ସେଆର କରନ୍ତୁ

ଆନିମୋମିଟର

ଆନିମୋମିଟର ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଇଛି ।

ପୃଥିବୀର ସବୁ ସ୍ଥାନରେ ସବୁ ସମୟରେ ବାୟୁଚାପ ସମାନ ନଥାଏ । କେତେକ ସ୍ଥାନରେ ବାୟୁଚାପ ଅଧିକ ହୋଇଥାଏ ତ ଆଉ କେତେକ ସ୍ଥାନରେ ବାୟୁଚାପ କମ୍ ଥାଏ । ଦୁଇଗୋଟି ପାଖାପାଖି ରହିଥିବା ସ୍ଥାନରେ ବାୟୁଚାପ ଅଲଗା ହୋଇଥିଲେ ବାୟୁ ବହିବା ଆରମ୍ଭ ହୁଏ । ବାୟୁ ସବୁବେଳେ ଅଧିକ ଚାପ ଅଳରୁ କମ୍ ଚାପ ଅଳକୁ ବହେ । ବାୟୁ ବହିବା ଆରମ୍ଭ ହେଲେ ତାହାକୁ ବାୟୁ ପ୍ରବାହ ବା ପବନ କୁହାଯାଏ । ଦୁଇଗୋଟି ସ୍ଥାନ ମଧ୍ୟରେ ବାୟୁ ଚାପର ତଫାତ୍ ଅଧିକ ହୋଇଥିଲେ ଜୋର୍‌ରେ ପବନ ବହେ । ତେଣୁ ପାଣିପାଗ କେନ୍ଦ୍ରଗୁଡ଼ିକରେ ପବନର ବେଗ ମାପ କରି ଜଣାଇବା ପାଇଁ ଏକ ପ୍ରକାର ଯନ୍ତ୍ର ବ୍ୟବହାର କରାଯାଏ । ଏହାକୁ ପବନ ବେଗମାପକ ଯନ୍ତ୍ର ବା ଆନିମୋମିଟର କୁହାଯାଏ । ପ୍ରତି ଘଣ୍ଟାରେ ବା ମିନିଟ୍‌ରେ ପବନ କେତେ କିଲୋମିଟର ବେଗରେ ବହୁଥାଏ ତାହା ଏହି ଯନ୍ତ୍ର ଜଣାଇଥାଏ ।

ଆନିମୋମିଟର ଶବ୍ଦଟି ଗ୍ରୀକ୍ ଶବ୍ଦ "ଆନିମୋସ୍ "ରୁ ଆସିଛି । ଏହାର ଅର୍ଥ ହେଉଛି ପବନ ।

ଇତିହାସ

୧୫ଶ ଶତାବ୍ଦୀରେ ଏହାର ଉଦ୍ଭାବନ ପରଠାରୁ ଆନିମୋମିଟରରେ ମୂଳ ସଂରଚନାରେ ବହୁତ କମ ପରିବର୍ତ୍ତନ ହୋଇଛି । ୧୪୫୦ ଲିଓନ୍ ବାଟିଷ୍ଟା ଆଲ୍‌ବର୍ଟି (Leon Battista Alberti) ବାୟୁ ବେଗମାପକ ଯନ୍ତ୍ର ସମ୍ପର୍କରେ ପ୍ରଥମ ଧାରଣା ଦେଇଥିଲେ ।ଏହି ଶତାବ୍ଦୀ ଭିତରେ ରୋବର୍ଟ୍ ହୁକ୍ ଓ ମାୟା ସଭ୍ୟତାର ଲୋକେ ଆନିମୋମିଟରର ଅନ୍ୟାନ୍ୟ ସଂସ୍କରଣ ତିଆରି କରିଥିଲେ । ୧୮୪୬ ମସିହାରେ ଜନ୍ ଥୋମାସ୍ ରବିନ୍‌ସନ୍ ଗୋଟିଏ ସରଳ ଆନିମୋମିଟର ତିଆରି କରିଥିଲେ । ଏଥିରେ ଚାରିଗୋଟି ଅର୍ଦ୍ଧଗୋଲକାକୃତି ଧାତବ କପ୍ ଲାଗିଥିଲା । ମାତ୍ର ଏହାପରେ ୧୯୨୬ ମସିହାରେ କାନାଡ଼ାର ଜନ୍ ପାଟରସନ୍ ଆଉ ଗୋଟିଏ ଆନିମୋମିଟର ବାହାର କଲେ । ଏଥିରେ ତିନିଗୋଟି କପ୍ ଲାଗିଥିଲା । ୧୯୯୪ ରେ Dr. Andrews Pflitsch ସୋନିକ୍ ଆନିମୋମିଟର୍ ତିଆରି କଲେ । ଏବେ ବିଭିନ୍ନ ପ୍ରକାରର ଆନିମୋମିଟର ବାହାରିଲାଣି । ତେବେ ରବିନ୍ସନ୍ କପ୍ ଜାତୀୟ ଆନିମୋମିଟରର ବ୍ୟବହାର ଅଧିକ ହେଉଛି । ଏଥିରେ ତିନି ବା ଚାରିଗୋଟି ଆଲୁମିନିୟମ୍ କପ୍ ଲାଗିଥାଏ । ଏଗୁଡ଼ିକୁ ଏକ ଲୁହା ବା କାଠ ଦଣ୍ଡ ଉପରେ ପ୍ରତିଷ୍ଠା କରାଯାଇଥାଏ । ଏହି ଲୁହା ଦଣ୍ଡଟିକୁ ଲମ୍ବ ଭାବରେ ଏକ ଆଧାର ଉପରେ ରଖାଯାଇଥାଏ । ପବନ ବହିଲେ ଆନିମୋମିଟର କପ ଗୁଡ଼ିକ ଘୂରିବା ଆରମ୍ଭ କରନ୍ତି ।

ବ୍ୟବହାର

ଆନିମୋମିଟରର କପ୍ ଗୁଡ଼ିକ ଘୂରିବା ଆରମ୍ଭ କଲେ ସେଥିରୁ ବିଦ୍ୟୁତ୍ ଶକ୍ତି ସୃଷ୍ଟି ହୁଏ । ଏହାଫଳରେ ସେଥିରେ ଥିବା ମିଟର କଣ୍ଟାଟି ଘୂରି ପବନର ବେଗକୁ ସୂଚାଇଥାଏ । ଏହି ମିଟର ମଧ୍ୟରେ ବି ଗୋଟିଏ ବଲ୍ବ ଜଳିଉଠେ । କେତେକ କ୍ଷେତ୍ର ସେଥିରେ ଘଣ୍ଟିଟି ବାଜିଉଠେ । ମିଟର ଭିତରେ ସଂଖ୍ୟା ଗୁଡ଼ିକ ଏପରି ସଜାଇ ହୋଇ ରହିଥାଏ ଯେ, ଘଣ୍ଟିବାଜିବା ମାତ୍ରେ ସଂଖ୍ୟାଗୁଡ଼ିକ ଆପେ ଆପେ ବଦଳିଯାଆନ୍ତି । ଦିନକୁ ଦୁଇ ଅର୍ଥାତ ସକାଳେ ଓ ସଂନ୍ଧ୍ୟାରେ ଏହି ସଂଖ୍ୟାଗୁଡ଼ିକୁ ପଢ଼ି ତାହାକୁ ଟିପି ରଖାଯାଏ । ଏହି ଦୁଇଟି ସଂଖ୍ୟା ମଧ୍ୟରେ ଅନ୍ତର ବାହାର କରି ତାହାକୁ ସେହି ସମୟ ବ୍ୟବଧାନରେ ଭାଗ କରାଯାଏ । ଏହାଫଳରେ ସେହିଦିନ ପ୍ରତିଘଣ୍ଟା ବା ମିନିଟ୍‌ରେ ପବନର ବେଗ ବାହାର କରାଯାଏ । ତେବେ ଏହିଯନ୍ତ୍ର ସାହାଯ୍ୟରେ ବାୟୁର ଠିକ୍ ବେଗ ଜାଣିବା ସମ୍ଭବ ହୁଏ ନାହିଁ । ପବନ ବହିବା ବନ୍ଦ ହୋଇଗଲେ ବି କେତେ ସମୟ ପର୍ଯ୍ୟନ୍ତ ଏହାର କପ୍ ଗୁଡ଼ିକ ଘୂରୁଥାଏ । ତେଣୁ ଏହି ଯନ୍ତ୍ରରେ ପବନର ପ୍ରକୃତ ବେଗରୁ ଅଧିକ ବେଗ ରେକର୍ଡ ହେଉଥାଏ । ସେଥିପାଇଁ ଆଜିକାଲି ଏଥିପାଇଁ ସ୍ବୟଂଚାଳିତ ବୈଦୁତିକଯନ୍ତ୍ର ବ୍ୟବହାର କରାଯାଉଛି । ଏଥିରେ ବାୟୁରବେଗ ଏକ ଗ୍ରାଫ୍ କାଗଜରେ ଆଙ୍କି ହୋଇଯାଉଥାଏ ।

ଆଧାର - "History of the Anemometer"

 

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top