ହୋମ / ଶକ୍ତି / ଶକ୍ତି ସାମର୍ଥ / ବ୍ରହ୍ମାଣ୍ଡର ପ୍ରଥମ ନକ୍ଷତ୍ର
ସେଆର କରନ୍ତୁ

ବ୍ରହ୍ମାଣ୍ଡର ପ୍ରଥମ ନକ୍ଷତ୍ର

ବ୍ରହ୍ମାଣ୍ଡର ପ୍ରଥମ ନକ୍ଷତ୍ରର ସୃଷ୍ଟି ୭୦୦ ନିୟୁତ ବର୍ଷ ତଳେ ହୋଇଥିଲା ।

ପ୍ରଥମ ନକ୍ଷତ୍ର

ବ୍ରହ୍ମାଣ୍ଡର ପ୍ରଥମ ନକ୍ଷତ୍ରର ସୃଷ୍ଟି ୭୦୦ ନିୟୁତ ବର୍ଷ ତଳେ ହୋଇଥିଲା   ।  ବୈଜ୍ଞାନିକମାନେ ଏହାର ଯେଉଁ ସୃଷ୍ଟି ସମୟ ଅନୁମାନ କରୁଥିଲେ  । ତା ଠାରୁ ବହୁ ବର୍ଷ ପୂର୍ବେ ଏହି ନକ୍ଷତ୍ରର ଜନ୍ମ ୟୁରୋପୀୟ ମହାକାଶ ଗବେଷଣା ସଂସ୍ଥା ପ୍ଲାଙ୍କ ସ୍ପେସର ଦୂରବୀକ୍ଷଣଯନ୍ତ୍ରରୁ ମିଳିଥିବା ତଥ୍ୟରୁ ଏହା ଜଣାପଡିଛି  । ବ୍ରହ୍ମାଣ୍ଡ ଆଦ୍ୟ କାଳରେ ଏକ ଉତ୍ତପ୍ତ , କଣିକାର ମୌଳିକ ତରଳ ପିଣ୍ଡ ଥିଲା   ।

ଆଲୋକ କଣିକା

ଏଥିରେ ଇଲେକ୍ଟ୍ରୋନ , ପ୍ରୋଟନ ନ୍ୟୁଟ୍ରନ ଓ ଫୋଟନ ଆଦି ରହିଥିଲା   । ଏହାକୁ ଆଲୋକ କଣିକା ବୋଲି କୁହାଯାଏ   । ଏହି ଭଳି ସାନ୍ଦ୍ରତା ବିଶିଷ୍ଟ ପରିବେଶରେ ବ୍ରହ୍ମାଣ୍ଡ ଏକ ଅସ୍ଵଚ୍ଛ କୁହୁଡି ପିଣ୍ଡ ଭଳି ଦେଖାଯାଉଥିଲା   । କାରଣ ଆଲୋକ କଣିକା ଇଲେକ୍ଟ୍ରୋନ ସହ ଧକ୍କା ହେବା ପୂର୍ବରୁ ବିଶେଷ ଦୂରକୁ ଗତିଶୀଳ ହୋଇ ଯାଇପାରୁ ନଥିଲା   । ସୃଷ୍ଟି ପ୍ରକ୍ରିୟା ବ୍ୟାପ୍ତ ହେବା ପରେ  ବ୍ରହ୍ମାଣ୍ଡ ଶୀତଳ ହେବାକୁ ଲାଗିଲା ଏବଂ ଏହାର ଘନତ୍ଵ କମିଲା  ।  ଶେଷରେ ପ୍ରାୟ ୩୮୦,୦୦୦ ବର୍ଷ ବ୍ରହ୍ମାଣ୍ଡ ସ୍ଵଚ୍ଛ ହେଲା   । ଯେତେବେଳେ କଣିକାଗୁଡିକର ସଂଘର୍ଷ ବିସ୍ତୁତ ହେବା ଏବଂ ଫୋଟନ ମୁକ୍ତ ଭାବେ ବିଚରଣ କରିବାରେ ସକ୍ଷମ ହେଲା   । ବର୍ତ୍ତମାନ ସାରା ଆକାଶରେ ଏହି ଜୀବାଶ୍ମ ଆଲୋକ ଦୂରବୀକ୍ଷଣଯନ୍ତ୍ରରେ କସ୍ମିତ ମାଈକ୍ରୋୱେଭ ବ୍ୟାକଗ୍ରାଉଣ୍ଡ ଭାବେ ଦୃଶ୍ୟମାନ ହେଉଛି  । ଆକାଶରେ ଏହାର ବଣ୍ଟନ ଛୋଟ ଛୋଟ ଉତଥାନପଟାଁକୁ ପ୍ରଘଟ ପ୍ରଣାଳୀ ଓ ଜ୍ୟାମିତି ସମ୍ପର୍କରେ ଏଥିରୁ ଅନେକ ତଥ୍ୟ ଜାଣିବାକୁ ମିଳିଛି   । ଇତିହାସରେ ସୃଷ୍ଟି ପ୍ରକ୍ରିୟାର ପ୍ରଥମ ମୂହୁର୍ତ୍ତ ଯେତେବେଳେ ପଦାର୍ଥ ଏକ ବୈଦ୍ୟୁତିକ ନିଷ୍କ୍ରିୟ ଅବସ୍ଥାରେ ରହିଥିଲା । ଏହାର କିଛି ବର୍ଷପରେ ଏହି  ପରମାଣୁଗୁଡିକ ଏକତ୍ରିତ ହୋଇ ଶେଷରେ ପ୍ରଥମ ପିଢିର ନକ୍ଷତ୍ରଗୁଡିକର ସୃଷ୍ଟିର କାରଣ ପାଲଟିଥିଲା   । ବୈଜ୍ଞାନିକମାନେ ଏହାକୁ “ ଇପୋ ଅଫ ଋଆୟୋନାଇଜେଶନ “ ଭାବେ ଅଭିହିତ କରିଛନ୍ତି   ।

ଆଧାର – ଧରିତ୍ରୀ

1.66666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top