ହୋମ / ଶକ୍ତି / ଶ୍ରେଷ୍ଠ ପ୍ରଚଳନ / କିଆଫୁଲରୁ ଅତର ଏକ ନୂତନ ସମ୍ଭାବନା
ସେଆର କରନ୍ତୁ

କିଆଫୁଲରୁ ଅତର ଏକ ନୂତନ ସମ୍ଭାବନା

କିଆଫୁଲରୁ ଅତର ଏକ ନୂତନ ସମ୍ଭାବନା ର ସୂଚନା

ଅତର ପ୍ରସ୍ତୁତ

ପୁରୁଷ କିଆଫୁଲରୁ କିଆ ଅତର ପ୍ରସ୍ତୁତ କରଜାଏ   । ଭାରତରେ ବ୍ୟବହୃତ ଏହି ଅତରର ପ୍ରାୟ  ୯୦ ଭାଗ ଓଡିଶାର ଗଞ୍ଜାମ ଜିଲ୍ଲାରେ ମିଳିଥାଏ   । ଗଞ୍ଜାମ ଜିଲ୍ଲାର ଛତ୍ରପୁର,ବ୍ରହ୍ମପୁର, ଗୋପାଳପୁର ରଙ୍ଗାଇଲୁଣ୍ଡା ଓ କେଲୁଆ ପଲ୍ଲୀରେ ଏହି ଅତର ପ୍ରସ୍ତୁତ କରାଯାଏ   ।  ପ୍ରାୟ ୨୦୦ ବର୍ଷ ତଳେ ପ୍ରଥମେ ଉତ୍ତର ଭରତରୁ ମୁସଲମାନମାନେ ଓଡିଶାକୁ ଆସି ଅତର ପ୍ରସ୍ତୁତ ଆରମ୍ଭ କରିଥିଲେ  । ବର୍ତ୍ତମାନ ପ୍ରାୟ ଦୁଇ ଟନ କିଆଫୁଲ ଅତର ଆମ ରାଜ୍ୟରେ ଉତ୍ପାଦିତ ହେଉଛି   ।  ଏହା ବ୍ୟତୀତ   ୨୦ ଟନ କିଆଫୁଲରୁ ସୁବାସିତ ପାଣି ତିନି କିଲୋ ସୁଗନ୍ଧ ତଳେ ମଧ୍ୟ ଏହି ଫୁଲରୁ ମିଳିଥାଏ   ।  ଏହି ଅତରର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି   ।  କାରଣ ଏହା ବେଶୀ ପରିମାଣରେ ଆରବ ଦେଶକୁ ରପ୍ତାନି କରାଯାଇଥାଏ ଓ ପ୍ରାୟ ତିରିଶ କୋଟି ଟଙ୍କା ଆମକୁ ଏହି ଶିଳ୍ପରୁ ମିଳିଥାଏ   ।

ଓଡିଶାରେ ଉତ୍ତର ଭାରତର ଏକ କ୍ଷୁଦ୍ର ଗୋଷ୍ଠୀ ଏହି କିଆଫୁଲ ସଂଗ୍ରହ କରୁଥିଲେ ଏବଂ ପାତନ ପ୍ରଣାଳୀ ଦ୍ଵାରା ପୁରାତନ ଉପକରଣ ସାହାଯ୍ୟରେ ଏହି ଫୁଲରୁ ତେଲ , ଅତର ଓ କିଆପାଣି ଇତ୍ୟାଦି ପ୍ରସ୍ତୁତ କରୁଥିଲେ  , କିଆ ଏକ ବୁଦାଜାତୀୟ ଗଛ   ।  ଏହାର ଅଣ୍ଡିରା ଫୁଲରୁ ୨୦୦ ବର୍ଷ ତଳେ ପାତନ ପ୍ରଣାଳୀରେ ପ୍ରସ୍ତୁତିକାରଣ କାର୍ଯ୍ୟ ପ୍ରଥମେ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର , ଛତ୍ରପୁର ଓ ସହର ତାଳି ଅଞ୍ଚଳରେ ଆରମ୍ଭ ହୋଇଥିଲା  ।  ଗାଜିପୁର,ଲକ୍ଷ୍ନୌ ଓ ଉତ୍ତର ଭାରରୁ କେତେକ ବ୍ୟକ୍ତି ଆସି ଏହି ଅତର କାମ ଆରମ୍ଭ କରିଥିଲେ  । ଅନୁମାନ କରଜାଏ ଯେ ପ୍ରାୟ  ୩୦-୪୦ ନିୟୁତ କିଆଫୁଲ କେବଳ ଗଞ୍ଜାମ ଜିଲ୍ଲାରେ ଅତର ତିଆରି କରିବାରେ ବ୍ୟବହୃତ ହୋଇଥାଏ ଏବଂ ମୋଟ କିଆ –ଅତରର ଉତ୍ପାଦନ  ୯୦ ପ୍ରତିଶତ ଅଟେ   । ବଳକା  ୧୦ ପ୍ରତିଶତ ଅନ୍ୟାନ୍ୟ ରାଜ୍ୟ ଯଥା –ଆନ୍ଧ୍ରପ୍ରଦେଶ , ତାମିଲନାଡୁ ଓ ଅନ୍ୟ ରାଜ୍ୟମାନଙ୍କରୁ ସଂଗୃହିତ ହୋଇଥାଏ   ।

ପ୍ରସ୍ତୁତି ପ୍ରଣାଳୀ

ଏହି କିଆଗଛ ଗୁଡିକ ବୁଡା ବୁଡା ହୋଇ ରାସ୍ତାର ଦୁଇ କଡରେ , ଶସ୍ୟକ୍ଷେତ୍ରର ହୁଡା ହିସାବରେ , ନଦୀକୁଳ ଓ କେନାଲ ବନ୍ଧ ଉପରେ , ନଦୀବନ୍ଧରେ ଓ ସମୁଦ୍ର ବାଲିରେ ଖୁବ ଭଲ ଭାବରେ ବଢିଥାଏ  ।  କିଆଗଛ  ୪ ରୁ ୬ ମିଟର ଯାଏ ଉଚ୍ଚ ହୋଇଥାଏ   । ଗଛର ପତ୍ରଗୁଡିକ ସାଧାରଣତଃ ୦.୯ ମିଟରରୁ  ୧.୫ ମିଟର ପର୍ଯ୍ୟନ୍ତ ଲମ୍ବା ହୋଇଥାଏ   । କିଆଗଛ ଏକ ଭୟ ଲିଙ୍ଗୀ ଉଦ୍ଭିଦ ଓ ଏହାର ଅଣ୍ଡିରା ଫୁଲରେ ବାସ୍ନା ରହିଥାଏ   ।  ଏହି ଫୁଲରୁ ଅତର , ସୁବାସିତ ତେଲ ଓ ସୁବାସିତ ଜଳ ପ୍ରସ୍ତୁତ ହୋଇଥାଏ  ।  ଭାରତର ବିଭିନ୍ନ ପ୍ରଦେଶରେ କିଆବୁଡା ବିକ୍ଷିପ୍ତ ଭାବରେ ଦେଖାଗଲେ ହେଁ ଏହା ଓଡିଶାର ଗଞ୍ଜାମ ଜିଲ୍ଲାରେ ବହୁଳ ଭାବରେ ଦେଖିବାକୁ ମିଳେ ଓ ଗଞ୍ଜାମ ଜିଲା କିଆଫୁଲକୁ ବ୍ୟବସାୟୀକରଣ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି  ।

କିଆଗଚ୍ଚ ବା ବୁଡା ବଢିବା ପାଇଁ ଉଷ୍ମ ମଣ୍ଡଳୀୟ ଅଞ୍ଚଳରେ ଅଧିକ ବୃଷ୍ଟିପ[ଆଟ ଥିବା ଜାଗା ବିଶେଷ ଉପଯୋଗୀ  ।  ଏହି ଗଛରେ ଫୁଲ ଫୁଟିବା ପାଇଁ ୪-୫ ବର୍ଷ ଏବଂ ପରିପକ୍ଵ ହେବା ପାଇଁ  ୧୦-୧୨ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିଥାଏ   ।  ଗୋଟିଏ କିଆବୁଡା ପରିପକ୍ଵ ହେବା ପରେ ସେଥିରେ  ୪୦-୫୦ଟି ଫୁଲ ଫୁଟିଥାଏ  ।  ଗୋଟିଏ କିଆବୁଡା  ବୟସ ପ୍ରାୟ  ୪୦ ବର୍ଷ    । କିଆଗଛରେ ବର୍ଷତମାମ ଫୁଲ ଫୁଟେ  ,  କିନ୍ତୁ ବିଶେଷ କରି ବର୍ଷା ରିତୁରେ ପ୍ରାୟ  ୭୦ ଭାଗ ଫୁଲ ଫୁଟିବାର ଦେଖାଯାଇଥାଏ   ।

କିଆଫୁଲର ମୁଖ୍ୟତଃ ତିନି ଗୋଟି ଉତ୍ପାଦନ ଦ୍ରବ୍ୟ ମିଳିଥାଏ   । ଯଥା – କିଆଫୁଲର ଅତର କିଆଜଳ ଓ  ସୁବାସିତ ସୁଗନ୍ଧ ତେଲ  ।  ଏହି କିଆ ତାର ଚନ୍ଦନତେଲ ସହିତ ମିଶ୍ରିତ ହୋଇଥାଏ   ।  ଏହା ବସ୍ତ୍ର , ପ୍ରସାଧନ ସାମଗ୍ରୀ , ସାବୁନ,କେଶତୈଳ ,  ଶରୀରର ସୌନ୍ଦର୍ଯ୍ୟ ବର୍ଦ୍ଧକ ଦ୍ରବ୍ୟ , ସାବୁନ ତମାଖୁ –ଦ୍ରବ୍ୟ , ଅଗରବତୀ ପ୍ରସ୍ତୁତ କରିବାର ବ୍ୟବହୃତ ହୋଇଟାଏ   ।  ଏହାଛଡା ଖଇର ପ୍ରସ୍ତୁତିକରଣ ଏବଂ ରନ୍ଧାଖାଦ୍ୟ , ମିଠା , ଚିନି ସିରା , ଓ ସ୍ନାନ ତିଆରିରେ ବ୍ୟବହୃତ ହୋଇଥାଏ  ।  ଏହା ବ୍ୟତୀତ କିଆ ଅତର ଆଣ୍ଠୁଗଣ୍ଠି ବାଟ ଓ ମୁଣ୍ଡବିନ୍ଧା ଉପସମ କରିବାର ଔଷଧ ରୂପେ ମଧ୍ୟ ଆବଶ୍ୟକ ହୋଇଥାଏ  । ମୋଟ ଅତର ଉତ୍ପାଦନର  ୫୦ ଭାଗ ହେଲା କିଆଫୁଲ ଅତର   ।  ଏହାର ମୂଲ୍ୟ ପ୍ରାୟ  ୩୦ କୋଟି ଟଙ୍କାରୁ ଊର୍ଦ୍ଦ୍ଵ   ।

କିଆଫୁଲକୁ ହାତ ଦ୍ଵାରା ବା ଏକ ଆଙ୍କୁଡା ଦ୍ଵାରା ତୋଳା ଯାଇଥାଏ  । ଫୁଲ ସଂଗ୍ରହ କାର୍ଯ୍ୟ ଅତି ସକାଳୁ କରାଯାଏ ଓ ଏହାକୁ ଖୋଲା ଝୁଡିରେ ରାଖୀ ସକାଳ ୯ ତା ପୂର୍ବରୁ ଭାଟିକୁ ନିଆଯାଇଥାଏ  । ଫୁଲକୁ ତୋଳି ବେଶୀ ସମୟ ବାହାରେ ରଖିଲେ ଅତରତ ଗୁଣ କମିଯାଏ ବୋଲି ଅନୁମାନ କରାଯାଇଅଛି   । ଅଟାକଳ କରାଯାଇଛି ଯେ ପ୍ରାୟ  ଚାରି କୋଟି ସଂଖ୍ୟକ କିଆଫୁଲରୁ ଅତର ପ୍ରସ୍ତୁତ କରିବା ପାଇଁ  ୧୪୦ ଟି ଭାଟିର ଆବଶ୍ୟକତା ରହିଛି  ।  ବର୍ତ୍ତମାନ କିଆଫୁଲ ସମିତି ଗୋଟାଏ କିଆଫୁଲ ମୂଲ୍ୟ ଛଅଟଙ୍କା ରଖିଛନ୍ତି   ।  ଚାହିଦା ଅନୁସାରେ ଏହି ଫୁଲର ମୂଲ୍ୟ ସମିତି ଦ୍ଵାରା ପରିବର୍ତନ କରଜାଏ  । ଗଞ୍ଜାମ ଜିଲ୍ଲାର ରଙ୍ଗେଈଲୁଣ୍ଡା, ଛତ୍ରପୁର ,ଚିକିଟି ଓ ଗଞ୍ଜାମ ବ୍ଲକରେ  ୧୦୦ ଟି ରାଜସ୍ୱ ଗ୍ରାମକୁ  ଶତକଡା  ୯୦ ଭାଗ କିଆଫୁଲ ଅତର ପ୍ରସ୍ତୁତି ପାଇଁ ସଂଗ୍ରହ କରାଯାଏ  ଓ ବାକି ୧୦ ଭାଗ ଆନ୍ଧ୍ରପ୍ରଦେଶ  ଓ ତାମିଲନାଡୁ ରାଜ୍ୟରୁ ସଂଗୃହିତ ହୋଇଥାଏ   ।

ସ୍ଥାନୀୟ କିଆଫୁଲ ଚାଷର ଉନ୍ନତି ପାଇଁ ଉନ୍ନୟନ ସମିତି ବିଭିନ୍ନ ଜାଗାରେ ଗଠନ କରାଯାଇଛି    ।  ଏହି ସଂଘ କିଆଫୁଲର ଦର ଧାର୍ଯ୍ୟ କରିଥାନ୍ତି  । ୧୯୮୪ ମସିଝାରେ କିଆଫୁଲର ଦାମ  ୬୦ ପଇସା ଥିବା ବେଳେ  ୧୯୯୪ ରେ ଏହା  ୪ ଟଙ୍କା ରୁ ବୃଦ୍ଧି ପାଇଛି , ୧୯୯୮-୯୯ ରେ  ୫ ଟଙ୍କା ୫୦ ପଇସା ,  ଏବଂ  ୨୦୦୭-୧୦ ମସିହାରେ ଏହା ବୃଦ୍ଧି ପାଇ ୧୩ ଟଙ୍କା ହୋଇଥିଲା  , କିନ୍ତୁ ସରକାର ଗୁଟକା କମ୍ପାନୀ ଉପରେ ନିୟନ୍ତ୍ରଣ କରିବା ଦ୍ଵାରା ଦର ହ୍ରାସ ପାଇ ଦର ବର୍ତ୍ତମାନ  ୪ ଟଙ୍କାରୁ  ୬ ଟଙ୍କା ମଧ୍ୟରେ ରହିଛି   ।

ଦେଖାଯାଇଛିଅଛି  ଯେ ୧୦୦ ବର୍ଷରୁ ଊର୍ଦ୍ଦ୍ଵ କିଆଫୁଲ ରାଜସ୍ୱ ଗ୍ରାମ ଓ ପଡାଗ୍ରାମ , ଯେଉଁଠାରେ ଫୁଲ ସଂଗ୍ରହ ଓ ପ୍ରକ୍ରିୟାକରଣ କାର୍ଯ୍ୟ କରାଯାଏ   , ସେହି ଗ୍ରାମର ଲୋକମାନେ ସେମାନଙ୍କର ଚିରାଚରିତ ଚାଷ କାମ –ସହିତ କିଆଫୁଲ ବାବଦରୁ ପ୍ରାୟ  ବର୍ଷକୁ ୨୦ କୋଟି ଟଙ୍କା ରୋଜଗାର କରିଥାଆନ୍ତି  ।  କିଆଫୁଲ ତୋଳିବା , ଭାଟିକୁ ନେବା କାର୍ଯ୍ୟ ମୁଖ୍ୟତଃ ଭୂମିହିନ ଓ କ୍ଷୁଦ୍ରଚାଷୀମାନେ କରନ୍ତି   । ଏତତବ୍ୟତୀତ ଏହି କାମ ବଢି ସକାଳରୁ କରାଯାଉଥିବାରୁ ଦୈନନ୍ଦିନ ଜୀବିକା ପ୍ରତି ଏହା ବାଧା ନ ପହଞ୍ଚାଇ ରୋଜଗାରର ପରିପୂରକ ହୋଇଥାଏ  ।  କିଆଫୁଲ ପ୍ରକ୍ରିୟାକରଣ ସଂସ୍ଥାରେ କୁଶଳୀ ଓ ଅର୍ଦ୍ଧକୁଶଳୀ ଶ୍ରମିକମାନେ କିଆଫୁଲ ସଜାଡିବା , ଗଣିବା , ଗଣିବା , ପାତନ ପ୍ରଣାଳୀ ପରେ ପାତ୍ରକୁ ପରିଷ୍କାର କରିବା ଓ ଭାଟି ଜଳାଇବା ପାଇଁ କାଠ  କାଟିବା ଆଦି କାର୍ଯ୍ୟ କରିଥାନ୍ତି  ।  ଏହି କାର୍ଯ୍ୟରେ  ୧୦୦୦ ଫୁଲର ପାତନ ପାଇଁ ଦୁଇ ସଂଖ୍ୟକ ଶ୍ରମଦିବସ ଲାଗିଥାଏ  ଓ ଏଥିପାଇଁ ବାର୍ଷିକ  ୮୦,୦୦୦ ଶ୍ରମ ଦିବସ ଲାଗିଥାଏ  ।  ଏହି ଗ୍ରାମଗୁଡିକରେ କିଆଫୁଲରୁ ନିୟମିତ ରୋଜଗାର ଆସି ନଥାଏ  , ମାତ୍ର ଅନ୍ୟାନ୍ୟ ଆନୁଷଙ୍ଗିକ ପଣ୍ୟଦ୍ରବ୍ୟର ବଜାର ସୃଷ୍ଟି ହୋଇଥାଏ  , ଯଦିଓ ଗଞ୍ଜାମର ରଙ୍ଗେଈଲୁଣ୍ଡା ବ୍ଲକ ସ୍ଥାନୀୟ ଉଦ୍ୟୋଗୀମାନେ କିଆଫୁଲ କେଶତୈଳ ଅତର , ସୁଗନ୍ଧ ତେଲ ଓ କିଆଜଳ ପ୍ରସ୍ତୁତ କରିଥାଆନ୍ତି , କିଆଫୁଲ ଅତର ପ୍ରସ୍ତୁତ ପାଇଁ ଚନ୍ଦନ ତେଲ ବ୍ୟବହାରର ଏକଚାଟିଆ କାରବାର କେବଳ କନୌଜବାସୀଙ୍କ ଦ୍ଵାରା ପରିଚାଳିତ ଓ ନିୟନ୍ତ୍ରିତ ହୋଇଥାଏ   ।

ପୁରାତନ ପାତନ ପ୍ରଣାଳୀରେ ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରେ ଜିଆଫୁଲରୁ ସୁଗନ୍ଧ ତେଲ ଅତର ଓ ଜିଆଜଳ ପ୍ରସ୍ତୁତ ହେଉଛି  । ପ୍ରଥମେ କିଆଫୁଲକୁ ପରିଷ୍କାର କରାଯାଇ ଏକ ବଡ ତମ୍ବାପାତ୍ରରେ ରଖାଯାଏ  ଓ ପ୍ରତି  ୧୦୦୦ କିଆଫୁଲ ପାଇଁ   ୫୦ ଲିଟର ପାଣି ଦିଆଯାଇଥାଏ  ।  ଏହି ଫୁଲକୁ ପାତ୍ରରେ ରଖିବାରୁ ଆଗ ପାଟରେ କିଛି ନା ରଖାଯାଏ  , ଯାହାଦ୍ଵାରା  ପାତନ ପ୍ରକ୍ରିୟାକରଣ ସମୟରେ କିଆଫୁଲ ପୋଡିଯିବାରୁ ରକ୍ଷା ପାଇଥାଏ   ।  କିଆଫୁଲକୁ ରଖାଯାଇଥିବା ତମ୍ବାପାତ୍ର ଉପରେ ଛିଦ୍ର ଥିବା ଏକ ମାଟି ହାଣ୍ଡିଓଲଟାଇ ରଖାଯାଇଥାଏ  ଓ ଏହା ସହିତ ଏକ ବାଉଁଶନାଲି ସଂଯୁକ୍ତ କରଯାଇଥାଏ  ।  ଏହି ବାଉଁଶନାଲି ତଳେ ଥଣ୍ଡା  ହେଉଥିବା ଚନ୍ଦନ ତେଲରେ ଭାସୁଥିବା ତମ୍ବା ସଙ୍ଗେ ସଂଯୋଗ କରାଯାଏ ଓ ଅତର ସଂଗ୍ରହ ପାଇଁ ଉଦ୍ଧିଷ୍ଟ ପାତ୍ରକୁ ମୁଲତାନି ମାଟି ଦ୍ଵାରା ବିବୃଜ କରଜର  । ପାଣିରେ  ରଖାଯାଇଥିବା କିଆଫୁଲ ପାତ୍ରକୁ କାଠ ଜାଲି ଗରମ କରାଯାଏ   । ଚୁଲି ଜାଳିବା ଦ୍ଵାରା କିଆଫୁଲ ପାଣିରେ ସିଝିଯାଇ ଏହାର ବାସ୍ନା ପାଣିରେ ସିଝିଯାଇ ଏହାର ବାସ୍ନା ପାଣିର ବାମ୍ଫ ସହ ମିଶି ମାଟିପାତ୍ର  ଓ ବାଉଁଶନଳି  ଦେଇ ସଂଗୃହିତ ପାତ୍ରରେ ଠିପି ବନ୍ଦ କରି ତାକୁ ଥଣ୍ଡା କରାଯାଇ ଗୋଟିଏ ରାତି ରଖାଯାଏ   ।  ଏହାଦ୍ଵାରା ସୁଗନ୍ଧଯୁକ୍ତ ବାଷ୍ପୀଭୁତ ଜଳ ଘନିଭୁତ ହୁଏ ଓ ତଳସ୍ତରରେ ଜମିରହେ  । ପାତ୍ରର ନିମ୍ନଭାଗରେ ଥିବା ଜଳ ଏକ ଛିଦ୍ର ମାଧ୍ୟମରେ ସଂଗୃହିତ ଶୀତଳ ପାତ୍ର ମଧ୍ୟକୁ ଗତି କରେ ଓ ପାତ୍ରରେ ରହିଥିବା ଥଣ୍ଡା ଚନ୍ଦନ ତେଲରେ ମିଶି ଅତର ପ୍ରସ୍ତୁତ ହୋଇଥାଏ  ।  ଏହି ପ୍ରକ୍ରିୟା ପ୍ରାୟ  ୪/୫ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ   ।  ଏହାପରେ  ସଂଗୃହିତ ପାତ୍ରରେ ଠିପି ବନ୍ଦ କରି ତାକୁ ଥଣ୍ଡା କରାଯାଇ ଗୋଇଟେ ରାତି ରଖାଯାଏ   ।  ଏହାଦ୍ଵାରା ସୁଗନ୍ଧଯୁକ୍ତ ବାଷ୍ପୀଭୁତ ଜଳ ଘନିଭୁତ ହୁଏ ଓ ତଳସ୍ତରରେ ଜମିରହେ   । ପାତ୍ରର ନିମ୍ନଭାଗରେ ଥିବା ଜଳ ଏକ ଛିଦ୍ର ମାଧ୍ୟମରେ ସଂଗୃହିତ ହୋଇ ବାରମ୍ବାର ବ୍ୟବଆର କରାଯାଏ   ।  କିଆଫୁଲର ସଂଖ୍ୟା ଅନୁଯାୟୀ ଅତରର ମାନ ନିର୍ଦ୍ଧାରିତ ହୋଇଥାଏ  ।  ଏହି ପଦ୍ଧତିରେ ପ୍ରାୟ ୧୦୦,୦୦୦ କିଆଫୁଲ ପାଟନ କରି ଉଚ୍ଚମାନର କିଆ ଅତର ପ୍ରସ୍ତୁତ କରାଯାଇଥାଏ   ।  ଅନେକ ସମୟରେ ଚନ୍ଦନ ତେଲ ବଦଳରେ ଶୋଧିତ ତରଳ ପାରାଫିନ ତେଲ ବ୍ୟବହାର କରାଯାଇ ଅତର ପ୍ରସ୍ତୁତ ହୁଏ  ;ମାତ୍ର ଏହି ଅତର ଚନ୍ଦନପୁର କିଆ ଅତରଠାରୁ କମ ଦାମରେ ବିକ୍ରି ହୁଏ  ।  ଅନେକ ସମୟରେ କିଆଫୁଲ ପାଟନ କରିବା ପୂର୍ବରୁ ସଂଗୃହିତ ଚନ୍ଦନ ତେଲ ସହିତ ଅଳ୍ପ ପରିମାଣର ପାରାରୋଜା ଘାସର ତେଲ ଏଥିରେ ମିଶାଜାଇ ଅତରର ମାନ ବୃଦ୍ଧି କରାଯାଏ   ।

କିଆଫୁଲକୁ ପାଣିରେ ରାଖୀ ଗରମ କରି ନିର୍ଗତ ବାଷ୍ପକୁ ପାଟନ ପ୍ରଣାଳୀରେ ସଂଗ୍ରହ କରାଗଲେ ତାହା ଥଣ୍ଡା ହୋଇ କିଆ ଜଳ ମିଳିଥାଏ   ।  କିଆ ଅତର ଓ କିଆ ପାଣିକୁ ବଡ ବଡ ଦସ୍ତା କଲେଇକରା ଲୁହା ଡ୍ରମରେ ଅଲଗା ଅଲଗା ରଖି ନିବୁଜ କରାଯାଇ ଉତ୍ତର ଭାରତର କନୌ , ଲକ୍ଷ୍ନୌ ପ୍ରଭୁତି ସ୍ଥାନରେ ଥିବା ଅତର ପ୍ରସ୍ତୁତ କରି କମ୍ପାନୀମାନଙ୍କୁ ପଠାଯାଏ  ; ମାତ୍ର ଏହାର ବ୍ୟାବସାୟିକ ଗୋପନୀୟତା ସର୍ବଦା ରକ୍ଷା କରାଯାଇଥାଏ   ।

ଯେ ହେତୁ କିଆ ଅତର ପାଣିରେ ମିଶି ରାହିଜାଏ   , ଏହାର ଉତ୍ପାଦନ ବ୍ୟାବସାୟିକ ଦ୍ରୁଷ୍ଟିରୁ କମ ହୋଇଥାଏ   ।  ପ୍ରାୟ ୧,୦୦,୦୦୦ ସଂଖ୍ୟକ ଫୁଲରୁ ଖୁବ କମ ହେଲେ  ୧ କେଜି ଅତର ଉତ୍ପାଦିତ ହୁଏ ଓ ଏହାର ମୂଲ୍ୟ ବର୍ତ୍ତମାନ ବଜାରରେ ଆନୁମାନିକ ଦୁଇଲକ୍ଷ ଟଙ୍କା ବୋଲି ଅଟାକଳ କରାଯାଇଅଛି  ।  କିଆଫୁଲ ସାଧାରଣତଃ ଲୁଣୀମାଟିରେ ବଢିଥାଏ ଓ ଏହା ମାଟିକୁ ଦୃଷ୍ଟ ଭାବରେ ବାନ୍ଧି ରଖିବାର ସହାୟକ ହୋଇଥାଏ   । ଉପକୂଳବର୍ତ୍ତୀ ଆଞ୍ଚଲରେ କିଆଫୁଲ ବାଡ ଦିଆଯାଇ ବାଲୁକା ସଂରକ୍ଷଣ କରାଜେ  ।  ଏହି ଗଛର ଡାଳ କାଟି ଜୁନରୁ ଅଗଷ୍ଟ ମାସ ମଧ୍ୟରେ ଜମିରେ ଲଗାଯାଏ  । ଗଛର ଫୁଲ ୩ ବା  ୪ ବର୍ଷ ପରେ ବାହାରେ ଗୋଟିଏ ଗଛରୁ ବର୍ଷକୁ ୧୦୦ ଗୋଟି ଫୁଲ ଆମଦାନୀ କରାଜେ   ।  ଏହାର ମୂଲ୍ୟ ପ୍ରାୟ  ୧୦୦ ଟଙ୍କାରୁ ଉର୍ଦ୍ଧ୍ଵ ବୋଲି ଅନୁମାନ କରାଯାଇଅଛି  ।

୧୯୯୦ ମସିହାରେ ଏହି ଗବେଷଣାଗାରରେ ବୈଜ୍ଞାନିକ ଡକ୍ଟର ୱାଇ ରାମଚନ୍ଦ୍ର ରାଓଙ୍କ ନେତୃତ୍ଵରେ ଓ ଅନ୍ୟ ସହଯୋଗୀ ବୈଜ୍ଞାନିକମାନଙ୍କ ତତ୍ବାବଧାନରେ ଏକ ଉନ୍ନତ ଧାରଣର ପାତନ ପ୍ରଣାଳୀ ଅବଲମ୍ବନ କରି କିଆଫୁଲରୁ ଅତର ପ୍ରସ୍ତୁତ କରିବାରେ ସଫଳତା ମିଳିଛି  ।  ଏହି ପଦ୍ଧତିରେ ପ୍ରାୟ ୭୦୦ ଲିଟର ପାଣି ଧରୁଥିବା ଏକ ବୃହତ ଷ୍ଟିଲ ପାତ୍ରରେ ଏକ ସମୟରେ  ୧୦୦୦ କିଆଫୁଲର ଅତର ସଂଗ୍ରହ କରଯାଇପାରିବ  । ଗଞ୍ଜାମ ଜିଲାର ପୁରାତନ ପାତନ ପ୍ରକ୍ରିୟାକୁ ଦ୍ରୁଷ୍ଟିରେ ରଖି ଏହି ଗବେଷଣାଗାରର ବୈଜ୍ଞାନିକମାନେ ଏକ ନୂତନ ପଦ୍ଧତିର ସୂତ୍ରପାଟ କରିବାର ସଫଳ ହୋଇଛନ୍ତି  ।  ଏହି ପ୍ରଣାଳୀକୁ ଗ୍ରାମୀଣ ଅଧିବାସୀମାନେ ପ୍ରୟୋଗ କରି କିଆଫୁଲରୁ ଅଧିକ ଅତର ଉତ୍ପାଦନ କରିପାରିବେ ଓ ଏହାର ମାନ ବଢାଇବାର ସହାୟକ ହେବେ   ।

ଏହି ନୂତନ ପାତନ ପ୍ରକ୍ରିୟାରେ ତମ୍ବାପାତ୍ର ବଦଳରେ ଷ୍ଟିଲ ପାତ୍ର ବ୍ୟବହାର କରାଯାଏ   । ଏହି ପାତ୍ରର ଉଅପର ଅଂସରେ ଦୁଇଟି ଖୋଲା ମୁହଁ ରହିଥାଏ  ।  ଗୋଟିଏ ମୁହଁରେ ପତ୍ର ମଧ୍ୟକୁ କିଆଫୁଲ ଭର୍ତ୍ତି କରାଜେ ଓ କଢାଯାଏ  , ଅନ୍ୟ ମୁହଁରେ ବାଷ୍ପ ନିର୍ଗତ ହେବା ନଳିଟିକୁ ସଂଯୁକ୍ତ କରାଯାଇଥାଏ   । ପାତ୍ରର ତଳଭାଗରେ ଏକ ଛିଦ୍ର ଦ୍ଵାରା ଜମିଥିବା ଜଳକୁ ନିଷ୍କାସିତ କରାଯାଏ  ।  ଏହି ପତ୍ରରେ ଜଳ ସହିତ କିଆଫୁଲ ରଖାଯାଏ ଗରମ କରାଯାଏ   , ମାତ୍ର ଷ୍ଟିଲ ପାତ୍ର ଉପରେ ଆଉ ଏକ ଆବରଣ ଷ୍ଟିଲପାତ୍ର ରଖାଯାଏ ସେଥିରେ ଜଳ ରଖି ଗରମ କରାଯାଏ   ।  ଏହାଦ୍ଵାରା ଉତ୍ତାପକୁ ନିୟନ୍ତ୍ରିତ କରାଯାଏ   ।  ଏହି ଆବରଣ ଥିବା ପାତ୍ରକୁ ଧୂମରହିତ ଜାଳେଣୀ ବ୍ୟବହାର କରାଯାଇ କିଆଫୁଲକୁ ସିଦ୍ଧ କରାଯାଇଥାଏ  ।  ଏହି ପତ୍ର ସହ ଥିବା ଆବରଣର  ୧୬୦ ଲିଟର ଜଳ ଧାରଣ କରିବାର କ୍ଷମତା ରହିଛି   ।  ଏହା ମଧ୍ୟକୁ ଜଳ ପଶିବା ଓ ବାହାରିବାର ଦୁଇଟି ଅଲଗା ଅଲଗା ବାଟ ରହିଅଛି  । ପାତ୍ରରେ ରଖାଯାଇଥିବା ଜଳ ଓ କିଆଫୁଲକୁ ସିଧାସଳଖ ସିଦ୍ଧ କରାନଯାଇ ଆବରଣରେ ଥିବା ଜଳ ସାହାଯ୍ୟରେ ପରୋକ୍ଷ- ସିଦ୍ଧ ପ୍ରକ୍ରିୟାକାରଣ କରାଜେ   ।  ଏହିପଦ୍ଧତିରେ ଜଳ ଓ ଉତ୍ତାପକୁ ନିୟନ୍ତ୍ରଣ କରି ଏହାକୁ ମପା ଯାଇପାରିବ   ।

ଏହି ପଦ୍ଧତିର ପ୍ରୟୋଗ ଦ୍ଵାରା କିଆଫୁଲକୁ ସିଧା ଇନ୍ଧନ ନ ଦେଇ ବାରମ୍ବାର ବ୍ୟବହାର କରିବା ପାଇଁ ଉତ୍ତାପକୁ ନିୟନ୍ତ୍ରଣ କରି ତାପକୁ ମପାଜାଇ କିଆଫୁଲରୁ ଅଧିକ ଅତର ଉତ୍ପାଦନ କରାଯାଇପାରିବ   । ବ୍ୟାବସାୟିକ ଦ୍ରୁଷ୍ଟିରୁ ଅଳ୍ପ ଜାଳେଣୀ ବ୍ୟବହାର ଦ୍ଵାରା ବାଷ୍ପକୁ ନିୟନ୍ତ୍ରଣ କୃ ଏହାର ଚାପକୁ ମପାଜାଇ ଏବଂ ନୂତନ ବୈଜ୍ଞାନିକ ପଦ୍ଧତିରେ ତିଆରି ହୋଇଥିବା ପାତନ ଯନ୍ତ୍ରକୁ ବ୍ୟବହାର କରି ଅଧିକ ଉନ୍ନତ ମାନର ଅତର ପ୍ରସ୍ତୁତ କରାଯାଉଅଛି   । ମାତ୍ର କିଆଫୁଲର ଅଭାବ ଏହି ବୃହତ ଯନ୍ତ୍ରର ଚାହିଦା ଓ ଉପଯୋଗୀତା ମେଣ୍ଟାଇବାରେ ସକ୍ଷମ ହୋଇପାରିବ ନାହିଁ   ।  ତେଣୁ କିଆଫୁଲର ଚାଷ ନିତ୍ୟାନ୍ତ  ଜରୁରୀ  ।  ଏହା ଛଡା ବିଶୁଦ୍ଧ ଚନ୍ଦନତେଲ ଯଥେଷ୍ଟ ପରିମାଣରେ ମିଳୁ ନ ଥିବାରୁ ଅତର ଉତ୍ପାଦନରେ ବାଧା ସୃଷ୍ଟି ହେଉଛି  ।  ଏହା ଉତ୍ତେଜକ ଦ୍ରବ୍ୟଭାବରେ ଆମ ସରକାରଙ୍କ ନିୟନ୍ତ୍ରଣାଧଇଁ ହୋଇଥିବାରୁ ଏହାର ଉତ୍ପାଦନ ଉପରେ ସରକାରଙ୍କ କଟକଣା ମଧ୍ୟ ରହିଛି   ।

ଉପସଂହାର  :- କିଆଫୁଲରୁ ଅତର ତିଆରି ଏକ ଲାଭଜନକ ବ୍ୟବସାୟ   । ପର୍ଯ୍ୟାୟ କ୍ରମେ ଏହାର ଉନ୍ନତି କରାଗଲେ ବିଦେଶକୁ ଏହା ରପ୍ତାନି ଦ୍ଵାରା ବୈଦେଶିକ ମୁଦ୍ରା ଉପାଯନ କରିବାରେ ସହାୟକ ହେବ  ।  ଏହାବ୍ଯତୀତ ଏହା ଏକ ଗ୍ରାମୀଣ ରୋଜଗାର ଭାବରେ ଗ୍ରାମୀଣ ଅଧିବାସୀମାନଙ୍କର ଆଯ ବୃଦ୍ଧି କରାଇବ   ।  କେବଳ ସକାଳବେଳା ଫୁଲ ସଂଗ୍ରହ ପାଇଁ ଆବଶ୍ୟକ ଥିବାରୁ ସାରାଦିନର ରୋଜଗାର ପାଇଁ ଏହା ବାଧକ ହୋଇନଥାଏ  । ଫଳରେ ଗ୍ରାମବସିମାନେ ଏହି କାମରେ ସକାକୁ ସମୟ ନେଇ ଦିନସାରା ଅନ୍ୟ କରି କରି ରୋଜଗାର କରିବାରେ ସକ୍ଷମ ହୋଇପାରିବେ  , କିନ୍ତୁ କିଆଫୁଲ ବହୁ ସଂଖ୍ୟାରେ ନ ମିଳିବାରୁ ଅତର ତିଆରି କାରଖାନା ସବୁଦିନ ଚାଲିପାରେ ନାହିଁ   ।  କିଆଫୁଲ ଅତର ଏକ ଲାଭଜଣକ ଶିଳ୍ପ ହିସାବରେ ବର୍ଷକୁ ପ୍ରାୟ ଦୁଇଲକ୍ଷ କିଆଫୁଲ ଚାହିଦା ଅଛି  ,।  ଯାହାକୁ ଚାଷ କରି ସଂଗ୍ରହ କରାଯାଇପାରିବ ଓ ତା ସଙ୍ଗେ ସଙ୍ଗେ ମାଟିର ଉର୍ବରତା ମଧ୍ୟ ରକ୍ଷା  କରିହେବ   । ବିଭିନ୍ନ ଗାଁ ମାନଙ୍କରେ କିଆଫୁଲ ଉତ୍ପନ୍ନ ହେଉଥିବା ଜାଗାରୁ ଫୁଲ ସଂଗ୍ରହ କରି କାରଖାନାକୁ ପଥଗଲେ ଅଧିକ ସୁଗନ୍ଧି ତେଲ ପ୍ରସ୍ତୁତ ହେବା ସହ ଏହି ଶିଳ୍ପକୁ ସମୃଦ୍ଧ କରଯାଇପାରିବ   ।  ଏହା ଛଡା ନୂତନ ବୈଜ୍ଞାନିକ କୌଶଳ ପ୍ରୟୋଗ କରି ତେଲର ମାନ ନିର୍ଧାରଣ କରିହେବ   ।

ଆଜି ପର୍ଯ୍ୟନ୍ତ କନରେ FFDC  ଦ୍ଵାରା ନୂତନ ମାନ ପରୀକ୍ଷା କରଯାଉଥିବା   ; ମାତ୍ର ବର୍ତ୍ତମାନ ବୈଜ୍ଞାନିକ ଶିଳ୍ପ ଓ କାରିଗରୀ ବିଦ୍ୟା ଅନୁସନ୍ଧାନ କେନ୍ଦ୍ରର ଗବେଷଣାଗାର ଲକ୍ଷ୍ନୌରେ ପରୀକ୍ଷା କରଯାଉଛି ଓ ଏହି ପରୀକ୍ଷାରୁ କିଆ ଅତରର ମୂଲ୍ୟ ଠିକ ଭାବରେ ନିର୍ଧାରଣ କରାଯାଉଅଛି   ।

ଆଧାର : ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ

3.14285714286
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top