ସେଆର କରନ୍ତୁ

ସମୁଦ୍ର

ସମୁଦ୍ର ହେଉଛି ଅସରନ୍ତି ଶକ୍ତିର ଏକ ଭଣ୍ଡାର । ନବୀକରଣ ଯୋଗ୍ୟ ଶକ୍ତି ହୋଇଥିବାରୁ, ଭବିଷ୍ୟତର ଶକ୍ତି ଜନିତ ସମସ୍ୟାର ସମାଧାନ କରିବ ।

ସମୁଦ୍ର ହେଉଛି ଲୁଣିଆ ପାଣିର ସମନ୍ୱୟ, ଯାହାକି ସ୍ଥଳଭାଗ ଦ୍ୱାରା ସମ୍ପୂର୍ଣ୍ଣ ଭାବେ କିମ୍ବା ଆଂଶିକ ଭାବେ ଆବଦ୍ଧ ହୋଇଥାଏ । ପୃଥିବୀର ପାଣିପାଗ, ଅଙ୍ଗାରକ ଚକ୍ର, ଯବକ୍ଷାରଯାନ ଓ ଜଳ ଚକ୍ରକୁ ସନ୍ତୁଳିତ ରଖିବାରେ ସମୁଦ୍ରର ଭୂମିକା ରାହିଅଛି । ପୃଥିବୀର ଏହି ସମୁଦ୍ରକୁ ପାଞ୍ଚଟି ମହାସାଗରରେ ବିଭକ୍ତ କରାଯାଇଛି । ସେଗୁଡିକ ହେଉଛି, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର, ଆଟ୍‌ଲାଣ୍ଟିକ ମହାସାଗର, ଆରବ ମହାସାଗର, ଦକ୍ଷିଣ ମହାସାଗର ।

ବର୍ତ୍ତମାନର ସମୟରେ, ପୃଥିବୀର ଉପର ଅଧା ଅଂଶ ପ୍ରାୟ ସମାନ ଭାବରେ ସ୍ଥଳ ଭାଗ ଏବଂ ଜଳ ଭାଗ ମଧ୍ୟରେ ବିଭକ୍ତ ହୋଇ ରହି ଅଛି (୨:୩ ଅନୁପାତ) । କିନ୍ତୁ ଦକ୍ଷିଣରେ ଥିବା ଅଧା ଅଂଶ ସମୁଦ୍ରରେ ପୂର୍ଣ୍ଣ ହୋଇରହିଅଛି ।

ମଣିଷ ଜୀବନରେ ସମୁଦ୍ରର ଭୂମିକା ବହୁତ ଗୁରୁତ୍ଵପୂର୍ଣ୍ଣ ଅଟେ । ବାଣିଜ୍ୟ, ଯାତାୟତ, ସାମୁଦ୍ରିକ ଶକ୍ତି ଇତ୍ୟାଦିରେ ସମୁଦ୍ରର ଭୂମିକା ବହୁତ ଗୁରୁତ୍ୱ ପୂର୍ଣ୍ଣ ।

ସଂଜ୍ଞା

ସମୁଦ୍ର ହେଉଛି ପ୍ରଚୁର ପରିମାଣର ଲୁଣି ପାଣିର ସମନ୍ଵୟ । ସମୁଦ୍ର ଏବଂ ମହାସାଗର ମଧ୍ୟରେ ଏମିତି କିଛି ପାର୍ଥକ୍ୟ ନଥିଲେ ମଧ୍ୟ, ସମୁଦ୍ର ଆକାରରେ ମହାସାଗରଠାରୁ ସାନ ଅଟେ ।

ବସ୍ତୁତତ୍ତ୍ୱ

ବର୍ତ୍ତମାନ ପର୍ଯନ୍ତ ଅବିଷ୍କାର ହୋଇଥିବା ଗ୍ରହମାନଙ୍କ ମଧ୍ୟରୁ, ପୃଥିବୀ ଏକମାତ୍ର ଗ୍ରହ ଯେଉଁଠାରେ ସମୁଦ୍ର ଥିବାର ସଙ୍କେତ ମିଳି ଅଛି । ପୃଥିବୀର ଏହି ସମୁଦ୍ର କେଉଁଠାରୁ ଅସିଛି ତାହା ଆଜି ପର୍ଯ୍ୟନ୍ତ ଏକ ବଡ ରହସ୍ୟ, କିନ୍ତୁ ମହାକାଶରୁ ପୃଥିବୀ ଏକ କାଚବାଟି ପାରି ଦେଖାଯାଏ । ପୃଥିବୀର ୧,୩୩୫,୦୦୦,୦୦୦ ଘନକିଲୋମିଟର ଅଧିକାର କାରିଥିବା ସମୁଦ୍ର, ପୃଥିବୀର ସମୁଦାୟ ଜଳର ୯୭ ପ୍ରତିଶତ ଅଟେ ଏବଂ ସମଗ୍ର ପୃଥିବୀର ୭୦ ପ୍ରତିଶତରୁ ଅଧିକ ଏହି ସମୁଦ୍ର ଦ୍ୱାରା ଘୋଡ଼ାଇ ହୋଇ ରହିଅଛି ।

ସମୁଦ୍ର ଜଳ

Solutes in seawater at 35‰ salinity

ଲବଣ

% ପାଣି
(by mass)

% ସମୁଦାୟ
solutes

କ୍ଲୋରାଇଡ

19

.3

55

.0

ସୋଡିୟମ

10

.8

30

.6

ସଲଫର

2

.7

7

.7

ମ୍ୟାଗନେସିଅମ

1

.3

3

.7

କ୍ୟାଲସିୟମ

0

.41

1

.2

ପୋଟାସିୟମ

0

.40

1

.1

ବାଇକାର୍ବୋନେଟ

0

.10

0

.4

ବ୍ରୋମାଇଡ଼ିସ

0

.07

0

.2

କାର୍ବୋନେଟ

0

.01

0

.05

ଷ୍ଟ୍ରାଟିୟମ

0

.01

0

.04

ବୋରେଟ

0

.01

0

.01

ଫ୍ଲୋରାଇଡ

0

.001

0

.01

ଅନ୍ୟାନ୍ୟ

0

.001

0

.01

ସମୁଦ୍ର ଜଳ ବହୁତ ଲୁଣିଆ, କିନ୍ତୁ ଏହି ଲବଣାଂଶ ସବୁ ସ୍ଥାନରେ ସମାନ ନୁହେଁ । ସମୁଦ୍ର ଜଳରେ ଥିବା ଏହି ଲବଣାଂଶ ମୁଖ୍ୟତଃ ଏହା ମଧ୍ୟକୁ ପ୍ରବାହିତ ହେଉଥିବା ନଦୀ ଗୁଡ଼ିକରୁ ଆସିଥାଏ । ସମୁଦ୍ର ଜଳରେ ସୋଡିୟମ ଏବଂ କ୍ଲୋରାଇଡ଼ର ମାତ୍ର ୮୫ ପ୍ରତିଶତ ଅଟେ । ଅନ୍ୟ ଦ୍ରବୀଭୂତ ପଦାର୍ଥ ଗୁଡିକ ମଧ୍ୟରୁ ଧାତଵ ଅୟନ ଯଥା ମଗ୍ନେଶୀୟମ, କଲେସିୟମ, ସଲ୍ଫଏଟ, କାର୍ବୋନେଟ ଅନ୍ୟତମ । ସମୁଦ୍ର ଜଳ ଶରୀର ପକ୍ଷେ କ୍ଷତିକାରକ ନ ହେଲେ ମଧ୍ୟ ଏହା ପାନୀୟ ଯୋଗ୍ୟ ନୁହେଁ । ଏହି ଜଳ ସିଧା ସଳଖ ଭାବେ କୌଣସି ଚାଷ କାମରେ ମଧ୍ୟ ବ୍ୟବହାର କରିହେବ ନାହିଁ ।

ସମୁଦ୍ର ଜଳରେ ଏହି ଲବନାଂଶର ଭିନ୍ନତା ଭିନ୍ନ ଭିନ୍ନ କାରଣରୁ ଆସିଥାଏ । ଉଦାହରଣ ସ୍ଵରୂପ ଏହା ମଧ୍ୟକୁ ପ୍ରବାହିତ ହେଉଥିବା ନଦୀ, ସବୁ ସମୟରେ ତରଳୁଥିବ ବରଫ, ସମୁଦ୍ର ମଧ୍ୟରେ ପ୍ରବାହିତ ହେଉଥିବା ବୈଦ୍ୟୁତିକ ଶକ୍ତି ଇତ୍ୟାଦି । ଯାହାସବୁକି ତାପମାତ୍ରା, ପବନର ସ୍ରୋତ ଏବଂ ସମୁଦ୍ରର ଢେଉ ଯୋଗୁଁ ପ୍ରଭାବିତ ହୋଇଥାଏ ।

ସମୁଦ୍ରର ତାପମାତ୍ରା ମୁଖ୍ୟତଃ ସୂର୍ଯ୍ୟକିରଣ ଉପରେ ନିର୍ଭର କରିଥାଏ । ଯେତେ ପରିମାଣର ସୂର୍ଯ୍ୟକିରଣ ସମୁଦ୍ର ନେଇଥାଏ ସେହି ଅନୁସାରେ ଏହାର ତାପମାତ୍ରାର ପରିବର୍ତ୍ତନ ହୋଇଥାଏ ।

ସମୁଦ୍ର ଢେଉ

ସମୁଦ୍ରରେ ସୃଷ୍ଟି ହୋଇଥିବା ତରଙ୍ଗମାନଙ୍କ ଯୋଗୁଁ ସମୁଦ୍ରରେ ଢେଉ ଅର୍ଥାତ ଲହରୀର ସୃଷ୍ଟି ହୋଇଥାଏ । ଏହି ତରଙ୍ଗ ଗୁଡିକ ମୁଖ୍ୟତଃ ସମୁଦ୍ର ଉପରେ ପ୍ରବାହିତ ହେଉଥିବା ପବନ ଏବଂ ସମୁଦ୍ରର ଜଳସ୍ତର ମଧ୍ୟରେ ସୃଷ୍ଟି ହେଉଥିବା ଘର୍ଷଣ ଶକ୍ତିରୁ ଜାତ ହୋଇଥାଏ ।

ସୁନାମୀ ଏକ ପ୍ରାକୃତିକ ଢେଉ ଯାହାକି ସମୁଦ୍ର ମଧ୍ୟରେ ଭୂମିକମ୍ପ ଯୋଗୁଁ ସୃଷ୍ଟି ହୋଇଥାଏ । ଏହି ଘଟଣା ଗୁଡିକ କିଛି ସମୟପାଇଁ ସମୁଦ୍ରସ୍ଥରକୁ ଉପରକୁ କିମ୍ବା ତଳକୁ କରିଦେଇଥାନ୍ତି ।

ସମୁଦ୍ର କୂଳ

ଯେଉଁଠି ସମୁଦ୍ର ଏବଂ ସ୍ଥଳଭାଗ ଏକାଠି ହୋଇଥାନ୍ତି, ତାହାକୁ ସମୁଦ୍ରକୂଳ ବୋଲି କୁହାଯାଏ ।

ଜଳଚକ୍ର

ଜଳଚକ୍ରକୁ ସୁଚାର ରୂପରେ ଚଳାଇବାରେ ସମୁଦ୍ରର ଭୂମିକା ବହୁତ ଗୁରୁତ୍ଵପୂର୍ଣ୍ଣ ଅଟେ । ସମୁଦ୍ର ଜଳ ସୂର୍ଯ୍ୟକିରଣରେ ବାଷ୍ପୀଭୂତ ହୋଇ, ଉପରକୁ ଯାଇଥାଏ । ଏହି ବାଷ୍ପ ଉପରେ ଘନୀଭୂତ ହୋଇ ମେଘର ସୃଷ୍ଟି କରି ଥାଏ । ଏହି ମେଘ ପରବର୍ତ୍ତୀ ସମୟରେ ବର୍ଷାର ରୂପ ନେଇ ପୃଥିବୀ ପୃଷ୍ଟକୁ ଫେରି ଆସିଥାଏ । ଏହି ଚକ୍ରକୁ ଜଳଚକ୍ର ବୋଲି ମଧ୍ୟ କୁହା ଯାଏ ।

ସମୁଦ୍ର ମଧ୍ୟରେ ଜୀବନ

ସମୁଦ୍ର ହେଉଛି ଜୀବନର ଏକ ଗନ୍ତାଘର । ସମୁଦ୍ରରେ ଥିବା ଜୀବ ମାନଙ୍କ ସଂଖ୍ୟା ଅସରନ୍ତି ଅଟେ । ପୁଣି ପ୍ରତିବର୍ଷ ଏହି ସଂଖ୍ୟାରେ ପରିବର୍ତ୍ତନ ଆସି ଥାଏ । ଏବେ ମଧ୍ୟ ଏପରି ଅନେକ ସାମୁଦ୍ରିକ ଜୀବ ଅଛନ୍ତି ଯେଉଁମାନେକି ଆଜି ଯାଏଁ ଆବିଷ୍କାର ହୋଇନାହାଁନ୍ତି ।

ମଣିଷ ଓ ସମୁଦ୍ର

ମାନବ ଇତିହାସରେ ସମୁଦ୍ରର ଭୂମିକା ବହୁତ ଗୁରୁତ୍ୱ ପୂର୍ଣ୍ଣ । ପୁରାତନ କାଳରେ ମଣିଷ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବାପାଇଁ ସମୁଦ୍ରର ବ୍ୟବହାର କରୁଥିଲେ । ଓଡ଼ିଶାର ବଣିକମାନେ ଜାଭା, ସୁମାତ୍ରା ଅଦି ଦ୍ଵୀପକୁ ଯାଇ ବ୍ୟବସାୟ ବାଣିଜ୍ୟ କରିବା କଥା ପୁରାଣରେ ଲେଖା ଅଛି ।

ବାଣିଜ୍ୟ

ମାନବ ଇତିହାସର ପ୍ରଥମ ଅଧ୍ୟାୟରୁ ଜଳପଥରେ ବାଣିଜ୍ୟ ଏକ ସାଧାରଣ କଥା ବୋଲି ରହିଆସିଅଛି । ଏହି ଜଳପଥ ପ୍ରାଚୀନ ସମୟରେ ଭାରତକୁ ଜାଭା, ସୁମାତ୍ରା ଭଳି ସୁଦୂର ଦ୍ଵୀପ ମାନଙ୍କ ସହ ସଂଯୁକ୍ତ କରୁଥିଲା । ଏହି ଜଳ ପଥ ଦେଇ, ଉତ୍କଳର ବଣିକମାନେ ସେହିସବୁ ଦେଶଗୁଡିକ ସାଙ୍ଗରେ ବ୍ୟବସାୟ ବାଣିଜ୍ୟ କରୁଥିଲେ ।

ବର୍ତ୍ତମାନ ପ୍ରଚୁର ପରିମାଣର ସାମଗ୍ରୀ ଏହି ସମୁଦ୍ର ଦେଇ, ଅନ୍ୟ ଦେଶମାନଙ୍କ ସହ ଆଦାନ ପ୍ରଦାନ ହେଉଅଛି । ଆକାଶପଥରେ ବୃହତକାୟ ସାମଗ୍ରୀ ନେବା ବିପଦ ସଂକୁଳ ହେଉଥିବାରୁ ବ୍ୟବସାୟୀମାନେ ଜଳୀୟ ମାର୍ଗର ବ୍ୟବହାର କରିଥାନ୍ତି । ଆଜି ସମୟରେ ଏହି ଜଳପଥରେ ପ୍ରତିବର୍ଷ $୪୦ ହଜାର କୋଟିର ବ୍ୟବସାୟ ହେଉଅଛି ।

ଗମନାଗମନ

ପୁରାତନ କାଳରୁ ସମୁଦ୍ରକୁ ଗମନାଗମନର ପଥ ଭାବରେ ବ୍ୟବହାର କରାଯାଉଅଛି । ଆଗ କାଳରେ ଲୋକମାନେ ଛୋଟ ଛୋଟ ଡଙ୍ଗାକୁ ବ୍ୟବହାର କରି ସମୁଦ୍ରରେ ଯାତାୟତ କରୁ ଥିଲେ କିନ୍ତୁ ଆଜିକାଲି ବଡ଼ ବଡ଼ ଜାହାଜ ମାନଙ୍କରେ ଏହି ଗମନାଗମନ ହେଉଛି ।

ସାମୁଦ୍ରିକ କ୍ରୀଡା

ଆଜିକାଲି ସାମୁଦ୍ରିକ କ୍ରୀଡା ଯୁବପୀଢିଙ୍କ ଏକ ମନ ପସନ୍ଦର କାମ ହୋଇ ଗଲାଣି । ଯୁବପିଢି ଏହି ସମୁଦ୍ରରେ ମାଛ ଧରିବା ଠାରୁ ଆରମ୍ଭ କରି, ପାୱର ବୋଟିଙ୍ଗ ଭଳି ଭିନ୍ନ ଭିନ୍ନ କୌତୁହଳ ପୂର୍ଣ୍ଣ କାମ ଗୁଡିକ କରୁଛନ୍ତି । ସମୁଦ୍ରରେ ପହଁରିକି ସମୁଦ୍ର ଭିତରେ ଥିବା ଜିନିଷ ମାନଙ୍କ ବିଷୟରେ ଜାଣିବା ଅଧିକାଂଶଙ୍କ ହବି ହୋଇଗଲାଣି ।

ସାମୁଦ୍ରିକ ଶକ୍ତି

ସମୁଦ୍ର ହେଉଛି ଅସରନ୍ତି ଶକ୍ତିର ଏକ ଭଣ୍ଡାର । ଏହି ଶକ୍ତି ମୁଖ୍ୟତଃ ଜୁଆର, ଭଟ୍ଟା ଏବଂ ସମୁଦ୍ରର ଢେଉ ଯୋଗୁଁ ଉତ୍ପନ୍ନ ହୋଇ ଥାଏ । ନବୀକରଣ ଯୋଗ୍ୟ ଶକ୍ତି ହୋଇଥିବାରୁ, ଭବିଷ୍ୟତର ଶକ୍ତି ଜନିତ ସମସ୍ୟାର ସମାଧାନ କରିବାରେ ସମୁଦ୍ର ଏକ ମୁଖ୍ୟ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଅଛି ।

ଆଧାର -

  1. "୫ ସମୁଦ୍ର ସୂଚନା"

ଅଧିକ ସୂଚନାପାଇଁ

  1. "ସାମୁଦ୍ରିକ ବାତାବରଣ
3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top