ହୋମ / ଶକ୍ତି / ଶକ୍ତି ସଂରକ୍ଷଣ / ପ୍ରାକୃତିକ ସମ୍ପଦର ସଂରକ୍ଷଣ
ସେଆର କରନ୍ତୁ

ପ୍ରାକୃତିକ ସମ୍ପଦର ସଂରକ୍ଷଣ

ପ୍ରାଣୀ ଓ ଉଦ୍ଭିଦ ବଞ୍ଚିରହିବା ପାଇଁ ମୃତ୍ତିକା, ଜଳ, ବାୟୁ, ଏବଂ ଅନ୍ୟ ଉପାଦାନ ଆବଶ୍ୟକ କରିଥାନ୍ତି । ଏହି ପ୍ରାକୃତିକ ସମ୍ପଦର ସଂରକ୍ଷଣ ଅତ୍ୟନ୍ତ ଆବଶ୍ୟକ ।

ପୃଥିବୀପୃଷ୍ଠରେ ଜୀବମାନଙ୍କର ସ୍ଥିତି ଓ ଅବସ୍ଥିତି ଏହାର ଜଳବାୟୁ ଓ ଏଥିରେ ଥିବା ପ୍ରାକୃତିକ ସମ୍ପଦ ଯୋଗୁଁ ସମ୍ଭବ ହୋଇଛି ।  ଏହି ସମସ୍ତ ପ୍ରାଣୀ ଓ ଉଦ୍ଭିଦ ବଞ୍ଚିରହିବା ପାଇଁ ମୃତ୍ତିକା, ଜଳ, ବାୟୁ, ଏବଂ ଅନ୍ୟ ଉପାଦାନ ଆବଶ୍ୟକ କରିଥାନ୍ତି ।  ଜଳ, ବାୟୁ ଓ ମୃତ୍ତିକାରେ ଥିବା ଉପାଦାନର ବିଭିନ୍ନ ଉପାୟରେ ପୁନଶ୍ଚକ୍ରଣ (Recycling) ହେବା ଦ୍ଵାରା ଜୀବମାନଙ୍କର ଆବଶ୍ୟକତା ନିରନ୍ତର ଭାବରେ ପୂରଣ ହେଉଛି ଏବଂ ସେମାନେ କୋଟି କୋଟି ବର୍ଷଧରି ପୃଥିବୀ ପୃଷ୍ଠରେ ତିଷ୍ଠି ରହିଛନ୍ତି ।

କିନ୍ତୁ ମାନବ ସମାଜର ବିକାଶ ସଙ୍ଗେ ସଙ୍ଗେ ଏହି ପ୍ରାକୃତିକ ସମ୍ପଦର ଅତିରିକ୍ତ ବ୍ୟବହାର ତଥା ଅପବ୍ୟବହାର ଦ୍ଵାରା ପ୍ରଦୂଷଣ, ବିଶ୍ୱତାପନ ଓ ତଜ୍ଜନିତ ଜଳବାୟୁ ପରିବର୍ତ୍ତନ  ସମସ୍ୟା ସୃଷ୍ଟି ହେବାରେ ଲାଗିଛି ।

ବର୍ତ୍ତମାନ ଅନ୍ୟ ପ୍ରାକୃତିକ ସମ୍ପଦ ତଥା ଜଙ୍ଗଲ, ବନ୍ୟଜନ୍ତୁ ଓ ପ୍ରାକୃତିକ ଇନ୍ଧନ ପରି ସମ୍ପଦକୁ କିପରି ଯୋଜନାବଦ୍ଧ ଭାବରେ ବ୍ୟବହାର କରିବା ଏବଂ ଏହାର ସଂରକ୍ଷଣ କରି ପାରିବା ସେହି ବିଷୟରେ ଆଲୋଚନା କରାଯାଇଛି ।

ପରିବେଶ ସମ୍ପର୍କିତ ସମସ୍ୟା ଓ ସମାଧାନ

ପରିବେଶ ସମସ୍ୟା ବିଷୟରେ ଆମ୍ଭେମାନେ ଅନେକ ସମୟରେ ବିଭିନ୍ନ ପତ୍ର ପତ୍ରିକା ଓ ଗଣମାଧ୍ୟମରୁ ଜାଣିବାକୁ ପାଇଥାଉ । ଏହି ସମସ୍ୟାଗୁଡ଼ିକରୁ ଅଧିକାଂଶ ମାନବକୃତ । ପରିବେଶ ଉପରେ ଅତ୍ୟାଚାରନ କରି ଏହାକୁ ସୁରକ୍ଷିତ ରଖିବାପାଇଁ ଏବଂ ପ୍ରାକୃତିକ ସମ୍ପଦ ବ୍ୟବହାରର ସୁପରିଚାଳନା ପାଇଁ ଅନେକ ଆନ୍ତର୍ଜାତୀୟ ଓ ଜାତୀୟ ନିୟମାବଳୀ ତଥା ଖସଡ଼ା ରହିଛି । ସେହି ନିୟମାବଳୀ ଓ ପରିବେଶ ସଚେତନତା ବିଷୟରେ ତଳେ ସୂଚନା ଦିଆଯାଇଛି ।

ପ୍ରାକୃତିକ ସମ୍ପଦର ସୁରକ୍ଷା, ସଂରକ୍ଷଣ ଓ ସୁପରିଚାଳନା କାହିଁକି ଦରକାର :

ଆମର ଦୈନନ୍ଦିନ ଜୀବନଯାପନ ପାଇଁ ଆବଶ୍ୟକ ସମସ୍ତ ପଦାର୍ଥ, ଖାଦ୍ୟ ଓ ବସ୍ତ୍ର ଆଦି ଆମ୍ଭେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରକୃତିଠାରୁ ହିଁ ପାଇଥାଉ । ଜନସଂଖ୍ୟା ବଢ଼ିବା ସହ ଆମମାନଙ୍କର ଅଧିକରୁ ଅଧିକ ପ୍ରାକୃତିକ ସମ୍ପଦ ବ୍ୟବହାର କରିବାର ଇଚ୍ଛା ବଢୁଛି ଏବଂ ବିଳାସମୟ ଜୀବନଯାପନ ପାଇଁ ଏହି ସମ୍ପଦ ଗୁଡ଼ିକର ଅତ୍ୟଧିକ ବ୍ୟବହାର ହେତୁ ଏଥିରୁ କେତେକ ପୃଥିବୀପୃଷ୍ଠରୁ ଲୋପ ପାଇବାକୁ ବସିଲାଣି । ଆମମାନଙ୍କୁ ମନେ ରଖିବା ଦରକାର ଯେ ପ୍ରାକୃତିକ ସମ୍ପଦ, ଅପରିମିତ ନୁହେଁ । ତେଣୁ ଏହାର ସୁରକ୍ଷା, ସଂରକ୍ଷଣ ଓ ସୁପରିଚାଳନା ପାଇଁ ଏକ ଦୀର୍ଘମିଆଦୀ ଯୋଜନାର ଆବଶ୍ୟକତା ରହିଛି ।

ପ୍ରକୃତିର ସନ୍ତୁଳନ ଓ ପରିବେଶ ସଂରକ୍ଷଣରେ କେତେକ ପ୍ରାକୃତିକ ସମ୍ପଦ । ଯଥା- ଜଙ୍ଗଲ ତଥା ବନ୍ୟଜନ୍ତୁ, ଜଳ, ବାୟୁ ଓ ଖଣିଜ ସମ୍ପଦର ମୁଖ୍ୟ ଭୂମିକା ରହିଛି । ସେଥିପାଇଁ ପ୍ରାକୃତିକ ସମ୍ପଦର ବ୍ୟବହାର କରିବା ସମୟରେ ଆମକୁ ଧ୍ୟାନ ଦେବାକୁ ହେବ ଯେ ଆମର କାର୍ଯ୍ୟକଳାପ ଯେପରି ଏହାର କୌଣସି କ୍ଷତି ନକରେ । ଉଦାହରଣସ୍ଵରୂପ ଆମ୍ଭେମାନେ କଳକାରଖାନାମାନଙ୍କରେ ଜଳ ବ୍ୟବହାର କରି ଦୂଷିତ ଜଳକୁ ନଦୀ ବା ହ୍ରଦକୁ ନ ଛାଡ଼ି ଏହାର ବିଶୋଧନ କରିବା ପରେ ହିଁ ଛାଡ଼ିବା ଦରକାର । ସେହିପରି ଖଣିଜ ସମ୍ପଦ ଉତ୍ତୋଳନ ସମୟରେ ଅପେକ୍ଷାକୃତ କମ୍ ମୁଖ୍ୟ ଧାତୁଥିବା ଉପର ମୃତ୍ତିକାକୁ ଖଣି ଅଞ୍ଚଳର ଚାରିପଟେ ଥିବା ଜଙ୍ଗଲ ଜମିରେ ଖେଳାଇ ଦେବାଦ୍ଵାରା ଏହି ମୃତ୍ତିକାରେ ଥିବା ଭାରୀଧାତୁ ନିର୍ଗତ ହୋଇଥାଏ । ଏହା ଜଙ୍ଗଲ ଓ ନିକଟସ୍ଥ ଚାଷ ଜମିର କ୍ଷତି ଘଟାଇବା ସଙ୍ଗେ ସଙ୍ଗେ ଖାଦ୍ୟଶସ୍ୟ ଜରିଆରେ ଆମ ଶରୀରରେ ପ୍ରବେଶ କରି ଆମର କ୍ଷତି ଘଟାଇଥାଏ । କଳକାରଖାନାରୁ ନିର୍ଗତ ସ୍ଲାଗ୍ (Slag) ଦ୍ଵାରା ପରିବେଶର ମଧ୍ୟ ଅନେକ କ୍ଷତି ହୋଇଥାଏ । ସେଥିପାଇଁ ଖଣି ଖନନ ଓ ଧାତୁ ନିଷ୍କାସନ ପରେ ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ ଏକ ଯୋଜନାବଦ୍ଧ ପଦ୍ଧତି ଅବଲମ୍ବନ କରିବା ଦରକାର ।

ପ୍ରାକୃତିକ ସମ୍ପଦ ସଂରକ୍ଷଣ ପାଇଁ ତିନି 'R', ନୀତି :

ଗରିବ ଦେଶମାନଙ୍କରେ ବଞ୍ଚିରହିବା ପାଇଁ ଓ ଧନୀ ରାଷ୍ଟ୍ରମାନଙ୍କରେ ବିଳାସମୟ ଜୀବନଯାପନ ପାଇଁ ପ୍ରାକୃତିକ ସମ୍ପଦର ବହୁଳ ବ୍ୟବହାର ସହିତ ଏହାର କ୍ଷୟ ହେବା ଦ୍ଵାରା ପୃଥିବୀର ଜଳବାୟୁରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି । ଅନେକ ସମୟରେ ଆମ୍ଭେ ଏହି ପରିବର୍ତ୍ତନକୁ ନିୟନ୍ତ୍ରଣ କରି ନପାରି ଅସହାୟ ନୀରବଦ୍ରଷ୍ଟା ଭାବରେ  ଚାହିଁରହିଛୁ । କିନ୍ତୁ ପ୍ରତ୍ୟକ୍ଷ ତଥା ପରୋକ୍ଷ ଏବଂ ସ୍ଵତଃସ୍ଫୂର୍ତ୍ତ ଯୋଗଦାନ ଦ୍ଵାରା ଆମ୍ଭେ ପରିବେଶର ସୁରକ୍ଷା କରିବା ସହ ପ୍ରାକୃତିକ ସମ୍ପଦର ସୁପରିଚାଳନା ଓ ସଂରକ୍ଷଣ ମଧ୍ୟ କରିପାରିବା । ପରିବେଶ ତଥା ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ତିନି 'R ନୀତିକୁ ଏକ ମାଧ୍ୟମ ଭାବରେ ପରିଗଣିତ କରାଯାଇଛି । ଏଗୁଡ଼ିକ ହେଲା - ସମ୍ବରଣ (Reduce), ପୁନଶ୍ଚକ୍ରଣ(Recycle) ଓ ପୁନବ୍ୟବହାର (Reuse)

ସମ୍ବରଣ :

ସମ୍ବରଣ ଅର୍ଥ ଆବଶ୍ୟକତାକୁ ଦୃଷ୍ଟିରେ ରଖି କମ୍ ସମ୍ପଦ ବ୍ୟବହାର କରିବା । ଅନେକ ସମୟରେ ଆମ୍ଭେ ଆବଶ୍ୟକତାଠାରୁ ଅଧିକ ସମ୍ପଦ ବ୍ୟବହାର କରିଥାଉ ଓ ନଷ୍ଟ ମଧ୍ୟ କରିଥାଉ, ଯଥା- ନିଜେ ଖାଇ ପାରିବା ପରିମାଣରୁ ଅଧିକ ଖାଦ୍ୟ ନେବା, ଗ୍ୟାପୀ ଖୋଲାରଖି ଦାନ୍ତ ଘଷିବା, ବିଦ୍ୟୁତ୍ ଆଲୋକ ଓ ଫଖା ବନ୍ଦ ନକରି ଚାଲିଯିବା ଇତ୍ୟାଦି । ଆମ୍ଭେ ସଚେତନ ହେଲେ ଏହି ଅପଚୟକୁ ରୋକି ହେବ ।

ପୁନଶ୍ଚକ୍ରଣ :

ପୁନଶ୍ଚକ୍ରଣ ଦ୍ଵାରା ଆମ୍ଭେ କିଛି ମାତ୍ରାରେ ବର୍ଜ୍ୟବସ୍ତୁକୁ କଞ୍ଚାମାଲ ଭାବରେ ବ୍ୟବହାର କରିପାରିବା । ଆମ ଦେଶରେ ଅନେକ କ୍ଷେତ୍ରରେ ଏହାର ବ୍ୟବହାର ହେଉଛି; କାଚ, ପ୍ଲାଷ୍ଟିକ୍, କାଗଜ ଓ ଧାତବ ପଦାର୍ଥର ପୁନଶ୍ଚକ୍ରଣ କରାଯାଇ  ଆଉଥରେ ବ୍ୟବହାର କରାଯାଉଛି । ଆମ୍ଭେମାନେ ଆମ ଘରେ ସୃଷ୍ଟି ହେଉଥିବା ଆବର୍ଜନାକୁ ପ୍ରଥମେ ଅଲଗା ଅଲଗା ଭାବରେ ରଖିବା ଏବଂ ପୁନଶ୍ଚକ୍ରଣଯୋଗ୍ୟ ଆବର୍ଜନା ତଥା ଖାଲି ବୋତଲ, କାଗଜ, ଜଗି ଓ ଧାତବ ଦ୍ରବ୍ୟଗୁଡି଼କୁ ସଂଗ୍ରହ କରୁଥିବା ଲୋକମାନଙ୍କୁ ଦେବା ଦରକାର । ଏହାଦ୍ଵାରା ଖୁବ କମ୍ ଖର୍ଚ୍ଚରେ ଏହି ପଦାର୍ଥଗୁଡ଼ିକୁ ସଂଗ୍ରହ କରାଯାଇପାରିବ ଓ ପରିବେଶ ମଧ୍ୟ ନିର୍ମଳ ରହିବ; ପୁନଶ୍ଚକ୍ରଣ ଦ୍ଵାରା କଳକାରଖାନାର କଞ୍ଚାମାଲର ଆବଶ୍ୟକତା କିଛିମାତ୍ରାରେ ମେଣ୍ଟାଯାଇ ପାରିବ । ସେହିପରି ଜୈବ ଆବର୍ଜନାକୁ ଆମେ କମ୍ପୋଷ୍ଟରେ ପରିଣତ କରି ବଗିଚାରେ ବା ଚାଷ ଜମିରେ ବ୍ୟବହାର କରିପାରିବା ।

ପୁନର୍ବ୍ୟବହାର :

କୌଣସି ପଦାର୍ଥକୁ ବାରମ୍ବାର ବ୍ୟବହାର କରିବା ସବୁଠାରୁ ଉନ୍ନତ ଓ ପରିବେଶ ଅନୁକୂଳ ପଦ୍ଧତି । ବ୍ୟବହାରଯୋଗ୍ୟ ପଦାର୍ଥଗୁଡ଼ିକୁ ଥରେ ବ୍ୟବହାର କରିବା ପରେ ବର୍ଜନ ନକରି ବାରମ୍ବାର ବ୍ୟବହାର କଲେ ସେହିପଦାର୍ଥର ଠିକ୍ ଉପଯୋଗ ହେବା ସହ ସମ୍ପଦର ସଂରକ୍ଷଣ ମଧ୍ୟ ହୋଇଥାଏ । ଉଦାହରଣସ୍ଵରୂପ ଆମର ପୁରୁଣା ଲୁଗାପଟା ଓ ଚପଲ, ଗଦି କାଗଜ, ପଲିଥିନ୍ ମୁଣା, କାଗଜ ଡବା, କାଚ ଓ ପ୍ଲାଷ୍ଟିକ୍ ବୋତଲଗୁଡ଼ିକୁ ବିଭିନ୍ନ କାର୍ଯ୍ୟପାଇଁ ବ୍ୟବହାର କରି ଆମ୍ଭେ ପ୍ରଦୂଷଣକୁ ମଧ୍ୟ ଅନେକାଂଶରେ ପ୍ରଶମିତ କରିପାରିବା ।

ଯେ କୌଣସି ଦେଶର ଆର୍ଥିକ ପ୍ରଗତି ପରିବେଶ ସୁରକ୍ଷା ଓ ପ୍ରାକୃତିକ ସମ୍ପଦର ଉତ୍ସ ସହିତ ଓତପ୍ରୋତ ଭାବେ ଜଡ଼ିତ । ବିକାଶ ଓ ପରିବେଶ ସୁରକ୍ଷା ପରସ୍ପରର ବିପରୀତମୁଖୀ ପରି ଦେଖାଯାଉଥିଲେ ମଧ୍ୟ ଆଧୁନିକ ଯୁଗରେ ଏହି ଦୁଇଟିକୁ ସମାନ ଭାବରେ ଆଦୃତ କରାଯାଇପାରିଛି । ଆମମାନଙ୍କୁ ନିଜର ଚିନ୍ତାଧାରା ବଦଳାଇବା ସହ ପରିବେଶର କ୍ଷତି ନକରି ଅର୍ଥନୈତିକ ଉନ୍ନତି ତଥା ସାମାଜିକ ଅଗ୍ରଗତି କିପରି କରାଯାଇପାରିବ ତାହା ଚିନ୍ତା କରିବା ବିଧେୟ । ତା'ସହ ଆବଶ୍ୟକ ନୀତିନିୟମ ଓ ଆଇନ ପ୍ରଣୟନ ପାଳନ କରିବା ଉଚିତ । ଏହାଦ୍ଵାରା ଆମର ପ୍ରାକୃତିକ ସମ୍ପଦର ସୁରକ୍ଷା ହେବା ସହ ଏଗୁଡ଼ିକ ଚିରନ୍ତନ ଭାବରେ ଆମର ଆବଶ୍ୟକତାକୁ ମେଣ୍ଟାଇବାରେ ସକ୍ଷମ ହେବ ।

ଜଙ୍ଗଲ ସଂରକ୍ଷଣ

ଜଙ୍ଗଲ ସମ୍ପଦ କହିଲେ ଆମ୍ଭେ ଆମ ଚାରିପଟେ ଦେଖାଯାଉଥିବା ସଂରକ୍ଷିତ ଓ ଅସଂରକ୍ଷିତ ବଣବୁଦା ଓ ଜଙ୍ଗଲକୁ ବୁଝିଥାଉ । ଏକଦା ମଣିଷ ଅନ୍ୟ ବନ୍ୟପ୍ରାଣୀଙ୍କ ପରି ଜଙ୍ଗଲରେ ବାସ କରୁଥିଲା। କାଳକ୍ରମେ ସେ ଏକ ସାମାଜିକ ପ୍ରାଣୀ ଭାବରେ ସମାଜ ଗଠନ କରି ବସତି ସ୍ଥାପନ କଲା । କେତେକ ଜଙ୍ଗଲୀ ବୃକ୍ଷଲତାକୁ ଉପଯୋଗୀ ଭାବି ସେଗୁଡ଼ିକର ଚାଷବାସ କଲା ଓ ବନ୍ୟପ୍ରାଣୀଙ୍କୁ ଗୁହପାଳିତ ପଶୁଭାବେ ରଖିଲା । ଏହାସରେ ମଣିଷ ସବୁବେଳେ ଜଙ୍ଗଲ ଉପରେ ନିର୍ଭର କରି ସେଥିରୁ ବିଭିନ୍ନ ପ୍ରକାରର ଦ୍ରବ୍ୟ, ଯଥା- କାଠ, ପତ୍ର, ଫଳ, ମୂଳ, ଫୁଲ, ଔଷଧ, ପଶୁ, ପକ୍ଷୀ ଇତ୍ୟାଦି ସଂଗ୍ରହ କରି ନିଜର ଆବଶ୍ୟକତା ମେଣ୍ଟାଇ ପାରିଲା । ଆଜି ମଧ୍ୟ ଦେଶର ଲକ୍ଷ ଲକ୍ଷ ଲୋକ ବିଶେଷତଃ ଆଦିବାସୀମାନେ ଜଙ୍ଗଲ ମଧ୍ୟରେ ଓ ଜଙ୍ଗଲତଳି ଅଞ୍ଚଳରେ ବାସ କରି ନିଜର ଦୈନନ୍ଦିନ ଜୀବନଯାପନ ପାଇଁ ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି । ତେଣୁ ଜଙ୍ଗଲ ଆମର ଏକ ଗୁରୁତ୍ଵପୂର୍ଣ୍ଣ ସମ୍ପଦ ବୋଲି ପରିଗଣିତ । ଜଙ୍ଗଲ ହେଉଛି ଜୈବବିବିଧତାର ଏକ ପ୍ରମୁଖ ଉତ୍ସ । ଜୈବବିବିଧତା କହିଲେ ସାଧାରଣତଃ ଗୋଟିଏ ସ୍ଥାନରେ ବାସ କରୁଥିବା ସମସ୍ତ ପ୍ରକାରର ପ୍ରାଣୀ, ଉଭିଦ ଓ ଅଣୁଜୀବଙ୍କୁ ବୁଝାଇଥାଏ। ଜଙ୍ଗଲ ପରିବେଶରେ ଅପେକ୍ଷାକୃତ କମ୍ ଜାଗାରେ ଅନେକ ପ୍ରକାରର ଜୀବଜନ୍ତୁ ଓ ବୃକ୍ଷଲତା ଦେଖାଯାଇଥାନ୍ତି । କିନ୍ତୁ ଆମର କାର୍ଯ୍ୟକଳାପ ହେତୁ ଜଙ୍ଗଲ ଅତି ଦ୍ରୁତ ଗତିରେ କ୍ଷୟ ହେବାରେ ଲାଗିଛି ଏବଂ ବନ୍ୟଜନ୍ତୁଙ୍କ ସଂଖ୍ୟା ମଧ୍ୟ ଦୃତ ଗତିରେ ହ୍ରାସ ପାଉଛି । କଳକାରଖାନା, ରାସ୍ତାଘାଟ, ରେଳ ଲାଇନ, ଜନବସତି ଓ ଚାଷପାଇଁ ଜଙ୍ଗଲ ସଫା ହେବା ଦ୍ଵାରା ବଡ ବଡ଼ ଘଞ୍ଚ ଜଙ୍ଗଲ ଖଣ୍ଡ ବିଖଣ୍ଡିତ ହେଉଛି । ଫଳତଃ କେତେକ ପ୍ରାଣୀ ଯଥା- ଚିତାବାଘ (Cheetah), ବଣୁଆ,ଗଧ, କସ୍ତୁରୀମୃଗ, ଚିଲ ଇତ୍ୟାଦି ପୃଥିବୀପୃଷ୍ଠରୁ ଲୋପ ପାଇବାକୁ ବସିଲେଣି । ସେହିପରି ଅନେକ ପ୍ରକାରର ଔଷଧୀୟ ଗୁଳ୍ମ ଓ ବୃକ୍ଷଲତା ଏବଂ ଅନ୍ୟ ଗଛ ମଧ୍ୟ କ୍ରମଶଃ ଜଙ୍ଗଲରୁ ହଜି ଗଲେଣି । ଏହି ପରିବେଶରେ ବହୁ ଅବାଞ୍ଛିତ ପରିବର୍ତ୍ତନର କାରଣ ହୋଇପଡ଼ିଛି । ଏଥିପାଇଁ ଜଙ୍ଗଲ ଓ ବନ୍ୟଜନ୍ତୁ ସଂରକ୍ଷଣ ଆମ ପାଇଁ ଏକ ଆହ୍ଵାନରୂପେ ଦେଖାଦେଇଛି ।

କେଉଁ ଜଙ୍ଗଲରେ କେଉଁ ପ୍ରକାରର ବୃକ୍ଷଲତା ଦେଖାଯିବ ତାହା ସେଠାକାର ମୃତ୍ତିକା, ବୃଷ୍ଟିପାତ, ଜଳବାୟୁ ଓ ସାମଗ୍ରିକ ପରିବେଶ ଦ୍ଵାରା ନିର୍ବାରିତ ହୋଇଥାଏ/ ଘନତା ଓ ଅନୁକୂଳ ପରିବେଶ ହେତୁ ଜଙ୍ଗଲରେ ଅନେକ ପ୍ରକାରର ବନ୍ୟଜନ୍ତୁ ବାସ କରିଥାନ୍ତି । ସେମାନଙ୍କ ସଂଖ୍ୟା, ଖାଦ୍ୟଶୃଙ୍ଖଳ ଓ ଖାଦ୍ୟ ଜାଳି ଦ୍ଵାରା ନିୟନ୍ତ୍ରିତ ହୋଇଥାଏ । ସହର, ଗ୍ରାମାଞ୍ଚଳ ଓ ଜଙ୍ଗଲରେ ବସବାସ କରୁଥିବା ଲୋକମାନେ ଜଙ୍ଗଲ ଉପରେ ସମପରିମାଣରେ ନିର୍ଭରଶୀଳ ନୁହନ୍ତି, କିନ୍ତୁ ଏମାନଙ୍କୁ ଜଙ୍ଗଲ ସମ୍ପଦର ଅଂଶୀଦାର ଭାବରେ ପରିଗଣିତ କରାଯାଏ । ଏହା ବ୍ୟତୀତ ଜଙ୍ଗଲ  ସମ୍ପଦର ଅନ୍ୟ କେତେକ ଅଂଶୀଦାର ମଧ୍ୟ ରହିଛନ୍ତି । ଯଥା- ଜଙ୍ଗଲ ବିଭାଗ, ପ୍ରକୃତିପ୍ରେମୀ ଓ ଶିଳ୍ପପତି ।

ଆଦିବାସୀ ଓ ସହର ତଳି ଅଞ୍ଚଳର ଗାଁମାନଙ୍କରେ ବାସ କରୁଥିବା ଲୋକମାନେ ଜଙ୍ଗଲ ଉପରେ ବିଶେଷଭାବେ ନିର୍ଭରଶୀଳ । ଏମାନେ ଜଙ୍ଗଲରୁ ଖାଦ୍ୟ, କାଠ, ପତ୍ର, ଜଙ୍ଗଲଜାତ ଫଳ, ଫୁଲ, ମହୁ, ଝୁଣା ଓ ସେମାନଙ୍କ ଗୃହପାଳିତ ପଶୁମାନଙ୍କ ପାଇଁ ଚାରା ଇତ୍ୟାଦି ସଂଗ୍ରହ କରି ନିଜର ଜୀବିକା ନିର୍ବାହ କରିଥାନ୍ତି । ସେମାନଙ୍କ ଘର ତିଆରି ପାଇଁ ଦରକାର ପ୍ରାୟ ସମସ୍ତ ଉପାଦାନ, ଔଷଧୀୟ ଗୁଳ୍ମ ଓ ପଶୁମାନଙ୍କ ମାଂସ ମଧ୍ୟ ସେମାନେ ଜଙ୍ଗଲରୁ ସଂଗ୍ରହ କରିଥାନ୍ତି ।

ସହରବାସୀମାନେ ପରୋକ୍ଷ ଭାବରେ ଜଙ୍ଗଲ ଓ ଜଙ୍ଗଲଜାତ ଦ୍ରବ୍ୟଦ୍ଵାରା ଉପକୃତ ହୋଇଥାନ୍ତି । ଏମାନେ ଜଙ୍ଗଲରୁ ସଂଗୃହୀତ ଔଷଧୀୟ ଗୁଳ୍ମରୁ ପ୍ରସ୍ତୁତ ଔଷଧ ବ୍ୟବହାର କରିଥାନ୍ତି ଓ କାଠରେ ନିଜ ଘରର କବାଟ, ଝରକା ଓ ଆସବାବପତ୍ର ଆଦି ତିଆରି କରିଥାନ୍ତି । ଫଳରେ ଦିନକୁ ଦିନ ଜଙ୍ଗଲ ସମ୍ପଦ କ୍ରମଶଃ ସଙ୍କୁଚିତ ହେଉଛି ଓ ମୁଣ୍ଡପିଛା ଜଙ୍ଗଲର ଆୟତନ କମିବାରେ ଲାଗିଛି । ଅନେକ ଅଞ୍ଚଳରେ ଜଙ୍ଗଲ ସଫା ହୋଇଯିବା ପରେ ସେହି ଜାଗାରେ ଶାଗୁଆନ, ଫାସି, ଇଉକାଲିପଟାସ୍ ଭଳି ଏକା ପ୍ରକାରର ବୃକ୍ଷରୋପଣ କରାଯିବା ଦ୍ଵାରା ଜୈବବିବିଧତା ହ୍ରାସ ପାଇବା ସହ ଜଙ୍ଗଲ ପରିସଂସ୍ଥାର କ୍ଷତି ଘଟୁଛି ଓ ମୃତ୍ତିକାର ମାନ ମଧ୍ୟ କମିଯାଉଛି । ମୃତ୍ତିକାରେ ଥିବା ଅଗଣିତ ଅଣୁଜୀବ ଓ ପ୍ରାଣୀ ଜୀବଜଗତରୁ ମରିହଜି ଯାଉଛନ୍ତି ।

ଜଙ୍ଗଲ ବିଭାଗ ଜଙ୍ଗଲ ସମ୍ପଦର ମାଲିକଭାବେ ଏହାକୁ ନିୟନ୍ତ୍ରଣ କରିଥାଏ । ଜଙ୍ଗଲର ସୁରକ୍ଷା ପାଇଁ ବନବାସୀମାନଙ୍କ ଦ୍ଵାରା ଗତାନୁଗତିକ ଭାବରେ ଜଙ୍ଗଲ ସମ୍ପଦର ବ୍ୟବହାରକୁ ସୀମିତ ରଖିବାକୁ ବିଭାଗ ତରଫରୁ ଚେଷ୍ଟା କରାଯାଉଛି । କିନ୍ତୁ ଜଙ୍ଗଲର ଅଧିବାସୀମାନଙ୍କର ଅର୍ଥନୈତିକ ଓ ସାମାଜିକ ବିକାଶ ଏବଂ ଦୈନନ୍ଦିନ ଜୀବନ ଅନେକାଂଶରେ ଜଙ୍ଗଲ ଦ୍ଵାରା ପ୍ରଭାବିତ ହୋଇଥାଏ । ସେମାନଙ୍କୁ ବିକଳ୍ପ ଆୟର ପକ୍କା ନ ଯୋଗାଇ ଜଙ୍ଗଲରେ ସେମାନଙ୍କ ପ୍ରବେଶ ଓ ଜଙ୍ଗଲଜାତ ପଦାର୍ଥର ସଂଗ୍ରହ ବନ୍ଦ କରିଦେଲେ ବହୁ ଅସୁବିଧା ହେବ । ଅନ୍ୟ ପକ୍ଷରେ ଜଙ୍ଗଲ ବିଭାଗ ବନବାସୀମାନଙ୍କୁ ଜଙ୍ଗଲ ସମ୍ପଦର ଭାଗୀଦାର ଭାବେ ବିବେଚନା କରି ସେମାନଙ୍କ ସାହାଯ୍ୟରେ ଜଙ୍ଗଲ ସମ୍ପଦର ଉନ୍ନତି ଘଟାଇଲେ ତାହା ଦୀର୍ଘମିଆଦୀ ସୂତ୍ରରେ ଫଳପ୍ରଦ ହୋଇପାରିବ।

ବହୁ ଶିଳ୍ପ ସଂସ୍ଥାରେ ଜଙ୍ଗଲଜାତ ପଦାର୍ଥକୁ କଞ୍ଚାମାଲ ଭାବରେ ବ୍ୟବହାର କରି ଅନେକ ପ୍ରକାରର ବ୍ୟବହାରଯୋଗ୍ୟ ପଦାର୍ଥ ଉତ୍ପାଦନ କରାଯାଉଛି । କାଗଜ, କାଠ, ଖେଳ ଉପକରଣ ଓ କବିରାଜୀ ଔଷଧ ପ୍ରସ୍ତୁତ  କରୁଥିବା ଶିଳ୍ପସଂସ୍ଥାଗୁଡ଼ିକ ଜଙ୍ଗଲଜାତ କଞ୍ଚାମାଲ ବ୍ୟବହାର କରିଥାନ୍ତି । ଫଳରେ ଜଙ୍ଗଲ ସମ୍ପଦର ଦ୍ରୁତକ୍ଷୟ ଘଟୁଛି ।

ପ୍ରକୃତିପ୍ରେମୀ ଓ ସମାଜ ପାଇଁ କାମ କରୁଥିବା ଶ୍ଵେଚ୍ଛାସେବୀମାନଙ୍କର ପ୍ରଚେଷ୍ଟା ଫଳରେ ଜଙ୍ଗଲ ସଂରକ୍ଷଣ ଓ ନୂତନ ପ୍ରାକୃତିକ ଜଙ୍ଗଲ ସୃଷ୍ଟି କେତେକାଂଶରେ ଫଳପ୍ରଦ ହେଉଛି । ଜନଶ୍ଚେତନା ଓ ସରକାରୀ ଭଦ୍ୟମ ମାଧ୍ୟମରେ ଏମାନେ ଅନେକ ପ୍ରକାରର ଲୁପ୍ତପ୍ରାୟ ପ୍ରାଣୀ ଓ ଭର୍ଜିବର ସଂରକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହିତ ଆରମ୍ଭ କରିପାରିଛନ୍ତି । ଏହି ଉଦ୍ୟମ ମଧ୍ୟରୁ ଗନ୍ଧମାର୍ଦ୍ଦନ ସୁରକ୍ଷା, କାଜିରଙ୍ଗା ଗଣ୍ଡା, ଚିଲିକାରେ ଚଢ଼େଇ ସୁରକ୍ଷା ଅନ୍ୟତମ ।

ଜଙ୍ଗଲ ସମ୍ପଦର ଅବକ୍ଷୟ ଓ ସଂକୋଚନ ପାଇଁ ଅନେକ କ୍ଷେତ୍ରରେ ଆଦିବାସୀ ଓ ଜଙ୍ଗଲତଳି ଅଞ୍ଚଳରେ ବସବାସ କରୁଥିବାଲୋକମାନଙ୍କୁ ମୁଖ୍ୟତଃ ଦାୟୀ କରାଯାଉଛି । ସେଥ୍ ପାଇଁ ସେମାନଙ୍କୁ ଜଙ୍ଗଲରୁ ଗଛ କାଟିବା, ଶିକାର କରିବା ଓ ଜଙ୍ଗଲରେ ସେମାନଙ୍କ ରୂହପାଳିତ ପଶୁମାନଙ୍କୁ ଚରାଇବାକୁ ପ୍ରାୟତଃ ବାରଣ କରାଯାଇଛି । କିନ୍ତୁ ଆମ୍ଭେ ସମସ୍ତେ ଏହି ପ୍ରାକୃତିକ ସମ୍ପଦର କ୍ଷୟ ପାଇଁ ସମଭାବରେ ଦାୟୀ / ପ୍ରତ୍ୟକ୍ଷ ଭାବରେ ଜଙ୍ଗଲ ସମ୍ପଦ ଉପରେ ନିର୍ଭର କରୁଥିବା ଲୋକଙ୍କୁ ସଂରକ୍ଷିତ ଜଙ୍ଗଲରେ ପଶିବାକୁ ବାରଣ କଲେ ସମସ୍ୟାର ସମାଧ୍ୟାନ ହୋଇପାରିବ ନାହିଁ। ବରଂ ଏହାଦ୍ଵାରା ସେମାନଙ୍କର ଆର୍ଥିକ ସ୍ଥିତି ଭୁ ଶୁଡ଼ି ପଡ଼ିବ ଓ ନିଜର ପେଟ ପୋଷିବାପାଇଁ ସେମାନେ କୌଣସି ଆଇନ କାନୁନ ନ ମାନି ଜଙ୍ଗଲ ସମ୍ପଦର ବ୍ୟବହାର କରିବେ । ଅନ୍ୟପକ୍ଷରେ ସେମାନଙ୍କୁ ସାମିଲ କରି ଓ ଜଙ୍ଗଲ ସଂରକ୍ଷଣ ଦ୍ଵାରା ହେଉଥ‌ିବା ଲାଭାଶରୁ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରି ଜଙ୍ଗଲ ସମ୍ପଦର ସୁପରିଚାଳନା ଓ ଦୀର୍ଘମିଆଦୀ ସଂରକ୍ଷଣ କରାଯାଇପାରିବ । ଏଥ‌ିପାଇଁ ଭାରତ ସରକାରଙ୍କ ସାମାଜିକ ବନ ପ୍ରକଳ୍ପ ଓ ଯୁଗୁ ଜଙ୍ଗଲର ପରିଚାଳନା ଆଦି ଯୋଜନା ରହିଛି।

ସାମାଜିକ ବନ ପ୍ରକଳ୍ପ :

ଅଶୀ ଦଶକରେ ଭାରତ ସରକାରଙ୍କ ଦ୍ଵାରା ପ୍ରଚଳିତ ଏହି ପ୍ରକଳ୍ପର ଉଦ୍ଦେଶ୍ୟ ଥିଲା। ଅଣ ଜଙ୍ଗଲ ଜମିରେ ଜନସାଧାରଣଙ୍କ ସହଯୋଗରେ ସାମାଜିକ ବନ ସୃଷ୍ଟି କରିବା । ଏହି ପ୍ରକଳ ସାହାଯ୍ୟରେ ରାସ୍ତାକଡ଼, କେନାଲ୍ ଓ ନଦୀବନ୍ଧ, ନଦୀପଠାରେ ଥିବା ସରକାରୀ ଜମି, ଅନାବାଦୀ ଏବଂ ଗୋଚର ଜମିରେ  ଚାରାରୋପଣ କରାଯାଇ ବନସ୍ତୁଷ୍ଟି କରାଯାଇପାରିଛି। ଏପରିକି ବିନା ମୁଲ୍ୟରେ ଲୋକମାନଙ୍କୁ ଜଙ୍ଗଲ ବିଭାଗ ଦ୍ଵାରା ଚାରା ଯୋଗାଇ ଦିଆଯାଇ ସେମାନଙ୍କର ନିଜ ଜମିରେ ଗଛ ଲଗାଇବା ଓ ବନସ୍ତୁଷ୍ଟି କରିବାପାଇଁ ପ୍ରୋସ୍ଥା ହିତ କରାଯାଇପାରିଛି। ସାମାଜିକ ବନ ପ୍ରକଳ୍ପ ଦ୍ଵାରା ଆଶାନୁରୂପ ସଫଳତା ମିଳି ନ ଥିଲେ ମଧ୍ୟ ଏହାଦ୍ଵାରା ବୃକ୍ଷରୋପଣ ଓ ଅଣଜଙ୍ଗଲ ଜମିରେ ଜଙ୍ଗଲ ସୃଷ୍ଟିକରିବା ପାଇଁ ଜନସଚେତନତା ବୃଦ୍ଧି ପାଇଛି । ଏହି ପ୍ରକଳ୍ପର ସୁଫଳ ସ୍କୁଲ, କଲେଜ, ସରକାରୀ ଅନୁଷ୍ଠାନ ହତାରେ ଓ ରାସ୍ତା କଡ଼ରେ ବୃକ୍ଷରୋପଣୀ ଏବଂ କେନାଲ ବନ୍ଧରେ ନଡି଼ଆ ଗଛ ରୋପଣ ଭାବରେ ଦେଖିବାକୁ ମିଳୁଛି।

ଯୁଗ୍ମ ଜଙ୍ଗଲ ପରିଚାଳନା :

ସମସ୍ତ ଅଂଶୀଦାରମାନଙ୍କୁ ସାମିଲ କରି ଜଙ୍ଗଲ ସମ୍ପଦର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ଯୁଗ୍ମ ଜଙ୍ଗଲ ପରିଚାଳନା ଯୋଜନା କାର୍ଯ୍ୟକ୍ଷମ କରାଯାଇଛି । ଭାରତ ସରକାରଙ୍କ ଦ୍ଵାରା ପ୍ରଚଳିତ ଏହି ଜଙ୍ଗଲ ପରିଚାଳନା ଯୋଜନାରେ ସ୍ଥାନୀୟ ଲୋକ ଓ ପ୍ରତ୍ୟକ୍ଷ ଅଂଶୀଦାରମାନଙ୍କୁ ଅଧିକ ଗୁରୁତ୍ଵ ଦିଆଯାଉଛି ! ସେମାନଙ୍କର ଅଧିକାରକୁ ଅସ୍ପୃଶ ରଖିବା ସହିତ ସେମାନଙ୍କ ଜରିଆରେ ଜଙ୍ଗଲ ସମ୍ପଦର ସଂରକ୍ଷଣ ଏହି ଯୋଜନାର ମୂଳ ଉଦ୍ଦେଶ୍ୟ । ସେଥିପାଇଁ ସଂରକ୍ଷିତ ଜଙ୍ଗଲଥିବା ଅଞ୍ଚଳର ପ୍ରତ୍ୟେକ ଗାଁରେ ଏକ ଗ୍ରାମସଭା ଗଠନ କରାଯାଇ ସେଥିରେ ଗ୍ରାମବାସୀମାନଙ୍କ ଦ୍ଵାରା ମନୋନୀତ ପାଞ୍ଚରୁ ଦଶଜଣ ଲୋକଙ୍କୁ ସଭ୍ୟ ଭାବେ ନିଆଯାଉଛି। ଏହି ସଦସ୍ୟମାନଙ୍କୁ ସେମାନଙ୍କ ଗାଁ ପାଇଁ ଚିହ୍ନଟ କରାଯାଇଥିବା ଜଙ୍ଗଲ ଅଞ୍ଚଳରେ ହେଉଥିବା ସମସ୍ତ କାର୍ଯ୍ୟକ୍ରମ, ଯଥା – ବୃକ୍ଷରୋପଣ, ଜଙ୍ଗଲ ସମ୍ପଦ, ସଂଗ୍ରହ ଓ ଶୁଳ୍କ ଆଦାୟ ଇତ୍ୟାଦି କ୍ଷେତ୍ରରେ ଜଡିତ କରାଯାଉଛି । ଗ୍ରାମବାସୀମାନଙ୍କୁ ସେମାନଙ୍କ ଅଞ୍ଚଳର ଜଙ୍ଗଲ ମଧ୍ୟକୁ ପ୍ରବେଶ କରିବା ଓ ଜଙ୍ଗଲଜାତ ପଦାର୍ଥ ସଂଗ୍ରହ କରିବାପାଇଁ ନିୟନ୍ତ୍ରିତ ପ୍ରବେଶାନୁମତି ଦିଆଯିବା ସଙ୍ଗେ ସଙ୍ଗେ ସେମାନଙ୍କର ସାମୁହିକ ଉନ୍ନତି ପାଇଁ ସେଠାକାର ଜଙ୍ଗଲରୁ ଲଢ଼ ଶୁକ୍କର ଏକ ଅଂଶ ଖର୍ଚ୍ଚ କରାଯାଉଛି | ଫଳରେ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି |

ବନ୍ୟପ୍ରାଣୀ ସଂରକ୍ଷଣ :

ଘଞ୍ଚ ଜଙ୍ଗଲର ଅଭାବ, ପରିସ୍ଥାନ ବିଖଣ୍ଡୀକରଣ, ଜଙ୍ଗଲ ସମ୍ପଦର ଅବକ୍ଷୟ ଓ ଆମର ଅତ୍ୟଧିକ ହସ୍ତକ୍ଷେପ ହେତୁ ଅନେକ ପ୍ରକାରର ଉପକାରୀ ପ୍ରାଣୀ ଓ ଉଭିଦ ପୃଥିବୀ ପୃଷ୍ଠରୁ ଅପସରି ଗଲେଣି । ଆହୁରି ଅନେକ ବର୍ତ୍ତମାନ ଅସୁରକ୍ଷିତ ଓ ଲୁପ୍ତପ୍ରାୟ ଅବସ୍ଥାରେ ରହିଛନ୍ତି । ତେଣୁ ସେମାନଙ୍କର ରକ୍ଷଣାବେକ୍ଷଣର ଆବଶ୍ୟକତା ରହିଛି ।  ଏଥିପାଇଁ International Union for Conservation of Nature and Natural Resources — IUCN ନାମକ ଏକ ଆନ୍ତର୍ଜାତୀୟ ସଂସ୍ଥା ଗଠିତ ହୋଇଛି । ଏହି ସଂସ୍ଥା ବିପନ୍ନ ଜାତି (Threatened Species)ର ବନ୍ୟଜୀବଙ୍କୁ ନିମ୍ନୋକ୍ତ ବର୍ଗରେ ବିଭକ୍ତ କରିଛନ୍ତି :

  • ବିଲୁପ୍ତ ଜାତି (Extinct species):
  • ଏହି ଜୀବମାନେ ଅନ୍ୟୂନ 50 ବର୍ଷ ହେଲା ଅଦୃଶ୍ୟ ହୋଇଯାଇଛନ୍ତି ଓ ଏମାନେ ପୃଥିବୀପୃଷ୍ଠରୁ ଅପସରି ଗଲେଣି ବୋଲି ବିଚାର କରାଯାଉଛି । ଭାରତର ଚିତାବାଘ ଟାସମାନିଆ ବାଘ, ପାହାଡ଼ୀ ଛେଳି, ମେରୁ ଅଞ୍ଚଳର ବାଘ ଆଦି ଏହାର ଅନ୍ତର୍ଭୁକ୍ତ । ତାଛଡ଼ା ଭାରତ ମହାସାଗରର ମରିସସ ଦ୍ଵୀପରେ ଦେଖାଯାଉଥିବା ପକ୍ଷୀ ଡୋଡୋ ନିକଟ ଅତୀତରେ ଲୋପ ପାଇଯାଇଛି । ସେହିପରି ବିରାଟ ବକ୍ରଦନ୍ତ ଯୁକ୍ତ ଲୋମଶ ହସ୍ତୀ ବା ମାମଥା ପରି ବହୁ ଜୀବ ବିଲୁପ୍ତ ହୋଇଯାଇଛନ୍ତି ।

  • ଲୁପ୍ତପ୍ରାୟ ଜାତି (Endangered species):
  • ଏହି ଜୀବମାନଙ୍କର ସଂଖ୍ୟା ଅତି ମାତ୍ରାରେ କମିଗଲାଣି ଓ ନିକଟ ଭବିଷ୍ୟତରେ ଏମାନେ ବିଲୁପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ବୃହତକାୟ ପାଣ୍ଡା, ଦୁଇ ଶିଙ୍ଗବିଶିଷ୍ଟ ଗଣ୍ଡା , ପାତାଳ ଗରୁଡ଼ ଗଛ, କମଣ୍ଡଳୁ ଗଛ, ପିଚର ଗଛ, ଏକ ଶିଙ୍ଗବିଶିଷ୍ଟ ଗଣ୍ଡା ଓ ଗ୍ରେଟ୍ ଇଣ୍ଡିଆନ୍ ବୁଷ୍ଟାର୍ଡ୍ ଇତ୍ୟାଦି ଏହାର ଅନ୍ତର୍ଭୁକ୍ତ।

  • ଅସୁରକ୍ଷିତ ଜାତି (Vulnerable species):
  • ଏହି ଜୀବମାନଙ୍କର ଶିକାର ଓ ବ୍ୟବହାର ଅତି ମାତ୍ରାରେ ହେଉଥିବାରୁ ଏବଂ ଏମାନଙ୍କର ସଂରକ୍ଷଣ ପାଇଁ କୌଣସି ବିଶେଷ ପଦକ୍ଷେପ ନିଆଯାଉ ନଥିବାରୁ ଏହି ଜାତିମାନଙ୍କୁ ଅସୁରକ୍ଷିତ ବା ଭେଦ୍ୟ ଜାତି ବୋଲି କୁହାଯାଉଛି । ଏହି ଜାତିମାନେ ଭବିଷ୍ୟତରେ ବିଲୁପ୍ତ ହେବାର ଆଶଂକା ସୃଷ୍ଟି ହୋଇଛି । ଅନେକ ପ୍ରକାରର ଔଷଧୀୟ ଗୁଳ୍ମ, ସରୀସୃପ ଓ ତୃଣଭୋଜୀ ପ୍ରାଣୀ ଏହାର ଅନ୍ତର୍ଭୁକ୍ତ ।

  • ଦୁର୍ଲଭ ଜାତି (Rare species):
  • ଏହି ଜାତିର ଖୁବ କମ୍ ସଂଖ୍ୟକ ଜୀବ ପୃଥିବୀପୃଷ୍ଠରେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ହିଁ ରହିଛନ୍ତି । ଏମାନଙ୍କର ସଂଖ୍ୟା ବୃଦ୍ଧି ଅତି ମନ୍ଥର ଗତିରେ ହେଉଥିବାରୁ ଏମାନଙ୍କର ସଂରକ୍ଷଣ ପାଇଁ ବିଶେଷ ପ୍ରକାର ପଦକ୍ଷେପ ଦରକାର । ସାରା ପୃଥିବୀରେ କେବଳ ଆସାମର ମାନସ ଜାତୀୟ ଉଦ୍ୟାନରେ ଦେଖାଯାଉଥିବା ସୁବର୍ଣ୍ଣ ମର୍କଟ ଏହାର ଏକ ଉଦାହରଣ ।

  • କମ୍ ଜଣାଥିବା ଜାତି (Insufficiently known species):
  • ଏହି ଜାତିର ଜୀବମାନେ ମାନବ ସମାଜଠାରୁ ବହୁତ ଦୂରରେ ଥିବାର ଆଶଙ୍କା କରାଯାଏ । ଗଭୀର ସମୁଦ୍ରରେ ଏବଂ ମଣିଷଅପହଞ୍ଚ ଦ୍ଵୀପଗୁଡ଼ିକରେ ଥିବା ଜୀବଜନ୍ତୁ ଓ ବୃକ୍ଷରାଜି ଏହାର ଅନ୍ତର୍ଭୁକ୍ତ ।

ଜଙ୍ଗଲ ଓ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଆଇନକାନୁନ ଓ ଅନ୍ୟାନ୍ୟ ବ୍ୟବସ୍ଥା

1966 ମସିହାରୁ ଆଇ.ୟୁ.ସି.ଏନ. ତରଫରୁ ବିପନ୍ନ ଜାତିମାନଙ୍କର ଏକ ଚିଠା ପୁସ୍ତକ ‘ରେଡ୍ ଡାଟା ବୁକ୍’ (Red Data Book ) ଆକାରରେ ପ୍ରସ୍ତୁତ  କରାଯାଇ ପୃଥିବୀର ସବୁ ଦେଶକୁ ଯୋଗାଇ ଦିଆଯାଇଛି । ଏହାକୁ ଆଧାରକରି ଜୀବଜାତିମାନଙ୍କର  ସୁରକ୍ଷା ପାଇଁ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଉଦ୍ୟମ କରାଯାଉଛି । ଏଥିପାଇଁ ଆଇନ କାନୁନ ମଧ୍ୟ ପ୍ରଣୟନ କରାଯାଇଛି । ଜନସାଧାରଣଙ୍କ ସଚେତନତା ତଥା ପ୍ରଚେଷ୍ଟା ଓ ଅଂଶୀଦାରମାନଙ୍କ ଉଦ୍ୟମ ତଥା ଦାୟିତ୍ଵବୋଧ ଦ୍ଵାରା  ହିଁ ଜଙ୍ଗଲ ଓ ବନ୍ୟଜନ୍ତୁ ସଂରକ୍ଷଣ ସମ୍ଭବ ।

ଜଙ୍ଗଲ ସମ୍ପଦର ସୁରକ୍ଷା ଓ ଜନହିତରେ ଏହାର ସକାରାତ୍ମକ ବ୍ୟବହାର ପାଇଁ ଆମଦେଶରେ 1927 ମସିହାରେ ଜଙ୍ଗଲ ଆଇନ (Forest Act ) ଓ 1988ରେ  ଜାତୀୟ ଜଙ୍ଗଲ ନୀତି (National Forest Policy) ପ୍ରଣୟନ କରାଯାଇଛି । ଏହାବ୍ୟତୀତ 1972 ମସିହାରେ ବନ୍ୟଜୀବ ସୁରକ୍ଷା ଆଇନ  (Wildlife Protection Act) ପ୍ରଣୟନ କରାଯାଇ 1991 ମସିହାରେ ଏହାର ସଂଶୋଧନ କରାଯାଇଛି । ଏହି ଆଇନ ଅନୁସାରେ ବନ୍ୟଜନ୍ତୁ ଶିକାର ନକରିବା, ବନ୍ୟଜୀବମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଓ ବନ୍ୟଜନ୍ତୁଙ୍କୁ ଜୀବିତ ଅବସ୍ଥାରେ ଧରିବା ବା ତାଙ୍କୁ ଶିକାର କଲେ ଦଣ୍ଡବିଧ୍ୟାନର ବ୍ୟବସ୍ଥା ରହିଛି । 2004 ମସିହାରେ ଭାରତ ସରକାର ଜୈବବିବିଧତା ସଂରକ୍ଷଣ ପାଇଁ ଜାତୀୟ ଜୈବବିବିଧତା  ଆଇନ (National Biodiversity Act) ପ୍ରଣୟନ କରିଛନ୍ତି । ଏହି ଆଇନରେ ଜୈବବିବିଧତାର ସଂରକ୍ଷଣ ସହିତ ପରିସ୍ଥାନ (Habitat) ସଂରକ୍ଷଣ ଓ କୃଷିବିବିଧତା (Agrobiodiversity) ସଂରକ୍ଷଣର ବ୍ୟବସ୍ଥା ରହିଛି । ତା’ ଛଡା ଜାତୀୟ ଉଦ୍ୟାନ (National Park ), (Botanic Garden),ଚିଡ଼ିଆଖାନା (Zoo), ପ୍ରାଣୀ ଉଦ୍ୟାନ  (Animal Park), ଅଭୟାରଣ୍ୟ (Sanctuary) ଓ ସଂରକ୍ଷିତ ଜୀବମଣ୍ଡଳ (Biosphere Reserve) ଆଦି ମାଧ୍ୟମରେ ଜୈବବିବିଧତା ସଂରକ୍ଷଣର ବ୍ୟବସ୍ଥା ମଧ୍ୟ ରହିଛି ।

ଆମ ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଭିତର କନିକା ଏକ ଜାତୀୟ ଉଦ୍ୟାନ, ଏହାକୁ ସଂରକ୍ଷିତ ଜୀବମଣ୍ଡଳ କରିବାର ପ୍ରସ୍ତାବ ରହିଛି । ଏଠାରେ କୁମ୍ଭୀର ସଂରକ୍ଷଣ ପାଇଁ ସମସ୍ତ ପଦକ୍ଷେପ ନିଆଯିବା ସଙ୍ଗେ ସଙ୍ଗେ ବିଭିନ୍ନ ଜାତିର ଚଢ଼େଇମାନଙ୍କ ପାଇଁ ଏହା ଏକ ସୁରକ୍ଷିତ ସ୍ନାନ ଭାବରେ ପରିଗଣିତ ହୋଇଛି । ସେହିପରି ପରିବ୍ରାଜୀ ବିଦେଶୀ ପକ୍ଷୀମାନଙ୍କ ସମାଗମ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଚିଲିକାର ନଳବଣ ଅଞ୍ଚଳକୁ ଏକ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଛି । ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଓଡ଼ିଶାର ପ୍ରଥମ ଜାତୀୟ ଉଦ୍ୟାନ ଓ ଏକ ସଂରକ୍ଷିତ ଜୀବମଣ୍ଡଳ ଭାବରେ ଚିହ୍ନିତ ହୋଇଛି ।

ରାଜ୍ୟ ବାହାରେ ମଧ୍ୟ ଅନେକ ସ୍ଥାନ ବନ୍ୟଜନ୍ତୁ ସଂରକ୍ଷଣ ନିମିତ୍ତ ସୁରକ୍ଷିତ ହୋଇଛି | ସେମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗର ସୁନ୍ଦରବନ (ମହାବଳ ବାଘ ସଂରକ୍ଷଣ), ଆସାମର କାଜିରଙ୍ଗା (ଗଣ୍ଡା ସଂରକ୍ଷଣ), ଗୁଜୁରାଟର ଭରତପୁର (ଚଢ଼େଇ ସଂରକ୍ଷଣ) ଓ ଉତ୍ତର ପ୍ରଦେଶର କରେ ବଟ୍ ଜାତୀୟ ଉଦ୍ୟାନ (ବାଘ ସଂରକ୍ଷଣ) ଅନ୍ୟତମ ।

ଜାତୀୟ ସ୍ତରରେ ବନ୍ୟଜୀବ ସମିତି (National Wildlife Committee), ଭାରତୀୟ ବନ୍ୟଜୀବ ପରିଷଦ (Indian Board of Wildlife), ଜାତୀୟ ଜୈବବିବିଧତା ପରିଷଦ (National Biodiveristy Board), ଓ ବିଶ୍ଵ ବନ୍ୟଜୀବ ପାଣ୍ଠି  (World Wildlife Fund), ଇତ୍ୟାଦି ସଂସ୍ଥା ବନ୍ୟ ସମ୍ପଦ ଓ ବନ୍ୟଜନ୍ତୁ ସଂରକ୍ଷଣ କରିବାପାଇଁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଉଛନ୍ତି ।

ବନ୍ୟ ସମ୍ପଦ ପରିଚାଳନାରେ ଜନସାଧାରଣଙ୍କ ଭୂମିକା

ଜନସାଧାରଣାଙ୍କ ଧାରଣା, ଜୋଯ ଜଙ୍ଗଲ ସମ୍ପଦ କେବଳ ସରକାରଙ୍କର ଓ ଏଥିରେ ସେମାନଙ୍କର କୌଣସି ଅଧିକାର ନାହିଁ। କିନ୍ତୁ ଜନଚେତନା ଓ ଜନସାଧାରଣଙ୍କ ପ୍ରତ୍ୟକ୍ଷ ଯୋଗଦାନ ବିନା ଜଙ୍ଗଲ ଓ ବନ୍ୟଜନ୍ତୁ ସଂରକ୍ଷଣ ପ୍ରାୟତଃ ଅସମ୍ଭବ । ଜଙ୍ଗଲ ସମ୍ପଦର ଅବକ୍ଷୟ ହେଲେ ବିଶ୍ଵ ଜଳବାୟୁ ତଥା ସ୍ଥାନୀୟ ଜଳବାୟୁରେ କେଉଁସବୁ । ପରିବର୍ତ୍ତନ ହେବ ଓ ତାହା ଆମର ଜୀବନଧାରାକୁ କିପରି ପ୍ରଭାବିତ କରିବ ସେ ବିଷୟରେ ଜନସଚେତନତା ସୃଷ୍ଟି କରିବା ଆବଶ୍ୟକ । ଏଠାରେ ବିଗତ ବର୍ଷମାନଙ୍କରେ କେତେକ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିବିଶେଷ ଏବଂ ସଂସ୍ଥା ଦ୍ଵାରା ବନ୍ୟ ସମ୍ପଦ ସଂରକ୍ଷଣ ପାଇଁ ହୋଇଥିବା ଆନ୍ଦୋଳନର ଦୃଷ୍ଟାନ୍ତ ଦିଆଯାଇପାରେ । 1970 ଦଶକରେ ଜଙ୍ଗଲ ଠିକାଦାରମାନଙ୍କ ଦ୍ଵାରା କଟାଯାଉଥିବା ଗଛଗୁଡ଼ିକୁ ରକ୍ଷା କରିବାପାଇଁ ଘରୱାଲ ଜିଲ୍ଲାର ରେନି (Reni) ଗ୍ରାମରେ ଏକ ଜଙ୍ଗଲ ସୁରକ୍ଷା ଆନ୍ଦୋଳନର ସୂତ୍ରପାତ ହୋଇଥିଲା। ଏହା ଚିପକୋ (Chilipko) ଆନ୍ଦୋଳନ ନାମରେ ପରିଚିତ । ସୁନ୍ଦରଲାଲ ବହୁଗୁଣା ନାମକ ଜଣେ ସାଧାରଣ ଗ୍ରାମବାସୀ ଏହି ଆନ୍ଦୋଳନର ନେତୃତ୍ଵ ନେଇଥୁଲେ । ସେ ଲୋକମାନଙ୍କ ପାଇଁ ଓ ଜଳବାୟୁ ସୁରକ୍ଷା ପାଇଁ ଜଙ୍ଗଲ ସମ୍ପଦର ଆବଶ୍ୟକତା ବିଷୟରେ ଯଥେଷ୍ଟ ଜନସଚେତନତା ସୃଷ୍ଟି କରି ପାରିଥିଲେ । ତେଣୁ ଠିକାଦାରମାନେ ଯେତେବେଳେ ଗଛ କାଟିବାକୁ ଆସିଲେ ଆବାଳ ବୃଦ୍ଧବନିତା ସମସ୍ତ ଗ୍ରାମବାସୀ ଏକାଠି ହୋଇ ସେଠାରେ ରହିଥିବା ଗଛଗୁଡ଼ିକୁ କୁଣ୍ଢାଇ ଧରିଲେ ଓ ସେମାନଙ୍କୁ ଗଛ କାଟିବାକୁ ଦେଲେନାହିଁ । ଫଳତଃ ଗଛଗୁଡ଼ିକୁ ରକ୍ଷା କରାଯାଇପାରିଲା ଓ ସେହି ଜଙ୍ଗଲରେ ଆଉ ଠିକାଦାରମାନଙ୍କୁ ଗଛକାଟିବା ପାଇଁ ଅନୁମତି ଦିଆଗଲା ନାହିଁ । ଚିପକୋ ଆନ୍ଦୋଳନ ପରି 1983 ମସିହାରେ କର୍ଣ୍ଣାଟକରେ ‘ଆସିକୋ ଆନ୍ଦୋଳନ'ର ସୂତ୍ରପାତ ହୋଇଥିଲା । ‘ଆପ୍ପିକୋ'ର ଅର୍ଥ ମଧ୍ୟ କୁଣ୍ଢାଇ ଧରିବା । ଏହି ଆନ୍ଦୋଳନ କ୍ରମଶଃ ଦେଶର ବିଭିନ୍ନ ଅଞ୍ଚଳକୁ ବ୍ୟାପିଲା ଓ ଲୋକମାନେ ସେମାନଙ୍କ ଅଞ୍ଚଳର ଜଙ୍ଗଲର ସୁରକ୍ଷା ପାଇଁ ଆଗଭର ହେଲେ । ପଶ୍ଚିମବଙ୍ଗର ଆରାବରି (Arabaril) ଅଞ୍ଚଳର ଶାଳ ଜଙ୍ଗଲ ସଂରକ୍ଷଣ, କେରଳର ପେରିୟାର ଜଙ୍ଗଲ (Periyar) ସଂରକ୍ଷଣ ଇତ୍ୟାଦି ଏହାର ଜ୍ଵଳନ୍ତ ଉଦାହରଣ ।

କୋଇଲା ଓ ପେଟ୍ରୋଲିୟମ୍ ସଂରକ୍ଷଣ

ଜଙ୍ଗଲ ଓ ଜଳ ସମ୍ପଦର ଉପଯୁକ୍ତ ପରିଚାଳନା କରି ପାରିଲେ ଏହା ନିରବଚ୍ଛିନ୍ନ ଭାବରେ ଆମର ଆବଶ୍ୟକତାକୁ ମେଣ୍ଟାଇପାରିବ । ତେବେ ଏପରି କିଛି ପ୍ରାକୃତିକ ସମ୍ପଦ ରହିଛି ଯାହାକୁ ଆମ୍ଭେ ସୃଷ୍ଟି କରିପାରିବା ନାହିଁ । ଏଗୁଡ଼ିକୁ ନବୀକରଣ ଅଯୋଗ୍ୟ ପ୍ରାକୃତିକ ସମ୍ପଦ କୁହାଯାଏ । କୋଇଲା ଓ ପେଟ୍ରୋଲିୟମ୍ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ । ଏହି ଦୁଇଟି ସମ୍ପଦକୁ ଆମ୍ଭେ ମୁଖ୍ୟ ଶକ୍ତି ସମ୍ପଦ ହିସାବରେ ଶହ ଶହ ବର୍ଷଧରି ବ୍ୟବହାର କରିଚାଲିଛୁ। ଶିଳ୍ପ ସଂସ୍ଥାର ଅଭିବୃଦ୍ଧି ଓ ନୂତନ ଶିଳ୍ପ ପ୍ରତିଷ୍ଠା ଦ୍ଵାରା ଦିନକୁ ଦିନ ଏହି ଜୀବାଶ୍ମ ଇନ୍ଧନ। ଅଧିକରୁ ଅଧିକ ବ୍ୟବହୃତ ହେବାରେ ଲାଗିଛି । ଗାଡ଼ିମଟର ଓ କୃଷି ଇତ୍ୟାଦିରେ ଏହି ଇନ୍ଧନର ବହୁଳ ବ୍ୟବହାର କରାଯାଉଛି । ଫଳରେ ଆମର ଚାହିଦା ମେଣ୍ଟାଇବା ପାଇଁ ଆମ୍ଭେ ଦିନକୁ ଦିନ ଅଧିକ ମାତ୍ରାରେ କୋଇଲା ଓ ପେଟ୍ରୋଲିୟମ୍ ଉତ୍ତୋଳନ କରି ଚାଲିଛୁ। ଯଦି ଏଗୁଡ଼ିକର ବ୍ୟବହାର ଏହି ଗତିରେ ଚାଲେ । ତେବେ ଭବିଷ୍ୟତରେ ଦିନେ ନା ଦିନେ ଏହା ଶେଷ ହୋଇଯିବ । ଆକଳନରୁ ଜଣାଯାଏ ଯେ ଆସନ୍ତା ପ୍ରାୟ 50 ବର୍ଷ ମଧ୍ୟରେ ପେଟ୍ରୋଲିୟମ୍ ଓ 100 ବର୍ଷ ମଧ୍ୟରେ କୋଇଲା ସମ୍ପଦ ଶେଷ ହୋଇଯିବ ।

କୋଇଲା ଓ ପେଟ୍ରୋଲିୟମ୍ ଜଳିବା ଦ୍ଵାରା ବାୟୁମଣ୍ଡଳ ପ୍ରଦୂଷିତ ହୋଇଥାଏ । ଅଙ୍ଗାରକାମ୍ଳ ପରିମାଣ ବଢ଼ିବା ଦ୍ଵାରା ତାପମାତ୍ରା ବୃଦ୍ଧିପାଇ ସବୁଜ କୋଠରି ପ୍ରଭାବ ଅନୁଭୂତ ହେଉଛି । ଆମ୍ଭେ ନିଜକୁ ଓ ଜୈବବିବିଧତାକୁ ରକ୍ଷା କରିବା ପାଇଁ କୋଇଲା ତଥା ପେଟ୍ରୋଲିୟମର ବ୍ୟବହାରକୁ ନିୟନ୍ତ୍ରିତ କରିବା ସଙ୍ଗେ ସଙ୍ଗେ ବିକଚ୍ଛ, ନବୀକରଣଯୋଗ୍ୟ ଶକ୍ତି ବ୍ୟବହାରକୁ ତ୍ଵରାନ୍ତି ତ କରିବା ଦରକାର । ଏଥିପାଇଁ ନିମ୍ନୋକ୍ତ ପଦକ୍ଷେପମାନ ନେବା ନିତ୍ୟନ୍ତ ଆବଶ୍ୟକ :-

  • ଆମଦେଶରେ ମୁଖ୍ୟତଃ କୋଇଲା ଜଳାଇ ତାପଜ ବିଦ୍ୟୁତ୍ କେନ୍ଦ୍ରରେ ବିଦ୍ୟୁତ୍ଶକ୍ତି ଉତ୍ପନ୍ନ କରାଯାଉଛି| ଆମ୍ଭେ ଯେତେ ଅଧିକ ବିଦ୍ୟୁତ୍ ଶକ୍ତି ସଂଚୟ କରିବା ସେତେ ଅଧିକ କୋଇଲା ସଂରକ୍ଷଣ କରିପାରିବା । କମ୍ ସ୍ଟାଟ୍ ଓ କମ୍ପାକୁ ପେଯୁରେସେଣ୍ଟ ଲ୍ୟାମ୍ପ (CFL) ବ୍ୟବହାର କରିବା ସହ ଆବଶ୍ୟକ ନଥିବା ବେଳେ ଲିଫ୍ଟ, ଫଖା, ବିଜୁଳି ବତି ଇତ୍ୟାଦି ବନ୍ଦ ରଖି ଅଯଥା ବିଦ୍ୟୁତ୍ ଖର୍ଚ୍ଚକୁ ମଧ୍ୟ ରୋକିବା ଦରକାର ।
  • ନିଜସ୍ଵ ଯାନ ବ୍ୟବହାର କରିବା ପରିବର୍ତ୍ତେ ଯେତେଦୂର ସମ୍ଭବ ବସ୍ ଓ ରେଳଗାଡ଼ିରେ ଯାତ୍ରା କରିବା ଦ୍ଵାରା ଆମ୍ଭେ ପେଟ୍ରୋଲିୟମର ଖର୍ଚ୍ଚକୁ କମାଇପାରିବା ।
  • ରୋଷେଇ ପାଇଁ ସୂର୍ଯ୍ୟ ଚୁଲା, ପାଣିଗରମ କରିବା ପାଇଁ ସୁର୍ଯ୍ୟ ଉଭାପକ, ଘରକୁ ଆଲୋକିତ କରିବା ପାଇଁ ଉତ୍ତମ ଝରକା ବ୍ୟବହାର ଦ୍ଵାରା ଆମ୍ଭେ ଗ୍ୟାସ ଓ ବିଦ୍ୟୁତ୍ ଖର୍ଚ୍ଚ କେତେକାଂଶରେ କମାଇପାରିବା ।
  • ପୁରୁଣା ଓ ଅନୁପଯୁକ୍ତ ଯାନବାହନ ବଦଳରେ ନୂତନ, ଯୁଗୋପଯୋଗୀ ଇଞ୍ଜିନ୍ ଅବା ଯାନବାହନ ବ୍ୟବହାର କଲେ ଇନ୍ଧନର ସମ୍ପୁର୍ଣ୍ଣ ଜାରଣ ହେବ ଓ ଆମ୍ଭେ କମ୍ ଖର୍କରେ ଅଧିକ ଦୂରତା ଅତିକ୍ରମ କରିପାରିବା ।
  • ବିକଳ୍ପ ଶକ୍ତି ଉତ୍ସ ବ୍ୟବହାର ବୃଦ୍ଧି କରି କୋଇଲା ଓ ପେଟ୍ରୋଲିୟମ୍ ଉପରେ ଆମର ନିର୍ଭରଶୀଳତା କମାଇ ପାରିଲେ ଏହି ଶକ୍ତି ଉତ୍ସା ଆମକୁ ଅନେକ ଦିନ ପର୍ଯ୍ୟନ୍ତ ଉପଲବ୍ଧ ହୋଇପାରିବ ।

ଜଳ ସମ୍ପଦ ସଂରକ୍ଷଣ

ଜୀବନଧାରଣ ପାଇଁ ଜଳ ଅପରିହାର୍ଯ୍ୟ । ଆମ୍ଭେମାନେ ଆଗରୁ ଜାଣିଛେ ଯେ ଜୀବକୋଷର ଶତକଡ଼ା । 85-90 ଭାଗ ଜଳ ଓ କୋଷ ତଥା ଜୀବମାନଙ୍କର ସମସ୍ତ ଶାରୀରିକ ପ୍ରକ୍ରିୟ । ଜଳର ଉପସ୍ଥିତିରେ ହିଁ ସମ୍ଭବ ହୋଇଥାଏ । ଆମ ପୃଥିବୀରେ ବହୁ ପରିମାଣରେ ଜଳ ରହିଥୁଲେ ମଧ୍ୟ ମଧୁର ଜଳର ପରିମାଣ କମ୍। କିନ୍ତୁ ଏହି ମାତ୍ରାର ମଧୁରଜଳ ଆମର ଆବଶ୍ୟକତାକୁ କୋଟି କୋଟି ବର୍ଷ ଧରି ମେଣ୍ଟାଇ ଆସୁଛି। ତୁମେ ଜାଣିଛ ଯେ ଜନଚେତନା ଓ ମାନବ ଅନ୍ତର୍ଭୁକ୍ତି (Human involvement) ଦ୍ଵାରା ଜଳ ସମ୍ପଦର ଉନ୍ନତି ଘଟିବା ସଙ୍ଗେ ସଙ୍ଗେ ଏହାର ସଦ୍ ବ୍ୟବହାର ଓ ସଂରକ୍ଷଣ କରାଯାଇପାରିବ ।

ଯେକୌଣସି ରାଷ୍ଟ୍ରର ସମୃଦ୍ଧିପାଇଁ ତାହାର ଜଳ ସମ୍ପଦର ଅବଦାନ ଉଲେଖନୀୟ । କୃଷି, ଶିଳ୍ପ ଓ ଗମନାଗମନ ପାଇଁ ଭୂପୃଷ୍ଣ ଜଳ ସମ୍ପଦର ବହୁଳ ଆବଶ୍ୟକତା ଥିବାରୁ ସମସ୍ତ ସମୃଦ୍ଧିଶାଳୀ ରାଷ୍ଟ୍ର ସେମାନଙ୍କର ଜଳ ସମ୍ପଦର ସଂରକ୍ଷଣ ଓ ସୁପରିଚାଳନା କରି ଆସୁଛନ୍ତି । ପୃଥିବୀର ଅଧୁକାଂଶ ଗରିବ ରାଷ୍ଟ୍ରରେ ଉତ୍କଟ ଜଳାଭାବ ସେମାନଙ୍କର ଶିଳ୍ପ ସମୃଦ୍ଧିପାଇଁ ଏକ ପ୍ରତିବନ୍ଧକ ଭାବେ ଦେଖାଦେଇଛି । ଏଥିରୁ ଆମପାଇଁ ଜଳସମ୍ପଦର ଆବଶ୍ୟକତା ସହଜରେ ଅନୁମେୟ । ଗୋଟିଏ ସ୍ଥାନର ଜଳ ସମ୍ପଦର ପରିମାଣ ସେହି ସ୍ଥାନର ବୃଷ୍ଟିପାତ ଉପରେ ନିର୍ଭର କରୁଥୁଲେ ମଧ୍ୟ ଏହା ଆହୁରି ଅନେକ କାରକ ଦ୍ଵାରା ନିୟନ୍ତ୍ରିତ ହୋଇଥାଏ । ସେମାନଙ୍କ ମଧ୍ୟରେ ସେହିସ୍ଥାନର ଶିଳ୍ପସମୃଦ୍ଧି, ଭୂପୃଷ୍ଠ ଜଳ ସମ୍ପଦର ପରିମାଣ, ଜଙ୍ଗଲର ଆୟତନ ଓ ନଦୀବନ୍ଧ ଯୋଜନା ଅନ୍ୟତମ ।

ଆମ ଦେଶରେ ମୁଖ୍ୟତଃ ମୌସୁମୀ ବାୟୁର ପ୍ରଭାବରେ ବୃଷ୍ଟିପାତ ହୋଇଥାଏ ଓ ଆମ୍ଭେ ପ୍ରାୟ ଶତକଡ଼ା 85 ଭାଗ ବୃଷ୍ଟିପାତ ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ପାଇଥାଉ । ଆମ ଦେଶର ବୃଷ୍ଟିପାତ ପରିମାଣ ଅନ୍ୟ ଅନେକ ଦେଶ ତୁଳନାରେ ଅଧିକ ହୋଇଥୁଲେ ମଧ ଆମ୍ଭେ ପର୍ଯ୍ୟାପ୍ତ ପରିମାଣର ଜଳ ସଂଚୟ କରି ରଖିପାରୁ ନଥିବାରୁ ଗ୍ରୀଷ୍ମଋତୁରେ ଜଳାଭାବର ସମ୍ମୁଖୀନ ହେଉଛୁ| ଦେଶରେ ଖାଦ୍ୟର ଆବଶ୍ୟକତା ବୃଦ୍ଧିପାଉଥିବାରୁ ଦିନକୁ ଦିନ କୃଷି ଓ ଶିଳ୍ପ ସଂସ୍ଥା ପାଇଁ ଅଧିକରୁ ଅଧିକ ଜଳ ବ୍ୟବହାର କରାଯାଉଛି । ଫଳରେ ଭୂପୃଷ୍ଠ ଜଳ ବ୍ୟବହାର ସଙ୍ଗେ ସଙ୍ଗେ ଆମ୍ଭେମାନେ ମଧ୍ୟ ନଳକୂପ ଓ ଉଠା ଜଳସେଚନ (Lift irrigation) ଦ୍ଵାରା ଭୂତଳ ଜଳର ଅତ୍ୟଧିକ ବ୍ୟବହାର କରି ଚାଲିଛୁ। ଅନ୍ୟପକ୍ଷରେ ପାହାଡ଼ ଓ ପର୍ବତମାନଙ୍କରୁ ଜଙ୍ଗଲ ସଫା ହୋଇଯିବା ଦ୍ଵାରା ଭୂତଳକୁ ଜଳର ଗତି କମିବାରେ ଲାଗିଛି ଓ ଭୂତଳ ଜଳର ପରିମାଣ ଦିନକୁ ଦିନ କମିବାରେ ଲାଗିଛି । ସେଥିପାଇଁ ଜଳ ସମ୍ପଦର ସଂରକ୍ଷଣ ସହ ଏହାର ସୁପରିଚାଳନା ପାଇଁ ଆବଶ୍ୟକ ପଦଜୋକ୍ଷପ ଜୋନ ବା ଦରକାର ।

ଜଳ ସମ୍ପଦର ବିକାଶ ପାଇଁ ଆବଶ୍ୟକ OGSSO :

  1. ନଦୀବନ୍ଧ ଯୋଜନା : ଆମ ଦେଶରେ ଚାଷବାସ ପାଇଁ ଜଳସେଚନ ର ଆବଶ୍ୟକତାକୁ ଉପଲବ୍ଧ କରି ତତକାଳୀନ ଇଂରେଜ ସରକାର ସର୍ବପ୍ରଥମେ ବିଭିନ୍ନ ବଡ଼ ଓ ଚିରସ୍ରୋତା ନଦୀମାନଙ୍କରେ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରିଥୁଲେ । ସ୍ଵାଧୀନତା ପରେ ଆମ ସରକାର ଏହାକୁ ଆଗେଇନେଇ ଅନେକ ବୃହତ୍ ନଦୀବନ୍ଧ ଯୋଜନା ଜରିଆରେ ଜଳଭଣ୍ଡାର ନିର୍ମାଣ କରିଛନ୍ତି । ଓଡ଼ିଶାର ହୀରାକୁଦ ନଦୀବନ୍ଧ, କର୍ଣ୍ଣାଟକର ବିଶ୍ଳେଶ୍ଵରାୟା ବନ୍ଧ, ଗୁଜୁରାଟର ସର୍ଦାର ସରୋବର ନଦୀବନ୍ଧ ଇତ୍ୟାଦି ଏହାର ଉଦାହରଣ । ଏହି ନଦୀବନ୍ଧ ଯୋଜନା ସହ କେନାଲ ନିର୍ମାଣ ଦ୍ଵାରା ଦେଶର ଅନେକ ଅଞ୍ଚଳରେ ଜଳସେଚନ ଓ ପାନୀୟଜଳ ଉପଲବ୍ଧ ହୋଇପାରୁଛି । କେତେକ ସ୍ଥାନରେ କେନାଲ ଦ୍ଵାରା ଜଳ ବହୁତ ଦୂର ତଥା ଜଳାଭାବଗ୍ରସ୍ତ ସ୍ଥାନକୁ ଯୋଗାଇ ଦିଆଯାଇପାରୁଛି । ଉଦାହରଣସ୍ଵରୂପ ଇନ୍ଦିରା ଗାନ୍ଧୀ କେନାଲ ଯୋଜନା ଦ୍ଵାରା ରାଜସ୍ଥାନର ବ୍ୟାପକ ମରୁଅଞ୍ଚଳକୁ ଜଳଯୋଗାଇବା ସମ୍ଭବ ହୋଇପାରିଛି ।
  2. ବୃହତ୍ ନଦୀବନ୍ଧ ଯୋଜନା ଦ୍ଵାରା ମଧ୍ୟ ଆମକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତୃଟିପୂର୍ଣ୍ଣ ଜଳବଣ୍ଟନ ଓ ଜଳ ସମ୍ପଦର କୂପରିଚାଳନା ହେତୁ ଏହାର ସୁଫଳ ସମସ୍ତଙ୍କୁ ସମପରିମାଣରେ ମିଳିପାରୁନାହିଁ । ବଣ୍ଟନ ସମୟରେ କେନାଲ୍ ବନ୍ଧରେ ଅନେକ ସମୟରେ ଘାଇ ସୃଷ୍ଟି ହୋଇ ବହୁ ପରିମାଣର ଜଳ ନଷ୍ଟ ହୋଇ ସେହି ଅଞ୍ଚଳରେ ବନ୍ୟାସ୍ଥିତି ସୃଷ୍ଟି କରୁଛି । ସେହିପରି କେତେକ କେନାଲ ରେ ଆବଶ୍ୟକ ପରିମାଣ ର ଜଳ ପ୍ରବାହ ହେଉନଥିବାରୁ ଲୋକମାନେ କେନାଲ ବନ୍ଧଗୁଡ଼ିକୁ  କାଟିଦେଇ ପରିସ୍ଥିତିକୁ ଆହୁରି ଜଟିଳ କରିଦେଉଛନ୍ତି । ଏହାଛଡ଼ା ବିସ୍ଥାପନ ଓ ଥଇଥାନ (Rehabilitation) ଜନିତ ସମସ୍ୟା ମଧ୍ୟ ରହିଛି । ଜଳଭଣ୍ଡାର ସୃଷ୍ଟି ହେବା ଦ୍ଵାରା ଯେଉଁସବୁ ଗାଁ ଓ ଜମି ଜଳାର୍ଣାବ ହେଉଛି ସେଠାକାର ଲୋକମାନଙ୍କୁ ସେହିସ୍ଥାନ ଛାଡ଼ି ଅନ୍ୟ ସ୍ଥାନକୁ ଯିବାକୁ ପଡୁଛି । ଫଳରେ ବିସ୍ଥାପିତ ଲୋକମାନେ ସେମାନଙ୍କର ଘର ଦ୍ଵାରା, ଜମିବାଡ଼ି ଓ ବେପାରବାଣିଜ୍ୟ ସବୁ ହରାଇ ନିଃସ୍ ହୋଇଯାଉଛନ୍ତି । ସେମାନଙ୍କୁ ଉଚିତ କ୍ଷତିପୂରଣ ଓ ଚାକିରି ନ ମିଳିବାଦ୍ଵାରା ଅପ୍ରତିକର ସାମାଜିକ ତଥା ଅର୍ଥନୈତିକ ପରିସ୍ଥିତି ସୃଷ୍ଟି ହେଉଛି ।

    ଆଜିପର୍ଯ୍ୟନ୍ତ ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ଲୋକମାନେ ସେମାନଙ୍କର ଥଇଥାନ ଓ କ୍ଷତିପୂରଣ ପାଇଁ ଆନ୍ଦୋଳନ କରୁଛନ୍ତି । ସର୍ବାର ସରୋବର ବନ୍ଧର ଉଚ୍ଚତା ନ ବଢ଼ାଇବା ପାଇଁ ମେଧା ପାଟ୍କରଙ୍କ ନେତୃତ୍ୱରେ ନର୍ମଦା ବଞ୍ଚାଅ ଆନ୍ଦୋଳନ ଏବେବି ଚାଲିଛି | ଏହାଛଡ଼ା ଅନେକ ବୃହତ ଜଳଭଣ୍ଡାର ଅଞ୍ଚଳରେ ଜଙ୍ଗଲ ଜମି ଜଳାର୍ଶବ ହୋଇ ଜଙ୍ଗଲକ୍ଷୟ ଘଟୁଛି । ଫଳରେ ପରିବେଶ କ୍ଷତିଘଟିବା ସହିତ ପରିସ୍ଥାନ ନଷ୍ଟି ହୋଇ ଜୈବବିବିଧତାର ଅପୂରଣୀୟ କ୍ଷତି ଘଟୁଛି / ବୃହତ୍ ନଦୀବନ୍ଧ ପରିବର୍ତ୍ତେ ଜଳ ସଞ୍ଚୟ ପାଇଁ ଆମକୁ ବିକଳ୍ପ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦରକାର । ଛୋଟ ଛୋଟ ନଦୀବନ୍ଧ, ଜରିଆରେ ଅନେକ ସ୍ଥାନରେ ଜଳ ସଞ୍ଚୟ ହୋଇପାରିଲେ । ଏହା ସବୁ ସ୍ଥାନକୁ ସମପରିମାଣରେ ଉପଲବ୍ଧ ହୋଇପାରିବ ଓ ବଣ୍ଟନଜନିତ କ୍ଷୟ ତଥା ଅସୁବିଧା ଦୂର ହୋଇପାରିବ । ଆମରାଜ୍ୟରେ ଏହିପରି ଅନେକ ଛୋଟ ଛୋଟ ନଦୀବନ୍ଧ, ଯଥା - ଏହିପରି ଅନେକ ଛୋଟ ଛୋଟ ନଦୀବନ୍ଧ, ଯଥାଖଡ଼ଖାଇ (ମୟୁରଭଞ୍ଜ), ନରାଜ (କଟକ), ମୁଣ୍ଡୁଳି (ଆଠଗଡ଼), ଡେରାସ (ଭୁବନେଶ୍ବର) ଓ ସାଳିଆ (ବାଣପୁର) ଆଦି ନିର୍ମାଣ କରାଯାଇ ଜଳସେଚନ ସହ ସହରକୁ ଜଳଯୋଗାଣ କରାଯାଇପାରୁଛି । ଏହିପରି ଆହୁରି ଅନେକ ଛୋଟ ନଦୀବନ୍ଧ ଦ୍ଵାରା ଏବଂ ପୋଖରୀ ଓ କୃତ୍ରିମ ହ୍ରଦ ସୃଷ୍ଟି କରି ମଧ୍ୟ ଅଧ୍ୟକ ଜଳ ସଞ୍ଚୟ କରାଯାଇପାରିବ । ଓଡ଼ିଶା ସରକାରଙ୍କ 'ମୋ ପୋଖରୀ' ପ୍ରକଚ୍ଛ ଏହି ଦିଗରେ ଏକ ଉତ୍ତମ ପଦକ୍ଷେପ ।

  3. ଜଳ ଛାୟା ପରିଚାଳନା (Watershed Management) ଆଗରୁ କୁହାଯାଇଛି ଯେ ଜଙ୍ଗଲକ୍ଷୟ ଦ୍ଵାରା ପାହାଡ଼ିଆ ଅଞ୍ଚଳରେ ବୃଷ୍ଟି ଜଳ ଭୂତଳକୁ ଗତି ନ କରି କ୍ଷିପ୍ରଗତିରେ ଭୂପୃଷ୍ଠରେ ବହିବା ଫଳରେ ମୃତ୍ତିକା କ୍ଷୟ ହେବା ସଙ୍ଗେ ସଙ୍ଗେ ଭୂତଳ

    ଜଳର ପରିମାଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ।

    ସେଥିପାଇଁ ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି କରି, ପଥର ଅଟକ ବନ୍ଧ ଦେଇ ଜଳପ୍ରବାହର କ୍ଷିପ୍ରତାକୁ କମାଇବା ଓ ଜଳର ଭୂତଳକୁ ପ୍ରବେଶର ମାତ୍ରା ବୃଦ୍ଧି କରିବା ଦ୍ଵାରା ବର୍ଷାଜଳ ଭୂତଳ ଜଳ ଭାବରେ ସଂରକ୍ଷିତ ହୋଇପାରିବ । ଏହି ପ୍ରକ୍ରିୟାକୁ ଜଳ ଛାୟା ପରିଚାଳନା କୁହାଯାଏ ଓ ପାହାଡ଼ର ଗଡ଼ାଣିଆ ଅଞ୍ଚଳକୁ ଜଳ ଛାୟା ଅଞ୍ଚଳ କୁହାଯାଏ । ଜଳ ଛାୟା ପରିଚାଳନା ପାଇଁ ନିମ୍ନୋକ୍ତ ପଦକ୍ଷେପ ନିଆଯାଏ :

    • ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲକ୍ଷୟକୁ ରୋକିବା ଓ ବୃକ୍ଷରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବା ।
    • ପାହାଡ଼ର ଶିଖରରୁ ପାଦଦେଶ ପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ଛୋଟ ଛୋଟ ପଥର ବନ୍ଧ ନିର୍ମାଣ କଲେ ବର୍ଷାଜଳ ଆସ୍ତେ ଆସ୍ତେ ପାହାଡ଼ ତଳକୁ ଗତି କରିବ ଓ ତଳେ ପହଞ୍ଚୁବା ପାଇଁ ଜଳକୁ ଅଧିକ ସମୟ ଲାଗିବ । ଫଳରେ ପର୍ଯ୍ୟାପ୍ତ ପରିମାଣର ଜଳ। ଭୂତଳକୁ ଗତିକରି ପାରିବ ।
    • ଜଳଛାୟା ଅଞ୍ଚଳରେ କୃଷିକାର୍ଯ୍ୟକୁ ତ୍ଵରାନ୍ୱିତ କରି ସ୍ଥାନୀୟ ଅଧିବାସୀମାନଙ୍କ ଆୟ ବୃଦ୍ଧି କରାଇଲେ ସେମାନେ ଜଙ୍ଗଲ କାଟିବାରୁ ନିବୃତ୍ତ ରହି ନିଜ ପ୍ରଚେଷ୍ଟାରେ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ଆଗ୍ରହୀ ହେବେ ।

ବୃଷ୍ଟି ଜଳ ସଂରକ୍ଷଣ

ଆମ ଦେଶରେ ବୃଷ୍ଟି ଜଳକୁ ସଂରକ୍ଷଣ କରି ଦରକାର ସମୟରେ ବ୍ୟବହାର କରିବା ଏକ ଚିରାଚରିତ ପ୍ରଥା । ସେଥିପାଇଁ ସବୁ ଗାଁ ମୁଣ୍ଡରେ ଏକ ପୋଖରୀ ଦେଖିବାକୁ ମିଳିଥାଏ । ଗଡ଼ିଆ ଓ ପୋଖରୀରେ ଜଳ ସଞ୍ଚୟ ହେବା ଦ୍ଵାରା ଏହି ଜଳ ଆସ୍ତେ ଆସ୍ତେ ଭୂତଳକୁ ପ୍ରବେଶ କରି ଭୂତଳ ଜଳର ପରିମାଣ ବୃଦ୍ଧି କରିଥାଏ । ଏହି ଭୂତଳ ଜଳ ମାଟିତଳେ ଗତିକରି କୂଅ ଓ ନଳକୂଅ ଜରିଆରେ ପିଇବା ପାଣି ଆକାରରେ ଘରେ ଘରେ ଉପଲବ୍ଧ ହୋଇଥାଏ । ଭୂତଳ ଓ ଭୂପୃଷ୍ଠ ଜଳ ସଂରକ୍ଷଣ ଦ୍ଵାରା ମାଟିର ଆଦ୍ରିତା ବୃଦ୍ଧି ପାଇଥାଏ; ମାଟିରୁ ଗଛପତ୍ର ଓ ଫସଲକୁ ଜଳ ମିଳିଥାଏ ।

ସମତଳ ଅଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପାଇଁ ନୂତନ ଜ୍ଞାନକୌଶଳର ପ୍ରୟୋଗ କରାଯାଉଛି | ମାଟି କିମ୍ବା କଂକ୍ରିଟ ସାହାଯ୍ୟରେ ଛୋଟ ଅଟକବନ୍ଧ ବା ଆଡି ବନ୍ଧ(Check dam) କରାଯାଇ ବର୍ଷାଜଳକୁ ରଖାଯିବାଦ୍ଵାରା ଏହି ଜଳ ତଳକୁ ଗତି କରି ଭୂତଳ ଜଳ ସ୍ତରର ବୃଦ୍ଧି ଘଟାଇ ପାରୁଛି । କେବଳ ଖାଲୁଆ ଅଞ୍ଚଳରେ ଏହି ଜଳ ଭୂପୃଷ୍ଠ ଜଳ ଆକାରରେ ବର୍ଷସାରା ଉପଲବ୍ଧ ହେଉଥିବା ବେଳେ ଜଳ ଜମି ରହୁଥିବା ସ୍ଥାନଗୁଡ଼ିକରେ ଖରାଦିନେ ଚାଷକାର୍ଯ୍ୟ କରାଯାଇ ପାରୁଛି ଓ ଭୂତଳ ଜଳ ଉତ୍ତୋଳନ କରି ଜଳସେଚନ କରାଯାଇ ପାରୁଛି । ସହରାଞ୍ଚଳ ମାନଙ୍କରେ ସବୁଆଡ଼େ ‘ କଂକ୍ରିଟ ଜଙ୍ଗଲ' ସୃଷ୍ଟି ହେଉଥିବାରୁ ବର୍ଷାଜଳ ଭୂତଳକୁ ଗତି କରିବାର ବାଟ ରହୁନାହିଁ ଓ ଏହା ବୋହିଯାଇ ନଦୀରେ ମିଶୁଛି । ସେଥିପାଇଁ ଆମକୁ ବର୍ଷାଜଳ ସଂରକ୍ଷଣ କରି ଭୂତଳକୁ ପଠାଇବାର ବ୍ୟବସ୍ଥା କରିବା ଦରକାର । ଛାତ ଉପରେ ପଡ଼ୁଥିବା ବର୍ଷାଜଳକୁ ଏକ ବାଲି ଶଯ୍ୟ, ଥିବା କମ୍ ଗଭୀର ଗର୍ଭକୁ ଛାଡ଼ିଦେଲେ ଏହି ଜଳ ବାଲି ଶଯ୍ୟ ଦ୍ଵାରା ଶୋଷି ହୋଇ ମାଟିତଳକୁ ଗତିକରି ଭୂତଳ ଜଳ ସହିତ ମିଶି ପାରିବ । ଏହାଛଡ଼ା ବର୍ଷାଜଳକୁ ଟାଙ୍କି ସାହାଯ୍ୟରେ ସଂଗ୍ରହ କରି ସିଧାସଳଖ ବ୍ୟବହାର ମଧ କରାଯାଇପାରିବ ।

ଜଳର ପୁନଶ୍ଚକ୍ରଣ

କୃଷି ଓ ପିଇବା ପାଇଁ ଆବଶ୍ୟକ ଜଳ ଅପେକ୍ଷା ଶିଳ୍ପ ସଂସ୍ଥାମାନେ ଅଧିକ ଜଳ ବ୍ୟବହାର କରିଥାନ୍ତି । ଏହି ଜଳ ଦୂଷିତ ହୋଇ ନିର୍ଗତ ହୋଇଥାଏ ଓ ଅନେକ ସମୟରେ ବିଶୋଧୁତ ନହୋଇ ଭୂପୃଷ୍ଠ ଜଳରେ ମିଶିବା ଦ୍ଵାରା ଜଳ ପ୍ରଦୂଷଣ ହୋଇଥାଏ । ସେଥି ପାଇଁ ଶିଳ୍ପ ସଂସ୍ଥାମାନଙ୍କ ଦ୍ଵାରା ବ୍ୟବହୃତ ଓ ନିର୍ଗତ ଜଳର ମାତ୍ରା ତଥା ମାନ କଡ଼ାକଡ଼ି ଭାବରେ ଯାଞ୍ଚ ହେବା ଦରକାର । ଶିଳ୍ପ ସଂସ୍ଥାମାନେ ବ୍ୟବହାର କରୁଥିବା ଜଳକୁ ଆବଶ୍ୟକତା ଅନୁସାରେ ବିଶୋଧୁତ କରି ପୁନଶ୍ଚକ୍ରଣ କରିପାରିଲେ ଜଳ ପ୍ରଦୂଷଣ ଜନିତ ସମସ୍ୟା ଦୂର ହେବା ସହିତ ଶିଳ୍ପ ସଂସ୍ଥାମାନଙ୍କର ଜଳ ଆବଶ୍ୟକତାର ଆ°ଶିକ ଭରଣ କରାଯାଇପାରିବ ଓ ଭୂପୃଷ୍ଣ ଜଳ ସମ୍ପଦ ଉପରେ ସେମାନଙ୍କର ନିର୍ଭରଶୀଳତା। କିଛି ମାତ୍ରାରେ କମାଯାଇପାରିବ । ଏହାଛଡ଼ା ଶିଳ୍ପସଂସ୍ଥାମାନେ ନିଜସ୍ଵ ଶକ୍ତି ଉତ୍ପାଦନ କେନ୍ଦ୍ର ପରି ନିଜସ୍ଵ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା ଜରିଆରେ ଜଳ ଗଚ୍ଛିତ କରି ରଖିପାରିବେ ଓ ଏହାକୁ ବ୍ୟବହାର କରିପାରିବେ ।

ଆଧାର - ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା

3.0
ଶାନ୍ତନୁ କୁମାର ସାହୁ Jan 31, 2017 04:26 PM

ଏହି ବାର୍ତ୍ତା ମାଧ୍ୟମରେ ପ୍ରାକୃତିକ ସମ୍ପଦର କିପରି ସଂରକ୍ଷଣ କରିପାରିବା ସେ ବିଷୟରେ ବୁଝି ପାରିଲି

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top