ହୋମ / ଶକ୍ତି / ଶକ୍ତି ସାମର୍ଥ / ବିଭିନ୍ନ ପ୍ରକାର ଶକ୍ତି ସାମର୍ଥ
ସେଆର କରନ୍ତୁ

ବିଭିନ୍ନ ପ୍ରକାର ଶକ୍ତି ସାମର୍ଥ

ବିଭିନ୍ନ ପ୍ରକାର ଶକ୍ତି ସାମର୍ଥ ର ସୂଚନା

ସମୁଦ୍ର

ସମୁଦ୍ର ହେଉଛି ଲୁଣିଆ ପାଣିର ସମନ୍ୱୟ, ଯାହାକି ସ୍ଥଳଭାଗ ଦ୍ୱାରା ସମ୍ପୂର୍ଣ୍ଣ ଭାବେ କିମ୍ବା ଆଂଶିକ ଭାବେ ଆବଦ୍ଧ ହୋଇଥାଏ । ପୃଥିବୀର ପାଣିପାଗ, ଅଙ୍ଗାରକ ଚକ୍ର, ଯବକ୍ଷାରଯାନ ଓ ଜଳ ଚକ୍ରକୁ ସନ୍ତୁଳିତ ରଖିବାରେ ସମୁଦ୍ରର ଭୂମିକା ରାହିଅଛି । ପୃଥିବୀର ଏହି ସମୁଦ୍ରକୁ ପାଞ୍ଚଟି ମହାସାଗରରେ ବିଭକ୍ତ କରାଯାଇଛି । ସେଗୁଡିକ ହେଉଛି, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର, ଆଟ୍‌ଲାଣ୍ଟିକ ମହାସାଗର, ଆରବ ମହାସାଗର, ଦକ୍ଷିଣ ମହାସାଗର ।

ବର୍ତ୍ତମାନର ସମୟରେ, ପୃଥିବୀର ଉପର ଅଧା ଅଂଶ ପ୍ରାୟ ସମାନ ଭାବରେ ସ୍ଥଳ ଭାଗ ଏବଂ ଜଳ ଭାଗ ମଧ୍ୟରେ ବିଭକ୍ତ ହୋଇ ରହି ଅଛି (୨:୩ ଅନୁପାତ) । କିନ୍ତୁ ଦକ୍ଷିଣରେ ଥିବା ଅଧା ଅଂଶ ସମୁଦ୍ରରେ ପୂର୍ଣ୍ଣ ହୋଇରହିଅଛି ।

ମଣିଷ ଜୀବନରେ ସମୁଦ୍ରର ଭୂମିକା ବହୁତ ଗୁରୁତ୍ଵପୂର୍ଣ୍ଣ ଅଟେ । ବାଣିଜ୍ୟ, ଯାତାୟତ, ସାମୁଦ୍ରିକ ଶକ୍ତି ଇତ୍ୟାଦିରେ ସମୁଦ୍ରର ଭୂମିକା ବହୁତ ଗୁରୁତ୍ୱ ପୂର୍ଣ୍ଣ ।

ସଂଜ୍ଞା

ସମୁଦ୍ର ହେଉଛି ପ୍ରଚୁର ପରିମାଣର ଲୁଣି ପାଣିର ସମନ୍ଵୟ । ସମୁଦ୍ର ଏବଂ ମହାସାଗର ମଧ୍ୟରେ ଏମିତି କିଛି ପାର୍ଥକ୍ୟ ନଥିଲେ ମଧ୍ୟ, ସମୁଦ୍ର ଆକାରରେ ମହାସାଗରଠାରୁ ସାନ ଅଟେ ।

ବସ୍ତୁତତ୍ତ୍ୱ

ବର୍ତ୍ତମାନ ପର୍ଯନ୍ତ ଅବିଷ୍କାର ହୋଇଥିବା ଗ୍ରହମାନଙ୍କ ମଧ୍ୟରୁ, ପୃଥିବୀ ଏକମାତ୍ର ଗ୍ରହ ଯେଉଁଠାରେ ସମୁଦ୍ର ଥିବାର ସଙ୍କେତ ମିଳି ଅଛି । ପୃଥିବୀର ଏହି ସମୁଦ୍ର କେଉଁଠାରୁ ଅସିଛି ତାହା ଆଜି ପର୍ଯ୍ୟନ୍ତ ଏକ ବଡ ରହସ୍ୟ, କିନ୍ତୁ ମହାକାଶରୁ ପୃଥିବୀ ଏକ କାଚବାଟି ପାରି ଦେଖାଯାଏ । ପୃଥିବୀର ୧,୩୩୫,୦୦୦,୦୦୦ ଘନକିଲୋମିଟର ଅଧିକାର କାରିଥିବା ସମୁଦ୍ର, ପୃଥିବୀର ସମୁଦାୟ ଜଳର ୯୭ ପ୍ରତିଶତ ଅଟେ ଏବଂ ସମଗ୍ର ପୃଥିବୀର ୭୦ ପ୍ରତିଶତରୁ ଅଧିକ ଏହି ସମୁଦ୍ର ଦ୍ୱାରା ଘୋଡ଼ାଇ ହୋଇ ରହିଅଛି ।

ସମୁଦ୍ର ଜଳ

Solutes in seawater at 35‰ salinity

ଲବଣ

% ପାଣି
(by mass)

% ସମୁଦାୟ
solutes

କ୍ଲୋରାଇଡ

19

.3

55

.0

ସୋଡିୟମ

10

.8

30

.6

ସଲଫର

2

.7

7

.7

ମ୍ୟାଗନେସିଅମ

1

.3

3

.7

କ୍ୟାଲସିୟମ

0

.41

1

.2

ପୋଟାସିୟମ

0

.40

1

.1

ବାଇକାର୍ବୋନେଟ

0

.10

0

.4

ବ୍ରୋମାଇଡ଼ିସ

0

.07

0

.2

କାର୍ବୋନେଟ

0

.01

0

.05

ଷ୍ଟ୍ରାଟିୟମ

0

.01

0

.04

ବୋରେଟ

0

.01

0

.01

ଫ୍ଲୋରାଇଡ

0

.001

0

.01

ଅନ୍ୟାନ୍ୟ

0

.001

0

.01

ସମୁଦ୍ର ଜଳ ବହୁତ ଲୁଣିଆ, କିନ୍ତୁ ଏହି ଲବଣାଂଶ ସବୁ ସ୍ଥାନରେ ସମାନ ନୁହେଁ । ସମୁଦ୍ର ଜଳରେ ଥିବା ଏହି ଲବଣାଂଶ ମୁଖ୍ୟତଃ ଏହା ମଧ୍ୟକୁ ପ୍ରବାହିତ ହେଉଥିବା ନଦୀ ଗୁଡ଼ିକରୁ ଆସିଥାଏ । ସମୁଦ୍ର ଜଳରେ ସୋଡିୟମ ଏବଂ କ୍ଲୋରାଇଡ଼ର ମାତ୍ର ୮୫ ପ୍ରତିଶତ ଅଟେ । ଅନ୍ୟ ଦ୍ରବୀଭୂତ ପଦାର୍ଥ ଗୁଡିକ ମଧ୍ୟରୁ ଧାତଵ ଅୟନ ଯଥା ମଗ୍ନେଶୀୟମ, କଲେସିୟମ, ସଲ୍ଫଏଟ, କାର୍ବୋନେଟ ଅନ୍ୟତମ । ସମୁଦ୍ର ଜଳ ଶରୀର ପକ୍ଷେ କ୍ଷତିକାରକ ନ ହେଲେ ମଧ୍ୟ ଏହା ପାନୀୟ ଯୋଗ୍ୟ ନୁହେଁ । ଏହି ଜଳ ସିଧା ସଳଖ ଭାବେ କୌଣସି ଚାଷ କାମରେ ମଧ୍ୟ ବ୍ୟବହାର କରିହେବ ନାହିଁ ।

ସମୁଦ୍ର ଜଳରେ ଏହି ଲବନାଂଶର ଭିନ୍ନତା ଭିନ୍ନ ଭିନ୍ନ କାରଣରୁ ଆସିଥାଏ । ଉଦାହରଣ ସ୍ଵରୂପ ଏହା ମଧ୍ୟକୁ ପ୍ରବାହିତ ହେଉଥିବା ନଦୀ, ସବୁ ସମୟରେ ତରଳୁଥିବ ବରଫ, ସମୁଦ୍ର ମଧ୍ୟରେ ପ୍ରବାହିତ ହେଉଥିବା ବୈଦ୍ୟୁତିକ ଶକ୍ତି ଇତ୍ୟାଦି । ଯାହାସବୁକି ତାପମାତ୍ରା, ପବନର ସ୍ରୋତ ଏବଂ ସମୁଦ୍ରର ଢେଉ ଯୋଗୁଁ ପ୍ରଭାବିତ ହୋଇଥାଏ ।

ସମୁଦ୍ରର ତାପମାତ୍ରା ମୁଖ୍ୟତଃ ସୂର୍ଯ୍ୟକିରଣ ଉପରେ ନିର୍ଭର କରିଥାଏ । ଯେତେ ପରିମାଣର ସୂର୍ଯ୍ୟକିରଣ ସମୁଦ୍ର ନେଇଥାଏ ସେହି ଅନୁସାରେ ଏହାର ତାପମାତ୍ରାର ପରିବର୍ତ୍ତନ ହୋଇଥାଏ ।

ସମୁଦ୍ର ଢେଉ

ସମୁଦ୍ରରେ ସୃଷ୍ଟି ହୋଇଥିବା ତରଙ୍ଗମାନଙ୍କ ଯୋଗୁଁ ସମୁଦ୍ରରେ ଢେଉ ଅର୍ଥାତ ଲହରୀର ସୃଷ୍ଟି ହୋଇଥାଏ । ଏହି ତରଙ୍ଗ ଗୁଡିକ ମୁଖ୍ୟତଃ ସମୁଦ୍ର ଉପରେ ପ୍ରବାହିତ ହେଉଥିବା ପବନ ଏବଂ ସମୁଦ୍ରର ଜଳସ୍ତର ମଧ୍ୟରେ ସୃଷ୍ଟି ହେଉଥିବା ଘର୍ଷଣ ଶକ୍ତିରୁ ଜାତ ହୋଇଥାଏ ।

ସୁନାମୀ ଏକ ପ୍ରାକୃତିକ ଢେଉ ଯାହାକି ସମୁଦ୍ର ମଧ୍ୟରେ ଭୂମିକମ୍ପ ଯୋଗୁଁ ସୃଷ୍ଟି ହୋଇଥାଏ । ଏହି ଘଟଣା ଗୁଡିକ କିଛି ସମୟପାଇଁ ସମୁଦ୍ରସ୍ଥରକୁ ଉପରକୁ କିମ୍ବା ତଳକୁ କରିଦେଇଥାନ୍ତି ।

ସମୁଦ୍ର କୂଳ

ଯେଉଁଠି ସମୁଦ୍ର ଏବଂ ସ୍ଥଳଭାଗ ଏକାଠି ହୋଇଥାନ୍ତି, ତାହାକୁ ସମୁଦ୍ରକୂଳ ବୋଲି କୁହାଯାଏ ।

ଜଳଚକ୍ର

ଜଳଚକ୍ରକୁ ସୁଚାର ରୂପରେ ଚଳାଇବାରେ ସମୁଦ୍ରର ଭୂମିକା ବହୁତ ଗୁରୁତ୍ଵପୂର୍ଣ୍ଣ ଅଟେ । ସମୁଦ୍ର ଜଳ ସୂର୍ଯ୍ୟକିରଣରେ ବାଷ୍ପୀଭୂତ ହୋଇ, ଉପରକୁ ଯାଇଥାଏ । ଏହି ବାଷ୍ପ ଉପରେ ଘନୀଭୂତ ହୋଇ ମେଘର ସୃଷ୍ଟି କରି ଥାଏ । ଏହି ମେଘ ପରବର୍ତ୍ତୀ ସମୟରେ ବର୍ଷାର ରୂପ ନେଇ ପୃଥିବୀ ପୃଷ୍ଟକୁ ଫେରି ଆସିଥାଏ । ଏହି ଚକ୍ରକୁ ଜଳଚକ୍ର ବୋଲି ମଧ୍ୟ କୁହା ଯାଏ ।

ସମୁଦ୍ର ମଧ୍ୟରେ ଜୀବନ

ସମୁଦ୍ର ହେଉଛି ଜୀବନର ଏକ ଗନ୍ତାଘର । ସମୁଦ୍ରରେ ଥିବା ଜୀବ ମାନଙ୍କ ସଂଖ୍ୟା ଅସରନ୍ତି ଅଟେ । ପୁଣି ପ୍ରତିବର୍ଷ ଏହି ସଂଖ୍ୟାରେ ପରିବର୍ତ୍ତନ ଆସି ଥାଏ । ଏବେ ମଧ୍ୟ ଏପରି ଅନେକ ସାମୁଦ୍ରିକ ଜୀବ ଅଛନ୍ତି ଯେଉଁମାନେକି ଆଜି ଯାଏଁ ଆବିଷ୍କାର ହୋଇନାହାଁନ୍ତି ।

ମଣିଷ ଓ ସମୁଦ୍ର

ମାନବ ଇତିହାସରେ ସମୁଦ୍ରର ଭୂମିକା ବହୁତ ଗୁରୁତ୍ୱ ପୂର୍ଣ୍ଣ । ପୁରାତନ କାଳରେ ମଣିଷ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବାପାଇଁ ସମୁଦ୍ରର ବ୍ୟବହାର କରୁଥିଲେ । ଓଡ଼ିଶାର ବଣିକମାନେ ଜାଭା, ସୁମାତ୍ରା ଅଦି ଦ୍ଵୀପକୁ ଯାଇ ବ୍ୟବସାୟ ବାଣିଜ୍ୟ କରିବା କଥା ପୁରାଣରେ ଲେଖା ଅଛି ।

ବାଣିଜ୍ୟ

ମାନବ ଇତିହାସର ପ୍ରଥମ ଅଧ୍ୟାୟରୁ ଜଳପଥରେ ବାଣିଜ୍ୟ ଏକ ସାଧାରଣ କଥା ବୋଲି ରହିଆସିଅଛି । ଏହି ଜଳପଥ ପ୍ରାଚୀନ ସମୟରେ ଭାରତକୁ ଜାଭା, ସୁମାତ୍ରା ଭଳି ସୁଦୂର ଦ୍ଵୀପ ମାନଙ୍କ ସହ ସଂଯୁକ୍ତ କରୁଥିଲା । ଏହି ଜଳ ପଥ ଦେଇ, ଉତ୍କଳର ବଣିକମାନେ ସେହିସବୁ ଦେଶଗୁଡିକ ସାଙ୍ଗରେ ବ୍ୟବସାୟ ବାଣିଜ୍ୟ କରୁଥିଲେ ।

ବର୍ତ୍ତମାନ ପ୍ରଚୁର ପରିମାଣର ସାମଗ୍ରୀ ଏହି ସମୁଦ୍ର ଦେଇ, ଅନ୍ୟ ଦେଶମାନଙ୍କ ସହ ଆଦାନ ପ୍ରଦାନ ହେଉଅଛି । ଆକାଶପଥରେ ବୃହତକାୟ ସାମଗ୍ରୀ ନେବା ବିପଦ ସଂକୁଳ ହେଉଥିବାରୁ ବ୍ୟବସାୟୀମାନେ ଜଳୀୟ ମାର୍ଗର ବ୍ୟବହାର କରିଥାନ୍ତି । ଆଜି ସମୟରେ ଏହି ଜଳପଥରେ ପ୍ରତିବର୍ଷ $୪୦ ହଜାର କୋଟିର ବ୍ୟବସାୟ ହେଉଅଛି ।

ଗମନାଗମନ

ପୁରାତନ କାଳରୁ ସମୁଦ୍ରକୁ ଗମନାଗମନର ପଥ ଭାବରେ ବ୍ୟବହାର କରାଯାଉଅଛି । ଆଗ କାଳରେ ଲୋକମାନେ ଛୋଟ ଛୋଟ ଡଙ୍ଗାକୁ ବ୍ୟବହାର କରି ସମୁଦ୍ରରେ ଯାତାୟତ କରୁ ଥିଲେ କିନ୍ତୁ ଆଜିକାଲି ବଡ଼ ବଡ଼ ଜାହାଜ ମାନଙ୍କରେ ଏହି ଗମନାଗମନ ହେଉଛି ।

ସାମୁଦ୍ରିକ କ୍ରୀଡା

ଆଜିକାଲି ସାମୁଦ୍ରିକ କ୍ରୀଡା ଯୁବପୀଢିଙ୍କ ଏକ ମନ ପସନ୍ଦର କାମ ହୋଇ ଗଲାଣି । ଯୁବପିଢି ଏହି ସମୁଦ୍ରରେ ମାଛ ଧରିବା ଠାରୁ ଆରମ୍ଭ କରି, ପାୱର ବୋଟିଙ୍ଗ ଭଳି ଭିନ୍ନ ଭିନ୍ନ କୌତୁହଳ ପୂର୍ଣ୍ଣ କାମ ଗୁଡିକ କରୁଛନ୍ତି । ସମୁଦ୍ରରେ ପହଁରିକି ସମୁଦ୍ର ଭିତରେ ଥିବା ଜିନିଷ ମାନଙ୍କ ବିଷୟରେ ଜାଣିବା ଅଧିକାଂଶଙ୍କ ହବି ହୋଇଗଲାଣି ।

ସାମୁଦ୍ରିକ ଶକ୍ତି

ସମୁଦ୍ର ହେଉଛି ଅସରନ୍ତି ଶକ୍ତିର ଏକ ଭଣ୍ଡାର । ଏହି ଶକ୍ତି ମୁଖ୍ୟତଃ ଜୁଆର, ଭଟ୍ଟା ଏବଂ ସମୁଦ୍ରର ଢେଉ ଯୋଗୁଁ ଉତ୍ପନ୍ନ ହୋଇ ଥାଏ । ନବୀକରଣ ଯୋଗ୍ୟ ଶକ୍ତି ହୋଇଥିବାରୁ, ଭବିଷ୍ୟତର ଶକ୍ତି ଜନିତ ସମସ୍ୟାର ସମାଧାନ କରିବାରେ ସମୁଦ୍ର ଏକ ମୁଖ୍ୟ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଅଛି ।

ଆଧାର -

  1. "୫ ସମୁଦ୍ର ସୂଚନା"

ଅଧିକ ସୂଚନାପାଇଁ

  1. "ସାମୁଦ୍ରିକ ବାତାବରଣ

ଲୁହା

ଲୁହା ପୃଥିବୀର ଅତି ସାଧାରଣ ଧାତୁ ଅଟେ । ଏହା ପର୍ଯ୍ୟାୟ ସାରଣୀର ୮ମ ସ୍ତମ୍ଭରେ ଥିବା ଏକ ରାସାୟନିକ ମୌଳିକ ଓ ଏହାର ପ୍ରତୀକ ହେଉଛି Fe ଯାହା ଲାଟିନ୍ ଶବ୍ଦ ଫେରମ୍‌ରୁ (ferrum) ଆସିଛି । ଏହାର ପରମାଣୁ କ୍ରମାଙ୍କ ୨୬ ଓ ବସ୍ତୁତ୍ୱ ସଂଖ୍ୟା ହେଉଛି ୫୫.୮୫ ।

ଦୃଢ ଓ ଶସ୍ତା ହୋଇଥିବାରୁ ଏହାର ପ୍ରଚୁର ବ୍ୟବହାର ହୁଏ । ଇସ୍ପାତ୍ ତିଆରି କରିବା ପାଇଁ ଲୁହା ହେଉଛି ମୁଖ୍ୟ ବସ୍ତୁ । ଯେହେତୁ ଚୁମ୍ବକୀୟ, ଏହା ଚୁମ୍ବକ ତିଆରିରେ ବ୍ୟବହୃତ ହୁଏ ।

ଗୁଣ

  • ଭୌତିକ ଗୁଣ
  • ଲୁହା ଏକ ଧୂଷର ରଙ୍ଗର ଧାତୁ । ଏହା ଚୁମ୍ବକୀୟ ଅଟେ । ଅତି ମଜବୁତ୍ ହୋଇଥିବାରୁ ଏହା ଅନେକ କାମରେ ଲାଗେ । ବିଶୁଦ୍ଧ ଲୁହା ନମନୀୟ, କିନ୍ତୁ ଇସ୍ପାତ୍ (ଲୁହା ଏବଂ ଅଳ୍ପ ଅଙ୍ଗାରକର ମିଶ୍ରଧାତୁ) ଅଧିକ ମଜବୁତ୍ । ଅଙ୍ଗାରକର ଅଧିକ ମାତ୍ରା ଲୌହକୁ ଦୃଢ କରେ, ହେଲେ ଅତ୍ୟଧିକ ଅଙ୍ଗାରକ ଭଙ୍ଗୁର କରିଦିଏ ।

  • ରାସାୟନିକ ଗୁଣ
  • ଲୁହା ଅତିମାତ୍ରାରେ ପ୍ରତିକ୍ରିୟାଶୀଳ । ସଲ୍‌ଫ୍ୟୁରିକ୍ ଅମ୍ଳ ପରି ଅଧିକାଂଶ ଅମ୍ଳ ସହିତ ଏହା ପ୍ରତିକ୍ରିୟା କରେ । ସଲ୍‌ଫ୍ୟୁରିକ୍ ଅମ୍ଳ ସହିତ ମିଶି ଏହା ଫେରସ୍ ସଲ୍‌ଫେଟ୍ ତିଆରି କରେ । ଏହି ପ୍ରତିକ୍ରିୟା ଧାତୁ ସଫା କରିବା ପାଇଁ ବ୍ୟବହୃତ ହୁଏ ।

    ଲୁହା, ବାୟୁ ଓ ଜଳ ସହିତ ପ୍ରତିକ୍ରିୟା କରି କଳଙ୍କି ସୃଷ୍ଟି କରେ । କଳଙ୍କି ଲୁହାରୁ ଅଧିକ କଳଙ୍କି ସୃଷ୍ଟି କରେ । ଶେଷରେ, ସମ୍ପୂର୍ଣ ଲୌହଖଣ୍ଡଟି କଳଙ୍କିରେ ପରିଣତ ହୁଏ । ଆଲୁମିନିଅମ୍ ପରି ଧାତୁରେ କଳଙ୍କି ଲାଗେ ନାହିଁ । ଲୁହା, କ୍ରୋମିଅମ୍ ଓ ଅଙ୍ଗାରକ ସହ ମିଶି ଇସ୍ପାତ୍ ସୃଷ୍ଟି କରେ, ଯାହା ସାଧାରଣତଃ କଳଙ୍କି ଧରେ ନାହିଁ ।

    ଲୌହଗୁଣ୍ଡ ସଲ୍‌ଫର୍ ସହ ମିଶି ଲୌହ ସଲ୍‌ଫାଇଡ୍ ନାମକ ଏକ କଳା କଠିନ ସୃଷ୍ଟି କରେ । ଲୌହ କ୍ଲୋରିନ୍ ସହ ମିଶି ଲୌହ କ୍ଲୋରାଇଡ୍ ମଧ୍ୟ ତିଆରି କରେ ।

  • ରାସାୟନିକ ଯୌଗିକ
  • ଏହି ଧାତୁ ଅନ୍ୟାନ୍ୟ ମୌଳିକ ସହ ମିଶି ଲୌହ-ଯୌଗିକ ତିଆରି କରେ । ସାଧାରଣତଃ ଲୌହ ଜାରିତ ହୁଏ । ଲୁହା, ଦୁଇ କିମ୍ବା ତିନୋଟି ଇଲେକ୍‌ଟ୍ରୋନ୍ ତ୍ୟାଗ କରେ । ଦୁଇଟି ଇଲେକ୍‌ଟ୍ରୋନ୍ ତ୍ୟାଗ କରିଥିବା ଯୌଗିକକୁ ଫେରସ୍ ଯୌଗିକ କୁହାଯାଏ ଓ ତିନୋଟି ଇଲେକ୍‌ଟ୍ରୋନ୍ ତ୍ୟାଗ କରିଥିବା ଯୌଗିକକୁ ଫେରିକ୍ ଯୌଗିକ କୁହାଯାଏ ।

    1. ଫେରିକ୍ ଅକ୍ସାଇଡ୍
    2. ଫେରସ୍ ଅକ୍ସାଇଡ୍
    3. ଲୌହ ସଲ୍‌ଫେଟ୍
    4. ଲୌହ କ୍ଲୋରାଇଡ୍

ମୃତ୍ତିକାରେ ଲୌହ

ଲୌହ ମୃତ୍ତିକାରେ କ୍ୱଚିତ୍ ମିଳେ । ମାଟି ତଳେ ସାଧାରଣତଃ ହେମାଟାଇଟ୍ ମିଳେ । ହେମାଟାଇଟ୍‌ରୁ ଲୌହ ନିଷ୍କାସନ କରାଯାଏ । ମାଂସରେ ମଧ୍ୟ କିଛି ଲୌହ ମିଳେ । ରକ୍ତର ହିମୋଗ୍ଲୋବିନ୍‌ରେ ମଧ୍ୟ ଲୌହ ମିଳେ , କିନ୍ତୁ, ସବୁ ରକ୍ତରେ ହିମୋଗ୍ଲୋବିନ୍ ନଥାଏ ।

ଲୁହା ତିଆରି

ବୃହତ୍ ଚୂଲା

ବଡ଼ କାରଖାନା ମାନଙ୍କରେ ହେମାଟାଇଟ୍‌କୁ କୋକ୍ ସହ ତରଳାଇ ଲୌହ ତିଆରି କରାଯାଏ ।

ବ୍ୟବହାର

  • ଧାତୁ ଭାବରେ
  • ଲୌହ ନିର୍ମିତ ପୋଲ

    ଲୌହ ଅନ୍ୟ ଧାତୁମାନଙ୍କ ତୁଳନାରେ ସର୍ବାଧିକ ବ୍ୟବହୃତ ହୁଏ । କାରଣ ଏହା ମଜବୁତ୍ ଓ ଶସ୍ତା । ଲୌହ ଘର, ପୋଲ, କଣ୍ଟା, ପେଞ୍ଚ, ନଳ ଇତ୍ୟାଦି ତିଆରିରେ ବ୍ୟବହୃତ ହୁଏ । ଚୁମ୍ବକୀୟ ହୋଇଥିବାରୁ ଅନେକ ଚୁମ୍ବକରେ ମଧ୍ୟ ବ୍ୟବହୃତ ହୁଏ ।

  • ଯୌଗିକ ଭାବରେ
  • ଲୌହ ଯୌଗିକମାନେ ଅନେକ କାମରେ ଲାଗନ୍ତି । ଲୌହ କ୍ଲୋରାଇଡ୍ ଜଳକୁ ସଫା କରେ । ଲୌହ ସଲ୍‌ଫେଟ୍ ସିମେଣ୍ଟରେ ବ୍ୟବହୃତ ହୁଏ ।

  • ଖାଦ୍ୟରେ ବ୍ୟବହାର
  • ଅମ୍ଳଜାନକୁ ମାଂସପେଶୀରେ ପହଞ୍ଚାଇବା ପାଇଁ ଆମେ ଲୌହ ଲୋଡୁ, କାରଣ ଲୌହରେ ନିର୍ମିତ ହିମୋଗ୍ଲୋବିନ୍ ହିଁ ଅମ୍ଳଜାନ ବହନ କରିଥାଏ ।

  • ସୁରକ୍ଷା
  • ଲୌହର ମାତ୍ରା ବଢିଲେ ଏହା ଶରୀର ପାଇଁ କ୍ଷତିକାରକ । ଲୌହ ଥିବା ଜୀବସାର ଅଧିକ ମାତ୍ରାରେ ଖାଇଲେ, ଆମେ ଅସୁସ୍ଥ ହୋଇ ପଡୁ ‌‌।

ଆଧାର -

ରଞ୍ଜନରଶ୍ମି

ରଞ୍ଜନରଶ୍ମି ଏକ ବିଦ୍ୟୁତ-ଚୁମ୍ବକୀୟ ବିଚ୍ଛୁରିତ ରଶ୍ମି । ଅନେକ ଭାଷାରେ ଏହାକୁ ୱିଲହେମ ରଣ୍ଟଜେନଙ୍କ ନାମ ଅନୁସାରେ ରଣ୍ଟଜେନ ରଶ୍ମି କହନ୍ତି । ଏହା ଏକ ଅଜଣା ରଶ୍ମି ହୋଇଥିବାରୁ ରଣ୍ଟଜେନ ଏହାର ନାମକରଣ X-ray କରିଥିଲେ । ଇଂରାଜୀରେ ଏହାକୁ ବିଭିନ୍ନ ପ୍ରକାର ଲେଖାଯାଏ, ଯଥା- x-ray(s), xray(s) and X ray(s) । ରଞ୍ଜନରଶ୍ମିର ୱେଭଲେନ୍ଥଅଲ୍ଟ୍ରାଭାୟୋଲେଟ ଅପେକ୍ଷା କମ ଓ ଗାମା ରଶ୍ମି ଅପେକ୍ଷା ଅଧିକ । ଅଧିକାଂଶ ରଞ୍ଜନରଶ୍ମିର ୱେଭଲେନ୍ଥ୦.୦୧ ରୁ ୧୦ ନାନୋମିଟର ଥାଏ । ଡାକ୍ତରୀ ଓ କାରଖାନା ବ୍ୟବହାର ନିମନ୍ତେ ଏହାଠାରୁ ଅଧିକ ଏନର୍ଜିରର ରଶ୍ମି ପ୍ରସ୍ତୁତ କରାଯାଏ । ରେଡିଓଥେରାପି ନିମନ୍ତେ ୬ ରୁ ୨୦ MeV ରଶ୍ମି ବ୍ୟବହାର କରାଯାଏ । ଇଲେକ୍ଟ୍ରନ (electrons) ଦ୍ଵାରା ରଞ୍ଜନରଶ୍ମି ଜାତ ହୁଏ ଓ ଆଟମିକ ନ୍ୟୁକ୍ଲିଅସ (atomic nucleus) ଦ୍ଵାରା ଗାମା ରଶ୍ମି ଜାତ ହୁଏ ।

ଡାକ୍ତରୀ ବ୍ୟବହାର

'ରଞ୍ଜନରଶ୍ମି ବ୍ୟବହାର କରି ଅସ୍ଥି ଛାଇ ଦେଖିହେବ' ଜାଣିବା ପରଠାରୁ ଏହା ଡାକ୍ତରୀ ଚିକିତ୍ସାରେ ବହୁଳ ବ୍ୟବହାର ହେଉଛି । ରଣ୍ଟଜେନଙ୍କ ଆବିଷ୍କାର ପରେ ଏକ ମାସରୁ କମ୍ ସମୟ ମଧ୍ୟରେ ଏହାର ଡାକ୍ତରୀ ବ୍ୟବହାର ଆରମ୍ଭ ହୋଇଗଲା ଓ ୨୦୧୦ ମସିହା ସୁଦ୍ଧା ସାରା ପୃଥିବୀରେ ୫ ଶହ କୋଟି ଇମେଜ କରାଯାଇଛି । ଆମେରିକାରେ ଯେତେ ରାଡିଏସନ ୨୦୦୬ ମସିହାରେ ହୋଇଥିଲା ତାହାର ୫୦% ରଞ୍ଜନରଶ୍ମି ଦ୍ଵାରା ରାଡିଏସନ ହୋଇଥିଲା ।

ରେଡିଓଗ୍ରାଫ

ଶରୀରର ଯେଉଁ ଅଂଶର ଏକ୍ସ-ରେ ନେବା କଥା ସେହି ଅଂଶର ଗୋଟିଏ ପାଖରେ ଏକ୍ସ-ରେ ପ୍ଲେଟ (ଫୋଟୋଗ୍ରାଫିକ୍ ପ୍ଲେଟ) ବା ଏକ୍ସ-ରେ ଡିଟେକ୍ଟର ରଖାଯାଏ । ତାହାର ଠିକ ବିପରିତ ପାଖରେ ଏକ୍ସ-ରେ ଟ୍ୟୁବ ରଖାଯାଏ ଯାହାଦ୍ଵାରା ଏକ୍ସ-ରେ ପଲ୍ସ (illuminating it with a short X-ray pulse.) ଛଡ଼ାଯାଏ । ଅସ୍ଥିରେ ବହୁତ କ୍ୟାଲସିୟମ ଥାଏ । ତାହାର ଉଚ୍ଚ ଆଟମିକ ସଂଖ୍ୟା ଥିବାରୁ ଅସ୍ଥି ଅଧିକ ରଞ୍ଜନରଶ୍ମି ଶୋଷିପାରେ । ଫଳରେ ଡିଟେକ୍ଟରରେ ଅଳ୍ପ ରଶ୍ମି ପଡ଼େ ।

ତେଣୁ ପ୍ଲେଟରେ ପଡ଼ୁଥିବା ଛାଇ ଧଳା ଦେଖାଯାଏ ଓ ଅସ୍ଥିର ଆକାର ବାରି ହୋଇଯାଏ । ଯେଉଁ ସ୍ଥାନରେ ଏକ୍ସ-ରେ ପଡ଼େ, ସେଠାରେ କଳା ଦେଖାଯାଏ । ଫୁସଫୁସରେ ବାୟୁ ଥିବା ଯୋଗୁ ସବୁ ଏକ୍ସ-ରେ ବାଧାପ୍ରାପ୍ତ ନ ହୋଇ ପ୍ଲେଟ ଉପରେ ପଡ଼େ, ତେଣୁ ଫୁସଫୁସ ଛାଇ କଳା ଦେଖାଯାଏ । ଅସ୍ଥି ଓ ନରମ ଅଙ୍ଗମାନଙ୍କ ଛବି ପ୍ଲେଟରେ ଦେଖାଯାଏ । ଫୁସଫୁସ ରୋଗ ଯଥା ନିମୋନିଆ, ଫୁସଫୁସ କର୍କଟ, ପଲ୍‌ମୋନାରି ଇଡିମା ( pulmonary edema) ଇତ୍ୟାଦି ଏହାଦ୍ଵାରା ଜାଣିହୁଏ । ପେଟ ରୋଗ ମଧ୍ୟରେ ଅନ୍ତନଳୀ ବାଧା (bowel or intestinal obstruction), ଅନ୍ତନଳୀ ଫାଟିଯାଇ ପେଟ ଭିତରେ ବାୟୁ ଥିଲେ ଓ ତରଳ ପଦାର୍ଥ ଥିଲେ ମଧ୍ୟ ଜାଣିହୁଏ । ଗଲ୍ ସ୍ଟୋନ ଓ କିଡନି ସ୍ଟୋନ ଦେଖାଯାଏ । ଦାନ୍ତରେ କ୍ୟାଭିଟି (ପୋକଖିଆ ଦାନ୍ତ ବା Caries tooth)ରେ କଣାର ଆକାର ଜାଣିହୁଏ । ରୋଗ ନିର୍ଣ୍ଣୟ ନିମନ୍ତେ ନିମ୍ନ ଶକ୍ତି ସମ୍ପର୍ଣ୍ଣ ଏକ୍ସ‌-ରେ ବିଶେଷ ଆବଶ୍ୟକ ହୁଏ ନାହିଁ କାରଣ ଏହି ରଶ୍ମି ଦେହଦ୍ଵାରା ଶୋଷି ହୋଇଯାଏ । ଟ୍ୟୁବ ଉଇଣ୍ଡୋରେ ଗୋଟିଏ ଧାଟୁ ନିର୍ମିତ ଆଲୁମିନିୟମ ଚାଦର ରଖିଲେ ନିମ୍ନ ଶକ୍ତି ସମ୍ପର୍ଣ୍ଣ ଏକ୍ସ‌-ରେ ଶୋଷି ହୋଇଯାଏ ଓ ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ରଶ୍ମି ରହେ ।

ଆଧାର -

ରାସାୟନିକ ମୌଳିକ

ରାସାୟନିକ ମୌଳିକ ହେଉଛି ଏକ ବିଶୁଦ୍ଧ ରାସାୟନିକ ବସ୍ତୁ ଯାହାକି ଗୋଟିଏ ପ୍ରକାରର ପରମାଣୁ ବହନ କରିଥାଏ । କୌଣସି ବସ୍ତୁରେ ଏକାଧିକ ପ୍ରକାରର ପରମାଣୁ ଥିଲେ ତାହାକୁ ଯୌଗିକ କୁହାଯାଏ । ମୌଳିକ ମୁଖ୍ୟତଃ କଠିନ, ତରଳ କିମ୍ବା ଗ୍ୟାସ୍‌ ହୋଇପାରେ । ମୌଳିକର ଗୁଣ ବହନ କରୁଥିବା କ୍ଷୁଦ୍ରତମ କଣିକାକୁ ପରମାଣୁ କୁହାଯାଏ ।

ଗୋଟିଏ ମୌଳିକରେ ଗୋଟିଏ ପ୍ରକାରର ପରମାଣୁ ଥାଆନ୍ତି । ପରମାଣୁରେ ଥିବା ପ୍ରୋଟନ୍‌ ସଂଖ୍ୟାକୁ ଏହାର 'ପରମାଣୁ ସଂଖ୍ୟା' ବା 'ପରମାଣୁ କ୍ରମାଙ୍କ' କୁହାଯାଏ । ଦୃଷ୍ଟାନ୍ତ ସ୍ୱରୂପ, ୬ଟି ପ୍ରୋଟନ୍‌ ଥିବା ପରମାଣୁ ଗୁଡ଼ିକ ଅଙ୍ଗାରକର ଓ ୯୨ଟି ପ୍ରୋଟନ୍‌ ଥିବା ପରମାଣୁ ଗୁଡ଼ିକ ହେଉଛି ୟୁରାନିୟମ୍‌ର । ସମସ୍ତ ବସ୍ତୁର ମୂଳ ହେଉଛି ମୌଳିକ । ଏମାନେ ମିଶି ଅଣୁ ଗଠନ କରନ୍ତି ।

ମୌଳିକମାନଙ୍କର ପର୍ଯ୍ୟାୟ ସାରଣୀ

ଆଜି ପର୍ଯ୍ୟନ୍ତ ୧୧୮ଟି ମୌଳିକ ଆବିଷ୍କାର କରାଯାଇଛି । ତନ୍ମଧ୍ୟରୁ ୯୨ଟି ମୌଳିକ ପ୍ରକୃତିରୁ ମିଳେ ଏବଂ ମାନବ ଶରୀର ୨୬ଟି ମୌଳିକକୁ ନେଇ ଗଠିତ । ଅନ୍ୟଗୁଡ଼ିକ ଗବେଷଣାଗାରରେ ପ୍ରସ୍ତୁତ କରାଯାଏ । ୧୭୮୯ରେ ଶେଷ ପ୍ରାକୃତିକ ମୌଳିକ ଭାବେ ୟୁରାନିୟମ୍ ଆବିଷ୍କାର କରଯାଇଥିଲା । ୧୯୩୭ରେ ପ୍ରଥମ କୃତ୍ରିମ ମୌଳିକ ଟେକ୍ନେଟିୟମ୍ ପ୍ରସ୍ତୁତ କରାଯାଇଥିଲା ।

ରାସାୟନିକ ମୌଳିକମାନଙ୍କୁ ପର୍ଯ୍ୟାୟ ସାରଣୀରେ ସଜାଯାଇଥାଏ । ସାରଣୀରୁ ମୌଳିକମାନଙ୍କର ଗୁଣ ଓ ଅନ୍ୟ ମୌଳିକମାନଙ୍କ ସହ ତୁଳନା ଜଣା ପଡ଼ିଥାଏ ।

ପ୍ରତୀକ

ମୌଳିକମାନଙ୍କୁ ଅନନ୍ୟ ପ୍ରତୀକ ଦିଆଯାଇଥାଏ । ସାରା ବିଶ୍ୱରେ ଏଗୁଡ଼ିକ ବ୍ୟବହାର କରାଯାଇଥାଏ । ଅର୍ଥାତ୍‌, ଯେକୌଣସି ଭାଷାରେ ମଧ୍ୟ କୌଣସି ପ୍ରତୀକର ଅର୍ଥ ସମାନ । କୌଣସି ମୌଳିକର ପ୍ରତୀକ ଇଂରାଜୀ କିମ୍ବା ଲାଟିନ୍‌ ନାମରୁ ଆସିଥାଏ । ଯଥା, ଅଙ୍ଗାରକ (ଇଂରାଜୀ : Carbon;କାର୍ବନ୍)ର ପ୍ରତୀକ ହେଉଛି 'C' ଓ ସୋଡ଼ିଅମ୍‌(‌ର ଲାଟିନ୍ ନାମ ନାଟ୍ରିଅମ୍ (natrium) ଓ ଏହାର ପ୍ରତୀକ ହେଉଛି 'Na' । ଜର୍ମାନ୍‌ ନାମ ୱଲ୍‌ଫ୍ରାମ୍‌ (wolfram)ରୁ ଟଙ୍ଗଷ୍ଟନ୍ ର ପ୍ରତୀକ ହେଉଛି 'W'। କିଛି ପ୍ରତୀକ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ନାମରେ ନାମିତ, ଯଥା ଆଲବର୍ଟ ଆଇନଷ୍ଟାଇନଙ୍କ ନାମରେ ଆଇନଷ୍ଟାନିଅମ୍ ।

ଯୌଗିକ

ମୌଳିକମାନେ ମିଶି ବା ପ୍ରତିକ୍ରିୟା କରି ଯୌଗିକ ଗଠନ କରନ୍ତି (ଯଥା: ଜଳ, ଲବଣ, ଅକ୍ସାଇଡ୍‌ ଓ ଜୈବଯୌଗିକ) । ଯୌଗିକମାନଙ୍କର ନିଜସ୍ୱ ଗଠନ ଓ ଗୁଣଧର୍ମ ରହିଥାଏ । ଗଠିତ ମୌଳିକମାନଙ୍କର ଗୁଣଠାରୁ ଯୌଗିକର ଗୁଣ ଅଲଗା ହୋଇପାରେ । ସୋଡ଼ିଅମ୍‌ ଏକ ଦହନଶୀଳ ଧାତୁ ଓ କ୍ଲୋରିନ୍‌ ଏକ ବିଷାକ୍ତ ଗ୍ୟାସ୍‌ । ଉଭୟେ ପ୍ରତିକ୍ରିୟା କରିଲେ ଖାଇବାଯୋଗ୍ୟ ସୋଡ଼ିଅମ୍‌ କ୍ଲୋରାଇଡ଼୍‌ (ଲୁଣ) ତିଆରି ହୁଏ ।

ମିଶ୍ରଣ

କିଛି ମୌଳିକ, ବିଶେଷତଃ ଧାତବ ମୌଳିକ ଅନିର୍ଦ୍ଦିଷ୍ଟ ଅନୁପାତରେ ମିଶି ମିଶ୍ରଣ ଗଠନ କରନ୍ତି । ଏଗୁଡ଼ିକ ଯୌଗିକ ନୁହନ୍ତି । ଏହାକୁ ମିଶ୍ରଣ କୁହାଯାଏ ।

ସମସ୍ତାନିକ

ଗୋଟିଏ ମୌଳିକର ପରମାଣୁର ନାଭି ବା ନ୍ୟୁକ୍ଲିୟସ୍‌ରେ ଭିନ୍ନ ସଂଖ୍ୟାର ନ୍ୟୁଟ୍ରନ୍ ଥିଲେ ଏଗୁଡ଼ିକୁ ମୌଳିକର ବିଭିନ୍ନ ସମସ୍ତାନିକ ବା ଇଂରାଜୀରେ ଆଇସୋଟୋପ୍ କୁହାଯାଏ । ଯେମିତି ଅଙ୍ଗାରକର ଗୋଟିଏ ସାଧାରଣ ସମସ୍ତାନିକ ହେଉଛି ଅଙ୍ଗାରକ-୧୪ । ଏହା ତେଜଷ୍କ୍ରିୟ ଅଟେ ଓ ଅଙ୍ଗାରକର-୧୨ ଠାରୁ ୨ଟି ଅଧିକ ନ୍ୟୁଟ୍ରନ୍‌ ଧାରଣ କରେ ।

ଆଧାର -

ଆଲୋକ

ଆଲୋକ ଏକ ପ୍ରକାରର ଶକ୍ତି ଅଟେ । ଏହା ଆମ ଆଖି ବାରି ପାରୁଥିବା ବିଦ୍ୟୁତ୍-ଚୁମ୍ବକୀୟ ତରଙ୍ଗ ଅଟେ । ପଦାର୍ଥ ବିଜ୍ଞାନରେ ଅନେକ ସମୟରେ ଏହା ଉଭୟ ଦୃଶ୍ୟ ଓ ଅଦୃଶ୍ୟ ବିଦ୍ୟୁତ୍-ଚୁମ୍ବକୀୟ ତରଙ୍ଗକୁ ବୁଝାଇଥାଏ । ଆଲୋକ କ୍ଷୁଦ୍ର ଗୁଚ୍ଛ ଆକାରରେ ବିଦ୍ୟମାନ ଥାଏ । ଏହା ଉଭୟ ତରଙ୍ଗ ଓ ପଦାର୍ଥର ଗୁଣ ପ୍ରଦର୍ଶନ କରିଥାଏ । ଆଲୋକବିଜ୍ଞାନ ଅଧୁନା ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଗବେଷଣା ଅଟେ ।

ପୃଥିବୀରେ ଆଲୋକର ଏକ ପ୍ରଧାନ ଉତ୍ସ ହେଉଛି ସୂର୍ଯ୍ୟ କିରଣ ତୀବ୍ରତା, ବାରମ୍ବାରତା, ତରଙ୍ଗଦୈର୍ଘ୍ୟ ଇତ୍ୟାଦି ଆଲୋକର ମୁଖ୍ୟ ଗୁଣ ଅଟନ୍ତି ।

ଆଲୋକର ଗତି

ଶୂନ୍ୟରେ, ଯଦି କୌଣସି କଣିକା ବାଧା ନ ଦିଅନ୍ତି, ଆଲୋକ ୨୯୯,୭୯୨,୪୫୮ ମିଟର୍, ବା ହାରାହାରି ୧୮୬,୨୮୨ ମାଇଲ୍ ପ୍ରତି ସେକେଣ୍ଡରେ ଗତି କରେ । ଅତଏବ ଆଲୋକ ସୂର୍ଯ୍ୟ ନିକଟରୁ ପୃଥିବୀକୁ ଆସିବାକୁ ୮ ମିନିଟ୍ ସମୟ ନିଏ । କାଚରେ ଗତି ଦୁଇ ତୃତୀୟାଂଶ ହୋଇଯାଏ ।

ଆଲୋକ ସରଳରେଖାରେ ଗତି କରେ, ବାଧାପ୍ରାପ୍ତ ହେଲେ ଛାୟା ସୃଷ୍ଟି କରେ । କଠିନ ବସ୍ତୁ ଗାଢ‍ ଛାୟା ତିଆରି କରେ ଏବଂ ସ୍ୱଚ୍ଛ ବସ୍ତୁ କ୍ଷୀଣ କିମ୍ବା ଆଦୌ ଛାୟା ସୃଷ୍ଟି କରି ନଥାଏ । ସ୍ୱଚ୍ଛ ବସ୍ତୁ ମଧ୍ୟ ଦେଇ ଆଲୋକ ଅକ୍ଳେଶରେ ଗତି କରିଥାଏ । ଆମେ ଯେତେବେଳେ କୌଣସି ବସ୍ତୁକୁ ଦେଖିଥାଉ, ଆମେ ସେ ବସ୍ତୁ ତ୍ୟାଗ କରୁଥିବା କିମ୍ବା ପ୍ରତିଫଳିତ କରୁଥିବା ଆଲୋକକୁ ଦେଖିଥାଉ । ଦୃଷ୍ଟାନ୍ତ ସ୍ୱରୂପ, ବତୀ ଆଲୋକ ପ୍ରଦାନ କରେ ଓ କୋଠରୀର ଅନ୍ୟ ସମସ୍ତ ବସ୍ତୁ ଏହି ଆଲୋକ ପ୍ରତିଫଳନ କରେ ।

ଆଲୋକ ବର୍ଣ୍ଣାଳି

ଆଲୋକର ପ୍ରତ୍ୟେକ ରଙ୍ଗର ପୃଥକ ତରଙ୍ଗଦୈର୍ଘ୍ୟ ଥାଏ । ତରଙ୍ଗଦୈର୍ଘ୍ୟ ଯେତେ କମ୍ ହୁଏ, ଆଲୋକର ଶକ୍ତି ସେତେ ଅଧିକ ହୁଏ । ଆଲୋକର ଗତି ଓ ଶକ୍ତି ମଧ୍ୟରେ କୌଣସି ସମ୍ପର୍କ ନାହିଁ । ଅର୍ଦ୍ଧସ୍ୱଚ୍ଛ ବସ୍ତୁ ମଧ୍ୟ ଦେଇ ଗଲାବେଳେ ଗତି ସାମାନ୍ୟ କମି ଯାଇଥାଏ ।

ଶ୍ୱେତବର୍ଣ ଆଲୋକ ବିଭିନ୍ନ ରଙ୍ଗର ଆଲୋକକୁ ନେଇ ଗଠିତ ଅଟେ । ପ୍ରିଜିମ୍ ମଧ୍ୟ ଦେଇ ଶ୍ୱେତବର୍ଣ ଆଲୋକ ଗତି କରାଇଲେ ଏହା ବିଭିନ୍ନ ରଙ୍ଗରେ ପରିବର୍ତ୍ତିତ ହୋଇ ଏକ ବର୍ଣାଳୀ ସୃଷ୍ଟି କରେ। ଏହି ବର୍ଣାଳୀରେ ଆମେ ଦେଖି ପାରୁଥିବା ସମସ୍ତ ତରଙ୍ଗଦୈର୍ଘ୍ୟର ଆଲୋକ ଥାଏ । ଲୋହିତର ସର୍ବାଧିକ ଓ ବାଇଗଣିର ସର୍ବନିମ୍ନ ତରଙ୍ଗଦୈର୍ଘ୍ୟ ଥାଏ ।

ବାଇଗଣି ଠାରୁ କମ୍ ତରଙ୍ଗଦୈର୍ଘ୍ୟ ବିଶିଷ୍ଟ ଆଲୋକକୁ ଅତିବାଇଗଣି କୁହାଯାଏ । ଏକ୍ସ୍-ରଶ୍ମି ଓ ଗାମା ରଶ୍ମିର ଅତିବାଇଗଣି ଠାରୁ ମଧ୍ୟ କମ୍ ତରଙ୍ଗଦୈର୍ଘ୍ୟ ଥାଏ । ଲୋହିତ ଠାରୁ ଅଧିକ ତରଙ୍ଗଦୈର୍ଘ୍ୟ ବିଶିଷ୍ଟ ଆଲୋକକୁ ଅବଲୋହିତ କୁହାଯାଏ । ରେଡିଓ ତରଙ୍ଗ ମାନଙ୍କର ତରଙ୍ଗଦୈର୍ଘ୍ୟ ଅବଲୋହିତ ଠାରୁ ମଧ୍ୟ ଅଧିକ ଥାଏ । ମାଇକ୍ରୋୱେଭ୍ ଓଭେନ୍‌ରେ ଖାଦ୍ୟ ଗରମ କରିବା ପାଇଁ ବ୍ୟବହୃତ ତରଙ୍ଗ ମଧ୍ୟ ଏକ ପ୍ରକାରର ବିଦ୍ୟତ୍-ଚୁମ୍ବକୀୟ ତରଙ୍ଗ । ଆମ ଆଖି ଏପରି ଶକ୍ତିକୁ ଦେଖିପାରେ ନାହିଁ, କିନ୍ତୁ କିଛି କ୍ୟାମେରା ଏହାକୁ ଦେଖିପାରେ । ବିଦ୍ୟୁତ୍-ଚୁମ୍ବକୀୟ ବର୍ଣାଳୀରେ ଉଭୟ ଦୃଶ୍ୟମାନ ଓ ଅଦୃଶ୍ୟ ଆଲୋକ ଥାଏ ।

ବର୍ଷାଜଳରେ ପ୍ରତିସରିତ ହୋଇ ଆଲୋକ ଇନ୍ଦ୍ରଧନୁ ସୃଷ୍ଟି କରେ । ବର୍ଷାଜଳ ପ୍ରିଜିମ୍ ପରି କାମ କରେ ଓ ଶ୍ୱେତବର୍ଣର ଆଲୋକକୁ ପ୍ରତିସରିତ କରି ବର୍ଣାଳୀର ରଙ୍ଗସମୂହ ପ୍ରଦର୍ଶିତ କରେ ।

ଆଲୋକର ତରଙ୍ଗ ରୂପ

ଥମାସ୍ ୟଙ୍ଗ୍ ଙ୍କ ଦ୍ଵାରା ୟଙ୍ଗଙ୍କ ଦୁଇଟି-ପାତ ପରୀକ୍ଷା ୟଙ୍ଗ୍‌ ଏହି ପରୀକ୍ଷା ଦ୍ଵାରା ଆଲୋକର ତରଙ୍ଗାୟିତ ଗତି ସମ୍ପର୍କରେ ତାଙ୍କ ମତବାଦକୁ ପ୍ରମାଣ କରିଥିଲେ ।

ଆଲୋକ ହେଉଛି ଶକ୍ତିର ଏକ ପ୍ରବାହା ଶକ୍ତିର ପ୍ରବାହକୁ ତରଙ୍ଗ କୁହାଯାଏ । ତେଣୁ ଆଲୋକକୁ ଏକ ତରଙ୍ଗ କହିବା ଯୁକ୍ତିଯୁକ୍ତ । ତେବେ ସାର୍ଆଇଜାକ୍ ନିଉଟନ୍ ବିଶ୍ଵାସ କରୁଥିଲେ ଯେ ଆଲୋକ କେତେକ କଣିକାକୁ ନେଇ ଗଠିତ । ଦର୍ପଣ ଉପରେ ଆଲୋକ ପଡ଼ିଲେ ପ୍ରତିଫଳିତ ହେବା ଓ ବାୟୁ ମାଧ୍ୟମରୁ କାଚ ମାଧ୍ୟମକୁ ଆଲୋକ ପ୍ରବେଶ କଲେ ବଙ୍କେଇ ଯିବା (ପ୍ରତିସରଣ ) ଭଳି ଆଲୋକୀୟ ପରିଘଟଣାଗୁଡ଼ିକୁ ମଧ୍ୟ ନିଉଟନ୍ ବୁଝେଇ ପାରିଲ । ଆଲୋକ ଉପରେ ନିଉଟନ୍‌ଙ୍କର ଗୁରୁତ୍ତ୍ଵପୂର୍ଣ୍ଣ ଗବେଷଣା ବିଷୟରେ ତାଙ୍କର "ଅପ୍‌ଟିକ୍ସ' ପୁସ୍ତକରେ ସେ ଲେଖିଛନ୍ତି । ନିଉଟନ୍‌ଙ୍କର ସମସାମୟିକ ପଦାର୍ଥ ବିଜ୍ଞାନୀ ଖ୍ରୀଷ୍ଟିଆନ୍ ହାଇଜେନ୍‌ସ୍ କିନ୍ତୁ ଆଲୋକକୁ ଭିନ୍ନ ରୂପରେ ଦେଖୁଥିଲ । ସେ ଆଲୋକକୁ ତରଙ୍ଗ ବୋଲି କହୁଥିଲେ । ସେ ଭାବୁଥିଲେ ଯେ ଶବ୍ଦ ଭଳି ଆଲୋକ ଏକ ଯାନ୍ତ୍ରିକ ତରଙ୍ଗ, ଯାହାକି ଇଥର୍ ମାଧ୍ୟମରେ ପ୍ରବାହିତ ହୋଇଥାଏ । କିନ୍ତୁ, ସେତେବେଳେ ନିଉଟନ୍‌ଙ୍କ କଥାକୁ ଲୋକେ ଗୁରୁତ୍ଵ ଦେଉଥିଲେ । ପ୍ରାୟ ୧୦୦ ବର୍ଷ ପରେ ବୈଜ୍ଞାନିକ ଥମାସ୍ ୟଙ୍ଗ୍ ନିଜର ଗୁରୁତ୍ୱପୂର୍ଣ୍ଣ ଦ୍ଵି-ରେଖାଛିଦ୍ର ପରୀକ୍ଷା ମାଧ୍ୟମରେ ପ୍ରମାଣ କରିଦେଲେ ଯେ ଆଲୋକ ଏକ ତରଙ୍ଗ ।

ଆଲୋକର କଣିକା ରୂପ - ଫୋଟନ୍

ପ୍ରଥମରୁ ଆଲୋକକୁ କେବଳ ତରଙ୍ଗ ବୋଲି କୁହାଯାଉଥିଲା । ମାତ୍ର କେତେଗୁଡ଼ିଏ ପରିସ୍ଥିତିରେ ଆଲୋକର ତରଙ୍ଗ ଗୁଣ ଆମକୁ ସନ୍ତୁଷ୍ଟ କରିପାରିଲା ନାହିଁ । ସେମିତିକା ଏକ ପରିଘଟଣା ହେଉଛି "ଆଲୋକ-ବିଦ୍ୟୁତ୍ ପ୍ରଭାବ" । ୧୯୦୦ ମସିହାରେ ଜର୍ମାନୀର ପଦାର୍ଥ ବିଜ୍ଞାନୀ ଫିଲିପ୍ ଏଡୁଆର୍ଡ୍ ଏଣ୍ଟନ୍ ଲେନାର୍ଡ ଜାଣିବାକୁ ପାଇଲେ ଯେ କୌଣସି ଧାତବପୃଷ୍ଠ ଉପରେ ନୀଳ ଓ ବାଇଗଣୀ ପ୍ରଭୃତି ରଙ୍ଗର ଆଲୋକ ପଡ଼ିଲେ ଧାତବପୃଷ୍ଠରୁ ଇଲେକ୍‌ଟ୍ରୋନ୍ କିରଣ ମାନ ବାହାରକୁ ବାହାରି ଆସୁଛନ୍ତି । ଏହାକୁ "ଆଲୋକ-ବିଦ୍ୟୁତ୍ ପ୍ରଭାବ" କୁହାଗଲା । ଅବଶ୍ୟ ୧୩ ବର୍ଷ ପୂର୍ବରୁ ୧୮୮୭ ମସିହାରେ ଜର୍ମାନୀର ପଦାର୍ଥ ବିଜ୍ଞାନୀ ହେନେରିକ୍ ରୁଡୋଲ୍‌ଫ୍ ହର୍ଜ୍ ଏଭଳି ପରିଘଟଣା ପ୍ରଥମେ ଲକ୍ଷ୍ୟ କରିଥିଲେ । ସେ ସମୟରେ ଆଲୋକର ତରଙ୍ଗୀୟ ଗୁଣ ଉପରେ ବୈଜ୍ଞାନିକମାନେ ବିଶ୍ଵାସ କରୁଥିଲେ, ଯାହାକି ଏହି ପରିଘଟଣାକୁ ସଫଳତାର ସହିତ ବୁଝେଇ ପାରିଲା ନାହିାଁ ବରଂ ଆଲୋକର କଣିକା ରୂପ ଦ୍ଵାରା ଆଇନ୍‌ଷ୍ଟାଇନ୍ ଏହାର ସଫଳ ବ୍ୟାଖ୍ୟା କରିପାରିଥିଲେ । ୧୯୦୫ ମସିହାରେ "ଆଲୋକ-ବିଦ୍ୟୁତ୍ ପ୍ରଭାବ'କୁ ବୁଝାଇବାକୁ ଯାଇ ଆଇନ୍‌ଷ୍ଟାଇନ୍ ସ୍ପଷ୍ଟ କରିଦେଲେ ଯେ, ଆଲୋକ ଏଠାରେ ତରଙ୍ଗ ପରି ନୁହଁ ବରଂ କଣିକା ପରି ବ୍ୟବହାର କରେ ।

ଆଧାର-

କୃତ୍ରିମ ରଞ୍ଜକ

ଉଇଲିୟମ୍ ହେନେରୀ ପର୍କିନ ନାମକ ଜଣେ ଛାତ୍ର ଇଷ୍ଟର ଛୁଟିବେଳେ ନିଜ ଘରେ ଏକ ପରୀକ୍ଷାଗାର କରି ରସାୟନ ବିଜ୍ଞାନ ପରୀକ୍ଷା କରୁଥିଲେ । ସେ ରାସାୟନିକ ଭାବେ କୁଇନାଇନ (ମ୍ୟାଲେରିଆ ରୋଗର ଔଷଧ) ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଥିଲେ । ଏହାର ସୂତ୍ର C20H24N2O2 ଜଣାଥିଲା, ମାତ୍ର ଏହାର ସଂରଚନା ସୂତ୍ର (Structural formula) ଜଣା ନଥିଲା । ମ୍ୟାଲେରିଆ ରୋଗର ଚିକିତ୍ସାପାଇଁ ସିକୋନା (Cinchona) ଗଛର ଛେଲିରୁ ଔଷଧ ପ୍ରସ୍ତୁତ କରାଯାଉଥିଲା ଏବଂ ଏହା କେବଳ ପେରୁ ଓ ବଲିଭିଆରେ ମିଳୁଥିଲା । ଏଣୁ ରାସାୟନିକ ଉପାୟରେ ଏହାର ପ୍ରସ୍ତୁତି ପାଇଁ ସେତେବେଳେ ଅନେକ ରସାୟନ ବିଜ୍ଞାନୀ ଗବେଷଣା କରୁଥିଲେ । ସେତେବେଳକୁ ରସାୟନ ବିଜ୍ଞାନ ଆଦ୍ୟ ବିକାଶ ସ୍ତରରେ ଥିଲା । ପର୍କିନ୍ ଚିନ୍ତା କଲେ ଯେ ଗୋଟିଏ ରାସାୟନିକ ସମୀକରଣରେ ଦୁଇ ପଟେ ଥିବା ବସ୍ତୁତ୍ଵକୁ ସମାନ କରିପାରିଲେ ସେ ଦରକାରୀ ଯୌଗିକ ପଦାର୍ଥ ପାଇପାରିବେ । ଏଣୁ ସେ ବିଶ୍ଵାସ କଲେ ଯେ ଯଦି ସେ ଦୁଇଟି 'ଏଲିଲ ଟଲ୍ୟୁଇଡ୍' (allyl toluidine) ଅଣୁ (C10H13N)କୁ ତିନୋଟି ଅମ୍ଳଜାନ ପରମାଣୁ ସହ ଜାରଣ କରିବେ, ତାହାହେଲେ କୁଇନାଇନ ଓ ଜଳ ମିଳିବ । ସେ 'ପୋଟାସିୟମ ଡାଇକେ୍ରାମେଟ୍' ବ୍ୟବହାର କରି ତିନୋଟି ଅମ୍ଳଜାନ ପରମାଣୁ ସହ ଏଲିଲ ଟଲ୍ୟୁଇଡ୍‌ର ପ୍ରତିକ୍ରିୟା କରି ନିମ୍ନ ସମୀକରଣ ହିସାବରେ ଗୋଟିଏ ଯୌଗିକ ପଦାର୍ଥ ପାଇଲେ:

2(C10H13N)+3O → C20H24N2O2 + H2O

'ପୋଟାସିୟମ ଡାଇକେ୍ରାମେଟ୍' ବ୍ୟବହାର  କରି କୃତ୍ରିମ ରଞ୍ଜକ

ମାତ୍ର ଉତ୍ପନ୍ନ ପଦାର୍ଥର ସୂତ୍ର କୁଇନାଇନର ସୂତ୍ର ସହ ମିଶୁଥିଲେ ମଧ୍ୟ ଏହା କୁଇନାଇନ ନୁହେଁ । ପର୍କିନ୍ ଲେଖିଛନ୍ତି ଯେ, "ଏଥିରୁ କୁଇନାଇନ ଗଠିତ ହେଲାନାହିଁ, ମାତ୍ର ଗୋଟିଏ ଅପରିଷ୍କାର ଲୋହିତ ବାଦାମୀ ରଙ୍ଗ ର ଅଧଃକ୍ଷେପକ (precipitate) ସୃଷ୍ଟି ହେଲା ।" ପର୍କିନ୍ ଅନ୍ୟ ପଦାର୍ଥ ନେଇ ନିଜର ପରୀକ୍ଷା ଚଳାଇଲେ । ଶେଷରେ ସେ ଏନିଲିନ୍ (aniline - C6H5NH2) ଓ ଏହାର ସଲଫେ ଟକୁ ନେଇ ପୋଟାସିୟମ ଡାଇକେ୍ରାମଟେ ବ୍ୟବହାର କରି ଜାରଣ କଲେ। ଏଥିରୁ କଳା ରଙ୍ଗ ର ଗୋଟିଏ ଅଧଃକ୍ଷେପକ ମିଳିଲା। ପର୍କି ପ୍ରଥମେ ଏହାକୁ ଏକ ବିଫଳ ପରୀକ୍ଷା ମନେକଲେ। ମାତ୍ର ତାଙ୍କ ପରୀକ୍ଷା ଉପକରଣକୁ ଆଲକୋହଲ ଦ୍ଵାରା ସଫ। କରିବା ପରେ ଗୋଟିଏ ରଙ୍ଗି ନ ଦ୍ରବଣ ପାଇଲେ। ଏହି ରଙ୍ଗି ନ ଦ୍ରବଣ ଥିଲା ପ୍ରଥମ କୃତ୍ରିମ ରଞ୍ଜକ। ଏହା ପୂର୍ବରୁ ସମସ୍ତ ଲୁଗାପଟା ବୃକ୍ଷଲତାଠାରୁ ମିଳୁଥିବା ପ୍ରାକୃତିକ ବର୍ଣ୍ଣକ (ଟ୍ଟଷୱଲରଚ୍ଚନ୍ଦ) ଦ୍ଵାରା ରଙ୍ଗ କରା ଯାଉଥିଲା। ପର୍କିଙ୍କ ଉଦ୍ଭାବିତ ରଞ୍ଜକ ରେଶମ, ତୁଳା, ପଶମ ଓ ଅନ୍ୟ କାର୍ପାସ ବସ୍ତୁକୁ ନୀଳ ଲୋହିତ (ଟ୍ଟନ୍ଧତ୍ତଟ୍ଟକ୍ଷର) ରଙ୍ଗ ରେ ରଙ୍ଗି ନ କରିପାରିଲା। ସେ ୧୮୫୬ ମସିହା ଅପେ୍ରଲ ମାସ ୨୮ ତାରିଖରେ ଏହି ଉଦ୍ଭାବନ କରିଥିଲେ ଏବଂ ସେହି ବର୍ଷ ଅଗଷ୍ଟ ମାସ ୨୬ ତାରିଖରେ ଏହାର ପେଟେଣ୍ଟ ପାଇଁ ଦରଖାସ୍ତ କରିଥିଲେ। ପରୀକ୍ଷାଗାରରେ ରଞ୍ଜକ ଉଦ୍ଭାବନ ପରେ ଏହାର ବ୍ୟାବସାୟିକ ଉତ୍ପାଦନ ପ୍ରତି ପର୍କି ଧ୍ୟାନ ଦେଲେ। ମାତ୍ର ଏହା ସେତେ ସହଜସାଧ୍ୟ ନ ଥିଲା। ବହୁ କଷ୍ଟରେ ତାଙ୍କ ପିତା ଏଥିପାଇଁ ଅର୍ଥ ଯୋଗାଡ଼ କଲେ। ପର୍କି ନିଜ ଭାଇଙ୍କ ସହ ମିଶି ନିଜ ଘରେ ଥିବା ପରୀକ୍ଷାଗାରରେ ଛଅମାସ ପର୍ଯ୍ୟନ୍ତ କଠିପରିଶ୍ରମ କରି ଏହାର ବ୍ୟାବସାୟିକ ଉତ୍ପାଦନ ପ୍ରକ୍ରିୟା ବାହାର କଲେ। ସେ କିମ୍ବା ତାଙ୍କର କୌଣସି ବନ୍ଧୁ ଓ ପରିବାରର ସଦସ୍ୟ କେବେ କୌଣସି କାରଖାନା ଭିତରକୁ ପଶି ନ ଥିଲେ; ସେ ବହିପଢ଼ି ଏ' ସମ୍ବନ୍ଧରେ ଯାହା ଜ୍ଞାନ ଅର୍ଜକରିଥିଲେ। ରଞ୍ଜକ ଉତ୍ପାଦନର ମୂଳ ପଦାର୍ଥ ହେଉଛି ଏନିଲି। ନାଇଟେ୍ରାବେଞ୍ଜି ସହ ଏସିଟିକ ଅମ୍ଳ ପ୍ରତିକ୍ରିୟାରୁ ଏହା ପ୍ରସ୍ତୁତ ହେଉଥିଲା। ପୁଶ୍ଚ ବେଞ୍ଜି ନସହ ସୋଡିୟମ ନାଇଟେ୍ରଟ ଓ ଗନ୍ଧକାମ୍ଳର ପ୍ରତିକ୍ରିୟାରେ ନାଇଟେ୍ରାବେଞ୍ଜିନ ପ୍ରସ୍ତୁତ ହେଉଥିଲା।

ଏନିଲି ସେତେବେଳେ ବେଞ୍ଜି ନ ଅଳ୍ପ ପରିମାଣରେ ଉତ୍ପାଦିତ ହେଉଥିଲା ଏବଂ ଏହା ଶୁଦ୍ଧ ନ ଥିବାରୁ ପର୍କିଙ୍କୁ ବ୍ୟବହାର ପୂର୍ବରୁ ଏହାକୁ ବିଶୋଧନକରିବାକୁ ପଡୁଥିଲା। ବେଞ୍ଜି ନସହ ନାଇଟ୍ରିକ ଅମ୍ଳ ମିଶାଇ ନାଇଟେ୍ରାବେଞ୍ଜି ନ ପ୍ରସ୍ତୁତ କରିବାକୁ ହେଲେ ନାଇଟ୍ରିକ ଅମ୍ଳ ଅତି ପ୍ରବଳ (ଜ୍ଞନ୍ଦତ୍ତଚ୍ଛଚ୍ଚୱ) ହେବା ଦରକାର। ମାତ୍ର ସେତେବେଳେ ଏହା ଉପଲବ୍ଧନ ଥିବାରୁ ପର୍କି ବେଞ୍ଜି ନ ସହ ସୋଡିୟମ ନାଇଟେ୍ରଟ ଓ ଗନ୍ଧକାମ୍ଳ ମିଶାଇ ଏହାକୁ ପ୍ରସ୍ତୁତ କଲେ। ଏହିପରି ୧୮୫୬ ମସିହା ଅପେ୍ରଲ ମାସରେ ଉଦ୍ଭାବିତ ରଞ୍ଜ କର ପ୍ରଥମ ବ୍ୟାବସାୟିକଉତ୍ପାଦନ ୧୮୫୭ ମସିହା ଡିସେମ୍ବର ମାସରେ ଆରମ୍ଭ ହେଲା। ଏହାର ନାମ ଥିଲା ଏନିଲି ପର୍ପଲ ବା ଟିରିଆନ ପର୍ପଲ। ଫ୍ର।ନସରେ ଏହା ଫ ରାସୀ ନିର୍ମାତାଙ୍କ ନାମରେ ମାଭି (ଲବନ୍ଧବ୍ଦରଷଚ୍ଚର) ଭାବରେ ଜଣାଗଲା, କାରଣ ବିଳମ୍ବରେ ଦରଖାସ୍ତ କରିଥିବାରୁ ପର୍କିଙ୍କୁ ଏଥିପାଇଁ ପେଟେଣ୍ଟ ମିଳି ନ ଥିଲା। ରସାୟବିଜ୍ଞାନରେ ଦକ୍ଷତା ନ ଥିଲେ ଜଣେ ବ୍ୟକ୍ତିଙ୍କ ପକ୍ଷରେ କଞ୍ଚାମାଲ ତଥା ଉପକରଣର ସମସ୍ୟାକୁ ଅତିକ୍ରମ କରିବା ସହ ଅତି କମ ସମୟ ବ୍ୟାବଧାନରେ ପରୀକ୍ଷାଗାରରୁ ନେଇ କାରଖାନାରେ ବ୍ୟାବସାୟିକ ଉତ୍ପାଦନ କରିବା ସମ୍ଭବ ନୁହେଁ। ଏଣୁ ପର୍କିଙ୍କୁ ଜଣେ ବିଶିଷ୍ଟ ରସାୟବିଜ୍ଞାନୀର ମାନ୍ୟତା ଦିଆଯାଏ। ପର୍କି ରାସାୟିକ ରଞ୍ଜ କର ଉଦ୍ଭାବକ ଓ ବ୍ୟାବସାୟିକ ଉତ୍ପାଦନ କରିଥିଲେ ମଧ୍ୟ ଏହାର ସୂତ୍ର ଓ ସଂରଚନା ଜାଣି ପାରି ନ ଥିଲେ। ପରେ ଜଣାପଡ଼ିଲା ଯେ ବ୍ୟାବସାୟିକ ଉତ୍ପାଦନରେ ଦୁଇ ପ୍ରକାର ରଞ୍ଜକ ପଦାର୍ଥ ଅଛି। ଗୋଟିଏ ହେଉଛି ଅପ୍ରକୃତ ମାଭି (ଟ୍ଟଜ୍ଞରନ୍ଧଯଚ୍ଛଲବନ୍ଧବ୍ଦରଷଚ୍ଚର)। ଏହାର ସୂତ୍ର ହେଉଛି ଈ୨୪ଏ୨୦ଗ୪ ଏବଂ ଏହା ଶୁଦ୍ଧ ଏନିଲିରୁ ସୃଷ୍ଟି ହେଉଛି। ଏହା ଦାନାଧାରଣୀୟ (ମତ୍ତସ୍ଥଜ୍ଞନ୍ଦବକ୍ଷକ୍ଷଷଜ୍ଞବଭକ୍ଷର) ଲବଣ ହୋଇ ନ ଥିବାରୁ ଏହାକୁ କଠିରଞ୍ଜ କ ଭାବେ ବଜାରରେ ବିକ୍ରି କରିବା ସମ୍ଭବ ନ ଥିଲା। ଅନ୍ୟ ରଞ୍ଜ କ ପଦାର୍ଥ ହେଉଛି ଦାନାଧାରଣୀୟ (ଈ୨୭ଏ୨୪ଗ୪) ଏବଂ ଏହା ଟଲୁ୍ୟଇଡି ଓ ଏନିଲି ର ମିଶ୍ରଣରୁସୃଷ୍ଟି ହେଉଛି। ଏହା ବଜାରରେ ରଞ୍ଜ କଭାବେ ବିକ୍ରୟ ହେଉଥିଲା। ସୂଚନାଯୋଗ୍ୟ ଯେ ରଞ୍ଜକ ଉତ୍ପାଦନ ପାଇଁ ବ୍ୟବହୃତ ଏନିଲି ସଂପୂର୍ଣ୍ଣରୂପେ ବିଶୁଦ୍ଧ ନୁହେଁ ଏବଂ ଏଥିରେ କିଛି ପରିମାଣର ଟଲୁ୍ୟଇଡି ମିଶିକରି ରହିଥାଏ ।

ଆବିଷ୍କୃତ ଓ ବ୍ୟାବସାୟିକ ସଫଳତା

ମାତ୍ର ଆଶ୍ଚର୍ଯ୍ୟର କଥା ଯେ ବଜାରରେ ଉପଲ• ହେଉଥିବା ରଞ୍ଜ କର ରାସାୟନିକ ସଂରଚନା ପାଇଁ ବିଶେଷ ଚେଷ୍ଟା କରା ଯାଇନଥିଲା। କାରଣ ଅଳ୍ପ ବର୍ଷ ପରେ ଏହି ରଞ୍ଜ କ ଅଦରକାରୀ ହୋଇଗଲା। ରସାୟ ବିଜ୍ଞାନୀମାନେ ଏହାପରେ ନୂତନ ରଞ୍ଜ କ ଆବିଷ୍କାର କରିବାରେ ସଫ ଳ ହେଲେ। ପୁ ଶ୍ଚ ପର୍କି ଙ୍କ ରଞ୍ଜ କ ଉତ୍ପାଦନ ପାଇଁ ଅପେକ୍ଷାକୃତ ଅଧିକ ଖର୍ଚ୍ଚ ହେଉଥିଲା, ଫ ଳରେ ଏହାର ମୂଲ୍ୟ ଅଧିକ ଥିଲା। ଏଣୁ ନୂତନ ଭାବେ ଆବିଷ୍କୃତ ଓ ବ୍ୟାବସାୟିକ ସଫଳତା ଲାଭ କରିଥିବା ରଞ୍ଜ କର ସଂରଚନା ଅନୁସନ୍ଧାନରେ ରସାନୟ ବିଜ୍ଞାନୀମାନେ ମନୋନିବେଶ କଲେ। ଉପସଂହାରରେ କୁହାଯାଇପାରେ ଯେ କୁଇନାଇନ ପ୍ରସ୍ତୁତି ପାଇଁ ପରୀକ୍ଷା କରୁଥିବା ପର୍କି ଭାଗ୍ୟଦେବୀଙ୍କ କୃପାରୁ କୃତ୍ରିମ ରଞ୍ଜ କ ଉଦ୍ଭାବନ କରିପାରିଲେ ଏବଂ ଏହାଦ୍ଵାରା ଅଶେଷ ଧନ ଉପାର୍ଜ କରିପାରିଲେ। ମାତ୍ର ତାଙ୍କ ସଫ ଳତାକୁ ଖାଲି ଭାଗ୍ୟ ଉପରେ ନ୍ୟସ୍ତ କରିବା ସମୀଚୀନ ହେବନାହିଁ। ଭାଗ୍ୟ ସାଙ୍ଗ କୁ ତାଙ୍କ ପରିଶ୍ରମ, ସାଧନା ଓ ବୁଦ୍ଧିମତ୍ତାକୁ ମଧ୍ୟ ଶେ୍ରୟଃ ଦିଆଯିବା ଉଚିତ। ଛୁଟିରେ ସାଙ୍ଗ ସାଥୀମାନେ ମଉଜ ମଜଲିସରେ ବ୍ୟସ୍ତ ଥିବାବେଳେ ପର୍କିନ ନିଜ ଘରେ ପରୀକ୍ଷାଗାର ସ୍ଥାପନ କରି ରସାୟ ବିଜ୍ଞାନ ପରୀକ୍ଷା କରୁଥିଲେ। ତାଙ୍କ ର ଇଚ୍ଛାଶକ୍ତି ଓ ଜ୍ଞାନ ପିପାସା ମଧ୍ୟ ତାଙ୍କ ସଫ ଳତା ପାଇଁ ଦାୟୀ।

ବୋରନ

ବୋରନ ହେଉଛି ଏକ ରାସାୟନିକ ମୌଳିକ । ଏହାର ପ୍ରତୀକ B ଓ ପରମାଣୁ କ୍ରମାଙ୍କ ୫ ଅଟେ ।

ଇତିହାସ ଓ ନାମକରଣ

  • ଆବିଷ୍କାର- ସାର ହମ୍ପ୍ରେ ଡେଭି, ଜୋସେଫ ଲୁଇସ୍‌ ଗେ ଲୁକାସ,ଲୁଇସ୍‌ ଜାକସ୍‌ ଥେନାର୍ଡ୍‌
  • କେବେ-୧୮୨୮
  • କେଉଁଠି- ଇଁଲଣ୍ଡ/ଫ୍ରାନସ୍‌
  • ଉତ୍ପତି- ବୋରାକ୍ସ ଓ କାର୍ବନରୁ

ଧର୍ମ

ସମସ୍ଥାନିକ

10B [5 neutrons] Abundance: 19.9% Stable with 5 neutron 11B [6 neutrons] Abundance: 80.1% Stable with 6 neutron

ରାସାୟନିକ ଯୌଗିକ

  • ବୋରାକ୍ସ Na2B4O7 - 10H2O ,
  • ବୋରିକ ଏସିଡ୍‌ H3BO3 ,
  • ସୋଡିୟମ୍ ବୋରୋହାଇଡ୍ରାଈଡ୍‌ NaBH4 ,
  • ରେନିୟମ ଡାଇବୋରାଇଡ୍‌ ReB2 ,
  • ସୋଡିୟମ ପର୍‌ବୋରେଟ୍‌ NaBO3 ,

Reactions with air At higher temperatures, boron does burn in air to form boron(III) oxide, B2O3.

4B + 3O2(g)2B2O3(s)

Reactions with halogens Boron reacts vigorously with fluorine, chlorine, and bromine to form boron(III) trihalides.

2B(s) + 3F2(g)2BF3(g)

2B(s) + 3Cl2(g)2BCl3(g)

2B(s) + 3Br2(g)2BBr3(g)

Reactions with acids Crystalline boron does not react with boiling hydrochloric acid (HCl) or boiling hydrofluoric acid (HF). Powdered boron oxidizes slowly when treated with concentrated nitric acid, HNO3.

ଅବସ୍ଥିତି

କେର୍ନାଇଟ୍ ନାମକ ଓରରୁ ଉତ୍ପତି (Na2B4O7.10H2O).

ଆକଳନ କରାଯାଇଛି ଯେ ପୃଥିବୀରେ ଓର୍‌ ଆକାରରେ ଗଛିତ ଥିବା ବୋରୋନର ପରିମାଣ ପ୍ରାୟ 1010 କିଲୋଗ୍ରାମ | ଆମେରିକା, ତିବତ, ଚିଲି ଓ ତୁର୍କୀ ମୂଖ୍ୟ ଉପ୍ତାଦନକାରି ଦେଶ | ବହୁଳତା:

  • ବିଶ୍ୱ: 0.001 ppm
  • ସୂର୍ଯ୍ୟ: 0.002 ppm
  • ପୃଥିବୀ ପୃଷ୍ଠ : 950 ppm
  • ସମୁଦ୍ର: 4.41 ppm
  • ମାନବ ଶରୀର

700 ppb by weight 410 ppb by atoms

ବ୍ୟବହାର

  • ବୋରାକ୍ସ Na2B4O7 - 10H2O ,ସାବୁନ, ଡିଟର୍‌ଜେଣ୍ଟ, କୀଟନାଶକ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ |
  • ବୋରିକ ଏସିଡ୍‌ H3BO3 ଆଣବିକ ଶକ୍ତି କେନ୍ଦ୍ରରେ ଫିସିଅନ୍‌ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବାରେ, ଆଣ୍ଟିସେପଟିକ, କୀଟନାଶକ ଓ ଅଗ୍ନିର ପ୍ରଜ୍ୱଳନଶୀଳତାକୁ ହ୍ରାସ କରିବାରେ ବ୍ୟବହାର ହୋଇଥାଏ |
  • ସୋଡିୟମ୍ ବୋରୋହାଇଡ୍ରାଈଡ୍‌ NaBH4 ଔଷଧ ଓ ରାସାୟନିକ ଶିଳ୍ପରେ ବ୍ୟବହୃତ ହୋଇଥାଏ |
  • ରେନିୟମ ଡାଇବୋରାଇଡ୍‌ ReB2 ହିରା କାଟିବାରେ ବ୍ୟବହାର ହୋଇଥାଏ |

ଆଧାର – ବୋରନ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top