অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫୋନ୍ ଚାର୍ଜ କରୁଥିଲେ

ଫୋନ୍ ଚାର୍ଜ କରୁଥିଲେ

ଫୋନ୍ ଚାର୍ଜ

ବ୍ୟାଟେରି ଫୋନ୍ ର ଏକ ପ୍ରମୁଖ ଅଂଶ କହିଲେ ଅତ୍ୟୁକ୍ତିହେବ ନାହିଁ । କାରଣ ବିନା ବ୍ୟାଟେରିରେ ଫୋନ୍ ଚାଲିବା ଅସମ୍ଭବ ।

ବ୍ୟବହାର

ତେବେ ଠିକ୍ ବ୍ୟବହାର ଦ୍ଵାରା କିପରି ଏହାକୁ ଲିଙ୍ଗ୍ ଲାଷ୍ଟିଂ କରାଇପାରିବେ ଜାଣନ୍ତୁ ସେ ସମ୍ପର୍କରେ

  • ସବୁବେଳେ ସ୍ମାର୍ଟ ଫୋନ୍ ର ବ୍ୟାଟେରିରେ ଅଧା କିମ୍ବା ତା’ଠାରୁ ଅଧିକ ଚାର୍ଜ ରଖିବାକୁ ଚେଷ୍ଟା କରନ୍ତୁ । ଫୋନରେ ୫୦% ରୁ ଅଧିକ ଚାର୍ଜ ରହିବା ଦ୍ଵାରା ବ୍ୟାଟେରି ଶୀଘ୍ର ନଷ୍ଟ ହୋଇ ନ ଥାଏ ।
  • ଫୋନ୍ ର ଥଣ୍ଡା ସ୍ଥାନରେ ରଖିବା ଭଲ । କାରଣ ଗରମ ସ୍ଥାନରେ ରହିବା ଦ୍ଵାରା  ବ୍ୟାଟେରି ଉପରେ ନାକାରାତ୍ମକ ପ୍ରଭାବ ପଡ଼ିଥାଏ ।
  • ଏକାଥରକେ ଶୂନ ରୁ ଫୁଲ୍ ଚାର୍ଜ କରିବା କିମ୍ବା ଚାର୍ଜ ପୂରା ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ଭଲ ନୁହେଁ । କାରଣ ଉଭୟ କ୍ଷେତ୍ରରେ ବ୍ୟାଟେରି ଶୀଘ୍ର ଖରାପ ହେବା ଆଶଙ୍କା ରହିଥାଏ । ତେଣୁ ବ୍ୟାଟେରିକୁ ଏକାଥରକେ ଚାର୍ଜ କରିବା ପରିବର୍ତ୍ତେ ଅଳ୍ପ ସମୟ ବ୍ୟବଧାନରେ ଦିନ ସାରା ଚାର୍ଜ କରାନ୍ତୁ ।
  • ଚାର୍ଜ କରିବା ପାଇଁ ଅନ୍ୟ ଫୋନ୍ ର ଚାର୍ଜର ବ୍ୟବହାର କରିବା ଅପେକ୍ଷା ଉକ୍ତ ଫୋନ୍ ର ଚାର୍ଜରରେ ହିଁ ଚାର୍ଜ କରନ୍ତୁ । କାରଣ ଅନ୍ୟ ଚାର୍ଜର ଦ୍ଵାରା ମୋବାଇଲ ଏବଂ ବ୍ୟାଟେରି ଉଭୟ ଖରାପ ହେବା ଆଶଙ୍କା ଅଧିକ ।
  • ଅନେକ ସମୟରେ ଫୋନ୍ କୁ ଆସୁଥିବା ମେସେଜ୍ ଏବଂ କଲ୍ ଯୋଗୁଁ ଆମେ ଫୋନ୍ କୁ  ସ୍ଵିଚ୍ ଅଫ୍ କରି ଚାର୍ଜରେ ଲଗାଇ ନଥାଉ । କିନ୍ତୁ ଫୋନ୍ କୁ ସ୍ଵିଚ୍ ଅଫ୍ କରି ଚାର୍ଜ କରିବା ଦ୍ଵାରା ଏହାର ବ୍ୟାଟେରି ଅଧିକ ଦିନ ପର୍ଯ୍ୟନ୍ତ ଖରାପ ନ ହେବା ସହ ଫୋନ୍ ଶୀଘ୍ର ଚାର୍ଜ ମଧ୍ୟ ହୋଇଯାଇଥାଏ ।

ଆଧାର – ଦୈନିକ ଧରିତ୍ରୀ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate