অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

୧୫ ଟଙ୍କାରେ ମିଳିବ ଏଲଇଡି ବଲବ

୧୫ ଟଙ୍କାରେ ମିଳିବ ଏଲଇଡି ବଲବ

ଡୋମେଷ୍ଟିକ ଏଫିସିଏଣ୍ଟ ଲାଇଟିଂ

କେନ୍ଦ୍ର ସରକାରଙ୍କ ପକ୍ଷରୁ ପରିଚାଳିତ ଡୋମେଷ୍ଟିକ ଏଫିସିଏଣ୍ଟ ଲାଇଟିଂ ପ୍ରୋଗ୍ରାମ ଅଧୀନରେ ଏଲଇଡି ବଲବର ମୂଲ୍ୟ ୟୁନିଟ ପିଛା ଟ ୫୪.୯୦ ରୁ ୩୮ ଟଙ୍କାକୁ ଖସିଆସିଛି   । ଏହା ଫଳରେ ଖୁଚୁରା ବଜାରରେ ଏହି ବଲବ ୧୫ ଟଙ୍କାରେ ଉପଲ୍ଲବ୍ଧ ହୋଇପାରିବ   । ରାଜ୍ୟ ସରକାର ଗୁଡିକ ଦ୍ଵାରା ଲାଗୁ ହୋଇଥିବା ଟିକସ ପରେ ବିଭିନ୍ନ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ ବର୍ତ୍ତମାନ ଏଲଇଡି ବଲବ ଗ୍ରାହକଙ୍କୁ ୭୫ ରୁ ୧୦୦ ଟଙ୍କା ମୂଲ୍ୟରେ ପ୍ରଦାନ କରୁଛନ୍ତି । ଏନର୍ଜି ଏଫିସିଏନ୍ସ ସର୍ଭିସେସ ଲିମିଟେଡ ଦ୍ଵାରା ମଙ୍ଗଳବାର ୫ କୋଟି ୯ ୱାଟ ଏଲଇଡି ବଲବ ଯୋଗାଣ ଲାଗି ହୋଇଥିବା ନିଲାମ ଖୋଲାଯାଇଛି   । ନିଲାମରେ ୟୁନିଟ ପିଛା ସର୍ବନିମ୍ନ ବିଡ ୩୮ ଟଙ୍କା ରଖିଥିଲା   । ତେଣୁ ବଜାରରେ ଏହି ବଲବ ୟୁନିଟ ପିଛା ୧୫ ଟଙ୍କାରେ ଉପଲ୍ଲବ୍ଧ ହେବ   । ମାର୍ଚ୍ଚରେ ହୋଇଥିବା ନିଲାମରେ ୟୁନିଟ ପିଛା ଏହାର ମୂଲ୍ୟ ଟ ୬୪.୪୧ ରୁ ୫୪.୯୦ କୁ ହ୍ରାସ ଘଟିଥିଲା   । କମ୍ଫିଟିଟିଭି ବିଡିଂ ଜରିଆରେ ଅଧିକ ମାତ୍ରାରେ କ୍ରୟ କରି ସରକାର ଦେଶରେ ଏଲଇଡି ବଲବ ମୂଲ୍ୟ ୟୁନିଟ ପିଛା ୪୪ ଟଙ୍କାକୁ ହ୍ରାସ ଘଟାଇବେ ବୋଲି ଶକ୍ତି ମନ୍ତ୍ରୀ ପିୟୁଷ ଗୋୟଲ ଗତବର୍ଷ ସେପ୍ଟେମ୍ବରରେ କହିଥିଲେ   ।

ଆଧାର – ସମାଜ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate