ହୋମ / ଶକ୍ତି / ଶକ୍ତି ସାମର୍ଥ / ବିଦ୍ୟୁତ ସଂସ୍କାରର ସଫଳତା ଦୃଶ୍ୟପଟ
ସେଆର କରନ୍ତୁ

ବିଦ୍ୟୁତ ସଂସ୍କାରର ସଫଳତା ଦୃଶ୍ୟପଟ

ଓଡିଶାରେ ବିଦ୍ୟୁତ ସଂସ୍କାର ସମ୍ବନ୍ଧରେ ସୂଚନା ଏଠାରେ ପ୍ରଦାନ କରାଯାଇଛି

ଉପକ୍ରମ

ଗତ ଶତାଦ୍ଦୀର ଶେଷ ଦଶକରେ ଦେଶର ପ୍ରଥମ ରାଜ୍ୟଭାବେ ଓଡିଶାରେ ବିଦ୍ୟୁତ ସଂସ୍କାରର ଆରମ୍ଭ ହୋଇଥିଲା ।  ଏହାର ଉଦ୍ଦେଶ୍ୟ ଥିଲା ସମସ୍ତଙ୍କୁ ଗୁଣାତ୍ମକ ମାନର ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ । ମାନ ବୃଦ୍ଧିତ ହେଲା ନାହିଁ  ବରଂ ବିଦ୍ୟୁତ ଯୋଗାଣ ଏପରି ସ୍ଥିତିରେ ପହଞ୍ଚିଲା ଯେ ଦିନକୁ ୨ଘଣ୍ଟାରୁ ୮ଘଣ୍ଟା କାଳ ରାଜ୍ୟବାସୀଙ୍କୁ ଅନ୍ଧକାରରେ ରହିବା ପଡୁଛି । ସରକାରୀ ଘୋଷଣା ଅନୁସାରେ ବିଜୁଳିକାଟ କିଛି ସମୟ ପାଇଁ ପ୍ରତ୍ୟାହାର କରାଯାଇଛି । ଆଗାମୀ ଦିନରେ ଅବସ୍ଥା ଯେ ସୁଧୁରିବ ସେପରି ଆସା କରିବା ବୃଥା । ଯେଉଁ କମ୍ପାନୀମାନଙ୍କୁ  ବିତରଣର ଦାୟିତ୍ଵ ଦିଆଯାଇଥିଲା ସେମାନଙ୍କର ଅଭିଯୋଗ ହେଲା ଯେ ଏକ ଖରାପ ପୁରୁଣା ସିଷ୍ଟମ ତାଙ୍କୁ ହସ୍ତାନ୍ତର କରାଯାଇଥିଲା ସେ ବ୍ୟବସ୍ଥା ଦେଇ ବ୍ୟବସ୍ଥା ଦେଇ ଟ୍ରାନ୍ସମିସନ ଲସ ରୋକାଯାଇ ପାରିଲା ନାହିଁ ।  ବିଦ୍ୟୁତ ପୋଲିସଷ୍ଟେସନ ବସିଲେ ମଧ୍ୟ ଚୋରୀ ରୋକାଯାଇ ପାରିଲା ନାହିଁ । କୁହାଯାଉଥିଲା ଯେ ସଂସ୍କାରର ଅନ୍ୟ ଉଦ୍ଦେଶ୍ୟ ହେଉଛି ସରକାରୀ ସ୍ତରରେ ଆର୍ଥିକ ସଙ୍କଟ ଥିବା ଦୃଷ୍ଟିରୁ ବେସରକାରୀ ପୁଞ୍ଜି ଖଟାଇ ଅର୍ଥାତ ବିତରକ କମ୍ପାନୀମାନଙ୍କ ପୁଞ୍ଜିରେ ବିତରଣମାନ ବୃଦ୍ଧି କରାଯିବ । ନା ସରକାର , ନା ବିତରଣ କମ୍ପାନୀ ଏହି କାର୍ଯ୍ୟ କାଲେ । ରାଜ୍ଯରେ ସରକାରଙ୍କ ଜଣେ ନିଯୁକ୍ତ ପ୍ରଶାସକ ଶୋଭନ କାନୁନଗୋ ଙ୍କ ସଂସ୍କାର ଅନୁଧାନ ଓ ସମସ୍ୟା ନିରାକରଣ ସମ୍ପର୍କରେ ଗୋଟିଏ ସୁବିସ୍ତୁତ ମତାମତ ୨୦୦୩ ମସିହାରେ ସରକାରଙ୍କୁ ଦେଲେ । ସେଥିରେ ମୁଖତଃ ଦୁଇଟି କଥା ଉପରେ ଗୁରୁତ୍ଵ ଦିଆଯାଇଥିଲା ।

ମୁଖ୍ୟ ଦୃଶ୍ୟପଟ

ପ୍ରଥମତଃ ବିତରଣ ସମୟରେ ଘଟୁଥିବା କ୍ଷତି ପରିମାଣ ବର୍ଷକୁ ୫%ହାରରେ କମାଇବା, ଦ୍ଵିତୀୟତଃ ପୁରୁଣା ଲାଇନ ବଦଳାଇବା ସହିତ ଟ୍ରାନ୍ସଫର୍ମର ସ୍ଥାପନ ଓ ନବୀକରଣ ପାଇଁ ଗୋଟିଏ କାର୍ଯ୍ୟସୂଚୀ ଓ ସେଥିପାଇଁ ଆବଶ୍ୟକ ଅର୍ଥ ବରାଦ କରିବା ସମ୍ପର୍କରେ ସୂଚନା ଦିଆଯାଇଥିଲା । ଦୁଇଟି ଯାକ ବ୍ୟବସ୍ଥା ଆନ୍ତରିକତା ସହ କାର୍ଯ୍ୟ କରୁଥିଲେ ବର୍ତ୍ତମାନ ଉପୁଜିଥିବା ସଙ୍କଟ ଦେଖାଯାଇ ନ ଥାନ୍ତା । ସେଥିପ୍ରତି ଆଦୌ ଦ୍ରୁଷ୍ଟି ଦିଆଗଲା ନାହିଁ । ବରଂ କ୍ଷତି ବୃଦ୍ଧି ଆଳରେ ଉପଭୋକ୍ତାମାନଙ୍କ ଉପରେ ଅଧିକରୁ ଅଧିକ ବିଜୁଳି ବୃଦ୍ଧି ହେବାରେ ଲାଗିଲା । ହେଲେ ଅପରପକ୍ଷରେ ଉଭୟ ରାଜ୍ୟ ସରକାର ଓ କମ୍ପାନୀମାନେ ହଜାର ହଜାର କୋଟି ଟଙ୍କା ଫାଇଦା ନେଲେ । ଏହା କରିବାକୁ ହେବ ଯେ ବିଦ୍ୟୁତ  ସଂସ୍କାରର ସଫଳତାର ଅଂଶ ସରକାର ଓ ବିଦ୍ୟୁତ ବିତରକ କମ୍ପାନୀମାନଙ୍କ ହାତକୁ ଗଲା ।  ଅସଫଳତାର ସମସ୍ତ ଭାର ରାଜ୍ୟର ସାଧାରଣ ନାଗରିକ କାନ୍ଧରେ ବହନ କରି ଚାଲିଛି  । ଏ କଥା ଭାବିବା ନିରର୍ଥକ ହେବ ନାହିଁ ଯେ ଏହି ଚୋରୀ ଓ କ୍ଷତିର ଆଳ ଦେଖାଇବାକୁ ଏକ ଷଡଯନ୍ତ୍ର ଜାହିର ହେଲା । ଏହି ଷଡଯନ୍ତ୍ରରେ ଏହି ଦୁଇ ବିପରୀତ ପ୍ରକ୍ରିୟାକୁ ଦୃଢ କରିବା ଦିଗରେ ରେଗୁଲେଟାରୀ କମିଶନ ଚୁପ ରହି ସହଯୋଗକାରୀର ପରିଚୟ ସୃଷ୍ଟିକଲା  ।ଚୋରୀ ଓ ଲୋକସାନ ବୃଦ୍ଧି ଜନିତ କ୍ଷତିକୁ ସଚ୍ଚା ଉପଭୋକ୍ତାଙ୍କ ଉପରେ ଥାପି ଦେବାର ଅସୁବିଧା ଦେଲାନାହିଁ । କାରଣ ଉପଭୋକ୍ତାଙ୍କର ସାହାନଶୀଳ ବା ପ୍ରତିକ୍ରିୟାରହିତ ଭାବ ସେହି ଚତୁର ଅଫିସର ଓ ବ୍ୟବସାୟୀମାନଙ୍କୁ ଜଣା । ଏଥିରେ ସରକାର ଓ କମ୍ପାନୀମାନଙ୍କର ପ୍ରକୃତ ଭାଭ ହେଲା । ସେହିପରି ଜଳ ବିଦ୍ୟୁତ କର୍ପୋରେସନ୍ସର ଲାଭାଂଶ ବାବଦରେ ରାଜ୍ୟ ସରକାର ପ୍ରତିବର୍ଷ ୪/୫ କୋଟି ଟଙ୍କା ପାଇଥାନ୍ତି । ଯାହାକି ଗତ ୧୦ ବର୍ଷ ମଧ୍ୟରେ ୪୦ରୁ ୫୦କୋଟି ଟଙ୍କା ହେବ ।ଏହା ବ୍ୟତୀତ ଖାଉଟିମାନଙ୍କ ଉପରେ କିଲୋୱାଟ ପିଛା ମାସିକ ୨୦ ଟଙ୍କା ହିସାବରେ ୨୪୦ ଟଙ୍କା ଆଦାୟ ହେଉଥିବାବେଳେ ଗତ ୧୦ ବର୍ଷ ମଧ୍ୟରେ ଏ ବାବଦରେ ୨୪୦x ୩x ୫୦  ଲକ୍ଷ ଉପଭୋକ୍ତାଙ୍କ ଠାରୁ ବର୍ଷକୁ ୩୬୦ କୋଟି ଟଙ୍କା ହିସାବରେ ଗତ ୧୦ ବର୍ଷରେ ପାଖାପାଖି ୪ ହଜାର କୋଟିଟଙ୍କା ନିଆଯାଇଛି । ଏଠାରେ ହାରାହାରି ଭାବେ ପରିବାର ପିଛା ବର୍ଷକୁ ୩କିଲୋ ୱାଟ ନିଯାଯାଇଛି । ଏହାସହିତ ରାଜ୍ୟ ସରକାର ଗାର ୧୫ ବର୍ଷ ମଧ୍ୟରେ ବାତ୍ୟା ବନ୍ୟାରେ ବିଦ୍ୟୁତ କ୍ଷତି ପାଇଁ କୋଟି କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ଯଥା ରାଜୀବ ଗାନ୍ଧୀ ବିଦ୍ୟୁତି କରଣ ଯୋଜନାରେ ୨୦୧୪ ସୁଦ୍ଧା ୩୩୩୧.୩୮କୋଟି ଟଙ୍କା ପାଇଥିଲେ । ଏବେ ଦିନଦୟାଲ ଉପାଧ୍ୟକ୍ଷ ବିଦ୍ୟୁତକରଣ ଯୋଜନା ମାଧ୍ୟମରେ କେନ୍ଦ୍ରୀୟ ଅନୁଦାନ ମିଳୁଛି । କ୍ୟାପକମରେ ସହାୟତା ପାଖାପାଖି ୨୪୦୦ କୋଟି ଟଙ୍କା ରାଜ୍ୟ ପାଇଛି । ଦ୍ଵାଦଶ ଅର୍ଥ କମିଶନଠାରୁ ୫୦୦ କୋଟି ଟଙ୍କା ଅନୁଦାନ, ଋଣ ଆକାରରେ ପାୱାର ଫାଇନାନ୍ସ କର୍ପୋରେସନ ଠାରୁ ୬୦୦ କୋଟି ଟଙ୍କା ଋଣ, ବିଦ୍ୟୁତ ବିକ୍ରି କରି ଗତ ୧୦ବର୍ଷ ମଧ୍ୟରେ ୨୦୦୩-୪ ରୁ ୨୦୧୪-୧୫ ମଧ୍ୟରେ ପାଖାପାଖି ୧୨ ଯାହାର କୋଟି ଟଙ୍କା ରାଜ୍ୟ ପାଇଛି । ଏବେବି ବଜେଟ ବହି ଦେଖିଲେ ବିଦ୍ୟୁତ ବିକ୍ରୟ ବାବଦରେ ଜଣା ଯାଇଥାଏ ।

ବିଦ୍ୟୁତ ଶୁଳ୍କ

ଉପଭୋକ୍ତାମାନେ ବ୍ୟବହାର କରୁଥିବା ବିଦ୍ୟୁତ ଉପରେ ନିର୍ଦ୍ଧିଷ୍ଟ ହାରରେ ବିଦ୍ୟୁତ ଶୁଳ୍କ ଦେଇଥାନ୍ତି । ଯେଉଁ ଉପଭୋକ୍ତା ୩୫୫ ୟୁନିଟ ବିଦ୍ୟୁତ ମାସିକ ବ୍ୟବହାର କରିଥାନ୍ତି ତାଙ୍କୁ ଶୁଳ୍କ ଦେୟ ଟ୬୨.୪୪ପଇସା ଲାଗୁ ହୋଇଥାଏ ।  ମୋଟାମୋଟି ବର୍ଷକୁ ଏ ବାଡବାରେ ରାଜକୋଷକୁ ବର୍ଷ (୨୦୧୩-୧୪) ୩୭୫ କୋଟି ୮୭ ଲକ୍ଷ ୩୯ ହଜାର ଟଙ୍କା ବା ହାରାହାରି ୪୦୦ କୋଟି ଟଙ୍କା ଆସିଥାଏ । ଅତଏବ ଗତ୧୫ ବର୍ଷ ମଧ୍ୟରେ ୫୦୦ କୋଟିରୁ ଅଧିକ ରାଜ୍ୟ ସରକାର ଲାଭ କରିଛି । ମୋଟାମୋଟେ ଭାବେ ଶୁଳ୍କ ଏବଂ କର ବାବଦରେ ରାଜ୍ୟ ସରକାର ବର୍ଷକୁ ୬୭୦ କୋଟି୧୧ ଲକ୍ଷ (୨୦୧୩ -୧୪)  ପାଉଥାନ୍ତି , ତେବେ ୧୫ବର୍ଷରେ ପାଖାପାଖି ୧୦ ହଜାର କୋଟି ଟଙ୍କା ଆୟ କରିଛନ୍ତି । ରାଜ୍ୟ ସରକାରଙ୍କର ଅନ୍ୟ ଏକ ଆୟ ବିଦ୍ୟୁତ ଶକ୍ତି ବିକ୍ରୟରୁ ଆସିଥାଏ । ଗୋଟିଏ ଗୋଟିଏ ବର୍ଷ ଏ ବାବଦରେ ରାଜ୍ୟ ଓ ଗ୍ରୀଡକୋ ୨୦୦୦ କୋଟି ଟଙ୍କାରୁ ଉର୍ଦ୍ଵ ଆୟ କରିବାର ଜାଣାଯାଇଛି । ବିଶେଷତଃ ୨୦୦୩ -୦୪ରୁ ୨୦୦୭-୦୮ ବର୍ଷମାନଙ୍କରେ ଏହି ବିକ୍ରିଲବ୍ଧ ଆୟ ହୋଇଥିଲା । ଅତି ଖରାପବର୍ଷ ମାନଙ୍କରେ ମଧ୍ୟ ବିଜୁଳି ଶକ୍ତି ବିକ୍ରି ହୋଇଥାଏ । ଗତ ୨୦୦୩-୧୪ ବର୍ଷରେ ଏ ବାବଦରେ ମଧ୍ୟ ୬୧ଲକ୍ଷ ୪୧ହଜାର ଟଙ୍କା ଉପଲବ୍ଧ ହୋଇଥିଲା । ଗତ ୨୦୧୪-୧୫ ବର୍ଷରେ ବିକ୍ରି ବାବଦରେ ୪୫ଲକ୍ଷ ମିଳିବାର ଆକଳନ କରାଯାଇଥିଲା । ବିଶେଷତଃ ଜଳ ବିଦ୍ୟୁତ ବିକ୍ରିରୁ ଏହି ଆୟ ହୋଇଥାଏ । ମୋଟାମୋଟି ଭାବେ ଗତ ୧୫ ବର୍ଷ ମଧ୍ୟରେ ରାଜ୍ୟ ସରକାର ଓ ଗ୍ରୀଡକୋ ଏ ବାବଦରେ ୧୨ ହଜାର କୋଟି ଟଙ୍କାରୁ ଅଧିକ ଆୟ କରିଛନ୍ତି । ଅନ୍ୟଏକ ଉପାୟରେ ରାଜ୍ୟ ସରକାର ବିଦ୍ୟୁତରୁ ଏକ ମୋଟା ଆୟ ପ୍ରତିବର୍ଷ କରିଥାନ୍ତି । ଓ.ପି.ଜି.ସି. ପ୍ରତି ବର୍ଷ ରାଜ୍ୟ ସରକାରଙ୍କୁ ଲାଭାଂଶ ବାବଦରେ ୨୦କୋଟି ରୁ ଅଧିକ ଦେଇଥାନ୍ତି । ଗତ ୨୦୧୩-୧୪ରେ ୨୧ କୋଟି ୨୫ ଲକ୍ଷ ୯ ହଜାର ଦେଇଥିଲେ । ଏହି ହାରରକୁ ନେଇ ଦେଖିଲେ ୧୦ ବର୍ଷରେ ରାଜ୍ୟ ସରକାର ୨୦୦ କୋଟି ଟଙ୍କା ପାଇଛନ୍ତି । ଏହିପରି ଭାବରେ ମୋଟାମୋଟି ଭାବେ ରାଜ୍ୟ ସରକାର ଗତ ୧୫ ବର୍ଷ ମଧ୍ୟରେ ୩୦ ହଜାର କୋଟି ଟଙ୍କାରୁ ଅଧିକ ଆୟ କରିଛନ୍ତି । ଅପରିପକ୍ଷରେ ସଂସ୍କାର ପୂର୍ବରୁ ବିଦ୍ୟୁତ ସେବା ବାବଦରେ ରାଜ୍ୟ ସରକାର ବର୍ଷକୁ ୧୫୦ କୋଟି ଟଙ୍କା ବଜେଟ ବ୍ୟୟରୁ ରକ୍ଷା ପାଇଛନ୍ତି । ଯାହାକି ଗତ ୨୦ ବର୍ଷ ମଧ୍ୟରେ ୩ ହଜାର କୋଟି ଟଙ୍କା ହେବ ।

ବିଦ୍ୟୁତ ବିତରକ କମ୍ପାନୀଙ୍କ ଫାଇଦା

ସରକାର ଯେ କେବଳ ଏହି ଲାଭ ଉଠାଇଛନ୍ତି ତା ନୁହେଁ ସମସ୍ତ ବିତରକ କମ୍ପାନୀମାନେ ମଧ୍ୟ ଅନେକ ଫାଇଦା ଉଠାଇ ନେଇଛି । ସେଥିରେ ରିଲାଏନ୍ସ ପ୍ରମୁଖଭାବରେ ରହିଛି । ଗ୍ରୀଡକୋର ପ୍ରାପ୍ୟ ପାଖାପାଖି ୪ ହଜାର କୋଟିରୁ ଅଧିକ ରଖି ନେଇଛନ୍ତି । ସେସୁ ଉପରେ ଗ୍ରୀଡକୋର ପ୍ରାପ୍ୟ ୨ ହଜାର କୋଟି ଟଙ୍କା ରହିଛି ଗ୍ରୀଡକୋ କମ୍ପାନୀର ବିଦ୍ୟୁତ ବିତରଣକାରୀ ସଂସ୍ଥା ଉପରେ ୪୭୭୫ କୋଟି ଟଙ୍କା ବାକିଥିବା କଥା ବିଧାନସଭାରେ ଶକ୍ତିମନ୍ତ୍ରୀ ୧୦/୦୨/୧୫ରେ ଉତ୍ତର ରଖି କହିଛନ୍ତି । ସେଥିମଧ୍ୟରୁ ସେସୁ ଉପରେ ୧୭୧୦.୩୧କୋଟି ଟଙ୍କା ନେସକୋ ଉପରେ ୧୦୬୯.୫୯କୋଟି ଟଙ୍କା ୱେସ୍କୋ ଉପରେ ୧୭୨୬.୧୨କୋଟି ଟଙ୍କା ସାଉଥକୋ ଉପରେ ୭୩୯.୩୫କୋଟି ଟଙ୍କା ପଡିଛି  । ଅନ୍ୟପକ୍ଷରେ ବିଦ୍ୟୁତ ଆପାଲାଣ୍ଟ ଟ୍ରୀବୁନାଲ ୨୦୧୪ ମସିହାରେ ନଭେମ୍ବର ମାସରେ (୩୦.୧୧.୨୦୧୪) ରାୟ ଦେଇ କମ୍ପାନୀମାନଙ୍କ ଦେୟ ବାବଦରେ ଖାଉଟିମାନଙ୍କଠାରୁ ୪ ହଜାର 200 କୋଟି ଟଙ୍କା ଆଦାୟ କରିବାକୁ କହିଛନ୍ତି । ଏହାର ଶେଷ ରାୟ ପ୍ରକାଶିତ ହେଲେ ଖାଉଟିମାନଙ୍କୁ କିସ୍ତିରେ ଏହି ଟଙ୍କା ଦେବାକୁ ହେବ ।

ଆଧାର

ଶକ୍ତି ବିଭାଗ ଓଡିଶା "ଶକ୍ତି ବିଭାଗ"

3.6
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top