ହୋମ / ଶକ୍ତି / ଶକ୍ତି ସଂରକ୍ଷଣ / ଜଳ ସମ୍ପଦ ସଂରକ୍ଷଣ
ସେଆର କରନ୍ତୁ

ଜଳ ସମ୍ପଦ ସଂରକ୍ଷଣ

ଜଳ ଆମ ଜୀବନରେ ଅତ୍ୟନ୍ତ ଜରୁରୀ । ଜଳ ସଂରକ୍ଷଣ କିପରି କରିବେ ସେ ସମ୍ବନ୍ଧୀତ ତଥ୍ୟ ।

ଜଳସମ୍ପଦର ଆବଶ୍ୟକତା

ଜଳ ସମ୍ପଦ ସଂରକ୍ଷଣଜୀବନଧାରଣ ପାଇଁ ଜଳ ଅପରିହାର୍ଯ୍ୟ । ଆମ୍ଭେମାନେ ଆଗରୁ ଜାଣିଛେ ଯେ ଜୀବକୋଷର ଶତକଡ଼ା । 85-90 ଭାଗ ଜଳ ଓ କୋଷ ତଥା ଜୀବମାନଙ୍କର ସମସ୍ତ ଶାରୀରିକ ପ୍ରକ୍ରିୟ । ଜଳର ଉପସ୍ଥିତିରେ ହିଁ ସମ୍ଭବ ହୋଇଥାଏ । ଆମ ପୃଥିବୀରେ ବହୁ ପରିମାଣରେ ଜଳ ରହିଥିଲେ ମଧ୍ୟ ମଧୁର ଜଳର ପରିମାଣ କମ୍। କିନ୍ତୁ ଏହି ମାତ୍ରାର ମଧୁରଜଳ ଆମର ଆବଶ୍ୟକତାକୁ କୋଟି କୋଟି ବର୍ଷ ଧରି ମେଣ୍ଟାଇ ଆସୁଛି। ତୁମେ ଜାଣିଛ ଯେ ଜନଚେତନା ଓ ମାନବ ଅନ୍ତର୍ଭୁକ୍ତି (Human involvement) ଦ୍ଵାରା ଜଳ ସମ୍ପଦର ଉନ୍ନତି ଘଟିବା ସଙ୍ଗେ ସଙ୍ଗେ ଏହାର ସଦ୍ ବ୍ୟବହାର ଓ ସଂରକ୍ଷଣ କରାଯାଇପାରିବ ।

ଯେକୌଣସି ରାଷ୍ଟ୍ରର ସମୃଦ୍ଧିପାଇଁ ତାହାର ଜଳ ସମ୍ପଦର ଅବଦାନ ଉଲେଖନୀୟ । କୃଷି, ଶିଳ୍ପ ଓ ଗମନାଗମନ ପାଇଁ ଭୂପୃଷ୍ଣ ଜଳ ସମ୍ପଦର ବହୁଳ ଆବଶ୍ୟକତା ଥିବାରୁ ସମସ୍ତ ସମୃଦ୍ଧିଶାଳୀ ରାଷ୍ଟ୍ର ସେମାନଙ୍କର ଜଳ ସମ୍ପଦର ସଂରକ୍ଷଣ ଓ ସୁପରିଚାଳନା କରି ଆସୁଛନ୍ତି । ପୃଥିବୀର ଅଧୁକାଂଶ ଗରିବ ରାଷ୍ଟ୍ରରେ ଉତ୍କଟ ଜଳାଭାବ ସେମାନଙ୍କର ଶିଳ୍ପ ସମୃଦ୍ଧିପାଇଁ ଏକ ପ୍ରତିବନ୍ଧକ ଭାବେ ଦେଖାଦେଇଛି । ଏଥିରୁ ଆମପାଇଁ ଜଳସମ୍ପଦର ଆବଶ୍ୟକତା ସହଜରେ ଅନୁମେୟ । ଗୋଟିଏ ସ୍ଥାନର ଜଳ ସମ୍ପଦର ପରିମାଣ ସେହି ସ୍ଥାନର ବୃଷ୍ଟିପାତ ଉପରେ ନିର୍ଭର କରୁଥିଲେ ମଧ୍ୟ ଏହା ଆହୁରି ଅନେକ କାରକ ଦ୍ଵାରା ନିୟନ୍ତ୍ରିତ ହୋଇଥାଏ । ସେମାନଙ୍କ ମଧ୍ୟରେ ସେହିସ୍ଥାନର ଶିଳ୍ପସମୃଦ୍ଧି, ଭୂପୃଷ୍ଠ ଜଳ ସମ୍ପଦର ପରିମାଣ, ଜଙ୍ଗଲର ଆୟତନ ଓ ନଦୀବନ୍ଧ ଯୋଜନା ଅନ୍ୟତମ |

ଆମ ଦେଶରେ ମୁଖ୍ୟତଃ ମୌସୁମୀ ବାୟୁର ପ୍ରଭାବରେ ବୃଷ୍ଟିପାତ ହୋଇଥାଏ ଓ ଆମ୍ଭେ ପ୍ରାୟ ଶତକଡ଼ା 85 ଭାଗ ବୃଷ୍ଟିପାତ ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ପାଇଥାଉ । ଆମ ଦେଶର ବୃଷ୍ଟିପାତ ପରିମାଣ ଅନ୍ୟ ଅନେକ ଦେଶ ତୁଳନାରେ ଅଧିକ ହୋଇଥିଲେ ମଧ ଆମ୍ଭେ ପର୍ଯ୍ୟାପ୍ତ ପରିମାଣର ଜଳ ସଂଚୟ କରି ରଖିପାରୁ ନଥିବାରୁ ଗ୍ରୀଷ୍ମଋତୁରେ ଜଳାଭାବର ସମ୍ମୁଖୀନ ହେଉଛୁ| ଦେଶରେ ଖାଦ୍ୟର ଆବଶ୍ୟକତା ବୃଦ୍ଧିପାଉଥିବାରୁ ଦିନକୁ ଦିନ କୃଷି ଓ ଶିଳ୍ପ ସଂସ୍ଥା ପାଇଁ ଅଧିକରୁ ଅଧିକ ଜଳ ବ୍ୟବହାର କରାଯାଉଛି । ଫଳରେ ଭୂପୃଷ୍ଠ ଜଳ ବ୍ୟବହାର ସଙ୍ଗେ ସଙ୍ଗେ ଆମ୍ଭେମାନେ ମଧ୍ୟ ନଳକୂପ ଓ ଉଠା ଜଳସେଚନ (Lift irrigation) ଦ୍ଵାରା ଭୂତଳ ଜଳର ଅତ୍ୟଧିକ ବ୍ୟବହାର କରି ଚାଲିଛୁ। ଅନ୍ୟପକ୍ଷରେ ପାହାଡ଼ ଓ ପର୍ବତମାନଙ୍କରୁ ଜଙ୍ଗଲ ସଫା ହୋଇଯିବା ଦ୍ଵାରା ଭୂତଳକୁ ଜଳର ଗତି କମିବାରେ ଲାଗିଛି ଓ ଭୂତଳ ଜଳର ପରିମାଣ ଦିନକୁ ଦିନ କମିବାରେ ଲାଗିଛି । ସେଥିପାଇଁ ଜଳ ସମ୍ପଦର ସଂରକ୍ଷଣ ସହ ଏହାର ସୁପରିଚାଳନା ପାଇଁ ଆବଶ୍ୟକ ପଦଜୋକ୍ଷପ ଜୋନ ବା ଦରକାର ।

ଜଳ ସମ୍ପଦର ବିକାଶ ପାଇଁ ଆବଶ୍ୟକ OGSSO

  1. ନଦୀବନ୍ଧ ଯୋଜନା : ଆମ ଦେଶରେ ଚାଷବାସ ପାଇଁ ଜଳସେଚନ ର ଆବଶ୍ୟକତାକୁ ଉପଲବ୍ଧ କରି ତତକାଳୀନ ଇଂରେଜ ସରକାର ସର୍ବପ୍ରଥମେ ବିଭିନ୍ନ ବଡ଼ ଓ ଚିରସ୍ରୋତା ନଦୀମାନଙ୍କରେ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରିଥିଲେ । ସ୍ବାଧୀନତା ପରେ ଆମ ସରକାର ଏହାକୁ ଆଗେଇନେଇ ଅନେକ ବୃହତ୍ ନଦୀବନ୍ଧ ଯୋଜନା ଜରିଆରେ ଜଳଭଣ୍ଡାର ନିର୍ମାଣ କରିଛନ୍ତି । ଓଡ଼ିଶାର ହୀରାକୁଦ ନଦୀବନ୍ଧ, କର୍ଣ୍ଣାଟକର ବିଶ୍ଳେଶ୍ଵରାୟା ବନ୍ଧ, ଗୁଜୁରାଟର ସର୍ଦାର ସରୋବର ନଦୀବନ୍ଧ ଇତ୍ୟାଦି ଏହାର ଉଦାହରଣ । ଏହି ନଦୀବନ୍ଧ ଯୋଜନା ସହ କେନାଲ ନିର୍ମାଣ ଦ୍ଵାରା ଦେଶର ଅନେକ ଅଞ୍ଚଳରେ ଜଳସେଚନ ଓ ପାନୀୟଜଳ ଉପଲବ୍ଧ ହୋଇପାରୁଛି । କେତେକ ସ୍ଥାନରେ କେନାଲ ଦ୍ଵାରା ଜଳ ବହୁତ ଦୂର ତଥା ଜଳାଭାବଗ୍ରସ୍ତ ସ୍ଥାନକୁ ଯୋଗାଇ ଦିଆଯାଇପାରୁଛି । ଉଦାହରଣସ୍ଵରୂପ ଇନ୍ଦିରା ଗାନ୍ଧୀ କେନାଲ ଯୋଜନା ଦ୍ଵାରା ରାଜସ୍ଥାନର ବ୍ୟାପକ ମରୁଅଞ୍ଚଳକୁ ଜଳଯୋଗାଇବା ସମ୍ଭବ ହୋଇପାରିଛି ।
  2. ବୃହତ୍ ନଦୀବନ୍ଧ ଯୋଜନା ଦ୍ଵାରା ମଧ୍ୟ ଆମକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତୃଟିପୂର୍ଣ୍ଣ ଜଳବଣ୍ଟନ ଓ ଜଳ ସମ୍ପଦର କୂପରିଚାଳନା ହେତୁ ଏହାର ସୁଫଳ ସମସ୍ତଙ୍କୁ ସମପରିମାଣରେ ମିଳିପାରୁନାହିଁ । ବଣ୍ଟନ ସମୟରେ କେନାଲ୍ ବନ୍ଧରେ ଅନେକ ସମୟରେ ଘାଇ ସୃଷ୍ଟି ହୋଇ ବହୁ ପରିମାଣର ଜଳ ନଷ୍ଟ ହୋଇ ସେହି ଅଞ୍ଚଳରେ ବନ୍ୟାସ୍ଥିତି ସୃଷ୍ଟି କରୁଛି । ସେହିପରି କେତେକ କେନାଲ ରେ ଆବଶ୍ୟକ ପରିମାଣ ର ଜଳ ପ୍ରବାହ ହେଉନଥିବାରୁ ଲୋକମାନେ କେନାଲ ବନ୍ଧଗୁଡ଼ିକୁ  କାଟିଦେଇ ପରିସ୍ଥିତିକୁ ଆହୁରି ଜଟିଳ କରିଦେଉଛନ୍ତି । ଏହାଛଡ଼ା ବିସ୍ଥାପନ ଓ ଥଇଥାନ(Rehabilitation) ଜନିତ ସମସ୍ୟା ମଧ୍ୟ ରହିଛି । ଜଳଭଣ୍ଡାର ସୃଷ୍ଟି ହେବା ଦ୍ଵାରା ଯେଉଁସବୁ ଗାଁ ଓ ଜମି ଜଳାର୍ଣାବ ହେଉଛି ସେଠାକାର ଲୋକମାନଙ୍କୁ ସେହିସ୍ଥାନ ଛାଡ଼ି ଅନ୍ୟ ସ୍ଥାନକୁ ଯିବାକୁ ପଡୁଛି । ଫଳରେ ବିସ୍ଥାପିତ ଲୋକମାନେ ସେମାନଙ୍କର ଘର ଦ୍ଵାରା, ଜମିବାଡ଼ି ଓ ବେପାରବାଣିଜ୍ୟ ସବୁ ହରାଇ ନିଃସ୍ ହୋଇଯାଉଛନ୍ତି । ସେମାନଙ୍କୁ ଉଚିତ କ୍ଷତିପୂରଣ ଓ ଚାକିରି ନ ମିଳିବାଦ୍ଵାରା ଅପ୍ରତିକର ସାମାଜିକ ତଥା ଅର୍ଥନୈତିକ ପରିସ୍ଥିତି ସୃଷ୍ଟି ହେଉଛି ।

    ଆଜିପର୍ଯ୍ୟନ୍ତ ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ଲୋକମାନେ ସେମାନଙ୍କର ଥଇଥାନ ଓ କ୍ଷତିପୂରଣ ପାଇଁ ଆନ୍ଦୋଳନ କରୁଛନ୍ତି । ସର୍ବାର ସରୋବର ବନ୍ଧର ଉଚ୍ଚତା ନ ବଢ଼ାଇବା ପାଇଁ ମେଧା ପାଟ୍କରଙ୍କ ନେତୃତ୍ୱରେ ନର୍ମଦା ବଞ୍ଚାଅ ଆନ୍ଦୋଳନ ଏବେବି ଚାଲିଛି | ଏହାଛଡ଼ା ଅନେକ ବୃହତ ଜଳଭଣ୍ଡାର ଅଞ୍ଚଳରେ ଜଙ୍ଗଲ ଜମି ଜଳାର୍ଶବ ହୋଇ ଜଙ୍ଗଲକ୍ଷୟ ଘଟୁଛି । ଫଳରେ ପରିବେଶ କ୍ଷତିଘଟିବା ସହିତ ପରିସ୍ଥାନ ନଷ୍ଟି ହୋଇ ଜୈବବିବିଧତାର ଅପୂରଣୀୟ କ୍ଷତି ଘଟୁଛି / ବୃହତ୍ ନଦୀବନ୍ଧ ପରିବର୍ତ୍ତେ ଜଳ ସଞ୍ଚୟ ପାଇଁ ଆମକୁ ବିକଳ୍ପ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦରକାର । ଛୋଟ ଛୋଟ ନଦୀବନ୍ଧ, ଜରିଆରେ ଅନେକ ସ୍ଥାନରେ ଜଳ ସଞ୍ଚୟ ହୋଇପାରିଲେ । ଏହା ସବୁ ସ୍ଥାନକୁ ସମପରିମାଣରେ ଉପଲବ୍ଧ ହୋଇପାରିବ ଓ ବଣ୍ଟନଜନିତ କ୍ଷୟ ତଥା ଅସୁବିଧା ଦୂର ହୋଇପାରିବ । ଆମରାଜ୍ୟରେ ଏହିପରି ଅନେକ ଛୋଟ ଛୋଟ ନଦୀବନ୍ଧ, ଯଥା - ଏହିପରି ଅନେକ ଛୋଟ ଛୋଟ ନଦୀବନ୍ଧ, ଯଥାଖଡ଼ଖାଇ (ମୟୁରଭଞ୍ଜ), ନରାଜ (କଟକ), ମୁଣ୍ଡୁଳି (ଆଠଗଡ଼), ଡେରାସ (ଭୁବନେଶ୍ବର) ଓ ସାଳିଆ (ବାଣପୁର) ଆଦି ନିର୍ମାଣ କରାଯାଇ ଜଳସେଚନ ସହ ସହରକୁ ଜଳଯୋଗାଣ କରାଯାଇପାରୁଛି । ଏହିପରି ଆହୁରି ଅନେକ ଛୋଟ ନଦୀବନ୍ଧ ଦ୍ଵାରା ଏବଂ ପୋଖରୀ ଓ କୃତ୍ରିମ ହ୍ରଦ ସୃଷ୍ଟି କରି ମଧ୍ୟ ଅଧ୍ୟକ ଜଳ ସଞ୍ଚୟ କରାଯାଇପାରିବ । ଓଡ଼ିଶା ସରକାରଙ୍କ 'ମୋ ପୋଖରୀ' ପ୍ରକଚ୍ଛ ଏହି ଦିଗରେ ଏକ ଉତ୍ତମ ପଦକ୍ଷେପ ।

  3. ଜଳ ଛାୟା ପରିଚାଳନା (Watershed Management) ଆଗରୁ କୁହାଯାଇଛି ଯେ ଜଙ୍ଗଲକ୍ଷୟ ଦ୍ଵାରା ପାହାଡ଼ିଆ ଅଞ୍ଚଳରେ ବୃଷ୍ଟି ଜଳ ଭୂତଳକୁ ଗତି ନ କରି କ୍ଷିପ୍ରଗତିରେ ଭୂପୃଷ୍ଠରେ ବହିବା ଫଳରେ ମୁଭିକା କ୍ଷୟ ହେବା ସଙ୍ଗେ ସଙ୍ଗେ ଭୂତଳ ଜଳର ପରିମାଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ସେଥିପାଇଁ ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି କରି, ପଥର ଅଟକ ବନ୍ଧ ଦେଇ ଜଳପ୍ରବାହର କ୍ଷିପ୍ରତାକୁ କମାଇବା ଓ ଜଳର ଭୂତଳକୁ ପ୍ରବେଶର ମାତ୍ରା ବୃଦ୍ଧି କରିବା ଦ୍ଵାରା ବର୍ଷାଜଳ ଭୂତଳ ଜଳ ଭାବରେ ସଂରକ୍ଷିତ ହୋଇପାରିବ । ଏହି ପ୍ରକ୍ରିୟାକୁ ଜଳ ଛାୟା ପରିଚାଳନା କୁହାଯାଏ ଓ ପାହାଡ଼ର ଗଡ଼ାଣିଆ ଅଞ୍ଚଳକୁ ଜଳ ଛାୟା ଅଞ୍ଚଳ କୁହାଯାଏ । ଜଳ ଛାୟା ପରିଚାଳନା ପାଇଁ ନିମ୍ନୋକ୍ତ ପଦକ୍ଷେପ ନିଆଯାଏ :
    • ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲକ୍ଷୟକୁ ରୋକିବା ଓ ବୃକ୍ଷରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବା ।
    • ପାହାଡ଼ର ଶିଖରରୁ ପାଦଦେଶ ପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ଛୋଟ ଛୋଟ ପଥର ବନ୍ଧ ନିର୍ମାଣ କଲେ ବର୍ଷାଜଳ ଆସ୍ତେ ଆସ୍ତେ ପାହାଡ଼ ତଳକୁ ଗତି କରିବ ଓ ତଳେ ପହଞ୍ଚୁବା ପାଇଁ ଜଳକୁ ଅଧିକ ସମୟ ଲାଗିବ । ଫଳରେ ପର୍ଯ୍ୟାପ୍ତ ପରିମାଣର ଜଳ। ଭୂତଳକୁ ଗତିକରି ପାରିବ ।
    • ଜଳଛାୟା ଅଞ୍ଚଳରେ କୃଷିକାର୍ଯ୍ୟକୁ ତ୍ଵରାନ୍ୱିତ କରି ସ୍ଥାନୀୟ ଅଧିବାସୀମାନଙ୍କ ଆୟ ବୃଦ୍ଧି କରାଇଲେ ସେମାନେ ଜଙ୍ଗଲ କାଟିବାରୁ ନିବୃତ୍ତ ରହି ନିଜ ପ୍ରଚେଷ୍ଟାରେ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ଆଗ୍ରହୀ ହେବେ ।

ବୃଷ୍ଟି ଜଳ ସଂରକ୍ଷଣ

ଆମ ଦେଶରେ ବୃଷ୍ଟି ଜଳକୁ ସଂରକ୍ଷଣ କରି ଦରକାର ସମୟରେ ବ୍ୟବହାର କରିବା ଏକ ଚିରାଚରିତ ପ୍ରଥା । ସେଥିପାଇଁ ସବୁ ଗାଁ ମୁଣ୍ଡରେ ଏକ ପୋଖରୀ ଦେଖିବାକୁ ମିଳିଥାଏ । ଗଡ଼ିଆ ଓ ପୋଖରୀରେ ଜଳ ସଞ୍ଚୟ ହେବା ଦ୍ଵାରା ଏହି ଜଳ ଆସ୍ତେ ଆସ୍ତେ ଭୂତଳକୁ ପ୍ରବେଶ କରି ଭୂତଳ ଜଳର ପରିମାଣ ବୃଦ୍ଧି କରିଥାଏ । ଏହି ଭୂତଳ ଜଳ ମାଟିତଳେ ଗତିକରି କୂଅ ଓ ନଳକୂଅ ଜରିଆରେ ପିଇବା ପାଣି ଆକାରରେ ଘରେ ଘରେ ଉପଲବ୍ଧ ହୋଇଥାଏ । ଭୂତଳ ଓ ଭୂପୃଷ୍ଠ ଜଳ ସଂରକ୍ଷଣ ଦ୍ଵାରା ମାଟିର ଆଦ୍ରିତା ବୃଦ୍ଧି ପାଇଥାଏ; ମାଟିରୁ ଗଛପତ୍ର ଓ ଫସଲକୁ ଜଳ ମିଳିଥାଏ ।

ସମତଳ ଅଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପାଇଁ ନୂତନ ଜ୍ଞାନକୌଶଳର ପ୍ରୟୋଗ କରାଯାଉଛି | ମାଟି କିମ୍ବା କଂକ୍ରିଟ ସାହାଯ୍ୟରେ ଛୋଟ ଅଟକବନ୍ଧ ବା ଆଡି ବନ୍ଧ(Check dam) କରାଯାଇ ବର୍ଷାଜଳକୁ ରଖାଯିବାଦ୍ଵାରା ଏହି ଜଳ ତଳକୁ ଗତି କରି ଭୂତଳ ଜଳ ସ୍ତରର ବୃଦ୍ଧି ଘଟାଇ ପାରୁଛି । କେବଳ ଖାଲୁଆ ଅଞ୍ଚଳରେ ଏହି ଜଳ ଭୂପୃଷ୍ଠ ଜଳ ଆକାରରେ ବର୍ଷସାରା ଉପଲବ୍ଧ ହେଉଥିବା ବେଳେ ଜଳ ଜମି ରହୁଥିବା ସ୍ଥାନଗୁଡ଼ିକରେ ଖରାଦିନେ ଚାଷକାର୍ଯ୍ୟ କରାଯାଇ ପାରୁଛି ଓ ଭୂତଳ ଜଳ ଉତ୍ତୋଳନ କରି ଜଳସେଚନ କରାଯାଇ ପାରୁଛି । ସହରାଞ୍ଚଳ ମାନଙ୍କରେ ସବୁଆଡ଼େ ‘ କଂକ୍ରିଟ ଜଙ୍ଗଲ' ସୃଷ୍ଟି ହେଉଥିବାରୁ ବର୍ଷାଜଳ ଭୂତଳକୁ ଗତି କରିବାର ବାଟ ରହୁନାହିଁ ଓ ଏହା ବୋହିଯାଇ ନଦୀରେ ମିଶୁଛି । ସେଥିପାଇଁ ଆମକୁ ବର୍ଷାଜଳ ସଂରକ୍ଷଣ କରି ଭୂତଳକୁ ପଠାଇବାର ବ୍ୟବସ୍ଥା କରିବା ଦରକାର । ଛାତ ଉପରେ ପଡ଼ୁଥିବା ବର୍ଷାଜଳକୁ ଏକ ବାଲି ଶଯ୍ୟ, ଥିବା କମ୍ ଗଭୀର ଗର୍ଭକୁ ଛାଡ଼ିଦେଲେ ଏହି ଜଳ ବାଲି ଶଯ୍ୟ ଦ୍ଵାରା ଶୋଷି ହୋଇ ମାଟିତଳକୁ ଗତିକରି ଭୂତଳ ଜଳ ସହିତ ମିଶି ପାରିବ । ଏହାଛଡ଼ା ବର୍ଷାଜଳକୁ ଟାଙ୍କି ସାହାଯ୍ୟରେ ସଂଗ୍ରହ କରି ସିଧାସଳଖ ବ୍ୟବହାର ମଧ କରାଯାଇପାରିବ ।

ଜଳର ପୁନଶ୍ଚକ୍ରଣ

କୃଷି ଓ ପିଇବା ପାଇଁ ଆବଶ୍ୟକ ଜଳ ଅପେକ୍ଷା ଶିଳ୍ପ ସଂସ୍ଥାମାନେ ଅଧିକ ଜଳ ବ୍ୟବହାର କରିଥାନ୍ତି । ଏହି ଜଳ ଦୂଷିତ ହୋଇ ନିର୍ଗତ ହୋଇଥାଏ ଓ ଅନେକ ସମୟରେ ବିଶୋଧୁତ ନହୋଇ ଭୂପୃଷ୍ଠ ଜଳରେ ମିଶିବା ଦ୍ଵାରା ଜଳ ପ୍ରଦୂଷଣ ହୋଇଥାଏ । ସେଥି ପାଇଁ ଶିଳ୍ପ ସଂସ୍ଥାମାନଙ୍କ ଦ୍ଵାରା ବ୍ୟବହୃତ ଓ ନିର୍ଗତ ଜଳର ମାତ୍ରା ତଥା ମାନ କଡ଼ାକଡ଼ି ଭାବରେ ଯାଞ୍ଚ ହେବା ଦରକାର । ଶିଳ୍ପ ସଂସ୍ଥାମାନେ ବ୍ୟବହାର କରୁଥିବା ଜଳକୁ ଆବଶ୍ୟକତା ଅନୁସାରେ ବିଶୋଧୁତ କରି ପୁନଶ୍ଚକ୍ରଣ କରିପାରିଲେ ଜଳ ପ୍ରଦୂଷଣ ଜନିତ ସମସ୍ୟା ଦୂର ହେବା ସହିତ ଶିଳ୍ପ ସଂସ୍ଥାମାନଙ୍କର ଜଳ ଆବଶ୍ୟକତାର ଆ°ଶିକ ଭରଣ କରାଯାଇପାରିବ ଓ ଭୂପୃଷ୍ଣ ଜଳ ସମ୍ପଦ ଉପରେ ସେମାନଙ୍କର ନିର୍ଭରଶୀଳତା। କିଛି ମାତ୍ରାରେ କମାଯାଇପାରିବ । ଏହାଛଡ଼ା ଶିଳ୍ପସଂସ୍ଥାମାନେ ନିଜସ୍ଵ ଶକ୍ତି ଉତ୍ପାଦନ କେନ୍ଦ୍ର ପରି ନିଜସ୍ଵ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା ଜରିଆରେ ଜଳ ଗଚ୍ଛିତ କରି ରଖିପାରିବେ ଓ ଏହାକୁ ବ୍ୟବହାର କରିପାରିବେ ।

ଆଧାର - ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top