অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାଧ୍ୟାକର୍ଷଣ ତରଙ୍ଗ କହିବ କୃଷ୍ଣଗର୍ତ୍ତର ଜନ୍ମ

ମାଧ୍ୟାକର୍ଷଣ ତରଙ୍ଗ କହିବ କୃଷ୍ଣଗର୍ତ୍ତର ଜନ୍ମ

କୃଷ୍ଣଗର୍ତ୍ତର ଜନ୍ମ

ମହାକାଶରେ ଆୟତ୍ତ କରାଯାଇଥିବା ମାଧ୍ୟାକର୍ଷଣ ତରଙ୍ଗ ବ୍ରହ୍ମାଣ୍ଡର କେତେକ ବୃହତ୍ କୃଷ୍ଣଗର୍ତ୍ତର ଜନ୍ମ ବୃତ୍ତାନ୍ତ ସମ୍ପର୍କରେ ସୂଚନା ଦେବ ।  ବ୍ରିଟେନସ୍ଥିତ ଦୁର୍ହାମ ବିଶ୍ଵବିଦ୍ୟାଳୟର  ଗବେଷକଙ୍କ ନେତୃତ୍ଵରେ ବୈଜ୍ଞାନିକମାନେ ବ୍ରହ୍ମାଣ୍ଡ ସମ୍ପର୍କିତ ପୁନଃ ସୃଷ୍ଟି ପ୍ରକ୍ରିୟା ନେଇ ବିସ୍ତୃତ ଅନୁଧ୍ୟାନ କରିଥିଲେ । ବୃହଦାକାର କୃଷ୍ଣଗର୍ତ୍ତଗୁଡିକ ମଧ୍ୟରେ ଧକ୍କା ହେବା ଫଳରେ କିପରି ମାଧ୍ୟାକର୍ଷଣ ତରଙ୍ଗ ଓ କ୍ଷୁଦ୍ର ତରଙ୍ଗ ସୃଷ୍ଟି ହୋଇଥିଲା, ଏଥିରେ ସେମାନେ ତାହା ଜାଣିବାକୁ ଚେଷ୍ଟା  କରିଥିଲେ । ପ୍ରାୟ ୧୩ ବିଲିୟନ ବର୍ଷ ପୂର୍ବେ ସୃଷ୍ଟି ହୋଇଥିବା  କୃଷ୍ଣଗର୍ତ୍ତଗୁଡ଼ିକ କେଉଁ ଆଦ୍ୟ ପିଣ୍ଡର ବିଜରୁ ପ୍ରାଥମିକ ଅବସ୍ଥାରେ ବଢିଛନ୍ତି  ସେ ସମ୍ପର୍କରେ ଏହି ତରଙ୍ଗଗୁଡିକର ବିସ୍ତାର ଓ ବାରମ୍ବାରତା ତଥ୍ୟ ପ୍ରଦାନ କରିବ । ଏଥିସହ କେଉଁ କାରଣରୁ ଓ କେଉଁଠି ସେଗୁଡ଼ିକ ସୃଷ୍ଟି ହୋଇଛନ୍ତି ସେ ନେଇ ମଧ୍ୟ ସଙ୍କେତ ଦେବ ବୋଲି ଗବେଷକମାନେ କହିଛନ୍ତି ।

ଇଏଜିଏଲ୍ଇ ପ୍ରକଳ୍ପ ଦ୍ଵାରା ମିଳିତ ଅନୁଧ୍ୟାନ

ଇଏଜିଏଲ୍ଇ ପ୍ରକଳ୍ପ ସହ କରାଯାଇଥିବା ଏହି ମିଳିତ ଅନୁଧ୍ୟାନର  ଉଦ୍ଦେଶ୍ୟ ହେଉଛି କମ୍ପ୍ୟୁଟରରେ ଏକ ମଡେଲ ବ୍ୟବହାର କରି ଜ୍ଞାତ ବ୍ରହ୍ମାଣ୍ଡ ସମ୍ପର୍କରେ ବାସ୍ତବବାଦୀ ପୁନଃ ସୃଷ୍ଟି ପ୍ରକ୍ରିୟା ଆରମ୍ଭ କରିବା । ଏହାଦ୍ୱାରା ମାଧ୍ୟାକର୍ଷଣ ତରଙ୍ଗର ସଙ୍କେତଗୁଡିକୁ ଗଣନା କରାଯାଇପାରିବ । ଦୁଇଟି ବୃହଦାକାର କୃଷ୍ଣଗର୍ତ୍ତ ପରସ୍ପର ସହ ଧକ୍କା ହେବା ଫଳରେ ସୃଷ୍ଟି ହେଉଥିବା ମାଧ୍ୟାକର୍ଷଣ ତରଙ୍ଗକୁ ମହାକାଶ ଯନ୍ତ୍ରପାତି ଦ୍ଵାରା ପ୍ରତିବର୍ଷ ଚିହ୍ନଟ କରାଯିବ । ଏଭଳି ଏକ ଉପକରଣ ହେଉଛି ଇଭଲଭଡ ଲେଜର ଇଣ୍ଟରଫେରୋମିଟର ସ୍ପେସ୍ ଆଣ୍ଟିନା (ଇନଲଆଇଏସ୍ଏ) ସୂଚକ, ଯାହାକୁ ୨୦୩୪ରେ  ପ୍ରେରଣ କରାଯିବ ।

ଗତ ଫେବୃୟାରୀରେ ଏଲ୍ଆଇଜିଓ ଏବଂ ଭିର୍ଗୋର ମିଳିତ ଆନୁକୂଲ୍ୟରେ  ଭୂତଳ ଉପକରଣ ବ୍ୟବହାର କରାଯାଇ ପ୍ରଥମଥର ପାଇଁ ମାଧ୍ୟାକର୍ଷଣ ତରଙ୍ଗ ଚିହ୍ନଟ କରାଯାଇଥିଲା । ଇଏଲ୍ଆଇଏସ୍ଏ ମହାକାଶରେ ରହିବ । ଭୂମିରେ ରହିବାକୁ ଥିବା ସୂଚକଠାରୁ ଏହା ୨,୫୦,୦୦୦ ଗୁଣ ବଡ । ସୂର୍ଯ୍ୟଙ୍କ ପିଣ୍ଡଠାରୁ  ୧ ନିୟୁତ ଗୁଣ ବଡ କୃଷ୍ଣଗର୍ତ୍ତଗୁଡ଼ିକ ପରସ୍ପର ସହ ଧକ୍କା ହେବା ଫଳରେ  ସୃଷ୍ଟି ହେବାକୁ ଥିବା ନିମ୍ନ  ବାରମ୍ବାରତାର ମାଧ୍ୟାକର୍ଷଣ ତରଙ୍ଗକୁ ଏହା ଚିହ୍ନଟ କରିବାରେ ସକ୍ଷମ ହେବ ବୋଲି ଆଶା କରାଯାଉଛି । ଆଧ୍ୟାକର୍ଷଣ ତରଙ୍ଗ ସମ୍ପର୍କରେ ପ୍ରଥମେ ୧୦୦ ବର୍ଷ ତଳେ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍ ତାଙ୍କ ଆପେକ୍ଷିକ ସିଦ୍ଧାନ୍ତରେ  ସୂଚନା ଦେଇଥିଲେ ।

ଆଧାର – ଦୈନିକ ଧରିତ୍ରୀ

Last Modified : 1/16/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate