ହୋମ / ସ୍ଵାସ୍ଥ୍ୟ / ଅଙ୍ଗପ୍ରତ୍ୟଙ୍ଗ / ମନୁଷ୍ୟ ଶରୀର ଗଠନ ଓ ତାହାର କାର୍ଯ୍ୟ
ସେଆର କରନ୍ତୁ

ମନୁଷ୍ୟ ଶରୀର ଗଠନ ଓ ତାହାର କାର୍ଯ୍ୟ

ମନୁଷ୍ୟ ଶରୀରରେ 206 ଖଣ୍ଡ ହାଡ, ଉପାସ୍ଥି, ଅସ୍ଥି ବନ୍ଧନୀ ର ମାଂସପେଶୀ ଦ୍ଵାରା ବାନ୍ଧି ହୋଇ କଙ୍କାଳ ର ଆକୃତି ପ୍ରଦାନ କରିଥାଏ ।

ମନୁଷ୍ୟ ଶରୀରରେ 206 ଖଣ୍ଡ ହାଡ, ଉପାସ୍ଥି, ଅସ୍ଥି ବନ୍ଧନୀ ର ମାଂସପେଶୀ ଦ୍ଵାରା ବାନ୍ଧି ହୋଇ କଙ୍କାଳ ର ଆକୃତି ପ୍ରଦାନ କରିଥାଏ ।

କଙ୍କାଳର

    କଙ୍କାଳର ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ
    1. ଏହା ଶରୀରକୁ ନିର୍ଦ୍ଦିଷ୍ଟ ଆକୃତି ଏବଂ ଦୃଢତା ପ୍ରଦାନ କରେ ।
    2. ମାଂସପେଶୀକୁ ସଂଯୋଗ ସ୍ଥାନ ଯୋଗାଇଥାଏ ।
    3. ଖପୁରି ବର୍ଷ ପିଞ୍ଜରା ଏବଂ ଉଦର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ସୁରକ୍ଷା ପ୍ରଦାନ କରେ ।
  • କଙ୍କାଳର ବିଭିନ୍ନ ଅଂଶ
    1. ଖପୁରୀ (ମୁଣ୍ଡ – ୮ ଖଣ୍ଡ ଓ ମୁଖ ମଣ୍ଡଳ – ୧୪)                    ୨୨ ଖଣ୍ଡ
    2. ମେରୁଦଣ୍ଡ                                                                ୩୩ ଖଣ୍ଡ
    3. ପଞ୍ଜରା ଏବଂ ଛାତି ହାଡ                                                ୨୫ ଖଣ୍ଡ
    4. ଦୁଇ ଉର୍ଦ୍ଧ୍ଵ ବାହୁ ବା ହାତ                                                 ୬୦ ଖଣ୍ଡ
    5. ଦୁଇ ନିମ୍ନ ବାହୁ ବା ଗୋଡ                                                ୬୦ ଖଣ୍ଡ
    6. ବସ୍ତି                                                                         ୨ ଖଣ୍ଡ
    7. ତ୍ରିକାସ୍ତି                                                                     ୨ ଖଣ୍ଡ
    8. ୮. ବକ୍ଷସ୍ଥି                                                                   ୨ ଖଣ୍ଡ
  • ମୋଟ =- ୨୦୬ ଖଣ୍ଡ

ଖପୁରୀ : ଏହା ୨୨ ଖଣ୍ଡ ହାଡ ଦ୍ଵାରା ଗଠିତ ହୋଇଥାଏ । ଖପୁରୀର ଉପର ଭାଗରେ ୮ ଖଣ୍ଡ ଏବଂ ମୁଖ୍ୟ ମୁଣ୍ଡଳରେ ୧୪ ଖଣ୍ଡ ରହିଥାଏ ।

ମେରୁଦଣ୍ଡ : ଏହା ୩୩ ଖଣ୍ଡ ହାଡରା ସମଷ୍ଟିରୁ ଗଠିତ ହୋଇଥାଏ । ଏହା ହାଡଗୁଡିକ ମୁଦି ଭଳି ଆକୃତିର ହୋଇଥାଏ । ତାହାକୁ କଶେରୁକା କୁହାଯାଏ । ଏହି ହାଡଗୁଡିକ ଗୋଟିବେ ସହିତ ଗୋଟିଏ କ୍ରମାଗତ ଭାବେ ଖଞ୍ଜି ହୋଇ ରହିଥାଏ । ବେକାର ୭ଟି କୁ ସରଭାଇକାଳ, ପିଠିର ୧୨ ଟିକୁ ଥୋରାସିକ, ଅଣ୍ଟାର ୫ ଟିକୁ ଲମ୍ବର, ପିଚାର ୫ ଟିକୁ ସାକ୍ରାଲ ଏବଂ ତତ୍ ପରେ ୪ଟି କଷିକ୍ସକୁ କଶେରୁକା କୁହାଯାଏ । ତନ୍ମଧ୍ୟରୁ ୫ ଟି ସାକ୍ରାଲ ଏକତ୍ର ମିସିଯାଇ ସାକ୍ରମ ଏବଂ ୪ ଟି କସିକ୍ସ ଏକତ୍ର ମିସିଯାଇ ଗୋଟିଏ ହାଡଭଳି ହୋଇଯାଇଥାଏ ।

ଦୁଇ କଶେରୁକାର ସଂଯୋଗ ସ୍ଥାନ ମଧ୍ୟରେ ଉପାସ୍ଥି ର ଗଦି ରହିଥାଏ । ଏହାଦ୍ଵାରା ମେରୁଦଣ୍ଡ ବିଭିନ୍ନ ଆଡକୁ ବକ୍ର ହୋଇପାରେ ଏବଂ ପରସ୍ପରର ଘର୍ଷଣରୁ ରକ୍ଷା ପାଇଥାଏ । ମେରୁଦଣ୍ଡ ମଧ୍ୟରେ ମେରୁନଳୀ ରହିଥାଏ । ଏହା ମଧ୍ୟରେ ମେରୁ ସ୍ନାୟୁ ଅବସ୍ଥାନ କରେ । ମେରୁଦଣ୍ଡରେ ଆଘାତ ଲାଗି କଶେରୁକା ସ୍ଥାନତ୍ୟୁତ ହେଲେ ମେରୁସ୍ନାୟ ଚିପି ହୋଇଯାଏ କିମ୍ବା କଟିଯିବାର ସମ୍ଭାବନା ରହିଛି । ସ୍ନାୟୁମେରୁର କାର୍ଯ୍ୟ ବ୍ୟାଘାତ ହୋଇ ପକ୍ଷାଘାତ ବା ପାରାଲିସସ୍ ସୃଷ୍ଟି ହୋଇଥାଏ ।

ମେରୁଦଣ୍ଡରେ ଆଘାତ ଲାଗିବା କ୍ଷେତ୍ରରେ ସାବାଧାନତା ଏବଂ ଉପଯୁକ୍ତ ସହାୟତା । ଆବଶ୍ୟକ ହୋଇଥାଏ । ଅସାବଧାନତା ପକ୍ଷାଘାତା ସୃଷ୍ଟି କରିପାରେ । ସେଥିପାଇଁ ମେରୁଦଣ୍ଡର ଆଘାତକୁ ଦୃଷ୍ଟିରେ ରାଖୀ ବେକ, ପିଠି, ଅଣ୍ଟାର ଆଘାତକୁ ଗୁରୁତର ଭାବେ ବିବେଚାନା କରାଯାଏ ।

ପଞ୍ଜରା ଓ ଛାତି ହାଡ : ପିଠି ପାଖରେ କଶେରୁକାର ଦୁଇ ପାର୍ଶ୍ଵରେ ଦୁଇଟି ପଞ୍ଜରା ଅସ୍ଥି ସଂଯୁକ୍ତ ହୋଇ ସମ୍ମୁଖକୁ ଆସି ବକ୍ଷାସ୍ଥ ବା ଛାତି ହାଡ ସହିତ ଉପାସ୍ଥି ଦ୍ଵାରା ସଂଯୁକ୍ତ ହୋଇଥାଏ । ଶରୀରରେ ୧୨ ଯୋଡା ପଞ୍ଜରା ଅସ୍ଥି ରହିଥାଏ । ତନ୍ମଧ୍ୟରୁ ୭ ଯୋଡା ପଞ୍ଜରା ଅସ୍ଥି ଉପାସ୍ଥି ଦ୍ଵାରା ଛାତି ହାଡ ସହିତ ପ୍ରତ୍ୟକ୍ଷ ଭାବରେ ସଂଯୁକ୍ତ ହୋଇଥାଏ । ଏହାର ପରବର୍ତ୍ତୀ ୩ ଯୋଗ ବା ୮ମ, ୯ମ ଓ ୧୦ମ ପଞ୍ଜରା ଅସ୍ଥି ଉପାସ୍ଥି ଦ୍ଵାରା ୭ମ ପଞ୍ଜରାର ଉପାସ୍ଥି ସହିତ ସଂଯୁକ୍ତ ହୋଇଥାଏ । ସେସ ଦୁଇଯୋଡା ବା ୧୧ଶ, ୧୨ଶ ସମ୍ମୁଖକୁ ନଆସି ମାଂସପେଶି ମଦୟାରେ ଭାଷମାନ ଅବସ୍ଥାରେ ରାହିଜାଏ ।

ଅକ୍ଷାସ୍ଥି : ବକ୍ଷାସ୍ଥିର ଉପର ଦୁଇ ପାର୍ଶ୍ଵରୁ ଗୋଟିଏ କରି ହାଡ ସଂଯୁକ୍ତ ହୋଇ କାଣ୍ଡ ମଧ୍ୟରେ ରହିଥାଏ ।

ଅଂସଫଳକ : ପିଠିର ଉଭାୟା ପାର୍ଶ୍ଵରେ ପଞ୍ଜରା ହାଡମାନଙ୍କ ପରେ ତ୍ରିଭୁଜାକାର ଭାବେ ରହିଥାଏ । ପ୍ରକ୍ୟେକ ପାର୍ଶ୍ଵରେ ଗୋଟିଏ କରି ଅଂସଫଳକ ରହିଥାଏ ।

ଉର୍ଦ୍ଧ୍ଵ ବାହୁ ବା ହାତର ହାଡ : ବାହୁଡ଼ା ଉପରେ ଅଂଶରେ ଗୋଟିଏ ହାଡ ରହିଥାଏ । ତାହାକୁ ଭୁଜାସ୍ଥି କୁହାଯାଏ । ତଳ ଅଂଶରେ ଦୁଇଟି ହାଡ ରହିଥାଏ । ବାହାର ପାର୍ଶ୍ଵ ହାଡକୁ ବହିଃ ପ୍ରକୋଷ୍ଠାସ୍ଥି ଏବଂ ଭିତର ପାର୍ଶ୍ଵକୁ ଅନ୍ତଃପ୍ରକୋଷ୍ଠାସ୍ଥି କୁହାଯାଏ ।

କଚାଟି ହାଡ : କଚଟିରେ ୮ ଟି ହାଡ ରହିଥାଏ , ଏହାକୁ କଚଟି ହାଡ କୁହାଯାଏ ।

ପାପୁଲି ହାଡ : ପାପୁଲିରେ ୫ ଟି ପାପୁଲି ହାଡ ରହିଥାଏ ।

ଆଙ୍ଗୁଳି ହାଡ : ପ୍ରତ୍ୟେକ ଆଙ୍ଗୁଳି ମଧ୍ୟରେ ୩ଟି ଆଙ୍ଗୁଳି ହାଡ ରହିଥାଏ ଏବଂ ବୁଢା ଆଙ୍ଗୁଳିରେ କେବଳ ୨ ଟି ହାଡ ରହିଥାଏ ।

ବସ୍ତି : ବାସ୍ତରେ ଦୁଇଟି ପିଛା ହାଡ ରହିଥାଏ । ଏହା ପାଖରେ ଶାକରାମ ସହିତ ଏବଂ ସମ୍ମୁଖରେ ପରସ୍ପର ସହିତା ସଂଯୁକ୍ତ ହୋଇ ମଧ୍ୟଭାଗରେ ଗାଟୁଆ ପାତ୍ର ଆକୃତିର ସ୍ଥାନ ସୃଷ୍ଟି କରିଥାଏ । ଏହି ସ୍ଥାନରେ ଅନ୍ତନାଡ଼ି, ମୂତ୍ରାଶୟ ଏବଂ ସ୍ତ୍ରୀଙ୍କର ପ୍ରଯଜନ ଅଙ୍ଗ ଇତ୍ୟାଦି ରହିଥାଏ ।

ନିମ୍ନବାହୁ ବା ଗୋଡର ହାଡ : ଜଙ୍ଘ ମଧ୍ୟରେ ଏହି ହାଡ ବସତିଠାରୁ ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବିଥାଏ । ଏହା ଶରୀରରେ ସବୁଠାରୁ ବାଡି ଏବଂ ଶକ୍ତି ହାଡ ହୋଇଥାଏ । ଏହାକୁ ଫିମର କୁହାଯାଏ ।

ଆଣ୍ଠୁ ଚକି : ଏହା ଆଣ୍ଠୁ ଖଞ୍ଜା ଉପରେ ରହିଥାଏ । ଏହାକୁ ପାଟେଲା କୁହାଯାଏ ।

ଗୋଡ ହାଡ : ଗୋଡରେ ଆଣ୍ଠୁଠାରୁ ନିମ୍ନକୁ ଦୁଅତି ହାଡ ରହିଥାଏ । ବାହାର ପାଖ ହାଡକୁ ଫିବୁଲା  ଏବଂ ଭିତର ପାଖ ହାଡକୁ ତିବିଆ କୁହାଯାଏ ।

ପାଦ ହାଡ : ପାଦ ମଧ୍ୟରେ ୭ ଖଣ୍ଡ ବନ୍ଧାସ୍ଥି ରହିଥାଏ । ଏହା ସହିତ ୫ ଖଣ୍ଡ ପାଦ ଚଳାସ୍ଥି ସଂଯୁକ୍ତ ହୋଇଥାଏ ।

ଆଙ୍ଗୁଳି ହାଡ : ଆଙ୍ଗୁଳି ମଧ୍ୟରେ ୧୪ ଖଣ୍ଡ ହାଡ ରହିଥାଏ । ଏହାକୁ ଫାଲେକ୍ସ ବା ବହୁ ବଚନରେ ଫଳେଞ୍ଜେସ୍ କୁହାଯାଏ । ପ୍ରତ୍ୟେକ ଆଙ୍ଗୁଳିରେ ୩ ଖଣ୍ଡ ହାଡ ରହିଥାଏ । କିନ୍ତୁ ବୁଢା ଆଙ୍ଗୁଳିରେ ଦୁଇଟି ହାଡ ରହିଥାଏ ।

ଖଞ୍ଜା : ଦୁଇ ବା ଅଧିକ ହାଡରା ମିଳନ ସ୍ଥାନକୁ ଖଞ୍ଜ ବା ଗଣ୍ଠି କୁହାଯାଏ । ଏହା ମୁଖ୍ୟତଃ ଦୁଇ ପ୍ରକାର ହୋଇଥାଏ ।

  1. ଅଞ୍ଚଳ ଖଞ୍ଜ
  2. ସଚଳ ଖଞ୍ଜା

ଅଚଳ ଖଞ୍ଜା : ଏହି ଖଞ୍ଜରେ ସଂଯୁକ୍ତ ହୋଇଥିବା ହାଡଗୁଡିକ ପରସ୍ପର ସହିତ ଦୃଢ ଭାବେ ବାନ୍ଧି ହୋଇ ରହିଥାଏ । ଏବଂ ସେଥିରେ ଚଳନ ହୋଇପାରେ ନାହିଁ । ସାଧାରଣତଃ ଖପୁରୀରେ ଏହି ପ୍ରକାର ଖଞ୍ଜ ରହିଥାଏ

ସରଲା ଖଞ୍ଜା : ଏହି ଖଞ୍ଜରେ ଚଳନ ସମ୍ଭବ ହୋଇଥାଏ । ଏହାର କାର୍ଯ୍ୟ କ୍ଷମତା ଅନୁଯାୟୀ ତାହାକୁ ତିନୋଟି ଭାଗରେ ବିଭକ୍ତ କରାଯାଏ ।

  • ଗର୍ଭ ବର୍ତ୍ତୁଳ ଖଞ୍ଜା : ଗୋଟିଏ ପାଖ ହାଡରା ସକେଟ ଭଳି ଅଂଶ ମଧ୍ୟରେ ଅନ୍ୟ ହାଡର ବଳ ବ୍ହାଳି ମୁଣ୍ଡ ରହି ଏହି ଭଳି ଖଞ୍ଜ ସୃଷ୍ଟି ହୋଇଥାଏ । ଏହି ଖଞ୍ଜା ବିଭିନ୍ନ ଦିଗରେ ଚାଳିତା ହେବା ସହିତ ଘୁରି ମଧ୍ୟ ପାରେ । ଏହିଭଳି ଖଞ୍ଜ କାନ୍ଧ ଏବଂ ପିଚାରେ ରହିଥାଏ ।
  • କବଲା ଖଞ୍ଜା : ଏହି ଖଞ୍ଜା କେବଳ ଗୋଟିଏ ଦିଗରେ ଚାଳିତ ହୋଇପାରେ । ଏହିଭଳି ଖଞ୍ଜା କହୁଣୀ, ଆଣ୍ଠୁରେ ରହିଥାଏ । ଏହା ଖଞ୍ଜା କବଜା ଭଳି କାମ କରୁଥିବାରୁ ଏହାକୁ କବଜ ଖଞ୍ଜା କୁହାଯାଏ ।
  • ସାମାନ୍ୟ ସଚଳ : ଏହି ଖଞ୍ଜା ନିମ୍ନ ସୀମିତତା ମଧ୍ୟରେ ଚାଳିତ ହୋଇପାରେ ଏହି ଖଞ୍ଜା ମେରୁଦଣ୍ଡ, କଚଟୀ ଏବଂ ପାଦରେ ରହିଥାଏ ।

ମାଂସପେଶୀ : ଶରୀରରେ ଦୁଇ ପ୍ରକାରର ସାଂସପେଶୀ ରହିଥାଏ । ଯଥା –

  1. ସ୍ଵେଚ୍ଛାକୃତ
  2. ସ୍ଵତଃଜାତ

ସ୍ଵେଚ୍ଛାକୃତ ମାଂସପେଶୀ : ଏହି ମାଂସପେଶୀ ମନୁଷ୍ୟର ଇଚ୍ଛା ଶକ୍ତିର ଅଧୀନରେ ପରିଚାଳିତ ନହୋଇ ଅଟୋନୋମିକ ନରଭସ ପ୍ରଣାଳୀ ନିୟନ୍ତ୍ରଣରେ ଅବିରତ କାର୍ଯ୍ୟ ସାଧନ କରିଥାଏ । ହୃତ୍ ପିଣ୍ଡ, ଫୁସ୍ ଫୁସ୍ ଏବଂ ଅଭ୍ୟନ୍ତରର ଅଙ୍ଗମାନଙ୍କରେ ଏହି ପ୍ରାକାର ମାଂସପେଶୀ ରହିଥାଏ ।

ସ୍ନାୟୁ : ସ୍ନାୟୁ ଦ୍ଵାରା ଶରୀରର ବିଭିନ୍ନ ଅଂଶର ସମ୍ଭେଦନ ସଂକେତ ମସ୍ତିସ୍କର ଯାଇଥାଏ ଏବଂ ମସ୍ତିଷ୍କକୁ କାର୍ଯ୍ୟ ନିର୍ଦ୍ଦେଶ ସଂକେତ ଆସି ଉଦ୍ଦିଷ୍ଟ ମାଂସପେଶୀ ଏବଂ ଅଙ୍ଗ ନିକଟରେ ପହଞ୍ଚି ଥାଏ ।

ଅସ୍ଥିବନ୍ଧ : ଅସ୍ଥି ଖଞ୍ଜାକୁ ରଜ୍ଜୁଭଲି ବାନ୍ଧି ରଖିଥିବା ଫାଇବସ ତନ୍ତୁକୁ ଅସ୍ଥିବନ୍ଧ କୁହାଯାଏ । ଏହା ଖଞ୍ଜାର ଚଳନକୁ ତାହାର ସିମୀତତା ମଧ୍ୟରେ ରଖିଥାଏ । ଏହାର କ୍ଷତିକୁ ମକଚି ଯିବା (Sprain) କୁହାଯାଏ । ଏହା ଶ୍ଵେତ ଅଣ ସମ୍ପ୍ରସାରଣ ବିହୀନ ଏବଂ ହଳଦୀ ସମ୍ପ୍ରସାରଣ କ୍ଷମ ବା ଇଲାଷ୍ଟିକ ତନ୍ତୁ ହୋଇଥାଏ ।

ସଂଯୋଜକ ତନ୍ତ : ଏହା ଶରୀରର ବିଭିନ୍ନ ଅଂଶକୁ ଧରି ରଖିବାରେ ସାହାଜ୍ୟ କରେ ଏବଂ  ସମ୍ପୃକ୍ତ ଅଂଶକୁ ସୁରକ୍ଷା ଏବଂ ପୋକ୍ଷନ ପ୍ରଦାନ କରେ ।

ଚର୍ମ : ଚର୍ମ ଶରୀର ସର୍ବ ବର୍ହିଭାଗ ଅଂଶ ବା ପୃଷ୍ଠ ହୋଇଥାଏ । ଏହା ଦ୍ଵାରା ଶରୀର ଅଭ୍ୟନ୍ତରର ଅଂଶ ଘୋଡାଇ ହୋଇ ରହିଥାଏ । ଏଥିରେ ଦୁଇଟି ସ୍ତର ରହିଥାଏ । ବାହ୍ୟଚର୍ମ ଏବଂ ଅନ୍ତଃଚର୍ମ । ଏହା ଶରୀର ଉତ୍ତାପକୁ ନିୟନ୍ତ୍ରଣ କରେ । ଶରୀରର ଉତ୍ତାପ ଅଧିକାର ହେଲେ ତାହା ଚର୍ମ ଦ୍ଵାରା କଣ୍ଡେକ୍ସନ, କନ୍ ଭେକ୍ସନ ଏବଂ ରେଡିଏସନ ସାହାଯ୍ୟରେ ପରିପାର୍ଶ୍ଵର ବାୟୁମଣ୍ଡଳକୁ ଚାଲିଯାଏ ଶରୀରକୁ ଶୀତଳ କରିଥାଏ । ଏହା ଦ୍ଵାରା ଶରୀରରେ ତାପମାତ୍ରା ନିୟନ୍ତ୍ରଣ ହୋଇଥାଏ ।

ଶରୀରର ଗଣ୍ଠି ଏବଂ ତନ୍ମଧ୍ୟସ୍ଥା ଗୁରୁତ୍ୱପୂର୍ଣ୍ଣ ଅଙ୍ଗ

ଶରୀର ମଧ୍ୟସ୍ଥ ଗୌରବ ବା ଗଣ୍ଠି ମଧ୍ୟଛଦା ନାମକ ଏକ ମାଂସପେଶୀ ଏବଂ ଟେଣ୍ଡନ ମିଶ୍ରିତ ପରଦା ଦ୍ଵାରା ଦୁଇଭାଗରେ ବିଭକ୍ତ ହୋଇଥାଏ । ଉପରେ ଭାଗ ଅଂଶ ପଞ୍ଜରା  ହାଡ ଦ୍ଵାରା ଘେରି ରହିଥାଏ । ଏହାକୁ ଥୋରାସିକ କ୍ୟାଭିଟି ବା ବକ୍ଷସ୍ଥଳ କୁହାଯାଏ । ତାହା ମଧ୍ୟରେ ଫୁସ୍ ଫୁସ୍ , ହୃତପିଣ୍ଡ ଏବଂ ଖାଦ୍ୟ ନଳୀ ଇତ୍ୟାଦି ରହିଥାଏ । ମଧ୍ୟଛଦାର ନିମ୍ନ ଅଂଶକୁ ଆବଡୋମିନାଲ କ୍ୟାଭିଟି ବା ଉଦର ଗୌହର କୁହାଯାଏ । ଏହା ମଧ୍ୟରେ ଯକୃତ, ପାକସ୍ଥଳୀ, ପ୍ଳୀହା, ବୃକକ, ଅନ୍ତନାଳୀ ମୃତାଶୟ ଏବଂ ପ୍ରଜ୍ଜ୍ଵନ ଅଙ୍ଗ ଇତ୍ୟାଦି ରହିଥାଏ ।

ଆଖି : ଏହା ଖପୁରୀର ସମ୍ମୁଖରେ ଥିବା ଦୁଇଟି ଗୌହର ମଧ୍ୟରେ ରହିଥାଏ । ଆଖି ଦ୍ଵାରା ଆମେ ପରିପାର୍ଶ୍ଵର ହୃଶ୍ୟ ବା ବସ୍ତକୁ ଦେଖିପାରୁ । ଏହାର ସମ୍ମୁଖ ଅଂଶ ଶ୍ଵେତ ବା ଧଳା ଦେଖାଯାଏ । ଏହାକୁ କନଜକ୍ଟିଭ କୁହାଯାଏ । ଏହାର ମଧ୍ୟ ଭାଗରେ ଖୋଲାକାର  ସ୍ଵଚ୍ଛ ଅଂଶ ରହିଥାଏ ଯାହାକୁ କର୍ଣ୍ଣିଆ କୁହାଯାଏ । ଏହାର ପାଛୁପାଖକୁ ଆଇରିସ ଡାଇଫ୍ରାମ ରହିଥାଏ । ଏହା ମଧ୍ୟ ଭାଗରେ ଏକ ଗୋଲାକାର ପଥ ସୃଷ୍ଟି କରିଥାଏ । ଏହାକୁ ଆଖି ପୁଅ ବା ପ୍ୟୁପିଲ କୁହାଯାଏ । ଏହାର ଆକାର ଦ୍ଵାରା ଆଖି ମଧ୍ୟକୁ ପ୍ରବେଶ କରୁଥିବା ଆଲୋକ ପରିମାଣ ନିମନ୍ତ୍ରିତ ହୋଇଥାଏ । ଏହି ସମସ୍ତ ଅଂଶ ମଧ୍ୟରୁ ପତା ଦ୍ଵାରା ସୁରକ୍ଷିତ ହୋଇଥାଏ । ଏହି ଅଂଶ ଆଦ୍ର ଏବଂ ପରିଷ୍କାର ରଖିଥାଏ । ଆଖି ପତା ମଝିରେ ମଝିରେ ବନ୍ଦ ହୋଇ ଲୁହ ଦ୍ଵାରା ତାହାକୁ ଧୋଇ ଦେଇଥାଏ ।

କାନ : ଏହା ଖପୁରୀର ଉଭୟ କଡରେ  ଥିବା ପଥରେ ରହିଥାଏ । କାନ ତିନୋଟି ଭାଗରେ ବିଭକ୍ତ ହୋଇଥାଏ । (କ) ବାହ୍ୟକର୍ଣ୍ଣ, ଶରୀରର ବାହ୍ୟ ଭାଗରେ  ରହି ଶବ୍ଦ କମ୍ପନ ସ୍ରାହାନ କରି ତିମ୍ପାନିକ ମେମ୍ବ୍ରେନ ନିକଟରେ ପହଞ୍ଚାଇଥାଏ । ଏହା ପରେ (ଖ) ମଧ୍ୟ କର୍ଣ୍ଣ ଦ୍ଵାରା ତିମ୍ପାନିକ ମେମ୍ବ୍ରେନ ଶବ୍ଦ କମ୍ପନ ତିନୋଟି ସୂକ୍ଷ୍ମ ହାଡ ଦ୍ଵାରା ବିର୍ଦ୍ଧେତ ହୋଇ ଅନ୍ତଃକର୍ଣ୍ଣକୁ ଯାଇଥାଏ (ଗ) ଅନ୍ତଃକର୍ଣ୍ଣ ଦ୍ଵାରା ଉକ୍ତ ଶବ୍ଦ କମ୍ପନ ସ୍ନାୟବିକ ସଙ୍କେତରେ ପରିଣତ  ହୋଇ ମସ୍ତିଷ୍କକୁ ଯାଇଥାଏ ଏବଂ ସେଠାରେ ତାହା ନିର୍ଣ୍ଣୟ ହୋଇ ଶବ୍ଦର ଅନୁଭବ ପ୍ରଦାନ କରିଥାଏ ।

ଜିଭ : ମୁଖ ମଧ୍ୟରେ ଥିବା ଏହା ଏକ ମାଂସକ ଅଙ୍ଗ ହୋଇଥାଏ । ଏହା ସ୍ଵାଦ ବାରିବା ଚୋବାଇବା, ଗିଳିବା ଏବଂ କଥା କାଇବା ସାହାଯ୍ୟ କରିଥାଏ । ବ୍ୟକ୍ତି ଅଚେତ ଥିବା ସମୟରେ ଏହା ସ୍ଵାଭାବିକ ଟୋନ୍ ହ୍ରାସ ହୋଇ ଯାଇଥାଏ ଏବଂ ବ୍ୟକ୍ତି ଚିତ୍ ହୋଇ ସେଇ ରହିଲେ ତାହା ପଛପାଖକୁ ଖସି ପଡି ଶ୍ଵାସ ପଥକୁ ବନ୍ଦ କରିଦେଇଥାଏ ।

ଶରୀରର କାର୍ଯ୍ୟ ବା ଶରୀରତତ୍ତ୍ଵ : ରକ୍ତ ଦ୍ଵାରା ସଂଗ୍ରହ ହୋଇଥିବା ଅନ୍ତନାଳୀରୁ ଖାଦ୍ୟାର ସାରାଂଶ ଏବଂ ଫୁସ୍ ଫୁସ୍ ର ବାହ୍ୟ ବାୟୁର ଅମ୍ଳଜାନ ରକ୍ତ ଦ୍ଵାରା ପରିବାହିତ ହୋଇ ଶରୀରର ସମସ୍ତ ଜୀବକୋଷମାନଙ୍କୁ ଯୋଗାଇ ଦିଆଯାଇଥାଏ । ଜୀବକୋଷ ମଧ୍ୟରେ ତାହା ଜୈବ ରାସାୟନିକ ପ୍ରକ୍ରିୟାରେ ଜାଳେଣି ରୂପେ ବ୍ୟବହୁତ ହୋଇ ଶରୀରକୁ ଶକ୍ତି ଏବଂ ଉତାପ ପ୍ରଦାନ କରିଥାଏ ଏବଂ ସେଥିରୁ ଅନାବଶ୍ୟକ ଅଙ୍ଗାରକାମ୍ଳ ଉପାନ୍ନ ହୋଇଥାଏ । ଖାଦ୍ୟରୁ ସାରାଂଶ ସଂଗ୍ରହ କରିବା ନିମିତ୍ତ ପାଚନ ପ୍ରାଣାଳୀ ଜଟିଳ ପ୍ରକୃତିର ଖାଦ୍ୟକୁ ପାଟିର ପାକସ୍ଥାଳୀର ଏବଂ ଅନନ୍ତନାଲିର ବିଭିନ୍ନ ପାଚନ ରସ ଦ୍ଵାରା ଖାଦ୍ୟକୁ ସରଲା ପ୍ରକୃତିରେ ପରିଣତ କରିଥାଏ ଏବଂ ଅନ୍ତନାଳୀରୁ ରକ୍ତ ତାହା ଶୋଷି ନେଇଥାଏ । ଶ୍ଵାସକ୍ରିୟା ଦ୍ଵାରା ବାହ୍ୟ ବାୟୁରୁ ଅମ୍ଳଜାନ ସଙ୍ଘରହ ହୋଇଥାଏ ଏବଂ ତନ୍ମଧ୍ୟରୁ ଅଙ୍ଗାରକାମ୍ଳ ଛାଡ଼ି ଦେଇଥାଏ । ଜୈବ ରାସାଯନିକ ପ୍ରକ୍ରିୟା ଦ୍ଵାରା ଶରୀରରେ ସୃଷ୍ଟି ହେଉଥିବା ବାଦ୍ୟ ବସ୍ତୁଗୁଡିକ ଫୁସ୍ ଫୁସ୍, ବୃକକ, ଚର୍ମ ଏବଂ ମାଲା ଦ୍ଵାରା ଶରୀର ମଧ୍ୟରୁ ବାହାରିଯାଇଥାଏ । ସ୍ନାୟୁ ଦ୍ଵାରା ଶରୀରର ବିଭିନ୍ନ ସ୍ଥାନର ସମ୍ଭାଦନ ସଙ୍କେତ ଗୃହିତ ହୋଇ ମସ୍ତିଷ୍କକୁ ଯାଇଥାଏ ଏବଂ ମସ୍ତିଷ୍କରୁ କାର୍ଯ୍ୟ ନିର୍ଦ୍ଦେଶ ଉଦ୍ଦିଷ୍ଟ ମାଂସପେଶୀ ବା ଅଙ୍ଗ ନିକଟକୁ ଆସିଥାଏ । ଏହା ଦ୍ଵାରା ଶରୀରର ସମସ୍ତ କାର୍ଯ୍ୟ ମଧ୍ୟରେ ସମନ୍ଵୟ ରକ୍ଷା ହୋଇପାରେ ।

ଜୀବ କୋଷ : ଜୀବକୋଷ ଦ୍ଵାରା ଶରୀର ଗଠନ ହୋଇଥାଏ ଏବଂ ତନ୍ମଧ୍ୟରେ ଶାରୀରିକ ପ୍ରକ୍ରିୟା କାର୍ଯ୍ୟ କରିଥାଏ  । ତେଣୁ ଜୀବକୋଷ ଶରୀର ଗଠନ ଏବଂ କାର୍ଯ୍ୟର ଏକକ ହୋଇଥାଏ । ମନୁଷ୍ୟର ଜୀବନ କାଳ ମଧ୍ୟରେ ଜୀବକୋଷମାନ କ୍ଷୟ ପ୍ରାପ୍ତ ହୋଇଥାଏ ଏବଂ ନୂତନ ଜୀବକୋଷ ସୃଷ୍ଟି ହୋଇ ସେହି ସ୍ଥାନ ପୂରଣ କରିଥାଏ ।

ଶ୍ଵାସକ୍ରିୟା : ଶ୍ଵାସକ୍ରିୟା ଦ୍ଵାରା ଶରୀରର ବାଷ୍ପ ବିନିମୟ କାର୍ଯ୍ୟ ହୋଇଥାଏ । ଶ୍ଵାସକ୍ରିୟା ଦୁଇଟି ପର୍ଯ୍ୟାୟରେ କରହୟ କରିଥାଏ । ପ୍ରଶ୍ଵାସ ସମୟରେ ବକ୍ଷସ୍ଥଳର ପଞ୍ଜରାଅସ୍ଥି ସମ୍ମୁଖ ଭାଗକୁ ଫୁଲି ଉଠେ ଏବଂ ମଧ୍ୟଛଦା ନିମ୍ନଗାମି ହୋଇ ବଖସ୍ଥଳୀ ସମ୍ପ୍ରସାରିତ କରେ । ଫଳରେ ଏହା ମଧ୍ୟସ୍ଥ ଚାପ ହ୍ରାସ ହୋଇଯାଏ ଏବଂ ଶ୍ଵାସପଥ ଦେଇ ବାହ୍ୟବାୟୁ ଫୁସ୍ ଫୁସ୍ ମଧ୍ୟକୁ ପ୍ରବେଶ କରି ବାୟୁକୋଠରୀ ଗୁଡିକୁ ଫଲାଇ ଦିଏ । ବାୟୁକୋଠରୀ ସଂଯୁକ୍ତ ରକ୍ତନଳୀ କାନ୍ଥ ଦେଇ ଲାଲ ରକ୍ତ କୋଷ ବାୟୁ କୋଠରୀ ବାୟୁର ଅମ୍ଭଜାନ ସଂଗ୍ରହ କରେ ଏବଂ ଶରୀରର ବିଭିନ୍ନ ଅଂଶରୁ ଧରି ଆସିଥିବା ଅଙ୍ଗାରକାମ୍ଳକୁ ତାହା ମଧ୍ୟକୁ ଛାଡ଼ି ଦେଇଥାଏ । ତତ୍ ପରେ ନିଃଶ୍ଵାସ ସମୟରେ ପଞ୍ଜରାଅସ୍ଥି ଏବଂ ମଧ୍ୟାଛନ୍ଦାପୂର୍ବ ସ୍ଥାନକୁ ଫେରିଆସି ବକ୍ଷସ୍ଥଳର ଚାପବୃଦ୍ଧି କରେ ଏବଂ ଫୁସ୍ ଫୁସ୍ ମଧ୍ୟରୁ ବାୟୁ ଶ୍ଵାସ ପଥ ଦେଇ ବାହାରକୁ ବାହାରିଯାଏ । ଏହି କ୍ରମରେ ଶ୍ଵାସକ୍ରିୟା, ସୁସ୍ଥ ବୟସ୍କଙ୍କର ମିନିଟ୍ କୁ ୧୬ ରୁ ୧୮ ଥର ଏବଂ ସୁସ୍ଥା ଶିଶୁଙ୍କର ୨୦ ରୁ ୩୦ ଥର ହୋଇଥାଏ ।

ରକ୍ତ ସଂଚାଳନ : ରକ୍ତ ସଂଚାଳନ ଦ୍ଵାରା ଶରୀରରେ ବିଭିନ୍ନ ବସ୍ତୁ ଏକ ସ୍ଥାନକୁ ପରିବାହିତ ହୋଇଥାଏ । ଏଥିପାଇଁ ହୃତପିଣ୍ଡ ପମ୍ପର କାର୍ଯ୍ୟ କରିଥାଏ । ଏହା ହୃତପିଣ୍ଡ ବକ୍ଷସ୍ଥଲର ମଧ୍ୟ ଭାଗରେ ସାମାନ୍ୟ ବାମକୁ ହୋଇ ରହିଥାଏ ଏହା ଏହ ମାଂସାଳ ପୋଲା ଅଙ୍ଗ ଅଟେ । ଏହାର ଭିତର ଅଂଶ ଚାରୋଟି କୋଠରୀରେ ବିଭକ୍ତ ହୋଇଥାଏ । ଉପରେ କୋଠରୀ ଦ୍ଵୟକୁ ଅଳିନ୍ଦ ଏବଂ ନିମ୍ନ କୋଠରୀ ଦ୍ଵୟକୁ ନିଳୟ ଏବଂ ନିଳୟକୁ ତାହାର ପାର୍ଶ୍ଵ ଅନୁଯାୟୀ ବାମ ବା ଦକ୍ଷିଣ ଭାବେ ସୁଚିତା କରାଯାଏ । ସରିରା ବିଭିନ୍ନ ସ୍ଥାନରୁ ଅଙ୍ଗାରକାମ୍ଳ ଧରି ଆସିଥିବା ରକ୍ତ ଦକ୍ଷିଣ ଅଳିନ୍ଦ ମଧ୍ୟରେ ପ୍ରବେଶ  କରେ । ଦକ୍ଷିଣ ଅଳିନ୍ଦର ସଙ୍କୋଚନ ଦ୍ଵାରା ରକ୍ତ ଦକ୍ଷିଣ ନିଳୟ ମଧ୍ୟରେ ପ୍ରବେଶ କରେ । ଦକ୍ଷିଣ ନିଳୟର ସଙ୍କୋଚନ ଦ୍ଵାରା ରକ୍ତ ଫୁସ୍ ଫୁସ୍ ଧମନୀ ମଧ୍ୟ ଦେଇ ଫୁସ୍ ଫୁସ୍ ଯାଇଥାଏ । ସେଠାରେ ଶ୍ଵାସକ୍ରିୟା ଦ୍ଵାରା ଗୃହିତ ବାହ୍ୟ ବାୟୁରୁ ଶକ୍ତ ଆମ୍ଭଜାନ ସଂଗ୍ରହ କରି ହୃତପିଣ୍ଡର ବାମ ଅଳିନ୍ଦ ମଧ୍ୟକୁ ଆସିଥାଏ । ବାମ ଅଳନ୍ଦିର ସଙ୍କୋଚନ ଦ୍ଵାରା ରକ୍ତ ବାମ ନିୟଲ ମଧ୍ୟରେ ପ୍ରବେଶ କରେ । ବାମ ନିଳୟର ସଙ୍କୋଚନ ଦ୍ଵାରା ରକ୍ତ ମହାଧମନୀ ଦେଇ ଶରୀରର ବିଭିନ୍ନ ଅଂଶକୁ ସଞ୍ଚାରିତ ହୋଇଥାଏ ।

ହୃତପିଣ୍ଡ କୋଠରୀମାନଙ୍କ ମଧ୍ୟରେ ଥିବା ପାଠମାନଙ୍କରେ ଏକ ଦିନରେ ଗତି କରିବା ନିମିତ୍ତ ଭାଲ୍ ଭାମାନ ରହିଥାଏ । ତେଣୁ ରକ୍ତ ହୃତପିଣ୍ଡ ମଧ୍ୟରେ ପଛକୁ ଫେରିନପାରି କେବଳ ଆଗକୁ ପରିଚାଳିତ ହୋଇଥାଏ ।

ହୃତପିଣ୍ଡ ରକ୍ତ ନେଉଥିବାରକ୍ତ ନଳୀକୁ ଧମନୀ ଏବଂ ହୃତପିଣ୍ଡକୁ ରକ୍ତ ଆନୁଥିବା ରକ୍ତ ନଳୀକୁ ସିରା କୁହାଯାଇଥାଏ ।

ନାଡୀ : ହୃତପିଣ୍ଡ ସଙ୍କୋଚନ ଏବଂ ପ୍ରାସାରଣ ତାଳରେ ଧମନୀରେ ସୃଷ୍ଟି ହେଉଥିବା ଉତ୍ ଥାଏ ଏବଂ ପତନକୁ ଶରୀରର କେତେକ ସ୍ଥାନରେ ସାହାଜରେ ସ୍ପର୍ଶ ଦ୍ଵାରା ଅନୁଭବ କରିହୁଏ । ଏହାକୁ ନାଡୀ କୁହାଯାଏ – ଗଳାରେ କ୍ୟାରୋଟିଡ୍ ନାଡୀ, ବାହୁରେ ବ୍ରକିଆଲ ନାଡୀ, କଚଟିରେ ରେଡିଆଲ ନାଡୀ ଏବଂ ଜଙ୍ଘରେ ଫେମୋରାଲ ନାଡୀ ଇତ୍ୟାଦି । ସାଧାରଣତଃ, ବୟସ୍କ ବ୍ୟକ୍ତିଙ୍କର ନାଡୀ ଗଳାରେ ଥିବା କ୍ୟାରୋଟିଡ୍ ଧମନୀ ଏବଂ ଶିଶୁଙ୍କର ବାହୁରେ ଥିବା ବ୍ରାକିଆଲ ଧମନୀ ଉପରୁ ସରଳରେ ଅନୁଭବ କରାଯାଇପାରେ ।

ନାଡୀ ଦ୍ଵାରା ହୃତପିଣ୍ଡ କାର୍ଯ୍ୟ ବା ରକ୍ତ ସଞ୍ଚାଳନର ଅବସ୍ଥା ନିର୍ଣ୍ଣୟ କରାଯାଇଥାଏ ।

ଆଧାର:Odisha state centre Bhubaneswar -751001

3.10256410256
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top