ହୋମ / କାର୍ଯ଼କ୍ରମ / ସମ୍ବଲପୁର ପୁସ୍ତକ ମେଳା ୧୭ରୁ
ସେଆର କରନ୍ତୁ

ସମ୍ବଲପୁର ପୁସ୍ତକ ମେଳା ୧୭ରୁ

ସେତୁ ଆନୁକୂଲ୍ୟରେ ହୋଇ ଆସୁଥିବା ସମ୍ବଲପୁର ପୁସ୍ତକ ମେଳା ଆସନ୍ତା ୧୭ ତାରିଖ ଠାରୁ ଆରମ୍ଭ ହେବ। ଏହି ମେଳା ୮ ଦିନ ସକାଶେ ଅନୁଷ୍ଠିତ ହୋଇ ୨୪ ତାରିଖରେ ସମାପିତ ହେବ। ପୁସ୍ତକ ମେଳାରେ ଯୋଗଦେବା ପାଇଁ ଇତିମଧ୍ୟରେ ବହୁ ପ୍ରକାଶନ ସଂସ୍ଥା ଏବଂ ପୁସ୍ତକ ବିକ୍ରେତା ସେମାନଙ୍କର ସମ୍ମତି ଜଣାଇ ସାରିଲେଣି। ପିଏଚଡ଼ି ପଡ଼ିଆ ବା ବିର୍ସାମୁଣ୍ଡା ମଇଦାନରେ ଏହି ପୁସ୍ତକ ମେଳା ଅନୁଷ୍ଠିତ ହେବ। ସମ୍ବଲପୁର ପୁସ୍ତକ ମେଳା ତା’ର ଆକାର ଏବଂ ବିକ୍ରିବଟାର କାରବାର ଦୃଷ୍ଟିରୁ ଭୁବନେଶ୍ୱର ପୁସ୍ତକ ମେଳା ପରେ ରାଜ୍ୟର ଦ୍ୱିତୀୟ ସର୍ବବୃହତ ପୁସ୍ତକ ମେଳା ଅଟେ। ଏହି ମେଳା ଆୟୋଜିତ ହେବାପରେ ସମ୍ବଲପୁରରେ ପୁସ୍ତକ ରଚନା, ପ୍ରକାଶନ ଏବଂ ଆଦୃତିର ପରିମାଣ ବୃଦ୍ଧି ପାଇଛି।

Event details

When

Jan 17, 2017 09:00 AM to
Jan 24, 2017 09:00 PM

Where

sambalpur
Back to top