ହୋମ / ସ୍ଵାସ୍ଥ୍ୟ / ଅଙ୍ଗପ୍ରତ୍ୟଙ୍ଗ / ଆଖି ଥକାପଣ ଦୂର କରିବାର ସହଜ ଉପାୟ
ସେଆର କରନ୍ତୁ

ଆଖି ଥକାପଣ ଦୂର କରିବାର ସହଜ ଉପାୟ

ଆଖିରୁ ପାଣି ବାହାରିବା, କୁଣ୍ଡାଇ ହେବା, କଳାଦାଗ ପରି ସମସ୍ୟା ଦେଖା ଯାଉଛି ଯଦି ଏହାର ଚିକିତ୍ସା କରିବା ଉଚିତ୍

ଆଖି ଥକାପଣ ଦୂର କରିବାର

ଆଜିର ଏହି ଅତ୍ୟାଧୁନିକ ଟେକ୍ନୋଲୋଜି ଦୁନିଆରେ ଲୋକ ନିଜ ଅଧିକାଂଶ ସମୟମୋବାଇଲ, ଲାପ୍‌ଟପ୍‌, ଟିଭି ଆଦି ଦେଖି କାଟୁଛନ୍ତି । ଖାଲି ମନୋରଞ୍ଜନ ନୁହେଁ ଏବେ ପାଖାପାଖି ପ୍ରାୟ ସବୁ ଲୋକ କର୍ମକ୍ଷେତ୍ରରେ କମ୍ପ୍ୟୁଟରରେ ଘଣ୍ଟା ଘଣ୍ଟା ଧରି କାର୍ଯ୍ୟ କରୁଛନ୍ତି । ଏହାର ସିଧାସଳଖ ପ୍ରଭାବ ପଡୁଛି ଆଖି ଉପରେ । ଫଳରେ ଆଖିରୁ ପାଣି ବାହାରିବା, କୁଣ୍ଡାଇ ହେବା, କଳାଦାଗ ପରି ସମସ୍ୟା ଦେଖା ଯାଉଛି । ଯଦି ଏହାର ଚିକିତ୍ସାରେ ଅବହେଳା କରାଯାଏ ତେବେ ଆଖି ପରି ଅମୂଲ୍ୟ ସମ୍ପଦ ହରାଇବାର ମଧ୍ୟ ସମ୍ଭାବନା ରହୁଛି ।

ସହଜ ଉପାୟ

ସନ୍ତୁଳିତ ଖାଦ୍ୟପଦାର୍ଥ ସହ ଆଖିର ବ୍ୟାୟାମ ନିୟମିତ କଲେ ଆଖିର ଥକାପଣ ଦୂର ହେବ । ଆମେ କିଛି ସହଜ ଟିପ୍ସ ଏଠାରେ ଦେଉଛୁ, ଯାହାଦ୍ୱାରା ଆପଣଙ୍କ ଆଖିକୁ ଆରାମ ମିଳିବ ।

  • ସନ୍ତୁଳିତ ଖାଦ୍ୟପଦାର୍ଥର ଅଭାବରେ ଆଖି ଥକା ଥକା ଲାଗେ । ତେଣୁ ଅଧିକରୁ ଅଧିକ ଫଳ ଓ ପନିପରିବା ଖାଆନ୍ତୁ । ଆଖି ସୁସ୍ଥ ରହିବା ସହ ଥକାପଣ ଦୂର ହେବ ।
  • ଆଖିକୁ ଆରାମ ଦେବା ପାଇଁ ଗଭୀର ଓ ପର୍ଯ୍ୟାପ୍ତ ମାତ୍ରାର ନିଦ ଆବଶ୍ୟକ । ନିଦ ଅଭାବରୁ ଆଖି ତଳ କଳାଦାଗ ହେବା ସହ ଆଖି ଉପର ଦରଜ ହୋଇଥାଏ । ତେଣୁ ୭ରୁ ୮ ଘଣ୍ଟା ଭଲ ନିଦରେ ଶୋଇବାକୁ ଚେଷ୍ଟା କରନ୍ତୁ । ଏହାଦ୍ୱାରା ନା କେବଳ ଆପଣଙ୍କ ଆଖି ସୁସ୍ଥ ରହିବ ବରଂ ଶରୀରର ରକ୍ତ ସଞ୍ଚାଳନ ମଧ୍ୟ ଠିକ୍‌ ଭାବରେ ହେବ ।
  • ଦୁଇ ହାତକୁ ଘଷନ୍ତୁ । ଆଖି ବନ୍ଦ କରି ହାତକୁ ଆଖି ଉପରେ ରଖନ୍ତୁ । ଏହା ପରେ ଆଖି ଖୋଲି ଡୋଳାକୁ ଚାରିପଟକୁ ବୁଲାନ୍ତୁ, ପୁଣି ଆଖି ବନ୍ଦ କରି ଦୀର୍ଘ ନିଶ୍ୱାସ ନିଅନ୍ତୁ । ଏହାଦ୍ୱାରା ଆଖି ଉପରେ ପଡିଥିବା ପ୍ରଭାବ ଦୂର ହେବ ଏବଂ ହାଲ୍‌କା ଲାଗିବ ।
  • ଦୁଇଟି ଚାମଚକୁ ଥଣ୍ଡା ପାଣିରେ ବୁଡାନ୍ତୁ । କିଛି ସମୟ ପରେ ଦୁଇ ଚାମଚକୁ ଓଲଟା କରି ଆଖି ଉପରେ ଏକ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ । ଚାମଚରୁ ମିଳୁଥିବା ଥଣ୍ଡା ଆଖିର ଥକାପଣ ଦୂର କରେ ।
  • ଥଣ୍ଡା କ୍ଷୀରରେ ତୁଳାକୁ ଭିଜାଇ ରଖନ୍ତୁ । ସେଇ କ୍ଷୀରଭିଜା ତୁଳାକୁ ୧୦ରୁ୧୫ ମିନିଟ୍‌ ପାଇଁ ଆଖି ଉପରେ ରଖି ଶୁଅନ୍ତୁ । ଏହାଦ୍ୱାରା ଆଖିକୁ ଆରାମ ମିଳିବା ସହ କଳାଦାଗ ମଧ୍ୟ ଦୂର  ହେବ ।

ଆଧାର: ଖବର ଓଡିଶା

2.82142857143
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top