অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ଲୀହା

ଉପକ୍ରମ

ପ୍ଲୀହା ବା ପିଳେହି ତଥା ଇଂରାଜୀରେ Spleen ଶବ୍ଦଟି ଗ୍ରୀକ ଶବ୍ଦ σπλήν—splḗn ରୁ ଆସିଛି) ପ୍ରାୟ ପ୍ରତ୍ୟେକ ମେରୁଦଣ୍ଡୀ ପ୍ରାଣୀମାନଙ୍କର ଗୋଟିଏ ଅଙ୍ଗ ରୁପେ ପରିଚିତ ଅଟେ । ଏହା ଲୋହିତ ରକ୍ତ କଣିକା ଓ ପ୍ରତିରୋଧ ଶକ୍ତି (ଇମ୍ମ୍ୟୁନିଟି) ସମ୍ପର୍କରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରେ [୨]। ଏହା ପୁରୁଣା ଲୋହିତ ରକ୍ତ କଣିକାମାନଙ୍କୁ ରକ୍ତ ସଞ୍ଚାଳନରୁ ବାହାର କରି ରଖେ, ରକ୍ତକ୍ଷୟ ସମୟରେ ଏହା ଏକ ରକ୍ତ ଭଣ୍ଡାର ଭଳି କାମ କରେ । ଏହା ଦ୍ଵାରା ନଷ୍ଟ ହୋଇଥିବା ବୟସ୍କ ଲୋହିତ ରକ୍ତ କଣିକାରୁ ବହିଷ୍କୃତ ହେମୋଗ୍ଲୋବିନର ବିପଚନ (Metabolism) ହୁଏ । ଲୋହିତ ରକ୍ତ କଣିକାରେ ଥିବା ହେମୋଗ୍ଲୋବିନରେ ଲୌହ ଅଂଶ ହେମ ଓ ପ୍ରୋଟିନ ଅଂଶ ଗ୍ଲୋବିନ ଥାଏ । ଏହି ହେମର ବିପଚନ ହୋଇ ବିଲିରୁବିନ ତିଆରି ହୁଏ ଯାହା ଯକୃତଦ୍ଵାରା ବହିଷ୍କୃତ ହୁଏ[୩] ଓ ଏହାର ଲୌହ ଅଂଶକୁ ପ୍ଲୀହା ରିସାଇକ୍ଲ କରେ ।

ଏହାର ଶ୍ଵେତ ଅଭ୍ୟନ୍ତରରେ ଆଣ୍ଟିବଡି ପ୍ରସ୍ତୁତ ହୁଏ । ଜୀବାଣୁ ଓ ରକ୍ତକଣିକାର ବହିଃର୍ଦ୍ଦେଶରେ ଆଣ୍ଟିବଡି କୋଟିଙ୍ଗ ଥିଲେ ପ୍ଲୀହା ସେମାନକୁ ରକ୍ତ ଓ ଲିମ୍ଫ ସଞ୍ଚାଳନରୁ ବାହାର କରିଦିଏ । ୨୦୦୯ ମସିହାର ଗୋଟିଏ ଅନୁଶୀଳନରୁ ଜଣାଯାଏ, ମୂଷା ପ୍ଲୀହାର ଲାଲ ପଲ୍ପରେ ଦେହରେ ଥିବା ସମୁଦାୟ ମୋନୋସାଇଟ ସଂଖ୍ୟାର ଅଧା ଥାଏ । ଏହି ମୋନୋସାଇଟ ଦେହାର କ୍ଷତିଗ୍ରସ୍ତ ସ୍ଥାନମାନଙ୍କୁ ଯାଇ ଡେନ୍ଡ୍ରାଇଟିକ କୋଷ ଓ ମାକ୍ରୋଫେଜରେ ପରିଣତ ହୁଅନ୍ତି ଓ କ୍ଷତ ଶୁଖାନ୍ତି । ପ୍ଲୀହା ଗୋଟିଏ ବିରାଟ ଲିମ୍ଫ ନୋଡ ଭଳି ଦେହର ମୋନୋନ୍ୟୁକ୍ଲିଆର ଫେଗୋସାଇଟ ସିସ୍ଟମର କର୍ମକ୍ଷେତ୍ର ରୁପେ କାମ କରେ ଓ ଏହାର ଅଭାବରେ ସଂକ୍ରମଣ ହୁଏ । ମନୁଷ୍ୟ ଦେହରେ ପ୍ଲୀହା ପେଟର ଉପର ବାମ ପାର୍ଶ୍ଵରେ ଥାଏ, ଏହା ଦେଖିବାକୁ ମାଟିଆ

ଗଠନ

ପ୍ଲୀହାର ଲମ୍ଵ ସୁସ୍ଥ ଲୋକ ଦେହରେ ୭ ସେ.ମି. ରୁ ୧୪ ସେ.ମି. ପର୍ଯ୍ୟନ୍ତ ଥାଏ, ଓଜନ ୧୫୦ ଗ୍ରାମ ରୁ୨୦୦ ଗ୍ରାମ ଥାଏ । ଏ ସବୁ ମନେ ରଖିବା ନିମନ୍ତେ ୧x୩x୫x୭x୯x୧୧ ନିୟମ ଅଛି । ଏହି ନିୟମ ଅନୁସାରେ ପ୍ଲୀହାର ଲମ୍ଵ ପ୍ରସ୍ଥ ଓ ମୋଟେଇ ୧"x୩"x୫", ଓଜନ ୭ ଆଉନ୍ସ ଓ ବାମ ପାଖରେ ନବମ ରୁ ଏକାଦଶ ପଞ୍ଜରା ଅସ୍ଥି ପାଖରେ ଥାଏ ।

ଏହାର ମଧ୍ୟଚ୍ଛଦ ପୃଷ୍ଠତଳ (Suface) ଓ ଭିସେରାଲ୍ ପୃସ୍ଠତଳ ଥାଏ । ଏହାର ଗୋଟିଏ ସ୍ଥାନକୁ ହାଇଲମ କହନ୍ତି ଯେଉଁ ବାଟ ଦେଇ ରକ୍ତନଳୀ ଓ ଲିମ୍ଫନଳୀ ପ୍ଲୀହା ମଧ୍ୟକୁ ପ୍ରବେଶ କରେ ଓ ଏହି ପଥ ଦେଇ ଛୋଟ ଗ୍ୟାସ୍ଟ୍ରିକ ଧମନୀ ଓ ସ୍ପ୍ଲେନିକ୍ ଧମନୀ ପରିସ୍କାର ରକ୍ତ ଯୋଗାଏ ଏବଂ ସ୍ପ୍ଲେନିକ ଶୀରା ମଇଳା ରକ୍ତ ନିଷ୍କାସନ କରେ । ଏହାର ଅଭ୍ୟନ୍ତର ସ୍ପଞ୍ଜ ଭଳି ଥାଏ ଓ ଏଥିରେ ତିନି ସ୍ତର ଥାଏ, ଯଥା ଲାଲ ପଲ୍ପ, ମାର୍ଜିନାଲ ପଲ୍ପ ଓ ଧଳା ପଲ୍ପ । ଏହା ଭିତରକୁ ଲିମ୍ଫ ନଳୀ ପ୍ରବେଶ କରିଥାଏ । ଏହାର ଏକ ଜର୍ମିନାଲ କେନ୍ଦ୍ର ଥାଏ ଯାହାକୁ ସରୁ ରକ୍ତନଳୀ ରକ୍ତ ଯୋଗାଏ ଯାହାକୁ ପେନିସିଲିଆରି ରାଡିକ୍ଲ କୁହାଯାଏ ।

କାର୍ଯ୍ୟ

କ୍ଷେତ୍ର କାର୍ଯ୍ୟ ସଂଯୋଜନ
ଲାଲ ପଲ୍ପ ଲୋହିତ ରକ୍ତ କଣିକାମାନଙ୍କର ମେକାନିକାଲ ଫିଲଟ୍ରେସନ ହୁଏ । ମୂଷାଙ୍କର ଏଠାରେ ମୋନୋସାଇଟ ରିଜର୍ଭ ଥାଏ ।
  • ସାଇନସ” କିମ୍ବା “ସାଇନୁସଏଡିs”, ରକ୍ତରେ ପୂର୍ଣ ହୋଇଥାଏ ।
  • “ରେତିକୁଲାର ଫାଇବର” ଥିବା ସ୍କେଲିନିକ କର୍ଡ
  • “ମାର୍ଜିନାଲ ଜୋନ” ଧଳା ପଲ୍ସ ବର୍ଡରେ ଥାଏ ।
ଧଳା ପଲ୍ପ ହ୍ୟୁମୋରାଳ ଓ ଜୀବକୋଷ ମାଧ୍ୟମରେ ଇମମୁନିତି

ମାଲଫିଜିଆନ କରପସଲ

  • ଅଧିକ ବି-ଲିମ୍ଫୋସାଇଟ ଥିବା “ଲିମ୍ଫାଏଡ ଫଳିକ୍କ” କିମ୍ବା “ଫଳିକ୍କ”
  • ଅଧିକ ଟି-ଲିମ୍ଫୋସାଇଟ ଥିବା “ପେରିଆର୍ଟେରିଆଲ ଲିମ୍ଫାଏଡ ସିଥ”

ପ୍ଲୀହାର ଅନ୍ୟ କାର୍ଯ୍ୟ ସମୂହ

  • ଏଠାରେ ଓପ୍ସୋନିନ (opsonins), ପ୍ରୋପର୍ଡିନ (properdin) ଓ ଟଫ୍ଟସିନ (tuftsin) ତିଆରି ହୁଏ ।
  • ଭୃଣାବସ୍ଥାରେ ୫ମାସ ପର୍ଯ୍ୟନ୍ତ ପ୍ଲୀହାରେ ଲୋହିତ ରକ୍ତ କଣିକା ତିଆରି ହୁଏ । ଜନ୍ମ ପରେ ଏହା ବନ୍ଦ ହୋଇଯାଏ କିନ୍ତୁ କେତେକ ରୋଗରେ ଏହା ତିଆରି ହୁଏ । ଏହା ଗୋଟିଏ ଲିମ୍ସଏଡ ଅଙ୍ଗ ଓ ରେଟିକୁଲୋଏଣ୍ଡୋଥେଲିଆଲ୍ ସିସ୍ଟମର (Reticuloendothelial system) ପ୍ରଧାନ ସଞ୍ଚାଳକ । ଏହା ଲିମ୍ଫୋସାଇଟ ତିଆରି କରେ ।
  • ଏଠାରେ ଲୋହିତ ରକ୍ତ କଣିକା ଓ ଲିମ୍ଫୋସାଇଟ ଷ୍ଟୋର ହୋଇ ରହେ । ଆବଶ୍ୟକ ସମୟରେ ଲୋହିତ ରକ୍ତ କଣିକା ଏଠାରୁ ନିର୍ଗତ ହୁଏ । ଏଠାରେ ୨୩୫.୬ ମ୍.ଲି. ଲୋହିତ ରକ୍ତ କଣିକା ଜମା ହୋଇ ରହିପାରେ ଯାହା ଜଳୀୟ ଅଂଶ କମ ହେଲେ (Hypovolumia) ନିର୍ଗତ ହୁଏ । ଏଠାରେ ଲିମ୍ଫୋସାଇଟ (Lymphocyte) ଓ ପ୍ଲାଟେଲେଟ (Platelets) ମଧ୍ୟ ଜମାହୋଇ ରହିପାରେ ।
  • Last Modified : 6/2/2020



    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate