ସେଆର କରନ୍ତୁ

ସୌର ବ୍ୟବହାର

ସୌର ବ୍ୟବହାର ଏହି ଛୋଟ ଜୁସ ବେପାରୀ ସୂର୍ଯ୍ୟ ଚମକିବା ବେଳେ ଶୁଖିଲା ଘାସ ତିଆରି କରେ ସ୍ତ୍ରୀର ସହାୟତା ଭାରତର ବେଆରଫୁଟ ମହାବିଦ୍ୟlଳୟର ମହିଳା ଉପାନ୍ତ ଗ୍ରାମ ଗୁଡିକରେ ଆଣିଲେ ପ୍ରକାଶ ସ୍ରୋତ ଗାର୍ଡିଆନ ସୋଲାର ଏଯାର ଡ୍ରାଇଂ ପ୍ରକଳ୍ପ ଆନ୍ତର୍ଜାତିକ ଧ୍ୟାନ ଆକର୍ଷିତ କରେ ସଫା, ସବୁଜ ଏବଂ ଉଜ୍ଜ୍ବଳ

ପରୀକ୍ଷା ଓ ଅନୁଭୂତି ଲୋକ ମାନଙ୍କୁ ଅଧିକ  ରେଂଜର ପରୀକ୍ଷିତ ବିକଳ୍ପ ପ୍ରଦାନ କରିବାରେ ସହାଯକ ହୁଏ. ଏହା ଛଡା ଲୋକ ମାନଙ୍କୁ ନୂଆ କରିବା ପାଇଁ ପରୀକ୍ଷଣ କରିବାକୁ ଏହା ପ୍ରେରଣା ପ୍ରଦାନ କରିଥାଏ ଯ଼ାହାର ଆଦାନ ପ୍ରଦାନ ଦେଶ ପାଇଁ ହିତକର ହୋଇଥାଏ. ଗୋଷ୍ଠୀ ଗୁଡିକୁ ଶକ୍ତିସମ୍ପନ୍ନ କରିବା ପାଇଁ ସୌର ଶକ୍ତିର  ବ୍ୟବହାର ସମ୍ପର୍କିତ ଅନୁଭୂତି ଓ ପରୀକ୍ଷଣକୁ ଏହି ପୃଷ୍ଠାରେ  ଉଲ୍ଲେଖ କରାଯ଼ାଅଛି.

ଏହି ଛୋଟ ଜୁସ ବେପାରୀ ସୂର୍ଯ୍ୟ ଚମକିବା ବେଳେ ଶୁଖିଲା ଘାସ ତିଆରି କରେ

ରାମଦାସ ଯ଼େତେବେଳେ ପୁଡୁଚେରୀରେ ଜୁସ ଦୋକାନ ଆରମ୍ଭ କଲେ ସେତେବେଳେ ସେ ଖୁବ ଆଶାବାଦୀ ଥିଲେ. ମାତ୍ର  ବାରମ୍ବାର ବିଜୁଳି କାଟ ଫଳରେ ତାଙ୍କର ଭଲ ଆୟ ହେଲା ନାହିଁ ଓ  ତାଙ୍କର ଉତ୍ସାହ ଖୁବ କମ ଦିନରେ କମିବାରେ ଲାଗିଲା. ସେ ଧୀରେ ଧୀରେ ତାଙ୍କର ଗ୍ରାହକ ମାନଙ୍କୁ ହରାଇବାରେ ଲାଗିଲେ.
ତେବେ ସେ ତାଙ୍କର ବ୍ୟବସାୟ ଛାଡିବାକୁ ଚାହୁଁ ନ ଥିଲେ କାରଣ ତାଙ୍କର ପରିବାରର ପ୍ରତିପୋଷଣ କରିବାର ଥିଲା. ହଠାତ  ତାଙ୍କର ବନ୍ଧୁଙ୍କ ସହ ଆଲୋଚନା ବେଳେ ଏକ ବ୍ୟବହାରିକ ବିଚାର ତାଙ୍କ ମନକୁ ଆସିଲା. ଜୁସ ଦୋକାନକୁ ଚଳାଇବା ପାଇଁ  ସୌର ପାନେଲ ଏବଂ ଅନ୍ୟ ଉପକରଣ ସ୍ଥାପିତ କରିବା  ସେ ତାଙ୍କର ବିଚାରକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତି ନେଲେ.ଏହା ତାଙ୍କୁ ଲାଭ ପ୍ରଦାନ କରିବା ଆରମ୍ଭ କଲା.

ତାମିଲନାଡୁର ଭିଲାପୁରମ ଜିଲ୍ଲାର ବାସିନ୍ଦା ରାମଦାସଙ୍କୁ ଏଥି ପାଇଁ ଅଧିକ ପୁଂଜି ବିନିଯ଼ୋଗ କରିବାର ଆବଶ୍ୟକତା ପଡିଲା ନାହିଁ. ଇଲେକ୍ଟ୍ରିକାଲ ଯ଼ନ୍ତ୍ର ରେଫ୍ରିଜିରେଟର, ମିକ୍ସର ଓ ଲାଇଟ ତାଙ୍କ ଛାତ ଉପରେ ଲାଗିଥିବା ସୋଲାର  ପାନେଲରୁ ମିଳୁଥିବା ଶକ୍ତିରୁ ଚାଲିବା ଆରମ୍ଭ ହେଲା.

‘ମୁଁ ଏକ ଚାହା ଦୋକାନରେ  ଦିନମଜୁରିଆ ଭାବେ କାମ କରୁଥିଲି . ପରେ ମୁଁ ଏକ ଭଡା ଅଂଚଳରେ ଜୁସ ଦୋକାନ ଆରମ୍ଭ କଲି. ତେବେ ବାରମ୍ବାର ବିଜୁଳି କାଟ ଫଳରେ ମୁଁ କିଛି ଲାଭ କରି ପାରୁ ନ ଥିଲି. ଏହା ଫଳରେ ମୋତେ ଭଡା ଦେବା ପାଇଁ ଅସୁବିଧା ହେଉଥିଲା ’ ବୋଲି ରାମଦାସ କହନ୍ତି

ରାମଦାସ ଏଥି ପାଇଁ ସରକାରଙ୍କୁ ଦୋଷ ଦିଅନ୍ତି ନାହିଁ ଏହା ପରିବର୍ତେ ସେ କହନ୍ତି ଯ଼େ ମନ୍ତ୍ରୀଙ୍କୁ କିମ୍ବା ଅଧିକାରୀଙ୍କୁ ଦୋଷ ଦେଇ କିଛି ଲାଊ ନାହିଁ, ମୁଂ ବରଂ ସରକାରଙ୍କ ପ୍ରତି କୃତଜ୍ଞ ହେବା ଆବଶ୍ୟକ ଯ଼େ ଯ଼ାହା ଫଳରେ ସୌର ଶକ୍ତି ଜୁସ ଦୋକାନ ସ୍ଥାପନା କରିବାର ବିଚାର ମୋ ମନକୁ ଆସି ନ ଥାନ୍ତା. ବର୍ତମାନ ମୁଁ ହାରାହାରି ଦୈନିକ 15 ଶହ ଟଙ୍କା ରୋଜଗାର କରୁଛି ବୋଲି ସେ କହିଛନ୍ତି. ରାମଦାସଙ୍କର ସ୍ତ୍ରୀ ପାର୍ବତୀ ତାଙ୍କୁ କାମରେ ସହାଯତା କରନ୍ତି. ସେ କହନ୍ତି ଯ଼େ ଆରମ୍ଭରେ ଯ଼େତେବେଳେ କ୍ଷତି ହେଲା ସେତେବେଳେ ସେ ଅତ୍ୟନ୍ତ ଦୁଖିତ ଥିଲେ. ମୁ ତାଙ୍କୁ ନିଜ ଦ୍ବାରା ପୁଣି ଥରେ ଆରମ୍ଭ କରିବାକୁ ପ୍ରୋତ୍ସାହିତ କଲି ଓ ଯ଼ାହାର ଭଲ ମିଳିଲା.

ସ୍ତ୍ରୀର ସହାୟତା

ପାର୍ବତୀ ପ୍ରତିଦିନ ଭୋରରୁ ଉଠି ବଜାରରୁ ସତେଜ ଫଳ କିଣେ. ଏହା ସହ ସେ ବିଭିନ୍ନ ଫଳକୁ ମିଶାଇ କି ଭଳି ଭଲ ଜୁସ ତିଆରି କରାଯ଼ାଇ ପାରିବ ସେ ନେଇ ନିଜର ମତାମତ ଦିଏ.

କାରୁବାଡିକୁପମ ତାଲୁକାର ରାମଦାସ ଜୁସ ଷ୍ଟଲର ବିଚାର ତାଙ୍କ ମନକୁ ଆସିଥିଲା ଓ ଏହାର କାର୍ଯ଼କାରିତା ଫୋକସ ଇଂଡିଆ ପକ୍ଷରୁ କରାଗଲା. ମୁଁ କେବଳ  ଅଗ୍ରୀମ ଆକାରରେ 20 ହଜାର ଟଙ୍କା ପ୍ରଦାନ କଲି. କମ୍ପାନୀ ମୋ ଠାରୁ ଅନ୍ୟ କିଛି ଦସ୍ତାବେଜ ନ ମାଗି ମୋତେ ଋଣର ବ୍ୟବସ୍ଥା କଲା. ତାଙ୍କର ଠେଲା ଗାଡିର ଛାତ ଭଳି କାମ କରେ ତଥା 1 ହଜାର ରୁ ଉର୍ଧ ବାଟର ଶକ୍ତି ଉତ୍ପନ୍ନ କରିବାର ସାମର୍ଥ ମଧ୍ୟ ଏହାର ରହିଛି.ପ୍ରତ୍ୟକ୍ଷ ଭାବେ ଉତ୍ପାଦନ ହେଉଥିବା ବିଜୁଳିରୁ ଫ୍ରିଜର ଚାଲୁଥିବା ବେଳେ ମିକ୍ସି ଓବଂ ଲାଇଟ ବେଟେରୀରୁ ଚାଲିଥାଏ.

ଏହି ଠେଲା ଗାଡିରେ ସୋଲାର ପାନେଲ ସହିତ ଚାର୍ଜ କଂଟ୍ରୋଲର, 1000 ବାଟ ଇନଭର୍ଟର ଓ 2 ଗୁଣନ 135 ଏଏଚ ବେଟେରୀ  ମଧ୍ୟ ରହିଛି. ରାମଦାସଙ୍କ ବିଚାର ଅନୁଯ଼ାଯୀ ଆମେ ଏହି ଗାଡିକୁ ଛୋଟ ବ୍ୟବସାୟ ଉଦ୍ଦେଶ୍ୟରେ ତିଆରି କରିଛୁ ବୋଲି କମ୍ପାନୀର ସେଲ୍ସ ମାନେଜର ଇ.କେ ପ୍ରତାପ କୁହନ୍ତି.

ତାଙ୍କ ମତରେ ଦୋକାନୀ ମିକ୍ସର ଗ୍ରାଇଣ୍ଡରକୁ ଫଳ ଜୁସ ତିଆରି କରିବାରେ ବ୍ୟବହାର କରନ୍ତି.

ସେ ସୌର ଶକ୍ତି ଦ୍ବାରା ପରିଚାଳିତ ଡିସି ଅପରେଟେଡ ରେଫ୍ରିଜେରେଟରରେ ଫଳ, ଜଳ ଓ ଅନ୍ୟ ସାମଗ୍ରୀକୁ ରଖିଥାନ୍ତି. ଏହି ବ୍ୟବସ୍ଥା ଗ୍ରୀଡ ଠାରୁ ନିର୍ଭରଶୀଳ ନୁହେଁ. ପ୍ରତାପ କହନ୍ତି ଯ଼େ ତାଙ୍କ କମ୍ପାନୀ ହେଉଛି ଜର୍ମାନୀର ଏକ ଫାର୍ମ, ଯ଼ାହାର  କାର୍ଯ୍ୟlଳୟ ପୁଡୁଚେରୀରେ ରହିଛି ଓ ସୌର ଶକ୍ତି ଦ୍ବାରା ସଂଚାଳିତ ଫଳ ଷ୍ଟଲ ପାଇଁ ପାଖାପାଖି 1.50 ଲକ୍ଷ ଟଙ୍କା ଖର୍ଚ କରିଛି.

ସଚେତନତା ସୃଷ୍ଟି କରିବା

ଏପରି ଷ୍ଟଲ ନିର୍ମାଣ କରିବା ପଛରେ ଲୋକ ମାନଙ୍କୁ ସୌର ଶକ୍ତି ସମ୍ପର୍କିତ ବିଭିନ୍ନ ଉତ୍ପାଦ ସମ୍ପର୍କରେ ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟ ରହିଛି.

ରାମଦାସ କହିଛନ୍ତି ଯେ ଠେଲା ଗାଡିଟି ସେ କିଣିଥିଲେ ଓ ସୋଲାର ପାନେଲ ଓ ଅନ୍ୟ ବିଜୁଳି ସଂଯ଼ୋଗ ଲଗାଇବା କାମା ଫୋକସ ଇଂଡିଆ କରିଥିଲା. ଅନ୍ୟ ଏକ ଗୁରୁତ୍ବପୂର୍ଣ କଥା ହେଲା ଯ଼େ ରାମଦାସ ବେପାର ସରିବା ପରେ ଠେଲା ଗାଡିକୁ ସେହିଠାରେ ଛାଡି ଚାଲି ଯ଼ାଆନ୍ତି.

କେବଳ ପ୍ଲାଷ୍ଟିକ ସିଟରେ ତାକୁ ଢାଙ୍କିଥାନ୍ତି. ବର୍ତମାନ ପର୍ଯ୍ୟନ୍ତ ତାଙ୍କର ଉପକରଣ ଚୋରୀ ହୋଇ ନାହିଁ କିମ୍ବା କୌଣସି କ୍ଷତି ହୋଇ ନାହିଁ ବୋଲି ଗ୍ରାହକଙ୍କୁ ଫଳ ଜୁସ ପ୍ରଦାନ କରି କୁହନ୍ତି ରାମଦାସ.

ତାଙ୍କର ଋଣ ସୁଝି ସାରିବା ପରେ ଆଉ ଏକ ସୌର ଶକ୍ତି ପରିଚାଳିତ ଜୁସ ଷ୍ଟଲ ଖୋଲିବାକୁ ରାମଦାସ ଯ଼ୋଜନା କରିଛନ୍ତି.

ସେ କହନ୍ତି ଯ଼େ ଆଗାମୀ ବର୍ଷକ ମଧ୍ୟରେ ଋଣ ସୁଝି ପାରିବି ବୋଲି ମୁଁ ଆଶା କରୁଛି ଓ ମୁଁ ଏହି ଭଳି ଆଉ ଏକ ଦୋକାନ ଖୋଲିବି .

ତାଙ୍କ ଦୋକାନକୁ ଆସୁଥିବା ଗ୍ରାହକ ମାନଙ୍କୁ ମଧ୍ୟ ସେ ସୌର ଶକ୍ତି ସମ୍ପର୍କରେ ସଚେତନ କରିଥାନ୍ତି. ଯ଼ଦି କେହି ଇଚ୍ଛୁକ ତେବେ ତାଙ୍କୁ ମୁଁ ନିଶ୍ଚିତ ଭାବେ ସାହାଯ୍ୟ କରିବି ବୋଲି କହନ୍ତି ରାମଦାସ. ରାମଦାସଙ୍କ ଇନୋଭେସନକୁ ଦେଖି ପୁଡୁଚେରୀର ଆଖା ପାଖ ଅଂଚଳରେ ନୂଆ କରି ବେପାର କରିବାକୁ ଇଚ୍ଛା ରଖୁଥିବା ଲୋକ ମାନେ ସ୍ବୀକାର କଲେଣି ଯ଼େ ସୌର ଶକ୍ତି ତାଙ୍କୁ ଏ ଦିଗରେ ସାହାଯ୍ୟ କରିବ. ଜଣେ ବାଣିଜ୍ୟ ସ୍ନାତକ ଏସ ବିନୋଦ କହିଛନ୍ତି ଯ଼େ ସୌର ଶକ୍ତି ଦ୍ବାରା ପରିଚାଳିତ ଏକ କ୍ଷୁଦ୍ର ଟେକ୍ସଟାଇଲ ୟୁନିଟ ସ୍ଥାପନା କରିବାକୁ ସେ ଯ଼ାଉଛନ୍ତି ଓ କମ୍ପାନୀ ସମ୍ମୁଖରେ ଏ ବିଷୟରେ କେତେ ଖର୍ଚ ହେବ ଓ କିପରି ହେବ ସେ ନେଇ ଆଲୋଚନା ମଧ୍ୟ କରିଛନ୍ତି .

ଥରକର ପୁଜି ବିନିଯ଼ୋଗ

ଯ଼ଦିଓ ସୌର ଶକ୍ତି ଅନ୍ୟ ଶକ୍ତି ତୁଳନାରେ ଅପେକ୍ଷାକୃତ ଦାମୀ, ତେବେ ବିନୋଦ ଦାବି କରନ୍ତି ଯ଼େ ଏଥିରେ ଥରେ ମାତ୍ର ପୁଂଜି ବିନିଯ଼ୋଗର ଆବଶ୍ୟକତା ରହିଛି ଓ ଏହା ବିଶ୍ବସନୀୟ.

ତାମିଲନାଡୁ ଓ ପୁଡୁଚେରୀ ଆଖ ପାଖ ଅଂଚଳରେ ବିଜୁଳିକୁ ନେଇ କେବଳ ସାଧାରଣ ଲୋକ ମାନେ ନୁହନ୍ତି ବରଂ ବିଭିନ୍ନ  କ୍ଷେତ୍ରରେ ବ୍ୟବସାୟୀ ମାନେ ମଧ୍ୟ ସମସ୍ୟା ମଧ୍ୟ.ରେ ଅଛନ୍ତି. ଗତ ଦୁଇ ବର୍ଷ ଧରି ସେମାନେ ବଜାରରେ ରହିବାକୁ ଅତ୍ୟନ୍ତ ଚାପ ମଧ୍ୟରେ ରହିଛନ୍ତି.

ଚେନ୍ନାଇ ଏବଂ ପୁଡୁଚେରୀ ସହର ବ୍ୟତୀତ ଅନ୍ୟ ଅଂଚଳ ବିଶେଷ ଭାବେ ଗ୍ରାମୀଣ ଅଂଚଳର ଲୋକ ମାନେ ସର୍ବନିମ୍ନ 5 ଘଣ୍ଟା ପର୍ଯ୍ୟନ୍ତ ଅଘୋଷିତ ବିଜୁଳି କାଟର ସମ୍ମୁଖୀନ ହେଉଛନ୍ତି

ସ୍ରୋତ  ଆର. ସତ୍ୟ ନାରାଯଣ, ସେସି, ମେ 18.2014

ଭାରତର ବେଆରଫୁଟ  ମହାବିଦ୍ୟlଳୟ ମହିଳା ଉପାନ୍ତ ଗ୍ରାମ ଗୁଡିକରେ ଆଣିଲେ ପ୍ରକାଶ

କମଳାଦେବୀ ହେଉଛନ୍ତି ବେଆରଫୁଟ ମହାବିଦ୍ୟlଳୟ ରାଜସ୍ଥାନର ପ୍ରଥମ ମହିଳା ସୋଲାର ଇଂଜିନିୟର ସ୍ନାତକ

ହଳଦିଆ ଓ କମଳା ରଙ୍ଗର ଶାଢୀ ପିନ୍ଧିଥିବା ସନ୍ତୋଷ ଦେବୀ ତାଙ୍କ ଘରର ଛାତ ଉପରକୁ ଚଢି ସୋଲାର ପାନେଲକୁ ସଫା କରନ୍ତି. ଚମକୁଥିବା ଓ ଦର୍ପଣ ଭଳି ଏହି ପାନେଲକୁ ସେ ଗତ ବର୍ଷ ଲଗାଇଥିଲେ ଓ  ଏହା ଏବେ ତାଙ୍କ ଗାଁର ଅନ୍ୟ.ଘର ଗୁଡିକ ଠାରୁ ଏହା ଅଲଗା କରୁଛି ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଲା ଯ଼େ ୧୯ ବର୍ଷୀୟl ଏହି ଅର୍ଧ ଶିକ୍ଷିତା ମହିଳା ଜଣଙ୍କ ଭାରତର କଠିନ ଜାତି ବ୍ୟବସ୍ଥାକୁ ଭାଙ୍ଗି ଦେଶର ପ୍ରଥମ  ଦଳିତ ସୌର ଇଂଜିନିୟର ହୋଇ ପାରିଛନ୍ତି

ପୂର୍ବରୁ ଗାଁର ଉଚ୍ଚ ଜାତିର ଲୋକଙ୍କ ସାମନାରେ ସନ୍ତୋଷଙ୍କୁ ମୁହଁ ଢାଙ୍କିବାକୁ ପଡୁଥିଲା ମାତ୍ର ବର୍ତମାନ ସେମାନେ ତାଙ୍କର ସାହାଯ୍ୟ ଦରକାର କରୁଛନ୍ତି. ସେମାନଙ୍କ ପାଇଁ ମୁ ଜଣେ ସୌର ଶକ୍ତି ଇଂଜିନିୟର ଯ଼ିଏ ଲାଇଟକୁ ସ୍ଥାପନା କରିବା ସହ ମରାମତି କରି ପାରେ ବୋଲି ସନ୍ତୋଷ କହନ୍ତି. ଉଚ୍ଚ ଜାତିର ଲୋକ ମାନେ ଯ଼ାଉଥିବା ବେଳେ ମୁହଁକୁ ତଳ କରି ଚାଲୁଥିବା ବେଳେ ଏବେ  ମୁଁ ସେମାନଙ୍କ ସହ ଆଖିରେ ଆଖି ମିଶାଇ ଚାଲୁଛି .  ଏପରି ସମ୍ଭବ ହେବ ବୋଲି ମୁଁ କେବେ ହେଲେ ଭାବି ନ ଥିଲି

ଜୟପୁର ଠାରୁ 100 କିମି ଦୂରରେ ସ୍ଥିତ ଟିଲୋନିଆର ବେଆରଫୁଟ ମହାବିଦ୍ୟlଳୟରେ ସନ୍ତୋଷଙ୍କୁ ପ୍ରଶିକ୍ଷଣ  ପ୍ରଦାନ କରାଯ଼ାଇଛି. 1972 ମସିହାରେ ସଂଜୀତ ବଙ୍କର ରାୟଙ୍କ ଦ୍ବାରା ସ୍ଥାପିତ ଏହି ମହାବିଦ୍ଯାଳଯଟି ଗ୍ରାମୀଣ ଲୋକଙ୍କୁ କୌଶଳ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ଯରେ ଆରମ୍ଭ ହୋଇଥଲା, ଯ଼ାହା ଦ୍ବାରା ସେମାନେ ତାଙ୍କର ଗ୍ରାମକୁ ଲିଙ୍ଗ, ଜାତି, ସାକ୍ଷର ଆଦିରୁ ଉର୍ଧରେ ରହି ବିକଶିତ କରି ପାରିବେ.ମହାବିଦ୍ୟlଳୟ 8 ଏକର ପରିମିତ ଅଂଚଳରେ ବ୍ୟlପ୍ତ ଓ ଏହା ସମ୍ପୂର୍ଣ ଭାବେ ସୌର ଶକ୍ତି ଦ୍ବାରା ପରିଚାଳିତ. ଏହାକୁ ବେଆରଫୁଟର ସୌର ଇଂଜିନିଯର ମାନେ ପରିଚାଳନା କରିଥାନ୍ତି.  2005 ମସିହାରେ ସୋଲାର ପାଠ୍ୟକ୍ରମ ଏହି ମହାବିଦ୍ୟlଳୟରେ ଆରମ୍ଭ ହେବା ଦିନରୁ 300 ଇଂଜିନିୟର ବାହାରି ସାରିଲେଣି ତଥା 13 ହଜାର ଘରେ ବିଜୁଳି ଜଳାଇ ସାରିଲେଣି . ଏହା ବାଦ ଏହି ମଡେଲରେ ଆଫଗାନିସ୍ତାନ ଠାରୁ ଆରମ୍ଭ କରି ଉଗାଣ୍ଡା ପର୍ଯ୍ୟନ୍ତ ଦେଶର 120 ଟି ଗାଁର 6 ହଜାର ଘରେ ସୌର ବିଜୁଳି ଜଳି ସାରିଲାଣି.

ଅପହଂଚ, ଉପାନ୍ତ ଓ ବିଜୁଳି ସଂଯ଼ୋଗ ହୋଇ ପାରି ନ ଥିବା ଗାଁ ଗୁଡିକୁ ସୌର ବିଜୁଳି ପାଇଁ ବିଚାର କରାଯ଼ାଇଥାଏ. ସନ୍ତୋଷଙ୍କ ଗାଁ ଯ଼େଉଁଠାରେ ଅଧିକାଂଶ ଦଳିତ ଲୋକ ମାନେ ରହନ୍ତି, ତା ନାମ ହେଲା ବାଲାଜି କି ଧାନି ଓ ଏହି ପଡାରେରେ ପାଖା ପାଖି 5 ଏକର ଜମିରେ  ପାଖା ପାଖି 20 କଚ୍ଚା ଘର ରହିଛି. ଏହି ପଡାରେ ସନ୍ତୋଷ ତାର ସ୍ବାମୀ ପୁଅ ଓ ଶାଶୁ ଘରର ଲୋକଙ୍କ ସହ ରହିଥାଏ. ତା ଘରେ ଦୁଇଟି ଶୋଇବା ଘର ସହିତ ଦୁଇଟି ମାଟି ଘର ରହିଛି. ଗୋଟିଏରେ ଛେଳି ରଖିବା ପାଇଁ ଓ ଅନ୍ୟଟି ରୋଷେଇ ଘର. ଆଉ ଗୋଟିଏ ରୁମରେ ସନ୍ତୋଷର ବାର୍କ ସପ ରହିଛି. ଏଠାରେ ସେ ଦୈନିକ ଛଅ ଘଂଟା ସୌର ଲଣ୍ଠନ ଆଦିକୁ ମରାମତି କରିବାରେ ଖର୍ଚ କରେ. ସୋଲାର ଇଂଜିନିୟର ଭାବେ ମିଳୁଥିବା ଅର୍ଥରୁ ସେ ଏହି ଘର ତିଆରି କରିଛି. ତାଙ୍କ ଫଳରେ ଗାଁର ଅନ୍ୟ ଘର ମାନଙ୍କରେ ମଧ୍ୟ ସୌର ବିଜୁଳିର ବ୍ୟବସ୍ଥା ହୋଇ ପାରିଛି.

ବେଆରଫୁଟ ମଡେଲ ଅନୁସାରେ ସେମାନେ କିରୋସିନି, ବେଟେରୀ, କାଠ, ମହମ ଆଦିରେ ଯ଼େତିକି ଖର୍ଚ କରିଥାନ୍ତେ, ସେତିକି ମାସିକ ଶୁଳ୍କ ପ୍ରଦାନ କରନ୍ତି . ଏଥି ମଧ୍ଯରୁ କିଛି ସୌର ଇଂଜିନିରର ମାସିକ ଷ୍ଟାଇପେଣ୍ଡ ପାଇଁ ଯ଼ାଏ, ବଳକା ଅର୍ଥ ସ୍ପେୟlର ପାର୍ଟସ ପାଇଁ ଖର୍ଚ ହୁଏ.60 ବର୍ଷରୁ ଉର୍ଧ ଉଚ୍ଚ ଜାତିର ହିନ୍ଦୁ ଛୋଟି  ଦେବୀ ହେଉଛନ୍ତି ସନ୍ତୋଷଙ୍କର ପଡୋଶୀ.  ସେ ସୌର ଲଣ୍ଠନ ସମ୍ପର୍କ ରେ ନ କହି ରହି ପାରନ୍ତି ନାହିଁ. ଏହି ଲାଇଟ ମିଳିବା ପରେ ରାତିରେ ଖୁବ ଲାଭ ହେଉଛି. ବର୍ଷା ଦିନରେ ଅନେକ ବିଷଧର କୀଟ ପତଙ୍ଗ ଆମ ଘରକୁ ଆସିଥାନ୍ତି ତେବେ ବର୍ତମାନ ଏହି ଲାଇଟ  ବ୍ୟବହାର ପରେ ଏହି ସମସ୍ୟା ଦେଖା ଦେଉ ନାହିଁ ଓ ଆମେ ଚିନ୍ତିତ ନାହୁଁ ବୋଲି ସେ କହନ୍ତି. ଏହି ଲଣ୍ଠନର ବ୍ଯବହାର ଦ୍ବାରା ଆମେ ଗୃହପାଳିତ ପଶୁଙ୍କୁ ଠିକ ଭାବେ ଜଗିବା ସହ ସଂଧ୍ୟାରେ ଘରକୁ ଆଣି ପାରୁଛୁ ବୋଲି ସେ କହିଛନ୍ତି.

ଗ୍ରାମୀଣ ଭାରତର ପ୍ରଥା ଅନୁସାରେ ମହିଳା ମାନେ ଘର କାମ ସହିତ କୃଷି କ୍ଷେତ୍ରରେ ଶ୍ରମିକ ଭାବେ କାମ କରିଥାନ୍ତି . ଯ଼ଦିଓ ସନ୍ତୋଷ ଆଉ  ବିଲରେ କାମ କରୁ ନାହିଁ, ତେବେ ଘରେ ସେ ଖୁବ ବ୍ୟସ୍ତ. ସେ ତାର 17 ମାସର ପୁଅର ଦେଖାଶୁଣା କରିବା ସହ, ଗାଇ ଗୋରୁଙ୍କୁ ଖାଦ୍ୟ ଖୁଆଇବା, ତେଜରାତି ଦୋକାନରେ ଗ୍ରାହକ ମାନଙ୍କୁ ଜିନିଷ ବିକ୍ରୀ କରିବା, ସୌର ଲଣ୍ଠନ ଗୁଡିକର ମରାମତି କରିବା ଆଦି କାମରେ ସେ ବ୍ୟସ୍ତ ଯ଼ଦିଓ  ବର୍ତମାନ  ତା ମନରେ ବିଶ୍ବାସ ରହିଛି ତେବେ ସେ ସ୍ବୀକାର କରେ ଯ଼େ ପ୍ରଥମ ଦିନ ମହାବିଦ୍ୟlଳୟରେ ତାକୁ ଖୁବ ଡର ମାଡିଥିଲା. ତାଙ୍କୁ ଲାଗୁଥିଲା ଯ଼େ ସେ ଯ଼େପରି କିଛି ବୁଝି ପାରିବେ ନାହିଁ. ସେ କେବେହେଲେ ଭାବି ନ ଥିଲେ ଯ଼େ ରାତ୍ରୀରେ ସେ ଘର ଗୁଡିକୁ ଏହା ଦ୍ବାରା ଆଲୋକିତ କରି ପାରିବେ ବୋଲି ସେ କହନ୍ତି.

ସେ ବେଆରଫୁଟ ସୌର ଇଂଜିନିୟର ହେବା ପରେ ତାଙ୍କ ପରିବାରର ଆୟ ଦୁଇ ଗୁଣ ହୋଇଛି. ପୂର୍ବରୁ ସେ ଦିନ ସାରା ବିଲରେ କାମ କରୁଥିଲେ ଓ ସଂଧ୍ୟା ହେବା ପୂର୍ବରୁ ରୋଷେଇ କରିବାକୁ ଘରକୁ ଫେରି ଆସନ୍ତି  ସେତେବେଳେ ତାଙ୍କୁ ନିଶ୍ବାସ ନେବାକୁ ମଧ୍ୟ ଫୁରସତ ନ ଥିଲା ବେଆରଫୁଟ କଲେଜରେ ମହିଳା ମାନେ ଶୁଣିବା ସହ ରଙ୍ଗୀନ କୋଡେଡ ଚାର୍ଟ ମାଧ୍ୟମରେ ମନେ ରଖନ୍ତି

35 ବର୍ଷରୁ ଉର୍ଧ ଦୁର୍ଗମ, ଅପହଂଚ ତଥା ବିଜୁଳି ସଂଯୋଗ ହୋଇ ନ ଥିବା ଗାଁର ମହିଳା ମାନେ ଏହି ଆନ୍ତର୍ଜାତିକ କୋର୍ସରେ ନାମ ଲେଖାଇ ପାରିବେ. ଗାଁର ସମର୍ଥନ ତାଙ୍କ ପ୍ରତି ଥିବା ଆବଶ୍ୟକ.

ସେଠାରୁ ଆସିବା ପରେ ବାଲାଜିକି ଧନି ଠାରେ ସନ୍ତୋଷ ତାଙ୍କର ଛାଚ ଉପରରୁ ଚଢି ଚାଙ୍କର ପରିବାର ପ୍ରତି ଥିବା ଅଭିଳାଷକୁ ବ୍ୟକ୍ତ କରନ୍ତି ଓ ଟେଲିଭିଡନ, ଗ୍ରାଇଣ୍ଡର ଓ ତାଙ୍କ ସ୍ବାମୀଙ୍କ ପାଇଁ ମୋଟର ବାଇକ, ଯ଼ାହାଙ୍କୁ ପ୍ରତିଦିନ କାମ କରିବା ପାଇଁ 10 କିମି ଯ଼ିବାକୁ ପଡିଥାଏ. ତାଙ୍କର ଆଜୀବିକା ସୁରକ୍ଷିତ ହେବା ପରେ ଏହି ପ୍ରଶିକ୍ଷଣ ପରେ ତାଙ୍କ ପାଇଁ ଛୋଟ ଆରାମଦାୟକ ଜିନିଷ ଗୁଡିକ ଚାଙ୍କ ହାତ ହାତପାହାନ୍ତାରେ ରହିଛି .’ ମୁ ଏପରି କିଛି କରି ପାରିବି ବୋଲି କେବେ ହେଲେ ଭାବି ନ ଥିଲି ’ବୋଲି ସେ ଗର୍ବର ସହ କହନ୍ତି.

ସ୍ରୋତ  ଗାର୍ଡିଆନ ସୋଲାର ଏଯାର ଡ୍ରାଇଂ ପ୍ରକଳ୍ପ ଆନ୍ତର୍ଜାତିକ ଧ୍ୟାନ ଆକର୍ଷିତ କରେ

କେନ୍ଦ୍ର ସରକାରଙ୍କର ଏକ ରାଷ୍ଟ୍ରାୟତ ଉଦ୍ୟୋଗ ନେସନାଲ ରିସର୍ଚ ଡେଭଲପମେଣ୍ଟ କର୍ପୋରେସନ ଜରିଆରେ  କେରଳ ସରକାରଙ୍କ ପାଇଁ ପ୍ଲାଣ୍ଟର୍ସ ଏନର୍ଜୀ ନେଟବାର୍କ ପକ୍ଷରୁ କିଲୋନ ନିକଟରେ ସାକଥିକୁଲକଂକରା ନିକଟରେ ସ୍ଛାପିତ ହୋଇଥିବା ସୌର ମାଛ ଶୁଖାଇବା ପ୍ରଣାଳୀ ସନ୍ତୋଷଜନକ ଫଳାଫଳ ପ୍ରଦାନ କରୁଛି. ଆନୁମାନିକ  25,00,000/- ଟଙ୍କା ଖର୍ଚରେ 90 ଏମ 2 ପରିମିତ ଅଂଚଳରେ ସ୍ଛାପିତ ହୋଇଥିବା ଏହି ପ୍ରକଳ୍ପରେ ଏକ ସୋଲାର ଏୟlର କଲେକ୍ଟର, ଏକ ବାଯୋମାସ ବ୍ୟl ଅପ ହଟ ଏଯାର ହଟ ଏୟlର ଏବଂ ଡ୍ରାଇଂ ପାରାମିଟରକୁ ନିୟନ୍ତ୍ରଣ କରିବା ପାଇଁ ଫୁଲ ଅଟୋମେସନ ବିଶିଷ୍ଟ ରିସାର୍କୁଲେସନ ଷ୍ଟେନଲେସ ଷ୍ଟିଲ ଡ୍ରାୟର ରହିଥାଏ. ପାଖାପାଖି 5 ଶହ କିଲୋ ମାଛ ଟ୍ରଲିରେ ପ୍ରତି ବ୍ୟlଚରେ ଟ୍ରେରେ ଲୋଡ କରାଯ଼ାଇପାରେ. ମାଛକୁ ନେଇ ଶୁଖାଇବା ସମୟ 4 ଘଂଟାରୁ 12 ଘଣ୍ଟା ପର୍ଯ୍ୟନ୍ତ ଲାଗିଥାଏ

ଶୁଖି ଯ଼ାଇଥିବା ଉତ୍ପାଦ ଗୁଡିକ ଭେକ୍ଯୁମ ପେକ୍ଡ ଓ ଇୟୁ ସ୍ତରର ହାଇଜେନିକ ସୁବିଧା ସମ୍ପନ୍ନ ହୋଇଥାଏ. ଏହି ପ୍ରକଳ୍ପକୁ ବିକଶିତ କରିଥିବା କମ୍ପାନୀ ଦାବି କରେ ଯେ ପ୍ରକଳ୍ପ  ଲଗାଇବା  ପର ଠାରୁ ବର୍ତମାନ ଯ଼ାଏ ପୁଂଜି ବିନିଯ଼ୋଗର 45 ପ୍ରତିଶତ ଆର୍ଥିକ ସଂଚଯ ହୋଇ ସାରିଲାଣି . ଏହି ସଫଳତା ପରେ ନେଶନାଲ ଫିଶରିଜ ବୋର୍ଡ ଏହାକୁ ଦେଶର ଅନ୍ୟ ଭାଗକୁ ସଂପ୍ରସାରଣ କରିବାକୁ ଚିନ୍ତା କରୁଛି , ଭାରତର ପାଖାପାଖି 18 ହଜାର କିମି ତଟ ରହିଛି, ଯ଼େଉଁ ଠାରେ ମାଛ ମାରିବା ହେଉଛି ମୁଖ୍ୟ ଗତିବିଧି. ଓମାନ ସରକାର ମଧ୍ୟ ତାଙ୍କ ଦେଶରେଏଭଳି ପ୍ରଣାଳୀ ଲଗାଇବା ପାଇଁ କେରଳ ସରକାରଙ୍କ ସହ ଆଲୋଚନା କରୁଛି .
ଅଧିକ ଜାଣିବା ପାଇଁ ଯ଼ାଆନ୍ତୁ www.nrdcindia.com

ଗୋଷ୍ଠୀ ଚାର୍ଜିଂ ଷ୍ଟେସନ

ନାରାଯଣପୁରରେ ବିଜୁଳି ସଂଯ଼ୋଗ ନାହିଁ ଓ ଏଠାରେ 16ଟି ଅନୁସୂଚିତ ଜନଜାତି ପରିବାର ରହନ୍ତି. ସେମାନେ  ଘରେ ଆଲୁଅ କିରୋସିନି ଜରିଆରେ ଜଳାନ୍ତି. କିରୋସିନିର ମୁଲ୍ୟ 30 ଟଙ୍କା ରୁ 40 ଟଙ୍କା ପ୍ରତି ଲିଟର. ଏବଂ ଏହାର ଆଲୁଅ ଇଂଟେନସିଟି 10 ଲ୍ଯୁମେନ.. ପ୍ରତ୍ୟେକ ପରିବାରକୁ ଏକ ସୌର ଲଣ୍ଠନ ପ୍ରଦାନ କରାଗଲା. ଏବଂ ଗାଁରେ ଦୁଇଟି 60ବାଟ ସୋଲାର ପାନେଲ, 2 ସର୍କିଟ ବାକ୍ସ ବିଶିଷ୍ଟ  ଗୋଷ୍ଠୀ ସୌର ଲଣ୍ଠନ ଚାର୍ଜିଂ ଷ୍ଟେସନ ସ୍ଥାପିତ କରାଗଲା ଓ ଏଥିରେ ଥରକରେ 16 ଟି ଲଣ୍ଠନ ଚାର୍ଜ ହୋଇ ପାରିବ

ପରିବେଶ ଉପରେ ପ୍ରଭାବ

ସାଧାରଣ ଭାବେ ପରିବାର ଗୁଡିକରେ କିରୋସିନି ଲଣ୍ଠନ ଆଲୁଅ କରିବା ଉଦ୍ଦେଶ୍ୟରେ ବ୍ୟବହାର କରାଯ଼ାଉଥିଲା. ଏହା ଦ୍ବାରା  ପ୍ରତ୍ୟେକ ପରିବାର ମାସିକ 2 ଲିଟରୁ 2.5 ଲିଟର କିରୋସିନି ଖର୍ଚ କରୁଥିଲେ କିରୋସିନି ଲଣ୍ଠନ ତୁଳନାରେ ସୌର ଲଣ୍ଠନର ଆଲୁଅ ଖୁବ ଭଲ ହୋଇଥାଏ ଓ ଗୋଟିଏ ସମୟରେ ଅନେକ ସ୍ଥାନରେ ଆଲୁଅ ଦରକାର ହେଉଥିବାରୁ କିରୋସିନି ଲଣ୍ଠନ ପରିବର୍ତେ ଗୋଟିଏ ଗୋଟିଏ ସୌର ଲଣ୍ଠନରେ ଏହାକୁ ପରିବର୍ତିତ କରାଗଲା

ପ୍ରତି ପରିବାର ପ୍ରତି ମାସ କିରୋସିନି ଖର୍ଚ 2ରୁ 2.5 ଲିଟର

1 ଲିଟର କିରୋସିନି ଜଳିବା ବେଳେ ନିର୍ଗତ ହେଉଥିବା କାର୍ବନ ଡାଇ ଅକ୍ସାଇଡର ମାତ୍ରା 2.5 କେଜି

16ଟି ପରିବାର ଦ୍ବାରା ବାର୍ଷିକ କାର୍ବନ ଡାଇ ଅକ୍ସାଇଡ ନିର୍ଗତ ହ୍ରାସର ମାତ୍ରା 960ରୁ 12 ଶହ କେଜି ( 1 କାର୍ବନ କ୍ରେଡିଟ)

ବର୍ତମାନ ପ୍ରତ୍ୟେକ ପରିବାର ପ୍ରତି ଲଣ୍ଠନରୁ ପ୍ରତି ମାସ 70ରୁ 100 ଟଙ୍କା ପର୍ଯ୍ୟନ୍ତ ସଂଚୟ କରୁଛି . ଏହି ସମଗ୍ର ପ୍ରଣାଳୀର ମେଣ୍ଟେନାନ୍ସ ପାଇଁ ଏବଂ ଶକ୍ତି ସମ୍ପର୍କିତ ଭବିଷ୍ୟତ ଗୋଷ୍ଠୀ ପରିସମ୍ପତି ପାଇଁ (ମୁଖ୍ୟ ସୌର ଲାଇଟିଂ) ପାଇଁ ଗୋଷ୍ଛୀ ପ୍ରତି ମାସ ପ୍ରତି ପରିବାରରୁ 25 ଟଙ୍କା ସଂଚୟ କରିବାକୁ ନିଷ୍ପତି ନେଇଛି.

ସାମାଜିତ ପ୍ରଭାବ

ପଢିବା ଉଦ୍ଦେଶ୍ୟରେ କିରୋସିନି ଲଣ୍ଠନ ତୁଳନାରେ ସୌର ଲଣ୍ଠନର ଆଲୁଅର ଗୁଣବତ୍ତା ଖୁବ ଭଲ ହୋଇଥିବାରୁ ସ୍ଥାନୀୟ ଅଂଚଳରେ ସଂଧ୍ୟାରେ ମଧ୍ୟ କୋଚିଂ କ୍ଲାସ ଆରମ୍ଭ ହୋଇଛି  ଓ ଏହା ଦ୍ବାରା ତାଙ୍କ ଗ୍ରାମରେ ଶିକ୍ଷାର ସ୍ତରରେ ଉନ୍ନତି ଆସିବ . ସୌର ଲଣ୍ଠନ ମଧ୍ୟ ଗାଁରେ କିରୋସିନିର ଚାହିଦାକୁ କମାଇ ଦେଇଛି ଓ ଏବେ ଗାଁର ଲୋକ ମାନେ ଖୋଲା ବଜାରରୁ ଅଧିକ ଦାମ ଦେଇ କିରୋସିନି କିଣୁ ନାହାନ୍ତି ଓ ସେମାନେ ପିଡିଏସ ପ୍ରଣାଳୀରେ ମିଳୁଥିବା କିରୋସିନିକୁ ସୁଲଭ ଦାମରେ କିଣୁଛନ୍ତି , ଯ଼ାହା ତାଙ୍କ ପାଇଁ ଯ଼ଥେଷ୍ଟ. ଏହି ପ୍ରଣାଳୀର ସଫଳ କାର୍ଯ଼କାରିତା ଫଳରେ ଗୋଷ୍ଠି ଓ ଆର୍ଥିକ ସମ୍ବଳ ( ଗୋଷ୍ଠୀ ସଂଚୟ) ମଧ୍ୟରେ ଭଲ  ସହଯ଼ୋଗ ବଢିବ ଓ ଜିଏଚଜି ନିର୍ଗତକାରୀ ସ୍ରୋତ (କିରୋସିନି)ରୁ ଅଧିକ ପରିବେଶ ମିତ୍ର ସ୍ରୋତ ( ସୌର କିମ୍ବା ଅନ୍ୟ ନବୀକରଣ ଯୋଗ୍ୟ ସ୍ରୋତ)କୁ ରୂପାନ୍ତରିତ ହୋଇ ପାରିବ

ଆର୍ଥିକ ବାଲାନ୍ସ ସିଟ

ଡିଆରସିଏସସିର ଯ଼ୋଗଦାନ

2 ସୋଲାର ପାନେଲର ଦାମ ( 9000  ହିସାବରେ)   18000.00

ସୋଲାର ପାନେଲ ସ୍ଥାପନା କରିବା ପାଇଁ ଫ୍ରେମର ଦାମ    1500.00

ମଲ୍ଟିପଲ ସୌର ଲଣ୍ଠନକୁ ଚାର୍ଜିଂ କରିବାକୁ 2 ସାର୍କିଟ ବାକ୍ସ ଏବଂ ତାରର ଦାମ 1500.00
16ଟି ସୌର ଲଣ୍ଠନର ଦାମ 900 ପ୍ରତି ଲଣ୍ଠନ     14400.00

କୋଲକାତାରୁ ନାରାୟଣପୁରକୁ 16 ଟି ଲଣ୍ଠନ ଅଣାଯ଼ିବା ବାବଦରେ ଖର୍ତ    6000.00

ଡିଆରସିଏସସିର ମୋଟ ଯ଼ୋଗଦାନ 41,400 ଟଙ୍କା

ଗୋଷ୍ଠୀର ଯ଼ୋଗଦାନ

ଛାତରେ ଢାଂଚାକୁ ଲଗାଇବା ପାଇଁ ସାମଗ୍ରୀ ଓ ଶ୍ରମିକ ଦାମ 500.00 ଟଙ୍କା

ସୋଲାର ପାନେଲ ପାଇଁ  ଲୌହ ଢାଂଚାର ପେଣ୍ଟିଂ ଓ ସାମଗ୍ରୀ ଦାମ 100.00 ଟଙ୍କା

ମୋଟ ଗୋଷ୍ଠୀ ଯ଼ୋଗଦାନ 800 ଟଙ୍କା

ସ୍ରୋତ ଡିଆରସିଏସସି ନିଉଜ ଲେଟର ସଂଖ୍ୟl 06

ସଫା, ସବୁଜ ଏବଂ ଉଜ୍ଜ୍ବଳ

ଦକ୍ଷିଣ ଭାରତୀଯ ରାଜ୍ୟ କର୍ଣାଟକର କବିଗେରେ ଗ୍ରାମରେ ସବୁଜତା ସ୍ପଷ୍ଟ ଦେଖିହୁଏ. ତେବେ ଏହା ସ୍ପଷ୍ଟ ଦେଖା ଯାଏ ନାହିଁ ଯ଼େ ଏହି ଗ୍ରାମ ପଂଚାୟତ ଦେଶର ପ୍ରଥମ ଗ୍ରାମ ପଂଚାୟତ ହୋଇଛି ଯ଼ିଏ ପାବାର ଗ୍ରିଡକୁ ବିଜୁଳି ବିକ୍ରୟ କରୁଛି.  କବିଗେରେ ଗ୍ରାମ ପଂଚାୟତ ନିଜ ଦ୍ବାରା ଚାଳିତ ବାୟୋମାସ ପ୍ଲାଣ୍ଚରୁ ମିଳୁଥିବା ବିଜୁଳିକୁ ବାଙ୍ଗାଲୁରୁ ଇଲେକ୍ଟ୍ରିସିଟି କମ୍ପାନୀକୁ ବିଜୁଳି ବିକ୍ରି କରୁଛି.  ଏହି ପଥ ପ୍ରଦର୍ଶକ କାମ ୟୁଏନଡିପି ନେତୃତ୍ବାଧୀନ ପ୍ରକଳ୍ପ ବାଯୋମାସ ଏନର୍ଜି ଫର ରୁରାଲ ଇଣ୍ଡିଆର ଫଳାଫଳ. ଗ୍ଲୋବାଲ ଏନଭୟର୍ନମେଣ୍ଟ ଫ୍ରେଣ୍ଡଲି,, ଇଣ୍ଡିଆ0 କାନାଡା ଏନଭାୟର୍ନମେଣ୍ଟ ଫ୍ରେଣ୍ଡଲି ଏବଂ କର୍ଣାଟକ ସରକାରଙ୍କର ଗ୍ରାମୀଣ ଉନ୍ନଯନ ଓ ପଂଚାୟତିରାଜ ବିଭାଗ ଦ୍ବାରା ଏହାକୁ କାର୍ଯ଼କାରୀ କରାଯ଼ାଉଛି. 250., 250 ଓ 500 କିଲୋବାଟ କ୍ଷମତା ବିଶିଷ୍ଟ କ୍ଷୁଦ୍ର ପ୍ଲାଂଟ ଜରିଆରେ ସ୍ଥାନୀଯ ଅଂଚଳରେ ବାୟୋମାସରୁ ବିଜୁଳି ଉତ୍ପାଦନ କରାଯ଼ାଏ. 2007 ମସିହାରୁ ପାଖାପାଖି 400,000 କେଡବଲୁଏଚ  ବିଜୁଳି ଉତ୍ପାଦନ କରାଯ଼ାଇଛି  ଏହି ବିଜୁଳିର ମାତ୍ରା 600 ଗ୍ରାମୀଣ ଉପଭୋକ୍ତାଙ୍କ ବାର୍ଷିକ ବିଜୁଳି ଖର୍ଚ ସହ ସମାନ ଏବଂ ଏହା ଦ୍ବାରା ଅଂଚଳରେ ଅଧିକ ବିଶ୍ବସନୀୟ ବିଜୁଳି ଯ଼ୋଗାଣକୁ ସୁନିଶ୍ଚିତ କରାଇବାରେ ସହାୟକ ହୋଇ ପାରିଛି ବର୍ଧିତ ବିଜୁଳି ଉତ୍ପାଦନର ଲାଭ ସହିତ ଏହା ଅଧିକ ପରିବେଶ ମିତ୍ର ମଧ୍ୟ. ବାୟୋମାସ ଜରିଆରେ ଉତ୍ପାଦିତ ଏହି  ବିଜୁଳି ପାଇଁ ସ୍ଥାନୀୟ ଅଂଚଳରୁ ମିଳୁଥିବା ଇଉକାଲିପଟାସ ଓ ଅନ୍ୟ ଗଛର ଆବଶ୍ୟକତା ପଡୁଥିବାରୁ ଏହି ଅଂଚଳରେ ସବୁଜିମା ଦେଖାଦେଇଛି.
ଆମ ଚାରି ପାଖରେ ଏତେ ସବୁଜିମା ରହିଛି, ତାହା ବିଶ୍ବାସ କରିବା ଆମ ପାଇଁ କଷ୍ଟକର ହୋଇ ପଡୁଛି, ବିଜୁଳି ଯ଼ୋଗାଣ ଖୁବ ନିୟମିତ ଓ ରନ୍ଧା କାମ ପାଇଁ ଆମକୁ ସଫା ଇନ୍ଧନ ମିଳୁଛି ବୋଲି କହନ୍ତି  ଏହି ଗ୍ରାମ କମିଟିର ସଭାପତି ସିଦାଗଙ୍ଗାମା. 25 ବର୍ଷୀୟl ରଙ୍ଗାମା  ପାଇଁ ଅନେକ କଥା ବଦଳିଛି ଓ ଏହି ପରିବର୍ତନ ଫଳରେ ସେ ତାର ସ୍ବାମୀ ସହ ସମଯ ବିତାଇବାକୁ ସମୟ ପାଉଛି.  ସେ କହନ୍ତି ଯ଼େ ତାଙ୍କ ସ୍ବାମୀ ଏଇଥି ପାଇଁ ଖୁସି ଯ଼େ ତାଙ୍କୁ ପ୍ରତିଦିନ ରୋଷେଇ ପାଇଁ କାଠ ଆଣିବାକୁ ଯ଼ିବାକୁ  ପଡୁନାହିଁ. ତାଙ୍କ ହାତରେ ଏବେ ଅତିରିକ୍ତ ସମୟ ଓ ଅର୍ଥ ରହୁଛି ବୋଲି ହସିହସି କହନ୍ତି ରଙ୍ଗାମା. ଧୁଆଁ ଆଉ ମୋତେ ରୋଷେଇ କଲା ବେଳେ କଷ୍ଟ ଦେଉ ନ ଥିବାରୁ ମୁଁ ରୋଷେଇ କରିବାକୁ ଉପଭୋଗ କରୁଛି  
ପରିବେଶ ସୁବିଧା  ସହିତ ପ୍ରକଳ୍ପରୁ ଆର୍ଥିକ ସଂଚୟ ମଧ୍ୟ ଖୁବ ଗୁରୁତ୍ବପୂର୍ଣ. ଏହି ପ୍ରକଳ୍ପରେ 51ଟି ଗ୍ରୁପ ଗୋବର ଗ୍ୟାସ ପ୍ଲାଣ୍ଟ ସ୍ଥାପନ କରାଯ଼ାଇଥିଲା ଓ ଏହା ଦ୍ବାରା 175ଟି ପରିବାର ସଫା ଇନ୍ଧନରେ ରୋଷେଇ କରୁଛନ୍ତି . ତାଙ୍କୁ କିଛି ଅଧିକ ଖର୍ଚ କରିବାକୁ ପଡୁ ନାହିଁ,  ଉତ୍ପାଦିତ ହେଉଥିବା ବିଜୁଳିରୁ ଗାଁରେ 130ଟି ବୋରବେଲ ନିର୍ମାଣ କରାଯ଼ାଇଛି . ପ୍ରତେ୍ଯ଼କ ପାଂଚଟି ପରିବାର ପାଇଁ ଗୋଟିଏ ଲେଖାଏ ଦିଆଯ଼ାଇ ଗ୍ରାମବାସୀଙ୍କର ଜଳସେଚନ ଆବଶ୍ୟକତାକୁ ଦୂର କରାଯ଼ାଇଛି. ଏହାଦ୍ବାରା କବିଗେରେ ଗ୍ରାମର ହାରାହାରି ଆଯ 20 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ବୋଲି କହନ୍ତି  ପ୍ରକଳ୍ପ ଅଧିକାରୀ . ସେ କହନ୍ତି ଯ଼େ ସ୍ଥାନୀୟ ଯ଼ୁବକ ମାନଙ୍କୁ ଇଂଡିଆନ ଇଂସ୍ଟିଚ୍ଯୁଟ ଅଫ ସାଇଂସ ବେଙ୍ଗାଲୁରୁରେ ନିୟମିତ ପ୍ରଶିକ୍ଷଣ ଦେଇ ସ୍ଥାନୀୟ ଯ଼ୁବକ ମାନଙ୍କୁ ବିଦ୍ଯୁତ ପ୍ଲାଣ୍ଚରେ ନିଯ଼ୁକ୍ତି ଦେବା ଦ୍ବାରା ସେମାନଙ୍କର କୌଶଳ ବିକାଶ ହେବା ସହ ତାଙ୍କ ପାଇଁ ନିଯ଼ୁକ୍ତି ସୁଯ଼ୋଗ ମଧ୍ୟ ବଢିଛି.  ଏହା ବାଦ ଗାଁ ର ମହିଳା ମାନଙ୍କ ଦ୍ବାରା ଗଠିତ 81ଟି ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ସ୍ଥାପିତ ହୋଇଥିବା ନର୍ସରୀ ପ୍ଲାଂଟ ମିଳୁଥିବା ଅର୍ଗାନିକ ବର୍ଜ ବସ୍ତୁ କୁ ଇନ୍ଧନ ପାଇବା  ପାଇଁ ବାୟୋ ଗ୍ୟାସ ପ୍ଲାଣ୍ଟରେ ବ୍ୟବହାର କରାଯ଼ାଇଥାଏ. ଏହା ଦ୍ବାରା ଏହି ମହିଳା ମାନଙ୍କୁ ଆଯ ସୃଷ୍ଟିକାରୀ ସୁଯ଼ୋଗ ମିଳିଥାଏ.   ନବୀକରଣ ଯ଼ୁକ୍ତ ଶକ୍ତିରୁ ଗାଁର  ବିଜୁଳି ଚାହିଦା ମେଣ୍ଟାଇବା ସହ ରନ୍ଧନ, ଜଳସେଚନ ଟେକନିକରେ ସୁଧାର କରିବା ଦ୍ହାରା ପରିବେଶଜନିତ ଦୀର୍ଘସ୍ଥାୟୀ ବିକାଶର ସାମର୍ଥକୁ ପ୍ରଦର୍ଶିତ କରେ.

ସ୍ରୋତ ୟୁନଡିପି

ଜୀବନକୁ ଆଲୋକିତ  କରିବା

ଅନାମିକା ଇଂରାଜୀ ପଢିବାକୁ ଭଲ ପାଏ ଓ ସେ ଡାକ୍ତର ହେବାକୁ ଚାହେଁ. “ ଏହି ଆଲୁଅ  ମୋ ପାଇଁ ଖୁବ ଗୁରୁତ୍ବପୂର୍ଣ  ଓ ମୁଁ  ଏହା ଦ୍ବାରା ଅଧିକ ପଢିପାରିବି. ବିଜୁଳିକୁ ନେଅ ଏଠାରେ ଅନେକ ସମସ୍ୟା ରହିଛି. କିଛି ଦିନ ତଳେ ଏଠାରୁ 2ରୁ 3 ଦିନ ଧରି ବିଜୁଳି ନ ଥିଲା. ଯ଼ଦି ଆମ ପାଖରେ ଲ୍ଯାମ୍ପ ଥିବ ତେବେ ଆମକୁ ପଢିବା ପାଇଁ ଅଧିକ ସମୟ ମିଳିବ. " ବୋଲି ଅନାମିକା କହେ.

ଉତ୍ତର ପ୍ରଦେଶ ରାଜ୍ୟରେ ମୋଟ 454 କେଜିବିଭି ରହିଛି. ସେଗୁଡିକ ମଧ୍ୟରୁ 376ଟି ସରକାରଙ୍କ ଦ୍ବାରା ଓ 78ଟି ବିଭିନ୍ନ ଏନଜିଓ ଦ୍ବାରା ଚଳାଯ଼ାଉଛି . 2009ରେ ଏହି କାର୍ଯ୍ୟକ୍ରମରେ ମୋଟ 37 ହଜାରରୁ ଉର୍ଧ ଛାତ୍ରୀଙ୍କର ନାମଲେଖା ହୋଇଛି.

ଆଇକେଇଏ ସୋସିଆଲ ଇନିସିଏଟିଭ ଦ୍ବାରା ଏକ ଶହ ସୌର ପରିଚାଳିତ ସୁନ୍ନାନ ଲ୍ଯାମ୍ପ ବିଦ୍ୟlଳୟରେ ଗତ ମାସ ଆସି ପହଂଚିଛି. ଏହା ପ୍ରତ୍ୟେକ ଛାତ୍ରୀ ପାଇଁ ଗୋଟିଏ ନେବାକୁ ଯ଼ଥେଷ୍ଟ. ଛାତ୍ରୀ ମାନେ ଏହି ଲ୍ଯାମ୍ପକୁ ନେଇ ବିଶେଷ ଖୁସି. କିଶୋର କହନ୍ତି ଯ଼େ ରାତିରେ ଝିଅ ମାନେ ସାଧାରଣତଃ ସମୟକୁ ନଷ୍ଟ କରି ଦିଅନ୍ତି  ବର୍ତମାନ ସମସ୍ତଙ୍କୁ ଗୋଟିଏ ଲେଖାଏ ଲ୍ଯାମ୍ପ ମିଳିବା ପରେ ସେମାନେ ଯ଼େତେବେଳେ ଚାହିଁବେ ନିଜ ଇଚ୍ଛା ଅନୁସାରେ ପଢି ପାରିବେ. ସେ କହନ୍ତି ଯ଼େ ଏହା ଗ୍ରାମୀଣ ଅଂଚଳ ହୋଇଥିବାରୁ ବେଳେ ବେଳେ ବିଜୁଳି ଏଠାରେ ଦୁଇ0 ତିନି ଦିନ ପର୍ଯ଼ନ୍ତ ରହେ ନାହିଁ.. ତେଣୁ ଏପରି ଲାଇଟ ଗୁଡ଼ିକ ଆମ ଝିଅ ମାନଙ୍କ ପାଇଁ ଖୁବ ଉପଯ଼ୋଗୀ....... ଝିଅ ମାନେ ପଢିବାକୁ ଖୁବ ଆଗ୍ରହୀ ଓ ସେମାନେ ଦିନ ପରି ରାତିରେ ମଧ୍ୟ ପଢିବାକୁ ଚାହାନ୍ତି  .

ପ୍ରତ୍ୟେକ ଗୋଟିଏ ସୌର ପରିଚାଳିଚ ସୁନ୍ନାବ ଲ୍ଯାମ୍ପ ଆଇକେଇଏ ଷ୍ଟୋରରେ ବିଶ୍ବ ସାରା ବିକ୍ରୀ ହେଲେ ଆଉ ଏକ ଲ୍ଯାମ୍ପ .ୟୁନିସେଫକୁ ବିଜୁଳି ନ ଥିବା ପିଲା ମାନଙ୍କର ଜୀବନକୁ ଆଲୋକିତ କରିବାକୁ ପ୍ରଦାନ କରାଯ଼ାଇଥାଏ . ବିକାଶଶୀଳ ଦେଶଙ୍କ ପାଇଁ ଆଇକେଇଏ ଏକ ଶକ୍ତିଶାଳୀ ସୁନ୍ନାନ ତିଆରି କରିଛି. ଏହି ଲ୍ଯାମ୍ପ ଗୁଡିକ ରହିବାର ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ଆଖି ଆଗରେ ରଖି କରାଯ଼ାଇଛି , ଯ଼େପରିକି ଉଚ୍ଚ ତାପମାତ୍ରାରେ କିପରି ବେଟାରୀ ଚାଲି ପାରିବ.  ବର୍ତମାନ ସୁଦ୍ଧା 66740 ଟି ସୁନ୍ନାନ ଲ୍ଯାମ୍ପ 6494 ଟିବିଦ୍ୟlଳୟ ଓ ମହିଳା ସାକ୍ଷରତା ସମୁହଙ୍କ ମଧ୍ଯରେ ବିତରଣ କାରାଯ଼ାଉଛି . ସେହିପରି 24720 ଟି ଲ୍ଯାମ୍ପ ରାଜସ୍ଥାନ, ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶ, ଗୁଜରାତରେ ବିତରଣ କରାଯ଼ାଉଛି .

ମନ୍ତାଷା ଖୁସୀରେ କହନ୍ତି ଯ଼େ ଯ଼େତେବେଳେ ଆଲୁଅ ଥାଏ, ଏହା ଉଜ୍ଜଳ ହୋଇଥାଏ  ଓ ମୋତେ ଏହା ଭଲ ଲାଗେ.ଯ଼େତେବେଳେ ବିଜୁଳି ନ ଥାଏ, ସେତେବେଳେ ଆମକୁ ଶୀଘ୍ର ଶୋଇବାକୁ ପଡେ . ଏବେ ମୁଁ ରାତିରେ ପଢି ପାରିବି .

2.85714285714
Sagarika Bardhan Mar 05, 2016 01:50 PM

ଏହି ବାର୍ତ୍ତା ବହୁତ ସାହାଯ୍ୟ ଯୋଗ୍ୟ କରିବ ସୌର ଶକ୍ତି ବ୍ୟବହାରରେ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top