অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୌରଚାଳିତ ପାଣି ପମ୍ପବ୍ୟବସ୍ଥା

ଉପକ୍ରମ

ବିଶ୍ଵରେ ଭାରତ ହେଉଛି ଦ୍ଵିତୀୟ ବୃହତ୍ତମ ଜନବହୁଳ ରାଷ୍ଟ୍ର ଯାହାର ଲୋକ ସଂଖ୍ୟା ୧.୨୭ ବିଲିୟନ । ଏତେ ବିରାଟ ଜନସଂଖ୍ୟାର ବିଦ୍ୟୁତ୍ ଚାହିଦା ଦିନକୁ ଦିନ ବଢି ଚାଲିଛି  । ୨୦୧୧ ଜନଗଣନା ସର୍ତ୍ତେ ଅନୁଯାୟୀ ୭୭ ମିଲିୟନ ଲୋକ ଏବେ ପର୍ଯ୍ୟନ୍ତ ବି କିରୋସିନ, ଡିଜେଲ ଇତ୍ୟାଦି ଉପରେ ନିର୍ଭରଶୀଳ । ମୁଖ୍ୟତଃ ପାଣିପମ୍ପ ଚଳାଇବା ପାଇଁ ସେମାନେ ଏଇ ଇନ୍ଧନକୁ ବ୍ୟବହାର କରୁଛନ୍ତି । ଏହା ବ୍ୟୟ ବହୁଳ ହୋଇଥିବାରୁ ସମସ୍ତଙ୍କ ପାଇଁ ସୁବିଧାଜନକ ନୁହେଁ । ଏଥିରୁ ରକ୍ଷା ପାଇବା ପାଇଁ ପ୍ରାକୃତିକ ସମ୍ବଳକୁ ବ୍ୟବହାର କରାଯିବା ଉଚିତ୍ । ସୂର୍ଯ୍ୟ କିରଣ ସବୁଠାରୁ ଉତ୍ତମ ପ୍ରାକୃତିକ ସମ୍ବଳ ଯାହାକୁ ଆମେ ଇନ୍ଧନ ପାଇଁ ବ୍ୟବହାର କରିପାରିବା । ପ୍ରାକୃତିକ ଉପାୟ ରେ ଏହାର ଦୀର୍ଘମି ଆଦି ସୂତ୍ରରେ ବ୍ୟବହାର କରାଯାଇ ପାରିବ ।  ସବୁଠାରୁ ବଡ କଥା ହେଲା ଏହା କେବେ ସରିଯିବ ନାହିଁ । ସୌରଶକ୍ତିକୁ ମାନେ ୩E ର ସମାହାର ବୋଲି କହିପାରିବା ।

Energy –ଶକ୍ତି-ସୌରଶକ୍ତି ପ୍ରଚୁର ମାତ୍ରା ସବୁଠାରେ ମିଳେ ।

Ecology –ପରିବେଶ – ସୌରଶକ୍ତି ସ୍ଵଚ୍ଛ କୌଣସି ଶକ୍ତି ନଷ୍ଟ ହୁଏ ନାହିଁ କିମ୍ବା ପରିବେଶ ଉପରେ କୌଣସି ନାକାରାତ୍ମକ ପ୍ରଭାବ ପକାଏ ନାହିଁ ।

Ecology- ଆର୍ଥିକ ସ୍ଵଚ୍ଛଳତା – ଯେହେତୁ ଏହା ମାଗଣାରେ ଉପଲବ୍ଧ ତେଣୁ ଏହା ଆର୍ଥିକ ସ୍ଵଚ୍ଛଳତା ପ୍ରଦାନ କରେ । ଅନ୍ୟାନ୍ୟ ଶକ୍ତି ଉତ୍ପାଦନ ପରି ଏହାର ମୂଲ୍ୟ ସମୟାନୁସାରେ ବୃଦ୍ଧି ପାଏ ନାହିଁ ।

ସୌରଚାଳିତ ପମ୍ପ

ସୌରଚାଳିତ ପମ୍ପ ୨ପ୍ରକାର ରହିଥାଏ । ବ୍ୟାଟେରୀ ଚାଳିତ ଓ ପ୍ରତ୍ୟକ୍ଷ ଚାଳିତ ।

ଫଟୋଭୋଲଟିକ ପ୍ୟାନେଲ

ଫଟୋଭୋଲଟିକ ପ୍ୟାନେଲ ର ସବୁଠାରୁ କ୍ଷୁଦ୍ର ପ୍ୟାନେଲ ହେଉଛି ସୋଲାର ସେଲ । ଯେତେବେଳେ ଲାଇଟ ଜଳାଯାଏ ଏହା DC କରେଣ୍ଟ ଉତ୍ପାଦନ କରେ । ଏହି  କରେଣ୍ଟ ଏ କୁ ଏକାଠି କରାଯାଇ DC ପମ୍ପ ଚାଳନା ପାଇଁ ବ୍ୟବହାର କରାଯାଏ । ପମ୍ପ ଦ୍ଵାରା ପାଣି ସୂର୍ଯ୍ୟ କିରଣ ଥିବା ବେଳେ ଉଠାଯାଏ ଅଥବା ଏହାକୁ ସଂରକ୍ଷିତ କରାଯାଇ ପରେ ବ୍ୟାଟେରି ଦ୍ଵାରା ଚାଳନା କରାଯାଏ।

ସୌର (DC) ପାଣି ପମ୍ପ

ଏହି ବ୍ୟବସ୍ଥାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଦ୍ରବ୍ୟ ହେଲା ପମ୍ପ । ସୌର ଚାଳିତ ପମ୍ପକୁ ସୌରଶକ୍ତି ଦକ୍ଷତାର ସହ ବ୍ୟବହାର କରାଯିବା ପାଇଁ ପ୍ରସ୍ତୁତ କରାଯାଇଛି ।  ଯେତେବେଳେ ପମ୍ପ AC  କରେଣ୍ଟ ଦରକାର କରେ ସେତେବେଳେ ସୋଲାର ପମ୍ପ ବ୍ୟାଟେରୀରୁ DC କରେଣ୍ଟ/ PV ପ୍ୟାନେଲ କୁ ବ୍ୟବହାର କରେ ।

ବ୍ୟାଟେରୀ ଚାଳିତ ସୌର ପମ୍ପ ବ୍ୟବସ୍ଥା

 

ବ୍ୟାଟେରୀ ଚାଳିତ ପାଣି ପମ୍ପ ରେ ଦିନ ବେଳେ PV ପ୍ୟାନେଲ  ରେ କରେଣ୍ଟ ରହିଥାଏ ଯାହା ବ୍ୟାଟେରୀକୁ ଚାର୍ଜ କରିବା ଦ୍ଵାରା ପାଣି ଦରକାର ସମୟରେ ପମ୍ପିଙ୍ଗ କରି ପାଣି ଯୋଗାଇଥାଏ ।

ଡାଇରେକ୍ଟ  କପଲଢ ସୋଲାର ପମ୍ପିଙ୍ଗ ବ୍ୟବସ୍ଥା

ଡାଇରେକ୍ଟ ପମ୍ପିଙ୍ଗ ବ୍ୟବସ୍ଥାରେ ବିଦ୍ୟୁତ PV ମଡେଲରୁ ସିଧାସଳଖ ପମ୍ପ ଭିତରକୁ ଆସେ, ଯାହାକୁ ଏକ ପାଇପ ବାଟେ ପାଣି ଯେଉଁ ସ୍ଥାନକୁ ଦରକାର ସେଠାରେ ପହଞ୍ଚେ । ଏପରି ବ୍ୟବସ୍ଥାଦ୍ଵାରା ପମ୍ପ କେବଳ ଦିନବେଳା କାର୍ଯ୍ୟ କରିପାରିବ । ଏହି ପମ୍ପ ଦ୍ଵାରା ନିର୍ଗତ ପାଣି ସୂର୍ଯ୍ୟକିରଣ ଉପରେ ନିର୍ଭରଶୀଳ । ଉଜ୍ଵଳ ସୂର୍ଯ୍ୟକିରଣ ଦ୍ଵାରା ଯେପରି ସକାଳ, ଖରାବେଳ ପମ୍ପ ପାଣିର ଧାର ୧୦୦% ରହିଥାଏ ।

ଭୋରରୁ କିମ୍ବା ୪ଟା ବେଳେ ପମ୍ପ ଦ୍ଵାରା ୨୫% ପାଣି ନିର୍ଗତ ହୁଏ ।

ସୌର ଚାଳିତ ପମ୍ପ ବ୍ୟବହାର ଉପକାରିତା

ଆରମ୍ଭ ବେଳେ ଟଙ୍କାଖର୍ଚ୍ଚ କରିବାକୁ ପଡେ ତାପରେ  ବିଦ୍ୟୁତଶକ୍ତି ପୁରା ମାଗଣା ।

ବିଦ୍ୟୁତ ବିଲ କମ୍ ହୋଇଥାଏ ।

ସୋଲାର ପମ୍ପର ସମୟସୀମା ୨୦-୩୦ ବର୍ଷ। ରକ୍ଷଣାବେକ୍ଷଣା ଖର୍ଚ୍ଚ ନଥାଏ ।

ଦୁର୍ଗମ ଅଞ୍ଚଳ ଯେଉଁଠାରେ ବିଦ୍ୟୁତଶକ୍ତିର ବ୍ୟବହାର ନଥାଏ । ସେଠାରେ ଏହା କାମ ଦିଏ ।

ରକ୍ଷଣାବେକ୍ଷଣା

PV ପ୍ୟାନେଲ ସାଧାରଣତଃ କମ୍ ରକ୍ଷଣାବେକ୍ଷଣା ଦରକାର କରିଥାଏ । ପମ୍ପ, ବ୍ୟାଟେରୀ ଅନ୍ୟ ପାଟିସ ସମୟ ବ୍ୟବଧାନରେ ରକ୍ଷଣାବେକ୍ଷଣା ଆବଶ୍ୟକ କରିଥାଏ ।

  • ଏଥିରେ ବ୍ୟବହାର ହୋଇଥିବା ସମସ୍ତ ବୈଦ୍ୟୁତିକ ଉପକରଣର ଉପଯୁକ୍ତ ତଦାରଖ କରାଯିବା ସହ ଅଟୋ ପାଟର୍ସ ଦୋକାନରେ ମିଳୁଥିବା ବ୍ୟାଟେରୀ କନେକ୍ସନ ବ୍ୟବହାର କରାଯିବା ଉଚିତ୍ ।

ବ୍ୟାଟେରୀର ଦରକାରମୁତାବକ ରକ୍ଷଣାବେକ୍ଷଣା କରିବା ସହ ବ୍ୟାଟେରୀର ସମସ୍ତ ସେଲ ଚେକ କରାଯିବା ଦରକାର । ୱାରେଙ୍ଗୀକୁ  ଚେକ୍ କରାଯିବା ସହ ଦରକାର ମୁତାବକ ପରିବର୍ତ୍ତନ କରାଯିବା ଆବଶ୍ୟକ ।

  • ପାଣିଦୂଷିତ ହେବା କିମ୍ବା ପାଣି ବାକ୍ସରେ ଜଙ୍କ ଲାଗିବାକୁ ଚେକ କରାଯିବା ଉଚିତ୍ ।
  • ଯଦି ଗଛ କିମ୍ବା ଅନ୍ୟ କୌଣସି ଜିନିଷର ଛାଇ PV ପ୍ୟାନେଲ ଉପରେ ପଡୁଥାଏ ତେବେ ତାହାକୁ ହଟାଇଦିଆଯିବା ଦରକାର ।

ପ୍ୟାନେଲ କାଚର ପରିଷ୍କାରତା ଉପରେ ନିଜର ଦିଆଯିବା ଆବଶ୍ୟକ । ଯଦି ଏହା ମଇଳା ହୋଇଥାଏ ତେବେ ଏହାକୁ ଡିଟର ଜେଣ୍ଟକୁ  ପାଉଡ଼ର ଦେଇ ଏକ ନରମ କପଡା ସାହାଯ୍ୟରେ ସଫା କରାଯିବା ଉଚିତ୍ । ସୁଇଚ ଗୁଡିକୁ ଚେକ କରାଯିବା ଉଚିତ୍ ।

ସରକାରୀ ସବସିଡି

ଭାରତ ସରକାର ସୌରଚାଳିତ ପାଣିପମ୍ପ କୁ ଉତ୍ସାହିତ କରୁଛନ୍ତି । ଏହି ବ୍ୟବସ୍ଥା ପାଇଁ ୫୭,୦୦୦per KWP ରେ ୩୦% ରିହାତି/ ସବସିଡ ରଖାଯାଇଛି ।

ଆଧାର - PRACTICAL ACTION

Email : rssobbs@gmail.com

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate