ହୋମ / ଶକ୍ତି / ଶ୍ରେଷ୍ଠ ପ୍ରଚଳନ / ସୌର ଶକ୍ତି ବ୍ୟବହାର ଏବଂ ଭୂତଳ ଜଳ ସ୍ତର ବୃଦ୍ଧି ଉପରେ ଗୁରୁତ୍ୱ
ସେଆର କରନ୍ତୁ

ସୌର ଶକ୍ତି ବ୍ୟବହାର ଏବଂ ଭୂତଳ ଜଳ ସ୍ତର ବୃଦ୍ଧି ଉପରେ ଗୁରୁତ୍ୱ

ସରକାରୀ, ଘରୋଇ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଆଦିରେ ସୌର ଶକ୍ତି ସଂଗ୍ରହ ଏବଂ ଭୂତଳ ଜଳ ସ୍ତର ବୃଦ୍ଧି ପ୍ରକଳ୍ପ ପ୍ରତିଷ୍ଠା ଗୁରୁତ୍ୱ ଦିଆଯାଇଛି ।

ସୌର ଶକ୍ତି ବ୍ୟବହାର

ସରକାରୀ, ଘରୋଇ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଆଦିରେ ସୌର ଶକ୍ତି ସଂଗ୍ରହ ଏବଂ ବର୍ଷାଜଳ ଅମଳ ମାଧ୍ୟମରେ ଭୂତଳ ଜଳ ସ୍ତର ବୃଦ୍ଧି ପ୍ରକଳ୍ପ ପ୍ରତିଷ୍ଠା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି। ଏ ସମ୍ବନ୍ଧ ଥିବା ନିୟମର ଅନୁପାଳନକୁ ତଦାରଖ କରିବା ପାଇଁ ଏକ କମିଟି ଗଠନ ନିମନ୍ତେ ବିଜ୍ଞାନ ଓ କାରିଗରୀ ବିଦ୍ୟା ସଚିବଙ୍କୁ ପରାମର୍ଶ  ଦିଆଯାଇଛି । ପ୍ରକଳ୍ପ ପ୍ରତିଷ୍ଠା କରିବା ନିମନ୍ତେ ରହିଥିବା ସରକାରୀ ସାହାର୍ଯ୍ୟ ଓ ସହାୟତା ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଏବଂ ଜଳ ସଂପଦ ବିଭାଗଙ୍କୁ ପରାମର୍ଶ ଦେଇଛନ୍ତି।

ସଚିବାଳୟଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ପତି ଏହି ନିଦ୍ଧେର୍ଶ ଦେଇଛନ୍ତି। ଯେଉଁମାନେ ଅନୁପାଳନ ନକରିବେ ସେମାନଙ୍କ ବିରୁଦ୍ଧରେ ଉନ୍ନୟନ କର୍ତୃପକ୍ଷ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ନିଦ୍ଧେର୍ଶ ଦିଆଯାଇଛି।

ଭୂତଳ ଜଳ ସ୍ତର ବୃଦ୍ଧି

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଘରୋଇ କୋଠାଗୁଡ଼ିର ପ୍ଲାନ୍ ଅନୁମୋଦନ ସମୟରେ ସୌର ଶକ୍ତି ସଂଗ୍ରହ ଓ ବର୍ଷାଜଳ ଅମଳ ପ୍ରକଳ୍ପ ନିମନ୍ତେ ସର୍ତ ରଖାଯାଇଛି। ଏଥି ପାଇଁ ମଧ୍ୟ ରିହାତିର ବ୍ୟବସ୍ଥା ରହିଛି। ଘରୋଇ ବାସଗୃହରେ ୧ କିଲୋୱାଟ୍ର ସୌର ଶକ୍ତି ସଂଗ୍ରହ ପ୍ରକଳ୍ପ ପାଇଁ ପ୍ରାୟ ୧୫% ରୁ ୩୦% ପର୍ଯ୍ୟନ୍ତ ସବସିଡ଼ି ମିଳିବ। ସଂପୃକ୍ତ ଘର ଏଥିରୁ ଦିନକୁ ପ୍ରାୟ ୩.୫ରୁ ୪ ୟୁନିଟ୍ ଶକ୍ତି ପାଇପାରିବେ। ସେହିପରି ଭୂତଳ ଜଳସ୍ତର ବୃଦ୍ଧି ନିମନ୍ତେ ବର୍ଷାଜଳ ଅମଳ ପ୍ରକଳ୍ପ ପାଇଁ ଶତକଡ଼ା ୫୦ ଭାଗ ବା ସର୍ବାଧିକ ୪୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତିର ବ୍ୟବସ୍ଥା ରହିଛି। ଜଳସଂପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ବଦି୍ର ରଞ୍ଜନ ପାଢୀ କହିଛନ୍ତି ଯେ ୨୧୫୦ ବର୍ଗ ଫୁଟ ବା ତାଠାରୁ କମ୍ ଛାତ ଥିବା ଘରୋଇ ବାସଗୃହ ମାନଙ୍କୁ ଏହି ରିହାତି ମିଳିପାରିବ ।

୨୧୫୦ ବର୍ଗ ଫୁଟ ଛାତରେ ଏହି ପ୍ରକଳ୍ପ ତିଆରି କରିବା ପାଇଁ ପ୍ରାୟ ୧ଲକ୍ଷରୁ ୩୦ ହଜାର ମଧ୍ୟରେ ଟଙ୍କା ବିନିଯୋଗ ହେବ। ସଂପୃକ୍ତ ଗୃହ ମାଲିକ ଏଥି ନିମନ୍ତେ ନିର୍ଦ୍ଧାରିତ ଫର୍ମରେ ତାଙ୍କ ଅଂଚଳର ଭୂତଳ ଜଳ ସଭେର୍ ଓ ଅନୁସନ୍ଧାନ କାର୍ଯ୍ୟାଳୟକୁ ଆବେଦନ କରିବେ।

ଆଧାର - "ଡେଲିହଣ୍ଟ"

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top