ହୋମ / ସ୍ଵାସ୍ଥ୍ୟ / ଆୟୁଷ / ଆଜମା ବା ଶ୍ଵାସରୋଗ
ସେଆର କରନ୍ତୁ

ଆଜମା ବା ଶ୍ଵାସରୋଗ

ସବୁ ପ୍ରକାର ଶ୍ଵାସପ୍ରଶ୍ଵାସ କଷ୍ଟକୁ ଶ୍ଵାସରୋଗ କୁହାଯାଏ ନାହିଁ । କେବଳ ଫୁସ୍ ଫୁସ୍ ର ଶ୍ଵାସନଳୀ ରୋଗର ମୂଳ କାରଣ ହୋଇଥିଲେ ଏହାକୁ ଶ୍ଵାସ (ବ୍ରୋଙ୍କିଆଲ୍ ଆଜମା) କୁହାଯାଏ ।

ଏହି ରୋଗ କ’ଣ

ଆଜମା ( ଶ୍ଵାସରୋଗ) ଗ୍ରୀକ୍ ଶବ୍ଦରୁ ଆସିଛି । ଏହାର ଅର୍ଥ ଅଣନିଃଶ୍ଵାସୀ ବା ଅତି ଜୋରରେ ପାଟିମେଲାର ଧଇଁସଇଁ ହୋଇ ଶ୍ଵାସପ୍ରଶ୍ଵାସ ନେବା । ସବୁ ପ୍ରକାର ଶ୍ଵାସପ୍ରଶ୍ଵାସ କଷ୍ଟକୁ ଶ୍ଵାସରୋଗ କୁହାଯାଏ ନାହିଁ । କେବଳ ଫୁସ୍ ଫୁସ୍ ର ଶ୍ଵାସନଳୀ ରୋଗର ମୂଳ କାରଣ ହୋଇଥିଲେ ଏହାକୁ ଶ୍ଵାସ (ବ୍ରୋଙ୍କିଆଲ୍ ଆଜମା) କୁହାଯାଏ ।  ଏହି ରୋଗ ଇସିନୋଫିଲିଆଜନିତ  ରୋଗ । ଆମେ ଖାଉଥିବା ଖାଦ୍ୟରୁ ରସ ଉତ୍ପନ୍ନ ହୋଇ ପରେ ରସରୁ ରକ୍ତ ସୃଷ୍ଟି ହୋଇଥାଏ । ରକ୍ତର ଏହି ଅବସ୍ଥାକୁ ଶ୍ଵେତରକ୍ତ କଣିକା ଓ ଲୋହିତ ରକ୍ତ କଣିକା ଭେଦରେ ବିଭକ୍ତ କରାଯାଇଛି । ଶ୍ଵେତରକ୍ତ କଣିକାର ଅପରୂପକୁ ଇସିନୋଫିଲ କରାଯାଇଛି । ଏହି ରୋଗରେ ଶ୍ଲେଷ୍ମା ବା ସର୍ଦ୍ଦି ଦେଖାଦେଇଥାଏ । ଫଳରେ ପାଚକାଗ୍ନି ଦୁର୍ବଳ ହୋଇ ଖାଦ୍ୟଦ୍ରବ୍ୟକ ଅପରିପକ୍ଵ ରଖେ । ତେଣୁ ଶରୀର ଦୁର୍ବଳ ହୋଇ ଶ୍ଵାସଯନ୍ତ୍ରକୁ ଦୁର୍ବଳ କରିପକାଏ । ଶ୍ଵାସରୋଗୀର ଫୁସ୍ ଫୁସ୍ ର ବାୟୁନଳୀ ଛୋଟ ହୋଇଯିବାରୁ ନିଃଶ୍ଵାସ ଛାଡିବାରେ ବରମ୍ଭାର କଷ୍ଟ ହୁଏ ଏବଂ କମ୍ ସମୟ ମଧ୍ୟରେ ଶ୍ଵାସ କଷ୍ଟ ପ୍ରବଳ ହୁଏ । ସାଧାରଣତଃ ବାୟୁନଳୀର ବିଭିନ୍ନ ଉଦ୍ଦୀପକ କାରଣ ପ୍ରତି ଅତିନ୍ଦ୍ରିୟତ ଭାବ ଯୋଗୁ ତାହା ଛୋଟ ହୋଇଯାଏ । ସେହି କାରଣଗୁଡିକ ଇସ୍ୟୁଇମୁନୋଲୋଜିକାଲ୍ ଜୀବାଣୁଗତ, ମାନସିକ, ଶାରୀରିକ ଏବଂ ରସାୟନିକ କିନ୍ତୁ ଏହା କୌଣସି ଏକ ଜୀବାଣୁଜନିତ ରୋଗ ନୁହେଁ ।

ଲକ୍ଷଣ

ଏହି ରୋଗରେ ହଠାତ୍ ଶ୍ଵାସକଷ୍ଟ ହୋଇଥାଏ । ନିଃଶ୍ଵାସ ତ୍ୟାଗ ସମୟରେ ସାଇଁ ଶବ୍ଦ ହୋଇ ଫୁସ୍ ଫୁସ୍ ର ବାୟୁନଳୀରେ ବାୟୁର ଗତି କମ୍ ଓ ବେଶୀ ହୋଇଥାଏ । କାରଣ ଆମ ଶରୀରରେ ପ୍ଳିହା ଯକୃତକୁ ରକ୍ତକଣା ପହଞ୍ଚାଇବାର କାର୍ଯ୍ୟ ସମ୍ପନ୍ନ କରିଥାଏ । ଯଦି ଏହିଇ ଦୁର୍ବଳ ହୋଇପଡେ ବା ପ୍ଳିହାବୃଦ୍ଧି ଘଟି ରୋଗାକ୍ରାନ୍ତ ହୋଇପଡେ, ତେବେ ପୂର୍ଣ୍ଣମାତ୍ରାରେ ରକ୍ତକୁ ଯକୃତ ପାଖରେ ପହଞ୍ଚାଇପାରେ ନାହିଁ । ରକ୍ତ ଦୁର୍ବଳ ହୋଇଯାଏ । ଫଳରେ ରକ୍ତରେ ଇସିନୋଫିଲିଆ ସୃଷ୍ଟି ହୋଇ ଥଣ୍ଡା, ସର୍ଦ୍ଦି ଓ କାଶରୋଗ ସୃଷ୍ଟି ହୁଏ । ଏହା ବ୍ୟତୀତ, ଶରୀର ମୁଖ ବା ନାସିକା ପଥରେ ଧୁଳି ପ୍ରବେଶ କଲେ, ବାୟୁଦ୍ଵାରା ଅପକ୍ଵରସର ଉର୍ଦ୍ଧ୍ଵଗତି ହେଲେ, ଅତିମାତ୍ରାରେ ଭୋଜନାଦି କାରଣରୁ ଶ୍ଵାସନଳୀ ମଧ୍ୟରେ ଭୁକ୍ତଦ୍ରବ୍ୟ ପ୍ରବେଶ କରି ମଳ, ମୂତ୍ର ଓ ଛିଙ୍କର ବେଗ ଧାରଣ କଲେ ବାୟୁ କୁପିତ ହୋଇ ପିତ୍ତ ଓ ଶ୍ଲେଷ୍ମକୁ କୁପିତ କରିବା ଦ୍ଵାରା ଏହି ରୋଗ ଉତ୍ପନ୍ନ ହୋଇଥାଏ ।

କାଶରୋଗ ବୃଦ୍ଧିପାଇ ଶ୍ଵାସରୋଗରେ ପରିଣତ ହୋଇପାରେ । ଅଖାଦ୍ୟ ସେବନ, ଅନିୟମିତ ଭୋଜନ ଓ ରାତିଜାଗରଣ କାରଣରୁ ଏହି ରୋଗ ମଧ୍ୟ ସୃଷ୍ଟି ହୋଇଥାଏ । ବାୟୁର ଗତି କଫକର୍ତ୍ତୃକ ରୁଦ୍ଧହେଲେ ବାୟୁ ଦୂଷିତ ହୋଇ ବିମାର୍ଗଗାମୀ ହୁଏ ଏବଂ ବକ୍ଷ ଦେଶକୁ ଆଶ୍ରୟକରି ପ୍ରାଣବାହୀ, ଉଦକବାହୀ ଏବଂ ଅମ୍ଳବାହୀ ସ୍ରୋତକୁ ଦୂଷିତ କରି ଶ୍ଵାସରୋଗ ସୃଷ୍ଟି କରିଥାଏ । ଏହି ରୋଗରେ ଫୁସ୍ ଫୁସ୍ ସମସ୍ତ ବୈଲକ୍ଷଣ କ୍ରିୟା ପ୍ରକାଶ ପାଏ । ସମସ୍ତ ପ୍ରକାର ଶ୍ଵାସରୋଗରେ ବାୟୁ ପ୍ରବଳ ହୁଏ ଏବଂ ଶାରୀରିକ ଯନ୍ତ୍ରାଦିର ସ୍ଵାଭାବିକ କ୍ରିୟାରେ ବ୍ୟତିକ୍ରମ ଘଟେ ।

ଏହି ରୋଗ କେତେ ପ୍ରକାର

ଶ୍ଵାସକୁ ସାଧାରଣତଃ କ୍ଷୁଦ୍ରଶ୍ଵାସ, ତମକ, ପ୍ରତମକଶ୍ଵାସ, ଚ୍ଛିନ୍ନଶ୍ଵାସ ଓ ମହାଶ୍ଵାସରେ ଅବସ୍ଥାନୁସାରେ ବିଭକ୍ତ କରାଯାଇଛି । କ୍ଷୁଦ୍ରଶ୍ଵାସରେ ରୋଗୀକୁ ଦାହିକା କଷ୍ଟ ହୁଏ ନାହିଁ ।

ତମକଶ୍ଵାସରେ ବାୟୁ ପ୍ରତିଲୋମ ସ୍ରୋତସମୂହକୁ ଆଶ୍ରୟ କରି ଗ୍ରୀବା ଓ ମସ୍ତକରେ ବେଦନା ଜାତ କରେ । ଫଳରେ କଫ ଦୋଷରୁ ବାୟୁ ଘୁଡୁଘୁଡୁ ଶବ୍ଦସହିତ ହୃଦୟରେ ତୀବ୍ର ବେଗରେ ବହୁ କଷ୍ଟଜନକ ଶ୍ଵାସ ଜାତ ହୁଏ । ରୋଗୀକୁ ଅନ୍ଧକାର ଦେଖାଯିବା ସହିତ ତୃଷା ଳାଗେ । ପ୍ରବଳ କାଶରୁ ରୋଗୀ ସମୟେ ସମୟେ ମୋହ ହେବା ଦେଖାଯାଏ । ହୃଦୟର ଶ୍ଲେଷ୍ମା ସ୍ଥାନାନ୍ତରିତ ନ ହୋଇଥିବା ପର୍ଯ୍ୟନ୍ତ ରୋଗୀ କଷ୍ଟ ଅନୁଭବ କରେ । ଏହି ଶ୍ଵାସ କଫ ପ୍ରଦାନ ଶ୍ଲେଷ୍ମାସ୍ଥାନାନ୍ତରିତ ହେଲେ ସେ ସୁସ୍ଥା ଅନୁଭବ କରେ ଏବଂ ଅତ୍ୟନ୍ତ କଷ୍ଟରେ କଥା କହେ । ତମକ ଶ୍ଵାସସହିତ ଜ୍ଵର ଓ ମୂର୍ଚ୍ଛା ଥିଲେ ତାହାକୁ ପ୍ରତମକ ଶ୍ଵାସକୁହାଯାଏ । ଏହି ଶ୍ଵାସ ଆମାଜୀର୍ଣ୍ଣ, ବାର୍ଦ୍ଧକ୍ୟ, ଧୂଲିସେବନ ଏବଂ  ମଳମୂତ୍ରାଦିର ବେଗ ଧାରଣାରୁ ଜାତ ହୁଏ । ଅନ୍ଧାରରେ ବେଶୀ ହୁଏ କିନ୍ତୁ ଶୀତଳ ଦ୍ରବ୍ୟ  ଦ୍ଵାରା ଆସୁ ପ୍ରଶମିତ ହୁଏ । ରୋଗୀ  ଅନ୍ଧାରରେ ପ୍ରବେଶ କଳାପରି ଅନୁଭବ କରେ । ଛିନ୍ନ ଶ୍ଵାସ ଅତ୍ୟନ୍ତ କଷ୍ଟପ୍ରଦ । ଏହି ରୋଗରେ ଶରୀରର ସମସ୍ତ ଶକ୍ତି ଏକାଠି କରି ଶ୍ଵାସତ୍ୟାଗକଲାଭଳି ରୋଗୀ ଅନୁଭବ କରେ । ରୋଗୀ ହୃଦୟ ଛେଦ ପରି ବେଦନା, ଉଦରରେ ପୀଡା, ବସ୍ତି ସ୍ଥାନରେ ଜ୍ଵାଳା, ଅଶ୍ରୁପୂର୍ଣ୍ଣ ନେତ୍ର ଦୁର୍ବଳତା, ଆଖି ରକ୍ତିମା ଚିତ୍ତଚଞ୍ଚଳତା, ଶରୀର ବିବର୍ଣ୍ଣ ଓ ପ୍ରଳାପ ଲକ୍ଷଣ ପ୍ରକାଶ ପାଏ । ଉର୍ଦ୍ଧ୍ଵଶ୍ଵାସରେ ସଦାସର୍ବଦା ଶ୍ଵାସ ଉର୍ଦ୍ଧ୍ଵଗାମୀ ହୋଇ ବହୁ ସମୟ ଧରି ରହେ । ଅଧୋଗାମୀ ହୁଏ ନାହିଁ । ରୋଗୀର ମୁହଁର ସ୍ରୋତ ଶ୍ଲେକ୍ଷ୍ମା ଦ୍ଵାରା ଆଚ୍ଛାଦିତ ଓ କୁପିତ ବାୟୁଦ୍ଵାରା ଆକ୍ରାନ୍ତ ରହେ । ଉର୍ଦ୍ଧ୍ଵ ଦୃଷ୍ଟି ରୋଗୀ ଇତସ୍ତତଃ ଦର୍ଶନ କରେ । ଚକ୍ଷୁଦ୍ୱୟ ଚାଳିତ ହେଉଥାଏ ତଥା ମୋହ ବେଦନା ଓ ଦୁର୍ବଳତା ଆଦି ଦ୍ଵାରା ରୋଗୀ ପୀଡିତ ହୁଏ । ରୋଗୀଏ ଉର୍ଦ୍ଧ୍ଵଶ୍ଵାସ ପ୍ରବଳ ହେଲେ ଅଧଃଶ୍ଵାସ ସମୟେ ନିରୁଦ୍ଧ ହୋଇ ଅସୁବିଧା ସୃଷ୍ଟି କରେ । ମହାଶ୍ଵାସର ଲକ୍ଷଣ ହେଉଛି ବାୟୁ ଉର୍ଦ୍ଧ୍ଵଗାମୀ ହେଳୀ ରୋଗୀ ଶବ୍ଦଯୁକ୍ତ ଶ୍ଵାସ ତ୍ୟାଗକରେ ଏବଂ ତାହାର ବୁଦ୍ଧିଭ୍ରଂଶ ହୁଏ, ଚକ୍ଷୁ ଏପଟ ସେପଟ ଘୂରିବା ଦେଖାଯାଏ । ଚକ୍ଷୁ ଓ ମୁଖମୁଣ୍ଡଳ ସ୍ତବ୍ଧ ଅର୍ଥାତ୍ କ୍ରିୟାଶୂନ୍ୟ ହୁଏ । ଝାଡା ଓ ପରିସ୍ରା ପ୍ରାୟ ବନ୍ଦ ହୁଏ କଥାକହିବା କ୍ଷମତା କମିଯାଏ, ଦୂରରୁ ରୋଗୀର ଶ୍ଵାସ କର୍ଣ୍ଣଗୋଚର ହୁଏ । ଏହି ଶ୍ଵାସରେ ରୋଗୀ ଅତ୍ୟନ୍ତ ଦୁର୍ବଳ ହେବା ଦେଖାଯାଇଥାଏ ।

ସହଜ ଚିକିତ୍ସା

ଶ୍ଵାସରୋଗର କଳା ଦୁଦୁରା ଫଳ, ଶାଖା ଓ ପତ୍ରକୁ ଖଣ୍ଡଖଣ୍ଡ କରି କାହାଳୀପରି ତା’ର ଧୂଆଁ ମୁଖରେ ଧାରଣ ଓ ପାନ କଲେ ପ୍ରବଳ ଶ୍ଵାସ ବେଶ୍ ଶାନ୍ତ ହୁଏ । କିଛି ସୁରକ୍ଷାର ପାଣିରେ ଗୋଳାଇ ସାହି ପାଣିରେ ଧୋବ କାଗଜ ବତୁରାଇ ସୁଖାଇବା ପରେ ତାହାକୁ କାହାଳି ପରି କରି ତା’ର ଧୂଆଁ ପାନକଲେ ଶ୍ଵାସର ବେଗ କମ୍ ହୋଇଥାଏ ।

ଶ୍ଵାସରୋଗଢ଼େ ବାସଙ୍ଗ ଅତି ଉପକାରୀ । ବାସଙ୍ଗ ପତ୍ରରେ ଏକ ପ୍ରକାର ଆଲ୍ କାଏଡ୍ ରହିଛି । ତାକୁ ଭାସିସାଇନ୍ କୁହନ୍ତି । ଏହି ଆଲକାଲଏଡ୍ ଶ୍ଵାସ ପାଇଁ ବହୁତ ଉପଯୋଗୀ ଏବଂ କଫ ବାହାର କରିବାରେ ସହାୟତା କରିଥାଏ  । ବିଶେଷତଃ ଏହା ଶ୍ଵସନୀ ରୋଗ ପାଇଁ ଅତି ଶୀଘ୍ର କାମଦିଏ କାରଣ ଏହା ସୂଷ୍ମ ଶ୍ଵାସନଳୀରେ ଥିବା ଗ୍ରନ୍ଥିଗୁଡିକୁ ଉତ୍ତେଜନା କରିବା ଦ୍ଵାରା କଫ ସହଜରେ ତରଲି ଯାଇଥାଏ, ସତେଜ ବାସଙ୍ଗ ପତ୍ର ପନ୍ଦର / କୋଡିଏଟିରୁ ରସ ବାହାର କରି ସେଥିରେ ଚାମଚ ଦୁଇଚାମଚ ମୁହୁ ମିଶାଇ ଦିନକୁ ଦୁଇଥର ଆଠଦଶ ଦିନ ଖାଇଲେ ଶ୍ଵାସ ଯନ୍ତ୍ରଣାରୁ ରୋଗୀକୁ ଆରାମ ମିଳେ ।

ଶ୍ଵାସରୋଗ ହେବା ଫଳରେ ଯଦି ସ୍ଵର ଭେଦ ବା ତଣ୍ଟି ପଡିଯାଇଥାଏ ତେବେ ସଦ୍ୟ ପତ୍ରକୁ ଛେଚି ରସ ବାହାର କରି ଏକ ଚାମଚ ରସରେ ଏକ ଚାମଚ ମହୁ ମିଶାଇ ପାଞ୍ଚ ସତ ଦିନ ଧରି କ୍ରମାନ୍ଵୟରେ ସେବନ କଲେ ଶ୍ଵାସ, କାଶ ଓ ସ୍ଵରଭେଦ ଦୂର ହୁଏ । ଅଦାରସ ସହିତ ପିପ୍ପଳି ଚୂର୍ଣ୍ଣ ଓ ସୈନ୍ଧବ ଲବଣ ମିଶାଇ ସେବନ କଲେ ଏହି ରୋଗ ଉପଶମ ମିଳେ ।

ଦୈହିକ ବଳ ଦୁର୍ବଳ ହେବାପରି ସ୍ନାନ, ଭୋଜନ ଭ୍ରମଣ, ମୈଥୁନ ଓ ନିଦ୍ରା ଆଚରଣ ନ କରି ନିୟମିତ ସମୟରେ ଆହାର ଭକ୍ଷଣ କରିବା ଆବଶ୍ୟକ । ଦହି, ପାଚିଲାକଦଳୀ, ତେନ୍ତୁଳି, ଖଟା, ବିରି ଆରୁଆ, ଲୁଣିମାଛ, ଶୁଖୁଆ, ବେଶୀ ମିଠା ଦିବାନିଦ୍ରା, ରାତି ଜାଗରଣ ଆଦି ବର୍ଜନ କରିବା ଉଚିତ୍ ।

ପଥ୍ୟ

ରୋଗୀ ଫୁଟା ପାଣି ପିଇବା ସହିତ ଇଷତ୍ ଉଷୁମ ଜଳରେ ସ୍ନାନ କରିବା ଉଚିତ୍ । ରାତିରେ ଦୁରସ୍ଥାନକୁ ଯାତ୍ରା ଦ୍ଵାରା ଥଣ୍ଡା ପବନ ନାକ ଭିତରେ ପ୍ରବେଶ କରି ଫୁସ୍ ଫୁସ୍ ରେ କଫ ଜନ୍ମ ହୁଏ । ତେଣୁ ସମ୍ଭବତଃ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଗରମ ପୋଷାକ ନେବା ଆବଶ୍ୟକ । ଏହି ରୋଗଢ଼େ ପୁରୁଣା ସାରୁ ଚାଉଳ ଭାତ କଞ୍ଚା ମୂଳା, ପୋଟଳ ରସୁଣ ସଜନା ଛୁଇଁ ଓ ମାଂସ ଝୋଳ ଇତ୍ୟାଦି ରୋଗୀ ସେବନ କରିବା ଭଲ ।

ଆଧାର

ଓଡିଶା ଆୟର୍ବେଦ ସେବା ସଦନ

2.77777777778
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top