ହୋମ / ଶକ୍ତି / ଶକ୍ତି ସାମର୍ଥ / ବିଦ୍ୟୁତ ସଂସ୍କାରର ସଫଳତା ଦୃଶ୍ୟପଟ
ସେଆର କରନ୍ତୁ

ବିଦ୍ୟୁତ ସଂସ୍କାରର ସଫଳତା ଦୃଶ୍ୟପଟ

ବିଦ୍ୟୁତ ସଂସ୍କାରର ସଫଳତା ଦୃଶ୍ୟପଟ ବିଷୟରେ ସୂଚନା ।

ଉପକ୍ରମ

ଗତ ଶତାଦ୍ଦୀର ଶେଷ ଦଶକରେ ଦେଶର ପ୍ରଥମ ରାଜ୍ୟଭାବେ ଓଡିଶାରେ ବିଦ୍ୟୁତ ସଂସ୍କାରର ଆରମ୍ଭ ହୋଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ସମସ୍ତଙ୍କୁ ଗୁଣାତ୍ମକ ମାନର ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ । ମାନ ବୃଦ୍ଧିତ ହେଲା ନାହିଁ ବରଂ ବିଦ୍ୟୁତ ଯୋଗାଣ ଏପରି ସ୍ଥିତିରେ ପହଞ୍ଚିଲା ଯେ ଦିନକୁ ୨ଘଣ୍ଟାରୁ ୮ଘଣ୍ଟା କାଳ ରାଜ୍ୟବାସୀଙ୍କୁ ଅନ୍ଧକାରରେ ରହିବା ପଡୁଛି ।

ସରକାରୀ ଘୋଷଣା ଅନୁସାରେ ବିଜୁଳିକାଟ କିଛି ସମୟ ପାଇଁ ପ୍ରତ୍ୟାହାର କରାଯାଇଛି । ଆଗାମୀ ଦିନରେ ଅବସ୍ଥା ଯେ ସୁଧୁରିବ ସେପରି ଆସା କରିବା ବୃଥା । ଯେଉଁ କମ୍ପାନୀମାନଙ୍କୁ ବିତରଣର ଦାୟିତ୍ଵ ଦିଆଯାଇଥିଲା ସେମାନଙ୍କର ଅଭିଯୋଗ ହେଲା ଯେ ଏକ ଖରାପ ପୁରୁଣା ସିଷ୍ଟମ ତାଙ୍କୁ ହସ୍ତାନ୍ତର କରାଯାଇଥିଲା ସେ ବ୍ୟବସ୍ଥା ଦେଇ ବ୍ୟବସ୍ଥା ଦେଇ ଟ୍ରାନ୍ସମିସନ ଲସ ରୋକାଯାଇ ପାରିଲା ନାହିଁ । ବିଦ୍ୟୁତ ପୋଲିସଷ୍ଟେସନ ବସିଲେ ମଧ୍ୟ ଚୋରୀ ରୋକାଯାଇ ପାରିଲା ନାହିଁ । କୁହାଯାଉଥିଲା ଯେ ସଂସ୍କାରର ଅନ୍ୟ ଉଦ୍ଦେଶ୍ୟ ହେଉଛି ସରକାରୀ ସ୍ତରରେ ଆର୍ଥିକ ସଙ୍କଟ ଥିବା ଦୃଷ୍ଟିରୁ ବେସରକାରୀ ପୁଞ୍ଜି ଖଟାଇ ଅର୍ଥାତ ବିତରକ କମ୍ପାନୀମାନଙ୍କ ପୁଞ୍ଜିରେ ବିତରଣମାନ ବୃଦ୍ଧି କରାଯିବ । ନା ସରକାର , ନା ବିତରଣ କମ୍ପାନୀ ଏହି କାର୍ଯ୍ୟ କାଲେ । ରାଜ୍ୟରେ ସରକାରଙ୍କ ଜଣେ ନିଯୁକ୍ତ ପ୍ରଶାସକ ଶୋଭନ କାନୁନଗୋ ଙ୍କ ସଂସ୍କାର ଅନୁଧାନ ଓ ସମସ୍ୟା ନିରାକରଣ ସମ୍ପର୍କରେ ଗୋଟିଏ ସୁବିସ୍ତୁତ ମତାମତ ୨୦୦୩ ମସିହାରେ ସରକାରଙ୍କୁ ଦେଲେ । ସେଥିରେ ମୁଖତଃ ଦୁଇଟି କଥା ଉପରେ ଗୁରୁତ୍ଵ ଦିଆଯାଇଥିଲା ।

ମୁଖ୍ୟ ଦୃଶ୍ୟପଟ

ପ୍ରଥମତଃ ବିତରଣ ସମୟରେ ଘଟୁଥିବା କ୍ଷତି ପରିମାଣ ବର୍ଷକୁ ୫%ହାରରେ କମାଇବା, ଦ୍ଵିତୀୟତଃ ପୁରୁଣା ଲାଇନ ବଦଳାଇବା ସହିତ ଟ୍ରାନ୍ସଫର୍ମର ସ୍ଥାପନ ଓ ନବୀକରଣ ପାଇଁ ଗୋଟିଏ କାର୍ଯ୍ୟସୂଚୀ ଓ ସେଥିପାଇଁ ଆବଶ୍ୟକ ଅର୍ଥ ବରାଦ କରିବା ସମ୍ପର୍କରେ ସୂଚନା ଦିଆଯାଇଥିଲା । ଦୁଇଟି ଯାକ ବ୍ୟବସ୍ଥା ଆନ୍ତରିକତା ସହ କାର୍ଯ୍ୟ କରୁଥିଲେ ବର୍ତ୍ତମାନ ଉପୁଜିଥିବା ସଙ୍କଟ ଦେଖାଯାଇ ନ ଥାନ୍ତା । ସେଥିପ୍ରତି ଆଦୌ ଦ୍ରୁଷ୍ଟି ଦିଆଗଲା ନାହିଁ । ବରଂ କ୍ଷତି ବୃଦ୍ଧି ଆଳରେ ଉପଭୋକ୍ତାମାନଙ୍କ ଉପରେ ଅଧିକରୁ ଅଧିକ ବିଜୁଳି ବୃଦ୍ଧି ହେବାରେ ଲାଗିଲା । ହେଲେ ଅପରପକ୍ଷରେ ଉଭୟ ରାଜ୍ୟ ସରକାର ଓ କମ୍ପାନୀମାନେ ହଜାର ହଜାର କୋଟି ଟଙ୍କା ଫାଇଦା ନେଲେ । ଏହା କରିବାକୁ ହେବ ଯେ ବିଦ୍ୟୁତ ସଂସ୍କାରର ସଫଳତାର ଅଂଶ ସରକାର ଓ ବିଦ୍ୟୁତ ବିତରକ କମ୍ପାନୀମାନଙ୍କ ହାତକୁ ଗଲା । ଅସଫଳତାର ସମସ୍ତ ଭାର ରାଜ୍ୟର ସାଧାରଣ ନାଗରିକ କାନ୍ଧରେ ବହନ କରି ଚାଲିଛି । ଏ କଥା ଭାବିବା ନିରର୍ଥକ ହେବ ନାହିଁ ଯେ ଏହି ଚୋରୀ ଓ କ୍ଷତିର ଆଳ ଦେଖାଇବାକୁ ଏକ ଷଡଯନ୍ତ୍ର ଜାହିର ହେଲା । ଏହି ଷଡଯନ୍ତ୍ରରେ ଏହି ଦୁଇ ବିପରୀତ ପ୍ରକ୍ରିୟାକୁ ଦୃଢ କରିବା ଦିଗରେ ରେଗୁଲେଟାରୀ କମିଶନ ଚୁପ ରହି ସହଯୋଗକାରୀର ପରିଚୟ ସୃଷ୍ଟିକଲା । ଚୋରୀ ଓ ଲୋକସାନ ବୃଦ୍ଧି ଜନିତ କ୍ଷତିକୁ ସଚ୍ଚା ଉପଭୋକ୍ତାଙ୍କ ଉପରେ ଥାପି ଦେବାର ଅସୁବିଧା ଦେଲାନାହିଁ । କାରଣ ଉପଭୋକ୍ତାଙ୍କର ସାହାନଶୀଳ ବା ପ୍ରତିକ୍ରିୟାରହିତ ଭାବ ସେହି ଚତୁର ଅଫିସର ଓ ବ୍ୟବସାୟୀମାନଙ୍କୁ ଜଣା । ଏଥିରେ ସରକାର ଓ କମ୍ପାନୀମାନଙ୍କର ପ୍ରକୃତ ଭାଭ ହେଲା । ସେହିପରି ଜଳ ବିଦ୍ୟୁତ କର୍ପୋରେସନ୍ସର ଲାଭାଂଶ ବାବଦରେ ରାଜ୍ୟ ସରକାର ପ୍ରତିବର୍ଷ ୪/୫ କୋଟି ଟଙ୍କା ପାଇଥାନ୍ତି । ଯାହାକି ଗତ ୧୦ ବର୍ଷ ମଧ୍ୟରେ ୪୦ରୁ ୫୦କୋଟି ଟଙ୍କା ହେବ ।ଏହା ବ୍ୟତୀତ ଖାଉଟିମାନଙ୍କ ଉପରେ କିଲୋୱାଟ ପିଛା ମାସିକ ୨୦ ଟଙ୍କା ହିସାବରେ ୨୪୦ ଟଙ୍କା ଆଦାୟ ହେଉଥିବାବେଳେ ଗତ ୧୦ ବର୍ଷ ମଧ୍ୟରେ ଏ ବାବଦରେ ୨୪୦x ୩x ୫୦ ଲକ୍ଷ ଉପଭୋକ୍ତାଙ୍କ ଠାରୁ ବର୍ଷକୁ ୩୬୦ କୋଟି ଟଙ୍କା ହିସାବରେ ଗତ ୧୦ ବର୍ଷରେ ପାଖାପାଖି ୪ ହଜାର କୋଟିଟଙ୍କା ନିଆଯାଇଛି । ଏଠାରେ ହାରାହାରି ଭାବେ ପରିବାର ପିଛା ବର୍ଷକୁ ୩କିଲୋ ୱାଟ ନିଯାଯାଇଛି । ଏହାସହିତ ରାଜ୍ୟ ସରକାର ଗାର ୧୫ ବର୍ଷ ମଧ୍ୟରେ ବାତ୍ୟା ବନ୍ୟାରେ ବିଦ୍ୟୁତ କ୍ଷତି ପାଇଁ କୋଟି କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ଯଥା ରାଜୀବ ଗାନ୍ଧୀ ବିଦ୍ୟୁତି କରଣ ଯୋଜନାରେ ୨୦୧୪ ସୁଦ୍ଧା ୩୩୩୧.୩୮କୋଟି ଟଙ୍କା ପାଇଥିଲେ । ଏବେ ଦିନଦୟାଲ ଉପାଧ୍ୟକ୍ଷ ବିଦ୍ୟୁତକରଣ ଯୋଜନା ମାଧ୍ୟମରେ କେନ୍ଦ୍ରୀୟ ଅନୁଦାନ ମିଳୁଛି । କ୍ୟାପକମରେ ସହାୟତା ପାଖାପାଖି ୨୪୦୦ କୋଟି ଟଙ୍କା ରାଜ୍ୟ ପାଇଛି । ଦ୍ଵାଦଶ ଅର୍ଥ କମିଶନଠାରୁ ୫୦୦ କୋଟି ଟଙ୍କା ଅନୁଦାନ, ଋଣ ଆକାରରେ ପାୱାର ଫାଇନାନ୍ସ କର୍ପୋରେସନ ଠାରୁ ୬୦୦ କୋଟି ଟଙ୍କା ଋଣ, ବିଦ୍ୟୁତ ବିକ୍ରି କରି ଗତ ୧୦ବର୍ଷ ମଧ୍ୟରେ ୨୦୦୩-୪ ରୁ ୨୦୧୪-୧୫ ମଧ୍ୟରେ ପାଖାପାଖି ୧୨ ଯାହାର କୋଟି ଟଙ୍କା ରାଜ୍ୟ ପାଇଛି । ଏବେବି ବଜେଟ ବହି ଦେଖିଲେ ବିଦ୍ୟୁତ ବିକ୍ରୟ ବାବଦରେ ଜଣା ଯାଇଥାଏ ।

ବିଦ୍ୟୁତ ଶୁଳ୍କ

ଉପଭୋକ୍ତାମାନେ ବ୍ୟବହାର କରୁଥିବା ବିଦ୍ୟୁତ ଉପରେ ନିର୍ଦ୍ଧିଷ୍ଟ ହାରରେ ବିଦ୍ୟୁତ ଶୁଳ୍କ ଦେଇଥାନ୍ତି । ଯେଉଁ ଉପଭୋକ୍ତା ୩୫୫ ୟୁନିଟ ବିଦ୍ୟୁତ ମାସିକ ବ୍ୟବହାର କରିଥାନ୍ତି ତାଙ୍କୁ ଶୁଳ୍କ ଦେୟ ଟ୬୨.୪୪ପଇସା ଲାଗୁ ହୋଇଥାଏ । ମୋଟାମୋଟି ବର୍ଷକୁ ଏ ବାଡବାରେ ରାଜକୋଷକୁ ବର୍ଷ (୨୦୧୩-୧୪) ୩୭୫ କୋଟି ୮୭ ଲକ୍ଷ ୩୯ ହଜାର ଟଙ୍କା ବା ହାରାହାରି ୪୦୦ କୋଟି ଟଙ୍କା ଆସିଥାଏ । ଅତଏବ ଗତ୧୫ ବର୍ଷ ମଧ୍ୟରେ ୫୦୦ କୋଟିରୁ ଅଧିକ ରାଜ୍ୟ ସରକାର ଲାଭ କରିଛି । ମୋଟାମୋଟେ ଭାବେ ଶୁଳ୍କ ଏବଂ କର ବାବଦରେ ରାଜ୍ୟ ସରକାର ବର୍ଷକୁ ୬୭୦ କୋଟି୧୧ ଲକ୍ଷ (୨୦୧୩ -୧୪) ପାଉଥାନ୍ତି , ତେବେ ୧୫ବର୍ଷରେ ପାଖାପାଖି ୧୦ ହଜାର କୋଟି ଟଙ୍କା ଆୟ କରିଛନ୍ତି । ରାଜ୍ୟ ସରକାରଙ୍କର ଅନ୍ୟ ଏକ ଆୟ ବିଦ୍ୟୁତ ଶକ୍ତି ବିକ୍ରୟରୁ ଆସିଥାଏ । ଗୋଟିଏ ଗୋଟିଏ ବର୍ଷ ଏ ବାବଦରେ ରାଜ୍ୟ ଓ ଗ୍ରୀଡକୋ ୨୦୦୦ କୋଟି ଟଙ୍କାରୁ ଉର୍ଦ୍ଵ ଆୟ କରିବାର ଜାଣାଯାଇଛି । ବିଶେଷତଃ ୨୦୦୩ -୦୪ରୁ ୨୦୦୭-୦୮ ବର୍ଷମାନଙ୍କରେ ଏହି ବିକ୍ରିଲବ୍ଧ ଆୟ ହୋଇଥିଲା । ଅତି ଖରାପବର୍ଷ ମାନଙ୍କରେ ମଧ୍ୟ ବିଜୁଳି ଶକ୍ତି ବିକ୍ରି ହୋଇଥାଏ । ଗତ ୨୦୦୩-୧୪ ବର୍ଷରେ ଏ ବାବଦରେ ମଧ୍ୟ ୬୧ଲକ୍ଷ ୪୧ହଜାର ଟଙ୍କା ଉପଲବ୍ଧ ହୋଇଥିଲା । ଗତ ୨୦୧୪-୧୫ ବର୍ଷରେ ବିକ୍ରି ବାବଦରେ ୪୫ଲକ୍ଷ ମିଳିବାର ଆକଳନ କରାଯାଇଥିଲା । ବିଶେଷତଃ ଜଳ ବିଦ୍ୟୁତ ବିକ୍ରିରୁ ଏହି ଆୟ ହୋଇଥାଏ । ମୋଟାମୋଟି ଭାବେ ଗତ ୧୫ ବର୍ଷ ମଧ୍ୟରେ ରାଜ୍ୟ ସରକାର ଓ ଗ୍ରୀଡକୋ ଏ ବାବଦରେ ୧୨ ହଜାର କୋଟି ଟଙ୍କାରୁ ଅଧିକ ଆୟ କରିଛନ୍ତି । ଅନ୍ୟଏକ ଉପାୟରେ ରାଜ୍ୟ ସରକାର ବିଦ୍ୟୁତରୁ ଏକ ମୋଟା ଆୟ ପ୍ରତିବର୍ଷ କରିଥାନ୍ତି । ଓ.ପି.ଜି.ସି. ପ୍ରତି ବର୍ଷ ରାଜ୍ୟ ସରକାରଙ୍କୁ ଲାଭାଂଶ ବାବଦରେ ୨୦କୋଟି ରୁ ଅଧିକ ଦେଇଥାନ୍ତି । ଗତ ୨୦୧୩-୧୪ରେ ୨୧ କୋଟି ୨୫ ଲକ୍ଷ ୯ ହଜାର ଦେଇଥିଲେ । ଏହି ହାରରକୁ ନେଇ ଦେଖିଲେ ୧୦ ବର୍ଷରେ ରାଜ୍ୟ ସରକାର ୨୦୦ କୋଟି ଟଙ୍କା ପାଇଛନ୍ତି । ଏହିପରି ଭାବରେ ମୋଟାମୋଟି ଭାବେ ରାଜ୍ୟ ସରକାର ଗତ ୧୫ ବର୍ଷ ମଧ୍ୟରେ ୩୦ ହଜାର କୋଟି ଟଙ୍କାରୁ ଅଧିକ ଆୟ କରିଛନ୍ତି । ଅପରିପକ୍ଷରେ ସଂସ୍କାର ପୂର୍ବରୁ ବିଦ୍ୟୁତ ସେବା ବାବଦରେ ରାଜ୍ୟ ସରକାର ବର୍ଷକୁ ୧୫୦ କୋଟି ଟଙ୍କା ବଜେଟ ବ୍ୟୟରୁ ରକ୍ଷା ପାଇଛନ୍ତି । ଯାହାକି ଗତ ୨୦ ବର୍ଷ ମଧ୍ୟରେ ୩ ହଜାର କୋଟି ଟଙ୍କା ହେବ ।

ବିଦ୍ୟୁତ ବିତରକ କମ୍ପାନୀଙ୍କ ଫାଇଦା

ସରକାର ଯେ କେବଳ ଏହି ଲାଭ ଉଠାଇଛନ୍ତି ତା ନୁହେଁ ସମସ୍ତ ବିତରକ କମ୍ପାନୀମାନେ ମଧ୍ୟ ଅନେକ ଫାଇଦା ଉଠାଇ ନେଇଛି । ସେଥିରେ ରିଲାଏନ୍ସ ପ୍ରମୁଖଭାବରେ ରହିଛି । ଗ୍ରୀଡକୋର ପ୍ରାପ୍ୟ ପାଖାପାଖି ୪ ହଜାର କୋଟିରୁ ଅଧିକ ରଖି ନେଇଛନ୍ତି । ସେସୁ ଉପରେ ଗ୍ରୀଡକୋର ପ୍ରାପ୍ୟ ୨ ହଜାର କୋଟି ଟଙ୍କା ରହିଛି ଗ୍ରୀଡକୋ କମ୍ପାନୀର ବିଦ୍ୟୁତ ବିତରଣକାରୀ ସଂସ୍ଥା ଉପରେ ୪୭୭୫ କୋଟି ଟଙ୍କା ବାକିଥିବା କଥା ବିଧାନସଭାରେ ଶକ୍ତିମନ୍ତ୍ରୀ ୧୦/୦୨/୧୫ରେ ଉତ୍ତର ରଖି କହିଛନ୍ତି । ସେଥିମଧ୍ୟରୁ ସେସୁ ଉପରେ ୧୭୧୦.୩୧କୋଟି ଟଙ୍କା ନେସକୋ ଉପରେ ୧୦୬୯.୫୯କୋଟି ଟଙ୍କା ୱେସ୍କୋ ଉପରେ ୧୭୨୬.୧୨କୋଟି ଟଙ୍କା ସାଉଥକୋ ଉପରେ ୭୩୯.୩୫କୋଟି ଟଙ୍କା ପଡିଛି । ଅନ୍ୟପକ୍ଷରେ ବିଦ୍ୟୁତ ଆପାଲାଣ୍ଟ ଟ୍ରୀବୁନାଲ ୨୦୧୪ ମସିହାରେ ନଭେମ୍ବର ମାସରେ (୩୦.୧୧.୨୦୧୪) ରାୟ ଦେଇ କମ୍ପାନୀମାନଙ୍କ ଦେୟ ବାବଦରେ ଖାଉଟିମାନଙ୍କଠାରୁ ୪ ହଜାର 200 କୋଟି ଟଙ୍କା ଆଦାୟ କରିବାକୁ କହିଛନ୍ତି । ଏହାର ଶେଷ ରାୟ ପ୍ରକାଶିତ ହେଲେ ଖାଉଟିମାନଙ୍କୁ କିସ୍ତିରେ ଏହି ଟଙ୍କା ଦେବାକୁ ହେବ ।

ଆଧାର - "ଶକ୍ତି ବିଭାଗ"

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top