অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କାର୍ଯ୍ୟକ୍ଷମ ହେବ ମିନେରାଲ ଏକ୍ସପ୍ଲୋରେଶନ କର୍ପୋରେଶନ

କାର୍ଯ୍ୟକ୍ଷମ ହେବ ମିନେରାଲ ଏକ୍ସପ୍ଲୋରେଶନ କର୍ପୋରେଶନ

ଉପକ୍ରମ

ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ରାଜ୍ୟ ମିନେରାଲ ଏକ୍ସପ୍ଲୋରେଶନ କର୍ପୋରେଶନ । ଏଥିପାଇଁ ଖଣି ବିଭାଗ ଅର୍ଥ ଓ ଅନ୍ୟ ବିଭାଗମାନଙ୍କ ପରାମର୍ଶ ଲୋଡିଛି । ଏହି କର୍ପୋରେଶନ ମାଧ୍ୟମରେ ଖଣି ଅଞ୍ଚଳ ଚିହ୍ନଟ ସାଙ୍ଗକୁ ଖଣିଜ ସମ୍ପଦର ପରିମାଣ ଓ ଏହାର ଗ୍ରେଡ ସମ୍ପର୍କରେ ଅନୁଧ୍ୟାନ କରାଯିବ । ଖଣି ଚିହ୍ନଟ ହେବା ପରେ ସରକାର ଏହାକୁ ଜି – ୩ ଲେଭଲରୁ ଜି -୨ ଲେଭଲକୁ ଆଣିବା ଦିଗରେ ପଦକ୍ଷେପ ନେବେ । ରାଜ୍ୟରେ ଖଣି ନିଲାମି ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିବା ସହ ନୂଆ ଖଣି ଚିହ୍ନଟ ଉପରେ ସରକାର ଗୁରୁତ୍ଵ ଦେଉଛନ୍ତି ବୋଲି ରାଜ୍ୟ ଖଣି ସଚିବ ଆର.କେ . ଶର୍ମା କହିଛନ୍ତି ।

ଯୋଜନାର ଲକ୍ଷ୍ୟ

ଯୋଜନାର ଲକ୍ଷ୍ୟ ରାଜ୍ୟ ସରକାର ଆସନ୍ତା ୨ ରୁ ୩ ମାସ ମଧ୍ୟରେ ମିନେରାଲ ଏକ୍ସପ୍ଲୋରେଶନ କର୍ପୋରେଶନ କୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେହିଭଳି ଅନୁସନ୍ଧାନ ପ୍ରକ୍ରିୟା ପରେ ଖଣିଜ ପଦାର୍ଥ ତୁରନ୍ତ ନିଲାମି ପାଇଁ ମଧ୍ୟ ପଦକ୍ଷେପ ନିଆଯିବ । ଏହାଦ୍ଵାରା ବହୁ ସଂଖ୍ୟାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିପାରିବ । ପ୍ରତି ଖଣିର କଞ୍ଚାମାଲର ଗୁଣବତ୍ତା ଜାଣିଆ ପରେ ରାଜ୍ୟ ସରକାର ନିଲାମ ପାଇଁ ନିଷ୍ପତି ନେବେ ବୋଲି ସେ କହିଥିଲେ । ରାଜ୍ୟର ୧୧ ଟି ସ୍ଥାନରେ ଖଣିଜ ପଦାର୍ଥ ଅନୁସନ୍ଧାନ ହୋଇଥିଲା , ଯାହାକୁ ରାଜ୍ୟ ସରକାର ପରବର୍ତ୍ତୀ ସମୟରେ ନିଲାମ କରିଥିଲେ । ଚଳିତବର୍ଷ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁସନ୍ଧାନ ପାଇଁ ନିଷ୍ପତି ନିଆଯାଇଛି । ଏଥିପାଇଁ ପ୍ରାରମ୍ଭିକ ପ୍ରସ୍ତୁତିଭାବେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୦୧୫-୧୬ ବର୍ଷରେ ହୋଇଥିବା ଖଣିଜ ଅନୁସନ୍ଧାନ ସମ୍ପର୍କରେ ଆଲୋଚନା କରାଯିବ ସହ ଆସନ୍ତା ବର୍ଷ ଅର୍ଥାତ ୨୦୧୬-୧୭ ବର୍ଷ ପାଇଁ ଯୋଜନା ପ୍ରସ୍ତୃତ କରାଯାଇଥିଲା । ଜି-୨ ଲେଭଲରେ କାମ କରିବାକୁ ଯାଉଛୁ । ପୂର୍ବରୁ ଜି-୩ ଲେଭଲରେ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଏଥର ଜି-୨ରେ ହେବ । ଏହା ଦ୍ଵାରା ଅନୁସନ୍ଧାନ ପ୍ରକ୍ରିୟା ପୂର୍ବାପେକ୍ଷା ଅଧିକ ଠିକ ଭାବେ ହୋଇପାରିବ ସରକାରଙ୍କ ନିଷ୍ପତି ଅନୁଯାୟୀ ଡିଟେଲ ଏକ୍ଳପ୍ଲୋରେଶନ ହେବ । ୨୦୦ ମିଟର ମଧ୍ୟରେ ବୋର ହ୍ଵିଲର ଦ୍ଵାରା ଡ୍ରିଲିଂ କରାଯିବା ଦ୍ଵାରା ଠିକ ତଥ୍ୟ ମିଳିବ ଏବଂ ଏକ୍ଳପ୍ଲୋରେଶନ ପାଇଁ ବ୍ଲକ ପ୍ରସ୍ତୁତି ହେବ । ଓଡିଶାରେ ପ୍ରଚୁର ଖଣିଜ ସମ୍ପଦ ଭରି ରହିଛି । ଲୁହାପଥର , ମାଙ୍ଗାନିଜ , କ୍ରୋମାଇଟ , କୋଇଲା, ସମୁଦ୍ର ବେଳାଭୂମିରେ ଭାରି ଖଣିଜପଦାର୍ଥ ହୀରା ରତ୍ନ ପଥର ପ୍ରଭୃତିର ଆକଳନ କରି ଓଡିଶାରେ ଖଣିଜ ସମ୍ପଦ ବୃଦ୍ଧି କ୍ଷେତ୍ରରେ ଭୂତତ୍ଵ ନିର୍ଦ୍ଦେଶାଳୟ ବେଶ ସଫଳତା ଅର୍ଜନ କରିଛି । ବିଭିନ୍ନ ଘରୋଇ ସଂସ୍ଥାମାନଙ୍କ ଆବେଦନ ଏବଂ ଚାହିଦାକୁ ଦୃଷ୍ଟିରେ ରଖି ଲୁହାପଥର, କ୍ରୋମାଇଟ, ଚୂନପଥର, ନିର୍ଦ୍ଦେଶାଳୟ ଅଧିକ ଫୋକସ କରୁଛି ।

ଆଧାର-ଶକ୍ତି ବିଭାଗ

Last Modified : 2/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate