେବେଳେ ଏହି ଅନୁଷ୍ଠାନର ନିର୍ଦ୍ଦେଶକ ଥାଆନ୍ତି ପଦ୍ମଶ୍ରୀ ପ୍ରଫେସର ଡକ୍ଟର ପ୍ରଫୁଲ୍ଲ କୁମାର ଜେନା   ।  ଦେଶର ଜେନ କୃତବିଦ୍ୟ ଧାତୁବିଦ୍ୟାବିତ ଓ ପ୍ରାମଣ୍ୟ ବ୍ୟକ୍ତିତ୍ଵଙ୍କ ନେତୃତ୍ଵରେ ଭୁବନେଶ୍ଵର ମାଟିରେ ଏହି ଅନୁଷ୍ଠାନ ଜନ୍ମ ନିଏ  ୧୯୬୪ ମସିହା ଏପ୍ରିଲ ୧୩ ତାରିଖରେ    ।  ୨୦୦ ରୁ ଉର୍ଦ୍ଧ୍ଵ ବୈଜ୍ଞାନିକଙ୍କୁ ନେଇ ରାଜଧାନୀର ଛାଡି ଉପରେ ଗଢି ଉଠିଥିଲା ଭାରତବର୍ଷର ଏହି ଅଦ୍ଵିତୀୟ ବୈଜ୍ଞାନିକ କୋଣାର୍କ ଶିଳ୍ପ ସଂସ୍ଥାମାନଙ୍କ ସହ ପରମ ବନ୍ଧୁତ୍ଵ ସ୍ଥାପନ କରି ବୈଜ୍ଞାନିକ ଗବେଷଣା ଓ ବିକାଶ କାର୍ଯ୍ୟକ୍ରମ କୁ ତ୍ଵରନିତ୍ଵ କରିବା ପାଇଁ ନାନାବିଧି ପଦକ୍ଷେପ ଗ୍ରହଣ କରୁଥାଏ   ।  ଏକାଧିକ ବିଭାଗକୁ ନେଇ ମୁଣ୍ଡଟେକିଥିବା ଏହି ବିଜ୍ଞାନାଗାରରେ ବହୁ ଉଚ୍ଚକୋଟୀର ଗବେଷଣା କାର୍ଯ୍ୟ ସମ୍ପାଦିତ ହେଉଥାଏ   ।  ଯେହେତୁ ନାଲକୋ ଏକ ଖଣିଜ ଓ ଧାତୁ ସମ୍ପର୍କୀୟ , ଶିଳ୍ପ , ସଂସ୍ଥା , ତେଣୁ ନାଲକୋ ସହ ବୈଜ୍ଞାନିକ ସହବନ୍ଧନ ପାଇଁ ଏକାଧିକ ବୈଜ୍ଞାନିକ ପରିଯୋଜନା ହାତକୁ ନିଆଗଲା   ।

ମୁଁ ୧୯୮୩ ମସିହା ଏପ୍ରିଲ ମାସ  ୮ ତାରିଖରେ ଜଣେ ପ୍ରଥମ ରସାୟନବିତ ଭାବେ ନାଲକୋର ଡାମନଯୋଡିସ୍ଥିତ ଆଲୁମିନା କାରଖାନାରେ ଯୋଗ ଦେଲି   । ବକସାଇଡ ଓ ଆଲୁମିନା ଲାବୋରାତୋରିର ଦାୟିତ୍ଵ ମୁଁ ଗ୍ରହଣ କଲି   । ଅନୁଗୋଳରେ ମଧ୍ୟ ଆଲୁମିନିୟମ ଲାବୋରାଟୋରି ଗଢିବାର ବେଳ ଆସିଲା  ।  ମୁଁ ୧୯୮୪ ମସିହାର ଶେଷାର୍ଦ୍ଧରେ ନାଲକୋର କର୍ପୋରେଟ କାର୍ଯ୍ୟାଳୟରେ ଆସି ଯୋଗଦାନ କଲି ଏବଂ ଉଭୟ ଆଲୁମିନା ଓ ଆଲୁମିନିୟମ ଲାବୋରାଟାରୀ ଗଢିବାର ଦାୟିତ୍ଵ ମୋ ଉପରେ ନ୍ୟସ୍ତ କରାଗଲା   । ସେତେବେଳେ ଶ୍ରୀ କେଭିବି ,ପାନ୍ତୁଲୁ ନାଲକୋର ଅଧକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଥାଆନ୍ତି   ଏବଂ ଶ୍ରୀ ସତ୍ୟବାଦୀ ଶତପଥୀ କମ୍ପାନୀ ମୁଖ୍ୟ ବୈଷୟିକ ଉପଦେଷ୍ଟା ଭାବେ କାର୍ଯ୍ୟ ସଂପାଦାନ କରୁଥାନ୍ତି   ।  ବକସାଇଟ  ଖଣି , ଆଲୁମିନା ପ୍ଳାଣ୍ଟ ଓ ଆଲୁମିନିୟମ ପ୍ଲାଟ ବିୟାନଗାରର ସମସ୍ତ ଯନ୍ତ୍ରପାତି ମନୋନୟନ କରିବା ଏବଂ ଦେଶବିଦେଶରୁ ସେସବୁର କ୍ରୟ କରିବା ଦାୟିତ୍ଵ କର୍ପୋରେଟ କାର୍ଯ୍ୟାଳୟରେ ଥିବା ଟେକ୍ନୋଲୋଜି ଡିଭିଜନ ଉପରେ ସଂପୂର୍ଣ୍ଣ ରୂପେ ନ୍ୟସ୍ତ ଥିଲା  । ନାଲକୋର ଟେକ୍ନୋଲୋଜି କମସଲଟାଣ୍ଟ ନୂଆଦିଲ୍ଲୀ ସ୍ଥିତ ଦେଶର ଶ୍ରେଷ୍ଠ ଇଞ୍ଜିନିୟରିଂ କଣସଲଟାନ୍ସି ଫାର୍ମ “ ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ” ନାଲକୋକୁ ଏ କାର୍ଯ୍ୟରେ ସାହାଟା କରୁଥିଲା   ।  ଏ ସମସ୍ତ ଦାୟିତ୍ଵକୁ ମୁଁ ସମସ୍ତଙ୍କ ସହଯୋଗ ମାଧ୍ୟମରେ ନିର୍ବାହ କରୁଥିଲି   ।  ଏହା ମତେ ଏକ ଅଭିନବ ଅଭିଜ୍ଞତା ପ୍ରଦାନ କଲା  । ଦେଶର ସର୍ବବୃହତ ଆଲୁମିନା – ଆଲୁମିନିୟମ କାରଖାନାର ଦୁଇଟି ବିଶାଳକାୟ ଲାବୋରେଟୋରୀ ଗଢି ଗଢିବାର ସମସ୍ତ ଦାୟିତ୍ଵ ସଂପାଦିତ କରିବା ମୋ ପାଇଁ ଏକ ବଡ ଚ୍ୟାଲେଞ୍ଜ ମଧ୍ୟ ଥିଲା   ।  ନୂଆ କମ୍ପାନୀ , ନୂଆ ପରିବେଶ , ନୂଆ ମଣିଷ , ନୂଆ ଟେକ୍ନୋଲୋଜି , ନୂଆ କନସଲଟାଣ୍ଟ ଓ ନୂଆ ଅଭିଜ୍ଞତାକୁ ପାଥେୟ କରି ମୁଁ ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡର ସମସ୍ତ ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କ ସହିତ ମିଶି ଫ୍ରାନ୍ସର ଆଲୁମିନିୟମ ପେଚିନିର ବୈଷୟିକ ସହାୟତାରେ ପୁଞ୍ଜିକରି ଗୋଟିଏ ପରେ ଗୋଟିଏ ଯନ୍ତ୍ରପାତି କିଣିଚାଲିଲି  ।

ଶ୍ରୀ ସତ୍ୟବାଦୀ ଶତପଥୀ , ଶ୍ରୀ ଲକ୍ଷ୍ମୀକାନ୍ତ ପଣ୍ଡା,ଓ ଶ୍ରୀ ନୀଳାଦ୍ରି ନାଥ ମହାନ୍ତିଙ୍କ ଅଫୁରନ୍ତ ସହଯୋଗ ମୋ ଜୀବନ ପାଇଁ ଏକ ଅଭୂଲା ସ୍ମୃତି ହୋଇ ରହିଯିବ  ।  ସେମାନେ ମତେ ପଦେ ପଦେ ଜଗୁଥାନ୍ତି, ତାଗିତ କରୁଥାନ୍ତି , ନିର୍ଦ୍ଦେଶ ଦେଉଥାନ୍ତି , ଏବଂ ସାହସ ଓ ଧୈର୍ଯ୍ୟ ମଧ୍ୟ ଦେଉଥାନ୍ତି   ।  ଆଲୁମିନିୟମ ବିଜ୍ଞାନ ଭିତରେ ତ ମୋର ଦଖଲ ଥିଲା ହେଲେ ଏତେ ଗୁଡିଏ ଯନ୍ତ୍ରପାତି କିଣାବିକା , ସେଗୁଡିକର ବାଇଶୟୟକ ମୂଲ୍ୟାୟନ ,  ଗୁଣବରତ୍ତା ବଜାୟ ରଖିବା ସହ ଆଲୁମିନିୟମ ପେଚିନିର ମାର୍ଗ ଦର୍ଶନ କାର୍ଯ୍ୟ ସୁଚାରରୂପେ ସଂପାଦାନ ହେଲା   ।  ଦମନଯୋଡି ଓ ଅନୁଗୋଳରେ ନାଲକୋର ଦୁଇଟି କ୍ଵାଲିଟି କଣ୍ଟ୍ରୋଲ , ଗବେଷଣା ଓ ଉନ୍ନୟନ ଲାବୋରାଟୋରୀ ମୁଣ୍ଡଟେକି ଠିଆହେଲା   ।  ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଧୀରେ ଧୀରେ ଲାବୋରଟୋରୀରେ ଯୋଗଦାନ କଲେ   ।  ଲାବୋରଟୋରୀ ଦୁଇଟି କାର୍ଯ୍ୟକ୍ଷମ ହେଲା   ।  ଦୁଇଟି ସ୍ଵୟଂସଂପୂର୍ଣ୍ଣ ବିଜ୍ଞାନାଗାର ନିଜସ୍ୱ କାର୍ଯ୍ୟଧାରା ନେଇ ଆଗେଇ ଚାଲିଲେ   ।  କମ୍ପାନୀର ନୀତିନିୟମ ଓ ଆଭିମୁଖ୍ୟ ସହ ଏହି ଦୁଇ ଲାବୋରେଟୋରୀର କାର୍ଯ୍ୟଧାରାର ମଧ୍ୟ ସଂଯୋଗ ହେଲା   ।  ବକସାଇଟ ଖନନ , ଖଣିଜ ପଦାର୍ଥ ଓ ବକସାଇଟରୁ ଆଲୁମିନାର ଉତ୍ପାଦନ , ଆଲୁମିନାରୁ ଆଲୁମିନିୟମ ପ୍ରଯୁକ୍ତିବିଦ୍ୟା ଆହରଣ କରାଯାଇଥିବା ଫ୍ରାନ୍ସର ଆଲୁମିନିୟମ ପେଚିନି କମ୍ପାନୀରୁ   । ଫ୍ରାନ୍ସରୁ ଭାରତକୁ ପ୍ରଯୁକ୍ତି ବିଦ୍ୟାର ହସ୍ତାନ୍ତର ସହ ଏହାର କାର୍ଯ୍ୟକାରିତା ଗ୍ରହଣଯୋଗ୍ୟତା, ସର୍ବାଙ୍ଗୀନ ବିକାଶ ଓ ସମୟାନୁଯାୟୀ ଫଳପ୍ରଦ ବ୍ୟବହାରିକତା ଉପରେ ସୂକ୍ଷ୍ମ ବୈଜ୍ଞାନିକ ଦ୍ରୁଷ୍ଟିକୋଣ ନିବନ୍ଧ ହେଲା  ।  ଟେକ୍ନୋଲୋଜି ହିଁ କାରଖାନାର ଆତ୍ମା   । ଆତ୍ମା ଯେପରି ଶରୀରର ଏକ ପ୍ରମୁଖ ଅଂଶବିଶେଷ , ଠିକ ସେହିପରି ଟେକ୍ନୋଲୋଜି କାରଖାନାର ଆତ୍ମା , ପିଣ୍ଡ ଓ ପ୍ରାଣ   ।  ଟେକ୍ନୋଲୋଜିକୁ ଛାଡି କାରଖାନା ତିଷ୍ଠିପାରିବ ନାହିଁ  ।

ଧୀରେ ଧୀରେ ସମୟର ସୁଅ ବହି ଚାଲିଲା   ।  ଏହି ଦୁଇଟି ବିଜ୍ଞାନଗାରରେ ନାନାବିଧ Quality Control Testing କାର୍ଯ୍ୟକ୍ରମ ଦ୍ରୁତଗତି ରେ ଆଗେଇ ଚାଲିଲା   ।  ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଦେଶବିଦେଶର ବହୁ ଗବେଷଣାଗାର , କାଳକାରଖାନା ଓ ବୈଷୟିକ ପ୍ରତିଷ୍ଠାନମାନଙ୍କରେ ଟ୍ରେନିଂ ନେଇ ନିଜ ନିଜର କାର୍ଯ୍ୟକ୍ରମରେ ଉତ୍କୃଷ୍ଟ ପ୍ରତିପାଦାନ କଲେ   ।  ଏହି ଦୁଇଟି ଲାବୋରଟୋରିକୁ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ଶିଳ୍ପ ଗବେଷଣା ବିଭାଗ ର ସ୍ବୀକୃତି ମଧ୍ୟ ମିଳିଲା   ।  ପର୍ଯ୍ୟାୟକ୍ରମେ କ୍ଵାଲିଟି କଣ୍ଟ୍ରୋଲରୁ ଗବେଷଣା ଓ ଉନ୍ନୟନ କାର୍ଯ୍ୟକ୍ରମ ଆଡକୁ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଲା ଏବଂ ଏହି ଦୁଇ ବିଜ୍ଞାନାଗାର ନାଲକୋର ଗବେଷଣା ଉନ୍ନୟନ କେନ୍ଦ୍ର ଭାବେ କେନ୍ଦ୍ର ସରକାରଙ୍କ ସ୍ବୀକୃତି ଲାଭ କଲା – in-house research ଦ୍ରୁତଗତିରେ ଆଗେଇ ଚାଲିଲା   ।  ମନ ବଳିଲା ଅନ୍ୟ ବିଜ୍ଞାନଗାର , ବିଶ୍ଵବିଦ୍ୟାଳୟ , ଓ ବୈଷୟିକ ପ୍ରତିଷ୍ଠାନ ସହ ସହବନ୍ଧନ ସ୍ଥାପନା କରି Collaborative research  କାର୍ଯ୍ୟକ୍ରମ ହାତକୁ ନେବା ପାଇଁ   ।  ଆମ ଦାଣ୍ଡ ଦୁଆରେ ସର୍ଗବେ ମୁଣ୍ଡଟେକି ଠିଆ ହୋଇଥିବା regional research laboratory କୁ ଆମେ ଆମର ପ୍ରଥମ ବୈଜ୍ଞାନିକ ବନ୍ଧୁ ଭାବେ ଶଙ୍ଖୋଳି ନେଲୁ  ।  ଆଞ୍ଚଳିକ ଗବେଷଣାଗାର, ଭୁବନେଶ୍ଵର ବ୍ୟତୀତ ଦେଶବିଦେଶର ବିଭିନ୍ନ ବୈଜ୍ଞାନିକ ପ୍ରତିଷ୍ଠାନ ଓ ଶିଳ୍ପସଂସ୍ଥା ସହ ନାଲକୋ ଏକାଧିକ ଗବେଷଣା ପ୍ରକଳ୍ପ ଗ୍ରହଣ କରି ଗବେଷଣା ଓ ବିକାଶ କାର୍ଯ୍ୟକ୍ରମକୁ ତ୍ଵରନିତ୍ଵ କରି ଚାଲିଲା   ।  ଏହି ସମସ୍ତ ଗବେଷଣା ଓ ଉନ୍ନୟନ କାର୍ଯ୍ୟକ୍ରମଗୁଡିକୁ ମୁଁ ନାଲକୋର କର୍ପୋରେଟ କାର୍ଯ୍ୟାଳୟ ରୁ ପରିଚାଳନା , ତଦାରଖ  ନିୟନ୍ତ୍ରିତ କରୁଥିଲି   ।

ନାଲକୋ ସହ ଆଞ୍ଚଳିକ ଗବେଷଣାଗାର ଭୁବନେଶ୍ଵରର ସଂପର୍କ ଅତି ପୁରୁଣା ଓ ନିବିଡ  । ଆଞ୍ଚଳିକ ଗବେଷଣାଗାରର ପ୍ରତିଷ୍ଠାତା ନିର୍ଦ୍ଦେଶକ ପଦ୍ମଶ୍ରୀ ପ୍ରଫେସର ଡକ୍ଟର ପ୍ରଫୁଲ୍ଲ କୁମାର ଜେନାଙ୍କଠାରୁ ଆରମ୍ଭ  କରି ପ୍ରଫେସର ହେମ ଶଙ୍କର ରାୟ,  ପ୍ରଫେସର ଡକ୍ଟର ବିଭୁତି ଭୂଷଣ ମିଶ୍ର ,  ଓ ପ୍ରଫେସର ଡକ୍ଟର ବରଦାକାନ୍ତ ମିଶ୍ରଙ୍କ ପର୍ଯ୍ୟନ୍ତ ବହୁ ନିର୍ଦ୍ଦେଶକଙ୍କ ଆନ୍ତରିକ ସହଯୋଗରେ ନାଲକୋ ସହ ଏକାଧିକ ଗବେଷଣା ପ୍ରକଳ୍ପ ରୂପାଯନ କରାଯାଇପାରିଛି  ।  ଏମାନନାକ ର ସହ ମୋର ବୈଜ୍ଞାନିକ ସଂପର୍କ ଅତ୍ୟନ୍ତ ନିବିଡ ହୋଇଥିବାରୁ ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ସହ ନିଆଯାଇଥିବା ବିଭିନ୍ନ ଗବେଷଣା ପ୍ରକଳ୍ପଗୁଡିକର ପରିଚାଳନା ମୋ ପାଇଁ ଅତ୍ୟନ୍ତ ସହଜସାଧ୍ୟ ହୋଇପାରିଥିଲା   । ବୈଜ୍ଞାନିକ ପ୍ରକଳ୍ପଗୁଡିକର ଗତି ପ୍ରଗତିର ଧାରା, ଅଧ୍ୟୟନ ଓ ମୂଲ୍ୟାଙ୍କନ କରିବା ପାଇଁ ନାଲକୋରେ କିମ୍ବା ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନରେ ଆଲୋଚନା ସଭା ସଂଗଠିତ କରାଯାଇ ସେ ସବୁର ଯଥାବିଧି ପଦକ୍ଷେପ ଗ୍ରହଣ କରାଯାଉଥିଲା   ।  ମୋର ଅଧିକାଂଶ ସମୟ ଖଣିଜ ଓ ବସ୍ତୁ ପ୍ରତିଷ୍ଠାନର ବିଭିନ୍ନ ବୈଜ୍ଞାନିକମାନଙ୍କ ମହଲରେ ହିଁ କାଟିଥିଲା   ।  ସମସ୍ତ ବୈଜ୍ଞାନିକ ଓ ଅଣବୈଜ୍ଞାନିକ କର୍ମଚାରୀମାନଙ୍କ ସହ ସୁସଂପର୍କ ପ୍ରତିଷ୍ଠା ମାଧ୍ୟମରେ ପ୍ରକଳ୍ପଗୁଡିକର ରୂପାୟନ ମଧ୍ୟ ମୋ ପାଇଁ ସହଜସାଧ୍ୟ ହୋଇପାରୁଥିଲା   । ଦୈନନ୍ଦିନ କାର୍ଯ୍ୟନିର୍ଘଣ୍ଟ ମଧ୍ୟରେ ମୋର ଅନୁପସ୍ଥିତି ଯଦି କେବେ ନାଲକୋ କାର୍ଯ୍ୟାଲୟରେ ଅନୁଭବ କରାଯାଉଥାଏ , ସେଠାରେ ଏକ ଉକ୍ତି ପ୍ରଚଳିତ ଥାଏ ଯେ ମୁଁ ନିଶ୍ଚିତଭାବେ ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନରେ ହିଁ ମିଲିବି  ।  ବିଭିନ୍ନ ବୈଜ୍ଞାନିକମଣ୍ଡଳୀ ଓ ସେମାନଙ୍କର ସହକର୍ମୀମାନଙ୍କ ସହ ମିଳିମିଶି ବାସ୍ତବରେ ହିଁ ମୁଁ ସେଠାରେ କାମ କରୁଥିଲି ଓ ଏହା ଫଳରେ ମୋର ଜ୍ଞାନର ପରିସୀମା ମଧ୍ୟ ସମ୍ପ୍ରସାରିତ ହେଉଥିଲା  । ନାଲକୋ ପରିଚାଳନା ମଣ୍ଡଳୀ , ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନର ପରିଚାଳନାମଣ୍ଡଳୀ ମଧ୍ୟରେ ସଂଯୋଗ ସ୍ଥାପନ କରାଇ ଦୁଇଟି ଶୀର୍ଷସ୍ତରୀୟ ଜାତୀୟ ବୈଜ୍ଞାନିକ ପ୍ରତିଷ୍ଠାନର ସଂପର୍କକୁ ଦୃଢୀଭୁତ କରାଇବା ପାଇଁ ମୁଁ ଯତପରୋନାସ୍ତି ଥିଲି   ।

ଉପସଂହାର : ବୈଜ୍ଞାନିକ ଗବେଷଣା ଏକ ଅନ୍ତଃହୀନ ଜୀବନଧାରା   । କୌଣସି ଗବେଷଣାର ଆରମ୍ଭ ନ ଥାଏ କି ସେସ ବି ନଥାଏ   ।  ଏହା କେବଳ ଏକ ଯାତ୍ରା ପଥ   । ବୈଜ୍ଞାନିକଟିଏ ଯାତ୍ରୀଟିଏ   ।  ବିଜ୍ଞାନାଗାରର ଚାରିକାନ୍ଥ ଭିତରେ ତାର ସକାଳୁ ସଞ୍ଜ ହୁଏ , ପୁଣି ସଞ୍ଜରୁ ସକାଳ   ।  ସେଇଠି ସେ ସ୍ଵପ୍ନ ଦେଖେ, କିଛି ସ୍ଵପ୍ନ ପୂରଣ ହୁଏ , ଆଉ କିଛି ଅଧୁରା ରହିଯାଏ   ।  ହେଲେ ସେ ତାର ଯାତ୍ରାପଥରୁ ବିଚ୍ୟୁତ ହୁଏନା   ।  ଲୁହଲହୁ ଏକାକାର କରି ସେ ଲଢିଚାଲେ   ଦିନରାତି   । ଯନ୍ତ୍ରପାତିକୁ ପାଥେୟ କରି , ବୃଦ୍ଧିବିଦ୍ୟାକୁ ଆଲ କରି , ସମୟ ସହ ବନ୍ଧୁତା ବାନ୍ଧି ସେ ଜୀବନର ଚଲାପଥରେ ପାଦଟିଏ ଆଗକୁ ଆଗକୁ ବଢାଇ ଚାଲେ   । ତାର ପାଦଚିହ୍ନ ଦେଖି ଆଉ ଜଣେ ବୈଜ୍ଞାନିକ ବନ୍ଧୁ ତା ସାଙ୍ଗରେ ପାଦଟିଏ ଯୋଡିଦିଏ   ।  ଗୋଟିଏ ପାଦରୁ ଦୁଇ ପାଦ , ଦୁଇପାଗରୁ ଚାରିପାଦ ଓ ଚାରିପାଦରୁ ସହସ୍ର ପାଦ  ।  ଏହି ପାଦ ଚିହ୍ନ ଉପରେ ଗଢିଉଠେ ପରମ ବୈଜ୍ଞାନିକ ବନ୍ଧୁତ୍ଵ   ।  ଗୋଟିଏ ଅନୁଷ୍ଠାନ ସହ ଆଉ ଗୋଟିଏ ଅନୁଷ୍ଠାନର ସଂପର୍କ , ଗୋଟିଏ ବୈଜ୍ଞାନିକ ପ୍ରକଳ୍ପ ସହ ଆଉ ଗୋଟିଏ ବୈଜ୍ଞାନିକ ପ୍ରକଳ୍ପର ସହଯୋଗ , ଗୋଟିଏ ବୃଦ୍ଧି ସହ ଆଉ ଗୋଟିଏ ବୃଦ୍ଧିର ସଂଯୋଗ   ।  ଶୂନ୍ୟରୁ ଅରମ୍ଗ୍ଭ ହୋଇଥିବା ଏହି ଯାତ୍ରାପଥରେ ଯୋଡି ହୋଇଯାଆନ୍ତି ଏକାଧିକ ମଣିଷ,  ଏକାଧିକ ଅନୁଷ୍ଠାନ , ଏକାଧିକ ବ୍ୟକ୍ତିତ୍ଵ , ଏକାଧିକ ବୈଜ୍ଞାନିକ   ।  ଫୁଲଟିଏ ଫୁଟେ ବିଜ୍ଞାନର ବଗିଚାରେ   ।  ମାଳିଟିଏ ତାକୁ ପାଣି ଦେଇ ବଢାଏ କୁଢାଏ   ।  ଫୁଲଫଳରେ ପ୍ରସ୍ପୁଟିତ ହୁଏ ଗଛତି , ବିଜ୍ଞାନର ଗଛତି   । ସମୟର ମଞ୍ଜିଟିକୁ ଅଙ୍କୋରୋଦଗାମ ହୋଇ ପ୍ରକଳ୍ପଟିଏ ମୁଣ୍ଡଟେକେ ଖରା ପବନ ପାଇ  । ଆର୍ଥିକ ସହଯୋଗକାରୀ ସଂସ୍ଥାମାନେ ହାତ ବଢାନ୍ତି ପ୍ରକଳ୍ପର ସଫଳ ରୂପାୟନ ପାଇଁ   ।  ଏକ ଦୁଇ, ତିନି, ଚାରି କରି ସମସ୍ତ ଯୋଡି ହୋଇଯାନ୍ତି ବୈଜ୍ଞାନିକଟିଏ ଶୁଭଙ୍କର ଯଥାପଥରେ   ।

ତେଣୁ ଆଜିର ଆହ୍ଵାନ ହେଲା , ଅନୁଷ୍ଠାନଭିତ୍ତିକ ଗବେଷଣା ପ୍ରକଳ୍ପର ଅନ୍ଵେଷ ଓ ସେଗୁଡିକର ସଫଳ ରୂପାୟନ   ।  ନାଲକୋ ସହ ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ଆରମ୍ଭ କରିଥିବା ଏହି ମହାଯାତ୍ରା ଥମିଯାଇନାହିଁ    । କେବଳ ସମୟ ଟିକେ ଥକା ମାରି ବସିଯାଇଛି   । ସୁଯୋଗ ଉଣ୍ଡୁଚି,କାଳ ଉଣ୍ଡୁଚି   । କାଲିର ସୂର୍ଯ୍ୟାଦୟ ଏହି ଦୁଇ ମହାନ ଅନୁଷ୍ଠାନର ସଂପର୍କକୁ ଆହୁରି ମଜବୁତ କରିବ , କାଳଜୟୀ କରିବ , ଦୀର୍ଘସ୍ଥାୟୀ କରିବ ଓ ସ୍ଵର୍ଣ୍ଣପ୍ରସୂ କରିବ : ଆଜିର ଏହି ପୂଣ୍ୟ ତିଥିରେ ଏତିକି କାମନା ।

ଆଧାର :-  ଡକ୍ଟର ଚିତ୍ତରଞ୍ଜନ ମିଶ୍ର

ପ୍ରାକ୍ତନ ଡେପୁଟି ଜେନେରାଲ ମ୍ୟାନେଜର ଓ ବିଭାଗୀୟ ମୁଖ୍ୟ ଗବେଷଣା ଓ ଉନ୍ନୟନ , ନାଲକୋ   ।

ସଂଗୃହୀତ – ଡାକ୍ତର  କମଳାକାନ୍ତ  କର

3.04166666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top