অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅଶ୍ୱସ୍ତ ଗଛ ଦ୍ୱାରା ସ୍ୱାସ୍ଥ୍ୟର ହୋଇଥାଏ ଅନେକ ଲାଭ

ଅଶ୍ୱସ୍ତ ଗଛ ଦ୍ୱାରା ସ୍ୱାସ୍ଥ୍ୟର ହୋଇଥାଏ ଅନେକ ଲାଭ

ଅଶ୍ୱସ୍ତ ଗଛ

ପବିତ୍ର ଅଶ୍ୱସ୍ତ ଗଛକୁ ଅନନ୍ତକାଳରୁ ହିନ୍ଦୁମାନେ ପୂଜା କରିଅାସୁଛନ୍ତି  । କିନ୍ତୁ ଧାର୍ମିକ ମାନ୍ୟତା ବ୍ୟତୀତ ଅଶ୍ୱସ୍ତ ଗଛର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି  ।

ଭାରତରେ ଏହି ଅଶ୍ୱସ୍ତ ଗଛକୁ ଔଷଧୀୟ ଗୁଣର ଭଣ୍ଡାର ବୋଲି ଧରାଯାଇଥାଏ  । ଏହାର ବ୍ୟବହାରରେ ଶ୍ୱାସ, କିଡ୍‌ନୀ, କୋଷ୍ଠକାଠିନ୍ୟ, ପେଟ ବ୍ୟଥା ଆଦି ରୋଗର ଚିକିତ୍ସା କରାଯାଇଥାଏ।

ଉପକାରିତା

ଦାନ୍ତ ବ୍ୟଥା:

ଅଶ୍ୱସ୍ତ ଗଛର ଛାଲିକୁ ବରାବର ମାତ୍ରାରେ ନେଇ ଏହାର ମିଶ୍ରଣ ପ୍ରସ୍ତୁତ କରନ୍ତୁ  । ଏହି ମିଶ୍ରଣକୁ ଗରମପାଣିରେ ଫୁଟାଇ ସେଥିରେ କୁଳି କରିବା ଦ୍ୱାରା ଦାନ୍ତବ୍ୟଥା ଦୂର ହୋଇଥାଏ  ।

ଗୋଇଠି ଫାଟ:

ଗୋଇଠି ଫଟା ପାଇଁ ଅଶ୍ୱସ୍ତ ପତ୍ରର ରସ ବା ତାର କ୍ଷୀର ଲଗାଇବା ଦ୍ୱାରା ସମସ୍ୟା ଦୂର ହୋଇଥାଏ  ।

ରକ୍ତ ସଫା ହେବା :

୧-୨ ଗ୍ରାମ ଅଶ୍ୱସ୍ତ ମଞ୍ଜିର ପାଉଡରକୁ ମହୁରେ ମିଶାଇ ପ୍ରତିଦିନ ଖାଇବା ଦ୍ୱରା ରକ୍ତ ସଫା ହୋଇଥାଏ ।

ପେଟ ବ୍ୟଥା :

ଅଶ୍ୱସ୍ତ ଗଛର ୨ରୁ ୫ଟି ପତ୍ରର ପେଷ୍ଟ ପ୍ରସ୍ତୁତ କରି ତାକୁ ୫୦ ଗ୍ରାମ ଗୁଡ ସହିତ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ଛୋଟ ଛୋଟ ଗୋଲି ତିଆରି କରି ଦିନରେ ୩-୪ ଥର ଖାଇବା ଦ୍ୱାରା ପେଟବ୍ୟଥାରୁ ମୁକ୍ତି ମିଳିଥାଏ  ।

ଦାଦୁ ବା କୁଣ୍ଡିଆ ରୋଗ :

୫୦ ଗ୍ରାମ ଅଶ୍ୱସ୍ତ ଗଛର ଛାଲିର ପାଉଁଶ ତିଆରି କରି, ସେଥିରେ ଲେମ୍ବୁ ଓ ଘିଅ ମିଶାଇ ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ  । ଏହି ପେଷ୍ଟକୁ ପ୍ରଭାବିତ ହୋଇଥିବା ଅଂଶରେ ଲଗାଇବା ଦ୍ୱାରା ତୁରନ୍ତ ଉପଶମ ମିଳିଥାଏ  ।

ଶ୍ୱାସ :

ଅଶ୍ୱସ୍ତ ଗଛର ଛାଲ ତଥା ପାଚିଲା ଫଳର ଅଲଗା ଅଲଗା ପାଉଡର ପ୍ରସ୍ତୁତ କରି, ତାହାକୁ ସମାନ ପରିମାଣରେ ମିଶାଇ ଦିଅନ୍ତୁ  । ଏହି ମିଶ୍ରଣକୁ ଦିନରେ ୩-୪ଥର ଖାଇବା ଦ୍ୱାରା ଶ୍ୱାସ ରୋଗରୁ ମୁକ୍ତି ମିଳିଥାଏ  ।

ଆଖିବ୍ୟଥା :

ଅଶ୍ୱସ୍ତ ଗଛର ପତ୍ରର କ୍ଷୀରକୁ ଆଖିରେ ଲଗାଇବା ଦ୍ୱାରା ଆଖିବ୍ୟଥା କମ ହୋଇଥାଏ  ।

ଯକୃତ ରୋଗ :

୩-୪ତାଜା ଅଶ୍ୱସ୍ତ ପତ୍ରକୁ ସ୍ପଟିକ ସହିତ ମିଳାଇ ଏହାର ପାଉଡର ପ୍ରସ୍ତୁତ କରନ୍ତୁ  । ଏହି ପାଉଡରକୁ ୨୫୦ ଗ୍ରାମ ପାଣିରେ ମିଶାଇ ମିଶ୍ରଣକୁ ଛାଣି ଦିଅନ୍ତୁ  । ଏହାକୁ ରୋଗୀକୁ ୫ଦିନ ପର୍ୟ୍ୟନ୍ତ ଦିନରେ ଦୁଇଥର ଦିଅନ୍ତୁ  । ଏହି ମିଶ୍ରଣ ଜଣ୍ଡିସ୍ ରୋଗରେ ମଧ୍ୟ ଲାଭଦାୟକ  ।

କୋଷ୍ଠ୍ୟକାଠିନ୍ୟ :

ଅଶ୍ୱସ୍ତର ୫-୧୦ ଟି ଫଳ ପ୍ରତିଦିନ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟରେ ଲାଭ ହୋଇଥାଏ  ।

ଆଧାର : କନକ ନ୍ୟୁଜ

Last Modified : 6/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate