অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପାଦର ଅନେକ ଗୁରୁତ୍ଵପୂର୍ଣ୍ଣ ଭୂମିକା

ପାଦର ଅନେକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି

ଶରୀରର ଭାରସାମ୍ୟ ରକ୍ଷା କରିବାରେ ପାଦର ଅନେକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଏହାଛଡ଼ା ଶରୀରକୁ ଗୋଟିଏ ସ୍ଥାନରୁ ନେଇ ଅନ୍ୟ ଏକ ସ୍ଥାନରେ ପହଞ୍ଚାଇବାରେ ପାଦ ଗୁରୁ ଦାୟିତ୍ଵ ବହନ କରିଥାଏ । ତେବେ ଅନେକ ସମୟରେ କୌଣସି କାରଣରୁ ପାଦରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଏହାର ନିରାକରଣ ଦିଗରେ ଯଥାସମ୍ଭବ ଉଦ୍ୟମ କରିବା ଆବଶ୍ୟକ ।

ପାଦତଳେ ଥିବା ଲିଗାମେଣ୍ଟରେ ଚାପ ସୃଷ୍ଟି ହେବା ଯୋଗୁଁ ପାଦରେ ଯନ୍ତ୍ରଣା ସୃଷ୍ଟି ହୋଇଥାଏ । ଏହାକୁ ପ୍ଲାଣ୍ଟର ଫାସିଆ କୁହାଯାଇଥାଏ । ଗୋଇଠିରେ ଏବଂ ପାଦର ଠିକ ତଳ ଅଂଶରେ ସାଧାରଣତଃ ପ୍ଳାଣ୍ଟର ଫାସିଆ ସୃଷ୍ଟି ହୋଇଥାଏ । କିନ୍ତୁ। ପାଦର ତଳ ଅଂଶର ଯେକୌଣସି ସ୍ଥାନରେ ଏହି ଯନ୍ତ୍ରଣା ଦେଖାଦେଇଥାଏ ।

ପ୍ଲାଣ୍ଟର ଫାସିଟିସ୍‌ର କାରଣ କ'ଣ ?

ପ୍ଲାଣ୍ଟର ଫାସିଟିସ୍ (ପ୍ଲାଣ୍ଟର ଫାସିଆ ଲିଗାମେଣ୍ଟରେ ଜଳାପୋଡା) ସାଧାରଣତଃ ଲିଗାମେଣ୍ଟର ମାଇକ୍ରୋ ଟିଅରରେ ଷ୍ଟ୍ରାନ୍ ବା ଆଘାତ ଯୋଗୁ ସୃଷ୍ଟି ହୋଇଥାଏ । ଏଥିସହିତ ଗୋଇଠି ହାଡ ତଥା ତଳିପାଦର ଅନ୍ୟ ଅଂଶ ସହିତ ସଂଯୁକ୍ତ ଥିବାରୁ ଏସବୁ କ୍ଷେତ୍ରରେ ମଧ୍ୟ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ସୂଚନାଯୋଗ୍ୟ, ପ୍ଲାଣ୍ଟର ଫାସିଆ ମନୁଷ୍ୟ ଶରୀରର ବୃହତ୍ତମ ଲିଗାମେଣ୍ଟ ।

ପାଦ ତଳର ପ୍ଲାଣ୍ଟର ଫାସିଆର କେଉଁ ସ୍ଥାନରେ ଆଘାତ ଲାଗିଥାଏ ?

ପ୍ଲାଣ୍ଟର ଫାସିଆ ଟିସ୍ୟୁର ଏକ ଫ୍ଲାଟ ବ୍ୟାଣ୍ଡା(ଲିଗାମେଣ୍ଟ) | ଏହା ମଣିଷର ଗୋଇଠି ହାଡ଼ ସନ୍ଦିତ ପାଦ ଅଙ୍ଗୁଳି ଗୁଡିକୁ ସଂଯୋଗ କରିଥାଏ । ତେଣୁ ଯଦି ମଣିଷର ପ୍ଲାଣ୍ଟର ଫାସିଆରେ ଷ୍ଟ୍ରେନ ସୃଷ୍ଟି ହୁଏ, ତେବେ ଏହା ଦୁର୍ବଳ ହେବା ସହିତ ଏହା ଫୁଲିଯାଇଥାଏ ଏବଂ ଏଠାରେ ଯନ୍ତ୍ରଣା (ଜଳାପୋଡା) ସୃଷ୍ଟି ହୋଇଥାଏ । ଫଳରେ ବ୍ୟକ୍ତି ଠିଆହେବା ସମୟରେ କିମ୍ବା ଚାଲିବା ସମୟରେ ଗୋଇଠି କିମ୍ବା ପାଦତଳେ ଯନ୍ତ୍ରଣା ଉତ୍ପାନ୍ନ ହୋଇଥାଏ ।

ପ୍ଳାଣ୍ଟର ଫାସିଆର ଚିକିତ୍ସା

  1. ପାଦକୁ ବିଶ୍ରାମ ଦିଅନ୍ତୁ ।
  2. ଜଳାପୋଡା ଏବଂ ଯନ୍ତ୍ରଣାର ଉପଶମ ପାଇଁ ପାଦତଳେ ବରଫ ଘଷନ୍ତ ।
  3. ପାଦ ଉପଯୋଗୀ ଭଲ ସକ ଆବଜରପସନ୍ ଏବଂ ଉପଯୁକ୍ତ ସହାୟତା ଉପଲବ୍ଧ କରାଉଥିବା ଜୋତା ପିନ୍ଧିନ୍ତୁ ।
  4. ହିଲୁ କପ୍ କିମ୍ବା ସୁଇନସର୍ଟ ଅର୍ଥାଟିକ୍ସ) ବ୍ୟବହାର କରନ୍ତୁ, ଯାହା ଆପଣଙ୍କ ଗୋଇଠିରେ କୁସନ ଉପଲବ୍ଧ କରାଇବ ।
  5. ସକାଳେ ଶଯ୍ୟରୁ ଉଠିବା ପରେ ଆପଣ ଜୋତା ପରିଧାନ କରନ୍ତୁ

ପାଦର ଯତ୍ର କିପରି ନେବେ

  1. ଯଥାସମ୍ଭବ ଆପଣ ପାଦର ଯତ୍ନ ନିଅନ୍ତୁ ।
  2. ଗୋଇଠି ପଛରେ ଥିବା କାଲଫ ମାଂସପେଶାର ସମ୍ପ୍ରସାରଣ ପାଇଁ ବ୍ୟାୟାମ କରନ୍ତୁ ।
  3. ଆପଣଙ୍କ ଉଚ୍ଚତା ଅନୁସାରେ ଉପଯୁକ୍ତ ସ୍ବାସୁସ୍ଥ୍ୟକର ଓଜନ ସମନ୍ୱିତ କରନ୍ତୁ ।
  4. ଉପଯୁକ୍ତ ବ୍ୟାୟାମ ଅଭ୍ୟାସ ଅବଲମ୍ବନ କରନ୍ତୁ ।
  5. ଯଦି ଆପଣ ବୌଡ଼ୁଛନ୍ତି ତେବେ ଅନ୍ୟ ଖେଳ ପ୍ରତି ଧ୍ୟାନ ଦିଅନ୍ତୁ । ଯାହା ଗୋଇଠିରେ ଯନ୍ତ୍ରଣା ସୃଷ୍ଟି କରିବ ନାହିଁ।

ଗୋଇଠିରେ ଆଘାତ ସୃଷ୍ଟି ହେଲେ

ଘ୍ରାଣ୍ଟର ଫାସିଆର ଯନ୍ତ୍ରଣା ଉପଶମ ପାଇଁ ନିମ୍ନୋକ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ।

  1. ବରଫ ଥଳି ବ୍ୟବହାର କରି ଫୁଲା, ଜଳାପୋଡା ଏବଂ ଯନ୍ତ୍ରଣାର ଉପଶମ କରନ୍ତୁ ।
  2. ଗୋଇଠିରେ ଯନ୍ତ୍ରଣା ହେଲେ କିଛିଦିନ ପାଇଁ ଆପଣ ପାଦକୁ ବିଶ୍ରାମ ଦିଅନ୍ତୁ ।
  3. ଆପଣଙ୍କର ପାଦର ଉପଯୁକ୍ତ ବ୍ୟାୟାମ କରନ୍ତୁ ।
  4. ରାତ୍ରିରେ ଶୋଇବାକୁ ଯିବା ପୂର୍ବରୁ ପାଦକୁ ଉଷୁମ ପାଣିରେ ପରିଷ୍କାର ଭାବେ ସଫା କରି ଶୋଇବାକୁ ଯାଆନ୍ତୁ ।
  5. ନିୟମିତ ବ୍ୟବଧାନରେ ପାଦ ଏବଂ ନଖକୁ ବ୍ରସରେ ସାବୁନ ସାହାଯ୍ୟରେ ସଫା କରନ୍ତୁ । ୫. ପାଦ ସଂକ୍ରାନ୍ତ କିଛି ମସ୍ୟା ଉପୁଜିଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

ସଂଗୃହିତ: ଡାକ୍ତର(କ୍ୟାପଟେନ୍) ସାର୍ଥକ ପଟ୍ଟନାୟକ, ସ୍ପୋର୍ଟସ୍ ଆଣ୍ଡ୍ ଆର୍ଥୋସ୍କୋପି ସର୍ଜନ

Last Modified : 8/12/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate